ରାଜଧାନୀ ଦିଲ୍ଲୀଠୁ ବଳିଗଲା ବାଲେଶ୍ୱର । ରିପୋର୍ଟରେ ଦେଶର ତୃତୀୟ ସର୍ବାଧିକ ପ୍ରଦ୍ୟୁଷିତ ସହର ପାଲଟିଲା ବାଲେଶ୍ୱର ।

କନକ ବ୍ୟୁରୋ: ଦେଶର ତୃତୀୟ ସର୍ବାଧିକ ପ୍ରଦ୍ୟୁଷିତ ସହର ବାଲେଶ୍ୱର । ରାଜଧାନୀ ଦିଲ୍ଲୀ ସମେତ ଅନେକ ବଡ ସହର ବାଲେଶ୍ୱର ତୁଳନାରେ କମ୍ ପ୍ରଦୂଷିତ । ପ୍ରଦୂଷଣର ଅତି ଖରାପ ଶ୍ରେଣୀରେ ରାଜ୍ୟରେ ବାଲେଶ୍ୱର, ବାରିପଦା, ଭୁବନେଶ୍ୱର, କଟକ ସହର ରହିଛି ।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ବା ସିବିସିବି ତଥ୍ୟ ଅନୁଯାୟୀ, ବାଲେଶ୍ୱର ସହରର ବାୟୁ ମାନ ସୂଚକାଙ୍କ ବା ଏକ୍ୟୁଆଇ ଅତି ସାଂଘାତିକ ସ୍ତରରେ ରହିଛି । ଅପରାହ୍ନ ୪ଟା ସୁଦ୍ଧା ଦିଲ୍ଲୀ ବାୟୁରେ ଏକ୍ୟୁଆଇ ପିଏମ୍-୨.୫ ତଥା ଛୋଟ ଧୂଳିକଣାର ମାତ୍ରା ୩୩୩ ରହିଛି । ଯେତେବେଳେ କି ବାଲେଶ୍ୱରର ଏକ୍ୟୁଆଇ ପିଏମ୍-୨.୫ ମାତ୍ରା ୩୩୪ରେ ପହଂଚିଛି । ବିଗତ ସପ୍ତାହେ ହେଲା ବାଲେଶ୍ୱର ସମେତ ଉତର ଓଡ଼ିଶାର ଅଧିକାଂଶ ସହର ବାୟୁରେ ଛୋଟ ଧୂଳିକଣା ଜମି ରହୁଥିବାରୁ ପରିଣାମ ଅଧିକ ସାଂଘାତିକ ସ୍ତର ଆଡ଼କୁ ଗତି କରୁଛି । ଚିନ୍ତାର ବିଷୟ ହେଉଛି ଯେ ଏକ୍ୟୁଆଇ ଅତି ସାଂଘାତିକ ସ୍ତରରେ ରହିଥିବା ଦେଶର ୧୭ଟି ସହର ମଧ୍ୟରେ ଓଡ଼ିଶାର ୬ଟି ସହର ରହିଛି । ବାଲେଶ୍ୱର ବ୍ୟତୀତ ବାରିପଦାରେ ଏକ୍ୟୁଆଇ ପିଏମ୍-୨.୫ ମାତ୍ରା ୩୧୬ରେ ପହଂଚିଥିବା ବେଳେ କେନ୍ଦୁଝରରେ ୩୧୪, ରାଇରଙ୍ଗପୁରରେ ୩୦୮ ରେକର୍ଡ ହୋଇଛି । ପର୍ବପର୍ବାଣି କିମ୍ବା ବାଣ ଫୁଟା ନ ଥିଲେ ମଧ୍ୟ ଭୁବନେଶ୍ୱର ଓ କଟକ ସ୍ଥିତି ଅତି ସାଂଘାତିକ ସ୍ତର ଆଡ଼କୁ ଯାଉଛି ।

The post ରାଜଧାନୀ ଦିଲ୍ଲୀଠୁ ବଳିଗଲା ବାଲେଶ୍ୱର । ରିପୋର୍ଟରେ ଦେଶର ତୃତୀୟ ସର୍ବାଧିକ ପ୍ରଦ୍ୟୁଷିତ ସହର ପାଲଟିଲା ବାଲେଶ୍ୱର । first appeared on Kanak News.

from Kanak News
via <a href="https://ifttt.com/?

ଝାରସୁଗୁଡା ଗଉରପଡା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ତିନି ବାଇକ ଆରୋହୀଙ୍କ ମୃତ୍ୟୁ ।

କନକ ବ୍ୟୁରୋ: ଅଜଣା ଗାଡି ଧକ୍କାରେ ତିନି ବାଇକ ଆରୋହୀଙ୍କ ମୃତ୍ୟୁ । ଜାତୀୟ ରାଜପଥ ୪୯ରେ ଏହି ଦୁର୍ଘଟଣା ଘଟିଛି । ଝାରସୁଗୁଡା ଜିଲ୍ଲା ବେଲପାହାଡର ଗଉରପଡା ନିକଟରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି । ବାଇକ ଆରୋହୀଙ୍କୁ ଧକ୍କା ଦେଇଥିବା ଗାଡିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ବେଲପାହାଡ ପୋଲିସ ଘଟଣାସ୍ଥଳରେ ପହଞ୍ଚିି ତଦନ୍ତ କରୁଛି । ତେବେ ତିନି ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି ।

The post ଝାରସୁଗୁଡା ଗଉରପଡା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ତିନି ବାଇକ ଆରୋହୀଙ୍କ ମୃତ୍ୟୁ । first appeared on Kanak News.

from Kanak News
via <a href="https://ifttt.com/?

ମଝି ଚିଲିକାରୁ ୨ ଘଣ୍ଟା ପରେ ଉଦ୍ଧାର ହେଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସାତପଡା ଯାଉଥିବାବେଳେ ବାଟବଣା ହୋଇଯାଇଥିଲା ବୋଟ୍ ।

କନକ ବ୍ୟୁରୋ: ମଝି ଚିଲିକାରେ ପ୍ରାୟ ୨ ଘଣ୍ଟା ପରେ ଫସିବା ପରେ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ । ଗତକାଲି ଚିଲିକା ଦେଇ ସାତପଡା ଯିବା ବେଳେ କେନ୍ଦ୍ରମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ଯାଉଥିବା ବୋଟ ଚିଲିକାରେ ଫସିଯାଇଥିଲା ।

ସାଗରମାଳା ପରିକ୍ରମା କାର୍ଯ୍ୟକ୍ରମରେ ଯୋଗ ଦେବାକୁ କେନ୍ଦ୍ରମନ୍ତ୍ରୀ ବଡକୂଳ ଠାରୁ ବୋଟ ଯୋଗେ ଚିଲିକା ଦେଇ ସାତପଡା ଅଭିମୁଖେ ବାହାରିଥିଲେ । ସାଙ୍ଗରେ ଥିଲେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ହେଲେ ମଝି ଚିଲିକାରେ ଘନ କୁହୁଡି ସାଙ୍ଗକୁ ବୋଟ ବାଟବଣା ହୋଇଥିଲା । କିଛି ବାଟ ପରେ ବୋଟରେ ମାଛ ଧରା ଜାଲ ଲାଖିଯିବାରୁ ନଳବଣ ନିକଟରେ ପ୍ରାୟ ୨ ଘଂଟା କେନ୍ଦ୍ରମନ୍ତ୍ରୀ ଫସି ରହିଥିଲେ । ଖବର ପାଇ ସାତପଡାରୁ ୨ଟି ଡଙ୍ଗା ଯାଇ ଚିଲିକାରୁ କେନ୍ଦ୍ରମନ୍ତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି ।

The post ମଝି ଚିଲିକାରୁ ୨ ଘଣ୍ଟା ପରେ ଉଦ୍ଧାର ହେଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସାତପଡା ଯାଉଥିବାବେଳେ ବାଟବଣା ହୋଇଯାଇଥିଲା ବୋଟ୍ । first appeared on Kanak News.

from Kanak News
via <a href="https://ifttt.com/?

ପ୍ରଧାନମନ୍ତ୍ରୀଙ୍କ ଲାକ୍ଷାଦ୍ୱୀପ ଗସ୍ତକୁ ନେଇ ମାଳଦ୍ୱୀପରେ ଝଡ । ମୋଦୀଙ୍କ ବିରୋଧରେ ମନ୍ତବ୍ୟ ଦେଇ ନିଲମ୍ବିତ ହେଲେ ମାଳଦୀପର ୩ ମନ୍ତ୍ରୀ ।

କନକ ବ୍ୟୁରୋ: ମାଳଦ୍ୱୀପରେ ଲାକ୍ଷାଦ୍ୱୀପ ଝଡ଼ । ଭାରତ ବିରୋଧୀ ମନ୍ତବ୍ୟ ପାଇଁ ନିଲମ୍ବିତ ହେଲେ ମାଳଦ୍ୱୀପର ୩ ମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲାକ୍ଷାଦ୍ୱୀପ ଗସ୍ତ ଉପରେ ଆପତିଜନକ ମନ୍ତବ୍ୟ ଦେଇଥିବା ମାଳଦ୍ୱୀପ ସରକାରଙ୍କ ୩ ମନ୍ତ୍ରୀ ନିଲମ୍ବିତ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ନିକଟରେ ଲାକ୍ଷାଦ୍ୱୀପ ଗସ୍ତ କରିଥିଲେ । ସେଠାକାର କିଛି ଫଟୋ ସେ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ । ଏଥିରେ ପ୍ରଧାନମନ୍ତ୍ରୀ ଲେଖିଥିଲେ, ଯେଉଁମାନଙ୍କୁ ରୋମାଞ୍ଚ ପସନ୍ଦ ସେମାନେ ଲାକ୍ଷାଦ୍ୱୀପ ନିଶ୍ଚୟ ଯାଆନ୍ତୁ । ଏହା ପରେ ହଠାତ୍ ଗୁଗୁଲରେ ଲାକ୍ଷାଦ୍ୱୀପକୁ ବହୁ ସଂଖ୍ୟାରେ ଲୋକେ ସର୍ଚ୍ଚ କରିଥିଲେ । ଚର୍ଚ୍ଚା ଜୋରସୋରରେ ହେବା ପରେ ମାଳଦ୍ୱୀପ ପଟୁ ପ୍ରତିକ୍ରିୟା ଆସିବା ଆରମ୍ଭ ହୋଇଥିଲା । ମାଳଦ୍ୱୀପ ସରକାରର ମନ୍ତ୍ରୀ ମୋଦୀଙ୍କ ଫଟୋ ଉପରେ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ । ପର୍ଯ୍ୟଟନ କ୍ଷେତ୍ରରେ ଆମ ସହ ପ୍ରତିଦ୍ୱନ୍ଦିତା କରିବାର ଧାରଣା ରଖିବା ହିଁ ଭୁଲ । ଆମେ ପ୍ରଦାନ କରୁଥିବା ସେବା ଗୁଡ଼ିକ ସେମାନେ କିପରି ପ୍ରଦାନ କରିପାରିବେ ? ସେମାନେ ଏତେ ପରିଷ୍କାର କିପରି ହୋଇପାରିବେ ବୋଲି ପ୍ରତିକ୍ରିୟା ଦେଇଥିଲେ ।
ମାଳଦ୍ୱୀପ ମନ୍ତ୍ରୀଙ୍କ ଏପରି ପ୍ରତିକ୍ରିୟା ପରେ ଅନେକ ଭାରତୀୟ ସେମାନଙ୍କ ମାଳଦ୍ୱୀପ ପୋଷ୍ଟ ବାତିଲ କରିଛନ୍ତି । ମାଳଦ୍ୱୀପ ମନ୍ତ୍ରୀଙ୍କ ବୟାନକୁ ଭାରତର ଅନେକ ସେଲିବ୍ରିଟି ମଧ୍ୟ ସମାଲୋଚନା କରିଛନ୍ତି । ବଲିଉଡ୍ ତାରକା ଅକ୍ଷୟ କୁମାର, ସଲମାନ ଖାନ୍, କଙ୍ଗନା ରଣାୱତ ଓ ପୂର୍ବତନ କ୍ରିକେଟର ସଚିନ୍ ତେନ୍ଦୁଲକର ଆଦି ସମାଲୋଚନା କରିଛନ୍ତି ।

The post ପ୍ରଧାନମନ୍ତ୍ରୀଙ୍କ ଲାକ୍ଷାଦ୍ୱୀପ ଗସ୍ତକୁ ନେଇ ମାଳଦ୍ୱୀପରେ ଝଡ । ମୋଦୀଙ୍କ ବିରୋଧରେ ମନ୍ତବ୍ୟ ଦେଇ ନିଲମ୍ବିତ ହେଲେ ମାଳଦୀପର ୩ ମନ୍ତ୍ରୀ । first appeared on Kanak News.

from Kanak News
via <a href="https://ifttt.com/?

ଦୀର୍ଘ ସମୟ ପରେ ଟି-୨୦ ଦଳକୁ ଫେରିଲେ ରୋହିତ ଶର୍ମା ଓ ବିରାଟ କୋହଲି । ଆଫଗାନିସ୍ତାନ ବିପକ୍ଷ ତିନି ଟିକିଆ ସିରିଜ ପାଇଁ ଘୋଷଣା ହେଲା ଟିମ୍ ।

କନକ ବ୍ୟୁରୋ: ଦୀର୍ଘ ସମୟ ପରେ ଟି-୨୦ ଦଳକୁ ଫେରିଲେ ରୋହିତ ଶର୍ମା ଓ ବିରାଟ କୋହଲି । ଆଫଗାନିସ୍ତାନ ବିପକ୍ଷ ତିନି ଟିକିଆ ସିରିଜ ପାଇଁ ଟିମ୍ ଘୋଷଣା କଲା ବିସିସିଆଇ । ଆସନ୍ତା ୧୧ ତାରିଖରୁ ୧୭ ତାରିଖ ମଧ୍ୟରେ ଖେଳାଯିବ ମ୍ୟାଚ୍ ।

ୱିକେଟ କିପର ଭାବେ ସଞ୍ଜୁ ସାମସନ ଟିମରେ ସାମିଲ ହୋଇଥିବା ବେଳେ ଶେୟସ ଆୟର ଓ ରବୀନ୍ଦ୍ର ଜାଡେଜାଙ୍କୁ ବିଶ୍ରାମ ଦିଆଯାଇଛି । କିନ୍ତୁ ଲୋକେଶ ରାହୁଲଙ୍କୁ ଦଳରୁ ବାଦ୍ ଦିଆଯାଇଛି । ସୂର୍ଯ୍ୟକୁମାର ଯାଦବ ସୁସ୍ଥ ହୋଇନଥିବାରୁ ତାଙ୍କୁ ଦଳରେ ସାମିଲ କରାଯାଇନାହିଁ । ଟି-୨୦ ବିଶ୍ୱକପ ପୂର୍ବରୁ ଏହ ଶେଷ ଟି-୨୦ ସିରିଜ୍ ହୋଇଥିବାରୁ ଦୁଇ ଦଳ ପାଇଁ ଏହା ଗୁରୁତ୍ୱ ବହନ କରୁଛି । କେବଳ ଦଳ ନୁହେଁ ସମସ୍ତ ଖେଳାଳୀଙ୍କ ପାଇଁ ଶେଷ ସୁଯୋଗ ମଧ୍ୟ । ଯଦି ଏହି ସିରିଜ କିଏ ଖରାପ ପଦର୍ଶନ କରେ ତେବେ ତାଙ୍କୁ ବିଶ୍ୱକପ ଟିମରୁ ବାଦ ଦେବାର ଆଶଙ୍କା ସୃଷ୍ଟି ହୋଇଛି । ହାର୍ଦ୍ଦିକ ପାଣ୍ଡ୍ୟା ଅସୁସ୍ଥ ଥିବାରୁ ରୋହିତଙ୍କୁ ଅଧିନାୟକ କରିବାକୁ ବିସିସିଆଇ ନିଷ୍ପତ୍ତିି ନେଇଥିବା କୁହାଯାଉଛି ।

The post ଦୀର୍ଘ ସମୟ ପରେ ଟି-୨୦ ଦଳକୁ ଫେରିଲେ ରୋହିତ ଶର୍ମା ଓ ବିରାଟ କୋହଲି । ଆଫଗାନିସ୍ତାନ ବିପକ୍ଷ ତିନି ଟିକିଆ ସିରିଜ ପାଇଁ ଘୋଷଣା ହେଲା ଟିମ୍ । first appeared on Kanak News.

from Kanak News
via <a href="https://ifttt.com/?

ଆଜି ହୀରାକୁଦ ଜଳଭଣ୍ଡାରରେ ହେଉଛି ପକ୍ଷୀଗଣନା । ସନ୍ଧ୍ୟା ୫ଟା ଯାଏଁ ହେବ ଗଣତି ।

କନକ ବ୍ୟୁରୋ: ଆଜି ହୀରାକୁଦ ଜଳଭଣ୍ଡାରରେ ହେଉଛି ପକ୍ଷୀଗଣନା । ହୀରାକୁଦ ୱାଇଲ୍ଡ ଲାଇଭ ଡିଜିଜନ ପକ୍ଷରୁ ସମ୍ବଲପୁର, ଝାରସୁଗୁଡା ଓ ଛତିଶଗଡ଼ ସଂଲଗ୍ନ ଜଳଭଣ୍ଡାରରେ ଗଣନା କରାଯାଉଛି । ହୀରାକୁଦ ଡ୍ୟାମଠୁ ଛତିଶଗଡ଼ ସୀମାନ୍ତ ପର୍ଯ୍ୟନ୍ତ ଗଣନା ହେବ । ଏଥିପାଇଁ ୨୧ ଟି ସେକ୍ଟର ଗଠନ କରାଯାଇଛି । ୩୦ ଜଣ ବନ ଅଧିକାରୀ, ପକ୍ଷୀ ବିଶେଷଜ୍ଞ ଓ ଗଣନାକରୀଙ୍କୁ ନେଇ ଟିମ ଗଠନ କରଯାଯାଇଛି । ଆଜି ସକାଳ ୬ଟାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଗଣନା ଚାଲିବ । ଗଣନା ପାଇଁ ବାଇନାକୁଲାର ଓ ଲାଇଫ ଜାକେଟ୍ ସହ ୩୨ଟି ମତ୍ସ୍ୟଜୀବୀ ଡଙ୍ଗା ସାମିଲ ହୋଇଛି । ସେଥିପାଇଁ ଗତକାଲିଠୁ ହୀରାକୁଦ ଜଳଭଣ୍ଡାର ଭିତରକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଗତବର୍ଷ ୧୦୮ ପ୍ରଜାତିର ୩ ଲକ୍ଷ ୧୬ ହଜାର ବିଦେଶୀ ପକ୍ଷୀ ହିରାକୁଦ ଜଳଭଣ୍ଡାକୁ ଆସିଥିଲେ ।

The post ଆଜି ହୀରାକୁଦ ଜଳଭଣ୍ଡାରରେ ହେଉଛି ପକ୍ଷୀଗଣନା । ସନ୍ଧ୍ୟା ୫ଟା ଯାଏଁ ହେବ ଗଣତି । first appeared on Kanak News.

from Kanak News
via <a href="https://ifttt.com/?

ଇତିହାସ ରଚିଲା ଭାରତୀୟ ବାୟୁସେନା । ରାତିରେ କାରଗିଲରେ ଓହ୍ଲାଇଲା ହରକ୍ୟୁଲସ୍ ବିମାନ ସି-୧୩୦ । ଏଣିକି ଅନ୍ଧାରରେ ବି ଶତ୍ରୁ ଉପରେ ରଖିବ ନଜର ।

କନକ ବ୍ୟୁରୋ: ଇତିହାସ ରଚିଲା ଭାରତୀୟ ବାୟୁସେନା । ରାତିରେ ଲଦାଖର କାରଗିଲରେ ଓହ୍ଲାଇଲା ସେନାର ହରକ୍ୟୁଲସ୍ ବିମାନ ସି-୧୩୦ । ଅବତରଣ ସମୟର ଭିଡିଓ ସେୟାର କରିଛି ଭାରତୀୟ ବାୟୁସେନା ।

ଭିଡିଓରେ ସେନାର କମାଣ୍ଡୋମାନେ ଟେରେନ୍ ମାସ୍କିଂ ଏକ୍ସରସାଇଜ କରୁଥିବା ଦେଖିବାକୁ ମିଳିଛି । ଏକ ସ୍ୱତନ୍ତ୍ର ଅଭିଯାନ ସ୍ୱରୁପ ଶତ୍ରୁଙ୍କ ଠାରୁ ଲୁଚି ଲକ୍ଷ୍ୟସ୍ଥଳରେ ଏହି ମିଶନ କରାଯାଇଥାଏ । ପାହାଡ, ଜଙ୍ଗଲ ଘେରା ଅଂଚଳରେ ରାତିରେ ଶତ୍ରୁ ଉପରେ ନଜର ରଖିବା ସହ ଆକ୍ରମଣ ମଧ୍ୟ କରାଯାଇପାରିବ ।  ପଡୋସୀ ଚୀନ ଏବଂ ପାକିସ୍ତାନ ସହ ବିବାଦ ଯୋଗୁ ଭାରତ ସମୀରେ ନିଜର ଶକ୍ତି ବୃଦ୍ଧି କରିବାରେ ଲାଗିପହିଛି । ଏଲଏସିର ୬୮ ହଜାରରୁ ଅଧିକ ସୈନ୍ୟ ମୁତୟନ କରାଯାଇଛି । ଏଥିସହ ବାୟୁସେନା ସହାୟତାରେ ୯୦ ଟ୍ୟାଙ୍କ୍ ସହ ଅସ୍ତ୍ରଶସ୍ତ୍ର ମଧ୍ୟ ଲଦାଖକୁ ପଠାଯାଇଛି ।

The post ଇତିହାସ ରଚିଲା ଭାରତୀୟ ବାୟୁସେନା । ରାତିରେ କାରଗିଲରେ ଓହ୍ଲାଇଲା ହରକ୍ୟୁଲସ୍ ବିମାନ ସି-୧୩୦ । ଏଣିକି ଅନ୍ଧାରରେ ବି ଶତ୍ରୁ ଉପରେ ରଖିବ ନଜର  । first appeared on Kanak News.

from Kanak News
via <a href="https://ifttt.com/?

ପରିକ୍ରମା ପ୍ରକଳ୍ପ ପାଇଁ ପୁରୀରେ କଡା ସୁରକ୍ଷା ବ୍ୟବସ୍ଥା । ସିସିଟିଭି ନଜରରେ ରହିବ ଶ୍ରୀମନ୍ଦିର ଚାରିପାଖ, ବଡଦାଣ୍ଡର ଗଳି କନ୍ଦି ସ୍ଥାନ । ସଜାଗ ସ୍ୱତନ୍ତ୍ର ଟିମ୍ ।

କନକ ବ୍ୟୁରୋ: ଆସନ୍ତା ୧୭ ତାରିଖରେ ପୁରୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାକୁ ଦୃଷ୍ଟିରେ ରଖି ପୁରୀ ସହରକୁ ସୌନ୍ଦର୍ଯ୍ୟମୟ କରିବା ପାଇଁ ଯୁଦ୍ଧକାଳୀନ ଭିତିରେ ଆଗେଇ ଚାଲିଛି କାର୍ଯ୍ୟ । ଏପଟେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ଧ୍ୟାନ ରଖାଯାଇଛି । ପୁରୀରେ ୫ଶହରୁ ଅଧିକ ସିସିଟିଭି କ୍ୟାମେରା ଲଗାଇବାକୁ ନିଷ୍ପତ୍ତିି ନିଆଯାଇଛି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ପୁରୀରେ ହେବ କଡା ସୁରକ୍ଷା ବ୍ୟବସ୍ଥା । ପୁରୀକୁ ବ୍ଲାନ୍କେଟ୍ ସିକ୍ୟୁରିଟିରେ ରଖାଯିବ । ଭିଭିଆଇପି ଓ ସାଧାରଣ ଭକ୍ତଙ୍କ ପାଇଁ କରାଯିବ ସ୍ୱତନ୍ତ୍ର ବ୍ୟବସ୍ଥା । ଶ୍ରୀମନ୍ଦିର ଚାରିପାଶ୍ୱର୍ରେ ସିସିଟିଭି କ୍ୟାମେରା ଲାଗିବ । ସମଙ୍ଗ ବସଷ୍ଟାଣ୍ଡ, ମାଳତୀପାଟପୁର ବସଷ୍ଟାଣ୍ଡ, ଶ୍ରୀଦାଣ୍ଡ, ବଡ଼ଦାଣ୍ଡ ସମେତ ବାଟମଙ୍ଗଳା, ହେଲିପ୍ୟାଡ୍, ବିକେଆର୍ଆଇଟି ଛକ ଭଳି ଅନେକ ସ୍ଥାନରେ କ୍ୟାମେରା ଲଗାଯାଉଥିବା କହିଛନ୍ତି ସଂପୃକ୍ତ ଠିକାସଂସ୍ଥାର ଅଧିକାରୀ ।

ସିସିଟିଭି କ୍ୟାମେରାଗୁଡିକର ମନିଟରିଂ ପାଇଁ ଅସ୍ଥାୟୀ କଣ୍ଟ୍ରୋଲ ରୁମ୍ ଖୋଲାଯିବ । ଆଉ ଏହାର ଦାୟିତ୍ୱରେ ରହିବେ ଜଣେ ଆଇପିଏସ୍ ଅଧିକାରୀ । ଅପରାଧ ନିୟନ୍ତ୍ରଣ, ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ସିସିଟିଭି ସହାୟକ ହେବ ବୋଲି କୁହାଯାଉଛି । ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହେଲେ ଏହାର ମୁକାବିଲା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ସବୁବେଳେ ସଜାଗ ରହିବ ।

ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ଭବ୍ୟ କରିବା ପାଇଁ ଜୋରଦାର ଆୟୋଜନ କରାଯାଉଥିବା ବେଳେ ବେଦପାଠ, ସଂକୀର୍ତନ, ହୋମଯଜ୍ଞରେ ପ୍ରକମ୍ପିତ ହେବ ଐତିହ୍ୟ କରିଡର । ଦେଶବିଦେଶର ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଶାନ୍ତି ଶୃଙ୍ଖଳାର ସହ ଏଭଳି ବିଶାଳ ଆୟୋଜନ କରିବା ପୁଲିସ ଓ ପ୍ରଶାସନ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ।

The post ପରିକ୍ରମା ପ୍ରକଳ୍ପ ପାଇଁ ପୁରୀରେ କଡା ସୁରକ୍ଷା ବ୍ୟବସ୍ଥା । ସିସିଟିଭି ନଜରରେ ରହିବ ଶ୍ରୀମନ୍ଦିର ଚାରିପାଖ, ବଡଦାଣ୍ଡର ଗଳି କନ୍ଦି ସ୍ଥାନ । ସଜାଗ ସ୍ୱତନ୍ତ୍ର ଟିମ୍ । first appeared on Kanak News.

from Kanak News
via <a href="https://ifttt.com/?

ପଞ୍ଚମ ଥର ପାଇଁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେଲେ ଶେଖ୍ ହାସିନା । ବିରୋଧୀଙ୍କ ବଏକଟ୍ ସତ୍ୱେ ୫୦ ପ୍ରତିଶତରୁ ଅଧିକ ଆସନରେ ବିଜୟୀ ହାସିନାଙ୍କ ଅୱାମୀ ଲିଗ ଜିତିଲା ଦଳ ।

କନକ ବ୍ୟୁରୋ: ପଞ୍ଚମ ଥର ପାଇଁ ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେଲେ ଶେଖ୍ ହାସିନା । ବିରୋଧୀଙ୍କ ବଏକଟ୍ ସତ୍ୱେ ୫୦ ପ୍ରତିଶତରୁ ଅଧିକ ଆସନ ଜିତିଲା ହାସିନାଙ୍କ ଅୱାମୀ ଲିଗ ଜିତିଲା ଦଳ । ୩୦୦ ଆସନରୁ ୨୦୦ ଆସନରେ ବିଜୟୀ ହୋଇଛି ଅୱାମୀ ଲିଗ୍  । ବିଜୟ ପରେ ଭାରତକୁ ଭୁରି ଭୁରି ପ୍ରସଂଶା କରିଛନ୍ତି ହାସିନା ।  କହିଛନ୍ତି, ଭାରତ ହେଉଛି ଭରସାଯୋଗ୍ୟ ବନ୍ଧୁ । ଭାରତ ଭଳି ବନ୍ଧୁ ପାଇ ବାଂଲାଦେଶ ଭାଗ୍ୟବାନ୍ ।

ଏଥିସହ ୧୯୭୧ରେ ପାକିସ୍ତାନ ସହ ଯୁଦ୍ଧରେ ଭାରତୀୟ ଅବଦାନକୁ ମନେପକାଇଛନ୍ତି  ହାସିନା ।  ୭୬ ବର୍ଷିୟ ଶେଖ୍ ହାସିନା ୨୦୦୯ରୁ ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଆସୁଛନ୍ତିି । ସେପଟେ ବାଂଲାଦେଶ କ୍ରିକେଟ ଟିମର ଅଧିନାୟକ ସାକିବ-ଉଲ-ହାସନ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ସେ ହାସିନାଙ୍କ ଦଳ ଅୱାମୀ ଲିଗରୁ ପ୍ରାର୍ଥୀ ହୋଇଥିବା ବେଳେ ଦେଢ ଲକ୍ଷ ଭୋଟରେ ନିର୍ବାଚିତ ହୋଇଛନ୍ତି ।

The post ପଞ୍ଚମ ଥର ପାଇଁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେଲେ ଶେଖ୍ ହାସିନା । ବିରୋଧୀଙ୍କ ବଏକଟ୍ ସତ୍ୱେ ୫୦ ପ୍ରତିଶତରୁ ଅଧିକ ଆସନରେ ବିଜୟୀ ହାସିନାଙ୍କ ଅୱାମୀ ଲିଗ ଜିତିଲା ଦଳ  । first appeared on Kanak News.

from Kanak News
via <a href="https://ifttt.com/?

ଆଜିଠୁ ପରିବହନ ଶ୍ରମିକ ମହାସଂଘର ଧର୍ମଘଟ । ହିଟ୍ ଆଣ୍ଡ ରନ୍ ଆଇନ ପ୍ରତ୍ୟାହାର ଦାବି, ପୁଣି ତେଲ ସଙ୍କଟ ଆଶଙ୍କା । ଯୋଗ ଦେବନି ଟ୍ରକ ମାଲିକ ସଂଘ ।

କନକ ବ୍ୟୁରୋ: ଆଜିଠୁ ପରିବହନ ଶ୍ରମିକଙ୍କ ଧର୍ମଘଟ । ହିଟ୍ ଆଣ୍ଡ ରନ୍ ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ । ହିଟ୍ ଆଣ୍ଡ ରନ୍ ମାମଲାରେ କେନ୍ଦ୍ର ସରକାର ଆଣିଥିବା ନୂଆ ଦଣ୍ଡ ବ୍ୟବସ୍ଥାକୁ ବିରୋଧ କରି ଆନ୍ଦୋଳନ ଡାକରା ଦିଆଯାଇଛି । ଆଜି ସକାଳ ୮ଟାରୁ ପ୍ରତିବାଦ କରାଯିବ ।

ଲାଗୁହେବାକୁ ଥିବା ଏହି ନୂଆ ଆଇନକୁ ପ୍ରତ୍ୟାହାର ପାଇଁ ଦାବି କରିଛି ପରିବହନ ଶ୍ରମିକ ସଂଘ । ପରିବହନ କ୍ଷେତ୍ରରେ ନିୟୋଜିତ ଥିବା ଡ୍ରାଇଭର ଓ ପରିବହନ ଶ୍ରମିକଙ୍କୁ ଏହି ଆନ୍ଦୋଳନରେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି । ଧର୍ମଘଟ ଭିତରେ ପୁଣି ତେଲ ସଙ୍କଟ ଆଶଙ୍କା ଦେଖାଦେଇଛି । ପାରାଦୀପର ୩ ଟମିନାଲରୁ ି ତେଲ ଟ୍ୟାଙ୍କର ନଆସିବା ନେଇ ସୂଚନା ମଳିଛି ।

ଅନ୍ୟପଟେ ଓଡ଼ିଶା ପରିବହନ ଶ୍ରମିକ ସଂଘର ଆନ୍ଦୋଳନରେ ସାମିଲ ହେବନାହିଁ ବୋଲି କହିଛି ରାଜ୍ୟ ଟ୍ରକ ମାଲିକ ମହାସଂଘ । ଆଜି ଟ୍ରକ ଚଳାଚଳ ସ୍ୱାଭାବିକ ହେବ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି ।

The post ଆଜିଠୁ ପରିବହନ ଶ୍ରମିକ ମହାସଂଘର ଧର୍ମଘଟ । ହିଟ୍ ଆଣ୍ଡ ରନ୍ ଆଇନ ପ୍ରତ୍ୟାହାର ଦାବି, ପୁଣି ତେଲ ସଙ୍କଟ ଆଶଙ୍କା । ଯୋଗ ଦେବନି ଟ୍ରକ ମାଲିକ ସଂଘ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started