କାହିଁକି ଟି-୨୦ ସ୍କ୍ୱାଡରୁ ବାଦ୍ ପଡ଼ିଲେ ଈଶାନ୍ କିଶନ । ପାର୍ଟିରେ ଇଶାନଙ୍କ ଯୋଗ ଦେବା ନେଇ ଅସନ୍ତୁଷ୍ଟ ମ୍ୟାନେଜମେଂଟ, ଆୟରଙ୍କ ପାଇଁ କାଳ ହେଲା ଖରାପ ଶଟ୍ ଚୟନ

କନକ ବ୍ୟୁରୋ : ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରୁ କାହିଁକି ବାଦ୍ ପଡ଼ିଲେ ଈଶାନ୍ କିଶନ ଓ ଶ୍ରେୟସ ଆୟର । ଏବେ ଏହାକୁ ନେଇ ବଡ଼ କଥା ସାମ୍ନାକୁ ଆସିଛି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବିଶୃଙ୍ଖଳିତ ଆଚରଣ ପାଇଁ ଉଭୟଙ୍କୁ ଆଫଗାନିସ୍ତାନ ବିପକ୍ଷ ସିରିଜରୁ ବାଦ୍ ଦିଆଯାଇଛି । ଟିମ୍ ମ୍ୟାନେଜମେଂଟ, ଇଶାନଙ୍କ ଆଚରଣକୁ ନେଇ ଅସନ୍ତୁଷ୍ଟ ଥିଲା । ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଈଶାନ୍ ଓହରି ଯାଇଥିଲେ । ଯାହା ପରେ ସେ ସ୍ୱଦେଶ ଫେରିଆସିଥିଲେ । ତେବେ ସ୍ୱଦେଶ ଫେରିବା ପରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଘରେ ପାର୍ଟି କରୁଥିଲେ । ଏହାବ୍ୟତୀତ ଏକ ଟିଭି ଶୋ’ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଟିମ୍ ମ୍ୟାନେଜମେଂଟ ଖପ୍ପା ହୋଇଥିଲା । ସେହିପରି ଆୟର ସଟ୍ ଚୟନକୁ ନେଇ ଟିମ୍ ଚୟନକର୍ତା ଅସନ୍ତୁଷ୍ଟ ଥିଲା । ବିଶେଷ କରି ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ରେ ଅତି ଖରାପ ସଟ୍ ଖେଳି ଆଉଟ୍ ହୋଇଥିଲେ ଆୟର । ଏଥିପାଇଁ ଚୟନକର୍ତା ତାଙ୍କୁ ରଣଜୀ ଟ୍ରଫି ଖେଳିବାକୁ ପରାମର୍ଶ ଦେଇଥିଲା । ଆଉ ଆନ୍ଧ୍ର ପ୍ରଦେଶ ବିପକ୍ଷ ଜାନୁଆରୀ ୧୨ରୁ ଆରମ୍ଭ ହେବାକୁ ଥିବା ରଣଜୀ ଟ୍ରଫି ମ୍ୟାଚ୍ ପାଇଁ ତାଙ୍କୁ ମୁମ୍ବାଇ ଦଳରେ ସାମିଲ କରାଯାଇଛି । ରିପୋର୍ଟ ଅନୁସାରେ, ଯେଉଁ ଖେଳାଳିମାନେ ଟେଷ୍ଟ ଓ ପ୍ରଥମଶ୍ରେଣୀ କ୍ରିକେଟ୍କୁ ଗୁରୁତ୍ୱର ସହ ନେଉନାହାନ୍ତି, ସେମାନଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଆପଣାଇବା ପାଇଁ ଚୟନ କମିଟି ଏଭଳି ନିଷ୍ପତି ନେଉଛି । ଚୟନକର୍ତା ରିଙ୍କୁ ସିଂଙ୍କ କଠିନ ପରିଶ୍ରମରେ ଖୁବ୍ ପ୍ରଭାବିତ ହୋଇଥିବା ବେଳେ ଖୁବ୍ ଶୀଘ୍ର ତାଙ୍କୁ ଟେଷ୍ଟ ଟିମ୍ରେ ସାମିଲ କରାଯାଇପାରେ ବୋଲି କୁହାଯାଉଛି ।

The post କାହିଁକି ଟି-୨୦ ସ୍କ୍ୱାଡରୁ ବାଦ୍ ପଡ଼ିଲେ ଈଶାନ୍ କିଶନ । ପାର୍ଟିରେ ଇଶାନଙ୍କ ଯୋଗ ଦେବା ନେଇ ଅସନ୍ତୁଷ୍ଟ ମ୍ୟାନେଜମେଂଟ, ଆୟରଙ୍କ ପାଇଁ କାଳ ହେଲା ଖରାପ ଶଟ୍ ଚୟନ first appeared on Kanak News.

from Kanak News
via <a href="https://ifttt.com/?

ସ୍ୱାମୀ-ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ । ହାତ ଭାଙ୍ଗିଦେଲେ, ମୁଣ୍ଡ ଫଟାଇଲେ ଦୁର୍ବୃତ୍ତ

କନକ ବ୍ୟୁରୋ: ଭୁବନେଶ୍ୱର ବାସିନ୍ଦା ସତ୍ୟବ୍ରତ ନାୟକ ଓ ପତ୍ନୀ ଅନୁସୟା ନାୟକ । ଦୁର୍ବୁତଙ୍କ ମାଡରେ ଲହୁ ଲୁହାଣ ହୋଇଛନ୍ତି ଏହି ଦମ୍ପତି । ସାମାନ୍ୟ କଥାରୁ ଯେ, ଏତେ ଭୟଙ୍କର ଦଶା ଭୋଗିବାକୁ ପଡିବ ତାହା ହୁଏତ କେହି କେବେ ସ୍ୱପ୍ନରେ ବି ଭାବି ନଥିବେ । ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଭୋଜି ପାଇଁ ପରିବାର ସହ ଯାଇଥିବା ବେଳେ ଏହି ଦମ୍ପତିଙ୍କର ଏଭଳି ଅବସ୍ଥା କରିଛନ୍ତି କିଛି ଦୁର୍ବୁତ ।

ଖୋର୍ଦ୍ଧା ଭୁଷଣ୍ଡପୁରରେ ଥିବା ମା’ ଉଗ୍ରତାରାଙ୍କ ପୀଠକୁ ପିକନିକ୍ ପାଇଁ ଯାଇଥିଲେ ଏହି ପରିବାର । ଯେଉଁ ପିଣ୍ଡିରେ ସେମାନେ ଭୋଜି କରୁଥିଲେ, ସେହି ପିଣ୍ଡିକୁ ଲାଗି ସ୍ଥାନୀୟ ଯୁବକମାନେ ଭୋଜି କରୁଥିଲେ । ପାଣି ପାଇପରୁ ପାଣି ଛିଟିକା ପଡିବାରୁ ସତ୍ୟବ୍ରତଙ୍କ ଜଣେ ସଂପର୍କୀୟ ଏବଂ ସଂପୃକ୍ତ ଯୁବକମାନଙ୍କ ଭିତରେ କଥା କଟା କଟି ପରେ ପାଟିତୁଣ୍ଡ ହୋଇଥିଲା । ପରିସ୍ଥିତି ଏଭଳି ଉଗ୍ରରୁପ ନେଇଥିଲା ଯେ, ସ୍ୱାମୀ-ସ୍ତ୍ରୀଙ୍କ ସମେତ ୫ ଜଣଙ୍କୁ ମାଡ ମାରି ଲହୁ ଲୁହାଣ କରି ଦେଇଥିଲେ । ଆଉ ନିଜ ଜୀବନକୁ କୌଣସିପ୍ରକାର ବଞ୍ଚାଇ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ହସ୍ପିଟାଲରେ ଭର୍ତି ହୋଇଛନ୍ତି ।

  • ଛୋଟିଆ କଥାରୁ ରକ୍ତମୁଖା ହେଲେ ଦୁର୍ବୃତ୍ତ
  • ହେଲେ ଦଫା ଲଗାଇବାକୁ ଡରୁଛି ପୁଲିସ!

ମୁଣ୍ଡରେ ମାଳ ମାଳ ଷ୍ଟିଚ । ମହିଳାଙ୍କୁ ବି ଗୋଡାଇ ଗୋଡାଇ ପଟିଲେ ଦୁର୍ବୃତ୍ତ । ରକ୍ତମୁଖା ହୋଇ ପଡିଥିବା ଦୁର୍ବୃତମାନେ ମାଡ ମାରି ଯୁବକଙ୍କ ହାତ ବି ଭାଙ୍ଗି ଦେଲେ । ଡାକ୍ତର ବି ତାଙ୍କ ରିପୋର୍ଟରେ ସଫା ସଫା ସବୁ କଥା ଉଲ୍ଲେଖ କରିଛନ୍ତି । କିନ୍ତୁ ଖୋର୍ଦ୍ଧା ଟାଙ୍ଗି ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଦଫା ୩୦୭ ଅର୍ଥାତ ହତ୍ୟା ଉଦ୍ୟମ ଏଫଆଇଆରରେ ନାହିଁ । ତେବେ ରକ୍ତମୁଖା ଯୁବକଙ୍କ ବିରୋଧରେ କାହିଁକି କଡ଼ା ଦଫା ଲଗାଯାଇନି, କାହିଁକି କାର୍ଯ୍ୟାନୁଷ୍ଠାନ ନିଆ ଯାଉନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି ଆହତ ମହିଳା । ତେବେ ଏହି ବାବଦରେ ଆମେ ଟାଙ୍ଗି ପୁଲିସ ସହିତ ଯୋଗାଯୋଗ କରିଥିଲେ ବି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି ।

The post ସ୍ୱାମୀ-ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ । ହାତ ଭାଙ୍ଗିଦେଲେ, ମୁଣ୍ଡ ଫଟାଇଲେ ଦୁର୍ବୃତ୍ତ first appeared on Kanak News.

from Kanak News
via <a href="https://ifttt.com/?

ନିମନ୍ତ୍ରଣ ସତ୍ୱେ ଅଯୋଧ୍ୟା ଯିବେନି ଖଡଗେ ଓ ସୋନିଆ । ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବନି କଂଗ୍ରେସ

କନକ ବ୍ୟୁରୋ : ଜାନୁଆରୀ ୨୨ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବନି କଂଗ୍ରେସ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ସଂସଦୀୟ ଦଳ ସଭାପତି ସୋନିଆ ଗାନ୍ଧୀ, ଲୋକସଭାରେ କଂଗ୍ରେସ ଦଳର ନେତା ଅଧିର ରଞ୍ଜନ ଚୌଧୁରୀଙ୍କ ସମେତ କୌଣସି ବି ନେତା ଏହି କାର୍ଯ୍ୟକ୍ରମରେ ଯୋଗ ଦେବେନାହିଁ । କଂଗ୍ରେସ ପକ୍ଷରୁ ଏନେଇ ଏକ ବିବୃତି ଜାରି କରାଯାଇଛି । ବିବୃତିରେ କୁହାଯାଇଛି ଯେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଆମ ଦଳକୁ ନିମନ୍ତ୍ରଣ ମିଳିଛି, ଏହି ନିମନ୍ତ୍ରଣକୁ ଆମେ ସମ୍ମାନର ସହ ଅସ୍ୱୀକାର କରୁଛୁ । ଧର୍ମ ଏକ ବ୍ୟକ୍ତିଗତ ବିଷୟ ହୋଇଥିବା ବେଳେ ଆରଏସଏସ ଓ ବିଜେପି ଏହାକୁ ନିର୍ବାଚନର ଅସ୍ତ୍ର ଭାବେ ବ୍ୟବହାର କରୁଥିବା କଂଗ୍ରେସ କହିଛି । ଆଗକୁ ଲୋକସଭା ନିର୍ବାଚନ ଆସୁଥିବା ବେଳେ ବିଜେପି ତରବରିଆ ଭାବେ ଅଧା ନିର୍ମାଣ ହୋଇଥିବା ମନ୍ଦିରକୁ ଉଦଘାଟନ କରୁଛି । ୨୦୧୯ରେ ରାମ ମନ୍ଦିରକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ କଂଗ୍ରେସ ସମ୍ମାନ ଜଣାଇବା ସହ ନିମନ୍ତ୍ରଣକୁ ଅସ୍ୱୀକାର କରୁଛୁ ବୋଲି କଂଗ୍ରେସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି । ସେପଟେ ଏନେଇ କଂଗ୍ରେସକୁ ଟାର୍ଗେଟ କରିଛି ବିଜେପି, ବିନାଶ କାଳେ ଏହା କଂଗ୍ରେସର ବୀପରିତ ବୁଦ୍ଧି ବୋଲି କହିଛି ଦଳ ।

The post ନିମନ୍ତ୍ରଣ ସତ୍ୱେ ଅଯୋଧ୍ୟା ଯିବେନି ଖଡଗେ ଓ ସୋନିଆ । ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବନି କଂଗ୍ରେସ first appeared on Kanak News.

from Kanak News
via <a href="https://ifttt.com/?

ଲୋୟର ସୁକତେଲକୁ ନେଇ ରାଜନୀତି ଜୋର । ଥାନାରେ ଏତଲା, ବିଜେଡି-କଂଗ୍ରେସ ଭିତରେ ବୟାନବାଜି ।

କନକ ବ୍ୟୁରୋ: ବଲାଙ୍ଗୀରର ଜୀବନ ରେଖା କୁହାଯାଉଥିବା ଲୋୟର ସୁକତେଲ ପ୍ରକଳ୍ପକୁ ଗତ ୩ତାରିଖରେ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । କିନ୍ତୁ ଉଦଘାଟନ ଦିନ ସଭାମଞ୍ଚରୁ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ସିଧାସଳଖ କେତେକ ପ୍ରଶ୍ନ ଉଠାଇବା ପରେ, ଜାରି ରହିଛି ବିଜେଡି-କଂଗ୍ରେସ ବୟାନବାଜି । ଆଉ ଏହି ବୟାନବାଜି ବଲାଙ୍ଗୀର ରାଜନୀତିକୁ ସରଗରମ କରିଛି ।

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସଭାମଞ୍ଚରୁ ନରସିଂହ କହିଥିବା କେଇପଦ କଥା, ବଲାଙ୍ଗୀର ରାଜନୀତିକୁ ଉଷ୍ଣ କରି ରଖିଛି । ସୁକତେଲ ପ୍ରକଳ୍ପ ଉଦଘାଟନକୁ ଏହା ଭିତରେ ସପ୍ତାହେ ବିତିଲାଣି, କିନ୍ତୁ କଂଗ୍ରେସ ଓ ବିଜେଡି ମଧ୍ୟରେ ଜାରି ରହିଛି କଥା କଟାକଟି । ଡ୍ୟାମକୁ ନେଇ ଶ୍ରେୟ ନେବାକୁ କେହି ସୁଯୋଗ ହାତଛଡା କରିବାକୁ ଚାହୁଁନାହାନ୍ତି । ବିଜେଡି ନେତା କଂଗ୍ରେସକୁ କଟାକ୍ଷ କରି କହିଛନ୍ତି, ବିରୋଧୀ ବିକାଶକୁ ସହିପାରୁନାହାନ୍ତି କି ବିକାଶ କରେଇ ଦେଉନାହାନ୍ତି । ଅଯଥା ଶସ୍ତା ରାଜନୀତି କରୁଛନ୍ତି ।

ତେବେ କଥା କେବଳ ବୟାନବାଜିରେ ଅଟକିନି । ନରସିଂହ ମିଶ୍ର ଭାଷଣରେ କହିଥିବା ଭଡାଟିଆ ଶବ୍ଦକୁ ନେଇ ବିଜେଡି ମହିଳା ମୋର୍ଚ୍ଚା ପକ୍ଷରୁ ଆପତ୍ତି ଉଠା ଯାଇଛି । ସେ ମହିଳାଙ୍କ ସମ୍ମାନ ହାନୀ କରିଥିବା ନେଇ ଏସପି ଓ ଜିଲ୍ଲାପାଳଙ୍କ ନିକଟରେ ବିଜେଡି ମହିଳା ମୋର୍ଚ୍ଚା ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି । ବିଜେଡିର ଅଭିଯୋଗ ପରେ, ପାଲଟା ଆକ୍ରମଣ କରିଛି କଂଗ୍ରେସ । ନିର୍ବାଚନ ସମୟରେ ଭୋଟରଙ୍କୁ ପ୍ରଲୋଭିତ କରିବା ସହ ଭୁଆଁ ବୁଲାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ସମରେନ୍ଦ୍ର ମିଶ୍ର । ହେଲେ ନିର୍ବାଚନ ପାଖେଇ ଆସୁଥିବାବେଳେ ବଲାଙ୍ଗୀରର ଦୁଇ ପ୍ରତିଦ୍ୱନ୍ଦୀ ବିଜେଡି ଓ କଂଗ୍ରେସର ଆରୋପ ପ୍ରତ୍ୟାରୋପ ସ୍ଥାନୀୟ ରାଜନୀତିକୁ ସରଗରମ କରିଛି ।

The post ଲୋୟର ସୁକତେଲକୁ ନେଇ ରାଜନୀତି ଜୋର । ଥାନାରେ ଏତଲା, ବିଜେଡି-କଂଗ୍ରେସ ଭିତରେ ବୟାନବାଜି । first appeared on Kanak News.

from Kanak News
via <a href="https://ifttt.com/?

ବଢ଼ିଲା ଭାରତୀୟ ନୌସେନାର ଶକ୍ତି । ସାମିଲ ହେଲା ଦୃଷ୍ଟି-୧୦ ଷ୍ଟାରଲାଇନର

କନକ ବ୍ୟୁରୋ : ଭାରତୀୟ ନୌସେନାର ହେଲା ଶକ୍ତି ବୃଦ୍ଧି । ଶତ୍ରୁରାଷ୍ଟ ପାକିସ୍ଥାନ ଓ ଚୀନର ବଢିଲା ଭୟ । ଆଦାନି ଡିଫେନ୍ସ ଓ ଏରୋସ୍ପେଶ ଦ୍ୱାରା ବିକଶିତ କରାଯାଇଥିବା ଦୃଷ୍ଟି ୧୦ଷ୍ଟାର ଲାଇନର ଡ୍ରୋନକୁ ନୌସେନାରେ ସାମିଲ କରାଯାଇଛି । ମାନବ ରହିତ ଏହି ସ୍ୱଦେଶୀ ଡ୍ରୋନକୁ ହାଇଦ୍ରାବାଦରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନୌସେନାରେ ସାମିଲ କରାଯାଇଛି । ଆରବ ସାଗରରେ ପଣ୍ୟବାହୀ ଜାହାଜ ଗୁଡିକ ଉପରେ ଆକ୍ରମଣ କରାଯାଉଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ଭାରତୀୟ ନୌସେନା । ଏହାରି ମଧ୍ୟରେ ‘ଦୃଷ୍ଟି ୧୦ଷ୍ଟାର ଲାଇନର’ ଡ୍ରୋନକୁ ନୌସେନାରେ ସାମିଲ ଶତ୍ରୁ ରାଷ୍ଟ୍ରଙ୍କୁ ଚେତବାନୀ ସଦୃଶ ହୋଇଛି । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅତ୍ୟାଧୁନିକ ଡ୍ରୋନ ‘ଦୃଷ୍ଟି ୧୦ଷ୍ଟାର ଲାଇନର’ର ପେଲୋଡ କ୍ଷମତା ୪୫୦ କେଜି ରହିଥିବା ବେଳେ ଏହା ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଲକ୍ଷ୍ୟକୁ ଭେଦ କରିବାକୁ ସକ୍ଷମ । ଏହାଦ୍ୱାର ସମୁଦ୍ର ମଧ୍ୟରେ ଶତ୍ରୁ ରାଷ୍ଟ୍ରଙ୍କୁ ଜବାବ ଦେବା ଆହୁରି ସହଜ ହେବ ବୋଲି କହିଛନ୍ତି ନୌସେନା ମୁଖ୍ୟ ଆଡମିରାଲ ଆର ହରିକୁମାର ।

The post ବଢ଼ିଲା ଭାରତୀୟ ନୌସେନାର ଶକ୍ତି । ସାମିଲ ହେଲା ଦୃଷ୍ଟି-୧୦ ଷ୍ଟାରଲାଇନର first appeared on Kanak News.

from Kanak News
via <a href="https://ifttt.com/?

ଭ୍ରାଇବ୍ରାଂଟ ଗୁଜରାଟ ସମିଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ଼ ଗ୍ୟାରେଣ୍ଟି । କହିଲେ, ଖୁବ୍ ଶୀଘ୍ର ଭାରତ ହେବ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି

କନକ ବ୍ୟୁରୋ : ଗୁଜରାଟରେ ଆୟୋଜିତ ଭାଇବ୍ରାଂଟ ଗ୍ଲୋବାଲ ସମିଟରେ କିଛି ଏଭଳି ଗ୍ୟାରେଂଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀଙ୍କ ଏହି ଆହ୍ୱାନ ଏଥିପାଇଁ ଗୁରୁତ୍ୱ ବହନ କରୁଛନ୍ତି, କାରଣ ଭାରତ ସମେତ ବିଶ୍ୱର ବହୁ ନାମୀ ବ୍ୟବସାୟିକ ଗ୍ରୁପ୍ ଓ କୋଟିପତି ଏହି ସମ୍ମିଳନୀରେ ଭାଗ ନେଇଥିଲେ । ଏହି ଅବସରରେ ମୋଦୀ କହିଛନ୍ତି,
– ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଆମର ଲକ୍ଷ୍ୟ
– ଗତ ୧୦ ବର୍ଷରେ ଭାରତୀୟ ଅର୍ଥନୀତିରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି
– ୧୦ ବର୍ଷ ତଳେ ଭାରତର ଅର୍ଥନୀତି ଏକାଦଶ ସ୍ଥାନରେ ଥିଲା
– ଏବେ ଦେଶର ଅର୍ଥନୀତି ପଂଚମ ସ୍ଥାନରେ ପହଂଚିଛି
– ବିଶ୍ୱର ରେଟିଂ ଏଜେନ୍ସିମାନେ ଭାରତୀୟ ଅର୍ଥନୀତି ଉପରେ ଭରସା ଦେଖାଇଛନ୍ତି
– ଆଉ ଖୁବଶୀଘ୍ର ଭାରତ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ହେବ

ସେପଟେ ଗୋଟିଏ ମଂଚରେ ଏକାଠି ହୋଇଛନ୍ତି ଭାରତର ଦୁଇ ଅଗ୍ରଣୀ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ଓ ଗୌତମ ଆଦାନୀ । ସମ୍ମିଳନୀରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଅଧ୍ୟକ୍ଷ ମୁକେଶ ଅମ୍ବାନୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି । ମୋଦୀଙ୍କୁ ସେ ଦେଶର ସବୁଠାରୁ ସଫଳ ପ୍ରଧାନମନ୍ତ୍ରୀ କହିବା ସହ ଗୁଜରାଟ ପାଇଁ ବଡ଼ ବଡ଼ ଘୋଷଣା ମଧ୍ୟ କରିଛନ୍ତି । ଗୁଜରାଟ ଖୁବଶୀଘ୍ର ନିଜ ବ୍ୟାଟେରୀ ଉତ୍ପାଦନ କାରଖାନା ଆରମ୍ଭ କରିବାକୁ କହିଛନ୍ତି । ସେହିପରି ଆଦାନୀ ମଧ୍ୟ ଗୁଜରାଟରେ ପ୍ରତିବର୍ଷ ୨ଲକ୍ଷ କୋଟି ଟଙ୍କା ନିବେଶ ପାଇଁ ଘୋଷଣା କରିଛନ୍ତି । ଅର୍ଥାତ୍ ପ୍ରତି ଘଂଟା ସେ ରାଜ୍ୟ ପାଇଁ ୫ କୋଟି ଟଙ୍କା ନିବେଶ କରିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉଦଘାଟିତ ଭାଇବ୍ରାଂଟ ଗୁଜରାଟ ଗ୍ଲୋବାଲ ସମିଟ୍ରେ ଟାଟା ଗ୍ରୁପ୍ ସମେତ ଆଉକିଛି ବଡ଼ ବଡ଼ ବ୍ୟବସାୟୀ ସାମିଲ ହୋଇଥିଲେ । ଜାପାନୀ କାର୍ ନିର୍ମାଣକାରୀ ସଂସ୍ଥା ସୁଜୁକି ମୋଟର୍ସ, ଗୁଜରାଟରେ ୩୫ହଜାର କୋଟି ଟଙ୍କା ନିବେଶ କରିବ । ଏହାବ୍ୟତୀତ ଆହୁରି ଅନେକ ସଂସ୍ଥା ଗୁଜରାଟ ପାଇଁ ବଡ଼ ଘୋଷଣା କରିଛନ୍ତି ।

The post ଭ୍ରାଇବ୍ରାଂଟ ଗୁଜରାଟ ସମିଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ଼ ଗ୍ୟାରେଣ୍ଟି । କହିଲେ, ଖୁବ୍ ଶୀଘ୍ର ଭାରତ ହେବ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି first appeared on Kanak News.

from Kanak News
via <a href="https://ifttt.com/?

ସ୍ତବ୍ଧ କଲା କୁନି ଶିଶୁର ହତ୍ୟା କାହାଣୀ । ପୋଷ୍ଟମର୍ଟମ ରିପୋର୍ଟରେ ସାଂଘାତିକ ତଥ୍ୟ

କନକ ବ୍ୟୁରୋ : ଗୋଆରେ ନିଜର ୪ ବର୍ଷର ଶିଶୁପୁତ୍ରକୁ ହତ୍ୟା କରିଥିବା ମା’ର ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ହତ୍ୟାକାଣ୍ଡ ପଛର କାରଣ କ’ଣ ଏବଂ କେମିତି ନିଜର ନିଷ୍ପାପ ଶିଶୁକୁ ହତ୍ୟା କଲା ମା’, ତା’ର କାରଣ ସାମ୍ନାକୁ ଆସିଛି । ଅଣନିଶ୍ୱାସୀ ହେବାରୁ ଶିଶୁଟି ପ୍ରାଣ ହରାଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି । ତେବେ ପୋଷ୍ଟମର୍ଟମ ରିପୋର୍ଟରେ ଆହୁରି କିଛି ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ।

ରିପୋର୍ଟ ଅନୁସାରେ
– ଅଣନିଶ୍ୱାସୀ ଯୋଗୁଁ ଶିଶୁଟିର ମୃତ୍ୟୁ ହୋଇଛି
– ଶରୀରରେ ଟିକିଏ ବି ରକ୍ତର ଦାଗ ନଥିଲା
– ବେକକୁ ଖୁବ୍ ଜୋରରେ ଚାପି ଦିଆଯାଇଥିଲା
– ଫଳରେ ଶିଶୁର ମୁହଁଟି ସିଝି ଯାଇଥିଲା
– ହତ୍ୟା ପାଇଁ ତକିଆ କିମ୍ବା ତାର ବ୍ୟବହାର ହୋଇଥିଲା
– କାରଣ ମୃତ୍ୟୁ ବେଳେ ଶିଶୁଟି ଆଦୌ ସଂଘର୍ଷ କରିନଥିଲା
– ବେକକୁ ଚାପିବା ଦ୍ୱାରା ଶିଶୁଟିର ମୁହଁରେ ଶିରାପ୍ରସିରା ବାହାରି ଆସିଥିଲା

ତେବେ ୪ ବର୍ଷର ନିରୀହ ଶିଶୁକୁ କାହିଁକି ହତ୍ୟା କରିବା ଭଳି ଚରମ ନିଷ୍ପତି ନେଲା, ତାକୁ ନେଇ ଆରମ୍ଭ ଖୋଳତାଡ଼ କରୁଛି ପୁଲିସ । ପ୍ରାଥମିକ ତଦନ୍ତ ରିପୋର୍ଟ କହୁଛି, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦ ଏହି ହତ୍ୟାକାଣ୍ଡର ପ୍ରମୁଖ କାରଣ । ବିବାହ ବିଚ୍ଛେଦ ପରେ ସୂଚନା ସେଠଙ୍କ ପୁଅ ସବୁବେଳେ ବାପାଙ୍କ ସହ ଦେଖା କରିବାକୁ ଜିଦ୍ କରୁଥିଲା । ଏହି କଥାକୁ ନେଇ ରାଗିଯାଇ ପୁଅକୁ ସୂଚନା ହତ୍ୟା କରିଥିବା ଜଣାପଡିଛି ।

୨୦୧୦ରେ ସୂଚନା ସେଠ୍ ଓ ଭେଙ୍କଟରମଣଙ୍କ ମଧ୍ୟରେ ହୋଇଥିଲା ବିବାହ
୨୦୧୯ରେ ଉଭୟଙ୍କ ପୁତ୍ର ସନ୍ତାନ ଲାଭ ହୋଇଥିଲା
ଏହା ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଦେଖା ଦେଇଥିଲା ଫାଟ
ଦୁହେଁ କୋର୍ଟରେ ବିବାହ ବିଚ୍ଛେଦ ପାଇଁ ଆବେଦନ କରିଥିଲେ
ଗତବର୍ଷ ଉଭୟଙ୍କ ମଧ୍ୟରେ ହୋଇଥିଲା ଛାଡ଼ପତ୍ର
କିନ୍ତୁ ପିଲା ତା’ର ବାପାଙ୍କୁ ଭେଟିପାରିବ ବୋଲି କୋର୍ଟ କହିଥିଲେ

ସେପଟେ କର୍ଣ୍ଣାଟକ ପୁଲିସର ସହାୟତାରେ ହତ୍ୟାକାରୀ ମା’କୁ ଗିରଫ କରିବା ପରେ ୬ ଦିନିଆ ରିମୋଣ୍ଡରେ ନେଇଛି । ଆଉ ତଦନ୍ତ ସଠିକ୍ ଦିଗରେ ଯାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ।

ସେପଟେ ଶିଶୁପୁତ୍ରର ଅନ୍ତ୍ୟେଷ୍ଟି କରାଯାଇଛି । ବାପା ଭେଙ୍କଟରମଣଙ୍କ ଉପସ୍ଥିତିରେ ବେଙ୍ଗାଲୁରୁର ହରିଶ୍ଚନ୍ଦ୍ର ଘାଟରେ ଶିଶୁର ଶେଷକୃତ୍ୟ ହୋଇଛି ।

The post ସ୍ତବ୍ଧ କଲା କୁନି ଶିଶୁର ହତ୍ୟା କାହାଣୀ । ପୋଷ୍ଟମର୍ଟମ ରିପୋର୍ଟରେ ସାଂଘାତିକ ତଥ୍ୟ first appeared on Kanak News.

from Kanak News
via <a href="https://ifttt.com/?

ମହଙ୍ଗା ପଡ଼ିଲା ଭାରତର ବୟକଟ ନାରା । ମାଳଦ୍ୱୀପକୁ ଏବେ ‘ଚୀନ୍’ ସାହାରା!

କନକ ବ୍ୟୁରୋ : ଭାରତ ସେହି ଦେଶ ଯିଏ ସବୁବେଳେ ମାଳଦ୍ୱୀପ ପାଇଁ ବିପଦ ବେଳର ସାଥୀ ହୋଇ ଛିଡ଼ା ହୋଇଥାଏ । କିନ୍ତୁ ଗୋଟିଏ ବିବାଦୀୟ ପୋଷ୍ଟ ସବୁକିଛି ଓଲଟପାଲଟ କରିଦେଲା । ଭାରତୀୟ ପର୍ଯ୍ୟଟକ ମାଳଦ୍ୱୀପକୁ ବୟକଟ କରିବା ପରେ ଏବେ ଚୀନର ସାହାରା ନେଇଛି ମାଳଦ୍ୱୀପ । ଚୀନ ଗସ୍ତରେ ଥିବା ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଡ୍ରାଗନକୁ ଆକୁଳ ନିବେଦନ କରିଛନ୍ତି । ମାଳଦ୍ୱୀପକୁ ଅଧିକରୁ ଅଧିକ ପର୍ଯ୍ୟଟକ ପଠାଇବାକୁ ସେ ସି ଜିନପିଙ୍ଗଙ୍କ ଦେଶକୁ ଅନୁରୋଧ କରିଛନ୍ତି ।

ମଙ୍ଗଳବାର ଚୀନର ଫୁଜିଆନ ପ୍ରାନ୍ତରେ ମାଳଦ୍ୱୀପ ବିଜନେସ୍ ଫୋରମକୁ ସମ୍ବୋଧିତ କରି ମୁଇଜୁ ଚୀନକୁ ଏହି ଦ୍ୱୀପ ରାଷ୍ଟ୍ରର ନିକଟତମ ସହଯୋଗୀ ବୋଲି କହିଛନ୍ତି । ନିଜ ଅଭିଭାଷଣରେ ସେ ୨୦୧୪ରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ (ବିଆରଆଇ) ପ୍ରକଳ୍ପକୁ ପ୍ରଶଂସା କରିଛନ୍ତି । କୋଭିଡ୍ ପୂର୍ବରୁ ଚୀନ୍ ଆମର (ମାଳଦ୍ୱୀପ)ର ଏକ ନମ୍ବର ବଜାର ଥିଲା ଏବଂ ମୁଁ ଅନୁରୋଧ କରୁଛି ଯେ ଆମେ ଚୀନକୁ ଏହି ସ୍ଥିତିକୁ ଫେରାଇ ଆଣିବା ପାଇଁ ପ୍ରୟାସକୁ ତ୍ୱରାନ୍ୱିତ କରିବାକୁ ସେ କହିଛନ୍ତି ।

ସେପଟେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈଦେଶିକ ନୀତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ପଡ଼ୋଶୀ ଦେଶ ସହ ସକାରାତ୍ମକ ଆନ୍ତର୍ଜାତିକ ସମ୍ପର୍କ ବଜାୟ ରଖିବା ଉପରେ ଖଡଗେ ଗୁରୁତ୍ୱାରୋପ କରିଛନ୍ତି । ଏପଟେ ବିରୋଧୀଙ୍କୁ ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲାକ୍ଷାଦ୍ୱୀପର ଫଟୋ ଏବଂ ମାଳଦ୍ୱୀପ ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ ଟୁଇଟ୍ ଆସିବା ପରେ ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି ।

ଏଭଳି ପରିସ୍ଥିତିରେ ଭାରତର କଠୋର ଆଭିମୁଖ୍ୟରେ ଅସନ୍ତୁଷ୍ଟ ପ୍ରକାଶ କରିଛି ମାଳଦ୍ୱୀପ । ଆଉ ରାଷ୍ଟ୍ରପତି ମୁଇଜୁଙ୍କ ଭାରତ ବିରୋଧୀ ଆଭିମୁଖ୍ୟ ନେଇ ବିରୋଧୀ ସାଂସଦମାନେ ଆକ୍ରମଣ ବଢ଼ାଇଛନ୍ତି । ରାଷ୍ଟ୍ରପତି ମୁଇଜୁଙ୍କୁ କ୍ଷମତାରୁ ହଟାଇବା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିବା ସହ ସର୍ବବୃହତ୍ ବିରୋଧୀ ଦଳ ଏମଡିପିକୁ ଅନାସ୍ଥା ଭୋଟ ଆରମ୍ଭ କରିବାକୁ ବିରୋଧୀ କହିଛନ୍ତି ।

The post ମହଙ୍ଗା ପଡ଼ିଲା ଭାରତର ବୟକଟ ନାରା । ମାଳଦ୍ୱୀପକୁ ଏବେ ‘ଚୀନ୍’ ସାହାରା! first appeared on Kanak News.

from Kanak News
via <a href="https://ifttt.com/?

ରାଜ୍ୟରେ କୁହୁଡ଼ି କରୁଛି କଲବଲ । ଦିନ ଅଧା ଯାଏଁ ରହୁଛି ପ୍ରଭାବ । ମଧ୍ୟରାତିରୁ ସକାଳ ପର୍ଯ୍ୟନ୍ତ ସଂଗୀନ ହେଉଛି ସ୍ଥିତି

କନକ ବ୍ୟୁରୋ: ରାଜ୍ୟରେ ବିଭିନ୍ନ ସ୍ଥାନରେ ଏବେ ଘନ କୁହୁଡ଼ି ଦେଖିବାକୁ ମିଳୁଛି । ମଧ୍ୟରାତିରୁ ସକାଳ ପର୍ଯ୍ୟନ୍ତ ସ୍ଥିତି ସାଂଘାତିକ ହୋଇଯାଉଛି । ଏପରିକି କିଛି ସ୍ଥାନରେ ଦିନ ଅଧା ହେଲା ପରେ ବି କୁହୁଡ଼ି ରହୁଛି । ଆହୁରି ଦୁଇ ଦିନ ରାଜ୍ୟରେ ଘନ କୁହୁଡ଼ି ପଡିବ । ତେବେ ୨୨ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

  • କୁହୁଡ଼ି କରୁଛି କଲବଲ
  • ମଧ୍ୟାହ୍ନ ପର୍ଯ୍ୟନ୍ତ ରହୁଛି କୁହୁଡ଼ି

ରାଜ୍ୟରେ ବିଭିନ୍ନ ସହରରେ ପ୍ରଦୂଷଣର ମାତ୍ରା ବଢୁଥିବା ବେଳେ ଘନ କୁହୁଡ଼ି ଜନଜୀବନକୁ ପ୍ରଭାବିତ କରିଛି । ଭୁବନେଶ୍ୱରରେ ୧୦୦ ମିଟର ଦୂରକୁ ଦେଖିବା ମୁସ୍କିଲ ହେଇଯାଇଛି । ସେହିପରି କଟକରେ ଦୃଶ୍ୟମାନ ଦୂରତା ୫୦ ମିଟର ରହିଥିବା ବେଳେ ଖୋର୍ଦ୍ଧା ଓ ଢେଙ୍କାନାଳରେ ଦୃଶ୍ୟମାନ ଦୂରତା ୨୦ ମିଟରକୁ ଖସି ଆସିଛି । ତେବେ ପାଣିପାଗ ବିଜ୍ଞାନୀଙ୍କ କହିବା କଥା….

  • ଗୁରୁଚାପ ବଳୟ ସକ୍ରିୟ ରହିଛି
  • ବାୟୁମଣ୍ଡଳରେ ବାୟୁ ଚଳାଚଳ ହେଉନାହିଁ
  • ଉଚ୍ଚ ଆଦ୍ରତା ଓ ନିର୍ମଳ ଆକାଶ ଯୋଗୁଁ ହେଉଛି ଘନ କୁହୁଡ଼ି
  • ୧୨ ତାରିଖ ପର୍ଯ୍ୟନ୍ତ ରହିବ ଘନ କୁହୁଡ଼ି
  • ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆସନ୍ତା ୨ ଦିନ ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ଘନ କୁହୁଡ଼ି ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଦୁଇ ଦିନ ପରେ ରାଜ୍ୟର ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରାଯାଇଛି । ତେବେ କୁହୁଡ଼ି ଯୋଗୁଁ ଅନେକ ସ୍ଥାନରେ ଦୁର୍ଘଟଣା ଘଟୁଥିବାରୁ ଗାଡ଼ି ଚଳାଇବା ବେଳେ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି ।

The post ରାଜ୍ୟରେ କୁହୁଡ଼ି କରୁଛି କଲବଲ । ଦିନ ଅଧା ଯାଏଁ ରହୁଛି ପ୍ରଭାବ । ମଧ୍ୟରାତିରୁ ସକାଳ ପର୍ଯ୍ୟନ୍ତ ସଂଗୀନ ହେଉଛି ସ୍ଥିତି first appeared on Kanak News.

from Kanak News
via <a href="https://ifttt.com/?

ଅପରାଧ ନିୟନ୍ତ୍ରଣ ପାଇଁ ଆଧୁନିକ ଟେକ୍ନୋଲୋଜି ଆପଣାଇବ କମିସନରେଟ୍ ପୁଲିସ । କ୍ରାଇମ ହଟସ୍ପଟ୍ ଉପରେ ରହିବ ସ୍ୱତନ୍ତ୍ର ନଜର ।

କନକ ବ୍ୟୁରୋ: ରାଜଧାନୀରେ ବଢୁଛି ଅପରାଧ ଓ ଲୁଟତରାଜ୍ । ପୁଲିସକୁ ଚ୍ୟାଲେଞ୍ଜ ଦେଇ ଲୁଟପାଟ୍ କରି ଛୁ ମାରୁଛନ୍ତି ଲୁଟେରା । ତେବେ ଏଣିକି ଚୋର ଧରିବାରେ ସହାୟକ ହେବ ଗୁଗଲ ମ୍ୟାପିଂ । ଅପରାଧ ନିୟନ୍ତ୍ରଣ ପାଇଁ ଆଧୁନିକ ଟେକ୍ନୋଲୋଜି ଆପଣାଇବ କମିସନରେଟ୍ ପୁଲିସ । କ୍ରମାଗତ ଛିନତାଇ, ଚୋରି ଡକାୟତି ହେଉଥିବା ସ୍ଥାନ ଗୁଡିକ ଗୁଗଲ ମ୍ୟାପିଂରେ ସ୍ଥାନ ପାଇବ । ଫଳରେ କ୍ରାଇମ ହଟସ୍ପଟ୍ ଉପରେ ସ୍ୱତନ୍ତ୍ର ନଜର ରଖିବା ସହ ଅପରାଧୀଙ୍କ ପିଛା କରିବା, ପୁଲିସ ପାଇଁ ସହଜ ହେବ । ତେବେ ଅପରାଧ ନିୟନ୍ତ୍ରଣ ପାଇଁ ଗୁଗୁଲ ମ୍ୟାପିଂ କ୍ରାଇମ ହଟସ୍ପଟ୍ ଉପରେ ରହିବ ନଜର ।

କମିଶନରେଟ ପୋଲିସ ବୈଷୟିକ ଜ୍ଞ।ନ କୌଶଳକୁ ଗୁରୁତ୍ୱ ଦେଉଥିବା ବେଳେ ଅପରାଧୀଙ୍କୁ ମ।ତ୍ ଦେବା ପ।ଇଁ ଆଉ ପ।ଦେ ଆଗେଇଛି । ଟେକ୍ନୋଲୋଜି ଜରିଆରେ ଖୁବଶୀଘ୍ର କ୍ର।ଇମ ହଟସ୍ପଟ ଚିହ୍ନଟ କରିବ ପୋଲିସ । ଗୁଗଲ ମ୍ୟାପିଂ ଜରିଆରେ କେଉଁଠି ଓ କେଉଁ ପ୍ରକ।ରର ଅପର।ଧ ହେଉଛି ତ।ହ।ର ନିରୀକ୍ଷଣ କରି କ୍ର।ଇମ ହଟସ୍ପଟ ଚିହ୍ନଟ କର।ଯିବ ।

  • ଗୁଗୁଲ ଆପ୍ଲିକେସନ ସହାୟତାରେ କ୍ରାଇମ ମ୍ୟାପିଂ ଟେକନିକ୍ ଆପଣାଇବ ପୋଲିସ
  • ଚେନ୍ ଲୁଟ ଓ ଚୋରି ଆଦି ଅପରାଧର ସ୍ଥାନ ସବୁ ଗୁଗୁଲ ମ୍ୟାପରେ ସ୍ଥାନ ପାଇବ
  • ଅଧିକ ଅପରାଧ ଘଟୁଥିବା ସ୍ଥାନକୁ କ୍ରାଇମ ହଟସ୍ପଟ୍ ଭାବେ ଚିହ୍ନଟ କରାଯିବ
  • ଯାହାକୁ ଆଧାର କରି ପୋଲିସ ଆଗାମୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ

ଗତକ।ଲି କମିଶନରେଟ ପୋଲିସ ପ୍ରତିଷ୍ଠ। ଦିବସରେ ୟୁନିଫ।ଏଡ଼ କମ।ଣ୍ଡ କଣ୍ଟ୍ରୋଲ ସେଣ୍ଟର ପ୍ରତିଷ୍ଠ। କରି ପୋଲିସିଂ ବ୍ୟବସ୍ଥ।କୁ ଅଧିକ ସୁଦୃଢ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପ୍ରଥମ ପର୍ୟ୍ୟ।ୟରେ କେବଳ ସ୍ନ।ଚିଂ ବ। ସୁନ। ଚେନ୍, ଅଳଙ୍କ।ର ଲୁଟ୍ ଘଟଣ।ଗୁଡ଼ିକର ଅନୁଧ୍ୟ।ନ କର।ଯିବ । କେମିତି ଅପର।ଧୀମ।ନେ ଅପର।ଧ ଘଟ।ଉଛନ୍ତି ଏବଂ ସେମ।ନେ କେଉଁ ଶୈଳୀରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି, ଅପର।ଧୀଙ୍କ ଗତିବିଧିର ବିଶ୍ଳେଷଣ କର।ଯିବ । ବିଗତ ଦିନମାନଙ୍କରେ ରାଜ୍ୟରେ ବିଭିନ୍ନ ସ୍ଥ।ନରେ ଘଟିଥିବ। ଅପର।ଧ ଓ ଅପର।ଧୀଙ୍କ ଉପରେ ଗୁଗଲ ମ୍ୟ।ପିଂ ଜରିଆରେ ନଜର ରଖ।ଯ।ଇପ।ରିବ । କମିଶନରେଟ ପୋଲିସ ସଫଳ ହେବ। ପରେ ବିଭିନ୍ନ ଜିଲ୍ଲ।ରେ ଥିବ। ଏସପି ଅଫିସରୁ ମନିଟର କର।ଯିବ । ର।ଜ୍ୟରେ ସବୁ ଥ।ନ। ଉପରେ ତୀକ୍ଷ୍ଣ ନଜର ରଖିବ। ସହ ଗୁଗୁଲ ମ୍ୟ।ପିଂ ଜରିଆରେ ଅପର।ଧର ଶୈଳୀ ଅନୁଧ୍ୟ।ନ କରିବ ପୋଲିସ।

୨୦୨୪ରେ ସ।ଇବର ଅପର।ଧୀଙ୍କୁ ଚ୍ୟ।ଲେଞ୍ଜ ଦେବ।କୁ ଯ।ଇ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଡିପ୍ ଫେକ ଭିଡିଓ ଘଟଣ।ରେ ତଦନ୍ତ ପ।ଇଁ ମଧ୍ୟ ଆଇଟି ଏକ୍ସପର୍ଟଙ୍କ ସହ ଯୋଗ।ଯୋଗରେ ରହିଛି କମିଶନରେଟ ପୋଲିସ ।

The post ଅପରାଧ ନିୟନ୍ତ୍ରଣ ପାଇଁ ଆଧୁନିକ ଟେକ୍ନୋଲୋଜି ଆପଣାଇବ କମିସନରେଟ୍ ପୁଲିସ । କ୍ରାଇମ ହଟସ୍ପଟ୍ ଉପରେ ରହିବ ସ୍ୱତନ୍ତ୍ର ନଜର । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started