କ୍ରିକେଟର ମହମ୍ମଦ ସାମୀଙ୍କୁ ଅର୍ଜୁନ ସମ୍ମାନ । ରାଷ୍ଟ୍ରପତି ଭବନରେ ଜାତୀୟ କ୍ରୀଡା ପୁରସ୍କାର ପ୍ରଦାନ କଲେ ମହାମହିମ ରାଷ୍ଟ୍ରପତି ।

କନକ ବ୍ୟୁରୋ: ଅର୍ଜୁନ ପୁରସ୍କାର ପାଇଲେ କ୍ରିକେଟର ମହମ୍ମଦ ସାମି । ରାଷ୍ଟ୍ରପତି ଭବନରେ ଆୟୋଜିତ ଜାତୀୟ କ୍ରୀଡା ପୁରସ୍କାର ପ୍ରଦାନ ଉତ୍ସବରେ ତାଙ୍କୁ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଅର୍ଜୁନ ପୁରସ୍କାର ଗ୍ରହଣ କରିଛନ୍ତି ମହମ୍ମଦ ସାମି । ୨୦୨୩ ବର୍ଷ ପାଇଁ କ୍ରୀଡ଼ା ପୁରସ୍କାର ଘୋଷଣା କରାଯାଇଥିବା ବେଳେ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ୨୦୨୩ ବିଶ୍ୱକପ୍ରେ ସାମିଙ୍କ ଦମଦାର ପ୍ରଦର୍ଶନ ପାଇଁ ଭାରତୀୟ କ୍ରିକେଟ୍ ବୋର୍ଡ ବିସିସିଆଇ ସାମିଙ୍କ ନାମ ସୁପାରିଶ କରିଥିଲା । ସାମି ୨୦୨୩ ବିଶ୍ୱକପରେ ସର୍ବାଧିକ ୱିକେଟ୍ ନେଇ ଚର୍ଚ୍ଚାକୁ ଆସିଥିଲେ । ୭ଟି ମ୍ୟାଚରେ ୨୪ଟି ୱିକେଟ୍ ନେଇ ଶ୍ରେଷ୍ଠ ବୋଲର ପାଲଟିଥିଲେ ।

The post କ୍ରିକେଟର ମହମ୍ମଦ ସାମୀଙ୍କୁ ଅର୍ଜୁନ ସମ୍ମାନ । ରାଷ୍ଟ୍ରପତି ଭବନରେ ଜାତୀୟ କ୍ରୀଡା ପୁରସ୍କାର ପ୍ରଦାନ କଲେ ମହାମହିମ ରାଷ୍ଟ୍ରପତି । first appeared on Kanak News.

from Kanak News
via <a href="https://ifttt.com/?

ଲୋକାର୍ପିତ ହେଲା ମାଲକାନଗିରି ବିମାନବନ୍ଦର । ଆକାଶମାର୍ଗ ମାନଚିତ୍ରରେ ଜିଲ୍ଲା ପାଇଲା ପରିଚୟ । ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହେଲା ବହୁ ପ୍ରତୀକ୍ଷିିତ ମାଲକାନଗିରି ବିମାନବନ୍ଦର । ଏହାସହ ଉପାନ୍ତ ଅଞ୍ଚଳ ଭାବେ ଜଣାଯାଉଥିବା ମାମଲକାନଗିରିକୁ ଆକାଶମାର୍ଗରେ ମିଳିଲା ନୂଆ ପରିଚୟ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିମାନବନ୍ଦର ଲୋକାର୍ପିତ ହେବା ପରେ ଏଠାରୁ ପ୍ରଥମେ ନନ୍ ସିଡ୍ୟୁୁଲ୍ ବା କମର୍ସିଆଲ ବିମାନ ଉଡାଣ ଭରିଛି । ଭବିଷ୍ୟତରେ ଏହାକୁ ୩୦୦୦ ମିଟର ଯାଏଁ ସମ୍ପ୍ରସାରଣ କରାଯିବାର ମଧ୍ୟ ଯୋଜନା ରହିଛି । ଏହା ପରେ ଡିଜସିଏଙ୍କ ଅନୁମତି ପରେ ଯାତ୍ରୀବାହୀ ବିମାନ ଉଡାଣ ଭରିବ ବୋଲି ସୂଚନା ରହିଛି ।

୨୩୪ ଏକର ଜମିରେ ନିର୍ମାଣ ହୋଇଛି ଏହି ବିମାନବନ୍ଦର । ମାତ୍ର ୧୪ ମାସରେ ଏହି ବିମାନବନ୍ଦରକୁ ନିର୍ମାଣ କରାଯାଇଛି । ଏଥିପାଇଁ ଅନେକ ସରକାରୀ ଜମି ନିଆଯାଇଥିବାବେଳେ ଅନେକ ପରିବାରକୁ ସ୍ଥାନାନ୍ତର ମଧ୍ୟ କରାଯାଇଛି । ହେଲେ ବିସ୍ଥାପିତଙ୍କମାନଙ୍କ ପାଇଁ ପକ୍କା ଘର, ପକ୍କା ରାସ୍ତାର ବ୍ୟବସ୍ଥା କରାଯାଇଥିବାବେଳେ ସେମାନଙ୍କ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରାଯାଇଛି ।

The post ଲୋକାର୍ପିତ ହେଲା ମାଲକାନଗିରି ବିମାନବନ୍ଦର । ଆକାଶମାର୍ଗ ମାନଚିତ୍ରରେ ଜିଲ୍ଲା ପାଇଲା ପରିଚୟ । ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । first appeared on Kanak News.

from Kanak News
via <a href="https://ifttt.com/?

ରାଜଧାନୀରେ ପୁଣି ବଡ଼ ଧରଣର ଲୁଟ୍ । ଘରେ ପଶି କଳାକନା ବୁଲାଇଲେ ଲୁଟେରା । ୧୦ ଲକ୍ଷ ଟଙ୍କାର ସୁନାଗହଣା ଓ ଲକ୍ଷାଧିକ ଟଙ୍କା ଲୁଟ୍ ।

କନକ ବ୍ୟୁରୋ: ରାଜଧାନୀରେ ବଡ଼ ଧରଣର ଲୁଟ୍ । ଖଣ୍ଡଗିରି ତାଳବଣିଆ ଅଂଚଳରୁ ଲୁଟ୍ । ପଂଚାୟତିରାଜ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଛୋଟେଲାଲ ଶର୍ମାଙ୍କ ଘରୁ ଲୁଟ୍ ହୋଇଛି । ୧୦ ଲକ୍ଷ ଟଙ୍କାର ସୁନା ଗହଣା ସହ ଦେଢ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଏହା ସହ କିଛି ବିଦେଶୀ ମୁଦ୍ରା ମଧ୍ୟ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଘରେ ଶୋଇଥିବା ବେଳେ ଭୋର ସମୟରେ ଏହି ଲୁଟ୍ ହୋଇଥିବା ଜଣାପଡ଼ିଛି ।

The post ରାଜଧାନୀରେ ପୁଣି ବଡ଼ ଧରଣର ଲୁଟ୍ । ଘରେ ପଶି କଳାକନା ବୁଲାଇଲେ ଲୁଟେରା । ୧୦ ଲକ୍ଷ ଟଙ୍କାର ସୁନାଗହଣା ଓ ଲକ୍ଷାଧିକ ଟଙ୍କା ଲୁଟ୍ । first appeared on Kanak News.

from Kanak News
via <a href="https://ifttt.com/?

ବାଂଲାଦେଶରେ ଶେଖ ହସିନାଙ୍କ ବିଜୟରେ ଭାରତ ଖୁସ୍ କିନ୍ତୁ ଆମେରିକା କାହିଁକି ଟେନସନରେ ?

ବାଂଲାଦେଶର ଗତ ରବିବାର ଦିନ ଅନୁଷ୍ଠିତ ନିର୍ବାଚନରେ ବିଜୟ ଲାଭ କରି ଲଗାତାର ପଞ୍ଚମ ଥର ପାଇଁ ବାଂଲାଦେଶର ପ୍ରଧାନମନ୍ତ୍ରୀ ହେବା ପରେ ଆମେରିକା ଶେଖ ହସିନାଙ୍କ ବିରୋଧରେ ଏକ ବଡ ଅଭିଯୋଗ ଆଣିଛି । ବାଂଲାଦେଶରେ ନିର୍ବାଚନ ନିରପେକ୍ଷ ଭାବେ ହେଇନାହିଁ ବୋଲି ଆମେରିକା ଅଭିଯୋଗ କରିଛି । ଏଥି ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶେଖ ହସିନାଙ୍କୁ ପଞ୍ଚମ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଯେତେବେଳେ କି ହସିନା ଭାରତକୁ ବାଂଲାଦେଶର ଜଣେ ଭଲ ବନ୍ଧୁ ବୋଲି ବର୍ଣ୍ଣନା କରିଛନ୍ତି ।

ଶେଖ ହସିନା ପଞ୍ଚମ ଥର ପାଇଁ ବାଂଲାଦେଶର ପ୍ରଧାନମନ୍ତ୍ରୀ ହେବେ । ଜାନୁଆରୀ ୭ ରବିବାର ଦିନ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ​​ସେ କ୍ରମାଗତ ଭାବେ  ଚତୁର୍ଥ ଥର ପାଇଁ ନିର୍ବାଚନ ଜିତିଛନ୍ତି । ଶେଖ ହସିନାଙ୍କ ବିଜୟରେ ଭାରତ ଖୁସି କିନ୍ତୁ ହାସିନାଙ୍କ ବିଜୟକୁ ନେଇ ଆମେରିକା ଚିନ୍ତା ପ୍ରକଟ କରିଛି । ପଞ୍ଚମ ଥର ପାଇଁ ଶେଖ ହସିନା ପ୍ରଧାନମନ୍ତ୍ରୀ ହେବା ପରେ ଆମେରିକା ଶେଖ ହସିନାଙ୍କୁ ବାଂଲାଦେଶରେ ନିରପେକ୍ଷ  ନିର୍ବାଚନ ନକରିବାର ଅଭିଯୋଗ କରିଛି । ଆମେରିକା ବୈଦେଶିକ ବିଭାଗର ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି ଯେ ଏହି ନିର୍ବାଚନ ନିରପେକ୍ଷ ଓ ମୁକ୍ତ ଭାବେ ହୋଇନାହିଁ ସେଥିପାଇଁ ଆମେ ଦୁଃଖିତ । ଏହି ନିର୍ବାଚନରେ ​​ସମସ୍ତ ଦଳ ମଧ୍ୟ ଅଂଶଗ୍ରହଣ କରିନାହାଁନ୍ତି । ତେବେ ନିର୍ବାଚନ ପୂର୍ବରୁ ମଧ୍ୟ ବାଂଲାଦେଶରେ ଏହି ପ୍ରଶ୍ନ ଉଠିଥିଲା। ଆନ୍ତର୍ଜାତୀୟ ଫୋରମରେ ମଧ୍ୟ ଏ ବିଷୟରେ ଆଲୋଚନା ହୋଇଥିଲା । ବିରୋଧୀ ଦଳ ଯାହା କହିଛନ୍ତି ଆମେରିକା ମଧ୍ୟ ସମାନ କଥା କହୁଛି ନିର୍ବାଚନ ପୂର୍ବରୁ ବିରୋଧୀ ଦଳ ମଧ୍ୟ ଶେଖ ହସିନାଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଥିଲା ।

ବିଏନପି ଏବଂ ଅନ୍ୟ ଦଳ ଏହି ନିର୍ବାଚନକୁ ବର୍ଜନ କରିଥିଲେ

ବଙ୍ଗଳାଦେଶର ମୁଖ୍ୟ ବିରୋଧୀ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (N BPP ପି) ଏବଂ ଅନ୍ୟ ଦଳମାନେ ଏହି ନିର୍ବାଚନକୁ ବର୍ଜନ କରିଥିଲେ । ବାଂଲାଦେଶରେ ନିର୍ବାଚନ ପୂର୍ବରୁ ଏବଂ ପରେ ହୋଇଥିବା ହିଂସାକୁ ଆମେରିକା ନିନ୍ଦା କରିଥିଲା । ହିଂସା ଖବର ଉପରେ ବିଶ୍ବାସଯୋଗ୍ୟ ଅନୁସନ୍ଧାନ କରିବାକୁ ଏବଂ ଅପରାଧୀଙ୍କୁ ଉତ୍ତରଦାୟୀ କରିବାକୁ ମିଲର ବାଂଲାଦେଶ ସରକାରଙ୍କୁ ଆହ୍ବାନ କରିଛନ୍ତି ।

ଜାନୁଆରୀ ୭  ରେ ବାଂଲାଦେଶରେ ନିର୍ବାଚନ ହୋଇଥିଲା । ଏହି ନିର୍ବାଚନରେ ​​ଆୱାମୀ ଲିଗ୍ ୩୦୦ ମଧ୍ୟରୁ ୨୨୩ ଟି ସିଟ୍ ଜିତିଛି । ବିରୋଧୀ ଜାତୀୟ ପାର୍ଟିକୁ ୧୧ ଟି ଆସନ ଏବଂ ଶାସକ ଦଳର ବିଦ୍ରୋହୀ ପ୍ରାର୍ଥୀଙ୍କ ସମେତ ସ୍ୱାଧୀନ ପ୍ରାର୍ଥୀମାନେ ୬୧ ଟି ଆସନ ପାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଶେଖ ହସିନାଙ୍କୁ ତାଙ୍କ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି

ଲଗାତାର ପଞ୍ଚମ ଥର ପାଇଁ ବାଂଲାଦେଶର ପ୍ରଧାନମନ୍ତ୍ରୀ ହେବାରେ ପ୍ରଧାନମନ୍ତ୍ରୀ ମୋଦୀ ଶେଖ ହସିନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଐତିହାସିକ ବିଜୟ ପାଇଁ ଶେଖ ହସିନାଙ୍କୁ ବହୁତ ବହୁତ ଶୁଭକାମନା ବୋଲି ସେ କହିଛନ୍ତି । ସଫଳ ନିର୍ବାଚନ ପାଇଁ ବାଂଲାଦେଶବାସୀଙ୍କୁ ଅଭିନନ୍ଦନ । ଦୁଇ ଦେଶ ମଧ୍ୟରେ ସହଯୋଗ ଅଗ୍ରଗତି ଜାରି ରହିବ । ହସିନା ଭାରତକୁ ବହୁତ ଭଲ ବନ୍ଧୁ ବୋଲି କହିଥିଲେ

କ୍ରମାଗତ ଭାବେ ପଞ୍ଚମ ଥର ପାଇଁ ବାଂଲାଦେଶର ପ୍ରଧାନମନ୍ତ୍ରୀ ହେବାପରେ ଶେଖ ହସିନା ଭାରତର ପ୍ରଶଂସାରେ ପୋତି ପକାଇଥିଲେ ।  ହସିନା ଭାରତକୁ ବାଂଲାଦେଶର ଜଣେ ଭଲ ବନ୍ଧୁ ବୋଲି ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଯେ ଆମେ ଭାରତକୁ ଆମର ପଡ଼ୋଶୀ ବୋଲି ଭାବୁଛୁ । ଆମର ଭାରତ ସହିତ ଅଦ୍ଭୁତ ସମ୍ପର୍କ ଅଛି | ୧୯୭୧ ଓ ୧୯୭୫ ରେ ଭାରତ ଆମକୁ ବହୁତ ସହଯୋଗ କରିଛି । ଆମେ ଉଭୟ ପଡ଼ୋଶୀ ଦ୍ୱିପାକ୍ଷିକ ଭାବରେ ଅନେକ ସମସ୍ୟାର ସମାଧାନ କରିଛୁ । ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଜନସାଧାରଣ ତଥା ଦେଶର ବିକାଶ ଆମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି ।

ନିର୍ବାଚନ ମୁକ୍ତ ଏବଂ ନିରପେକ୍ଷ ଥିଲା – ଶେଖ ହସିନା

ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ସମ୍ପର୍କରେ ଶେଖ ହସିନା କହିଛନ୍ତି ଯେ ନିର୍ବାଚନ ମୁକ୍ତ ଏବଂ ନିରପେକ୍ଷ ଥିଲା । ବାଂଲାଦେଶ ପ୍ରଧାନମନ୍ତ୍ରୀ ହସିନା କହିଛନ୍ତି ଯେ ଯଦି କୌଣସି ଦଳ ନିର୍ବାଚନରେ ​​ଭାଗ ନ ଯାଆନ୍ତି, ତେବେ ଏହାର ଅର୍ଥ ନୁହେଁ ଯେ ସେଠାରେ ଗଣତନ୍ତ୍ର ନାହିଁ । ବାଂଲାଦେଶରେ ଗତ ରବିବାର ଅନୁଷ୍ଠିତ ନିର୍ବାଚନରେ ୪୧.୮  ପ୍ରତିଶତ ମତଦାନ ହୋଇଥିଲା । ଗତ ସାଧାରଣ ନିର୍ବାଚନ ଅପେକ୍ଷା ଏଥର ଭୋଟ୍ ଦାନ ହାର ଦ୍ୱିଗୁଣିତ ହୋଇଛି ।

The post ବାଂଲାଦେଶରେ ଶେଖ ହସିନାଙ୍କ ବିଜୟରେ ଭାରତ ଖୁସ୍ କିନ୍ତୁ ଆମେରିକା କାହିଁକି ଟେନସନରେ ? first appeared on Kanak News.

from Kanak News
via <a href="https://ifttt.com/?

୨୦୨୪ ପାଇଁ ଆଗୁଆ ଟିକେଟ ଦେବ କଂଗ୍ରେସ, ଏଯାଏଁ ୬୦ରୁ ୭୦ ଟିକେଟ ହୋଇଛି ଫାଇନାଲ । ତାରା କହିଲେ କାହାକୁ ମିଳିବ କଂଗ୍ରେସ ଟିକେଟ?

କନକ ବ୍ୟୁରୋ : ୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସ ବିଧାୟକ ତାରା ବାହିନୀପତି ବଡ ବୟାନ ଦେଇଛନ୍ତି । ତାରା କହିଛନ୍ତି, ୨୦୨୪ ନିର୍ବାଚନ ପାଇଁ କଂଗ୍ରେସର ୬୦ରୁ ୭୦ ଟିକେଟ ଫାଇନାଲ ହୋଇସାରିଛି । ୯ ଜଣ ବିଧାୟକଙ୍କୁ ଟିକେଟ ମିଳିବା ନିଶ୍ଚିତ ହୋଇଛି । ସବୁଠୁ ବଡ କଥା ହେଉଛି, ୨୦୨୪ ନିର୍ବାଚନ ପାଇଁ କଂଗ୍ରେସ ଆଗୁଆ ଟିକେଟ ଦେବ । ଆସନ୍ତା ଫେବ୍ରୁଆରୀରେ କଂଗ୍ରେସ ଆଗୁଆ ଟିକେଟ ଦେବ ବୋଲି କହିଛନ୍ତି ତାରା ବାହିନୀପତି ।
ଆସନ୍ତା ଫେବ୍ରୁଆରୀରେ ରାହୁଲ ଗାନ୍ଧୀଙ୍କ ସମେତ ଅନେକ କଂଗ୍ରେସର ଅନେକ କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶା ଆସିବେ । ଭାରତ ଯୋଡ ନ୍ୟାୟ ଯାତ୍ରାରେ କଂଗ୍ରେସର ହେଭିୱେଟ ଚେହେରା ଓଡ଼ିଶା ଆସିବେ । ଗତ ନିର୍ବାଚନରେ ଅନେକ ସ୍ଥାନରେ କଂଗ୍ରେସ ପ୍ରାର୍ଥୀ କମ ଭୋଟରେ ପରାଜିତ ହୋଇଥିଲେ । ତେଣୁ ଏଥର ସର୍ଭେ ଅନୁଯାୟୀ ଟିକେଟ ବଣ୍ଟନ ହେବ ବୋଲି କହିଛନ୍ତି ତାରା । ଏହାସହ ନିର୍ବାଚନ ପୂର୍ବରୁ ଅନେକ ବଡ ଚେହେରା କଂଗ୍ରେସର ହାତ ଧରିବେ । ଏନେଇ ଅନେକ ନେତା ଯୋଗାଯୋଗରେ ଥିବା କହିଛନ୍ତି ତାରା । ତାରାଙ୍କ ଏହି ବୟାନ ସୂଚାଉଛି, ନୂଆ ପ୍ରଭାରୀ ଦାୟିତ୍ୱ ନେବା ପରେ ଆକ୍ଟିଭମୋଡକୁ ଆସିଛି କଂଗ୍ରେସ । ୨୦୨୪ ନିର୍ବାଚନ ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛି କଂଗ୍ରେସ ।

The post ୨୦୨୪ ପାଇଁ ଆଗୁଆ ଟିକେଟ ଦେବ କଂଗ୍ରେସ, ଏଯାଏଁ ୬୦ରୁ ୭୦ ଟିକେଟ ହୋଇଛି ଫାଇନାଲ । ତାରା କହିଲେ କାହାକୁ ମିଳିବ କଂଗ୍ରେସ ଟିକେଟ? first appeared on Kanak News.

from Kanak News
via <a href="https://ifttt.com/?

ପାଣି ପାଇଁ ରାଜରାସ୍ତାରେ ବାଡି ପକାଇ ଧାରଣା ଦେଲେ ମହିଳା । ଘଣ୍ଟା ଘଣ୍ଟା ଧରି ଅଟକି ରହିଲା ଯାନବାହାନ । ଢେଙ୍କାନାଳ ଗଡପଳାଶୁଣୀ ପଞ୍ଚାୟତର ଘଟଣା ।

କନକ ବ୍ୟୁରୋ: ପାଣି ପାଇଁ ତାତିଲେ ଲୋକେ । ଢେଙ୍କାନାଳ ଜିଲ୍ଲା ଗଡପଳାଶୁଣି ପଂଚାୟତର ବଡସାହି ଗାଁରେ ମହିଳାମାନେ ପାନୀୟ ଜଳ ସମସ୍ୟାର ସମାଧାନ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି । ରାସ୍ତା ଉପରେ ଦଉଡି ଟାଣି କାଠ ଗଣ୍ଡି ପକାଇ ଗରା ମାଠିଆ ଧରି ରାସ୍ତା ଅବରୋଧ କରିଛନ୍ତି । ଫଳରେ ପରଜଙ୍ଗ- ତେଲକୋଇ ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଛି । ରାସ୍ତା ଉପରେ ମହିଳାମାନେ ଦଉଡି ଟାଣି ବସି ରହିଛନ୍ତି । ପାନୀୟ ଜଳ ସମସ୍ୟାର ସମାଧାନ ନହେବା ଯାଏଁ ରାସ୍ତା ଉପରୁ ହଟିବେ ନାହିଁ ବୋଲି ବିକ୍ଷୋଭକାରୀ କହିଛନ୍ତି ।

The post ପାଣି ପାଇଁ ରାଜରାସ୍ତାରେ ବାଡି ପକାଇ ଧାରଣା ଦେଲେ ମହିଳା । ଘଣ୍ଟା ଘଣ୍ଟା ଧରି ଅଟକି ରହିଲା ଯାନବାହାନ । ଢେଙ୍କାନାଳ ଗଡପଳାଶୁଣୀ ପଞ୍ଚାୟତର ଘଟଣା । first appeared on Kanak News.

from Kanak News
via <a href="https://ifttt.com/?

ସୁନ୍ଦରଗଡ଼ ବଣାଇରେ ହାତୀ ଉପଦ୍ରବ । ଗାଁରେ ପଶି ଭାଙ୍ଗିଲା ଘର । ସେପଟେ ପିପିଲି କଣାସରେ ଗାଁକୁ ପଶିଆସିଲେ ହାତୀ ପଲ୍ଲ ।

କନକ ବ୍ୟୁରୋ: ଗାଁକୁ ପଶି ଆସିଲେ ଦୁଇଟି ଦନ୍ତା ହାତୀ । ଗେଟ ଭାଙ୍ଗି ଘରେ ପଶି ଭଙ୍ଗାରୁଜା କରିଛନ୍ତି ଜଙ୍ଗଲୀ ହାତୀ । ପ୍ରାଣ ବିକଳରେ ଘର ଛାଡି ବାହାରେ ପଳାଇଲେ ଲୋକେ । ସୁନ୍ଦରଗଡ ଜିଲ୍ଲା ବଣାଇ ରେଞ୍ଜର ତଳିତାର କିସାନ ସାହିରେ ହାତୀ ଆତଙ୍କ । ସକାଳୁ ସକାଳୁ ଦୁଇଟି ଦନ୍ତା ହାତୀ ଗାଁକୁ ପଶି ଆସିଥିଲେ । ହାତୀ ଗାଁରେ ପଶିଥିବା ଖବର ପାଇବା ପରେ ଗାଁରେ ଆତଙ୍କ ଖେଳି ଯାଇଥିଲା । ଦୁଇଟି ଦନ୍ତା ଘର ମୁହାଁ ହେଉଥିବା ଦେଖି ଘରେ ଶୋଇଥିବା ଲୋକେ ଜୀବନ ବଂଚାଇବାକୁ ବିକଳରେ ଯିଏ ଯୁଆଡେ ପାରିଲେ ଦୌଡି ପଳାଇଥିଲେ । ଗେଟ ଭାଙ୍ଗି ଦୁଇଟି ଦନ୍ତା ଘରେ ପଶି ଭଙ୍ଗାରୁଜା କରିବା ପରେ ଗାଁ ଛାଡି ଜଙ୍ଗଲ ମୁହାଁ ହୋଇଥିଲେ । ହାତୀ ଦୁଇଟି ଏବେ ପାଖ ତଳିତା ଗାଁ ପାଖ ଜଙ୍ଗଲରେ ରହିଥିବା ଜଣାପଡିଛି । ବନ ବିଭାଗ ପକ୍ଷରୁ ଦୁଇଟି ଦନ୍ତା ହାତୀକୁ ଜଙ୍ଗଲକୁ ଘଉଡାଇବାକୁ ଉଦ୍ୟମ କରାଯାଉଛି ।

ଅନ୍ୟପଟେ ପିପିଲି କଣାସ ଅଂଚଳରେ ହାତୀପଲଙ୍କ ଆତଙ୍କ । ରାତିରେ ଜନବସତିକୁ ପଶି ଆସି କରୁଛନ୍ତି ଉତ୍ପାତ । ଅମଳ ହୋଇ ଖଳାରେ ଥିବା ଧାନକୁ ଖାଇ ଦଳି ମକଚି ନଷ୍ଟ କରିଛନ୍ତି । ଗତ ରାତିରେ ୮ରୁ ଅଧିକ ଜଙ୍ଗଲି ହାତୀ ଜଗନ୍ନାଥ ରୋଡ ଅତିକ୍ରମ କରି ଗଡଖାରଦ ପଂଚାୟତର ବାଦୁରାବର ଗାଁରେ ପଶିଥିଲେ । ଗାଁର ବିଭିନ୍ନ ଖଳାରେ ଥିବା ଅମଳ ଧାନକୁ ଖାଇ ହାତୀପଲ ନଷ୍ଟ କରିଛନ୍ତି । ରାତିରେ ହାତୀ ପଲ ଜନବସତିକୁ ପଶି ଆସୁଥିବାରୁ ଲୋକେ ଆତଙ୍କିତ ହୋଇପଡିଛନ୍ତି ।

The post ସୁନ୍ଦରଗଡ଼ ବଣାଇରେ ହାତୀ ଉପଦ୍ରବ । ଗାଁରେ ପଶି ଭାଙ୍ଗିଲା ଘର । ସେପଟେ ପିପିଲି କଣାସରେ ଗାଁକୁ ପଶିଆସିଲେ ହାତୀ ପଲ୍ଲ । first appeared on Kanak News.

from Kanak News
via <a href="https://ifttt.com/?

ବୌଦ୍ଧରେ ଲାଗିଲା ମାଓ ପୋଷ୍ଟର । ପୋଲିସକୁ ଦେଲେ ଚେତାବନୀ, ଗଞ୍ଜେଇ ଚାଷ ନାଁରେ ଗୁଇନ୍ଦାଗିରି ବନ୍ଦ ନକଲେ ଭୋଗିବ ପରିଣାମ ।

କନକ ବ୍ୟୁରୋ : କିଛି ଦିନର ନିରବତା ପରେ ବୌଦ୍ଧରେ ପୁଣି ଲାଗିଲା ମାଓ ପୋଷ୍ଟର । ମନମୁଣ୍ଡା ଥାନା ଅନ୍ତର୍ଗତ ନୂର୍ପା ଛକରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ଆଜି ସକାଳୁ ସକାଳୁ ମାଓ ପୋଷ୍ଟର ଲାଗିଥିବା ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇଛନ୍ତି । ପୋଷ୍ଟରଟି କେକେବିଏନ ମାଓବାଦୀ ସଂଗଠନ ପକ୍ଷରୁ ମରାଯାଇଥିବା ଜଣାପଡିଛି ।

ଗଞ୍ଜେଇ ଚାଷ ପାଇଁ ପ୍ରୋତ୍ସାହନ ଦେଉଥିବା ପୋଲିସଙ୍କୁ ପୋଷ୍ଟର ମାରି ଚେତାବନୀ ଦେଇଛନ୍ତି ମାଓବାଦୀ । ପୋଲିସ ପ୍ରଶାସନର ସହାୟତାରେ ବାହାରୁ ଗଂଜେଇ ମାଫିଆ ଆସି ଜଙ୍ଗଲ ନଷ୍ଟ କରିବା ସହ ଆଦିବାସୀଙ୍କ ଜମିକୁ କବଜା କରୁଛନ୍ତି । ଗଂଜେଇ ଚାଷ ନାଁରେ ପୋଲିସର ଗୁଇନ୍ଦାଗିରି ବନ୍ଦ କରିବାକୁ ଆହ୍ୱାନ କରିଛନ୍ତି ମାଓବାଦୀ ସଂଗଠନ । ଏଥିରୁ ନିବୃତ ନରହିଲେ ପରିମାଣ ଭୋଗିବାକୁ ମାଓ ସଂଗଠନ ଚେତାବନୀ ଦେଇଛି ।

The post ବୌଦ୍ଧରେ ଲାଗିଲା ମାଓ ପୋଷ୍ଟର । ପୋଲିସକୁ ଦେଲେ ଚେତାବନୀ, ଗଞ୍ଜେଇ ଚାଷ ନାଁରେ ଗୁଇନ୍ଦାଗିରି ବନ୍ଦ ନକଲେ ଭୋଗିବ ପରିଣାମ । first appeared on Kanak News.

from Kanak News
via <a href="https://ifttt.com/?

ଭାରତର ପ୍ରଧାନମନ୍ତ୍ରୀଙ୍କୁ ମାଳଦ୍ୱୀପରୁ ପ୍ରଂଶସା । ମୋଦୀଙ୍କ ସପକ୍ଷରେ ବାହାରିଲା ମାଳଦ୍ୱୀପ ଶିଳ୍ପ ସଂଘ, କହିଲା ବିପଦ ସମୟରେ ଭାରତ ବଢାଇଥାଏ ସହଯୋଗର ହାତ ।

କନକ ବ୍ୟୁରୋ : ଘନଉଛି ଭାରତ-ମାଳଦ୍ୱୀପ ବିବାଦ । ମୋଦୀ ବିରୋଧୀ ମନ୍ତବ୍ୟ ଦେବା ପରେ ଏବେ ଚାରିଆଡୁ ମାଳଦ୍ୱୀପକୁ ନିନ୍ଦା କରାଯାଉଛି । ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସପକ୍ଷରେ ବାହାରିଛି ମାଳଦ୍ୱୀପ ପର୍ଯ୍ୟଟନ ଶିଳ୍ପ ସଂଘ । ଘଟଣାକୁ ମାଳଦ୍ୱୀପ ପର୍ଯ୍ୟଟନ ଶିଳ୍ପ ସଂଘ ନିନ୍ଦା କରିଛି ।

ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମାଳଦ୍ୱୀପ ମନ୍ତ୍ରୀ ଦେଇଥିବା ମନ୍ତବ୍ୟକୁ ଶିଳ୍ପ ସଂଘ ଦୃଢ ନିନ୍ଦା କରିବା ସହ ମୋଦୀଙ୍କୁ ପ୍ରଶଂସା କରିଛି । ମାଳଦ୍ୱୀପର ଶିଳ୍ପ ସଂଘ କହିଛି, ଭାରତ ହେଉଛି ଆମର ପଡୋଶୀ ଓ ସହଯୋଗୀ ରାଷ୍ଟ୍ର । ବିପଦ ସମୟରେ ଭାରତ ପ୍ରଥମେ ସହଯୋଗର ହାତ ବଢାଇଥାଏ । ମାଳଦ୍ୱୀପର ଶିଳ୍ପ କ୍ଷେତ୍ରରେ ଭାରତର ଅନେକ ଅବଦାନ ରହିଛି । କରୋନା ମହାମାରୀ ସମୟରେ ଭାରତ ଅନେକ ସହଯୋଗ କରିଛି । ସେପଟେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ସୋସିଆଲ ମିଡିଆରେ ଅପମାନଜନକ ମନ୍ତବ୍ୟ ଦେଇଥିବା ମାଳଦ୍ୱୀପ ସରକାରର ୩ ମନ୍ତ୍ରୀଙ୍କୁ ନିଲମ୍ବନ ନୁହେଁ ବହିଷ୍କାର କରିବାକୁ ଦାବି ହୋଇଛି ।

The post ଭାରତର ପ୍ରଧାନମନ୍ତ୍ରୀଙ୍କୁ ମାଳଦ୍ୱୀପରୁ ପ୍ରଂଶସା । ମୋଦୀଙ୍କ ସପକ୍ଷରେ ବାହାରିଲା ମାଳଦ୍ୱୀପ ଶିଳ୍ପ ସଂଘ, କହିଲା ବିପଦ ସମୟରେ ଭାରତ ବଢାଇଥାଏ ସହଯୋଗର ହାତ । first appeared on Kanak News.

from Kanak News
via <a href="https://ifttt.com/?

ହ୍ୱାଇଟ ହାଉସ୍ ସୁରକ୍ଷାରେ ତ୍ରୁଟି । ଫାଟକକୁ ପିଟିଲା କାର୍ ଗାଡ଼ିର ଡ୍ରାଇଭରକୁ ଗିରଫ କରି ଚାଲିଛି ତଦନ୍ତ । ଦୁର୍ଘଟଣା ବେଳେ ହ୍ୱାଇଟ ହାଉସରେ ନଥିଲେ ବାଇଡେନ୍ ।

କନକ ବ୍ୟୁରୋ: ହ୍ୱାଇଟ୍ ହାଉସ୍ ସୁରକ୍ଷାରେ ତ୍ରୁଟି । ହ୍ୱାଇଟ୍ ହାଉସ୍ କମ୍ଲେକ୍ସର ଗେଟକୁ ଧକ୍କା ଦେଲା କାର । ଗେଟକୁ ଧକ୍କା ଦେଇଥିବା ଗାଡିର ଡ୍ରାଇଭରଙ୍କୁ ଗିରଫ କରାଯାଇଛି । ଏହା ସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।
ସୋମବାର ସନ୍ଧ୍ୟା ୬ଟା ସମୟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ଏହି ସମୟରେ ଆମେରିକା ରାଷ୍ଟ୍ରପତି ହ୍ୱାଇଟ୍ ହାଉସ୍ରେ ନଥିଲେ ।

ହ୍ୱାଇଟ୍ ହାଉସକୁ ବିଶ୍ୱର ସବୁଠୁ ସୁରକ୍ଷିତ ସ୍ଥାନ ବୋଲି କୁହାଯାଏ । ଏଠାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥାଏ । ହ୍ୱାଇଟ୍ ହାଉସ୍ ସୁରକ୍ଷାରେ ଆମେରିକାର ବରିଷ୍ଠ ଅଧିକାରୀମାନେ ରହିଥାନ୍ତି । ହେଲେ ଏସବୁ ଭିତରେ ଏକ ଗାଡି କିପରି ଯାଇ ଗେଟ୍କୁ ଧକ୍କା ଦେଲା, ତାକୁ ନେଇ ଉଠିଛି ପ୍ରଶ୍ନ । ହ୍ୱାଇଟ୍ ହାଉସ୍ର ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

The post ହ୍ୱାଇଟ ହାଉସ୍ ସୁରକ୍ଷାରେ ତ୍ରୁଟି । ଫାଟକକୁ ପିଟିଲା କାର୍ ଗାଡ଼ିର ଡ୍ରାଇଭରକୁ ଗିରଫ କରି ଚାଲିଛି ତଦନ୍ତ । ଦୁର୍ଘଟଣା ବେଳେ ହ୍ୱାଇଟ ହାଉସରେ ନଥିଲେ ବାଇଡେନ୍ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started