ବିଲକିସ୍ ବାନୋ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା । କହିଲେ, ଅହଂକାରୀ ବିଜେପି ସରକାର ଉପରେ ନ୍ୟାୟର ବିଜୟ

କନକ ବ୍ୟୁରୋ : ବିଲକିସ୍ ବାନୋ ବଳତ୍କାର ମାମଲାରେ ଜେଲରୁ ମୁକୁଳିଥିବା ୧୧ ଅପରାଧୀଙ୍କୁ ପୁଣି ଜେଲ ଯିବାକୁ ପଡିବ । ଏନେଇ ସୁପ୍ରିମକୋର୍ଟ ସୋମବାର ଦିନ ରାୟ ଶୁଣାଇଛନ୍ତି । ଏହି ରାୟ ଆସିବା ପରେ ବିଲକିସ୍ ବାନୋଙ୍କ ପରିବାରରେ ଖୁସିର ମାହୋଲ । ସେପଟେ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ କେନ୍ଦ୍ର ସରକାର ଓ ଗୁଜରାଟର ବିଜେପି ସରକାର ଉପରେ ବର୍ଷିଛନ୍ତି ବିରୋଧୀ । ଏହି କ୍ରମରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି କି, ଅହଂକାରୀ ବିଜେପି ସରକାର ଉପରେ ଏହା ନ୍ୟାୟର ବିଜୟ । ଏହାସହ ଏହା ବିଲକିସ୍ ବାନୋଙ୍କ ସଂଘର୍ଷର ବିଜୟ ବୋଲି ମଧ୍ୟ ସେ କହିଛନ୍ତି ।

ଋାହୁଲ ଗାନ୍ଧୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଟ୍ୱିଟର (ଏକ୍ସ)ରେ ଏକ ପୋଷ୍ଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି ଯେ ନିର୍ବାଚନ ବିଜୟର ଫାଇଦା ନେଇ ନ୍ୟାୟକୁ ହତ୍ୟା କରିବାର ପ୍ରବୃତି ଲୋକତନ୍ତ୍ର ବ୍ୟବସ୍ଥା ପାଇଁ ବିପଦ । ଆଜି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ସ୍ପଷ୍ଟ କରିଛନ୍ତି କି, ଅପରାଧୀମାନଙ୍କୁ କିଏ ସୁରକ୍ଷା ଦେଉଛି, ବିଲକିସ୍ ବାନୋଙ୍କ ସଂଘର୍ଷ ଅହଂକାରୀ ବିଜେପି ସରକାର ବିରୋଧରେ ନ୍ୟାୟର ପ୍ରତୀକ ବୋଲି ସେ ଲେଖିଛନ୍ତି ।

https://platform.twitter.com/widgets.js

ଋାହୁଲ ଗାନ୍ଧୀଙ୍କ ବ୍ୟତୀତ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଏହି ରାୟ ଆସିବା ପରେ ଏକ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି କି, ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ବିଜେପିର ମହିଳା ବିରୋଧୀ ନୀତିକୁ ପଦାରେ ପକାଇଛି, ଏହି ରାୟ ପରେ ନ୍ୟାୟପାଳିକା ଉପରେ ସାଧାରଣ ଲୋକଙ୍କର ଅସ୍ଥା ବଢିଛି । ଏହାସହ ନିଜ ଲଢେଇ ନିଜେ ଲଢି ବିଜୟୀ ହୋଇଥିବାରୁ ସେ ବିଲକିସ୍ ବାନୋଙ୍କୁ ଧନ୍ୟବାଦ ଜଣାଇଛନ୍ତି    ।

ଶୁକ୍ରବାର ଦିନ ସୁପ୍ରିମକୋର୍ଟ ବିଲକିସ୍ ବାନୋଙ୍କ ବଳତ୍କାର ମାମଲା ଓ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା କରିବା ମାମଲାରେ ୧୧ ଜଣ ଅପରାଧୀଙ୍କୁ ମୁକ୍ତ କରିବା ନେଇ ଗୁଜରାଟ ସରକାରଙ୍କୁ କଟାକ୍ଷ କରିଛନ୍ତି । ଏହାସହ ସେ କୋର୍ଟଙ୍କ ରାୟକୁ ବଦଳାଇ ଦେଇଛନ୍ତି । ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ବିବି ନାଗରତ୍ନା ଓ ଜଷ୍ଟିସ ଓଜ୍ୱଳ ଭୂୟାଁଙ୍କ ବେଞ୍ଚ ଏହି ମାମଲାର ନିଷ୍ପତ୍ତି ଶୁଣାଇଛନ୍ତି ।
ବେଞ୍ଚ ଲଗାତର ୧୧ ଦିନ ଶୁଣାଣି କରିବା ପରେ ଅକ୍ଟୋବର ୧୨ ତାରିଖରେ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ । ଆଜି ରାୟ ଶୁଣାଇବା ଅବସରରେ କୋର୍ଟ ଗୁଜରାଟ ସରକାରଙ୍କୁ କଟାକ୍ଷ କରିବା ସହ ଜେଲରୁ ମୁକୁଳିଥିବା ୧୧ ଅପରାଧୀଙ୍କୁ ଦୁଇ ସପ୍ତାହ ଭିତରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

The post ବିଲକିସ୍ ବାନୋ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା । କହିଲେ, ଅହଂକାରୀ ବିଜେପି ସରକାର ଉପରେ ନ୍ୟାୟର ବିଜୟ first appeared on Kanak News.

from Kanak News
via <a href="https://ifttt.com/?

ଭୁବନେଶ୍ୱର ସମେତ ରାଜ୍ୟ ବିଭିନ୍ନ ଜିଲ୍ଲାରେ ବୁଲୁଛି ଅର୍ପଣ ରଥ । ପୁରୀ ପରିକ୍ରମା ପ୍ରକଳ୍ପ ରଥକୁ ନେଇ ତେଜିଲା ରାଜନୀତି

କନକ ବ୍ୟୁରୋ : ରାଜଧାନୀ ସମେତ ଆଦିବାସୀ ଗାଁ ଗଣ୍ଡାରେ ବୁଲିଲା ଅର୍ପଣ ରଥ । ଆସନ୍ତା ୧୭ ତାରିଖରେ ମହାପ୍ରଭୁଙ୍କ ପ୍ରରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମରେ ସାମିଲ ହେବ ଆଦିବାସୀ ଗାଁ ଗଣ୍ଡାର ଗୁଆ ଓ ଚାଉଳ । ଏଥିଲାଗି ପ୍ରଶାସନ ତରଫରୁ ଅର୍ପଣ ରଥର ଆୟୋଜନ କରି ପ୍ରତି ଗାଁ ଓ ସାହିରେ ପରିକ୍ରମା ଜାରି ରହିଛି । ମାଲକାନଗିରି ମାଥିଲି ବ୍ଲକ ସଦରରେ ମଧ୍ୟ ଏହି ଅର୍ପଣ ରଥ ଦେଖିବାକୁ ମିଳିଛି । ସେହିଭଳି ରାୟଗଡା ଜିଲ୍ଲାର ଗୁଣୁପୁର ପୌରାଂଚଳରେ ବିଧାୟକଙ୍କ ଉପସ୍ଥିତିରେ ଅର୍ପଣ ରଥର ଶୁଭାରମ୍ଭ ହୋଇଛି । ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ସ୍ୱତନ୍ତ୍ର ପୂଜା ପାଠ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ ଗଡିଛି । ଭଜନ କୀର୍ତନ ସହ ହୁଲୁହୁଲି ଧ୍ୱନିରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟ ିହୋଇଥିଲା । ସେହିପରି ବାଲେଶ୍ୱରର ସୋର, କୋରାପୁଟର ଜୟପୁର, ବ୍ରହ୍ମପୁର ଓ ଯାଜପୁର ଜିଲ୍ଲାର ଛତିଆବଟ ଠାରେ ପରିକ୍ରମା ପ୍ରକଳ୍ପ ପାଇଁ ଜଗନ୍ନାଥ ପ୍ରେମୀମାନଙ୍କ ଠାରୁ ଗୁଆ ଓ ଅକ୍ଷତ ସଂଗ୍ରହ କରୁଥିବା ଅର୍ପଣ ରଥର ଶୁଭାରମ୍ଭ କରାଯାଇଛି । ବଡଚଣା ବିଧାୟକ ଅମର ପ୍ରସାଦ ଶତପଥି ଓ ଛତିଆ ବଟର ମହନ୍ତ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ବିଧାୟକ ପ୍ରଥମେ ଗୁଆ, ଅକ୍ଷତ ଚାଉଳ ଅର୍ପଣ କରିଏହାର ଶୁଭାରମ୍ଭ କରିଛନ୍ତି ।

ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ବୁଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ । ଆଜି ଓ ଆସନ୍ତାକାଲି ଦୁଇ ଦିନ ଭିତରେ ମୋଟ୍ ୬୭ଟି ୱାର୍ଡରେ ଏହି ପ୍ରକଳ୍ପ ରଥ ପରିକ୍ରମା କରିବ । ନାମ ସଂକୀର୍ତନ ସହ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହେଉଛି ବିଏମ୍ସି ଅଂଚଳ । ସେପଟେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଅର୍ପଣ ରଥ ଗାଁ ଗାଁ ବୁଲି ଗୁଆ ଅରୁଆ ଚାଳଉ ସଂଗ୍ରହ କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । କହିଛନ୍ତି, ଅଯୋଧ୍ୟାରେ ବିଜେପି ଓ ବିଶ୍ୱ ହିନ୍ଦୁ ପରିଷଦ ଚଳାଇଥିବା କାର୍ଯ୍ୟକ୍ରମକୁ ନକଲ କରୁଛନ୍ତି ରାଜ୍ୟ ସରକାର ।

ସେପଟେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ବିଜେପି-ବିଜେଡି ଭାଇ ଭାଇ । ସିଏ ଯାହା କରୁଛନ୍ତି ଏମାନେ ସେଇଆ କରୁଛନ୍ତି । ଖାଲି ଯାହା ନିର୍ବାଚନ ସମୟରେ ଭିନ୍ନ ଭିନ୍ନ ରୂପରେ ଲୋକଙ୍କ ଆଗରେ ନିଜକୁ ଉପସ୍ଥାପନ କରୁଛନ୍ତି ।

The post ଭୁବନେଶ୍ୱର ସମେତ ରାଜ୍ୟ ବିଭିନ୍ନ ଜିଲ୍ଲାରେ ବୁଲୁଛି ଅର୍ପଣ ରଥ । ପୁରୀ ପରିକ୍ରମା ପ୍ରକଳ୍ପ ରଥକୁ ନେଇ ତେଜିଲା ରାଜନୀତି first appeared on Kanak News.

from Kanak News
via <a href="https://ifttt.com/?

ଏହି କୁକୁର ସିଂହଠାରୁ ଅଧିକ ଶକ୍ତିଶାଳୀ, କାମୁଡ଼ିଦେଲେ ହାଡ ଗୁଣ୍ଡ ହେଇଯିବ । ଅନେକ ଦେଶରେ ଏହାକୁ ପାଳିବା ନିଷିଦ୍ଧ

କୁକୁରର ଏହି ପ୍ରଜାତି ଏତେ ଶକ୍ତିଶାଳୀ ଯେ ଯଦି ଏହା କାମୁଡ଼େ, ତେବେ ମନୁଷ୍ୟର ଶକ୍ତିଶାଳୀ ହାଡକୁ ଥରକେ ଭାଙ୍ଗି ଗୁଣ୍ଡ କରିଦେବ ।  ଆକାର ଏବଂ ଶକ୍ତି ପାଇଁ ପ୍ରସିଦ୍ଧ ଏହି କୁକୁରମାନଙ୍କୁ କେହି କେହି ପିଟବୁଲର ବାପ ବୋଲି କହିଥାନ୍ତି ।

ଆଜିକାଲି ଘରେ କୁକୁର ପାଳିବା ପରେ ବହୁତ ଲୋକଙ୍କର ଏକ ସଉକ ହେଇଗଲାଣି । ପୃଥିବୀରେ ଦେଖାଯାଉଥିବା କୁକୁରର ପ୍ରଜାତି ପ୍ରାୟ ୪୦୦ ରୁ ଅଧିକ ଅଟେ । ଏମାନଙ୍କୁ ଶ୍ରେଣୀ ହିସାବରେ ବିଭକ୍ତ କରାଯାଏ । ଯଥା ୧ – ଶିକାରୀ କୁକୁର , ୨- ଜଗୁଆଳି କୁକୁରୀ (ଗାର୍ଡ ଡଗ), ୩- ସନ୍ଧାନୀ କୁକୁର,୪-କମ୍ପାନିଅନ ଡଗ(ସାଥି କୁକୁର)୪-ଖେଳଣା କୁକୁର ଇତ୍ୟାଦି ।   ଆପଣ ଲୋକମାନଙ୍କ ଘରେ ଏହି ପ୍ରକାର ବିଭିନ୍ନ ପ୍ରଜାତିର କୁକୁର ପାଇବେ, ଯାହାକୁ ସେମାନେ ନିଜ ପସନ୍ଦ ଏବଂ ଆବଶ୍ୟକତା ଅନୁଯାୟୀ ରଖନ୍ତି । ଯେଉଁମାନେ ଚାହାଁନ୍ତି କୁକୁରମାନେ ନିଜ ଘରକୁ ଜଗନ୍ତୁ ସେମାନେ ସାମାନ୍ୟ ବିପଜ୍ଜନକ ପ୍ରଜାତି ବାଛିଥାନ୍ତି  କିନ୍ତୁ ଯେଉଁମାନେ ସେମାନଙ୍କୁ କେବଳ କମ୍ପାନୀ ପାଇଁ ରଖନ୍ତି, ସେମାନେ ସରଳ ସ୍ଵଭାବ ପ୍ରଜାତି ପସନ୍ଦ କରନ୍ତି ।

ଆଜି ଆମେ ଆପଣଙ୍କୁ ଏକ କୁକୁର ବିଷୟରେ କହିବୁ ଯାହା ଏସବୁଠାରୁ ଭିନ୍ନ, ଯାହା ଯମରାଜଙ୍କ ଅବତାର ବୋଲି କୁହାଯାଏ ।  କୁକୁରର ଏହି ପ୍ରଜାତି ଏତେ ବିପଜ୍ଜନକ ଯେ ଯଦି ଏହା କାମୁଡ଼େ, ତେବେ ମନୁଷ୍ୟର ଶକ୍ତିଶାଳୀ ହାଡକୁ ଥରକେ ଭାଙ୍ଗି ଗୁଣ୍ଡ କରିଦେବ ।  ଆକାର ଏବଂ ଶକ୍ତି ପାଇଁ ପ୍ରସିଦ୍ଧ ଏହି କୁକୁରମାନଙ୍କୁ କେହି କେହି ପିଟବୁଲର ବାପ ବୋଲି କହିଥାନ୍ତି । ଏହି ପ୍ରଜାତି ଏତେ ଭୟଙ୍କର ଆପଣ ଏଇ କଥାରୁ ଜାଣି  ପାରିବେ ଯେ ବହୁତ ଦେଶ ଏହି କୁକୁର ପାଳିବା ଉପରେ କଟକଣା ଜାରି କରିଛନ୍ତି । କେତେକ ଦେଶ ତ ଏହାକୁ ସମ୍ପୂର୍ଣ ବ୍ୟାନ ମଧ୍ୟ ଘୋଷଣା କରିଛନ୍ତି ।

ଏହି କୁକୁର ସିଂହଠାରୁ ଅଧିକ ଭୟଙ୍କର

ଲୋକମାନେ ସାଧାରଣତ ଆମେରିକାନ ବୁଲି କୁକୁର ବିଷୟରେ ଦ୍ୱନ୍ଦ୍ୱରେ ପଡ଼ନ୍ତି, ଯାହା ପିଟବୁଲ୍ସ ପରି ଦେଖାଯାଏ ।  ଏହି କୁକୁରଟି କ୍ରସ୍ ବ୍ରୀଡ଼ିଂ ଦ୍ଵାରା ସୃଷ୍ଟି କରାଜିଛି ।  କୁହାଯାଏ ଯେ ଏହି କୁକୁରମାନେ ଅତି କମରେ ୫ ଟି ବିଭିନ୍ନ ପ୍ରଜାତିର କୁକୁରମାନଙ୍କର କ୍ରସ୍ ବ୍ରୀଡ଼ିଂ ପରେ ଉତ୍ପନ୍ନ ହୋଇଥିଲେ । ଏହା ମୂଳତଃ ଏକ ଶିକାର କୁକୁର ଏବଂ ଏହାର ଶିକ୍ଷଣ କ୍ଷମତା ବହୁତ ଅଧିକ ।  ଯଦି ସେମାନେ ଉପଯୁକ୍ତ ତାଲିମ ନ ପାଆନ୍ତି, ତେବେ ସେମାନେ ସିଂହ ପରି ବିପଜ୍ଜନକ ହୋଇଥାନ୍ତି । ସେମାନଙ୍କର କାମୁଡ଼ା ଚମ ଏବଂ ମାଂସକୁ ଚିରି ହାଡକୁ ଗୁଣ୍ଡ କରିଦେଇ ପାରେ । ସେମାନଙ୍କ ଆକ୍ରମଣର ଶିକାର ହେବା ପରେ ଜଣେ ବ୍ୟକ୍ତି ପୂର୍ବ ପରି ସୁସ୍ଥ ହୋଇପାରିବ ନାହିଁ । ଏହି ପ୍ରଜାତି ଅତ୍ୟନ୍ତ ବିପଜ୍ଜନକ ଅଟେ ।

ଏମାନେ ସାଧାରଣତଃ ବହୁତ କ୍ରୋଧୀ ସ୍ଵଭାବର ହୋଇଥାନ୍ତି । ଏହି ପ୍ରଜାତିର କୁକୁରମାନଙ୍କର କ୍ରୋଧ ଅତ୍ୟନ୍ତ ବିପଜ୍ଜନକ ଅଟେ । ଅନେକ ଥର ସେମାନେ ସେମାନଙ୍କର ମାଲିକ କିମ୍ବା ତତ୍ତ୍ୱାବଧାରକ ଉପରେ ଆକ୍ରମଣ କରିବାର ମଧ୍ୟ ଦେଖାଯାଇଛି । ଆମେରିକାନ ବୁଲିର ୪ ପ୍ରକାର ପ୍ରଜାତି ଅଛନ୍ତି । ୧-ଷ୍ଟାଣ୍ଡାର୍ଡ ୨- ପକେଟ୍, ୩- XL ଏବଂ ୪-କ୍ଲାସିକ୍ | ଏଥିମଧ୍ୟରୁ ସବୁଠାରୁ ବିପଜ୍ଜନକ ହେଉଛି  XL ପ୍ରଜାତି । ଏମାନେ ଆକାରରେ ଅନ୍ୟ ୩ ପ୍ରଜାତି ଠାରୁ ଢେର ବଡ଼ ହୋଇଥାନ୍ତି । ଏମାନଙ୍କ ଉଚ୍ଚତା ୧୯ ରୁ ୩୩ ଇଞ୍ଚ ହୋଇଥାଏ । କ୍ଲାସିକ୍ ପ୍ରଜାତି ମଧ୍ୟ ଏହି ସମାନ ଆକାରର ଅଟନ୍ତି । ସବୁଠାରୁ ଛୋଟ ହେଉଛି ପକେଟ ବୁଲି । ଏମାନଙ୍କ ଉଚ୍ଚତା ୧୩ ରୁ ୧୬ ଇଞ୍ଚ ହୋଇଥାଏ ।

The post ଏହି କୁକୁର ସିଂହଠାରୁ ଅଧିକ ଶକ୍ତିଶାଳୀ, କାମୁଡ଼ିଦେଲେ ହାଡ ଗୁଣ୍ଡ ହେଇଯିବ । ଅନେକ ଦେଶରେ ଏହାକୁ ପାଳିବା ନିଷିଦ୍ଧ first appeared on Kanak News.

from Kanak News
via <a href="https://ifttt.com/?

ଟିଭି ଦେଖୁଥିବା ଲୋକଙ୍କ ପାଇଁ ବଡ ଖବର । ଫେବୃଆରୀ ପହିଲାରୁ ବଢିବାକୁ ଯାଉଛି ମାସିିକ ରିଚାର୍ଜ ଦର

କନକ ବ୍ୟୁରୋ : ନୂଆ ବର୍ଷରୁ ଟିଭି ଦେଖିବା ପାଇଁ ଆପଣଙ୍କୁ ଖର୍ଚ୍ଚ କରିବା ପାଇଁ ପଡିବ ଅଧୀକ ଟଙ୍କା । ଜି ଏଣ୍ଟରଟେନମେଣ୍ଟ, ଭାୟାକମ୍ ୧୮ ଏବଂ ସୋନି ପିକଚର୍ସ ନେଟୱାର୍କ ଇଣ୍ଡିଆ ଭଳି ଦେଶର ପ୍ରମୁଖ ପ୍ରସାରଣକାରୀ ସଂସ୍ଥାମାନେ ସେମାନଙ୍କ ଟିଭି ଚ୍ୟାନେଲଗୁଡିକର ମାସିକ ଟାରିଫ୍ ବୃଦ୍ଧି କରି ସାଧାରଣ ଲୋକମାଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଏହି ଚ୍ୟାନେଲ ଦେଖୁଥିବା ଲୋକମାନଙ୍କ ଏବେ ଅଧିକ ଟଙ୍କାର ରିଚାର୍ଜ କରିବାକୁ ପଡିବ ।

ଭାୟାକମ ୧୮ ଏବଂ ନେଟୱାର୍କ ୧୮ ର ପ୍ରସାରଣ ଶାଖା ଏହାର ଚ୍ୟାନେଲଗୁଡିକର ମାସିକ ଟାରିଫ ୨୦ ରୁ ୨୫ ପ୍ରତିଶତ ବୃଦ୍ଧି କରିବାର ନିଷ୍ପତି ନେଇଛି । ଜି ଏଣ୍ଟରଟେନମେଣ୍ଟ ଚ୍ୟାନେଲଗୁଡିକର ହାର ୯ ରୁ ୧୦ ପ୍ରତିଶତ ବୃ୍ଦ୍ଧି କରିଛି ଏବଂ ସୋନି ଚ୍ୟାନେଲ ହାରକୁ ୯ ରୁ ୧୦ ପ୍ରତିଶତ ବୃଦ୍ଧି କରିଛି । ଏବେ ପର୍ଯ୍ୟନ୍ତ ଡିଜ୍ନି ଷ୍ଟାର ତରଫରୁ ଟାରିଫ୍ ବୃଦ୍ଧି ନେଇ କୌଣସି ସୂଚନା ଦିଆଯାଇନାହିଁ ।

ଚ୍ୟାନେଲର ମାସିକ ଟାରିଫ୍ ବୃଦ୍ଧି ହାର ୨୦୨୪ ଫେବୃଆରୀ ପହିଲାରୁ ଲାଗୁ ହେବାକୁ ଯାଉଛି । ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆର ନିୟମ ଅନୁସାରେ ପ୍ରସାରଣକାରୀ ସଂସ୍ଥା ମାନେ ଘୋଷଣା କରିବାର ୩୦ ଦିନ ପରେ ନୂତନ ମୂଲ୍ୟ କାର୍ଯ୍ୟକାରୀ କରିପାରିବେ ।

୨୦୨୪ ହେଉଛି ନିର୍ବାଚନ ବର୍ଷ । ଏହିଭଳି ପରିସ୍ଥିତିରେ ଟ୍ରାଇ ଟିଭି ଚ୍ୟାନେଲର ହାର ବୃଦ୍ଧି କରି ସାଧାରଣ ଲୋକମାନଙ୍କୁ ଅସନ୍ତୁଷ୍ଟ କରିବା ପାଇଁ ଚାହୁଁନାହିଁ । ଭାୟାକମ୍ ୧୮ ଏହାର ଚ୍ୟାନେଲର ହାରକୁ ସର୍ବାଧିକ ବୃଦ୍ଧି କରିଛି । କାରଣ ପୂର୍ବ ବର୍ଷ କମ୍ପାନୀ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଡିଜିଟାଲ ଅଧୀକାର, ବିସିସିଆଇ ମିଡିଆ ଅଧୀକାର, କ୍ରିକେଟ୍ ଦକ୍ଷିଣ ଆଫ୍ରିକା ମିଡିଆ ଅଧୀକାର ଏବଂ ଅଲିମ୍ପିକ୍ସ ୨୦୨୪ ଭଳି ଅନେକ ପ୍ରମୁଖ କାର୍ଯ୍ୟକ୍ରମର ଅଧୀକାର କ୍ରୟ କରିଛି । ଏଥିପାଇଁ କମ୍ପାନୀ ୩୪,୦୦୦ କୋଟି ଟଙ୍କା ବିନିଯୋଗ କରିଛି । ରାଶିର କ୍ଷତିପୂରଣର ଦେବା ପାଇଁ ଚ୍ୟାନେଲ ଗୁଡିକର ହାରକୁ ବୃଦ୍ଧି କରିଛି କମ୍ପାନୀ । ଏହା ବ୍ୟତୀତ ଡିଜି୍ନ ଏହି ବର୍ଷ ଆଇସିସିର ପ୍ରସାରଣ ଅଧିକାର ହାସଲ ମଧ୍ୟ କରିଛି । ଏହିଭଳି ପରିସ୍ଥିତିରେ କମ୍ପାନୀ ବର୍ଦ୍ଧିତ ହାର ମାଧ୍ୟମରେ କ୍ଷତି ଭରଣା କରିବାକୁ ଚେଷ୍ଟା କରିଛି ।

The post ଟିଭି ଦେଖୁଥିବା ଲୋକଙ୍କ ପାଇଁ ବଡ ଖବର । ଫେବୃଆରୀ ପହିଲାରୁ ବଢିବାକୁ ଯାଉଛି ମାସିିକ ରିଚାର୍ଜ ଦର first appeared on Kanak News.

from Kanak News
via <a href="https://ifttt.com/?

ଆସନ୍ତା ୨୧ରୁ କଂଗ୍ରେସର ବସ୍ ଯାତ୍ରା । ପୁରୀରେ ଜଗନ୍ନାଥଙ୍କୁ ଦର୍ଶନ କରି ୨ଟି ବସରେ ଯାତ୍ରା କରିବେ ୪୦ ନେତା । ଜନସଭା କରି ଭୋଟ୍ ମାଗିବେ ।

କନକ ବ୍ୟୁରୋ: ୨୧ ତାରିଖରେ ପୁରୀରୁ ଆରମ୍ଭ ହେବ କଂଗ୍ରେସର ବସ୍ ଯାତ୍ରା । ଜଗନ୍ନାଥଙ୍କ ଦର୍ଶନ କରି ଶ୍ରୀକ୍ଷତ୍ରରୁ ଗଡିବ କଂଗ୍ରେସ ବସ୍ । ରାଜ୍ୟର ସବୁ ନିର୍ବାଚନ ମଣ୍ଡଳି ବୁଲିବ ଦୁଇଟି ବସ୍ । ୪୦ରୁ ଅଧିକ ନେତା ବସ ଯୋଗେ ବିଭିନ୍ନ ନିର୍ବାଚନ ମଣ୍ଡଳିକୁ ଗସ୍ତ କରିବେ । ବସ୍ ଯାତ୍ରା ସମୟରେ ବାଟରେ ସ୍ଥାନେ ସ୍ଥାନେ ରହି ଜନ ସଭା କରିବେ କଂଗ୍ରେସ ନେତା ।

ଓଡିଶା ପ୍ରଭାରୀ ଅଜୟ କୁମାର ନେତାଙ୍କ ସହ ବୈଠକ କରି ଟିପ୍ସ ଦେବା ପରେ କଂଗ୍ରେସ ଶିବିରରେ ଉତ୍ସାହ ବଢି ଯାଇଛି । ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଦଳ ସ୍ୱତନ୍ତ୍ର ରଣନୀତି କରିଛି । ଗାଁ ଗାଁରେ ଘରେ ଘରେ ଲୋକଙ୍କ ପାଖରେ ପହଂଚିବା ପାଇଁ ବସ ଯାତ୍ରାର ବ୍ୟବସ୍ଥା କରାଯାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ବଖାଣିବା ସହ କଂଗ୍ରେସ ଶାସନ ସମୟରେ ହୋଇଥିବା ଲୋକାଭିମୁଖି ଯୋଜନାର ସଫଳତା କହି ଭୋଟ ହାତେଇବା ପାଇଁ ଚେଷ୍ଟା କରିବ ଦଳ ।

The post ଆସନ୍ତା ୨୧ରୁ କଂଗ୍ରେସର ବସ୍ ଯାତ୍ରା । ପୁରୀରେ ଜଗନ୍ନାଥଙ୍କୁ ଦର୍ଶନ କରି ୨ଟି ବସରେ ଯାତ୍ରା କରିବେ ୪୦ ନେତା । ଜନସଭା କରି ଭୋଟ୍ ମାଗିବେ । first appeared on Kanak News.

from Kanak News
via <a href="https://ifttt.com/?

ବାଟମାରଣା ହେଉଛି ପିଡିଏସ ଚାଉଳ । ରାସ୍ତାରେ ଧାନବସ୍ତା ରଖି ଧାରଣା ଦେଲେ ହିତାଧିକାରୀ ।

କନକ ବ୍ୟୁରୋ: ପିଡିଏସ ଚାଉଳ ବାଟମାରଣା ଅଭିଯୋଗ । ରାସ୍ତାରେ ଧାନବସ୍ତା ରଖି ଧାରଣା ଦେଲେ ହିତାଧିକାରୀ । ବାଙ୍କୀ- ତମପଡ଼ା ବ୍ଲକ ଦୁଲଣାପୁର ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଡିଲର ପ୍ରଦୋଷ ନାୟକ ହିତାଧିକାରୀଙ୍କ ଚାଉଳକୁ ଜାଲିଆତି କରି ୧ କିଲୋରୁ ୨ କିଲୋ ପର୍ଯ୍ୟନ୍ତ କାଟି ରଖୁଥିବା ଅଭିଯୋଗ ହୋଇଛି । ସଂପୃକ୍ତ ଡିଲର ବାରମ୍ବାର ଏହିଭଳି କାର୍ଯ୍ୟ କରୁଥିବାରୁ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ।
ଆଜି ସମ୍ପୃକ୍ତ ଡିଲର କଣ୍ଟାପଲ୍ଲାରେ ଜାଲିଆତି କରିବା ସହ ଚାଉଳ କାଟି ହିତାଧିକାରୀଙ୍କୁ ଦେଉଥିବା ସମୟରେ ପ୍ରତିବାଦ କରିଥିଲେ ଲୋକେ । ହିତାଧିକାରୀମାନେ କଂଟ୍ରୋଲ ଦୋକାନକୁ ତାଲା ପକାଇ ଚାଉଳ ବସ୍ତାକୁ ରାସ୍ତା ଉପରେ ରଖି ଧାରଣା ଦେଇଛନ୍ତି । ତାଳବସ୍ତ ପୋଲିସ ଘଟଣା ସ୍ଥଳରେ ପହଂଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଛି ।

The post ବାଟମାରଣା ହେଉଛି ପିଡିଏସ ଚାଉଳ । ରାସ୍ତାରେ ଧାନବସ୍ତା ରଖି ଧାରଣା ଦେଲେ ହିତାଧିକାରୀ । first appeared on Kanak News.

from Kanak News
via <a href="https://ifttt.com/?

ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ‘ଅଯୋଗ୍ୟ’ ଘୋଷିତ ହେଲେ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ କୁରେଶୀ ।

ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ ପାର୍ଟିର ବରିଷ୍ଠ ଉପସଭାପତି ଶାହ ମେହମୁଦ କୁରେଶି ଗୋପନୀୟ ତଥ୍ୟ ଲିକ୍ ମାମଲାରେ ଏବେ ରାୱଲପିଣ୍ଡିର ଆଡିଆଲା ଜେଲରେ ରହିଛନ୍ତି । ଜେଲରେ ଅଛନ୍ତି ବୋଲି ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି । ତାଙ୍କ ନାମାଙ୍କନପତ୍ରକୁ ପ୍ରତ୍ୟାଖ୍ୟାନ କରିବା ବିରୋଧରେ କୁରେଶୀଙ୍କ ଆବେଦନକୁ ନିର୍ବାଚନ ଟ୍ରିବ୍ୟୁନାଲ ପ୍ରତ୍ୟାଖ୍ୟାନ କରିଛି ।

ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ ଦଳର ବରିଷ୍ଠ ଉପସଭାପତି ଶାହ ମହମୁଦ କୁରେଶୀଙ୍କୁ ଫେବୃଆରୀ ୮ ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ​​ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିର୍ବାଚନ ଟ୍ରିବ୍ୟୁନାଲ ଦ୍ୱାରା ଅଯୋଗ୍ୟ ଘୋଷଣା କରାଯାଇଛି । ରବିବାର ଏକ ଗଣମାଧ୍ୟମ ରିପୋର୍ଟରେ ଏହି ସୂଚନା ଦିଆଯାଇଛି । ‘ନ୍ୟୁଜ୍ ଇଣ୍ଟରନ୍ୟାସନାଲ୍’ ରିପୋର୍ଟ ଅନୁଯାୟୀ, ଶନିବାର ଦିନ ନିର୍ବାଚନ ଟ୍ରିବ୍ୟୁନାଲ ତାଙ୍କ ନାମାଙ୍କନପତ୍ରକୁ ପ୍ରତ୍ୟାଖ୍ୟାନ କରିବା ବିରୋଧରେ କୁରେଶୀଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

ପାକିସ୍ତାନ ନିର୍ବାଚନ ଟ୍ରିବ୍ୟୁନାଲ୍ ୬୭ ବର୍ଷିୟ କୁରେଶୀଙ୍କୁ ସିନ୍ଧର ଉମରକୋଟ ସହରର NA-214 ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅନୁମତି ଦେଇଥିବାବେଳେ ପଞ୍ଜାବ ପ୍ରଦେଶର ମୁଲତାନରେ ପୂର୍ବତନ ବୈଦେଶିକ ମନ୍ତ୍ରୀଙ୍କ ନାମାଙ୍କନପତ୍ରକୁ ପ୍ରତ୍ୟାଖ୍ୟାନ କରିଥିଲେ । ରିଟର୍ଣ୍ଣିଂ ଅଫିସରଙ୍କ ନିଷ୍ପତ୍ତି ବିରୋଧରେ ଆବେଦନ ପ୍ରତ୍ୟାଖ୍ୟାନ କରାଯାଇଛି । ଗୁପ୍ତ ଦଲିଲ ଲିକ୍ ମାମଲାରେ କୁରେଶୀ ବର୍ତ୍ତମାନ ରାୱଲପିଣ୍ଡିର ଆଡିଆଲା ଜେଲରେ ଅଛନ୍ତି ।କୁରେଶିଙ୍କ ଆବେଦନ ପ୍ରତ୍ୟାଖ୍ୟାନ ହୋଇଛିପୂର୍ବତନ ବୈଦେଶିକ ମନ୍ତ୍ରୀ NA-150 Multan-3, NA-151 Multan-4 ଏବଂ PP-218, PP-219 ନିର୍ବାଚନମଣ୍ଡଳୀ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ । ମୁଲତାନ ହାଇକୋର୍ଟ ବାର ଆସୋସିଏସନ ସଭାପତି ରାଣା ଆସିଫ ସଇଦ କହିଛନ୍ତି ଯେ ତାଙ୍କ ପ୍ରାର୍ଥୀତ୍ୱ ଅଧିକାର ଫେରାଇ ଆଣିବା ପାଇଁ କୁରେଶୀଙ୍କ ଆବେଦନକୁ ନିର୍ବାଚନ ଟ୍ରିବ୍ୟୁନାଲ ପ୍ରତ୍ୟାଖ୍ୟାନ କରିଛନ୍ତି ।

The post ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ‘ଅଯୋଗ୍ୟ’ ଘୋଷିତ ହେଲେ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ କୁରେଶୀ । first appeared on Kanak News.

from Kanak News
via <a href="https://ifttt.com/?

ବିଜେଡି ଛାଡିଲେ ବଳଭଦ୍ର । ଦଳରେ ଅବହେଳା ଅଭିଯୋଗ ଆଣି ଇସ୍ତଫା ଦେଲେ ୫ ଥରର ବିଧାୟକ ବଳଭଦ୍ର ।

କନକ ବ୍ୟୁରୋ : ବିଜେଡି ଛାଡିଲେ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ । ନିର୍ବାଚନକୁ ଆଉ ମାସ କେଇଟା ବାକି ଥିବା ବେଳେ ଦଳ ଛାଡିଛନ୍ତି ବଳଭଦ୍ର । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବଳଭଦ୍ର । ଏନେଇ ଦଳର ସୁପ୍ରିମୋଙ୍କୁ ଚିଠି ମାଧ୍ୟମରେ ଅବଗତ କରିଛନ୍ତି ବଳଭଦ୍ର ମାଝୀ । ଦଳରେ ଅବହେଳା ଅଭିଯୋଗ କରି ବଳଭଦ୍ର ବିଜେଡି ଛାଡିଛନ୍ତି । ତେବେ ଏତେ ଦିନ ଧରି ଦଳ ପାଇଁ କାମ କରିବାକୁ ସୁଯୋଗ ଦେଇଥିବାରୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

ବଳଭଦ୍ର ମାଝୀ ଲାଞ୍ଜିଗଡ ଓ ନର୍ଲା ଆସନରୁ ୫ଥର ବିଧାୟକ ରହିଛନ୍ତି । ବିଜେଡି ଆରମ୍ଭରୁ ଦଳ ସହ ଥିଲେ ବଳଭଦ୍ର । ଜନତା ଦଳରୁ ଥରେ ବିଧାୟକ ହୋଇଥିବା ବଳଭଦ୍ର ପରବର୍ତ୍ତୀ ସମୟରେ ବିଜେଡି ଟିକେଟରେ ୪ ଥର ବିଧାୟକ ହୋଇଥିଲେ । ତେବେ ୨୦୧୯ରେ ବଳଭଦ୍ରଙ୍କ ବଦଳରେ ବିଜେଡି ପ୍ରଦୀପ ଦିଶାରୀଙ୍କୁ ଟିକେଟ ଦେଇଥିଲା । ପ୍ରଦୀପ ଦଳକୁ ବିଜୟ ଭେଟି ଦେଇଥିବା ବେଳେ ବିଜେଡିରେ ବଳଭଦ୍ରଙ୍କର ଗୁରୁତ୍ୱ କମିଥିଲା । ୨୦୧୯ରୁ ୨୦୨୪ ଯାଏଁ ଦଳରେ ରହିବା ପରେ ଏବେ ଦଳରେ ଅବହେଳା ହେଉଥିବା କହି ବିଜେଡି ଛାଡିଛନ୍ତି ବଳଭଦ୍ର ।

The post ବିଜେଡି ଛାଡିଲେ ବଳଭଦ୍ର । ଦଳରେ ଅବହେଳା ଅଭିଯୋଗ ଆଣି ଇସ୍ତଫା ଦେଲେ ୫ ଥରର ବିଧାୟକ ବଳଭଦ୍ର । first appeared on Kanak News.

from Kanak News
via <a href="https://ifttt.com/?

ଓଡ଼ିଶା ମଟର ପରିବହନ ଚାଳକ କଲ୍ୟାଣ ବୋର୍ଡର ମୃତ ଡ୍ରାଇଭରଙ୍କ ପରିବାରକୁ ମିଳିଲା ଅନୁକମ୍ପା ରାଶି । ପରିବହନ ମନ୍ତ୍ରୀ ଦେଲେ ସହାୟତା ରାଶି ।

କନକ ବ୍ୟୁରୋ: ଓଡ଼ିଶା ମୋଟର ପରିବହନ ଚାଳକ କର୍ମଚାରୀ କଲ୍ୟାଣ ବୋର୍ଡର ମୃତ ଡ୍ରାଇଭରଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ । ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୃତ ଡ୍ରାଇଭରଙ୍କ ପରିବାରକୁ ଅନୁକମ୍ପା ରାଶି ଦିଆଯାଇଛି । କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ପ୍ରମୁଖ ଶାସନ ସଚିବ ଉଷା ପାଢୀ, ପରିବହନ କମିଶନର ଅମିତାଭ ଠାକୁର ପ୍ରମୁଖ ଯୋଗଦେଇଥିଲେ ।

The post ଓଡ଼ିଶା ମଟର ପରିବହନ ଚାଳକ କଲ୍ୟାଣ ବୋର୍ଡର ମୃତ ଡ୍ରାଇଭରଙ୍କ ପରିବାରକୁ ମିଳିଲା ଅନୁକମ୍ପା ରାଶି । ପରିବହନ ମନ୍ତ୍ରୀ ଦେଲେ ସହାୟତା ରାଶି । first appeared on Kanak News.

from Kanak News
via <a href="https://ifttt.com/?

ହତ୍ୟା ଧମକ ଭିତରେ ସଲମାନଙ୍କ ଫାର୍ମ ହାଉସରେ ପଶିଲେ ୨ ଅଜଣା ବ୍ୟକ୍ତି । ଜାଣନ୍ତୁ କିଏ ଏହି ୨ ବ୍ୟକ୍ତି ?

କନକ ବ୍ୟୁରୋ : ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ଗତ ବର୍ଷ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ହତ୍ୟା ଧମକ ଦେଇଥିଲା । ଏହାପରେ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ତାଙ୍କୁ ଜେଡ୍ ପ୍ଲସ ସିକ୍ୟୁରିଟି ମଧ୍ୟ ପ୍ରଦାନ କରାଯାଇଛି । ଏସବୁ ଭିତରେ ଏବେ ଏକ ବଡ ଖବର ସାମ୍ନାକୁ ଆସିଛି । ସଲମାନଙ୍କ ପନବେଲ ସ୍ଥିତ ଫାର୍ମ ହାଉସରେ ଦୁଇଜଣ ସନ୍ଦିଗ୍ଧ ଆତଙ୍କବାଦୀ ପ୍ରବେଶ କରିଛନ୍ତି । ସେମାନେ ଜୋର ଜବରଦସ୍ତ ଫାର୍ମ ହାଉସରେ ପ୍ରବେଶ କରୁଥିବା ବେଳେ ସୁରକ୍ଷାକର୍ମୀମାନେ ସେମାନଙ୍କୁ ଅଟକାଇ ଥିଲେ । ଏହାପରେ ସ୍ଥାନୀୟ ପୋଲିସକୁ ଖବର ଦେଇ ୨ ସନ୍ଦିଗ୍ଧଙ୍କୁ ପୋଲିସର ଜିମା ଦେଇଛନ୍ତି ।

ପୋଲିସ କହିଛି କି, ଏହି ଦୁଇ ସନ୍ଦିଗ୍ଧ ଫାର୍ମହାଉସର ତାରବାଡ କାଟି ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । ପୋଲିସ କହିଛି କି, ଯେତେବେଳେ ସନ୍ଦିଗ୍ଧ ୨ ଜଣ ଫାର୍ମ ହାଉସ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ ସେତେବେଳେ ଫାର୍ମ ହାଉସ ଭିତରେ ସଲମାନ ଖାନ ନ ଥିଲେ । ଏବେ ପୋଲିସ ୨ ସନ୍ଦିଗ୍ଧଙ୍କୁ ଗିରଫ କରି ଥାନାକୁ ନେଇଛି । ହେଲେ ପ୍ରାଥମିକ ତଦନ୍ତ ବେଳେ ସନ୍ଦିଗ୍ଧମାନେ ସଲମାନ ଖାନଙ୍କ ପ୍ରଶଂସକ ବୋଲି କହିଛନ୍ତି । ସେପଟେ ପୋଲିସ ସେମାନଙ୍କ ଠାରୁ ନକଲି ପାସ୍ ଓ ନକଲି ପରିଚୟପତ୍ର ଜବତ କରିଛି ।

The post ହତ୍ୟା ଧମକ ଭିତରେ ସଲମାନଙ୍କ ଫାର୍ମ ହାଉସରେ ପଶିଲେ ୨ ଅଜଣା ବ୍ୟକ୍ତି । ଜାଣନ୍ତୁ କିଏ ଏହି ୨ ବ୍ୟକ୍ତି ? first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started