ଘନ କୁହୁଡିରେ ଦିଶୁନି ନୀଳଚକ୍ର । ପତିତପାବନ ବାନା ଦର୍ଶନରୁ ବଞ୍ଚିତ ଭକ୍ତ । ଟ୍ୱିନ୍ ସିଟି ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡିର ଆସ୍ତରଣ ।

କନକ ବ୍ୟୁରୋ: ଶୀତ ସାଙ୍ଗକୁ ଘନ କୁହୁଡ଼ି । ରାଜଧାନୀ ଭୁବନେଶ୍ୱରରେ କୁହୁଡ଼ିର ଆସନ୍ତରଣ । କୁହୁଡି ପାଇଁ ଯାତାୟାତରେ ସମସ୍ୟା । ସକାଳୁ ସକାଳୁ କୁହୁଡି ପାଇଁ ଦେଖାଯାଉନି ରାସ୍ତାଘାଟ । କଟକରେ ବି ଘନ କୁହୁଡ଼ି ଦେଖିବାକୁ ମିଳିଛି । ଆଜି ୨୨ଟି ଜିଲ୍ଲାରେ କୁହୁଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଥିଲା ପାଣିପାଗ ବିଭାଗ ।

ଝାରସୁୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼କୁ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣଂ ଜାରି ହୋଇଛି । ସେହିପରି ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ବଲାଙ୍ଗୀରରେ ମଧ୍ୟମରୁ ଘନ କୁହୁଡ଼ି ନେଇ ସତର୍କତା ଜାରି ହୋଇଥିଲା । ଆସନ୍ତାକାଲି ମଧ୍ୟ ରାଜ୍ୟର କିଛି ଜିଲ୍ଲାରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି ।

ପୁରୀ ସହରରେ ମଧ୍ୟ ଆଜି ଘନ କୁହୁଡ଼ି ଦେଖିବାକୁ ମିଳିଛି । ଘନ କୁହୁଡ଼ି ଯୋଗୁଁ ଦୀର୍ଘ ସମୟ ଧରି ନୀଳଚକ୍ର ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତଗଣ । ବଡ଼ଦାଣ୍ଡରେ ଲାଇଟ ଲଗାଇ ଲୋକେ ଯାତାୟତ କରୁଛନ୍ତି । ଯାନବାହାନ ଚଳାଚଳରେ ସମସ୍ୟା ସୃଷ୍ଟି ହୋଇଛି । କୁହୁଡ଼ି ଯୋଗୁଁ ୫୦ ମିଟର ଦୂରତା ଭିତରେ ମୁହଁକୁ ମୁହଁ ଦେଖାଯାଉନି ।

The post ଘନ କୁହୁଡିରେ ଦିଶୁନି ନୀଳଚକ୍ର । ପତିତପାବନ ବାନା ଦର୍ଶନରୁ ବଞ୍ଚିତ ଭକ୍ତ । ଟ୍ୱିନ୍ ସିଟି ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡିର ଆସ୍ତରଣ । first appeared on Kanak News.

from Kanak News
via <a href="https://ifttt.com/?

ଚିନ୍ତା ବଢାଇଲା ଅନୁଗୁଳର ପ୍ରଦୂଷଣ । ଲଗାତାର ଦ୍ୱିତୀୟ ଦିନ ପାଇଁ ସାଂଘାତିକ ସ୍ତରରେ ଜିଲ୍ଲାର ସ୍ଥିତି । କୋଇଲା ଖଣି ମୁଖ୍ୟ କାରଣ ।

କନକ ବ୍ୟୁରୋ: ଚିନ୍ତା ବଢାଉଛି ଅନୁଗୁଳର ବାୟୁ ପ୍ରଦୂଷଣ । ଲଗାତର ଦ୍ୱିତୀୟ ଦିନ ପାଇଁ ଅନୁଗୁଳର ସ୍ଥିତି ସାଂଘାତିକ ସ୍ଥିତିରେ ରହିଛି । ସୋମବାର ଏକ୍ୟୁଆଇ ପିଏମ୍-୨.୫ ତଥା ଛୋଟ ଧୂଳିକଣାର ମାତ୍ରା ୩୫୨ ରହିଥିଲା । ଗତକାଲି ଏହା ୩୫୭ରେ ପହଂଚିଛି । ଅନୁଗୁଳ ଉପରକୁ କେବଳ ନୋଏଡାର ପ୍ରଦୂଷଣ ୩୫୯ ରହିଛି । କଟକ ଓ ଭୁବନେଶ୍ୱର ବି ଜଟିଳ ସ୍ଥିତିରେ ରହିଛି । ବାଲେଶ୍ୱର ଓ ବାରିପଦା ସ୍ଥିତି ବି ଗମ୍ଭୀର ହୋଇପଡ଼ିଛି । ବାୟୂମଣ୍ଡଳରେ ଘୂରି ବୁଲୁଥିବା ଧୂଳିକଣା ଏବେ ଲୋକଙ୍କ ଜୀବନ ନେବାକୁ ବସିଲାଣି । ସହରବାସୀ ଶ୍ୱାସ ରୋଗରେ ପଡ଼ିବା ସହ ପ୍ରଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଲାଣି । ଏଠି ପ୍ରଶ୍ନ ଉଠୁଛି, ଅନୁଗୁଳ ସହରର ବାୟୁ ମାନ ଏବେ ଖରାପ କାହିଁକି?

ଚିନ୍ତା ବଢାଇଲା ଅନୁଗୁଳ ପ୍ରଦୂଷଣ:
– ଶିଳ୍ପାନୁଷ୍ଠାନ, ଖଣି ଖନନ, ଅତ୍ୟଧିକ ଯାନବାହାନ ଚଳାଚଳ
– ପାଉଁଶ ପରିବହନ, କୋଇଲା ଚାଲାଣ, କୋଇଲା ଦହନ ପ୍ରମୁଖ କାରଣ
– କିଛି କୋଇଲା ମାଫିଆ କୋଇଲା ଚୋରି କରି ପୋଡି ବିକ୍ରି କରୁଛନ୍ତି
– କୋଇଲା ପୋଡିବା ବେଳେ ନିର୍ଗତ ଧୂଆଁ ବାୟୁ ମଣ୍ଡଳରେ ମିଶୁଛି
– କୋଇଲା ପରିବହନ ସମୟରେ କୋଇଲା ବୋଝେଇ ଗାଡ଼ି ଘୋଡା ଯାଉନାହିଁ
– ପାଲ ଘୋଡାଯାଉନଥିବାରୁ ଗୁଣ୍ଡ ଉଡି ବାୟୁରେ ମିଶୁଛି
– ଅନୁଗୁଳ ଜିଲ୍ଲାରେ ଏକାଧିକ ବୃହତ୍ ଇସ୍ପାତ କାରଖାନା ରହିଛି
– ତାପଜ ବିଦ୍ୟୁତ୍ କେନ୍ଦ୍ର ଓ ଶକ୍ତି ଉତ୍ପାଦନ ପ୍ରକଳ୍ପ ମଧ୍ୟ ରହିଛି
– କାରଖାନାକୁ ପ୍ରତିଦିନ ହଜାର ହଜାର ଭାରୀଯାନ ଚଳାଚଳ କରୁଛି
– କାରଖାନାରୁ ବାହାରୁଥିବା ପାଉଁଶ ପରିବହନ ବାୟୁର ମାନକୁ ଖରାପ ସ୍ତରକୁ ନେଉଛି

 

The post ଚିନ୍ତା ବଢାଇଲା ଅନୁଗୁଳର ପ୍ରଦୂଷଣ । ଲଗାତାର ଦ୍ୱିତୀୟ ଦିନ ପାଇଁ ସାଂଘାତିକ ସ୍ତରରେ ଜିଲ୍ଲାର ସ୍ଥିତି । କୋଇଲା ଖଣି ମୁଖ୍ୟ କାରଣ । first appeared on Kanak News.

from Kanak News
via <a href="https://ifttt.com/?

ରାତି ଅଧରେ ଦୁର୍ବୃତ୍ତଙ୍କ ଉନ୍ମତ୍ତକାଣ୍ଡ । ଘର ମାଲିକ ନଥିବା ଦେଖି ଘରେ ଲଗାଇଦେଲେ ନିଆଁ ।

କନକ ବ୍ୟୁରୋ: ରାତି ଅଧରରେ ଦୁର୍ବୃତଙ୍କ କାରନାମା । ଘର ମାଲିକଙ୍କ ଅନୁପସ୍ଥିତିରେ ଘରେ ନିଆଁ ଲଗାଇଦେଲେ । ଅଗ୍ନିକାଣ୍ଡ ଫଳରେ ୬ରୁ ଅଧିକ ବାଇକ୍ ଜଳିଯାଇଛି । ଏହାସହ ଘରକୁ ମଧ୍ୟ କ୍ଷତି ପହଂଚିଛି । ଏପରି ଘଟଣା ଘଟିଛି ଜୟପୁର ସହର ପାରାବେଡ଼ା ଅଞ୍ଚଳରେ । ଘରକୁ ନେଇ ଥାନାରେ ଏତଲା ଦେବା ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି । ଦୁର୍ବୃତ୍ତମାନେ ଗାଡ଼ିରେ ନିଆଁ ଲଗାଇବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।

The post ରାତି ଅଧରେ ଦୁର୍ବୃତ୍ତଙ୍କ ଉନ୍ମତ୍ତକାଣ୍ଡ । ଘର ମାଲିକ ନଥିବା ଦେଖି ଘରେ ଲଗାଇଦେଲେ ନିଆଁ । first appeared on Kanak News.

from Kanak News
via <a href="https://ifttt.com/?

ପ୍ରଭୁ ଶ୍ରୀରାମଙ୍କ ପାଇଁ ବିକଳ ହେଉଛି ପ୍ରାଣ । ଦର୍ଶନ ପାଇଁ ବ୍ରହ୍ମପୁରରୁ ପାଦରେ ଚାଲିଚାଲି ଅଯୋଧ୍ୟା ଯାଉଛନ୍ତି ୫ ଯୁବକ ।

କନକ ବ୍ୟୁରୋ: ଆସନ୍ତା ୨୨ ତାରିଖରେ ଅଯୋଧ୍ୟାଠାରେ ରାମଲାଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏତିପାଇଁ ସାରା ଦେଶରେ ଲୋକଙ୍କ ପ୍ରବଳ ଉତ୍ସାହ ରହିଛି । ବହୁ ଭକ୍ତ ମଧ୍ୟ ସେଠାକୁ ଯିବା ପାଇିଁ ପ୍ରସ୍ତୁତ ହୋଇ ରହିଛନ୍ତି । ବର୍ଷ ବର୍ଷ ଧରି ଭକ୍ତଙ୍କ ଅପେକ୍ଷା ରହିଥିଲା ଏବେ କିନ୍ତୁ ସେହି ଅପେକ୍ଷାର ଶେଷ ହେବ ।

ବ୍ରହ୍ମପୁର ସହରର ୫ ଜଣ ଯୁବକ ବାହାରିଛନ୍ତି ଅଯୋଧ୍ୟ ଅଭିମୁଖେ ।ଏହି ୫ଜଣ ସାଙ୍ଗ କଥା ହୋଇ ଏହି ଯାତ୍ରା ଆରମ୍ଭ କରିଛନ୍ତି । ୧୫୦୦ କିଲୋମିଟର ଯାତ୍ରା ଅରମ୍ଭ କରିଥିବା ବେଳେ ଖାଲିପାଦର ଏହି ଯାତ୍ରା ଶେଷ କରିବେ । ଏହାରି ଭିତରେ ବିଭିନ୍ନ ଗ୍ରାମରେ ରାମକଥା ମଧ୍ୟ ଗାନ କରିବେ ।

The post ପ୍ରଭୁ ଶ୍ରୀରାମଙ୍କ ପାଇଁ ବିକଳ ହେଉଛି ପ୍ରାଣ । ଦର୍ଶନ ପାଇଁ ବ୍ରହ୍ମପୁରରୁ ପାଦରେ ଚାଲିଚାଲି ଅଯୋଧ୍ୟା ଯାଉଛନ୍ତି ୫ ଯୁବକ । first appeared on Kanak News.

from Kanak News
via <a href="https://ifttt.com/?

ବୋତଲ ପାଣି ପିଉଥିଲେ ସାବଧାନ । ୧ ଲିଟର ବୋତଲ ପାଣିରେ ୨ଲକ୍ଷ ୪୦ ହଜାର ନାନୋ ପ୍ଲାଷ୍ଟିକ୍‌ କଣିକା ଥିବା ପରୀକ୍ଷଣରେ ପ୍ରକାଶ ।

କନକ ବ୍ୟୁରୋ: ଆଜିକାଲି ଯେଉଁଆଡେ ଗଲେ ହାତରେ ପ୍ଲାଷ୍ଟିକ୍ ପାଣି ବୋତଲ ନେବାକୁ ଭୁଲୁନାହାଁନ୍ତି । ଏଥିପାଇଁ ବିଭିନ୍ନ କମ୍ପାନୀ ମଧ୍ୟ ବୋତଲ ପ୍ୟାକ୍ଡ ପାଣି ବୋତଲ ପ୍ରସ୍ତୁତ କରୁଛନ୍ତି । କିନ୍ତୁ ଜାଣିଛନ୍ତି ଏହି ପ୍ଲାଷ୍ଟିକ୍ ବୋତଲ ପାଣି ଆପଣଙ୍କ ପାଇଁ କେତେ କ୍ଷତିକାରକ?

ନିକଟରେ ହୋଇଥିବା ଏକ ଗବେଷଣାରେ ଜଣାଯାଇଛି ଯେ ଦୈନନ୍ଦିନ ବ୍ୟବହୃତ ୧ ଲିଟର ପ୍ଲାଷ୍ଟିକ ବୋତଲ ପାଣିରେ ହାରାହାରି ୨ଲକ୍ଷ ୪୦ ହଜାର ଅତି କ୍ଷୁଦ୍ର ପ୍ଲାଷ୍ଟିକ୍‌ କଣିକା (ନାନୋ ପ୍ଲାଷ୍ଟିକ୍‌) ରହୁଛି। ଏହା ମଣିଷର ଧମନୀ, ଶିରାପ୍ରଶିରାରେ ପ୍ରବେଶ କରି ଜୀବକୋଷ ଉପରେ କୁପ୍ରଭାବ ପକାଉଛି। ଆମେରିକାର ନ୍ୟାସନାଲ୍‌ ଏକାଡେମି ଅଫ୍‌ ସାଇନ୍‌ସର ଗବେଷକଙ୍କ ଏକ ଟିମ୍‌ ଦ୍ବାରା କରାଯାଇଥିବା ଗବେଷଣାରେ ଏହା ଜଣାଯାଇଛି ଯେ ପାଣିରେ ମିଳୁଥିବା ପ୍ଲାଷ୍ଟିକ୍‌ ଖଣ୍ଡର ଆକାର ୧ ମାଇକ୍ରୋମିଟର ଅଟେ, ଅର୍ଥାତ୍‌ ମଣିଷର ବାଳର ୭ ଭାଗରୁ ୧ ଭାଗ ଅଟେ। ୧ ପ୍ଲାଷ୍ଟିକ୍‌ ବୋତଲରେ ଥିବା ପାଣିରେ ୧ରୁ ୫ହଜାର ମାଇକ୍ରୋମିଟର ଦୀର୍ଘ ପ୍ଲାଷ୍ଟିକ୍‌ ଅଣୁ ମିଳିଥାଏ। ପୂର୍ବେ ପ୍ଲାଷ୍ଟିକ୍‌ ବୋତଲରେ ଯେତିକି ପ୍ଲାଷ୍ଟିକ୍‌ ରହୁଥିବା ଅନୁମାନ କରାଯାଉଥିଲା, ବର୍ତମାନ ହୋଇଥିବା ଗବେଷଣାରେ ଏହାଠାରୁ ୧୦୦ଗୁଣ ଅଧିକ ପ୍ଲାଷ୍ଟିକ୍‌ ଖଣ୍ଡ ମିଳିଛି। ଗବେଷଣାରେ, ବିଭିନ୍ନ ସ୍ଥାନର ସଂଗୃହୀତ ୧୫ଟି ପ୍ଲାଷ୍ଟିକ୍‌ ବୋତଲର ପାଣିକୁ ପରୀକ୍ଷା କରାଯାଇଥିଲା। ଏଥିରେ ୧ଲକ୍ଷ ୧୦ ହଜାରରୁ ୩ଲକ୍ଷ ୭୦ ହଜାର ପର୍ୟ୍ୟନ୍ତ ପ୍ଲାଷ୍ଟକ୍‌ ଅଣୁ ମିଳିଥିଲା।

The post ବୋତଲ ପାଣି ପିଉଥିଲେ ସାବଧାନ । ୧ ଲିଟର ବୋତଲ ପାଣିରେ ୨ଲକ୍ଷ ୪୦ ହଜାର ନାନୋ ପ୍ଲାଷ୍ଟିକ୍‌ କଣିକା ଥିବା ପରୀକ୍ଷଣରେ ପ୍ରକାଶ । first appeared on Kanak News.

from Kanak News
via <a href="https://ifttt.com/?

କଂସ ମହାରାଜାଙ୍କ ଅଟ୍ଟହାସ୍ୟରେ, କମ୍ପିଲା ଅଞ୍ଚଳ । ସୁବର୍ଣ୍ଣପୁର ତରଭାରେ ମୁକ୍ତ ମଞ୍ଚରେ ମଞ୍ଚସ୍ଥ ଶ୍ରୀକୃଷ୍ଣଙ୍କ ଲୀଳା ।

କନକ ବ୍ୟୁରୋ: କଂସ ମହାରାଜାଙ୍କ ଅଟ୍ଟହାସ୍ୟରେ, କମ୍ପିଲା ସୁବର୍ଣ୍ଣପୁର ଜିଲ୍ଲା ତରଭା ବିଜ୍ଞାପିତ ପରିଷଦ ଅଂଚଳ । ତରଭାରେ ଆୟୋଜିତ ଧନୁଯାତ୍ରା ମହୋତ୍ସବରେ ହଜାର ହଜାର ଦର୍ଶକ ମୁକ୍ତ ମଂଚରେ ଶ୍ରୀକୃଷ୍ଣଙ୍କ ଲୀଳା ଅଭିନୟ ଦେଖିବା ସହ ମହାରାଜା କଂସଙ୍କ ରଂଗ ସଭା, ଚଳଚିତ୍ର ଅଭିନେତା, ଅଭିନେତ୍ରୀଙ୍କ ମନୋରଞ୍ଜନ କାର୍ଯ୍ୟକ୍ରମର ମଜା ଉଠାଇଛନ୍ତି ।

କଂସଙ୍କ ଅଟ୍ଟହାସ୍ୟରେ କମ୍ପିଛି ସୁୂବର୍ଣ୍ଣପୁର ଜିଲ୍ଲାର ତରଭା ଅଞ୍ଚଳ । ଦେଖିବାକୁ ମିଳିଛି ମହାରାଜା କଂସଙ୍କ ରାଜୁତି । ମହାରାଜା ଉଗ୍ରସେନଙ୍କଠାରୁ ରାଜ୍ୟଭାର ଗ୍ରହଣ କରିବା ପରେ ମହାରାଜା କଂସ ମଥୁରାରେ ରାଜୁତି କରୁଛନ୍ତି । ଅନ୍ୟପଟେ ଗୋପରେ ଚାଲିଛି କୃଷ୍ଣ ବଳରାମ ଦୁଇ ଭାଇଙ୍କ ବାଲ୍ୟଲୀଳା । ମହରାଜାଙ୍କର ରଂଗସଭାରେ ନୃତ୍ୟଗୀତର ଆସର ସାଂଗକୁ ଉଚ୍ଚକୋଟୀର ସଂଳାପ ଓ ମହାରାଜାଙ୍କ ଅଟ୍ଟହାସ୍ୟରେ ଦୁଲୁକି ଉଠିଛି ମଥୁରାନଗରୀ ।

ଧନୁଯାତ୍ରା ଦେଖିବା ପାଇଁ ତରଭା ସହର ପାଲଟିଛି ଜନସମୁଦ୍ର । ରଂଗସଭାର ଆସର, ମହାରାଜ କଂସଙ୍କ ସଂଳାପ, ଅଟ୍ଟହାସ୍ୟ, ପାରିଷଦ ବର୍ଗଙ୍କ ସହିତ କୃଷ୍ଣଙ୍କ ନିଧନ ପାଇଁ ମନ୍ତ୍ରଣା ଆଦି ଅଭିନୟ ଦେଖିବାକୁ ପ୍ରତ୍ୟେକ ଦିନ ହଜାର ହଜାର ଲୋକଙ୍କ ସମାଗମ ହୋଇଛି । ନୃତ୍ୟବାଦ୍ୟର ଧ୍ୱନିରେ ମହୋତ୍ସବ ପଡିଆ ପ୍ରକମ୍ପିତ ହେଉଛି । ଅନ୍ୟପଟେ ଗୋପାଙ୍ଗନାଙ୍କ ବିଳାପ ଗୀତରେ ବିମୋହିତ ହୋଇଛନ୍ତି ଦର୍ଶକ । ଦୀର୍ଘ ୯ଦିନ ଧରି ପାଳିତ ହେଉଥିବା ଧନୁଯାତ୍ରାରୁ ଲୋକେ ଖାଲି ଯେ ଭରପୁର ମନୋରଞ୍ଜନ ନେଉଛନ୍ତି ତାହା ନୁହେଁ ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।

The post କଂସ ମହାରାଜାଙ୍କ ଅଟ୍ଟହାସ୍ୟରେ, କମ୍ପିଲା ଅଞ୍ଚଳ । ସୁବର୍ଣ୍ଣପୁର ତରଭାରେ ମୁକ୍ତ ମଞ୍ଚରେ ମଞ୍ଚସ୍ଥ ଶ୍ରୀକୃଷ୍ଣଙ୍କ ଲୀଳା । first appeared on Kanak News.

from Kanak News
via <a href="https://ifttt.com/?

ଭିଜିଲାନ୍ସ ଜାଲରେ କୋଟିପତି ସରକାରୀ ବାବୁ । ନୟାଗଡ ଏମଭିଆଇ ପଞ୍ଚାନନ ବେହେରାଙ୍କ ଅମାପ ଆୟବହିର୍ଭୁତ ସମ୍ପତ୍ତିି ଠାବ । ଲିଷ୍ଟ ଜାଣିଲେ ତାଜୁବ ହେବେ ।

କନକ ବ୍ୟୁରୋ: ନୟାଗଡ ଏମଭିଆଇ ପଞ୍ଚାନନ ବେହେରାଙ୍କ କୋଟି କୋଟି ଟଙ୍କାର ଆୟବହିର୍ଭୁତ ସମ୍ପତ୍ତିି ଠାବ କରିଛି ଭିଜିଲାନ୍ସ । ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ତାଙ୍କର ୩୧ଟି ବିଭିନ୍ନ ପ୍ଲଟ ରହିଛି । ଏଥିମଧ୍ୟରେ ୧୦ଟି ବେନାମୀ ପ୍ଲଟ ବି ଅଛନ୍ତି । ଏମଭିଆଇ ବେହେରାଙ୍କ ସାଲେପୁରସ୍ଥିତ ପୈତୃକ ଘର ସମେତ ମୋଟ ୭ଟି ସ୍ଥାନରେ ଚଢାଉ ହୋଇଥିଲା । ଏହି ସମୟରେ ସେ କୋଟି କୋଟି ଟଙ୍କାର ଆୟବର୍ହିଭୂତ ସମ୍ପତି ଠୁଳ କରିଥିବା ସାମ୍ନାକୁ ଆସିଛି । ଶୈଳଶ୍ରୀବିହାର ଓ ପାଣ୍ଡରାରେ କୋଠା ବି ରହିଛି । ୭୨ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ ବି ଠାବ ହୋଇଛି ।

କେବଳ ଭୁବନେଶ୍ୱର ପଥରଗାଡିଆ ମୌଜାରେ ଦାମୀ ୧୨ଟି ପ୍ଲଟ ରହିଛି । ନିଜ ଶଳା ଓ ଅନ୍ୟ ସମ୍ପର୍କୀୟଙ୍କ ନାଁରେ ବି ସେ ପ୍ଲଟ କିଣିଥିବା ଚଢାଉ ବେଳେ ଜଣାପଡିଛି । ୧୫ ଲକ୍ଷରୁ ଅଧିକ ଟଙ୍କାର ନଗଦ ଟଙ୍କା, ସୁନା ଓ ଗୃହ ଉପକରଣ ମିଳିଛି । ଏହାଛଡା ୪ଟି ବେନାମୀ ଗାଡି ବି ରହିଛି । ଏହା ଅନ୍ୟମାନଙ୍କ ନାଁରେ ଥିବାର ଜଣାପଡିଛି । ନିଜ ପୁଅକୁ ଏମବିବିଏସ ପଢାଇବା ପାଇଁ ସେ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି । ଅଧିକ ତଥ୍ୟ ଜାଣିବା ପାଇଁ ପଂଚାନନ ବେହେରାଙ୍କୁ ଜେରା କରାଯାଉଛି ।

The post ଭିଜିଲାନ୍ସ ଜାଲରେ କୋଟିପତି ସରକାରୀ ବାବୁ । ନୟାଗଡ ଏମଭିଆଇ ପଞ୍ଚାନନ ବେହେରାଙ୍କ ଅମାପ ଆୟବହିର୍ଭୁତ ସମ୍ପତ୍ତିି ଠାବ । ଲିଷ୍ଟ ଜାଣିଲେ ତାଜୁବ ହେବେ । first appeared on Kanak News.

from Kanak News
via <a href="https://ifttt.com/?

ହାଇଟେକ୍ ଟ୍ରାଜେଡିରେ ତୃତୀୟ ମୃତକଙ୍କ ଆସିଲା ଡିଏନ୍ଏ ରିପୋର୍ଟ । ମୃତ ବ୍ୟକ୍ତି ଦିଲ୍ଲୀପ ସାମନ୍ତରାୟ ବୋଲି ରିପୋର୍ଟରେ ସ୍ପଷ୍ଟ ।

କନକ ବ୍ୟୁରୋ: ହାଇଟେକ୍ ବିସ୍ଫୋରଣ ଘଟଣାରେ ଆସିଲା ତୃତୀୟ ବ୍ୟକ୍ତିଙ୍କ ଡିଏନଏ ରିପୋର୍ଟ । ଦିଲ୍ଲୀପ ସାମନ୍ତରାୟଙ୍କ ପରିବାର ସହ ମିଶିଲା ରିପୋର୍ଟ । ଏବେ ଦିଲ୍ଲୀପ ସାମନ୍ତରାୟଙ୍କ ମୃତଦେହ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଡିଏନଏ ମ୍ୟାଚ ପରେ ପୁଲିସ ଦିଲ୍ଲୀପଙ୍କ ପରିବାରଙ୍କୁ ମୃତଦେହ ହସ୍ତାନ୍ତର କରିବ ବୋଲି ଆଡିସିିନାଲ ଡିସିପି କହିଛନ୍ତି । ସେପଟେ ମୃତଦେହ ନ ନେବାକୁ ଦିଲ୍ଲୀପଙ୍କ ପରିବାର ଲୋକ ପ୍ରଥମେ ଜିଦ୍ ଧରି ମଂଚେଶ୍ୱର ଥାନା ଆଗରେ ଧାରଣା ଦେଇଥିଲେ । ଏଫଆଇର କରି ମିଳିବା ପରେ ଏମ୍ସରେ ମୃତଦେହ ଗ୍ରହଣ କରି ଘରକୁ ନେଇଛନ୍ତି ।

The post ହାଇଟେକ୍ ଟ୍ରାଜେଡିରେ ତୃତୀୟ ମୃତକଙ୍କ ଆସିଲା ଡିଏନ୍ଏ ରିପୋର୍ଟ । ମୃତ ବ୍ୟକ୍ତି ଦିଲ୍ଲୀପ ସାମନ୍ତରାୟ ବୋଲି ରିପୋର୍ଟରେ ସ୍ପଷ୍ଟ । first appeared on Kanak News.

from Kanak News
via <a href="https://ifttt.com/?

ସାମ୍ନାକୁ ଆସିଲା ଅଯୋଧ୍ୟା ରାମମନ୍ଦିର ଗର୍ଭଗୃହର ନୂଆ ଭିଡିଓ । ଦେଖିବାକୁ ମିଳିଲା ମନ୍ଦିରରେ ଲାଗିଥିବା ପ୍ରଥମ ସୁନା କବାଟର ପ୍ରଥମ ଝଲକ ।

କନକ ବ୍ୟୁରୋ: ଆସନ୍ତା ୨୨ ତାରିଖରେ ଅଯୋଧ୍ୟାଠାରେ ରାମଲାଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏଥିିପାଇଁ ସାରା ଦେଶରେ ଲୋକଙ୍କ ଉତ୍ସାହ ରହିଛି । ବହୁ ଭକ୍ତ ମଧ୍ୟ ସେଠାକୁ ଯିବା ପାଇିଁ ପ୍ରସ୍ତୁତ ହୋଇ ରହିଛନ୍ତି ।ଏହା ଭିତରେ ସାମ୍ାକୁ ଆସିଛି ମନ୍ଦିର ଗର୍ଭ ଗୃହର ଆଉ ଏକ ଦୃଶ୍ୟ । ମନ୍ଦିରରେ ଲାଗିଥିବା ପ୍ରଥମ ସୁନା କବାଟର ଦୃଶ୍ୟ ଦେଖିବାକୁ ମିଳିଛି । ପୁରା ମନ୍ଦିରରେ ଏଭଳି ୨୨ଟି ସୁନା କବାଟ ଲାଗିବାର ସୂଚନା ରହିଛି ।

The post ସାମ୍ନାକୁ ଆସିଲା ଅଯୋଧ୍ୟା ରାମମନ୍ଦିର ଗର୍ଭଗୃହର ନୂଆ ଭିଡିଓ । ଦେଖିବାକୁ ମିଳିଲା ମନ୍ଦିରରେ ଲାଗିଥିବା ପ୍ରଥମ ସୁନା କବାଟର ପ୍ରଥମ ଝଲକ । first appeared on Kanak News.

from Kanak News
via <a href="https://ifttt.com/?

ବଢ଼ୁଛି ଭାରତ-ମାଳଦ୍ୱୀପ ବିବାଦ । ଭାରତୀୟ ପର୍ଯ୍ୟଟକ ମୁହଁ ଫେରାଇବା ପରେ ଚୀନ ଆଶ୍ରାରେ ମାଳଦ୍ୱୀପ ରାଷ୍ଟ୍ରପତି । ସେପଟେ ଲାକ୍ଷାଦୀପରେ ହେବ ନୂଆ ବିମାନ ବନ୍ଦର ।

 

କନକ ବ୍ୟୁରୋ: ଭାରତ-ମାଳଦ୍ୱୀପ ମଧ୍ୟରେ ବିବାଦ ବଢୁଥିବାବେଳେ ଭାରତୀୟ ପର୍ଯ୍ୟଟକମାନେ ମାଳଦୀପ ଯିବାକୁ ଆଉ ଚାହୁଁ ନାହାନ୍ତି । ଫଳରେ ସେଠାକାର ପର୍ଯ୍ୟଟନ ଶିଳ୍ପକୁ ନେଇ ଚିନ୍ତା ବଢ଼ିଛି । ଏହି ସମୟରେ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଚୀନର ସହାୟତା ଲୋଡ଼ିଛନ୍ତି । ଅଧିକ ପର୍ଯ୍ୟଟକ ପଠାଇବାକୁ ଚୀନକୁ ଅନୁରୋଧ କରିଛନ୍ତି ମାଳଦୀପ ରାଷ୍ଟ୍ରପତି । ମୁଇଜୁ ସରକାରଙ୍କ ୩ଜଣ ମନ୍ତ୍ରୀ ଭାରତ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ମନ୍ତବ୍ୟ ଦେବା ପରେ ଭାରତ ଓ ମାଳଦ୍ୱୀପ ମଧ୍ୟରେ ବିବାଦ ବଢ଼ିଛି । ଏହାସହ “ବୟକଟ୍ ମାଳଦୀପ’ ଟ୍ରେଣ୍ଡ ଆରମ୍ଭ ହୋଇଛି । ଭାରତୀୟ ପର୍ଯ୍ୟଟକମାନେ ମାଳଦୀପ ବଦଳରେ ଲାକ୍ଷାଦୀପ ଯିବା ପାଇଁ ଆଗ୍ରହ ପ୍ରକାଶ କଲେଣି । ଏବେକାର ମାଳଦୀପ ରାଷ୍ଟ୍ରପତି ଭାରତ ବିରୋଧୀ ଓ ଚୀନର ଦୃଢ଼ ସମର୍ଥକ । ତେଣୁ ଏପରି ଅବସ୍ଥାରେ ସେ ନିଜ ଦେଶର ପର୍ଯ୍ୟଟନ ଶିଳ୍ପ ବଞ୍ଚାଇବାକୁ ଚୀନର ସହାୟତା ଲୋଡ଼ିଛନ୍ତି ।

ସେପଟେ ଲାକ୍ଷାଦୀପରେ ପର୍ଯ୍ୟଟନର ବିକାଶ ପାଇଁ ମୋଦୀ ସରକାର ମାଷ୍ଟର ପ୍ଲାନ କରିଛନ୍ତି । ଲକ୍ଷାଦ୍ୱୀପରେ ନିର୍ମାଣ ହେବ ନୂଆ ବିମାନ ବନ୍ଦର । ଏହି ନୂତନ ବିମାନ ବନ୍ଦର ଉଭୟ ସାମରିକ ଓ ବେସାମରିକ ଅପରେସନ ପାଇଁ ବ୍ୟବହୃତ ହେବ । ଆରବ ସାଗର ଓ ହିନ୍ଦ ମହାସାଗରରେ ପ୍ରତିରକ୍ଷା କ୍ଷେତ୍ର ସୁଦୃଢ କରିବାକୁ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ହାତକୁ ନେବାକୁ ଯାଉଛନ୍ତି ।

ପୂର୍ବରୁ ତଟରକ୍ଷୀ ବାହିନୀ ଏବେ ଭାରତୀୟ ବାୟୁସେନା ଲାକ୍ଷାଦ୍ୱୀପରେ ନୂଆ ବନ୍ଦର ଲାଗି ପ୍ରସ୍ତାବ ରଖିଥିବା ବେଳେ ଖୁବଶୀଘ୍ର ଏହାକୁ ମଞ୍ଜୁରୀ ମିଳିପାରେ । ଲାକ୍ଷାଦ୍ୱୀପୁର ଅଗାତି ଦ୍ୱୀପରେ ଏକମାତ୍ର ଏୟାର ଷ୍ଟ୍ରିପ୍ ରହିଥିବା ବେଳେ ଏହାର ଆକାର ଛୋଟ । ନୂଆ ବିମାନ ବନ୍ଦର ଲାକ୍ଷାଦ୍ୱୀପର ମିନିକୟରେ ନିର୍ମାଣ ହେବ । ଏହା ଆକାରରେ ଅନ୍ୟ ଦ୍ୱୀପ ଅପେକ୍ଷା ବଡ଼ ହୋଇଥିବାରୁ ଏଥିରେ ବିମାନ ବନ୍ଦର ନିର୍ମାଣ କରିବାକୁ କେନ୍ଦ୍ର ସରକାର ଆଗ୍ରହ ପ୍ରକାଶ କରିଛନ୍ତି ।

The post ବଢ଼ୁଛି ଭାରତ-ମାଳଦ୍ୱୀପ ବିବାଦ । ଭାରତୀୟ ପର୍ଯ୍ୟଟକ ମୁହଁ ଫେରାଇବା ପରେ ଚୀନ ଆଶ୍ରାରେ ମାଳଦ୍ୱୀପ ରାଷ୍ଟ୍ରପତି । ସେପଟେ ଲାକ୍ଷାଦୀପରେ ହେବ ନୂଆ ବିମାନ ବନ୍ଦର । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started