ମଝି ସମୁଦ୍ରରେ ମାଲାବାହୀ ଜାହାଜକୁ ଅପହରଣ । ଜାହାଜରେ ୧୫ଜଣ କ୍ରିୟୁ ସଦସ୍ୟ ଥିବା ସୂଚନା

କନକ ବ୍ୟୁରୋ : ମଝି ସମୁଦ୍ରରେ ମାଲବାହୀ ଜାହାଜ ଅପହରଣ । ସୋମାଲିଆ ଉପକୂଳ ଦେଇ ଏକ ମ।।ଲବାହୀ ଜାହାଜ ଯାଉଥିବା ସମୟରେ ଏହାକୁ ଅପହରଣ କରାଯାଇଥିବା ଜଣାପଡିଛି । ଗୁୁରୁବାର ମଝି ରାତିରେ ଜାହାଜକୁ ଅପହରଣ କରିଛନ୍ତି ଅଜ୍ଞାତ । ମିଳିଥିବା ସୂଚନା ଅନୁସାରେ ଅସ୍ତ୍ରଶସ୍ତ୍ର ଧରି ୫ରୁ ୬ଜଣ ଅଜ୍ଞାତ ଜାହାଜରେ ପ୍ରବେଶ କରି କ୍ରିୟୁ ସଦସ୍ୟଙ୍କୁ ବନ୍ଧକ କରିବା ସହ ଜାହାଜର ଗତିପଥକୁ ବଦଳାଇ ଦେଇଛନ୍ତି ।

ସେପଟେ କ୍ରିୟୁ ସଦସ୍ୟଙ୍କ ଭିତରେ ୧୫ଜଣ ଭାରତୀୟ ରହିଥିବା ଜଣାପଡିଛି । ଖବର ମିଳିବା ପରେ ଆକ୍ସନମୋଡକୁ ଆସିଛି ଭାରତୀୟ ନୌସେନା । ଜାହାଜକୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଅପହରଣ ସ୍ଥାନ ମୁହାଁ ହୋଇଛି ଯୁଦ୍ଧ ଜାହାଜ ଆଇଏନଏସ ଚେନ୍ନାଇ । ଅପହରଣ ହୋଇଥିବା ଜାହାଜାର ନାଁ ଏମଭି ଲୀଲା ନୋରଫୋକ ଓ ଏଥିରେ ୧୫ଜଣ ଭାରତୀୟ ଅଛନ୍ତି । । ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ତୁରନ୍ତ ଯୁଦ୍ଧ ଜାହାଜ ପଠାଇଛି ଭାରତୀୟ ସେନା । ଏଥିସହ ସେହି ଅଂଚଳରେ ଥିବା ମେରିଟାଇମ ସିକ୍ୟୁରିଟି ଟାସ୍କ ଫୋର୍ସର ବିଭିନ୍ନ ଏଜେନ୍ସିମାନଙ୍କ ସହିତ ଯୋଗାଯୋଗରେ ରହିଛି ଭାରତୀୟ ସେନା ।

ବିପଦପୂର୍ଣ୍ଣ ବା ଅପହରଣ ସମ୍ଭାବନା ଥିବା ଅଂଚଳ ଦେଇ ଯାଉଥିବା ଜାହାଜଗୁଡିକର ସୁରକ୍ଷା କରିବା ପାଇଁ ବିଦେଶୀ ରାଷ୍ଟ୍ରମାନଙ୍କୁ ପ୍ରତିଶ୍ରୁତି ଦେଇଛି ଭାରତ । ଏହା ଭିତରେ ଲିବେରିଆ ପଂଜୀକୃତ ଏହି ଜାହାଜକୁ ବଂଚାଇବାକୁ ଆଗେଇ ଆସିଛି ଦେଶ । ସେପଟେ ମଝି ସମୁଦ୍ରରେ ଜାହାଜ ଅପହରଣ ଘଟଣା ଦିନକୁୁ ଦିନ ବଢ଼ିବାରେ ଲାଗିଛି । ଲୋହିତ ସାଗରରେ ଲଗାତାର ମାଲବାହୀ ଯାତ୍ରୀବାହି ଜାହାଜକୁ ଟାର୍ଗେଟ କରୁଛି ହୁତୀ ବିଦ୍ରୋହୀ ସଂଗଠନ । ବର୍ତମାନ ଆରବ ସାଗର ହୋଇଥିବା ଜାହାଜ ଅପହରଣରେ ଭାରତ କିଭଳି ଭାରତୀୟଙ୍କ ସମେତ ସମସ୍ତଙ୍କ ସୁରକ୍ଷିତ ଉଦ୍ଧାର କରୁଛି ଏହା ଉପରେ ସମସ୍ତଙ୍କ ନଜର ରହିଛି ।

The post ମଝି ସମୁଦ୍ରରେ ମାଲାବାହୀ ଜାହାଜକୁ ଅପହରଣ । ଜାହାଜରେ ୧୫ଜଣ କ୍ରିୟୁ ସଦସ୍ୟ ଥିବା ସୂଚନା first appeared on Kanak News.

from Kanak News
via <a href="https://ifttt.com/?

ପଶ୍ଚିମବଙ୍ଗରେ ଇଡି ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ । ଗାଡିକୁ ଚାରିପଟୁ ଘେରି ଇଡି ଅଧିକାରୀଙ୍କୁ ନିସ୍ତୁକ ପିଟିଲେ ଗ୍ରାମବାସୀ

କନକ ବ୍ୟୁରୋ : ପଶ୍ଚିମବଙ୍ଗ ୨୪ ପ୍ରଗଣାରୁ ଆସିଛି ଅଭାବନୀୟ ଘଟଣା । ଟିଏମସି ନେତାଙ୍କ ଘରକୁ ଚଢ଼ାଉ ପାଇଁ ଯାଉଥିବା ସମୟରେ ଇଡି ଅଧିକାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇଛି । ଅଧିକାରୀ ଓ ସୁରକ୍ଷାକର୍ମୀଙ୍କୁ ପ୍ରାୟ ୨ଶହ ଗ୍ରାମବାସୀ ଚାରିପଟୁ ଘେରିବା ସହ ନିସ୍ତୁକ ମାଡ ମାରିଥିବା ଜଣାପଡିଛି । ଘଟଣାର ଏନଆଇଏ ତଦନ୍ତ ଦାବି କରି ଗୃହମନ୍ତ୍ରାଳୟକୁ ଚିଠି ଲେଖିଛି ପଶ୍ଚିମବଙ୍ଗ ପ୍ରଦେଶ ବିଜେପି ।

The post ପଶ୍ଚିମବଙ୍ଗରେ ଇଡି ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ । ଗାଡିକୁ ଚାରିପଟୁ ଘେରି ଇଡି ଅଧିକାରୀଙ୍କୁ ନିସ୍ତୁକ ପିଟିଲେ ଗ୍ରାମବାସୀ first appeared on Kanak News.

from Kanak News
via <a href="https://ifttt.com/?

ଚୀନ ଖବରକାଗଜରେ ଭାରତର ପ୍ରଂଶସା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱକୁ ପ୍ରଂଶସାରେ ପୋତିଲା ଗ୍ଲୋବାଲ ଟାଇମ୍ସ

କନକ ବ୍ୟୁରୋ : ଚୀନ ଖବରକାଗଜରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଂଶସା । ଗ୍ଲୋବାଲ ଟାଇମ୍ସରେ ମୋଦୀଙ୍କ ନୀତିକୁ ପ୍ରଂଶସା କରିବା ସହ ବିଶ୍ୱ ଦରବାରରେ ଭାରତ ଶକ୍ତି ବଢ଼ୁଥିବା ଏକ ଆଲେଖ୍ୟ ପ୍ରକାଶ ପାଇଛି । ଭାରତର ବିକାଶ ଓ ପ୍ରଗତିି ପଛରେ ମୋଦୀଙ୍କ ବିଦେଶ ନୀତି, କୁଟନୀତି ସମ୍ପର୍କ, ନେତୃତ୍ୱ ଥିବା ଗ୍ଲୋବାଲ ଟାଇମ୍ସ ଆଲେଖ୍ୟରେ କୁହଯାଇଛି । ସାଂଘାଇର ଫୁଡନ ବିଶ୍ୱବିଦ୍ୟାଳୟର ସେଂଟର ଫର ସାଉଥ ଏସିଆନ ଷ୍ଟଡିଜର ନିର୍ଦ୍ଦେଶକ ଝାଂଗ ଜିୟାଡୋଙ୍ଗଙ୍କ ଦ୍ୱାରା ଲିଖିତ ଆଲେଖ୍ୟ ଗ୍ଲୋବାଲ ଟାଇମ୍ସରେ ପ୍ରକାଶ ପାଇଛି । ଯେଉଁଥିରେ ଭାରତର ଗତ ୪ବର୍ଷର ସଫଳତା ଓ ଉପଲବ୍ଧି କଥାକୁ ସ୍ଥାନ ଦିଆଯାଇଛି । ଭାରତ ଓ ମୋଦୀ ସରକାରଙ୍କ ପ୍ରଂଶସା କରାଯିବା ସହ ବର୍ତମାନ ଫୁଡନ କହିଛନ୍ତି ବିଗତ କିଛି ଦିନ ଭିତରେ ଭାରତ ଓ ଚୀନ କୁଟନୀତି ସର୍ମ୍ପକ ମଧ୍ୟରେ ସୁଧାର ଆସିଛି ।

The post ଚୀନ ଖବରକାଗଜରେ ଭାରତର ପ୍ରଂଶସା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱକୁ ପ୍ରଂଶସାରେ ପୋତିଲା ଗ୍ଲୋବାଲ ଟାଇମ୍ସ first appeared on Kanak News.

from Kanak News
via <a href="https://ifttt.com/?

ମେଣ୍ଟଫାଟ କମ କରିବାକୁ ନରମିଲା କଂଗ୍ରେସ । କେବଳ ୨୫୫ ଆସନ ସହ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ନିଷ୍ପତି

କନକ ବ୍ୟୁରୋ : ଆଗକୁ ଲୋକସଭା ନିର୍ବାଚନ । ଏଯାଏଁ ଇଣ୍ଡିଆ ମେଂଟରେ ଛିଣ୍ଡିପାରୁନି ଆସନ ଭାଗବଂଟା । ସହଯୋଗୀ ଦଳ ନିଜ ନିଜ ଆସନ ପାଇଁ ଜିଦରେ ଅଟଳ ଥିବାବେଳେ କଂଗ୍ରେସ ନରମ ପଡୁଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଲୋକସଭା ନିର୍ବାଚନରେ କଂଗ୍ରେସ ଏଥରକ କେବଳ ୨୫୫ ଆସନରେ ଲଢ଼ିବ । ଯେଉଁଥିରେ ଟୁଇଷ୍ଟ ଆଣିବ ଭାରତ ଯୋଡ ନ୍ୟାୟ ଯାତ୍ରା । ସୂଚନା ଅନୁସାରେ ଲୋକସଭା ଆସନକୁ ଦୃଷ୍ଟିରେ ରଖି କଂଗ୍ରେସ ଭାରତ ଯୋଡ଼ ନ୍ୟାୟଯାତ୍ରାର ରୁଟ୍ ସ୍ଥିର କରିଛି । ଯେଉଁଠି ଅଧିକ ଲୋକସଭା ଆସନ ରହିଛି ସେହି ଅଂଚଳରେ ପହଁଚିବ କଂଗ୍ରେସ ପଦଯାତ୍ରା । ୧୫ରାଜ୍ୟର ୧୧୦ ଜିଲ୍ଲା ଦେଇ ଅତିକ୍ରମ କରିବ ଭାରତ ଯୋଡ଼ ନ୍ୟାୟ ଯାତ୍ରା । ଯେଉଁଠି ରହିଛି ଶହେରୁ ଅଧିକ ଲୋକସଭା ଆସନ । ନିଜେ ରାହୁଲ ଗାନ୍ଧୀ ଏଠାରେ ପହଁଚି ଜନତାଙ୍କ ସହ ଯୋଡ଼ି ହେବେ । ତେଣୁ କୁହାଯାଉଛି ଆସନ ହାତେଇବା ପାଇଁ ଭାରତ ଯୋଡ ନ୍ୟାୟ ଯାତ୍ରାର ରୁଟ ସ୍ଥିର କରାଯାଇଛି । ଯଦି ଆବଶ୍ୟକ ପଡେ ଯାତ୍ରାର ଗତିପଥରେ ସାମାନ୍ୟ ପରିବର୍ତ୍ତନ କରିବାକୁ ଦଳ ଯୋଜନା କରୁଛି ।

ଗୁରୁବାର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଓ ମହାସଚିବ ୫ଜଣ ସଦସ୍ୟ ବିଶିଷ୍ଠ ମେଂଟ ସମିତି ସହ ବୈଠକ କରିଥିଲେ । କେଉଁ ଦଳ କେତେ ଆସନରେ ଲଢ଼ିବା ଉଚିତ ହେବ ଏନେଇ ସମିତି ସହ ବିଚାର ବିମର୍ଶ କରିଥିଲେ । ଏଥରକ ଆସନ ଲୋଭ ଛାଡି କେବଳ ୨୫୫ ଆସନରେ ଲଢ଼ିବା ପାଇଁ କଂଗ୍ରେସ ବିଚାର କରୁଥିବା ଜଣାପଡିଛି ।

୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ୪୨୧ ଆସନରେ ନିର୍ବାଚନ ଲଢ଼ିଥିଲା । ଯେଉଁଥିରେ କେବଳ ୫୨ ଆସନରେ ଦଳ ଜିତିଥିଲା । ୨୦୧୯ରେ କଂଗ୍ରେସ ବିହାରରେ ଆରଜେଡି ସହ, ମହାରାଷ୍ଟ୍ରରେ ଏନସିପି, କର୍ଣ୍ଣାଟକରେ ଜେଡିଏସ, ତାମିଲନାଡୁରେ ଡିଏମକେ ଓ ଝାଡ଼ଖଣ୍ଡରେ ଜେଏମଏମ ସହ ମେଂଟ କରି ନିର୍ବାଚନ ଲଢ଼ିଥିଲା । ପଂଜାବ,ଉତରପ୍ରଦେଶ ଓ ପଶ୍ଚିମବଙ୍ଗରେ ମେଂଟ କଲେ କଂଗ୍ରେସକୁ କିଛି ଆସନ ଛାଡିବାକୁ ପଡିପାରେ ।

ବାରମ୍ବାର ଇଣ୍ଡିଆ ମେଂଟ ବୈଠକ ବସୁଛି ତଥାପି ଆସନ ଭାଗବଂଟା ନେଇ କୌଣସି ନିଷ୍କର୍ସ ବାହାରିପାରୁନି । ଏହାର ପ୍ରମୁଖ କାରଣ ମେଂଟର ଆଭ୍ୟନ୍ତରୀଣ କନ୍ଦଳ ଥିବା ସ୍ପଷ୍ଟ ହେଉଛି । ଟିଏମସି, ସମାଜବାଦି ପାର୍ଟି ଓ ଆମ ଆଦମି ପାର୍ଟି କିଛି ଆସନରେ ଏକାକୀ ଲଢ଼ିବା ନେଇ ଘୋଷଣା କରିବା ପରେ ମେଂଟର ଚିନ୍ତା ବଢ଼ଛି ।

ସମସ୍ତଙ୍କୁ ଏକାଠି ନେଇ କିଭଳି ସାଧାରଣ ନିର୍ବାଚନକୁ ସୁରକ୍ଷିତ ଭାବେ ଲଢ଼ିବ ସେନେଇ କସରତ କରୁଛି କଂଗ୍ରେସ । ଅସନ୍ତୁଷ୍ଟ ସହଯୋଗୀ ଦଳଙ୍କୁ ମନେଇବା ପାଇଁ ଏଥର କିଛି ଆସନ ଛାଡି କେବଳ ୨୫୫ ଆସନରେ ଲଢ଼ିବା ନିଷ୍ପତି କଂଗ୍ରେସକୁ କେତେଦୂର ସଫଳତା ଦେଉଛି ତାହା ନିର୍ବାଚନୀ ଫଳାଫଳରେ ଜଣାପଡିବ ।

The post ମେଣ୍ଟଫାଟ କମ କରିବାକୁ ନରମିଲା କଂଗ୍ରେସ । କେବଳ ୨୫୫ ଆସନ ସହ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ନିଷ୍ପତି first appeared on Kanak News.

from Kanak News
via <a href="https://ifttt.com/?

ହାତରେ ଆଉ ସମୟ କମ୍: ୧୧ ତାରିଖ ସୁଦ୍ଧା ସରିବ ଶ୍ରୀମନ୍ଦିର ପରିକ୍ରମା କାମ

କନକ ବ୍ୟୁରୋ: ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ଚଳଚଂଚଳ ହୋଇପଡ଼ିଛି ଶ୍ରୀକ୍ଷେତ୍ର । ଏହି ପରିପ୍ରେକ୍ଷୀରେ ପ୍ରକଳ୍ପର ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଆସନ୍ତାକାଲି ଠାରୁ ପ୍ରତି ପଂଚାୟତରେ ବୁଲିବ ପ୍ରଚାର ରଥ । ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ଦିନ ବ୍ଲାଙ୍କେଟ ସିକ୍ୟୁରିଟି ଭିତରେ ରହିବ ଶ୍ରୀକ୍ଷେତ୍ର । ସେପଟେ ସମଙ୍ଗ ଠାରେ ନୂଆକରି ହୋଇଥିବା ପାର୍କିଂ ସ୍ଥଳରେ ପାର୍କିଂ କରି ସେହିଠାରୁ ହିଁ ଜଗନ୍ନାଥବଲ୍ଲଭ ଓ ଶ୍ରୀଦାଣ୍ଡ ଦେଇ ପ୍ରକଳ୍ପ ଦେଖିବାକୁ ଯିବେ ନିମନ୍ତ୍ରିତ ଭକ୍ତ ।

ପୁରୀରେ ବିଭିନ୍ନ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରିବା ପରେ ଗଣମାଧ୍ୟମକୁ ଏହି ସୂଚନା ଛନ୍ତି ମୁଖ୍ୟ ଶାସନ ସଚିବ । ପୁରୀ ଗସ୍ତରେ ଯାଇଥିବା ମୁଖ୍ୟ ଶାସନ ସଚିବ ପ୍ରକଳ୍ପ, ଶ୍ରୀଦାଣ୍ଡ, ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ବୁଲି ଦେଖିଛନ୍ତି । ଏହା ସହ ସମଙ୍ଗରେ ହୋଇଥିବା ପାର୍କିଂ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି । ସେହିପରି ଦେଶ ବିଦେଶରୁ ଆସିବାକୁ ଥିବା ଭକ୍ତଙ୍କ ପାଇଁ କ’ଣ କ’ଣ ସୁବିଧା କରାଯାଇଛି, ସେ ସମ୍ବନ୍ଧରେ ବିସ୍ତୁତ ସୂଚନା ଦେଇଛନ୍ତି ପ୍ରଦୀପ କୁମାର ଜେନା ।

ସେପଟେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ କଡ଼ାକଡ଼ି ହେବ ସୁରକ୍ଷା ବ୍ୟବସ୍ଥା
– ୧୧ ତାରିଖ ସୁଦ୍ଧା ପ୍ରକଳ୍ପର କାର୍ଯ୍ୟ ପ୍ରଶାସନକୁ ହସ୍ତାନ୍ତର କରାଯିବ
– ୧୪ ତାରିଖ ସୁଦ୍ଧା ପୋଲିସ ପ୍ରଶାସନକୁ ସୁରକ୍ଷା ବ୍ୟବସ୍ତା ହସ୍ତାନ୍ତର କରାଯିବ
– ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପୂର୍ବରୁ ଶୌଚାଳୟ ଓ ବିଶ୍ରାମଗାରର କାର୍ଯ୍ୟ ସମ୍ପୂର୍ଣ୍ଣ ହେବ
– ଜାନୁଆରୀ ୧୨ ତାରିଖରେ ଶ୍ରୀସେତୁର ତୋରଣ ଲୋକାର୍ପିତ ହେବ
– ବ୍ଲାନ୍କେଟ୍ ସୁରକ୍ଷା ଭିତରେ ରହିବ ପୁରୀ
– ଭିଭିଆଇପି ଓ ସାଧାରଣ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
– ସିସିଟିଭି ବଳୟରେ ରହିବ ପୂରା ସହର
– ଟ୍ରାଫିକ ପରିଚାଳନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
– ବିଭିନ୍ନ ସ୍ଥାନରେ ମହଜୁଦ ରହିବେ ଅଗ୍ନିଶମ ଅଧିକାରୀ

ସେପଟେ ପଟେ ଆସନ୍ତାକାଲି ଠାରୁ ପ୍ରତି ପଂଚାୟତରେ ବୁଲିବ ଶ୍ରୀଜଗନ୍ନାଥ ପ୍ରଚାର ରଥ । ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ପରେ ଭକ୍ତଙ୍କ ଠାରୁ ସଂଗୃହୀତ ଗୁଆ, ଚାଉଳ ଗୁଡ଼ିକୁ ମହାପ୍ରଭୁଙ୍କ କାର୍ଯ୍ୟରେ ବ୍ୟବହୃତ କରାଯିବ ।

ଆସନ୍ତା ଜାନୁଆରୀ ୧୭ ତାରିଖରେ ଗୋଟିଏ ପଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ହେବାକୁ ଯାଉଥିବା ବେଳେ ଅନ୍ୟପଟରେ ସମଙ୍ଗର ବିଶ୍ୱସ୍ତରୀୟ ପାର୍କିଂ ଓ ଓଡ଼ିଶାର ପ୍ରଥମ ଟ୍ରମ୍ପେଟ୍ ବ୍ରିଜ ଶ୍ରୀସେତୁ ମଧ୍ୟ ଲୋକାର୍ପିତ ହେବ ।

The post ହାତରେ ଆଉ ସମୟ କମ୍: ୧୧ ତାରିଖ ସୁଦ୍ଧା ସରିବ ଶ୍ରୀମନ୍ଦିର ପରିକ୍ରମା କାମ first appeared on Kanak News.

from Kanak News
via <a href="https://ifttt.com/?

୨୪ ପାଇଁ ରଣନୀତି କରୁଛନ୍ତି ଶାସକ, ବିରୋଧୀ: ଫୋକସରେ ପଶ୍ଚିମ ଓଡିଶା

କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆଉ କିଛି ମାସ ବାକି ଅଛି । ହେଲେ ଏବେ ଠୁ ରାଜ୍ୟ ରାଜନୀତି ଉଷ୍ଣ ହେଲାଣି । ରାଜ୍ୟର ପ୍ରମୁଖ ତିନି ରାଜନୈତିକ ଦଳର ନେତା ଆଗାମି ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି କଲେଣି । ନେତାମାନେ ଗାଁ ମୁହାଁ ହେଲେଣି । କିନ୍ତୁ ସବୁ ଦଳର ଫୋକସରେ ରହିଛି ପଶ୍ଚିମଓଡିଶା ।

ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଲଢ଼େଇ ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି ପ୍ରମୁଖ ରାଜନୈତିକ ଦଳ । ଶାସକ ବିଜେଡି ମାରାଥନ ବୈଠକ କରୁଥିବାବେଳେ, ବିରୋଧୀ ବିଜେପି ଓ କଂଗ୍ରେସ ଆଗାମି ନିର୍ବାଚନ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତିରେ ଲାଗିଛନ୍ତି ।

ସବୁ ଦଳର ଫୋକସରେ ରହିଛି ପଶ୍ଚିମ ଓଡିଶା । ଶାସକ ଦଳ ବିଜେଡି ହେଉ କିମ୍ବା ବିରୋଧୀ ବିଜେପି, କଂଗ୍ରେସ ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତ କରୁଛନ୍ତି ସ୍ୱତନ୍ତ୍ର ରଣନୀତି । ୨୦୧୯ ନିର୍ବାଚନରେ ପଶ୍ଚିମ ଓଡିଶାର ସମସ୍ତ ୫ଟି ଲୋକସଭା ଆସନ ବିଜେଡି ହାତରୁ ଖସି ଯାଇଥିଲା । ହେଲେ, ୨୦୨୪ରେ ଯେମିତି ପାଂଚରୁ ପାଂଚ ଲୋକସଭା ଆସନ ସହ ୩୫ ବିଧାନସଭା ଆସନ ଦଖଲ କରିବ ସେଥିପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି ବିଜେଡି । ଏଥିପାଇଁ ଗୁରୁବାର ସମ୍ବଲପୁରରେ ଏକ ସ୍ୱତନ୍ତ୍ର ବୈଠକ କରାଯାଇଛି । ବୈଠକରେ ଦଳର ଶୀର୍ଷ ନେତୃତ୍ୱଙ୍କ ସହ ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲାର ପ୍ରାୟ ୨ଶହ ବରିଷ୍ଠ ନେତା ସାମିଲ ହୋଇ ପାଂଚ ସୂତ୍ରୀ ଫର୍ମୁଲା ପ୍ରସ୍ତୁତ କରିଛନ୍ତି ।

ରାଜ୍ୟ ବିଜେପି ପକ୍ଷରୁ ମଧ୍ୟ ମାରାଥନ ବୈଠକ ଚାଲିଛି । ଆଗାମି ନିର୍ବାଚରେ ଦଳ କେମିତି ଲଢ଼ିବ, କଣ ରହିବ ରଣନୀତି ସେଥିପାଇଁ ଭୁବନେଶ୍ୱରରେ ପଦାଧିକାରୀ ବୈଠକ ପରେ ରାଉରକେଲାରେ ଚିନ୍ତନ ଶିବିରରେ ଏକାଠି ହୋଇଛନ୍ତି ଦଳର ବିଧାୟକ, ସାଂସଦ, ବରିଷ୍ଠ ନେତା ଓ କେନ୍ଦ୍ରରୁ ଆସିଥିବା ପ୍ରତିନିଧି । ଏକ ହୋଟେଲରେ ଆୟୋଜିତ ହୋଇଥିବା ବୈଠକରେ ୨୦୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି । ତେବେ ବିଜେପିର ଫୋକସରେ ସମସ୍ତ ୧୪୭ ବିଧାନସଭା ଓ ୨୧ଲୋକସନା ଆସନ ରହିଛି । ଏବଂ ୨୧ସଂସଦୀୟ କ୍ଷେତ୍ରକୁ ୨୧ଜଣ କେନ୍ଦ୍ର ନେତା ଆସିବେ ବୋଲି ଦଳ ପକ୍ଷରୁ କୁହାଯାଇଛି ।

କଂଗ୍ରେସ ମଧ୍ୟ ପଛରେ ପଡିନି । ଦିଲ୍ଲୀରୁ ବୈଠକ ସାରି ଫେରିବା ପରେ ଆଗକୁ କଂଗ୍ରେସ କେମିତି ଉଭୟ ବିଜେଡି ଓ ବିଜେପିକୁ ଟକ୍କର ଦେବ ଓ ବିଜୟୀ ହେବ ସେ ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ପଶ୍ଚିମଓଡିଶାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି ନେତା ଲଢ଼ିବାକୁ ଥିବାରୁ ଏହି ଅଂଚଳ ସବୁ ଦଳର ଫୋକସରେ ରହିଥିବା କୁହାଯାଉଛି ।

The post ୨୪ ପାଇଁ ରଣନୀତି କରୁଛନ୍ତି ଶାସକ, ବିରୋଧୀ: ଫୋକସରେ ପଶ୍ଚିମ ଓଡିଶା first appeared on Kanak News.

from Kanak News
via <a href="https://ifttt.com/?

ନିର୍ଣ୍ଣାୟକ ହେବେ ୭ ଲକ୍ଷରୁ ଅଧିକ ନୂଆ ଭୋଟର! ଯୁବ ଭୋଟରଙ୍କ ଉପରେ ସବୁ ଦଳର ନଜର

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ଆଜି ଚୂଡାନ୍ତ ଭୋଟର ତାଲିକା ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ । ଏଥିରେ ୭ ଲକ୍ଷରୁ ଅଧିକ ଯୁବ ଭୋଟର ଯୋଡି ହୋଇଛନ୍ତି । ଯେଉଁମାନେ ପ୍ରଥମ ଥର ନିଜର ମତାଧିକାର ସାବ୍ୟସ୍ତ କରିବେ । କୁହାଯାଉଛି, ଏମାନଙ୍କ ଭୋଟ ରାଜ୍ୟ ରାଜନୀତିରେ ନିର୍ଣ୍ଣାୟକ ହୋଇପାରେ । ତେଣୁ ଏହି ବର୍ଗର ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ସବୁ ରାଜନୈତିକ ଦଳ ।

ଯୁବ ଭୋଟ୍ କାହା ପାଖକୁ ଯିବ । ବିଜେପି, କଂଗ୍ରେସ ନା ବିଜେଡି । ଏହି ବର୍ଗକୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ରାଜନୈତିକ ଦଳଗୁଡିକ ଅନେକ କାର୍ଯ୍ୟକ୍ରମ କରୁଛନ୍ତି । ଶାସକ ଦଳ ପକ୍ଷରୁ କଲେଜ କ୍ୟାମ୍ପସରେ ମାରାଥନ ‘ନୂଆ ଓ’ କାର୍ଯ୍ୟକ୍ରମ କରାଯାଉଛି । ସେପଟେ କେନ୍ଦ୍ର ସରକାର ଯୁବା ଭାରତ ସ୍କିମ୍ ଆଣିଲେଣି । କଲେଜ କ୍ୟାମ୍ପସରେ ମୋଦୀଙ୍କ ସେଲ୍ଫି ପଏଂଟ କାର୍ଯ୍ୟକ୍ରମ ମଧ୍ୟ ଚାଲିଛି । କାରଣ ଦେଶରେ ହେଉଛନ୍ତୀ ୪୦ କୋଟି ଯୁବ ଭୋଟର । ଏସବୁ ଭିତରେ ମୁଖ୍ୟ ନିର୍ବାଚନ କମିଶନ, ଓଡ଼ିଶା ପକ୍ଷରୁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିଛନ୍ତି ।

୨୦୨୪ ପାଇଁ ଚୂଡ଼ାନ୍ତ ଭୋଟର ତାଲିକା
– ଭୋଟର ତାଲିକାରେ ଯୋଡି଼ ହୋଇଛନ୍ତି ୧୨ ଲକ୍ଷ ୯୭ ହଜାର ୯୫୪ ନୂଆ ଭୋଟର
– ୧୮ରୁ ୧୯ ବର୍ଷର ଭୋଟରଙ୍କ ସଂଖ୍ୟା ୭ ଲକ୍ଷ ୫୪ ହଜାର ୯୪୬
– ମୋଟ ଭୋଟରଙ୍କ ମଧ୍ୟରୁ ୧ କୋଟି ୬୮ ଲକ୍ଷ ୫୧ ହଜାର ପୁରୁଷ
– ୧ କୋଟି ୬୩ ଲକ୍ଷ ୮୨ ହଜାର ମହିଳା ଭୋଟର ରହିଛନ୍ତି
– ରାଜ୍ୟରେ ମୋଟ ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ ଭୋଟର

ସବୁଠାରୁ ବଡକଥା ହେଉଛି ଏଥର ୭ଲକ୍ଷରୁ ଅଧିକ ଯୁବ ଭୋଟର ଅଛନ୍ତି । ଅର୍ଥାତ ଏମାନେ ପ୍ରଥମଥର ୨୦୨୪ ନିର୍ବାଚନରେ ମତଦାନ କରିବେ । ତେଣୁ ଏହି ନୂଆ ଭୋଟରଙ୍କୁ କାହାକୁ ଭରସା କରିବେ ତା ଉପରେ ନଜର ରହିବ । ଏମାନଙ୍କ ପସନ୍ଦ ହିଁ ନିର୍ଣ୍ଣାୟକ ହେବ ବୋଲି କୁହାଯାଉଛି । ବିଜେଡି କହିଛି, ନବୀନ ପଟ୍ଟନାୟକଙ୍କ ସହ ଯୁବ ଭୋଟର ସବୁବେଳେ ରହିଛନ୍ତି । ସେପଟେ ବିଜେପି ମଧ୍ୟ ମୋଦୀଙ୍କ ସହ ଯୁବ ଭୋଟର ରହିଥିବା ଦାବି କରିଛି । ଅନ୍ୟ ପକ୍ଷରେ ଉଭୟ ବିଜେପି ଓ ବିଜେଡି ଯୁବବର୍ଗଙ୍କୁ ଉପେକ୍ଷା କରିଆସୁଥିବାରୁ ଏମାନେ କଂଗ୍ରେସ ସହ ରହିଥିବା କଂଗ୍ରେସ କହିଛି ।

୨୦୨୪ ସାଧାରଣ ନିର୍ବାଚନ ପାଇଁ ଗତ ୩ ମାସ ହେଲା ଚାଲିଥିଲା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା । ଏବେ ଚୂଡାନ୍ତ ତାଲିକା ପ୍ରକାଶ ପାଇ ସାରିଥିବାବେଳେ କେବଳ ନିର୍ବାଚନକୁ ଅପେକ୍ଷା । ଯେଉଁଠି ନୂଆକରି ଭୋଟ୍ ଦେବାକୁ ଥିବା ଯୁବବର୍ଗ ନିଜ ପସନ୍ଦର ପ୍ରାର୍ଥୀଙ୍କ ପାଇଁ ଇଭିଏମ ସୁଇଚ୍ ଟିପିବେ ।

The post ନିର୍ଣ୍ଣାୟକ ହେବେ ୭ ଲକ୍ଷରୁ ଅଧିକ ନୂଆ ଭୋଟର! ଯୁବ ଭୋଟରଙ୍କ ଉପରେ ସବୁ ଦଳର ନଜର first appeared on Kanak News.

from Kanak News
via <a href="https://ifttt.com/?

ବଣପାହାଡ ଘେରା ମନୋରମ ପରିବେଶ । ଆକର୍ଷିତ କରୁଛି ଗୁଡହାଣ୍ଡି ଡୋକରିଚଂଚରା ଜଳପ୍ରପାତ, ଦୂରଦୂରାନ୍ତରୁ ଲାଗୁଛି ପ୍ରକୃତି ପ୍ରେମୀଙ୍କ ଭିଡ

କନକ ବ୍ୟୁରୋ : ପର୍ଯ୍ୟଟନ ଋତୁରେ ଲାଗୁଛି ପର୍ଯ୍ୟଟକଙ୍କ ଭିଡ । ମନୋରମ ପରିବେଶ ଭିତରେ ଜଳପ୍ରପାତରର ମଜା ନେଉଛନ୍ତି ବୁଲି ଆସୁଥିବା ଲୋକ । ଅନ୍ୟ ସ୍ଥାନ ଭଳି କଳାହାଣ୍ଡି ଜିଲ୍ଲାର ଗୁଡହାଣ୍ଡି ଡୋକରି ଚଂଚରା ହେଉଛି ଅନ୍ୟତମ । ପାହାଡ ଜଙ୍ଗଲ ଘେରା ଏହି ଅଂଚଳରେ ପାହାଡି ଝରଣା ବେଶ ମନମୋହୁଛି । ପାହାଡି ଝରଣାର କୁଳୁ କୁଳୁ ନାଦରେ ମୁଖରିତ ହେଉଛି ପରିବେଶ    । ଆଉ ଏହି ଝରଣା ଏହି ପର୍ଯ୍ୟଟନ ସ୍ଥଳୀର ମୁଖ୍ୟ ଆକର୍ଷଣ ପାଲଟିଛି । କଳହାଣ୍ଡି ଓ ନବରଙ୍ଗପୁର ସୀମାନ୍ତ ସାହାଜଖୋଲ ଜଙ୍ଗଲ ମଧ୍ୟରେ ଅବସ୍ଥିତି ଡୋକରି ଚଂଚରା । ପର୍ଯ୍ୟଟନ ସ୍ଥଳୀର ସୌନ୍ଦଯ୍ୟରେ ବିଭୋର ପର୍ଯ୍ୟଟକ ଦୂରଦୂରାନ୍ତରୁ ଦଉଡି ଆସୁଛନ୍ତି । ପ୍ରକୃତିର ମଜା ନେବା ସହିତ ପାହାଡ ଉପରୁ ୨ ଶହ ଫୁଟରୁ ବହିଯାଉଥିବା ଜଳପ୍ରପାତର ବେଶ ମଜା ନେଉଛନ୍ତି ।

ମନୋରମ ପରିବେଶ ମଧ୍ୟରେ ରହିଛି ପ୍ରଭୁ ଶ୍ରୀରାମଙ୍କ ମନ୍ଦିର । ପ୍ରତିଦିନ ଛୁଟିଆସୁଥିବା ପର୍ଯ୍ୟଟକ ମାନେ ଏଠାରେ ବଣଭୋଜି କରୁଥିବା ବେଳେ ପ୍ରଭୁଙ୍କ ଦର୍ଶନ କରିବାକୁ ଭୁଲନ୍ତି ନାହିଁ । ପ୍ରଥମେ ପ୍ରଭୁ ରାମଚନ୍ଦ୍ର ଓ ମାଆ ସୀତାଙ୍କୁ ପୁଜା କରି ଆଶୀର୍ବାଦ ନେଇଥାନ୍ତି ।

ପିକ୍ନିକ୍ ଋତୁରେ ଗୁଡହାଣ୍ଡିର ଡୋକରିଚାଂଚରା ଭଳି ମନୋରମ ପରିବେଶ ଭିତରେ କିଛି ସମୟ ବିତାଇବାକୁ ଛୁଟିଆସୁଛନ୍ତି ଦୂରଦୂରାନ୍ତରୁ ପର୍ଯ୍ୟଟକ ମାନେ ।

The post ବଣପାହାଡ ଘେରା ମନୋରମ ପରିବେଶ । ଆକର୍ଷିତ କରୁଛି ଗୁଡହାଣ୍ଡି ଡୋକରିଚଂଚରା ଜଳପ୍ରପାତ, ଦୂରଦୂରାନ୍ତରୁ ଲାଗୁଛି ପ୍ରକୃତି ପ୍ରେମୀଙ୍କ ଭିଡ first appeared on Kanak News.

from Kanak News
via <a href="https://ifttt.com/?

ମିଳୁନି ସାହାଯ୍ୟ ସହଯୋଗ । କ୍ଷତିରେ ଭୋଗରାଇର ପାନ ଚାଷୀ, କମିଯାଉଛି ବିରକୁଳି ପାନର ଚାହିଦା

କନକ ବ୍ୟୁରୋ : ପାନ ହେଉଛି ଏକ ଲାଭଦାୟକ ଫସଲ । ଏହି ଚାଷ କରି ପରିବାର ପ୍ରତିପୋଷଣ କରୁଛନ୍ତି ଉପକୂଳବର୍ତୀ ଅଂଚଳର ଲୋକ । ଭୋଗରାଇର ବିରକୁଳି ପାନ । ଏହାର ଚାହିଦା ଅନେକ ରହିଛି । ଯେମିତିକି ଏହି ପାନ ମାଡ୍ରାସରୁ ନେଇ ପୁନେ , ମୁମ୍ବାଇ ଭଳି ବଡ ବଡ ସ୍ଥାନକୁ ଯାଇଥାଏ ଆଉ ସେହି ସ୍ଥାନଗୁଡିକରେ ଏହାର ଚାହିଦା ମଧ୍ୟ ଅନେକ ରହିଛି । ପାନ ଏତେ ମାତ୍ରାରେ ହେଉଥିଲା ଚାଷୀ ରପ୍ତାନୀ କରିବାକୁ ନାକେଦମ୍ ହୋଇପଡୁଥିଲେ । ହେଲେ ଏବେ ଚାଷୀ ଏହି ବିରକୁଳି ପାନ ଚାଷରୁ ମୁହଁ ଫେରାଇ ନେଉଛନ୍ତି । ବିପର୍ଯ୍ୟୟ ଯୋଗୁ ବାରମ୍ବାର କ୍ଷତି ସହୁଥିଲେ ବି ସରକାରୀ ସ୍ତରରେ ଏମାନଙ୍କୁ କୌଣସି ପ୍ରକାର ସାହାଯ୍ୟ ସହଯୋଗ କରାଯାଇନି । ଗାଁର ୪୦ ପ୍ରତିଶତ ଲୋକେ ପାନ ଚାଷ କରି ପରିବାର ଚଳାଉଥିବା ବେଳେ ଏବେ ଏହି ଚାଷରୁ ବିମୁଖ ହେଲେଣି ଲୋକେ । ଏପରିକି କିଛି ପାନ ଚାଷୀ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି ।

ପାନ ଚାଷ ଏକ ଅର୍ଥକାରୀ ଫସଲ । ହେଲେ ସରକାରଙ୍କ ପକ୍ଷରୁ କୌଣସି ସାହାଯ୍ୟ ସହଯୋଗ ନାହିଁ । ଏପରିକି ଜିଲ୍ଲାରେ ଏହି ବିରକୁଳି ପାନର କିଛି ସ୍ୱତନ୍ତ୍ରତା ଥିବା ବେଳେ ସରକାରୀ ସ୍ତରରେ କୃଷିର ମାନ୍ୟତା ମିଳିପାରିନି । ପାନ ଚାଷରେ ବାରମ୍ବର କ୍ଷତି ସହୁଥିବା ବେଳେ ପ୍ରଶାସନ ପକ୍ଷରୁ େକୌଣସି ଗୁରୁତ୍ୱ ଦିଆଯାଉନି । ଯାହାଫଳରେ ଚାଷୀ ମାନେ ଚାଷରୁ ମୁହଁ ଫେରାଇ ନେଲେଣି    ।

ପାନ ଚାଷୀଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଦିଆଯିବ ବୋଲି ଘୋଷଣା କରାଯାଇଥିଲା । ହେଲେ ଏପର୍ଯ୍ୟନ୍ତ କୌଣସି ପ୍ରକାର ସହାୟତା ମିଳୁନଥିବାରୁ ଅସନ୍ତୋଷ ବଢିଚାଲିଛି ।

The post ମିଳୁନି ସାହାଯ୍ୟ ସହଯୋଗ । କ୍ଷତିରେ ଭୋଗରାଇର ପାନ ଚାଷୀ, କମିଯାଉଛି ବିରକୁଳି ପାନର ଚାହିଦା first appeared on Kanak News.

from Kanak News
via <a href="https://ifttt.com/?

ଶଯ୍ୟାଶାୟୀ ରୋଜଗାରିଆ ସ୍ୱାମୀ । ଅଭାବ ଭିତରେ ହୋଇପାରୁୁନି ଚିକତ୍ସା , ଚିକିତ୍ସା ପାଇଁ ସହଯୋଗ କରିବାକୁ ସ୍ତ୍ରୀର ଆକୁଳ ନିବେଦନ

କନକ ବ୍ୟୁରୋ : ବିଛଣାରେ ପଡିଛି ଘରର ରୋଜଗାରିଆ ପୁଅ । ରୋଜଗାର କରି ପରିବାର ଚଳାଉଥିବା ବେଳେ ଏବେ ଶଯ୍ୟାଶାୟୀ ହୋଇପଡିବା ଯୋଗୁ ପରିବାର ଦୁର୍ଦ୍ଦଶା ଦୁଇଗୁଣ ହୋଇଯାଇଛି । କେନ୍ଦ୍ରାପଡା ଗରଦପୁରର ରବୀନ୍ଦ୍ର ସେଠୀ । ସ୍ତ୍ରୀ ଓ ଦୁଇ ପିଲାଙ୍କୁ ନେଇ ସୁରୁଖୁରୁରେ ଚାଲିଥିଲା ପରିବାର । ହେଲେ ଦଇବ ସହିଲାନି ।। ପ୍ରାୟ ୧୦ ବର୍ଷ ହେଲା ମେରୁଦଣ୍ଡ ଜନିତ ରୋଗରେ ପଡିଥିଲେ । ସେଥିରେ ମଧ୍ୟ କାମ ଧନ୍ଦା କରି ପରିବାର ଚଳାଉଥିଲେ । ହେଲେ ହଠତ୍ ପକ୍ଷାଘାତର ଶିକାର ହୋଇ ଘରେ ପଡି ରହିଛନ୍ତି ରବୀନ୍ଦ୍ର । ଶଯ୍ୟାଶାୟୀ ହୋଇପଡିଥିବା ବେଳେ ପରିବାର ଚଳିବା କଷ୍ଟକର ହୋଇପଡୁଛି । ସ୍ୱାମୀର ଚିକିତ୍ସା କିଭଳି ହେବ । ଏନେଇ କିଛି ସହାୟତା ପାଇଁ ଅନୁରୋଧ କରିଛନ୍ତି ରବୀନ୍ଦ୍ରଙ୍କ ସ୍ତ୍ରୀ ।

ଅଭାବ ଭିିତରେ ରହୁଥିବା ପରିବାର ପକ୍ଷରେ ଚିକତ୍ସା ପାଇଁ ଅର୍ଥ ଯୋଗାଡିବା ସମ୍ଭବ ହୋଇପାରୁନି । ଅର୍ଥ ଅଭାବରୁ ପିଲାଙ୍କ ପାଠ ପଢାରେ ମଧ୍ୟ ଡୋରୀ ବାନ୍ଧିଲାଣି । ଜମିବାଡି ଯାହାଥିଲା ଚିକିତ୍ସାରେ ସବୁ ବିକ୍ରି ହୋଇସାରିଛି । ଏବେ ରବୀନ୍ଦ୍ର ଦିନକୁ ଦିନ ଅସୁ୍ସ୍ଥ ହୋଇପଡୁଥିବାରୁ ଅସହାୟ ହାଇପଡିଛି ପୁରା ପରିବାର ।

ଯଦି କୌଣସି ସହୃଦୟ ବ୍ୟକ୍ତି ରବୀନ୍ଦ୍ରଙ୍କ ପରିବାରକୁ ସହଯୋଗ କରିବାକୁ ଚାହୁଁଛନ୍ତି ଏହି ଠିକଣାରେ ଯୋଗଯୋଗ କରିପାରିବେ ।

Rabindrasethy

C/o – Dolagobibnda sethy

At – Garadpur

Po – Garadpur

SBI AC NO – 35404897977

IFSC CODE – SBIN0009831

BRANCH KORUA SBI

MOBILE NO – 8093903646

ଅସହାୟ ହୋଇପଡିଥିବା ପରିବାରକୁୁ କିଛି ସାହାଯ୍ୟ ସହଯୋଗ କରାଯାଇପାରିଲେ ରବୀନ୍ଦ୍ରଙ୍କୁ ଏକ ନୂଆ ଜୀବନ ମିଳିପାରନ୍ତା ।

The post ଶଯ୍ୟାଶାୟୀ ରୋଜଗାରିଆ ସ୍ୱାମୀ । ଅଭାବ ଭିତରେ ହୋଇପାରୁୁନି ଚିକତ୍ସା , ଚିକିତ୍ସା ପାଇଁ ସହଯୋଗ କରିବାକୁ ସ୍ତ୍ରୀର ଆକୁଳ ନିବେଦନ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started