ବାପ ପୃଥିବୀର ସବୁଠୁ ବଡ଼ ଧନୀ । ପୁଅ ବାହା ହେଉଛି ଜଣେ ସାଧାରଣ ଘର ଝିଅକୁ ।

ବ୍ରୁନେଇର ସୁଲତାନ ହାସନଲ ବୋଲକିୟାଙ୍କ ପୁଅ ବିବାହ କରିବାକୁ ଯାଉଛନ୍ତି । ସୁଲତାନ ହାସନଲ ବୋଲକିୟା ୫୫ ବର୍ଷରୁ ଅଧିକ ସମୟ ଧରି ବ୍ରୁନେଇର ରାଜା ରହିଆସିଛନ୍ତି ।

ଦୁନିଆର ସବୁଠାରୁ ଅଧିକ ସମୟ ଧରି  ଶାସନ କରୁଥିବା ରାଜାଙ୍କ ପୁଅ ବିବାହ କରିବାକୁ ଯାଉଛନ୍ତି ଏବଂ ତାହା ମଧ୍ୟ ଜଣେ ସାଧାରଣ ଘରର ଝିଅ ସହିତ । ବ୍ରୁନେଇର ସୁଲତାନ ହାସନଲ ବୋଲକିୟାଙ୍କ ପୁଅ ବିବାହ କରିବାକୁ ଯାଉଛନ୍ତି। ସୁଲତାନ ହାସନଲ ବୋଲକିୟା ୫୫ ର୍ଷରୁ ଅଧିକ ସମୟ ଧରି ବ୍ରୁନେଇର ରାଜା ରହିଆସିଛନ୍ତି । ସୁଲତାନ ହାସନଲଙ୍କ ପୁଅ ପ୍ରିନ୍ସ ଅବଦୁଲ ମାଟିନ ଗୁରୁବାର ବ୍ରୁନେଇରେ ତାଙ୍କ ପ୍ରେମିକାଙ୍କୁ ବିବାହ କରିବାକୁ ଯାଉଛନ୍ତି ।

ରାଜଧାନୀ ବାନ୍ଦର ସେରି ବେଗୱାନର ଏକ ସୁନା ଗମ୍ବୁଜ ମସଜିଦରେ ୩୨ ବର୍ଷର ପ୍ରିନ୍ସ ଅବଦୁଲ ମାଟିନ ଏବଂ ୟାଙ୍ଗ ମୁଲିଆ ଅନିଶା ରୋଜନାଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ । ଏହି ବିବାହ ଇସଲାମିକ ରୀତି ଅନୁଯାୟୀ ସମ୍ପନ୍ନ ହେବ । ଏହି ଅବସରରେ ବ୍ରୁନେଇରେ ଏକ ୧୦ ଦିନିଆ ମହୋତ୍ସବର ଆୟୋଜନ କରାଯାଉଛି । ଦୁନିଆର ସବୁଠାରୁ ଦୀର୍ଘତମ ଶାସକ ରାଜା ତଥା ଏକଦା ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ସୁଲତାନ ହାସନଲ ବୋଲକିୟାଙ୍କ ଦଶମ ପୁତ୍ର ହେଉଛନ୍ତି ପ୍ରିନ୍ସ ମେଟେନ । ଏହି କାରଣରୁ ସେ ବ୍ରୁନେଇର ସୁଲତାନ ହେବାର ଆଶା ବହୁତ  କମ୍ ଅଟେ । କିଛି କିଛି  ସମ୍ଭାବନା ମଧ୍ୟ ଅଛି ଯେ ସେ ଦିନେ ସୁଲତାନ ହୋଇ ସିଂହାସନରେ ବସିପାରନ୍ତି । ଏହି ସମୟରେ, ପ୍ରିନ୍ସ ମେଟେନଙ୍କ ପ୍ରେମିକା ଏକ ଫ୍ୟାଶନ ଏବଂ ପର୍ଯ୍ୟଟନ ବ୍ୟବସାୟର ମାଲିକ ବୋଲି ଜଣାଯାଇଛି । ଫ୍ୟାନ୍ସ ୟାଙ୍ଗ ମୁଲିଆ ଅନିଶା ରୋଜାନ୍ନାଙ୍କ ଜେଜେବାପା ପ୍ରିନ୍ସ ମାଟିନଙ୍କ ପିତା ବ୍ରୁନେଇର ସୁଲତାନଙ୍କ ପାଇଁ ଜଣେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶଦାତା ରହିଆସିଛନ୍ତି ।

ବିବାହ କେଉଁଠାରେ ଅନୁଷ୍ଠିତ ହେବ ?

ଏହି ରାଜକୀୟ ବିବାହ ୧୭୮୮ ରୁମ ବିଶିଷ୍ଟ ଏକ ମହଲରେ ମହା ଆଡମ୍ବରରେ ପାଳନ କରାଯିବ ବୋଲି ଜଣାପଡିଛି । | କେବଳ ଏତିକି ନୁହେଁ ରବିବାର ଦିନ ବିବାହ ପରେ ଏକ ବିଶାଳ ଶୋଭାଯାତ୍ରା କରାଯିବ । ଏହି ରାଜକୀୟ ବିବାହରେ ଭାରତ ତଥା ବିଦେଶର ରାଜ ଅତିଥି ତଥା ବରିଷ୍ଠ ରାଜନେତାମାନେ ଯୋଗଦେବେ ବୋଲି ବିଶ୍ୱାସ ରହିଛି । ରବିବାର ଦିନ ଯେତେବେଳେ ରାଜ ଦମ୍ପତି ସେମାନଙ୍କ କାରରେ ଯିବେ ରାସ୍ତାର ଦୁଇ ପଟରେ ଲୋକମାନେ ଠିଆ ହେଇ ତାଙ୍କୁ ଅଭିବାଦନ ଦେବେ ବୋଲି ସୂଚନା ମଧ୍ୟ ରହିଛି । ରବିବାରର ଏହି ରାଜକୀୟ ଶୋଭାଯାତ୍ରା ପାଇଁ ଏବେଠୁ  ବ୍ରୁନେଇନ୍ ଅନେକ ରାସ୍ତାଘାଟକୁ ସଜ୍ଜିତ କରାଯାଇ ସାରିଲାଣି ।

 ପ୍ରିନ୍ସ ମେଟେନଙ୍କ କଣ କରନ୍ତି ?

ମେଟେନ୍ ତାଙ୍କ ଦେଶରେ ହେଲିକପ୍ଟର ପାଇଲଟ୍ ଅଛନ୍ତି । ତାଙ୍କୁ  ଗଣମାଧ୍ୟମରେ ବ୍ରିଟେନର ପ୍ରିନ୍ସ ହ୍ୟାରିଙ୍କ ସହ ତୁଳନା କରାଯାଏ ଏବଂ ଏହା ପୂର୍ବରୁ ତାଙ୍କୁ ‘ହଟ ରୟାଲ’ ବୋଲି ମଧ୍ୟ କୁହାଯାଏ । ସୋସିଆଲ ମିଡିଆରେ ତାଙ୍କର ବହୁତ ପ୍ରଶଂସକ ଅଛନ୍ତି ଏବଂ ତାଙ୍କର ଚେହେରା ଯୋଗୁଁ ସେ ବହୁତ ଲୋକପ୍ରିୟ ହୋଇଛନ୍ତି । ବ୍ରିଟେନର ରୟାଲ ମିଲିଟାରୀ ଏକାଡେମୀ ସାନ୍ଧୁର୍ଷ୍ଟରେ ପ୍ରିନ୍ସ ମ୍ୟାଟେନ୍ ଜଣେ ଅଧିକାରୀ କ୍ୟାଡେଟ୍ ଭାବରେ ସ୍ନାତକ ହାସଲ କରିଥିଲେ ଏବଂ ୨୦୧୯ ଦକ୍ଷିଣ ପୂର୍ବ ଏସୀୟ ଗେମ୍ସରେ ପୋଲୋରେ ତାଙ୍କ ଦେଶର ପ୍ରତିନିଧିତ୍ୱ କରିଥିଲେ ।ଆନ୍ତର୍ଜାତୀୟ କୂଟନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଆରମ୍ଭ କରିଛନ୍ତି । ତେବେ ଗତ କିଛି ବର୍ଷ ମଧ୍ୟରେ ସେ ଅନ୍ତର୍ଜାତୀୟ କୂଟନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଗତ ବର୍ଷ ମେ ମାସରେ କିଙ୍ଗ ଚାର୍ଲ୍ସ ଏବଂ ରାଣୀ କାମିଲାଙ୍କ ରାଜ୍ୟାଭିଷେକ ତଥା ୨୦୨୨ ମସିହାରେ ରାଣୀ ଏଲିଜାବେଥଙ୍କ ଅନ୍ତିମ ସଂସ୍କାରରେ ତାଙ୍କ ପିତାଙ୍କ ସହ ପ୍ରିନ୍ସ ମେଟେନ ଯୋଗ ଦେଇଥିଲେ ।

 

The post ବାପ ପୃଥିବୀର ସବୁଠୁ ବଡ଼ ଧନୀ । ପୁଅ ବାହା ହେଉଛି ଜଣେ ସାଧାରଣ ଘର ଝିଅକୁ । first appeared on Kanak News.

from Kanak News
via <a href="https://ifttt.com/?

ମନମୋହୁଛି ଗଣ୍ଡା ହାତୀ ଜଳପ୍ରପାତ । ଗଜପତିର ବଣ ପାହାଡ ଘେରା ମନୋରମ ପରିବେଶରେ ଜଳପ୍ରପାତ ପାଲଟିଛି ମୁଖ୍ୟ ଆକର୍ଷଣ

କନକ ବ୍ୟୁରୋ : ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କ ଭିଡ । ମନୋରମ ପରିବେଶ ଭିତରେ ମନମୋହୁଛି ଜଳପ୍ରପାତ । ଗଜପତି ରାୟଗଡ ବ୍ଳକରେ ରହିଛି ଗଣ୍ଡା ହାତୀ ଜଳପ୍ରପାତ । ଜଙ୍ଗଲ ଭିତରେ ଜଳପ୍ରପାତର କୁଳୁ କୁଳୁ ନାଦ ଦୂରଦୂରାନ୍ତରୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି । ପିକନିକ୍ ଋତୁରେ ଖାସ୍ କରି ରବିବାର ଦିନ ଏହି ସ୍ଥାନରେ ଲାଗୁଛି ପ୍ରବଳ ଗହଳି । ସବୁଜିମା ଜଙ୍ଗଲ ଭିତରେ ଏକାଠି ହୋଇ ଭୋଜି ଭାତର ଜମୁଛି ଆସର । ଖାଲି ସେତିକି ନୁହେଁ ଜଳପ୍ରପାତ ନିକଟରେ ବୁଲାବୁଲି ସହ ସେଲଫି ନେବାକୁ ଭୁୁଲୁନହାନ୍ତି ବୁଲିଆସୁଥିବା ଲେକମାନେ । ସବୁଠାରୁ ଆକର୍ଷଣ ହେଲା ଏଠି ିମଳୁଥିବା ବିଭିନ୍ନ ପ୍ରକାରର ଫଳମୂଳ । ସପୁରୀ, କଦଳୀରୁ ନେଇ ଭଳିକଭଳି ଫଳ ସବୁ ଏଠି ଖାଇବାକୁ ମିଳିଥାଏ । ସୌନ୍ଦଯ୍ୟଭରା ଏହି ପରିବେଶରେ ସାଙ୍ଗସାଥୀ ଓ ପରିବାର ସହ କିଛି ସମୟ ବିତାଇବା ଏକ ନିଆରା ଅନୁଭୁତି ସାଉଁଟୁଛନ୍ତି ବୁଲିଆସୁଥିବା ଲୋକ ।

ପ୍ରତିଦନି ପର୍ଯ୍ୟଟନସ୍ଥଳୀ ଗଣ୍ଡାହାତୀ ବୁଲି ଆସୁଛନ୍ତି ଶହଶହ ଲୋକେ । କିଛି ସମୟ ବିତାଇ ପୁଣି ଫେରିଯାଉଛନ୍ତି । ହେଲେ ମନୋରମ ପରିବେଶ ଭିତରେ ବିତାଇଥିବା କିଛି ମୁହୁର୍ତକୁ କ୍ୟାମେରା ଲେନ୍ସରେ କଏଦ ରଖିବାକୁ କେହି ବି ଭୁଲୁନାହାନ୍ତି । ଗଣ୍ଡାହାତୀକୁ ପର୍ଯ୍ୟଟକ ମାନେ ବେଶ ପସନ୍ଦ କରୁଛନ୍ତି । ହେଲେ ପର୍ଯ୍ୟଯକଙ୍କ ସବୁିଧା ପାଇଁ ଆଉ କିଛି ସୁବିଧା କରାଯାଇପାରିଲେ ଅଧିକ ଲୋକଙ୍କ ସମାଗମ ହେବ ।

ଗଣ୍ଡାହାତୀ ଭଳି ମନୋରମ ପରିବେଶରେ କିଛି ସମୟ ବିତାଇବାକୁ ଦୂରଦୂରାନ୍ତରୁ ଛୁଟି ଆସୁଛନ୍ତି ପର୍ଯ୍ୟଟକ । ଆଉ ଏହି ପର୍ଯ୍ୟଟନ ଋତୁରେ ଜମୁଛି ଭୋଜିଭାତର ଆସର ।

The post ମନମୋହୁଛି ଗଣ୍ଡା ହାତୀ ଜଳପ୍ରପାତ । ଗଜପତିର ବଣ ପାହାଡ ଘେରା ମନୋରମ ପରିବେଶରେ ଜଳପ୍ରପାତ ପାଲଟିଛି ମୁଖ୍ୟ ଆକର୍ଷଣ first appeared on Kanak News.

from Kanak News
via <a href="https://ifttt.com/?

ଥମୁନି ସୋରିଷ ଚାଷୀଙ୍କ ଦୁଃଖ । ଚାଷରୁ ମିଳୁନି ଲାଭ, ରୋଗ ପୋକରୁ ନେଇ ବିପର୍ଯ୍ୟୟରେ ଚାଷ ନଷ୍ଟ ହେଲେ ମିଳୁନି ସରକାରୀ ସାହାଯ୍ୟ ସହଯୋଗ

କନକ ବ୍ୟୁରୋ : ମନଲୋଭା କ୍ଷେତ । ଯେ କେହି ଦେଖିଲେ ଘଡିଏ ଅଟକି ଚାହିଁବ । ହଳିଦିଆ ଫୁଲରେ ଭର୍ତି ହୋଇଛି ଏହି ସୋରିଷ କ୍ଷେତ । ହଲେ ଏବେ ଏହି ସୋରିଷ ଚାଷରୁ ମୁହଁ ଫେରାଇଲେଣି ଚାଷୀ । ପରିବାର ପୋଷଣ ପାଇଁ ଏକର ଏକର ଚାଷ ଜମିରେ ସୋରିଷ ଚାଷ କରୁଛନ୍ତି । ପ୍ରତିଥର ଚାଷୀ କ୍ଷତିରେ ପଡୁଛନ୍ତି । ସୋରିଷ ଚାଷୀ ମାନଙ୍କୁୁ କୌଣସି ସରକାରୀ ସାହାଯ୍ୟ ସହଯୋଗ ମିଳୁନଥିବାରୁ ଚାଷରୁ ମୁହଁ ଫେରାଉଛନ୍ତି ପିପିଲି ଡେଲାଙ୍ଗ ଅଂଚଳର ଚାଷୀ ମାନେ ।

କେବଳ ଡେଲାଙ୍ଗ ନୁହେଁ ଶେଖରପାଟଣା, ଦାଣ୍ଡମୁକୁନ୍ଦପୁର , ତେଇଶିପୁର ଓ ମଙ୍ଗଳପୁର ପଂଚାୟତର ଚାଷୀ ମାନେ ସୋରିଷ ଚାଷ ଉପରେ ନିର୍ଭର କରି ଚଳିଥାନ୍ତି । ହେଲେ ପ୍ରତିଥର କିଛି କିଛି ସମସ୍ୟା ଯୋଗୁ ଚାଷ ନଷ୍ଟ ହେଉଛି । ଏହି ଚାଷୀ ମାନଙ୍କ ପାଇଁ କୌଣସି ସରକାରୀ ସହାୟତା ବି ନାହିଁ । କିଛି ଚାଷ ଜମି ପଡିଆ ପକେଇଛନ୍ତି । ଆଉ କିଛି ଚାଷୀ ବାଧ୍ୟ ହୋଇ ଅଳ୍ପ କିଛି ଜମିରେ ଚାଷ କରିଛନ୍ତି । ବିନା ସାହାଯ୍ୟ ସହଯୋଗରେ କ୍ଷତି ସହୁଛି ସୋରିଷ ଚାଷୀ ।

ସୋରିଷ ଚାଷ ପାଇଁ ଏକର ପିଛା ୧୦ରୁ ୧୫ ହଜାର ଟଙ୍କା ଖର୍ଚ୍ଚ କରୁଛି ଚାଷୀ । ଅମଳ ଭଲ ହେଲେ ଦୁଇ ଗୁଣା ଲାଭ ମିଳେ । ମାତ୍ର ବିପର୍ଯ୍ୟୟରୁ ନେଇ ରୋଗପୋକ ଯୋଗୁ ଚାଷ ନଷ୍ଟ ହୋଇ କ୍ଷତିରେ ପଡୁଛି ଚାଷୀ । ସରକାରଙ୍କଠାରୁ କୌଣସି ପ୍ରକାର ସାହାଯ୍ୟ ମିଳିପାରୁନି । ଚାଷୀ ମାନଙ୍କୁ କିଛି ସାହାଯ୍ୟ ସହଯୋଗ କରାଯାଇପାରିଲେ ଚାଷୀ ମାନେ ଦୁଇ ପଇସା ଲାଭ ପାଇ ପାରିବେ ।
ସମସ୍ୟାରେ ପଡିଥିବା ଏହି ସୋରିଷ ଚାଷୀ ମାନଙ୍କୁ ଅନ୍ୟ ଚାଷୀଙ୍କ ଭଳି କିଛି ସାହାଯ୍ୟ ସହଯୋଗ କରିବାକୁ ଦାବି କରିଛନ୍ତି ଚାଷୀ ମାନେ ।

The post ଥମୁନି ସୋରିଷ ଚାଷୀଙ୍କ ଦୁଃଖ । ଚାଷରୁ ମିଳୁନି ଲାଭ, ରୋଗ ପୋକରୁ ନେଇ ବିପର୍ଯ୍ୟୟରେ ଚାଷ ନଷ୍ଟ ହେଲେ ମିଳୁନି ସରକାରୀ ସାହାଯ୍ୟ ସହଯୋଗ first appeared on Kanak News.

from Kanak News
via <a href="https://ifttt.com/?

ପ୍ରଭୁ ଶ୍ରୀରାମଙ୍କ ପାଇଁ ରାମ ସେତୁ ଶାଢି । ବାନ୍ଧକଳାରେ ପ୍ରସ୍ତୁତ କରି ପଠାଇଛନ୍ତି ବରଗଡ ବୁଣାକାର ଇଶ୍ୱର ମେହେର

କନକ ବ୍ୟୁରୋ : ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ପାଇଁ ଉତ୍ସବମୁଖର ଅଯୋଜଧ୍ୟା । ସବୁଠି ପ୍ରଭୁଙ୍କ ରାମ ନାମ ଧ୍ୱନୀ । ପ୍ରଭୁଙ୍କ ପାଇଁ ଉତ୍ସାହିତ ଶ୍ରଦ୍ଧାଳୁ । ଦେଶ ବିଦେଶରୁ କୋଣ ଅନୁକୋଣରୁ ପ୍ରଭୁ ରାମଚନ୍ଦ୍ରଙ୍କ ପାଇଁ କିଏ କେତେ କଣ ପଠାଇଚାଲିଛି । ଆଉ ଏବେ ଓଡ଼ିଶାରୁ ପ୍ରଭୁ ରାମ ଚନ୍ଦ୍ରଙ୍କ ପାଇଁ ବାନ୍ଧକଳାରେ ପ୍ରସ୍ତୁତ କରାଯାଇଛି ରାମ ସେତୁ ଶାଢି । ବରଗଡ ଜିଲ୍ଲା କଟା ପାଲିର ଇଶ୍ୱର ମେହେର ପ୍ରସ୍ତୁତ କରିଛନ୍ତି ଏହି ରାମ ସେତୁ ଶାଢି । ଯାହା ପ୍ରସ୍ତୁତ କରିବାକୁ ତାଙ୍କୁ ୫ ମାସ ସମୟ ଲାଗିଥିଲା । ଖଦି କଟନ କପଡାରେ ପ୍ରାକୃତିକ ରଙ୍ଗ ବ୍ୟବହାର କରି ଅତି ସୂକ୍ଷ୍ମ କାରୁକାର୍ଯ୍ୟର ବାନ୍ଧରେ ଶାଢି ତିଆରି ହୋଇଛି । ଶାଢିରେ ରାମାୟଣର ପ୍ରତିଟି ଚରିତ୍ରକୁ ନିଖୁଣ ଭାବେ ଚିତ୍ରଣ କରାଯାଇଛି । ରାମସେତୁର ପରିକଳ୍ପନା କରାଯାଇ ରାମ , ଲକ୍ଷ୍ମଣ ସୀତା ଓ ଅଙ୍ଗଦ ଚରିତ୍ର କରାଯାଇଛି । ତା ସହିତ ଶାଢିରେ ଗୁଣ୍ଡୁଚି ମୂଷାର ଚିତ୍ର ମଧ୍ୟ କରାଯାଇଛି । ଏହି ଶାଢି ଦେଖିଲେ ରାମାୟଣର ସମସ୍ତ ଚରିତ୍ର ଉଦଭାସିତ ହୁଏ ।

ରାମୟଣର ପ୍ରତିଟି ଚରିତ୍ର ଓ କାହାଣୀ ଅତି ରୋମାଂଚକର । ଯାହାକୁ ଏହି ଶାଢିରେ ସୁନ୍ଦର ଭାବେ ଚିତ୍ରଣ କରି ରାମାୟଣକୁ ପୁନଃ ସ୍ମରଣ କରାଇଛନ୍ତି ଇଶ୍ୱର । ପ୍ରଭୁ ରାମଚନ୍ଦ୍ରଙ୍କ ପାଇଁ ବାନ୍ଧକଳାରେ ରାମାୟଣର ପ୍ରତିଟି ଚରିତ୍ରକୁ ଚିତ୍ରଣ କରି ରାମଙ୍କୁ ଅର୍ପଣ କରିଛନ୍ତି ଇଶ୍ୱର । ଜଣେ ସମ୍ପର୍କୀୟ ଭାଈଙ୍କ ଜରିଆରେ ଦିଲ୍ଲୀ ଦରବାରେ ପହଂଚାଇ ନିଜକୁ ଧନ୍ୟ ମନେ କରିଛନ୍ତି । ତାଙ୍କର ଏହିି ସୂକ୍ଷ୍ମକଳାକୁ ମଧ୍ୟ ସମସ୍ତେ ପ୍ରଶଂସା କରିଛନ୍ତି ।

ଦୀର୍ଘ ୫ ମାସର ପରିଶ୍ରମ କେବଳ ପ୍ରଭୁ ରାମଚନ୍ଦ୍ରଙ୍କ ପାଇଁ । ପ୍ରଭୁଙ୍କ ଉଦ୍ଦେଶ୍ୟରେ ଶାଢି ପ୍ରସ୍ତୁତ କରିବା ଇଶ୍ୱରଙ୍କ ପାଇଁ ସୌଭାଗ୍ୟ ହୋଇଥିବା ବେଳେ ନେଇ ଗର୍ବ ଅନୁଭବ କରନ୍ତି ଇଶ୍ୱର ।

The post ପ୍ରଭୁ ଶ୍ରୀରାମଙ୍କ ପାଇଁ ରାମ ସେତୁ ଶାଢି । ବାନ୍ଧକଳାରେ ପ୍ରସ୍ତୁତ କରି ପଠାଇଛନ୍ତି ବରଗଡ ବୁଣାକାର ଇଶ୍ୱର ମେହେର first appeared on Kanak News.

from Kanak News
via <a href="https://ifttt.com/?

ଭରା ନଈରେ ବିପଦପୁର୍ଣ୍ଣ ଯାତ୍ରା । କୋରାପୁଟ ଚାରଙ୍ଗୁଲ ବାସୀଙ୍କ ଦେଶୀ ଡଙ୍ଗା ପାଲଟିଛି ଭରସା,ଖୁବଶିଘ୍ର ପୋଲ ତିଆରି କରିବାକୁ ଦାବି

କନକ ବ୍ୟୁରୋ : ଭରା ନଈରେ ବିପଦପୁର୍ଣ୍ଣ ଯାତ୍ରା । ଜୀବନକୁ ବାଜି ଲଗାଇ ନଦୀ ପାର ହୋଇ ଯାଉଛନ୍ତି ଛୋଟରୁ ବଡ । ବାଧକ ସାଜିଛି କେରାଣ୍ଡି ନଦୀ । ପ୍ରତିଦିନ ଲୋକମାନେ ଦୈନଦିନ ଜୀବନ ପାଇଁ ନଦୀ ପାର ହୋଇ ଯାଉଛନ୍ତି । ଏପରିକି ସ୍କୁଲ ପିଲାମାନେ ମଧ୍ୟ ଏହି ନଦୀ ପାର ହୋଇଯାଉଛନ୍ତି । କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ଚାରଙ୍ଗୁଳ ଅଂଚଳ ବାସୀ ଦେଶୀ ଡ଼ଙ୍ଗା ସାହାଯ୍ୟରେ ଲେଞ୍ଜିଗୁଡାରୁ ଯୋଡ଼ାଗୁଡା ପର୍ଯନ୍ତ ସୁନାବେଡା ସ୍ୱାସ୍ଥ୍ୟ କେନ୍ଦ୍ରରୁ ନେଇ ସ୍କୁଲ କଲେଜ ଯାଉଛନ୍ତି । ଅନ୍ୟ ଦିନରେ ଯାତାୟତ ସମ୍ଭବ ହୋଇଥିବା ବେଳେ ବର୍ଷା ଦିନରେ ଲୋକେ ବହୁ ଅସବୁିଧା ଭୋଗୁଛନ୍ତି । ଏପରକିି ପିଲାଙ୍କ ପାଠ ପଢା ସମ୍ପୁର୍ଣ୍ଣ ଠପ୍ ହୋଇଯାଏ । ଅଭିଭାବକ ମାନେ ମଧ୍ୟ ପିଲାଙ୍କୁ ନଦୀ ପାର କରି ପାଠ ପଢାଇାବକୁ ନାରାଜ । ବିପଦସଙ୍କୁଳ ଯାତ୍ରା ଆଗକୁ ଜାରି ରହିଲେ କୌଣସି ସମୟରେ କିଛି ବି ଅଘଟଣ ଘଟିବ ତାହା ଏଡାଇ ଦିଆଯାଇନପାରେ ।

ନଦୀ ଉପରେ ବିପଦସଙ୍କୁଳ ଅବସ୍ଥାରେ ପ୍ରତିଦିନ ଯିବା ଆସିବା ହେଉଛି । ପୂର୍ବରୁ ଗୋଟିଏ ପାୱାର ବୋଟ୍ ଦିଆଯାଇଥିଲା । ହେଲେ ତାହା ବି ଅଚଳ ହୋଇପଡିଛି । ସ୍ଥାନୀୟ ଲୋକେ ପୋଲ ଖଣ୍ଡିଏ ପାଇଁ ବହୁବାର ଦାବି କରୁଛନ୍ତି । ବର୍ଷ ପରେ ବର୍ଷ ବିତି ଚାଲିଛି । ହେଲେ ଏବେ ବି ପୋଲ କଣ ଲୋକଙ୍କ ସମସ୍ୟା ପ୍ରତି ଯେମିତି କାହାର ଗୁରୁତ୍ୱ ନାହିଁ । ସେପଟେ ପ୍ରତିଥର ଭଳି ଚଳିତ ଥର ମଧ୍ୟ ଲୋକଙ୍କୁ ମିିଳିଛି ପ୍ରତିଶ୍ରୁତି । ଉପରିସ୍ଥ ଅଧିକାରୀଙ୍କ ଆଲୋଚନା କରାଯାଇ ଅଚଳ ବୋଟକୁ ମରାମତି କରାଯିବ । ଏହାସହ ନଦୀରେ ଖୁବଶିଘ୍ର ପୋଲ ନିର୍ମାଣ କରିବାକୁ ଜଣାଯାଇଛି ।

ବର୍ଷ ବର୍ଷ ଧରି ନଦୀ ଉପରେ ବିପଦପୁର୍ଣ୍ଣ ଯାତ୍ରା ଚାଲିଥିବା ବେଳେ ଲୋକଙ୍କ ପାଇଁ ପୋଲ ତିଆରି କରିବା ଜରୁରୀ ହୋଇପଡିଛି ।

The post ଭରା ନଈରେ ବିପଦପୁର୍ଣ୍ଣ ଯାତ୍ରା । କୋରାପୁଟ ଚାରଙ୍ଗୁଲ ବାସୀଙ୍କ ଦେଶୀ ଡଙ୍ଗା ପାଲଟିଛି ଭରସା,ଖୁବଶିଘ୍ର ପୋଲ ତିଆରି କରିବାକୁ ଦାବି first appeared on Kanak News.

from Kanak News
via <a href="https://ifttt.com/?

ଯନ୍ତ୍ରଣାରେ ଛଟପଟ ହେଉଛି ନିଷ୍ପାପ ଶିଶୁ । ଗୋଷାଣୀ ନୂଆ ଗାଁର ୨ ବର୍ଷର କୁନି ଝିଅ ବିଜୟଲକ୍ଷ୍ମୀ ହୃଦୟରେ ଛିଦ୍ର, ଅଭାବ ଭିତରେ କିଭଳି ହେବ ଚିକିତ୍ସା

କନକ ବ୍ୟୁରୋ : କଅଁଳ ବୟସ । ଦୁନିଆଁ କଣ ଜାଣିନି । ମାତ୍ର ୨ବର୍ଷ ବୟସରେ ଯନ୍ତ୍ରଣାରେ ଛଟପଟ ହେଉଛି କୁନି ଝିଅ । ବ୍ରହ୍ମପୁର ସହରର ଗୋଷାଣୀ ନୂଆ ଗାଁ ଅଂଚଳରେ କୁନି ଶିଶୁ ବିଜୟଲକ୍ଷ୍ମୀର ହୃଦୟରେ ଛିଦ୍ର । ଜିତେନ୍ଦ୍ର ପାଣିଗ୍ରାହୀଙ୍କ ଝିଅ ହେଉଛି ବିଜୟଲକ୍ଷ୍ମୀ । ପରିବାର କହିଲେ କୁନି ପୁଅ ଓ ସ୍ତ୍ରୀ ସୁସ୍ମିତା । ନିଜର ଘର ନଥିବା ବେଳେ ଯାହାକିଛି ରୋଜଗାର କରନ୍ତି ତାହା ସମୁଦ୍ରକୁ ଶଙ୍ଖେ ଭଳି । ଏକମାତ୍ର ଅଲିଅଳି ଝିଅର ଏହିଭଳି ଅବସ୍ଥାରେ ଭାଙ୍ଗି ପଡିଛନ୍ତି ପୁରା ପରିବାର । ଅଭାବ ଭିତରେ କିଭଳି ଝିଅର ଚିକତ୍ସା କରିବେ ସେ ନେଇ ଆଖିରୁ ଯେମିତି ନିଦ ହଜିଯାଇଛି ।

ବଡ ହସପିଟାଲ ବୁଲି ଚିକତ୍ସା କରିବାକୁ ବାହାରିଥିଲେ । ହେଲେ ଏଥିରେ ଅର୍ଥ ସାଜିଛି ବାଧକ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରୁ ବଂଚିତ ଥିବା ବେଳେ ବହୁବାର ଅଭିଯୋଗ କରି ନିରାଶ ହୋଇପଡିଛନ୍ତି ।

ଝିଅ କିଭଳି ସୁସ୍ଥ ହେବ ? ଝିଅର ଚିକତ୍ସା ପାଇଁ ଅର୍ଥ ଆସିବ କେଉଁଠୁ ? ଜିଲ୍ଲା ପ୍ରଶାସନରୁ ନେଇ ସ୍ୱାସ୍ଥ୍ୟ ବିଭାଗର ଦ୍ୱାରସ୍ଥ ହୋଇଥିଲେ ବି ସମସ୍ୟା ଦୁଃଖ ଶୁଣିବାକୁ ଯେମିତି କେହି ନାହିଁ । ଏକମାତ୍ର ଝିଅର ଭବିଷ୍ୟତକୁ ନେଇ ଚିନ୍ତିତ ଥିଲେ ମଧ୍ୟ ବଂଚାଇବା ପାଇଁ ସରକାରୀ ସହଯୋଗକୁ ଚାହିଁ ବସିିଛନ୍ତି ପରିବାର ଲୋକେ । ସେପଟେ ଝିଅକୁ ଉତମ ଚିକିତ୍ସା ଯୋଗାଇ ଦିଆଯିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ।

ଯଦି କୌଣସି ସହୃଦୟ ବ୍ୟକ୍ତି କୁନି ଝିଅଟିକୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ଏହି ନମ୍ବରରେ ୮୩୬୯୪୭୧୬୩୫ ଯୋଗଯୋଗ କରିପାରିବେ ।

ଯନ୍ତ୍ରଣାରେ ଛଟପଟ ହେଉଥିବା କୁନି ଝିଅ ବିଜୟଲକ୍ଷ୍ମୀକୁ ସାହାଯ୍ୟ କରିପାରିଲେ ତାକୁ ଏକ ନୂଆ ଜୀବନ ମିଳିପାରିବ ।

The post ଯନ୍ତ୍ରଣାରେ ଛଟପଟ ହେଉଛି ନିଷ୍ପାପ ଶିଶୁ । ଗୋଷାଣୀ ନୂଆ ଗାଁର ୨ ବର୍ଷର କୁନି ଝିଅ ବିଜୟଲକ୍ଷ୍ମୀ ହୃଦୟରେ ଛିଦ୍ର, ଅଭାବ ଭିତରେ କିଭଳି ହେବ ଚିକିତ୍ସା first appeared on Kanak News.

from Kanak News
via <a href="https://ifttt.com/?

ସରପଞ୍ଚ ପଦବୀରୁ ସାମୁହିକ ଇସ୍ତଫା: ତେଲକୋଇ ବ୍ଲକର ୧୯ ସରପଞ୍ଚ ଦେଲେ ଇସ୍ତଫା

କନକ ବ୍ୟୁରୋ: ସରପଞ୍ଚ ପଦବୀରୁ ସାମୁହିକ ଇସ୍ତଫା । ତେଲକୋଇ ବ୍ଲକର ୧୯ଜଣ ସରପଂଚ ସାମୁହିକ ଇସ୍ତଫା ଦେଇଛନ୍ତି । ପଂଚାୟତ ସ୍ତରରେ ଉନ୍ନୟନ ମୂଳକ କାମରେ ସେମାନଙ୍କର କତୃତ୍ୱ ରହୁନଥିବା ଅଭିଯୋଗ କରିଛନ୍ତି । ପରିକ୍ରମା ଅର୍ପଣ ରଥ ପାଇଁ ସରକାର ଯେଉଁ ଅର୍ଥ ବ୍ୟବସ୍ଥା କରିଛନ୍ତି ସେଥିରେ ଅନିୟମିତତା ହେଉଥିବା ସରପଂଚ ମାନେ ଅଭିଯୋଗ କରିଛନ୍ତି । ଏଥିସହିତ ବିଭିନ୍ନ କ୍ଷେତ୍ରରେ ପ୍ରଶାସନ ସେମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରି ସାମୁହିକ ଇସ୍ତଫା ଦେଇଛନ୍ତି ସରପଂଚ ।

The post ସରପଞ୍ଚ ପଦବୀରୁ ସାମୁହିକ ଇସ୍ତଫା: ତେଲକୋଇ ବ୍ଲକର ୧୯ ସରପଞ୍ଚ ଦେଲେ ଇସ୍ତଫା first appeared on Kanak News.

from Kanak News
via <a href="https://ifttt.com/?

ଶେଷ ହେଲା ଜୀବନ-ମୃତ୍ୟୁର ସାପ ଶିଢି ଖେଳ । ଲିଭିଗଲା ୩ଟି ଜୀବନ, ଛାରଖାର ହୋଇଗଲା ୪ଟି ପରିବାର ।

କନକ ବ୍ୟୁରୋ: ମାଆକୁ ବୁଝେଇ ହେଉନି, ମାଆ ମଥା ପିଟି କାନ୍ଦୁଛି ଯେ କାନ୍ଦୁଛି । ମେଡିକାଲରୁ ଘର ତା ଆଖିରୁ ଲୁହ ଶୁଖୁନି କି ସେ ନିଜକୁ ବୁଝେଇ ପାରୁନି । ଯେ, ତା ପୁଅ ଆଉ ନାହିଁ ବୋଲି… ହେଇ ଦେଖୁ ନାହାନ୍ତି ଆଧାର କାର୍ଡରେ ଥିବା ଫଟୋକୁ ଦେଖାଇ କେମିତି ‘ମୋ ଦୀଲିପ ହେଇଟି’ ବୋଲି କହୁଛି…

ହାଇଟେକ୍ ହରର କୁହନ୍ତୁ କି ହାଇଡ୍ରାମା । ଜୀବନ-ମୃତ୍ୟୁର ଏ ସାପଶିଢି ଖେଳ ଭିତରେ କିନ୍ତୁ ଏ ଘର ଅଗଣାରୁ ତିନି ତିନିଟି ମୃତଦେହ ମଶାଣୀ ମୁହାଁ ହୋଇଛି । ପୂର୍ବରୁ ନିଜ ପୁଅ ଭାବି ଜ୍ୟୋତିରଞ୍ଜନଙ୍କ ଶବର ସଂସ୍କାର ହେଇଛି, ପରେ ପରେ ନିଜ ବୋହୂର ଆତ୍ମହତ୍ୟା ବି ଏଇ ଆଖି ଦେଖିଛି । ଆଉ ଏବେ ଯେତେବେଳେ ନିଜ ଜନ୍ମକଲା ପୁଅର କୋକେଇ ତା ଆଖି ଆଗରେ ଉଠୁଛି କେଉଁ ମାଆ ନିଜକୁ ସମ୍ଭାଳିବ କହିଲେ । ତେଣୁ ପାଗେଳିପ୍ରାୟ ହୋଇଯାଇଛି ମାଆ ।

ସେପଟେ କାନ୍ଥରୁ ଲିଭିନି ଶୁଭ ବାହାଘରର ଲେଖା । କେମିତି ଲିଭିବ ଯେ, ବାହାଘରକୁ ପରା ମାତ୍ର ବର୍ଷେ ୮ ମାସ ହେଇଥିଲା । ହେଲେ ଯେଉଁମାନଙ୍କ ପାଇଁ ଲେଖା ହୋଇଥିଲା ସେମାନେ ଆଜି ନାହାନ୍ତି । କାନ୍ଥରେ ଲେଖା ରହିଛି ସତ କିନ୍ତୁ ସେ ଦୁହିଁଙ୍କ ଜୀବନ ଦୀପ ସବୁଦିନ ପାଇଁ ଲିଭିଯାଇଛି । ଦିଲୁ ୱେଡସ ସୋନା ଖାଲି କାନ୍ଥରେ ନୁହେଁ କୋକେଇରେ ବି ଆଗପଛ ହୋଇ ମଶାଣୀ ଯାଇଛନ୍ତି । ଓଃ ଜୀବନ-ମୃତ୍ୟୁ ଓ ସମ୍ପର୍କର ଏ ଜଟିଳ ଗଣିତ ସତରେ ହୃଦୟବିଦାରକ ।

୨୯ ଡିସେମ୍ବରରେ ହାଇଟେକ୍ ହସ୍ପିଟାଲର ଅଘଟଣ ଓ ତାପରେ ଜୀବିତ-ମୃତକୁ ନେଇ ଦ୍ୱନ୍ଦ୍ୱର ଗଣିତ କାହା ପାଇଁ କଣ ହୋଇପାରେ କିନ୍ତୁ ଚାରି ଚାରିଟି ପରିବାର ପାଇଁ ବେଶ ଯନ୍ତ୍ରଣାଦାୟକ । ହୁଏତ ଦ୍ୱନ୍ଦ୍ୱର ଦାଗ ଦିନ କେଇଟା ପରେ ଲିଭିଯିବ ଆଉ ଲୋକେ ଏ ଘଟଣାକୁ ଭୁଲିଯିବେ ହେଲେ ଏହି ଦ୍ୱନ୍ଦ୍ୱ ଯେଉଁ ଦରଜ ଦେଇଯାଇଛି ତାହା କେବେ କମିବନି ୪ଟି ପରିବାର ମନରୁ… ଆଶା କରିବା ଏ ଘଟଣାର ପୁନରାବୃତ୍ତି ଯେମିତି ଅନ୍ୟ କେଉଁଠି ନହେଉ…

The post ଶେଷ ହେଲା ଜୀବନ-ମୃତ୍ୟୁର ସାପ ଶିଢି ଖେଳ । ଲିଭିଗଲା ୩ଟି ଜୀବନ, ଛାରଖାର ହୋଇଗଲା ୪ଟି ପରିବାର । first appeared on Kanak News.

from Kanak News
via <a href="https://ifttt.com/?

ମେରୀ ଖ୍ରୀଷ୍ଟମାସର ଆସିଲା ରିଭ୍ୟୁ, କାଟ୍ରିନା କେଫ୍ ଏବଂ ବିଜୟ ସେଥୁପତୀଙ୍କ ଜବରଦସ୍ତ ଆକ୍ଟିଂ

କନକ ବ୍ୟୁରୋ : କାଟ୍ରିନା କେଫ୍ ଓ ବିଜୟ ସେଥୁପତୀଙ୍କ ଚଳଚିତ୍ର ମେରି ଖ୍ରୀଷ୍ଟମାସ ସିନେମା ହଲରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି । ଏହି ଚଳଚିତ୍ର ଖୁବ୍ ଶୀଘ୍ର ଦର୍ଶକଙ୍କ ନିକଟରେ ପହଂଚିବ । ଏହି ଚଳଚିତ୍ରରେ କାଟ୍ରିନା କେଫଙ୍କ ସହ ଅଭିନେତା ବିଜୟ ସେଥୁପତୀଙ୍କୁ ଦେଖିବା ପାଇଁ ମିଳିବେ । ଏହି ଚଳଚିତ୍ରର ରିଭିୟୁ ମଧ୍ୟ ଆସିଯାଇଛି ଏଥିରେ କାଟ୍ରିନା କେଫଙ୍କ ଆକ୍ଟିଂର ପ୍ରସଂଶା କରାଯାଉଛି । ଏହି ଚଳଚିତ୍ରର ନିର୍ଦ୍ଦେଶକ ଶ୍ରୀରାମ ରାଘବନଙ୍କ ନିର୍ଦ୍ଦେଶନାକୁ ନେଇ ମଧ୍ୟ ଅନେକ ପ୍ରଶଂସା ମିଳୁଛି ।

ଚଳଚିତ୍ର ନିର୍ମାତା ବିଗ୍ନେଶ ଶିବନ ଇନଷ୍ଟା ଷ୍ଟୋରୀରେ , ମେରୀ ଖ୍ରୀଷ୍ଟମାସର ସମୀକ୍ଷା ବାଣ୍ଟିଛନ୍ତି । ସେ ତାଙ୍କ ଇନଷ୍ଟା ଷ୍ଟୋରୀରେ ଲେଖିଛନ୍ତି ଯେ, ପ୍ରତିଭା ଶ୍ରୀରାମ ରାଘବନଙ୍କ ଫିଲ୍ମର ସ୍କ୍ରିନ ପ୍ଲେ ବହୁତ ଭଲ । ବିଜୟ ସେଥୁପତି ଓ କାଟ୍ରିନା କେଫଙ୍କ ପରଫରମାନ୍ସ ବହୁତ ଭଲ ହୋଇଛି । ଏହି ଚଳଚିତ୍ର ଆମକୁ ଆମଫ୍ରେଡ୍ ହିଚକøକ୍ ସମୟକୁ ନେଇକିଯିବ । ଏହି ଚଳଚିତ୍ରରେ ପ୍ରୀତମଙ୍କ ସଙ୍ଗୀତ ହେଉଛି ଏକ ପ୍ରମୁଖ ସ୍ତମ୍ଭ । ଚଳଚିତ୍ରର ଶେଷ ୩୦ ମିନିଟ ବହୁତ ଭଲ । ଜାନୁଆରୀ ୧୨ରେ ପ୍ରେକ୍ଷାଳୟକୁ ଯାଇ ଏହି ଚଳଚିତ୍ରକୁ ଉପଭୋଗ କରନ୍ତୁ ବୋଲି ସେ ଦର୍ଶକଙ୍କୁ ନିବେଦନ କରିଛନ୍ତି ।

ଏହା ବ୍ୟତୀତ ଚଳଚିତ୍ର ବିଶ୍ଲେଷକ ସତୀଶ କୁମାର ଏମ ମଧ୍ୟ ମେରୀ ଖ୍ରୀଷ୍ଟମାସର ପ୍ରସଂଶା କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି । ମେରୀ ଖ୍ରୀଷ୍ଟମାସ ଏକ ଭିଣ୍ଟେଜ୍ ଥ୍ରୀଲର ଫିଲ୍ମ ତେଣୁ ଦ୍ୱିତୀୟାର୍ଦ୍ଧରେ ପୋଲିସ ଷ୍ଟେସନ ଦୃଶ୍ୟ ଆକର୍ଷଣୀୟ ଅଛି ।

ନିର୍ଦ୍ଦେଶକ ଶ୍ରୀରାମ ରାଘବନ୍ ବହୁତ ବର୍ଷ ବ୍ୟବଧାନ ପରେ ମେରୀ ଖ୍ରୀଷ୍ଟମାସ ସହିତ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ଚଳଚିତ୍ରରେ କାଟ୍ରିନା କେଫ ଏବଂ ବିଜୟ ସେଥୁପତୀଙ୍କ ବ୍ୟତୀତ ସଂଜୟ କପୁର, ବିନୟ ପାଠକ, ପ୍ରତୀମା କନ୍ନନ ଏବଂ ଟିନୁ ଆନନ୍ଦଙ୍କ ଗୁତୁତ୍ୱପୂର୍ଣ୍ଣ ଭୂମିକା ରହିଛି । ମେରି ଖ୍ରୀଷ୍ଟମାସ ଚଳଚିତ୍ରକୁ ହିନ୍ଦୀ ଓ ତାମିଲ ବାଷାରେ ସୁଟିଂ କରାଯାଇଛି । ରାଧୀକା ଶରତକୁମାର, କେଭିନ ଜୟ ବାବୁ, ରାଜେଶ ଓି୍ୱଲିୟମ୍ସ ଏହାର ତାମିଲ ସଂସ୍କରଣରେ ସହାୟକ ଭୂମିକାରେ ନଜର ଆସିବେ । ବୁଧବାର ଦିନ ମେରୀ ଖ୍ରୀଷ୍ଟମାସର ରାତ ଅକେଲି ହେ ଗୀତ ରିଲିଜ ହୋଇଥିଲା । ଏହି ଗୀତକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି ।

୨୦୧୮ ମସିହାରେ ଶ୍ରୀରାମ ରାଘବନ୍ ଅନ୍ଧାଧୁନ୍ ଚଳଚିତ୍ର ନିର୍ମାଣ କରିଥିଲେ । ଯେଉଁଥିରେ ଆୟୁଷ୍ମାନ ଖୁରାନା ଏବଂ ତବୁ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚିତ୍ରଟି ସିନେମା ହଲରେ ବ୍ଲକବଷ୍ଟର ହିଟ୍ ହୋଇଥିଲା । ବର୍ତ୍ତମାନ ତାଙ୍କର ମେରୀ ଖ୍ରୀଷ୍ଟମାସ ଜାନୁଆରୀ ୧୨,୨୦୨୪ ରେ ପ୍ରେକ୍ଷାଳୟକୁ ଆସିବା ପାଇଁ ଯାଉଛି । ବକ୍ସ ଅଫିସରେ ଏହି ଚଳଚିତ୍ର କେତେ ଭଲ ପ୍ରଦର୍ଶନ କରୁଛି ତାହା ଦେଖିବାକୁ ଖାଲି ବାକି ଅଛି ।

The post ମେରୀ ଖ୍ରୀଷ୍ଟମାସର ଆସିଲା ରିଭ୍ୟୁ, କାଟ୍ରିନା କେଫ୍ ଏବଂ ବିଜୟ ସେଥୁପତୀଙ୍କ ଜବରଦସ୍ତ ଆକ୍ଟିଂ first appeared on Kanak News.

from Kanak News
via <a href="https://ifttt.com/?

ରାଷ୍ଟ୍ରପତି ପଦ ପାଇଁ ପ୍ରତିଯୋଗୀମାନଙ୍କ ମଧ୍ୟରେ ନାଁ ନଥିବାରୁ ରାଗିଲେ କି ବିବେକ ରାମସ୍ୱାମୀ ?

ଭାରତୀୟ-ଆମେରିକୀୟ ଉଦ୍ୟୋଗୀ ବିବେକ ରାମସ୍ୱାମୀ କିଛି ସପ୍ତାହ ପୂର୍ବରୁ ଟିଭିରେ ବିଜ୍ଞାପନ ବନ୍ଦ କରିଦେଇଥିଲେ ଏବଂ ଇଲିନୋଇସ୍ ପ୍ରାଥମିକ ସ୍ତରରେ ମଧ୍ୟ ଅଂଶଗ୍ରହଣ କରୁନାହାଁନ୍ତି । ବର୍ତ୍ତମାନ ତାଙ୍କ ନାମ ରାଷ୍ଟ୍ରପତି ପଦ ପାଇଁ ରିପବ୍ଲିକାନ୍ ପ୍ରାର୍ଥୀଙ୍କ ତାଲିକାରେ ନାହିଁ । ବର୍ତ୍ତମାନ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ପୂର୍ବତନ ରାଜ୍ୟପାଳ ନିକ୍କି ହାଲି, ରାଜ୍ୟପାଳ ରୋନ୍ ଡିସାଣ୍ଟିସ୍ ଏବଂ ପୂର୍ବତନ ରାଜ୍ୟପାଳ କ୍ରିସ୍ ଖ୍ରିଷ୍ଟୀଙ୍କ ନାମ ରିପବ୍ଲିକାନ୍ ପାର୍ଟିରୁ ସାମନାକୁ ଆସୁଛି ।

ଭାରତୀୟ-ଆମେରିକୀୟ ଉଦ୍ୟୋଗୀ ବିବେକ ରାମସ୍ୱାମୀଙ୍କ ଆମେରିକା ରାଷ୍ଟ୍ରପତି ଅଭିଯାନ ଜାତୀୟ ତଥା ଆନ୍ତର୍ଜାତୀୟ ଦୃଷ୍ଟି ଆକର୍ଷଣ କରିବା ପରେ ଏବେ ତାଙ୍କର ସେ ଅଭିଯାନରେ ପୂର୍ଣଛେଦ ପଡିଯିବା ପରି ଲାଗୁଛି । ଆଇଓଏ କାଉକ୍ସର ପାଞ୍ଚ ଦିନ ପୂର୍ବରୁ ବୁଧବାର ଦିନ ରିପବ୍ଲିକାନ୍ ପ୍ରାଥମିକ ବିତର୍କ ପାଇଁ ରାମସ୍ୱାମୀ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିଲେ, ଯାହା ରିପବ୍ଲିକାନ୍ ରାଷ୍ଟ୍ରପତିଙ୍କ ପ୍ରାଥମିକ ଅଭିଯାନ ଆରମ୍ଭ କରିବ। ସେମାନେ କିଛି ସପ୍ତାହ ପୂର୍ବରୁ ଟିଭିରେ ବିଜ୍ଞାପନ ବନ୍ଦ କରିଦେଇଥିଲେ,ଏବଂ ସେ ଇଲିନୋଇସର ପ୍ରାଥମିକ ସ୍ତରରେ ଅଂଶଗ୍ରହଣ କରୁନାହାଁନ୍ତି କାରଣ ତାଙ୍କ ନାମ ପ୍ରାର୍ଥୀ ତାଲିକାରେ ନଥିବାବେଳେ ଅନ୍ୟ ସମସ୍ତ ରିପବ୍ଲିକାନ୍ ମାନେ ଯଥା  ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ପୂର୍ବତନ ରାଜ୍ୟପାଳ ନିକ୍କି ହାଲି, ରାଜ୍ୟପାଳ ରନ୍ ଡିସାଣ୍ଟିସ୍ ଏବଂ ପୂର୍ବତନ ରାଜ୍ୟପାଳ କ୍ରିସ୍ ଖ୍ରୀଷ୍ଟି ଙ୍କ ନାମ ସାମିଲ ଅଛି ।

ରିପୋର୍ଟ ରହିଛି ଯେ ରାମସ୍ୱାମୀ ରାଷ୍ଟ୍ରପତି ଦୌଡ଼ରୁ ଓହରିଯିବା ପରେ ତାଙ୍କ ପାଇଁ କାମ କରୁଥିବା କର୍ମଚାରୀମାନଙ୍କ ମଧ୍ୟରେ ଭାଳେଣି ପଡ଼ିଯାଇଛି । ତାଙ୍କ ରାଷ୍ଟ୍ରପତି ଅଭିଯାନ କର୍ମଚାରୀମାନେ ସେମାନଙ୍କ ଚାକିରୀ ଯିବା ବୋଲି ଭୟ କରୁଛନ୍ତି । ସେଥିପାଇଁ କର୍ମଚାରୀମାନେ ନୂତନ ଚାକିରି ସନ୍ଧାନରେ ଅଛନ୍ତି ।

ଏହି ସର୍ଭେରେ ବିବେକ ରାମସ୍ୱାମୀ ଚତୁର୍ଥ ସ୍ଥାନରେ ଅଛନ୍ତିଓହିଓର ୩୮ ବର୍ଷୀୟ ବିବେକ ରାମସ୍ୱାମୀ ରିପବ୍ଲିକାନ୍ ରାଷ୍ଟ୍ରପତିଙ୍କ ନାମାଙ୍କନ ପାଇଁ ଟ୍ରମ୍ପ, ଜୋ ମାଇଲସ୍, ଡିସାଣ୍ଟିସ୍ ଏବଂ ହେଲିଙ୍କ ପଛରେ ରହିଛନ୍ତି, କିନ୍ତୁ ଖ୍ରୀଷ୍ଟଙ୍କଠାରୁ ଆଗରେ ଅଛନ୍ତି ଏବଂ ଆଜିର ସମୟରେ, ରାଜନୀତିରେ ଜଣେ ନବାଗତଙ୍କ ପାଇଁ ଏହା ଏକ ଉଲ୍ଲେଖନୀୟ ସଫଳତା ।  ୨୦୧୬ ରେ ନାମାଙ୍କନ ଜିତିଥିବା ରାଜନୀତିରେ ଆଉ ଜଣେ ବାହାର ଲୋକ ଟ୍ରମ୍ପଙ୍କ ପରି ରାମସ୍ୱାମୀ ତାଙ୍କ ଲକ୍ଷ୍ୟର ନିକଟବର୍ତ୍ତୀ ନୁହଁନ୍ତି । ଯଦିଓ ରିଅଲ୍ କ୍ଲିୟର ପଲିଟିକ୍ସର ଜାତୀୟ ସର୍ବେକ୍ଷଣରେ ସେ ହାରାହାରି ୪.୪  ପ୍ରତିଶତ ରହିଛନ୍ତି ।  ସେ ଆଇଓଆରେ ଚତୁର୍ଥ ଏବଂ ରିପବ୍ଲିକାନ୍ ପ୍ରାଥମିକ ସ୍ତରରେ ଦ୍ୱିତୀୟ ରାଜ୍ୟ ନ୍ୟୁ ହାମ୍ପସାୟରରେ ଷଷ୍ଠ ସ୍ଥାନରେ ଅଛନ୍ତି ।

ପ୍ରବାସୀ ଭାରତୀୟ ପିତାମାତାଙ୍କଠାରେ ଜନ୍ମ ହୋଇଥିବା ରାମସ୍ୱାମୀ ଫାର୍ମାସ୍ୟୁଟିକାଲ୍ ଉଦ୍ୟୋଗୀ ଭାବରେ ବହୁତ ରୋଜଗାର କରିଛନ୍ତି । ରାଜନୀତିରେ ପ୍ରବେଶ କରିବାର ସମ୍ଭାବନା ପରୀକ୍ଷା କରିବା ପାଇଁ ଏକ ପୁସ୍ତକ ମଧ୍ୟ ଲେଖିଥିଲେ । ଏହି ରେସରେ ଯୋଗଦେବା ପରେ ସେ ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ନିଜକୁ ପ୍ରାର୍ଥୀ ଭାବରେ ଉପସ୍ଥାପନ କରିବାକୁ ଚେଷ୍ଟା କରିଥିଲେ । ରାମସ୍ୱାମୀଙ୍କ ମା ଜଣେ ବୃଦ୍ଧ ମାନସିକ ରୋଗ ବିଶେଷଜ୍ଞ ଏବଂ ତାଙ୍କ ପିତା ଜେନେରାଲ୍ ଇଲେକ୍ଟ୍ରିକ୍ ରେ ଇଞ୍ଜିନିୟର ଭାବରେ କାର୍ଯ୍ୟ କରିଥିଲେ। ତାଙ୍କ ପିତାମାତା କେରଳରୁ ଆମେରିକା ଯାଇଥିଲେ ।

The post ରାଷ୍ଟ୍ରପତି ପଦ ପାଇଁ ପ୍ରତିଯୋଗୀମାନଙ୍କ ମଧ୍ୟରେ ନାଁ ନଥିବାରୁ ରାଗିଲେ କି ବିବେକ ରାମସ୍ୱାମୀ ? first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started