ଭାରତ ଯୋଡ଼ ନ୍ୟାୟ ଯାତ୍ରା ପାଇଁ ଲୋଗୋ ଉନ୍ମୋଚନ କଲା ରାଜ୍ୟ କଂଗ୍ରେସ । ମିସ୍ କଲ ଦେଇ ଯାତ୍ରାରେ ସାମିଲ ହେବାକୁ ଅପିଲ କଲା ଦଳ

କନକ ବ୍ୟୁରୋ : ରାହୁଲ ଗାନ୍ଧୀଙ୍କ ଭାରତ ଯୋଡା ନ୍ୟାୟ ଯାତ୍ରା ପାଇଁ ଲୋଗୋ ଉନ୍ମୋଚନ କରିଛି ରାଜ୍ୟ କଂଗ୍ରେସ । ଏଥିସହ ମିସ କଲ ଦେଇ ନ୍ୟାୟ ଯାତ୍ରାରେ ସାମିଲ ହେବା ପରେ ଲୋକଙ୍କୁ ଅପିଲ କରି କଂଗ୍ରେସ ଏକ ମୋବାଇଲ ନମ୍ବର ଜାରି କରିଛି । ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡ ନ୍ୟାୟ ଯାତ୍ରାରେ ସାମିଲ ହେବା ପାଇଁ କଂଗ୍ରେସ ନେତା ଲୋକଙ୍କୁ ଅପିଲ କରିଛନ୍ତି ।

ଯାତ୍ରା ବେଳେ ଓଡିଶାରେ ରାହୁଲ ଗାନ୍ଧୀ ୪ ଦିନ ରହିବେ । ରାଜ୍ୟର ୪ଟି ଜିଲ୍ଲା ଦେଇ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ଯିବାର କାର୍ଯ୍ୟକ୍ରମ ରହିଛି । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା ଦେଇ ଓଡିଶାରେ ଏହି ଯାତ୍ରା ଯିବ । ଜାନୁଆରି ୧୪ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ଯାତ୍ରା ୬୬ ଦିନରେ ୧୫ଟି ରାଜ୍ୟ ଓ ୧୧୦ଟି ଜିଲ୍ଲା ଦେଇ ଯିବ । ମଣିପୁରର ଆରମ୍ଭ ହୋଇ ମୁମ୍ବାଇରେ ରାହୁଲ ଗାନ୍ଧୀଙ୍କ ଯାତ୍ରା ସରିବ । ଏହି ଯାତ୍ରା ଦେଶରେ ଜନ ଜାଗରଣ ସୃଷ୍ଟି ପାଇଁ ଏହିଯାତ୍ରା ହେଉଥିବା କହିଲେ ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ ।

The post ଭାରତ ଯୋଡ଼ ନ୍ୟାୟ ଯାତ୍ରା ପାଇଁ ଲୋଗୋ ଉନ୍ମୋଚନ କଲା ରାଜ୍ୟ କଂଗ୍ରେସ । ମିସ୍ କଲ ଦେଇ ଯାତ୍ରାରେ ସାମିଲ ହେବାକୁ ଅପିଲ କଲା ଦଳ first appeared on Kanak News.

from Kanak News
via <a href="https://ifttt.com/?

ଭାରତୀୟ ଯୁବକ ଓ ସୈନିକମାନଙ୍କ ପାଇଁ ବିଦେଶରେ ଚାକିରିର ସୁଯୋଗ , । ଏହି ଦେଶ ତାଙ୍କ ପୋଲିସରେ ନିଯୁକ୍ତ କରିବାକୁ ଚାହୁଁଛି

ସିଙ୍ଗାପୁର ଭାରତୀୟ ସୈନିକ ନିଯୁକ୍ତି କରିବାକୁ ଚିନ୍ତା କରୁଛି। ଏହାସହ, ସିଙ୍ଗାପୁର ତାଇୱାନ ଏବଂ ମାଲେସିଆରୁ ମଧ୍ୟ ସହାୟକ ପୋଲିସ ଅଧିକାରୀ (ଏପିଓ) ନିଯୁକ୍ତ କରିଥାଏ । । ସିଙ୍ଗାପୁର କହିଛି ଯେ ସୁରକ୍ଷା ସେବା ପାଇଁ ବଢୁଥିବା ଚାହିଦା ମେଣ୍ଟାଇବା ପାଇଁ ସହାୟକ ପୋଲିସ ବାହିନୀକୁ ବିଦେଶୀ APO ନିଯୁକ୍ତ କରିବାକୁ ଅନୁମତି ଦେବା ଆବଶ୍ୟକ ।

ଭାରତ, ଚୀନ୍, ଫିଲିପାଇନ୍ସ ଏବଂ ମିଆଁମାରରୁ ସହାୟକ ପୋଲିସ ଅଧିକାରୀ (ଏପିଓ) ନିଯୁକ୍ତ କରିବାକୁ ସିଙ୍ଗାପୁର ବିଚାର କରୁଛି । ସିଙ୍ଗାପୁରର ସଂସଦରେ ଆଇନ ଓ ଗୃହମନ୍ତ୍ରୀ କେ ଶାନମୁଗମ୍ ଏହି ସୂଚନା ଦେଇଛନ୍ତି । ସିଙ୍ଗାପୁର ମନ୍ତ୍ରୀ କହିଛନ୍ତି ଯେ ସେମାନେ ତାଇୱାନରୁ ସୈନିକମାନଙ୍କୁ ନିୟୋଜିତ କରୁଛନ୍ତି । ଗତ କିଛି ବର୍ଷ ମଧ୍ୟରେ ଏଥିରେ ହ୍ରାସ ଘଟିଛି । ଏହାକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରଣାଳୟ ଆଉ କେତେ ସଂଖ୍ୟାରେ  ସହକାରୀ ପୋଲିସ ଅଧିକାରୀ ରହିପାରିବେ ତାହା ବିସ୍ତାର କରିବାକୁ ଚିନ୍ତା କରୁଛନ୍ତି ।

ଚ୍ୟାନେଲ ନ୍ୟୁଜ୍ ଏସିଆର ରିପୋର୍ଟ ଅନୁଯାୟୀ ଚାଇନା, ଭାରତ, ଫିଲିପାଇନ୍ସ ଏବଂ ମିଆଁମାର ଭଳି ଏସୀୟ ଦେଶଗୁଡିକ ଏଥିରେ ଅନ୍ତର୍ଭୁକ୍ତ। ଅନ୍ୟ ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମନ୍ତ୍ରୀ କହିଛନ୍ତି ଯେ ସୁରକ୍ଷା ସେବା ପାଇଁ ବଢୁଥିବା ଚାହିଦା ପୂରଣ କରିବା ପାଇଁ ସେମାନଙ୍କୁ ସହାୟକ ପୋଲିସ ବାହିନୀରେ ବିଦେଶୀ APO ନିଯୁକ୍ତି କରିବାକୁ ଅନୁମତି ଦେବା ଆବଶ୍ୟକ । ସେ କହିଛନ୍ତି ଯେ ସ୍ଥାନୀୟ ଶ୍ରମିକଙ୍କ ଅଭାବ, ଶାରୀରିକ ସୁସ୍ଥତା ଭଳି ଆବଶ୍ୟକତା ଏବଂ ସିଙ୍ଗାପୁରବାସୀଙ୍କ ପାଇଁ ଉପଲବ୍ଧ ଚାକିରି ସଂଖ୍ୟାକୁ ଦୃଷ୍ଟିରେ ରଖି ଏପିଓର ପର୍ଯ୍ୟାପ୍ତ ପୁଲ୍ ବଜାୟ ରଖିବାରେ ଚ୍ୟାଲେଞ୍ଜ ରହିଛି ।

ସେ ସଂସଦର ସଦସ୍ୟ ତଥା ବିରୋଧୀ ୱାର୍କର୍ସ ପାର୍ଟି ସଭାପତି ସିଲଭିଆ ଲିମଙ୍କ ସଂସଦୀୟ ପ୍ରଶ୍ନର ଉତ୍ତର ଦେଉଥିଲେ ।ସିଙ୍ଗାପୁରରେ ଏବେ ବି ତାଇୱାନର ସୈନିକମାନଙ୍କୁ ନିଯୁକ୍ତ କରୁଛି ମନ୍ତ୍ରୀଙ୍କୁ ପଚରାଯାଇଥିଲା କି ସିଙ୍ଗାପୁର ତାଇୱାନରୁ ଏପିଓ ନିଯୁକ୍ତ କରୁଛି କି ? ବାସ୍ତବରେ, ସିଙ୍ଗାପୁର ୨୦୧୭ ଠାରୁ ନିଯୁକ୍ତି କରୁଛି । ମନ୍ତ୍ରୀ ଶାନମୁଗାମ ଏହାର ଜବାବ ଦେଇ କହିଛନ୍ତି ଯେ ସିଙ୍ଗାପୁର ସହାୟକ ପୋଲିସ ଫୋର୍ସ ତାଇୱାନର ଏପିଓ ମାନଙ୍କୁ ନିୟୋଜିତ କରିବ। ଏହାର ସୈନିକମାନଙ୍କ ସହିତ ଏକ ସକରାତ୍ମକ କାର୍ଯ୍ୟ ଅଭିଜ୍ଞତା ଅଛି, କିନ୍ତୁ ସେମାନଙ୍କ ସଂଖ୍ୟା ହ୍ରାସ ପାଉଛି । ସେମାନଙ୍କୁ ନିଯୁକ୍ତି ଏବଂ ରଖିବା ଏକ ଚ୍ୟାଲେଞ୍ଜ ବୋଲି ପ୍ରମାଣିତ ହୋଇଛି ।

APO ରେ ୩୨ ପ୍ରତିଶତ ମାଲେସିଆ ଏବଂ ତାଇୱାନ ସୈନିକ ଅନ୍ତର୍ଭୁକ୍ତ

ରିପୋର୍ଟ ହୋଇଛି ଯେ ନଭେମ୍ବର ୨୦୨୩ ସୁଦ୍ଧା ସିଙ୍ଗାପୁରର ୩୨ ପ୍ରତିଶତ APO ଅଧିକାରୀ ମାଲେସିଆ ଏବଂ ତାଇୱାନୀୟ ହେବେ। ତାଇୱାନ ସୈନିକମାନଙ୍କର ଅଭାବର କାରଣ ହେଉଛି ଦେଶରେ ଜନସାଧାରଣଙ୍କ ସୁରକ୍ଷା କାର୍ଯ୍ୟର ଚାହିଦା ଏବଂ ଚାକିରିର ଆଶଙ୍କା ବଢିବା । ସିଙ୍ଗାପୁରର ଅଣ ସୈନିକମାନଙ୍କ ଦ୍ଵାରା ଗୁଳି ଚଳାଇବାକୁ ଅନୁମତି ହେବାର ବିପଦ ଉପରେ ମନ୍ତ୍ରୀ ଶାନମୁଗାମ କହିଛନ୍ତି ଯେ ଏପିଓ ଦ୍ୱାରା ଗୁଳିର ଅପବ୍ୟବହାର ଅତ୍ୟନ୍ତ ବିରଳ । ଗୃହ ମନ୍ତ୍ରଣାଳୟ ସୁରକ୍ଷା ଯାଞ୍ଚ, APO ଗୁଡ଼ିକର ତାଲିମ ଏବଂ ମନିଟରିଂ ମାଧ୍ୟମରେ ଏହି ବିପଦକୁ ପରିଚାଳନା କରିଥାଏ ।

 

 

 

The post ଭାରତୀୟ ଯୁବକ ଓ ସୈନିକମାନଙ୍କ ପାଇଁ ବିଦେଶରେ ଚାକିରିର ସୁଯୋଗ , । ଏହି ଦେଶ ତାଙ୍କ ପୋଲିସରେ ନିଯୁକ୍ତ କରିବାକୁ ଚାହୁଁଛି first appeared on Kanak News.

from Kanak News
via <a href="https://ifttt.com/?

ପୂର୍ବଶତ୍ରୁତାକୁ ନେଇ ଧାନ ଗଦାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ବର୍ଷକର ପରିଶ୍ରମ ପାଉଁଶ ହେବା ପରେ ଚିନ୍ତାରେ ପବିତ୍ର ଖଟେଇ

କନକ ବ୍ୟୁରୋ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କ୍ଷେତରେ ଥିବା ଧାନ କଳେଇ ଗଦାକୁ ଜାଳି ଦେଲେ ଦୁର୍ବୃତ । ଚାଷୀ ଆଗରେ ଜଳିଗଲା ବର୍ଷକର ଧାନ ଫସଲ । ପୁରୀ ଜିଲ୍ଲ ନିମାପଡା ବ୍ଲକ ବାଇଆବର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା ।

ବାଇଆବର ଗାଁର ପବିତ୍ର ଖଟେଇଙ୍କ ଧାନ ଗଦାରେ ଦୁର୍ବୃତମାନେ ନିଆଁ ଲଗାଇ ଦେଇଛନ୍ତି । ଖବର ପାଇ ନିମାପଡା ଅଗ୍ନିସମ ବିଭାଗ ଓ ବଳଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଧାନ ପୋଡି ପାଉଁଶ ହୋଇଯାଇଥିଲା । ଏବେ ଚାଷୀ କଣ କରିବେ ତାକୁ ନେଇ ଚିନ୍ତାରେ ପବିତ୍ର ଖଟେଇ । ହାତ ଉଧାରି କରି କରିଥିବା ଧାନ ଚାଷକୁ ସୁଝିବ କେମିତି, ଗୋଟିଏ ବର୍ଷ ଚଳିବେ କେମିତି, ସେହି ଚିନ୍ତାରେ ପବିତ୍ର ଖଟେଇ ଘାରି ହେଉଛନ୍ତି ।

The post ପୂର୍ବଶତ୍ରୁତାକୁ ନେଇ ଧାନ ଗଦାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ବର୍ଷକର ପରିଶ୍ରମ ପାଉଁଶ ହେବା ପରେ ଚିନ୍ତାରେ ପବିତ୍ର ଖଟେଇ first appeared on Kanak News.

from Kanak News
via <a href="https://ifttt.com/?

ବାଘ ଛାଲ ଚାଲାଣ ବେଳେ ଚଢାଉ । ୨ ଅଭିଯୁକ୍ତ ଗିରଫ

କନକ ବ୍ୟୁରୋ : ଚାଲାଣବେଳେ କଲରାପତରିଆ ବାଘ ଛାଲ ଜବତ କଲା ବଲାଙ୍ଗୀର ବନ ବିଭାଗ । ବୌଦ୍ଧ ବନଖଣ୍ଡ କଂଟାମାଳ ବନାଞ୍ଚଳରେ ଚାଲାଣ ହେବାର ସୂଚନା ପାଇ ବଲାଙ୍ଗୀର ବନଖଣ୍ଡ ଅଧିକାରୀ ନୀତେଶ କୁମାରଙ୍କ ଟିମ୍ ଚଢାଉ କରିଥିଲା ।

ତୁଷୁରା ଥାନା କୋଟଗାଁରେ ଚଢାଉ କରି ଗାଁର ମୁକେଶ ମନହିରାଙ୍କୁ ଗିରଫ କରି ପଚରା ଉଚରା ପରେ ବାଘ ଛାଲ ଚାଲାଣ ନେଇ ସୂଚନା ମିଳିଥିଲା । ଯାହାକୁ ଆଧାର କରି କଣ୍ଟାମାଳ ରେଞ୍ଜ ଫଟାମୁଣ୍ଡା ଗାଁରୁ ଏକ ପାଳଗଦା ଭିତରୁ ଚିତା ବାଘ ଛାଲ ପାଇଥିଲେ ବନ କର୍ମଚାରୀ । ବାଘ ଛାଲ ଚାଲାଣ ଅଭିଯୋଗରେ ସମ୍ପୃକ୍ତ ଗାଁର ଦିବ୍ୟଶଙ୍କର ବଗର୍ତିଙ୍କୁ ଗିରଫ କରାଯାଇଛି । କେସ ନଂ ୨୭୧ରେ ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ବନବିଭାଗ ।

The post ବାଘ ଛାଲ ଚାଲାଣ ବେଳେ ଚଢାଉ । ୨ ଅଭିଯୁକ୍ତ ଗିରଫ first appeared on Kanak News.

from Kanak News
via <a href="https://ifttt.com/?

ରାଜନୀତିରେ ଯୋଗଦେବାର ୧୦ ଦିନ ମଧ୍ୟରେ ଦଳ ଛାଡିଲେ ଅମ୍ବାତି ରାୟଡୁ ।  ପୱନ କଲ୍ୟାଣଙ୍କୁ ଭେଟିବା ପରେ ବଢିଲା ଚର୍ଚ୍ଚା ।

କନକ ବ୍ୟୁରୋ : କ୍ରିକେଟରରୁ ରାଜନୀତି ଆଡକୁ ପାଦ ବଢାଇଥିବା ପୂର୍ବତନ ଭାରତୀୟ କ୍ରିକେଟର ଅମ୍ବାତି ରାୟଡୁ ୱାଇଏସଆରସିପି ଯୋଗଦେବାର ଦିନ କେଇଟା ମଧ୍ୟରେ ଦଳରୁ ଇସ୍ତଫା ଦେଇଛନ୍ତି । ଗତ ୨୮ ଡିସେମ୍ବରରେ ୱାଇଏସଆରସିପିରେ ଯୋଗ ଦେଇଥିଲେ ଅମ୍ବାତି ରାୟଡୁ । କିନ୍ତୁ ଦଳରେ ୧୦ ଦିନ ମଧ୍ୟ ତିଷ୍ଠି ପାରିନଥିଲେ ରାୟଡୁ । ୱାଇଏସଆରସିପିରୁ ଇସ୍ତଫା ଦେବା ପରେ ରାୟଡୁ ଜନ ସେନା ପାର୍ଟିର ମୁଖ୍ୟ ପୱନ କଲ୍ୟାଣଙ୍କୁ ଭେଟିଛନ୍ତି । ଯାହାକୁ ନେଇ ଆନ୍ଧ୍ରପ୍ରଦେଶ ରାଜନୀତିରେ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି ।

ଏସବୁ ଭିତରେ ରାୟଡୁ ସୋସିଆଲ ମିଡ଼ିଆରେ ପୋଷ୍ଟ ସେୟାର କରି ଲେଖିଛନ୍ତି, ୱାଇଏସଆରସିପିରେ ରହି ଆନ୍ଧ୍ର ଲୋକଙ୍କ ସେବା କରିବାକୁ ଦେଖିଥିବା ସ୍ୱପ୍ନ ପୂରା କରିପାରିବିନି ।  ଏଥିପାଇଁ ଦଳର କୌଣସି ନେତାଙ୍କୁ ମୁଁ ଦୋଷ ଦେଉନାହିଁ । ୱାଇଏସଆରସିପିର ବିଚାରଧାରା ସହ ମୋ ବିଚାରଧାରା ମିଶୁନାହିଁ । ତେଣୁ ଦଳ ଛାଡୁଛି । ଏହାଛଡା ଦୁବାଇରେ ହେବାକୁ ଥିବା ଟି-୨୦ ଟୁର୍ଣ୍ଣାମେଣ୍ଟ ପାଇଁ ମୁଁ ୱାଇଏସଆରସିପିରୁ ଇସ୍ତଫା ଦେଇଥିବା କହିଛନ୍ତି ରାୟଡୁ ।

https://platform.twitter.com/widgets.jsପୱନ କଲ୍ୟାଣଙ୍କ ସହ ଭେଟଘାଟକୁ ନେଇ ରାୟଡୁ କହିଛନ୍ତି, କିଛି ଶୁଭଚିନ୍ତକଙ୍କ କହିବା ଅନୁଯାୟୀ ମୁଁ ତାଙ୍କୁ ଭେଟିଥିଲି । ପୱନ କଲ୍ୟାଣଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲି । ତାଙ୍କ ବିଚାରଧାରା ଓ ଦୃଷ୍ଟିକୋଣ ସହ ମୋ ବିଚରାଧାରା ମିଶୁଛି । ଆନ୍ଧ୍ରପ୍ରଦେଶ ଲୋକଙ୍କ ସେବା କରିବାକୁ ସବୁବେଳେ ପ୍ରସ୍ତୁତ ବୋଲି କହିଛନ୍ତି ରାୟଡୁ ।

https://platform.twitter.com/widgets.jsୱାଇଏସଆରସିପିରୁ ଇସ୍ତଫା ଦେବା ସମୟରେ ରାୟଡୁ ସ୍ପଷ୍ଟ କରିଥିଲେ ଯେ, କିଛି ସମୟ ପାଇଁ ରାଜନୀତିକୁ ନିଜକୁ ଦୂରେଇ ରଖୁଛି । କିନ୍ତୁ ସଠିକ୍ ସମୟରେ ନିଜର ରାଜନୈତିକ ଭବିଷ୍ୟତ ବାବଦରେ ନିଷ୍ପତ୍ତି ନେବି ବୋଲି କହିଛନ୍ତି ରାୟଡୁ । ତେବେ ପୱନ କଲ୍ୟାଣଙ୍କ ସହ ଭେଟଘାଟ ପରେ ରାୟଡୁ ଦୁବାଇରୁ ଫେରିବା ପରେ ଜନ ସେନା ପାର୍ଟିରେ ଯୋଗଦେଇ ନିଜର ନୂଆ ରାଜନୈତିକ ଇନିଂସ ଆରମ୍ଭ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଅମ୍ବାତି ରାୟଡୁ ଭାରତ ପାଇଁ ପୂର୍ବରୁ ଖେଳି ସାରିଛନ୍ତି । ଦୀର୍ଘ ଦିନ ଧରି ମୁମ୍ବାଇ ଓ ଚେନ୍ନାଇ ପକ୍ଷରୁ ଆଇପିଏଲ ମଧ୍ୟ ଖେଳିଛନ୍ତି ଅମ୍ବାତି ରାୟଡୁ ।

The post ରାଜନୀତିରେ ଯୋଗଦେବାର ୧୦ ଦିନ ମଧ୍ୟରେ ଦଳ ଛାଡିଲେ ଅମ୍ବାତି ରାୟଡୁ ।  ପୱନ କଲ୍ୟାଣଙ୍କୁ ଭେଟିବା ପରେ ବଢିଲା ଚର୍ଚ୍ଚା । first appeared on Kanak News.

from Kanak News
via <a href="https://ifttt.com/?

ସୋରୋରେ ଲୁଟେରାଙ୍କ ବଢୁଛି ଦୌରାତ୍ମ୍ୟ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏଟିଏମ୍ କାଟି ଲକ୍ଷାଧିକ ଟଙ୍କା ଲୁଟି ନେଇଗଲେ ଲୁଟେରା

କନକ ବ୍ୟୁରୋ : ଏଟିଏମ୍ କାଟି ଲକ୍ଷ ଲକ୍ଷ ଟଙ୍କା ଲୁଟ୍ । ସୋରୋ, ମଙ୍ଗଳପୁର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମ୍ କାଟି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଗଲେ ଦୁର୍ବୃତ । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । ପୋଲିସ ଘଟଣା ସ୍ଥଳରେ ପହଁଚି ଆରମ୍ଭ କରିଛି ତନାଘନା । ବାରମ୍ବାର ଏଟିଏମ୍ ଲୁଟ୍ ଘଟଣା ସାମ୍ନାକୁ ଆସୁଥିଲେ ବି ଚୋରଙ୍କୁ ଧରିବାରେ ପୋଲିସ ଫେଲ ମାରୁଥିବା ଅଭିଯୋଗ ।
ସେପଟେ ଏଟିଏମ୍ ଲୁଟର ପର୍ଦ୍ଦାଫାସ କରିବା ପାଇଁ ତଦନ୍ତ ଆରମ୍ଭ କରିଛି ପୋଲିସ । ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏକ ବୋଲେର ଗାଡିରେ ଆସିଥିଲେ ଲୁଟେରା । ସମୟ ୫ଟାରୁ ୫.୩୦ ମଧ୍ୟରେ ଆସି ଲୁଟ୍ ଘଟଣା ଘଟାଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ଅନ୍ୟପଟେ ଏଟିଏମରେ ସୁରକ୍ଷାକର୍ମୀ କାହିଁକି ନଥିଲେ ସେନେଇ ପ୍ରଶ୍ନ ଉଠିଛି ।

The post ସୋରୋରେ ଲୁଟେରାଙ୍କ ବଢୁଛି ଦୌରାତ୍ମ୍ୟ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏଟିଏମ୍ କାଟି ଲକ୍ଷାଧିକ ଟଙ୍କା ଲୁଟି ନେଇଗଲେ ଲୁଟେରା first appeared on Kanak News.

from Kanak News
via <a href="https://ifttt.com/?

ବାତିଲ ହେବ କି ଭାରତ-ଆଫଗାନିସ୍ତାନ ପ୍ରଥମ ଟି-୨୦ ମୁକାବିଲା ? ବର୍ଷା ନୁହେଁ ବରଂ ବଡ ସମସ୍ୟା ସୃଷ୍ଟି କରିବ…

କନକ ବ୍ୟୁରୋ : ଭାରତ-ଆଫଗାନିସ୍ତାନ ମଧ୍ୟରେ ଆଜି ମୋହାଲିରେ ଟି-୨୦ ସିରିଜର ପ୍ରଥମ ମୁକାବିଲା ଖେଳାଯିବ । ସନ୍ଧ୍ୟା ୭ଟାରେ ମ୍ୟାଚ୍ ଆରମ୍ଭ ହେବ । ତେବେ ମ୍ୟାଚ୍ ପୂର୍ବରୁ ବଡ ଖବର ସାମ୍ନାକୁ ଆସିଛି । ପ୍ରଥମ ମ୍ୟାଚ୍ ବାତିଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ସାଧାରଣତଃ ବର୍ଷା କାରଣରୁ ମ୍ୟାଚ୍ ବାତିଲ ହୋଇଥାଏ କିନ୍ତୁ ମୋହାଲିରେ ଅନ୍ୟ ଏକ କାରଣ ପାଇଁ ମ୍ୟାଚ୍ ବାତିଲ ହେବାର ସମ୍ଭାବନା ରହିଛି ।

ଏବେ ମୋହାଲିରେ ଭୀଷଣ ଥଣ୍ଡା ପଡିଛି । ତାପାମାତ୍ରା ୫ରୁ ୬ ଡିଗ୍ରୀକୁ ଖସିଆସୁଛି । ଖାସକରି ରାତି ସମୟରେ ପ୍ରବଳ କୁହୁଡି ଓ କାକର ପଡୁଥିବାରୁ ମ୍ୟାଚକୁ ନେଇ ସସପେନ୍ସ ଲାଗି ରହିଛି । ଅଭ୍ୟାସ ବେଳେ ମଧ୍ୟ ପଡିଆ କୁହୁଡିମୟ ହୋଇଥିଲା । ତେଣୁ ମ୍ୟାଚ୍ ସମୟରେ କୁହୁଡି ବଡ ସମସ୍ୟା ସୃଷ୍ଟି କରିପାରେ । ଯଦି ମ୍ୟାଚ ସମୟରେ ଏଭଳି ସ୍ଥିତି ଉପୁଜେ ଏବଂ ଖେଳାଳୀଙ୍କୁ ଠିକରେ ଦେଖାନଯାଏ ତେବେ ପ୍ରଥମେ ମ୍ୟାଚକୁ କିଛି ସମୟ ସ୍ଥଗିତ ରଖାଯିବ । ଏହାସତ୍ତେ୍ୱ ମଧ୍ୟ ଯଦି କୁହୁଡି ନ କମେ ତେବେ ମ୍ୟାଚକୁ ରଦ୍ଦ କରାଯାଇପାରେ । କାରଣ ପ୍ରବଳ କୁହୁଡି ଓ କାକର ଭିତରେ ଉଭୟ ବୋଲିଂ ଓ ବ୍ୟାଟିଂ କରିବା ସହଜ ନୁହେଁ ।

ପଞ୍ଜାବ କ୍ରିକେଟ ଆସୋସିଏସନର ମୁଖ୍ୟ କ୍ୟୁରେଟଙ୍କର କହିବା ଅନୁଯାୟୀ, ଶୀତଦିନେ ମଧ୍ୟ ଏହି ଗ୍ରାଉଣ୍ଡରେ ଘରୋଇ ମ୍ୟାଚ୍ ଖେଳାଯାଇଛି । ତେବେ ତାହା ଦିନ ବେଳା ଖେଳାଯାଇଛି । ଏହାଛଡା ଗତ ୨ରୁ ୩ ଦିନ ହେବ କୁହୁଡି କିଛି ମାତ୍ରାରେ କମିଛି । ଏହାଛଡା ପଡିଆରୁ କାକର ଛଡାଇବାକୁ ଏକ ରସାୟନ ପଦାର୍ଥର ବ୍ୟବହାର କରିବୁ । ଏହାକୁ ପୂର୍ବରୁ ବ୍ୟବହାର କରି ପିସିଏ ସଫଳ ହୋଇଛି ।

The post ବାତିଲ ହେବ କି ଭାରତ-ଆଫଗାନିସ୍ତାନ ପ୍ରଥମ ଟି-୨୦ ମୁକାବିଲା ? ବର୍ଷା ନୁହେଁ ବରଂ ବଡ ସମସ୍ୟା ସୃଷ୍ଟି କରିବ… first appeared on Kanak News.

from Kanak News
via <a href="https://ifttt.com/?

ହାଇକୋର୍ଟଙ୍କ ସବୁଜ ସଙ୍କେତ ପରେ ରାଜଧାନୀରେ କୁକୁର ବନ୍ଧ୍ୟାକରଣ ପାଇଁ ଅଣ୍ଟା ଭିଡିଛି ବିଏମସି । ସତ ହେବ ତ ସ୍ୱପ୍ନ?

କନକ ବ୍ୟୁରୋ : ଦୁଇ ବର୍ଷ ଭିତରେ ରାଜଧାନୀର ବୁଲା କୁକୁରଙ୍କ ବନ୍ଧ୍ୟାକରଣ ସରିବ । କୁକୁର ବନ୍ଧ୍ୟାକରଣ ନେଇ ହାଇକୋର୍ଟଙ୍କ ଲଗାଇଥିବା ରୋକ ହଟିବା ପରେ ଏଭଳି ସମୟ ଧାର୍ଯ୍ୟ କରିଛି ବିଏମସି । ହେଲେ ସହରରେ କେତେ କୁକୁର ଅଛନ୍ତି ସେହି ହିସାବ ବିଏମସି ପାଖରେ ନାହିଁ । ୨୦୨୫ ସୁଦ୍ଧା କୁକୁର ବନ୍ଧ୍ୟାକରଣ କାମ ଶେଷ କରିବାକୁ ଯୋଜନା ହୋଇଛି । ଏହା ସହିତ ଭୁବନେଶ୍ୱରକୁ ରାବିଜ ଫ୍ରି ସହର ଭାବେ ବିଏମସି ଘୋଷଣା କରିବାକୁ ଯୋଜନା ରଖିଛି ବିଏମସି ।

ଅନ୍ୟପଟେ ଗଣନା ହୋଇନଥିବାର ବିଏମସି ରାଜଧାନୀରେ ଏବେ କୁକୁରଙ୍କ ସଂଖ୍ୟା ୪୫ ହୋଇଥିବା ବୋଲି ଆକଳନ କରୁଛି । ତେଣୁ ଛୁଟି ଦିନ ଛଡା ପ୍ରତିଦିନ ୧୦୦ କୁକୁରଙ୍କ ବନ୍ଧ୍ୟାକରଣ କରିବାକୁ ଯୋଜନା କରାଯାଇଛି । ଏଥିପାଇଁ ଆବଶ୍ୟକ ଭିତିଭୂମୀ ଓ କର୍ମଚାରୀଙ୍କ ଅଭାବ ବଡ ସମସ୍ୟା ସୃଷ୍ଟି କରିବ । କିନ୍ତୁ ବିଏମସିର ଏହି ସବୁ ଯୋଜନା କେବଳ ଆକଳନ ଉପରେ ଚାଲିଛି । ତେଣୁ ଧାର୍ଯ୍ୟ ସମୟରେ ଏହା କେତେ ଦୂର ସଫଳ ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

The post ହାଇକୋର୍ଟଙ୍କ ସବୁଜ ସଙ୍କେତ ପରେ ରାଜଧାନୀରେ କୁକୁର ବନ୍ଧ୍ୟାକରଣ ପାଇଁ ଅଣ୍ଟା ଭିଡିଛି ବିଏମସି । ସତ ହେବ ତ ସ୍ୱପ୍ନ? first appeared on Kanak News.

from Kanak News
via <a href="https://ifttt.com/?

ପ୍ରସବ ପରେ ମାଆ ଓ ନବଜାତ ଶିଶୁକୁ ଛାଡି ଚାଲିଗଲେ ଶାଶୁଘର ଲୋକେ । ସଖୀ ଘର ଗଲେ ଅସହାୟ ମାଆ, ପୁଅ

କନକ ବ୍ୟୁରୋ : ପ୍ରସବ ମାଆ ଓ ନବଜାତ ଶିଶୁକୁ ଛାଡି ଚାଲିଗଲେ ଶାଶୁଘର ଲୋକେ । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା । ସୂଚନା ଅନୁସାରେ ବିଞ୍ଝାରପୁର ଥାନା ମଧୁସୁଦନପୁର ପଞ୍ଚାୟତ ଘାଟକୂଳ ଗାଁର ଡଲି ମଲ୍ଲିକ କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ନଗାମଠ ଗାଁର ଚନ୍ଦନ ମଲ୍ଲିକଙ୍କୁ ୨୦୨୧ ମସିହାରେ ପ୍ରେମ ବିବାହ କରିଥିଲେ । ବିବାହ ପରଠାରୁ ସ୍ୱାମୀ ଓ ସ୍ତ୍ରୀଙ୍କ ଭିତରେ ବିବାଦ ଲାଗି ରହୁଥିଲା । ଗତ ୧ ତାରିଖରେ ଡଲିଙ୍କ ପ୍ରସବ ପାଇଁ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ ଶାଶୁ ଘର ଲୋକେ । ଏହାପରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ ଡଲି ।

କିନ୍ତୁ ପିଲା ଜନ୍ମ ହେବା ପରଠାରୁ ସ୍ୱାମୀ ଚନ୍ଦନଙ୍କ ସମେତ ଶାଶୁଘର ଲୋକେ ଡାକ୍ତରଖାନା ଛାଡି ପଳାଇଥିବା ଅଭିଯୋଗ ହୋଇଛି । ଡଲି ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ବି ନାନା ବାହାନା ଦେଖାଇ କେହି ଆସୁ ନାହାଁନ୍ତି । ସେପଟେ ପ୍ରେମ ବିବାହ କରିଥିବାରୁ ଡଲିଙ୍କ ବାପଘର ଲୋକେ ବି ଆସିଲେ ନାହିଁ । ଶେଷରେ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ମାଆ ଓ ଶିଶୁ ପୁତ୍ରଙ୍କୁ ସଖୀ ଘରେ ରଖାଯାଇଛି ।

The post ପ୍ରସବ ପରେ ମାଆ ଓ ନବଜାତ ଶିଶୁକୁ ଛାଡି ଚାଲିଗଲେ ଶାଶୁଘର ଲୋକେ । ସଖୀ ଘର ଗଲେ ଅସହାୟ ମାଆ, ପୁଅ first appeared on Kanak News.

from Kanak News
via <a href="https://ifttt.com/?

ନିର୍ବାଚନ ଯେତିକି ପାଖଉଛି, ପୁରୁଖା ନେତାଙ୍କ ଲଢିବା ଆଶା ସେତିକି ବଢୁଛି । ଭବନୀପାଟଣାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ, ଶେଷ ନିର୍ବାଚନ ଲଢ଼ିବା ନେଇ ରଖିଲେ ମତ

କନକ ବ୍ୟୁରୋ : ସମ୍ଭବତଃ ଜୀବନର ଶେଷ ନିର୍ବାଚନ ଲଢିପାରନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଦାସ । କଳାହାଣ୍ଡି ଭବାନୀପଟଣାରେ ଆୟୋଜିତ ସାଧାରଣ ସଭାରେ ସେ ଏମିତି କିଛି ଘୋଷଣା କରିଛନ୍ତି । କହିଛନ୍ତି, ଏଥର କ୍ଷମତାକୁ ଆସିଲେ ନିଜ ଅଂଚଳ ପାଇଁ ଅନେକ କିଛି କରିପାରିବେ । ଚର୍ଚ୍ଚା ହେଉଛି ଭକ୍ତ ଦାସ ଏଥର ନର୍ଲା ବିଧାନସଭା ଉପରେ ଫୋକସ୍ କରିଛନ୍ତି ।

କଳାହାଣ୍ଡି ଲୋକସଭା ନୁହେଁ ନର୍ଲା ବିଧାନସଭା ଆସନକୁ ଫୋକସ୍ ଚର୍ଚ୍ଚା ପରେ ରାଜନୈତିକ ଚର୍ଚ୍ଚା ସରଗରମ ହୋଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ ୮ଟି ରାଜ୍ୟର କଂଗ୍ରେସ ସ୍କ୍ରିନିଂ କମିଟି ଅଧ୍ୟକ୍ଷ ମନୋନୀତ ହୋଇଛନ୍ତି । ଗତକାଲି ସେ କଳାହାଣ୍ଡିରେ ପହଂଚିବା ପରେ ତାଙ୍କୁ ଭବାନୀପାଟଣା ସହରରେ କଂଗ୍ରେସ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଭକ୍ତ ଦାସ କହିଛନ୍ତି, ସୁନାବେଡ଼ା ଅଭୟାରଣ୍ୟ ଅଂଚଳର ବିକାଶ ପାଇଁ ୨୭୨ କୋଟି ଟଙ୍କା କଂଗ୍ରେସ ଅମଳରେ ଦିଆଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ନୂଆପଡ଼ା, ଖଡ଼ିଆଳ, ଭବାନୀପାଟଣା ଓ ଧର୍ମଗଡ଼ରେ ୪ଟି କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରାଯାଇଛି । ସବୁ ଗାଁକୁ ପିଚୁ ଓ କଂକ୍ରିଟ୍ ରାସ୍ତା ସହ ବିଜୁଳି ସଂଯୋଗ କରାଯାଇଛି ବୋଲି କହିଛନ୍ତି ଭକ୍ତ ଦାସ । ୨୦୦୯ରେ ଶେଷ ଥର ପାଇଁ ସେ କଂଗ୍ରେସ ଟିକେଟ୍ରୁ କଳାହାଣ୍ଡି ଆସନରୁ ଜିତିଥିଲେ ।

The post ନିର୍ବାଚନ ଯେତିକି ପାଖଉଛି, ପୁରୁଖା ନେତାଙ୍କ ଲଢିବା ଆଶା ସେତିକି ବଢୁଛି । ଭବନୀପାଟଣାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ, ଶେଷ ନିର୍ବାଚନ ଲଢ଼ିବା ନେଇ ରଖିଲେ ମତ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started