ବିଲକିସ ବାନୋ ମାମଲାରେ ସୁପ୍ରିମ ରାୟ । ପୁଣି ଥରେ ଜେଲକୁ ଫେରିବେ ମୁକୁଥିବା ୧୧ ଦୋଷୀ

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ଗୁଜରାଟ ବିଲକିସ ବାନୋ ଗଣଦୁର୍ଷ୍କମ ମାମଲାରେ ସୁପ୍ରିମକୋର୍ଟ ବଡ ରାୟ ଶୁଣାଇଛନ୍ତି । ଦୋଷୀଙ୍କୁ ସମୟ ପୂର୍ବରୁ ମୁକ୍ତି ମିଳିବା ଉଚିତ ନୁହେଁ କହି ପୀଡିତାଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି କୋର୍ଟ । କୋର୍ଟଙ୍କ ରାୟ ଆସିବା ପରେ ମୁକୁଳିଥିବା ୧୧ଜଣ ଦୋଷୀ ପୁଣି ଜେଲକୁ ଫେରିବେ । ୨ ସପ୍ତାହ ମଧ୍ୟରେ ଆତ୍ମସମପର୍ଣ କରିବାକୁ ଦୋଷୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ନିକଟରେ ଗୁଜରାଟ ସରକାର ସମସ୍ତ ଦୋଷୀଙ୍କୁ ସମୟ ପୂର୍ବରୁ ଜେଲରୁ ମୁକ୍ତି ଦେଇଥିଲେ । ଯାହାକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବିଲକିସ ବାନୋ   ।

ଅଗଷ୍ଟ ୨୦୨୨ରେ ଗୁଜରାଟ ସରକାର ବିଲକିସ ବାନୋ ଗଣଦୁର୍ଷ୍କମ ମାମଲାରେ ଆଜୀବନ କାରାଦଣ୍ଡ ପାଇଥିବା ୧୧ଜଣ ଦୋଷୀଙ୍କୁ ମୁକ୍ତ କରିଥିଲେ । ସମୟ ପୂର୍ବରୁ ମୁକ୍ତି ନେଇ ନଭେମ୍ବର ୩୦ରେ ସୁପ୍ରିମକୋର୍ଟରେ ଦୁଇଟି ଆବେଦନ କରାଯାଇଥିଲା । ପ୍ରଥମ ଆବେଦନରେ ଦୋଷୀଙ୍କୁ ମୁକ୍ତିକୁ ବିରୋଧ କରି ଜେଲ ପଠାଇବାକୁ ଆବେଦନ କରାଯାଇଥିଲା । ୨ୟ ଆବେଦନରେ ସୁପ୍ରିମକୋର୍ଟଙ୍କ ଆଦେଶର ପୁର୍ନବିଚା ପାଇଁ ଦାବି କରାଯାଇଥିଲା । ୨୦୨୩ରେ ଗୁଜରାଟ ସରକାର ଦୋଷୀମାନଙ୍କୁ ମୁକ୍ତ କରିବା ପାଇଁ ନିଷ୍ପତି ନେବେ ବୋଲି କୋର୍ଟ କହିଥିଲେ । ଆବେଦନ ଉପରେ ଶୁଣାଣୀ କରି ଜଷ୍ଟିସ ବି,ଭି ନାଗରତ୍ନା ଓ ଜଷ୍ଟିସ ଉଜ୍ୱଳ ଭୂୟାଁଙ୍କ ଦ୍ୱାରା ଗଠିତ ବେଂଚ ୧୨ ଅକ୍ଟୋବରରେ ରାୟ ସଂରକ୍ଷିତ ରଖିଥିଲେ ।

୨୦୦୨ ଗୁଜରାଟ ଦଙ୍ଗା ସମୟରେ ବିଲକିସ ବାନୋଙ୍କୁ ଗଣଦୁଷ୍କର୍ମ କରିବା ସହ ତାଙ୍କ ପରିବାରର ୭ଜଣଙ୍କ ନିର୍ମମ ହତ୍ୟା କରାଯାଇଥିଲା । ସେ ସମୟରେ ବିଲକିସଙ୍କ ବୟସ ୨୧ର୍ଷ ଥିଲା ଓ ସେ ୫ମାସର ଗର୍ଭବତୀ ଥିଲେ । ମାମଲାରେ ମୁମ୍ବାଇ ସ୍ୱତନ୍ତ୍ର ସିବିଆଇ କୋର୍ଟ ୨୦୦୮ ଜାନୁଆରୀ ୨୧ରେ ୧୧ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡର ଦଣ୍ଡିତ କରିଥିଲେ । ବମ୍ବେ ହାଇକୋର୍ଟ ମଧ୍ୟ ଏହାକୁ ସମର୍ଥନ କରିଥିଲେ ।

The post ବିଲକିସ ବାନୋ ମାମଲାରେ ସୁପ୍ରିମ ରାୟ । ପୁଣି ଥରେ ଜେଲକୁ ଫେରିବେ ମୁକୁଥିବା ୧୧ ଦୋଷୀ first appeared on Kanak News.

from Kanak News
via <a href="https://ifttt.com/?

ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଛାଡିବାକୁ ବାଧ୍ୟ ହୋଇଥିଲା ପାକିସ୍ତାନ । ସେଦିନର ଘଟଣା ସମ୍ପକରେ ନିଜ ପୁସ୍ତକରେ ପ୍ରକାଶ କଲେ ପୂର୍ବତନ କୁଟନୀତିଜ୍ଞ ଅଜୟ ବିସାରିଆ

କନକ ବ୍ୟୁରୋ : ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ଛାଡିବାକୁ ବାଧ୍ୟ ହୋଇଥିଲା ପାକିସ୍ତାନ । ସେଦିନର ଘଟଣା ସମ୍ପର୍କରେ ନିଜ ପୁସ୍ତକ ‘ଆଙ୍ଗର ମ୍ୟାନଜେମେଂଟ’ରେ ପ୍ରକାଶ କଲେ ପୂର୍ବତନ କୁଟନୀତିଜ୍ଞ ଅଜୟ ବିସାରିଆ । ସେତେବେଳେ ପାକିସ୍ତାନରେ ଭାରତର ରାଷ୍ଟଦୂତ ଭାବେ ନିୟୋଜିତ ଥିଲେ ଅଜୟ ବିସାରିଆ । ଭୟଭୀତ ହୋଇ ରାତି ଅଧରେ ଅଜୟଙ୍କ କବାଟ ବାଡେଇଥିଲେ ପାକିସ୍ତାନ ସରକାର । ପାକିସ୍ତାନ ରାଷ୍ଟ୍ରଦୂତ ଅଜୟଙ୍କୁ ଫୋନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସେତେବେଳେର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କଥା ହେବାକୁ ଚାହୁଁଥିବା କହିଥିଲେ    । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ଥିବା କହି କଥା ହେବାକୁ ମନା କରିଥିଲା ଭାରତ । ଅଜୟ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି ଯେ, ୨୦୧୯ ଫେବୃଆରି ୨୭ ତାରିଖ ରାତିରେ ଭାରତ ୯ ଟି ମିଶାଇଲ ପାକିସ୍ତାନ ଆଡକୁ ଲକ୍ଷ୍ୟ କରି ପ୍ରସ୍ତୁତ ହେବା ପରେ ଡରିଯାଇଥିଲେ ପାକିସ୍ତାନ ସରକାର । ସେଦିନ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ବିମାନ ପାକିସ୍ତାନ ଖସିପଡିବା ପରେ ପାକିସ୍ତାନର ଚିନ୍ତା ବଢିଯାଇଥିଲା । ଏହାର ଦୁଇ ଦିନ ପରେ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ମୁକ୍ତ କରିଥିଲା ପାକିସ୍ତାନ ।

The post ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଛାଡିବାକୁ ବାଧ୍ୟ ହୋଇଥିଲା ପାକିସ୍ତାନ । ସେଦିନର ଘଟଣା ସମ୍ପକରେ ନିଜ ପୁସ୍ତକରେ ପ୍ରକାଶ କଲେ ପୂର୍ବତନ କୁଟନୀତିଜ୍ଞ ଅଜୟ ବିସାରିଆ first appeared on Kanak News.

from Kanak News
via <a href="https://ifttt.com/?

ସଲମାନ ଖାନଙ୍କ ଫାର୍ମହାସରେ ସୁରକ୍ଷା ତ୍ରୁଟି । ନକଲି ପରିଚୟପତ୍ର ସହ ପାଚେରୀ ଡେଇଁ ପଶିଲେ ଦୁଇ ଦୁବୁର୍ତ

କନକ ବ୍ୟୁରୋ : ସଲମାନ ଖାନଙ୍କ ଫାର୍ମହାଉସରେ ପଶିଲେ ଦୁଇ ଦୁବୁର୍ତ୍ତ । ମିଳିଲା ନକଲି ପରିଚୟପତ୍ର । ଦୁବୁର୍ତଙ୍କୁ ତୁରନ୍ତ ଗିରଫ କଲେ ସଲମାନଙ୍କ ସୁରକ୍ଷାକର୍ମୀ । ସୋମବାର ଅଭିନେତାଙ୍କ ପନଭେଲ ଫାର୍ମହାଉସରେ ସେତିକିବେଳେ ହଇଚଇ ସୃଷ୍ଟି ହୋଇଥିଲା ଯେତେବେଳେ ଦୁଇ ଦୁବୁର୍ତଙ୍କୁ ଅନୁପ୍ରବେଶ କରୁଥିବା ଦେଖିବାକୁ ପାଇଥିଲେ ସୁରକ୍ଷାକର୍ମୀ । ଫାର୍ମହାଉସ ପାଚେରୀ ଡେଇଁ ଏମାନେ କାହିଁକି ପଶିଲେ, କ’ଣ ଥିଲା ଉଦ୍ଦେଶ୍ୟ ଏହି ପ୍ରଶ୍ନ ଭିତରେ ତୁରନ୍ତ ଦୁଇଜଣଙ୍କୁ କାବୁ କରି ମୁମ୍ବାଇ ପୁଲିସକୁ ହସ୍ତାନ୍ତର କରାଯାଇଥିଲା । ଜେରା ସମୟରେ ଅଭିଯୁକ୍ତ କହିଛନ୍ତି ସଲମାନଙ୍କୁ ଭେଟିବା ତାଙ୍କ ଉଦ୍ଦେଶ୍ୟ ଥିଲା । ଘରୁ ଝଗଡ଼ା କରି ମୁମ୍ବାଇ ପହଁଚିଥିଲେ । ପ୍ରିୟ ଅଭିନେତାଙ୍କୁ ଭେଟିବା ମୌକା ନମିଳିବାରୁ ଫାର୍ମହାଉସରେ ଅନୁପ୍ରବେଶ କରିଥିଲେ । ତେବେ ଅଭିଯୁକ୍ତଙ୍କୁ ଗୋଟେ ପଟେ ଜେରା ଚାଲିଥିବାବେଳେ ସେପଟେ ଘଟଣା ପଛର କାରଣ ଖୋଜୁଛି ମୁମ୍ବାଇ ପୁଲିସ । ମିଳିଥିବା ସୂଚନା ଅନୁସାରେ ଦୁଇ ଅଭିଯୁକ୍ତଙ୍କ ନାଁ ଅଜେଶ କୁମାର ଗିଲଓ ଗୁରୁସେବକ । ଅଜେଶ ରାଜସ୍ଥାନର ଓ ଗୁରୁସେବକ ପଂଜାବର ବୋଲି ଜଣାପଡିଛି । ଏହି ଘଟଣା ଜାନୁଆରୀ ୪ ତାରିଖରେ ବୋଲି କହିଛି ପୁଲିସ ।

୨୦୨୩ ମସିହାରେ ସଲମାନଙ୍କୁ ଦୁଇ ଦୁଇ ଥର ହତ୍ୟା ଧମକ ମିଳିଥିଲା । ୧୮ମାର୍ଚ୍ଚ, ୨୦୨୩ । ସଲମାନଙ୍କୁ ମିଳିଥିଲା ଧମକପୂର୍ଣ୍ଣ ଇ-ମେଲ । ସଲମାନଙ୍କ ମ୍ୟାନେଜର ପ୍ରଶାନ୍ତ ଗୁଂଜଲକରଙ୍କୁ ମିଳିଥିଲା ଧମକପୂର୍ଣ୍ଣ ଇ-ମେଲ । ଏହି ମେଲ ରୋହିତ ଗର୍ଗ ନାମକ ବ୍ୟକ୍ତି ପଠାଇଥିଲେ । ପରେ ଏପ୍ରିଲ ୩୦ରେ ମୁମ୍ବାଇ ପୁଲିସ କଂଟ୍ରୋଲ ରୁମକୁ ଏକ ଧମକଭରା କଲ ଆସିବାପରେ ଅଭିନେତାଙ୍କ ସୁରକ୍ଷା କଡ଼ାକଡ଼ି କରାଯାଇଥିଲା ।

୧୯୯୮ ମସିହାର ଘଟଣାକୁ ନେଇ ସଲମାନଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଉଛି ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଏବଂ ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବ୍ରାଡ୍ । ୧୯୯୮ ମସିହାରେ ଯୋଧପୁରରେ ଚଳଚ୍ଚିତ୍ର ‘ହମ୍ ସାଥ ସାଥ ହୈ’ ସୁଟିଂ ସମୟରେ କୃଷ୍ଣସାର ମୃଗ ଶିକାର କରିଥିଲେ ସଲମାନ । ଏହାପରଠୁ ତାଙ୍କୁ ଲଗାତାର ହତ୍ୟା ଧମକ ମିଳୁଛି ।

The post ସଲମାନ ଖାନଙ୍କ ଫାର୍ମହାସରେ ସୁରକ୍ଷା ତ୍ରୁଟି । ନକଲି ପରିଚୟପତ୍ର ସହ ପାଚେରୀ ଡେଇଁ ପଶିଲେ ଦୁଇ ଦୁବୁର୍ତ first appeared on Kanak News.

from Kanak News
via <a href="https://ifttt.com/?

ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର କସରତ । ଆସନ ଭାଗବଂଟାକୁ ନେଇ ଦିଲ୍ଲୀରେ ଆପ-କଂଗ୍ରେସ ବୈଠକ

କନକ ବ୍ୟୁରୋ : ଲୋକସଭା ନିର୍ବାଚନରେ ବିଜେପିକୁ ମାତ ଦେବା ପାଇଁ ୨୮ଟି ବିରୋଧୀ ଦଳକୁ ନେଇ ଗଠିତ ଇଣ୍ଡିଆ ମେଂଟ ଜୋରସୋରରେ କାମ ଆରମ୍ଭ କରିଛି । ସୋମବାର ଆମ ଆଦମୀ ପାର୍ଟି ସହ ଆଲୋଚନା କରିଛି କଂଗ୍ରେସ । ବୈଠକ ପରେ କଂଗ୍ରେସ ନେତା ମୁକୁଲ ବାସନି କହିଛନ୍ତି ଆଲୋଚନା ସକରାତ୍ମକ ରହିଛି । ଖୁବଶିଘ୍ର ଆଗାମୀ ବୈଠକ ବସିବ ଓ ଆସନ ଭାଗବଂଟା କରାଯିବ । ଏକାଠି ମିଶି ବିଜେପିକୁ ହରାଇବୁ । ରବିବାର ଆରଜେଡି ଓ ଜେଡିୟୁ ସହ ଆଲୋଚନା କରିଥିଲା ଦଳ ।

ସେପଟେ ଆପ୍ ନେତା ସୌରଭ ଭରଦ୍ୱାଜ ମଧ୍ୟ ଗଣମାଧ୍ୟମକୁ କହିଛନ୍ତି କି, ଆଲୋଚନା ସକରାତ୍ମକ ରହିଛି ଓ ଖୁବଶୀଘ୍ର ଆସନ ବୁଝାମଣା ହୋଇଯିବ ।

The post ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର କସରତ । ଆସନ ଭାଗବଂଟାକୁ ନେଇ ଦିଲ୍ଲୀରେ ଆପ-କଂଗ୍ରେସ ବୈଠକ first appeared on Kanak News.

from Kanak News
via <a href="https://ifttt.com/?

ନିଜ ଗୋଡ଼ରେ ନିଜେ କୁରାଢ଼ି ଚୋଟୋ ମାରି ପସ୍ତଉଛି ମାଳଦ୍ୱୀପ । ଟିକେଟ,ହୋଟେଲ ବୁକିଂ ରଦ୍ଦ ଯୋଗୁଁ ପର୍ଯ୍ୟଟନ କ୍ଷେତ୍ରରେ ବଡ କ୍ଷତି ସହିବା ଆଶଙ୍କା

କନକ ବ୍ୟୁରୋ : ସମୁଦ୍ର କୂଳରେ ବୁଲିବା, ଥଣ୍ଡା ପବନ ସହ ହାତରେ ଗରମ ଚାହା କପ୍ ଆଉ ଏକାନ୍ତରେ ସମୟ କାଟିବା । ଏହାସହ କିଛି ଭିନ୍ନ ଅନୁଭୂତି ପାଇଁ ସମୁଦ୍ରରେ ବୁଡିବା । ଜାନୁଆରୀ ୩ ଓ ୪ ତାରିଖ ଲାକ୍ଷାଦ୍ୱୀପକୁ ଦୁଇ ଦିନିଆ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିଜର ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ସେଠାକାର ପ୍୍ରାକୃତିକ ସୌନ୍ଦର୍ଯ୍ୟକୁ ଭରପୁର ଉପଭୋଗ କରିଥିଲେ । ଲାକ୍ଷାଦ୍ୱୀପ ବେଳାଭୂମୀରେ ଶାନ୍ତିର ମୁହୂର୍ତ ଅତିବାହିତ କରିବାର ଫଟୋ ଭିଡିଓ ନିଜ ସୋସିଆଲ ମିଡିଆରେ ସେୟାର କରିଥିଲେ ମୋଦୀ । ମୋଦୀ କହିଥିଲେ, ଏହି ସ୍ଥାନ ଏକାନ୍ତରେ ସମୟ ବିତାଇବା, ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ଏବଂ ରୋମାଂଚ ପାଇଁ ଉପଯୁକ୍ତ । ମୋଦୀ ନିଜ ଲାକ୍ଷାଦ୍ୱୀପ ଗସ୍ତରେ ସ୍ନର୍କଲିଂ କରିବା ସହ ବେଳାଭୂମୀରେ ଏକାନ୍ତରେ ସମୟ ଅତିବାହିତ କରୁଥିବାର ଫଟୋ ଭିଡିଓ ବି ସାମ୍ନାକୁ ଆସିଛି । ମୋଦୀ ନିଜର ଏହି ଯାତ୍ରାରେ ଲାକ୍ଷାଦ୍ୱୀପର ବିକାଶ ପାଇଁ ୧୧୫୬ କୋଟି ଯୋଜନାର ଘୋଷଣା କରିଥିଲେ ।

ମୋଦୀଙ୍କ ଲାକ୍ଷାଦ୍ୱୀପ ଗସ୍ତ ପରେ ଲୋକଙ୍କ ମନରେ ଏହି ସ୍ଥାନକୁ ନେଇ ଉତ୍କଣ୍ଠା ବଢିବାରେ ଲାଗିଲା । ସୋସିଆଲ ମିଡିଆରେ ଲୋକେ ଲାକ୍ଷାଦ୍ୱୀପ ସର୍ଚ୍ଚ କରିବା ବି ଆରମ୍ଭ କରିଦେଲେ । ଦେଖୁ ଦେଖୁ ଗୁଗୁଲରେ ସର୍ବାଧିକ ସର୍ଚ୍ଚ କରିବା ସ୍ଥାନ ଭିତରେ ଏକ ନମ୍ବରରେ ଆସିଗଲା ଲାକ୍ଷାଦ୍ୱୀପ । କେବଳ ସେତିକି ନୁହେଁ ମାତ୍ର ଦିନ ୪ଟାରେ ଲାକ୍ଷାଦ୍ୱୀପକୁ ପର୍ଯ୍ୟଟକଙ୍କ ସୁଅ ବି ଛୁଟିଲା । ଏହାସହ ସୋସଆଲ ମିଡିଆରେ ଲାକ୍ଷାଦ୍ୱୀପର ତୁଳନା ମାଳଦୀପ ସହ ବି କରାଗଲା । ମୋଦୀଙ୍କ ଗସ୍ତ ପରେ ଛୁଟି ବିତାଇବା ସ୍ଥାନ ଭାବେ ଲାକ୍ଷାଦ୍ୱୀପର ଚାହିଦା ବଢି ଯାଇଛି । ଆଉ ଏହି କଥାକୁ ସହି ପାରିନାହିଁ ମାଳଦ୍ୱୀପ । ହେଲେ ଭାରତ ସହ ପଙ୍ଗା ମାଳଦୀପକୁ ମହଙ୍ଗା ସାବ୍ୟସ୍ତ ହୋଇଛି । ଭାରତରେ ବଏକଟ୍ ମାଳଦ୍ୱୀପ ଟ୍ରେଣ୍ଡ କରିବାରେ ଲାଗିଛି । ଲୋକେ ଏବେ ନିଜର ମାଳଦ୍ୱୀପ ଗସ୍ତକୁ ବାତିଲ କରିଦେଉଛନ୍ତି ।

ଭାରତ ସହ ବିବାଦ କରିବା ପରେ ବଢିବାରେ ଲାଗିଛି ମାଳଦ୍ୱୀପର ସମସ୍ୟା । ଭାରତରେ ପ୍ରତିବର୍ଷ ବିପୁଳ ସଂଖ୍ୟାରେ ଲୋକେ ବୁଲିବାକୁ ମାଳଦ୍ୱୀପ ଯାଇଥାନ୍ତି । ହେଲେ ମାଳଦ୍ୱୀପରେ ନୂଆ ମୁଇଜୁ ସରକାର ଆସିବା ପରେ ଦୁଇ ଦେଶର ସମ୍ପର୍କରେ ପରିବର୍ତନ ଦେଖିବାକୁ ମିଳିଛି । ମୁଇଜୁ ନିଜ ନିର୍ବାଚନୀ ଅଭିଯାନରେ ଇଣ୍ଡିଆ ଆଉଟ୍ର ନାରା ବି ଦେଇଥିଲେ । ଏହି ଭିତରେ ଯେତେବେଳେ ମାଳଦ୍ୱୀପ ବଦଳରେ ଲାକ୍ଷାଦ୍ୱୀପ ଯିବାର ଚର୍ଚ୍ଚା ହେବାରେ ଲାଗିଲା, ତାକୁ ନେଇ ସେଠାକାର ମନ୍ତ୍ରୀଙ୍କୁ ନିଆଁ ଲାଗିଗଲା । ହେଲେ ମୋଦୀଙ୍କ ବିରୋଧରେ ଟିପ୍ପଣୀ କରି ନିଜ ଗୋଡରେ କୁରାଢି ମାରିଛି ମାଳଦ୍ୱୀପ । ଏବେ ମାଳଦ୍ୱୀପକୁ ଯାତ୍ରା ବାତିଲ କଲେଣି ଭାରତୀୟ ଯାତ୍ରୀ ।

ଏକ ତଥ୍ୟ ଅନୁସାରେ –
ଭାରତ ଉପରେ ନିର୍ଭର ମାଳଦ୍ୱୀପ ଅର୍ଥନୀତ
– ପ୍ରତିବର୍ଷ ପାଖାପାଖି ୬୦,ହଜାରରୁ ତିନି ଲକ୍ଷ ଭାରତୀୟ ମାଳଦ୍ୱୀପ ବୁଲିବାକୁ ଯାଆନ୍ତି
– ୨୦୨୩, ଡିସେମ୍ବର ୧୩ ସୁଦ୍ଧା ୧ ଲକ୍ଷ ୯୩ ହଜାର ଭାରତୀୟ ମାଳଦ୍ୱୀପ ଯାତ୍ରା
– ୨୦୨୧ରେ ୨ ଲକ୍ଷ ୯୧ ହଜାର, ୨୦୨୨ରେ ୨ ଲକ୍ଷ ୪୧ ହଜାର ଭାରତୀୟ ମାଳଦ୍ୱୀପ ଗସ୍ତ
– ଏଥିରୁ ବିପୁଳ ରୋଜଗାର କରିଥାଏ ମାଳଦ୍ୱୀପ
– ଭାରତ ଉପରେ ଅନେକ କ୍ଷେତ୍ରରେ ନିର୍ଭର ମାଳଦ୍ୱୀପ
– ପରିବା, ଫଳ, ଚିନି, କୃଷି ଉତ୍ପାଦ, କୁକୁଡା, ଚାଉଳ, ମସଲା, ଔଷଧ, କପଡା ଆଦି ସାମଗ୍ରୀ ଭାରତ ଠାରୁ ଆମଦାନୀ
– ୨୦୨୧ରେ ଭାରତ-ମାଳଦ୍ୱୀପ ଭିତରେ ୩୨୩ ମିଲିଅନ୍ ଡଲାରର ବେପାର ହୋଇଥିଲା

ଏବେ ଭାରତ ସହ ପଙ୍ଗା, ମାଳଦ୍ୱୀପକୁ ଅଡୁଆରେ ପକାଇ ପାରେ । ଗୋଟିଏ ପଟେ ମାଳଦ୍ୱୀପର ପର୍ଯ୍ୟଟନ କ୍ଷେତ୍ରକୁ ଶକ୍ତ ଧକ୍କା ଲାଗିପାରେ, ତ ଅନ୍ୟପଟେ ଭାରତ ଯଦି ଜରୁରୀ ସାମଗ୍ରୀର ରପ୍ତାନୀ ବନ୍ଦ କରିଦିଏ, ତାହାଲେ ସମସ୍ୟାରେ ପଡିପାରେ ମାଳଦ୍ୱୀପ । ତେଣୁ ଏବେ ନିଜ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଏକପ୍ରକାର ବାଧ୍ୟ ହୋଇଛନ୍ତି ମାଳଦ୍ୱୀପ ସରକାର ।

The post ନିଜ ଗୋଡ଼ରେ ନିଜେ କୁରାଢ଼ି ଚୋଟୋ ମାରି ପସ୍ତଉଛି ମାଳଦ୍ୱୀପ । ଟିକେଟ,ହୋଟେଲ ବୁକିଂ ରଦ୍ଦ ଯୋଗୁଁ ପର୍ଯ୍ୟଟନ କ୍ଷେତ୍ରରେ ବଡ କ୍ଷତି ସହିବା ଆଶଙ୍କା first appeared on Kanak News.

from Kanak News
via <a href="https://ifttt.com/?

ଜଗା ଦର୍ଶନ ହେବ ସହଜ: ଭକ୍ତ-ଭଗବାନଙ୍କ ସେତୁ ହେବ ‘ଶ୍ରୀସେତୁ’

କନକ ବ୍ୟୁରୋ: ପରିକ୍ରମା ପ୍ରକଳ୍ପ ପାଇଁ ଚଳଚଂଚଳ ଥିବା ଶ୍ରୀକ୍ଷେତ୍ରର ଦୂର ହେବ ଟ୍ରାଫିକ୍ ସମସ୍ୟା । ଭକ୍ତ-ଭଗବାନଙ୍କ ସେତୁ ହେବ ୩୧୬ ନମ୍ବର ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ଉପରେ ତିଆରି ହୋଇଥିବା ‘ଶ୍ରୀ ସେତୁ’ । ତୂରୀ ଆକୃତିର ସେତୁ ଦେଇ ସିଧାସଳଖ ବଡଦାଣ୍ଡ ଓ ଜଗନ୍ନାଥ ବଲ୍ଲଭ ପାର୍କିଂରେ ପଂହଚିପାରିବେ ଭକ୍ତ ।

ପୁରୀର ବହୁପ୍ରତୀକ୍ଷିତ ଶ୍ରୀ ସେତୁ । ପୁରୀ ପରିକ୍ରମା ପ୍ରକଳ୍ପ ପାଇଁ ଶ୍ରୀ କ୍ଷେତ୍ର ଚଳଚଂଚଳ ହୋଇଥିବାବେଳେ ଚର୍ଚ୍ଚାରେ ରହିଛି ‘ଟ୍ରମ୍ପେଟ ବ୍ରିଜ’ ବା ‘ଶ୍ରୀ ସେତୁ’ । କୁହାଯାଉଛି ପୁରୁଷୋତମ କ୍ଷେତ୍ରର ପ୍ରବେଶ ପଥରେ ଉପୁଜୁଥିବା ଜଟିଳ ଟ୍ରାଫିକ ସମସ୍ୟାର ସମାଧାନ କରିବାକୁ ଯାଉଛି ତୂରୀ ଆକୃତିର ଏହି ଶ୍ରୀ ସେତୁ । ଏଣିକି ଗାଡିରେ ଆସୁଥିବା ଭକ୍ତମାନଙ୍କୁ ଆଉ ଅଠରନଳା ଦେଇ ସହର ଭିତରକୁ ଯିବାକୁ ପଡିବନି । ୩୧୬ ନମ୍ବର ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥପ ବୀରହରେକୃଷ୍ଣପୁର-ମଙ୍ଗଳାଘାଟ ବାଇପାସ ଉପରେ ତୂରୀ ଆକୃତିର ଓଭରବ୍ରିଜ ତିଆରି ହୋଇଛି । ଏହି ବ୍ରିଜ ଦେଇ ଭକ୍ତମାନେ ସିଧାସଳଖ ବଡଦାଣ୍ଡ ଓ ଜଗନ୍ନାଥ ବଲ୍ଲଭ ପାର୍କିଂ ଓ ଅନ୍ୟ ସ୍ଥାନରେ ପଂହଚିପାରିବେ । ଏଥିିପାଇଁ ଆଲୋକୀକରଣ ଓ ସୌନ୍ଦର୍ଯ୍ୟ କାମ ଆଗେଇଚାଲିଛି ।

କୁହାଯାଉଛି, ଜଗା ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ଅପେକ୍ଷାର ତିକ୍ତ ଅନୁଭୂତିକୁ ବଦଳାଇଦେବ ‘ଶ୍ରୀ ସେତୁ’ । ଏହି ସେତୁରେ ଛିଡା ହେଲେ ପୁରା ଶ୍ରୀକ୍ଷେତ୍ରକୁ ଦେଖିବାର ସୁଯୋଗ ମିଳିବ । ଭିଡ ଯୋଗୁଁ ଭକ୍ତ ଯେଉଁ ଟ୍ରାଫିକ ସମସ୍ୟା ଭୋଗୁଥିଲେ ତାହା ଆଉ ରହିବ ନାହିଁ ।

ଶ୍ର୍ରୀସେତୁ
– ତୂରୀ ଆକୃତିର ହୋଇଛି ‘ଶ୍ରୀସେତୁ’
– ମାଳତୀପାଟପୁରରୁ ବଡଦାଣ୍ଡକୁ ସଂଯୋଗ କରିବ
– ‘ଶ୍ରୀସେତୁ’ ପାଇଁ ଖର୍ଚ୍ଚ ହୋଇଛି ୧୬୧ କୋଟି ୪୩ ଲକ୍ଷ ଟଙ୍କା
– ‘ଶ୍ରୀସେତୁ’ରେ ରହିିଛି ଆକର୍ଷଣୀୟ କଳାକୃତି
-‘ଶ୍ରୀସେତୁ’କୁ ୪ ଲାଇନ ରାସ୍ତା ସଂଯୋଗ କରୁଛି
– ରାଜ୍ୟର ସବୁଠାରୁ ବଡ଼ ଓ ଆକର୍ଷଣୀୟ ବ୍ରିଜ

୧୭ ତାରିଖରେ ଲୋକାର୍ପିତ ହେବ ପରିକ୍ରମା ପ୍ରକଳ୍ପ । ଏଥିପାଇଁ ଭକ୍ତଙ୍କ ମଧ୍ୟରେ ବ୍ୟାକୁଳତା ବଢୁଛି । ଏହି ସେତୁରେ ଭକ୍ତ ଓ ପର୍ଯ୍ୟଟକ ଆସି ସିଧାସଳଖ ବଡଦାଣ୍ଡ ସଂଲଗ୍ନ ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂରେ ପହଂଚିବେ ଓ ସୁବିଧାରେ ବ୍ୟାଟେରୀ ଚାଳିତ ଗାଡିରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।

The post ଜଗା ଦର୍ଶନ ହେବ ସହଜ: ଭକ୍ତ-ଭଗବାନଙ୍କ ସେତୁ ହେବ ‘ଶ୍ରୀସେତୁ’ first appeared on Kanak News.

from Kanak News
via <a href="https://ifttt.com/?

ତେଜୁଛି ଲାକ୍ଷାଦ୍ୱୀପ ବନାମ ମାଳଦ୍ୱୀପ ବିବାଦ । ସମନ ପରେ ନୂଆଦିଲ୍ଲୀରେ ମାଳଦ୍ୱୀପ ରାଷ୍ଟ୍ରଦୂତ ହାଜର, ମୋଦୀ ବିରୋଧୀ ମନ୍ତବ୍ୟ ପରେ ବଢ଼ୁଛି ବୟକଟ୍ ମାଳଦ୍ୱୀପ ଟ୍ରେଣ୍ଡ

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ମାଳଦ୍ୱୀପ ସରକାରଙ୍କ ଯେଉଁ ୩ଜଣ ମନ୍ତ୍ରୀ ଆପତିଜନକ ଟିପ୍ପଣୀ ଦେଇଥିଲେ ସେମାନେ ହୁଏତ କଳ୍ପନାରେ ସୁଦ୍ଧା ଚିନ୍ତା କରିନଥିବେ ରାତାରାତି କିଭଳି ସମସ୍ୟାରେ ପଡିବ ଦେଶ । ସବୁଠି ଏବେ ମାଳଦ୍ୱୀପ ବିରୋଧରେ ସ୍ୱର ଉତୋଳନ ଆରମ୍ଭ ହୋଇଛି । ସୋସିଆଲ ମିଡିଆଠୁ ନେଇ ଭାରତର ଅନେକ ବିଶିଷ୍ଠ ବ୍ୟକ୍ତି ମାଳଦ୍ୱୀପ ମନ୍ତ୍ରୀଙ୍କ ବୟାନକୁ ନିନ୍ଦା କରୁଛନ୍ତି । କେବଳ ସେତିକି ନୁହେଁ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ବୟକଟ ମାଳଦ୍ୱୀପ । ପର୍ଯ୍ୟଟକଙ୍କ ସଂଖ୍ୟା ହଠାତ ଖସିବା ସହ ବୁକିଂ ମଧ୍ୟ ରଦ୍ଦ ହେଉଛି । କହିବାକୁ ଗଲେ ଭାରତ ବିରୋଧୀ ବୟାନ ଦେଇ ନିଜ ଗୋଡରେ ନିଜେ କୁରାଡ଼ି ମାରିଛି ମାଳଦ୍ୱୀପ ।

ପର୍ଯଟନ କ୍ଷେତ୍ରକୁ ନେଇ ଉପଜିଥିବା ବିବାଦ ଭିତରେ ସାମ୍ନାକୁ ଆସିଛନ୍ତି ଭାରତର ବହୁ ବିଶିଷ୍ଠ ଚେହେରା । ବଲିଉଡ କଳାକାରଙ୍କଠୁ ନେଇ ବ୍ୟବସାୟୀ, ଶିଳ୍ପପତି ଲାକ୍ଷାଦ୍ୱୀପର ପ୍ରଶଂସା କରିବା ସହ ବିଭିନ୍ନ ପ୍ରକାର ପୋଷ୍ଟରେ ମାଳଦ୍ୱୀପକୁ ଉଚିତ ଜବାବ ଦେଇଛନ୍ତି । ସବୁଠୁ ଅଧିକ ଭାଇରାଲ ହେଉଛି ବିଗ ବି ଅମିତାଭ ବଚ୍ଚନଙ୍କ ସୋସିଆଲ ମିଡିଆ ପୋଷ୍ଟ । ଯେଉଁଥିରେ ବିଗ ବି ଲେଖିଛନ୍ତି ଭାରତର ଆତ୍ମନିର୍ଭରତା ଉପରେ ଆଦୌ ବାଧା ଦିଅନ୍ତୁ ନାହିଁ । ସେହିପରି ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହୱାଗ ମଧ୍ୟ ଭାରତର ବିଭିନ୍ନ ବେଳାଭୂମି ଫଟୋ ପୋଷ୍ଟ କରି ମାଳଦ୍ୱୀପକୁ ଜବାବ ଦେଇଛନ୍ତି । ସେପଟେ ମୋଦୀ ସରକାର ମାଳଦ୍ୱୀପ ମନ୍ତ୍ରୀଙ୍କ ବୟାନକୁ ନିନ୍ଦା କରିଛନ୍ତି ।

ଯେବେଠୁ ମାଳଦ୍ୱୀପର ନୂଆ ରାଷ୍ଟ୍ରପତି ଭାବେ ମହମ୍ମଦ ମୁଇଜ ଦାୟିତ୍ୱ ନେଇଛନ୍ତି ସେବେଠୁ ଭାରତ-ମାଳଦ୍ୱୀପ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଛି । ଦାୟିତ୍ୱ ଗ୍ରହଣ କଲା ପରେ ମାଳଦୀପର ରାଷ୍ଟପତିମାନେ ପ୍ରଥମେ ଭାରତ ଗସ୍ତ କରିଥାନ୍ତି । କିନ୍ତୁ ବର୍ତମାନର ରାଷ୍ଟ୍ରପତି ମହମ୍ମଦ ମୁଇଜୁ ପରମ୍ପରା ଭାଙ୍ଗି ପ୍ରଥମେ ଭାରତ ବଦଳରେ ଚୀନ ଗସ୍ତ କରୁଛନ୍ତି । ଏହା ଭିତରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ତିକ୍ତତା ବଢ଼ୁଛି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲାକ୍ଷାଦ୍ୱୀପ ଗସ୍ତ ଓ ପର୍ଯ୍ୟଟକଙ୍କୁ ଏଠାକୁ ଆସିବାକୁ ଯେଉଁ ଅପିଲ କରିଥିଲେ ତାକୁ ସହଜରେ ଗ୍ରହଣ କରିପାରିନଥିଲେ ମାଳଦ୍ୱୀପ ସରକାରଙ୍କ ୩ ମନ୍ତ୍ରୀ ।  ଭାରତ ବିରୋଧୀ ମନ୍ତବ୍ୟ ଦେବା ସହ  ଲାକ୍ଷାଦ୍ୱୀପର ପର୍ଯ୍ୟଟନ ବ୍ୟବସ୍ଥାକୁ ସମାଲୋଚନା କରିଥିଲେ । ତେବେ ଘଟଣାକୁ ଗୁରୁତର ସହ ଗ୍ରହଣ କରି ମାଳଦ୍ୱୀପକୁ ତଲବ କରିଥିଲା ଭାରତ  । ପରେ ମାଳଦ୍ୱୀପର ୩ ମନ୍ତ୍ରୀ ମରିୟନ ଶିଉନା, ମାଲଶା ସରିଫ ଓ ମହଜୁଦ ମଜିଦଙ୍କୁ କ୍ୟାବିନେଟର ନିଲମ୍ବିତ କରାଯାଇଥିଲା । ସେପଟେ ବୈଦେଶିକ ମନ୍ତ୍ରଣାଳୟରେ ହାଜର ହୋଇଛନ୍ତି ମାଳଦ୍ୱୀପ ରାଷ୍ଟ୍ରଦୂତ ଇବ୍ରାହିମ ସାହିବ ।

The post ତେଜୁଛି ଲାକ୍ଷାଦ୍ୱୀପ ବନାମ ମାଳଦ୍ୱୀପ ବିବାଦ । ସମନ ପରେ ନୂଆଦିଲ୍ଲୀରେ ମାଳଦ୍ୱୀପ ରାଷ୍ଟ୍ରଦୂତ ହାଜର, ମୋଦୀ ବିରୋଧୀ ମନ୍ତବ୍ୟ ପରେ ବଢ଼ୁଛି ବୟକଟ୍ ମାଳଦ୍ୱୀପ ଟ୍ରେଣ୍ଡ first appeared on Kanak News.

from Kanak News
via <a href="https://ifttt.com/?

କଥା ରଖିଲେ ରାଜ୍ୟ ସରକାର, ମୃତ ଡ୍ରାଇଭରଙ୍କ ପରିବାରକୁ ମିଳିଲା ସହାୟତା ରାଶି: ଓଡ଼ିଶା ମୋଟର ପରିବହନ ଚାଳକ କର୍ମଚାରୀ କଲ୍ୟାଣ ବୋର୍ଡର ଅନୁକମ୍ପା ରାଶି ପ୍ରଦାନ ସମାରୋହ

କନକ ବ୍ୟୁରୋ: ମୃତ ଡ୍ରାଇଭରଙ୍କ ପରିବାରକୁ ମିଳିଲା ସହାୟତା ରାଶି । ଆଜି ଭୁବନେଶ୍ୱରରେ ଆୟୋଜିତ ହୋଇଥିଲା ଓଡ଼ିଶା ମୋଟର ପରିବହନ ଚାଳକ କର୍ମଚାରୀ କଲ୍ୟାଣ ବୋର୍ଡର ଅନୁକମ୍ପା ରାଶି ପ୍ରଦାନ ସମାରୋହ । ଡ୍ରାଇଭରଙ୍କ ଅକାଳ ବିରୋଗ ହେଲେ ଅନୁକମ୍ପା ରାଶି ଦିଆଯିବାର ବ୍ୟବସ୍ଥା ହୋଇଛି । ପ୍ରଥମ ପର୍ଯ୍ୟାୟରେ ୩ ଜଣ ଡ୍ରାଇଭରଙ୍କ ପରିବାରକୁ ମିଳିଛି ସହାୟତା । ସାଧାରଣ ମୃତ୍ୟୁ ହେଲେ ୨ ଲକ୍ଷ ଟଙ୍କା ଓ ଦୁର୍ଘଟଣାଜନିତ ମୃତ୍ୟୁରେ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦିଆଯାଉଛି ।

୬ ମାସ ତଳେ ମାତ୍ର ୪୮ ବର୍ଷ ବୟସରେ ପ୍ରାଣ ହରାଇଥିଲେ କୁଶ କୁମାର ସାହୁ । ଟାକ୍ସି ଚଳାଇ ପରିବାର ପ୍ରତିପୋଷଣ କରୁଥିଲେ । ପ୍ରାୟ ୯ ବର୍ଷ ତଳେ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା । କୁଶଙ୍କ ମୃତ୍ୟୁ ପରେ ଅନାଥ ହୋଇ ଯାଇଥିଲେ ତାଙ୍କର ଦୁଇ ଝିଅ ଅନନ୍ୟା ଓ ଆଦ୍ୟାଶା । ଯୌଥ ପରିବାର ହୋଇଥିବାରୁ ବାପା ଚାଲିଗଲା ପରେ ସାହାରା ଦେଇଥିଲେ ଦାଦା ଖୁଡ଼ି । ସେମାନଙ୍କ ଅଭାବୀ ପରିବାରରେ ଦୁଇ ଝିଅଙ୍କ ପାଠପଢା ବେଶ କଷ୍ଟକର ହୋଇ ପଡିଥିଲା । ତେବେ ଓଡ଼ିଶା ମୋଟର ପରିବହନ ଚାଳକ କର୍ମଚାରୀ କଲ୍ୟାଣ ବୋର୍ଡ ପକ୍ଷରୁ ମିଳିଛି ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ।

ଆଜି ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଥିଲା ଓଡ଼ିଶା ମୋଟର ପରିବହନ ଚାଳକ କର୍ମଚାରୀ କଲ୍ୟାଣ ବୋର୍ଡର ଅନୁକମ୍ପା ରାଶି ପ୍ରଦାନ ସମାରୋହ । ପ୍ରଥମ ପର୍ଯ୍ୟାୟରେ ୩ ଜଣ ଡ୍ରାଇଭରଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଁଏ ସହାୟତା ରାଶି ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀ ଓ ଡ୍ରାଇଭର ମହାସଂଘର କର୍ମକର୍ତା ଯୋଗ ଦେଇଥିଲେ ।

ଗତ ବର୍ଷ ୧୦ ଦଫା ଦାବି ନେଇ ସାରା ରାଜ୍ୟରେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରିଥିଲା ଓଡ଼ିଶା ଡ୍ରାଇଭର ମହାସଂଘ । ସରକାର ସେମାନଙ୍କ କିଛି ଦାବି ମାନିନେବା ପାଇଁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା । ଏହାପରେ ଡ୍ରାଇଭରଙ୍କ ପାଇଁ ଗଠନ ହୋଇଥିଲା ଓଡ଼ିଶା ମୋଟର ପରିବହନ ଚାଳକ କର୍ମଚାରୀ କଲ୍ୟାଣ ବୋର୍ଡ । ଡ୍ରାଇଭରଙ୍କ ଅକାଳ ବିୟୋଗ ହେଲେ ସେମାନଙ୍କ ପରିବାରକୁ ସହାୟତା ଯୋଗାଇ ଦେବା ପାଇଁ ନିଷ୍ପତି ନେଇଥିଲେ ସରକାର । ସାଧାରଣ ମୃତ୍ୟୁ ହେଲେ ୨ ଲକ୍ଷ ଟଙ୍କା ଓ ଦୁର୍ଘଟଣାଜନିତ ମୃତ୍ୟୁରେ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦିଆଯିବାର ବ୍ୟବସ୍ଥା ରହିଛି ।

The post କଥା ରଖିଲେ ରାଜ୍ୟ ସରକାର, ମୃତ ଡ୍ରାଇଭରଙ୍କ ପରିବାରକୁ ମିଳିଲା ସହାୟତା ରାଶି: ଓଡ଼ିଶା ମୋଟର ପରିବହନ ଚାଳକ କର୍ମଚାରୀ କଲ୍ୟାଣ ବୋର୍ଡର ଅନୁକମ୍ପା ରାଶି ପ୍ରଦାନ ସମାରୋହ first appeared on Kanak News.

from Kanak News
via <a href="https://ifttt.com/?

ମଣ୍ଡିରେ ଚାଷୀଙ୍କ ଧାନ ପଡିଛି: ଦଲାଲଙ୍କ ଧାନ ବିକ୍ରି ହେଉଛି

କନକ ବ୍ୟୁରୋ: ମଣ୍ଡିରେ ଚାଲିଛି ମନମାନି । ଧାନ ବିକିବା ପାଇଁ ଚାଷୀ ହନ୍ତସନ୍ତ ହେଉଥିବା ବେଳେ ମାଲାମାଲ ହେଉଛନ୍ତି ଦଲାଲ । ଓଡିଶାର ଭାତହାଣ୍ଡି ବରଗଡ ଜିଲ୍ଲାର ବିଭିନ୍ନ ମଣ୍ଡିରୁ ଆସିଛି ଏଭଳି ଅଭିଯୋଗ । ମଣ୍ଡରେ ଦିନଦିନ ଧରି ଚାଷୀଙ୍କ ଧାନ ବସ୍ତା ପଡି ରହିଛି । କିନ୍ତୁ ବିନା କାଗଜପତ୍ରରେ କ୍ୱିଂଟାଲ କ୍ୱିଂଟାଲ ଧାନ ଟ୍ରକ ଯୋଗେ ମିଲକୁ ଯାଉଛି । ମଣ୍ଡି କର୍ତୃପକ୍ଷ-ମିଲର ଓ ଦଲାଲଙ୍କ ମଧୁ ଚନ୍ଦ୍ରିକାରେ ଚାଷୀ ପେଶି ହେଉଛନ୍ତି ।

ଓଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲାରୁ ଆସିଛି ମଣ୍ଡି ଅବ୍ୟବସ୍ଥାର ବିକଳ ଚିତ୍ର । ଚାଷୀଙ୍କ ଧାନ, ମଣ୍ଡିରେ ପଡିଛି କିନ୍ତୁ ଦଲାଲଙ୍କ ଧାନ ରାତି ଅଧିଆ ବିକ୍ରି ହୋଇଯାଉଛି । ମଣ୍ଡି ଖୋଲିଛି, ହେଲେ ଚାଷୀଙ୍କ ପାଇଁ ନୁହେଁ ଦଲାଲଙ୍କ ପାଇଁ । ବରପାଲି ବ୍ଲକ ବରମକେଲା ମଣ୍ଡିର ଏହି ଦୃଶ୍ୟ ତାହା ହିଁ ବୟାନ କରୁଛି । ଗୋଟିଏ ପଟେ ଚାଷୀଙ୍କ କ୍ୱିଂଟାଲ କ୍ୱିଂଟାଲ ଧାନ ପଡି ରହିଛି । ଟାର୍ଗେଟ ନାହିଁ, ଟ୍ରକ ଆସୁନି କହି ମଣ୍ଡି କର୍ତୃପକ୍ଷ ଧାନ ଉଠାଉ ନାହାନ୍ତି । କିନ୍ତୁ ଅନ୍ୟପଟେ ରାତି ଅଧିଆ ଦଲାଲଙ୍କଧାନ ବିକ୍ରି ହୋଇଯାଉଛି । ବିନା କାଗଜପତ୍ରରେ କ୍ୱିଂଟାଲ କ୍ୱିଂଟାଲ ଧାନ ଟ୍ରକ ଯୋଗେ ମିଲକୁ ଯାଉଛି ।

ଟୋକନ ଅବଧି ସରି ଆସୁଛି । ହେଲେ ମିଲର ଓ ଦଲାଲଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଚାଷୀଙ୍କ ଧାନ ମଣ୍ଡିରେ ପଡିରହୁଛି । ଆଉ ମଣ୍ଡିରେ ରହୁଥିବା ଅଧିକାରୀ କମିସନ ପାଇ ମିଲକୁ ଧାନ ପଠାଉଛନ୍ତି । ଅନ୍ୟପଟେ ମଣ୍ଡି ପରିସରରେ ଦଲାଲମାନେ ମଦ ମାଂସର ଆସର ଜମାଇ ଚାଷୀଙ୍କୁ କମ ଦାମରେ ବିକ୍ରି କରିବାକୁ ପ୍ରବର୍ତାଉଥିବା ଅଭିଯୋଗ ହୋଇଛି ।

ବରଗଡର ବରମକେଲା ଧାନମଣ୍ଡି ନୁହେଁ ଜିଲ୍ଲାର ଅନ୍ୟ ମଣ୍ଡିଗୁଡିକରେ ମଧ୍ୟ ଚାଷୀଙ୍କ ଧାନ ପଡିରହିଛି । ମାର୍କେଟୟାର୍ଡରେ ଦଲାଲ ସକ୍ରିୟ ଥିବାରୁ କଟନୀଛଟନୀ ଆଳ ଦେଖାଇ ଚାଷୀଙ୍କ ଧାନ ମଣ୍ଡି କର୍ତୃପକ୍ଷ ଉଠାଉ ନଥିବା ଅଭିଯୋଗ ହୋଇଛି ।

The post ମଣ୍ଡିରେ ଚାଷୀଙ୍କ ଧାନ ପଡିଛି: ଦଲାଲଙ୍କ ଧାନ ବିକ୍ରି ହେଉଛି first appeared on Kanak News.

from Kanak News
via <a href="https://ifttt.com/?

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଗାଁ ସହର ବୁଲୁଛି ଅର୍ପଣ ରଥ: ଘରୁ ଘରୁ ସଂଗ୍ରହ ହେଉଛି ଗୁଆ ଚାଉଳ

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଗାଁ ଠୁ ସହର ସବୁଠି ବୁଲୁଛି ଅର୍ପଣ ରଥ । ରଥ ବଲୁଛି, ଘରୁ ଘରୁ ଗୁଆ-ଚାଉଳ ସଂଗ୍ରହ ଚାଲିଛି । ଜଗନ୍ନାଥ ରଥ ପହଁଚିବା ପରେ ଗାଁରେ ଆଧାତ୍ମିକ ପରିବେଶ ସୃଷ୍ଟି ହୋଇଛି । ପରିକ୍ରମା ରଥକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଲିଛି । ବିରୋଧୀ ଦଳ ନେତା କହିଛନ୍ତି, ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବର ନକଲ କରୁଛନ୍ତି ରାଜ୍ୟ ସରକାର । ସେପଟେ କଂଗ୍ରେସର ସମାଲୋଚନା, ନିର୍ବାଚନ ପୂର୍ବରୁ ଭେଳିକି ଦେଖାଉଛନ୍ତି ଉଭୟ ବିଜେପି-ବିଜେଡି ।

ସାରାରାଜ୍ୟ ଏବେ ଜଗନ୍ନାଥ ମୟ । ସବୁଠି ଶୁଭୁଛି ଜୟ ଜଗନ୍ନାଥ ଧ୍ୱନି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଗାଁ ଗାଁରେ ଜଗନ୍ନାଥ ରଥ ପହଁଚିବା ପରେ ସୃଷ୍ଟି ହୋଇଛି ଆଧାତ୍ମିକ ପରିବେଶ । ସଂକୀର୍ତ୍ତନ ଓ ହୁଳୁହୁଳିରେ କମ୍ପୁଛି ସମଗ୍ର ଅଂଚଳ ।

ଜଗାର ରଥ ଦୁଆର ମୁହଁକୁ ଆସିଥିବାରୁ ଜଗା ପ୍ରେମିଙ୍କ ଖୁସି କହିଲେ ନସରେ । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ମହାପ୍ରଭୁଙ୍କ ଉଦେଶ୍ୟରେ ଶ୍ରଦ୍ଧାର ସହ ଦେଉଛନ୍ତି ଗୁଆ, ଚାଉଳ ଓ ନଡିଆ ।
ପୂର୍ବରୁ ପଶ୍ଚିିମ, ଉତ୍ତରରୁ ଦକ୍ଷିଣ, ଉପକୂଳରୁ ଉପାନ୍ତ ସବୁଠି ପହଁଚିଛି କାଳିଆ ରଥ । ଭୁବନେଶ୍ୱର, କୋଣାର୍କ, ମୋହନା, ଜୟପାଟଣା, କୋରାପୁଟ, ପାଟକୁରା । ପଂଚାୟତିରାଜ ବିଭାଗର ଅଧିକାରୀ ଓ ପ୍ରତିନିଧି ମାନେ ରଥ ସହ ବୁଲି ବୁଲି ପ୍ରତି ଘରୁ ଗୁଆ ଚାଉଳ ଗ୍ରହଣ କରୁଛନ୍ତି । ମୋହନାରେ ଗଜପତି ଜିଲ୍ଲାପାଳ ନିଜେ ମହାପ୍ରଭୁଙ୍କ ପାଇଁ ଲୋକଙ୍କ ଘରୁ ଗୁଆ ଓ ଚାଉଳ ଗ୍ରହଣ କରିଛନ୍ତି ।
ସାରାରାଜ୍ୟରେ ଜଗନ୍ନାଥ ରଥ ବୁଲୁଥିବାବେଳେ, ଏପଟେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ବିଜେପି ଶାସକ ଦଳ ବିଜେଡିକୁ କଟାକ୍ଷ କରିଛି । ରାଜ୍ୟ ସରକାର କେନ୍ଦ୍ରର ନକଲ କରୁଥିବା ଅଭିଯୋଗ କରିଛି । କଂଗ୍ରେସ ମଧ୍ୟ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି । ବିଜେଡି କହିଛି, ଲୋକେ ସ୍ୱତଃଫୁର୍ତ ଭାବେ ସାମିଲ ହେଉଛନ୍ତି । ବିରୋଧୀଙ୍କ ଅଭିଯୋଗ ଭିତିହୀନ ।ତେବେ ରାଜନୀତିକ ବୟାନବାଜି ଭିତରେ ଶ୍ରୀମନ୍ଦିର ଲୋକାର୍ପଣ ଉତ୍ସବରେ ପ୍ରତ୍ୟେକ ଓଡିଆଙ୍କୁ ଯୋଡିବା ପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି ରାଜ୍ୟ ସରକାର ।

The post ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଗାଁ ସହର ବୁଲୁଛି ଅର୍ପଣ ରଥ: ଘରୁ ଘରୁ ସଂଗ୍ରହ ହେଉଛି ଗୁଆ ଚାଉଳ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started