ଶୀତ ସହ ଘନ କୁହୁଡ଼ିର ଆସ୍ତରଣ । ଆଜି ୨୨ଟି ଜିଲ୍ଲାକୁ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ।

କନକ ବ୍ୟୁରୋ: ଶୀତ ସାଙ୍ଗକୁ ଘନ କୁହୁଡ଼ି । ରାଜଧାନୀ ଭୁବନେଶ୍ୱରରେ କୁହୁଡ଼ିର ଆସନ୍ତରଣ । କଟକରେ ବି କୁହୁଡ଼ି ଦେଖିବାକୁ ମିଳିଛି । ଆଜି ୨୨ଟି ଜିଲ୍ଲାରେ କୁହୁଡ଼ି ନେଇ ୟେଲୋ ୱାର୍ଣ୍ଣି ଜାରି କରିଥିଲା ପାଣିପାଗ ବିଭାଗ । ଝାରସୁୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼କୁ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣଂ ଜାରି ହୋଇଛି । ସେହିପରି ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ବଲାଙ୍ଗୀରରେ ମଧ୍ୟମରୁ ଘନ କୁହୁଡ଼ି ନେଇ ସତର୍କତା ଜାରି ହୋଇଥିଲା । ସେହିପରି ଆସନ୍ତାକାଲି ମଧ୍ୟ ରାଜ୍ୟର କିଛି ଜିଲ୍ଲାରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି ।

The post ଶୀତ ସହ ଘନ କୁହୁଡ଼ିର ଆସ୍ତରଣ । ଆଜି ୨୨ଟି ଜିଲ୍ଲାକୁ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ । first appeared on Kanak News.

from Kanak News
via <a href="https://ifttt.com/?

କ୍ରୀଡ଼ା ଜଗତରେ ଉକ୍ରଷ୍ଟ ପ୍ରଦର୍ଶନ ପାଇଁ କ୍ରୀଡ଼ାବିତଙ୍କୁ ପୁରସ୍କାର ପ୍ରଦାନ । କ୍ରିକେଟର ମହମ୍ମଦ ସାମୀଙ୍କ ସମେତ ୨୬ଜଣଙ୍କୁ ଅର୍ଜୁନ ପୁରସ୍କାର

କନକ ବ୍ୟୁରୋ: ଅର୍ଜୁନ ପୁରସ୍କାର ପାଇଲେ ଭାରତୀୟ କ୍ରିକେଟର ମହମ୍ମଦ ସାମି । ରାଷ୍ଟ୍ରପତି ଭବନରେ ଆୟୋଜିତ ଜାତୀୟ କ୍ରୀଡା ପୁରସ୍କାର ପ୍ରଦାନ ଉତ୍ସବରେ ତାଙ୍କୁ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଅର୍ଜୁନ ପୁରସ୍କାର ଗ୍ରହଣ କରିଛନ୍ତି ମହମ୍ମଦ ସାମି । ୨୦୨୩ ବିଶ୍ୱକପରେ ଚମକ୍ରାର ପ୍ରଦର୍ଶନ ଲାଗି ବିସିସିଆଇ ପକ୍ଷରୁ ମହମ୍ମଦ ସାମିଙ୍କ ନାଁ ଅର୍ଜୁନ ପୁରସ୍କାର ପାଇଁ ସୁପାରିଶ କରାଯାଇଥିଲା ।

  • ମହମ୍ମଦ ସାମିଙ୍କୁ ‘ଅର୍ଜୁନ’ ସମ୍ମାନ
  • ଦୁଇ ବ୍ୟାଡମିଣ୍ଟନ ଖେଳାଳି ପାଇଲେ ଖେଳରତ୍ନ

ବିଶ୍ୱକପରେ ମୋଟ ୭ଟି ମ୍ୟାଚରେ ୨୪ଟି ୱିକେଟ ନେଇଥିଲେ ସାମି । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ସର୍ବାଧିକ ୭ଟି ୱିକେଟ ନେଇଥିଲେ ଏହି ଭାରତୀୟ ବୋଲର । କ୍ରିକେଟ ଜଗତରେ ଏହି ଉକ୍ରୃଷ୍ଟ ପ୍ରଦର୍ଶନ ଲାଗି ତାଙ୍କୁ ଅର୍ଜନ ପୁରସ୍କାର ପ୍ରଦାନ କରାଯାଇଛି । ୨୦୧୩ରେ ଭାରତ ପାଇଁ ଡେବ୍ୟୁ କରିଥିବା ମହମ୍ମଦ ସାମି କ୍ୟାରିୟରରେ ବର୍ତମାନ ପର୍ଯ୍ୟନ୍ତ ୬୪ଟି ଟେଷ୍ଟ, ୧୦୧ଟି ଦିନିକିଆ ଏବଂ ୨୩ଟି ଟି-୨୦ ମ୍ୟାଚ ଖେଳି ୪୪୮ଟି ୱିକେଟ ନେଇସାରିଛନ୍ତି । ଅର୍ଜୁନ ପୁରସ୍କାର ପାଇବା ସମସ୍ତଙ୍କ ଭାଗ୍ୟରେ ଜୁଟି ନଥାଏ, ଏହା ମୋ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି ମହମ୍ମଦ ସାମି ।

  • ସାମିଙ୍କ ସମେତ ୨୬ କ୍ରୀଡାବିତଙ୍କୁ ଅର୍ଜୁନ ପୁରସ୍କାର
  • ପୁରସ୍କାର ବିଜେତାଙ୍କୁ ଚାରିଆଡୁ ଶୁଭେଛାର ସୁଅ

ବ୍ୟାଡମିଣ୍ଟନ ଖେଳାଳି ଚିରାଗ ସେଟ୍ଟୀ, ସାତ୍ୱିକ ସାଇରାଜ, ରେଙ୍କି ରେଡ୍ଡିଙ୍କୁ କ୍ରୀଡା ଜଗତର ସର୍ବୋଚ୍ଚ ସମ୍ମାନ ଖେଳରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି । ଉଭୟ ଯୋଡି ୨୦୨୩ ଏସିଆନ ଗେମରେ ଦେଶପାଇଁ ବ୍ୟାଡମିଣ୍ଟନରେ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିବାରେ ସକ୍ଷମ ହୋଇଥିଲେ । ସେହିପରି ଏସିଆନ ଚମ୍ପିୟାନସିପ୍ ଏବଂ ଇଣ୍ଡୋନେସିଆ ଓପନ ସୁପର ଟାଇଟଲ ମଧ୍ୟ ହାସଲ କରିଛନ୍ତି । ସାମି, ଚିରାଗ, ସାତ୍ୱିକ ସାଇରାଜଙ୍କ ବ୍ୟତୀତ କ୍ରୀଡା କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଅନ୍ୟ ୨୩ଜଣ କ୍ରୀଡାବିତଙ୍କୁ ମଧ୍ୟ ପୁରସ୍କୃତ କରିଛନ୍ତି ରାଷ୍ଟ୍ରପତି ।

The post କ୍ରୀଡ଼ା ଜଗତରେ ଉକ୍ରଷ୍ଟ ପ୍ରଦର୍ଶନ ପାଇଁ କ୍ରୀଡ଼ାବିତଙ୍କୁ ପୁରସ୍କାର ପ୍ରଦାନ । କ୍ରିକେଟର ମହମ୍ମଦ ସାମୀଙ୍କ ସମେତ ୨୬ଜଣଙ୍କୁ ଅର୍ଜୁନ ପୁରସ୍କାର first appeared on Kanak News.

from Kanak News
via <a href="https://ifttt.com/?

ସିଇଓ ମା’ର ସାଂଘାତିକ ଅପରାଧ । ହୋଟେଲ ରୁମରେ ପୁଅକୁ ହତ୍ୟା । ଶବକୁ ଧରି ଗୋଆରୁ ଗଲା କର୍ଣ୍ଣାଟକ

କନକ ବ୍ୟୁରୋ: କର୍ଣ୍ଣାଟକରୁ ଆସିଛି ଛାତିଥରା ହତ୍ୟା ମାମଲା । ପିଶାଚୀ ସାଜିଲା ମା’ । ୪ ବର୍ଷର କୁନି ପୁଅକୁ ହତ୍ୟା କଲା ମା’ । ପୁଅକୁ ଗୋଆ ବୁଲାଇ ଆଣି ହତ୍ୟା କରିବା ଘଟଣା ଏବେ ଚାଂଚଲ୍ୟ ସୃଷ୍ଟି କରିଛି । ସବୁଠୁ ବଡ କଥା ହେଉଛି ଅଭିଯୁକ୍ତ ମା’ ଜଣେ ଜଣାଶୁଣା ତଥା ଶିକ୍ଷିତ ଚେହେରା । କର୍ଣ୍ଣାଟକର ଏକ ଷ୍ଟାଟଅଫ କମ୍ପାନୀ ଏଆଇ-ଲ୍ୟାବର ସହ ପ୍ରତିଷ୍ଠାତା ଓ ସିଇଓ ।

ନାଁ ସୂଚନା ସେଠ । ବୟସ ୩୯ବର୍ଷ । ଶନିବାର ପୁଅକୁ ନେଇ ଗୋଆ ଯାଇଥିଲେ । ସମୁଦ୍ର ନିକଟ ଏକ ହୋଟେଲରେ ରହିଥିଲେ । ସୂଚନା ଅନସାରେ ସୋମବାର ହୋଟେଲ ରୁମ ଛାଡିଥିଲେ ସୂଚନା । ଯିବା ସମୟରେ ସାଥୀରେ ପୁଅକୁ ଦେଖିବାକୁ ପାଇନଥିଲେ ହୋଟେଲ କର୍ମଚାରୀ । ପଚାରିବାରୁ ସନ୍ତୋଷଜନକ ଉତ୍ତର ଦେଇନଥିଲେ ସୂଚନା । ସନ୍ଦେହ ପ୍ରକାଶ କରିଥିଲେ ହୋଟେଲ କର୍ମଚାରୀ । ପରେ ସୂଚନା ରହୁଥିବା ରୁମରେ ରକ୍ତଛିଟା ପଡିଥିବା ଦେଖି ଗୋଆ ପୁଲିସକୁ ତଥ୍ୟ ଦେଇଥିଲେ କର୍ମଚାରୀ । ସମସ୍ତଙ୍କୁ ଚକମା ଦେଇ କର୍ଣ୍ଣାଟକ ଯାଉଥିବା ବେଳେ ଅଭିଯୁକ୍ତଙ୍କୁ ଧରିବା ପାଇଁ କସରତ ଆରମ୍ଭ କରିଥିଲା ଗୋଆ ପୁଲିସ । ବେଙ୍ଗାଲୁରୁରୁ ପହଁଚିବା ପୂର୍ବରୁ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ ।

ହୋଟେଲ କର୍ମଚାରୀଙ୍କ ସୂଚନା ପାଇବା ପରେ ଟ୍ୟାକ୍ସିକୁ ଟ୍ରାକ କରିଥିଲା ଗୋଆ ପୁଲିସ । ଗାଡିକୁ ନିକଟସ୍ଥ ଥାନାକୁ ନେବାକୁ କହିବା ପରେ ମହିଳାଙ୍କୁ ନେଇ ପହଁଚିଥିଲେ ଡ୍ରାଇଭର । ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିବା ସହ ତାଙ୍କ ଲଗେଜ ବ୍ୟାଗ ଖୋଲିବା ପରେ ହତଚକିତ ହୋଇଥିଲେ ପୋଲିସ । କାରଣ ବ୍ୟାଗ ଭିତରୁ ମିଳିଥିଲା ରକ୍ତ ଜୁଡୁବୁଡ ପୁଅର ଶବ । କାହିଁକି ପୁଅକ ହତ୍ୟା କଲା ମା’? ହତ୍ୟା ପଛର ପ୍ରକୃତ କାରଣ କ’ଣ?ଏସବୁର ଖିଅ ଖୋଜୁଛି ପୁଲିସ । ଜେରା ସମୟରେ ସୂଚନା ସେଠ କହିଛନ୍ତି ନିଜ ପୂର୍ବତନ ସ୍ୱାମୀଙ୍କ ସହ ପୁଅ ଦେଖା କରିବାକୁ ଜିଦ ଧରୁଥିଲା । ଯାହାକୁ ସେ ବାରମ୍ବାର ବିରୋଧ କରୁଥିଲେ ସୂଚନା ସେଠ ଓ ଘଟଣା ଦିନ ପୁଅ ଜିଦ କରିବାରୁ ତାକୁ ହତ୍ୟା କରିଥିବା କହିଛନ୍ତି ।

ତେବେ ଦେଶର ଶ୍ରେଷ୍ଠ ଶହେ ଜଣ ଏଆଇ ଏଥିକ୍ସ ତାଲିକାରେ ରହିଛି ସୂଚନା ସେଠଙ୍କ ନାଁ । ଜଣେ ଦକ୍ଷ, କର୍ମଠ ଓ ପ୍ରତିଭାଶାଳୀ ସିଇଓ ଭାବେ ସ୍ୱତନ୍ତ୍ର ସ୍ଥାନ ବନାଇପାରିଛନ୍ତି । ଏବେ ଉଠୁଛି ପ୍ରଶ୍ନ ଏତେ ବଡ ପଦପଦବୀରେ ରହି କାହିଁକି ଓ କେଉଁ ପରିସ୍ଥିିତିରେ ଜନ୍ମକଲା ପୁଅକୁ ହତ୍ୟା କଲେ ସୂଚନା ସେଠ ।

The post ସିଇଓ ମା’ର ସାଂଘାତିକ ଅପରାଧ । ହୋଟେଲ ରୁମରେ ପୁଅକୁ ହତ୍ୟା । ଶବକୁ ଧରି ଗୋଆରୁ ଗଲା କର୍ଣ୍ଣାଟକ first appeared on Kanak News.

from Kanak News
via <a href="https://ifttt.com/?

ଚର୍ଚ୍ଚାରେ ପୂର୍ବତନ ରାଷ୍ଟ୍ରଦୂତ ଅଜୟ ବିସାରିଆଙ୍କ ପୁସ୍ତକ । ପୁସ୍ତକରେ ଦାବି, ବାଲକୋଟ ଏୟାରଷ୍ଟ୍ରାଇକ ପରେ ଭାରତର ୯ ମିସାଇଲ ଟାର୍ଗେଟରେ ଥିଲା ପାକିସ୍ତାନ

କନକ ବ୍ୟୁରୋ: ବର୍ତ୍ତମାନ ଖୁବ ଚର୍ଚ୍ଚାରେ ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ ଅଜୟ ବିସାରିଆଙ୍କ ଲିଖିତ ବହି ଆଙ୍ଗର ମ୍ୟାନେଜମେଂଟ-ଦ ଟ୍ରବୁଲଡ ଡିପ୍ଲୋମେଟିକ ରିଲେସନ ବିଟୁଇନ ଇଣ୍ଡିଆ ଆଣ୍ଡ ପାକିସ୍ତାନ । ବହିରେ ସ୍ଥାନ ପାଇଛି ବାଲାକୋଟ ଏୟାରଷ୍ଟ୍ରାଇକ ଫେବ୍ରୁଆରୀ ୨୬ରୁ ୨୮ ତାରିଖ ମଧ୍ୟରେ ଭାରତ ଓ ପାକିସ୍ତାନ ମଧ୍ୟରେ କ’ଣ ସବୁ ଘଟିଥିଲା ।

ବିସାରିଆ ନିଜ ବହିରେ କହିଛନ୍ତି ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ତଥା ବର୍ତମାନର ଗ୍ରୁପ କ୍ୟାପଟେନ ଅଭିନନ୍ଦନ ବର୍ଥମାନ ଯେଉଁ ସମୟରେ ପାକିସ୍ତାନ କବଜାରେ ଥିଲେ ସେହି ସମୟରେ ଭାରତୀୟ କଡ଼ା ଆଭିମୁଖ୍ୟ ଆପଣାଇବାକୁ ଯୋଜନା କରିଥିଲା । ଗୋଟେପଟେ କୁଟନୀତି ସ୍ତରରେ ଆଲୋଚନା ଚାଲିଥିବାବେଳେ ଅନ୍ୟପଟେ ପାକିସ୍ତାନ ବିରୋଧରେ ବଡ ରଣନୀତି ପାଇଁ ଯୋଜନା କରିଥିଲା ଭାରତ ।

ବିସାରିଆଙ୍କ ବହିରେ ଦାବି କରାଯାଇଛି, ଭାରତ ପକ୍ଷରୁ ମିସାଇଲ ଆକ୍ରମଣ ଆଶଙ୍କା କରି ଥରହର ହୋଇପଡିଥିଲା ପାକିସ୍ତାନ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହେବାକୁ ଚାହୁଁଥିଲେ ପାକିସ୍ତାନର ତତକାଳୀନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ସେ ସମୟରେ ଅଜୟ ବିସାରିଆ ପାକିସ୍ତାନ ହାଇକମିଶନର ଭାବେ ନିଯୁକ୍ତ ଥିଲେ । ପାକିସ୍ତାନ ହାଇକମିଶନର ସୋହେଲ ମେହେମୁଦ ବିସାରିଆଙ୍କୁ ଫୋନ କରି ଇମ୍ରାନଙ୍କ କଥା ଜଣାଇଥିଲେ । ତେବେ ନୂଆ ଦିଲ୍ଲୀ ସହ ଯୋଗାଯୋଗ ପରେ ବିସାରିଆ କହିଥିଲେ ପ୍ରଧାନମନ୍ତ୍ରୀ ମୋଦୀ କଥା ହେବାକୁ ଉପଲବ୍ଧ ନାହାଁନ୍ତି ।

ବିସାରିଆଙ୍କ କହିବା ଅନୁସାରେ ଏକ ରାଲିରେ ଫେବୃଆରୀ ୨୭ ତାରିଖ ରାତିକୁ ମୋଦୀ ରକ୍ତପାତର ରାତି ବୋଲି ବର୍ଣ୍ଣନା କରିଥିଲେ । ଭାରତର ମିସାଇଲ ଆକ୍ରମଣ ପ୍ରସ୍ତୁତି ସମ୍ପର୍କରେ ଜାଣିବା ପରେ ଛାନିଆ ହୋଇପଡିଥିଲେ ପାକିସ୍ତାନ ସେନା ଓ ସରକାର । ଏପରିକି ବ୍ରିଟେନ ଓ ଆମେରିକା ରାଷ୍ଟ୍ରଦୂତ ମଧ୍ୟ ପାକିସ୍ତାନକୁ ସତର୍କ କରାଇଥିଲେ । ତେବେ ଥରହର ପାକିସ୍ତାନ ସରକାର ଡେରି ନକରି ଫେବ୍ରୁଆରୀ ୨୮ ତାରିଖରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କୁ ମୁକ୍ତ କରିବାକୁ ଘୋଷଣା କରିଥିଲେ । ତେବେ ଯଦି ଅଭିନନ୍ଦନଙ୍କ ପ୍ରସଙ୍ଗରେ ଭାରତ ସହ ପାକିସ୍ତାନ ଖେଳିଥାନ୍ତା ତେବେ ଏହାର ଜବାବରେ ଭାରତ ବଡ ଧରଣର ଜବାବ ଦେଇଥାନ୍ତା ବୋଲି ବହିରେ ଦାବି କରାଯାଇଛି

ନିଜ ବହିରେ ବିସାରିଆ ଏକଥା ମଧ୍ୟ ଉଲ୍ଲେଖ କରିଛନ୍ତି ପାଶ୍ଚାତ୍ୟ ଦେଶର ରାଷ୍ଟ୍ରଦୂତଙ୍କ ସହ ସାକ୍ଷାତବେଳେ ପାକିସ୍ତାନର ବିଦେଶ ସଚିବ ତହମିନା ଜାଂଜୁଆ ନିଜ ଦେଶ ସେନା ପଠାଇଥିବା ଏକ ମେସେଜ ପଡିଥିଲେ । ଯେଉଁଥିରେ ଉଲ୍ଲେଖ ଥିଲା ଭାରତ ପାକିସ୍ତାନକୁ ଟାର୍ଗେଟରେ ରଖି ୯ଟି ମିସାଇଲ ମୃତୟନ କରିଥିଲା ଭାରତ । ବାଲାକୋଟ ଏୟାରଷ୍ଟ୍ରାଇକ ପରେ ଅଭିନନ୍ଦନ ବର୍ଥମାନ କଶ୍ମୀରରେ ପାକିସ୍ତାନୀ ବିମାନର ଅନୁପ୍ରବେଶ ଉପରେ ନଜର ରଖିଥିଲେ । ଏହି ସମୟରେ ସେ ପାକିସ୍ତାନ ଆକାଶମାର୍ଗକୁ ଯାଇଥିବା ବେଳେ ତାଙ୍କ ବିମାନକୁ ପାକିସ୍ତାନୀ ଏଫ୍-୧୬କୁ ଆକ୍ରମଣ କରି ଖସାଇ ଦେଇଥିଲା । ଅଭିନନ୍ଦନ ବିମାନରୁ ନିଜକୁ ବାହାର କରିବାରେ ଯଦିଓ ସଫଳ ହୋଇଥିଲେ । ହେଲେ ସେ ପାକିସ୍ତାନୀ ସେନା ହାତରେ ପଡ଼ିଯାଇଥିଲେ ।

The post ଚର୍ଚ୍ଚାରେ ପୂର୍ବତନ ରାଷ୍ଟ୍ରଦୂତ ଅଜୟ ବିସାରିଆଙ୍କ ପୁସ୍ତକ । ପୁସ୍ତକରେ ଦାବି, ବାଲକୋଟ ଏୟାରଷ୍ଟ୍ରାଇକ ପରେ ଭାରତର ୯ ମିସାଇଲ ଟାର୍ଗେଟରେ ଥିଲା ପାକିସ୍ତାନ first appeared on Kanak News.

from Kanak News
via <a href="https://ifttt.com/?

ଭାରତ ବିରୋଧୀ ଟିପ୍ପଣୀ ପରେ ସଙ୍କଟରେ ମାଳଦ୍ୱୀପ ରାଜନୀତି । ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିପାରନ୍ତି ବିରୋଧୀ

କନକ ବ୍ୟୁରୋ: ଭାରତ ବିରୋଧୀ ବୟାନ ଯୋଗୁଁ ମାଳଦ୍ୱୀପ ଏବେ ଏକାଧିକ ସମସ୍ୟା ଘେରରେ । କେବଳ ପର୍ଯ୍ୟଟନ କ୍ଷେତ୍ରରେ କ୍ଷତି ସହୁନି ଦେଶ ବଂର ସେଠାକାର ରାଜନୀତି ଦୁନିଆରେ ସଙ୍କଟ ଦେଖାଦେଇଛି । ରାଷ୍ଟ୍ରପତିଙ୍କୁ ଶାସନରୁ ହଟାଇବା ପାଇଁ ଏକାଠି ହେଲେଣି ବିରୋଧୀ । ମାଳଦ୍ୱୀପ ବନାମ ଲାକ୍ଷାଦ୍ୱୀପ ବିବାଦ ପାଇଁ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କୁ ଦାୟୀ କରି ସଂସଦରେ ବିରୋଧୀ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ବିଚାର କରୁଥିବା ଜଣାପଡିଛି । ଏପରିକି ସଂସଦରେ ଏନେଇ ଜବାବ ରଖିବାକୁ ବିରୋଧୀ ଦାବି କରୁଛନ୍ତି ।

  • ମାଳଦ୍ୱୀପରେ ରାଜନୈତିକ ସଙ୍କଟ
  • ରାଷ୍ଟ୍ରପତିଙ୍କ ବିରୋଧରେ ଆସିବ ଅବିଶ୍ୱାସ ପ୍ରସ୍ତାବ!
  • ସଂସଦରେ ଜବାବ ମାଗିଲେ ବିରୋଧୀ

ସଂଖ୍ୟାଲଘୁ ନେତା ତଥା ମାଳଡେବିଏନ ଡେମୋକ୍ରେଟିକ ଅଲ୍ଲୀ ଅଜୀମ କହିଛନ୍ତି ମୁଇଜୁଙ୍କ ବିଦେଶନୀତି ଯୋଗୁଁ ବିଦେଶୀ ରାଷ୍ଟ୍ରଙ୍କ ସହ ସମ୍ପର୍କ ଖରାପ ହେଉଛି । ପର୍ଯ୍ୟଟନ କ୍ଷେତ୍ର ବଡ କ୍ଷତି ସହୁଛି । ସେପଟେ ମାଳଦ୍ୱୀପ ପୂର୍ବ ଉପରାଷ୍ଟ୍ରପତିଙ୍କ ବୟାନ ସାମ୍ନାକୁ ଆସିଛି । ସେପଟେ ଡେମୋକ୍ରେଟିକ ପାର୍ଟି ନେତା ମାଇକେଲ ନସୀମ ସଂସଦରେ ଦାବି କରି ମାଳଦ୍ୱୀପ ବୈଦେଶିକ ମନ୍ତ୍ରୀ ମୁସା ଜମୀରଙ୍କ ଜବାବ ମାଗିଛନ୍ତି । ମାଳଦ୍ୱୀପ ସରକାର ତୁରନ୍ତ ଭାରତକୁ କ୍ଷମା ମାଗନ୍ତୁ ବୋଲି ସେ ଦାବି କରିଛନ୍ତି ।

ସେପଟେ ରାଷ୍ଟ୍ରପତି ମୁଇଜଙ୍କୁ ବିରୋଧରେ ବିକ୍ଷୋଭ ଆରମ୍ଭ କରିଛନ୍ତି ମାଳଦ୍ୱୀପ ପର୍ଯ୍ୟଟନ ସଂଘ । ମାଳଦ୍ୱୀପ ଆସୋସିଏସନ ଅଫ ଟୁରିଜିମ ଇଣ୍ଡଷ୍ଟ୍ରି ଭାରତ ବିରୋଧୀ ବୟାନ ପାଇଁ ନିଜ ଦେଶର ନେତାଙ୍କୁ ନିନ୍ଦା କରିବାକୁ ପଛାଇ ନାହାଁନ୍ତି । ସଂଘ କହିଛି ଯେବେ ସଙ୍କଟ ଆସେ ଭାରତ ସବୁବେଳେ ସାହାଯ୍ୟ କରିଛି । ଭାରତ ମାଳଦ୍ୱୀପର ଘନିଷ୍ଠ ସହଯୋଗୀ ଓ ମିତ୍ର ଦେଶ ଅଟେ । ଅନ୍ୟପଟେ ଭାରତର ଅନେକ ଟୁରିଜିମ ସଂସ୍ଥା ମାଳଦ୍ୱୀପ ବୁକିଂ ରଦ୍ଦ ଜାରି ରଖିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲାକ୍ଷାଦ୍ୱୀପ ଗସ୍ତ ଓ ପର୍ଯ୍ୟଟକଙ୍କୁ ଏଠାକୁ ଆସିବାକୁ ଯେଉଁ ଅପିଲ କରିଥିଲେ ତାକୁ ସହଜରେ ଗ୍ରହଣ କରିପାରିନଥିଲେ ମାଳଦ୍ୱୀପ ସରକାରଙ୍କ ୩ ମନ୍ତ୍ରୀ । ଭାରତ ବିରୋଧୀ ମନ୍ତବ୍ୟ ଦେବା ସହ ଲାକ୍ଷାଦ୍ୱୀପର ପର୍ଯ୍ୟଟନ ବ୍ୟବସ୍ଥାକୁ ସମାଲୋଚନା କରିଥିଲେ । ତେବେ ଘଟଣାକୁ ଗୁରୁତର ସହ ଗ୍ରହଣ କରି ମାଳଦ୍ୱୀପକୁ ତଲବ କରିଥିଲା ଭାରତ । ପରେ ମାଳଦ୍ୱୀପର ୩ ମନ୍ତ୍ରୀ ମରିୟନ ଶିଉନା, ମାଲଶା ସରିଫ ଓ ମହଜୁଦ ମଜିଦଙ୍କୁ କ୍ୟାବିନେଟର ନିଲମ୍ବିତ କରାଯାଇଥିଲା ।

The post ଭାରତ ବିରୋଧୀ ଟିପ୍ପଣୀ ପରେ ସଙ୍କଟରେ ମାଳଦ୍ୱୀପ ରାଜନୀତି । ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିପାରନ୍ତି ବିରୋଧୀ first appeared on Kanak News.

from Kanak News
via <a href="https://ifttt.com/?

କୁକୁର ବନ୍ଧ୍ୟାକରଣ ପାଇଁ ବିଏମସିକୁ ଗ୍ରୀନ୍ ସିଗନାଲ । ପ୍ରତିଦିନ ୧୦୦ କୁକୁରକୁ କରାଯିବ ବନ୍ଧ୍ୟାକରଣ ।

କନକ ବ୍ୟୁରୋ: କୁକୁର ବନ୍ଧ୍ୟାକରଣ ପାଇଁ ବିଏମସିକୁ ମିଳିଛି ସବୁଜ ସଙ୍କେତ । ଖୁବଶୀଘ୍ର ଆରମ୍ଭ ହେବ କୁକୁର ବନ୍ଧ୍ୟାକରଣ । ହାଇକୋର୍ଟଙ୍କ ରହିତାଦେଶ ଉଠିବା ପରେ ଏନେଇ ପ୍ରସ୍ତୁତି ଆରମ୍ଭ କରିଛି ବିଏମସି । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବ୍ୟବସ୍ଥିତ ଭାବେ ବନ୍ଧ୍ୟାକରଣ ହେବ ।

  • ପ୍ରତିଦିନ ପ୍ରାୟ ୧୦୦କୁକୁରକୁ ବନ୍ଧ୍ୟାକରଣ କରାଯିବ
  • ମଞ୍ଚେଶ୍ୱରରେ ଥିବା ଡଗ୍ କେନାଲରେ ବ୍ୟବସ୍ଥା ହୋଇଛି

ଅନ୍ୟପକ୍ଷରେ ବିଏମସି କେବଳ ଭିତିଭୂମି ଯୋଗାଉଥିବା ବେଳେ କୁକୁର ବନ୍ଧ୍ୟାକରଣ ଦାୟିତ୍ୱ ରହିଛି ଭେଟ୍ ଫର୍ ଆନିମଲ୍ସ ସଂସ୍ଥା ଉପରେ । ଏଥିପାଇଁ ମୋଟ୍ ୧୦ଟି କ୍ୟାଭ୍ ସାଙ୍ଗକୁ ଅପରେସନ ଥିଏଟର ବ୍ୟବସ୍ଥା କରାଯାଇଛି । ଏନେଇ ପ୍ରତି କୁକୁର ପିଛା ସଂସ୍ଥାକୁ ୧୬୫୦ଟଙ୍କା ଦିଆଯିବ । ଟିମ୍ ମଧ୍ୟ ପ୍ରସ୍ତୁତ ରହିଛି । ବନ୍ଧ୍ୟାକରଣ ସହ ରାବିସ୍ ଭ୍ୟାକସିନ ଦିଆଯିବ । ବନ୍ଧ୍ୟାକରଣ ପରେ କାନରେ ‘ଠ’ ସେଫ କଟାଯାଇ ଚିହ୍ନ ଦିଆଯିବ ।

୨୦୦୮ରୁ ଆରମ୍ଭ ହୋଇଛି ବନ୍ଧ୍ୟାକରଣ । କିନ୍ତୁ ବନ୍ଧ୍ୟାକରଣ ସ୍ଥଗିତ ରହିବା ପରେ ସମସ୍ୟା ଦେଖାଦେଇଥିଲା । ସାଧାରଣ ଲୋକଙ୍କ ଯେତିକି ହନ୍ତସନ୍ତ ହୋଇଛନ୍ତି ସେମିତି କୁକୁର ବି ମୃତ୍ୟୁ ମୁଖରେ ପଡ଼ିଛନ୍ତି । ତେଣୁ ବର୍ତମାନ ବିଏମସି କେଉଁ କାର୍ଯ୍ୟଶୈଳୀ ଆପଣାଇବ ତାକୁ ନେଇ ପଶୁପ୍ରେମୀଙ୍କ ମନରେ ପ୍ରଶ୍ନ ଉଠିଛି । ପୂର୍ବରୁ ବନ୍ଧ୍ୟାକରଣ ପରେ ବି ଅନେକ କୁକୁର ଗର୍ଭବତୀ ଥିବା ନଜର ଆସିଛନ୍ତି । ତାକୁ ନେଇ ପିପୁଲ ଫର ଆନିମଲ୍ସ ପ୍ରଶ୍ନ ଉଠାଇଛି । ତେଣୁ ବିଏମସି ଆଗକୁ କିଭଳି ଏହି ଦାୟିତ୍ୱ ତୁଲାଇବ ତାକୁ ନେଇ ସନ୍ଦେହ କରିଛନ୍ତି ପଶୁପ୍ରେମୀ ।

କୁକୁର ବନ୍ଧ୍ୟାକରଣ ନେଇ ହାଇକୋର୍ଟଙ୍କ ରହିତାଦେଶ ଥିବା ବେଳେ ଗତ ଜୁଲାଇ ମାସରୁ ବିଏମସି ଅଞ୍ଚଳରେ ବନ୍ଧ୍ୟାକରଣ ବନ୍ଦ ଥିଲା । ବୁଲା କୁକୁରଙ୍କ ଉତ୍ପାତ ନେଇ ସାଧାରଣରେ ଅନେକ ଅଭିଯୋଗ ଆସିବା ପରେ ବିଏମସି ରହିତାଦେଶ ଉଠାଇବାକୁ ହାଇକୋର୍ଟରେ ଆବେଦନ କରିଥିଲା ।

The post କୁକୁର ବନ୍ଧ୍ୟାକରଣ ପାଇଁ ବିଏମସିକୁ ଗ୍ରୀନ୍ ସିଗନାଲ । ପ୍ରତିଦିନ ୧୦୦ କୁକୁରକୁ କରାଯିବ ବନ୍ଧ୍ୟାକରଣ । first appeared on Kanak News.

from Kanak News
via <a href="https://ifttt.com/?

ସଜେଇ ହେଉଛି ଶ୍ରୀକ୍ଷେତ୍ର । ମନ୍ଦିର ଚାରିପାଖକୁ ଦିଆଯାଉଛି ନୂଆ ରୂପ । ଜୋରସୋରେ ଚାଲିଛି କାମ ।

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଯଜ୍ଞ ମଣ୍ଡପ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ଲୋକାର୍ପଣ ଉତ୍ସବ ପାଇଁ ଅତିଥି ନିମନ୍ତ୍ରଣ ବି ସରିଲାଣି । ଏବେ ଅପେକ୍ଷା ସେହି ଶୁଭ ମୁହୁର୍ତ୍ତକୁ । ଯେଉଁଦିନ ପୂର୍ଣ୍ଣାହୁତି ହେବ ଓ ଶ୍ରୀକ୍ଷେତ୍ରର ଇତିହାସରେ ଯୋଡିହେବ ଆଉ ଏକ ଫର୍ଦ୍ଦ ।

ସଜେଇ ହେଉଛି ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିରର ଚର୍ତୁପାଶ୍ୱର୍କୁ ଦିଆଯାଉଛି ନୂଆରୂପ । ମେଘନାଦ ପାଚେରୀ ପରେ ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ରେ ନିର୍ମାଣ ହୋଇଛି ପ୍ରଦକ୍ଷିଣ ମାର୍ଗ । ଏହି ବାଟ ଦେଇ ପ୍ରଥମ ୧୦ ମିଟରରେ ରହିଛି ଆନ୍ତଃ ପ୍ରଦକ୍ଷିଣ ମାର୍ଗ । ପରବର୍ତ୍ତୀ ୧୦ ମିଟରରେ ଶ୍ରୀମନ୍ଦିର ଚର୍ତୁପାଶ୍ୱର୍କୁ ପରିକ୍ରମା ଉଦ୍ଦେଶ୍ୟରେ ଖୋଲା ରଖାଯିବ । ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଏଇ ନିର୍ଦ୍ଦିଷ୍ଟ ମାର୍ଗ ଦେଇଯିବାର ବ୍ୟବସ୍ଥା ହୋଇଛି । ଏଥିସହ ୧୦ ମିଟରରୁ ୧୪ ମିଟର ମଧ୍ୟରେ ଲ୍ୟାଣ୍ଡ ସ୍କେପ୍ ଜୋନ୍ ରହିବ । ଏହା ମଧ୍ୟରେ ଜଗନ୍ନାଥ ସହ ଜଡିତ ବିଭିନ୍ନ ବୃକ୍ଷରାଜି ରୋପଣ କରାଯାଇଛି ।

ବିଶ୍ୱାସ ରହିଛି ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ ପ୍ରଦକ୍ଷିଣ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ । କିନ୍ତୁ ପୂର୍ବରୁ ଭକ୍ତମାନେ ଶ୍ରୀମନ୍ଦିର ଭିତରେ ବେଢ଼ା ପରିକ୍ରମା କରି ବାହାରକୁ ଆସିବା ପରେ ଆଉ ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ ପରିକ୍ରମା କରିପାରୁନଥିଲେ । ହେଲେ, ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ ନୂଆ ରୂପ ପାଇବା ପରେ ଭକ୍ତମାନେ ଯେ କୌଣସି ଦ୍ୱାରରେ ବାହାରିଲେ ବି ପ୍ରଦକ୍ଷିଣ କରିପାରିବେ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବର ହେବ ଭବ୍ୟ ଆୟୋଜନ । ୧୫ରୁ ୧୭ ପର୍ଯ୍ୟନ୍ତ ବେଦପାଠ, ସଂକୀର୍ତନ ଓ ହୋମ ଯଜ୍ଞରେ ପ୍ରକମ୍ପିତ ହେବ ଶ୍ରୀମନ୍ଦିର କରିଡର । ଦେଶବିଦେଶରୁ ଆସିବେ ସାଧୁସନ୍ଥ । ଏହି ଐତିହାସିକ ମୂହୁର୍ତର ସାକ୍ଷୀ ବନିବା ପାଇଁ ଗାଁ ଗାଁ ବୁଲୁଛି ପରିକ୍ରମା ରଥ । ଯାହା ସାରାରାଜ୍ୟକୁ ଜଗନ୍ନାଥ ମୟ କରିଛି ।

The post ସଜେଇ ହେଉଛି ଶ୍ରୀକ୍ଷେତ୍ର । ମନ୍ଦିର ଚାରିପାଖକୁ ଦିଆଯାଉଛି ନୂଆ ରୂପ । ଜୋରସୋରେ ଚାଲିଛି କାମ । first appeared on Kanak News.

from Kanak News
via <a href="https://ifttt.com/?

କିଏ ହେବ କଟକର ସାଂସଦ ପ୍ରାର୍ଥୀ? ବିଜେପିରେ ବଢୁଛି ଦ୍ୱନ୍ଦ୍ୱ । ରେସରେ ଏହି ୩ ନେତା…

କନକ ବ୍ୟୁରୋ: ନିର୍ବାଚନ ଯେତିକି ପାଖଉଛି, କଟକ ବିଜେପିରେ ଦ୍ୱନ୍ଦ୍ୱ ସେତିକି ବଢୁଛି । ଦଳରେ ଏକାଧିକ ଆଶାୟୀ ଥିବା ବେଳେ କଟକରୁ କାହାକୁ ସାଂସଦ ପ୍ରାର୍ଥୀ କରିବ ଦଳ, ତାକୁ ନେଇ ଚର୍ଚ୍ଚା ଚାଲିଛି । ଆଉ ଏତିକି ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଦିଲ୍ଲୀରେ ଭେଟିଛନ୍ତି କଟକ ସାଂସଦ ଭର୍ତୃହରି ମହତାବ । ଯାହା ଏହି ଚର୍ଚ୍ଚାକୁ ବଳ ଯୋଗାଉଛି ।

  • ବିଜେପିର କଟକ ଦ୍ୱନ୍ଦ୍ୱ !
  • ଏକାଧିକ ଚେହେରା, ପ୍ରାର୍ଥୀ ହେବେ କିଏ ?

ଚର୍ଚ୍ଚାର ପ୍ରମୁଖ ଚେହେରା ଭିତରେ ଯୋଡ଼ି ହୋଇଯାଇଛି, କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ନାଁ । ଆଉ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ କଟକ ସାଂସଦଙ୍କ ସହ ହୋଇଥିବା ଏହି ଭେଟଘାଟ୍ । ଯଦିଓ ରାଜଭାଷା ନୀତି ସମ୍ପର୍କରେ ଭର୍ତ୍ତୃହରି, ଅମିତ ଶାହାଙ୍କୁ ଭେଟିଥିବା ସୂଚନା ରହିଛି, ତଥାପି ନିର୍ବାଚନୀ ମାହୋଲ ଜମି ଆସୁଥିବା ବେଳେ ଏହି ସାକ୍ଷାତକାରକୁ ନେଇ ଭିନ୍ନ କିଛି ଚର୍ଚ୍ଚା ହେଉଛି । ପ୍ରଜାତନ୍ତ୍ର କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ ଅତିଥି ହେବା ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ପାଇକ ସ୍ମାରକୀସ୍ଥଳକୁ ଭର୍ତୃହରି ଯିବା ମଧ୍ୟ ଏଭଳି ଚର୍ଚ୍ଚା ସୃଷ୍ଟି କରିଥିଲା ।

ଅମିତ ଶାହାଙ୍କ ସହ ଭର୍ତ୍ତୃହରିଙ୍କ ଫଟୋ ଚିତ୍ର ଆସିବାର କିଛି ଦିନ ଆଗରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ନେଇ ଚର୍ଚ୍ଚା ହେଉଥିଲା । କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ବୁଲି ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ଚିତ୍ର ସାମ୍ନାକୁ ଆସିବା ପରେ ତାଙ୍କୁ ବିଜେପି, କଟକ ଲୋକସଭା ଆସନ ପାଇଁ ଚେହେରା କରିପାରେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ଯାହା ଉପରେ ପ୍ରତିକ୍ରିୟା ମଧ୍ୟ ରଖିଥିଲେ ରେଳମନ୍ତ୍ରୀ ।

କେବଳ ସେତିକି ନୁହେଁ, ଯେତେବେଳେ ରୋଗୀ ସେବାରୁ ଜନତାଙ୍କ ସେବା ଲକ୍ଷ୍ୟ ନେଇ ବିଜେପିରେ ସାମିଲ ହୋଇଥିଲେ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ତାଙ୍କୁ ସିଧାସଳଖ ଉପ-ସଭାପତି ପଦ ଦେଇଥିଲା ଭାରତୀୟ ଜନତା ପାର୍ଟି । ହଠାତ୍ ପାର୍ଟିରେ ପାଦ ଦେଉ ଦେଉ ପଦୋନ୍ନତି ମିଳିବା ପରେ ଚର୍ଚ୍ଚା ହୋଇଥିଲା, ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ କଟକ ଲୋକସଭା ପାଇଁ ପ୍ରାର୍ଥୀ କରିପାରେ ବିଜେପି । ବିଜେପି ଚେହେରାକୁ ନେଇ ଏହି ଚର୍ଚ୍ଚା ଭିତରେ କିନ୍ତୁ ୨୦୧୪ ତୁଳନାରେ ୨୦୧୯ରେ ବଢ଼ିଥିଲା ବିଜେପିର ଭୋଟ୍ । ବିଜେପି ପ୍ରାର୍ଥୀ ପ୍ରକାଶ ମିଶ୍ର ୨୩ ପ୍ରତିଶତ ଅଧିକ ଭୋଟ୍ ପାଇଥଲେ । ସେପଟେ ୨୦୧୪ ତୁଳନାରେ ପ୍ରାୟ ୧୦ ପ୍ରତିଶତ କମ ଭୋଟ୍ ପାଇଥିଲେ ଭର୍ତୃହରି । ତେଣୁ କଟକ ଆସନରେ ଚେହେରା ବେଶ ଗୁରୁତ୍ୱ ରଖୁଛି ।

ରାଜନୈତିକ ଏହି ବୟାନବାଜି ଭିତରେ ଭର୍ତ୍ତୃହରିଙ୍କୁ ନେଇ ଆଉ ଏକ ଚର୍ଚ୍ଚା ହେଉଛି । କେନ୍ଦ୍ରର ମୋଦି ସରକାର, ଭର୍ତ୍ତୃହରି ମହତାବଙ୍କୁ ସାମ୍ବିଧାନିକ ପଦପଦବୀର ଅବସ୍ଥାପିତ କରିପାରନ୍ତି ।

The post କିଏ ହେବ କଟକର ସାଂସଦ ପ୍ରାର୍ଥୀ? ବିଜେପିରେ ବଢୁଛି ଦ୍ୱନ୍ଦ୍ୱ । ରେସରେ ଏହି ୩ ନେତା… first appeared on Kanak News.

from Kanak News
via <a href="https://ifttt.com/?

ଥମୁନି ହାଇଟେକ୍ ଟ୍ରାଜେଡି ତାତି । ମନ୍ତ୍ରୀଙ୍କ ବାସଭବନ ଘେରିଲେ ଛାତ୍ର ସଙ୍ଗଠନ

କନକ ବ୍ୟୁରୋ: ହାଇଟେକ୍ ହସପିଟାଲ ଟ୍ରାଜେଡିକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଭୁବନେଶ୍ୱର ବାସଭବନ ଆଗରେ ଛାତ୍ର ସଙ୍ଗଠନ ଅଲ ଓଡିଶା ଷ୍ଟୁଡେଂଟ ଭଏସର ବିରୋଧ ପ୍ରଦର୍ଶନ । ସଙ୍ଗଠନର ସଦସ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବା ସହ ହସପିଟାଲର ଲାଇସେନ୍ସ ରଦ୍ଦ ଓ ହାଇଟେକ ମାଲିକଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ଏହାକୁ ନେଇ କିଛି ସମୟ ପାଇଁ ପୁଲିସ ସହ ମୁହାଁମୁହିଁ ହୋଇଥିଲେ ଆନ୍ଦୋଳନକାରୀ । କିଛି ସମୟ ପାଇଁ ଉତ୍ତେଜନାମୂଳକ ପରିସ୍ଥିତି ବି ସୃଷ୍ଟି ହୋଇଥିଲା ।

  • ହସ୍ପିଟାଲରେ ୩ ଜଣଙ୍କ ମୃତ୍ୟୁ ପାଇଁ ଦାୟୀ କିଏ?
  • ସତ ଲୁଚାଇବାକୁ ହେଉଛି କି ଉଦ୍ୟମ?

ହାଇଟେକ ହସ୍ପିଟାଲରେ ଏସି ବିସ୍ଫୋରଣରେ ୩ ଜଣଙ୍କ ଜୀବନ ଯାଇଛି । ଦୁଇ ମୃତକ ଦିଲ୍ଲୀପ ଓ ଜ୍ୟୋତିଙ୍କ ପରିଚୟ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେବା ପରେ ବଡ ବିବାଦ ଦେଖାଦେଇଛି । ଦୁଇ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗିପଡିଛି । ହାଇଟେକ ହସପିଟାଲ ଓ ମାଲିକ ତିରୁପତି ପାଣିଗ୍ରାହୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ବିରୋଧୀ ଚାପ ପକାଉଛନ୍ତି । ବିରୋଧୀ ପ୍ରଶ୍ନ କରିଛନ୍ତି, ବ୍ୟବସ୍ଥା ନ ଥାଇ ଅଗ୍ନିକାଣ୍ଡର ଶିକାର ରୋଗୀଙ୍କ ଚିକିତ୍ସା କିପରି କରୁଥିଲା ହାଇଟେକ୍ ହସପିଟାଲ? ୨୦ ପ୍ରତିଶତ ଚିକିତ୍ସା ବ୍ୟବସ୍ଥା ଥିବା ହସପିଟାଲରେ ୯୦ ପ୍ରତିଶତ ଜଳିଥିବା ରୋଗୀଙ୍କ ଚିକିତ୍ସା ହେଉଥିଲା କିଭଳି? ତିରୁପତି ପାଣିଗ୍ରାହୀ ସରକାରୀ ଦଳର ହୋଇଥିବାରୁ କାର୍ଯ୍ୟାନୁଷ୍ଠାନ ହେଉନାହିଁ କି? ଆଉ ଏହାର ଜବାବ ଦେଇଛନ୍ତି ହସପିଟାଲ ମାଲିକ ତିରୁପିତ ପାଣିଗ୍ରାହୀ ।

ତେବେ ହାଇଟେକ ଟ୍ରାଜେଡିରେ ରାଜନୀତିର ରଙ୍ଗ ଲାଗିଛିି । ପ୍ରଶ୍ନ ଉଠୁଛି, କିଏ ନିଜ ପୁଅ ତ କିଏ ନିଜ ସ୍ୱାମୀଙ୍କୁ ହରାଇ ସର୍ବସ୍ୱ ହରାଇଛନ୍ତି, ତାକୁ ଭରଣା କରିବ କିଏ?

The post ଥମୁନି ହାଇଟେକ୍ ଟ୍ରାଜେଡି ତାତି । ମନ୍ତ୍ରୀଙ୍କ ବାସଭବନ ଘେରିଲେ ଛାତ୍ର ସଙ୍ଗଠନ first appeared on Kanak News.

from Kanak News
via <a href="https://ifttt.com/?

ଦେଶର ପ୍ରଦୂଷିତ ସହର ଭିତରେ ଓଡ଼ିଶାର ୭ । ନଡା ପୋଡି ଯୋଗୁଁ ବାୟୁ ପାଲଟୁଛି ବିଷ । ଆଗକୁ ସୃଷ୍ଟି ହୋଇପାରେ ଦିଲ୍ଲୀ ଭଳି ସ୍ଥିତି

କନକ ବ୍ୟୁରୋ: ପଞ୍ଜାବ ଓ ହରିୟାଣା ଶୈଳୀରେ ଓଡ଼ିଶାରେ ପୋଡ଼ାଯାଉଛି ନଡ଼ା । ରାଜ୍ୟର ଅଧିକ ପ୍ରଦୂଷିତ ସହର ତାଲିକାରେ ଥିବା ଅନୁଗୁଳ ଓ ବାଲେଶ୍ୱର ସମେତ ବିଭିନ୍ନ ଅଞ୍ଚଳରେ ଚାଷ ଜମିରେ ଏପରି ବ୍ୟାପକ ଭାବେ ନଡ଼ା ପୋଡ଼ାଯାଉଥିବାର ଖବର ସାମ୍ନାକୁ ଆସିଛି । ଫଳରେ ଧୂଆଁ ସେଠାକାର ବାୟୁମଣ୍ଡଳକୁ ଆଚ୍ଛାଦିତ କରିଦେଉଛି । ନଡ଼ା ପୋଡ଼ିବା ସହ ଅନବରତ ଭାବେ ଯାନବାହାନ ଚଳାଚଳ ଓ ନିର୍ମାଣ କାର୍ଯ୍ୟ ମଧ୍ୟ ବାୟୁ ପ୍ରଦୂଷର ପ୍ରମୁଖ କାରଣ । ଏବେ ଚାଷ ଅମଳ ପରେ ହେଉଛି ପୋଡୁ ଚାଷ, ଏହା ଫଳରେ ରାଜ୍ୟରେ ବଢୁଛି ପାର୍ଟିକ୍ୟୁଲେଟ ମ୍ୟାଟର ବା ପିଏମ ୨.୫ ଓ ପିଏମ ୧୦ ।

ଦେଶର ୧୩୧ଟି ସହରରେ ଅଧିକ ବାୟୁ ପ୍ରଦୂଷଣ ରହିଥିବା ବେଳେ ଏଥିରେ ଓଡ଼ିଶାର ୭ଟି ସହର ରହିଛି । ଭୁବନେଶ୍ୱର, କଟକ, ବାଲେଶ୍ୱର, ରାଉରକେଲା, ଅନୁଗୁଳ, ତାଳେଚେର ଓ କଳିଙ୍ଗନଗର ଏହି ୭ଟି ସହରରେ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି । ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସମ୍ପୃକ୍ତ କମିଶନର ମାନଙ୍କୁ ଚିଠି ଲେଖିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ଏହାକୁ ନେଇ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି । ନିର୍ମାଣ କାମ ଚାଲିଥିବା ଅଞ୍ଚଳକୁ ଘୋଡ଼ାଇବା ସହ ପାଣି ସିଞ୍ଚନ, ରାଜରାସ୍ତାରୁ ଧୂଳିକୁ ହଟାଇବା ଓ ଶିଳ୍ପାଞ୍ଚଳରେ ନିୟମତି ମନିଟରିଂ ଉପରେ ଗୁରୁତ୍ୱ ଦିଆଯାଇଛି ।

ଅନ୍ୟପଟେ ରାଜ୍ୟରେ ଖଣି ଖାଦାନ, ଶିଳ୍ପ ଓ ବେଆଇନ ନିର୍ମାଣ ପାଇଁ ପ୍ରଦୂଷିତ ଗ୍ୟାସ ବାୟୁମଣ୍ଡଳକୁ ଯାଉଛି । ଆଉ ଏବେ ଶୀତ ଦିନ ହୋଇଥିବାରୁ ବାୟୁ ସ୍ଥିର ହୋଇରହିଥାଏ । ଯାହାଫଳରେ ବିଷାକ୍ତ ଗ୍ୟାସ ନିର୍ଗମନ ନହୋଇ ପ୍ରଦୂଷଣ ବଢ଼ିବାରେ ଲାଗେ । ଏଥିପାଇଁ ବଢୁଛି ପ୍ରଦୁଷଣ । ସେହିଭଳି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ ଅନୁସାରେ ଭେରି ପୁଅର ବା ଅତି ସାଂଘାତିତ ସ୍ଥିତିରେ ଦେଶର ୧୬ଟି ସହର ରହିଛି । ଏଥିରେ ଓଡ଼ିଶାର ୭ଟି ସହର ରହିଛି ।

ଗ୍ରୀନ ଟ୍ରିବ୍ୟୁନାଲ ସହ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପ୍ରଦୂଷଣକୁ କମାଇବା ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି । ହେଲେ ଏହାକୁ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରାଯାଇପାରିନାହିଁ । ଯାହାଫଳରେ ସାଧାରଣ ଲୋକ ପ୍ରଦୂଷଣର ଶିକାର ହୋଇ ହୃଦ ରୋଗ ସହ ଅନ୍ୟ ରୋଗରେ ପୀଡ଼ିତ ହେଉଛନ୍ତି ।

The post ଦେଶର ପ୍ରଦୂଷିତ ସହର ଭିତରେ ଓଡ଼ିଶାର ୭ । ନଡା ପୋଡି ଯୋଗୁଁ ବାୟୁ ପାଲଟୁଛି ବିଷ । ଆଗକୁ ସୃଷ୍ଟି ହୋଇପାରେ ଦିଲ୍ଲୀ ଭଳି ସ୍ଥିତି first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started