ମଣିପୁରର ଲିମାଖୋଙ୍ଗ ପାୱାର ଷ୍ଟେସନରୁ ଇନ୍ଧନ ଲିକ୍, ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କ ଆଦେଶ

କନକ ବ୍ୟୁରୋ : ମଣିପୁରର ଲିମାଖୋଙ୍ଗା ପାୱାର ଷ୍ଟେସନରୁ ବ୍ୟାପକ ଇନ୍ଧନ ଲିକ୍ ହେବା ଘଟଣା ସାମ୍ନାକୁ ଆସିଛି । ଏହି ଇନ୍ଧନ ଲିକ୍ ହେବା ପରେ ଏହା ଇମ୍ଫାଲ୍ ଉପତ୍ୟକା ଦେଇ ପ୍ରବାହିତ ନଦୀରେ ବ୍ୟାପିଯାଇଛି । ସରକାର ସମ୍ପୃକ୍ତ ବିଭାଗକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ବାବଦରେ ସରକାରୀ ଅଧୀକାରୀ ମାନେ ସୂଚନା ଦେଇଥିଲେ ।

ଅଧୀକାରୀମାନଙ୍କ କହିବା ଅନୁସାରେ, ଏହି ଘଟଣା ବୁଧବାର ରାତିରେ କାଙ୍ଗପୋକପି ଜିଲ୍ଲାର ଲିମାଖୋଙ୍ଗ ବିଦ୍ୟୁତ୍ କେନ୍ଦ୍ରରେ ଘଟିଛି । ଏହି ଇନ୍ଧନ ଲିକ୍ କାଣ୍ଟୋ ସାବଲ ଏବଂ ସେକମାଇ ଗ୍ରାମ ଦେଇଯାଉଥିବା ନଦୀ ରେ ମିଶିଛି । ଯାହା ଏହି ଅଂଚଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସରକାର ଏକ ଆଦେଶରେ କହିଛନ୍ତି ଯେ, ଏହି ସବୁ ଧାରାଗୁଡିକ ଖୁରଖୁଲ, ଲୋଇଟାଙ୍ଗ, କାମେଙ୍ଗ, ରୋଏସେମ୍ବା ଏବଂ ନାମ୍ବୁଲ ଦେଇ ପ୍ରବାହିତ ହୁଏ ଓ ଇମ୍ଫାଲ ନଦୀରେ ଯାଇମିଶିଥାଏ ।

ଏହା ମଧ୍ୟ କୁହାଯାଇଛି ଯେ ଯନ୍ତ୍ରପାତି, ମାନବ ଶକ୍ତି ଏବଂ ପାରଦର୍ଶିତା ଦୃଷ୍ଟିରୁ ସମସ୍ତ ଉପଲବ୍ଧ ବ୍ୟବହାର କରି ପରିବେଶ ବିପର୍ଯ୍ୟୟ ରୋକିବା ପାଇଁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ସମସ୍ତ ସମ୍ପୃକ୍ତ ଅଧୀକାରୀମାନଙ୍କୁ ଅନୁରୋଧ କରାଯାଇଛି । ରାଜ୍ୟ ସରକାର ଏହା ମଧ୍ୟ କହିଛନ୍ତି କି, ଏହିଭଳି ଘଟଣା ପାଇଁ ପ୍ରତିକ୍ରିୟା ପ୍ରଣାଳୀ ଏବଂ ମାନବ ଅପରେଟିଂ ପ୍ରକ୍ରିୟା ତୁରନ୍ତ ସକ୍ରିୟ କରାଯିବା ଉଚିତ୍ ।

ନ୍ୟୁଜ ଏଜେନ୍ସି ପିଟିଆଇ କହିବା ଅନୁସାରେ । ଜଣେ ଅଧୀକାରୀ କହିଛନ୍ତି ଯେ ପ୍ରଭାବିତ ଜଳ ସ୍ରୋତକୁ ସମତଳ ଆଡକୁ ବଦଳାଇବା ପାଇଁ ଉଦ୍ୟମ କରାଯାଉଛି । ତଥାବି ଏବେ ଯାଏଁ ଏହା ସ୍ପଷ୍ଟ ହୋଇନାହିଁ ଯେ ଏହି ଘଟଣା କିଛି ଦୁର୍ଭାଗ୍ୟଜନକ ଉପାଦାନ ଦ୍ୱାରା କରାଯାଇଥିଲା ନା ଏହା ଏକ ଦୁର୍ଘଟଣା ଏହା ସ୍ପଷ୍ଟ ହୋଇନାହିଁ ।

ମଣିପୁର ଜନସ୍ୱାସ୍ଥ୍ୟ ଏବଂ ଇଞ୍ଜିନିୟରିଂ ବିଭାଗ ମନ୍ତ୍ରୀ ଲେଶାଙ୍ଗଥେମ୍ ସୁସିନ୍ଦ୍ରୋ ମେଟେଇ ଓ ଜଙ୍ଗଲ ମନ୍ତ୍ରୀ ଥୋଙ୍ଗାମ ବିଶ୍ୱଜିତ ସିଂ ଗତକାଲି ବିଳମ୍ବିତ ରାତିରେ ଏହି ସ୍ଥାନକୁ ପରିଦର୍ଶନ କରିଥିଲେ । ପୂର୍ବ ବର୍ଷ ମେ ୩ ରେ ମୈତେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ଜାତିଗତ ସଂଘର୍ଷ ପରେ ମଣିପୁରରେ ହିଂସା ଘଟୁଥିବା ସମୟରେ ଏହି ଘଟଣା ଘଟିଛି । ଏପର୍ଯ୍ୟନ୍ତ ଏହି ହିଂସାରେ ୧୮୦ ରୁ ଅଧୀକ ଲୋକ ପ୍ରାଣ ହରାଇଛନ୍ତି ।

The post ମଣିପୁରର ଲିମାଖୋଙ୍ଗ ପାୱାର ଷ୍ଟେସନରୁ ଇନ୍ଧନ ଲିକ୍, ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କ ଆଦେଶ first appeared on Kanak News.

from Kanak News
via <a href="https://ifttt.com/?

ସ୍କୁଲ ପିଲାଙ୍କ ଥାଳିରେ ପାଣିଆ ଡାଲି: ମଧ୍ୟାହ୍ନ ଭୋଜନ ଯୋଜନାରେ ପ୍ରାଥମିକ ଶ୍ରେଣୀ ପିଲାଙ୍କ ପାଇଁ ମିଳୁଛି ୫ଟଙ୍କା ୯୦ ପଇସା

କନକ ବ୍ୟୁରୋ: ଆଜିର ଛାତ୍ର କାଲିର ଭବିଷ୍ୟତ । ଆଉ ପିଲାଙ୍କ ଭବିଷ୍ୟତ ଗଢ଼ିବା ପାଇଁ ହେଲେ ଭଲ ପରିବେଶ ସାଂଗକୁ ପୁଷ୍ଟିକର ଖାଦ୍ୟର ଆବଶ୍ୟକତାର ରହିଛି । ହେଲେ, ମଧ୍ୟାହ୍ନ ଭୋଜନ ପାଇଁ ପିଲା ପିଛା ସରକାର ଯେତିକି ଟଙ୍କା ଦେଉଛନ୍ତି, ତାହା ସମୁଦ୍ରକୁ ସଂଖେ । ସେଥିରେ ପୁଷ୍ଟିକର ଖାଦ୍ୟ ଯୋଗାଇବା ସମ୍ଭବ ହେଉନାହିଁ । ଯାହାର ପ୍ରଭାବ ସିଧାସଳଖ ପିଲାଙ୍କ ଖାଇବା ଥାଳିରେ ଦେଖିବାକୁ ମିଳିଛି । ଘଂଟି ବାଜିବା ମାତ୍ରେ ପିଲାମାନେ ଦୌଡି ଯାଉଛନ୍ତି ଖାଇବାକୁ । ହେଲେ ପିଲାଙ୍କ ଖାଦ୍ୟ ଥାଳିକୁ ଦେଖିଲେ, ଏହା କେତେ ପୁଷ୍ଟିକର ବୋଲି ପ୍ରଶ୍ନ ଉଠୁଛି । ପିଲାଙ୍କୁ ଭାତ ସହ ଦିଆଯାଉଛି ପାଣିଆ ଡାଲି । ତେବେ ମଧ୍ୟାହ୍ନ ଭୋଜନରେ ଦିଆଯାଉଥିବା ଖାଦ୍ୟକୁ ନେଇ, ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ର. ରୋଷେଇ ଦାୟିତ୍ୱ ନେଇଥିବା ସ୍ୱୟଂ ସହାୟିକା ଗୋଷ୍ଠିର ସଦସ୍ୟ କେହି ବି ଖୁସି ନାହାନ୍ତି । ପ୍ରାଥମିକ ଶ୍ରେଣୀର ପିଲାପିଛା ମାତ୍ର ୫ଟଙ୍କା ୯୦ ପଇସା ଓ ଉଚ୍ଚ ପ୍ରାଥମିକ ପିଲାଙ୍କୁ ଜଣ ପିଛା ୮ଟା ୮୨ ପଇସା ଦିଆଯାଉଥିବାରୁ , ଆଉ ଭଲ ଖାଦ୍ୟ ଯୋଗାଇବା କଷ୍ଟକର ବୋଲି କହିଛନ୍ତି ଶିକ୍ଷକ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ । ମଧ୍ୟାହ୍ନ ଭୋଜନରେ ପିଲାଙ୍କ ଦିଆଯାଉଥିବା ଖାଦ୍ୟର ମାନକୁ ନେଇ ନିକଟରେ ଏକ ଜାତୀୟ ଗଣମାଧ୍ୟମରେ ଚିନ୍ତାଜନକ ତଥ୍ୟ ପ୍ରକାଶ ପାଇଥିଲା । ଆଉ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ସରକାର ମଧ୍ୟାହ୍ନ ଭୋଜନ ପାଇଁ ଦିଆଯାଉଥିବା ରାଶିକୁ ବୃଦ୍ଧି କରିବାକୁ ଦାବି ହେଉଛି ।

The post ସ୍କୁଲ ପିଲାଙ୍କ ଥାଳିରେ ପାଣିଆ ଡାଲି: ମଧ୍ୟାହ୍ନ ଭୋଜନ ଯୋଜନାରେ ପ୍ରାଥମିକ ଶ୍ରେଣୀ ପିଲାଙ୍କ ପାଇଁ ମିଳୁଛି ୫ଟଙ୍କା ୯୦ ପଇସା first appeared on Kanak News.

from Kanak News
via <a href="https://ifttt.com/?

ଦିଲ୍ଲୀରେ ତୀବ୍ର ଭୂମିକମ୍ପ । ଥରିଲା ପାକିସ୍ତାନ ମାଟି, ଜମ୍ମୁ-କାଶ୍ମୀର ଓ ପଞ୍ଜାବରେ ମଧ୍ୟ ଭୂକମ୍ପ ଅନୁଭୂତ

କନକ ବ୍ୟୁରୋ : ଦିଲ୍ଲୀ ଏନସିଆରରେ ତୀବ୍ର ଭୂମିକମ୍ପ ଅନୂଭୁତ ହୋଇଛି । ଭୂକମ୍ପର ତୀବ୍ରତା ଏତେ ଜୋର ଥିଲା କି କିଛି ସମୟ ପର୍ଯ୍ୟନ୍ତ ଲୋକମାନେ ଅନୁଭବ କରିପାରିଥିଲେ । ଆମେରିକାର ଭୂଗର୍ଭ ସର୍ବେକ୍ଷଣ ସଂସ୍ଥା ୟୁଏସଜିଏସ କହିବା ମୁତାବକ ଏହି ଭୂକମ୍ପର କେନ୍ଦ୍ରସ୍ଥଳୀ ଆଫଗାନିସ୍ତାନର ହିନ୍ଦୁକୁଶ । ଏଠାରେ ଅନୁଭୂତ ହୋଇଥିବା ପ୍ରଥମ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୧ ଓ ଦ୍ୱିତୀୟ ଭୂକମ୍ପର ତୀବ୍ରତା ୬.୪ ରହିଛି ।

ଗୋଟିଏ ପଟେ ଗୋଟିଏ ଭୂକମ୍ପର ତୀବ୍ର ଝଟକାରେ ଲୋକମାନେ ଭୟଭିତ ହୋଇପଡିଥିଲେ । ଏହି ଭୂକମ୍ପରେ କୌଣସି ପ୍ରକାର ଧନଜୀବନ ନଷ୍ଟ ହୋଇନାହିଁ । ଆଫାଗାନିସ୍ତାନରେ ଭୂକମ୍ପର ତୀବ୍ରତା ୬.୧ ମପା ଯାଇଛି । ଏହାର ଝଟକା ଉତର ଭାରତର କିଛି ଅଂଶରେ ମଧ୍ୟ ଅନୁଭୂତ ହୋଇଛି । ଭାରତୀୟ ସମୟ ଅନୁସାରେ ୨.୫୦ ମିନିଟରେ ଆସିଥିବା ଏହି ଭୂକମ୍ପର କେନ୍ଦ୍ର କାବୁଲ ଠାରୁ ୨୪୧ କିଲୋମିଟର ଉତର ଉତର ପୂର୍ବରେ ଥିଲା ।

The post ଦିଲ୍ଲୀରେ ତୀବ୍ର ଭୂମିକମ୍ପ । ଥରିଲା ପାକିସ୍ତାନ ମାଟି, ଜମ୍ମୁ-କାଶ୍ମୀର ଓ ପଞ୍ଜାବରେ ମଧ୍ୟ ଭୂକମ୍ପ ଅନୁଭୂତ first appeared on Kanak News.

from Kanak News
via <a href="https://ifttt.com/?

ଧର୍ମେନ୍ଦ୍ରଙ୍କ ପାଇଁ ଦଳୀୟ ନେତାଙ୍କ ଲବି! ସମ୍ବଲପୁରରୁ ଧର୍ମେନ୍ଦ୍ରଙ୍କୁ ପ୍ରାର୍ଥୀ କରିବାକୁ ରାଜ୍ୟ ନେତୃତ୍ୱଙ୍କୁ ଜଣାଇବୁ ବୋଲି କହିଲେ ବିଜେପି ବିଧାୟକ ନାଉରୀ ନାୟକ ।

କନକ ବ୍ୟୁରୋ : ଆସନ୍ତା ଲୋକସଭା ନିର୍ବାଚନରେ ଲଢିବାକୁ ଧର୍ମେନ୍ଦ୍ର କହିଥିବା ବେଳେ କେଉଁ ଆସନରୁ ଲଢିବେ ତାହା ଏଯାଏଁ ସ୍ଥିର ହୋଇନାହିଁ । ତେବେ ଧର୍ମେନ୍ଦ୍ରଙ୍କ ବାରମ୍ବାର ଢେଙ୍କାନାଳ ଓ ସମ୍ବଲପୁର ଗସ୍ତ ସଂକେତ ଦେଉଛି ଯେ, ଏହି ୨ ନିର୍ବାଚନମଣ୍ଡଳୀରୁ କେଉଁ ଗୋଟିଏ ଆସନରୁ ପ୍ରାର୍ଥୀ ହୋଇପାରନ୍ତି ଧର୍ମେନ୍ଦ୍ର । ତେବେ ପ୍ରାର୍ଥୀ ନେଇ ଚୂଡାନ୍ତ ନିଷ୍ପତ୍ତି ହୋଇନଥିବା ବେଳେ ଧର୍ମେନ୍ଦ୍ରଙ୍କୁ ସମ୍ବଲପୁରରୁ ପ୍ରାର୍ଥୀ କରିବାକୁ ଦାବି କରିଛନ୍ତି ବିଜେପି ବିଧାୟକ ନାଉରୀ ନାୟକ ।

ନାଉରୀ କହିଛନ୍ତି, ସମ୍ବଲପୁରରୁ ଲଢିବାକୁ ଦଳକୁ ନିବେଦନ କରିଥିବା ନେଇ ଏକ କାର୍ଯ୍ୟକ୍ରମରେ କହିଥିଲେ ଧର୍ମେନ୍ଦ୍ର । ତେବେ ଶେଷ ନିଷ୍ପତ୍ତି ଦଳ ନେବ ବୋଲି ସେତେବେଳେ କହିଥିଲେ ଧର୍ମେନ୍ଦ୍ର । ଏବେ ସମ୍ବଲପୁରର ସମସ୍ତ ବିଜେପି ନେତା ଧର୍ମେନ୍ଦ୍ରଙ୍କୁ ଏହି ଆସନରୁ ଲଢିବାକୁ ସୁଯୋଗ ଦିଆଯାଉ ବୋଲି କହିଛନ୍ତି । ସମ୍ବଲପୁରରୁ ଧର୍ମେନ୍ଦ୍ର ଲଢିଲେ ଏ ଅଞ୍ଚଳର ବିକାଶ ହେବ । କାରଣ ବିଗତ ଦିନରେ ସମ୍ବଲପୁର ଓ ପଶ୍ଚିମଓଡ଼ିଶା ପାଇଁ ଧର୍ମେନ୍ଦ୍ର ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ ହୋଇଛି ବୋଲି କହିଛନ୍ତି ନାଉରୀ । ଧର୍ମେନ୍ଦ୍ରଙ୍କୁ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ କରିବାକୁ ଆମେ ରାଜ୍ୟ ନେତୃତ୍ୱଙ୍କୁ ଜଣାଇବୁ ଏବଂ ରାଜ୍ୟ ନେତୃତ୍ୱ ନିର୍ବାଚନ କମିଟି ଓ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଜଣାଇବେ । ଏହାପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ନାଉରୀ ।

The post ଧର୍ମେନ୍ଦ୍ରଙ୍କ ପାଇଁ ଦଳୀୟ ନେତାଙ୍କ ଲବି! ସମ୍ବଲପୁରରୁ ଧର୍ମେନ୍ଦ୍ରଙ୍କୁ ପ୍ରାର୍ଥୀ କରିବାକୁ ରାଜ୍ୟ ନେତୃତ୍ୱଙ୍କୁ ଜଣାଇବୁ ବୋଲି କହିଲେ ବିଜେପି ବିଧାୟକ ନାଉରୀ ନାୟକ । first appeared on Kanak News.

from Kanak News
via <a href="https://ifttt.com/?

ଭାରତ-ଚୀନ ସୀମରେ କେମିତି ରହିଛି ସ୍ଥିତି । ଗଣମାଧ୍ୟମକୁ ସୂଚନା ଦେଲେ ସେନା ମୁଖ୍ୟ ମନୋଜ ପାଣ୍ଡେ

କନକ ବ୍ୟୁରୋ : ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ ଭାରତୀୟ ସୁରକ୍ଷା ବାହିନୀ ସବୁ ପ୍ରକାର ପରିସ୍ଥିତିର ମୁକାବିଲା କରିବାକୁ ସକ୍ଷମ ବୋଲି କହିଛନ୍ତି ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ   । ଦେଶର ସୁରକ୍ଷା ବିଭାଗ ଦିକୁ ଦିନ ମଜବୁତ ହେବା ସହ ନାଗରିକ ମାନଙ୍କ ରକ୍ଷା ପାଇଁ ସବୁବେଳେ ପ୍ରତିଶୃତିବଦ୍ଧ । ଦେଶର ଉତ୍ତର ସୀମାରେ ବର୍ତ୍ତମାନ ପାଇଁ ସବୁ ନିୟନ୍ତ୍ରଣରେ ଥିଲେ ମଧ୍ୟ ସ୍ଥିତି ସମ୍ବେଦନଶୀଳ ରହିଛି । । ଆସନ୍ନ ବିପଦକୁ ସାମ୍ନା କରିବା ପାଇଁ ଆମ ସେନା ବିଭାଗ ପାଖରେ ପଯ୍ୟାପ୍ତ ଅସ୍ତ୍ର ଶସ୍ତ୍ର ଥିବା ବେଳେ ସବୁବେଳେ ନୁଆ ପ୍ରଯୁକ୍ତି କୌଶଳ ବ୍ୟବହାର କରି ଆମେ ନିଜକୁ ପ୍ରସ୍ତୁତ ରଖିଛୁ ।

ଦେଶ ଆର୍ଥିକ କ୍ଷେତ୍ରରେ ପ୍ରଗତି କରୁଥିବା ସମୟରେ ଏହି ପ୍ରଗତିପଥରେ ଆମେ ଦେଶ ସେବା ପାଇଁ ସମ୍ପୂର୍ଣ୍ଣ ସଜାଗ । ଲାଦାଖର ପୁର୍ବ ଲଦାଖ ସୀମା ଅଂଚଳରେ ନୁହେଁ ବରଂ ଦେଶର ଆଭ୍ୟନ୍ତରୀଣ ମାମଲାରେ ମଧ୍ୟ ସୁର୍କ୍ଷା ପାଇଁ ଆମ ଜବାନ ଆଗଭର । ସୀମାରେ ଥିବା ବିବାଦକୁ ନେଇ ମନୋଜ ପାଣ୍ଡେ କହିଛନ୍ତି କି ଚୀନ ସହ ରାଜନୈତିକ ସ୍ତରରେ ଆମେ ଆମେ ଆଲୋଚନା ଜାରି ରଖିଥିବା ବେଳେ ୨୦୨୦ ଏପ୍ରିଲରେ ପୂର୍ବ ଅବସ୍ଥାକୁ ଫେରାଇ ଆଣିବାକୁ ଆମେ ଏବେ ପ୍ରାଥମିକତା ଦେଉଛୁ ଏବଂ ଧିରେ ଧିରେ ଅନ୍ୟ ମାମଲା ଗୁଡିକ ଉପରେ ମଧ୍ୟ ଆଲୋଚନା କରି ସମାଧାନ କରିବୁ ।

ଜମ୍ମୁ – କଶ୍ମୀରର ଲାଗି ରହିଥିବା ଜଟିଳ ପରିସ୍ଥିତି ବାବଦରେ ଶ୍ରୀ ପାଣ୍ଡେ କହିଛନ୍ତି କି ମଝିରେ ମଝିରେ ଅନୁପ୍ରବେଶକାରୀ ମାନଙ୍କ ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ ଏଲ.ଓ.ସିରେ ଶାନ୍ତି ବଜାୟ ରଖି ସଂଘର୍ଷ ବିରାମର ଚେଷ୍ଟା ଲଗାତାର ଭାବେ ଚାଲିଛି । ଆଗ ଅପେକ୍ଷା ସୀମାରେ ହିଂସାର ପରିମାଣ କମିଛି । ବଢୁଥିବା ଆତଙ୍କବାଦ କାର୍ଯ୍ୟକଳାପକୁ ଆଖି ଆଗରେ ରଖି ଗୁପ୍ତ ସୂଚନା ସଂଗ୍ରହ କରିବା ଉପରେ ଯୋର ଦିଆ ଯାଉଛି ।ଏହା ଛଡା ଆଗକୁ ଯେପରି କୌଣସି ମାନବାଧିକାର ଉଲ୍ଲଂଘନ ନ ହୁଏ ସେ ନେଇ ଧ୍ୟାନ ରଖାଯିବ । ସୀମାର ହିଂସା କଥା ଆଲୋଚନା କରିବା ସହ ମଣିପୁରରେ ଶାନ୍ତି ବଜାୟ ରଖିବାର ପୁରା ଚେଷ୍ଟା ଜାରି ଅଛି । ପଡୋଶୀ ରାଷ୍ଟ୍ର ଭାବେ ଭୁଟାନ ସହ ଆମର ସମ୍ପର୍କ ଭଲ ହେଲେ ମଧ୍ୟ ଆମେ ଭୁଟାନ ଓ ଚୀନ ସମ୍ବନ୍ଧ ଉପରେ ନଜର ରଖିଛୁ । କିନ୍ତୁ ଲୁକାୟିତ ଭାବେ ମିୟାମାରର ଉଗ୍ରବାଦୀ ସଂଗଠନ ଭାରତ ସୀମା ପାଇଁ କ୍ଷତିକାରକ ଏଣୁକରି ଏହି ମାମଲା ଉପରେ ଆମେ ଆଗକୁ ଅଧିକ ଧ୍ୟାନ କେନ୍ଦ୍ରୀତ କରିବୁ ବୋଲି ଜଣାଇଛନ୍ତି ଜେନେରାଲ ପାଣ୍ଡେ ।

The post ଭାରତ-ଚୀନ ସୀମରେ କେମିତି ରହିଛି ସ୍ଥିତି । ଗଣମାଧ୍ୟମକୁ ସୂଚନା ଦେଲେ ସେନା ମୁଖ୍ୟ ମନୋଜ ପାଣ୍ଡେ first appeared on Kanak News.

from Kanak News
via <a href="https://ifttt.com/?

ହାଇଟେକ୍ ମେଡିକାଲ ବିସ୍ଫୋରଣ ଘଟଣାରେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ: ବୈଷୟିକ ଓ ବୃତ୍ତିଗତ ଛାତ୍ର ସଂଘର ଦୃଷ୍ଟି ଆକର୍ଷଣ ପରେ ତତ୍ପରତା ପ୍ରକାଶ

କନକ ବ୍ୟୁରୋ: ହାଇଟେକ୍ ମେଡିକାଲ ବିସ୍ଫୋରଣ ଘଟଣାରେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ । ବୈଷୟିକ ଓ ବୃତିଗତ ଛାତ୍ର ସଂଘର ଦୃଷ୍ଟି ଆକର୍ଷଣ ପରେ ତତ୍ପରତା ପ୍ରକାଶ କରିଛନ୍ତି ସରକାର । ଏସି ବିସ୍ଫୋରଣରେ ୩ ଜଣଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବା ସହ ବିସ୍ତୃତ ରିପୋର୍ଟ ଦେବାକୁ ଶ୍ରମ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଶବ ସଂପର୍କରେ ଭୁଲ ତଥ୍ୟ ଯୋଗୁଁ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି । ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ଖବର ଶୁଣିବା ପରେ ତାଙ୍କ ସ୍ତ୍ରୀ ଆତ୍ମହତ୍ୟା କରିଥିଲେ । ଗୋଟିଏ ସ୍ଥାନରେ ସ୍ୱମୀ-ସ୍ତ୍ରୀ ଦୁଇ ଜଣ ପାଉଁଶ ପାଲଟିଯାଇଛନ୍ତି । ତେଣୁ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ କରି ରିପୋର୍ଟ ଦେବାକୁ ଶ୍ରମ କମିଶନନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

The post ହାଇଟେକ୍ ମେଡିକାଲ ବିସ୍ଫୋରଣ ଘଟଣାରେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ: ବୈଷୟିକ ଓ ବୃତ୍ତିଗତ ଛାତ୍ର ସଂଘର ଦୃଷ୍ଟି ଆକର୍ଷଣ ପରେ ତତ୍ପରତା ପ୍ରକାଶ first appeared on Kanak News.

from Kanak News
via <a href="https://ifttt.com/?

ସରିଲା ପରିଚାଳନା କମିଟି ବୈଠକ: ଆସନ୍ତାକାଲି ଶ୍ରୀନଅରରେ ଗଜପତି ମହାରାଜାଙ୍କ ଆଚାର୍ଯ୍ୟବରଣ ଓ ଅଙ୍କୁରାରୋପଣ କାର୍ଯ୍ୟକ୍ରମ

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଆସନ୍ତାକାଲି ଠାରୁ ଆରମ୍ଭ ହେବ ପ୍ରକ୍ରିୟା । କାଲି ସଂଧ୍ୟା ୫ଟାରୁ ରାତି ୮ଟା ମଧ୍ୟରେ ଶ୍ରୀ ନିଅରରେ ଗଜପତି ମହାରାଜଙ୍କ ଦ୍ୱାରା ଆଚାର୍ଯ୍ୟ ବରଣ, ଆଙ୍କୁରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୧୩ ଓ ୧୪ ତାରିଖ ଦିନ ଅଙ୍କୁର ପୁଜନ ସହ ଯଜ୍ଞ ଅଧିବାସ କରାଯିବ । ଏହା ପୂର୍ବରୁ ଆଜି ବସିଥିବା ପରିଚାଳନା କମିଟି ବୈଠକ ଏନେଇ ଚୂଡାନ୍ତ ନିଷ୍ପତି ନିଆଯାଇଛି । ନିଳାଦ୍ରୀ ଭକ୍ତ ନିବାସରେ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍ପି, ଶ୍ରୀମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ବୈଠକରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଓ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମ୍ପକରେ ଆଲୋଚନା ହୋଇଛି । ଆସନ୍ତା ୧୭ ତାରିଖରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବ । ଏହାପୂର୍ବରୁ ୧୪ ତାରିଖ ଦିନ ଅଙ୍କୁର ପୁଜନ, ଯଜ୍ଞ ଅଧିବାସ, ମଣ୍ଡଳ ସ୍ଥାପନ, ଧ୍ୱଜାସ୍ଥାପନ ଓ ତୋରଣ ସ୍ଥାପନା କରାଯିବ । ସେହିଭଳି ୧୫ ତାରିଖରେ ଅଖଣ୍ଡ ଦୀପ ସ୍ଥାପନ, ପଂଚ କର୍ମ, ଆଚାର୍ଯ୍ୟଙ୍କ ଦ୍ୱାରା ବ୍ରହ୍ମଣ ବରଣ, ମଣ୍ଡଳ ପୂଜନ, ଶ୍ରୀ ମନ୍ଦିର ଚାରି ଦ୍ୱାରରେ ବେଦ ପରାୟଣ ଓ ଅନଃପ୍ରଦକ୍ଷଣ ପଥରେ ନାମ ସଂକିର୍ତନ କରାଯିବ । ସେହିପତି ୧୬ ତାରିଖରେ ସୂର୍ଯ୍ୟପୂଜା ସହ ଯଥାବିଧି ପୂଜାର୍ଚ୍ଚନା କରାଯିବ । ଏବଂ ୧୭ ତାରିଖରେ ଯଜ୍ଞର ପୂର୍ଣ୍ଣାହୁତି ଦିଆଯିବ । ସେହିଦିନ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଚ୍ଚନାୟକ । ମୁଖ୍ୟମନ୍ତ୍ରୀ ଫଳକ ଉନ୍ମୋଚନ କରିବେ, ଗଜପତି ମହାରାଜ ଯଜ୍ଞରେ ପୂର୍ଣ୍ଣାହୁତି ଦେବେ । ଏଥିପାଇ ସମଙ୍ଗ ବଲ୍ଲଭ ପାର୍କିଂ, ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂ, ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ବିଶାଳ ସଭା ପାଇଁ ପ୍ରଶାସନିକ ଆୟୋଜନ କରାଯାଇଛି । ଏନେଇ ଆଜି ବିସ୍ତୁର୍ତ ଭାବେ ପରିଚାଳନା କମିଟିରେ ଆଲୋଚନା କରାଯାଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ୫୦ ପ୍ଲାଟୁନ୍ରୁ ଅଧିକ ଫୋର୍ସ ଓ ୩୦ରୁ ଅଧିକ ଅଫିସର ମୁତୟନ ହେବେ । ପ୍ରାୟ ୯ଟି କୋଠା ଉପରେ ପୋଲିସ ଫୋର୍ସ ବାଇନାକୁଲାର ଧରି ମୁତୟନ ରହିବେ । ଏହି ଟିମ୍ ସହରର ଆଇନଶୃଙ୍ଖଳା ବ୍ୟବସ୍ଥା ଉପରେ ନଜର ରଖିବେ । ସେହିପରି ସାଦା ପୋଷାକରେ ମଧ୍ୟ ପୋଲିସର ଗୁଇନ୍ଦା ଟିମ୍ ଜନଗହଳି ଅଂଚଳରେ ପଇଁତରା ମାରିବେ ।

The post ସରିଲା ପରିଚାଳନା କମିଟି ବୈଠକ: ଆସନ୍ତାକାଲି ଶ୍ରୀନଅରରେ ଗଜପତି ମହାରାଜାଙ୍କ ଆଚାର୍ଯ୍ୟବରଣ ଓ ଅଙ୍କୁରାରୋପଣ କାର୍ଯ୍ୟକ୍ରମ first appeared on Kanak News.

from Kanak News
via <a href="https://ifttt.com/?

ନିର୍ବାଚନ ନ ହେଉଣୁ ଆତଙ୍କବାଦୀମାନେ ପାକିସ୍ତାନରେ ସରକାର ଗଠନ କରି ସାରିଲେଣି । ଏପରିକି ମନ୍ତ୍ରୀ ମାନଙ୍କ ବିଭାଗ ବଣ୍ଟନ ବି କରି ଦେଇଛନ୍ତି ।

ସଂଗଠନ ଦ୍ୱାରା ପ୍ରକାଶିତ ତାଲିକା ଅନୁଯାୟୀ, ସୂଚନା ଓ ପ୍ରଶାସନ ମନ୍ତ୍ରଣାଳୟର ଦାୟିତ୍ୱ ଚୌଧୁରୀ ମୁନିବୁର ରହମାନଙ୍କୁ ଦିଆଯାଇଛି, ଅର୍ଥ ମନ୍ତ୍ରଣାଳୟର ଦାୟିତ୍ୱ ମେହସୁଦଙ୍କୁ ଦିଆଯାଇଛି । ମୁଜାହିଦ୍ ସାହେବଙ୍କୁ ପ୍ରତିରକ୍ଷା ବିଭାଗ ଦାୟିତ୍ୱ ଦିଆଯାଇଥିବାବେଳେ ମୁଫତି ଆବୁ ମାନସୁର ଅସୀମଙ୍କୁ ରାଜନୈତିକ ବ୍ୟାପାର ମନ୍ତ୍ରଣାଳୟ ଦାୟିତ୍ବ ଦିଆଯାଇଛି ।

ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ତେହେରିକ-ଇ-ତାଲିବାନ ପାକିସ୍ତାନ ତାର ମନ୍ତ୍ରୀ ଓ ରାଜ୍ୟପାଳଙ୍କ ତାଲିକା ପ୍ରକାଶ କରିଛି ।

ଫେବୃଆରୀ ୮ ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଏହା ପୂର୍ବରୁ ଅନେକ ପ୍ରାର୍ଥୀଙ୍କ ଉପରେ ଲଗାତାର ଆକ୍ରମଣ ହେଉଛି ।

ଫେବୃଆରୀ ୮ ରେ ପାକିସ୍ତାନରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଆତଙ୍କବାଦୀ ସଂଗଠନ ତେହେରିକ-ଇ-ତାଲିବାନ ପାକିସ୍ତାନ ୨୦୨୪ ବର୍ଷ ପାଇଁ ଏହାର କ୍ୟାବିନେଟ ଏବଂ ଅନେକ ରାଜ୍ୟପାଳଙ୍କୁ ନିଯୁକ୍ତ କରିଦେଇଛି । ଆତଙ୍କବାଦୀ ସଂଗଠନ ଏହାର ଅଫିସିଆଲ ୱେବସାଇଟରେ ମଧ୍ୟ ଏହି ତାଲିକା ପ୍ରକାଶ କରିଛି । ଆତଙ୍କବାଦୀ ସଂଗଠନ ତେହେରିକ-ଇ-ତାଲିବାନ ପାକିସ୍ତାନ ଦ୍ଵାରା ପ୍ରକାଶିତ ତାଲିକାରେ କୁହାଯାଇଛି ଯେ ୨୦୨୪ ବର୍ଷ ପାଇଁ ଟିଟିପି ତାର ୧୩୦ ଜଣ ନେତା ଏବଂ ଅଧିକାରୀଙ୍କ ନୂତନ ନିଯୁକ୍ତି ଘୋଷଣା କରିଛି । ମୁଫତି ନୁର ୱାଲି ମେହସୁଦଙ୍କୁ ମୁଖ୍ୟ କରାଯାଇଛି । ଏହି ସଂଗଠନ ଏହାର ବରିଷ୍ଠ ଆତଙ୍କବାଦୀ କମାଣ୍ଡର ମୌଲଭି ଆଜମତୁଲ୍ଲା ମେହସୁଦଙ୍କୁ ମାଲାକାଣ୍ଡ ଡିଭିଜନର ରାଜ୍ୟପାଳ କରିଛନ୍ତି । ଯେଉଁଠାରେ ତାଙ୍କର ଆତଙ୍କବାଦୀ କମାଣ୍ଡର ହିଲାଲ ଗାଜୀଙ୍କୁ ପାକିସ୍ତାନର ଉତ୍ତର ପଞ୍ଜାବର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ଏହା ବ୍ୟତୀତ ଅନ୍ୟ ଜଣେ ଆତଙ୍କବାଦୀ କମାଣ୍ଡର ଫରମାନଙ୍କୁ ହଜାରା ଅଞ୍ଚଳର ରାଜ୍ୟପାଳ କରାଯାଇଛି ।

ସଂଗଠନ ଦ୍ୱାରା ପ୍ରକାଶିତ ତାଲିକା ଅନୁଯାୟୀ, ସୂଚନା ଓ ପ୍ରଶାସନ ମନ୍ତ୍ରଣାଳୟର ଦାୟିତ୍ୱ ଚୌଧୁରୀ ମୁନିବୁର ରହମାନଙ୍କୁ ଦିଆଯାଇଛି, ଅର୍ଥ ମନ୍ତ୍ରଣାଳୟର ଦାୟିତ୍ୱ ମେହସୁଦଙ୍କୁ ଦିଆଯାଇଛି। ମୁଜାହିଦ୍ ସାହେବଙ୍କୁ ପ୍ରତିରକ୍ଷା ବିଭାଗ ଦାୟିତ୍ୱ ଦିଆଯାଇଥିବାବେଳେ ମୁଫତି ଆବୁ ମାନସୁର ଅସୀମଙ୍କୁ ରାଜନୈତିକ ବ୍ୟାପାର ମନ୍ତ୍ରଣାଳୟ ଦାୟିତ୍ବ ଦିଆଯାଇଛି । ମୁଫତି ତାରିକ ମେହମୁଦଙ୍କୁ କଲ୍ୟାଣ ଏବଂ ସଂସ୍କାର ମନ୍ତ୍ରଣାଳୟର ଦାୟିତ୍, ମହମ୍ମଦ ସାହେବଙ୍କୁ ଉତ୍ତରଦାୟିତ୍ୱ ମନ୍ତ୍ରଣାଳୟର ଦାୟିତ୍, ହନିଫ ଫାରୁକିଙ୍କୁ ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍। ଦିଆଯାଇଛି ।

ତେହେରିକ୍-ଇ-ତାଲିବାନ ପାକିସ୍ତାନ ଆତଙ୍କବାଦୀ ସଂଗଠନ ସମଗ୍ର ପାକିସ୍ତାନକୁ ଆଫଗାନିସ୍ତାନର ତାଲିବାନ ଅଧୀନରେ ନିଜ ରାଜ୍ୟ ଭାବରେ ବିବେଚନା କରେ ଏବଂ ଏହା କ୍ରମାଗତ ଭାବରେ ଏହାର ମନ୍ତ୍ରୀ ତଥା ରାଜ୍ୟପାଳଙ୍କୁ ନିଜ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ନିଯୁକ୍ତ କରେ । ଆହୁରି ମଧ୍ୟ ଅନେକ କ୍ଷେତ୍ରରେ ସର୍ବୋଚ୍ଚତା ସଂଗ୍ରାମରେ ଏହାର ଆତଙ୍କବାଦୀମାନେ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଏବଂ ସୁରକ୍ଷା ବାହିନୀକୁ ପରାସ୍ତ କରିଛନ୍ତି । ଏହି କାରଣରୁ ଅନେକ କ୍ଷେତ୍ରରେ ଏହି ସଂଗଠନର ସର୍ବୋଚ୍ଚତା ଜାରି ରହିଛି ।

ଏହା ବ୍ୟତୀତ ଅଜଣା ଆକ୍ରମଣକାରୀମାନେ ଗତ ୧୨ ଘଣ୍ଟା ମଧ୍ୟରେ ଜଣେ ନିର୍ବାଚନ ପ୍ରାର୍ଥୀ ଏବଂ ତାଙ୍କର ଦୁଇ ଅଙ୍ଗରକ୍ଷୀଙ୍କୁ ଗୁଳି କରି ହତ୍ୟା କରିଥିଲେ । ଅନ୍ୟ ଜଣେ ନିର୍ବାଚନ ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀଙ୍କୁ ସାଂଘାତିକ ଆକ୍ରମଣ କରାଯାଇଥିବା ବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହା ବ୍ୟତୀତ ଅନେକ ନିର୍ବାଚନ ପ୍ରାର୍ଥୀଙ୍କୁ ମୃତ୍ୟୁ ଧମକ ଦିଆଯାଇଛି । ଫେବୃଆରୀ ୮ ରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ଆହୁରି ଅନେକ ଆକ୍ରମଣ ହେବାର ସମ୍ଭାବନା ଅଛି । ବୁଧବାର ଦିନ ପାକିସ୍ତାନର ଉତ୍ତର ୱାଜିରିସ୍ତାନ ଆଦିବାସୀ ଜିଲ୍ଲାର ନିର୍ବାଚନ ପ୍ରାର୍ଥୀ ମଲିକ କାଲିମ ଡାବରଙ୍କୁ ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ୱାରା ଗୁଳି କରି ହତ୍ୟା କରାଯାଇଛି । ତାଙ୍କ ସହିତ ଏହି ଆକ୍ରମଣରେ ତାଙ୍କର ଦୁଇ ସଶସ୍ତ୍ର ଅଙ୍ଗରକ୍ଷୀ ମଧ୍ୟ ପ୍ରାଣ ହରାଇଥିଲେ। ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ଵାରା ଏହି ଆକ୍ରମଣ କରାଯାଇଥିଲା ଯେତେବେଳେ ମଲିକ କାଲିମ ଡାବୁର ତାଙ୍କ ନିର୍ବାଚନ ପ୍ରଚାର ପାଇଁ ଘରେ ଘରେ ବୁଲି ପ୍ରଚାର କରୁଥିଲେ ।

The post ନିର୍ବାଚନ ନ ହେଉଣୁ ଆତଙ୍କବାଦୀମାନେ ପାକିସ୍ତାନରେ ସରକାର ଗଠନ କରି ସାରିଲେଣି । ଏପରିକି ମନ୍ତ୍ରୀ ମାନଙ୍କ ବିଭାଗ ବଣ୍ଟନ ବି କରି ଦେଇଛନ୍ତି । first appeared on Kanak News.

from Kanak News
via <a href="https://ifttt.com/?

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ, ଓଡ଼ିଆ ଭାଷାକୁ ନେଇ ମତ ବିନିମୟ ପାଇଁ ସମ୍ମିଳନୀ ସାଜିବ ସୁନ୍ଦର ମଞ୍ଚ ।

କନକ ବ୍ୟୁରୋ : ଉନ୍ମୋଚିତ ହୋଇଛି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଲୋଗୋ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉନ୍ମୋଚିତ କରିଛନ୍ତି । ଯାହାର ଟ୍ୟାଗଲାଇନ ରହିଛି ଭାଷା ହିଁ ଭବିଷ୍ୟତ । ଏହି ଲୋଗୋ ଉନ୍ମୋଚନ ସହ ମୁଖ୍ୟମନ୍ତ୍ରୀ ଭାଷା ସମ୍ମିଳନୀର ବିପୁଳ ସଫଳତା କାମନା କରିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ବୁଦ୍ଧିଜୀବୀ, ଗବେଷକ, ବିଦ୍ୱାନ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମତ ବିନିମୟ ପାଇଁ ଏହି ସମ୍ମିଳନୀ ସୁନ୍ଦର ମଞ୍ଚ ଭାବେ କାର୍ଯ୍ୟ କରିବ । ଆଧୁନିକ ଭାରତବର୍ଷରେ ଓଡ଼ିଶା ହେଉଛି ପ୍ରଥମ ଭାଷାଭିତ୍ତିକ ରାଜ୍ୟ । ଓଡ଼ିଆ ଭାଷା ଅନ୍ୟତମ ଶାସ୍ତ୍ରୀୟ ଭଷାର ମାନ୍ୟତା ଲାଭକରି ଆମ ମାଟି ଏବଂ ଭାଷାର ଗୌରବ ବୃଦ୍ଧି କରିଛି । ଓଡ଼ିଆ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଉପରେ ବିସ୍ତୃତ ଆଲୋଚନା ସହିତ ଏହାର ପ୍ରଚାର-ପ୍ରସାର ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ ନିମନ୍ତେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ କରାଯାଇଛି ବୋଲି କହିଛନ୍ତି ନବୀନ ।

ଏକ ସ୍ୱତନ୍ତ୍ର ଐତିହ୍ୟର ଶକ୍ତିଶାଳୀ ବାହକ ଭାବରେ ଆମ ଭବିଷ୍ୟତ ପିଢ଼ିଙ୍କ ପାଖରେ କିପରି ଓଡ଼ିଆ ଭାଷାର ଆଦର ବଢ଼ିବ ଏବଂ ଆଧୁନିକ ଜ୍ଞାନକୌଶଳ ଜରିଆରେ ଆମ ଭାଷା କିପରି ଆଗକୁ ବଢ଼ିପାରିବ ସେ ସମ୍ପର୍କରେ ବିଚାର- ବିମର୍ଷ କରି ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି କହିଛନ୍ତି ନବୀନ । ଆସନ୍ତା ଫେବ୍ରୁଆରୀ ୩ରୁ ୫ ତାରିଖ ପର୍ଯ୍ୟନ୍ତ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ ହେବ ।

The post ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ, ଓଡ଼ିଆ ଭାଷାକୁ ନେଇ ମତ ବିନିମୟ ପାଇଁ ସମ୍ମିଳନୀ ସାଜିବ ସୁନ୍ଦର ମଞ୍ଚ । first appeared on Kanak News.

from Kanak News
via <a href="https://ifttt.com/?

ଭୋଟରଙ୍କୁ ସଚେତନ କରାଇବା ପାଇଁ ଜୟପୁରରେ ଗାଁ ଗାଁ ବୁଲୁଛି ଇଭିଏମ । ନୂଆ ଭୋଟର କେମିତି ଭୋଟ୍ ଦେବେ ଦିଆଯାଉଛି ଶିକ୍ଷା

କନକ ବ୍ୟୁରୋ : ଭୋଟରଙ୍କୁ ସଚେତନ କରାଇବା ପାଇଁ ଜୟପୁରରେ ଗାଁ ଗାଁ ବୁଲୁଛି ଇଭିଏମ । ନୂଆ ଭୋଟର କେମିତି ଭୋଟ୍ ଦେବେ ଦିଆଯାଉଛି ଶିକ୍ଷା । ଭିଡ଼ ଜମିବା ସହ ବଟମ ଦବାଇ ନିକଟରୁ ଭୋଟ୍ ଦାନ ସମ୍ପର୍କରେ ଜ୍ଞାନ ଆହରୋଣ କରୁଛନ୍ତି ଭୋଟର ।

ଇଭିଏମ ମେସିନକୁ ନେଇ ରାଜନୈତିକ ଦଳ ଠାରୁ ଭୋଟରଙ୍କ ପର୍ଯ୍ୟନ୍ତ ଏହାର କାର୍ଯ୍ୟକାରିତାକୁ ନେଇ ଅନେକ ପ୍ରଶ୍ନବାଚି ସୃଷ୍ଟି କରୁଥିବା ବେଳେ ଏହାର ଉତର ଦେବାକୁ ଯାଇ ନିର୍ବାଚନ କମିସନର ଏବେ ଏହି ମେସିନକୁ ନେଇ ଭୋଟରଙ୍କ ପାଖରେ ପହଞ୍ଚି ସଚେତନ କରୁଛନ୍ତି । ଗାଁରେ ଏହି ମେସିନକୁ ଦେଖିବାକୁ ଭିଡ଼ ଜମୁଛି ।

The post ଭୋଟରଙ୍କୁ ସଚେତନ କରାଇବା ପାଇଁ ଜୟପୁରରେ ଗାଁ ଗାଁ ବୁଲୁଛି ଇଭିଏମ । ନୂଆ ଭୋଟର କେମିତି ଭୋଟ୍ ଦେବେ ଦିଆଯାଉଛି ଶିକ୍ଷା first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started