ହାଇଟେକ୍ ବିସ୍ଫୋରଣ ଘଟଣାରେ ବଢୁଛି ମାଲିକଙ୍କ ଗିରଫ ଦାବି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଘେରିଲା ଅଲ୍ ଓଡ଼ିଶା ଷ୍ଟୁଡେଣ୍ଟ ଭଏସ୍ ସଂଗଠନ

କନକ ବ୍ୟୁରୋ: ହାଇଟେକ୍ ହସ୍ପିଟାଲ ଏସି ବିସ୍ଫୋରଣ ଘଟଣାକୁ ବିରୋଧ କରିଛି ଅଲ୍ ଓଡିଶା ଷ୍ଟୁଡେଣ୍ଟ ଭଏସ୍ ସଂଗଠନ । ୩ ଜଣଙ୍କ ଜୀବନ ନେଇଥିବା ଏହି ଘଟଣାରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ବାସଭବନ ଘେରାଉ କରାଯାଇଛି । ଆନ୍ଦୋଳନକାରୀ ମନ୍ତ୍ରୀଙ୍କ ବସଭବନ ଉପରକୁ ଟମାଟୋ ମାଡ କରିଛନ୍ତି । ହାଇଟେକ୍ ହସ୍ପିଟାଲ ଲାଇସେନ୍ସ ରଦ୍ଧ କରିବା ସହ ମାଲିକଙ୍କ ଗିରଫ ଦାବି କରିଛନ୍ତି । ଅଲ୍ ଓଡିଶା ଷ୍ଟୁଡେଣ୍ଟ ଭଏସ୍ ସଂଗଠନର ସଦସ୍ୟ ମାନେ ବାଇକ୍ ରାଲିରେ ଆସି ନାରାବାଜି କରିଥିଲେ । ପୁଲିସ, ଆନ୍ଦୋଳନକାରୀଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିବାରୁ ପରିସ୍ଥିତି ଉତେଜନାପୂର୍ଣ୍ଣ ହୋଇଥିଲା । ପୁଲିସ ଓ ଆନ୍ଦୋଳନକାରୀ ଧସ୍ତାଧସ୍ତି ହୋଇଛନ୍ତି ।

The post ହାଇଟେକ୍ ବିସ୍ଫୋରଣ ଘଟଣାରେ ବଢୁଛି ମାଲିକଙ୍କ ଗିରଫ ଦାବି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଘେରିଲା ଅଲ୍ ଓଡ଼ିଶା ଷ୍ଟୁଡେଣ୍ଟ ଭଏସ୍ ସଂଗଠନ first appeared on Kanak News.

from Kanak News
via <a href="https://ifttt.com/?

ଟାଟା ପାୱାରର ବିରୋଧରେ ପ୍ରତିବାଦ । ଡିଭିଜିନାଲ ଅଫିସ୍ ଘେରାଉ କଲେ ଶତାଧିକ କୃଷକ ।

କନକ ବ୍ୟୁରୋ: ବିଦ୍ୟୁତ୍ ବିତରଣକାରୀ ସଂସ୍ଥା ଟାଟା ପାୱାରର ଜୁଲମ ଓ ଶୋଷଣ ପ୍ରତିବାଦରେ ବିକ୍ଷୋଭ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର କୃଷକ ସଂଗ୍ରାମ ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଟାଟା ପାୱାର ଡିଭିଜନାଲ ଅଫିସ ଘେରାଉ କରିଛନ୍ତି ଶତାଧିକ କୃଷକ । ଜଳେଶ୍ୱର ଗ୍ୟାରେଜ ବଜାର ଠାରୁ ଏକ ଶୋଭାଯାତ୍ରାରେ ଆସି ଟାଟା ପାୱାର ଅଫିସ ନିକଟରେ ପ୍ରତିବାଦ କରିଛନ୍ତି । ଚାଷୀଙ୍କୁ ବିଦ୍ୟୁତ ବିଲ ଛାଡ କରିବା ,ଉଠା ଜଳସେଚନ ପଏଣ୍ଟରେ ମିଟର ବସାଇବା ବନ୍ଦ କରିବା, ଯେଉଁ ପଏଣ୍ଟରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଛି, ସେଠାରେ ତୁରନ୍ତ ବିଦ୍ୟୁତ୍ ସଂଯୋଗ କରିବା, ଛୋଟ ଦୋକାନୀ ଓ ଉଠା ଦୋକାନୀଙ୍କୁ ବ୍ୟବସାୟିକ ବିଲରୁ ବାଦ ଦେବା, ମିଟର ତଥା ଟ୍ରାନ୍ସଫର୍ମର ଚାର୍ଜ ଆଦାୟ ବନ୍ଦ କରିବା ସହ ଗରିବ ଲୋକଙ୍କୁ ମାଗଣା ବିଦ୍ୟୁତ ଯୋଗାଇ ଦେବା ଦାବି ହୋଇଛି । ଏହାସହ ଘରୋଇ ଉପଭୋକ୍ତା ଓ ଚାଷୀଙ୍କ ଠାରୁ ଅତିରିକ୍ତ ବିଲ ଆଦାୟ ବନ୍ଦ କରିବା ଦାବି କରିଛି କୃଷକ ମଞ୍ଚ ।

The post ଟାଟା ପାୱାରର ବିରୋଧରେ ପ୍ରତିବାଦ । ଡିଭିଜିନାଲ ଅଫିସ୍ ଘେରାଉ କଲେ ଶତାଧିକ କୃଷକ । first appeared on Kanak News.

from Kanak News
via <a href="https://ifttt.com/?

କଳାହୀରାର କଳା କାରବାର: ଦିନରେ କୋଇଲା ଖୋଳି, ରାତିରେ ପଡୋଶୀ ଛତିଶଗଡକୁ ହେଉଛି ଚୋରା ଚାଲାଣ ।

କନକ ବ୍ୟୁରୋ: କଳାହୀରାର କଳା କାରବାର । ଦିନରେ କୋଇଲା ଖୋଳା ହୁଏ ଆଉ ରାତିରେ ଚୋରା ଚାଲାଣ ହୁଏ ଛତିଶଗଡ । ବିଗତ ଦିନରେ ଖଣି ର୍ଦୁନୀତିକୁ ନେଇ ବେଶ ହଇଚଇ ସୃଷ୍ଟି ହୋଇଥିଲେ ମଧ୍ୟ ଏବେ ବି ଚାଲିଛି ବେଆଇନ ଖଣି ଖନନ ଓ ପରିବହନ । ସୁନ୍ଦରଗଡ ଜିଲ୍ଲା ହେମିଗିର ବ୍ଲକ ରମ୍ଫିଆ କୋଲ ବ୍ଲକର ଚୋରା ଚାଲାଣ ଗ୍ରାଉଣ୍ଡ ରିପୋର୍ଟରୁ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ ।

ଦିନରେ ଖୋଳାହୁଏ ଏବଂ ରାତିରେ ପଡୋଶୀ ରାଜ୍ୟ ଛତିଶଗଡ ଓ ରାଜ୍ୟର ବିଭିନ୍ନ ଜିଲ୍ଲାକୁ କୋଇଲା ଚୋରା ଚାଲାଣ କରାଯାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଖୋଲମଖୋଲା ଭାବରେ ଦିନ ତମାମ କୋଇଲା ଖୋଳା ହେଉଛି । ଗୋଟିଏ କି ଦୁଇଟି ନୁହଁ ୧୦ରୁ ଅଧିକ ଖୋଲା ମୁହଁ କୋଇଲା ଖଣି ଖୋଲା ଚାଲିଛି । ଏବଂ ରାତିରେ ଟ୍ରାକ୍ଟର ଏବଂ ଟ୍ରକ ଯୋଗେ ଚାଲାଣ ହେଉଛି ପଡୋଶୀ ଛତିଶଗଡକୁ । ଗ୍ରାଉଣ୍ଡ ଜିରୋରୁ ସ୍ଥିତି ପରଖିଛି କନକ ନ୍ୟୁଜ ଟିମ୍

The post କଳାହୀରାର କଳା କାରବାର: ଦିନରେ କୋଇଲା ଖୋଳି, ରାତିରେ ପଡୋଶୀ ଛତିଶଗଡକୁ ହେଉଛି ଚୋରା ଚାଲାଣ । first appeared on Kanak News.

from Kanak News
via <a href="https://ifttt.com/?

ସାଧାରଣତନ୍ତ୍ର ଦିବସ ପାଇଁ ଆବାସ ହିତାଧିକାରୀଙ୍କୁ ନିମନ୍ତ୍ରଣକୁ ନେଇ ରାଜନୀତି । ବିଜେଡି କହିଲା ହିତାଧିକାରୀଙ୍କୁ ହଇରାଣ କରି ଏବେ ଦିଲ୍ଲୀ ବୁଲାଇନେବା ହାସ୍ୟାସ୍ପଦ ।

କନକ ବ୍ୟୁରୋ: ସାଧାରଣତନ୍ତ୍ର ଦିବସରେ ସ୍ୱତନ୍ତ୍ର ଅତିଥି ହେବେ ପିଏମ ଆବାସ ହିତାଧିକାରୀ । ଏନେଇ ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ରର ଚିଠି ପରେ ତେଜିଛି ରାଜନୀତି । ବିଜେଡି କହିଛି, ଆବାସ ପୋର୍ଟାଲ ବନ୍ଦ କରି ହିତାଧିକାରୀଙ୍କୁ ହଇରାଣ କରାଯାଉଛି । ରାଜ୍ୟ ସରକାର ବାରମ୍ବାର କେନ୍ଦ୍ରକୁ ପୋର୍ଟାଲ ଖୋଲିବା ପାଇଁ ଜଣାଇଥିଲେ ମଧ୍ୟ ଖୋଲାଯାଇ ନଥିଲା । ଆଉ ଏବେ ଆବାସ ହିତାଧିକାରୀଙ୍କୁ ଦିଲ୍ଳୀ ବୁଲାଇ ନେବା ଉଦ୍ୟମ ହାସ୍ୟାସ୍ପଦ ବୋଲି କହିଛି ବିଜେଡି ।

ସେହିପରି କଂଗ୍ରେସ କହିଛି, ଆଗକୁ ନିର୍ବାଚନ ଅଛି ବୋଲି ଡ୍ରାମା କରାଯାଉଛି । ପ୍ରଚାର, ପ୍ରସାର ପାଇଁ ବିଜେପି ଡ୍ରାମା କରିବା ଦୁର୍ଭାଗ୍ୟଜନକ । ସାଧାରଣତନ୍ତ୍ର ଦିବସ ଅବସରରେ ସ୍ୱତନ୍ତ୍ର ଅତଥି ଭାବେ କର୍ତବ୍ୟ ପଥରେ ପିଏମ୍ ଆବାସ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର । ଆସନ୍ତା ୨୫ ତାରିଖ ସକାଳ ସୁ୍ଦ୍ଧା ପିଏମ ଆବାସ ହିତାଧିକାରୀଙ୍କୁ ନେଇ ନୋଡାଲ ଅଫିସର ଦିଲ୍ଲୀ ପହଂଚିବାକୁ ଚିଠିରେ କୁହାଯାଇଛି । ୨୫ ତାରିଖରେ ଦିଲ୍ଲୀରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ସହ ରାତ୍ରିଭୋଜନରେ ସାମିଲ ହେବେ । ଏହାପରେ ୨୬ ତାରିଖରେ କର୍ତବ୍ୟ ପଥରେ ହେବାକୁ ଥିବା ପରେଡ ଦେଖିବେ ପିଏମ ଆବାସ ହିତାଧିକାରୀ ।

The post ସାଧାରଣତନ୍ତ୍ର ଦିବସ ପାଇଁ ଆବାସ ହିତାଧିକାରୀଙ୍କୁ ନିମନ୍ତ୍ରଣକୁ ନେଇ ରାଜନୀତି । ବିଜେଡି କହିଲା ହିତାଧିକାରୀଙ୍କୁ ହଇରାଣ କରି ଏବେ ଦିଲ୍ଲୀ ବୁଲାଇନେବା ହାସ୍ୟାସ୍ପଦ । first appeared on Kanak News.

from Kanak News
via <a href="https://ifttt.com/?

ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ବିଜେଡି କାଉନସିଲର । ନିଜ ଦଳର ଅନ୍ୟ କାଉନସିଲରଙ୍କ ନାଁରେ ଅଭିଯୋଗ ଆଣି କଲେ ନ୍ୟାୟ ଦାବି ।

କନକ ବ୍ୟୁରୋ: ଥାନା ପରେ ଜିଲ୍ଲାପାଳଙ୍କ ପାଖରେ ପହଞ୍ଚିଲା ବାଲେଶ୍ୱର ମହିଳା ବିଜେଡିରେ ଉପୁଜିଥିବା ବିବାଦ । କର୍ମୀ ସମ୍ମିଳନୀରେ ଗଣ୍ଡଗୋଳ ଓ ଧସ୍ତାଧସ୍ତି ଘଟଣାକୁ ନେଇ ସହଦେବଖୁଂଟା ଥାନାରେ ଅଭିଯୋଗ କରିଛନ୍ତି ବିଜେଡି କାଉନସିଲର ରଂଜିତା ମହାପାତ୍ର । ଗତ ୬ ତାରିଖରେ ବାଲେଶ୍ୱରରେ ୫-ଟି ଅଧ୍ୟକ୍ଷ ଭି. କେ ପାଣ୍ଡିଆନଙ୍କ କର୍ମୀ ସମ୍ମିଳନୀ କାର୍ଯ୍ୟକ୍ରମରେ ବିଜେଡି କାଉନସିଲର ରଂଜିତା ମହାପାତ୍ର ଓ ତାଙ୍କ ସମର୍ଥକଙ୍କ ସହ ଅନ୍ୟ ବିଜେଡି କାଉନସିଲର ଓ କର୍ମୀମାନେ ପାଟିତୁଣ୍ଡ କରିଥିଲେ । ଉଭୟଙ୍କ ମଧ୍ୟରେ ବଚସା ପରେ ଧସ୍ତାଧସ୍ତି ଯାଏ କଥା ଯାଇଥିଲା । ଏହାକୁ ନେଇ ଗତକାଲି ୩୧ ନମ୍ବର ବିଜେଡି କାଉନସିଲର ସହଦେବଖୁଂଟା ଥାନାରେ ଅଭିଯୋଗ କରିଥିଲେ । ଆଜି କର୍ମୀଙ୍କ ସହ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କୁ ଭେଟିଛନ୍ତି । ଦଳୀୟ କାର୍ଯ୍ୟକ୍ରମରେ ଦଳୀୟ କର୍ମୀଙ୍କୁ ଅସମ୍ମାନ ଘଟଣାରେ ଉଚିତ୍ ନ୍ୟାୟ ଦାବି କରିଛନ୍ତି ଅଭିଯୋଗକାରୀ ।

The post ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ବିଜେଡି କାଉନସିଲର । ନିଜ ଦଳର ଅନ୍ୟ କାଉନସିଲରଙ୍କ ନାଁରେ ଅଭିଯୋଗ ଆଣି କଲେ ନ୍ୟାୟ ଦାବି । first appeared on Kanak News.

from Kanak News
via <a href="https://ifttt.com/?

କ୍ୟାମ୍ପସ ହେବ ସଂପୂର୍ଣ୍ଣ ନିଶା ମୁକ୍ତ । ଏଣିକି ଅଧ୍ୟାପକ ବି ଦାଖଲ କରିବେ ନିଶା ଗ୍ରହଣ କରୁନଥିବା ଅଣ୍ଡରଟେକିଂ ।

କନକ ବ୍ୟୁରୋ: କ୍ୟାମ୍ପସ ହେବ ସଂପୂର୍ଣ୍ଣ ନିଶା ମୁକ୍ତ । ଏଣିକି ଅଧ୍ୟାପକ ବି ଦାଖଲ କରିବେ ନିଶା ଗ୍ରହଣ କରୁନଥିବା ଅଣ୍ଡରଟେକିଂ । ବିଧାନସଭା ଷ୍ଟାଣ୍ଡିଂ କମିଟି ଏନେଇ ସୁପାରିଶ କରିଛି । ଆଜି ବିଧାନସଭାରେ ବସିଥିବା ଷ୍ଟାଣ୍ଡିଂ କମିଟି ବୈଠକରେ ସୁପାରିଶ କରାଯାଇଥିବା କମିଟି ଅଧ୍ୟକ୍ଷ ଭୂପିନ୍ଦର ସିଂହ ସୂଚନା ଦେଇଛନ୍ତି । ଆଗରୁ ଛାତ୍ରଛାତ୍ରୀ ନିଶା ଗ୍ରହଣ କରୁନଥିବା ଅଣ୍ଡରଟେକିଂ ଦାଖଲ କରୁଥିଲେ । ଏବେ କିନ୍ତୁ ଅଧ୍ୟାପକଙ୍କୁ ବି ଦାଖଲ କରିବାକୁ ପଡ଼ିବ । ରାଜ୍ୟର ସବୁ ଯୁକ୍ତ ଦୁଇ, ଯୁକ୍ତ ତିନି ଓ ବିଶ୍ୱବିଦ୍ୟାଳୟର ଅଧ୍ୟାପକଙ୍କ ପାଇଁ ସୁପାରିଶ କରାଯାଇଥିବା କମିଟି ଅଧ୍ୟକ୍ଷ ଭୂପିନ୍ଦର ସିଂହ ସୂଚନା ଦେଇଛନ୍ତି ।

 

The post କ୍ୟାମ୍ପସ ହେବ ସଂପୂର୍ଣ୍ଣ ନିଶା ମୁକ୍ତ । ଏଣିକି ଅଧ୍ୟାପକ ବି ଦାଖଲ କରିବେ ନିଶା ଗ୍ରହଣ କରୁନଥିବା ଅଣ୍ଡରଟେକିଂ । first appeared on Kanak News.

from Kanak News
via <a href="https://ifttt.com/?

ତିନୋଟି ଦେଶ ଏମିତି କଣ ମିଳିତ ବିବୃତ୍ତି ଦେଲେ ଯେ ଯାହା ଚୀନ୍‌କୁ ବିବ୍ରତ କରିଦେଇଛି ?

ଆମେରିକା, ଜାପାନ ଏବଂ ରିପବ୍ଲିକ୍ ଅଫ୍ କୋରିଆ (ROK) ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା ହେତୁ ଚୀନ୍ ଟେନସନରେ ପଡ଼ିଯାଇଛି ।  ଚୀନ୍ କହିଛି ଯେ ଏହାର ଆଭ୍ୟନ୍ତରୀଣ କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା, ଚୀନ୍‌କୁ ବଦନାମ କରୁଥିବା ତଥା ଶତ୍ରୁତା ସୃଷ୍ଟି କରୁଥିବା ଦେଶକୁ ସିଏ ବିରୋଧ କରୁଛି ।

ଦକ୍ଷିଣ ଚୀନ୍ ସାଗରରେ ଅଧିକାରକୁ ନେଇ ଆମେରିକା ସମେତ ଅନେକ ଦେଶ ସହିତ  ଚୀନର ବିବାଦ ରହିଛି ଏବଂ ଏହା ସମୟ ସମୟରେ ଏହ ଉଗ୍ରରୂପ ଧାରଣ କରୁଛି ।

ଦକ୍ଷିଣ ଚୀନ୍ ସାଗରରେ ଚୀନ୍‌ର ଏକଚ୍ଛତ୍ରବାଦ  କାର୍ଯ୍ୟକଳାପ ଏବଂ ତାଇୱାନ ସହ ବିବାଦକୁ ନେଇ ଆମେରିକା, ଜାପାନ ଏବଂ ରିପବ୍ଲିକ୍ ଅଫ୍ କୋରିଆ (ROK) ଚିନ୍ତା ପ୍ରକଟ କରିଛନ୍ତି । ଏହି ତ୍ରିପାକ୍ଷିକ ଇଣ୍ଡୋ-ପାସିଫିକ୍ ସଂଳାପ କୁ ନେଇ ତିନି ଦେଶ ଖୁବ ଆଶାବାଦୀ ଅଛନ୍ତି । ସେମାନକ କହିବା କଥା ଆମ ଦେଶ ମଧ୍ୟରେ ଭାଗିଦାରୀରେ ଏକ ନୂତନ ଅଧ୍ୟାୟ । ଏହା ବିଶ୍ବ ସ୍ତରରେ ଆମର ନୀତିକୁ ସୁଦୃଢ କରିବ ଏବଂ ଆମର ସମ୍ପର୍କକୁ ଆହୁରି ଗଭୀର କରିବ ବୋଲି  ।

ଆମେରିକା, ଜାପାନ ଏବଂ କୋରିଆର ପ୍ରତିନିଧୀମାନେ ଦକ୍ଷିଣ ପୂର୍ବ ଏସୀୟ ଏବଂ ପ୍ରଶାନ୍ତ ମହାସାଗରୀୟ ଦେଶ ସହ ସହଭାଗିତା ବିସ୍ତାର କରିବାକୁ ଗୁରୁତ୍ୱାରୋପ କରିଥିଲେ । ଏହି ତିନି ଦେଶର ପ୍ରତିନିଧୀମାନେ ଭାରତ-ପ୍ରଶାନ୍ତ ମହାସାଗରୀୟ ଗଠନ ଉପରେ ସେମାନଙ୍କର ଆକଳନ ସେୟାର କରିଥିଲେ ଏବଂ ତ୍ରିପାକ୍ଷିକ ସହଯୋଗ ବୃଦ୍ଧି ଉପରେ ଆଲୋଚନା କରିଥିଲେ। ଏହା ସହିତ ତାଇୱାନରେ ଶାନ୍ତି ଏବଂ ସ୍ଥିରତା ସମ୍ପର୍କରେ ତିନି ଦେଶର ନେତାଙ୍କ ମଧ୍ୟରେ ଆଲୋଚନା ମଧ୍ୟ ହୋଇଥିଲା ।

ଏହି ତିନି ଦେଶର ମିଳିତ ବିବୃତ୍ତିରେ ଚୀନ୍ ଅସନ୍ତୋଷ ପ୍ରକାଶ କରିଛି ।

ଏହା ବ୍ୟତୀତ ତିନି ଦେଶ ମଧ୍ୟରେ ଆଲୋଚନା ହୋଇଥିବା ପ୍ରସଙ୍ଗଗୁଡ଼ିକରେ ଆଞ୍ଚଳିକ ଅର୍ଥନୈତିକ ସୁରକ୍ଷା, ସାମୁଦ୍ରିକ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ, ସୂଚନା ପ୍ରଯୁକ୍ତିବିଦ୍ୟା, ସାଇବର ସୁରକ୍ଷା ଅନ୍ତର୍ଭୁକ୍ତ । ଆମେରିକା, ଜାପାନ ଏବଂ ରିପବ୍ଲିକ୍ ଅଫ୍ କୋରିଆ ଏହି ସବୁ ପ୍ରସଙ୍ଗରେ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ତିନି ଦେଶ ମଧ୍ୟରେ ହୋଇଥିବା ଏହି ତ୍ରିପାକ୍ଷିକ ଆଲୋଚନା ଯୋଗୁଁ ଚୀନ୍ ଅସନ୍ତୋଷ ପ୍ରକାଶ କରିଛି।  ଚୀନ୍ କହିଛି ଯେ ଦକ୍ଷିଣ ଚୀନ୍ ସାଗରରେ ସ୍ଥିତି ସ୍ଥିର ରହିଛି ।

ଆମର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରିବା ଦରକାର ନାହିଁ । 

ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ କହିଛନ୍ତି ଯେ ଆମେ ସର୍ବଦା ଆମର ଆଞ୍ଚଳିକ ସାର୍ବଭୌମତ୍ୱ ତଥା ସାମୁଦ୍ରିକ ଅଧିକାର ଏବଂ ସ୍ୱାର୍ଥ ରକ୍ଷା କରି ଆସୁଛୁ । ଆମେ ଅପୋଷ ଆଲୋଚନା ଏବଂ କଥାବାର୍ତ୍ତା ମାଧ୍ୟମରେ ସଂପୃକ୍ତ ଦେଶମାନଙ୍କ ସହିତ ମତଭେଦ ସମାଧାନ କରିବାକୁ ଚାହୁଁ ଏବଂ ଆମେ ଏଥିପାଇଁ ପ୍ରତିବଦ୍ଧ ଅଟୁ ।ଚୀନ୍ ମୁଖପାତ୍ର କହିଛନ୍ତି ଯେ ଅନେକ ଦେଶ ଦକ୍ଷିଣ ଚୀନ୍ ସାଗରରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ଏବଂ ବିବାଦ ସୃଷ୍ଟି କରିଛନ୍ତି, ଯାହା ଏହି ଅଞ୍ଚଳର ଶାନ୍ତି ଏବଂ ସ୍ଥିରତା ପାଇଁ ଭଲ ନୁହେଁ । ମାଓ କହିଛନ୍ତି ଯେ ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରୁଥିବା, ଚୀନ୍‌କୁ ବଦନାମ କରୁଥିବା ଏବଂ ଶତ୍ରୁତା ସୃଷ୍ଟି କରୁଥିବା ଏହି ଦେଶଗୁଡ଼ିକୁ ଚୀନ୍‌ ବିରୋଧ କରୁଛି ।

ତାଇୱାନ ଚୀନ୍‌ର ଏକ ଅବିଚ୍ଛେଦ୍ୟ ଅଙ୍ଗ । 

ଏଥି ସହିତ ତାଇୱାନ ପ୍ରସଙ୍ଗରେ ଚୀନ୍ ମୁଖପାତ୍ର ମାଓ କହିଛନ୍ତି ଯେ ତାଇୱାନ ହେଉଛି ଚୀନ୍‌ର ଏକ ଅବିଚ୍ଛେଦ୍ୟ ଅଙ୍ଗ। ତାଇୱାନ ଉପରେ ପ୍ରଶ୍ନର ଉତ୍ତର ଦେବା ଚୀନର ଏକ ଆଭ୍ୟନ୍ତରୀଣ ବିଷୟ । ଏହି ପ୍ରସଙ୍ଗରେ ଚୀନ୍ କୌଣସି ବାହ୍ୟ ଶକ୍ତିର ହସ୍ତକ୍ଷେପକୁ ବରଦାସ୍ତ କରିବ ନାହିଁ । ଦକ୍ଷିଣ ଚୀନ୍ ସାଗରରେ ଆମେରିକା ଏବଂ ଚୀନ୍ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି । ନିକଟରେ ଆମେରିକା ଚୀନ୍‌କୁ ଦକ୍ଷିଣ ଚୀନ୍‌ ସାଗରରେ କୌଣସି ଉତ୍ତେଜନାମୂଳକ ପଦକ୍ଷେପ ନ ନେବାକୁ ଚେତାବନୀ ଦେଇଛି, ନଚେତ୍ ପରିସ୍ଥିତି ଆହୁରି ଖରାପ ହୋଇପାରେ ।

ଦକ୍ଷିଣ ଚୀନ୍ ସାଗରରେ ଚୀନ୍ ଏବଂ ଆମେରିକା ମଧ୍ୟରେ ବିବାଦ ତୀବ୍ର ହେବାରେ ଲାଗିଛି

ଦକ୍ଷିଣ ଚୀନ୍ ସାଗରରେ ଚୀନ୍ ଏବଂ ଆମେରିକା ମଧ୍ୟରେ ବିବାଦ ତୀବ୍ର ହୋଇଛି। କୁହାଯାଉଛି ଯେ ଦୁଇ ଦେଶ ମଧ୍ୟରେ ଯେ କୌଣସି ମୁହୂର୍ତ୍ତରେ ଯୁଦ୍ଧ ଆରମ୍ଭ ହୋଇଯାଇପାରେ । ଏହା ପରେ ସମଗ୍ର ବିଶ୍ୱରେ ଟେନସନ ବଢିଯିବ । ଚୀନ୍ ସେନା ଦକ୍ଷିଣ ଚୀନ୍ ସାଗରରେ ମଧ୍ୟ ଅଭ୍ୟାସ ଆରମ୍ଭ କରିଛି ଯେଉଁଠାରେ ଆମେରିକୀୟ ଏବଂ ଫିଲିପାଇନ୍ସ ସୈନିକମାନେ ଅଭ୍ୟାସ କରୁଥିଲେ । ଦକ୍ଷିଣ ଚୀନ୍ ସାଗରରେ ଆମେରିକାର ଯୁଦ୍ଧ ଜାହାଜକୁ ଧମକ ଦେବା ପାଇଁ ଚୀନ୍ ନିଜ ନୌସେନାର ଫ୍ରିଗେଟ୍ ନିୟୋଜିତ କରିଛି ।

ଦକ୍ଷିଣ ଚୀନ୍ ସାଗରକୁ ନେଇ ବିବାଦ କାହିଁକି ?

ଦକ୍ଷିଣ ଚୀନ୍ ସାଗରର ପ୍ରାୟ ୯୦ ପ୍ରତିଶତରୁ ଅଧିକ ଅଞ୍ଚଳକୁ ନିଜର ବୋଲି ଚୀନ୍ ଦାବି କରିଛି । ଚୀନ୍‌ର ଏହି ପଦକ୍ଷେପକୁ ଆମେରିକା ପସନ୍ଦ କରୁନାହିଁ । ଏହି କାରଣରୁ ଅନେକ ଦେଶ ଏହି ପ୍ରସଙ୍ଗରେ ଚୀନ୍ ସହିତ ବିବାଦ ଜାରି ରଖିଛନ୍ତି ।

The post ତିନୋଟି ଦେଶ ଏମିତି କଣ ମିଳିତ ବିବୃତ୍ତି ଦେଲେ ଯେ ଯାହା ଚୀନ୍‌କୁ ବିବ୍ରତ କରିଦେଇଛି ? first appeared on Kanak News.

from Kanak News
via <a href="https://ifttt.com/?

ସ୍ୱାମୀଙ୍କ ସହ ଛାଡପତ୍ର, ୪ ବର୍ଷର ପୁଅକୁ ହତ୍ୟା । କୁନି ପୁଅର ହତ୍ୟାକାରୀ ସାଜିଲା ନିଜ ମାଆ । କାରଣ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ…

କନକ ବ୍ୟୁରୋ: ସ୍ୱାମୀ ପାଇଁ ୪ ବର୍ଷର ପୁଅକୁ ହତ୍ୟା । ନିଜ ଜନ୍ମକଲା ପୁଅକୁ ହତ୍ୟା କରିଛି ଜଣେ ନୃଶଂସ ମାଆ । ଗୋଆରେ ଘଟିଥିବା ଏହି ହତ୍ୟାକାଣ୍ଡ ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାର କାରଣ ପାଲଟିଛି । କାହିଁକି ନା, ସ୍ୱାମୀଙ୍କ ସହ ସମ୍ପର୍କରେ ତିକ୍ତତା କାରଣରୁ ଜଣେ ସ୍ତ୍ରୀ ନିଜ ଜନ୍ମକଲା ପୁଅକୁ ହତ୍ୟା କରିଛି ।

ସୂଚନା ସେଠ ନାମକ ଏହି ମହିଳା ଜଣକ ହେଉଛନ୍ତି ଜଣେ ସଫଳ ଉଦ୍ୟୋଗୀ । ସେ ଏକ କମ୍ପାନୀର ସିଇଓ ମଧ୍ୟ ଅଛନ୍ତି । ହେଲେ ନିଜ ପୁଅକୁ ହତ୍ୟା କରିବା ଅଭିଯୋଗରେ ପୋଲିସ୍ ଏବେ ତାଙ୍କୁ ଗିରଫ କରି ଜେଲରେ ରଖିଛିା ତେବେ ମିଳିଥିବା ସୂଚନା ମୁତାବକ, ଘଟଣା ଥିଲା କିଛି ଏହିପରି…

୨୦୧୦ ମସିହାରେ ସୂଚନା ସେଠଙ୍କର ବିବାହ ହେଇଥିଲା । ଏହାପରେ ୨୦୧୯ ମସିହାରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ହେଲେ ଏହାର ଠିକ୍ ବର୍ଷେ ପରେ ସମ୍ପର୍କରେ ତିକ୍ତତା ଆସିବା କାରଣରୁ କୋର୍ଟରେ ସ୍ୱାମୀ-ସ୍ତ୍ରୀ ବିବାହ ବିଚ୍ଛେଦ କରିବାକୁ ଆବେଦନ କରିଥିଲେ । ତେବେ ଏକ ବର୍ଷର ପୁଅ ଥିବା କାରଣରୁ କୋର୍ଟ ବିବାହ ବିଚ୍ଛେଦକୁ ଅନୁମତି ଦେଇଥିଲେ ବି, ଏକ ସର୍ତ୍ତ ରଖିଥିଲେ । ବାପା ଜଣକ ନିଜ ପୁଅକୁ ପ୍ରତି ରବିବାର ଦେଖା କରିପାରିବେ ।

କୋର୍ଟଙ୍କ ଏହି ନିର୍ଦ୍ଦେଶ କିନ୍ତୁ ସୂଚନାଙ୍କୁ ଭଲ ଲାଗିନଥିଲା । ବାପା-ପୁଅଙ୍କୁ ଅଲଗା କରିବାକୁ ସେ ରଚିଥିଲେ ଏକ ଭୟାନକ ଷଡଯନ୍ତ୍ର । ପୁଅକୁ ଗୋଆ ବୁଲେଇନେବା କହି ସୂଚନା ଏକ ହୋଟେଲ ବୁକ୍ କରିଥିଲେ । ଆଉ ସେହି ହୋଟେଲ ଭିତରେ ପୁଅକୁ ହତ୍ୟା କରି ଗୋଟିଏ ବ୍ୟାଗରେ ଭର୍ତ୍ତି କରିଥିଲେ । ହେଲେ ହୋଟେଲ କର୍ମଚାରୀଙ୍କର ସନ୍ଦେହ ହେବାରୁ ଏନେଇ ପୋଲିସ ପାଖରେ ପହଞ୍ଚିଥିଲା ଖବର ।

ସୂଚନା ମିଳିବା ପରେ ଗୋଆ ପୋଲିସ ସୂଚନାଙ୍କୁ ଖୋଜିବା ଆରମ୍ଭ କରିଥିଲା । ଆଉ ଟ୍ୟାକ୍ସି ଡ୍ରାଇଭର ସାହାଯ୍ୟରେ ସୂଚନାଙ୍କୁ ଗିରଫ କରିଥିଲା । ତେବେ ସୂଚନା ଗିରଫ ହେବା ପରେ ସବୁ ସତ କଥା ମାନିଯାଇଥିଲେ । ସ୍ୱାମୀଙ୍କଠୁ ପୁଅକୁ ଦୂରେଇବା ପାଇଁ ସେ ଏପରି କରିଥିବା ପୋଲିସ ପାଖରେ ସ୍ୱୀକାର କରିଥିଲେ ।

The post ସ୍ୱାମୀଙ୍କ ସହ ଛାଡପତ୍ର, ୪ ବର୍ଷର ପୁଅକୁ ହତ୍ୟା । କୁନି ପୁଅର ହତ୍ୟାକାରୀ ସାଜିଲା ନିଜ ମାଆ । କାରଣ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ… first appeared on Kanak News.

from Kanak News
via <a href="https://ifttt.com/?

ବିଜେପି ଆଡ଼କୁ ଢ଼ଳୁଛନ୍ତି କି ଭର୍ତ୍ତୃହରି? କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପରେ ବଢ଼ିଲା ଚର୍ଚ୍ଚା । କଟକରୁ କାହାକୁ ସାଂସଦ ପ୍ରାର୍ଥୀ କରିବ ବିଜେପି?

କନକ ବ୍ୟୁରୋ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି କଟକ ସାଂସଦ ଭର୍ତୃହରି ମହତାବ । ନୂଆଦିଲ୍ଲୀ ସ୍ଥିତ ଶାହଙ୍କ ବାସଭବନରେ ସାକ୍ଷାତ କରିଛନ୍ତି । ଉଭୟ କେନ୍ଦ୍ର ସରକାରଙ୍କ ରାଜଭାଷା ନୀତି ସମ୍ପର୍କରେ ଆଲୋଚନା କରିଥିବା ଜଣାପଡ଼ିଛି ।

ଗୃହମନ୍ତ୍ରୀ ଅମିତ ଶାହ ସଂସଦୀୟ ରାଜଭାଷା ସମିତିର ଅଧ୍ୟକ୍ଷ ଥିବା ବେଳେ ଭର୍ତ୍ତୃହରି ମହତାବ ରାଜଭାଷା ସମିତିର ଉପାଧ୍ୟକ୍ଷ ଅଛନ୍ତି । ଏବେ ଦୁଇ ଜଣଙ୍କ ସାକ୍ଷାତକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । କାରଣ ଅନେକ ସମୟରେ ବିଜେପି ନେତାଙ୍କ ସହ ଭର୍ତୃହରିଙ୍କୁ ଦେଖିବାକୁ ମିଳୁଛି । କିଛି ଦିନ ତଳେ ପ୍ରଜାତନ୍ତ୍ରର ବାର୍ଷିକ ଉତ୍ସବରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଯୋଗଦେଇଥିଲେ । ଚର୍ଚ୍ଚା ହେଉଛି ସାଂସଦ ଭର୍ତୃହରି ମହତାବ ବିଜେପି ଆଡକୁ ଢଳି ପାରନ୍ତି । ଏହା ହେଲେ କଟକରୁ ବିଜେପି କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେବ ।କାରଣ କଟକ ଆସନ ପାଇଁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଛି ।

ଦୁଇ ଦିନ ତଳେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଟକ ଲୋକସଭା ନିର୍ବାଚନମଣ୍ଡଳୀରେ ମାରାଥନ ଗସ୍ତ କରିଥିଲେ । କେନ୍ଦ୍ର ରେଳମନ୍ତ୍ରୀ ଆଠଗଡରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବା ସହ ଆଠଗଡ, ତିଗିରିଆ ଓ ବଡମ୍ବାକୁ ମାରାଥନ ଗସ୍ତ କରିଥିଲେ । ସଙ୍ଗଠନ ସମ୍ପର୍କରେ ନେତାଙ୍କ ସହ ଆଲୋଚନା କରି ଲୋକଙ୍କୁ ପୁଳାପୁଳା ପ୍ରତିଶ୍ରୁତି ବି ଦେଇଥିଲେ । କେବଳ ଅଶ୍ୱିନୀ ବୈଷ୍ଣବ ନୁହନ୍ତି, ଡାକ୍ତର ପୂର୍ଣ୍ଣ ମହାପାତ୍ରଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଛି । ପୂର୍ଣ୍ଣ ମହାପାତ୍ର ବିଜେପିର ଉପସଭାପତି ଅଛନ୍ତି । ସେ ବିଜେପିରେ ସାମିଲ ହେବା ପରେ କଟକରୁ ସାଂସଦ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି । ଆଉ ଏବେ ଭର୍ତୃହରି ଅମିତ ଶାହଙ୍କୁ ଭେଟିବା ପରେ କଟକ ପରି ହାଇଭୋଲଟେଜ୍ ଆସନରୁ କିଏ ପ୍ରାର୍ଥୀ ହେବ ତାହା ଚର୍ଚ୍ଚାର ବିଷୟ ହୋଇଛି । କାରଣ ୨୦୧୯ରେ କଟକରେ ବିଜେଡି ସାଂସଦ ଭର୍ତୃହରି ମହାତାବଙ୍କ ବିରୋଧରେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ ପ୍ରକାଶ ମିଶ୍ର । ବିଜେପିର ପରାଜୟର ବ୍ୟବଧାନ ଲକ୍ଷେ ୨୧ ହଜାରରୁ ଅଧିକ ଥିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଜେପିର ଭୋଟ ୨୩ ପ୍ରତିଶତ ବଢିଥିଲା ।

The post ବିଜେପି ଆଡ଼କୁ ଢ଼ଳୁଛନ୍ତି କି ଭର୍ତ୍ତୃହରି? କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପରେ ବଢ଼ିଲା ଚର୍ଚ୍ଚା । କଟକରୁ କାହାକୁ ସାଂସଦ ପ୍ରାର୍ଥୀ କରିବ ବିଜେପି? first appeared on Kanak News.

from Kanak News
via <a href="https://ifttt.com/?

ଶ୍ରୀମନ୍ଦିର ପରିକ୍ରମା ପାଇଁ ରାଜ୍ୟରେ ବୁଲୁଛି ଅର୍ପଣ ରଥ । ପରିକ୍ରମାରେ ମହାନଗର ନିଗମର ୱାର୍ଡ ପିଛା ଖର୍ଚ୍ଚ ହେଉଛି ୫ ଲକ୍ଷ ଟଙ୍କା ।

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ସାରା ରାଜ୍ୟରେ ବୁଲୁଛି ଅର୍ପଣ ରଥ । ସାରା ରାଜ୍ୟରୁ ଶ୍ରଦ୍ଧାଳୁଙ୍କ ଠାରୁ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ଗୁଆ ଚାଉଳ ସଂଗ୍ରହ କରାଯାଉଛି । ଏହାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିବା ବେଳେ ଅର୍ପଣ ରଥ ବୁଲିବା ଖର୍ଚ୍ଚ କେତେ, ତାହା ଗୃହ ଓ ନଗର ଉନ୍ନୟନ ବିଭାଗର ଚିଠିରୁ ସ୍ପଷ୍ଟ ହୋଇଛି । ଅର୍ପଣ ରଥ ବୁଲିବା ପାଇଁ ୱାର୍ଡ ପିଛା ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି ।

ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ମୁନସିପାଲଟି କମିସନର, ମୁନସିପାଲଟି ଓ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦେଇଥିବା ଚିଠିରେ ଖର୍ଚ୍ଚ ବାବଦରେ ଉଲ୍ଲେଖ ରହିଛି । ଚିଠିରେ ଆମ ଓଡିଶା ନବୀନ ଓଡିଶାର ସହରୀ ଯୋଜନାରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଉନ୍ନତି ଯୋଜନା ଅଧିନରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ବୁଲୁଥିବା ଅର୍ପଣ ରଥ ପାଇଁ କଣ କରିବେ ଓ କେତେ ଖର୍ଚ୍ଚ ହେବ ଉଲ୍ଲେଖ ରହିଛି । ଏନଏସିର ପ୍ରତ୍ୟେକ ୱାର୍ଡ ପାଇଁ ଏକ ଲକ୍ଷ ଟଙ୍କା, ପୌରପାଳିକାରେ ୱାର୍ଡ ପିଛା ୨ଲକ୍ଷ ଟଙ୍କା ଓ ମହାନଗର ନିଗମରେ ୱାର୍ଡ ପିଛା ୫ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି । ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ମୁନସିପାଲଟି, ଏନଏସି ଓ ମୁନସିପାଲ କର୍ପୋରେସନକୁ ମୋଟ ୪୦ କୋଟି ୧୮ ଲକ୍ଷ ଟଙ୍କାର ପାଣ୍ଠି ଯୋଗାଇ ଦେଇଛି ଗୃହ ଓ ନଗର ଉନ୍ନୟନ ବିଭାଗ ।

ଅନ୍ୟପଟେ ବିରୋଧୀ ଦଳ ନେତା ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି, କହିଛନ୍ତି ରାଜ୍ୟ ସରକାର ସରକାରୀ ପଇସାରେ ନିଜର ପ୍ରଚାର କରୁଛନ୍ତି । ଏବଂ ଧର୍ମକୁ ନେଇ ରାଜନୀତି କରୁଛନ୍ତି । ଏହାର ଜବାବ ଦେଇ ବିଜେଡି ବିଧାୟକ କହିଛନ୍ତି, ଲୋକେ ସ୍ୱତଃଫୁର୍ତ ଭାବେ ଅର୍ପଣ ରଥ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି । ବିରୋଧୀଙ୍କ ଅଭିଯୋଗ ଭିତ୍ତିହୀନ ।

The post ଶ୍ରୀମନ୍ଦିର ପରିକ୍ରମା ପାଇଁ ରାଜ୍ୟରେ ବୁଲୁଛି ଅର୍ପଣ ରଥ । ପରିକ୍ରମାରେ ମହାନଗର ନିଗମର ୱାର୍ଡ ପିଛା ଖର୍ଚ୍ଚ ହେଉଛି ୫ ଲକ୍ଷ ଟଙ୍କା । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started