ବ୍ୟବସ୍ଥା ନଥାଇ ପୋଡ଼ା ରୋଗୀଙ୍କ ଚିକିତ୍ସା କିପରି କରୁଥିଲା ହାଇଟେକ୍? ସାଂଘାତିକ ପ୍ରଶ୍ନ ଉଠାଇଲେ ବିରୋଧୀ

କନକ ବ୍ୟୁରୋ: ହାଇଟେକ୍ ହସ୍ପିଟାଲ ଟ୍ରାଜେଜିକୁ ନେଇ ଅତି ସମ୍ବେଦନଶୀଳ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ପୋଡ଼ା ରୋଗୀଙ୍କ ଚିକିତ୍ସା ପାଇଁ ଉପଯୁକ୍ତ ବ୍ୟବସ୍ଥା ନଥିବା ବେଳେ କିପରି ଚିକିତ୍ସା ଚାଳିଥିଲା, ଏ ନେଇ ପ୍ରଶ୍ନ ଉଠାଇଛନ୍ତି । ଏହି ମାମଲାରେ ରାଜ୍ୟ ସରକାର ଓ ହସ୍ପିଟାଲ କର୍ତୃପକ୍ଷ ବିରୋଧରେ ବର୍ଷିଛନ୍ତି କଂଗ୍ରେସ ଓ ବିଜେପି । ହାଇଟେକ୍ ହସ୍ପିଟାଲ ମୁଖ୍ୟଙ୍କୁ ଶାସକ ଦଳ ସୁରକ୍ଷା ଦେଉଥିବା ଅଭିଯୋଗ ହୋଇଛି । ଏପଟେ ହାଇଟେକ୍ ମୁଖ୍ୟ ତିରୁପତି ପାଣିଗ୍ରାହୀ କହିଛନ୍ତି, ସବୁକିଛି ନୈତିକତା ଆଧାରରେ ନିୟମ ଅନୁସାରେ କରାଯାଇଛି ।

ହାଇଟେକ୍ ଟ୍ରାଜେଡିରେ ଲାଗିଛି ରାଜନୀତିର ରଙ୍ଗ । ଏସି ବିସ୍ଫୋରଣରେ ୩ ଜଣଙ୍କ ଜୀବନ ଯିବା ଓ ମୃତକଙ୍କ ପରିଚୟରେ ଦ୍ୱନ୍ଦ୍ୱ ଲାଗିରହିବା ଭଳି ସଂଗୀନ ସ୍ଥିତି ଉପୁଜିବା ପରେ ଘଟଣାକୁ ନେଇ ବର୍ଷିଛି ବିରୋଧୀ । ଛାତ୍ର ଓ ଯୁବ କଂଗ୍ରେସ ବିକ୍ଷୋଭ କରିବା ସହ ସ୍ୱାସ୍ଥ୍ୟମନ୍ତ୍ରୀ ନିରଂଜନ ପୂଜାରୀଙ୍କ ବାସଭବନ ଘେରାଉ କରିବା ସହ ଅଣ୍ଡାମାଡ଼ କରିଛି । ସେପଟେ ପ୍ରେସମିଟ୍ କରି ଉଭୟ ହସ୍ପିଟାଲ କର୍ତୃପକ୍ଷ ଏବଂ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । କଂଗ୍ରେସର ଅଭିଯୋଗ-

ଚିକିତ୍ସାରେ ଅବହେଳା ଯୋଗୁଁ ୩ ଜଣଙ୍କ ମୃତ୍ୟୁ
ହସ୍ପିଟାଲର ଭୁଲ ତଥ୍ୟ ପାଇଁ ଜଣେ ଗର୍ଭବତୀ ମହିଳାଙ୍କ ଯାଇଛି ଜୀବନ
ଏଭଳି ସମ୍ବେଦନଶୀଳ ଘଟଣାରେ ରାଜ୍ୟ ସରକାର ଚୁପ ବସିଥିବା ଅଭିଯୋଗ କରିବା ସହ କାହିଁକି ହାଇଟେକ୍ ହସପ୍ିଟାଲ ମୁଖ୍ୟଙ୍କୁ ଗିରଫ କରାଯାଇନାହିଁ ବୋଲି ପ୍ରଶ୍ନ ଉଠାଇଛି କଂଗ୍ରେସ ।
ସେପଟେ ପ୍ରେସମିଟ୍ କରି ସରକାର ଓ ହସ୍ପିଟାଲ କର୍ତୃପକ୍ଷଙ୍କୁ କଟୁ ସମାଲୋଚନା କରିଛି ବିଜେପି । ଏହି ମାମଲାକୁ ଚାପି ଦେବାକୁ ଉଦ୍ୟମ ହେଉଥିବା ଅଭିଯୋଗ କରିଛି ଦଳ । ଏହାସହ ବିଜେପି ପ୍ରଶ୍ନ କରିଛି –

ହାଇଟେକ୍ ହସ୍ପିଟାଲରେ ୨୦ ପ୍ରତିଶତ ପୋଡ଼ିଥିବା ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା ରହିଛି
୯୦ ପ୍ରତିଶତ ପୋଡ଼ିଥିବା ରୋଗୀଙ୍କୁ କିପରି ଚିକତ୍ସା କରୁଥିଲା ହସ୍ପିଟାଲ?
ସ୍ୱାମୀଙ୍କ ମୃତ୍ୟୁ ନେଇ ଭୁଲ ଖବର ପାଇ ଗର୍ଭବତୀଙ୍କ ଆତ୍ମହତ୍ୟା ପାଇଁ କିଏ ରହିବ ଦାୟୀ
ଆତ୍ମହତ୍ୟା ପାଇଁ ଉସୁକାଇବା ଧାରାରେ କାହିଁକି ମାମଲା ହେବନାହିଁ
ସୁସ୍ଥ ହେଉଥିବା ରୋଗୀଙ୍କର ହଠାତ୍ ମୃତ୍ୟୁ ହେଲା କିପରି?
ଚିକିତ୍ସାରେ ଅବହେଳା ନା ଷଡ଼ଯନ୍ତ୍ର?

ହାଇଟେକ୍ ହସ୍ପିଟାଲ୍ ମୁଖ୍ୟ ତିରୁପତି ପାଣିଗ୍ରାହୀ ବିଜେଡି ନେତା ହୋଇଥିବାରୁ ତାଙ୍କ ପ୍ରତି ସରକାର କୋହଳ ଆଭିମୁଖ୍ୟ ଦେଖାଉଥିବା ଅଭିଯୋଗ କରିଛନ୍ତି ବିରୋଧୀ । ସେପଟେ ଏହି ମାମଲାରେ ପ୍ରଥମ ଥର ମୁହଁ ଖୋଲିଛନ୍ତି ତିରୁପତି ପାଣିଗ୍ରାହୀ ।

ହାଇଟେକ୍ ଟ୍ରାଜେଡିକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଏସି ବିସ୍ଫୋରଣରେ ତୃତୀୟ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହକୁ ପରିବାର ଲୋକଙ୍କୁ ଦିଆଯାଇନାହିଁ । ଡିଏନଏ ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଶବ ଚିହ୍ନଟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିବାରୁ ଦୁଇ ପରିବାର ଉପରେ ଭାଙ୍ଗି ପଡ଼ିଛି ଦୁଃଖର ପାହାଡ଼ ।

The post ବ୍ୟବସ୍ଥା ନଥାଇ ପୋଡ଼ା ରୋଗୀଙ୍କ ଚିକିତ୍ସା କିପରି କରୁଥିଲା ହାଇଟେକ୍? ସାଂଘାତିକ ପ୍ରଶ୍ନ ଉଠାଇଲେ ବିରୋଧୀ first appeared on Kanak News.

from Kanak News
via <a href="https://ifttt.com/?

ଆନ୍ଦୋଳନରୁ ଓହରିଲା ରାଜ୍ୟ ପରିବହନ ଶ୍ରମିକ ମହାସଂଘ: ରାଜ୍ୟ ସରକାରଙ୍କ ଆଲୋଚନା ପରେ ନିଷ୍ପତ୍ତି

କନକ ବ୍ୟୁରୋ: ଏକ ବଡ ଧରଣର ସଂକଟ ମାଡି ଆସୁଥିଲା । ପରିବହନ ଶ୍ରମିକଙ୍କ ଧର୍ମଘଟ ଯୋଗୁଁ ରାଜ୍ୟର ପେଟ୍ରୋଲ ପମ୍ପ ଗୁଡିକରେ ପେଟ୍ରୋଲ ଓ ଡିଜେଲର ଘୋର ଅଭାବ ଦେଖା ଦେଇଥାନ୍ତା । ହେଲେ ସରକାରଙ୍କ ହସ୍ତକ୍ଷେପ ପରେ ବିପଦ ଟଳିଯାଇଛି । ଲୋକସେବା ଭବନରେ ପରିବହନ ଶ୍ରମିକ ମହାସଂଘ ସହ ଗୋଟିଏ ଟେବୁଲରେ ବସି ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ଓ ପରିବହନ ସଚିବ । ପୁଲିସ କମିଶନର ଓ ଭୁବନେଶ୍ୱର ଡିିସିପି ମଧ୍ୟ ଆଲୋଚନାରେ ଭାଗ ନେଇଥିଲେ ।

ରାଜ୍ୟ ପରିବହନ ଶ୍ରମିକ ମହାସଂଘର ଧର୍ମଘଟ ଡାକରା ପରେ ଆଜି ସକାଳୁ ଆରମ୍ଭ ହୋଇ ଯାଇଥିଲା ଏହାର ପ୍ରଭାବ । ବିଶେଷ କରି ତେଲ ଡିପୋ, ଖଣି ଅଂଚଳରେ ପରିବହନ ବାଧାପ୍ରାପ୍ତ ହୋଇଥିଲା ।

ରାଜ୍ୟର ବିଭିନ୍ନ ଅଂଚଳରେ ଏହାର ପ୍ରଭାବ ଅନୁଭୂତ ହୋଇଥିଲ । ହିଟ୍ ଆଣ୍ଡ ରନ୍ ମାମଲାରେ କେନ୍ଦ୍ର ସରକାରଙ୍କ ନୂଆ ଆଇନକୁ ବିରୋଧ କରି କାମ ବନ୍ଦ କରି ଦେଇଥିଲେ ପାରାଦୀପର ୩ଟି ପେଟ୍ରୋଲ ଡିଜେଲ ଟର୍ମିନାଲ ଡିପୋର ଟ୍ୟାଙ୍କର ଚାଳକ । ରାଜ୍ୟ ତଥା ରାଜ୍ୟ ବାହାରକୁ ଯାଉଥିବା ୬ଶହରୁ ଅଧିକ ଟ୍ୟାଙ୍କର ଅଟକି ରହିଥିଲା । ଏହାର ପ୍ରଭାବ ଧୀରେ ଧୀରେ ପଡିବା ଆରମ୍ଭ ହୋଇଯାଇଥିଲା । କଟକ ସହରର ବିଭିନ୍ନ ପେଟ୍ରୋଲ ଟାଙ୍କିରେ ‘ନୋ ଷ୍ଟକ୍’ ଲେଖାଯାଇଥିଲା । ଯେଉଁ କିଛି ଟାଙ୍କିରେ ତେଲ ଥିଲା, ସେଠାରେ ଲୋକଙ୍କ ଭିଡ଼ ହୋଇଥିଲା । ସେପଟେ ବାଲେଶ୍ୱର ସମେତ ବିଭିନ୍ନ ଅଂଚଳରେ ବସ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଥିଲା ।

ପରିସ୍ଥିତି ବିଗିଡି ଯାଉଥିବା ବେଳେ ନିଖିଳ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ ସହ ଆଲୋଚନା କରିଥିଲେ ରାଜ୍ୟ ସରକାର । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବରିଷ୍ଠ ଅଧିକାରୀ ଏଥିରେ ସାମିଲ ହୋଇଥିଲେ । କେନ୍ଦ୍ରର ନୂଆ ଆଇନ ଏବେ ଲାଗୁ ହେବ ନାହିଁ କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା କହିଥିବା ନେଇ ପରିବହନ ଶ୍ରମିକ ମହାସଂଘର ସଭାପତିଙ୍କୁ ଅବଗତ କରାଯାଇଥିଲା । ଆଲୋଚନା ପରେ ଧର୍ମଘଟ ନିଷ୍ପତି ପ୍ରତ୍ୟାହାର ପାଇଁ ଶ୍ରମିକମାନଙ୍କୁ ଅନୁରୋଧ କରିଥିଲେ ମହାସଂଘର ସଭାପତି ଜନାର୍ଦ୍ଦନ ପତି ।

ଗାଡ଼ି ଚାଳନା ସମୟରେ ଦୁର୍ଘଟଣା ଘଟିଲେ ସଂପୃକ୍ତ ଚାଳକ କୌଣସି ପୁଲିସ ଅଧିକାରୀ କିମ୍ବା ମାଜିଷ୍ଟ୍ରେଟକୁ ଖବର ନଦେଇ ପଳାତକ ହେଲେ ୧୦ ବର୍ଷ ଜେଲ୍ ଦଣ୍ଡ ୭ ଲକ୍ଷ ଜରିମାନା କିମ୍ବା ଉଭୟ ଦଣ୍ଡ ବିଧାନ ପାଇଁ କେନ୍ଦ୍ର ସରକାରଙ୍କ ଭାରତୀୟ ନ୍ୟାୟ ସଂହିତାରେ ବ୍ୟବସ୍ଥା ରହିଛି । ଯାହାକୁ ବିରୋଧ କରି ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଡାକରା ଦେଇଥିଲା ରାଜ୍ୟ ପରିବହନ ଶ୍ରମିକ ମହାସଂଘ ।

The post ଆନ୍ଦୋଳନରୁ ଓହରିଲା ରାଜ୍ୟ ପରିବହନ ଶ୍ରମିକ ମହାସଂଘ: ରାଜ୍ୟ ସରକାରଙ୍କ ଆଲୋଚନା ପରେ ନିଷ୍ପତ୍ତି first appeared on Kanak News.

from Kanak News
via <a href="https://ifttt.com/?

ପ୍ରକୃତି କୋଳରେ ଲୋକଙ୍କୁ ଆକର୍ଷିତ କରୁଛି ପଣ୍ଡିଘାଟ । କୋରାପୁଟ କୋଲାବ କୂଳକୁ ଛୁଟିଆସୁଛନ୍ତି ପର୍ଯ୍ୟଟକ

କନକ ବ୍ୟୁରୋ : ପର୍ଯ୍ୟଟନ ଋତୁ ଆସିଲେ ପର୍ଯ୍ୟଟକଙ୍କ ଭିଡ । ବଣ ପାହାଡ ଘେରା  ଅଂଚଳ ସବୁଜିମା ପରିବେଶ ପ୍ରତି ବେଶୀ ଆକୃଷ୍ଟ ହେଉଛନ୍ତି ପର୍ଯ୍ୟଟକମାନେ । ସେହିଭଳି କୋରାପୁଟ ସହର ଠାରୁ ମାତ୍ର ୮ କିଲୋମିଟର ଦୂରରେ କୋଲାବ ନଦୀ କୂଳରେ ରହିଛି  ପଣ୍ଡି ଘାଟ । ବଣ ଜଙ୍ଗଲ ଘେରା ଏହି ନଦୀ କୂଳିଆ ଅଂଚଳରେ ଦୂରଦୂରାନ୍ତରୁ ଲାଗୁଛି ପର୍ଯ୍ୟଟକଙ୍କ ଭିଡ । ସୁବଜିମା ଏହି ଅଂଚଳରେ ନଈ କୂଳିଆ ଶାନ୍ତ ପରିବେଶ ପର୍ଯ୍ୟଟକ ମାନଙ୍କୁ ବେଶ ଆକର୍ଷିତ କରୁଛି । ଅନ୍ୟ ଦିନ ତ ଦୂର କଥା ଶୀତ ଦିନିଆ ଶୀତୁଆ ସକାଳର ଦୃଶ୍ୟ ଏଠି ଟିକେ ନିଆରା । ସୂର୍ଯ୍ୟର ପହିଲି କିରଣ ଆଉ କାକର ଟୋପାର ମୁକ୍ତା ସମ ଆଖି ଝଲସା ଦୃଶ୍ୟ ସøନ୍ଦର୍ଯ୍ୟକୁ ଆହୁରି ଦୁଇ ଗୁଣିତ କରୁଛି ।

ସକାଳୁଆ କୁହୁଡିର ଚାଦର ଘେରା ଏହି ଅଂଚଳକୁ ପ୍ରତିଦିନ ଲାଗୁଛି ପର୍ଯ୍ୟଟକଙ୍କ ଭିଡ । ପଣ୍ଡି ଅଂଚଳ ଏବେ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରୁଛି । ବେଶୀ କରି କୋଲାବ ନଦୀରେ ବୋଟିଂର ବେଶ ମଜା ଉଠାଉଛନ୍ତି ପର୍ଯ୍ୟଟକ ମାନେ । ମନୋରମ ପରିବେଣ ଭିତରେ ଭୋଜି ଭାତର ଆସର ଜମିବା ସହିତ ଏହି ଜାଗାରୁ ସେଲ୍ଫି ନେବାକୁ ଭୁଲୁନାହାନ୍ତି ପର୍ଯ୍ୟଟକ ମାନେ । ତେବେ ଏହି ଜାଗା ପ୍ରତି ଆଉ ଟିକେ ଗୁରୁତ୍ୱ ଦିଆଗଲେ ପର୍ଯ୍ୟଟକ ମାନେ ଏହି ପର୍ଯ୍ୟଟନସ୍ଥଳୀର ବେଶ ମଜା ଉଠାଇପାରିବେ ।

କୋରାପୁଟର ସୌନ୍ଦର୍ଯ୍ୟମୟ ଏହି ପର୍ଯ୍ୟଟନସ୍ଥଳୀ ଏବେ ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣ ପାଲଟିଛି ।

The post ପ୍ରକୃତି କୋଳରେ ଲୋକଙ୍କୁ ଆକର୍ଷିତ କରୁଛି ପଣ୍ଡିଘାଟ । କୋରାପୁଟ କୋଲାବ କୂଳକୁ ଛୁଟିଆସୁଛନ୍ତି ପର୍ଯ୍ୟଟକ first appeared on Kanak News.

from Kanak News
via <a href="https://ifttt.com/?

ମରୁଡି ବନ୍ୟା ପରେ ଏବେ ଦାଉ ସାଧୁଛି ମିଲର । ଖୋଲୁନି ମଣ୍ଡି, ଧାନ ବିକିବା ନେଇ ଚିନ୍ତାରେ ଗଂଜାମର ଚାଷୀ

କନକ ବ୍ୟୁରୋ : ବର୍ଷ ସାରା ପରିଶ୍ରମ କରି ଚାଷୀ ଅମଳ କରିଛି ଫସଲ । ହେଲେ ବହୁ ସ୍ଥାନରେ ମଣ୍ଡି ଖୋଲାଯାଇନି । ନଭେମ୍ବର ଓ ଡିସେମ୍ବରରେ ମଣ୍ଡି ଖୋଲିବାର ନିୟମ ରହିଛି । ଏନେଇ ଗଂଜାମ ଜିଳ୍ଲାରେ ଚାଷୀଙ୍କୁ ସୂଚନା ବି ଦିଆଯାଇଥିଲା । ହେଲେ ଆଜି ଯାଏଁ ଜିଲ୍ଲାର ଅଧିକାଂଶ ସ୍ଥାନରେ ମଣ୍ଡି ଖୋଲା ହୋଇ ନଥିବା ଅଭିଯୋଗ ହୋଇଛି । ଯେଉଁ କେତେକ ସ୍ଥାନରେ ମଣ୍ଡି ଖୋଲାଯାଇଛି ସେଠାରେ ମିଲରଙ୍କ ଦେଖା ନାହିଁ । ତେଣୁ ଧାନ ଗ୍ରହଣ କରିବା ପ୍ରକ୍ରିୟା ମନ୍ଥର ଗତିରେ ଚାଲିଛି । ସେପଟେ ମିଲରଙ୍କ ମଧ୍ୟ ଅଲଗା ନିୟମ ରହିଛି । ଧାନ ଓଦା ଥିଲେ, ଗୋଡି କିମ୍ବା ବାଲି ଥିଲେ. ମେସିନ ଦ୍ୱାରା ଧାନ କଟା ହୋଇଥିଲେ ମଣ୍ଡିରେ ଚାଷୀଠାରୁ ଧାନ ଗ୍ରହଣ କରିବେ ନାହିଁ ମିଲର । ସେପଟେ ଅମଳ ଫସଲକୁ ଉଚିତ୍ ଦର ମିଳୁନଥିବା ବେଳେ ଧାର୍ଯ୍ୟ ଦରଠାରୁ କମ୍ ଦରରେ ଆନ୍ଧ୍ର ମିଲରକୁ ବିକ୍ରି କରି କ୍ଷତିରେ ପଡୁଛି ଚାଷୀ ।

ଗଞ୍ଜାମ ଜିଲ୍ଲାରେ ୪୪୦ଜଣ ମିଲରଙ୍କ ମଧ୍ୟରୁ ୩୬୦ଜଣ ମିଲର ମଣ୍ଡିରୁ ଧାନ ସଂଗ୍ରହ କରିବା ପାଇଁ ପଞ୍ଜିକୃତ ହୋଇଛନ୍ତି । ସେବା ସମିତି ବା ମଣ୍ଡିର ସଂପାଦକ ଧାନର ମାନ ନିର୍ଦ୍ଧାରଣ କରିବା ପରେ ମିଲର ଧାନରୁ ଚାଉଳ ବାହାର କରି ସରକାରଙ୍କୁ ଦେଇଥାନ୍ତି । ତେବେ ଧାନର ମାନ ନିର୍ଦ୍ଧାରଣ ସରକାରୀ ନିୟମ ଅନୁସାରେ ହୋଇଥିବା କହିଛନ୍ତି ମିଲର ସଂଘର ସଂପାଦକ । ଅନ୍ୟପକ୍ଷେ ଅଭିଯୋଗ ମିଳିବା ପରେ ଖୋଲା ହୋଇ ନଥିବା ମଣ୍ଡି ଗୁଡିକ ପର୍ଯ୍ୟାୟ କ୍ରମେ ଖୋଲାଯିବ ବୋଲି ଜଣାଇଛନ୍ତି ଜିଲ୍ଲାପାଳ ।

ଅମଳ ଫସଲକୁ ଉଚିତ୍ ଦରରେ ବିକ୍ରି କରିବାକୁ ଚାହିଁ ବସିଥିବା ଚାଷୀ ଦଲାଲର ଶିକାର ହେଉଛନ୍ତି । ତେଣୁ ଏବେଠାରୁ ଗୁରୁତ୍ୱ ଦିଆଯାଇ ଚାଷୀଙ୍କୁ ଉଚିତ ପ୍ରାପ୍ୟ ଦିଆଗଲେ ଚାଷୀକୁଳ ଉପକୃତ ହୋଇପାରିବେ ।

The post ମରୁଡି ବନ୍ୟା ପରେ ଏବେ ଦାଉ ସାଧୁଛି ମିଲର । ଖୋଲୁନି ମଣ୍ଡି, ଧାନ ବିକିବା ନେଇ ଚିନ୍ତାରେ ଗଂଜାମର ଚାଷୀ first appeared on Kanak News.

from Kanak News
via <a href="https://ifttt.com/?

ଭଙ୍ଗା ଚାଳ ତଳେ ବୃଦ୍ଧାଙ୍କୁ ଆହା’ କହିବାକୁ କେହି ନାହିଁ । ସରକାର ଶୁଣିବେ କି ଦୁଃଖ କାହାଣୀ

କନକ ବ୍ୟୁରୋ : ଝାଟି ମାଟି କୁଡିଆ ଘରେ ବୃଦ୍ଧାଙ୍କ ସଂଘର୍ଷ କାହାଣୀ । ଅସହାୟ ଏହି ବୃଦ୍ଧାଙ୍କୁ ଦେଖିଲେ କାହାର ବି ହୃଦୟ ତରଳିଯିବ । ଗଛ ଲତା ଘେରି ରହିଥିବା କୁଡିଆ ଘରେ ନିସହାୟ ହୋଇ ଜୀବନ ବିତାଉଛନ୍ତି ସୁନ୍ଦରଗଡ ବିରବିରା ପଂଚାୟତ ତଳସରା ଗାଁର ଚଂଚଳା ଭଇଁସାଲ । ବୟସ ୭୦ ପାର ହୋଇଗଲାଣି । ଗୋଡ ହାତ ଭଲ ଭାବେ ଚଳୁନି । ଆଖିକୁ ଭଲଭାବେ ଦେଖାଯାଉନି । ପେଟକୁ ମୁଠାଏ ଖାଇବାକୁ ଯୋଗାଡ କରିପାରୁନଥିବା ବେଳେ ସରକାରଙ୍କ କୌଣସି ଯୋଜନା ତାଙ୍କ ପାଇଁ ନାହିଁ । ଭତାରୁ ନେଇ ଘର ଖଣ୍ଡିଏ ପାଇଁ ସବୁଠି ଗୁହାର କରି ନିରାଶ ହୋଇପଡିଛନ୍ତି ଚଂଚଳା । ଗୁରୁଣ୍ଡି ଗୁରୁଣ୍ଡି ସବୁ କାମ କରୁଥିବା ବେଳେ ଏବେ କିଛି ସହାୟତା ପାଇଁ ଅନୁରୋଧ କରିଛନ୍ତି ।

ଗୁହାଳଠୁ ବଳି ଦୟନୀୟ ଅବସ୍ଥାରେ ଭଙ୍ଗା ଘରେ ରହୁଛନ୍ତି ବୃଦ୍ଧା । ଖାଇବାକୁ ମୁଠାଏ ମିଳିବା ତାଙ୍କ ପାଇଁ ସ୍ୱପ୍ନ । ବଂଚିବାକୁ ପ୍ରତିଥର ପ୍ରତି ମୁହୁର୍ତରେ ସଂଘର୍ଷ କରିଚାଲିଛନ୍ତି ଏହି ଅସହାୟ ବୃଦ୍ଧା । ସେପଟେ ସମସ୍ୟା ସମ୍ପର୍କରେ ଜାଣିବା ପରେ ଚଂଚଳାଙ୍କୁ ସହାୟତା ଯୋଗାଇବାକୁ ମିଳିଛି ପ୍ରତିଶ୍ରୁତି ।

ଦୁର୍ଦ୍ଦିନରେ ଜୀବନ ବିତାଉଥିବା ଚଂଚଳାଙ୍କୁ ସାହାଯ୍ୟ କରିବା ସହ ଘର ଖଣ୍ଡି ଯୋଗାଯାଇପାରିଲେ ଚଂଚଳାଙ୍କୁ ଏକ ନୂଆ ଜୀବନ ମିଳିପାରିବ ।

The post ଭଙ୍ଗା ଚାଳ ତଳେ ବୃଦ୍ଧାଙ୍କୁ ଆହା’ କହିବାକୁ କେହି ନାହିଁ । ସରକାର ଶୁଣିବେ କି ଦୁଃଖ କାହାଣୀ first appeared on Kanak News.

from Kanak News
via <a href="https://ifttt.com/?

ଦୁର୍ଘଟଣା ଦିବ୍ୟାଙ୍ଗ କଲା , ସରକାର ବି ଠକିଦେଲେ । ଭୁଲ ପ୍ରମାଣ ପତ୍ର ଯୋଗୁ ମାହାଙ୍ଗା ମଣିଜୋରିର ପ୍ରଦୀପ୍ତଙ୍କୁ ମିଳୁନି ସହାୟତା

କନକ ବ୍ୟୁରୋ : ଦୁର୍ଘଟଣା ଛଡାଇ ନେଲା ବଂଚିବାର ରାହା । ହେଲେ ସବୁଠୁ ବଡ ଦୁଃଖ ଦେଇଛି ତ୍ରୁଟିପୁର୍ଣ୍ଣର୍ ଦିବ୍ୟାଙ୍ଗ ପ୍ରମାଣ ପତ୍ର । କଟକ ମାହାଙ୍ଗା ବ୍ଳକ ମଣିଜୋରି ଗାଁର ପ୍ରଦୀପ୍ତ ବେହେରା । କରୋନା ମହାମାରୀ ବେଳେ ଏକ ଦୁର୍ଘଟଣାରେ ଚାଲିବାର କ୍ଷମତା ହରାଇ ବସିିଥିଲେ । ଅଭାବୀ ପରିବାର ଉପରେ ୨୩ ବର୍ଷର ଯୁବକ ଜଣକ ପାଲଟିଯାଇଥିଲେ ବୋଝ । ଅନଟନ ଯେିତିକି ବାଧୁଛି ତାଠୁ ବେଶୀ ବାଧୁଛି ସରକାରଙ୍କ ଦିଆଯାଇଥିବା ତ୍ରୁଟିପୁର୍ଣ୍ଣର୍ ଦିବ୍ୟାଙ୍ଗ ପ୍ରମାଣ ପତ୍ର । ସମ୍ପୁର୍ଣ୍ଣ ଭିନ୍ନକ୍ଷମ ପ୍ରଦୀପ୍ତଙ୍କ ପ୍ରମାଣ ପତ୍ରରେ ୮୦ ପ୍ରତିଶତ ଦିବ୍ୟାଙ୍ଗ ଓ ସାମୟିକ ଭାବେ ଭିନ୍ନକ୍ଷମ ବୋଲି ଲେଖାଯାଇଛି । ଯାହାଫଳରେ ଦିବ୍ୟାଙ୍ଗ ଭତ୍ତାରୁ ନେଇ ଅନ୍ୟ ସମସ୍ତ ସରକାରୀ ସୁବିଧାରୁ ବଂଚିତ ରହିଛନ୍ତି ପ୍ରଦୀପ୍ତ । ଏପର୍ଯ୍ୟନ୍ତ ତାଙ୍କୁ ଟ୍ରାଇସାଇକେଲଟିଏ ବି ମିଳିପାରିନି । ବିଭିନ୍ନ ସ୍ଥାନରେ ସମସ୍ୟା ଜଣାଇଥିଲେ ବି ୩ ବର୍ଷ ହୋଇଗଲାଣି । ହେଲେ ପ୍ରଦୀପ୍ତଙ୍କ ଦୁଃଖ ଶୁଣିବାକୁ କେହି ନାହିଁ ।

ବାପା କ୍ଷେତରେ ଚାଷ କଲେ ପରିବାର ଚଳେ । ସାନ ଭାଇ ଭଉଣୀ ପାଠ ପଢୁଛନ୍ତି । ହେଲେ ଅଭାବ ଅନଟନ ଭିିତରେ ପ୍ରଦୀପ୍ତଙ୍କ ଅବସ୍ଥା ଦେଖି ପରିବାର ଆଖିରୁ ଲୁହ ଶୁଖୁନି । ପ୍ରଦୀପ୍ତଙ୍କ ସମସ୍ୟା ନେଇ ମାହାଙ୍ଗା ବିଡ଼ିଓଙ୍କୁ ଯୋଗାଯୋଗ କରାଯାଇଥିଲା । ତ୍ରୁଟିପୁର୍ଣ୍ଣ ପ୍ରମାଣ ପତ୍ର ପାଇଁ ଦୁଃଖ ପ୍ରକାଶ କରିବା ସହିତ ଖୁବଶୀଘ୍ର ସମସ୍ୟାର ସମାଧାନ କରି ଭତା ଆଦି ପ୍ରଦାନ କରିବାକୁ ଦେଇଛନ୍ତି ପ୍ରତିଶ୍ରୁତି ।

ଅଭାବ ଭିତରେ ଦିବ୍ୟାଙ୍ଗ ପ୍ରଦୀପ୍ତଙ୍କ ସମସ୍ୟା ଆହୁରି ଦୁଇ ଗୁଣିତ ହୋଇଗଲାଣି । ଏଥିପ୍ରତି ଖୁବ ଶିଘ୍ର ଗୁରୁତ୍ୱ ଦିଆଯାଇ ସହାୟତା କରାଯାଇପାରିଲେ ତାଙ୍କ ପରିବାର ଉପକୃତ ହୋଇପାରିବେ ।

The post ଦୁର୍ଘଟଣା ଦିବ୍ୟାଙ୍ଗ କଲା , ସରକାର ବି ଠକିଦେଲେ । ଭୁଲ ପ୍ରମାଣ ପତ୍ର ଯୋଗୁ ମାହାଙ୍ଗା ମଣିଜୋରିର ପ୍ରଦୀପ୍ତଙ୍କୁ ମିଳୁନି ସହାୟତା first appeared on Kanak News.

from Kanak News
via <a href="https://ifttt.com/?

ଦ୍ରୁତ ଗତିରେ ଚାଲିଛି ଅସ୍ତରଙ୍ଗ ତାଳପଦାରେ ପୋଲ କାମ । ସ୍ୱପ୍ନର ସେତୁ ଉପରେ ଖୁବଶୀଘ୍ର ଯା’ଆସ କରିବେ ଲୋକ

କନକ ବ୍ୟୁରୋ : ଲୋକଙ୍କ ବହୁଦିନର ଆଶା ପୂରଣ ହୋଇଛି । ଦୀର୍ଘ ଦିନରେ ପ୍ରଶାସନିକ ତତ୍ପରତା ଯୋଗୁ ବ୍ରିଜ କାମ ଦ୍ରୁତ ଗତିରେ ଆଗେଇ ଚାଲିଛି । ଅସ୍ତରଙ୍ଗ ବ୍ଲକର ଦୀପାଂଚଳ ଭାବେ ବେଶ ଜଣାଶୁଣା ତାଳଦା ପଂଚାୟତ । ଏହି ସ୍ଥାନକୁ ଘେରି ରହିଛି ଦେବୀ ନଦୀ । ଯିବା ଆସିବାରେ ସମସ୍ୟା ଥିବାରୁ ଲୋକଙ୍କ ଦାବି ଅନୁସାରେ ବ୍ରିଜ ତିଆରି ହେଉଛି । ଏହି ବ୍ରିଜ୍ ସହ ଯୋଡି ହୋଇଛି ନୂଆ ଟେକନିକ୍ । ନଦୀ ଗର୍ଭକୁ ଭୁଷୁଡି ପଡିଥିବା ବ୍ରିଜର ପିଲାର ଜାଗାରେ ତିଆରି ହେଉଛି କଂକ୍ରିଟ ବ୍ରିଜ୍ । ବିଭାଗୀୟ ଟେକନିକାଲ ଟିମ୍ ମାନଙ୍କ ପରୀକ୍ଷା ନିରୀକ୍ଷା ପରେ ଏହି ନୂଆ ଟେକନିକ୍ ମାଧ୍ୟମରେ ଆଇରନ୍ ରେଲିଂ ଲଗାଯାଇ ବ୍ରିଜକୁ ସମ୍ପୁର୍ଣ୍ଣ କରାଯିବ । ଏହି ବ୍ରିଜର ମୋଟ ଲମ୍ବ ୭୯୭ ମିଟର ହୋଇଥିବା ବେଳେ ଏଥିରେ ୬୨ ମିଟର ଆଇରନ୍ ରେଲିଂ ଲାଗିଛି । ଏହି କଂକ୍ରିଟ ବ୍ରିଜ ସହିତ ଲାଗିଛି ଆଇରନ୍ ରେଲିଂ । ଯାହାକି ମଜବୁତ ସାଙ୍ଗକୁ ବେଶ ସୁରକ୍ଷିତ । ଏହାକୁ ନେଇ ସ୍ଥାନୀୟ ଲୋକେ ବି ବେଶ ଖୁସି ହୋଇଛନ୍ତି ।

ଲୋକଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଛି । ନଦୀ ଗର୍ଭରେ ବିପଦ ସଙ୍କୁଳ ଅବସ୍ଥାରେ ଡଙ୍ଗାରେ ଯାଉଥିବା ବେଳେ ଏବେ ତିଆରି ହେଉଛି ଏହି ଷ୍ଟିଲ ବ୍ରିଜ୍ । ନଦୀ ଗର୍ଭରେ ଭୁଷୁଡି ପଡିଥିବା ବ୍ରିଜ୍ ସ୍ଥାନରେ ଏହି ଷ୍ଟିଲ ବ୍ରିଜ କାମ ଆରମ୍ଭ ହୋଇଥିଲା । ଯାହାକି ଦୁଇମୁଣ୍ଡରେ ଥିବା କଂକ୍ରିଟ ବ୍ରିଜ ସହିତ ଯୋଡି ହୋଇରହିଛି । ଲୋକଙ୍କ ଆଶା ଖୁବଶୀଘ୍ର ପରଣ ହେବାକୁ ଯାଉଛି । ବିଳମ୍ବ ହୋଇଥିଲେ ବି ଏବେ ଯୁଦ୍ଧକାଳୀନ ଭିତିରେ କାମ ଆଗେଇ ଚାଲିଛି । ଏହି ସେତୁ କାମ ସମ୍ପୁର୍ଣ୍ଣ ହେଲେ ଲୋକଙ୍କ ବହୁ ଦିନର ସ୍ୱପ୍ନ ପୂରଣ ହେବ ।

ସେତୁ କାମ ସମ୍ପୁର୍ଣ୍ଣ ହୋଇଗଲେ ଲୋକଙ୍କ ବହୁ ଦିନର ଆଶା ପୂରଣ ହେବ । ଗମନା ଗମନା ସମସ୍ୟା ପାଇଁ ଉପୁଜିଥିବା ସମସ୍ୟାର ଅନ୍ତ ଘଟିବ । ଯାହାର ଅପେକ୍ଷାରେ ରହିଛନ୍ତି ଲୋକେ ।

The post ଦ୍ରୁତ ଗତିରେ ଚାଲିଛି ଅସ୍ତରଙ୍ଗ ତାଳପଦାରେ ପୋଲ କାମ । ସ୍ୱପ୍ନର ସେତୁ ଉପରେ ଖୁବଶୀଘ୍ର ଯା’ଆସ କରିବେ ଲୋକ first appeared on Kanak News.

from Kanak News
via <a href="https://ifttt.com/?

ପାକିସ୍ତାନର ମେଡ଼ିକାଲ ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ । ୬ ଜଣଙ୍କ ମୃତ୍ୟୁ

ଆଜି ପାକିସ୍ତାନରେ ଆଉ ଏକ ଆତଙ୍କବାଦୀ ଆକ୍ରମଣ ଘଟଣା ଘଟିଛି । ଏଥର ଆକ୍ରମଣ କିନ୍ତୁ ସମ୍ପୂର୍ଣ ଭିନ୍ନ ଅଟେ । ଏଥର ଆତଙ୍କବାଦୀ ମାନେ ଏକ ମେଡ଼ିକାଲ ଟିମ ସୁରକ୍ଷା ଉପରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ୬ ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି  ଏବଂ ୨୨ ଜଣ ଆହତ ହୋଇଛନ୍ତି ।

ଆତଙ୍କବାଦୀଙ୍କ ଜନ୍ମସ୍ଥଳୀ କୁହାଯାଉଥିବା ପାକିସ୍ତାନକୁ ଧୀରେ ଧୀରେ ଏଥିପାଇଁ ମୂଲ୍ୟ ଦେବକୁ ପଡୁଛି ।  ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ପାକିସ୍ତାନ ଖୋଦ୍‌ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଛି । ଆଜି ପାକିସ୍ତାନର ଉତ୍ତରରେ  ଏକ ପୁଲିସ ଗାଡିକୁ ଲକ୍ଷ୍ୟ କରି ଆତଙ୍କବାଦୀମାନେ ବିସ୍ଫୋରଣ ଘଟାଇଛନ୍ତି ।  ଏହି ବିସ୍ପୋରଣରେ ଘଟଣାସ୍ଥଳରେ ହିଁ  ୬ ଜଣ ପୋଲିସକର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨୨ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହି ଆକ୍ରମଣ ପାଇଁ ତାଲିବାନ ନିଜକୁ ଦାୟୀ କରିଛି।

ସୂଚନା ମୁତାବକ, ପାକିସ୍ତାନ ପୋଲିସର ଏକ ଟିମ୍‌ ପୋଲିଓ ଟିକା ନେଇ ଉକ୍ତ ଗାଡିରେ ଯାଉଥିଲେ । ଯିବା ସମୟରେ ତାଙ୍କୁ ଲକ୍ଷ୍ୟ କରି  ଆତଙ୍କବାଦୀ ଆକ୍ରମଣ କରି ବିସ୍ପୋରଣ ଘଟାଇଥିଲେ । ଏହି ଆକ୍ରମଣରେ ୬ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ଯୁ ହୋଇଥିଲା ଏବଂ ୨୨ ଜଣ ଆହତ ହୋଇଛନ୍ତି ବୋଲି ସୂତ୍ରରୁ ପ୍ରକାଶ । କିଛି ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହଛି । ଆଗକୁ ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ପୋଲିସ କହିଛି । ସେପଟେ ଆହତ ପୋଲିସମାନଙ୍କୁ ଯେଉଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ସେଠାରେ  ସୁରକ୍ଷା ବ୍ୟବସ୍ତାକୁ  କଡାକଡି କରାଯାଇଛି ।  ଉଲ୍ଲେଖଯୋଗ୍ୟ, ପାକିସ୍ତାନରେ ଆଜିକାଲି ପ୍ରାୟତଃ ପୋଲିସ ଟିମ୍‌ ଉପରେ ଆକ୍ରମଣ ହେଉଛି । ବର୍ତ୍ତମାନ କିଛିଦିନ ଧରି ଇସଲାମିକ ଆତଙ୍କବାଦୀମାନେ ପୋଲିସ ସହ ପୋଲିଓ ଟିମ୍‌ଙ୍କୁ ମଧ୍ୟ ଟାର୍ଗେଟ କରୁଛନ୍ତି । ତାଙ୍କ କହିବା ମୁତାବକ, ଏହି ଭ୍ୟାକ୍‌ସିନ୍‌ ଲୋକଙ୍କୁ ନପୁସଂକ କରିଦେଉଛି । ବଂଶବୃଦ୍ଧି ଉପରେ ରୋକ ଲଗାଇବା ପାଇଁ ଇସଲାମର ଶତ୍ରୁମାନେ ଏହି ଭ୍ୟାକ୍‌ସିନ୍‌ ବ୍ୟବହାର କରୁଥିବା ସେମାନେ ଅଭିଯୋଗ କରୁଛନ୍ତି । ଚଳିତ ବର୍ଷ ପ୍ରଥମଥର ପାଇଁ ପାକିସ୍ତାନ ସରକାର ପୋଲିଓ ଅଭିଯାନ ଆରମ୍ଭ କରିଥିଲେ ।

 

The post ପାକିସ୍ତାନର ମେଡ଼ିକାଲ ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ । ୬ ଜଣଙ୍କ ମୃତ୍ୟୁ first appeared on Kanak News.

from Kanak News
via <a href="https://ifttt.com/?

ଆସନ୍ତା ୨୧ରୁ କଂଗ୍ରେସର ବସ୍ ଯାତ୍ରା । ପୁରୀରେ ଜଗନ୍ନାଥଙ୍କୁ ଦର୍ଶନ କରି ୨ଟି ବସରେ ଯାତ୍ରା କରିବେ ୪୦ ନେତା

କନକ ବ୍ୟୁରୋ : ୨୧ ତାରିଖରେ ପୁରୀରୁ ଆରମ୍ଭ ହେବ କଂଗ୍ରେସର ବସ ଯାତ୍ରା । ଜଗନ୍ନାଥଙ୍କ ଦର୍ଶନ କରି ଶ୍ରୀକ୍ଷତ୍ରରୁ ଗଡିବ କଂଗ୍ରେଶ ବସ୍ । ରାଜ୍ୟର ସବୁ ନିର୍ବାଚନ ମଣ୍ଡଳି ବୁଲିବ ଦୁଇଟି ବସ୍ । ୪୦ରୁ ଅଧିକ ନେତା ବସ ଯୋଗେ ବିଭିନ୍ନ ନିର୍ବାଚନ ମଣ୍ଡଳିକୁ ଗସ୍ତ କରିବେ । ବସ ଯାତ୍ରା ସମୟରେ ବାଟରେ ସ୍ଥାନେ ସ୍ଥାନେ ରହି ଜନ ସଭା କରିବେ କଂଗ୍ରେସ ନେତା । ଓଡିଶା ପ୍ରଭାରୀ ଅଜୟ କୁମାର ନେତାଙ୍କ ସହ ବୈଠକ କରି ଟିପ୍ସ ଦେବା ପରେ କଂଗ୍ରେସ ଶିବିରରେ ଉତ୍ସାହ ବଢି ଯାଇଛି । ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଦଳ ସ୍ୱତନ୍ତ୍ର ରଣନୀତି କରିଛି । ଗାଁ ଗାଁରେ ଘରେ ଘରେ ଲୋକଙ୍କ ପାଖରେ ପହଂଚିବା ପାଇଁ ବସ ଯାତ୍ରାର ବ୍ୟବସ୍ଥା କରାଯାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ବଖାଣିବା ସହ କଂଗ୍ରେସ ଶାସନ ସମୟରେ ହୋଇଥିବା ଲୋକାଭିମୁଖି ଯୋଜନାର ସଫଳତା କହି ଭୋଟ ହାତେଇବା ପାଇଁ ଚେଷ୍ଟା କରିବ ଦଳ ।

The post ଆସନ୍ତା ୨୧ରୁ କଂଗ୍ରେସର ବସ୍ ଯାତ୍ରା । ପୁରୀରେ ଜଗନ୍ନାଥଙ୍କୁ ଦର୍ଶନ କରି ୨ଟି ବସରେ ଯାତ୍ରା କରିବେ ୪୦ ନେତା first appeared on Kanak News.

from Kanak News
via <a href="https://ifttt.com/?

ଓଡିଶାର ଭାତ ହାଣ୍ଡି ବରଗଡରେ ବିଚିତ୍ର ବ୍ୟବସ୍ଥା । ଧାନ ଧରି ଦିନ ଦିନ ମଣ୍ଡି ଆଗରେ ପଡି ରହିଛି ଚାଷୀ, ହେଲେ ଚାଲିଛି ମିଲର-ଦଲାଲ ମଧୁ ଚନ୍ଦ୍ରିକା

କନକ ବ୍ୟୁରୋ : ମଣ୍ଡିରେ ଚାଲିଛି ଦଲାଲ ରାଜ । ଚାଷୀ ଧାନ ବିକିବା ପାଇଁ ହନ୍ତସନ୍ତ ହେଉଥିବା ବେଳେ ଧାନ ବିକି ମାଲାମାଲ ହେଉଛନ୍ତି ଦଲାଲ । ଓଡିଶାର ଭାତ ହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲାର ବିଭିନ୍ନ ମଣ୍ଡିରୁ ସାମ୍ନାକୁ ଆସିଛି ଏହି ବିଚିତ୍ର ବ୍ୟବସ୍ଥା । ମଣ୍ଡିରେ ଖୋଲାମେଲାର ଦିନ ଦିନ ଧରି ପଡି ରହିଛି ଶହଶହ ବସ୍ତା ଧାନ । ଚାଷୀମାନେ ଦିନ ରାତି ଧାନକୁ ଜଗି ରହୁଛନ୍ତି । ହେଲେ ଟ୍ରକ ଆସୁନି, ଟାର୍ଗେଟ ନାହିଁ କହି ମଣ୍ଡିରେ ଧାନ କଂଟା କରୁନାହାନ୍ତି ମଣ୍ଡି କର୍ତୃପକ୍ଷ । କିନ୍ତୁ ମିଲର-ଦଲାଲ ମଧୁ ଚନ୍ଦ୍ରିକାରେ ରାତି ଅଧରେ ଧାନ କଂଟା ହେଉଛି । ଦଲାଲଙ୍କ ଟ୍ରକ ଟ୍ରକ୍ ଧାନ କଂଟା କରି ପଠାଯାଉଛି । ଆଉ ଏ ସଂପର୍କୀତ ଖବର ପ୍ରସାରଣ କରିବାକୁ ଗଲେ ଗଣମାଧ୍ୟମର କଂଠରୋଧ କରିବାକୁ ଚେଷ୍ଟା କରାଯାଉଥିବା ଅଭିଯୋଗ ହୋଇଛି ।

The post ଓଡିଶାର ଭାତ ହାଣ୍ଡି ବରଗଡରେ ବିଚିତ୍ର ବ୍ୟବସ୍ଥା । ଧାନ ଧରି ଦିନ ଦିନ ମଣ୍ଡି ଆଗରେ ପଡି ରହିଛି ଚାଷୀ, ହେଲେ ଚାଲିଛି ମିଲର-ଦଲାଲ ମଧୁ ଚନ୍ଦ୍ରିକା first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started