ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା । ଡିସେମ୍ବର ମାସରେ କରୋନା ସଂକ୍ରମଣରେ ବିଶ୍ୱରେ ୧୦ ହଜାର ଲୋକଙ୍କର ମୃତ୍ୟୁ

କନକ ବ୍ୟୁରୋ : କରୋନା ସଂକ୍ରମଣ ସାରା ବିଶ୍ୱରେ ପୁଣି ବ୍ୟାପିବାରେ ଲାଗିଛି । ବିଶେଷ ଭାବେ କରୋନାର ନୂଆ ଭାରିଆଣ୍ଟ କାରଣରୁ ଅନେକ ଦେଶର ସ୍ଥିତି ଏବେ ବେହାଲ ହୋଇପଡିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ମୁତାବକ ସିଂଗାପୁର ଓ ଆମେରିକାରେ ସଂକ୍ରମଣର ଆଉ ଏକ ଲହରୀ ଆସିପାରେ । ଭାରତରେ ମଧ୍ୟ କରୋନା ସଂକ୍ରମଣ  ୪୦-୫୦ ଦିନ ମଧ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି ।

ସଂଯୁକ୍ତ ରାଷ୍ଟ୍ର ସ୍ୱାସ୍ଥ୍ୟ ଏଜେନ୍ସିର ମୁଖ୍ୟ କହିଛନ୍ତି କି, ଡିସେମ୍ବର ମାସରେ ବଡଦିନ ଓ ନୂଆବର୍ଷ ପାଳନ କରିବାକୁ ବିଭିନ୍ନ ସ୍ଥାନରେ ଲୋକମାନେ ଏକାଠି ହେବା କାରଣରୁ ବିଶ୍ୱରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଦେଶକ କହିଛନ୍ତି କି ଡିସେମ୍ବର ମାସରେ କରୋନା ସଂକ୍ରମଣରେ ବିଶ୍ୱରେ ୧୦ ହଜାର ଲୋକଙ୍କର ମୃତ୍ୟୁ ହୋଇଛି । ପାଖାପାଖି ୫୦ ଟି ଦେଶର ତଥ୍ୟର ଏହି ସୂଚନା ମିଳିଛି । ଏହାସହ କରୋନା ସଂକ୍ରମଣରେ ଚିକିତ୍ସିତ ହେଉଥିବା ଲୋକଙ୍କ ସଂଖ୍ୟା ୪୨ ପ୍ରତିଶତ ବୃଦ୍ଧି ପାଇଛି । ୟୁରୋପୀୟ ଦେଶଗୁଡିକରେ କରୋନା ସଂକ୍ରମଣ ପାଇଁ ପରିସ୍ଥିତି ବିଗିଡିବାରେ ଲାଗିଛି ।

କରୋନା ସଂକ୍ରମଣ ମାମଲାରେ ଭାରତରେ ମଧ୍ୟ ବୃଦ୍ଧି ପାଇଛି । ଗତ ୧ ସପ୍ତାହର ପରିସଂଖ୍ୟାନକୁ ଦେଖିଲେ ଦୈନିକ ୫୦୦ ରୁ ୬୦୦ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ସୂଚନା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୦୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି କରୋନା ସଂକ୍ରମଣରେ ଦେଶରେ ଦୈନିକ ୫-୬ ଜଣ ଲୋକଙ୍କର ମୃତ୍ୟୁ ହେଉଛି ।

The post ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା । ଡିସେମ୍ବର ମାସରେ କରୋନା ସଂକ୍ରମଣରେ ବିଶ୍ୱରେ ୧୦ ହଜାର ଲୋକଙ୍କର ମୃତ୍ୟୁ first appeared on Kanak News.

from Kanak News
via <a href="https://ifttt.com/?

ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଆରମ୍ଭ ହେବ ବିଶାଳ ‘ରାମ ନାମ ମହାଯଜ୍ଞ’ । ନେପାଳରୁ ଆସିବେ ୨୧ ହଜାର ପୂଜାରୀ । ପୂଜା ପାଇବେ ୧୦୦୮ ଶିବଲିଙ୍ଗ ।

କନକ ବ୍ୟୁରୋ: ଆସନ୍ତା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ହେବାକୁ ଯାଉଛି ଭବ୍ୟ ରାମ ମନ୍ଦିରର ଉଦଘାଟନ । ଏଥିପାଇଁ ସବୁଠି ଚାଲିଛି ପ୍ରସ୍ତୁତି । ତେବେ ଏହି ସମାରୋହ ପୂର୍ବରୁ ଜାନୁଆରୀ ୧୪ ତାରିଖରେ ସରାୟୁ ନଦୀ ତଟରେ ଆରମ୍ଭ ହେବ ବିଶାଳ ରାମ ନାମ ମହାଯଜ୍ଞ । ଜାନୁଆରୀ ୧୪ ତାରିଖରୁ ଆରମ୍ଭ ହେଇ ଏହି ମହାଯଜ୍ଞ ଜାନୁଆରୀ ୨୫ ତାରିଖ ଯାଏଁ ଚାଲିବ । ଯେଉଁଥିରେ କି ୨୧ ହଜାର ପୂଜାରୀ ଯୋଗଦେବେ ।

ସରାୟୁ ନଦୀ ତଟରେ ୧୦୦୮ ଶିବଲିଙ୍ଗର ସ୍ଥାପନା କରାଯିବ । ଆଉ ଏହାପରେ ମହାଯଜ୍ଞର ଆରମ୍ଭ କରାଯିବ । ମହାଯଜ୍ଞକୁ ସଞ୍ଚାନ କରିବାକୁ ନେପାଳରୁ ୨୧ ହଜାର ପୂଜାରୀ ଅଯୋଧ୍ୟାରେ ପହଞ୍ଚିବେ । ଯେଉଁଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହେଇସାରିଛି । ଅଯୋଧ୍ୟା ରାମ ମନ୍ଦିର ଠାରୁ ୨ କିଲୋମିଟର ଦୂରରେ ଭବ୍ୟ ଯଜ୍ଞ ବେଦୀର ମଧ୍ୟ ନିର୍ମାଣ ସରିଛି ।

ରାମ ମନ୍ଦିର ଠାରୁ ଅଳ୍ପ କିଛି ଦୂରରେ ୧୦୦ ଏକର ଜମିରେ ଏହି ଯଜ୍ଞବେଦୀର ନିର୍ମାଣ କରାଯାଇଛି । ମହାଯଜ୍ଞର ଆୟୋଜନ ଆତ୍ମାନନ୍ଦ ଦାସ ମହାତ୍ୟାଗୀ ଅର୍ଥାତ ନେପାଳୀ ବାବାଙ୍କ ଦ୍ୱାରା କରାଯିବ । ତାଙ୍କ କହିବା ମୁତାବକ, ପ୍ରତିବର୍ଷ ମକର ସଂକ୍ରାନ୍ତି ଅବସରରେ ଏହା କରାଯାଇଥାଏ, ହେଲେ ଚଳିତ ବର୍ଷ ରାମ ମନ୍ଦିର ପ୍ରତିଷ୍ଠା ସମାରୋହ ପାଇଁ ଏହା ଆୟୋଜନ କରାଯାଉଛି ।

ସୂଚନା ମୁତାବକ, ଏଠାରେ ୫୦ ହଜାର ଭକ୍ତଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ତା ସହିତ ପ୍ରତିଦିନ ୧ ଲକ୍ଷ ଭକ୍ତଙ୍କୁ ଏଠାରେ ପ୍ରସାଦ ବଣ୍ଟନ କରାଯିବ । ମହାଯଜ୍ଞ ସମାପ୍ତ ହେବା ପରେ ୧୦୦୮ ଶିବଲିଙ୍ଗକୁ ସରାୟୁ ନଦୀରେ ବିସର୍ଜନ କରାଯିବ ବୋଲି ସୂଚନା ମିଳିଛି ।

  • ଜାନୁଆରୀ ୧୭ରୁ ୨୫ ତାରିଖ ପର୍ଯ୍ୟନ୍ତ ହେବ ରାମ ନାମ ମହାଯଜ୍ଞ
  • ପ୍ରତିଦିନ ୧୦୦୮ ଶିବଲିଙ୍ଗର ପଞ୍ଚାମୃତରେ ହେବ ଅଭିଷେକ
  • ଯଜ୍ଞର ସଞ୍ଚାଳନ କରିିବେ ୨୧ ହଜାର ପୂଜାରୀ
  • ମହାଯଜ୍ଞ ଶେଷ ହେବା ପରେ ସରାୟୁ ନଦୀରେ ବିସର୍ଜନ ହେବ ଶିବଲିଙ୍ଗ

The post ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଆରମ୍ଭ ହେବ ବିଶାଳ ‘ରାମ ନାମ ମହାଯଜ୍ଞ’ । ନେପାଳରୁ ଆସିବେ ୨୧ ହଜାର ପୂଜାରୀ । ପୂଜା ପାଇବେ ୧୦୦୮ ଶିବଲିଙ୍ଗ । first appeared on Kanak News.

from Kanak News
via <a href="https://ifttt.com/?

ଓଡିଶା ସୀମାନ୍ତ ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ବର୍ବରକାଣ୍ଡ । ପୁଲିସ ଇନଫର୍ମର ସନ୍ଦେହରେ ପୁରୁଣା ସାଥୀକୁ ଗୁଳି କରି ହତ୍ୟା

କନକ ବ୍ୟୁରୋ : ପୁରୁଣା ସାଥୀଙ୍କୁ ଗୁଳି କରି ହତ୍ୟା କଲେ ମାଓବାଦୀ । ପୋଲିସ ଇନଫର୍ମର ଅଭିଯୋଗରେ ରାଉରକେଲା ଓଡିଶା ଝାଡଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲର ସମଥା ଗାଁରେ ମାଓବାଦୀଙ୍କ ବର୍ବରକାଣ୍ଡ । ନକ୍ସଲ ସଂଗଠନ ସିପିଆଇ ମାଓବାଦୀ ପଶ୍ଚିମ ସିଂହଭୂମୀ ଏହି ବର୍ବରକାଣ୍ଡ କରିଥିବା ସୂଚନା ମିଳିଛି । ସରଣ୍ଡା ଜଙ୍ଗଲ ଅନ୍ତର୍ଗତ ସମଥା ଗାଁର ନେଲସନ ଭେଙ୍ଗ୍ରାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଭେଙ୍ଗ୍ରାଙ୍କ ମୃତଦେହ ନିକଟରେ ଏକ ଲିଫଲେଟ ମଧ୍ୟ ଛାଡି ଯାଇଛନ୍ତି । ଯେଉଁଥିରେ ନେଲସନ ପୋଲିସ ଏସପିଓ ଭାବେ କାମ କରୁଥିବା ଅଭିଯୋଗ ଆଣି ମୃତ୍ୟୁ ଦଣ୍ଡ ଦିଆଯାଇଥିବା ଉଲ୍ଲେଖ ରହିଛି । ଗତ ମଙ୍ଗଳବାର ରାତି ୧୦ଟା ବେଳେ ନେଲସନ ଭେଙ୍ଗ୍ରାଙ୍କୁ ଘରୁ ଟାଣି ଆଣି ନିସ୍ତୁକ ମାଡ ମାରିବା ସହ ଘର ବାହାରେ ୩ଟି ଗୁଳି କରି ହତ୍ୟା କରିଥିଲେ । ଏହାପରେ ନେଲସନଙ୍କ ମୋବାଇଲ ଓ ଅନ୍ୟାନ୍ୟ ଜିନିଷପତ୍ରକୁ ପୋଡି ଦେଇଛନ୍ତି । ମୃତକ ଦୀର୍ଘ ଦିନ ମାଓବାଦୀ ସଂଗଠନରେ ସକ୍ରିୟ ଥିଲେ । କିନ୍ତୁ ୨୦୨୩ ମସିହା ମେ ୧୭ରେ ନେଲସନଙ୍କୁ ରାଉକରେଲା ପୋଲିସ ଗିରଫ କରିଥିଲା । ଦୁଇ ମାସ ପୂର୍ବେ ଜେଲରୁ ମୁକ୍ତ ହୋଇ ଜାରାଇକେଲା ଥାନା ଅନ୍ତର୍ଗତ ପୈତୃକ ଗ୍ରାମ ସମଥାରେ ରହୁଥିଲେ । ଅନ୍ୟପଟେ ପରିବାର ଲୋକେ କହିଛନ୍ତି ଯେ ନେଲସନ ଜେଲରୁ ମୁକୁଳିବା ପରେ ନକ୍ସଲ ସଂଗଠନ ଛାଡିଦେଇଥିଲେ । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ସାଧାରଣ ଜୀବନ ବଂଚିବାକୁ ଚାହୁଁଥିଲେ ।

The post ଓଡିଶା ସୀମାନ୍ତ ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ବର୍ବରକାଣ୍ଡ । ପୁଲିସ ଇନଫର୍ମର ସନ୍ଦେହରେ ପୁରୁଣା ସାଥୀକୁ ଗୁଳି କରି ହତ୍ୟା first appeared on Kanak News.

from Kanak News
via <a href="https://ifttt.com/?

ଆଜି ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ପରିଚାଳନା କମିଟି ବୈଠକ, ପ୍ରକଳ୍ପ ଲୋକାର୍ପଣ ଓ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସଂପର୍କରେ ଆଲୋଚନା

କନକ ବ୍ୟୁରୋ : ଆଜି ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଆସନ୍ତାକାଲି ଏହାର ସୌନ୍ଦର୍ଯ୍ୟ ଦେଖିବ ଦୁନିଆ । ଏହା ପୂର୍ବରୁ ଆଜି ବସିଛି ପରିଚାଳନା କମିଟି ବୈଠକ । ନିଳାଦ୍ରୀ ଭକ୍ତ ନିବାସରେ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଅଛନ୍ତି । ବୈଠକରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଓ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମ୍ପକରେ ଆଲୋଚନା ହେଉଛି । ଆସନ୍ତା ୧୭ ତାରିଖରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବ । ସମଙ୍ଗ ବଲ୍ଲଭ ପାର୍କିଂ, ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂ, ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ବିଶାଳ ସଭା ପାଇଁ ପ୍ରଶାସନିକ ଆୟୋଜନ କରାଯାଇଛି । ଏଥିପାଇଁ ରାଜ୍ୟ ବାହାର କମ୍ପାନୀକୁ ଜର୍ମାନ ହ୍ୟାଙ୍ଗର ଶିବିର ନିର୍ମାଣ ଦାୟିତ୍ୱ ଦିଆଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୬୦ଟି ବସ୍ରେ ଲୋକଙ୍କୁ କାର୍ଯ୍ୟକ୍ରମକୁ ଅଣାଯିବ । କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ସହ ହେଲିପ୍ୟାଡ୍ ମଧ୍ୟ ପ୍ରସ୍ତୁତ କରାଯାଇଛି । ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସହ ବିଭିନ୍ନ ପ୍ରକଳ୍ପ ଉଦଘାଟନ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ୫୦ ପ୍ଲାଟୁନ୍ରୁ ଅଧିକ ଫୋର୍ସ ଓ ୩୦ରୁ ଅଧିକ ଅଫିସର ମୁତୟନ ହେବେ । ପ୍ରାୟ ୯ଟି କୋଠା ଉପରେ ପୋଲିସ ଫୋର୍ସ ବାଇନାକୁଲାର ଧରି ମୁତୟନ ରହିବେ । ଏହି ଟିମ୍ ସହରର ଆଇନଶୃଙ୍ଖଳା ବ୍ୟବସ୍ଥା ଉପରେ ନଜର ରଖିବେ । ସେହିପରି ସାଦା ପୋଷାକରେ ମଧ୍ୟ ପୋଲିସର ଗୁଇନ୍ଦା ଟିମ୍ ଜନଗହଳି ଅଂଚଳରେ ପଇଁତରା ମାରିବେ ।

The post ଆଜି ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ପରିଚାଳନା କମିଟି ବୈଠକ, ପ୍ରକଳ୍ପ ଲୋକାର୍ପଣ ଓ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସଂପର୍କରେ ଆଲୋଚନା first appeared on Kanak News.

from Kanak News
via <a href="https://ifttt.com/?

ବ୍ୟବସାୟିକ ଶତ୍ରୁତାରୁ ଗଣ୍ଡଗୋଳ ନୂଆପଡା ଖଡିଆଳରେ ଦୁଇ ସୁନା ଦୋକାନୀଙ୍କ ମଧ୍ୟରେ ଏସିଡ ଆକ୍ରମଣ

କନକ ବ୍ୟୁରୋ : ଗୋଷ୍ଠୀ ସଂଘର୍ଷରୁ ଏସିଡ ମାଡ଼ । ନୂଆପଡ଼ା ଖଡ଼ିଆଳ ଥାନା ଡୁଆଝର ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଏସିଡ଼ ମାଡ଼ରେ ଉଭୟ ପକ୍ଷର ୫ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଖଡିଆଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ନୂଆପଡ଼ା ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ଆହତ ମାନେ ହେଲେ ମନିଜର ସରାଫ ଓ ତାଙ୍କ ଦୁଇ ପୁଅ ବିଜୟ ଓ ଧନଞ୍ଜୟ । ସେହିପରି ଅନ୍ୟ ଏକ ଗୋଷ୍ଠୀର ଘନଶ୍ୟାମ ସରାଫ ଓ ତାଙ୍କ ସ୍ତ୍ରୀ ସନ୍ତୋଷୀ ସରାଫ ମଧ୍ୟ ଆହତ ହୋଇଛନ୍ତି । ଉଭୟ ପରିବାର ସୁନା ଅଳଙ୍କାର ତିଆରି କାମ କରନ୍ତି । ଅନ୍ୟ ଏକ ଗାଁରେ ଅଳଙ୍କାର ତିଆରି ଦୋକାନକୁ ନେଇ ଦୁଇ ପରିବାର ମଧ୍ୟରେ ଝଗଡ଼ା ହୋଇଥିଲା । ପରସ୍ପରକୁ ଏସିଡ଼ ଫିଙ୍ଗି ଆକ୍ରମଣ କରିଥିଲେ । ପରିବାର ଲୋକ ସେମାନଙ୍କୁ ପ୍ରଥମେ ଖଡିଆଳ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ନୂଆପଡ଼ା ମୁଖ୍ୟ ଚିକିତ୍ସା କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି ।

The post ବ୍ୟବସାୟିକ ଶତ୍ରୁତାରୁ ଗଣ୍ଡଗୋଳ ନୂଆପଡା ଖଡିଆଳରେ ଦୁଇ ସୁନା ଦୋକାନୀଙ୍କ ମଧ୍ୟରେ ଏସିଡ ଆକ୍ରମଣ first appeared on Kanak News.

from Kanak News
via <a href="https://ifttt.com/?

ଭାରତ-ମାଳଦ୍ୱୀପ ବିବାଦକୁ ନେଇ ମାଳଦ୍ୱୀପର ପୂର୍ବତନ ଉପ-ରାଷ୍ଟ୍ରପତିଙ୍କ ପ୍ରତିକ୍ରିୟା । କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇ କହିଲେ, ଭାରତ କରିଛି ବହୁ ସହଯୋଗ

କନକ ବ୍ୟୁରୋ : ଭାରତ- ମାଳଦ୍ୱୀପ ବୈଠକ ଭିତରେ ପ୍ରତିକ୍ରିୟା ଦେଇଛନ୍ତି ମାଳଦ୍ୱୀପର ପୂର୍ବତନ ଉପ-ରାଷ୍ଟ୍ରପତି ଅହମ୍ମଦ ଆଦିଭ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରି ଅହମ୍ମଦ ଆଦିଭ୍ କହିଛନ୍ତି, ଭାରତ ସବୁବେଳେ ମାଳଦ୍ୱୀପକୁ ସହଯୋଗ କରିଥାଏ । କରୋନା ସମୟରେ ଭାରତ ଠାରୁ ଅନେକ ସହାୟତା ପାଇଛି ଆମ ଦେଶ । ମାଗଣା ଭ୍ୟାକସିନ୍, ଔଷଧ ଯୋଗାଇଛନ୍ତି ମୋଦୀ ସରକାର । ଆଉ ନୂଆ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଏଭଳି ଭାରତ ବିରୋଧୀ ପଦକ୍ଷେପ ଆଦୌ ଠିକ୍ ନୁହେଁ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଏଭଳି ବିବାଦୀୟ ବୟାନ ଦେବା ବି ଉଚିତ୍ ନୁହେଁ ବୋଲି କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ମାଳଦ୍ୱୀପର ପୂର୍ବତନ ଉପ-ରାଷ୍ଟ୍ରପତି ଅହମ୍ମଦ ଆଦିଭ୍ ।

ଦିନକୁ ଦିନ ଭାରତ –ମାଳଦ୍ୱୀପ ବିବାଦ ଘନେଇବାରେ ଲାଗିଛି । ଚୀନ ଗସ୍ତରେ ଥିବା ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଭାରତ ସରକାରଙ୍କୁ ନେଇ ଦେଇଛନ୍ତି ବିବାଦୀୟ ବୟାନ । ନୂଆଦିଲ୍ଲୀ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ମୁଇଜୁ କହିଛନ୍ତି, ଭାରତ, ମାଳଦ୍ୱୀପରେ ଅଧିକ ହସ୍ତକ୍ଷେପ କରୁଛି । ଭାରତର ହସ୍ତକ୍ଷେପ ମାଳଦ୍ୱୀପର ସାର୍ବଭୌମତ୍ୱ ପାଇଁ ବିବଦ ବୋଲି କହିଛନ୍ତି ମୁଇଜୁ । କେବଳ ସେତିକି ନୁହେଁ ନିଜ ଦେଶର ବିକାଶ ପାଇଁ ଚୀନ ଆଗରେ ହାତ ପତାଇଛନ୍ତି ମୁଇଜୁ । ଚୀନ ସହ ୨୦ଟି ଚୁକ୍ତି ସ୍ୱାକ୍ଷର କରିଛନ୍ତି ମୁଇଜୁ । ପ୍ରଥମରୁ ଭାରତ ବିରୋଧୀ ଚିନ୍ତାଧାରା ରହିଛି ମାଳଦ୍ୱୀପର ନୂଆ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କର । ତାଙ୍କ ନିର୍ବାଚନୀ କ୍ୟାମ୍ପେନରେ ଇଣ୍ଡିଆ ଆଉଟର ନାରା ଦେଇଥିଲେ ମୁଇଜୁ ।

କେବଳ ସେତିକି ନୁହେଁ ସତ୍ତାକୁ ଆସିବା ପରେ ଭାରତୀୟ ସେନାକୁ ବାହାରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଇଜୁ । ଯେବେ କି ମାଳଦ୍ୱୀପ ବର୍ଷ ବର୍ଷ ଧରି ଭାରତୀୟ ନୌସେନା ଉପରେ ନିର୍ଭର କରେ । ମାଳଦ୍ୱୀପର ନାହିଁ ନିଜସ୍ୱ ନୌବାହିନୀ । ମାଳଦ୍ୱୀପରେ ନୂଆ ସରକାର ହେବା ପରେ ନୂଆ ରାଷ୍ଟ୍ରପତିଙ୍କ ପ୍ରଥମ ଗସ୍ତ ଭାରତ ବୋଲି ପରମ୍ପରା ବହୁ ଦିନରୁ ରହିଆସିଛି । ହେଲେ ଏହି ପରମ୍ପରାକୁ ଭାଙ୍ଗି ମୁଇଜୁ ପ୍ରଥମେ ଚୀନ୍ ଗସ୍ତ କରିଥିଲେ । ଏଥିସହ ତାଙ୍କର ଦୁଇ ମନ୍ତ୍ରୀ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଳଦ୍ୱୀପ ଗସ୍ତ ନେଇ ବିବାଦୀୟ ବୟାନ ଦେଇଥିଲେ । ଏହାପର ଠାରୁ ଲାଗି ରହିଛି ଇଣ୍ଡିଆ – ମାଳଦ୍ୱୀପ ବିବାଦ ।

The post ଭାରତ-ମାଳଦ୍ୱୀପ ବିବାଦକୁ ନେଇ ମାଳଦ୍ୱୀପର ପୂର୍ବତନ ଉପ-ରାଷ୍ଟ୍ରପତିଙ୍କ ପ୍ରତିକ୍ରିୟା । କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇ କହିଲେ, ଭାରତ କରିଛି ବହୁ ସହଯୋଗ first appeared on Kanak News.

from Kanak News
via <a href="https://ifttt.com/?

ବୁର୍ଲା ମେଡିକାଲରୁ ଡିସଚାର୍ଜ ହେବ ବିଜୟିନୀ । ନିଜ ହେପାଜତକୁ ନେବ ପ୍ରଶାସନ

କନକ ବ୍ୟୁରୋ : ବୁର୍ଲା ମେଡିକାଲରୁ ଡିସଚାର୍ଜ ହେବ ସମ୍ବଲପୁର ଲାରିପାଲି ବୋରୱେଲ ଭିତରୁ ଉଦ୍ଧାର ହୋଇ ଚିକିତ୍ସିତ ହେଉଥିବା ଶିଶୁ ବିଜୟିନୀ । ବିଜୟିନୀଙ୍କୁ ପ୍ରଶାସନ ନିଜ ହେପାଜତକୁ ନେବ । ୩ ମାସ ପର୍ଯ୍ୟନ୍ତ ବିଜୟିନୀ ଛଚାନପାଲିରେ ଥିବା ବାଲ ନିକେତନରେ ରହିବ । ଏନେଇ ସୂଚନା ଦେଇଛନ୍ତି ଭୀମସାର କତୃପକ୍ଷ ।
୧୧ ଦିନ ଧରି ବୁର୍ଲା ମେଡ଼ିକାଲରେ ଚିକିତ୍ସିତ ହେଉଥିବା ବିଜୟିନୀ । ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ବିଜୟିନୀଙ୍କ ଚିକିତ୍ସା କରୁଥିଲେ । ଏବେ ପିଲାଟି ସୁସ୍ଥ ଥିବାବେଳେ ତାର ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ହୋଇଛି । ଶିଶୁର ଓଜନ ବୃଦ୍ଧି ପାଉଛି । ଡିସେମ୍ବର ୧୨ ତାରିଖରେ ପିଲାଟି ଲାରିପାଲି ଜଙ୍ଗଲରେ ଥିବା ଏକ ବୋରୱେଲ ଭିତରୁ ଉଦ୍ଧାର ହୋଇଥିଲା । ଅଗ୍ନିଶମ ବିଭାଗ ଓ ପୁଲିସ ଉଦ୍ଧାର କରିଥିଲେ ।

The post ବୁର୍ଲା ମେଡିକାଲରୁ ଡିସଚାର୍ଜ ହେବ ବିଜୟିନୀ । ନିଜ ହେପାଜତକୁ ନେବ ପ୍ରଶାସନ first appeared on Kanak News.

from Kanak News
via <a href="https://ifttt.com/?

ଜାନୁଆରୀ ୩୧ରୁ ଆରମ୍ଭ ହେବ ବଜେଟ୍ ଅଧିବେଶନ! ଫେବ୍ରୁଆରୀ ୧ରେ ଆସିବ ଅନ୍ତରୀଣ ବଜେଟ୍ । ମହିଳା ଓ ଚାଷୀଙ୍କୁ କରାଯାଇପାରେ ଫୋକସ୍ ।

କନକ ବ୍ୟୁରୋ: ଜାନୁଆରୀ ୩୧ରୁ ବସିବ ସଂସଦର ବଜେଟ୍ ଅଧିବେଶନ । ଯାହାକି ଜାନୁଆରୀ ଶେଷ ତାରିଖରୁ ଆରମ୍ଭ ହେଇ ଫେବ୍ରୁଆରୀ ୯ ତାରିଖ ଯାଏଁ ଚାଲିବ । ତେବେ ମୋଦୀ ସରକାରର ଦ୍ୱିତୀୟ କାର୍ଯ୍ୟକାଳର ଏହା ଶେଷ ବଜେଟ୍ ଅଧିବେଶନ ହେବାକୁ ଯାଉଛି । ତେବେ ଜାନୁଆରୀ ୩୧ ତାରିଖରେ ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ, ଫେବ୍ରୁଆରୀ ୧ ତାରିଖରେ ଅର୍ଥମନ୍ତ୍ରୀ ସଂସଦରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ ବୋଲି ସୂଚନା ମିଳିଛି ।

ମିଳିଥିବା ସୂଚନା ମୁତାବକ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବଜେଟ୍ ଅଧିବେଶନର ପ୍ରଥମ ଦିନରେ ଅଭିଭାଷଣ ରଖିବେ । ସଂସଦର ଉଭୟ ସଦନକୁ ସମ୍ବୋଧିତ କରିବେ ମହାମହିମ ରାଷ୍ଟ୍ରପତି । ଏହାପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରୀ ୧ ତାରିଖରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ । ତେବେ ଏଥର ବଜେଟରେ ମହିଳା ଓ ଚାଷୀଙ୍କୁ ଫୋକସ୍ କରାଯାଇପାରେ ବୋଲି ସୂଚନା ମିଳିଛଇ । ଏପରିକି ମୋଦୀ ସରକାର ଚାଷୀଙ୍କୁ ମିଳୁଥିବା କିଷାନ ସମ୍ମାନ ନିଧି ଯୋଜନାର ଟଙ୍କାକୁ ଦ୍ୱିଗୁଣା କରିପାରେ ।

ତେବେ ଏହାପୂର୍ବରୁ ଡିସେମ୍ବର ୪ ତାରିଖରେ ସଂସଦର ଶୀତ ଅଧିବେଶନ ଆରମ୍ଭ ହେଇଥିଲା । ଯାହାକି ନିର୍ଦ୍ଧାରିତ ସମୟର ଦିନକୁ ପୂୂର୍ବରୁ ଶେଷ ହେଇଥିଲା । ଏହି ଅଧିବେଶନ ବହୁ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଥିଲା । ଏହି ଅଧିବେଶନରେ ସରକାର ଅପରାଧ ଓ ନ୍ୟାୟ ସହ ଜଡିତ ନୂଆ ବିଲକୁ ସଂସଦରେ ପାସ୍ କରିଥିଲେ । ଅନ୍ୟପଟେ ଏହି ଅଧିବେଶନରେ ସଂସଦର ସୁରକ୍ଷାକୁ ନେଇ ମଧ୍ୟ ତୁମ୍ବିତୋଫାନ୍ ଦେଖିବାକୁ ମିଳିଥିଲା । ଦୁଇ ଜଣ ଅଜଣା ଯୁବକ ସଂସଦରେ ପଶିବା ଘଟଣାକୁ ନେଇ ମୁହାଁମୁହିଁ ହେଇଥିଲେ ଶାସକ ଓ ବିରୋଧୀ । ତେଣୁ ଏଥର ବଜେଟ୍ ଅଧିବେଶନ କେମିତି ରହୁଛି, ତାହା ଦେଖିବା ବାକି ରହିଲା ।

The post ଜାନୁଆରୀ ୩୧ରୁ ଆରମ୍ଭ ହେବ ବଜେଟ୍ ଅଧିବେଶନ! ଫେବ୍ରୁଆରୀ ୧ରେ ଆସିବ ଅନ୍ତରୀଣ ବଜେଟ୍ । ମହିଳା ଓ ଚାଷୀଙ୍କୁ କରାଯାଇପାରେ ଫୋକସ୍ । first appeared on Kanak News.

from Kanak News
via <a href="https://ifttt.com/?

ଆତଙ୍କବାଦୀଙ୍କ ଟାର୍ଗେଟରେ ରାମ ମନ୍ଦିର ଓ ରାଜନେତା । ଗୁଇନ୍ଦା ବିଭାଗ କଲା ସତର୍କ, ଆଲର୍ଟରେ ସୁରକ୍ଷା ଦାୟିତ୍ୱରେ ଥିବା ଯବାନ ।

କନକ ବ୍ୟୁରୋ : ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ । ଏଥିପାଇଁ ଉତ୍ସବମୁଖର ହୋଇଉଠିଛି ପୂରା ଅଯୋଧ୍ୟା । ଦେଶର ବିଭିନ୍ନ ସ୍ଥାନରୁ ଅଯୋଧ୍ୟାକୁ ଛୁଟି ଆସୁଛନ୍ତି ଭକ୍ତ । ଦେଶର ଅନେକ ପ୍ରତିଷ୍ଠିତ ବ୍ୟକ୍ତି ମଧ୍ୟ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ । ତେବେ ଏହାପୂର୍ବରୁ ସର୍ତକ ସୂଚନା ଜାରି କରିଛି ଗୁଇନ୍ଦା ବିଭାଗ । ରାମ ମନ୍ଦିରର ଉଦଘାଟନ କାର୍ଯ୍ୟକ୍ରମ ଆତଙ୍କବାଦୀଙ୍କ ଟାର୍ଗେଟରେ ଥିବା ନେଇ ସତର୍କ କରିଛି ଯାଞ୍ଚ ଏଜେନ୍ସି । କାର୍ଯ୍ୟକ୍ରମରେ ସାମିଲ ହେବାକୁ ଥିବା ପ୍ରତିଷ୍ଠିତ ବ୍ୟକ୍ତି ଓ ରାଜନେତାଙ୍କୁ ଟାର୍ଗେଟ କରାଯାଇପାରେ । କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ଜରିଆରେ ଏହି କାମ କରିବାକୁ ଆତଙ୍କବାଦୀ ସଙ୍ଗଠନ ଓ ଆଇଏସଆଇ ଯୋଜନା କରୁଥିବା ନେଇ ସତର୍କ କରିଛି ଗୁଇନ୍ଦା ବିଭାଗ ।

ଏହି ଗୁଇନ୍ଦା ସୂଚନା ମିଳିବା ପରେ ସମସ୍ତ ସୁରକ୍ଷା ଯାଞ୍ଚ ଏଜେନ୍ସି ମିଳିତ ଭାବେ ବୈଠକ କରିବା ସହ ଯେପରି ସେଭଳି କୌଣସି ଅଘଟଣ ନ ଘରେ ସେଥିପ୍ରତି ଗୁରୁତ୍ୱ ଦେଇଛନ୍ତି । ଏହାସହ ସୁରକ୍ଷା ଦାୟିତ୍ୱରେ ଥିବା ଯବାନଙ୍କୁ ମଧ୍ୟ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ସନ୍ଦେହଜନକ ବସ୍ତୁ ଦେଖିଲେ କିମ୍ବା କାହା ଉପରେ ସନ୍ଦେହ ହେଲେ ତୁରନ୍ତ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପଟେ ରାମମନ୍ଦିରର ଉଦଘାଟନ ପାଇଁ ଅଯୋଧ୍ୟାରେ ସୁରକ୍ଷାବ୍ୟବସ୍ଥାକୁ କଡାକଡି କରାଯାଇଛି । ସିସିଟିଭି ଜରିଆରେ ପୂରା ଅଞ୍ଚଳ ଉପରେ ନଜର ରଖାଯାଇଛି । ଅଯୋଧ୍ୟାର ୟେଲୋ ଜୋନ୍ ୧୦୭୧୫ ଏଆଇ ଆଧାରିତ କ୍ୟାମେରା ଲଗାଯାଇଛି । ଯେଉଁ କ୍ୟାମେରାରେ ଚେହେରା ଚିହ୍ନଟ ହେବା ସହ ସମସ୍ତ ତଥ୍ୟକୁ ବେଶ ସହଜରେ ହାସଲ କରାଯାଇପାରିବ । ଏହାର ପରିଚାଳନା ପାଇଁ ଏକ ସ୍ୱତନ୍ତ୍ର କ୍ୟାମ୍ପ ମଧ୍ୟ କରାଯାଇଛି । ଯେଉଁଠୁ ପୂରା ସହର ଉପରେ ନଜର ରଖାଯାଉଛି ।

The post ଆତଙ୍କବାଦୀଙ୍କ ଟାର୍ଗେଟରେ ରାମ ମନ୍ଦିର ଓ ରାଜନେତା । ଗୁଇନ୍ଦା ବିଭାଗ କଲା ସତର୍କ, ଆଲର୍ଟରେ ସୁରକ୍ଷା ଦାୟିତ୍ୱରେ ଥିବା ଯବାନ । first appeared on Kanak News.

from Kanak News
via <a href="https://ifttt.com/?

ବିରୋଧୀ ଦଳ ନେତା ଓ କେନ୍ଦ୍ରମନ୍ତ୍ରୀଙ୍କୁ ରୋହିତ ପୂଜାରୀଙ୍କ ଟାର୍ଗେଟ । କେନ୍ଦ୍ରମନ୍ତ୍ରୀଙ୍କ ବାରମ୍ବାର ଗସ୍ତକୁ ନେଇ କଲେ କଟାକ୍ଷ

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କଲେ ରେଢାଖୋଲ ବିଧାୟକ ତଥା ବିଜେଡି ଉପସଭାପତି ରୋହିତ ପୂଜାରୀ । କେନ୍ଦ୍ରମନ୍ତ୍ରୀଙ୍କ ବାରମ୍ବାର ଗସ୍ତକୁ କଟାକ୍ଷ କରି କହିଛନ୍ତି, ବିଜେପିର ସ୍ଥାନୀୟ ନେତାଙ୍କ ଉପରେ ଭରସା ନାହିଁ । ତେଣୁ କେନ୍ଦ୍ରମନ୍ତ୍ରୀ ବାରମ୍ବାର ଆସି ସ୍ଥିତି ସୁଧାରିବାକୁ ପ୍ରୟାସ କରୁଛନ୍ତି । ସେହିପରି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ରୋହିତ ପୂଜାରୀ ।

ସେ କହିଛନ୍ତି, ଜୟନାରାୟଣ ମିଶ୍ର ଆଉ ଜିତିବେ ନାହିଁ । ତାଙ୍କର ଦେଖା ନାହିଁ, ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି । ଏକଥା ବିଜେପି ଦଳର ଲୋକ କୁହାକୁହି ହେଉଥିବା କହିଲେ ରୋହିତ ପୂଜାରୀ । ଜୟନାରାୟଣ ମିଶ୍ରଙ୍କର ବୟସ ହେଲାଣି, ସେ ନିଜ ସ୍ୱାସ୍ଥ୍ୟକୁ ଜଗନ୍ତୁ । ଆଉ ବିଧାୟକ ହେବକୁ ମନ ବଳାନ୍ତୁ ନାହିଁ ବୋଲି ବିଜେଡି ଉପସଭାପତି ରୋହିତ ପୂଜାରୀ କହିଛନ୍ତି । ଗତକାଲି ରଣପୁରରୁ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଥିଲେ । କହିଥିଲେ, କେନ୍ଦ୍ରମନ୍ତ୍ରୀ ବିଏସକେୱାଇ କାର୍ଡକୁ ନିନ୍ଦା କରୁଛନ୍ତି । ଯଦି ସାହସ ଅଛି ତେବେ ବିଜେପି ଇସ୍ତାହାରରେ ବିଏସକେଓକ୍ୱାଇ କାର୍ଡକୁ ବନ୍ଦ କରିବାକୁ ଘୋଷଣା କରି ଦେଖାନ୍ତୁ ବୋଲି ଚ୍ୟାଲେଞ୍ଜ ଦେଇଥିଲେ । ଆଜି ପୁଣି ରୋହିତ ପୂଜାରି କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ସମ୍ବଲପୁର ଗସ୍ତରେ ଆସି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାର ଓ ରାଜ୍ୟ ସରକାରଙ୍କ ଯୋଜନାକୁ ସମାଲୋଚନା କରିବା ପରଠୁ ବିଜେଡି କେନ୍ଦ୍ରମନ୍ତ୍ରୀଙ୍କୁ ଜୋରଦାର ଟାର୍ଗେଟ କରୁଛି ।

The post ବିରୋଧୀ ଦଳ ନେତା ଓ କେନ୍ଦ୍ରମନ୍ତ୍ରୀଙ୍କୁ ରୋହିତ ପୂଜାରୀଙ୍କ ଟାର୍ଗେଟ । କେନ୍ଦ୍ରମନ୍ତ୍ରୀଙ୍କ ବାରମ୍ବାର ଗସ୍ତକୁ ନେଇ କଲେ କଟାକ୍ଷ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started