ରାଜ୍ୟପାଳ ରଘୁବର ଦାସଙ୍କ ଅନୁରୋଧ । ଘରେ ନୁହେଁ ଅଙ୍ଗନୱାଡି କେନ୍ଦ୍ରରେ ପିଲାଙ୍କ ଜନ୍ମଦିନ ପାଳନ କର ।

କନକ ବ୍ୟୁରୋ : ଅଙ୍ଗନୱାଡି କେନ୍ଦ୍ରରେ ପିଲାଙ୍କ ଜନ୍ମଦିନ ପାଳନ କର । ନୟାଗଡ ଗସ୍ତ ଅବସରରେ ଲେଙ୍କୁଡିପଡା ଗାଁର ମହିଳାମାନଙ୍କୁ ଏଭଳି ଅନୁରୋଧ କରିିଛନ୍ତି ରାଜ୍ୟପାଳ ରଘୁବର ଦାସ ।

ଲେଙ୍କୁଡିପଡା ଗାଁର ଅଙ୍ଗନୱାଡି କେନ୍ଦ୍ର ବୁଲି ଦେଖିବା ସହ ଗାଁର ମହିଳାଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ରାଜ୍ୟପାଳ ଛୋଟ ପିଲାଙ୍କ ଜନ୍ମଦିନ ଅଙ୍ଗନୱାଡି କେନ୍ଦ୍ରରେ ପାଳନ କରିବାକୁ ମହିଳାମାନଙ୍କୁ ଅନୁରୋଧ କରିଥିଲେ । ଘରେ ଜନ୍ମଦିନରେ କରୁଥିବା ଖର୍ଚ୍ଚ ଅଙ୍ଗନୱାଡିରେ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହାଦ୍ୱାରା ପିଲାଙ୍କ ମଧ୍ୟରେ ବନ୍ଧୁତା ବଢିବ ଓ ଗାଁ ପିଲାଙ୍କ ବିକାଶ ହେବ ବୋଲି ରାଜ୍ୟପାଳ କହିଛନ୍ତି ।

ଲେଙ୍କୁଡିପଡା ପରେ ମାଛିପଡା ସ୍କୁଲ ପରିଦର୍ଶନ କରି ଛାତ୍ର ଓ ଶିକ୍ଷକଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟପାଳ । ଓଡିଶାରେ ପ୍ରାୟ ୪୯ ପ୍ରତିଶତ ପିଲା ଅଧାରୁ ପାଠ ଛାଡୁଥିବା କହି ଏଥିପାଇଁ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଏହାପରେ ଲାଇବ୍ରେରୀ ବୁଲି ଦେଖିଥିଲେ । ସ୍କୁଲରେ ଦ୍ୱିତୀୟ ଶ୍ରେଣୀର କିଛି ପିଲାଙ୍କୁ ତଳେ ବସାଇ ପାଠ ପଢାଉଥିବା ଜଣେ ଶିକ୍ଷୟିତ୍ରୀଙ୍କୁ ପିଲାଙ୍କୁ ବେଞ୍ଚରେ ବସାଇ ପଢାଇବାକୁ ପରାମର୍ଶ ଦେଇଥିଲେ । ଏହାପରେ ନୋତର ପଂଚାୟତର ଜଣେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କ ସହ କଥା ହୋଇଥିଲେ । ସେଠାରୁ ଦର୍ପନାରାୟଣପୁର ପହଞ୍ଚି ମେଡିକାଲର ଡାକ୍ତର ଓ ଷ୍ଟାଫଙ୍କ ସହ କଥା ହୋଇ ସମସ୍ୟା ବୁଝଛନ୍ତି । ଅପରାହ୍ନରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀର ମହିଳାଙ୍କ ସହ ବୈଠକ କରିଥିଲେ ରାଜ୍ୟପାଳ ।

The post ରାଜ୍ୟପାଳ ରଘୁବର ଦାସଙ୍କ ଅନୁରୋଧ । ଘରେ ନୁହେଁ ଅଙ୍ଗନୱାଡି କେନ୍ଦ୍ରରେ ପିଲାଙ୍କ ଜନ୍ମଦିନ ପାଳନ କର । first appeared on Kanak News.

from Kanak News
via <a href="https://ifttt.com/?

ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀଙ୍କୁ ଦିଲ୍ଲୀରୁ ଡାକରା । ସାଧାରଣତନ୍ତ୍ର ଦିବସରେ ସ୍ୱତନ୍ତ୍ର ଅତିଥି ଭାବେ ହେବେ ସାମିଲ ।

କନକ ବ୍ୟୁରୋ : ସାଧାରଣତନ୍ତ୍ର ଦିବସରେ ସ୍ୱତନ୍ତ୍ର ଅତିଥି ହେବେ ପିଏମ ଆବାସ ହିତାଧିକାରୀ । ଏଥିପାଇଁ ଦିଲ୍ଲୀରୁ ଡାକରା ଆସିଛି । ସାଧାରଣତନ୍ତ୍ର ଦିବସ ଅବସରରେ ସ୍ୱତନ୍ତ୍ର ଅତଥି ଭାବେ କର୍ତବ୍ୟ ପଥରେ ସାମିଲ ହେବେ । ଏନେଇ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର ।

ଆସନ୍ତା ୨୫ ତାରିଖ ସକାଳ ସୁ୍ଦ୍ଧା ପିଏମ ଆବାସ ହିତାଧିକାରୀଙ୍କୁ ନେଇ ନୋଡାଲ ଅଫିସର ଦିଲ୍ଲୀ ପହଞ୍ଚିବାକୁ ଚିଠିରେ କୁହାଯାଇଛି । ୨୫ ତାରିଖରେ ଦିଲ୍ଲୀରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ସହ ରାତ୍ରିଭୋଜନରେ ସାମିଲ ହେବେ ଆବାସ ହିତାଧିକାରୀ । ଏହାପରେ ୨୬ ତାରିଖରେ କର୍ତ୍ତବ୍ୟ ପଥରେ ହେବାକୁ ଥିବା ପରେଡ ଦେଖିବେ ପିଏମ ଆବାସ ହିତାଧିକାରୀ । କେନ୍ଦ୍ର ସରକାର ମୁଖ୍ୟ ଶାସନ ସଚିବଙ୍କ ପାଖକୁ ପଠାଇଥିବା ଚିଠିରେ କେତେ ହିତାଧିକାରୀ ଓ କେଉଁ ହିତାଧିକାରୀ ସ୍ୱତନ୍ତ୍ର ଅତିଥି ହେବେ ତାହା ଉଲ୍ଲେଖ କରାଯାଇ ନାହିଁ ।

The post ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀଙ୍କୁ ଦିଲ୍ଲୀରୁ ଡାକରା । ସାଧାରଣତନ୍ତ୍ର ଦିବସରେ ସ୍ୱତନ୍ତ୍ର ଅତିଥି ଭାବେ ହେବେ ସାମିଲ । first appeared on Kanak News.

from Kanak News
via <a href="https://ifttt.com/?

ଜୟପୁରରେ ଭାଲୁ ଆତଙ୍କ । ଗାଁ ଗାଁ ବୁଲି ସଚେତନ କଲା ବନବିଭାଗ, ରାତିରେ ଏକାକୀ ଘରୁ ନ ବାହାରିବାକୁ ପରାମର୍ଶ ।

କନକ ବ୍ୟୁରୋ : ଖବର ବାଜିଲା ବନବିଭାଗ ଚେତିଲା । ଆତଙ୍କ ଖେଳାଉଥିବା ଗାଁ ଗୁଡ଼ିକରେ ମାଇକ ଯୋଗେ ରାତି ଅଧିଆ ସଚେତନ କରାଇଲେ ବନବିଭାଗ । ଭାଲୁ ଚଳାଚଳ କରୁଥିବା ରାସ୍ତା ଓ ଜଙ୍ଗଲ ସମ୍ମୁଖକୁ ଯାଇ ଭାଲୁକୁ ଠାବ କରିବା ପାଇଁ ଚେଷ୍ଟା କରୁଛି ବନବିଭାଗ । ବନବିଭାଗର ଏକ ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସରଞ୍ଜାମ ନେଇ କାଲି ରାତିରେ ଜୟପୁରର ହାଡ଼ିଆ, ସିନ୍ଧି ଗାଁରେ ପଇଁତରା ମାରୁଛନ୍ତି ।

ଭାଲୁର ଗତିବିଧିକୁ ଠାବ କରିବା ପାଇଁ ବନ କର୍ମଚାରୀଙ୍କୁ ନିୟୋଜିତ କରିବା ସହ ଗାଁର ସରପଞ୍ଚ ଓ ଖବର ଦାତାଙ୍କୁ ଭାଲୁ ବୁଲୁଥିଲେ ଜଣାଇବାକୁ କହିଛନ୍ତି ବନବିଭାଗ । ଗତ କିଛି ଦିନ ହେବ ଭାଲୁ ପାଇଁ ଆତଙ୍କିତ ଅବସ୍ଥାରେ ଅଛନ୍ତି ଗାଁ ଲୋକେ । ସନ୍ଧ୍ୟା ହେଲେ ଘରୁ ବାହାରିବାକୁ ଭୟ କରୁଛନ୍ତି ଲୋକେ ।

The post ଜୟପୁରରେ ଭାଲୁ ଆତଙ୍କ । ଗାଁ ଗାଁ ବୁଲି ସଚେତନ କଲା ବନବିଭାଗ, ରାତିରେ ଏକାକୀ ଘରୁ ନ ବାହାରିବାକୁ ପରାମର୍ଶ । first appeared on Kanak News.

from Kanak News
via <a href="https://ifttt.com/?

କୋରାପୁଟ ଜିଲ୍ଲାପାଳଙ୍କ ଜଣଶୁଣାଣିରେ ଉତ୍ତେଜନା । ରାସ୍ତା କାମକୁ ନେଇ ପାଟିତୁଣ୍ଡରେ ସମିତି ସଭ୍ୟଙ୍କୁ ସଭାରୁ ଧକ୍କା ଦେଇ ବାହାର କରିଦେଲେ ପିଏସଓ ।

କନକ ବ୍ୟୁରୋ: ଜନଶୁଣାଣିରେ କଥା କଟାକଟି ପରେ ସମିତି ସଭ୍ୟଙ୍କୁ ପିଏସଓ ଲଗାଇ ସଭାରୁ ବାହାର କରିଦେଲେ ଜିଲ୍ଲାପାଳ । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ କାର୍ଯ୍ୟାଳୟରେ ଆୟୋଜିତ ଜନଶୁଣାଣି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

ପଞ୍ଜିକୃତ ଅଭିଯୋଗର କାର୍ଯ୍ୟକାରିତା ହେଉନଥିବା ଅଭିଯୋଗ ଆଣିଥିଲେ ଟିକରପଡା ସମିତି ସଭ୍ୟ ଉର୍ଦ୍ଧବ ଅଙ୍ଗେଲ । ଏହାକୁ ନେଇ ସମିିତି ସଭ୍ୟ ଉର୍ଦ୍ଧବ ଓ ଜିଲ୍ଲାପାଳଙ୍କ ମଧ୍ୟରେ କଥା କଟାକଟି ହୋଇ ଉତେଜନା ବଢିଥିଲା । ପରିସ୍ଥିତି ଅଣାୟତ ହେବାରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଉପସ୍ଥିତ ପିଏସଓ ସମିତି ସଭ୍ୟ ଉର୍ଦ୍ଧବ ଅଙ୍ଗେଲଙ୍କୁ ଭିଡି ନେଇ ସଭାରୁ ବାହାର କରିଦେଇଥିଲେ । ଅନ୍ୟପଟେ ସମିତି ସଭ୍ୟ କହିଛନ୍ତି ଟିକପଡା ଗାଁକୁ ଭଲ ରାସ୍ତାଖଣ୍ଡେ ତିଆରି କରିବାକୁ ସେ ଆଗରୁ ତିନି ଥର ଜିଲ୍ଲାପାଳଙ୍କ ଜନଶୁଣାଣିରେ ଅଭିଯୋଗ କରିଥିଲେ । ହେଲେ କୌଣସି ସମାଧାନ ହେଉନଥିବାରୁ ଜନଶୁଣାଣିରେ ପ୍ରଶ୍ନ କରିବାରୁ ଜିଲ୍ଲାପାଳ ରାଗିଯାଅ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।

The post କୋରାପୁଟ ଜିଲ୍ଲାପାଳଙ୍କ ଜଣଶୁଣାଣିରେ ଉତ୍ତେଜନା । ରାସ୍ତା କାମକୁ ନେଇ ପାଟିତୁଣ୍ଡରେ ସମିତି ସଭ୍ୟଙ୍କୁ ସଭାରୁ ଧକ୍କା ଦେଇ ବାହାର କରିଦେଲେ ପିଏସଓ । first appeared on Kanak News.

from Kanak News
via <a href="https://ifttt.com/?

ନୟାଗଡ଼ ଏମଭିଆଇ ପଞ୍ଚାନନ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ପୈତୃକ ଘର ସମେତ ୭ଟି ଜାଗାରେ ଛାନଭିନ୍ ।

କନକ ବ୍ୟୁରୋ: ନୟାଗଡ଼ ଏମଭିଆଇ ପଞ୍ଚାନନ ବେହେରାଙ୍କ ଘରେ ଭିଜିଲାନ୍ସ । ନିଶ୍ଚିତକୋଇଲି ବାଲିଅପଦା ସ୍ଥିତ ଘର ସମେତ ୭ଟି ଜାଗାରେ ଚାଲିଛି ଚଢ଼ାଉ । ୫ଜଣିଆ ଟିମ୍ ଛାନଭିନ କରୁଥିବା ସୂଚନା ରହିଛି । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ସକାଳୁ ସକାଳୁ ରେଡ ଜାରି ରହିଛି ।

The post ନୟାଗଡ଼ ଏମଭିଆଇ ପଞ୍ଚାନନ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ପୈତୃକ ଘର ସମେତ ୭ଟି ଜାଗାରେ ଛାନଭିନ୍ । first appeared on Kanak News.

from Kanak News
via <a href="https://ifttt.com/?

ଅନୁୁଗୁଳ ସାତେକୋସିଆରେ ଚାଲିଛି କୁମ୍ଭୀର ଓ ପକ୍ଷୀଗଣନା । ଏଥିପାଇଁ ଜାନୁଆରୀ ୫ର ୧୦ ତାରିଖ ଯାଏଁ ପର୍ଯ୍ୟଟକଙ୍କ ବୋଟିଂ ବନ୍ଦ ।

କନକ ବ୍ୟୁରୋ: ଅନୁଗୋଳର ସାତକୋଶିଆ ଗଣ୍ଡରେ ଚାଲିଛି କୁମ୍ଭୀର ଓ ପକ୍ଷୀଗଣନା । ଏଥିପାଇଁ ସାତକୋଶିଆ, ଆଠମଲ୍ଲିକ, ମହାନଦୀ ବନ୍ୟପ୍ରାଣୀ ଡିବିଜନରେ ୧୪ଟି ଟିମ ବିଭିନ୍ନ ଜାଗାରେ ଡଙ୍ଗାରେ ଯାଇ ପକ୍ଷୀ ଓ କୁମ୍ଭୀର ଗଣନା କରାଯାଉଛି । ଚଳିତ ବର୍ଷ କେବଳ ୧୪ଟି ଦେଶୀ ଡଙ୍ଗା ସାହାଯ୍ୟରେ ଏହି ଗଣନା ଚାଲିଛି । ଗଣନା ନିମନ୍ତେ ଚଳିତମାସ ୫ରୁ ୧୦ ତାରିଖ ପର୍ଯ୍ୟନ୍ତ ସାତକୋଶିଆ ମହାନଦୀ ଗଣ୍ଡରେ ପର୍ଯ୍ୟଟକଙ୍କ ପାଇଁ ବୋଟିଂ ବନ୍ଦ କରାଯାଇଛି ।

୬, ୭ ଓ ୮ ତାରିଖ କୁମ୍ଭୀର ଗଣନା ଏବଂ ୧୦ ତାରିଖରେ ପକ୍ଷୀ ଗଣନା କରାଯିବ । ଟିକରପଡ଼ାରୁ ବିନିକେଇ, ବିନିକେଇରୁ ପତାକା, ଟିକରପଡାରୁ କଟରଙ୍ଗ, କଟରଙ୍ଗରୁ ବାଲିପୁଟ, ବାଲିପୁଟରୁ ଚକ୍ରଗଡ଼, ସେହିପରି ଆଠମଲ୍ଲିକର ହରଭଙ୍ଗାରୁ ଅଏଡ଼ା, ଲୁଣହାଣ୍ଡି, ବେଲପୁଞ୍ଜି ମଠ, ଶିଶୁପଥର ଡ୍ୟାମ ଆଦି ଜଳାଶୟରେ କୁମ୍ଭୀର ଓ ପକ୍ଷୀ ଗଣାଯିବ । ଏଥିଲାଗି ମୋବାଇଲ ଟ୍ରାକିଂ, ଜିପିଏସ୍, ବାଇନାକୁଲାର୍ ଓ ସ୍ୱତନ୍ତ୍ର କ୍ୟାମେରାର ବ୍ୟବସ୍ଥା କରାଯାଇଛି । ନିଜେ ଡିଏଫଓ ସାତକୋଶିଆ ଗଣନା କାର୍ଯ୍ୟର ତଦାରଖ କରିଛନ୍ତି ।

The post ଅନୁୁଗୁଳ ସାତେକୋସିଆରେ ଚାଲିଛି କୁମ୍ଭୀର ଓ ପକ୍ଷୀଗଣନା । ଏଥିପାଇଁ ଜାନୁଆରୀ ୫ର ୧୦ ତାରିଖ ଯାଏଁ ପର୍ଯ୍ୟଟକଙ୍କ ବୋଟିଂ ବନ୍ଦ । first appeared on Kanak News.

from Kanak News
via <a href="https://ifttt.com/?

ଆଉ ଏକ ଦାଦନ ଯନ୍ତ୍ରଣା । ପେଟ ପାଇଁ କାମ ଖୋଜିବାକୁ ଯାଇଥିଲେ ଦିବାକର, ଫେରିଲା ଶବ ।

କନକ ବ୍ୟୁରୋ: ପୁଣି ଏକ ଦାଦନ ଯନ୍ତ୍ରଣା । ଦକ୍ଷିଣ ଆଫ୍ରିକାର କଙ୍ଗୋରେ ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଲେ ଦିବାକର କେନ୍ଦ୍ରାପଡ଼ାର ଦିବାକର ଜେନା । ପରିବାର ପ୍ରତିପୋଷଣ ପାଇଁ ୭ମାସ ତଳେ ଦକ୍ଷିଣ ଆଫ୍ରିକାର କଙ୍ଗୋ ଯାଇଥିଲେ ଦିବାକର ।

ଡିସେମ୍ବର ୧୫ତାରିଖ ଦିନ ଦିବାକର ପରିବାର ସହିତ କଥା ହୋଇଥଲେ । କିନ୍ତୁ ୧୬ତାରିଖ ତାଙ୍କର ଅକାଳ ମୃତ୍ୟୁ ହୋଇଥିବା ଖବର ପହଂଚିଥିଲା । ମୃତ୍ୟୁର ୨୩ ଦିନ ପରେ ଫେରିଛି ଦକ୍ଷିଣ ଆଫ୍ରିକାରୁ ଦିବାକରଙ୍କ ମୃତଦେହ । ତେବେ ମୃତଦେହ ଦେଖିବା ପରେ ସନ୍ଦେହ ପ୍ରକଟ କରିଛନ୍ତି ପରିବାର ଲୋକ । ଦିବାକରଙ୍କ ମୃତଦେହରେ ଅନେକ କ୍ଷତବିକ୍ଷତ ଦାଗ ରହିଥିବା ପରିବାର ଲୋକ କହିଛନ୍ତି । ପରିବାର କହିଛନ୍ତି ଯେ ଦିବାକରଙ୍କୁ ସେଠାରେ ନିର୍ଯାତନା ଦିଆଯାଉଥିଲା । ଏପରିକି ଖାଇବାକୁ ଦେଉନଥିବା କଥା କହିଥିଲେ ଦିବାକର । ସେପଟେ ମୃତଦେହ ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

The post ଆଉ ଏକ ଦାଦନ ଯନ୍ତ୍ରଣା । ପେଟ ପାଇଁ କାମ ଖୋଜିବାକୁ ଯାଇଥିଲେ ଦିବାକର, ଫେରିଲା ଶବ । first appeared on Kanak News.

from Kanak News
via <a href="https://ifttt.com/?

ଶେଷ ପର୍ଯ୍ୟାୟରେ ପୁରୀ ପରିକ୍ରମା ପ୍ରକଳ୍ପ କାମ । ୧୧ ତାରିଖରେ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର ହେବ ପ୍ରକଳ୍ପ ଦାୟିତ୍ୱ ।

କନକ ବ୍ୟୁରୋ: ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପରିକ୍ରମା ପ୍ରକଳ୍ପ କାର୍ଯ୍ୟ । ଆସନ୍ତା ୧୧ ତାରିଖରେ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯିବ ପ୍ରକଳ୍ପ ଦାୟିତ୍ୱ । ଏନେଇ ପ୍ରକଳ୍ପ ଅନ୍ତର୍ଗତ ନିର୍ମାଣ କାର୍ଯ୍ୟ ଗୁଡ଼ିକ ଶେଷ ପର୍ଯ୍ୟାୟରେ ପହଞ୍ଚିିଥିବା ବେଳେ ନିର୍ମାଣ ଅଞ୍ଚଳର ପରିଚ୍ଛନ୍ନତା କାର୍ଯ୍ୟ ଜାରି ରହିଛି । ସେପଟେ ଶ୍ରୀସେତୁର ସଫେଇ କାର୍ଯ୍ୟ ସହ ଜଗନ୍ନାଥ ବଲ୍ଲଭ ପାର୍କିଂ ସ୍ଥଳର ମଧ୍ୟ ସଫେଇ କାର୍ଯ୍ୟ ଜାରି ରହିଛି ।

ଅନ୍ୟପଟେ ବୃହତ୍ ସମଙ୍ଗ ପାର୍କିଂରେ ମଧ୍ୟ ଭକ୍ତ ମାନଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ପୁରୀ ଜିଲ୍ଲାପାଳ । ପିଇବା ପାଣି ଠାରୁ ଆରମ୍ଭ କରି ହ୍ୟାଙ୍ଗର, ଖାଇବା ଓ ଶୌଚାଳୟ ସୁବିଧା ଭକ୍ତଙ୍କୁ ଯୋଗାଇ ଦିଆଯିବ । ସେପଟେ ବଡଦାଣ୍ଡର ମୋଡିଫିକେଶନ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇସାରିଛି । କଲରିଂ ସରିଥିବା ବେଳେ ଦୁଇଦିନ ପରେ ଲାଇଟ୍ ସାଜସଜ୍ଜା ମଧ୍ୟ ଆରମ୍ଭ ହୋଇଯିବ କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ସେପଟେ ଦିନେ କି ଦୁଇଦିନ ମଧ୍ୟରେ କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଯିବ । ଅନ୍ୟପଟେ ଉତରପାର୍ଶ୍ୱ ମଠ ନିକଟରେ ଏକ ସେଡ୍ ପ୍ରସ୍ତୁତ ହେବାକୁ ଥିବା ବେଳେ ଏହି ସେଡ୍ରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ସେବାୟତ ଓ ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥି ମାନେ ବସି କାର୍ଯ୍ୟକ୍ରମରେ ଭାଗନେବେ ।

The post ଶେଷ ପର୍ଯ୍ୟାୟରେ ପୁରୀ ପରିକ୍ରମା ପ୍ରକଳ୍ପ କାମ । ୧୧ ତାରିଖରେ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର ହେବ ପ୍ରକଳ୍ପ ଦାୟିତ୍ୱ । first appeared on Kanak News.

from Kanak News
via <a href="https://ifttt.com/?

JEE , NEET ପାଇଁ ଏଣିକି ଅନଲାଇନରେ ପଢ଼ିବେ ସରକାରୀ କଲେଜ ପିଲା । ଜାଣନ୍ତୁ ଅନଲାଇନ୍ କୋଚିଙ୍ଗ ସମୟ ।

କନକ ବ୍ୟୁରୋ: ଜେଇଇ ଓ ନିଟ୍ ପାଇଁ ଏବେ ଅନଲାଇନରେ ପଢ଼ିବେ ସରକାରୀ କଲେଜର ପିଲା । ଆଉ ଏହି ଅନଲାଇନ୍ କ୍ଲାସ ମଧ୍ୟ ଆରମ୍ଭ ହୋଇଛି । ପ୍ରତିଦିନ ସକାଳ ୮.୩୦ ରୁ ୧୦ ଓ ମଧ୍ୟାହ୍ନ ୨ରୁ ୪ଟା ପର୍ଯ୍ୟନ୍ତ ଏହି କ୍ଲାସ ୨ଟି ପର୍ଯ୍ୟାୟରେ ହେବ ।

ରବିବାର ଆଉ ସରକାରୀ ଛୁଟିକୁ ଛାଡ଼ିଲେ ସବୁଦିନ ଅନଲାଇନ୍ ବା ଜୁମ୍ରେ ପାଠ ପଢିବେ ବିଦ୍ୟାର୍ଥୀ । ଅନଲାଇନ୍ କ୍ଲାସ ପାଇଁ କୌଣସି ଆବେଦନର ଆବଶ୍ୟକତା ନାହିଁ । ସମସ୍ତ ସରକାରୀ କଲେଜ୍ର ବିଜ୍ଞାନ ବିଭାଗର ବିଦ୍ୟାର୍ଥୀ ନିଜ ଅଧ୍ୟକ୍ଷଙ୍କ ଜରିଆରେ ଏହି କ୍ଲାସରେ ଯୋଗ ଦେଇପାରିବେ । ଏନେଇ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି । ଭିତିଭୂମି ନଥିଲେ ସରକାରୀ ପାଣ୍ଠି ଯୋଗେ ତାହାକୁ ସୁଧାର କରାଯିବ । ପିଲାଙ୍କ ଭବିଷ୍ୟତ ଗଢ଼ିବା କ୍ଷେତ୍ରରେ ଏହା ବହୁ ଉପଯୋଗୀ ହେବ ବୋଲି କହିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ।

ସେପଟେ ନବରଙ୍ଗପୁର ଜିଲ୍ଲାର ସମସ୍ତ ମହାବିଦ୍ୟାଳୟରେ ମଧ୍ୟ ଏହି ଅନଲାଇନ୍ କ୍ଲାସ ଆରମ୍ଭ ହୋଇଛି । ନବରଙ୍ଗପୁର ଭଳି ଉପାନ୍ତ ଅଂଚଳର ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ନିଟ୍ ଏବଂ ଜେଇଇ ଅନ୍ଲାଇନ୍ କୋଚିଂ ନେଇ ପ୍ରବଳ ଆଗ୍ରହ ଦେଖାଦେଇଛି । ଏନେଇ ଛାତ୍ରଛାତ୍ରୀ ମାନେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି । ନିଟ୍ ଏବଂ ଜେଇଇ ପଢିବା ନେଇ ନିଟ୍ ସମ୍ପୂର୍ଣ୍ଣ ଭର୍ଚୁୁଆଲ ମୋଡ୍ରେ ଦିଆଯିବ । ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି ।

The post JEE , NEET ପାଇଁ ଏଣିକି ଅନଲାଇନରେ ପଢ଼ିବେ ସରକାରୀ କଲେଜ ପିଲା । ଜାଣନ୍ତୁ ଅନଲାଇନ୍ କୋଚିଙ୍ଗ ସମୟ । first appeared on Kanak News.

from Kanak News
via <a href="https://ifttt.com/?

ହଷ୍ଟେଲରୁ ମିଳିଲା ସପ୍ତମ ଶ୍ରେଣୀ ଛାତ୍ରର ଝୁଲନ୍ତା ମୃତଦେହ । ପୁଅର ମୃତ୍ୟୁ ପାଇଁ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଦାୟୀ କଲା ପରିବାର ।

କନକ ବ୍ୟୁରୋ: ରାଉରକେଲା ବିପିୟୁଟି ନିକଟରେ ଥିବା ଏକ ହଷ୍ଟେଲରୁ ଜଣେ ସପ୍ତମ ଶ୍ରେଣୀ ଛାତ୍ରର ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ଛାତ୍ର ଜଣଙ୍କ ହେଉଛନ୍ତି ଗୁରୁଣ୍ଡିଆ ବ୍ଲକ ସୋଲ ଟୁକୁଡା ଗାଁର କିଷ୍ଣା କୁଜୁର । ସୋମବାର ହଷ୍ଟେଲର ସମସ୍ତ ଛାତ୍ର ସ୍କୁଲ ଯାଇଥିବା ବେଳେ କ୍ରିଷ୍ଣା ନିଜ ରୁମ୍ରେ ଥିଲେ । କିନ୍ତୁ କିଛି ପରେ ହଠାତ୍ ରୁମରେ କ୍ରିଷ୍ଣାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ପୁଲିସ ଘଟଣା ସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିଥିଲା । ବଡ଼ କଥା ହେଉଛି, ଗତ ଡିସେମ୍ବର ୭ ତାରିଖରେ କ୍ରିଷ୍ଣାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ୧୨ ବର୍ଷୀୟ କ୍ରିଷ୍ଣାର ମୃତ୍ୟୁ ପାଇଁ ହଷ୍ଟେଲ କର୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ପରିବାର ଲୋକ । ତେବେ ପୁଲିସ କହିଛି, ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ସବୁକିଛି ଜଣା ପଡିବ ।

The post ହଷ୍ଟେଲରୁ ମିଳିଲା ସପ୍ତମ ଶ୍ରେଣୀ ଛାତ୍ରର ଝୁଲନ୍ତା ମୃତଦେହ । ପୁଅର ମୃତ୍ୟୁ ପାଇଁ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଦାୟୀ କଲା ପରିବାର । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started