ଜଙ୍ଗଲରୁ ମିଳିଲା ନାବାଳିକାଙ୍କ ଝୁଲନ୍ତା ମୃତଦେହ । ଦୁଷ୍କର୍ମ ପରେ ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ ।

କନକ ବ୍ୟୁରୋ: ଜଙ୍ଗଲରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଦୁଷ୍କର୍ମ ପରେ ହତ୍ୟା କରି ଜଙ୍ଗଲରେ ଟାଙ୍ଗି ଦେଇଥିବା ଅଭିଯୋଗ କଲେ ପରିବାର ଲୋକ । ସୁନ୍ଦରଗଡ଼ ବଡ଼ଙ୍ଗା ଥାନା କୁସ୍ତୁନା ଜଙ୍ଗଲରୁ ଉଦ୍ଧାର ହୋଇଛି ନାବାଳିକାଙ୍କ ମୃତଦେହ । ଘଟଣାରେ ଜଣେ ଯୁବକଙ୍କୁ ଅଟକ ରଖି ଅନ୍ୟ ସାଥୀଙ୍କୁ ଖୋଜୁଛି ପୋଲିସ ।

ଗତକାଲି ଠାରୁ ନିଖୋଜ ଥିଲେ ନାବାଳିକା । ପରିବାର ଲୋକ ସଂଧ୍ୟାରେ ନାବାଳିକା ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିଲେ । ଆଜି ସକାଳେ ଜଙ୍ଗଲରୁ ପରିବାର ଲୋକ ମୃତଦେହ ଉଦ୍ଧାର କରିଥିଲେ । ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ତଦନ୍ତ ଜାରି ରଖିଛି ପୋଲିସ ।

The post ଜଙ୍ଗଲରୁ ମିଳିଲା ନାବାଳିକାଙ୍କ ଝୁଲନ୍ତା ମୃତଦେହ । ଦୁଷ୍କର୍ମ ପରେ ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ । first appeared on Kanak News.

from Kanak News
via <a href="https://ifttt.com/?

ଶିକ୍ଷିୟତ୍ରୀଙ୍କ ବଦଳିକୁ ବିରୋଧ କରି ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ । ରାସ୍ତାରେ ଦେଲେ ଧାରଣା , ଢେଙ୍କାନାଳ କପିଳାସ ଯାତାୟାତ ବାଧାପ୍ରାପ୍ତ ।

କନକ ବ୍ୟୁରୋ: ସ୍କୁଲ ଗେଟରେ ତାଲା। ରାସ୍ତା ଉପରେ ଶତାଧିକ ଛାତ୍ରଛାତ୍ରୀ। ୟୁପି ସ୍କୁଲ ଶିକ୍ଷୟତ୍ରୀଙ୍କୁ ଅନ୍ୟତ୍ର ବଦଳି ନକରିବାକୁ ସ୍କୁଲ ଗେଟରେ ତାଲା ପକାଇ ଛାତ୍ରଛାତ୍ରୀଙ୍କ ଧାରଣା। ଢେଙ୍କାନାଳ ସଦର ବ୍ଲକ ଗହମଖୁଣ୍ଟି ୟୁପି ସ୍କୁଲ ଆଗରେ ରାସ୍ତା ଉପରେ ଧାରଣାରେ ବସିଛନ୍ତି ଶତାଧିକ ଛାତ୍ରଛାତ୍ରୀ। ଫଳରେ ଢେଙ୍କାନାଳ କପିଳାସ ଯାତାୟାତ ବାଧାପ୍ରାପ୍ତ ହୋଇଛି।
ଶିକ୍ଷୟତ୍ରୀ ଦିପ୍ତିମୟୀ ବେଉରାଙ୍କ ବଦଳି ନକରିବା ପାଇଁ ଦାବୀ ନେଇ ବସିଛନ୍ତି ଛାତ୍ରଛାତ୍ରୀ। ଧାରଣାସ୍ଥଳରେ ସଦରଥାନା ପୋଲିସ ପହଞ୍ଚି ବୁଝାସୁଝା କରୁଛି।

The post ଶିକ୍ଷିୟତ୍ରୀଙ୍କ ବଦଳିକୁ ବିରୋଧ କରି ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ । ରାସ୍ତାରେ ଦେଲେ ଧାରଣା , ଢେଙ୍କାନାଳ କପିଳାସ ଯାତାୟାତ ବାଧାପ୍ରାପ୍ତ । first appeared on Kanak News.

from Kanak News
via <a href="https://ifttt.com/?

କୃଷ୍ଣପ୍ରସାଦ ଅଞ୍ଚଳରେ ଆତଙ୍କ ଖେଳାଇଛି ଜଙ୍ଗଲୀ ବାରହା । ଜଙ୍ଗଲରେ ପୋଷ୍ଟର ମାରି ସଚେତନ କରାଉଛନ୍ତି ବନବିଭାଗ ଅଧିକାରୀ ।

କନକ ବ୍ୟୁରୋ: ଜଙ୍ଗଲୀ ବାରହାକୁ ସତର୍କ । ଲୋକଙ୍କୁ ସଚେତନ କରାଇବା ପାଇଁ ଗଛରେ ପୋଷ୍ଟର ମାରିଲା ବନ ବିଭାଗ । ଗତ କିଛିଦିନ ହେବ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଂଚଳରେ ଆତଙ୍କ ଖେଳାଇଛି ଜଙ୍ଗଲୀ ବାରହା । ବାରହା ଆକ୍ରମଣରେ ଅନେକ ଆହତ ବି ହେଲେଣି । ଏନେଇ ଜଙ୍ଗଲରେ ଗଛରେ ପୋଷ୍ଟର ମାରି ସଚେତନ କଲା ବନବିଭାଗ । ନିଜେ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ଜଙ୍ଗଲରେ ବୁଲି ଗଛରେ ପୋଷ୍ଟର ମାରିଛନ୍ତି । ଜଙ୍ଗଲକୁ ଏକା ନଯିବା, ଜଙ୍ଗଲରେ ଏକା ନ ବୁଲିବା ପାଇଁ ପୋଷ୍ଟରରେ କୁହାଯାଇଛି ।

ସେହିପରି ରାତିରେ ଏକା ଗାଁ ଆଖପାଖ ଅଚଂଳରେ ନ ବୁଲିବା ପାଇଁ ପୋଷ୍ଟରରେ କୁହାଯାଇଛି । ରାତିରେ ବାହାରକୁ ଗଲେ ଟର୍ଚ୍ଚ ଲାଇଟ୍ ସହ ସୁରକ୍ଷା ପାଇଁ ଠେଙ୍ଗା, ବାଡି ରଖିବାକୁ ପରାମର୍ଶ ଦିଆଯାଇଛି । କୃଷ୍ଣପ୍ରସାଦ ବ୍ଲକରେ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରାଉଛି ବନବିଭାଗ ।

The post କୃଷ୍ଣପ୍ରସାଦ ଅଞ୍ଚଳରେ ଆତଙ୍କ ଖେଳାଇଛି ଜଙ୍ଗଲୀ ବାରହା । ଜଙ୍ଗଲରେ ପୋଷ୍ଟର ମାରି ସଚେତନ କରାଉଛନ୍ତି ବନବିଭାଗ ଅଧିକାରୀ । first appeared on Kanak News.

from Kanak News
via <a href="https://ifttt.com/?

ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମକୁ ନେଇ ଚର୍ଚ୍ଚା । ୨୦୨୪ରେ ବିଧାନସଭା ନିର୍ବାଚନ ଲଢ଼ିପାରନ୍ତି ଜୁଏଲ । ଚିନ୍ତନ ଶିବିରରେ ହୋଇଛି ବିଚାର ବିମର୍ଶ ।

କନକ ବ୍ୟୁରୋ: ସାଂସଦ ଜୁଏଲ ଓରାମଙ୍କୁ ନେଇ ଏବେ ସୁନ୍ଦରଗଡ଼ ରାଜନୀତିରେ ଚର୍ଚ୍ଚା । କୁହାଯାଉଛି, ଜୁଏଲ ଓରାମ ଏଥର ଆଉ ଲୋକସଭା ପାଇଁ ନିର୍ବାଚନ ଲଢିବେନି । ତାଙ୍କୁ ବିଧାନସଭା ପ୍ରାର୍ଥୀ କରିବାକୁ ଚାହୂୁଁଛି ଦଳ । ରାଉରକେଲାରେ ହୋଇଥିବା ଚିନ୍ତନ ଶିବିରରେ ଏନେଇ ବିଚାରବିମର୍ଶ ହୋଇଥିବା ଶୁଣିବାକୁ ମିଳିଛି ।

ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ନିର୍ବାଚନରେ ବିଜେପିର ବିଜୟ ପରେ ସେହି ଢାଞ୍ଚା ଓଡ଼ିଶାରେ ଆପଣାଇବାକୁ ଚାହୁଁଛି ଦଳ । ଶୁଣାଯାଉଛି ରାଜ୍ୟରେ ୫୦ ପ୍ରତିଶତ ସାଂସଦ ଟିକେଟ୍ କଟିପାରେ । ଏଥିପାଇଁ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ବିଧାନସଭା ପାଇଁ ମଇଦାନକୁ ଛଡାଯାଇପାରେ । ଏହା ବି ଶୁଣାଯାଉଛି ଯେ, ଦଳ ଜୁଏଲ ଓରାମଙ୍କୁ ବଣାଇ ବିଧାନସଭାରେ ଛିଡା କରିବାକୁ ଚାହୁଁଛି । ହେଲେ ସେ ସୁନ୍ଦରଗଡ଼ ସଦର ବିଧାନସଭାରୁ ଲଢିବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି । ଏପରି ହେଲେ ସୁନ୍ଦରଗଡ଼ ଜିଲ୍ଲା ରାଜନୀତିରେ ନୂଆ ସମୀକରଣ ଦେଖିବାକୁ ମିଳିପାରେ ।

ଯଦି ଜୁଏଲ ଓରାମ ବିଧାନନସଭା ନିର୍ବାଚନ ଲଢନ୍ତି, ତେବେ ଲୋକସଭା ନିର୍ବାଚନ ଲଢିବ କିଏ? କାରଣ ଜୁଏଲ ଓରାମ ହେଉଛନ୍ତି ଜଣେ ଟାଣୁଆ ଆଦିବାସୀ ନେତା । ଗତ ୨୦୧୯ ନିର୍ବାଚନରେ ସେ ରେକର୍ଡ ୨ ଲକ୍ଷ ୨୩ ହଜାର ଭୋଟ୍ ବ୍ୟବଧାନରେ ଜିତିଥିଲେ । ୧୯୮୯ ମସିହାରେ ରାଜନୀତିରେ ପ୍ରବେଶ କରିବା ପରେ ବିଜେପି ଟିକେଟ୍ରୁ ସେ ଦୁଇ ଥର ବଣାଇ ବିଧାୟକ ହୋଇଛନ୍ତି । ଏହା ପରେ ୧୯୯୮ ମସିହାରେ ତାଙ୍କୁ ଲୋକସଭା ପ୍ରାର୍ଥୀ କରିଥିଲା ଦଳ ।

The post ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମକୁ ନେଇ ଚର୍ଚ୍ଚା । ୨୦୨୪ରେ ବିଧାନସଭା ନିର୍ବାଚନ ଲଢ଼ିପାରନ୍ତି ଜୁଏଲ । ଚିନ୍ତନ ଶିବିରରେ ହୋଇଛି ବିଚାର ବିମର୍ଶ । first appeared on Kanak News.

from Kanak News
via <a href="https://ifttt.com/?

ଜର୍ମାନୀରେ ମଧ୍ୟ ଭାରତ ପରି କୃଷକମାନଙ୍କର ଟ୍ରାକ୍ଟର ଆନ୍ଦୋଳନ । ୟୁରୋପରେ ଅନେକ ଦେଶକୁ ପ୍ରଭାବିତ କରିବ

ଗତ ଡିସେମ୍ବରରୁ ଜର୍ମାନୀରେ ଆରମ୍ଭ ହୋଇଥିବା କୃଷକମାନଙ୍କ ଆନ୍ଦୋଳନ ଧୀରେ ଧୀରେ ତୀବ୍ର ହେବାରେ ଲାଗିଛି । ପ୍ରବଳ ଶୀତ ସତ୍ତ୍ୱେ କୃଷକମାନେ ଟ୍ରାକ୍ଟର ଏବଂ ଟ୍ରକ ସହିତ ରାସ୍ତାରେ ଠିଆ ହୋଇଛନ୍ତି । ସରକାର ସବସିଡି ହ୍ରାସ ନିଷ୍ପତ୍ତି ପ୍ରତ୍ୟାହାର ନ କରିଛନ୍ତି ସେ ପର୍ଯ୍ୟନ୍ତ ସେମାନଙ୍କ ଆନ୍ଦୋଳନ ଜାରି ରହିବ ବୋଲି କୃଷକମାନେ କହିଛନ୍ତି ।

ଜର୍ମାନୀରେ କୃଷକମାନଙ୍କର ଏକ ବଡଧରଣର ଆନ୍ଦୋଳନ ଚାଲିଛି ।  ଯେଉଁଥିପାଇଁ କୃଷକମାନେ ଭାରତ ପରି ଟ୍ରାକ୍ଟର ଧରି ରାଜରାସ୍ତାକ ଓଲହାଇଛନ୍ତି । ରାଜଧାନୀ ବର୍ଲିନ୍ ସମେତ ଦେଶର ଅନ୍ୟ ବଡ ସହରରେ ଟ୍ରାକ୍ଟରଗୁଡିକର ଲମ୍ବା ଧାଡି ଦେଖିବାକୁ ମିଳୁଛି । କୃଷକମାନେ ରାସ୍ତା ଅବରୋଧ କରିଛନ୍ତି । ଯେଉଁ କାରଣରୁ ଟ୍ରାଫିକ୍ ବ୍ୟାହତ ହେଉଛି ।

ଜର୍ମାନୀ ସମେତ ୟୁରୋପର ଅନେକ ଦେଶକୁ କୃଷକଙ୍କ ଏ ବିରୋଧ ପ୍ରଭାବିତ କରୁଛି ।

ବାସ୍ତବରେ ଦେଶର କୃଷକମାନେ ସରକାର ଦେଉଥିବା ସବସିଡିକୁ ହ୍ରାସ କରିବା ଯୋଗୁ ଅସନ୍ତୁଷ୍ଟ ଅଛନ୍ତି ।  ଯେଉଁଥିପାଇଁ ସେମାନେ ସରକାରଙ୍କ ବିରୋଧରେ ପ୍ରଦର୍ଶନ କରୁଛନ୍ତି । ଏହି ପ୍ରଦର୍ଶନ ସମୟରେ କୃଷକମାନେ ରାସ୍ତା ଉପରେ ଗୋବର ଖତ ପକାଇ ଟ୍ରାକ୍ଟର ଏବଂ ଟ୍ରକ ଦ୍ଵାରା ରାସ୍ତା ଅବରୋଧ କରିଛନ୍ତି । ଏହି ପ୍ରତିବାଦ ଯୋଗୁଁ ଫ୍ରାନ୍ସ, ପୋଲାଣ୍ଡ ଏବଂ ଚେକ ରିପବ୍ଲିକ୍ ସହିତ ଜର୍ମାନୀ ସୀମାରେ ଏକ ବଡ଼ ସମସ୍ୟା ଦେଖାଦେଇଛି । ସୀମାଦେଇ ଦେଶମାନଙ୍କୁ  ଯିବା ଆସିବା ସମ୍ପୂର୍ଣ ରୂପେ ବ୍ୟାହାତ ହେଉଛି ।

https://platform.twitter.com/widgets.js

ପ୍ରବଳ ଶୀତ ସତ୍ତ୍ୱେ ଚାଷୀମାନଙ୍କ ପ୍ରଦର୍ଶନ  

ପ୍ରବଳ ଶୀତ ମଧ୍ୟରେ ଏହି ଆନ୍ଦୋଳନ ରାଜରାସ୍ତାରେ ଚାଲିଛି  ଏହି ଆନ୍ଦୋଳନ ସମୟରେ ପୋଲିସ ସହିତ ସେମାନଙ୍କର ଠେଲାପେଲା ମଧ୍ୟ ଚାଲିଛି । ପୋଲିସ ସେମାନଙ୍କୁ ଘଉଡାଇବାକୁ ବଳପ୍ରୟୋଗ କରିଥିଲା । କୃଷକମାନେ ମଧ୍ୟ ସେମାନଙ୍କ ଦାବିରେ ଅଟଳ ରହିଛନ୍ତି ।  ଯଦି ସରକାର ସେମାନଙ୍କ ଦାବି ପୂରଣ ନକରନ୍ତି ତେବେ ସେମାନଙ୍କ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି କୃଷକମାନେ ସ୍ପଷ୍ଟ କରିଛନ୍ତି । ସେମାନଙ୍କ ଦାବି ସମ୍ପର୍କରେ କୃଷକମାନେ ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ସେମାନଙ୍କର ଦାବି ଯଥାଶୀଘ୍ର ପୂରଣ କରାଯାଉ ।

ସରକାର ସବସିଡି ହ୍ରାସ କରିଛନ୍ତି

ଗତ ବର୍ଷ ଡିସେମ୍ବରରେ ଜର୍ମାନ ସରକାର କୃଷକମାନଙ୍କୁ ଦିଆଯାଉଥିବା ସବସିଡିକୁ ହ୍ରାସ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ଅବଧି ମଧ୍ୟରେ ସରକାର ଚାଷ ପାଇଁ ବ୍ୟବହୃତ ଡିଜେଲ ଉପରେ ଟ୍ୟାକ୍ସ ଫେରସ୍ତ ନେଇଥିଲେ ଏବଂ ଟ୍ରାକ୍ଟର ଉପରେ ଦିଆଯାଇଥିବା ରିହାତିକୁ ରଦ୍ଦ କରିଦେଇଥିଲେ । ସରକାର ବିଶ୍ୱାସ କରନ୍ତି ଯେ ଏହି ରିହାତି ରଦ୍ଦ ସରକାରୀ ଅର୍ଥ ସଞ୍ଚୟ କରିବାରେ ସହାୟକ ହେବ । ଏହି କଟ୍ ଦ୍ୱାରା ସରକାର ପ୍ରାୟ ୯୦  କୋଟି ୟୁରୋ ସଞ୍ଚୟ କରିବେ ବୋଲି ଅନୁମାନ କରୁଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତିରେ କୃଷକମାନେ ଅସନ୍ତୁଷ୍ଟ ଅଛନ୍ତି । ଡିସେମ୍ବରରେ ସେମାନେ ବିରୋଧ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ରାସ୍ତାକୁ ଓଲହାଇଥିଲେ । ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସେମାନେ ବିରୋଧ ପ୍ରଦର୍ଶନ କରି ଆସୁଛନ୍ତି । ସରକାର ସେମାନଙ୍କ ଦାବି ନ ମାନିବା ଯାଏ ଏ ଆନ୍ଦୋଳନ ଜାରି ରହିବ ବୋଲି କୃଷକମାନେ କହିଛନ୍ତି ।

The post ଜର୍ମାନୀରେ ମଧ୍ୟ ଭାରତ ପରି କୃଷକମାନଙ୍କର ଟ୍ରାକ୍ଟର ଆନ୍ଦୋଳନ । ୟୁରୋପରେ ଅନେକ ଦେଶକୁ ପ୍ରଭାବିତ କରିବ first appeared on Kanak News.

from Kanak News
via <a href="https://ifttt.com/?

ପିପିଲି ଦାଣ୍ଡମୁକୁନ୍ଦପୁର ରାସ୍ତାର ଖଣ୍ଡିଆଶଂଖ ଠାରେ ଦୁର୍ଘଟଣା । କଲଭର୍ଟରେ ପିଟି ହୋଇ ଦୁଇ ବାଇକ ଆରୋହୀ ମୃତ ।

କନକ ବ୍ୟୁରୋ: ପିପିଲି ଦାଣ୍ଡମୁକୁନ୍ଦପୁର ରାସ୍ତାର ଖଣ୍ଡିଆଶଂଖ ଠାରେ ଦୁର୍ଘଟଣା । ଘନ କୁହୁଡ଼ି ଯୋଗୁଁ କଲଭର୍ଟରେ ପିଟି ହୋଇ ଦୁଇ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ପୁରୀରୁ କଂଟିଲୋ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । କଲଭର୍ଟରେ ପିଟି ହୋଇ ୫୦ ମିଟର ଦୂରକୁ ଛିଟିକି ପଡ଼ିଥିଲେ ଦୁଇ ବାଇକ ଆରୋହୀ । ହେଲେ

ଏଯାଏଁ ସେମାନଙ୍କ ପରିଚୟ ମିଳିନଥିବା ଜଣାପଡ଼ିଛି । ଜଣଙ୍କର ପିପିଲି ମେଡ଼ିକାଲରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଭୁବନେଶ୍ୱର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।

The post ପିପିଲି ଦାଣ୍ଡମୁକୁନ୍ଦପୁର ରାସ୍ତାର ଖଣ୍ଡିଆଶଂଖ ଠାରେ ଦୁର୍ଘଟଣା । କଲଭର୍ଟରେ ପିଟି ହୋଇ ଦୁଇ ବାଇକ ଆରୋହୀ ମୃତ । first appeared on Kanak News.

from Kanak News
via <a href="https://ifttt.com/?

କଟକ ବଡ଼ ମେଡିକାଲରେ ହେଲା ବିରଳ ପ୍ରତିରୋପଣ । ପ୍ରଥମ ଥର ପାଇଁ ଅସ୍ଥିମଜ୍ଜା ଟ୍ରାନ୍ସପ୍ଲାଣ୍ଟ ସଫଳ ।

କନକ ବ୍ୟୁରୋ: କଟକ ବଡ଼ ମେଡିକାଲରେ ହେଲା ବିରଳ ପ୍ରତିରୋପଣ । ପ୍ରଥମ ଥର ପାଇଁ ହେଲା ହାପଲୋ ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଇଛି । ରକ୍ତ କର୍କଟରେ ଆକ୍ରାନ୍ତ ଥିବା ଖୋର୍ଦ୍ଧା ଅଂଚଳର ୧୯ ବର୍ଷୀୟ ଶୁଭ୍ରାଂଶୁଙ୍କ ଅସ୍ଥିମଜ୍ଜା ପ୍ରତିରୋପଣ ହୋଇଛି । ଏଥିପାଇଁ ଘରୋଇ ହସ୍ପିଟାଲରେ ୪୦ରୁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏସସିବିରେ ମାତ୍ର ୪ ଲକ୍ଷ ଟଙ୍କାରେ ଏପରି ପ୍ରତିରୋପଣ କରାଯାଇଛି ।

ବଡ଼ କଥା ହେଉଛି ସରକାରଙ୍କ ପକ୍ଷରୁ ଏଥିପାଇଁ ସମସ୍ତ ଖର୍ଚ୍ଚ ବହନ କରାଯାଇଛି । ଯାହାଙ୍କ ହ୍ୟୁମାନ ଲ୍ୟୁକୋସାଇଟ୍ ଆଣ୍ଟିଜେନ୍ ବା ଏଚ୍ଏଲ୍ଏ ଅନ୍ୟର ଏଚଏଲଏ ସହ ପ୍ରାୟ ୯୦ ପ୍ରତିଶତ ମେଳ ଖାଉଥିବ ସେକ୍ଷେତ୍ରରେ ହିଁ ପ୍ରତିରୋପଣ ସମ୍ଭବ । ଶୁଭ୍ରାଂଶୁଙ୍କ ଦେହରେ ପ୍ରଭୁଦତ ନାମକ ଜଣେ ବ୍ୟକ୍ତିଙ୍କ ଏଚଏଲଏ ୫୦ ପ୍ରତିଶତ ମେଳ ଖାଉଥିବା ବେଳେ ଏପରି ପ୍ରତିରୋପଣ କରାଯାଇଥିଲା । ପ୍ରତିରୋପଣ ପରେ ଦୁଇ ଜଣ ସୁସ୍ଥ ଥିବା ଜଣାପଡ଼ିଛି ।

The post କଟକ ବଡ଼ ମେଡିକାଲରେ ହେଲା ବିରଳ ପ୍ରତିରୋପଣ । ପ୍ରଥମ ଥର ପାଇଁ ଅସ୍ଥିମଜ୍ଜା ଟ୍ରାନ୍ସପ୍ଲାଣ୍ଟ ସଫଳ । first appeared on Kanak News.

from Kanak News
via <a href="https://ifttt.com/?

ବନ ବିଭାଗର ଭଲ ପ୍ରୟାସ । ଚଣ୍ଡିଖୋଲ-ପାରଦୀପ ରାଜପଥ ପ୍ରଶସ୍ତିକରଣ ବେଳେ କଟାନଯାଇ ଅନ୍ୟତ୍ର ସ୍ଥାନାନ୍ତର ହେଉଛି ସାଢ଼େ ୩ ହଜାର ଗଛ ।

କନକ ବ୍ୟୁରୋ: ବନ ବିଭାଗର ଭଲ ପ୍ରୟାସ । ଗଛ କଟାଗଲାନି, ଅନ୍ୟତ୍ର କରାଗଲା ସ୍ଥାନାନ୍ତର । କଟକ ଜାତୀୟ ରାଜପଥ ସଂପ୍ରସାରଣ ପାଇଁ ସାଢେ ୬ ହଜାର ଗଛ କଟାଯିବାର ଥିଲା । ଗଛ କଟାଯିବା ପରେ ରାସ୍ତା ସମ୍ପ୍ରସାରଣ ହୋଇଥାନ୍ତା । ହେଲେ କଟକ ବନଖଣ୍ଡ ଅଧିକାରୀଙ୍କ ଉଦ୍ୟମ ପାଇଁ କଟାଯିବାକୁ ଥିବା ସାଢେ ୬ ହଜାର ଗଛ ମଧ୍ୟରୁ ଅଧାରୁ ଅଧିକ ଗଛ କଟାଯିବାରୁ ବଞ୍ଚିଯାଇଛି । ଗଛ ଗୁଡ଼ିକ ଯେପରି କଟା ନଯିବ ଓ ସେସବୁକୁ ଅତ୍ୟାଧୁନିକ ମେସିନ୍ ଜରିଆରେ ସ୍ଥାନାନ୍ତର କରାଯାଇ ଲଗାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି । ବନ ବିଭାଗର ଏଭଳି ଉଦ୍ୟମ ପାଇଁ ସାଢେ ତିନି ହଜାର ଗଛ ବଞ୍ଚି ଯାଇଛି ।

ଚଣ୍ଡିଖୋଲରୁ ପାରାଦୀପ ଜାତୀୟ ରାଜପଥ ୮ ଲେନ୍ କରାଯିବା ନେଇ ଜାତୀୟ ପ୍ରାଧିକରଣ ପକ୍ଷରୁ ନିଷ୍ପତି ନିଆଯାଇଥିଲା । ଏହା ପୂର୍ବରୁ କେତେ ଗଛ ବଳିପଡ଼ିବ ସେନେଇ ମଧ୍ୟ ସର୍ଭେ ହୋଇଥିଲା । ଏହା ପରେ ୬ ହଜାର ୪୭୩ଟି ଗଛ କଟାଯିବାକୁ ନିଷ୍ପତି ହୋଇଥିଲା । ହେଲେ ଏଥିରୁ ସର୍ବାଧିକ ଗଛ କିପରି କଟାନଯିବ ସେଥିପାଇଁ କଟକ ବନଖଣ୍ଡ ପକ୍ଷରୁ ଏନ୍ଏଚ୍ଏଆଇକୁ ପ୍ରସ୍ତାବ ଦିଆଯାଇଥିଲା । ଯେଉଁ ଗଛ ଗୁଡ଼ିକୁ କଟାନଯାଇ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ଲଗାଯାଇ ପାରିବ ତାହା ବୁଝିବା ପାଇଁ ଏକ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି । ପ୍ରାୟ ସାଢେ ତିନି ହଜାର ଗଛ କଟାଯିବା ବଦଳରେ ସ୍ଥାନାନ୍ତର କରାଯିବ ବୋଲି ନିଷ୍ପତ୍ତି ହୋଇଛି ।

The post ବନ ବିଭାଗର ଭଲ ପ୍ରୟାସ । ଚଣ୍ଡିଖୋଲ-ପାରଦୀପ ରାଜପଥ ପ୍ରଶସ୍ତିକରଣ ବେଳେ କଟାନଯାଇ ଅନ୍ୟତ୍ର ସ୍ଥାନାନ୍ତର ହେଉଛି ସାଢ଼େ ୩ ହଜାର ଗଛ । first appeared on Kanak News.

from Kanak News
via <a href="https://ifttt.com/?

ଶେଷ ହେଲା ଦିଲ୍ଲୀପଙ୍କ ଅନ୍ତିମ ସଂସ୍କାର । ଡିଏନଏ ରିପୋର୍ଟ ଆସିବା ପରେ ଗତକାଲି ପରିବାର ଲୋକଙ୍କୁ ହସ୍ତାନ୍ତର ହୋଇ୍ଥିଲା ମୃତଦେହ ।

କନକ ବ୍ୟୁରୋ: ହାଇଟେକ୍ ବିସ୍ଫୋରଣ ଘଟଣାରେ ମୃତ ଦିଲ୍ଲୀପ ସାମନ୍ତରାୟଙ୍କ ହେଲା ଅନ୍ତିମ ସଂସ୍କାର । ଶୋକାକୂଳ ପରିବେଶ ମଧ୍ୟରେ ଗତକାଲି ବିଳମ୍ବିତ ରାତିରେ ଅନ୍ତିମ ସଂସ୍କାର କରାଯାଇଛି । ଗତକାଲି ତୃତୀୟ ବ୍ୟକ୍ତିଙ୍କ ଡିଏନଏ ରିପୋର୍ଟ ଆସିଥିଲା । ଦିଲ୍ଲୀପ ସାମନ୍ତରାୟଙ୍କ ପରିବାର ସହ ମିଶିଥିଲା ରିପୋର୍ଟ । ଏହା ପରେ ବି ମୃତଦେହ ଗ୍ରହଣ କରିବାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଦିଲ୍ଲୀପଙ୍କ ମା’ ମଞ୍ଚେଶ୍ୱର ଥାନାରେ ଦେଇଥିବା ଏତଲା ପଞ୍ଜିକୃତ ହୋଇନଥିବାରୁ ମୃତଦେହ ନେବାକୁ ମନାକରି ଥାନା ଆଗରେ ଧାରଣାରେ ବସିଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଧାରଣାରେ ବସିବା ପରେ ପୋଲିସ ଏତଲା ରୁଜୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା । ଏହା ପରେ ଦିଲ୍ଲୀପଙ୍କ ମୃତଦେହ ଭୁବନେଶ୍ୱର ଏମ୍ସରୁ ନେଇଥିଲେ ପରିବାର ଲୋକ ।

The post ଶେଷ ହେଲା ଦିଲ୍ଲୀପଙ୍କ ଅନ୍ତିମ ସଂସ୍କାର । ଡିଏନଏ ରିପୋର୍ଟ ଆସିବା ପରେ ଗତକାଲି ପରିବାର ଲୋକଙ୍କୁ ହସ୍ତାନ୍ତର ହୋଇ୍ଥିଲା ମୃତଦେହ । first appeared on Kanak News.

from Kanak News
via <a href="https://ifttt.com/?

ସୁନ୍ଦରଗଡ଼ ବଣାଇ ରେଞ୍ଜରେ ହାତୀ ଉପଦ୍ରବ ନେଇ ତାତିଲେ ଲୋକେ । କ୍ଷତିପୂରଣ ଦାବିରେ ରାସ୍ତାରୋକ ସହ ବନ ଅଧିକାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ ।

କନକ ବ୍ୟୁରୋ: ହାତୀ ଉପଦ୍ରବକୁ ନେଇ ତାତିଲେ ଗ୍ରାମବାସୀ । ହାତୀ ଆତଙ୍କ ଖେଳାଉଥିବାରୁ ବନବିଭାଗ କର୍ମଚାରୀଙ୍କୁ ରଖିଲେ ଅଟକ । ସୁନ୍ଦରଗଡ ଜିଲ୍ଲା ବଣାଇଁ ରେଞ୍ଜ ଜକେଇକଳା ଗାଁରୁ ଆସିଛି ଖବର ।

ଗତକାଲି ରାତି ରଙ୍ଗାମାଚିଆ ସାହିରେ ହାତୀ ପସି ଘର ଭାଙ୍ଗିବା ସହ ବ୍ୟାପକ କ୍ଷତି ଘଟାଇଛି । ଏହାକୁ ନେଇ ଆଜି ରାସ୍ତା ରୋକ କରିଛନ୍ତି ଗ୍ରାମବାସୀ । ଏହାସହ ଏସିଏଫ୍, ରେଂଜର, ଓ ବନ କର୍ମଚାରୀଙ୍କୁ ଅଟକ ରଖିଛନ୍ତି । ଆମ୍ବୁଲାନ୍ସ, ସ୍କୁଲ ଭ୍ୟାନ୍ ଭଳି ଜରୁରୀ ଗାଡିକୁ ବି ଛାଡି ନାହାଁନ୍ତି ଉତ୍ୟକ୍ତ ଗ୍ରାମବାସୀ । ଗତ କିଛି ଦିନ ହେବ ଏହି ଅଂଚଳରେ ଆତଙ୍କ ଖେଳାଇଛନ୍ତି ଦନ୍ତା । ଦୁଇ ଦିନ ତଳେ ଦୁଇଟି ଦନ୍ତା ହାତୀ ଗାଁରେ ପସି ଘରଦ୍ୱାର ଭାଙ୍ଗିଦେଇଥିଲେ । ଏହାର କ୍ଷତିପୂରଣ ଦାବି କରି ଉତ୍ୟକ୍ତ ଗ୍ରାମବାସୀ ଦୁଇ ଦିନ ତଳେ ବି ରେଂଜରଙ୍କୁ ଅଟକ ରଖି ରାସ୍ତା ରୋକ କରିଥିଲେ । ହେଲେ ପ୍ରତିଶ୍ରୁତି ସତ୍ୱେ ହାତୀ ଘଉଡାଇବାରେ ବନ ବିଭାଗ ସଠିକ୍ ପଦକ୍ଷେପ ନେଇ ନଥିବା ଅଭିଯୋଗ ହୋଇଛି । ହାତୀ ଘର ଦ୍ୱାର ଭାଙ୍ଗିବା ହ ଚାଷ ନଷ୍ଟ କରୁଛନ୍ତି । ଦୁଇ ଦନ୍ତାଙ୍କୁ ଅନ୍ୟତ୍ର ଘଉଡା ପାଇଁ ବନ ବିଭାଗ ଉଚିତ ପଦକ୍ଷେପ ନେଉ ନାହାଁନ୍ତି । ବନ ବିଭାଗ ଯଥାଶୀଘ୍ର ସ୍ଥାୟୀ ପ୍ରତିକାର ନକରିବା ପର୍ଯ୍ୟନ୍ତ ଏମିତି ରାସ୍ତା ଅବରୋଧ ରହିବ ବୋଲି ଗାଁଲୋକେ ଚେତାବନୀ ଦେଇଛନ୍ତି ।

The post ସୁନ୍ଦରଗଡ଼ ବଣାଇ ରେଞ୍ଜରେ ହାତୀ ଉପଦ୍ରବ ନେଇ ତାତିଲେ ଲୋକେ । କ୍ଷତିପୂରଣ ଦାବିରେ ରାସ୍ତାରୋକ ସହ ବନ ଅଧିକାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started