ସିଏମସି ମେୟରଙ୍କ ସହ ଆଲୋଚନା ସଫଳ । ଆଜିଠୁ କଟକ ମହାନଗର ନିଗମ ଅଞ୍ଚଳରେ ବଣ୍ଟନ ହେବ ରାସନ ସାମଗ୍ରୀ ।

କନକ ବ୍ୟୁରୋ: ରିଟେଲ ଡିଲର୍ସ ଆସୋସିଏସନର ଆନ୍ଦୋଳନ ପ୍ରତ୍ୟାହୃତ । ଆଜିଠୁ କଟର ମହାନଗର ନିଗମ ଅଞ୍ଚଳରେ ରାସନ ସାମଗ୍ରୀ ବଣ୍ଟନ ହେବ ସ୍ୱଭାବିକ । ୨୮ ମାସର ବକେୟା ନମିଳିବା କାରଣରୁ ୫ଦିନ ଧରି ରାସନ ସାମଗ୍ରୀ ବଣ୍ଟନ ବନ୍ଦ କରିଥିଲେ ଡିଲର । ତେବେ ଶୁକ୍ରବାର କଟକ ମେୟର ସୁବାସ ସିଂ ଏବଂ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଛି ।

ଖୁବଶୀଘ୍ର ସିଏମସି କମିଶନର, ଯୋଗାଣ ବିଭାଗ କତୃପକ୍ଷ, ରିଟେଲ ଡିଲର୍ସ ଆସୋସିଏସନର ମିଳିତ ବୈଠକ ବସିବ । ଏହି ବୈଠରେ ବକେୟା ନେଇ ଆଲୋଚନା କରାଯିବା ସହ ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମେୟର । ୫ଦିନ ପରେ ଆଜିଠୁ ରାସନ ସାମଗ୍ରୀ ବଂଟନ ସ୍ୱଭାବିକ ହେବାକୁ ଥିବା ବେଳେ ଉପକୃତ ହେବେ ୭୪ହଜାର ୫୫୭ଜଣ ହିତାଧିକାରୀ ।

The post ସିଏମସି ମେୟରଙ୍କ ସହ ଆଲୋଚନା ସଫଳ । ଆଜିଠୁ କଟକ ମହାନଗର ନିଗମ ଅଞ୍ଚଳରେ ବଣ୍ଟନ ହେବ ରାସନ ସାମଗ୍ରୀ । first appeared on Kanak News.

from Kanak News
via <a href="https://ifttt.com/?

ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ଘଟଣାରେ ତୃତୀୟ ବ୍ୟକ୍ତିଙ୍କ ମୃତ୍ୟୁ । ନିଜକୁ ଦିଲ୍ଲୀପ ସାମନ୍ତରାୟ ବୋଲି କହୁଥିବା ବ୍ୟକ୍ତିଙ୍କ ମୃତ୍ୟୁ ।

 

କନକ ବ୍ୟୁରୋ: ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଘଟଣାରେ ଆଉ ଏକ ଦୁଃଖଦ ଘଟଣା । ଚିକିତ୍ସାଧିନ ଅବସ୍ଥାରେ ତୃତୀୟ ବ୍ୟକ୍ତିଙ୍କର ମୃତ୍ୟୁ । ନିଜକୁ ଦିଲ୍ଲୀପ ସାମନ୍ତରାୟ ବୋଲି କହୁଥିବା ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଶୁକ୍ରବାର ବିଳମ୍ବିତ ରାତି ୩ଟାରୁ ୩.୩୦ ମଧ୍ୟରେ ଦିଲ୍ଲୀପଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଲେ ହାଇଟେକ୍ ହସ୍ପିଟାଲ କର୍ତ୍ତୃପକ୍ଷ ।

ସୂଚନା ମୁତାବକ, ଡିସେମ୍ବର ୨୯ ତାରିଖରେ ହାଇଟେକ୍ ହସ୍ପିଟାଲରେ ଏସି କମ୍ପ୍ରେସର ରିପେୟାରିଙ୍ଗ କରୁଥିବା ସମୟରେ ବିସ୍ଫୋରଣ ହୋଇଥିଲା , ଯେଉଁଥିରେ ଜ୍ୟୋତି ମଲ୍ଲିକ ଓ ଦିଲ୍ଲୀପ ସାମନ୍ତରାୟଙ୍କ ସମେତ ୪ଜଣ ଗୁରୁତର ହୋଇଥିଲେ । ସେମାନଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ସେମାନଙ୍କ ମଧ୍ୟରୁ ଜ୍ୟୋତିଙ୍କ ସହ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ଜ୍ୟୋତିଙ୍କ ମୃତଦେହକୁ ଦିଲ୍ଲୀପ ବୋଲି ଚିହ୍ନଟ କରି ଦାହ ସଂସ୍କାର କରିବା ପରେ , ଭେଣ୍ଟିଲେଟରରୁ ବାହାରିଥିବା ବ୍ୟକ୍ତି ଜଣକ କିନ୍ତୁ ନିଜକୁ ଦିଲ୍ଲୀପ ସାମନ୍ତରାୟ ବୋଲି ପରିଚୟ ଦେଇଥିଲେ । ପରିଚୟର ଏହି ଭାନ୍ତ ଖେଳ ଭିତରେ ବିରାଟ ଦ୍ୱନ୍ଦ୍ୱ ସୃଷ୍ଟି ହେବା ସହ ମେଡିକାଲ ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ।

The post ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ଘଟଣାରେ ତୃତୀୟ ବ୍ୟକ୍ତିଙ୍କ ମୃତ୍ୟୁ । ନିଜକୁ ଦିଲ୍ଲୀପ ସାମନ୍ତରାୟ ବୋଲି କହୁଥିବା ବ୍ୟକ୍ତିଙ୍କ ମୃତ୍ୟୁ । first appeared on Kanak News.

from Kanak News
via <a href="https://ifttt.com/?

ରାଜ୍ୟ ସରକାରଙ୍କ ପ୍ରତାରଣା ସହ କେନ୍ଦ୍ରର ହିଟ୍ ଆଣ୍ଡ ରନ୍ ଆଇନକୁ ବିରୋଧ । ଆଜିଠୁ ଜୋରଦାର ହେବ ଡ୍ରାଇଭରଙ୍କ ଆନ୍ଦୋଳନ ।

କନକ ବ୍ୟୁରୋ: ହିଟ୍ ଆଣ୍ଡ ରନ୍ ମାମଲାରେ କେନ୍ଦ୍ର ସରକାରଙ୍କ ନୂଆ ଆଇନକୁ ବିରୋଧ । ଆଜିଠୁ ଜୋରଦାର ହେବ ଡ୍ରାଇଭର ମାନଙ୍କ ଆନ୍ଦୋଳନ । ଆଇନ ପ୍ରତ୍ୟାହାର ଦାବିରେ ଦେଶ ବ୍ୟାପୀ ଆନ୍ଦୋଳନ ତୃତୀୟ ଦିନରେ ପହଁଞ୍ଚିଥିବା ବେଳେ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ବସ୍, ଟ୍ରକ ଓ ଅନ୍ୟାନ୍ୟ ପରିବହନରେ ନିୟୋଜିତ ଡ୍ରାଇଭର ମାନେ ଆଜିଠୁ ଷ୍ଟିଅରିଂ ଛାଡି ରାଜାରାସ୍ତାରେ ହଲ୍ଲାବୋଲର ଚେତାବନୀ ଦେଇଛନ୍ତି ।

କେନ୍ଦ୍ରୀୟ ଆଇନ୍କୁ ବିରୋଧ ସହ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ପୂରଣରେ ବିଫଳତାକୁ ଦାୟି କରି ଅନିର୍ଦ୍ଦିଷ୍ଟ କାଳ ଯାଏଁ ଆନ୍ଦୋଳନ ଡାକରା ଦେଇଛି ଓଡ଼ିଶା ଡ୍ରାଇଭର ମହାସଂଘ । ଡ୍ରାଇଭର ମାନେ ଗାଡି ଛାଡି ଆନ୍ଦୋଳନରେ ସାମିଲ ହେଉଥିବା ବେଳେ ପରିବହନ ସେବା ସମ୍ପୂର୍ଣ୍ଣ ଠପ୍ ହେବାର ଆଶଙ୍କା ଦେଖାଦେଇଛି । ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ମଧ୍ୟ ପ୍ରଭାବିତ ହେବାକୁ ଯାଉଥିବା ବେଳେ ଧାନ ମଣ୍ଡିରେ ମଧ୍ୟ ଏହି ବନ୍ଦର ପ୍ରଭାବ ପଡିଛି । ମଣ୍ଡି ମାନଙ୍କୁ ଟ୍ରକ ଆସୁନଥିବା ବେଳେ ଖୋଲା ଆକାଶ ତଳେ ହଜାର ହଜାର ବସ୍ତା ଧାନ ପଡିରହିବା କାରଣରୁ ଚାଷୀଙ୍କ ଚିନ୍ତା ବଢିଛି ।

ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ହେଉ ଅବା କଞ୍ଚାମାଲ ପରିବହନ ପଛରେ ଟ୍ରକ ପରିବହନର ଗୋଟିଏ ବଡ ଭୂମିକା ରହିଛି । ଷ୍ଟିଅରିଂ ଛାଡ ଆନ୍ଦୋଳନ ଯୋଗୁ ମାଲ ପରିବହନ ସେବା ବାଧାପ୍ରାପ୍ତ ହେବାର ଆଶଙ୍କା ଦେଖାଦେବା ସହ ଦରଦାମ ବୃଦ୍ଧି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଡ୍ରାଇଭର ମାନେ ନୂଆ ଆଇନକୁ ବିରୋଧ କରିବା ସହ କହିଛନ୍ତି, ତାଙ୍କ ରୋଜଗାର କମ୍ କିନ୍ତୁ ଯେଉଁ ପରିମାଣ ଜୋରିମାନାରେ ରହିଛି ତାହା ବହୁତ ଅଧିକ ରହିଛି । ସବୁ ସ୍ଥାନରେ ଦୁର୍ଘଟଣା ବଡ ଗାଡି ପାଇଁ ହୁଏ ନାହିଁ କିନ୍ତୁ ନ୍ୟାୟ ବ୍ୟବସ୍ଥା ପ୍ରଥମେ ବଡ ଗାଡିକୁ ଅଭିଯୁକ୍ତ ବୋଲି ଦର୍ଶାଉଥିବାରୁ ଡ୍ରାଇଭର ସଂଘ ଚିନ୍ତାବ୍ୟକ୍ତ କରିଛି ।

The post ରାଜ୍ୟ ସରକାରଙ୍କ ପ୍ରତାରଣା ସହ କେନ୍ଦ୍ରର ହିଟ୍ ଆଣ୍ଡ ରନ୍ ଆଇନକୁ ବିରୋଧ । ଆଜିଠୁ ଜୋରଦାର ହେବ ଡ୍ରାଇଭରଙ୍କ ଆନ୍ଦୋଳନ । first appeared on Kanak News.

from Kanak News
via <a href="https://ifttt.com/?

ଆସନ୍ତା ୨୭ ତାରିଖରେ ଲୋକାର୍ପିତ ହେବ ସମ୍ବଲପୁର ସମଲେଇ ପ୍ରକଳ୍ପ । ଏଥିପାଇଁ ଆଜିଠୁ ଆରମ୍ଭ ହୋଇଛି ଦେବ ନିମନ୍ତ୍ରଣ ପର୍ବ ।

କନକ ବ୍ୟୁରୋ: ଆସନ୍ତା ଜାନୁଆରୀ ୨୭ରେ ଲୋକାର୍ପିତ ହେବ ସମ୍ବଲପୁରର ସମଲେଇ ପ୍ରକଳ୍ପ । ଆଜିଠୁ ଆରମ ହୋଇଛି ଦେବ ନିମନ୍ତ୍ରଣ ପର୍ବ । ସକାଳ ୬ଟାରେ ମା’ଙ୍କ ପାଖରେ ପୂଜାର୍ଚ୍ଚନା ପରେ ଲୋକାପଣ ଉତ୍ସବ ପାଇଁ ଦେବ ନିମନ୍ତ୍ରଣ ପର୍ବ ଆରମ୍ଭ ହୋଇଛି । ପ୍ରଥମେ ମା ପଟନେଶ୍ୱରୀ, ମା ଦଶମତି, ମା ବାଟ ମଙ୍ଗଳା ଓ ବାବା ସୋମନାଥଙ୍କୁ ନିମନ୍ତ୍ରଣ କରାଯିବ । ପରେ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପାଇଁ ପ୍ରତିନିଧି ଦଳ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବେ ।

The post ଆସନ୍ତା ୨୭ ତାରିଖରେ ଲୋକାର୍ପିତ ହେବ ସମ୍ବଲପୁର ସମଲେଇ ପ୍ରକଳ୍ପ । ଏଥିପାଇଁ ଆଜିଠୁ ଆରମ୍ଭ ହୋଇଛି ଦେବ ନିମନ୍ତ୍ରଣ ପର୍ବ । first appeared on Kanak News.

from Kanak News
via <a href="https://ifttt.com/?

ଗଞ୍ଜାମ ଧରାକୋଟ ଢଉଗାଁ ନିକଟରେ ଦୁଇ ବସ୍ ମୁହାଁମୁହିଁ ଧକ୍କା । ଜଣେ ମୃତ, ୧୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ । ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର ।

କନକ ବ୍ୟୁରୋ: ଗଞ୍ଜାମ ଧରାକୋଟ ଢଉଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇ ବସ୍ ମୁହାଁମୁହିଁ ଧକ୍କାରେ ଜଣେ ମୃତ, ଏକାଧିକ ଯାତ୍ରୀ ଗୁରୁତର । ଆହତ ମାନଙ୍କୁ ପ୍ରଥମେ ଆସିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତକ ଜଣଙ୍କ ବସ ଡ୍ରାଇଭର କାଳିଆ ଗୌଡ ବୋଲି ପରିଚୟ ମିଳିଛି ।

ଭୁବନେଶ୍ୱରରୁ କାଲିମେଳା ଅଭିମୁଖେ ଯାଉଥିବା ‘ଦିଲଖୁସ’ ବସକୁ ଢଉଗାଁ ନିକଟରେ ସମ୍ମୁଖରୁ ଆସୁଥିବା ‘ହ୍ୱାଇଟ ହର୍ସ’ ବସ ମୁହାଁମୁହିଁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ‘ଦିଲଖୁସ’ ବସର ଡ୍ରାଇଭର କାଳିଆ ଗୌଡଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଉଦ୍ଧ୍ୱର୍ ଯାତ୍ରୀ ଗୁରୁତର ହୋଇଛନ୍ତି । ଦମକଳ ବାହିନୀ ସହାୟତାରେ ଆହତ ମାନଙ୍କୁ ଦୁର୍ଘଟଣା ସ୍ଥଳରୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତି କରାଯାଇଛି । ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ କରୁଥିବା ସୂଚନା ମିଳିଛି ।

The post ଗଞ୍ଜାମ ଧରାକୋଟ ଢଉଗାଁ ନିକଟରେ ଦୁଇ ବସ୍ ମୁହାଁମୁହିଁ ଧକ୍କା । ଜଣେ ମୃତ, ୧୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ । ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର । first appeared on Kanak News.

from Kanak News
via <a href="https://ifttt.com/?

କମାଲ କରି ଦେଖାଇଲେ ଭାରତୀୟ ନୌସେନା କମାଣ୍ଡୋ: ମାଲବାହୀ ଜାହାଜରୁ ସୁରକ୍ଷିତ ଉଦ୍ଧାର ହେଲେ ୧୫ ଭାରତୀୟ

କନକ ବ୍ୟୁରୋ: ସୋମାଲିଆ ଉପକୂଳରୁ ୧୫ ଜଣ ଭାରତୀୟଙ୍କ ସହ ୨୧ ଜଣ ନାବିକଙ୍କୁ ଉଦ୍ଧାର କଲେ ଭାରତୀୟ ନୌସେନାର ମାର୍କସ କମାଣ୍ଡୋ । ଉତର ଆରବ ସାଗରରୁ ମାଲବାହୀ ଜାହାଜକୁ ଅପହରଣ କରି ନେଇଥିଲେ ଜଳଦସ୍ୟୁ । ସେଥିରେ ଥିବା ୨୧ ଜଣଙ୍କୁ ଉଦ୍ଧାର କରାଯାଇଛି । ଜାହାଜ ଅପହରଣ କରାଯାଇଥିବା ସୂଚନା ପାଇବା ମାତ୍ରେ ତୁରନ୍ତ ଅପରେସନ୍ ଆରମ୍ଭ କରିଥିଲା ନୌସେନା । ମଝି ସମୁଦ୍ରରେ ସୋମାଲିଆ ଉପକୂଳ ଦେଇ ମାଲବାହୀ ଜାହାଜ ଯାଉଥିବା ସମୟରେ ଏହାକୁ ଅପହରଣ କରାଯାଇଥିଲା । ଅପହରଣ ହୋଇଥିବା ଜାହାଜାର ନାଁ ଏମଭି ଲୀଲା ନୋରଫୋକ । ଗୁୁରୁବାର ରାତିରେ ଏହି ଘଟଣା ଘଟିଥିଲା । କିଛି ସଶସ୍ତ୍ର ଜଳଦସ୍ୟୁ ହଠାତ୍ ଜାହାଜ ଭିତରେ ପ୍ରବେଶ କରି କ୍ରିୟୁ ସଦସ୍ୟଙ୍କୁ ବନ୍ଧକ କରିବା ସହ ଜାହାଜର ଗତିପଥକୁ ବଦଳାଇ ପଳାଇ ଯିବାକୁ ଉଦ୍ୟମ କରିଥିଲେ । ଏମାନଙ୍କ ମଧ୍ୟରେ ଥିଲେ ୧୫ଜଣ ଭାରତୀୟ । ସୂଚନା ପାଇବା ମାତ୍ରେ ଆକ୍ସନମୋଡକୁ ଆସିଥିଲା ଭାରତୀୟ ନୌସେନା । ଜାହାଜ ସହ ସମସ୍ତ କ୍ରିଉ ମେମ୍ବରଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଯୁଦ୍ଧ ଜାହାଜ ଆଇଏନଏସ ଚେନ୍ନାଇ ସେମାନଙ୍କୁ ପିଛା କରିଥିଲା । ଏଥିସହ ସେହି ଅଂଚଳରେ ଥିବା ମେରିଟାଇମ ସିକ୍ୟୁରିଟି ଟାସ୍କ ଫୋର୍ସର ବିଭିନ୍ନ ଏଜେନ୍ସିମାନଙ୍କ ସହିତ ଯୋଗାଯୋଗ କରାଯାଇଥିଲା । ଲୋହିତ ସାଗରରେ ଲଗାତାର ମାଲବାହୀ ଏବଂ ଯାତ୍ରୀବାହୀ ଜାହାଜକୁ ଟାର୍ଗେଟ କରୁଛି ହୁତୀ ବିଦ୍ରୋହୀ ସଂଗଠନ । ଏପଟେ ଆରବ ସାଗର ହୋଇଥିବା ଜାହାଜ ଅପହରଣରେ ଭାରତ କିଭଳି ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରୁଛି ଏହା ଉପରେ ସମସ୍ତଙ୍କ ନଜର ରହିଥିଲା । ନୌସେନାର ମାର୍କସ କମାଣ୍ଡୋଙ୍କ ଅପରେସନ୍ ପରେ ଭୟଭୀତ ହୋଇ ଜଳଦସ୍ୟୁ ଜାହଜକୁ ଛାଡ଼ି ଚାଲି ଯାଇଥିବା ଜଣାପଡିଛି । କାରଣ ଉଦ୍ଧାର ବେଳେ ଅପହରଣକାରୀ ଜାହାଜ ଭିତରେ ନଥିବା ସୂଚନା ମିଳିଛି ।

The post କମାଲ କରି ଦେଖାଇଲେ ଭାରତୀୟ ନୌସେନା କମାଣ୍ଡୋ: ମାଲବାହୀ ଜାହାଜରୁ ସୁରକ୍ଷିତ ଉଦ୍ଧାର ହେଲେ ୧୫ ଭାରତୀୟ first appeared on Kanak News.

from Kanak News
via <a href="https://ifttt.com/?

ବାଉନ ବଜାର ତେପନ ଗଳିରେ ଆଉ ଗଡୁନି ରିକ୍ସା: କଟକିଆଙ୍କ ପାଇଁ ଅଲୋଡ଼ା ହୋଇଗଲାଣି ତିନି ଚକିଆ ଯାନ

କନକ ବ୍ୟୁରୋ: ୫୨ ବଜାର ୫୩ ଗଳିରେ ଆଉ ଗଡୁନାହିଁ ରିକ୍ସା । କଟକିଆଙ୍କ ପାଇଁ ଅଲୋଡା ହୋଇଗଲାଣି ରିକ୍ସା । ଦଶହରା ମେଢରୁ ବାଲିଯାତ୍ରା ସବୁ ବେଳେ ଖୋଜା ପଡୁଥିବା ରିକ୍ସା ପ୍ରତି ଆଗ୍ରହ କମିଯାଉଛି । ପରିଶ୍ରମ ଅନୁସାରେ ପାରିଶ୍ରମିକ ମିଳୁନଥିବା କହୁଛନ୍ତି ରିକ୍ସା ଚାଳକ ।

ରିକ୍ସା । ହୁଏତ ଏବେ, ଆଧୁନିକ ଯୁଗର ଏକ ଅଲୋଡ଼ା ଯାନ । କଟକ ଭଳି ସହରରୁ ଯେମିତି ଉଭେଇ ଯାଉଛି, ରିକ୍ସା । ନାଁ ତା’ର ସ୍ୱର ଶୁଭୁଛି, ନା’ ଚାହିଦା ଅଛି । ଦିନ ଥିଲା, କଟକର ଗଳି କନ୍ଦିରେ ଘୁରି ବୁଲୁଥିଲା ରିକ୍ସା । ପୂଜା ଭିଡ଼ଠୁ ଆରମ୍ଭ କରି ବାଲିଯାତ୍ରା । ସହଜରେ ଗନ୍ତବ୍ୟ ସ୍ଥଳରେ ପହଂଚଯାଇ ଦେଉଥିଲା ଏହି ୩ ଚକିଆ ଯାନ । ହେଲେ ଯୁଗ ବଦଳିବା ସହ ବଦଳି ଯାଇଛି ପରିବହନର ମାଧ୍ୟମ ।

କୁନା ମଲ୍ଲିକ । ଦୀର୍ଘ ୪୦ ବର୍ଷ ଧରି କଟକ ସହରରେ ରିକ୍ସା ଚଲାଇ ଆସୁଛନ୍ତି । ରିକ୍ସାର ଉତ୍ଥାନରୁ ପତନ ସବୁ ଦେଖିଛନ୍ତି । ଏହି ରିକ୍ସା ଚଲାଇ ପିଲଙ୍କୁ ମଣିଷ କରିଛନ୍ତି, ଝିଅଙ୍କ ବିବାହ କରିଛନ୍ତି । ହେଲେ ଏବେ କିନ୍ତୁ ସ୍ଥିତି ବଦଳିଯାଇଛି । ରିକ୍ସା ଚଳାଇ ପରିବାର ପୋଷିବା ଏବେ ସଂଭବ ହେଉନାହିଁ । ଦିନ ଥିଲା କଟକରେ ହଜାର ହଜାର ସଂଖ୍ୟାରେ ରିକ୍ସା ଚାଲୁଥିଲା । ହେଲେ ଏବେ ସମୟ ବଦଳିଯାଇଛି ।

ଯେତେବେଳେ ସହରରେ ରିକ୍ସା ସଂଖ୍ୟା ଅଧିକ ଥିଲା ସେତେବେଳେ ମହାନଗର ନିଗମ ଫି ନେଇ ଲାଇସେନ୍ସ ଦେଉଥିଲା । ଲାଇସେନ୍ସ ପ୍ଲେଟ୍ର ଚିତ୍ର ଏବେ ବି ସାଇତା ରହିଛି । ହେଲେ ରିକ୍ସା ସଂଖ୍ୟା ବହୁ ମାତ୍ରାରେ କମୁଥିବା ଦେଖି ଗତ ୨୦୧୮ ରୁ ସମ୍ପୂର୍ଣ ଭାବେ ରିକ୍ସା ପାଇଁ ଲାଇସେନ୍ସ ଦେବା ସମ୍ପୂର୍ଣ ବନ୍ଦ୍ କରି ଦିଆଯାଇଛି ।ସହରରେ କିଛି ରିକ୍ସା ମାଲିକ ଏବେ ରିକ୍ସା ବିକି ଅନ୍ୟାନ୍ୟ ବ୍ୟବସାୟ କଲେଣି ତ ଆଉ କିଛି ମାଲିକଙ୍କ ପାଖେ ଏବେ ଅଳ୍ପ କେଇଖଣ୍ଡ ରିକ୍ସା ପଡ଼ି ରହିଛି ।

ବଦଳୁଥିବା ସମୟ ଅନୁସାରେ କଟକ ସହରରୁ ରିକ୍ସା ହୁଏତ ଲୋପ ପାଇଯିବ । ହେଲେ ରିକ୍ସା ଚାଳକଙ୍କ ଜୀବିକାର ବିକଳ୍ପ ଇ ରିକ୍ସା କେତେ ପୂରଣ କରିପାରିବ ତାହା ଆଗାମୀ ସମୟ ହିଁ କହିବ ।

The post ବାଉନ ବଜାର ତେପନ ଗଳିରେ ଆଉ ଗଡୁନି ରିକ୍ସା: କଟକିଆଙ୍କ ପାଇଁ ଅଲୋଡ଼ା ହୋଇଗଲାଣି ତିନି ଚକିଆ ଯାନ first appeared on Kanak News.

from Kanak News
via <a href="https://ifttt.com/?

ରହସ୍ୟ ଘେରରେ ଗ୍ୟାଙ୍ଗଷ୍ଟର ଗର୍ଲଫ୍ରେଣ୍ଡର ହତ୍ୟା ମାମଲା । ୩ଦିନ ବିତିଯାଇଥିଲେ ସୁଦ୍ଧା ମିଳୁନି ଦିବ୍ୟା ପାହୁଜାଙ୍କ ମୃତ ଶରୀର

କନକ ବ୍ୟୁରୋ : ମଡେଲ ଦିବ୍ୟା ପାହୁଜାଙ୍କ ହତ୍ୟାକାଣ୍ଡକୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା । ଜାନୁଆରୀ ୨ ତାରିଖରେ ଦିବ୍ୟାଙ୍କୁ ହତ୍ୟା ହୋଇଥିବାବେଳେ ଏପର୍ଯ୍ୟନ୍ତ ହତ୍ୟାକାଣ୍ଡର କୌଣସି ଗୁମର ଖୋଲି ପାରୁନାହିଁ ଦିଲ୍ଲୀ ଗୁରୁଗ୍ରାମ ପୋଲିସ । ୨୭ ବର୍ଷୀୟ ମଡେଲ ଦିବ୍ୟା ପାହୁଜା ଜାନୁଆରୀ ଦୁଇ ତାରିଖରୁ ନିଖୋଜ ଥିବା ପ୍ରଥମେ ଦିବ୍ୟାଙ୍କ ପରିବାର ଲୋକେ ଅଭିଯୋଗ କଲେ । ପରେ ସେହି ଦିନ ବିଳମ୍ବିତ ରାତିରେ ଗୁରୁଗ୍ରାମ ପୋଲିସକୁ ସୂଚନା ମିଳିଲା ଯେ ଦିବ୍ୟାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ହୋଟେଲ ସିଟି ପଏଂଟ୍ ରୁମ୍ ନମ୍ବର ୧୧୪ରେ ଦିବ୍ୟାଙ୍କୁ ହତ୍ୟା କରାଯାଇଥିବା ପୋଲିସକୁ ସୂଚନା ମିଳିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ରୁମ୍ ନମ୍ବର ୧୧୪ ଯାଂଚ କରିଥିବାବେଳେ ହତ୍ୟାକାଣ୍ଡର କୌଣସି ସୁରାକ ପାଇ ନଥିଲା   । ପରେ ଏହା ଏକ ମିଛ ଖବର ଭାବି ସେଠାରୁ ପଳାଇଥିଲା ପୋଲିସ ।

ଯେଉଁସ୍ଥାନରୁ ପୋଲିସ ଫେରି ଆସିଥିଲା, ଠିକ୍ ସେହି ସ୍ଥାନରେ ହିଁ ଦିବ୍ୟାଙ୍କୁ କରାଯାଇଥିଲା ହତ୍ୟା । ଗୁରୁଗ୍ରାମ ହୋଟଲ ସିଟି ପଏଂଟର ସିସିଟିଭି ଫୁଟେଜ୍ରୁ ସବୁ ସତ ପଦାକୁ ଆସିଛି । ୨ ଜାନୁଆରୀ ଅର୍ଥାତ୍ ମଙ୍ଗଳବାର ସନ୍ଧ୍ୟାରେ ହୋଟେଲ ସିଟି ପଏଂଟ୍ ମାଲିକ ଅଭିଜିତ ସିଂହଙ୍କ ସହ ଦିବ୍ୟା ଓ ଅନ୍ୟଜଣେ ବ୍ୟକ୍ତି ହୋଟେଲକୁ ଆସିଥିଲେ । ରିସେସପସନ୍ରେ କିଛି ସମୟ କଥା ହେବା ପରେ ଭିତରକୁ ଚାଲିଯାଇଥିବା ଦେଖିବାକୁ ମିଳିଛି । ଏହାର କିଛି ଘଂଟା ପରେ ହୋଟେଲ କରିଡରରେ ଅଭିଜୀତ ଓ ତାଙ୍କ ସହଯୋଗୀ ଦିବ୍ୟାଙ୍କ ମୃତଦେହକୁ ଘୋଷାଡି ଘୋଷାଡି ନେଉଥିବା ସିସିଟିଭି ଫୁଟେଜ୍ରେ ଦେଖିବାକୁ ମିଳିଛି । ଆଉ ଏଥିରୁ ସ୍ପଷ୍ଟ ହୋଇଯାଇଛି ଯେ ଦିବ୍ୟା ପାହୁଜାଙ୍କୁ ହତ୍ୟା କରିଛନ୍ତି ଅଭିଜୀତ ସିଂହ । ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ ଅଭିଜୀତ ଓ ତାଙ୍କ ଦୁଇ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ ।

ଦିବ୍ୟାଙ୍କ ହତ୍ୟା ନେଇ ପ୍ରଥମେ ପୋଲିସକୁ ଖବର ମିଳିଥିଲା । ହୋଟେଲ ସିଟି ପଏଂଟ୍ ରୁମ୍ ନମ୍ବର ୧୧୪ରେ ହତ୍ୟା ହୋଇଥିବା ନେଇ ପୋଲିସକୁ ସୂଚନା ମିଳିଥିଲା । ଖବର ପାଇ ତୁରନ୍ତ ସେଠାରେ ପୋଲିସ ପହଁଚିଥିଲା ସତ । ମାତ୍ର ୧୧୪ ନମ୍ବର ବୁଲି ଦେଖି ସେଠାରୁ ପଳାଇ ଯାଇଥିଲା । ହେଲେ ପ୍ରକୃତରେ ହତ୍ୟାକାଣ୍ଡ ଘଟିଥିଲା ରୁମ୍ ନମ୍ବର ୧୧୧ରେ । ଯାହା ହତ୍ୟାକାରୀକୁ ମୃତଦେହ ଠିକଣା ଲଗେଇବାକୁ ଦେଇଥିଲା ସୁବର୍ଣ୍ଣ ସୁଯୋଗ । ପୋଲିସ୍ ହୋଟେଲରୁ ଚାଲିଯିବା ପରେ ତୁରନ୍ତ ଅଭିଜୀତ ନିଜର କିଛି ସହଯୋଗୀଙ୍କୁ ଦିବ୍ୟାଙ୍କ ମୃତଦେହ ଠିକଣା ଲଗାଇବାକୁ କହିଥିଲେ । ଏଥିପାଇଁ ୧୦ ଲକ୍ଷ ଟଙ୍କା ଓ ନିଜ ବିଏମ୍ଡବ୍ଲ୍ୟୁ ଗାଡିର ଚାବି ବି ଦେଇ ଦେଇଥିଲେ ଅଭିଜୀତ । ସେହି ବିଏମ୍ଡବ୍ଲୁ ଗାଡି ହରିଆଣାରୁ ଜବତ ହୋଇ ଯାଇଛି । ମାତ୍ର ଦିବ୍ୟାଙ୍କ ମୃତଦେହର କୌଣସି ସୁରାକ୍ ମିଳିନାହିଁ । ଗାଡିରେ ରକ୍ତର କିଛି ବୁନ୍ଦା ମିଳିଛି ପୋଲିସକୁ ।

ଏ ଯୁବତୀ ଜଣଙ୍କ ହେଉଛି ଗ୍ୟାଙ୍ଗ୍୍ଷ୍ଟର ସନ୍ଦୀପ ଗୋଡଲିଙ୍କ ମହିଳା ବନ୍ଧୁ ଦିବ୍ୟା ପାହୁଜା । ଜଣେ ମଡେଲ ଭାବେ ପରିଚତ ଦିବ୍ୟା । ଫେବୃଆରୀ, ୨୦୧୬ରେ ମୁମ୍ବାଇର ଏକ ହୋଟେଲରେ ଗୋଡଲିଙ୍କୁ ଗୁରୁଗ୍ରାମ ପୁଲିସ ଏନକାଉଂଟର କରି ହତ୍ୟା କରିଥିଲା । ସେହି ସମୟରେ ଗ୍ୟାଙ୍ଗ୍୍ଷ୍ଟର ସନ୍ଦୀପଙ୍କ ସହ ଥିଲେ ତାଙ୍କ ଗାର୍ଲଫେଣ୍ଡ ଦିବ୍ୟା ପାହୁଜା । ପରେ ମୁମ୍ବାଇ ପୁଲିସକୁ ଦିବ୍ୟାର ଜିମା ଦିଆଯାଇଥିଲା । ୭ ବର୍ଷ ଜେଲରେ ରହିବା ପରେ ୬ ମାସ ତଳେ ଦିବ୍ୟା ଜାମିନରେ ଜେଲରୁ ମୁକୁଳିଥିଲେ । କିନ୍ତୁ ମଙ୍ଗଳବାର ରାତିରେ ହରିଆଣାର ଗୁରୁଗ୍ରାମରେ ଏକ ହୋଟେଲରେ ଦିବ୍ୟାକୁ ଗୁଳି କରି ହତ୍ୟା କରାଯାଇଛି ।

The post ରହସ୍ୟ ଘେରରେ ଗ୍ୟାଙ୍ଗଷ୍ଟର ଗର୍ଲଫ୍ରେଣ୍ଡର ହତ୍ୟା ମାମଲା । ୩ଦିନ ବିତିଯାଇଥିଲେ ସୁଦ୍ଧା ମିଳୁନି ଦିବ୍ୟା ପାହୁଜାଙ୍କ ମୃତ ଶରୀର first appeared on Kanak News.

from Kanak News
via <a href="https://ifttt.com/?

ଟି-୨୦ ବିଶ୍ୱକପ ପାଇଁ ଆସିଲା ମ୍ୟାଚ ସୂଚୀ: ଜୁନ ୯ରେ ଭାରତ-ପାକିସ୍ତାନ ମ୍ୟାଚ

କନକ ବ୍ୟୁରୋ: ଚଳିତ ବର୍ଷ ହେବାକୁ ଥିବା ଟ-୨୦ ବିଶ୍ୱକପ ପାଇଁ ମ୍ୟାଚ ସୂଚୀ ପ୍ରକାଶ ପାଇଛି । ୨୦୨୪ ବିଶ୍ୱକପରେ ମୋଟ ୫୫ଟି ମ୍ୟାଚ ଖେଳାଯିବ । ଯାହା ୱେଷ୍ଟଇଣ୍ଡିଆ ଓ ୟୁଏସଏର ୯ଟି ଷ୍ଟାଡିୟମରେ ଖେଳାଯିବ । ଏହାର ପ୍ରଥମ ମ୍ୟାଚ ଜୁନ ୧ ତାରିଖରେ କାନାଡା ଓ ୟୁଏସଏ ମଧ୍ୟରେ ଖେଳାଯିବ । ସେହିପରି ୨୬ ଓ ୨୭ ଜୁନରେ ସେମିଫାଇନାଲ ମ୍ୟାଚ ଖେଳାଯିବ । ଆଉ ଫାଇନାଲ ମ୍ୟାଚ ୨୯ ଜୁନ୍ ବାରବାଡୋସରେ ଖେଳାଯିବ । ସେମିଫାଇନାଲ ଓ ଫାଇନାଲ ମ୍ୟାଚ ପାଇଁ ରିଜର୍ଭ ଡେ ମଧ୍ୟ ରଖାଯାଇଛି ।

https://platform.twitter.com/widgets.js

ଟିମ ଇଣ୍ଡିଆ ଗ୍ରୁପ ଏରେ ରହିଛି । ଭାରତ ସହ ଏହି ଗ୍ରୁପରେ ଆୟର୍ଲାଣ୍ଡ, ପାକିସ୍ତାନ, ୟୁଏସଏ ଓ କାନାଡା ରହିଛନ୍ତି । ସେହିପରି ଭାରତ ତାର ପ୍ରଥମ ମ୍ୟାଚ ଜୁନ ୫ ତାରିଖରେ ଆୟର୍ଲାଣ୍ଡ ସହ ଖେଳିବ । ଆଉ ଦ୍ୱିତୀୟ ମୁକାବିଲା ଜୁନ ୯ରେ ପାକିସ୍ତାନ ସହ ରହିଛି । ଯେଉଁ ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିବ ।

https://platform.twitter.com/widgets.js

The post ଟି-୨୦ ବିଶ୍ୱକପ ପାଇଁ ଆସିଲା ମ୍ୟାଚ ସୂଚୀ: ଜୁନ ୯ରେ ଭାରତ-ପାକିସ୍ତାନ ମ୍ୟାଚ first appeared on Kanak News.

from Kanak News
via <a href="https://ifttt.com/?

ଦିଲ୍ଲୀ ସରକାରଙ୍କ ଉପରେ ବିପଦର କଳାବାଦଲ । ମୋହଲ୍ଲା କ୍ଲିନିକ ଦୁର୍ନୀତି ମାମଲାର ହେବ ସିବିଆଇ ତଦନ୍ତ

କନକ ବ୍ୟୁରୋ : ଦିଲ୍ଲୀ ସରକାରଙ୍କ ଉପରେ ସମସ୍ୟାର କଳା ବାଦଲ । ଏକ୍ସସାଇଜ ପଲିସି ଦୁର୍ନୀତି ଜାଲରେ ଛନ୍ଦି ହୋଇଥିବା କେଜ୍ରିୱାଲ ସରକାରଙ୍କ ଉପରେ ଆସିଛି ନୂଆ ଅଭିଯୋଗ । ଦିଲ୍ଲୀର ମୋହଲ୍ଲା କ୍ଲିନିକରେ ବଡ ଧରଣର ଦୁର୍ନୀତି ଅଭିଯୋଗ ଆସିବା ସହ ଏବେ ଏହାର ହେବ ସିବିଆଇ ତଦନ୍ତ । ଗୁରୁବାର ଉପ-ରାଜ୍ୟପାଳ ଭିକେ ସକସେନା ଦୁର୍ନତୀ ଅଭିଯୋଗ ଆଣିବା ସହ ସିବିିଆଇ ତଦନ୍ତ ପାଇଁ ଯେଉଁ ସୁପାରିଶ କରିଥିଲେ । ଯାହାକୁ ମିଳିଛି ସବୁଜ ସଂକେତ ଦେଇଛନ୍ତି । ଉପରାଜ୍ୟପାଳ ଅଭିଯୋଗ କରିଛନ୍ତି ଯେ ମୋହଲ୍ଲା କ୍ଲିନିକରେ ବଡ ଧରଣର ଦୁର୍ନତୀ କରାଯାଇଛି । ଚିକିତ୍ସା ନାଁରେ ୨୩ହଜାର ଲୋକଙ୍କୁ ମିଛରେ ରୋଗୀ ସଜାଯାଇ ଡାକ୍ତରଖାନାରେ ଭର୍ତି କରାଯାଇଛି । ନକଲି ଔଷଧ ଓ ପାଥୋ ଲ୍ୟାବର ବ୍ୟବହାର କରାଯାଇ କୋଟି କୋଟି ଟଙ୍କାର ଲୁଟ କରିଛନ୍ତି କେଜ୍ରିୱାଲ ସରକାର । ଏନେଇ ଉପ-ରାଜ୍ୟପାଳ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ । ଡିସେମ୍ବର ୨୩ ତାରିଖରେ ଉପରାଜ୍ୟପାଳ ଏକଥା ମଧ୍ୟ ଅଭିଯୋଗ କରିଥିଲେ ଯେ ଦି୍ଲ୍ଲୀର ସରକାରୀ ଡାକ୍ତରଖାନାରେ ନକଲି ଔଷଧ ଦିଆଯାଉଛି । ମୁଖ୍ୟ ଶାସନ ସଚିବ ନରେଶ କୁମାରଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

The post ଦିଲ୍ଲୀ ସରକାରଙ୍କ ଉପରେ ବିପଦର କଳାବାଦଲ । ମୋହଲ୍ଲା କ୍ଲିନିକ ଦୁର୍ନୀତି ମାମଲାର ହେବ ସିବିଆଇ ତଦନ୍ତ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started