
କନକ ବ୍ୟୁରୋ: ଜାନୁଆରୀ ୨୨ ତାରିଖରେ ଶ୍ରୀ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ଆୟୋଜିତ ହେବ। ସମଗ୍ର ଦେଶରେ ଶ୍ରୀ ରାମ ମନ୍ଦିର ପାଇଁ ଉତ୍ସାହ ଦେଖିବାକୁ ମିଳୁଛି ଦେଶରେ ସେହିଦିଦ ଦୀପାବଳି ପାଳନ ପାଇଁ ବି କିଛି ଲୋକ ମନସ୍ତ କରିଛନ୍ତି। ଯଦିଓ ଏହି ଦେଶରେ ଅନେକ ରାମ ଭକ୍ତ ଅଛନ୍ତି, ଯେଉଁମାନେ ଦୀର୍ଘ ବର୍ଷ ଧରି ରାମ ମନ୍ଦିରକୁ ଅପେକ୍ଷା କରି ରହିଥିଲେ, କିନ୍ତୁ ବିହାରର କିଶାନଗଞ୍ଜର ବାସିନ୍ଦା ଦେବ ଦାସଙ୍କର କାହାଣୀ ପୂରା ଭିନ୍ନ।
ଦେବ ଦାସ ଜଣେ ରାମ ଭକ୍ତ ଯିଏ ଗତ ୨୩ ବର୍ଷ ଧରି ଖାଲି ପାଦରେ ଚାଲୁଛନ୍ତି। ସେ ଏକ ଶପଥ ନେଇଥିଲେ ଯେ ରାମ ମନ୍ଦିର ନିର୍ମାଣ ନହେବା ପର୍ୟ୍ୟନ୍ତ ସେ ଖାଲି ପାଦରେ ଚାଲିବେ। ଏବେ ଦେବ ଦାସଙ୍କ ସଂକଳ୍ପ ବର୍ତ୍ତମାନ ପୂରଣ ହେବାକୁ ଯାଉଛି। ଯେତେବେଳେ ଦେବ ଦାସଙ୍କୁ ତାଙ୍କ ସଂକଳ୍ପ ବିଷୟରେ ପଚରାଗଲା, ସେ କହିଥିଲେ ଯେ ପ୍ରଥମେ ତାଙ୍କୁ ଖାଲି ପାଦରେ ଚାଲିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲ। କିନ୍ତୁ ବର୍ତ୍ତମାନ ସବୁକିଛି ଠିକ ଅଛି। ଭଗବାନ ରାମ ଆଶୀର୍ବାଦରୁ ବର୍ତ୍ତମାନ ଚାଲିବାରେ କୌଣସି ଅସୁବିଧା ନାହିଁ।
ଦେବ ଦାସ କହିଛନ୍ତି ଯେ ଗତ ୨୩ ବର୍ଷ ଧରି ସେ ଖାଲି ପାଦରେ ବୁଲୁଛନ୍ତି ଏବଂ ଯେତେବେଳେ ଶ୍ରୀ ରାମ ମନ୍ଦିର ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯିବ, ସେତେବେଳେ ସେ ଅଯୋଧ୍ୟାରେ ପହଞ୍ଚିବା ପରେ ଜୋତା କିମ୍ବା ଚପଲ ପିନ୍ଧିବେ । ଭଗବାନ ଶ୍ରୀ ରାମଙ୍କର ଏପରି ଭକ୍ତଙ୍କ ବିଷୟରେ ଜାଣିବା ପରେ ସମଗ୍ର ସହର ତାଙ୍କୁ ପ୍ରଶଂସା କରୁଛି। ଅନେକ ସଂଗଠନର କର୍ମକର୍ତ୍ତା ତାଙ୍କର ଭକ୍ତି ଭାବ ଦେଖି ଆଶ୍ଚର୍ୟ୍ୟ ହୋଇଛନ୍ତି।
The post ୨୩ ବର୍ଷ ହେବ ଖାଲି ପାଦରେ ଚାଲୁଛନ୍ତି; ରାମ ମନ୍ଦିର ପ୍ରତିଷ୍ଠା ପରେ ଚପଲ ପିନ୍ଧିବେ ବୋଲି କରିଛନ୍ତି ପ୍ରତିଜ୍ଞା । first appeared on Kanak News.
from Kanak News
via <a href="https://ifttt.com/?



(@ImRaina)





