ଭଗବାନଙ୍କୁବି ଛାଡିଲେନି । ମନ୍ଦିର ତାଲା ଭାଙ୍ଗି ଟଙ୍କା ଲୁଟିନେଲେ ଲୁଟେରା

କନକ ବ୍ୟୁରୋ : ମନ୍ଦିରକୁ ମଧ୍ୟ ଛାଡିଲେ ଦୁର୍ବୃତ । ବିଳମ୍ବିତ ରାତିରେ ମଠ ଓ ମନ୍ଦିରରୁ ତାଲା ଭାଙ୍ଗି ୫ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଲେ ଲୁଟେରା । ବାଲେଶ୍ୱର ଜିଲ୍ଲା ସିଂଲା ଥାନା ନାବରା ଗାଁରେ ଥିବା ନିତାୟ ଗୌର ମନ୍ଦିର ଓ ଜାମସୁଳି ଗାଁରେ ଥିବା ମଠରୁ ଗତକାଲି ବିଳମ୍ବିତ ରାତିରେ ଲୁଟ ହୋଇଛି ।

ସକାଳେ ମନ୍ଦିର ପୂଜକ ମନ୍ଦିର ଆସି ତାଲା ଭାଙ୍ଗି ଲୁଟ ହୋଇଥିବା ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ଗ୍ରାମବାସୀ ପହଞ୍ଚି ପୋଲିସକୁ ଖବର ଦେବା ପରେ ସାଇଂଟିଫିକ୍ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି ।

The post ଭଗବାନଙ୍କୁବି ଛାଡିଲେନି । ମନ୍ଦିର ତାଲା ଭାଙ୍ଗି ଟଙ୍କା ଲୁଟିନେଲେ ଲୁଟେରା first appeared on Kanak News.

from Kanak News
via <a href="https://ifttt.com/?

ଧାରଣାରେ କୋଣାର୍କ ସୂର୍ଯ୍ୟମନ୍ଦିରର ସୁରକ୍ଷାକର୍ମୀ । ଦରମା ଦେବାରେ ଅନିୟମିତତା ଅଭିଯୋଗରେ ବ୍ୟାଖ୍ୟାନ କେନ୍ଦ୍ର ଆଗରେ ୧୦୫ କର୍ମଚାରୀଙ୍କ ପ୍ରତିବାଦ

କନକ ବ୍ୟୁରୋ : ଧାରଣାରେ ବସିଲେ କୋଣାର୍କ ସୂର୍ଯ୍ୟମନ୍ଦିରରେ କାର୍ଯ୍ୟରତ ସିକ୍ୟୁରିଟି କର୍ମଚାରୀ । କାମବନ୍ଦ କରି ସୂର୍ଯ୍ୟମନ୍ଦିର ଆଗ ବାଖ୍ୟାନ କେନ୍ଦ୍ର ଆଗରେ ଧାରଣାରେ ବସିଛନ୍ତି ଏସଆଇଏସ ସିକ୍ୟୁରିଟି ସଂସ୍ଥାରେ ୧୦୫ କର୍ମଚାରୀ । ଦରମା ଦେବାରେ ଅନିୟମିତତା

ଅଭିଯୋଗ କରି କାମ ବନ୍ଦ ପ୍ରତିବାଦ କରିଛନ୍ତି ସୁରକ୍ଷା କର୍ମଚାରୀମାନେ । ଏହି ସଂସ୍ଥା କର୍ମଚାରୀଙ୍କୁ ପ୍ରଥମେ ୧୭ ହଜାର ଟଙ୍କା ଦେଉଥିଲା । କିଛି ଦିନ ହେବା ପରେ ୧୨ ହଜାର ଟଙ୍କା କର୍ମଚାରୀଙ୍କୁ ଦିଆଗଲା । ଏବେ ମାସକୁ ୬ ହଜାର ଟଙ୍କା ଦେବାରୁ ୧୦୫ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । କାମ ବନ୍ଦ କରି ବିକ୍ଷୋଭ, ପ୍ରତିବାଦ କରିଛନ୍ତି । ଆନ୍ଦୋଳନ ପାଇଁ ପର୍ଯ୍ୟଟକଙ୍କ ପାଇଁ ବାଖ୍ୟାନ କେନ୍ଦ୍ର ବନ୍ଦ ରହିଛି ।

The post ଧାରଣାରେ କୋଣାର୍କ ସୂର୍ଯ୍ୟମନ୍ଦିରର ସୁରକ୍ଷାକର୍ମୀ । ଦରମା ଦେବାରେ ଅନିୟମିତତା ଅଭିଯୋଗରେ ବ୍ୟାଖ୍ୟାନ କେନ୍ଦ୍ର ଆଗରେ ୧୦୫ କର୍ମଚାରୀଙ୍କ ପ୍ରତିବାଦ first appeared on Kanak News.

from Kanak News
via <a href="https://ifttt.com/?

ଗାଁ ଗଣ୍ଡଗୋଳରୁ ଫୁଟିଲା ଗୁଳି । ସମାଧାନ କରିବାକୁ ଯାଇଥିବା ସମିତି ସଭ୍ୟଙ୍କୁ ଗୁଳିମାଡ

କନକ ବ୍ୟୁରୋ : ଗାଁ ଗଣ୍ଡଗୋଳର ସମାଧାନ କରିବାକୁ ଯାଇଥିବା ସମିତି ସଭ୍ୟ ଉପରକୁ ଗୁଳିମାଡ । ଗୁଳିକାଣ୍ଡରେ ସମିତି ସଭ୍ୟ ଗୁରୁତର ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅଧିନ ଗରେଇଝୁଳି ଗାଁରେ ସାମାନ୍ୟ ବଚସାରୁ ଗୁଳିକାଣ୍ଡ ହୋଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ କେନ୍ଦୁବାଡି ପଞ୍ଚାୟତର ସମିତସଭ୍ୟ ନରେନ୍ଦ୍ର ସ୍ୱାଇଁ ଇଟାଭାଟିରେ ଭୋଜି କରୁଥିଲେ । ଏହି ସମୟରେ ଗରେଇଝୁଳିରେ ଗଣ୍ଡଗୋଳ ଖବର ପାଇ ସମାଧାନ କରିବାକୁ ଗାଁରେ ପହଞ୍ଚିଥିଲେ । ଉତ୍ୟକ୍ତ ଲୋକଙ୍କ ବୁଝାସୁଝା କରିବା ସମୟରେ ସମିତି ସଭ୍ୟଙ୍କ ଉପରକୁ ଗୁଳିମାଡ କରିଥିଲେ ଦୁର୍ବୃତ । ଗୁଳିମାଡରେ ସମିତି ସଭ୍ୟ ନରେନ୍ଦ୍ର ସ୍ୱାଇଁଙ୍କ ସମେତ ୨ ଜଣ ଆହତ ହୋଇଥିଲେ । ତୁରନ୍ତ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବୁଗୁଡା ମେଡିକାଲକୁ ନେଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଥିବା ସମିତି ସଭ୍ୟ ନରେନ୍ଦ୍ର ସ୍ୱାଇଁଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇଁ ବୁଗୁଡା ଥାନା ପୋଲିସ ଓ ପୋଲରା ଥାନା ପୋଲିସ ପହଂଚି ଘଟଣାର ତଦନ୍ତ କରୁଛନ୍ତି ।

The post ଗାଁ ଗଣ୍ଡଗୋଳରୁ ଫୁଟିଲା ଗୁଳି । ସମାଧାନ କରିବାକୁ ଯାଇଥିବା ସମିତି ସଭ୍ୟଙ୍କୁ ଗୁଳିମାଡ first appeared on Kanak News.

from Kanak News
via <a href="https://ifttt.com/?

ଜାତୀୟ ସ୍କେଟିଂରେ ଓଡ଼ିଆ ପୁଅଙ୍କ ସଫଳତା । ସିବିଏସଇ ନ୍ୟାସନାଲ ଗେମସ ସ୍କେଟିଂରେ ରୌପ୍ୟ ଜିତିଲେ ଦେବାଂଶ

କନକ ବ୍ୟୁରୋ : ସିବିଏସଇ ନ୍ୟାସନାଲ ଗେମସରେ ସ୍କେଟିଂ ରୌପ୍ୟ ଜିତିଛନ୍ତି ଓଡ଼ିଆ ପୁଅ ଦେବାଂଶ । ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଜାତୀୟ ସ୍ତରରେ ମେଡାଲ ହାତେଇଛନ୍ତି । ବଡ଼ କଥା ହେଲା କାରଣ ସିନ୍ଥେଟିକ ଟ୍ରାକ ଅଭାବ ଥିବାରୁ ସେ ଟାଇଲ ଉପରେ ହିଁ ଅଭ୍ୟାସ କରୁଥିଲେ ।

ଭୁବନେଶ୍ୱର ଉତ୍କଳ ୟୁନିକର୍ଣ୍ଣ କ୍ଲବରେ ପ୍ରାୟ ୨ଶହରୁ ଅଧିକ ଖେଳାଳି ଅଭ୍ୟାସ କରନ୍ତି । ବୁଦ୍ଧ ଜୟନ୍ତୀ ପାର୍କରେ ଗୋଟିଏ ଟାଇଲର ଟ୍ରାକ ଥିବା ବେଳେ ଏଠାରେ ଖେଳାଳିମାନେ ଅଭ୍ୟାସ କରିଥାନ୍ତି । ତେଣୁ ଗୋଟିଏ ସିନ୍ଥେଟିକ ଟ୍ରାକ ତିଆରି ପାଇଁ ଦାବି ହୋଇଛି ।

The post ଜାତୀୟ ସ୍କେଟିଂରେ ଓଡ଼ିଆ ପୁଅଙ୍କ ସଫଳତା । ସିବିଏସଇ ନ୍ୟାସନାଲ ଗେମସ ସ୍କେଟିଂରେ ରୌପ୍ୟ ଜିତିଲେ ଦେବାଂଶ first appeared on Kanak News.

from Kanak News
via <a href="https://ifttt.com/?

ଆଜି ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସୁଛି ପରିଚାଳନା କମିଟି ବୈଠକ

କନକ ବ୍ୟୁରୋ : ଆଜି ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଆସନ୍ତାକାଲି ଏହାର ସୌନ୍ଦର୍ଯ୍ୟ ଦେଖିବ ଦୁନିଆ । ଏହା ପୂର୍ବରୁ ଆଜି ବସୁଛି ପରିଚାଳନା କମିଟି ବୈଠକ । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ଏଥିରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଓ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମ୍ପକରେ ଆଲୋଚନା ହେବ । ଆସନ୍ତା ୧୭ ତାରିଖରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବ । ସମଙ୍ଗ ବଲ୍ଲଭ ପାର୍କିଂ, ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂ, ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ବିଶାଳ ସଭା ପାଇଁ ପ୍ରଶାସନିକ ଆୟୋଜନ କରାଯାଇଛି । ଏଥିପାଇଁ ରାଜ୍ୟ ବାହାର କମ୍ପାନୀକୁ ଜର୍ମାନ ହ୍ୟାଙ୍ଗର ଶିବିର ନିର୍ମାଣ ଦାୟିତ୍ୱ ଦିଆଯାଇଛି ।

ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୬୦ଟି ବସରେ ଲୋକଙ୍କୁ କାର୍ଯ୍ୟକ୍ରମକୁ ଅଣାଯିବ । କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ସହ ହେଲିପ୍ୟାଡ୍ ମଧ୍ୟ ପ୍ରସ୍ତୁତ କରାଯାଇଛି । ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସହ ବିଭିନ୍ନ ପ୍ରକଳ୍ପ ଉଦଘାଟନ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ୫୦ ପ୍ଲାଟୁନରୁ ଅଧିକ ଫୋର୍ସ ଓ ୩୦ରୁ ଅଧିକ ଅଫିସର ମୁତୟନ ହେବେ । ପ୍ରାୟ ୯ଟି କୋଠା ଉପରେ ପୋଲିସ ଫୋର୍ସ ବାଇନାକୁଲାର ଧରି ମୁତୟନ ରହିବେ । ଏହି ଟିମ୍ ସହରର ଆଇନଶୃଙ୍ଖଳା ବ୍ୟବସ୍ଥା ଉପରେ ନଜର ରଖିବେ । ସେହିପରି ସାଦା ପୋଷାକରେ ମଧ୍ୟ ପୋଲିସର ଗୁଇନ୍ଦା ଟିମ୍ ଜନଗହଳି ଅଂଚଳରେ ପଇଁତରା ମାରିବେ ।

The post ଆଜି ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସୁଛି ପରିଚାଳନା କମିଟି ବୈଠକ first appeared on Kanak News.

from Kanak News
via <a href="https://ifttt.com/?

ଶିଶିର ସରସ ମେଳାରେ ଜମୁଛି ଦର୍ଶକଙ୍କ ଭିଡ଼ । ଲାଗିଛି ୪ ଶହ ଷ୍ଟଲ, ରାଜ୍ୟ ଓ ରାଜ୍ୟ ବାହାରରୁ ବେପାର ଜମାଇଛନ୍ତି ବ୍ୟବସାୟୀ

କନକ ବ୍ୟୁରୋ : ଶୀତରାତିରେ ଶିଣିର ସରସ ମେଳାର ମଜା ନେଉଛନ୍ତି ରାଜଧାନୀବାସୀ । ପାଖାପାଖି ୪ ଶହ ଷ୍ଟଲ ଲାଗିଛି । ଏଠାରେ ବେଶ୍ କିଣାବିକା ଚାଲିଛି । ଏହାସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଉଛି । ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ସାମଗ୍ରୀ ଗୋଟିଏ ଜାଗାରେ ମିଳୁଛି । ଭୁବନେଶ୍ୱର ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳପଡ଼ିଆରେ ଶିଶିର ସରସ ମେଳାରେ ପ୍ରବଳ ଜନସମାଗମ ଦେଖିବାକୁ ମିଳୁଛି ।

ରାଜଧାନୀର ବିଭିନ୍ନ ଅଂଚଳରୁ ଲୋକଙ୍କର ଏଠାରେ ଗହଳି ଜମୁଛି । କନ୍ଧମାଳ ହଳଦୀ, ଅଦା ଆଉ ଝୁଣାର ଅଧିକ ଚାହିଦା ରହିଛି । ସେହିପରି ନବରଙ୍ଗପୁର ଓ କୋରାପୁଟ ଅଂଚଳର ଅଳଙ୍କାର, ଛତିଶଗଡ଼ର ଟସର, ୟୁପିର ଲୁହା ଜିନିଷ ପାଇଁ ମଧ୍ୟ ଦୋକାନରେ ଭିଡ଼ ଲାଗୁଛି । ରାଜସ୍ଥାନ ଓ ଗୁଜରାଟରୁ ମଧ୍ୟ ବ୍ୟବସାୟୀ ଏଠାରେ ଷ୍ଟଲ ଲଗାଇଛନ୍ତି । ଉଚିତ ମୂଲ୍ୟରେ ଜିନିଷ ହାତ ପାହାନ୍ତରେ ମିଳୁଥିବାରୁ ଗ୍ରାହକ ବି ଖୁସି ଅଛନ୍ତି ।

The post ଶିଶିର ସରସ ମେଳାରେ ଜମୁଛି ଦର୍ଶକଙ୍କ ଭିଡ଼ । ଲାଗିଛି ୪ ଶହ ଷ୍ଟଲ, ରାଜ୍ୟ ଓ ରାଜ୍ୟ ବାହାରରୁ ବେପାର ଜମାଇଛନ୍ତି ବ୍ୟବସାୟୀ first appeared on Kanak News.

from Kanak News
via <a href="https://ifttt.com/?

ଖବର ବାଜିଲା ଧାନ ଉଠିଲା । ଚାଷୀଙ୍କ ଧାନ ନେବା ପାଇଁ ଲାଗିଛି ମିଲର୍ସ ଓ ଟ୍ରକଙ୍କ ଲମ୍ବା ଲାଇନ୍

କନକ ବ୍ୟୁରୋ : ଖବର ବାଜିଲା ଧାନ ଉଠିଲା । ଯେଉଁ ମଣ୍ଡିରେ ମାସ ମାସ ଧରି ମିଲର୍ସ ଆସୁ ନଥିବା ବେଳେ ଚାଷୀଙ୍କ ଧାନ ପଡି ରହୁଥିଲା ସେଠାରେଧାନ ନେବାପାଇଁ ମିଲର୍ସ ଆଉ ଟ୍ରକଙ୍କ ଲମ୍ବା ଲାଇନ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ନିୟନ୍ତ୍ରୀତ ବଜାର କମିଟି ପକ୍ଷରୁ ବକ୍ସମା ଠାରେ କୁଚିଣ୍ଡା ଲ୍ୟାମ୍ପ ଚାଷୀଙ୍କ ଧାନ ସଂଗ୍ରହ କରୁଥିବା ବେଳେ ଶତାଧିକ ଚାଷୀଙ୍କ ହଜାର ହଜାର ବସ୍ତା ଧାନ ଖୋଲା ଆକାଶ ତଳେ ପଡିରହିଥିଲା ।

ଏନେଇ ଗଣମାଧ୍ୟମରେ ମଧ୍ୟ ବାରମ୍ବାର ଖବର ପ୍ରସାରଣ ହୋଇଥିଲା । ସମସ୍ୟାର ସମାଧାନ ହୋଇଛି ଏବଂ ଧାନ ଉଠୁଛି । ଏଫଏକ୍ୟୁ ଆଳରେ ମିଲର୍ସ ଆସୁନଥିବା ବେଳେ ଏବେ କିନ୍ତୁ ଧାନ ଉଠାଇବା ପାଇଁ ମିଲର୍ସଙ୍କ ଲାଇନ ଲାଗିଛି । ଏବେ ଧାନ ନିୟମିତ ଉଠିବ ବୋଲି କୁଚିଣ୍ଡା ଲ୍ୟାମ୍ପସ୍ ଏମଡି କହିଛନ୍ତି ।

The post ଖବର ବାଜିଲା ଧାନ ଉଠିଲା । ଚାଷୀଙ୍କ ଧାନ ନେବା ପାଇଁ ଲାଗିଛି ମିଲର୍ସ ଓ ଟ୍ରକଙ୍କ ଲମ୍ବା ଲାଇନ୍ first appeared on Kanak News.

from Kanak News
via <a href="https://ifttt.com/?

ଜମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ଇଡି ସମନ । କ୍ରିକେଟ ଆସୋସିଏସନରେ ଆର୍ଥିକ ଦୁର୍ନୀତି ନେଇ ହାଜର ହେବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ : ଜମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ଇଡି ସମନ । କ୍ରିକେଟ ଆସୋସିଏସନରେ ଆର୍ଥିକ ଦୁର୍ନୀତି ନେଇ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି ଇଡି । ଆଜି ତାଙ୍କୁ ଶ୍ରୀନଗରସ୍ଥିତ ଅଫିସରେ ହାଜର ହେବାକୁ ପ୍ରବର୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି । ପୂର୍ବରୁ ତାଙ୍କ ନାଁରେ ଇଡି ଚାର୍ଜସିଟ୍ ଦାଖଲ କରିଥିଲା ।

ଜମ୍ମୁକାଶ୍ମୀର କ୍ରିକେଟ ଆସୋସିଏସନର ପାଣ୍ଠିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ଅଭିଯୋଗ ହୋଇଛି । ସିବିଆଇ ମଧ୍ୟ ଏହି ମାମଲାରେ ଯାଞ୍ଚ କରୁଛି । ଫାରୁକ ଅବଦୁଲ୍ଲା ୨୦୦୧ରୁ ୨୦୧୨ପର୍ଯ୍ୟନ୍ତ ଜମ୍ମୁ କାଶ୍ମୀର କ୍ରିକେଟ ଆସୋସିଏସନର ସଭାପତି ଥିଲେ ।

The post ଜମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ଇଡି ସମନ । କ୍ରିକେଟ ଆସୋସିଏସନରେ ଆର୍ଥିକ ଦୁର୍ନୀତି ନେଇ ହାଜର ହେବାକୁ ନିର୍ଦ୍ଦେଶ first appeared on Kanak News.

from Kanak News
via <a href="https://ifttt.com/?

ଆଜି ବି ରାଜ୍ୟରେ କୁହୁଡି ପ୍ରଭାବ । ସତର୍କ ରହି ଗାଡ଼ି ଚଳାଇବାକୁ ଚାଳକଙ୍କୁ ପରାମର୍ଶ

କନକ ବ୍ୟୁରୋ : ଆଜିବି ରାଜ୍ୟର କିଛି ଜିଲ୍ଲାରେ କୁହୁଡ଼ି ଦେଖାଦେଇଛି । ବିଶେଷକରି ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ପ୍ରଭାବ ଦେଖାଦେଇଛି । ଏନେଇ ପୂର୍ବରୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଥିଲା । ଆସନ୍ତାକାଲି ମଧ୍ୟ କିଛି ଜିଲ୍ଲାରେ କୁହୁଡ଼ିର ପ୍ରଭାବ ରହିବ ।

ସେପଟେ ଦୁଇ ଦିନ ପରେ ରାଜ୍ୟର ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରାଯାଇଛି । ତେବେ କୁହୁଡ଼ି ଯୋଗୁଁ ଅନେକ ସ୍ଥାନରେ ଦୁର୍ଘଟଣା ଘଟୁଥିବାରୁ ଗାଡ଼ି ଚଳାଇବା ବେଳେ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି ।

The post ଆଜି ବି ରାଜ୍ୟରେ କୁହୁଡି ପ୍ରଭାବ । ସତର୍କ ରହି ଗାଡ଼ି ଚଳାଇବାକୁ ଚାଳକଙ୍କୁ ପରାମର୍ଶ first appeared on Kanak News.

from Kanak News
via <a href="https://ifttt.com/?

ବଦଳୁଛି ଶ୍ରୀକ୍ଷେତ୍ରର ଶୋଭାରାଜି । ନୂଆ ବୋହୁ ଭଳି ସଜେଇ ହେଉଛି ଶ୍ରୀକ୍ଷେତ୍ର ।

କନକ ବ୍ୟୁରୋ: ବଦଳୁଛି ଶ୍ରୀକ୍ଷେତ୍ରର ଶୋଭାରାଜି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନୀ ପୂର୍ବରୁ ସଜେଇ ହେଉଛି ଶ୍ରୀକ୍ଷେତ୍ର । ପୁରୀ ସହରର କାନ୍ଥବାଡଠାରୁ ଆରମ୍ଭ କରି ରାସ୍ତାଘାଟକୁ ହଜି ଯାଉଥିବା କଳା ସଂସ୍କୃତି, ଐତିହ୍ୟ ଗାଥା ଆଧାରରେ ଚିତ୍ରଣ କରାଯାଇଛି । ଯାହା ଶ୍ରୀକ୍ଷେତ୍ରରୁ ସୌନ୍ଦର୍ଯ୍ୟକୁ ଆହୁରି ବୃଦ୍ଧି କରିଛି ।

ନୂଆ ବୋହୁ ଭଳି ସଜେଇ ହେଉଛି ଶ୍ରୀକ୍ଷେତ୍ର । ପୁରୀର ରାସ୍ତାଘାଟଠାରୁ ଆରମ୍ଭ କରି ଶ୍ରୀକ୍ଷେତ୍ରର କାନ୍ଥ ରଙ୍ଗେଇ ହେଉଛି । ଲାଗୁଛି ଯେମିତି ରଙ୍ଗୀନ ଶାଢ଼ୀ ପିନ୍ଧୁଛି ଶ୍ରୀକ୍ଷେତ୍ର । ପରିକ୍ରମା ପ୍ରକଳ୍ପ ପାଇଁ ବଡଦାଣ୍ଡକୁ ରଙ୍ଗାଯିବା ପରେ, ସଂଲଗ୍ନ ଗଳି ରାସ୍ତାର କାନ୍ଥକୁ ବି ଚିତ୍ରଣ କରାଯାଉଛି । ଯେଉଁଥିରେ ବାଦ୍ୟ ଯନ୍ତ୍ରଠାରୁ ଆରମ୍ଭ କରି, ନୃତ୍ୟଶୈଳୀର ଛବି ବେଶ୍ ମନୋଲୋଭା ହୋଇଛି । ପୁଣି ସମୁଦ୍ରଚର ଜୀବଙ୍କଠୁ ନେଇ ସାମୁଦ୍ରିକ ଜଳକ୍ରୀଡାର ଚିତ୍ର ମନ ମୋହୁଛି ।  ଏଥିସହ ସ୍ଥାନୀୟ କଥା ବସ୍ତୁର ଅବବୋଧକୁ ଚିତ୍ରରେ ଅବତାରଣା ବଖାଣୁଛି ଐତିହ୍ୟର ଗାଥା । ଯାହାକି ଶ୍ରୀକ୍ଷେତ୍ରର ଶୋଭା ବଢ଼ାଇବା ସହ ମହାନ ଉକ୍ରଳୀୟ ପରମ୍ପରାକୁ ଉଜୀବିତ କରୁଛି । ଜିଲ୍ଲାପାଳଙ୍କ କହିବା ଅନୁସାରେ ପ୍ରାୟ ୨୦ଟି କଥାବସ୍ତକୁ ଆଧାର କରି ୨ଲକ୍ଷ ବର୍ଗଫୁଟ କାନ୍ଥକୁ ଚିତ୍ରଣ କରାଯାଉଛି ।

ଶୀମନ୍ଦିର ନିକଟରେ ଥିବା ବ୍ରିଟିଶ ଅମଳର ପାଣି ଟାଙ୍କିରେ ଶୋଭା ପାଉଛି କାଞ୍ଚି ଅଭିଯାନର କାହାଣୀ । ପଟ୍ଟଚିତ୍ରରେ ରଘୁରାଜପୁରର ଚିତ୍ରଶିଳ୍ପୀ ଗଜପତି ପୁରୁଷୋତମ ଦେବ ଓ ରାଣୀ ପଦ୍ମାବତୀଙ୍କ ପ୍ରେମଠୁ ନେଇ କାଞ୍ଚି ଅଭିଯାନର ପୁରା କାହାଣୀ ବର୍ଣ୍ଣନା କରିଛନ୍ତି । ଶ୍ରୀମନ୍ଦିର ପରିକ୍ରମା କରିବାବେଳେ , ଶ୍ରଦ୍ଧାଳୁମାନେ ଏହାକୁ ଦେଖିପାରିବେ । ପରିକ୍ରମା ପ୍ରକଳ୍ପ ଯୋଗୁଁ ଐତିହ୍ୟକୁ ନଷ୍ଟ କରାଯାଇଥିବା ଅଭିଯୋଗ ଭିତରେ ପ୍ରଶାସନର ଏଭଳି ପଦକ୍ଷେପକୁ ସବୁ ମହଲରୁ ସ୍ୱାଗତ କରାଯାଉଛି ।

The post ବଦଳୁଛି ଶ୍ରୀକ୍ଷେତ୍ରର ଶୋଭାରାଜି । ନୂଆ ବୋହୁ ଭଳି ସଜେଇ ହେଉଛି ଶ୍ରୀକ୍ଷେତ୍ର । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started