ଝିଅ ବାହାଘର ପାଇଁ ସାଇତି ଥିଲେ ସୁନା ଗହଣା । ଘରେ ପଶି ଲୁଟିନେଲା ଚୋର

କନକ ବ୍ୟୁରୋ: ଝିଅ ବାହାଘର ପାଇଁ ରଖାଯାଇଥିବା ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେଲେ ଚୋର । ଏପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଈ ଥାନା ସିରେଇଁପୁର ଗ୍ରାମରେ । ସିରେଇଁପୁର ଗ୍ରାମର ରେବତୀ ନାୟକଙ୍କ ଘରେ ଗତକାଲି ବିଳମ୍ବିତ ରାତ୍ରୀରେ ଚୋର ପଶି ପରିବାର ଲୋକମାନଙ୍କୁ ବାହାରପଟୁ କବାଟ ଦେଇ ଝିଅ ବାହାଘର ପାଇଁ ରଖାଯାଇଥିବା ପ୍ରାୟ ୭ ଭରି ଓଜନରୁ ଅଧିକ ସୁନା ଅଳଙ୍କାର ସହିତ ୧ ଲକ୍ଷ ୭୦ ହଜାର ନଗଦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।

ସୂଚନା ମୁତାବକ ପରିବାର ସଦସ୍ୟ ସମସ୍ତେ ଶୋଇଥିବା ବେଳେ ଚୋର ଘର ଭିତରେ ପଶି କଳାକନା ବୁଲାଇ ଦେଇଛନ୍ତି । ଘରେ ଥିବା ବାକ୍ସ ଓ ଆଟାଚ ଗୁଡିକର ତାଲାଭାଙ୍ଗି ସୁନା ଅଳଙ୍କାର ଓ ଟଙ୍କା ଲୁଟି ନେବା ସହିତ ଫେରାର ହୋଇଯାଇଛନ୍ତି ଲୁଟେରା । ଚୋର ଘରେ ଚୋରି କରୁଥିବା ବେଳେ ରେବତୀ ନାୟକ ଉଠିପଡିବାରୁ ଚୋର ତାଙ୍କ ବେକରେ ଛୁରି ଲଗାଇ ଦେଇଥିଲା ବୋଲି କହିଛନ୍ତି ରେବତୀ । ତେବେ ଝିଅ ବାହାଘର ପାଇଁ ରଖିଥିବା ଟଙ୍କା ଓ ସୁନା ଅଳଙ୍କାର ଚୋର ଚୋରି କରିନେବା ପରେ ଏବେ ମା ନିର୍ମଳା ଆଖିରୁ ଲୁହ ଗଡାଉଛନ୍ତି । ଗୋଟିଏ ଚିନ୍ତା ଝିଅର ବିବାହ କିପରି କରିବେ । ଏନେଇ ମାର୍ଶାଘାଇ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

The post ଝିଅ ବାହାଘର ପାଇଁ ସାଇତି ଥିଲେ ସୁନା ଗହଣା । ଘରେ ପଶି ଲୁଟିନେଲା ଚୋର first appeared on Kanak News.

from Kanak News
via <a href="https://ifttt.com/?

କେନ୍ଦ୍ରାପଡା ରାଜନଗରର ଗ୍ରାମାଞ୍ଚଳରେ ମଦର ବନ୍ୟା । ନମ୍ବର ବିହୀନ ଗାଡିରେ ଚାଲାଣ ହେଉଛି ବସ୍ତା ବସ୍ତା ମଦ

କନକ ବ୍ୟୁରୋ: ଚୋରା ବିଦେଶୀ ମଦର କେନ୍ଦ୍ରସ୍ଥଳୀ ପାଲଟିଛି କେନ୍ଦ୍ରାପଡାର ରାଜନଗର ଅଞ୍ଚଳ । ଦିନ ଦ୍ୱିପହରେ ନମ୍ବର ବୀହିନ ବାଇକରେ ବସ୍ତାବସ୍ତା ବିଦେଶୀ ମଦ ଗାଁ ଗାଁରେ ଯୋଗାଇ ଦେଉଛନ୍ତି ମାଫିଆ । କେବଳ ସେତିକି ନୁହେଁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସର୍ମ୍ପକୀୟ ପ୍ୟାକେଟରେ ନେଇ ଶିକ୍ଷାନୁଷ୍ଠାନରେ ମଦ ବିକ୍ରି କରୁଛନ୍ତି । ହେଲେ ସବୁ ଜାଣି ବି ପୋଲିସ , ଅବକାରୀ ବିଭାଗ ଚୁପ ।

ଦିନ ଦି-ପହରରେ ଚାଲିଛି ବେଧଡକ ଭାବେ ମଦ କରାବାର । ଚୋରା ବିଦେଶୀ ମଦର କେନ୍ଦ୍ରସ୍ଥଳୀ ପାଲଟିଛି କେନ୍ଦ୍ରାପଡାର ରାଜନଗର ଅଞ୍ଚଳ । ଦିନ ଦ୍ୱି-ପହରେ ନମ୍ବର ବିହୀନ ବାଇକରେ ବସ୍ତା ବସ୍ତା ବିଦେଶୀ ମଦ ଗାଁ ଗାଁରେ ଯୋଗାଇ ଦେଉଛନ୍ତି ମାଫିଆ ମାନେ । ଏହା ଏକ ପର୍ଯ୍ୟଟନସ୍ଥଳୀ ହୋଇଥିବା ବେଳେ ଏଠାରେ ପ୍ରତିଦନି ଲାଗୁଛି ପର୍ଯ୍ୟଟକଙ୍କ ଭିଡ । ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ମାନେ ଏହି ପର୍ଯ୍ୟଟନସ୍ଥଳୀକୁ ଆସୁଛନ୍ତି । ଆଉ ଏହି ଭିଡ ଭିତରେ ବେଧଡକ ଭାବେ ଚାଲିଛି ମଦ କାରବାର । ନମ୍ବର ବିହିନ ଗାଡିରେ ବିଦେଶୀ ମଦ ନିଆଯାଉଥିବା ମଧ୍ୟ ଧରାପଡିଥିଲା । ଏହିଭଳି ଅନେକ ଥର ମଧ୍ୟ ଖୁଲମଖୁଲା ମଦ ଚାଲାଣ ହେଉଥିବା ଘଟଣା ସାମନାକୁ ଆସିଛି ।

ଭିତରକନିକା ପରି ପର୍ଯ୍ୟଟନସ୍ଥଳୀ ରାଜନଗର ଅଞ୍ଚଳରେ ଥିବାରୁ ଦେଶ ତଥା ଦେଶ ବାହାରୁ ବହୁ ପର୍ଯ୍ୟଟକ ରାଜନଗର ଅଞ୍ଚଳକୁ ଆସିଥାନ୍ତି । ଯଦି ଏମିତି ଚୋରା ମଦ ରାଜନଗର ଅଞ୍ଚଳରେ ଗାଁ ଗହଳି ଓ ଶିକ୍ଷାନୁଷ୍ଠାନରେ ମିଳେ ତେବେ ଏହି ଅଞ୍ଚଳରେ ବିଭିନ୍ନ ଅସାମାଜିକ କାର୍ଯ୍ୟ ବଢିବା ସହ ଯୁବ ସମାଜ ବିପଥଗାମୀ ହେବା ସହ ପର୍ଯ୍ୟଟନ ଶିଳ୍ପ ଉପରେ ଏହାର ପ୍ରଭାବ ପଡିବ । ଏହା ଉପରେ ଗୁରୁତ୍ୱ ଦିଆଯାଇ ଖୁବଶୀଘ୍ର ଚଢାଉ କରାଯିବାର ମିଳିଛି ପ୍ରତିଶ୍ରୁତି । ତେବେ ରାଜନଗର ଅଞ୍ଚଳ ପର୍ଯ୍ୟଟନସ୍ଥଳୀ ହୋଇଥିବା ବେଳେ ଏହି ଚୋରା ମଦ କାରବାର ଉପରେ ରୋକ ଲାଗିବା ଜରୁରୀ ହାଇପଡିଛି ।

The post କେନ୍ଦ୍ରାପଡା ରାଜନଗରର ଗ୍ରାମାଞ୍ଚଳରେ ମଦର ବନ୍ୟା । ନମ୍ବର ବିହୀନ ଗାଡିରେ ଚାଲାଣ ହେଉଛି ବସ୍ତା ବସ୍ତା ମଦ first appeared on Kanak News.

from Kanak News
via <a href="https://ifttt.com/?

ଅସାବଧାନ ହେଲେ ଘଟିଯିବ ଦୁର୍ଘଟଣା । ରାସ୍ତା ନଥିବାରୁ ରେଳ ଧାରଣା କଡରେ ଚାଲିଛି ବିପଦସଙ୍କୁଳ ଯାତ୍ରା ।

କନକ ବ୍ୟୁରୋ: ଜୀବନକୁ ବାଜି ଲଗାଇ ଚାଲିଛି ଯାତ୍ରା । କେବେ ଯେ ଜୀବନ ଚାଲିଯିବ ତାହା କହିହେବନି । ମରଣ ରାସ୍ତାରେ ଚାଲି ଚାଲି ଯାଉଛନ୍ତି ପିଲାରୁ ବୁଢା ସମସ୍ତେ । ରାସ୍ତା ସମସ୍ୟା ଯୋଗୁ ଲୋକେ ବହୁ ସମସ୍ୟା ଭୋଗୁଛନ୍ତି । ଯେଉଁ ଗୋଟିଏ ରାସ୍ତା ଅଛି ସମସ୍ତଙ୍କୁ ୧୦ କିଲୋମିଟର ରାସ୍ତା ବୁଲିକି ଯିବାକୁ ପଡିଥାଏ । ତେଣୁ ଲୋକେ ବାଧ୍ୟ ହୋଇ ଋଷିକୁଲ୍ୟା ନଦୀ ଉପରେ ରେଳ ଧାରଣା କଡରେ ଥିବା ଛୋଟ ରାସ୍ତା ଦେଇ ଯିବା ଆସିବା କରୁଛନ୍ତି ।

ପ୍ରତିଦିନ ଶହ ଶହ ଲୋକ ବିପଦ ସଙ୍କୁଳ ଅବସ୍ଥାର ରେଳ ଧାରଣା କଡ଼ରେ ଯାଉଛନ୍ତି । ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ଦେଇ ଯାଉଛନ୍ତି ଛୋଟରୁ ବଡ ସମସ୍ତେ । ଟ୍ରେନ୍ ଯିବା ଆସିବା କରିବା ସମୟରେ କିଛି ସମୟ ରହିଯାନ୍ତି ଲୋକେ । ଆଉ ଏହାପରେ ପୁଣିଥରେ ଆରମ୍ଭ ହୋଇଥାଏ ଗମନାଗମନ ।

ଏହି ରାସ୍ତାରେ ଛତ୍ରପୁର ଓ ଗଞ୍ଜାମ ବ୍ଲକର ପ୍ରାୟ ୫ ଖଣ୍ଡ ଗାଁର ଲୋକେ ଯିବାଆସିବା କରୁଛନ୍ତି । ୨୦ ବର୍ଷ ପୂର୍ବରୁ ପୁରୁଣା ପୋଲ ଭାଙ୍ଗିଯାଇଥିବା ବେଳେ ଏବେ ଏହି ରେଳ ଧାରଣା ଉପରେ ଲୋକେ ଯିବାଆସିବା କରୁଛନ୍ତି । ପୂର୍ବରୁ ବହୁ ଦୁର୍ଘଟଣା ଘଟିବାର ନଜିର ରହିଛି । ନୂଆ ପୋଲ ପାଇଁ ବହୁବାର ଦାବି ମଧ୍ୟ କରାଯାଇଛି । ହେଲେ ଏବେ ବି ଲୋକେ ସେହି ସମାନ ବିପଦ ସଙ୍କୁୁଳ ଅବସ୍ଥାରେ ଯା’ଆସ କରୁଛନ୍ତି । ସ୍କୁଲ ପିଲାମାନଙ୍କର ବି ନିତିଦିନିଆ ବାଟ ପାଲଟିଗଲାଣି ଏହି ରାସ୍ତା । ତୁରନ୍ତ ପୋଲ ତିଆରି କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ତେବେ ରାତି ପାହିଲେ ବିପଦଜନକ ଯାତ୍ରା କରୁଛନ୍ତି ଗାଁର ଲୋକେ । ଏନେଇ ଖୁବଶୀଘ୍ର ଗୁରୁତ୍ୱ ଦିଆଯାଇ ପୋଲ ତିଆରି କରିବା ଜରୁରୀ ହୋଇପଡିଛି ।

The post ଅସାବଧାନ ହେଲେ ଘଟିଯିବ ଦୁର୍ଘଟଣା । ରାସ୍ତା ନଥିବାରୁ ରେଳ ଧାରଣା କଡରେ ଚାଲିଛି ବିପଦସଙ୍କୁଳ ଯାତ୍ରା । first appeared on Kanak News.

from Kanak News
via <a href="https://ifttt.com/?

ମାଳଦ୍ୱୀପ ପାଇଁ ଭାରତ ୯୧୧ କଲ୍ ଭଳି । ଭାରତକୁ ପ୍ରଂଶସା କରିବା ସହ ମୁଇଜ୍ଜୁ ସରକାର ଉପରେ ବର୍ଷିଲେ ମାଳଦ୍ୱୀପର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ।

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ମାଳଦ୍ୱୀପର ମୁଇଜ୍ଜୁ ସରକାରର ମନ୍ତ୍ରୀ ଅପମାନଜନକ ମନ୍ତବ୍ୟ ଦେବା ପରେ ନିଜ ଦେଶରେ ବିରୋଧର ସାମ୍ନା କରିବାକୁ ପଡିଛି । ଏପରିକି ମୋଦୀଙ୍କୁ ନେଇ ବିବାଦୀୟ ବୟାନ ଦେବା ପରେ ୩ ଜଣ ମନ୍ତ୍ରୀଙ୍କୁ ନିଲମ୍ବିତ କରିଛି ମୁଇଜ୍ଜୁ ସରକାର । ତେବେ ମୋଦୀଙ୍କୁ ନେଇ ମୁଇଜ୍ଜୁ ସରକାର ମନ୍ତ୍ରୀଙ୍କର ଏଭଳି ଆଭିମୁଖ୍ୟକୁ ନେଇ ମାଳଦ୍ୱୀପର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମାରିଆ ଅହମ୍ମଦ କଡା ସମାଲୋଚନା କରିଛନ୍ତି । ମାରିଆ କହିଛନ୍ତି, ମୋଦୀଙ୍କ ବିରୋଧରେ ଏଭଳି ବୟାନ ମାଳଦ୍ୱୀପ ସରକାରଙ୍କ ଅପାରଦର୍ଶିତାକୁ ଦର୍ଶାଉଛି ।

କେବଳ ଏତିକି ନୁହେଁ ମାରିଆ କହିଛନ୍ତି, ମାଳଦ୍ୱୀପ ପାଇଁ ଭାରତ ହେଉଛି ୯୧୧ କଲ ଭଳି । ଯେକୌଣସି ବିପଦ ସମୟରେ ମାଳଦ୍ୱୀପ ସହ ଛିଡା ହୋଇଛି ଭାରତ । ମାଳଦ୍ୱୀପର ବିଶ୍ୱସ୍ତ ପଡୋଶୀ ରାଷ୍ଟ୍ର ହେଉଛି ଭାରତ । ପ୍ରତିରକ୍ଷା କ୍ଷେତ୍ରରେ ମାଳଦ୍ୱୀପକୁ ଅନେକ ପ୍ରକାର ସହଯୋଗ କରି ଆସିଛି ଭାରତ । ମାଳଦ୍ୱୀପ ଓ ଭାରତ ମଧ୍ୟରେ ଥିବା ସୁସମ୍ପର୍କକୁ କମଜୋର କରିବାକୁ ଚେଷ୍ଟା କରୁଥିବା ମୁଇଜ୍ଜୁ ସରକାର ଉପରେ ବର୍ଷିଛନ୍ତି ମାରିଆ ।

ମାଳଦ୍ୱୀପର ନୂଆ ରାଷ୍ଟ୍ରପତି ସବୁବେଳେ ନିଜର ପ୍ରଥମ ବିଦେଶ ଗସ୍ତ ଭାରତରୁ ଆରମ୍ଭ କରନ୍ତି । କିନ୍ତୁ ମୋହମ୍ମଦ ମୁଇଜ୍ଜୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଭାରତ ଗସ୍ତରେ ନଯାଇ ପ୍ରଥମେ ତୁର୍କୀ, ୟୁଏଇ ଓ ଚୀନ ଗସ୍ତରେ ଯାଇଛନ୍ତି । ଚୀନର ଦୃଢ ସମର୍ଥକ କୁହାଯାଉଥିବା ମୁଇଜ୍ଜୁ ପ୍ରଥମରୁ ହିଁ ଭାରତ ବିରୋଧୀ ବୟାନ ଦେଇ ଆସୁଛନ୍ତି । ମାଳଦ୍ୱୀପ ଏକ ଛୋଟ ଦେଶ । ଏହାର ସୀମା ଭାରତ ସହ ଲାଗିକି ରହିଛି । ମାଳଦ୍ୱୀପ ଏହା ପୂର୍ବରୁ ସବୁ ଦେଶ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରଖି ଆସୁଛି । କିନ୍ତୁ ଏବେ ମୁଇଜ୍ଜୁ ସରକାରର ଆଭିମୁଖ୍ୟରେ ପରିବର୍ତ୍ତନ ଆସିଛି । ଯାହାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ମାରିଆ । ଭାରତ ସହ ପୂର୍ବ ସମ୍ପର୍କ ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି ମୁଇଜ୍ଜୁ ।

The post ମାଳଦ୍ୱୀପ ପାଇଁ ଭାରତ ୯୧୧ କଲ୍ ଭଳି । ଭାରତକୁ ପ୍ରଂଶସା କରିବା ସହ ମୁଇଜ୍ଜୁ ସରକାର ଉପରେ ବର୍ଷିଲେ ମାଳଦ୍ୱୀପର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ । first appeared on Kanak News.

from Kanak News
via <a href="https://ifttt.com/?

ବଢ଼ିବ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ଦରମା, ନବରଙ୍ଗପୁରରେ ଫାଇଭ-ଟି ଅଧ୍ୟକ୍ଷଙ୍କ ଘୋଷଣା ।

କନକ ବ୍ୟୁରୋ: ବଢ଼ିବ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ଦରମା । ନବରଙ୍ଗପୁରରେ ଫାଇଭ-ଟି ଅଧ୍ୟକ୍ଷଙ୍କ ବଡ଼ ଘୋଷଣା । ଏପରିକି କମ୍ୟୁନିଟି ସେଣ୍ଟର କର୍ମଚାରୀ ଓ ପାଚିକାଙ୍କ ଦରମା ମଧ୍ୟ ବଢ଼ିବ । ଏମବିକେ ଓ ସିଆରପିଙ୍କ ଦରମା ବୃଦ୍ଧି ପାଇଁ ସରକାର ବିଚାରବିମର୍ଶ କରୁଥିବା କହିଲେ ଭି.କେ ପାଣ୍ଡିଆନ୍ । ଖାଲି ଏତିକି ନୁହେଁ ମଧୁବାବୁ ପେନସନ ମଧ୍ୟ ବୃଦ୍ଧି କରିବେ ରାଜ୍ୟ ସରକାର । ଏନେଇ ଖୁବଶୀଘ୍ର ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ବୋଲି ନବରଙ୍ଗପୁରରେ କହିଲେ ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ।

The post ବଢ଼ିବ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ଦରମା, ନବରଙ୍ଗପୁରରେ ଫାଇଭ-ଟି ଅଧ୍ୟକ୍ଷଙ୍କ ଘୋଷଣା । first appeared on Kanak News.

from Kanak News
via <a href="https://ifttt.com/?

ଦେଶର ପ୍ରଦୁଷିତ ସହର ଭିତରେ ଓଡ଼ିଶାର ୬ ସହର । ପ୍ରଦୂଷଣ ବଢ଼ିଲେ, ଆଗକୁ ସୃଷ୍ଟି ହୋଇପାରେ ଦିଲ୍ଲୀ ସ୍ଥିତି

କନକ ବ୍ୟୁରୋ: ଦେଶର ୧୩୧ଟି ସହରରେ ଅଧିକ ବାୟୁ ପ୍ରଦୁଷଣ ରହିଥିବା ବେଳେ ଏଥିରେ ଓଡ଼ିଶାର ୬ଟି ସହର ରହିଛି । ଭୁବନେଶ୍ୱର, କଟକ, ବାଲେଶ୍ୱର, ରାଉରକେଲା, ଅନୁଗୁଳ ଓ କଳିଙ୍ଗନଗର ଏହି ୬ଟି ସହରରେ ବାୟୁ ପ୍ରଦୁଷଣ ବଢ଼ିବାରେ ଲାଗିଛି । ରାଜ୍ୟରେ ବିଶେଷ କରି ଖଣି ଖାଦାନ, ଶିଳ୍ପ ଓ ବେଆଇନ ନିର୍ମାଣ ପାଇଁ ପ୍ରଦୂଷିତ ଗ୍ୟାସ ବାୟୁମଣ୍ଡଳକୁ ଯାଉଛି । ସେହିଭଳି ଶୀତ ଦିନରେ ପୋଡ଼ୁ ଚାଷ ଓ ନିଆଁ ଜଳିବା ଯୋଗୁଁ ମଧ୍ୟ ବଢ଼ୁଛି ପ୍ରଦୁଷଣ ।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ ଅନୁସାରେ ଭେରି ପୁଅର ବା ଅତି ସାଂଘାତିକ ସ୍ଥିତିରେ ଦେଶର ୧୬ଟି ସହର ରହିଛି । ଏଥିରେ ଓଡ଼ିଶାର ୬ଟି ସହର ରହିଛି । ଅର୍ଥାତ ଦେଶର ବହୁ ପ୍ରଦୁଷିତ ମଧ୍ୟରେ ରହିଛି ଓଡ଼ିଶାର ଏହି ସହର । ଗତକାଲି ଅନୁଗୁଳରେ ଏୟାର କ୍ୱାଲିଟି ଇନଡେକ୍ସ ବା ବାୟୁ ମାନକ ସୂଚକାଙ୍କ ସର୍ବାଧିକ ୩୫୨ ରହିଥିଲା, ଯାହାକି ଦିଲ୍ଲୀର ୩୪୫ ତୁଳନାରେ ଅଧିକ । ସେହିପରି କଟକରେ ଏକ୍ୟୁଆଇ ୩୪୦, ବାଲେଶ୍ୱର ଓ ଭୁବନେଶ୍ୱରରେ ୩୩୪, କେନ୍ଦୁଝରରେ ୩୨୬ ଓ ତାଳଚେରରେ ୩୦୪ ରହିଛି ।

ସେହିଭଳି ରାଇରଙ୍ଗପୁରରେ ୩୦୦ ଓ ବଡ଼ବିଲରେ ୨୯୨ ରହିଛି ଏୟାର କ୍ୱାଲିଟି ଇନଡେକ୍ସ । ଏହି ସହର ଗୁଡ଼ିକରେ ପ୍ରଦୁଷଣର ବଢ଼ିବାର ମୁଖ୍ୟ କାରଣ ହେଉଛି ଅତ୍ୟଧିକ ଯାନବାହାନ ଚଳାଚଳ ସହ ଲଗାତର ଭାବେ ହେଉଥିବା ନିର୍ମାଣ କାର୍ଯ୍ୟ । ପ୍ରଦୁଷଣକୁ ନିୟନ୍ତ୍ରଣ କରିବା ପାଇଁ ସମ୍ପୃକ୍ତ କମିଶନର ମାନଙ୍କୁ ଚିଠି ଲେଖିଛି ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ । ଶୀତ ଦିନ ହୋଇଥିବାରୁ ବାୟୁର ବେଗ କମୁଛି । ଦୂଷିତ ଗ୍ୟାସ ବାୟୁମଣ୍ଡଳ ବାହାରକୁ ଯାଇପାରୁନାହିଁ । ଫଳରେ ପ୍ରଦୁଷଣ ବଢ଼ୁଛି ଓ ନିକଟସ୍ଥ ଅଞ୍ଚଳ ଗୁଡ଼ିକରେ ଅତ୍ୟଧିକ ପ୍ରଦୁଷଣ ଅନୁଭୂତ ହେଉଛି ।

The post ଦେଶର ପ୍ରଦୁଷିତ ସହର ଭିତରେ ଓଡ଼ିଶାର ୬ ସହର । ପ୍ରଦୂଷଣ ବଢ଼ିଲେ, ଆଗକୁ ସୃଷ୍ଟି ହୋଇପାରେ ଦିଲ୍ଲୀ ସ୍ଥିତି first appeared on Kanak News.

from Kanak News
via <a href="https://ifttt.com/?

ଟ୍ରାକ୍ଟର ଧକ୍କାରେ ଓଲଟିଲା ଆମ୍ବୁଲାନ୍ସ । ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ଆମ୍ବୁଲାନ୍ସ କର୍ମଚାରୀ ।

କନକ ବ୍ୟୁରୋ: ଟ୍ରାକ୍ଟର ଧକ୍କାରେ ଓଲଟିଲା ଆମ୍ବୁଲାନ୍ସ । ଅଳ୍ପକେ ବର୍ତ୍ତିଗଲେ ରୋଗୀ ଓ ଆମ୍ବୁଲାନ୍ସ କର୍ମଚାରୀ । ଝାରସୁଗୁଡାର କଟାପାଲି ନିକଟରେ ଏଭଳି ଏକ ଦୁର୍ଘଟଣା ଘଟିଛି । ବ୍ରଜରାଜନଗର ପଟୁ ଆସୁଥିବା ଏକ ଆମ୍ବୁଲାନ୍ସକୁ ଧକ୍କା ଦେଇଥିଲା ଏକ ଟ୍ରାକ୍ଟର । ଫଳରେ ଭାରସ୍ୟାମ ହରାଇ ଆମ୍ବୁଲାନ୍ସଟି ରାସ୍ତାକଡରେ ଓଲଟି ପଡିଥିଲା । ଆମ୍ବୁଲାନ୍ସରେ ଜଣେ ରୋଗୀଙ୍କ ସହ ଦୁଇ ଜଣ ଆଟେଣ୍ଡାଣ୍ଟ ଥିଲେ । ଦୁର୍ଘଟଣାରେ ସେମାନେ ସାମନ୍ୟ ଆହତ ହୋଇଛନ୍ତି । ଖବର ପାଇଁ ସଦର ଥାନା ପୁଲିସ ଘଟଣାସ୍ଥଳରୁ ରୋଗୀ ଓ ରୋଗୀ ସଂପର୍କୀୟଙ୍କୁ ଉଦ୍ଧାର କରି ଅନ୍ୟ ଏକ ଗାଡିରେ ଡାକ୍ତରଖାନାକୁ ପଠାଇଛନ୍ତି । ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟର ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ ।

The post ଟ୍ରାକ୍ଟର ଧକ୍କାରେ ଓଲଟିଲା ଆମ୍ବୁଲାନ୍ସ । ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ଆମ୍ବୁଲାନ୍ସ କର୍ମଚାରୀ । first appeared on Kanak News.

from Kanak News
via <a href="https://ifttt.com/?

ଆଠଗଡ଼ରେ ଅର୍ପଣ ରଥ ପୂଜା ବେଳେ ଅଘଟଣ । ଦୀପରୁ ନିଆଁ ଲାଗି ପୋଡ଼ିଗଲେ ୭୬ ବର୍ଷିୟ ବୃଦ୍ଧା ନିଶାମଣି ସାହୁ ।

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ଅର୍ପଣ ରଥ ପୂଜା କରୁଥିବା ବେଳେ ଅଘଟଣ । ଦୀପରୁ ନିଆଁ ଲାଗି ଜଣେ ବୃଦ୍ଧାଙ୍କ ଅବସ୍ଥା ଗୁରୁତର ହୋଇଛି । କଟକ ଜିଲ୍ଲା ଆଠଗଡ ବ୍ଲକ ଅନ୍ତର୍ଗତ ବଡଭୂଇଁ ପଞ୍ଚାୟତର ରଘୁନାଥପୁର ପାଟଣା ଗାଁରେ ଏଭଳି ଏକ ଅଘଟଣ ଘଟିଯାଇଛି । ପୋଡି ଯିବାରୁ ଗୁରୁତର ହୋଇ ହୋଇଛନ୍ତି ୭୬ ବର୍ଷିୟ ବୃଦ୍ଧା ନିଶାମଣି ସାହୁ । ସେ ରଥ ପୂଜା କରୁଥିବା ସମୟରେ ଦୁର୍ଭାଗ୍ୟବଶତଃ ଦୀପରୁ ନିଆଁ ଲାଗିଯିବାରୁ ଏଭଳି ଏକ ଦୁର୍ଘଟଣା ଘଟିଯାଇଛି । ନିଶାମଣିଙ୍କ ଶରୀରର ୭୫ ଭାଗ ଅଂଶ ପୋଡି ଯାଇଥିବା ବେଳେ ତାଙ୍କୁ ଏକ ଘରୋଇ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଆଠଗଡ ମେଡିକାଲକୁ ପଠାଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

The post ଆଠଗଡ଼ରେ ଅର୍ପଣ ରଥ ପୂଜା ବେଳେ ଅଘଟଣ । ଦୀପରୁ ନିଆଁ ଲାଗି ପୋଡ଼ିଗଲେ ୭୬ ବର୍ଷିୟ ବୃଦ୍ଧା ନିଶାମଣି ସାହୁ । first appeared on Kanak News.

from Kanak News
via <a href="https://ifttt.com/?

ସରକାର ଫ୍ରି ରେ ଜମି ଏବଂ ଘର ଦେଉଛନ୍ତି, ତଥାପି ଏଠାରେ କେହି ରହିବାକୁ ରାଜି ହେଉନାହାନ୍ତି । ସୁଇଜରଲ୍ୟାଣ୍ଡ ପରି ସୁନ୍ଦର ସ୍ଥାନ ଅଥଚ ବର୍ଷ ବର୍ଷ ଧରି ନିଛାଟିଆ ହୋଇ ପଡ଼ିଛି

ବ୍ୟସ୍ତବହୁଳ ଜୀବନରୁ ଟିକେ ଫୁରୁସତ ପାଇଲା ମାତ୍ରେ  ଲୋକମାନେ ଖୁସି ଏବଂ ଶାନ୍ତିର ସନ୍ଧାନରେ ବୁଲିବାକୁ ବାହାରି ଯାଆନ୍ତି । କେହି କେହି ପାଖରେ ଥିବା ପର୍ଯଟନ ସ୍ଥଳକୁ ଯାଇଥାନ୍ତି ତ କେହି କେହି ବହୁତ ପଇସା ଖର୍ଚ୍ଚ କରି ଦୂର କୋଉ ଦ୍ୱୀପପୁଞ୍ଜକୁ ଯାଇଥାନ୍ତି । ଆମେ ଏପରି ଏକ ଦ୍ବୀପପୁଞ୍ଜ ବିଷୟରେ କହିବୁ ଯେଉଁଠାରେ ବସବାସ କରିବାକୁ କେହି ରାଜି ହେଉନାହାନ୍ତି । ଏପରିକି ସରକାର ସେଠି ମାଗଣାରେ  ଜମି ଏବଂ ଘର ଦେଲେ ମଧ୍ୟ କେହି ଯାଉ ନାହାନ୍ତି ।

ଆଜିକାଲି ସବୁ ଲୋକଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନିଜ ପାଇଁ ଗୋଟେ ଘର ତିଆରି କରିବା ।  ଘର କେଉଁ ଜାଗାରେ ତିଆରି କରିବେ ସେଇଟା ବେଶି ଗୁରୁତ୍ୱପୂର୍ଣ୍ଣ । କେହି ଏମିତି ସ୍ଥାନରେ ଘର ତିଆରି କରିବେନାହିଁ ଯେଉଁଠି କେହି ରହୁନଥିବେ ।  ଅନ୍ତତ ପକ୍ଷେ ସ୍ଥାନଟି ଏପରି ହେବା ଉଚିତ ଯେଉଁଠି ସାଧାରଣ ସୁବିଧା ସବୁ ଥିବ ।  ତଥାପି, କେବଳ ଭାବନ୍ତୁ ଯେ ଯଦି କେହି ଆପଣଙ୍କୁ ରହିବାକୁ ମାଗଣାରେ ଜମି ପ୍ରଦାନ କରନ୍ତି, ତେବେ ଆପଣ ରହିବାକୁ ରାଜି ହେବେ କି ?

ଲୋକମାନେ ସୁଖ  ଏବଂ ଶାନ୍ତିର ସନ୍ଧାନରେ ଦ୍ୱୀପପୁଞ୍ଜକୁ ଯାଆନ୍ତି କିନ୍ତୁ ସେଠାରେ ବସବାସ କରିବାକୁ କେହି ଚାହାଁନ୍ତି ନାହିଁ । ଯଦି ସେ ସ୍ଥାନରେ ମାଗଣା ଜମି ଏବଂ ଘର ପାଇବା ପରେ ମଧ୍ୟ କେହି ସେଠାକୁ ଯିବାକୁ ଚାହୁଁ ନାହାନ୍ତି  ତେବେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏକ ସମୟରେ ଯେତେବେଳେ ଭାରତ ଏବଂ ଚୀନ୍ ପରି ଦେଶ ଜନସଂଖ୍ୟା ବୃଦ୍ଧି ପାଇଁ ଚିନ୍ତିତ, ସେତେବେଳେ ଜନସଂଖ୍ୟା ବୃଦ୍ଧି ପାଇଁ ଲୋକଙ୍କୁ ଏଠାରେ ବସବାସ କରିବାକୁ ଆମନ୍ତ୍ରଣ କରାଯାଉଛି କିନ୍ତୁ ଲୋକମାନେ ଆସିବାକୁ ପ୍ରସ୍ତୁତ ନୁହଁନ୍ତି ।

ମାଗଣା ଜମି ଯୋଜନା ମଧ୍ୟ ବିଫଳ ହୋଇଛି

ଆମେ ଯେଉଁ ସ୍ଥାନ ବିଷୟରେ କହୁଛୁ, ଏହାକୁ ପିଟକେର୍ନ ଦ୍ୱୀପ କୁହାଯାଏ । ଏଠାରେ ସରକାର ଜନସଂଖ୍ୟା ବୃଦ୍ଧି ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ।  ସରକାର ସେହି ଲୋକମାନଙ୍କୁ ମାଗଣା ଜମି ଯୋଗାଉଛନ୍ତି ଯେଉଁମାନେ ଆସିବେ ଏବଂ ଏହି ସ୍ଥାନରେ ବସବାସ କରିବେ । କଳ୍ପନା କରନ୍ତୁ, ଏପରି ସୁବିଧା ସୁଯୋଗ ସତ୍ତ୍ୱେ, ୨୦୧୫ ପର୍ଯ୍ୟନ୍ତ କେବଳ ଗୋଟିଏ ଆବେଦନ ଆସିଥିଲା ।  ଦି ସନ ରିପୋର୍ଟ ଅନୁଯାୟୀ ଏହା ହେଉଛି ଦୁନିଆର ସବୁଠାରୁ ଛୋଟ ସମ୍ପ୍ରଦାୟ, ଯେଉଁଠାରେ କେବଳ ୫୦ ଜଣ ଲୋକ ଅଛନ୍ତି । ଏଠାରେ କେବଳ ୨ ଜଣ ପିଲା ଥିବାରୁ ବିଦ୍ୟାଳୟ ମଧ୍ୟ ନାହିଁ ।  ସେମାନଙ୍କୁ ଅଧ୍ୟୟନ କରିବାକୁ ବାହାରକୁ ଯିବାକୁ ପଡିବ । ଏଠାରେ ସହର ପରି କୌଣସି ସୋର ଶବ୍ଦ ନାହିଁ ଏବଂ ଲୋକମାନେ ନିଜ ନିଜ ଛୋଟ ଦୁନିଆରେ ଖୁସିରେ ରୁହନ୍ତି ।

ରାସ୍ତା ନାହିଁ ଏବଂ ପରିବହନର କୌଣସି ମାଧ୍ୟମ ନାହିଁ

ଏହି ସୁଦୂର ଦ୍ୱୀପରେ ରହୁଥିବା ୨୧ ବର୍ଷିୟା ବାଳିକା ଟୋରିକା ଖ୍ରୀଷ୍ଟିଆନ କୁହନ୍ତି ଯେ ଏହାର ଲମ୍ବ ମାତ୍ର ୨ ମାଇଲ ଏବଂ ଚଉଡା ୧ ମାଇଲ ବିଶିଷ୍ଟ ଏହି ଦ୍ୱୀପ ପୃଥିବୀର ଅନ୍ୟ ଦେଶ ସହିତ ସଂଯୁକ୍ତ ନୁହେଁ । ଏଠାରେ କୌଣସି ଏୟାରଷ୍ଟ୍ରିପ୍ ନାହିଁ । ଲୋକମାନେ କେବଳ ଯୋଗାଣ ଜାହାଜ ଦ୍ୱାରା ଯାତ୍ରା କରନ୍ତି ।  ଯାହା ସପ୍ତାହରେ ମାତ୍ର ୨ ଦିନ ଆସିଥାଏ । ଏହା ପିଟକେର୍ନ ଦ୍ୱୀପରୁ ଗାମ୍ବିଆର୍ ଦ୍ୱୀପ ପର୍ଯ୍ୟନ୍ତ ଚାଲିଥାଏ । ପର୍ଯ୍ୟଟକମାନେ ମଧ୍ୟ ଏଠାରୁ ଆସନ୍ତି । ୧୭୮୯ ରେ ଏହି ଦ୍ୱୀପଟି ସ୍ଥାପନା ହୋଇଥିଲା ।  ଏଠାରେ ରହୁଥିବା ଲୋକମାନେ ଦ୍ୱୀପର ଷ୍ଟାମ୍ପ, ମଡେଲ ଜାହାଜ ଏବଂ ମାଛ ଚିତ୍ର ବିକ୍ରି କରି ଟଙ୍କା ରୋଜଗାର କରନ୍ତି । ଯଦିଓ ଏଠାରେ ଏକ ସାଧାରଣ ଷ୍ଟୋର, ଜିମ୍, ମେଡିକାଲ୍, ଲାଇବ୍ରେରୀ, ପର୍ଯ୍ୟଟନ କାର୍ଯ୍ୟାଳୟ ପରି ମୌଳିକ ସୁବିଧା ଅଛି କିନ୍ତୁ ଏଠାକୁ ଲୋକମାନେ କେବଳ ପରିଦର୍ଶନ କରିବାକୁ ଆସନ୍ତି କିନ୍ତୁ ରହିବାକୁ ରାଜି ହେଉନାହାନ୍ତି ।

The post ସରକାର ଫ୍ରି ରେ ଜମି ଏବଂ ଘର ଦେଉଛନ୍ତି, ତଥାପି ଏଠାରେ କେହି ରହିବାକୁ ରାଜି ହେଉନାହାନ୍ତି । ସୁଇଜରଲ୍ୟାଣ୍ଡ ପରି ସୁନ୍ଦର ସ୍ଥାନ ଅଥଚ ବର୍ଷ ବର୍ଷ ଧରି ନିଛାଟିଆ ହୋଇ ପଡ଼ିଛି first appeared on Kanak News.

from Kanak News
via <a href="https://ifttt.com/?

ମୋଦୀ ସରକାରର ବଡ ପ୍ଲାନ୍ । ଲାକ୍ଷାଦ୍ୱୀପରେ ନିର୍ମାଣ ହେବ ନୂଆ ବିମାନବନ୍ଦର । ଲଢୁଆ ବିମାନ ସହ ସାଧାରଣ ଯାତ୍ରୀବାହୀ ବିମାନ ମଧ୍ୟ ଭରିବ ଉଡାଣ ।

କନକ ବ୍ୟୁରୋ: ଲାକ୍ଷାଦ୍ୱୀପକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନୂଆ ପ୍ଲାନ୍ । ଭାରତ ସରକାର ଲାକ୍ଷାଦ୍ୱୀପର ମିନିକୟ ଦ୍ୱୀପ ଉପରେ ଏକ ନୂଆ ଏୟାରପୋର୍ଟର ନିର୍ମାଣ କରିବାକୁ ଯାଉଛନ୍ତି । ତେବେ ଏହି ନୂଆ ବିମାନବନ୍ଦରଟି ଦୁଇଟି ଉଦ୍ଦେଶ୍ୟରେ ବ୍ୟବହାର କରାଯିବ ବୋଲି ସୂଚନା ମିଳୁଛି । ପ୍ରଥମତଃ ଏଠାରୁ ସେନାର ଲଢୁଆ ବିମାନ ଓ ସେନାର ଏୟାରକ୍ରାଫ୍ଟମାନେ ଉଡାଣ ଭରିବେ ଏବଂ ଲ୍ୟାଣ୍ଡ କରିବେ । ଦ୍ୱିତୀୟତଃ ଏହି ବିମାନବନ୍ଦରରୁ ସାଧାରଣ ଯାତ୍ରୀ ଏବଂ ବିମାନ ମଧ୍ୟ ଉଡାଣ ଭରିପାରିବ ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଲାକ୍ଷାଦ୍ୱୀପର ମିନିକୟ ଦ୍ୱୀପରେ ଏହି ବିମାନବନ୍ଦରର ନିର୍ମାଣ କରାଯିବ । ଯାହାକୁ ଭାରତୀୟ ସେନା ସହିତ ସାଧାରଣ ଲୋକ ମଧ୍ୟ ବ୍ୟବହାର କରିପାରିବେ ।

ଏହା ପୂର୍ବରୁ ସେଠାରେ କେବଳ ଏକ ମିଲିଟ୍ରି ଏୟାରଫିଲ୍ଡ ପ୍ରସ୍ତୁତ କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ହେଲେ ଏହାକୁ ଏବେ ଅପଗ୍ରେଡ୍ କରି ବର୍ତ୍ତମାନ ସାଧାରଣ ଲୋକଙ୍କ ପାଇଁ ମଧ୍ୟ ଉପଲବ୍ଧ କରାଯିବ । ତେବେ ଯଦି ସେଠାରେ ଏହି ବିମାନବନ୍ଦର ନିର୍ମାଣ ହୁଏ, ତେବେ ଭାରତ ଆରବ ସାଗର ଓ ଭାରତ ମହାସାଗର ଉପରେ ଭଲ ଭାବେ ନଜର ରଖିପାରିବ ।

ଖାଲି ସେତିକି ନୁହେଁ, ନୌସେନା ଏବଂ ବାୟୁସେନା ପାଇଁ ଭାରତ ମହାସାଗର ଓ ଆରବ ସାଗରରେ ଅପରସେନ୍ କରିବା ସହଜ ହେଇଯିବ । ଏହାସହ ଚୀନର ଗତିବିଧି ଉପରେ ମଧ୍ୟ ନଜର ରଖିହେବ । ତେବେ ମିନିକୟ ଦ୍ୱୀପ ଉପରେ ବିମାନବନ୍ଦର ନିର୍ମାଣ କରିବାକୁ ସର୍ବପ୍ରଥମେ ଭାରତୀୟ ତଟରକ୍ଷୀ ବାହିନୀ ପ୍ରସ୍ତାବ ଦେଇଥିଲା । ଆଉ ବର୍ତ୍ତମାନ ସେହି ପ୍ରସ୍ତାବ ଅନୁସାରେ, ଭାରତୀୟ ବାୟୁସେନା ଏହି ବିମାନବନ୍ଦରର ସଞ୍ଚାଳନ କରିବ ।

ସୂଚନାଯୋଗ୍ୟ ଯେ, ଲାକ୍ଷାଦ୍ୱୀପ ପାଖରେ ବର୍ତ୍ତମାନ ଏବେ କେବଳ ଗୋଟିଏ ଏୟାରଷ୍ଟ୍ରିପ୍ ରହିଛି । ଯାହାକି ଅଗାତି ଦ୍ୱୀପ ଉପରେ ରହିଛି । ହେଲେ ସେଠାରେ ବର୍ତ୍ତମାନ ସବୁ ପ୍ରକାର ବିମାନ ଲ୍ୟାଣ୍ଡ କରିପାରୁନି । ହେଲେ ନୂଆ ବିମାନବନ୍ଦର ହେଲେ ଲାକ୍ଷାଦ୍ୱୀପର ପର୍ଯ୍ୟଟନକୁ ନୂଆ ଦିଗ ମିଳିବ ବୋଲି କୁହାଯାଉଛି ।

The post ମୋଦୀ ସରକାରର ବଡ ପ୍ଲାନ୍ । ଲାକ୍ଷାଦ୍ୱୀପରେ ନିର୍ମାଣ ହେବ ନୂଆ ବିମାନବନ୍ଦର । ଲଢୁଆ ବିମାନ ସହ ସାଧାରଣ ଯାତ୍ରୀବାହୀ ବିମାନ ମଧ୍ୟ ଭରିବ ଉଡାଣ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started