ଆଜିଠୁ ରାଜ୍ୟର ରେଳ ମାନଚିତ୍ରରେ ଯୋଡ଼ି ହେଲା ଦଶପଲ୍ଲା । ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ପ୍ରଥମ ଥର ପାଇଁ ଦଶପଲ୍ଲାକୁ ଗଡ଼ିବ ୪ଟି ଟ୍ରେନ୍

କନକ ବ୍ୟୁରୋ : ଏଣିିକି ରେଳରେ ଯାଇ ହେଲା ଦଶପଲ୍ଲା । ଦଶପଲ୍ଲା ଷ୍ଟେସନର ଉଦଘାଟନ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ନବ । ଦଶପଲ୍ଲାକୁ ନିୟମିତ ରେଳ ଚଳାଚଳ ପାଇଁ ସମୟ ନିର୍ଦ୍ଧାରଣ ହୋଇଛି । ଦଶପଲ୍ଲାରୁ ପୁରୀ ଯିବାକୁ ଥିବା ଟ୍ରେନ ନମ୍ବର ୦୮୪୩୦ ଦଶପଲ୍ଲାରୁ ସକାଳ ୬ଟା ୩୦ରେ ବାହାରିବ । ଏହି ଟ୍ରେନ ପୁରୀରେ ପୂର୍ବାହ୍ନ ୧୧ଟା ୧୫ରେ ପହଂଚିବ । ସେହିପରି ପୁରୀରୁ ଦଶପଲ୍ଲା ଆସିବାକୁ ଥିବା ଟ୍ରେନ ପୁରୀରୁ ସଂଧ୍ୟା ୬ଟାରେ ବାହାରି ପୂର୍ବ ନିର୍ଘଂଟ ଅନୁସାରେ ଦଶପଲ୍ଲାରେ ରାତି ୧୦ଟା ୧୫ରେ ପହଂଚିବ । ଦଶପଲ୍ଲାରୁ ଭୁବନେଶ୍ୱରକୁ ଯିବାକୁ ଥିବା ଟ୍ରେନ ଦଶପଲ୍ଲାରୁ ସକାଳ ୬ଟା ୧୫ରେ ଛାଡି ଭୁବନେଶ୍ୱରରେ ସକାଳ ୯ଟାରେ ପହଂଚିବ । ଏହି ଟ୍ରେନ ସଂପ୍ରସାରଣ ହେବା ଦ୍ୱାରା ଦଶପଲ୍ଲା ସହିତ ଯୋଡି ହୋଇଥିବା ଅନେକ ଉପାନ୍ତ ଅଂଚଳର ଲୋକମାନେ ଉପକୃତ ହେବେ । ଅଂଚଳର ସାମାଜିକ- ଅର୍ଥନୈତିକ ବିକାଶକୁ ଗତି ପ୍ରଦାନ କରିବ ।

The post ଆଜିଠୁ ରାଜ୍ୟର ରେଳ ମାନଚିତ୍ରରେ ଯୋଡ଼ି ହେଲା ଦଶପଲ୍ଲା । ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ପ୍ରଥମ ଥର ପାଇଁ ଦଶପଲ୍ଲାକୁ ଗଡ଼ିବ ୪ଟି ଟ୍ରେନ୍ first appeared on Kanak News.

from Kanak News
via <a href="https://ifttt.com/?

ବାଲେଶ୍ୱରରେ ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ବିକାଶ କାର୍ଯ୍ୟର କଲେ ସମୀକ୍ଷା । ଛାତ୍ରଛାତ୍ରୀଙ୍କୁ ଦେଲେ ବିକାଶର ଟିପ୍ସ ।

କନକ ବ୍ୟୁରୋ: ବାଲେଶ୍ୱରରେ ବିକାଶ କାର୍ଯ୍ୟର ସମୀକ୍ଷା କଲେ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ । ପୋଲିସ ଲାଇନ ପଡ଼ିଆରେ ନୂଆ ଓଡ଼ିଶା କାର୍ଯ୍ୟକ୍ରମରେ ସାମିଲ ହୋଇ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ଓ ଜନତାଙ୍କୁ ସମ୍ବୋଧନ କରିଛନ୍ତି । ଫାଇଭ-ଟି ଅଧ୍ୟକ୍ଷ କହିଛନ୍ତି, ବିଭିନ୍ନ ବିକାଶ କାର୍ଯ୍ୟ ଲାଗି ବାଲେଶ୍ୱର ଜିଲ୍ଲା ଗତ ୬ମାସ ମଧ୍ୟରେ ୧ ହଜାର ୩୮ କୋଟି ଟଙ୍କା ପାଇଛି ।

ଗ୍ରାମାଞ୍ଚଳରେ କିଛି ଲୋକ ବିଏସକେୱାଇ କାର୍ଡରୁ ବଞ୍ଚିିତ ଅଛନ୍ତି । ଏହି କାର୍ଡ ଲାଗି ଆଜିଠୁ ରେଜିଷ୍ଟ୍ରେସନ ଆରମ୍ଭ ହେଉଛି । ୧୦ ଦିନ ମଧ୍ୟରେ ସମସ୍ତେ ପଂଜିକରଣ କରିବା ଲାଗି ଆହ୍ୱାନ ଦେଇଛନ୍ତି ଫାଇଭ-ଟି ଅଧ୍ୟକ୍ଷ । ଭିକେ ପାଣ୍ଡିଆନ୍ କହିଛନ୍ତି ଏମପିଏଲରେ ମେଗା ପାଇପ ଜଳ ଯୋଗାଣ ଲାଗି ୨୩୫ କୋଟି ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ବୁଢ଼ାବଳଙ୍ଗରେ ସେତୁ ଲାଗି ୧୧୩ କୋଟି ଟଙ୍କା ମଂଜୁର ହୋଇଛି ।

The post ବାଲେଶ୍ୱରରେ ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ବିକାଶ କାର୍ଯ୍ୟର କଲେ ସମୀକ୍ଷା । ଛାତ୍ରଛାତ୍ରୀଙ୍କୁ ଦେଲେ ବିକାଶର ଟିପ୍ସ । first appeared on Kanak News.

from Kanak News
via <a href="https://ifttt.com/?

ସ୍ଥଗିତ ହେଲା ଡ୍ରାଇଭରଙ୍କ ଆନ୍ଦୋଳନ । ପରିବହନ କମିଶନରଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଲା ରାଜ୍ୟ ଡ୍ରାଇଭର ସଂଘ ।

କନକ ବ୍ୟୁରୋ: ରାଜ୍ୟରେ ସ୍ଥଗିତ ରହିଲା ଡ୍ରାଇଭରଙ୍କ ଆନ୍ଦୋଳନ । ତୃତୀୟ ଦିନରେ ଡ୍ରାଇଭରଙ୍କ ଆନ୍ଦୋଳନ ବ୍ୟାପକ ହେବା ପରେ ସଂଘ ସହ ଆଲୋଚନା କରିଥିଲେ ପରିବହନ କମିଶନର ଅମିତାଭ ଠାକୁର । ଡ୍ରାଇଭର ସଂଘ ସହ ଆଲୋଚନା ପରେ ସକରାତ୍ମକ ଫଳାଫଳ ମିଳିପାରିଛି ବୋଲି ସୂଚନା ଦେଇଛନ୍ତି ପରିବହନ କମିଶନର ।

ସୂଚନା ମୁତାବକ, କେନ୍ଦ୍ର ସରକାରଙ୍କ ହିଟ୍ ଆଣ୍ଡ ରନ୍ ଆଇନକୁ ବିରୋଧ କରି ଦେଶବ୍ୟାପୀ ତେଜିଥିଲା ଡ୍ରାଇଭରଙ୍କ ଆନ୍ଦୋଳନ । ଏଥରେ ସାମିଲ ହୋଇଥିଲେ ରାଜ୍ୟର ଡ୍ରାଇଭର ସଂଘ । କିନ୍ତୁ ଏହାର ପ୍ରଭାବ ବିଭିନ୍ନ କ୍ଷେତ୍ରରେ ବିଶେଷ କରି ତୈଳ ପରିବହନ ଓ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଉପରେ ପଡିବା ପରେ ରାଜ୍ୟ ଡ୍ରାଇଭର ସଂଘ ସହ ଆଲୋଚନା କରିଥିଲେ ପରିବହନ କମିଶନର । ସେମାନଙ୍କର ଏକାଧିକ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେବା ପରେ ସେମାନେ ଆନ୍ଦୋଳନରୁ ଓହରିଛନ୍ତି । କିଛି ସମୟ ମଧ୍ୟରେ ସ୍ଥିତି ସ୍ୱାଭାବିକ ହେବ ବୋଲି କହିଛନ୍ତି ଅମିତାଭ ଠାକୁର ।

The post ସ୍ଥଗିତ ହେଲା ଡ୍ରାଇଭରଙ୍କ ଆନ୍ଦୋଳନ । ପରିବହନ କମିଶନରଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଲା ରାଜ୍ୟ ଡ୍ରାଇଭର ସଂଘ । first appeared on Kanak News.

from Kanak News
via <a href="https://ifttt.com/?

ୟୁକ୍ରେନ ଉପରେ ଆକ୍ରମଣ ପାଇଁ ରୁଷ, ଉତ୍ତର କୋରିଆ ନିର୍ମିତ କ୍ଷେପଣାସ୍ତ୍ର ବ୍ୟବହାର କରିଛି କି ? ଆମେରିକା ପରେ କିଭ କହିଲା ସମାନ କଥା ।

ଉଭୟ ମସ୍କୋ ଏବଂ ପ୍ୟୋଙ୍ଗୟାଙ୍ଗ କୌଣସି ପ୍ରକର ଅସ୍ତ୍ର କାରବାରକୁ ଅସ୍ୱୀକାର କରିଛନ୍ତି କିନ୍ତୁ ଗତ ବର୍ଷ ନିଜର ସୈନ୍ୟ ସମ୍ବନ୍ଧକୁ ଆହୁରି ଦୃଢ କରିବାକୁ ଶପଥ ନେଇଥିଲେ ।

ରୁଷ-ୟୁକ୍ରେନ ଯୁଦ୍ଧ: ଏହି ଯୁଦ୍ଧରେ ରୁଷ, ଉତ୍ତର କୋରିଆ ନିର୍ମିତ ଅସ୍ତ୍ର ବ୍ୟବହାର କରୁଛି କି ? ଏହି ପ୍ରଶ୍ନ ପୁଣି ଥରେ ମୁଣ୍ଡ ଟେକିଛି । ବାସ୍ତବରେ ଆମେରିକାର ହ୍ଵାଇଟ ହାଉସର ପୂର୍ବ ଦାବିକୁ ନିଶ୍ଚିତ କରି କିଭର  ଜଣେ ବରିଷ୍ଠ ଅଧିକାରୀ ଶୁକ୍ରବାର ଦିନ କହିଛନ୍ତି ଯେ ଆକ୍ରମଣ ସମୟରେ ରୁଷ ପ୍ରଥମ ଥର ପାଇଁ ଉତ୍ତର କୋରିଆ ନିର୍ମିତ  ମିସାଇଲ୍ ଦ୍ଵାରା ୟୁକ୍ରେନ ଉପରେ ଆକ୍ରମଣ କରିଛି ।

ରୟଟର୍ସ ରିପୋର୍ଟ ଅନୁସାରେ କୀଭ ଅଧିକାରୀ ପୋଡୋଲିୟକ୍ କହିଛନ୍ତି ଯେ  “ରୁଷ ଏବେ ସମ୍ପୂର୍ଣ ଭାବେ ଖୋଲାଖୋଲି ଉତ୍ତର କୋରିଆରୁ ମିଳିଥିବା କ୍ଷେପଣାସ୍ତ୍ର ଦ୍ଵାରା ପ୍ରଥମଥର ପାଇଁ ୟୁକ୍ରେନ ଉପରେ ଆକ୍ରମଣ କରିଛି । ୟୁକ୍ରେନର ଜନବସତି ପୂର୍ଣ  ଅଞ୍ଚଳରେ ଆକ୍ରମଣ କରିଥିଲା। ‘ତଥାପି ସେ କ୍ଷେପଣାସ୍ତ୍ରଗୁଡିକ ଉତ୍ତର କୋରିଆ ବୋଲି ପ୍ରମାଣ ଦେଇନାହାଁନ୍ତି।

ପୋଡୋଲିୟକ୍ କହିଛନ୍ତି ଯେ ରୁଷ ଏପରି ଏକ ଦେଶରୁ ମିଳିଥିବା କ୍ଷେପଣାସ୍ତ୍ର ଦ୍ଵାରା ୟୁକ୍ରେନ ଉପରେ ଆକ୍ରମଣ କରୁଛି ଯେଉଁଠାରେ ଏକ ଅଣ ପଞ୍ଜୀକୃତ ରେଡ଼ିଓ ରଖିବା, ପର୍ଯ୍ୟଟକଙ୍କ ସହିତ କଥାବାର୍ତ୍ତା କରିବା, ଏକ ଟିଭି ସୋ ଦେଖିବା ପାଇଁ ନାଗରିକମାନଙ୍କୁ ନିର୍ଯାତନା  ଶିବିରରେ ବନ୍ଦୀ ହେଇ ରହିବାକୁ ପଡୁଛି ।’

ୟୁକ୍ରେନ ଉପରେ ରୁଷିଆ ଉତ୍ତର କୋରିଆ ଯୋଗାଇଥିବା ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି କି ନାହିଁ ଆମେରିକାର ଏହି ଦାବି ଉପରେ କ୍ରେମଲିନ୍ କୌଣସି ପ୍ରତିକ୍ରିୟା ଦେଇ ନାହିଁ।

ଖାର୍କିଭ ଆଞ୍ଚଳିକ ଗଭର୍ନରଙ୍କ ଦାବି

ଏହାପୂର୍ବରୁ ଶୁକ୍ରବାର ଦିନ ଖାର୍କିଭ ଆଞ୍ଚଳିକ ଗଭର୍ନର କହିଛନ୍ତି ଯେ ଉତ୍ତର କୋରିଆ  ନିର୍ମିତ କ୍ଷେପଣାସ୍ତ୍ର ଡିସେମ୍ବର ଶେଷ ତଥା ଜାନୁଆରୀ ଆରମ୍ଭରେ ଏହି ପ୍ରଦେଶକୁ ନିଆଯାଇଥିଲା । ତେବେ ଖାର୍କିଭ ଆଞ୍ଚଳିକ ଅଭିଯୋଜକମାନେ କହିଛନ୍ତି ଯେ ମଙ୍ଗଳବାର ଦିନ ପ୍ରାଦେଶିକ ରାଜଧାନୀ ଉପରେ ଆକ୍ରମଣ କରିବା ପାଇଁ ରୁଷ ବ୍ୟବହାର କରିଥିବା ତିନୋଟି କ୍ଷେପଣାସ୍ତ୍ରର ଉତ୍ପତ୍ତି ତାଙ୍କ ଦେଶ ଯାଞ୍ଚ କରୁଛି । ତାଙ୍କ ବିବୃତ୍ତିରେ ଉତ୍ତର କୋରିଆର ନାମ ନିଆ ଯାଇନାହିଁ । ଆଟର୍ନି କାର୍ଯ୍ୟାଳୟ କହିଛି ଯେ ଖାର୍କିଭ ସହରରେ ହୋଇଥିବା ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୨ ଜଣ ଆହତ ହୋଇଛନ୍ତି ।

ୟୁକ୍ରେନର ବାୟୁସେନା ଶୁକ୍ରବାର ଦିନ କହିଛି ଯେ ଏହା ଏପର୍ଯ୍ୟନ୍ତ କ୍ଷେପଣାସ୍ତ୍ର ଉତ୍ପାଦନ କରୁଥିବା ଦେଶକୁ ନିଶ୍ଚିତ କରିପାରି ନାହିଁ । ଆମେରିକା ମଧ୍ୟ ଏହା ସ୍ପଷ୍ଟ କରିନାହିଁରିପୋର୍ଟ ଅନୁଯାୟୀ, ପ୍ୟୋଙ୍ଗୟାଙ୍ଗ ରୁଷକୁ କେଉଁ ପ୍ରକାରର କ୍ଷେପଣାସ୍ତ୍ର ପଠାଇଛି ତାହା ଆମେରିକା ସ୍ପଷ୍ଟ ଭାବେ କହି ନାହିଁ । ଆମେରିକାର ମୁଖପାତ୍ର ଜନ୍ କିର୍ବି କହିଛନ୍ତି ଯେ ସେହି କ୍ଷେପଣାସ୍ତ୍ରର ପରିସର ପ୍ରାୟ ୯୦୦ କିଲୋମିଟର (୫୫୦ ମାଇଲ୍) ଅଟେ। ସେ ତାହାକୁ KN-23 ଏବଂ KN-25 ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର (SRBMs) ବୋଲି ଦର୍ଶାଇ ଏକ ଗ୍ରାଫିକ୍ ପ୍ରକାଶ କରିଥିଲେ ।

୨୦୦୬ ମସିହାରେ ପରମାଣୁ ବୋମା ପରୀକ୍ଷା କରିବା ପରଠାରୁ ଉତ୍ତର କୋରିଆ ଅସ୍ତ୍ରଶସ୍ତ୍ର ଉପରେ ମିଳିତ ଜାତିସଂଘ ପ୍ରତିବନ୍ଧକ ଲଗାଇଛି। ଜାତିସଂଘ ସୁରକ୍ଷା ପରିଷଦର ସଂକଳ୍ପ – ରୁଷ ର ସମର୍ଥନ ସହିତ ଅନୁମୋଦିତ – ଦେଶମାନଙ୍କୁ ଉତ୍ତର କୋରିଆ ସହିତ ଅସ୍ତ୍ରଶସ୍ତ୍ର କିମ୍ବା ଅନ୍ୟାନ୍ୟ ସାମରିକ ଉପକରଣ କାରବାର ଉପରେ ପ୍ରତିବନ୍ଧକ ଲଗାଯାଇଛି । ନଭେମ୍ବରରେ, ଦକ୍ଷିଣ କୋରିଆର ଅଧିକାରୀମାନେ କହିଛନ୍ତି ଯେ ଉତ୍ତର କୋରିଆ ଏକ ବୃହତ ଅସ୍ତ୍ର କାରବାରର ଅଂଶ ଭାବରେ ରୁଷକୁ SRBM ଯୋଗାଇ ଦେଇଥାଇପାରେ ଯେଉଁଥିରେ ଆଣ୍ଟି ଟ୍ୟାଙ୍କ ଏବଂ ଆଣ୍ଟି ଏୟାର ମିସାଇଲ, ଆର୍ଟିଲିରି ଏବଂ ମୋର୍ଟାର ସେଲ ଏବଂ ରାଇଫଲ ମଧ୍ୟ ରହିଥିଲା ।ଉଭୟ ମସ୍କୋ ଏବଂ ପ୍ୟୋଙ୍ଗୟାଙ୍ଗ କୌଣସି ପ୍ରକାର ଅସ୍ତ୍ର କାରବାରକୁ ଅସ୍ୱୀକାର କରିଛନ୍ତି କିନ୍ତୁ ଗତ ବର୍ଷ ସେମାନେ ନିଜର ସୈନ୍ୟ ସମ୍ବନ୍ଧକୁ ଆହୁରି ଗଭୀର କରିବାକୁ ଶପଥ ନେଇଥିଲେ।

The post ୟୁକ୍ରେନ ଉପରେ ଆକ୍ରମଣ ପାଇଁ ରୁଷ, ଉତ୍ତର କୋରିଆ ନିର୍ମିତ କ୍ଷେପଣାସ୍ତ୍ର ବ୍ୟବହାର କରିଛି କି ? ଆମେରିକା ପରେ କିଭ କହିଲା ସମାନ କଥା । first appeared on Kanak News.

from Kanak News
via <a href="https://ifttt.com/?

ଭୁବନେଶ୍ୱରରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର । ନିଯୁକ୍ତ ହେବା ପରେ ପ୍ରଥମ ଓଡିଶା ଗସ୍ତ । ଆସୁ ଆସୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ ।

କନକ ବ୍ୟୁରୋ: ରାଜ୍ୟ କଂଗ୍ରେସ ପ୍ରଭାରୀ ନିଯୁକ୍ତ ହେଲା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଆସିଛନ୍ତି ଅଜୟ କୁମାର । ଭୁବନେଶ୍ୱରରେ ନୂଆ କଂଗ୍ରେସ ପ୍ରଭାରୀ ଅଜୟ କୁମାର । ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳର ଏହି ବରିଷ୍ଠ ନେତାଙ୍କୁ ଓଡିଶା ପ୍ରଭାରୀ ଭାବେ ନିଯୁକ୍ତ କରିଛି । ଯାହାକୁ ନେଇ ଉତ୍ସାହିତ ରାଜ୍ୟ କଂଗ୍ରେସ ।

ବିମାନ ବନ୍ଦରରେ ଅଜୟ କୁମାର ପହଞ୍ଚିିବା ପରେ ପୁଷ୍ପଗୁଚ୍ଛ ସହିତ ବାଜା ବଜାଇ ସ୍ୱାଗତ କରିଛନ୍ତି ଦଳର ନେତା ଓ କର୍ମୀ । ପରେ ବାଇକ ରାଲି ଯୋଗେ ପାଛୋଟି ନିଆଯାଇଛି । ଏହି ଗସ୍ତ ସମୟରେ ରାଜ୍ୟ ନେତାଙ୍କ ସହ ପ୍ରଭାରୀ ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବେ । ତେବେ ଓଡିଶାରେ ପାଦ ଦେଉ ଦେଉ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

The post ଭୁବନେଶ୍ୱରରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର । ନିଯୁକ୍ତ ହେବା ପରେ ପ୍ରଥମ ଓଡିଶା ଗସ୍ତ । ଆସୁ ଆସୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ । first appeared on Kanak News.

from Kanak News
via <a href="https://ifttt.com/?

ନେପାଳୀମାନେ କାମ ପାଇଁ ରୁଷ-ୟୁକ୍ରେନ ଯାଇପାରିବେ ନାହିଁ : ନେପାଳ ସରକାରଙ୍କ ନୂଆ ନିୟମ ।

ନେପାଳ ନିଜ ଲୋକଙ୍କୁ କାମ ପାଇଁ ରୁଷ ଏବଂ ୟୁକ୍ରେନ ନ ଯିବାକୁ କହିଛି । ଏହା ପଛରେ ସେଠାରେ ଚାଲିଥିବା ଯୁଦ୍ଧ ଏକମାତ୍ର କାରଣ ନୁହେଁ ବୋଲି ସରକାର କହିଛନ୍ତି  ବରଂ ଏହାର ଅନ୍ୟାନ୍ୟ କାରଣ ଅଛି ।  ରୁଷ ଏବଂ ୟୁକ୍ରେନ ପକ୍ଷରୁ ନେପାଳର ଲୋକମାନେ ଯୁଦ୍ଧ କରୁଥିବା ଖବର ରହିଛି ଏବଂ ନେପାଳ ସରକାର ଏହାକୁ ନେଇ ପୂର୍ବରୁ ଚିନ୍ତିତ ଅଛନ୍ତି ।

ନେପାଳ ସରକାର ନିଜ ଲୋକଙ୍କୁ କାମ ପାଇଁ ୟୁକ୍ରେନ ଏବଂ ରୁଷିଆ ଯିବାକୁ ବାରଣ କରିଛନ୍ତି । ଏହାର କାରଣ ନେପାଳ ସରକାର ଦର୍ଶାଇଛନ୍ତି ଯେ କାମ କରିବାକୁ ଯାଉଥିବା ଅନେକ ଲୋକଙ୍କୁ ଅଧିକ ଅର୍ଥ ଲୋଭ ଦେଖାଇ ରୁଷ ସରକାର ସେନାରେ ନିଯୁକ୍ତ କରି ଦେଉଛନ୍ତି । ତା’ପରେ ସେମାନଙ୍କୁ ସମ୍ମୁଖ ଯୁଦ୍ଧ କ୍ଷେତ୍ରକୁ ପଠାଇ ଦେଉଛନ୍ତି । ନେପାଳୀ ସରକାରଙ୍କର ଏପରି ସୂଚନା ଅଛି ଯେଉଁଠାରେ ନେପାଳୀ ମୂଳର ଅନେକ ଲୋକ ରୁଷ ସେନା ପକ୍ଷରୁ ଯୁଦ୍ଧ ଲଢିଲା ବେଳେ ମୃତ୍ୟୁ ବରଣ କରିଛନ୍ତି । ଏହା ଉପରେ ଅଧିକ ସଠିକ ତଥ୍ୟ ସଂଗ୍ରହ କରିବା ଲକ୍ଷ୍ୟରେ ନେପାଳ ସରକାର ଏକ ଅନୁସନ୍ଧାନ କରୁଛନ୍ତି ।

ସୂତ୍ରରୁ ପ୍ରକାଶ ଯେ ପ୍ରାୟ ଚାରି ଜଣ ନେପାଳୀ ଲୋକ ୟୁକ୍ରେନ ସୈନ୍ୟବାହିନୀ ଦ୍ୱାରା ଧରାପଡିଛନ୍ତି । ଯୁଦ୍ଧରେ ଅତି କମରେ ୧୦ ଜଣ ନେପାଳୀ ଲୋକଙ୍କର ମୃତ୍ୟୁ ହୋଇଥିବା ଖବର ରହିଛି । ପ୍ରତିବର୍ଷ ହଜାର ହଜାର ଲୋକ ନେପାଳରୁ କାମ ପାଇଁ ବାହାରକୁ ଯାଇଥାନ୍ତି । ଏଣିକି ଏହି ସମସ୍ତ ଲୋକଙ୍କୁ ଏଥିପାଇଁ ନେପାଳ ସରକାରଙ୍କଠାରୁ ଅନୁମତି ନେବାକୁ ପଡିବ । ନୂତନ ଆଦେଶ ପରେ ନେପାଳୀ ଲୋକମାନେ ରୁଷ ଏବଂ ୟୁକ୍ରେନକୁ କାମ ପାଇଁ ଯାଇପାରିବେ ନାହିଁ । ଏଥିପାଇଁ ସରକାର ସେମାନଙ୍କୁ ଆବଶ୍ୟକ ଅନୁମତି ଦେବେ ନାହିଁ ।

ନେପାଳୀ ଲୋକମାନେ ମଧ୍ୟ ୟୁକ୍ରେନ ତରଫରୁ ଯୁଦ୍ଧ ଲଢୁଛନ୍ତି କି  ?

ତେବେ ଅଧିକାଂଶ ଖବର ହେଉଛି ନେପାଳର ଲୋକମାନେ ରୁଷ ପକ୍ଷରୁ ଯୁଦ୍ଧ ଲଢୁଛନ୍ତି କିନ୍ତୁ କିଛି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ କିଛି ନେପାଳୀ ମଧ୍ୟ ୟୁକ୍ରେନ ତରଫରୁ ଲଢୁଛନ୍ତି ।  ତଥାପି, ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଲୋକମାନଙ୍କର ପ୍ରକୃତ ସଂଖ୍ୟା, ସେମାନେ କିପରି ୟୁକ୍ରେନ ସେନା ସହିତ ଯୋଗାଯୋଗ କରିଥିଲେ, ସେମାନଙ୍କର ବର୍ତ୍ତମାନର ଅବସ୍ଥା, ସେମାନେ ଜୀବିତ ଅଛନ୍ତି କି ହତ୍ୟା କରାଯାଇଛି, ତାହା ସଂପୂର୍ଣ୍ଣ ଭାବେ ଜଣା ନାହିଁ । ନେପାଳ ସରକାରଙ୍କ ଅନୁସାରେ ଏ ବାବଦରେ ରୁଷ ଏବଂ ୟୁକ୍ରେନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ । ସାଧାରଣତ ଯୁଦ୍ଧ ହେଲେ କୌଣସି ଦେଶକୁ ନ ଯିବାକୁ ପରାମର୍ଶ ଦିଆଯାଇଛି, କିନ୍ତୁ ଏଠାରେ କଥାଟି ଟିକେ ଅଲଗା ଅଟେ ।

 

The post ନେପାଳୀମାନେ କାମ ପାଇଁ ରୁଷ-ୟୁକ୍ରେନ ଯାଇପାରିବେ ନାହିଁ : ନେପାଳ ସରକାରଙ୍କ ନୂଆ ନିୟମ । first appeared on Kanak News.

from Kanak News
via <a href="https://ifttt.com/?

ସାରା ରାତି ସୁନ୍ଦରଗଡ଼ରେ ବ୍ୟବସାୟୀଙ୍କ ଘରେ ଆଇଟି ରେଡ୍ । ଆୟକର ଫାଙ୍କିଥିବା ଅଭିଯୋଗରେ ବ୍ୟବସାୟୀ ବିଭୁ ପଣ୍ଡାଙ୍କ ଘର, ଅଫିସରେ ଚଢ଼ଉ ।

କନକ ବ୍ୟୁରୋ: ଟିକସ ଫାଙ୍କି ଅଭିଯୋଗରେ ସୁନ୍ଦରଗଡର ବ୍ୟବସାୟୀ ବିଭୁ ପଣ୍ଡାଙ୍କ ଘରେ ଓ ଅଫିସରେ ଜାରି ରହିଛି ଆୟକର ଟିମର ରେଡ୍ । ଦ୍ୱିତୀୟ ଦିନରେ ଜାରି ରହିଛି ଏହି ରେଡ୍ ।

ସମ୍ବଲପୁର ଆୟକର ବିଭାଗର ୮ ଜଣିଆ ଟିମ୍ ବିଭୁ ପଣ୍ଡାଙ୍କ ଘର, କୋଇଲା ଟ୍ରାନ୍ସପୋର୍ଟ, ରାଇସ ମିଲ୍ ଆଦି ଠିକଣାରେ ରେଡ୍ ଚାଲିଛି । ମିଳିଥିବା ସୂଚନା ଅନୁସାରେ ଆୟକର ଟିମ୍ ରାତିରେ ମଧ୍ୟ ଚଢାଉ କାର୍ଯ୍ୟ ଜାରି ରଖିଥିଲା ।

The post ସାରା ରାତି ସୁନ୍ଦରଗଡ଼ରେ ବ୍ୟବସାୟୀଙ୍କ ଘରେ ଆଇଟି ରେଡ୍ । ଆୟକର ଫାଙ୍କିଥିବା ଅଭିଯୋଗରେ ବ୍ୟବସାୟୀ ବିଭୁ ପଣ୍ଡାଙ୍କ ଘର, ଅଫିସରେ ଚଢ଼ଉ । first appeared on Kanak News.

from Kanak News
via <a href="https://ifttt.com/?

ଓଡିଶା ଆସୁଛନ୍ତି କଂଗ୍ରେସ ପ୍ରଭାରୀ । ନିଯୁକ୍ତ ହେବା ପରେ ପ୍ରଥମ ଓଡିଶା ଗସ୍ତରେ ଅଜୟ କୁମାର । ହୋଇପାରେ ନୂଆ ରଣନୀତି ପ୍ରସ୍ତୁତି ।

କନକ ବ୍ୟୁରୋ: ରାଜ୍ୟ କଂଗ୍ରେସ ପ୍ରଭାରୀ ନିଯୁକ୍ତ ହେଲା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଆସୁଛନ୍ତି ଅଜୟ କୁମାର । ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରିବା ପାଇଁ କଂଗ୍ରେସ ନେତାଙ୍କ ଗହଳି ଲାଗିଛି ।

ତାଙ୍କୁ ସ୍ୱାଗତ କରିବାକୁ ହୋଇଛି ପୁରା ପ୍ରସ୍ତୁତି । ବିମାନ ବନ୍ଦରରୁ ଦଳୀୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତା କଡ଼ରେ ଅଜୟ କୁମାରଙ୍କ ପୋଷ୍ଟର ବ୍ୟାନର ଛାଇ ଯାଇଛି । ନୂଆ ପ୍ରଭାରୀଙ୍କୁ ଏକ ଭବ୍ୟ ସମାରୋହରେ ନିଆଯିବା ପାଇଁ କରାଯାଇଛି ବ୍ୟବସ୍ଥା । ରାଜ୍ୟ କଂଗ୍ରେସର ବରିଷ୍ଠ ନେତାଙ୍କ ସହ ଅଜୟ କୁମାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ । କଂଗ୍ରେସର ଓଡ଼ିଶା ଶାଖା କେମିତି ଅଧିକ ସଶକ୍ତ ହୋଇ ୨୦୨୪ ନିର୍ବାଚନକୁ ସାମ୍ନା କରିବ ସେନେଇ ରଣନୀତି ପ୍ରସ୍ତୁତ ହୋଇପାରେ ।

The post ଓଡିଶା ଆସୁଛନ୍ତି କଂଗ୍ରେସ ପ୍ରଭାରୀ । ନିଯୁକ୍ତ ହେବା ପରେ ପ୍ରଥମ ଓଡିଶା ଗସ୍ତରେ ଅଜୟ କୁମାର । ହୋଇପାରେ ନୂଆ ରଣନୀତି ପ୍ରସ୍ତୁତି । first appeared on Kanak News.

from Kanak News
via <a href="https://ifttt.com/?

ସ୍ଥଗିତ ହେବ  କି ପାକିସ୍ତାନରେ ସାଧାରଣ ନିର୍ବାଚନ ? ସଂସଦରେ ଏମିତି ପ୍ରସ୍ତାବ ପାରିତ ହୋଇଛି ।

ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ମଧ୍ୟରେ ସଂସଦର ଅପର ହାଉସରେ ଏକ ସଂକଳ୍ପ ପ୍ରସ୍ତାବପାରିତ ହୋଇଯାଇଛି । ଏହି ପ୍ରସ୍ତାବରେ ୮ ଫେବୃଆରୀରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ସ୍ଥଗିତ ରଖିବାକୁ ଦାବି କରାଯାଇଛି । ଏବେ ଦେଖିବାକୁ ବାକି ରହିଲା ଯେ ଅପର ହାଉସରେ ପାରିତ ହୋଇଥିବା ପ୍ରସ୍ତାବ ଉପରେ ସରକାର କ’ଣ ପଦକ୍ଷେପ ନେଉଛନ୍ତି ।

ଫେବୃଆରୀ ୮ ରେ ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ସ୍ଥଗିତ ରଖାଯାଇପାରେ । ଶୁକ୍ରବାର ଦିନ ପାକିସ୍ତାନ ସଂସଦର ଅପର ହାଉସରେ ସୁରକ୍ଷା ଦୃଷ୍ଟିରୁ ନିର୍ବାଚନକୁ ​​ବିଳମ୍ବ କରିବା ଦାବିରେ ଏକ ସଂକଳ୍ପ ପାରିତ ହୋଇଛି । ଏହି ପ୍ରସ୍ତାବକୁ ସିନେଟର ଦିଲୱର ଖାନ ଉପସ୍ଥାପନ କରିଥିଲେ । ସଂସଦର ଅପର ହାଉସରେ ଏହି ପ୍ରସ୍ତାବକୁ କେବଳ ଦୁଇଜଣ ବ୍ୟକ୍ତି କାର୍ଯ୍ୟକାରୀ ସୂଚନା ମନ୍ତ୍ରୀ ମୁର୍ତାଜା ସୋଲାଙ୍ଗି ଏବଂ ପିଏମଏଲ-ଏନ ସିନେଟର ଆଫନାନ ଉଲ୍ଲା ଖାନ ବିରୋଧ କରିଥିଲେ ।

ଯେତେବେଳେ ଦିଲୱର ଖାନ ଅପର ହାଉସରେ ଏହି ପ୍ରସ୍ତାବ ଉପସ୍ଥାପନ କରିଥିଲେ ସେତେବେଳେ ସେଠାରେ କେବଳ ୧୪  ଜଣ ସାଂସଦ ଉପସ୍ଥିତ ଥିବାବେଳେ ଅପର ହାଉସରେ ପାକିସ୍ତାନରେ ମୋଟ ୧୦୦ ସାଂସଦ ଅଛନ୍ତି । ଦିଲୱାର ଖାନ କହିଛନ୍ତି ଯେ ପାକିସ୍ତାନର ପ୍ରତ୍ୟେକ ନାଗରିକଙ୍କୁ ଭୋଟ୍ ଦେବାର ଅଧିକାର ସମ୍ବିଧାନ ସଂରକ୍ଷିତ ରଖିଛି । ସମସ୍ତ ଆଞ୍ଚଳିକ ଲୋକଙ୍କ ଅନ୍ତର୍ଭୂକ୍ତିକୁ ତଥା ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ଆଧାରରେ ପାକିସ୍ତାନର ନିର୍ବାଚନ ଆୟୋଗକୁ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ କରିବାକୁ ବାଧ୍ୟତାମୂଳକ କରାଯାଇଛି ।

ଏହି ପ୍ରସ୍ତାବରେ ପ୍ରବଳ ଥଣ୍ଡା ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି

ନିର୍ବାଚନରେ ​​ବିଳମ୍ବ ହେବାର ପ୍ରସ୍ତାବ ଉପରେ ଟେବୁଲ କରୁଥିବାବେଳେ ଦିଲୱର ଖାନ କହିଛନ୍ତି ଯେ ଶୀତ ତୁଳନାରେ ସାଧାରଣ ପାଗରେ ଭୋଟ୍ ହାର ଯଥେଷ୍ଟ ଅଧିକ ହୁଏ । ଜାନୁଆରୀ ଏବଂ ଫେବୃଆରୀ ବାଲୁଚିସ୍ତାନ ଏବଂ ଖାଇବର ପାଖ୍ଟନଖୱା ର ଅଧିକାଂଶ ଅଞ୍ଚଳରେ ସବୁଠାରୁ ଅଧିକ ଶୀତ ମାସ ଭାବରେ ଜଣାଯାଏ ।

ନେତାଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଚିନ୍ତା ପ୍ରକଟ କରାଯାଇଥିଲା

ଦିଲୱାର କହିଛନ୍ତି ଯେ ନିର୍ବାଚନ ପ୍ରକ୍ରିୟା ସମୟରେ ଶୀତ ଅଞ୍ଚଳରେ ଲୋକଙ୍କ ଅଂଶଗ୍ରହଣକୁ ସୁନିଶ୍ଚିତ କରିବାରେ ଅସୁବିଧା ସମ୍ପର୍କରେ ବିଭିନ୍ନ ରାଜନୈତିକ ଦଳ ନିଜର ସଂରକ୍ଷଣ ପ୍ରକାଶ କରିସାରିଛନ୍ତି । ଏଭଳି ପରିସ୍ଥିତିରେ ଏସବୁକୁ ଧ୍ୟାନରେ ରଖି ନିର୍ବାଚନକୁ ଆହୁରି ସ୍ଥଗିତ ରଖିବା ଉଚିତ୍। ଏହି ସମୟରେ ସେ JUI-F ମୁଖ୍ୟ ଫଜଲୁର ରେହମାନ ଏବଂ ପୂର୍ବତନ ବିଧାୟକ ମୋହସିନ୍ ଦାୱାର ଏବଂ ଅନ୍ୟ ରାଜନୈତ୍ୟିକ ବ୍ୟକ୍ତିଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ ।

ଦିଲୱର ଖାନ କହିଛନ୍ତି ଯେ ଏହି ବିଶିଷ୍ଟ ରାଜନେତାଙ୍କ ଜୀବନ ପ୍ରତି ବିପଦ ସମ୍ପର୍କରେ ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ସୂଚନା ଦେଇଛି । ଏଭଳି ପରିସ୍ଥିତିରେ ରାଜନୈତିକ ଦଳମାନେ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନରେ ​​ନିଜର ଅଧିକାରକୁ ବ୍ୟବହାର କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦେଶର ଅନେକ ସ୍ଥାନରେ ଘଟିଥିବା ଘଟଣା ସମ୍ପର୍କରେ ସେ ଖାଇବର ପାଖ୍ଟୁଖୱା ଏବଂ ବାଲୁଚିସ୍ତାନରେ ଘଟିଥିବା ଘଟଣା ବିଷୟରେ କହିଥିଲେ ।

ନିର୍ବାଚନ ସମାବେଶରେ ଆତଙ୍କବାଦୀ ବିପଦର ଚେତାବନୀ

ସେ କହିଛନ୍ତି ଯେ ଉଭୟ ପ୍ରଦେଶରେ ନିର୍ବାଚନ ରାଲିରେ ଆତଙ୍କବାଦୀ ଆକ୍ରମଣର ବିପଦ ସମ୍ପର୍କରେ ଗୁପ୍ତଚର ସଂସ୍ଥା ଚେତାବନୀ ଦେଇଛନ୍ତି । ତେଣୁ ପାକିସ୍ତାନର ସମସ୍ତ ଅଞ୍ଚଳ ତଥା ରାଜନୈତିକ ଦଳର ପ୍ରଭାବଶାଳୀ ଅଂଶଗ୍ରହଣକୁ ସୁଗମ କରିବା ପାଇଁ ନିର୍ବାଚନ ସୂଚୀକୁ ସ୍ଥଗିତ ରଖିବା ଉଚିତ୍ । ତାଙ୍କ ଦାବି ପଛରେ କେବଳ ଗୋଟିଏ ଉଦ୍ଦେଶ୍ୟ ଅଛି ଏବଂ ଏହା ହେଉଛି ରାଜନୈତିକ ଅଂଶଗ୍ରହଣର ସାମ୍ବିଧାନିକ ଅଧିକାରକୁ ବଜାୟ ରଖିବା ।

 

The post ସ୍ଥଗିତ ହେବ  କି ପାକିସ୍ତାନରେ ସାଧାରଣ ନିର୍ବାଚନ ? ସଂସଦରେ ଏମିତି ପ୍ରସ୍ତାବ ପାରିତ ହୋଇଛି । first appeared on Kanak News.

from Kanak News
via <a href="https://ifttt.com/?

ତେଜିଲା ଡ୍ରାଇଭର ଆନ୍ଦୋଳନ । ଷ୍ଟିଅରିଂ ଛାଡି ରାଜରାସ୍ତାକୁ ଓହ୍ଲାଇଲେ ଡ୍ରାଇଭର । କଟକ, ବାଲେଶ୍ୱର, ସମେତ ବିଭିନ୍ନ ଜିଲ୍ଲାରେ ଗଡୁନି ବସ୍ ।

କନକ ବ୍ୟୁରୋ: ହିଟ୍ ଆଣ୍ଡ ରନ୍ ମାମଲାରେ କେନ୍ଦ୍ର ସରକାରଙ୍କ ନୂଆ ଆଇନକୁ ବିରୋଧ କରି ଜାରି ରହିଛି ଡ୍ରାଇଭର ଆନ୍ଦୋଳନ । ଆଇନ ପ୍ରତ୍ୟାହାର ଦାବିରେ ଦେଶ ବ୍ୟାପୀ ଆନ୍ଦୋଳନ ତୃତୀୟ ଦିନରେ ପହଁଚିଥିବା ବେଳେ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି ।

କେନ୍ଦ୍ରୀୟ ଆଇନକୁ ବିରୋଧ ସହ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ପୂରଣରେ ବିଫଳତାକୁ ଦାୟୀ କରି ଅନିର୍ଦ୍ଦିଷ୍ଟ କାଳ ଯାଏଁ ଆନ୍ଦୋଳନ କରୁଛି ଓଡ଼ିଶା ଡ୍ରାଇଭର ମହାସଂଘ । ଡ୍ରାଇଭର ମାନେ ଗାଡି ଛାଡି ଆନ୍ଦୋଳନରେ ସାମିଲ ହେଉଥିବା ବେଳେ ପରିବହନ ସେବା ସମ୍ପୂର୍ଣ୍ଣ ଠପ୍ ହେବାର ଆଶଙ୍କା ଦେଖାଦେଇଛି । ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ହେଉ ଅବା କଂଚାମାଲ ପରିବହନ ପଛରେ ଟ୍ରକ ପରିବହନର ଗୋଟିଏ ବଡ ଭୂମିକା ରହିଛି । ଷ୍ଟିଅରିଂ ଛାଡ ଆନ୍ଦୋଳନ ଯୋଗୁ ମାଲ ପରିବହନ ସେବା ବାଧାପ୍ରାପ୍ତ ହେବାର ଆଶଙ୍କା ଦେଖାଦେବା ସହ ଦରଦାମ ବୃଦ୍ଧି ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

The post ତେଜିଲା ଡ୍ରାଇଭର ଆନ୍ଦୋଳନ । ଷ୍ଟିଅରିଂ ଛାଡି ରାଜରାସ୍ତାକୁ ଓହ୍ଲାଇଲେ ଡ୍ରାଇଭର । କଟକ, ବାଲେଶ୍ୱର, ସମେତ ବିଭିନ୍ନ ଜିଲ୍ଲାରେ ଗଡୁନି ବସ୍ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started