ଶ୍ରୀରାମ ଲାଲାଙ୍କ ପାଇଁ ରାଉରକେଲାରେ ତିଆରି ଚାଲିଛି ବିଶାଳ ଦୀପ । ନିଷ୍ଠାର ସହ ତିଆରି କରୁଛନ୍ତି ବେଙ୍ଗାଲୁରୁ କାରିଗର ।

କନକ ବ୍ୟୁରୋ: ଅଯୋଧ୍ୟା ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ଜଳିବ ବିଶ୍ୱର ସବୁଠୁ ବଡ ଦୀପ । ରାଉରକେଲା ହନୁମାନ ବାଟିକାରେ ଆସନ୍ତା ୨୨ ତାରିଖରେ ଜଳିବ ଏହି ବିରାଟ ଦୀପ । ଏହି ମାଟି ଦୀପ ତିଆରି ପାଇଁ ଦିନ ରାତି ଲାଗି ପଡିଛନ୍ତି କାରିଗର ।

ସାଢେ ୫ ଫୁଟ୍ ଉଚ୍ଚତା ସାଙ୍ଗକୁ ୨୨ ଫୁଟ ଗୋଲେଇ କାମରେ ଲାଗି ପଡିଛନ୍ତି ସୁଦୂର ବେଙ୍ଗାଲୁରୁ ଆସିଥିବା କାରିଗର । ଏପରିକି ଏହି ବିଶାଳକାୟ ଦୀପରେ ପାଖାପାଖି ୭ ହଜାର ଲିଟରରୁ ବି ଅଧିକ ଘିଅ ରହିବ । ଏଥିରେ ୧୫ ମିଟରର ଏକ ବଳିତା ଲାଗିବ, ଯାହା କଟକରୁ ଆସିବ । ଏହା ଛଡା ଦୀପ ସମ୍ମୁଖରେ ପ୍ରଭୁ ଶ୍ରୀରାମଙ୍କ ୧୧ ଫୁଟ ଉଚ୍ଚତା ବିଶିଷ୍ଟ ଏକ ମୂର୍ତ୍ତି ରହିବ । ସେହିପରି ଉଭୟ ଦୀପ ଓ ଭଗବାନ ରାମଙ୍କ ମୂର୍ତ୍ତି ଗୋଟିଏ ଫ୍ରେମରେ ତିଆରି ଚାଲିଛି । କୋଲକାତାର ପ୍ରତିଷ୍ଠିତ ଶିଳ୍ପୀ ଓ ତାଙ୍କ ୮ ସହଯୋଗୀ ଏହି ମୂର୍ତ୍ତି ନିର୍ମାଣରେ ଲାଗିଛନ୍ତି । ଯାହାକୁ ନେଇ ବେଶ ଉତ୍ସାହିତ ଅଛନ୍ତି । ସ୍ମାଇଲ ଫର ଏଭର ଫାଉଣ୍ଡେସନ ତରଫରୁ ଏହି ବିଶାଳକାୟ ଦୀପର ପରିକଳ୍ପନା କରାଯାଇଛି । ଏପରିକି ଏହାକୁ ବିଶ୍ୱର ସର୍ବବୃହତ ଦୀପ ଭାବେ ଗିନିଜ ବୁକ୍ ଅଫ୍ ୱାର୍ଲଡରେ ସ୍ଥାନ ଦେବା ପାଇଁ ଆବେଦନ କରାଯାଇଛି ।

The post ଶ୍ରୀରାମ ଲାଲାଙ୍କ ପାଇଁ ରାଉରକେଲାରେ ତିଆରି ଚାଲିଛି ବିଶାଳ ଦୀପ । ନିଷ୍ଠାର ସହ ତିଆରି କରୁଛନ୍ତି ବେଙ୍ଗାଲୁରୁ କାରିଗର । first appeared on Kanak News.

from Kanak News
via <a href="https://ifttt.com/?

ଶିକ୍ଷକ ନିଯୁକ୍ତି ଓ ଡେପୁଟେସନ ପ୍ରତ୍ୟାହାର ଦାବିରେ ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ । ଶିକ୍ଷକ ଅଭାବରୁ ସିଲାବସ୍ ସରୁନଥିବା ନେଇ ଚିନ୍ତା ।

କନକ ବ୍ୟୁରୋ: ଶିକ୍ଷକଙ୍କ ଡେପୁଟେସନ ପ୍ରତ୍ୟାହାର ଦାବିରେ ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ । ତୁରେକେଲା ବ୍ଲକ ଚଟୁଅନକା ଉଚ୍ଚପ୍ରାଥମିକ ବିଦ୍ୟାଳୟରୁ ଆସିଛି ଏପରି ଚିତ୍ର । ତାଲା ପକାଇ ବିଦ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କଲେ ବିଦ୍ୟାଳୟର ଛାତ୍ରଛାତ୍ରୀ । ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀରେ ୩୯୩ ଛାତ୍ରୀଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୧୭ଜଣ ଶିକ୍ଷକ ଶିକ୍ଷୟତ୍ରୀ ଅଛନ୍ତି ।

ସେମାନଙ୍କ ମଧ୍ୟରୁ ୩ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଡେପୁଟେସନ କରାଯାଇଛି । ଜଣେ ଶିକ୍ଷୟତ୍ରୀ ନୋ ୱାର୍କ ନୋ’ପେ’ରେ ଅଛନ୍ତି । ଏଭଳି ସ୍ଥିତିରେ ଛାତ୍ରଛାତ୍ରୀମାନେ କେମିତି ପାଠ ପଢିବେ, ସେ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ଅଭିଭାବକ । ତେଣୁ ଡେପୁଟେସନକୁ ପ୍ରତ୍ୟାହାର କରିବା ସହ ନୋ ୱାର୍କ ନୋ ପେ’ରେ ଥିବା ଶିକ୍ଷୟତ୍ରୀଙ୍କ ସ୍ଥାନରେ ଅନ୍ୟ ଶିକ୍ଷୟତ୍ରୀ ନିଯୁକ୍ତ କରିବା ଦାବିରେ ଆନ୍ଦୋଳନ କରୁଛନ୍ତି ଛାତ୍ରଛାତ୍ରୀ । ସେପଟେ ଜଣେ ସିଆରସିସି ଛାତ୍ରଛାତ୍ରୀ ବୁଝାଇବାକୁ ଚେଷ୍ଟା କରିଥିଲେ ବି କୌଣସି ସୁଫଳ ମିଳିନାହିଁ ।

The post ଶିକ୍ଷକ ନିଯୁକ୍ତି ଓ ଡେପୁଟେସନ ପ୍ରତ୍ୟାହାର ଦାବିରେ ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ । ଶିକ୍ଷକ ଅଭାବରୁ ସିଲାବସ୍ ସରୁନଥିବା ନେଇ ଚିନ୍ତା । first appeared on Kanak News.

from Kanak News
via <a href="https://ifttt.com/?

ମତ୍ସ୍ୟଜୀବୀଙ୍କ ଘରେ ଚା’ ପିଇଲେ କେନ୍ଦ୍ରମନ୍ତ୍ରୀ ପରଷୋତ୍ତମ ରୂପାଲା । ହଳଦି ପାଣିରେ ଗୋଡ ଧୋଇ ପାଛୋଟି ନେଲେ ମହିଳା ।

କନକ ବ୍ୟୁରୋ: ମତ୍ସ୍ୟଜୀବୀଙ୍କ ଘରେ ଚା’ ପିଇଲେ କେନ୍ଦ୍ରମନ୍ତ୍ରୀ ପରଷୋତ୍ତମ ରୂପାଲା । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡାର ଖରିନାସୀ ଜେଠୀ ଠାରେ ସାଗର ପରିକ୍ରମା କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କେନ୍ଦ୍ରମନ୍ତ୍ରୀ ଖରନାସୀ ଗ୍ରାମର ପାରମ୍ପରିକ ମତ୍ସ୍ୟଜୀବୀ ଭବେନ ମଣ୍ଡଳଙ୍କ ଘରେ ପହଞ୍ଚିଥିଲେ ।

ଘରେ ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀଙ୍କୁ ଗୋଡ଼କୁ ହଳଦୀ ପାଣିରେ ଧୋଇ ଫୁଲଚନ୍ଦନ ଲଗାଇ ସ୍ୱାଗତ କରି ଥିଲେ । ପରେ ମନ୍ତ୍ରୀ ଶ୍ରୀରୂପାଲା ମତ୍ସ୍ୟଜିବୀଙ୍କ ଘର ପିଣ୍ଢାରେ ବସି ଚା ପିଇବା ସହିତ ପରିବାର ଲୋକଙ୍କ ସହିତ ବାର୍ତାଳପ କରିଥିଲେ । କେନ୍ଦ୍ରମନ୍ତ୍ରୀଙ୍କୁ ନିକଟରେ ପାଇ ମତ୍ସ୍ୟଜିବୀ ପରିବାର ବେଶ ଖୁସି ହୋଇଥିଲେ । ଏଭଳି ଆତିଥ୍ୟ ପାଇ ମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ମଧ୍ୟ ମତ୍ସ୍ୟଜିବୀ ପରିବାରଙ୍କୁ କୃତଜ୍ଞତା ଜଣାଇଥିଲେ ।

The post ମତ୍ସ୍ୟଜୀବୀଙ୍କ ଘରେ ଚା’ ପିଇଲେ କେନ୍ଦ୍ରମନ୍ତ୍ରୀ ପରଷୋତ୍ତମ ରୂପାଲା । ହଳଦି ପାଣିରେ ଗୋଡ ଧୋଇ ପାଛୋଟି ନେଲେ ମହିଳା । first appeared on Kanak News.

from Kanak News
via <a href="https://ifttt.com/?

କାଳିଆ ଛାତ୍ର ବୃତ୍ତିର ସୀମା ବୃଦ୍ଧି କଲେ ରାଜ୍ୟ ସରକାର । ଉପକୃତ ହେବେ ଘରୋଇ ଶିକ୍ଷାନୁଷ୍ଠାରେ ପଢ଼ୁଥିବା ପିଲା । ଆଜିଠାରୁ ପୋର୍ଟାଲରେ ଆବେଦନ ।

କନକ ବ୍ୟୁରୋ: ଚଳିତ ବର୍ଷ କାଳିଆ ଛାତ୍ର ବୃତ୍ତିର ସୀମା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । କେବଳ ସରକାରୀ ଶିକ୍ଷାନୁଷ୍ଠାନ ନୁହେଁ, ରାଜ୍ୟର ଘରୋଇ ଶିକ୍ଷାନୁଷ୍ଠାନ ଏବଂ ରାଜ୍ୟ ବାହାରର ପ୍ରିମିୟର ସରକାରୀ ଶିକ୍ଷାନୁଷ୍ଠାନରେ ପଢ଼ୁଥିବା କାଳିଆ ହିତାଧିକାରୀଙ୍କ ପିଲାମାନଙ୍କୁ କାଳିଆ ଛାତ୍ର ବତ୍ତି ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଆଜିଠାରୁ ପୋର୍ଟାଲ ମାଧ୍ୟମରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ ।

ଛାତ୍ରଛାତ୍ରୀମାନେ କମନ୍ ସ୍କଲାରସିପ୍ ପୋର୍ଟାଲରେ ଅନଲାଇନରେ ଆବେଦନ କରିପାରିବେ । ଅନଲାଇନରେ କାଳିଆ ଛାତ୍ରବୃରି ପାଇଁ ଆବେଦନ ଓ ନବୀକରଣ ନିମନ୍ତେ ବର୍ଷକୁ ଦୁଇଥର ପୋର୍ଟାଲ ଖୋଲାରହିବ । ଏହା ଫଳରେ କାଳିଆ ହିତାଧିକାରୀଙ୍କ ପିଲାମାନେ ଉତମ ଶିକ୍ଷା ପାଇବା ସ୍ୱପ୍ନ ସାକାର ହେବା ସହିତ ସେମାନଙ୍କର ଆର୍ôଥକ ଓ ସାମାଜିକ କ୍ଷେତ୍ରରେ ପ୍ରଗତି ଘଟିବା ବୋଲି ମନ୍ତ୍ରୀ କହିଛନ୍ତି । ଏହି ଯୋଜନାରେ ୨୦୨୧-୨୨ ଏଂବ ୨୦୨୨-୨୩ ମସିହାରେ ରାଜ୍ୟରେ ୧ହଜାର ୮୩୯ ଜଣ ଛାତ୍ରଛାତ୍ରୀଙ୍କୁ ମୋଟ ୩କୋଟି ୮୮ଲକ୍ଷ ଟଙ୍କାର ଛାତ୍ରବୃତି ପ୍ରଦାନ କରାଯାଇଛି ।

The post କାଳିଆ ଛାତ୍ର ବୃତ୍ତିର ସୀମା ବୃଦ୍ଧି କଲେ ରାଜ୍ୟ ସରକାର । ଉପକୃତ ହେବେ ଘରୋଇ ଶିକ୍ଷାନୁଷ୍ଠାରେ ପଢ଼ୁଥିବା ପିଲା । ଆଜିଠାରୁ ପୋର୍ଟାଲରେ ଆବେଦନ । first appeared on Kanak News.

from Kanak News
via <a href="https://ifttt.com/?

ପୁରୀ ସରକାରୀ ମହିଳା କଲେଜର ଅଧ୍ୟାପକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । କ୍ଲାସ ରୁମରେ ଛାତ୍ରୀଙ୍କ ସହ ଆପତ୍ତିଜନକ ଆଲୋଚନା କରୁଥିବା ଅଭିଯୋଗ ।

କନକ ବ୍ୟୁରୋ: କ୍ଲାସ ରୁମରେ ପାଠ ପଢ଼ାଇବା ବଦଳରେ ବ୍ୟକ୍ତିଗତ ଓ ଆପତ୍ତିଜନକ ବିଷୟରେ କହୁଛନ୍ତି ଅଧ୍ୟାପକ । ଏପରି ଅଭିଯୋଗ ଆସିଛି ପୁରୀ ସରକାରୀ ମହିଳା କଲେଜର ଇଂରାଜୀ ଅଧ୍ୟାପକଙ୍କ ବିରୋଧରେ । ଅଭିଯୋଗ ଆଣିଛନ୍ତି କଲେଜର ଯୁକ୍ତ ୩ ଛାତ୍ରୀ । ଅଭିଯୋଗ ଅନୁସାରେ, ଇଂରାଜୀ ବିଭାଗର ମୁଖ୍ୟ ପୂର୍ଣ୍ଣଚନ୍ଦ୍ର ସେଠୀ, କ୍ଲାସ ରୁମରେ ପିଲାମାନଙ୍କୁ ନିଜ କ୍ଷମତା, ସ୍ଥିତି, ପରିବାର, କଲେଜ ପ୍ରସଙ୍ଗ ଛଡ଼ା କିଛି ଅନାବଶ୍ୟକ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି । ଛାତ୍ରୀମାନେ କିପରି ଦେଖାଯିବା ଦରକାର, କାହିଁକି ସ୍ମାର୍ଟ ହେଉନାହଁ, ନିଜର ବୟସ କେତେ ଆଦି ଅନ୍ୟାନ୍ୟ ଅନାବଶ୍ୟକ କଥା କ୍ଲାସରୁମରେ ପିଲାମାନଙ୍କୁ ପଚାରୁଥିବା ନେଇ ଅଭିଯୋଗ ହୋଇଛି ।

ନିଜକୁ ଯୁବକ କହିବା ସହ ଛାତ୍ରୀମାନେ ବୟସ୍କ ହୋଇସାରିଥିବା କଥା କହୁଥିବା ହୋଇଛି ଅଭିଯୋଗ । ଏନେଇ କଲେଜ ପ୍ରିନ୍ସିପାଲଙ୍କୁ ଚିଠି ଲେଖି ଅଧ୍ୟାପକଙ୍କ ବିରୋଧରେ ସ୍ୱର ଉଠାଇଥିଲେ କଜେଲର କେତେକ ଛାତ୍ରୀ । ପରେ ମାମଲା ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପାଖରେ ପହଞ୍ଚିଥିଲା । ଆଉ ଏବେ ଉଚ୍ଚଶିକ୍ଷା ବିଭାଗ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ସହ କଲେଜ ପ୍ରିନ୍ସିପାଲଙ୍କୁ ୭ ଦିନ ଭିତରେ ରିପୋର୍ଟକୁ ଦେବାକୁ କହିଛନ୍ତି । ସେପଟେ ଏପରି ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି ପୂର୍ଣ୍ଣଚନ୍ଦ୍ର ସେଠୀ । କହିଛନ୍ତି, ନିର୍ଦ୍ଦିଷ୍ଟ କାରଣ ପାଇଁ ତାଙ୍କୁ ବଦନାମ କରିବାକୁ ପ୍ରୟାସ କରାଯାଉଛି ।

The post ପୁରୀ ସରକାରୀ ମହିଳା କଲେଜର ଅଧ୍ୟାପକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । କ୍ଲାସ ରୁମରେ ଛାତ୍ରୀଙ୍କ ସହ ଆପତ୍ତିଜନକ ଆଲୋଚନା କରୁଥିବା ଅଭିଯୋଗ । first appeared on Kanak News.

from Kanak News
via <a href="https://ifttt.com/?

କୁକୁର ବନ୍ଧ୍ୟାକରଣ ନେଇ ବିଏମସିକୁ ମିଳିଲା ସବୁଜ ସଙ୍କେତ । ବିଏମସିର ଆଦେବନକୁ ଯଥାର୍ଥ କହିଲେ ହାଇକୋର୍ଟ ।

କନକ ବ୍ୟୁରୋ: କୁକୁର ବନ୍ଧ୍ୟାକରଣ ନେଇ ବିଏମସିକୁ ସବୁଜ ସଙ୍କେତ । ଖୁବ ଶୀଘ୍ର ଆରମ୍ଭ ହେବ କୁକୁର ବନ୍ଧ୍ୟାକରଣ । ହାଇକୋର୍ଟଙ୍କ ରହିତା ଦେଶ ଉଠିବା ପରେ ଏନେଇ ପ୍ରସ୍ତୁତି ଆରମ୍ଭ କରିଛି ବିଏମସି । କୁକୁର ବନ୍ଧ୍ୟାକରଣ ନେଇ ହାଇକୋର୍ଟଙ୍କ ରାହିତାଦେଶ ଥିବା ବେଳେ ଗତ ଜୁଲାଇ ମାସରୁ ବିଏମସି ଅଞ୍ଚଳରେ ବନ୍ଧ୍ୟାକରଣ ବନ୍ଦ ରହିଥିଲା । ବୁଲା କୁକୁରଙ୍କ ଉତ୍ପାତ ନେଇ ସାଧାରଣରେ ଅନେକ ଅଭିଯୋଗ ଆସିବା ପରେ ବିଏମସି ରହିତାଦେଶ ଉଠାଇବା ନେଇ ହାଇକୋର୍ଟରେ ଆବେଦନ କରିଥିଲା, ଯାହାକୁ କୋର୍ଟ ମଞ୍ଜୁରୀ ଦେଇଛନ୍ତି ।

ହାଇକୋର୍ଟରେ ଶୁଣାଣି ବେଳେ ବିଏମସି ନିଜ ପକ୍ଷ ରଖିଥିଲା । ଏହାପରେ ହାଇକୋର୍ଟଙ୍କ ପକ୍ଷରୁ ବିଏମସିକୁ ସବୁଜ ସଙ୍କେତ ମିଳିଥିବା ନେଇ ବିଏମସି ଡେପୁଟି କମିଶନର ସୂଚନା ଦେଇଛନ୍ତି ।

The post କୁକୁର ବନ୍ଧ୍ୟାକରଣ ନେଇ ବିଏମସିକୁ ମିଳିଲା ସବୁଜ ସଙ୍କେତ । ବିଏମସିର ଆଦେବନକୁ ଯଥାର୍ଥ କହିଲେ ହାଇକୋର୍ଟ । first appeared on Kanak News.

from Kanak News
via <a href="https://ifttt.com/?

ଭିଜିଲାନ୍ସ ପଞ୍ଝାରେ ଜୟପୁର ଥାନା ଏଏସଆଇ ଅନୀଲ ନାୟକ । ସ୍କୁଟି ମୁକୁଳାଇବା ପାଇଁ ୫ହଜାର ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ।

କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଜୟପୁର ଟାଉନ ଥାନା ଏଏସଆଇ ଅନୀଲ କୁମାର ନାୟକ । ସ୍କୁଟି ମୁକୁଳାଇବା ପାଇଁ ସ୍କୁଟି ମାଲିକଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଧରିଲା ପୋଲିସ । ପୁରା ନାଟକୀୟ ମୋଡରେ ପୋଲିସ ବାବୁଙ୍କୁ ଧରିଥିଲା ଭିଜିଲାନ୍ସ ।

ଗତ ୫ତାରିଖ ରାତିରେ ଜଣେ ବ୍ୟକ୍ତି ଘରକୁ ଫେରିବା ସମୟରେ ପାଟ୍ରୋଲିଂ କରୁଥିବା ଏଏ୍ଆଇ ଅନିଲ ନାୟକଙ୍କୁ ଅଟକାଇଥିଲେ । କାଗଜପତ୍ର ଠିକ୍ ନଥିବା ଦର୍ଶାଇ ୪ହଜାର ଟଙ୍କା ଲାଞ୍ଚ ମାଗିବା ସହ ଇନଭଏସ୍ ନେଇ ଚାଲି ଯାଇଥିଲେ । ଆଉ ସ୍କୁଟି ମୁକୁଳାଇବା ପାଇଁ ୫ହଜାର ଟଙ୍କା ଦେବାକୁ କହିଥିଲେ ଅନୀଲ । ଏନେଇ ଭିଜିଲାନ୍ସ ଏସପିଙ୍କୁ ଅବଗତ ଜଣାଇଥିଲେ ସ୍କୁଟି ମାଲିକ । ଏହାପରେ ଭିଜିଲାନ୍ସ ଯୋଜନା କରି ରସାୟନ ବୋଳା ଟଙ୍କା ଦେଇ ଉକ୍ତ ବ୍ୟକ୍ତିଙ୍କୁ ପଠାଇଥିଲା । ଏଏସଆଇ ଅନିଲ ନାୟକ ସିଧାସଳଖ ଟଙ୍କା ନେବା ବଦଳରେ ସ୍କୁଟି ମାଲିକଙ୍କୁ ପୁରୁଣା ଏସଡିପିଓ କାର୍ଯ୍ୟାଳୟ ସମ୍ମୁଖରେ କମ୍ବଳ ବ୍ୟବସାୟଙ୍କୁ ଦେବାକୁ କହିଥିଲେ । ବ୍ୟକ୍ତି ଜଣକ କମ୍ବଳ ବ୍ୟବସାୟୀଙ୍କୁ ଟଙ୍କା ଦେବା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସ । ଟଙ୍କା ଧରିବା ପରେ ଭିଜିଲାନ୍ସ ଟିମ୍ ଚଢ଼ଉ କରି ଜବତ କରିଥିଲା । ଉଭୟଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣି ପଚରାଉଚୁରା କରାଯାଉଛି ।

The post ଭିଜିଲାନ୍ସ ପଞ୍ଝାରେ ଜୟପୁର ଥାନା ଏଏସଆଇ ଅନୀଲ ନାୟକ । ସ୍କୁଟି ମୁକୁଳାଇବା ପାଇଁ ୫ହଜାର ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । first appeared on Kanak News.

from Kanak News
via <a href="https://ifttt.com/?

ଦିଲ୍ଲୀକୁ ଟପିଗଲା ଅନୁଗୁଳର ପ୍ରଦୂଷଣ । କଟକ, ଭୁବନେଶ୍ୱରରେ ବି ସ୍ଥିତି ସଂଗୀନ । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟକୁ ନେଇ ଚିନ୍ତା ।

କନକ ବ୍ୟୁରୋ: ଚିନ୍ତା ବଢାଉଛି ବାୟୁ ପ୍ରଦୂଷଣ । ଓଡିଶାର ଅନେକ ସ୍ଥାନର ପ୍ରଦୂଷଣର ମାତ୍ରା ରାଜଧାନୀ ଦିଲ୍ଲୀକୁ ଟପିଯାଉଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରିପୋର୍ଟ ଅନୁସାରେ, ଦେଶର ୧୬ଟି ସହରର ପ୍ରଦୂଷଣ ମାତ୍ରା ସାଂଘାତିକ ସ୍ଥିତିରେ ରହିଛି । ବଡ଼ କଥା ହେଉଛି ସେଥିମଧ୍ୟରେ ରହିଛି ଓଡ଼ିଶାର ୬ସହର ।

ଦିଲ୍ଲୀ ତୁଳନାରେ ଅନୁଗୁଳର ପ୍ରଦୂଷଣ ମାତ୍ରା ଅଧିକ ରହିଛି । ଅନୁଗୁଳରେ ବାୟୁପ୍ରଦୂଷଣ ମାତ୍ରା ୩୫୨ ରହିଥିବା ବେଳେ ଦିଲ୍ଲୀରେ ୩୪୫ ରହିଛି । କଟକରେ ବାୟୁ ପ୍ରଦୂଷଣ ମାତ୍ରା ୩୪୦ ଥିବା ବେଳେ ବାଲେଶ୍ୱରରେ ୩୩୪, ଭୁବନେଶ୍ୱରରେ ୩୩୪, କେନ୍ଦୁଝରରେ ୩୨୬, ତାଳଚେରରେ ୩୦୪ ରହିଛି । ରାଇରଙ୍ଗପୁରରେ ପ୍ରଦୂଷଣ ମାତ୍ରା ୩୦୦ ଏବଂ ବଡ଼ବିଲରେ ୨୯୨ ରହିଛି, ଯାହା ସାଂଘାତିକ ସ୍ଥିତି ବୋଲି କୁହାଯାଉଛି । ସୋମବାର କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ବା ସିପିସିବିର ତଥ୍ୟ ଅନୁସାରେ, ବାଲେଶ୍ୱର ସହରର ବାୟୁର ସୂଚକାଙ୍କ ମାନ ଅତି ସାଂଘାତିକ ସ୍ତରରେ ରହିଥିଲା । ରବିବାର ବାଲେଶ୍ୱରରେ ବାୟୁ ସୂଚକାଙ୍କ ମାନ ୩ଶହ ଟପି ଯାଇଥିଲା । ଯାହାକି ସ୍ୱାସ୍ଥ୍ୟପକ୍ଷେ ଅତ୍ୟନ୍ତ କ୍ଷତିକାରକ ।

The post ଦିଲ୍ଲୀକୁ ଟପିଗଲା ଅନୁଗୁଳର ପ୍ରଦୂଷଣ । କଟକ, ଭୁବନେଶ୍ୱରରେ ବି ସ୍ଥିତି ସଂଗୀନ । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟକୁ ନେଇ ଚିନ୍ତା । first appeared on Kanak News.

from Kanak News
via <a href="https://ifttt.com/?

ଆଜି ଲୋକାର୍ପିତ ହେବ ମାଲକାନଗିରି ବିମାନବନ୍ଦର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ଉଦଘାଟନ ।

କନକ ବ୍ୟୁରୋ: ଆଜି ଲୋକାର୍ପିତ ହେବ ମାଲକାନଗିରି ବିମାନବନ୍ଦର । ଦିନ ୧୧ଟା ୪୫ ମିନିଟ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ନୂଆ ବିମାନବନ୍ଦରର ହେବ ଶୁଭାରମ୍ଭ । ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ବିମାନ ଯୋଗେ ମାଲକାନଗିରିରେ ପହଞ୍ଚିବେ ।

୧୬ଶହ ୨୦ ମିଟର ଲମ୍ବ ଓ ୩୦ ମିଟର ଓସାର ହେଉଛି ବିମାନବନ୍ଦରର ରନୱେ । ସେହିପରି ବିମାନ ବନ୍ଦରର ଲମ୍ବ ୩ହଜାର ମିଟର ଓ ଓସାର ୩୧୫ ମିଟର । ୨୦୨୨, ନଭେମ୍ବର ୧ ତାରିଖରେ ଆରମ୍ଭ ହୋଇଥିବା ଏହି କାମ ମାତ୍ର ୧୪ ମାସରେ ଶେଷ ହୋଇଛି । ରାଜ୍ୟ ସରକାରଙ୍କ ୫୪ କୋଟି ଅନୁଦାନରେ ନିର୍ମାଣ ହୋଇଛି ଏହି ବିମାନବନ୍ଦର । ଟର୍ମିନାଲ, ଗେଷ୍ଟ ହାଉସ ସହ ବିଶାଳ ପାର୍କିଂ ବ୍ୟବସ୍ଥା ମଧ୍ୟ ରହିଛି । ମୋଟ ୨୩୪ ଏକର ଜମିରେ ନିର୍ମାଣ ହୋଇଛି ଏୟାର ପୋର୍ଟ । ୭୪ ଏକର ସରକାରୀ, ୩୩ ଏକର ଜଂଗଲ ଜମି ଓ ୧୨୬ ଏକର ବ୍ୟକ୍ତିଗତ ଜମି ଅଧିଗ୍ରହଣ ହୋଇଛି । ୨୯ କୋଟି ଟଙ୍କା ବିନିମୟରେ ଜମି ଅଧିଗ୍ରହଣ ହୋଇଥିଲା । ୫୫ ବିସ୍ଥାପିତ ପରିବାରଙ୍କୁ ପକ୍କା ଘର ପ୍ରଦାନ କରାଯାଇଛି । ଆଗାମୀ ଦିନରେ ଡିଜିସିଏର ଅନୁମୋଦନ ପରେ ଯାତ୍ରୀବାହୀ ବିମାନ ଉଡ଼ାଣ ଆରମ୍ଭ ହେବ ।

The post ଆଜି ଲୋକାର୍ପିତ ହେବ ମାଲକାନଗିରି ବିମାନବନ୍ଦର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ଉଦଘାଟନ । first appeared on Kanak News.

from Kanak News
via <a href="https://ifttt.com/?

ବିବାହ କରିବେ ଦକ୍ଷିଣଭାରତ ସିନେମାର ହିଟ୍ ଯୋଡି ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନା ଫେବୃଆରୀ ଦ୍ୱିତୀୟ ସପ୍ତାହରେ ଉଭୟଙ୍କ ହୋଇପାରେ ନିର୍ବନ୍ଧ

କନକ ବ୍ୟୁରୋ : ବିବାହ କରିବେ ଦକ୍ଷିଣ ଭାରତ ସିନେମାର ଜଗତର ହିଟ୍ ଯୋଡି ବିଜୟ ଦେବରକୋଣ୍ଡା ଓ ରସ୍ମିକା ମନ୍ଦାନା । ସେମାନଙ୍କ ନିର୍ବନ୍ଧ ନେଇ ଫେବୃଆରୀ ଦ୍ୱିତୀୟ ସପ୍ତାହରେ ଉଭୟ ସେଲିବ୍ରେଟି ଘୋଷଣା କରିବେ ବୋଲି ସ୍ଥାନୀୟ ଗଣମାଧ୍ୟମ ସଂସ୍ଥା ନ୍ୟୁଜ୍ ୧୮ ତେଲୁଗୁ ରିପୋର୍ଟ କରିଛି । କିନ୍ତୁ ଏନେଇ ଉଭୟ ଷ୍ଟାର କୌଣସି ଘୋଷଣା କରିନାହାଁନ୍ତି । ରସ୍ମିକା ଏବଂ ବିଜୟ ‘ଗୀଥା ଗୋବିନ୍ଦମ’ ଏବଂ ‘ଡିୟର କମ୍ରେଡ୍’ ଫିଲ୍ମରେ ଏକାଠି ଅଭିୟନ କରିଥିଲେ । ଉଭୟ ବିବାହ କରିବା ନେଇ କିଛି ଦିନ ହେବ ସୋସିଆଲ ମିଡିଆରେ ପ୍ରଚାର ହେଉଥିବା ବେଳେ ଏଭଳି ଖବର ସାମ୍ନାକୁ ଆସିଛି । ପୁଷ୍ପା, ଆନିମଲ ଫିଲ୍ମରେ ସଫଳତା ପରେ ରଶ୍ମିକାଙ୍କ ଡିମାଣ୍ଡ ବଢିବାରେ ଲାଗିଛି । ପୁଷ୍ପା-୨ରେ ସେ ଅଲୁ ଅର୍ଜୁନଙ୍କ ସହ ମୁଖ୍ୟ ଭୂମିକାରେ ଅଭିୟନ କରିବେ । ତେବେ ଉଭୟଙ୍କ ପ୍ରସଂଶକମାନେ ଏହି ଖବରକୁ ନେଇ ବେଶ ଉତ୍ସାହିତ ଅଛନ୍ତି । ବିଜୟ ଦେବରକୋଣ୍ଡା ଇନଷ୍ଟଗ୍ରାମରେ ତାଙ୍କର ଏକ ଫଟୋ ପୋଷ୍ଟ କରିଥିବା ବେଳେ ଏହି ଫଟୋ ରଶ୍ମିକା ଉଠାଇଥିବା ଦାବି କରିଛନ୍ତି ତାଙ୍କର ପ୍ରସଂଶକ ।

The post ବିବାହ କରିବେ ଦକ୍ଷିଣଭାରତ ସିନେମାର ହିଟ୍ ଯୋଡି ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନା ଫେବୃଆରୀ ଦ୍ୱିତୀୟ ସପ୍ତାହରେ ଉଭୟଙ୍କ ହୋଇପାରେ ନିର୍ବନ୍ଧ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started