ହାଇଟେକ୍ ହସ୍ପିଟାଲ ଅଘଟଣକୁ ନେଇ ଯୁବ କଂଗ୍ରେସ ଓ ବିଜେପିର ବିକ୍ଷୋଭ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ । ହସ୍ପିଟାଲ ଲାଇସେନ୍ସ ରଦ୍ଦ ସହ ମାଲିକଙ୍କୁ ଗିରଫ ଦାବି ।

କନକ ବ୍ୟୁରୋ: ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣରେ ୩ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ଛାତ୍ର ଓ ଯୁବ କଂଗ୍ରେସର ବିକ୍ଷୋଭ । ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସରକାରୀ ବାସଭବନ ଘେରାଉ କରିବା ସହ ଅଣ୍ଡାମାଡ଼ କରିଛି ଛାତ୍ର ଓ ଯୁବ କଂଗ୍ରେସ । ଏହା ରାଜ୍ୟର ଏକ ସମ୍ବେଦନଶୀଳ ଘଟଣା, ହସ୍ପିଟାଲର ଭୁଲ ତଥ୍ୟ ଏବଂ ଚିକିତ୍ସା ପାଇଁ ୩ଜଣଙ୍କ ସହ ଜଣେ ଗର୍ଭବତୀ ମହିଳାଙ୍କ ମଧ୍ୟ ଜୀବନ ଯାଇଛି । କିନ୍ତୁ ସରକାର ଏପର୍ଯ୍ୟନ୍ତ ଚୁପ୍ ବସିଛନ୍ତି । ହସ୍ପିଟାଲ ମାଲିକ ଗରିଫ ଦାବି ସହ ହସ୍ପିଟାଲର ଲାଇସେନ୍ସ ବାତିଲ କରିବାକୁ ଦାବି କରାଯାଇଛି । ଯେତେବେଳେ ସମ ହସ୍ପିଟାଲ ଅଘଟଣ ଘଟିଥିଲା ହସ୍ପିଟାଲ ମାଲିକ ଗିରଫ ହୋଇଥିଲେ । ହାଇଟେକ ମାଲିକ କାହିଁକି ଗିରଫ ହେଉନାହାଁନ୍ତି ବୋଲି ପ୍ରଶ୍ନ କରଛନ୍ତି ।

ହାଇଟେକ୍ ହସ୍ପିଟାଲ ଦୁର୍ଘଟଣା ପ୍ରସଙ୍ଗରେ ଘେରିଲା ବିଜେପି । ଉଭୟ ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ୨୦ ପ୍ରତିଶତରୁ ଅଧିକ ପୋଡି ହୋଇଯାଇଥିଲେ ହସ୍ପିଟାଲରେ ଚିକିତ୍ସା ସୁବିଧା ନାହିଁ ବୋଲି ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ କହିଛନ୍ତି । ଏପରି ସ୍ଥିତିରେ ଏସି ମରିମତି କରିବାକୁ ଆସି ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କ ଶରୀର ୯୦ ପ୍ରତିଶତ ପୋଡି ହୋଇଥିବା ଅଭିଯୋଗ କରିଛି ବିଜେପି । ତେଣୁ ହସ୍ପିଟାଲ କିଭଳି ସେମାନଙ୍କୁ ଚିକିତ୍ସା କରାଇବାକୁ ନିଜ ପାଖରେ ରଖିଲା ବୋଲି ବିଜେପି ପ୍ରଶ୍ନ କରିଛି । ସେହିପରି ହସ୍ପିଟାଲର ମାଲିକ ତିରୁପତି ପାଣିଗ୍ରାହୀ ଡିସେମ୍ବର ୨୭ରେ ଓଡିଶାରେ ଥିଲେ । ଏହାର ଫଟୋ ମଧ୍ୟ ରହିଛି ବୋଲି ବିଜେପି କହିଛି । ଏପରି ସ୍ଥିତିରେ ହସ୍ପିଟାଲରେ ଏତେ ବଡ ଘଟଣା ଘଟିଥିବ ବେଳେ ସେ କୁଆଡେ ଗାଏବ ହୋଇଗଲେ ବୋଲି ପ୍ରଶ୍ନ କରିଛନ୍ତି । ଏବେ ମୃତକଙ୍କ ବ୍ୟକ୍ତିଙ୍କ ପରିବାରକୁ ସହାୟତା ଦେବାକୁ ବିଜେପି ଦାବି କରିଛି । ଯଦି ମିସନାରୀ ଟ୍ରଷ୍ଟକୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି ତାହେଲେ ଏହି ମୃତକଙ୍କୁ କାହିଁକି ନୁହେଁ ବୋଲି ବିଜେପି ପ୍ରଶ୍ନ କରିଛି । ହସ୍ପିଟାଲ ମାଲିକ ବିଜେଡିର ନେତା ତେଣୁ ଏହି ଘଟଣାରେ ସ୍ୱାସ୍ଥ୍ୟ ବିଭାଗ ଓ ଶ୍ରମ କମିସନର ଜାଣିଶୁଣି ନିରବ ରହୁଛି କି ବୋଲି ବିଜେପି ପ୍ରଶ୍ନ କରିଛି ।

The post ହାଇଟେକ୍ ହସ୍ପିଟାଲ ଅଘଟଣକୁ ନେଇ ଯୁବ କଂଗ୍ରେସ ଓ ବିଜେପିର ବିକ୍ଷୋଭ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ । ହସ୍ପିଟାଲ ଲାଇସେନ୍ସ ରଦ୍ଦ ସହ ମାଲିକଙ୍କୁ ଗିରଫ ଦାବି । first appeared on Kanak News.

from Kanak News
via <a href="https://ifttt.com/?

ଧର୍ମଘଟରୁ ଓହରିଲା ପରିବହନ ଶ୍ରମିକ ସଂଘ । ମୁଖ୍ୟ ଶାସନ ସଚିବଙ୍କ ସହ ବୈଠକରେ ବାହାରିଲା ସମାଧାନର ରାସ୍ତା ।ସଂଧ୍ୟା ସୁଦ୍ଧା ସୁଧୁରିବ ପେଟ୍ରୋଲ ସମସ୍ୟା ।

କନକ ବ୍ୟୁରୋ: ଆନ୍ଦୋଳନରୁ ଓହରିଲେ ପରିବହନ ଶ୍ରମିକ । କେନ୍ଦ୍ର ସରକାରଙ୍କ ହିଟ୍ ଆଣ୍ଡ୍ ରନ୍ ମାମଲାକୁ ବିରୋଧ କରି ଆଜି ଆନ୍ଦୋଳନକୁ ଓହ୍ଲାଇଥିଲା ଅଲ୍ ଓଡିଶା ଟ୍ରାନସପୋର୍ଟ ୱାର୍କର୍ସ ଫେଡେରେସନ । ଏ ନେଇ ଆଜି ଲୋକସଭା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଏଥିରେ ପରିବହନ ବିଭାଗର ତଥା ପ୍ରମୁଖ ଶାସନ ସଚିବ ଶ୍ରୀମତି ଉଷା ପାଢୀ, ଭୁବନେଶ୍ୱର-କଟକ ପୋଲିସ କମିଶନର ସୌମେନ୍ଦ୍ର ପ୍ରୀୟଦର୍ଶୀ, ଭୁବନେଶ୍ୱର ଡିସିପି ପ୍ରତିକ ସିଂହ ଏବଂ ଅଲ୍ ଓଡିଶା ଟ୍ରାନ୍ସପୋର୍ଟ ୱାର୍କସ ଫେଡେରେସନ ସଭାପତି ଜନାର୍ଦ୍ଦନ ପତି ପ୍ରମୁଖ ଉପସ୍ଥିତ ଥିଲେ । ବୈଠକ ପରେ ଜନାର୍ଦ୍ଦନ ପତି ଶ୍ରମିକ ସଂଘ ଆନ୍ଦୋଳନରୁ ଓହରିବା ନେଇ ନିଷ୍ପତି ନିଆଯାଇଥିବା କହିଛନ୍ତି ।

The post ଧର୍ମଘଟରୁ ଓହରିଲା ପରିବହନ ଶ୍ରମିକ ସଂଘ । ମୁଖ୍ୟ ଶାସନ ସଚିବଙ୍କ ସହ ବୈଠକରେ ବାହାରିଲା ସମାଧାନର ରାସ୍ତା ।ସଂଧ୍ୟା ସୁଦ୍ଧା ସୁଧୁରିବ ପେଟ୍ରୋଲ ସମସ୍ୟା । first appeared on Kanak News.

from Kanak News
via <a href="https://ifttt.com/?

‘ଫାଡା’ ଜାରିକଲା ରିପୋର୍ଟ । ଡିସେମ୍ବର ମାସରେ ୨୧ ପ୍ରତିଶତ ବୃଦ୍ଧି ପାଇଛି ଅଟୋମୋବାଇଲ ସେକ୍ଟରରେ ବିକ୍ରି

କନକ ବ୍ୟୁରୋ : ଫାଡା ବା ଫେଡେରେସନ ଅଫ ଅଟୋମୋବାଇଲ ଡିଲର୍ସ ଆସୋସିଏସନ ଜାରି କରିଥିବା ରିପୋର୍ଟ ମୁତାବକ ଡିସେମ୍ବର ମାସରେ ଅଟୋମୋବାଇଲ ବିକ୍ରିରେ ୨୧ ପ୍ରତିଶତ ବୃଦ୍ଧି ପାଇଛି । ଏଥିରେ ସମସ୍ତ ସେଗମେଣ୍ଟରେ ମଜବୁତ୍ ପ୍ରଦର୍ଶନ ଦେଖିବାକୁ ମିଳିଛି । ବିଶେଷ କରି ୨ ଚକିଆ ଯାନ ବିକ୍ରି ଡିସେମ୍ବର ମାସରେ ୨୮ ପ୍ରତିଶତ ବୃଦ୍ଧି ପାଇଛି । ସେହିଭଳି ୩ ଚକିଆ ଯାନର ବିକ୍ରି ୩୬ ପ୍ରତିଶତ ବୃଦ୍ଧି ପାଇଛି । ଏହା ବ୍ୟତୀତ ଟ୍ରାକ୍ଟର ଓ କମର୍ସିଆଲ ଗାହି ବିକ୍ରି କ୍ରମଶ ୦.୨ ପ୍ରତିିଶତ ଓ ୧.୩ ପ୍ରତିଶତ ବୃଦ୍ଧି ପାଇଛି ।

୨ ଚକିଆ ଗାଡି ଅଧିକ ବିକ୍ରିର କାରଣ ମଧ୍ୟରୁ ଅଧିକ ସଂଖ୍ୟାରେ ବିବାହ ଓ କୃଷକଙ୍କୁ ସେମାନଙ୍କ ଶଷ୍ୟର ମୂଲ୍ୟ ଉଚିତ ସମୟରେ ହେଉଛି । ଏହାଦ୍ୱାରା ଲୋକମାନଙ୍କର କ୍ରୟକ୍ଷମତା ବୃଦ୍ଧି ପାଇଛି ।
ଫାଡାର   ମୁଖ୍ୟ ମନୀଷ ରାଜ ସିଂଘାନିଆ କହିଛନ୍ତି କି, ବିଶେଷ ଭାବେ କମର୍ସିଆଲ ଗାଡି ବିକ୍ରି ବଢିଛି । କାରଣ ଦେଶରେ ଶିଳ୍ପର ବିକାଶ ଓ ଶିଳ୍ପ ଭିତ୍ତିଭୂମିର ବିକାଶ କାରଣରୁ ଛୋଟ ବଡ କମର୍ସିଆଲ ଗାଡିଗୁଡିକର ବିକ୍ରି ବୃଦ୍ଧି ପାଇଛି ।

The post ‘ଫାଡା’ ଜାରିକଲା ରିପୋର୍ଟ । ଡିସେମ୍ବର ମାସରେ ୨୧ ପ୍ରତିଶତ ବୃଦ୍ଧି ପାଇଛି ଅଟୋମୋବାଇଲ ସେକ୍ଟରରେ ବିକ୍ରି first appeared on Kanak News.

from Kanak News
via <a href="https://ifttt.com/?

“ଆମେ କ୍ଷମା ମାଗୁଛୁ , ଭାରତ ବିନା ଆମେ ଆଗକୁ ବଢି ପାରିବୁ ନାହିଁ : ମୋଦୀ ହେଉଛନ୍ତି ୱାର୍ଲ୍ଡ ଲିଡର” । ଏମିତି କହିଲେ ମାଲଦ୍ୱୀପର ପୂର୍ବତନ ଉପରାଷ୍ଟ୍ରପତି ।

ଭାରତ ଏବଂ ମାଲଦ୍ୱୀପ ସହିତ ସମ୍ପର୍କ ଖରାପ ହେବା ମଧ୍ୟରେ ମାଲଦ୍ୱୀପର ପୂର୍ବତନ ଉପରାଷ୍ଟ୍ରପତି ଅହମ୍ମଦ ଆଡିବ ଭାରତର ଏକ ମେଡ଼ିଆ ସହିତ ଏକ ବିଶେଷ ବାର୍ତ୍ତାଳାପରେ ଏକ ବଡ଼ କଥା କହିଛନ୍ତି । ସେ କହିଛନ୍ତି, ‘ଆମେ କ୍ଷମା ପ୍ରାର୍ଥନା କରୁଛୁ । ଆମେ ଭାରତ ବିନା ଆଗକୁ ଯାଇ ପାରିବୁ ନାହିଁ ।

ମାଲଦ୍ୱୀପର ନୂତନ ସରକାର ଭାରତ ବିରୋଧୀ ବୋଲି ନିର୍ବାଚନ ପରଠାରୁ ଜଣା ପଡି  ସାରିଲାଣି । ସମ୍ପର୍କ ଧୀରେ ଧୀରେ ବିଗିଡିବାରେ ଲାଗିଥିଲା । ଭାରତ ସହିତ ମାଲଦ୍ୱୀପର ସମ୍ପର୍କ ବେଶି ଖରାପ ହେବାକୁ ଲାଗିଲା ଯେତେବେଳେ ତାଙ୍କର ମନ୍ତ୍ରୀମାନେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ ।

ସମସ୍ତ ବିବାଦ ମଧ୍ୟରେ ମାଲଦ୍ୱୀପର ପୂର୍ବତନ ଉପରାଷ୍ଟ୍ରପତି ଅହମ୍ମଦ ଆଡିବଙ୍କୁ ଭାରତ ସମର୍ଥନରେ ଠିଆ ହୋଇଥିବା ଦେଖିବାକୁ ମିଳିଛି । ଏହି ବିବାଦ ପାଇଁ ସେ କ୍ଷମା ମାଗିଥିବାବେଳେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିଶ୍ୱ ନେତା ବୋଲି ବର୍ଣ୍ଣନା କରିଛନ୍ତି ।

ଭାରତର ମିଡ଼ିଆ ସହିତ ଏକ ସ୍ବତନ୍ତ୍ର ବାର୍ତ୍ତାଳାପରେ ମାଲଦ୍ୱୀପର ପୂର୍ବତନ ରାଷ୍ଟ୍ରପତି ଅହମ୍ମଦ ଆଡେବ କହିଛନ୍ତି ଯେ “କୋଭିଡରେ ପ୍ରଧାନମନ୍ତ୍ରୀ ମୋଦୀ ଆମକୁ ବହୁତ ସାହାଯ୍ୟ କରିଛନ୍ତି, ପିଏମ ମୋଦୀ କେବଳ ଭାରତର ପ୍ରଧାନମନ୍ତ୍ରୀ ନୁହଁନ୍ତି, ସେ ଜଣେ ବିଶ୍ୱ ନେତା, ଆମେ କ୍ଷମା ମାଗୁଛୁ। ଆମେ ଭାରତ ବିନା ଆଗକୁ ଯାଇ ପାରିବୁ ନାହିଁ ।“

ଅହମ୍ମଦ ଆଦିବ କହିଛନ୍ତି ଯେ ଏହି ଘଟଣା ଅତ୍ୟନ୍ତ ଦୁଃଖଖଦାୟକ ଅଟେ । ମନ୍ତ୍ରୀମାନଙ୍କୁ ନିଲମ୍ବିତ କରାଯାଇଛି । ମୋର ପରାମର୍ଶ ହେଉଛି ସେମାନେ ଇସ୍ତଫା ଦେବା କଥା । ଏପରି ହେବା ଉଚିତ୍ ନୁହେଁ । କୋଭିଡ ସମୟରେ ପିଏମ ମୋଦୀ ଆମକୁ ବହୁତ ସାହାଯ୍ୟ କରିଥିଲେ, ଭାରତ ଆମକୁ ସବୁବେଳେ ବହୁତ ସାହାଯ୍ୟ କରିଛି । ସେ ଆହୁରି ମଧ୍ୟ କହିଛନ୍ତି, ‘ମୁଁ ଚାହୁଁଛି ଏହି ବନ୍ଧୁତା ଆଗକୁ ବଢୁ । ପ୍ରଧାନମନ୍ତ୍ରୀ ମୋଦୀ କେବଳ ଭାରତର ପ୍ରଧାନମନ୍ତ୍ରୀ ନୁହଁନ୍ତି, ସେ ଜଣେ ବିଶ୍ୱ ନେତା, ଆମେ ମଧ୍ୟ ତାଙ୍କ ସହ ଚାଲିବା ଉଚିତ୍ ।

ମାଲଦ୍ୱୀପର ପୂର୍ବତନ ଉପରାଷ୍ଟ୍ରପତି କହିଛନ୍ତି ଯେ ‘ଆମେ ଭାରତ ରାସ୍ତାରେ ଚାଲିବ ଉଚିତ୍ । ନୂତନ ସରକାର ଗଠନ ହେବାର ଦୁଇ ମାସ ବିତିଗଲାଣି, ଆସନ୍ତାକାଲି ଆମର ରାଷ୍ଟ୍ରପତି ଚୀନ୍ ଯାଉଛନ୍ତି ।  ଆସନ୍ତୁ ଦେଖିବା ସେ କଣ କରୁଛନ୍ତି । ଆମେ କେବଳ ବନ୍ଧୁତାକୁ ଦୃଢ କଲେ ହିଁ ଅଗ୍ରଗତି କରିପାରିବା । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମର ଅନେକ କ୍ଷତି ହୋଇଛି, ବହୁତ ବୁକିଂ ବାତିଲ କରାଯାଉଛି । ଭାରତୀୟ ସେଲିବ୍ରିଟିମାନେ ନକାରାତ୍ମକ ମନ୍ତବ୍ୟ ଦେଉଛନ୍ତି । ଆମେ କ୍ଷମା ମାଗୁଛୁ । ଆମେ ଭାରତ ବିନା ଆଗକୁ ଯାଇ ପାରିବୁ ନାହିଁ ।

 

The post “ଆମେ କ୍ଷମା ମାଗୁଛୁ , ଭାରତ ବିନା ଆମେ ଆଗକୁ ବଢି ପାରିବୁ ନାହିଁ : ମୋଦୀ ହେଉଛନ୍ତି ୱାର୍ଲ୍ଡ ଲିଡର” । ଏମିତି କହିଲେ ମାଲଦ୍ୱୀପର ପୂର୍ବତନ ଉପରାଷ୍ଟ୍ରପତି । first appeared on Kanak News.

from Kanak News
via <a href="https://ifttt.com/?

ବିଲକିସ୍ ବାନୋ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ରାୟ । ୧୧ ଅଭିଯୁକ୍ତଙ୍କୁ ପୁଣି ମିଳିବ ଜେଲ ଦଣ୍ଡ, ମିଳିବନି ମୁକ୍ତି ।

କନକ ବ୍ୟୁରୋ: ବିଲକିସ ବାନୋ ମାମଲାରେ ଦୋଷୀମାନଙ୍କୁ ସମୟ ପୂର୍ବରୁ ମୁକ୍ତ କରିବା ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି । ଏବେ ଦୋଷୀମାନଙ୍କୁ ୨ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ହେବ । ସମସ୍ତ ଦୋଷୀଙ୍କୁ ପୁଣି ଜେଲରେ ରହିବାକୁ ପଡିବ । ବିଲକିସ୍ ବାନୋ ଗଣ ଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟ ଅପରାଧୀଙ୍କୁ ଅକାଳରେ ମୁକ୍ତ କରିବାକୁ ଗୁଜୁରାଟ ସରକାର ଦେଇଥିବା ଆଦେଶକୁ ରଦ୍ଦ କରିଛନ୍ତି ସର୍ବୋଚ୍ଚ ନାୟାଳୟ ।

ସୁପ୍ରିମକୋର୍ଟ ସୋମବାର କହିଛନ୍ତି ଯେ, ଯେଉଁ ରାଜ୍ୟରେ ଜଣେ ଅପରାଧୀଙ୍କ ବିରୋଧରେ ବିଚାର କରାଯାଇ ଦଣ୍ଡାଦେଶ ଦିଆଯାଏ, ସେହି ରାଜ୍ୟ ଦୋଷୀମାନଙ୍କୁ ଛାଡ଼ ପାଇଁ ହୋଇଥିବା ଆବେଦନ ଉପରେ ନିଷ୍ପତ୍ତି ନେବାକୁ ସକ୍ଷମ । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଗୁଜରାଟ ଏହି ମାମଲାରେ ଦୋଷୀମାନଙ୍କୁ ଦିଆଯାଇଥିବା ଦଣ୍ଡ ଛାଡ଼ ପାଇଁ ଆଦେଶ ଦେଇପାରିବ ନାହିଁ । ମହାରାଷ୍ଟ୍ର ସରକାର ଏହି ନିଷ୍ପତ୍ତି ନେଇପାରନ୍ତି । ବିଲକିସ୍ ବାନୋ ଦୁଷ୍କର୍ମ ମାମଲାରେ ଗୁଜରାଟ ସରକାର ୧୧ ଜଣ ଦୋଷୀଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ବିରୋଧରେ ବିଲକିସ୍ ବାନୋ ସୁପ୍ରିମକୋର୍ଟରେ ଏକ ପିଟିସନ୍ ଦାଖଲ କରିଥିଲେ । ପ୍ରଥମ ପିଟିସନରେ ଦୋଷୀଙ୍କୁ ମୁକ୍ତ କରିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଥିଲା । ଏବଂ ଦ୍ୱିତୀୟ ପିଟିସନରେ ମୁକ୍ତ କରିବାକୁ ନିର୍ଦ୍ଦେଶକୁ ପୁନର୍ବିଚାର କରିବାକୁ ଅନୁରୋଧ କରାଯାଇଥିଲା ।

୨୦୦୨ ଗୋଧ୍ରା ଦଙ୍ଗା ସମୟରେ ବାନୋଙ୍କୁ ୧୧ ଜଣ ଦୋଷୀ ଗଣଦୁଷ୍କର୍ମ ପରେ ହତ୍ୟା କରିଥିଲେ । ତେବେ ଗୁଜରାଟ ସରକାରଙ୍କ ଏହି ନିଷ୍ପତ୍ତିକୁ କ୍ଷମତାର ଅପବ୍ୟବହାରର ଉଦାହରଣ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

The post ବିଲକିସ୍ ବାନୋ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ରାୟ । ୧୧ ଅଭିଯୁକ୍ତଙ୍କୁ ପୁଣି ମିଳିବ ଜେଲ ଦଣ୍ଡ, ମିଳିବନି ମୁକ୍ତି । first appeared on Kanak News.

from Kanak News
via <a href="https://ifttt.com/?

ବିଦେଶରେ ପ୍ରସାରିତ ହେବ ରାମ ମନ୍ଦିର ପ୍ରତିଷ୍ଠାର ସିଧା ପ୍ରସାରଣ । ନ୍ୟୁୟର୍କ ଟାଇମ୍ସ ସ୍କୋୟାରରେ ଲୋକେ ଦେଖିବେ ପ୍ରତିଷ୍ଠାର ଆଧ୍ୟାତ୍ମ କାର୍ଯ୍ୟକ୍ରମ ।

କନକ ବ୍ୟୁରୋ: ଭାରତ ସହ ସାରା ବିଶ୍ୱ ଦେଖିବ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବର ସିଧା ପ୍ରସାରଣ । ନ୍ୟୁୟର୍କର ବ୍ୟସ୍ତବହୁଳ ତଥା ସମୃଦ୍ଧ ଛକ ଟାଇମ୍ସ ସ୍କୋୟାରରେ ପ୍ରାଣ ପ୍ରତିଷ୍ଠା ଉତ୍ସବର ସିଧା ପ୍ରସାରଣ ଦେଖିହେବ । ବିଦେଶରେ ଥିବା ବିଭିନ୍ନ ଭାରତୀୟ ଦୂତାବାସରେ ମଧ୍ୟ ଏହାର ସିଧାପ୍ରସାରଣ ହେବ । ଏହାପୂର୍ବରୁ ୫ ଅଗଷ୍ଟ ୨୦୨୦ରେ ଅଯୋଧ୍ୟା ରାମ ମନ୍ଦିରର ଭୂମି ପୂଜନ ହୋଇଥିଲା । ଏହାର ଏକ ଚିତ୍ର ଟାଇମ୍ସ ସ୍କୋୟାରରେ ପ୍ରଦର୍ଶିତ ହୋଇଥିଲା । ଜାନୁଆରୀ ୨୨ ତାରିଖରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେବେ । ସାରା ଦେଶରେ ବିଭିନ୍ନ ବୁଥରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବର ଦୃଶ୍ୟ ସିଧାପ୍ରସାରଣ ହେବ ।

The post ବିଦେଶରେ ପ୍ରସାରିତ ହେବ ରାମ ମନ୍ଦିର ପ୍ରତିଷ୍ଠାର ସିଧା ପ୍ରସାରଣ । ନ୍ୟୁୟର୍କ ଟାଇମ୍ସ ସ୍କୋୟାରରେ ଲୋକେ ଦେଖିବେ ପ୍ରତିଷ୍ଠାର ଆଧ୍ୟାତ୍ମ କାର୍ଯ୍ୟକ୍ରମ । first appeared on Kanak News.

from Kanak News
via <a href="https://ifttt.com/?

ମନ୍ତ୍ରୀ ଭାବେ ୧୦ ଦିନ ପୂର୍ବରୁ ନେଇଥିଲେ ଶପଥ, ଉପ-ନିର୍ବାଚନରେ ୧୨ ହଜାରରୁ ଅଧିକ ଭୋଟରେ ହାରିଲେ । ରାଜସ୍ଥାନରେ ଶାସକ ବିଜେପିକୁ ଲାଗିଲା ଝଟକା ।

କନକ ବ୍ୟୁରୋ : ୧୦ ଦିନ ପୂର୍ବରୁ ନେଇଥିଲେ ମନ୍ତ୍ରୀ ଭାବେ ଶପଥ । ୧୦ ଦିନ ପରେ ହୋଇଥିବା ଉପ-ନିର୍ବାଚନରେ ୧୨ ହଜାରରୁ ଅଧିକ ଭୋଟରେ ହେଲେ ପରାଜିତ । ରାଜସ୍ଥାନରୁ ଆସିଛି ଏଭଳି ଏକ ଘଟଣା । ଯେଉଁଠି ମନ୍ତ୍ରୀ ଭାବେ ଶପଥ ନେଇଥିବା ସୁରେନ୍ଦ୍ର ପାଲ ସିଂ ଟିଟି ଉପ-ନିର୍ବାଚନରେ ପରାଜିତ ହୋଇଛନ୍ତି । କରଣପୁର ଆସନ ପାଇଁ ହୋଇଥିବା ଉପ-ନିର୍ବାଚନରେ ବାଜି ମାରିଛି କଂଗ୍ରେସ । ତେବେ ଏହି ପରାଜୟ ରାଜସ୍ଥାନର ବିଜେପି ସରକାର ଉପରେ ସେଭଳି ପ୍ରଭାବ ପକାଇବନି । କିନ୍ତୁ ମନ୍ତ୍ରୀ ଭାବେ ଶପଥ ନେବା ପରେ ସୁରେନ୍ଦ୍ର ପାଲ ପରାଜିତ ହେବା ବିଜେପିର ସାଙ୍ଗଠନିକ ଦକ୍ଷତାକୁ ନେଇ ପ୍ରଶ୍ନ ଚିହ୍ନ ଛିଡା କରିଛି ।

୨୦୨୩ ରାଜସ୍ଥାନର ବିଧାନସଭା ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ଗୁରମିତ ସିଂ କୁନରଙ୍କ ଦେହାନ୍ତ ହୋଇଥିଲା । ଯେଉଁଥିପାଇଁ କରଣପୁର ଆସନରେ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା ଏବଂ ଏହି ଆସନରେ ଉପ-ନିର୍ବାଚନ ପାଇଁ ଘୋଷଣା ହୋଇଥିଲା । ବିଜେପି ପକ୍ଷରୁ ଭଜନଲାଲ ସରକାରରେ ମନ୍ତ୍ରୀ ଭାବେ ଶପଥ ନେଇଥିବା ସୁରେନ୍ଦ୍ର ପାଲ ସିଂ ମୈଦାନକୁ ଓହ୍ଲାଇଥିବା ବେଳେ କଂଗ୍ରେସ ଗୁରମିତଙ୍କ ପୁଅ ରୂପିନ୍ଦରଙ୍କୁ ପ୍ରାର୍ଥୀ କରିଥିଲା । ଯିଏ ବିଜେପି ପ୍ରାର୍ଥୀଙ୍କୁ ମାତ୍ ଦେଇ ବଡ ବିଜୟ ହାସଲ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହଲଟ ରୂପିନ୍ଦରଙ୍କୁ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

ଏହାପୂର୍ବରୁ ମନ୍ତ୍ରୀ ଭାବେ ସୁରେନ୍ଦ୍ରଙ୍କ ଶପଥଗ୍ରହଣକୁ ନେଇ ଆପତ୍ତି ଉଠାଇଥିଲା କଂଗ୍ରେସ । ଏହା ଆଚରଣବିଧିର ଉଲ୍ଲଂଘନ ବୋଲି ଦର୍ଶାଇଥିଲା କଂଗ୍ରେସ । ଫଳାଫଳ ଆସିବା ପୂର୍ବରୁ ସୁରେନ୍ଦ୍ରଙ୍କ ଶପଥଗ୍ରହଣକୁ ବେଆଇନ ବୋଲି କହିଥିଲା କଂଗ୍ରେସ । ଗତ ନିର୍ବାଚନରେ ମୋଟ ୧୯୯ ଆସନରୁ ବିଜେପି ୧୧୫ ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୬୯ ଆସନରେ ବିଜୟୀ ହୋଇଥିଲା । ଏବେ ଗୁରମିତ ବିଜୟ ହେବା ପରେ ଏହି ସଂଖ୍ୟା ୭୦ରେ ପହଞ୍ଚିଛି ।

The post ମନ୍ତ୍ରୀ ଭାବେ ୧୦ ଦିନ ପୂର୍ବରୁ ନେଇଥିଲେ ଶପଥ, ଉପ-ନିର୍ବାଚନରେ ୧୨ ହଜାରରୁ ଅଧିକ ଭୋଟରେ ହାରିଲେ । ରାଜସ୍ଥାନରେ ଶାସକ ବିଜେପିକୁ ଲାଗିଲା ଝଟକା । first appeared on Kanak News.

from Kanak News
via <a href="https://ifttt.com/?

ହିଜବୁଲ୍ଲା ଗଡ଼ରେ ପଶି ଭୁଲ କରିଦେଲା କି ଇସ୍ରାଏଲ ?

ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ଯୁଦ୍ଧ ବର୍ତ୍ତମାନ ଲେବାନନ୍ ଆଡ଼କୁ ମାଡି ଗଲାଣି । ଲେବାନନରୁ ହିଜବୁଲ୍ଲା ଗୋଟିଏ ପରେ ଗୋଟିଏ ଆକ୍ରମଣ କରି ଇସ୍ରାଏଲ ପାଇଁ ସମସ୍ୟା ବଢାଇବାରେ ଲାଗିଛି । ଗୁରୁବାର ଦିନ ଇସ୍ରାଏଲର ଏୟାର ଟ୍ରାଫିକ କଣ୍ଟ୍ରୋଲ ବେସ ଉପରେ ହୋଇଥିବା ଆକ୍ରମଣ ଏତେ ଶକ୍ତିଶାଳୀ ଥିଲା ଯେ ଆମେରିକାର ବୈଦେଶିକ ସଚିବଙ୍କୁ ଶାନ୍ତି ପାଇଁ ପ୍ରସ୍ତାବ ନେଇ ମଧ୍ୟ ପୂର୍ବକୁ ଯିବାକୁ ପଡିଛି ।

ହିଜବୁଲ୍ଲା ଉତ୍ତର ଇସ୍ରାଏଲର ଏକ ଏୟାର ଟ୍ରାଫିକ କଣ୍ଟ୍ରୋଲ ବେସ  ଉପରେ ଆକ୍ରମଣ କରିଥିଲା । ଏହାକୁ ଅନ୍ୟ କେହି ନୁହେଁ ଇସ୍ରାଏଲ ନିଜେ ସ୍ଵୀକାର କରିଛି । ଏହା ପରେ ଇସ୍ରାଏଲ ଏବଂ ଇରାନ ସମର୍ଥକ ହିଜବୁଲ୍ଲା ମଧ୍ୟରେ ଆଉ ଏକ ଯୁଦ୍ଧର ଭୟ ମଧ୍ୟ ବଢି ଯାଇଛି । ଇସ୍ରାଏଲ ଏବଂ ହିଜବୁଲ୍ଲା ମଧ୍ୟରେ ଯୁଦ୍ଧ   ବୃଦ୍ଧି ପାଉଥିବାରୁ ସେହି ଅଞ୍ଚଳରେ ଥିବା ବିବାଦକୁ  ଆହୁରି ବଢାଇ ଦେବାର ଆଶଙ୍କା ରହିଛି । ଏଥି ସହିତ ଆମେରିକାର ସମସ୍ତ ଶାନ୍ତି ପ୍ରୟାସ ମଧ୍ୟ ବୃଥା ମନେହେଉଛି । ପରିସ୍ଥିତି କେତେ ଭୟଙ୍କର ଏଥିରୁ ଜଣାପଡୁଛି ଯେ  ଇସ୍ରାଏଲ୍ ଏବଂ ଲେବାନନ୍ ମଧ୍ୟରେ ବଢୁଥିବା ଦ୍ଵନ୍ଦ ଯୋଗୁ ଶାନ୍ତି ଚୁକ୍ତି ପାଇଁ ଆମେରିକାର ବୈଦେଶିକ ସଚିବଙ୍କୁ ତରବରିଆ ଭାବେ ମଧ୍ୟ ପ୍ରାଚ୍ୟ ଗସ୍ତ କରିବାକୁ ପଡିଛି । ସେ ମଧ୍ୟ ଇସ୍ରାଏଲ ଗସ୍ତରେ ମଧ୍ୟ ଯାଉଛନ୍ତି ଯେଉଁଠାରେ ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ବଢୁଥିବା  ବିବାଦ ଉପରେ ଆଲୋଚନା ହେବ ବୋଲି ସ୍ପଷ୍ଟ ହୋଇଛି ।

ଇସ୍ରାଏଲ୍ ସେନା କହିଛି ଯେ ହିଜବୁଲ୍ଲା ଶନିବାର ମେରନ୍ ମାଉଣ୍ଟରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ବେସ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଅତ୍ୟନ୍ତ ମାରାତ୍ମକ ଥିଲା କିନ୍ତୁ ବ୍ୟାକଅପ୍ ସିଷ୍ଟମର ଉପସ୍ଥିତି ଯୋଗୁଁ ଏଆର ଡିଫେନସ ସିଷ୍ଟମର  ଅଧିକ କ୍ଷତି ହୋଇନଥିଲା । ହିଜବୁଲ୍ଲା ଆକ୍ରମଣରେ ଏହାର କୌଣସି ସୈନିକ ଆହତ ହୋଇନାହାଁନ୍ତି ବୋଲି ଇସ୍ରାଏଲ୍ ସେନା ଦୃଢ ଭାବରେ କହିଛି, କିନ୍ତୁ ଗଣମାଧ୍ୟମର ରିପୋର୍ଟରେ କୁହାଯାଇଛି ଯେ କ୍ଷୟକ୍ଷତିର ପରିମାଣ ବହୁତ ଅଧିକ ଏବଂ ଏହାର ମରାମତି ପାଇଁ ଇସ୍ରାଏଲ୍ ପାଇଁ ସମୟ ଏବଂ ବହୁ ସମ୍ବଳ ଲାଗିବ ।

ହଜାର ହଜାର ଇସ୍ରାଏଲ୍ ଲୋକଙ୍କର ପଳାୟନ

ତେବେ ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ପରେ ହିଜବୁଲ୍ଲା ଦ୍ଵାରା ଏପର୍ଯ୍ୟନ୍ତ ହେଇଥିବା ଆକ୍ରମଣ ମଧ୍ୟରେ ଏହା ସବୁଠାରୁ ବଡ଼ ଓ ଭୟଙ୍କର ଆକ୍ରମଣ ବୋଲି କୁହାଯାଉଛି । ଏହାର ପ୍ରଭାବ ଏତେ ଭୟଙ୍କର ହୋଇଛି ଯେ ସ୍ଥାନୀୟ ଅଞ୍ଚଳରୁ ଇସ୍ରାଏଲର ହଜାର ହଜାର ଲୋକଙ୍କୁ ନିଜ ଘର ଛାଡି ପଳାଇବାକୁ ପଡ଼ିଛି । ଏହି ସମସ୍ତ ଲୋକ ଇସ୍ରାଏଲ ଏବଂ ଲେବାନନ ସୀମାରେ ବାସ କରୁଥିଲେ । ଇସ୍ରାଏଲ ବର୍ତ୍ତମାନ ଦକ୍ଷିଣ ଆଡକୁ ଗତି କରୁଛି ଇସ୍ରାଏଲ୍ ସେନା କହିଛି ଯେ ଗାଜାର ଉତ୍ତର ଅଞ୍ଚଳରେ ଏହା ପ୍ରାୟ ତା କାର୍ଯ୍ୟ ଶେଷ କରିସାରିଛି । ଇସ୍ରାଏଲ ଦାବି କରିଛି ଯେ ଏହା ହମାସର ଭିତ୍ତିଭୂମି ସଂପୂର୍ଣ୍ଣ ଭାବେ ନଷ୍ଟ କରିଦେଇଛି ।  ଇସ୍ରାଏଲ ବର୍ତ୍ତମାନ ଦକ୍ଷିଣ ଦିଗରେ ନିଜର କାର୍ଯ୍ୟକୁ ବିସ୍ତାର କରୁଛି । ଅନ୍ୟପକ୍ଷରେ, ୨୩ ଲକ୍ଷ ପାଲେଷ୍ଟାଇନୀୟଙ୍କ ମଧ୍ୟରୁ ଅଧିକାଂଶ ବର୍ତ୍ତମାନ ବିସ୍ଥାପିତ ଜୀବନ ଅତିବାହିତ କରୁଛନ୍ତି । ଅକ୍ଟୋବର ୭ ରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ୨୨,୦୦୦ ରୁ ଅଧିକ ପାଲେଷ୍ଟାଇନୀୟଙ୍କର ମୃତ୍ୟୁ ଘଟିଛି ଏବଂ ୫୮,୦୦୦ ରୁ ଅଧିକ ଆହତ ହୋଇଛନ୍ତି ।

 

 

The post ହିଜବୁଲ୍ଲା ଗଡ଼ରେ ପଶି ଭୁଲ କରିଦେଲା କି ଇସ୍ରାଏଲ  ? first appeared on Kanak News.

from Kanak News
via <a href="https://ifttt.com/?

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧବଳେଶ୍ୱର ଡାକବଙ୍ଗଳାରେ ଭେଟିଲେ ଅରିନ୍ଦମ ରାୟ । ଷ୍ଟାର ଅଭିନେତା ବିଜେଡିରେ ଅସନ୍ତୁଷ୍ଟ ଥିବା ନେଇ ହେଉଛି ଚର୍ଚ୍ଚା ।

କନକ ବ୍ୟୁରୋ: ଚର୍ଚ୍ଚାରେ ଅଭିନେତା ତଥା ବିଜେଡି ନେତା ଅରିନ୍ଦମ ରାୟ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିବା ସହ ରୁଦ୍ଧଦ୍ୱାର ଆଲୋଚନା କରିଛନ୍ତି ଅରିନ୍ଦମ । ଦୁଇ ଜଣଙ୍କ ଫଟୋ ସାମ୍ନାକୁ ଆସିବା ପରେ ତାଙ୍କୁ ନେଇ ରାଜନୈତିକ ମହଲରେ ଏବେ ଚର୍ଚ୍ଚା ଜୋର ଧରିଛି ।

ଗତକାଲି କଟକ ଧବଳେଶ୍ୱରଠାରେ ଡାକବଙ୍ଗଳାରେ କେନ୍ଦ୍ରମନ୍ତ୍ରୀ ଥିବା ବେଳେ ତାଙ୍କୁ ଅରିନ୍ଦମ ଭେଟିବା ସହ ଫୁଲତୋଡା ଦେଇଛନ୍ତି । ଦୁଇ ଜଣଙ୍କ ମଧ୍ୟରେ ପାଖାପାଖି ୩୦ ମିନିଟ୍ ଧରି ଆଲୋଚନା ହୋଇଛି । ଦୁଇ ଦିନ ତଳେ କଟକରେ ଫାଇଭ୍-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଅରିନ୍ଦମଙ୍କୁ ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମ ବେଳେ ସେ ଆଗ ଧାଡିରେ ବସିଥିଲେ । ଆଉ କାର୍ଯ୍ୟକ୍ରମ ଶେଷ ହେବା ପରେ ପାଣ୍ଡିଆନଙ୍କ ସହ ଏକାଠି ଛିଡା ହୋଇ ଫଟୋ ମଧ୍ୟ ଉଠାଇଥିଲେ । ହେଲେ ଏହି କାର୍ଯ୍ୟକ୍ରମର ୪୮ ଘଂଟା ନପୁରୁଣୁ ଅଶ୍ୱିନୀଙ୍କ ସହ ଏହି ଫଟୋ ଚର୍ଚ୍ଚା ସୃଷ୍ଟି କରିଛି । ୨୦୦୯ ମସିହାରୁ ବିଜେଡି ସହ ଅଛନ୍ତି ଅରିନ୍ଦମ । ବିଭିନ୍ନ ନିର୍ବାଚନ ବେଳେ ତାଙ୍କୁ ଷ୍ଟାର ପ୍ରଚାରକ ଭାବେ ସାମିଲ କରିଛି ଦଳ । ୨୦୧୬ ମସିହାରେ ସେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭଉଣୀକୁ ବିବାହ କରିଥିଲେ । ଏହା ପରଠୁ ସେ ଦଳରେ ଅଧିକ ସକ୍ରିୟ ହୋଇଥିଲେ ।

୨୦୨୨ ଜାନୁଆରୀରେ ଅରିନ୍ଦମଙ୍କୁ ରାଜ୍ୟ ସାଧାରଣ ସମ୍ପାଦକ ପଦବୀ ମିଳିଥିଲା । ହେଲେ କଟକ ମେୟର ନିର୍ବାଚନରେ ଅରିନ୍ଦମ ବିଜେଡି ପ୍ରାର୍ଥୀ ହେବା ନେଇ ଆଶା ରଖିଥିବା ବେଳେ ଦଳ ସୁବାସ ସିଂହଙ୍କୁ ବାଛିଥିଲା । ଏହା ପରେ ଅରିନ୍ଦମ ଦଳରେ ଅସନ୍ତୋଷ ଥିବା ଚର୍ଚ୍ଚା ହେଉଥିଲା । ଏବେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

The post କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧବଳେଶ୍ୱର ଡାକବଙ୍ଗଳାରେ ଭେଟିଲେ ଅରିନ୍ଦମ ରାୟ । ଷ୍ଟାର ଅଭିନେତା ବିଜେଡିରେ ଅସନ୍ତୁଷ୍ଟ ଥିବା ନେଇ ହେଉଛି ଚର୍ଚ୍ଚା । first appeared on Kanak News.

from Kanak News
via <a href="https://ifttt.com/?

ପେଟ୍ରୋଲ ଟାଙ୍କିରେ ତେଲର ଅଭାବ ନେଇ ପ୍ରତିକ୍ରିୟା ରଖିଲେ ପେଟ୍ରୋଲ ପମ୍ପ ମାଲିକ ସଂଘ ସଭାପତି । କହିଲେ ସନ୍ଧ୍ୟା ସୁଦ୍ଧା ସୁଧୁରିବ ସ୍ଥିତି ।

କନକ ବ୍ୟୁରୋ: ଡ୍ରାଇଭର ଆନ୍ଦୋଳନ ଶେଷ ହେଉ ହେଉ ଏବେ ଆନ୍ଦୋଳନକୁ ଓହ୍ଲାଇଛି ପରିବହନ ଶ୍ରମିକ ସଂଘ । ହିଟ୍ ଆଣ୍ଡ ରନ ଆଇନ ପ୍ରତ୍ୟାହାର ଦାବିରେ ସଂଘ ଆରମ୍ଭ କରିଛି କାମ ବନ୍ଦ ଆନ୍ଦୋଳନ । ଲାଗୁହେବାକୁ ଥିବା ଏହି ନୂଆ ଆଇନକୁ ପ୍ରତ୍ୟାହାର ପାଇଁ ଦାବି କରିଛି ସଂଘ । ପ୍ରଥମେ ଡ୍ରାଇଭର ଆନ୍ଦୋଳନ ଆଉ ଏବେ ଶ୍ରମିକଙ୍କ କାମ ବନ୍ଦ ପାଇଁ ୩ ଦିନ ହେଲା ପାରାଦୀପରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଠିକ୍ରେ ପେଟ୍ରୋଲ, ଡିଜେଲ ଯୋଗାଣ ହୋଇପାରୁନି । ଫଳରେ ତେଲ ଟାଙ୍କି ଗୁଡ଼ିକରେ ତେଲର ଅଭାବ ଦେଖାଦେଲାଣି ।

ଲଗାତାର ଦ୍ୱିତୀୟ ଦିନରେ ଗାଡ଼ିରେ ତେଲ ପକାଇବାକୁ ବିଭିନ୍ନ ପେଟ୍ରୋଲ ପମ୍ପରେ ଗହଳି ଲାଗିଛି ।ଏହି ପରିସ୍ଥିତିରେ ଗାଡ଼ିରେ କମ୍ ତେଲ ପକାଇବା ପାଇଁ ପମ୍ପ କର୍ମଚାରୀମାନେ ଅନୁରୋଧ କରିଥିଲେ ବି ଗ୍ରାହକମାନେ ଶୁଣିବା ମୁଡରେ ନାହାଁନ୍ତି । ଏପଟେ କଟକର ଅନେକ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ଓ ଡିଜେଲ ଶେଷ ହେବା ପରେ ସେମାନେ ‘ନୋ ଫୁଏଲ’ ପୋଷ୍ଟର ଲଗାଇସାରିଲେଣି ।

ଅନ୍ୟପଟେ ଟାଙ୍କି ଗୁଡ଼ିକରେ ତେଲର ଅଭାବ ନେଇ ଉତ୍କଳ ପେଟ୍ରୋଲିୟ ସଂଘର ସଭାପତି ସଂଜୟ ଲାଠ କନକ ନ୍ୟୁଜରେ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ଭୟଭୀତ ହେବାର କିଛି ନାହିଁ । ଗତକାଲି ରବିବାର ଥିବାରୁ ତେଲ ଟାଙ୍କିରେ ପହଂଚି ପାରିନଥିଲା । ଯେଉଁ ତେଲ ଟାଙ୍କିରେ ତେଲ ନାହିଁ ସେଠାରେ ଆଜି ସଂଧ୍ୟା କିମ୍ବା ଆସନ୍ତକାଲି ସକାଳ ସୁଦ୍ଧା ତେଲ ଉବଲବ୍ଧ ହେବ । ଅନ୍ୟ ପେଟ୍ରୋଲ ପମ୍ପରେ ଆବଶ୍ୟକ ଅନୁଯାୟୀ ପେଟ୍ରୋଲ ରହିଥିବା ସେ ସୂଚନା ଦେଇଛନ୍ତି ।

The post ପେଟ୍ରୋଲ ଟାଙ୍କିରେ ତେଲର ଅଭାବ ନେଇ ପ୍ରତିକ୍ରିୟା ରଖିଲେ ପେଟ୍ରୋଲ ପମ୍ପ ମାଲିକ ସଂଘ ସଭାପତି । କହିଲେ ସନ୍ଧ୍ୟା ସୁଦ୍ଧା ସୁଧୁରିବ ସ୍ଥିତି । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started