ଆଜିଠୁ ରାଜ୍ୟର ରେଳ ମାନଚିତ୍ରରେ ଯୋଡ଼ି ହେବ ଦଶପଲ୍ଲା -ଖୋର୍ଦ୍ଧା । ବଲାଙ୍ଗୀର ରେଳପଥରେ ପ୍ରଥମ ଥର ପାଇଁ ଦଶପଲ୍ଲାକୁ ଗଡ଼ିବ ୪ଟି ଟ୍ରେନ୍ ।

କନକ ବ୍ୟୁରୋ: ଏଣିିକି ରେଳରେ ଯାଇ ହେବ ଦଶପଲ୍ଲା । ରାଜଧାନୀ, ପୁରୀ ଓ ଭଦ୍ରକ ସହ ଯୋଡି ହେବ ଦଶପଲ୍ଲା । ଆଜି ଦଶପଲ୍ଲା ଷ୍ଟେସନର ଉଦଘାଟନ କରିବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ନବ ।

ଦଶପଲ୍ଲାକୁ ନିୟମିତ ରେଳ ଚଳାଚଳ ପାଇଁ ସମୟ ନିର୍ଦ୍ଧାରଣ ହୋଇଛି । ଦଶପଲ୍ଲାରୁ ପୁରୀ ଯିବାକୁ ଥିବା ଟ୍ରେନ ନମ୍ବର ୦୮୪୩୦ ଦଶପଲ୍ଲାରୁ ସକାଳ ୬ଟା ୩୦ରେ ବାହାରିବ । ଏହି ଟ୍ରେନ ପୁରୀରେ ପୂର୍ବାହ୍ନ ୧୧ଟା ୧୫ରେ ପହଂଚିବ । ସେହିପରି ପୁରୀରୁ ଦଶପଲ୍ଲା ଆସିବାକୁ ଥିବା ଟ୍ରେନ ପୁରୀରୁ ସଂଧ୍ୟା ୬ଟାରେ ବାହାରି ପୂର୍ବ ନିର୍ଘଣ୍ଟ ଅନୁସାରେ ଦଶପଲ୍ଲାରେ ରାତି ୧୦ଟା ୧୫ରେ ପହଞ୍ଚିବ । ଦଶପଲ୍ଲାରୁ ଭୁବନେଶ୍ୱରକୁ ଯିବାକୁ ଥିବା ଟ୍ରେନ ଦଶପଲ୍ଲାରୁ ସକାଳ ୬ଟା ୧୫ରେ ଛାଡି ଭୁବନେଶ୍ୱରରେ ସକାଳ ୯ଟାରେ ପହଂଚିବ । ଏହି ଟ୍ରେନ ସଂପ୍ରସାରଣ ହେବା ଦ୍ୱାରା ଦଶପଲ୍ଲା ସହିତ ଯୋଡି ହୋଇଥିବା ଅନେକ ଉପାନ୍ତ ଅଂଚଳର ଲୋକମାନେ ଉପକୃତ ହେବେ । ଅଞ୍ଚଳର ସାମାଜିକ- ଅର୍ଥନୈତିକ ବିକାଶକୁ ଗତି ପ୍ରଦାନ କରିବ ।

ଏହାସହ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଭୁବନେଶ୍ୱର ରେଳ ଷ୍ଟେସନ ଆଧୁନିକୀକରଣ କାମର ସମୀକ୍ଷା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଭିଜନ ଅନୁଯାୟୀ କାମ ହେଉଛି, ଖୁବଶୀଘ୍ର ଶେଷ ହେବ । ୨୦୧୪ ପୂର୍ବରୁ ରାଜ୍ୟରେ ବର୍ଷକୁ ୫୦ କିଲୋମିଟର ନୂଆ ରେଳପଥ ନିର୍ମାଣ ହେଉଥିଲା । ଏବେ ବର୍ଷକୁ ୪୫୦ କିଲୋମିଟର ରେଳପଥ ନିର୍ମାଣ ହେଉଛି । ଦେଶରେ ଏବେ ୫୭ଟି ବିଶ୍ୱସ୍ତରୀୟ ରେଳ ଷ୍ଟେସନ ନିର୍ମାଣ ହେଉଛି । ସେହି ଆଧାରରେ ଭୁବନେଶ୍ୱର ଷ୍ଟେସନକୁ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଛନ୍ତି । ବନ୍ଦେ ଭାରତ, ଅମୃତ ଭାରତ ପରେ ଓଡିଶାକୁ ବନ୍ଦେ ମେଟ୍ରୋ ମିଳିବ ବୋଲି ସେ କହିଛନ୍ତି ।

The post ଆଜିଠୁ ରାଜ୍ୟର ରେଳ ମାନଚିତ୍ରରେ ଯୋଡ଼ି ହେବ ଦଶପଲ୍ଲା -ଖୋର୍ଦ୍ଧା । ବଲାଙ୍ଗୀର ରେଳପଥରେ ପ୍ରଥମ ଥର ପାଇଁ ଦଶପଲ୍ଲାକୁ ଗଡ଼ିବ ୪ଟି ଟ୍ରେନ୍ । first appeared on Kanak News.

from Kanak News
via <a href="https://ifttt.com/?

ଜଳଦସ୍ୟୁଙ୍କ କବଳରୁ ମୁକୁଳିଲା ଜାହାଜ । ୧୫ ଭାରତୀୟଙ୍କ ସହ ୨୨ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କଲେ ମେରାଇନ୍ କମାଣ୍ଡୋ ।

କନକ ବ୍ୟୁରୋ: ସୋମାଲିଆ ସମୁଦ୍ର ଉପକୂଳରେ ଜଳଦସ୍ୟୁଙ୍କ ଦ୍ବାରା ଅପହୃତ ହୋଇଥିବା ଲାଇବେରିଆର ପଣ୍ୟବାହୀ ଜାହଜ ଏମ୍‌ଭି ଲିଲା ନରଫୋକ୍‌କୁ ଉଦ୍ଧାର କରିବାରେ ଭାରତୀୟ ନୌସେନା ସଫଳ ହୋଇଛି। ଏହି ଜାହାଜରେ ୧୫ଜଣ ଭାରତୀୟଙ୍କ ସହିତ ୨୧ ଜଣ କ୍ରୁ ସଦସ୍ୟ ରହିଥିଲେ। ଗୁରୁବାର ଉଦ୍ଧାର ପାଇଁ ଜରୁରୀ ସଂକେତ ପାଇବା ପରେ ଭାରତୀୟ ନୌସେନା ତୁରନ୍ତ ପଦକ୍ଷେପ ନେବା ଆରମ୍ଭ କରିଥିଲା। ଅପହରଣ ହୋଇଥିବା ଅଞ୍ଚଳକୁ ଆଇଏନଏସ ଚେନ୍ନାଇ ଜାହାଜକୁ ପଠାଯାଇଥିଲା। ନୌସେନାର ମେରାଇନ କମାଣ୍ଡୋ ଜାହାଜକୁ ଠାବ କରି ସେମାନଙ୍କ ଅଭିଯାନ ଆରମ୍ଭ କରିଥିଲେ। ସେଥିରେ କୌଣସି ଅପହରଣକାରୀ ନଥିବା ବିଷୟ ନୌସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଘେରାବନ୍ଦୀ ପରେ ଜାହାଜରେ ଥିବା ଭାରତୀୟ କର୍ମଚାରୀ ଓ ନାବିକଙ୍କ ସହ ରେଡିଓ ଯୋଗେ ଯୋଗାଯୋଗ ସ୍ଥାପନ କରିବାକୁ ଚେଷ୍ଟା କରାଯାଇଥିଲା। ଚେତାବନୀ ପରେ ଜଳଦସ୍ୟୁମାନେ ସମ୍ପର୍କ ପାଇଁ ଅନୁମତି ଦେଇଥିଲେ। କଥାବାର୍ତା ପରେ ଜାହାଜରେ ଥିବା ସମସ୍ତ କର୍ମଚାରୀ ସୁରକ୍ଷିତ ଥିବା ଜଣାପଡ଼ିଥିଲା। ଏହାପରେ ସହାୟକ ଯୁଦ୍ଧପୋତ ଜରିଆରେ ଜାହାଜ ଭିତରକୁ ମେରାଇନ କମାଣ୍ଡୋମାନେ ପ୍ରବେଶ କରିଥିଲେ। ପଇଁତାର ବିମାନ ଦ୍ବାରା ଭାରତୀୟ ନୌସେନା ଦ୍ବାରା ଶକ୍ତିଶାଳୀ କାର୍ୟ୍ୟାନୁଷ୍ଠାନ ନିଆଯିବା ନେଇ ଧମକ ଦିଆଯିବା ପରେ ସମ୍ଭବତଃ ଜଳଦସ୍ୟୁମାନେ ଛାଡ଼ି ପଳାଇ ଥାଇପାରନ୍ତି ବୋଲି ନୌସେନା ପକ୍ଷରୁ କୁହାଯାଇଛି। ନୌସେନା ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ, ପଣ୍ୟବାହୀ ଜାହାଜଟି ବ୍ରାଜିଲର ପୋର୍ଟ ଡୁ ଆକୋ ବନ୍ଦରରୁ ଯାତ୍ରା ଆରମ୍ଭ କରି ବାହାରିନ୍‌ର ଖଲିଫା ବିନ୍‌ ସଲମନ ବନ୍ଦରରେ ପହଞ୍ଚିବା ଥିଲା। ସୋମାଲିଆ ଠାରୁ ପ୍ରାୟ ୫୫୦ କିମି ଦୂର ଆରବ ସାଗର ମଧ୍ୟରେ ଜଳଦସ୍ୟୁମାନେ ଏହାକୁ ଅପହରଣ କରିନେଇଥିଲେ।

ସୂଚନାଯୋଗ୍ୟ ଗତ ମାସରେ ଏକାଧିକ ଭାରତୀୟ ତୈଳବାହୀ ଜାହାଜକୁ ଆରବସାଗର ଓ ଲୋହିତ ସାଗରରେ ହୁତି ବିଦ୍ରୋହୀଙ୍କ ଦ୍ବାରା ଆକ୍ରମଣ କରାଯାଇଥିଲା। କେବଳ ଏହାନୁହେଁ ଗତ ଦୁଇ ମାସ ମଧ୍ୟରେ ଆରବ ସାଗର ଓ ଆଡେନ୍‌ ଉପସାଗରରେ ଜଳଦସ୍ୟୁଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଛି। ଡିସେମ୍ବର ମାସରେ ବିଭିନ୍ନ ଦେଶର ୪ଟି ଜାହାଜକୁ ଅପହରଣ କରାଯାଇଥିଲା। ଏସବୁକୁ ଦୃଷ୍ଟିରେ ରଖି ଭାରତୀୟ ନୌସେନା ଆରବ ସାଗରରେ ପଇଁତରା କାର୍ୟ୍ୟକୁ ବଢ଼ାଇଦେଇଛି। ତିନିଟି ଯୁଦ୍ଧପୋତକୁ ଏହି କାର୍ୟ୍ୟଲାଗି ମୁତୟନ କରାଯାଇଛି।

The post ଜଳଦସ୍ୟୁଙ୍କ କବଳରୁ ମୁକୁଳିଲା ଜାହାଜ । ୧୫ ଭାରତୀୟଙ୍କ ସହ ୨୨ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କଲେ ମେରାଇନ୍ କମାଣ୍ଡୋ । first appeared on Kanak News.

from Kanak News
via <a href="https://ifttt.com/?

ଆଜିଠୁ ଗାଁ ଗାଁ ବୁଲିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ । ପ୍ରତ୍ୟେକ ଘରୁ ସଂଗ୍ରହ ହେବ ଗୁଆ, ଚାଉଳ, ସାରା ରାଜ୍ୟ ହେବ ଜଗନ୍ନାଥ ମୟ ।

କନକ ବ୍ୟୁରୋ: ଆଜିଠୁ ବୁଲିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ । ରାଜ୍ୟର ସମସ୍ତ ପଂଚାୟତ, ବିଜ୍ଞାପିତ ଅଂଚଳ ପରିଷଦ ଓ ଗାଁ ପରିକ୍ରମା କରିବା ସହ ଘରୁ ଅରୁଆ ଚାଉଳ, ଗୁଆ ଓ ନଡିଆ ସଂଗ୍ରହ କରାଯିବ । ଆଜି ପ୍ରଥମ ଦିନରେ ପୁରୀ ସହରର ସଦର ବ୍ଲକ, ୨୫ ନମ୍ବର ଜୋନ୍ର ତଲଜଂଘ ଓ ମାଳତୀପାଟପୁର, ୨୬ ନମ୍ବର ଜୋନ୍ର ଗୋପୀନାଥପୁର ଓ କାଶୀ ହରିପୁର, ୨୭ ନମ୍ବର ଜୋନ୍ର ବାଲିପୁଟ ଓ ରାଏଗୋରଡା ପଂଚାୟତରେ ରଥ ପରିକ୍ରମା କରିବ ।

ପିଇଓ ଏବଂ ଜିଆରଏସ୍ମାନେ ପଞ୍ଚାୟତରେ ନୋଡାଲ ଅଫିସର ଭାବେ କାମ କରିବେ । ଆସନ୍ତା ୧୭ ତାରିଖରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏଥିପାଇଁ ୧୨ ତାରିଖରୁ ଯଜ୍ଞ ଆରମ୍ଭ ହେବ ।

The post ଆଜିଠୁ ଗାଁ ଗାଁ ବୁଲିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ । ପ୍ରତ୍ୟେକ ଘରୁ ସଂଗ୍ରହ ହେବ ଗୁଆ, ଚାଉଳ, ସାରା ରାଜ୍ୟ ହେବ ଜଗନ୍ନାଥ ମୟ । first appeared on Kanak News.

from Kanak News
via <a href="https://ifttt.com/?

କେଉଁ ପରିସ୍ଥିତିରେ ପ୍ରାଣ ହରାଇଲେ ଦିଲ୍ଲୀପ? ଡାକ୍ତରଖାନା କର୍ତ୍ତୃପକ୍ଷ ଓ ସିଇଓଙ୍କ କଥାରେ ରହୁନି ତାଳମେଳ । ବିବାଦ, ପ୍ରଶ୍ନର ପାହାଡ ।

କନକ ବ୍ୟୁରୋ: ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କର ଜୀବନ ଯାଇଛି । ନିଜକୁ ଦିଲ୍ଲୀପ ସାମନ୍ତରାୟ ବୋଲି କହୁୁଥିବା ବ୍ୟକ୍ତଙ୍କ ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତି ୩ଟାରୁ ୩ଟା ୩୦ ମଧ୍ୟରେ ଜୀବନ ଯାଇଛି । ଏନେଇ ହସ୍ପିଟାଲ କର୍ତ୍ତର୍ୃପକ୍ଷ ସୂଚନା ଦେଇଛନ୍ତି ।

ମୃତ୍ୟୁ ଦ୍ୱନ୍ଦ୍ୱକୁ ନେଇ ଗତକାଲି ଦିନ ତମାମ ହାଇଟେକ୍ ହସ୍ପିଟାଲରେ ଉତେଜନା ଦେଖିବାକୁ ମିଳିଥିଲା । ଦୁର୍ଘଟଣାରେ ଗତ ୩୦ ତାରିଖରେ ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ହୋଇଥିବା ନେଇ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଥିଲା । ଦିଲ୍ଲୀପଙ୍କ ପରିବାର ଲୋକ ମୃତଦେହ ନେଇ ଅନ୍ତିମ ସଂସ୍କାର କରି ସାରିଛନ୍ତି । ଦିଲ୍ଲୀପଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଥିବା ତାଙ୍କ ପତ୍ନୀ ସୌମ୍ୟାଶ୍ରୀ ଆତ୍ମହତ୍ୟା ବି କରିଦେଇଛନ୍ତି । ଏହାରି ଭିତରେ ଗୁରୁତର ହୋଇଥିବା ଦୁଇ ଜଣ ସୀମାଂଚଳ ବିଶ୍ୱାଳ ଓ ଜ୍ୟୋତିରଞ୍ଜନ ମଲ୍ଲିକଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା । ସେମାନଙ୍କୁ ଭେଂଟିଲେଟରରୁ ବାହାର କରିବା ପରେ ଜ୍ୟୋତିରଞ୍ଜନ ନାଁରେ ଯିଏ ଚିକିତ୍ସିତ ହେଉଥିଲେ ସେ ନିଜକୁ ଦିଲ୍ଲୀପ ସାମନ୍ତରାୟ ବୋଲି କହିଥିଲେ । ଏବେ ତାଙ୍କର ମୃତ୍ୟୁ ହେବା ପରେ ମର ଶରୀର କେଉଁ ପରିବାରକୁ ହସ୍ତାନ୍ତର କରାଯିବ ତାକୁ ନେଇ ଆଉ ଏକ ବଡ଼ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ହେଲେ ହସ୍ପିଟାଲ କହିଛି ମରଶରୀର ପୋଲିସକୁ ହସ୍ତାନ୍ତର କରାଯିବ । ଡିଏନଏ ଟେଷ୍ଟ କରାଯାଇ ପରିଚୟ ସ୍ପଷ୍ଟ ହେଲା ପରେ ପରିବାରକୁ ଦିଆଯିବ ।

ଏପଟେ ହାଇଟେକ ହସ୍ପିଟାଲର ସିଇଓ କନକ ନ୍ୟୁଜକୁ ଫୋନ ଯୋଗେ କହିଛନ୍ତି ଯେ, ଭେଂଟିଲେଟରରୁ ବାହାରିଥିବା ବ୍ୟକ୍ତିଙ୍କ ପରିଚୟକୁ ନେଇ ଅନେକ ଘାଂଟ ଚକଟ ଚାଲିଥିଲା । ଡାକ୍ତର, ପରିବାର ସମସ୍ତେ ତାଙ୍କୁ ଅନେକ ପ୍ରଶ୍ନ ପଚାରିିଥିଲେ । କାଲି ଦିନସାରା ଲୋକ ଆଇସିୟୁ ଭିତରକୁ ଆସୁଥିଲେ । କେବଳ ସକାଳେ ଓ ସଂଧ୍ୟାରେ ରୋଗୀଙ୍କୁ ଦେଖିବାକୁ ନିୟମ ଥିଲେ ବି କେହି ମାନି ନଥିଲେ । ଏଥିପାଇଁ ସିଇଓଙ୍କ ଉପରେ ଚାପ ପଡ଼ିଥିବା ବି ସେ କହିଛନ୍ତି । ପୋଡ଼ିଯାଇ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କର ଇନଫେକ୍ସନ୍ ଆଶଙ୍କା ବଢ଼ିଥିଲା । ଶେଷରେ ନିଜକୁ ଦିଲ୍ଲୀପ ପରିଚୟ ଦେଇଥିବା ବ୍ୟକ୍ତିଙ୍କର ଅବସ୍ଥା ରାତିରେ ଅଧିକ ସଂକଟଜନକ ହୋଇଥିଲା । ବିଳମ୍ବିତ ରାତି ୩ଟାରୁ ସାଢ଼େ ୩ଟା ଭିତରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

The post କେଉଁ ପରିସ୍ଥିତିରେ ପ୍ରାଣ ହରାଇଲେ ଦିଲ୍ଲୀପ? ଡାକ୍ତରଖାନା କର୍ତ୍ତୃପକ୍ଷ ଓ ସିଇଓଙ୍କ କଥାରେ ରହୁନି ତାଳମେଳ । ବିବାଦ, ପ୍ରଶ୍ନର ପାହାଡ । first appeared on Kanak News.

from Kanak News
via <a href="https://ifttt.com/?

ଆଜିଠୁ ବିଏସକେୱାଇ୍-ନବୀନ କାର୍ଡର ପଞ୍ଜିକରଣ । ଆସନ୍ତା ୧୬ ତାରିଖ ଯାଏଁ ଅନଲାଇନ୍ ଆବେଦନ କରିପାରିବେ ହିତାଧିକାରୀ ।

କନକ ବ୍ୟୁରୋ: ଆଜିଠୁ ବିଏସକେୱାଇ-ନବୀନ କାର୍ଡର ପଞ୍ଜିକରଣ ଆରମ୍ଭ ହୋଇଛି । ଆସନ୍ତା ୧୬ ତାରିଖ ଯାଏଁ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ ହିତାଧିକାରୀ । ମୋ ସେବା କେନ୍ଦ୍ରରେ ବିନା ଦେୟରେ ପଞ୍ଜିକରଣ କରିପାରିବେ ହିତାଧିକାରୀ । ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ବିଏସକେୱାଇନବୀନ ଡଟ୍ ଓଡିଶା ଡଟ୍ ଜିଓଭି ଡଟ୍ ଇନ୍ ଜରିଆରେ ଜଣେ ବ୍ୟକ୍ତି ଆବେଦନ କରିପାରିବେ ।
ଅଫଲାଇନ୍ ବ୍ୟବସ୍ଥାରେ ଦରଖାସ୍ତ ଗ୍ରହଣ କରାଯିବ ନାହିଁ । ଏଥିପାଇଁ ଜିଲ୍ଲା ସ୍ତରରେ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । କେଉଁମାନେ ଏଥିରେ ସାମିଲ ହୋଇ ପାରିବେ, କି ପ୍ରକାର ସୁବିଧା ପାଇବେ, ଏବଂ କେମିତି ପଞ୍ଜିକରଣ କରିବେ, ସେ ସଂପର୍କରେ ସଚେତନ କରାଯାଇଛି । ଯେଉଁ ମାନଙ୍କ ପାଖରେ ବିଏସକେୱାଇ କାର୍ଡ ଓ ରାସନ୍ କାର୍ଡ ଅଛି, ସେମାନଙ୍କୁ ବିଏସକେୱାଇ୍-ନବୀନ କାର୍ଡ ପାଇଁ ଆବେଦନ କରିବାର ଆବଶ୍ୟକତା ନାହିଁ । ଯେଉଁମାନେ ସରକାରୀ ଚାକିରି କରିନାହାନ୍ତି, କି ଇନ୍କମ୍ ଟ୍ୟାକ୍ସ ଦେଉନାହାନ୍ତି, କିନ୍ତୁ ସେମାନଙ୍କ ପାଖରେ ରାସନକାର୍ଡ ନାହିଁ, ସେମାନେ ବିଏସକେୱାଇ୍-ନବୀନ କାର୍ଡ ପାଇଁ ଅନଲାଇନ୍ ଆବେଦନ କରିପାରିବେ ।

ବିଏସକେୱାଇ୍-ନବୀନ କାର୍ଡରେ ପ୍ରତି ପରିବାର ପାଇଁ ବାର୍ଷିକ ୫ ଲକ୍ଷ ଓ ମହିଳାଙ୍କ କ୍ଷେତ୍ରରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ । ଚଳିତ ବର୍ଷ ମେ’ ମାସରୁ ଏହି ସୁବିଧା ଉପଲବ୍ଧ ହେବ ।

The post ଆଜିଠୁ ବିଏସକେୱାଇ୍-ନବୀନ କାର୍ଡର ପଞ୍ଜିକରଣ । ଆସନ୍ତା ୧୬ ତାରିଖ ଯାଏଁ ଅନଲାଇନ୍ ଆବେଦନ କରିପାରିବେ ହିତାଧିକାରୀ । first appeared on Kanak News.

from Kanak News
via <a href="https://ifttt.com/?

ଗଞ୍ଜାମ ଗୋଳନ୍ଥରା ପୋଲିସକୁ ବଡ଼ ସଫଳତା । ହରିଣ ସିଂଘ, ଗୋଳାବାରୁଦ ସହ ୪ ଶିକାରୀ ଗିରଫ ।

କନକ ବ୍ୟୁରୋ: ଗଞ୍ଜାମ ଗୋଳନ୍ଥରା ପୋଲିସକୁ ବଡ଼ ସଫଳତା । ଦୁଇଟି ହରିଣ ସିଂଘ ଦୁଇଟି ବନ୍ଧୁକ ୧୨୫ଟି ଗୁଳି ସହ ୪ଜଣ ଶିକାରୀଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ଭଲିଆ ମଲ୍ଲିକ, ବୃନ୍ଦାବନ ମଲ୍ଲିକ, ଶଙ୍କର ପ୍ରଧାନ ଓ ପୂର୍ଣ୍ଣ ଗୌଡ । ଅଭିଯୁକ୍ତ ମାନଙ୍କ ନାଁରେ ପୂର୍ବରୁ ବହୁ ମାମଲା ରହିଥିବା ବେଳେ ପୋଲିସ ଏମାନଙ୍କୁ ଗିରଫ କରିଛି । ଗିରଫ ନେଇ ବ୍ରହ୍ମପୁର ଏସପିଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ ମାଲକାନଗିରି ବନ ବିଭାଗକୁ ସଫଳତା । ୧୮ଟି ବାଘ ନଖ, ୬ଟି ବାଘ ଦାନ୍ତ ଜବତ । ୫୦୦ମିଲିଗ୍ରାମ ବାଘ ତେଲ ସହ ଜଣେ ଅଭିଯୁକ୍ତକୁ ମଧ୍ୟ ମାଥିଲି ରେଂଜ ପକ୍ଷରୁ ଗିରଫ କରାଯାଇଛି । ଅଭିଯୁକ୍ତ ରବି ଶବରକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଅଧିକ ତଦନ୍ତ ପାଇଁ ଜବତ ବାଘର ନଖ ଓ ଦାନ୍ତକୁ ଫରେନସିକ ଲ୍ୟାବକୁ ପଠାଇଛି ବନ ବିଭାଗ ।

The post ଗଞ୍ଜାମ ଗୋଳନ୍ଥରା ପୋଲିସକୁ ବଡ଼ ସଫଳତା । ହରିଣ ସିଂଘ, ଗୋଳାବାରୁଦ ସହ ୪ ଶିକାରୀ ଗିରଫ । first appeared on Kanak News.

from Kanak News
via <a href="https://ifttt.com/?

ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିବ ଇସ୍ରୋ । ସୂର୍ଯ୍ୟ କକ୍ଷପଥରେ ପ୍ରବେଶ କରିବ ଆଦିତ୍ୟ ଏଲ୧ । ଇସ୍ରୋରେ ଭିନ୍ନ ଉତ୍ସାହ ।

କନକ ବ୍ୟୁରୋ: ଚନ୍ଦ୍ରଯାନ-୩ର ସଫଳତା ପରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିବ ଇସ୍ରୋ । ସୂର୍ଯ୍ୟ କକ୍ଷପଥରେ ପ୍ରବେଶ କରିବ ଭାରତର ପ୍ରଥମ ସୌରଯାନ । ନିର୍ଦ୍ଧାରିତ କକ୍ଷପଥ ଲାଗ୍ରାଞ୍ଜ ପଏଂଟରେ ଆଦିତ୍ୟ ଏଲ୧କୁ କରାଯିବ ଅବସ୍ଥାପିତ । ଏନେଇ ଇସ୍ରୋ ବୈଜ୍ଞାନିକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ ।

ପୃଥିବୀଠାରୁ ୧୫ଲକ୍ଷ କିଲୋମିଟର ଦୂରରେ ଅବସ୍ଥିତ ଏହି ସ୍ଥାନରୁ ସୂର୍ଯ୍ୟ ଉପରେ ଗବେଷଣା କରିବ ଆଦିତ୍ୟ ଏଲ ୱାନ । ୨୦୨୩ ସେପ୍ଟେମ୍ବର ୨ତାରିଖରେ ଶ୍ରୀହରିକୋଟା ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏହି ସୂର୍ଯ୍ୟ ମିଶନକୁ ଉତକ୍ଷେପଣ କରିଥିଲା ଇସ୍ରୋ । ଦୀର୍ଘ ୪ମାସର ଯାତ୍ରା ପରେ ଆଜି କକ୍ଷପଥରେ ପ୍ରବେଶ କରିବ ଆଦିତ୍ୟ ଏଲ ୱାନ । ସୂର୍ଯ୍ୟ ଉପରେ ଅଧିକ ଗବେଷଣା କରିବା ସହିତ ବୈଜ୍ଞାନିକ ତଥ୍ୟ ପ୍ରେରଣ କରିବା ଏହି ମିଶନର ମୂଳ ଲକ୍ଷ୍ୟ ।

The post ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିବ ଇସ୍ରୋ । ସୂର୍ଯ୍ୟ କକ୍ଷପଥରେ ପ୍ରବେଶ କରିବ ଆଦିତ୍ୟ ଏଲ୧ । ଇସ୍ରୋରେ ଭିନ୍ନ ଉତ୍ସାହ । first appeared on Kanak News.

from Kanak News
via <a href="https://ifttt.com/?

୨୦୨୪ରେ ରାଜ୍ୟରେ ୧୩ ଲକ୍ଷ ନୂଆ ଭୋଟର । ଯୁବ ଭୋଟରଙ୍କ ସଂଖ୍ୟା ୭ଲକ୍ଷ ୫୫ ହଜାର । ନିର୍ବାଚନରେ ନେଇପାରନ୍ତି ନିର୍ଣ୍ଣାୟକ ଭୂମିକା ।

କନକ ବ୍ୟୁରୋ: ଯୁବ ଭୋଟ କାହା ପାଖକୁ ଯିବ । ମୋଦୀ, ନବୀନ ନା କଂଗ୍ରେସ । ଯାହାକୁ ନେଇ ଅନେକ କାର୍ଯ୍ୟକ୍ରମ କରୁଛନ୍ତି ରାଜନୈତିକ ଦଳ । ଶାସକ ଦଳ ପକ୍ଷରୁ କଲେଜ କ୍ୟାମ୍ପସରେ ମାରାଥନ ‘ନୂଆ ଓ’ କାର୍ଯ୍ୟକ୍ରମ କରାଯାଉଛି । ସେପଟେ କେନ୍ଦ୍ର ସରକାର ଯୁବା ଭାରତ ସ୍କିମ୍ ଆଣିଲେଣି । କାରଣ ଦେଶରେ ହେଉଛନ୍ତୀ ୪୦ କୋଟି ଯୁବ ଭୋଟର । ଏସବୁ ଭିତରେ ମୁଖ୍ୟ ନିର୍ବାଚନ କମିଶନ, ଓଡ଼ିଶା ପକ୍ଷରୁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିଛନ୍ତି ।

ଏହି ତାଲିକାରେ ଅଛନ୍ତି ୩ କୋଟି ୩୨ ଲକ୍ଷ ୩୬ହଜାର ହେଉଛନ୍ତି ଭୋଟର । ସେଥିରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧ କୋଟି ୬୮ ଲକ୍ଷ ଏବଂ ମହିଳା ଭୋଟରଙ୍କ ସଂଖ୍ୟା ୧ କୋଟି ୬୩ ଲକ୍ଷ । ସେହିପରି ୭ଲକ୍ଷ ୫୪ହଜାର ୯୪୬ ଜଣ ହେଉଛନ୍ତି ଯୁବ ଭୋଟର ଅର୍ଥାତ୍ ୧୮ରୁ ୧୯ ବର୍ଷ ବୟସ ବର୍ଗର । ଆଉ ଏହି ବୟସ ବର୍ଗର ଯୁବ ଭୋଟର ପ୍ରଥମଥର ଭୋଟ୍ ଦେବେ । ସେହିପରି ଚୂଡ଼ାନ୍ତ ଭୋଟର ତାଲିକାରେ ୧୨ଲକ୍ଷ ୯୭ହଜାର ୯୫୪ ଜଣ ନୂଆ ଭୋଟର ଯୋଡ଼ି ହୋଇଛନ୍ତି । ବିଜେଡି କହିଛି, ନବୀନ ପଟ୍ଟନାୟକଙ୍କ ସହ ଯୁବ ଭୋଟର ସବୁବେଳେ ରହିଛନ୍ତି । ସେପଟେ ବିଜେପି କହିଛି, ମୋଦୀଙ୍କ ସହ ରହିଛନ୍ତି ଯୁବ ଭୋଟର ।

The post ୨୦୨୪ରେ ରାଜ୍ୟରେ ୧୩ ଲକ୍ଷ ନୂଆ ଭୋଟର । ଯୁବ ଭୋଟରଙ୍କ ସଂଖ୍ୟା ୭ଲକ୍ଷ ୫୫ ହଜାର । ନିର୍ବାଚନରେ ନେଇପାରନ୍ତି ନିର୍ଣ୍ଣାୟକ ଭୂମିକା । first appeared on Kanak News.

from Kanak News
via <a href="https://ifttt.com/?

ରାହୁଲଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ପୂର୍ବରୁ ଇଣ୍ଡିଆ ମେଣ୍ଟକୁ ବଡ଼ ଝଟକା । ଆପ୍, କଂଗ୍ରେସ ପରେ ଆସନ ଭାଗବଣ୍ଟା ନେଇ ଆଡେଇଗଲା ଜେଡିୟୁ ।

କନକ ବ୍ୟୁରୋ: କଂଗ୍ରେସକୁ ମୁହଁ ମୋଡ଼ିଦେଲା ନୀତୀଶ କୁମାରଙ୍କ ଜେଡିୟୁ । ଇଣ୍ଡିଆ ମେଂଟରେ ଆସନ ବୁଝାମଣାକୁ ନେଇ ଜେଡିୟୁ କହିଛି, ବିହାରରେ କଂଗ୍ରେସ ସହ ଆସନ ବୁଝାମଣା କରିବ ନାହିଁ । ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଏହି ଦଳ ଲୋକସଭା ନିର୍ବାଚନରେ ରାଜ୍ୟରେ ସର୍ବନିମ୍ନ ୧୬ଟି ଆସନରେ ଲଢିବ ବୋଲି ନିଷ୍ପତ୍ତି ନେଇଛି । ତେଣୁ କଂଗ୍ରେସ ସହ ଆସନ ବୁଝାମଣା ବାବଦରେ କଥା ହେବାର ନାହିଁ ବୋଲି ଦଳର ନେତା ତଥା ମନ୍ତ୍ରୀ ସଂଜୟ କୁମାର ଝା ରୋକଠୋକ୍ କହିଛନ୍ତି । ଆରଜେଡି ଯଦି ଚାହିଁବ, ତାହେଲେ ବାମପନ୍ଥୀ ଦଳ ଏବଂ କଂଗ୍ରେସ ସହ ଆସନ ବୁଝାମଣା ବାବଦରେ କଥା ହୋଇପାରିବ ବୋଲି ଜେଡିୟୁ ନେତା କହିଛନ୍ତି ।

ଏହାପୂର୍ବରୁ ପଶ୍ଚିମବଙ୍ଗରେ କଂଗ୍ରେସ ସହ ଟିଏମସି ଆସନ ବୁଝାମଣା କରିବ ନାହିଁ ବୋଲି କହି ସାରିଛି । ସେହିପରି ପଞ୍ଜାବରେ ଆପ୍ ଓ ମହାରାଷ୍ଟ୍ରରେ ଉଦ୍ଧବ ସେନା ଗୋଷ୍ଠୀ କଂଗ୍ରେସ ସହ ଆସନ ବୁଝାମଣା କରିବାକୁ ରାଜିନଥିବା ଜଣାପଡିଛିି । ବିହାରରେ ମୋଟ ୪୦ ଲୋକସଭା ଆସନ ରହିଛି । ୨୦୧୯େରେ ବିଜେପି ଏବଂ ଜେଡିୟୁ ଏକାଠି ନିର୍ବାଚନ ଲଢିଥିଲେ । ବିଜେପି ୧୭ଟି, ଜେଡିୟୁ ୧୬ଟି ଆସନରେ ନିର୍ବାଚନ ଜିତିଥିଲା । କଂଗ୍ରେସ ଗୋଟିଏ ଏବଂ ଲୋକ ଜନଶକ୍ତି ପାର୍ଟି ୬ଟି ସାଂସଦ ଜିତିଥିଲେ । ବଡ଼କଥା ହେଉଛି ଇଣ୍ଡିଆ ମେଣ୍ଟରେ ବଡ଼ ଦଳ କଂଗ୍ରେସ । ରାହୁଲ ଗାନ୍ଧୀ ସାରା ଭାରତରେ ନ୍ୟାୟ ଯାତ୍ରା କରି ଭୋଟ୍ ବ୍ୟାଙ୍କ ବଢାଇବାକୁ ଯୋଜନା କରୁଛନ୍ତି । କିନ୍ତୁ ଏହି ସମୟରେ ମେଂଟରେ ଆସନ ବୁଝାମଣାକୁ ନେଇ ଯେଉଁ ସ୍ଥିତି ଉପୁଜିଲାଣି ତାହା ନିର୍ବାଚନ ପୂର୍ବରୁ ଚିନ୍ତାଜନକ ।

The post ରାହୁଲଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ପୂର୍ବରୁ ଇଣ୍ଡିଆ ମେଣ୍ଟକୁ ବଡ଼ ଝଟକା । ଆପ୍, କଂଗ୍ରେସ ପରେ ଆସନ ଭାଗବଣ୍ଟା ନେଇ ଆଡେଇଗଲା ଜେଡିୟୁ । first appeared on Kanak News.

from Kanak News
via <a href="https://ifttt.com/?

ବାଂଲାଦେଶରେ ରାଜନୈତିକ ହିଂସା । ଟ୍ରେନରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ୫ଜଣଙ୍କ ମୃତ୍ୟୁ, ଅନେକ ଆହତ । ଟ୍ରେନରେ ଭାରତୀୟ ଯାତ୍ରୀ ଥିବା ସୂଚନା ।

କନକ ବ୍ୟୁରୋ: ବାଂଲାଦେଶରେ ଟ୍ରେନରେ ନିଆଁ ଲାଗି ୫ଯାତ୍ରୀ ମୃତ । ଶୁକ୍ରବାର ରାତିରେ ବାଂଲାଦେଶର ବେନାପୋଲ ଏକ୍ସପ୍ରେସରେ ନିଆଁ ଲାଗି ଅଘଟଣ ଘଟିଛି । ଅଗ୍ନିକାଣ୍ଡରେ ୪ଟି ବଗି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ୫ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ।

ଟ୍ରେନଟି ଜେସୋର ସହରରୁ ରାଜଧାନୀ ଢାକାକୁ ଆସୁଥିବା ବେଳେ ଏଭି ଅଘଟଣ ଘଟିଛି । ଆସନ୍ତାକାଲି ବାଂଲାଦେଶରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଛି । ବିରୋଧି ଦଳ ନିର୍ବାଚନକୁ ବର୍ଜନ କରିଥିବା ବେଳେ ଦେଶରେ ଅସ୍ଥିରତା ଦେଖାଦେଇଛି । ଏଭଳି ସ୍ଥିତିରେ ଟ୍ରେନରେ ନିଆଁ ଲାଗିବା ବିରୋଧୀ ଦଳଙ୍କ ଷଡଯନ୍ତ୍ର ବୋଲି ଆଶଙ୍କା କରିଛନ୍ତି ବାଂଲାଦେଶ ସରକାର । ଏହି ଟ୍ରେନରେ କିଛି ଭାରତୀୟ ମଧ୍ୟ ଯାତ୍ରା କରୁଥିବା ନେଇ ସୂଚନା ମିଳିଛି ।

The post ବାଂଲାଦେଶରେ ରାଜନୈତିକ ହିଂସା । ଟ୍ରେନରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ୫ଜଣଙ୍କ ମୃତ୍ୟୁ, ଅନେକ ଆହତ । ଟ୍ରେନରେ ଭାରତୀୟ ଯାତ୍ରୀ ଥିବା ସୂଚନା । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started