ରଣପୁରରୁ ଆସିଲା ସମ୍ବଲପୁରର ଜବାବ । ୫-ଟି ଅଧ୍ୟକ୍ଷ କହିଲେ, ସାହାସ ଅଛି ତ ବିଏସକେୱାଇ କାର୍ଡ ବନ୍ଦ କରିବାକୁ ଇସ୍ତାହାରରେ ଘୋଷଣା କରନ୍ତୁ…

କନକ ବ୍ୟୁରୋ: ପୁଣିଥରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା କରିଛନ୍ତି ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ । ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଉଠେଇଥିବା ପ୍ରଶ୍ନର ଜବାବ ରଖିବା ସହ କହିଛନ୍ତି ନିଦରେ ଥିବା ଲୋକଙ୍କୁ ଉଠାଇ ହେବ ହେଲେ ନିଦ ଭଳି ଅଭିନୟ କରୁଥିବା ଲୋକଙ୍କୁ ଉଠାଇହେବ ନାହିଁ । କିଛି ଦିନ ପୂର୍ବରୁ ସମ୍ବଲପୁର ଗସ୍ତ ସମୟରେ ରାଜ୍ୟ ସରକାର ଆୟୁଷ୍ମାନ ଯୋଜନା ଲାଗୁ କରୁନଥିବା ନେଇ ବର୍ଷିଥିଲେ ଧର୍ମେନ୍ଦ୍ର ପ୍ରଧାନ । କହିଥିଲେ ଦେଶରେ ଆୟୁଷ୍ମାନ ଯୋଜନା ମାଧ୍ୟମରେ ମାଗଣା ସ୍ୱାସ୍ଥ୍ୟସେବା ମିଳୁଛି । କିନ୍ତୁ ରାଜ୍ୟ ସରକାର ଯୋଜନା ଲାଗୁ କରୁନାହାଁନ୍ତି । ବିଜୁ ସ୍ୱାସ୍ଥ୍ୟ କାର୍ଡରେ ସୁବିଧାରେ ସ୍ୱାସ୍ଥ୍ୟସେବା ମିଳୁଛି କି ବୋଲି ପ୍ରଶ୍ନ କରିଥିଲେ । କୋଟି କୋଟି ଟଙ୍କାର ବିଜ୍ଞାପନରେ ପ୍ରଚାର କରାଯାଉଛି ହେଲେ ପିଏଚସିରେ ଡାକ୍ତର ନାହାଁନ୍ତି ବୋଲି ସମାଲୋଚନା କରିଥିଲେ । ଯାହାର ଜବାବରେ ଆଜି ପାଣ୍ଡିଆନ କହିଛନ୍ତି ଯଦି ସାହସ ଅଛି କେନ୍ଦ୍ରମନ୍ତ୍ରୀ ତାଙ୍କର ଦଳୀୟ ନିର୍ବାଚନୀ ଇସ୍ତାହାରରେ ବିଏସକେୱାଇ କାର୍ଡ ବନ୍ଦ କରିବାକୁ ଘୋଷଣା କରନ୍ତୁ । ଇସ୍ତାହାର ପତ୍ର୍ରର ପ୍ରଥମ ନମ୍ବରରେ ରଖନ୍ତୁ ବୋଲି ଚ୍ୟାଲେଞ୍ଜ ଦେଇଛନ୍ତି ପାଣ୍ଡିଆନ୍ ।

The post ରଣପୁରରୁ ଆସିଲା ସମ୍ବଲପୁରର ଜବାବ । ୫-ଟି ଅଧ୍ୟକ୍ଷ କହିଲେ, ସାହାସ ଅଛି ତ ବିଏସକେୱାଇ କାର୍ଡ ବନ୍ଦ କରିବାକୁ ଇସ୍ତାହାରରେ ଘୋଷଣା କରନ୍ତୁ… first appeared on Kanak News.

from Kanak News
via <a href="https://ifttt.com/?

କିଛି ସମୟ ମଧ୍ୟରେ ମହାରାଷ୍ଟ୍ର ରାଜନୀତିକୁ ନେଇ ଆସିବ ବଡ଼ ରାୟ । ବିଧାୟକଙ୍କ ସଭ୍ୟପଦ ରଦ୍ଦ ନେଇ ନିଷ୍ପତି ଶୁଣାଇବେ ବିଧାନସଭା ବାଚସ୍ପତି

କନକ ବ୍ୟୁରୋ: ରୋଚକ ମୋଡ଼ରେ ମହାରାଷ୍ଟ୍ର ରାଜନୀତି । କିଛି ସମୟ ମଧ୍ୟରେ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ନେଇ ଆସିବ ବଡ଼ ରାୟ । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମେତ ତାଙ୍କ ଗୋଷ୍ଠୀର ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ଆସିଥିବା ସଭ୍ୟପଦ ରଦ୍ଦ ନେଇ ନିଷ୍ପତି ଶୁଣାଇବେ ବିଧାନସଭା ବାଚସ୍ପତି । ଏହି ମାମଲା ଏଥିପାଇଁ ରୋଚକ କାରଣ, ବାଚସ୍ପତି ଖୋଦ୍ ସିନ୍ଦେ ଗୋଷ୍ଠୀର । ବିଭିନ୍ନ ଆଳ ଦେଖାଇ ଏହି ପ୍ରକ୍ରିୟା ବିଳମ୍ବ ହୋଇ ଚାଲିଛି । କିନ୍ତୁ କୋର୍ଟଙ୍କ ଛାଟ ପରେ ଆଜି ରାୟ ଆସିବାକୁ ଯାଉଛି ।

ବାଚସ୍ପତିଙ୍କ ରାୟ ଆସିଲା ପରେ ଏକନାଥ ସିନ୍ଦେ ଓ ଉଦ୍ଧବ ଠାକରେ ଗୋଷ୍ଠୀ ବିବାଦରେ ଆସିପାରେ ନୂଆମୋଡ଼ । ବଡ଼ କଥା ହେଉଛି ଯଦି ଏକନାଥ ସିନ୍ଦେଙ୍କ ରଣନୀତି ଏପଟସେପଟ ହେବ ତେବେ ମହାରାଷ୍ଟ୍ରର ଶାସନ ଡୋର ଅଜିତ ପୱାରଙ୍କ ନିକଟକୁ ଚାଲିଯାଇପାରେ । ଏପରି ପରିସ୍ଥିତିରେ ଅଜିତ ପୱାର କିଙ୍ଗ ମେକର ହେବେ ନାଁ ନିଜେ କିଙ୍ଗ ବନିବେ ତାହାରି ଉପରେ ରହିଛି ସମସ୍ତଙ୍କ ନଜର ।

୨୦୨୨ ଜୁନ୍ ମାସରେ ଶିବସେନାର ବିଦ୍ରୋହି ବିଧାୟକ ବିଜେପି ସମର୍ଥନରେ ସରକାର ଗଠନ କରିବା ପରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହାର ପ୍ରାୟ ବର୍ଷକ ପରେ ଅଜିତ ପୱାର ନିଜ ଦାଦା ଶରତ ପୱାରଙ୍କ ସହ ବିଦ୍ରୋହ କରି ଏକନାଥ ସିନ୍ଦେଙ୍କୁ ସମର୍ଥନ ଜଣାଇଥିଲେ ଏବଂ ନିଜେ ଉପ ମୁଖ୍ୟମନ୍ତ୍ରୀ ବନିଯାଇଥିଲେ । ଏହାପରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚର୍ଚ୍ଚା ଥମିନଥିଲା । ୪୦ଜଣ ବିଧାୟକଙ୍କ ସମର୍ଥନ ରହିଥିବା ସିନ୍ଦେ ହିଁ ମୁଖ୍ୟମନ୍ତ୍ରୀ ରହିବେ ନାଁ ଅଜିତ ପୱାରଙ୍କ ହାତକୁ ଶାସନ ଭାର ଆସିବ ତାକୁ ନେଇ ଚର୍ଚ୍ଚା ହୋଇଥିଲା । ଏପରିକି ସିନ୍ଦେ ହିଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରହିବେ ବୋଲି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ କହିଥିଲେ । ଏସବୁ ଭିତରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସମେତ ଅନ୍ୟ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରିବା ପାଇଁ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାର୍ବେକର ନିକଟରେ ଦାବି କରିଥିଲେ ଉଦ୍ଧବ ଠାକରେ ଗୋଷ୍ଠୀ । ଆଉ କିଛି ସମୟ ମଧ୍ୟରେ ଏହାକୁ ନେଇ ନିଷ୍ପତି ଶୁଣାଇବେ ବିଧାନସଭା ବାଚସ୍ପତି । ଯଦି ଏକନାଥ ସିନ୍ଦେଙ୍କ ସଭ୍ୟ ପଦ ରଦ୍ଦ ହୋଇଯାଏ ତେବେ ପରବର୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ? ବିଧାନସଭାରେ ଆସନ ସମୀକରଣ କଣ ରହିବ?

The post କିଛି ସମୟ ମଧ୍ୟରେ ମହାରାଷ୍ଟ୍ର ରାଜନୀତିକୁ ନେଇ ଆସିବ ବଡ଼ ରାୟ । ବିଧାୟକଙ୍କ ସଭ୍ୟପଦ ରଦ୍ଦ ନେଇ ନିଷ୍ପତି ଶୁଣାଇବେ ବିଧାନସଭା ବାଚସ୍ପତି first appeared on Kanak News.

from Kanak News
via <a href="https://ifttt.com/?

ବାଂଲାଦେଶ ନିର୍ବାଚନରେ ଶେଖ ହାସିନାଙ୍କ ବିଜୟ ନେଇ ଆମେରିକା ଆଣିଲା ଅଭିଯୋଗ । କହିଲା ନିରପେକ୍ଷ କି ସ୍ୱତନ୍ତ୍ର ନୁହେଁ ବାଂଲାଦେଶ ନିର୍ବାଚନ

କନକ ବ୍ୟୁରୋ : ବାଂଲାଦେଶର ପ୍ରଧାନ ମନ୍ତ୍ରୀ ଭାବେ ଶେଖ ହାସିନା ପଞ୍ଚମ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ଭାରତ ଓ ବାଙ୍ଗଲାଦେଶର ସବୁ ଳେ ନିବିଡ ସମ୍ପର୍କ ରହି ଆସିଛି । ଏପରିକି ଆମେରିକା ସହ ମଧ୍ୟ ଏହାର ସମ୍ପର୍କ ଭଲ । ଶେଖ ହାସିନାଙ୍କ ବିଜୟକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି । କିନ୍ତୁ ଚଳିତ ଥର ଶେଖ ହାସିନାଙ୍କ ନିର୍ବାଚନକୁ ନେଇ ଆମେରିକା ଅସନ୍ତୁଷ୍ଟି ପ୍ରକାଶ କରିଛି ।

ଆମେରିକା ବୈଦେଶିକ ବିଭାଗର ପ୍ରବକ୍ତା ମେଥ୍ୟୁ ମିଲର ଏ ନେଇ କହିଛନ୍ତି କି ଶେଖ ହାସିନାଙ୍କ ବିଜୟ ନା ଥିଲା ନିରପେକ୍ଷ ନା ସ୍ୱତନ୍ତ୍ର । ଆମେରିକା ନିଜର ଅନ୍ୟ ବିଚାର ମଣ୍ଡଳୀ ମାନଙ୍କ ସହ ଆଲୋଚନା କଲା ପରେ ଏହି ନିର୍ବାଚନ ସଠିକ ନୁହେଁ ବୋଲି ଜଣାଇଛି । କାରଣ ଏଥିରେ ସବୁ ଦଳ ନିର୍ବାଚନ ଲଢିବାର ସୁଯୋଗ ପାଇ ନଥିଲେ ।

ମିଲର ବୟାନ ରଖିଛନ୍ତି କି ବାଙ୍ଗଲାଦେଶ ପ୍ରଥମେ ନିର୍ବାଚନ ସମୟରେ ତଥା ସେହି ମାସରେ ଘଟିଥିବା ହିଂଷା କାଣ୍ଡର ସତ୍ୟା ସତ୍ୟ ଜାଣିବା ତଥା ଅପରାଧୀକୁ ଖୋଜି ଦଣ୍ଡିତ କରିବା ଆବଶ୍ୟକ । ଆମେରିକା ବାଙ୍ଗଲାଦେଶକୁ ବ୍ୟାପାର ସମର୍ଥକ ଓ ଇସଲାମୀ ଚରମ ପନ୍ଥା ବିରୋଧୀ ଦେଶ ଭାବେ ବିଶ୍ୱାସ କରେ । ହେଲେ ସୁସମ୍ପର୍କ ସତ୍ୱେ ଅମେରିକାର ଅଧିକାରୀ ଏହିପରି ମାମଲାରେ ସେ କେବେ ନିଜ ଭିନ୍ନ ମନ୍ତବ୍ୟ ରଖିବା କିମ୍ବା ଆଲୋଚନା କରିବାକୁ ପଛାଏ ନାହିଁ । ମତ ପାର୍ଥକ୍ୟ ରହିଥିଲେ ହିଁ ବାଂଲାଦେଶ ନିଜ ଦେଶବାସୀଙ୍କ ମାନବ ଅଧିକାର ଓ ସମାଜର ସମର୍ଥନ କରିବ, ଏହା ସହ ଉଭୟ ଦେଶ ଭିତରେ ଉତ୍ତମ ଆର୍ଥିକ ସମ୍ପର୍କ ରକ୍ଷା କରିବା ଦିଗରେ ଚେଷ୍ଟା କରିବ ବୋଲି ଆମେରିକା ଆଶା ରଖିଛି ।

The post ବାଂଲାଦେଶ ନିର୍ବାଚନରେ ଶେଖ ହାସିନାଙ୍କ ବିଜୟ ନେଇ ଆମେରିକା ଆଣିଲା ଅଭିଯୋଗ । କହିଲା ନିରପେକ୍ଷ କି ସ୍ୱତନ୍ତ୍ର ନୁହେଁ ବାଂଲାଦେଶ ନିର୍ବାଚନ first appeared on Kanak News.

from Kanak News
via <a href="https://ifttt.com/?

ଯେବେ ସମୁଦ୍ର ଭିତରେ ବସିଲା କ୍ୟାବିନେଟ ବୈଠକ । ପାଣି ଭିତରେ ୩୦ ମିନିଟ ରହିଥିଲା ପୁରା ସରକାର

କନକ ବ୍ୟୁରୋ : ନିକଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲାକ୍ଷାଦ୍ୱୀପ ଗସ୍ତକୁ ନେଇ ଅନେକ ଚର୍ଚ୍ଚା ଓ ଆଲୋଚନା ହେଉଛି । ଲାକ୍ଷାଦ୍ୱୀପର ପ୍ରାକୃତିକ ସୁନ୍ଦରତାରେ ବିମୋହିତ ମୋଦୀ ଭାରତରେ ଏପରି ଏକ ସୁନ୍ଦର ଦ୍ୱୀପର ପରିଭ୍ରମଣ ପାଇଁ ପର୍ଯ୍ୟଟକ ମାନେ ନିହାତି ଆସିବା କଥା ବୋଲି ନିଜ ସୋସିଆଲ ମିଡିଆର ପୋଷ୍ଟ କରିବା ପରେ ଏହାକୁ ନେଇ ବିଭିନ୍ନ ପ୍ରତିକ୍ରିୟା ଆସିଥିଲା । ଭାରତୀୟ ମାନେ ଏହାକୁ ଖୁବ ଆନନ୍ଦ ସହକାରେ ସ୍ୱାଗତ କରିଥିବା ବେଳେ ମାଳଦ୍ୱୀପର କିଛି ମନ୍ତ୍ରୀ ଓ ନେତା ଏହାକୁ ନେଇ ମାଳଦ୍ୱୀପ ପାଇଁ ଲୋକ ମାନଙ୍କୁ ଏହା ବିମୁଖ କରାଉଛି ବୋଲି ସମାଲୋଚନା କରିଥିଲେ । ଏହାର ପ୍ରତିକ୍ରିୟାରେ ଅନେକ ଭାରତୀୟ ଏହାର କଡା ବୋରୋଧ କରିଥିଲେ । ଏସବୁ ଦେଖି ମାଳଦ୍ୱୀପ ସରକାର ନକାରାତ୍ମକ ମନ୍ତବ୍ୟ ଦେଇଥିବା ନେତା ମାନଙ୍କୁ ଏସବୁ ତାଙ୍କ ବ୍ୟକ୍ତିଗତ ମତ ଥିଲା ବୋଲି ସଫେଇ ଦେବା ସହ ବହିଷ୍କାର କରିଥିଲେ । ହେଲେ ବି ଭାରତୀୟ ମାନଙ୍କ ଆକ୍ର୍ରୋଶ ଦେଖିବାକୁ ମିଳୁଛି । କିଛି ଏୟାର ଲାଇନ ମାଳଦ୍ୱୀପର ସବୁ ବିମାନ ଉଡାଣ ରଦ୍ଧ କରିଥିବା ବେଳେ ଅନେକ ଲୋକ ସେଠାକୁ ଯିବା ପାଇଁ ପ୍ଲାନ ମଧ୍ୟ କ୍ୟାନ୍ସଲ କରିଛନ୍ତି ଆଉ ବୟକଟ୍ ମାଲଦୀପ ଏବେ ଟ୍ରେଣ୍ଡିଂ ହେଇଛି ।

ହେଲେ ଜାଣନ୍ତି କି ସମାଲୋଚନାର ଶିକାର ହେଉଥିବା ମାଳଦ୍ୱୀପର ସମୁଦ୍ର ତଳେ ଆଗରୁ ଥରେ କ୍ୟାବିନେଟ ବୈଠକ ମଧ୍ୟ ହୋଇ ସାରିଛି । ଶୁଣିବାକୁ ଅଦ୍ଭୁତ ଲାଗି ପାରେ ହେଲେ ସତ । ଇଏ ୨୦୦୯ ଅକ୍ଟୋବର ମାସର କଥା । ବିଶ୍ୱ ତାପମାତ୍ରା ବୃଦ୍ଧି ଜନିତ ସମସ୍ୟା ଆଗକୁ ଯାଇ ମାଳ୍ରଦ୍ୱୀପ ବୁଡିଯିବା ଭଳି ସଂକଟ ସୃଷ୍ଟି କରି ପାରେ । ପ୍ରତି ଦିନ ଜଳ ସ୍ତର ବୃଦ୍ଧି ଦେଖି ବୈଜ୍ଞାନିକ ମାନେ ଆକଳନ କରୁଛନ୍ତି କି ୨୧୦୦ ଶତାବ୍ଦୀ ବେଳକୁ ମାଳଦ୍ୱୀପ ପୁରା ବୁଡି ଯାଇ ପାରେ । ଏମିତି ସଂକଟ ଜନକ ପରିସ୍ଥିତିକୁ ଆଖି ଆଗରେ ରଖି ସଚେତନତା ସୃଷ୍ଟି କରିବା ପାଇଁ ମାଳଦ୍ୱୀପ ସରକାର ଏପରି ପଦକ୍ଷେପ ନେଇଥିଲେ । ୧୯ ଅକ୍ଟୋବର ତାରିିଖ ଦିନ ପରିବେଶ ସଚେତନତା ପାଇଁ ଏହି ମିଟଂ ପାଣି ତଳେ କରା ଯାଇଥିଲା ।

୧୫ ଫୁଟ ଗଭୀର ସମୁଦ୍ରରେ ହେଇଥିଲା ବୈଠକ
ରାଷ୍ଟ୍ରପତିଙ୍କ ସହ ୧୧ ମନ୍ତ୍ରୀ ଓ କ୍ୟାବିନେଟ ସେକ୍ରେଟାରୀ ଏଥିରେ ଯୋଗ ଦେଇଥିବା ସହ ପ୍ରାୟ ୯ଟି ପ୍ରସ୍ତାବକୁ ଅନେୁମୋଦନ କରାଯାଇଥିଲା । ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ନାସହୀଦଙ୍କ ଦ୍ୱାରା ପୃଥିବୀର ପ୍ରଥମ ଆନ୍ତଃ ଜଳୀୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା । ସବୁ ଦେଶ ମାନଙ୍କର ବିଷାକ୍ତ ଗ୍ୟାସର ଜଳ ବିସର୍ଜନକୁ ବିରୋଧ କରିବା ନେଇ ଏକ ଦସ୍ତାବିଜରେ ସବୁ ସଦସ୍ୟ ସ୍ୱାକ୍ଷର କରିଥିଲେ । ସେ ସମୟରେ କଳା ମାସ୍କ ଓ କଳା ଡାଇଭିଂ ସୁଟ ପିନ୍ଧି ମିଟିଂ କରୁଥିବା ଭିଡିଓ ଖୁବ ଭାଇରାଲ ହୋଇଥିଲା ।

ସୁନ୍ଦର ଥିଲା ଅନୁଭବ
ପାଣିତଳେ ଟେବଲ ଚେୟାର ପକାଇ ସବୁ ମନ୍ତ୍ରୀଙ୍କର ବସିବା ବ୍ୟବସ୍ଥା କରା ଯାଇଥିଲା । ନିଜେ ରାଷ୍ଟ୍ରପତି ଜଣେ ଅନୁଭବୀ ବୁଡାଳୀ ହୋଇଥିବା ବେଳେ ସବୁ ମନ୍ତ୍ରୀଙ୍କୁ କୁଶଳୀ ବୁଡାଳୀଙ୍କ ସହ ପଠା ଯାଇଥିଲା । ମିଟିଂ ବେଳେ ଚାରି ପଟେ ଛୋଟ ମାଛ ମାନେ ବୁଲୁଥିବାର ସୁନ୍ଦର ଦୃଶ୍ୟ ମନୋରମ ଥିଲା । ଏହା ସହ ସେଠାରେ ସାର୍କ ମାନଙ୍କଠୁ ଆକ୍ରମଣର ବେଶି ଭୟ ନାହିଁ ଏଣୁ କିଛି ବିପଦର ଆଶଂକା ନଥିଲା । ଠାରରେ କଥା ହେବା ସହ ବୋର୍ଡରେ ମାର୍କରରେ ଲେଖି ସମସ୍ତେ ପରସ୍ପର ଭିତରେ ଆଲୋଚନା କରିଥିଲେ ।

The post ଯେବେ ସମୁଦ୍ର ଭିତରେ ବସିଲା କ୍ୟାବିନେଟ ବୈଠକ । ପାଣି ଭିତରେ ୩୦ ମିନିଟ ରହିଥିଲା ପୁରା ସରକାର first appeared on Kanak News.

from Kanak News
via <a href="https://ifttt.com/?

ଗାଁ ଶଶ୍ମାନରେ ଦିଲ୍ଲୀପ ସାମନ୍ତରାୟଙ୍କ ହେଲା ଶେଷକୃତ । ପୁଅର ମୃତ୍ୟୁ ନେଇ ହାଇଟେକ୍ ହସ୍ପିଟାଲକୁ ଦାୟୀ କଲେ ଦିଲ୍ଲୀପଙ୍କ ପରିବାର

କନକ ବ୍ୟୁରୋ: ମାଆ ଆଖି ଆଗରେ ବୋହୂ ପରେ ପରେ ଜଳିଛି ପୁଅର ଜୁଇ । ଆଉ ସାକ୍ଷୀ ରହିଛି ଗାଁ ମଶାଣି । ହାଇଟେକ୍ ହସ୍ପିଟାଲ ଟ୍ରାଜେଡିରେ ତୃତୀୟ ମୃତ ବ୍ୟକ୍ତି ଦିଲ୍ଲୀପ ସାମନ୍ତରାୟଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ଗତକାଲି ଡିଏନଏ ରିପୋର୍ଟରେ ମୃତକ ଦିଲ୍ଲୀପ ବୋଲି ଜଣାପଡିବା ପରେ ରାତିରେ ପରିବାର ଲୋକଙ୍କୁ ମୃତଦେହ ସ୍ଥାନାନ୍ତର କରାଯାଇଛି । ପୁଅର ଶବ ପାଇବା ପରେ ବିଳମ୍ବିତ ରାତିରେ ପୁରୀ ଜିଲ୍ଲା ପିପିଲି ହରିରାଜପୁର ବଅଙ୍ଗ ଗାଁ ମଶାଣିରେ ଦିଲ୍ଲୀପଙ୍କ ଜୁଇ ଜଳିଛି । ଯେଉଁଠି ଅଳ୍ପ କିଛି ଦିନ ପୂର୍ବରୁ ତାଙ୍କ ସ୍ତ୍ରୀଙ୍କ ଶେଷକୃତ୍ୟ ହୋଇଥିଲା । ହାଇଟେକ୍ ଏସି ବିସ୍ଫୋରଣରେ ଦିଲ୍ଲୀପଙ୍କ ମୃତ୍ୟୁ ହୋଇଥିବା ନେଇ ହସ୍ପିଟାଲ ପକ୍ଷରୁ ମିଳିଥିବା ଭୂଲ ତଥ୍ୟକୁ ସହି ନପାରି ଆତ୍ମହତ୍ୟା କରିଥିଲେ ଦିଲ୍ଲୀପଙ୍କ ସ୍ତ୍ରୀ ସୋନୁ । ତେଣୁ ପୁଅ-ବୋହୂଙ୍କ ମୃତ୍ୟୁ ପାଇଁ ହସ୍ପିଟାଲ କର୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ଦିଲ୍ଲୀପଙ୍କ ମାଆ ଓ ମାଉସୀ ।

The post ଗାଁ ଶଶ୍ମାନରେ ଦିଲ୍ଲୀପ ସାମନ୍ତରାୟଙ୍କ ହେଲା ଶେଷକୃତ । ପୁଅର ମୃତ୍ୟୁ ନେଇ ହାଇଟେକ୍ ହସ୍ପିଟାଲକୁ ଦାୟୀ କଲେ ଦିଲ୍ଲୀପଙ୍କ ପରିବାର first appeared on Kanak News.

from Kanak News
via <a href="https://ifttt.com/?

ହୁତି ବିଦ୍ରୋହୀଙ୍କ ଉପରେ ଆମେରିକା ଏବଂ ବ୍ରିଟେନର ପାଲଟା ଆକ୍ରମଣ । ନଷ୍ଟ କରିଦେଲେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ।

ଗତ କିଛି ଦିନ ହେବ ଲୋହିତ ସାଗର ହୁତି ବିଦ୍ରୋହୀଙ୍କ ଟାର୍ଗେଟରେ ରହିଆସିଛି । ହୁତି ବିଦ୍ରୋହୀମାନେ କ୍ରମାଗତ ଭାବରେ ଏଠାରେ ଗସ୍ତ କରୁଥିବା ବାଣିଜ୍ୟିକ ଜାହାଜକୁ ଟାର୍ଗେଟ କରୁଛନ୍ତି । ଇରାନ ସମର୍ଥିତ ହୁତି ଆତଙ୍କବାଦୀମାନେ ଗାଜାରେ ଇସ୍ରାଏଲର ଯୁଦ୍ଧକୁ ବିରୋଧ କରି ଏହି କାର୍ଯ୍ୟ ଜାରି ରଖିଛନ୍ତି ।

ଏହି ସମୟ ମଧ୍ୟରେ, ଏହି ବିଦ୍ରୋହୀମାନେ ପୁଣି ଥରେ ବାଣିଜ୍ୟିକ ଶିପିଂ ଲେନକୁ ଟାର୍ଗେଟ କରିଥିଲେ, ଯାହା ଆମେରିକୀୟ ଏବଂ ବ୍ରିଟିଶ ସୈନ୍ୟବାହିନୀ ଦ୍ୱାରା ବିଫଳ କରି ଦିଆହେଇଛି । ଆମେରିକା ଏବଂ ବ୍ରିଟିଶ ସେନା ମିଳିତ ଭାବେ ଦକ୍ଷିଣ ଲୋହିତ ସାଗରରେ ଅନ୍ତର୍ଜାତୀୟ ଜାହାଜ ଚଳାଚଳ ଆଡକୁ ୟେମେନ ସ୍ଥିତ ହୁତିମାନଙ୍କ ଦ୍ଵାରା ଚଳା ଯାଇଥିବା ୨୧ ଟି ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ରକୁ ମାରି ଖସେଇ ଦେଇଛନ୍ତି ।

ଏହି ସୂଚନା ନିଜେ ଆମେରିକୀୟ ସେନାର ସେଣ୍ଟ୍ରାଲ୍ କମାଣ୍ଡ କିମ୍ବା CENTCOM ଦ୍ୱାରା ଦିଆଯାଇଛି । ସେ କହିଛନ୍ତି ଯେ ବର୍ତ୍ତମାନ ଯାଏ କାହାରି ଆହତ ହେବାର ଖବର ମିଳିନାହିଁ।  ଗତ ସାତ ସପ୍ତାହ ମଧ୍ୟରେ ଲୋହିତ ସାଗରରେ ବ୍ୟବସାୟିକ ଜାହାଜ ଚଳାଚଳ ଉପରେ ଏହା ୨୬ ତମ ହୁତି ଆକ୍ରମଣ ଥିଲା ।

ସେଣ୍ଟାକମ୍ କ’ଣ କହିଲା?

ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ ବା ସେଣ୍ଟକୋମ କହିଛି ଯେ ଆମେରିକା ଏବଂ ବ୍ରିଟିଶ ସେନା ମିଳିତ ଭାବରେ ଦକ୍ଷିଣ ଲୋହିତ ସାଗରରେ ଆନ୍ତର୍ଜାତୀୟ ଜାହାଜ ଚଳାଚଳ ଆଡକୁ ହୁତିମାନଙ୍କ ଦ୍ଵାରା ଚଳା ଯାଇଥିବା ୨୧ ଟି ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ରକୁ ଗୁଳି କରି ଖସେଇ ଦେଇଛନ୍ତି । ଏହି ଆକ୍ରମଣରେ ୧୮ ଟି ଡ୍ରୋନ୍, ଦୁଇଟି ଆଣ୍ଟି-ଜାହାଜ କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ଗୋଟିଏ ଆଣ୍ଟି-ଜାହାଜ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା । ନଭେମ୍ବର ୧୯ ପରଠାରୁ ଲୋହିତ ସାଗରରେ ବ୍ୟବସାୟିକ ଜାହାଜ ଚଳାଚଳ ଉପରେ ଏହା ୨୬ ତମ ହୁତି ଆକ୍ରମଣ ଥିଲା ।

ନଭେମ୍ବର ୧୯ ରେ ତୁର୍କୀରୁ ଭାରତକୁ ଆସୁଥିବା ପରିବହନକାରୀ ଗାଲାକ୍ସି ଲିଡରଙ୍କୁ ଅପହରଣ କରାଯାଇଥିଲା । ଏହି ଅପରେସନରେ ଡ୍ୱାଇଟ୍ ଡି ଆଇଜେନହାୱାର୍ ବିମାନର ଯୁଦ୍ଧ ବିମାନ ଏବଂ ବ୍ରିଟେନର ଚାରିଟି ବିନାଶକାରୀ ବିମାନ ଅଂଶଗ୍ରହଣ କରିଥିଲେ । ଆନ୍ତର୍ଜାତୀୟ ସାମୁଦ୍ରିକ ସହଯୋଗ ଏହି ଆକ୍ରମଣକୁ ନେଇ ଆମେରିକା ଉଦ୍ବେଗ ପ୍ରକାଶ କରିଛି ଏବଂ ଗତ ମାସରେ ଏହି ଆକ୍ରମଣର ମୁକାବିଲା ପାଇଁ ଏକ ଆନ୍ତର୍ଜାତୀୟ ସାମୁଦ୍ରିକ ମିଳିତ ମଞ୍ଚ ଗଠନ କରି ଦକ୍ଷିଣ ଆଫ୍ରିକାର ଚାରିପାଖରେ ସମୁଦ୍ର ମାର୍ଗ ନେବାକୁ କିଛି ଜାହାଜ ଲାଇନକୁ ଆହ୍ବାନ କରିଛି, ଯଦିଓ ଏହି ମାର୍ଗଟି ବହୁତ ଲମ୍ବା କିନ୍ତୁ ଲୋହିତ ସାଗରରେ ହେଉଥିବା ଆକ୍ରମଣ  ଏଡାଇବାକୁ ଏପରି କୁହାଯାଇଛି ।

ଆକ୍ରମଣ କାହିଁକି ଘଟୁଛି ?

ହୁତି ବିଦ୍ରୋହୀମାନେ କହିଛନ୍ତି ଯେ ଇସ୍ରାଏଲ୍ ଗାଜାରେ ଆକ୍ରମଣ ବନ୍ଦ ନକରିବା ପର୍ଯ୍ୟନ୍ତ ସେମାନେ ସେମାନଙ୍କ ଆକ୍ରମଣ ଜାରି ରଖିବେ। ହୁତିମାନେ କହିଛନ୍ତି ଯେ ସେମାନେ ଇସ୍ରାଏଲର ଜାହାଜକୁ ଟାର୍ଗେଟ କରୁଛନ୍ତି, କିନ୍ତୁ ମଧ୍ୟ ପୂର୍ବରେ ଆମେରିକାର ନୌସେନା ବାହିନୀର କମାଣ୍ଡର ଭାଇସ ଆଡମିରାଲ ବ୍ରାଡ କପୁର୍ କହିଛନ୍ତି ଯେ ଆକ୍ରମଣକାରୀମାନେ ମଧ୍ୟ ଅନ୍ୟାନ୍ୟ ଦେଶର ଜାହାଜକୁ ଆକ୍ରମଣ କରିଛନ୍ତି । ଗାଜାରେ ଯୁଦ୍ଧ ଅକ୍ଟୋବର ୭ ରେ ଆରମ୍ଭ ହୋଇଥିଲା ଯେତେବେଳେ ହମାସ ସୀମା ଆରପାର୍ଶ୍ୱରୁ ଆକ୍ରମଣ ଆରମ୍ଭ କରିଥିଲା । ଏହି ଆକ୍ରମଣରେ ଇସ୍ରାଏଲରେ ୧୧୩୯ ଜଣଙ୍କର ମୃତ୍ୟୁ ଘଟିଥିଲା । ଇସ୍ରାଏଲ କିଛି ଘଣ୍ଟା ପରେ ପାଲଟା ଆକ୍ରମଣ ଆରମ୍ଭ କରିବା ପରେ ଗାଜାରେ ଆଜି ଯାଏ ଅତି କମରେ ୨୩୦୦୦ ଲୋକ ପ୍ରାଣ ହରାଇଛନ୍ତି ।

The post ହୁତି ବିଦ୍ରୋହୀଙ୍କ ଉପରେ ଆମେରିକା ଏବଂ ବ୍ରିଟେନର ପାଲଟା ଆକ୍ରମଣ । ନଷ୍ଟ କରିଦେଲେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର । first appeared on Kanak News.

from Kanak News
via <a href="https://ifttt.com/?

ପରିକ୍ରମା ପ୍ରକଳ୍ପର ଲୋକର୍ପଣ ପୂର୍ବରୁ ଭକ୍ତିମୟ ହେଉଛି ସାରା ରାଜ୍ୟ । ଗାଁ ଗାଁ ବୁଲୁଛି ଅର୍ପଣ ରଥ

କନକ ବ୍ୟୁରୋ : ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରିପ୍ରେକ୍ଷୀରେ ସାରା ରାଜ୍ୟରେ ଆରମ୍ଭ ହୋଇଥିବା ଅର୍ପଣ ରଥର ଆଜି ଦେବଗଡ ପୈାରାଚଂଳରେ ଶୁଭାରମ୍ଭ ହୋଇଛି । ପୂର୍ବାହ୍ନରେ ପୁରୁଣାଗଡ ସ୍ଥିତ ଜଗନ୍ନାଥ ମନ୍ଦିରଠାରେ ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଧର୍ମାନନ୍ଦ ବେହେରା,ପୈାରାଧକ୍ଷା ଶାନ୍ତି ମଞ୍ଜରୀ ଦେଇଙ୍କ ସମେତ ସମସ୍ତ ପାରିଷଦ ପୂଜାର୍ଚ୍ଚନା କରିବା ପରେ ନଡିଆ ଭାଙ୍ଗି ରଥର ବିଧିବଦ୍ଧ ଶୁଭାରମ୍ଭ କରିଥିଲେ । ଏହି ଅର୍ପଣ ରଥକୁ ଢୋଲ ,ସଂକୀର୍ତ୍ତନ, ଝାଞ୍ଜର ତାଳେ ତାଳେ ଜୟ ଜଗନ୍ନାଥ ଧ୍ୱନୀ ଦେଇ ଶତାଧିକ ଶ୍ରଦ୍ଧାଳୁ ବିଭିନ୍ନ ୱାର୍ଡ ପରିକ୍ରମା କରାଇବା ସହ ପ୍ରତି ଘରୁ ଚାଉଳ ଓ ଗୁଆ ସଂଗ୍ରହ କରିଛନ୍ତି । ଦେବଗଡ ଭଳି ବାଲେଶ୍ୱର ଜିଲ୍ଲାର ବାହାନଗା ବ୍ଲକର ବିଭିନ୍ନ ପଂଚାୟତରେ ଅର୍ପଣ ରଥକୁ ସ୍ୱାଗତ କରାଯାଇଛି । ଜଗନ୍ନାଥ ପ୍ରେମୀଙ୍କ ଠାରୁ ଗୁଆ ଓ ଅକ୍ଷତ ଅରୁଆ ଚାଉଳ ସଂଗ୍ରହ କରାଯାଇଛି । ସେପଟେ ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକରେ ଅର୍ପଣ ରଥ ଭ୍ରମଣ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ରାଣୀପିଣ୍ଡା ଭୈରବ ମନ୍ଦିର ନିକଟରୁ ଶୁଭାରମ୍ଭ ହୋଇ ବିଭିନ୍ନ ପରିଭ୍ରମଣ କରୁଛି ସୁସଜିତ ଜଗନ୍ନାଥଙ୍କ ଅର୍ପଣ ରଥ ।

The post ପରିକ୍ରମା ପ୍ରକଳ୍ପର ଲୋକର୍ପଣ ପୂର୍ବରୁ ଭକ୍ତିମୟ ହେଉଛି ସାରା ରାଜ୍ୟ । ଗାଁ ଗାଁ ବୁଲୁଛି ଅର୍ପଣ ରଥ first appeared on Kanak News.

from Kanak News
via <a href="https://ifttt.com/?

ଖଣି ଦୁର୍ନୀତିକୁ ନେଇ ତେଜିଲା ରାଜନୀତି । ସିବିଆଇ ତଦନ୍ତ ଦାବି କଲା ବିଜେପି

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ପୁଣି ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଲା ବିଜେପି । ଘଟଣାର ସିବିଆଇ ତଦନ୍ତ ଦାବି କରିଛି ଦଳ । ଓଡ଼ିଶାର ସମସ୍ତ ବିଜେପି ବିଧାୟକ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏନେଇ ଦାବି ପତ୍ର ଦେଇଛନ୍ତି । ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ମଧ୍ୟ ଦାବି ପତ୍ର ଦିଆଯାଇଥିବା କହିଛନ୍ତି ବିରୋଧୀ ଦଳ ନେତା । ସେ କହିଛନ୍ତି, ୧୪ ବର୍ଷରେ ୮ ଲକ୍ଷ ୯୭ ହଜାର ୪୪୩ କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଛି । ରାଜ୍ୟରେ ୧୯୨ଟି ଖଣି ବେଆଇନ ଭାବେ ଚାଲିଥିଲା । ସେଥିରୁ ୧୭୬ଟି ଜଙ୍ଗଲ ଜମି ଓ ୯୬ଟି ଖଣିର ପରିବେଶ ମଞ୍ଜୁରୀ ନାହିଁ । ୭୫ଟି ଲୁହା ପଥର ମାଙ୍ଗାନିଜ୍ ଖଣିରୁ ଅଧିକ ଉତୋଳନ କରାଯାଇଛି । ୯୫ଟି ଖଣି ନଦୀ, ନାଳକୁ ପ୍ରଭାବିତ କରିଛି । ଏହା ଦ୍ୱାରା ଆଦିବାସୀ, ଜୀବଯନ୍ତୁ, ବନ୍ୟପ୍ରାଣୀ ପ୍ରଭାବିତ ହେଉଛନ୍ତି । ଖଣି ମାଲିକଙ୍କୁ ଦିଆଯାଇଥିବା ଡିମାଣ୍ଡ ନୋଟିସ୍ ଏଷ୍ଟିମେଂଟଠାରୁ କମ୍ ରହିଛି । ତେଣୁ ଘଟଣାର ସିବିଆଇ ତଦନ୍ତ ଦାବି କରିଛି ଦଳ । ବିଜେପି ଏହି ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବ ବୋଲି ଜୟନାରାୟଣ ମିଶ୍ର କହିଛନ୍ତି । ଏହା ଉପରେ ପ୍ରତିକ୍ରିୟା ରଖିଛି ବିଜେଡି । ବିଧାୟକ ବଦ୍ରିନାରାୟଣ ପାତ୍ର କହିଛନ୍ତି, ମିଛ ଅଭିଯୋଗ ଆଣି ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରାଯାଉଛି । ପୂର୍ବରୁ ମଧ୍ୟ ଏପରି ଅଭିଯୋଗ ଆସିଛି, କମିଶନ ବସିଛି, ଦୁର୍ନୀତି ବାହାରିଛି ଓ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଥିବା କହିଛନ୍ତି ବଦ୍ରିନାରାୟଣ ପାତ୍ର ।

The post ଖଣି ଦୁର୍ନୀତିକୁ ନେଇ ତେଜିଲା ରାଜନୀତି । ସିବିଆଇ ତଦନ୍ତ ଦାବି କଲା ବିଜେପି first appeared on Kanak News.

from Kanak News
via <a href="https://ifttt.com/?

ପାକିସ୍ତାନରେ ହୃଦୟ ବିଦାରକ ଘଟଣା : ଗୋଟିଏ ଘରୁ ମିଳିଲା ୧୧ ଜଣଙ୍କ ମୃତଦେହ । ହତ୍ୟା ନା ଆତ୍ମହତ୍ୟା ? ?

ପାକିସ୍ତାନର ଖାଇବର ପାଖ୍ଟନଖୱା ଅନ୍ତର୍ଗତ ଲକ୍କି ମାରୱାଟ ଜିଲ୍ଲାର ତାଖଟିଖେଲ ଗାଁର ଗୋଟିଏ ଘରୁ ଏକା ସଙ୍ଗେ ୧୧  ଜଣଙ୍କ ମୃତଦେହ ମିଳିଛି । ସମସ୍ତେ ଗୋଟିଏ ପରିବାରର ସଦସ୍ୟ ଅଟନ୍ତି । ବିଷକ୍ରିୟା  ଯୋଗୁଁ ସମସ୍ତେ ମୃତ୍ୟୁ ବରଣ କରି ଥିବାର ସନ୍ଦେହ କରାଯାଉଛି । ଖାଦ୍ୟରେ ବିଷାକ୍ତ ପଦାର୍ଥର ସନ୍ଧାନ ମିଳିଥିଲା । ପୋଲିସ ଘଟଣାର ତଦନ୍ତ କରୁଛି ।

ସମସ୍ତଙ୍କୁ ଚକିତ କଲାପରି ଏକ ଖବର ପାକିସ୍ତାନରୁ ଆସିଛି ।  ପୋଲିସ ଏଠାରେ ଥିବା ଏକ ଗାଁର ଗୋଟେ ଘରୁ ୧୧ ଜଣଙ୍କ ମୃତଦେହ ଉଦ୍ଧାର କରିଛି । ସମସ୍ତେ ଗୋଟିଏ ପରିବାରର ସଦସ୍ୟ ବୋଲି କୁହାଯାଉଛି । ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

ଏହି ଘଟଣା ପାକିସ୍ତାନର ଖାଇବର ପାଖ୍ଟନଖୱା ର ଲକ୍କି ମାରୱାଟ ଜିଲ୍ଲାରେ ଘଟିଛି। ଏହି ଜିଲ୍ଲାରେ ତଖତି ଖେଲ ନାମକ ଏକ ଗାଁ ଅଛି ଯେଉଁଠାରେ ପୋଲିସ ଗୋଟିଏ ଘରୁ ୧୧ ଟି ମୃତଦେହ ଜବତ କରିଛି । ହତ୍ୟାକାରୀ  ଗୋଟିଏ ପରିବାରର ୧୧ ଜଣଙ୍କୁ ହତ୍ୟା କରିଥିବାର ସନ୍ଦେହ କରାଯାଉଛି ।  ମୃତ ପରିବାର ସଦସ୍ୟଙ୍କ ମଧ୍ୟରେ ଦୁଇ ଭାଇ, ସେମାନଙ୍କ ପିଲା ଏବଂ ସେମାନଙ୍କ ଘରକୁ ଆସିଥିବା ଜଣେ ଅତିଥି ମଧ୍ୟ  ଅଛନ୍ତି । ପରିବାରର ଜଣେ ସଦସ୍ୟ ଘରକୁ ଫେରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା ।

ସୂଚନା ଅନୁଯାୟୀ, ଘଟଣା ଜଣା ପଡିବାର ଦୁଇ ଦିନ ପୂର୍ବରୁ ସମସ୍ତଙ୍କର ମୃତ୍ୟୁ ହୋଇଥିଲା । ଖାଦ୍ୟରେ କିଛି ବିଷାକ୍ତ ପଦାର୍ଥ ଯୋଗୁଁ ସମସ୍ତଙ୍କ ମୃତ୍ୟୁ ହୋଇଥିବାର ପୋଲିସ ସନ୍ଦେହ ପ୍ରକଟ କରିଛି । ପୋଲିସର ଅନୁସନ୍ଧାନ ଅନୁଯାୟୀ, ହତ୍ୟାକାରୀ ନିଜେ ସେହି ଘରର କେହି ଜଣାଶୁଣା ବ୍ୟକ୍ତି ହୋଇଥାଇ ପାରନ୍ତି, କାରଣ ସେ ଘରେ ପ୍ରବେଶ କରି ଏହି ଘଟଣା ଘଟାଇଥିଲେ ଏବଂ ଗଲାବେଳେ ବାହାରୁ ଘରର କବାଟ ବନ୍ଦ କରି ସେଠାରୁ ପଳାଇ ଯାଇଥିଲା । ଏହି ଘଟଣାରେ ସମସ୍ତେ ଭୟଭୀତ ଅଛନ୍ତି ।

ମୃତକଙ୍କ ଭାଇ ସୂଚନା ଦେଇଛନ୍ତି

ଘଟଣାର ଦୁଇ ଦିନ ପରେ ମୃତକଙ୍କ ଭାଇ ଘରକୁ ଫେରିବା ପରେ ଘରର ଫାଟକ ବାହାରେ ତାଲା ପଡିଥିବାର ଦେଖିଥିଲେ । କିଛି ଅଘଟଣ ଘଟଣାରେ ଭୟଭୀତ ହୋଇ ସେ ଶୀଘ୍ର ଫାଟକ ଖୋଲି ଘରର ସମସ୍ତ ସଦସ୍ୟଙ୍କ ମୃତଦେହକୁ ତାଙ୍କ ସମ୍ମୁଖରେ ଦେଖିଥିଲେ ।  ଏହା ପରେ ସେ ତୁରନ୍ତ ପୋଲିସକୁ ଡାକି ଘଟଣା ସମ୍ପର୍କରେ ଜଣାଇଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଅଞ୍ଚଳରୁ କର୍ଡନ କରି ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ ଆରମ୍ଭ କରିଥିଲା।

ପୋଲିସର ତଦନ୍ତ ଚାଲିଛି ।

ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ଦୁଇ ଦିନ ପୂର୍ବେ ଜଣେ ପରିବାର ସଦସ୍ୟ ୱାଜିରିସ୍ତାନରୁ ଖାଦ୍ୟ କିଣିଥିଲେ, ଯାହା ଖାଇବା ପରେ ସମସ୍ତେ ମରିଥିଲେ। ବର୍ତ୍ତମାନ ନିକଟବର୍ତ୍ତୀ ଅଞ୍ଚଳରେ ଏହି ଘଟଣାର ତଦନ୍ତ ଚାଲିଛି ଏବଂ ପୋଲିସ ଏହି ଅଞ୍ଚଳକୁ ସିଲ କରି ଦେଇଛି। ପାକିସ୍ତାନର ଅନ୍ୟାନ୍ୟ ଅଞ୍ଚଳରେ ଏଭଳି ଅନେକ ଘଟଣା ଦେଖିବାକୁ ମିଳିଛି ।  ଯେଉଁଥିପାଇଁ ସେଠାକାର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

The post ପାକିସ୍ତାନରେ ହୃଦୟ ବିଦାରକ ଘଟଣା : ଗୋଟିଏ ଘରୁ ମିଳିଲା ୧୧ ଜଣଙ୍କ ମୃତଦେହ । ହତ୍ୟା ନା ଆତ୍ମହତ୍ୟା ? ? first appeared on Kanak News.

from Kanak News
via <a href="https://ifttt.com/?

ଭାରତ ଯୋଡ ନ୍ୟାୟ ଯାତ୍ରାକୁ ମଣିପୁର ସରକାର ଦେଲେ ନାହିଁ ଅନୁମତି । କଂଗ୍ରେସ କହିଲା, ଇମ୍ଫାଲରୁ ଆରମ୍ଭ ହେବ ଏହି ଯାତ୍ରା

କନକ ବ୍ୟୁରୋ : କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରା ମଣିପୁରରୁ ଆରମ୍ଭ ହେବାକୁ ଯାଉଛି । ଏହାର ଶୁଭାରମ୍ଭ ଇମ୍ଫାଲ ଠାରେ କରାଯିବ । ଏନେଇ ବୁଧବାର ଦିନ କଂଗ୍ରେସ ତରଫରୁ ସ୍ପଷ୍ଟ କରାଯାଇଥିଲା । ଏହାସହ କୁହାଯାଇଥିଲା କି, ମଣିପୁର ସରକାର ଇମ୍ଫାଲ ଗ୍ରାଉଣ୍ଡରୁ ନ୍ୟାୟ ଯାତ୍ରା ଆରମ୍ଭ କରିବାକୁ ଅନୁମତି ଦେଇ ନାହିଁ । ଏନେଇ କଂଗ୍ରେସ ତରଫରୁ ମଣିପୁର ସରକାରଙ୍କୁ ଟାର୍ଗେଟ କରାଯାଇଛି । କଂଗ୍ରେସ କହିଛି କି, ମଣିପୁର ସରକାର ଏହି ଯାତ୍ରାକୁ ଭୟ କରୁଛନ୍ତି । ହେଲେ କିଛି ବି ପରିସ୍ଥିତିରେ ଇମ୍ଫାଲ ଗ୍ରାଉଣ୍ଡରୁ ଯାତ୍ରାର ଶୁଭାରମ୍ଭ କରାଯିବ ବୋଲି କଂଗ୍ରେସ କହିଛନ୍ତି ।

କଂଗ୍ରେସ ମହାସଚିବ କେସି ବେଣୁଗୋପାଳ କହିଛନ୍ତି କି, ଆମକୁ ସୂଚନା ମିଳିଛି କି ଇମ୍ଫାଲ ଗ୍ରାଉଣ୍ଡରୁ ନ୍ୟାୟ ଯାତ୍ରା ଆରମ୍ଭ କରିବା ନେଇ ଦଳ ତରଫରୁ କରାଯାଇଥିବା ଆବେଦନକୁ ମଣିପୁର ସରକାର ଖାରଜ କରିଦେଇଛନ୍ତି । ଏହି ଯାତ୍ରା ଯେତେବେଳେ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ଆୟୋଜିତ କରାଯାଉଛି, ସେତେବେଳେ ମଣିପୁରକୁ କିଭଳି ବାଦ ଦିଆଯାଇପାରିବ ବୋଲି ବେଣୁଗୋପାଳ କହିଛନ୍ତି ।

କେବଳ ସେତିକି ନୁହେଁ କଂଗ୍ରେସ ନେତା କହିଛନ୍ତି କି, ଏହି ଯାତ୍ରା ସମୟରେ ପ୍ରତ୍ୟେକ ରାଜ୍ୟରେ ଇଣ୍ଡିଆ ମେଣ୍ଟ ସହ ଥିବା ଦଳର ନେତାମାନଙ୍କୁ ନିମନ୍ତ୍ରିତ କରାଯିବ । ଯେଉଁଠାରେ ସମ୍ଭବ ହେବ ସେମାନେ ସେଠାରେ ଯାତ୍ରା ସହ ଯୋଡି ହେବେ ।

The post ଭାରତ ଯୋଡ ନ୍ୟାୟ ଯାତ୍ରାକୁ ମଣିପୁର ସରକାର ଦେଲେ ନାହିଁ ଅନୁମତି । କଂଗ୍ରେସ କହିଲା, ଇମ୍ଫାଲରୁ ଆରମ୍ଭ ହେବ ଏହି ଯାତ୍ରା first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started