ଆମେ ଚୀନ୍ ଠାରୁ ଆଗରେ ଅଛୁ ।  ଲମ୍ବା ରୋଡ଼ ନେଟୱାର୍କ ବିଷୟରେ ଆନନ୍ଦ ମହିନ୍ଦ୍ରା ଏମିତି କହିଲେ ।

ଗତ ବର୍ଷ ଜୁନ୍ ମାସରେ କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ କହିଥିଲେ ଯେ ଗତ ନଅ ବର୍ଷ ମଧ୍ୟରେ ଦେଶରେ ଜାତୀୟ ରାଜପଥର ମୋଟ ଦୈର୍ଘ୍ୟ ପ୍ରାୟ ୫୯% ବୃଦ୍ଧି ପାଇଛି । ଆମ ଜାତୀୟ ରାଜପଥର ଦ୍ରୁତ ବିସ୍ତାର ଏହାକୁ ଆମେରିକା ପରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ସଡ଼କ ନେଟୱାର୍କରେ ପରିଣତ କରିପାରିଛି ।

ବିଶ୍ବର ସବୁଠୁ ବଡ ସଡକ ନେଟୱାର୍କ ଥିବା ଦେଶଗୁଡିକର ତାଲିକା ସେୟାର କରି ବିଜିନେସ ଟାଇକୁନ୍ ଆନନ୍ଦ ମହିନ୍ଦ୍ରା କହିଛନ୍ତି ଯେ ଚୀନ୍ ଠାରୁ ଭାରତ ସ୍ଥାନ ଆଗରେ ଦେଖି ସେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ମାଇକ୍ରୋବ୍ଲଗିଂ ସାଇଟ୍ ‘ଏକ୍ସ’ରେ ତାଙ୍କର ସର୍ବଶେଷ ପୋଷ୍ଟରେ ମହିନ୍ଦ୍ରା କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ମଧ୍ୟ ଏକ ବାର୍ତ୍ତା ପଠାଇ କହିଛନ୍ତି ଯେ ଭାରତ ଖୁବ୍ ଶୀଘ୍ର ଆମେରିକାକୁ ଅତିକ୍ରମ କରିବ ଏବଂ ବୃହତ୍ତମ ସଡ଼କ ନେଟୱାର୍କର ଦେଶରେ ପରିଣତ  ହେବ।

https://platform.twitter.com/widgets.js

ସେ ‘X’ ରେ ଲେଖିଛନ୍ତି, ” ଚୀନ୍ ଠାରୁ ଭାରତ ଆଗରେ ଅଛି ଦେଖି ମୋତେ ଖୁସି ଲାଗିଲା । ଏହା ହେବା ଉଚିତ କାରଣ ଚୀନ୍‌ର ପଶ୍ଚିମ ଭାଗ ଅଳ୍ପ ଜନବହୁଳ ।  ସବୁଠାରୁ କୌତୁହଳର ବିଷୟ ହେଉଛି ଯେ ଆମେ ଯୁକ୍ତରାଷ୍ଟ୍ରଠାରୁ ବହୁତ ଦୂରରେ ଅଛୁ କିନ୍ତୁ ମୁଁ ନିଶ୍ଚିତ ଯେ ନିତିନ ଗଡକରୀଙ୍କ  ଆଜିଠାରୁ ଆଉ କିଛି ସମୟ ଭିତରେ ଆମେରିକାକୁ ଅତିକ୍ରମ କରିବାର ଲକ୍ଷ୍ୟ ସ୍ଥିର କରିପାରନ୍ତି! ”

ଗତ ବର୍ଷ ଜୁନ୍ ମାସରେ କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ କହିଥିଲେ ଯେ ଗତ ନଅ ବର୍ଷ ମଧ୍ୟରେ ଦେଶରେ ଜାତୀୟ ରାଜପଥର ମୋଟ ଦୈର୍ଘ୍ୟରେ ପ୍ରାୟ ୫୯% ବୃଦ୍ଧି ପାଇଛି । ଆମ ଜାତୀୟ ରାଜପଥର ଦ୍ରୁତ ବିସ୍ତାର ଏହାକୁ ଆମେରିକା ପରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ସଡ଼କ ନେଟୱାର୍କରେ ପରିଣତ କରିଛି ।

ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଗଡକରୀ କହିଛନ୍ତି, “୨୦୧୩-୧୪ ରେ ଜାତୀୟ ରାଜପଥର ମୋଟ ଦୈର୍ଘ୍ୟ ୯୧,୨୮୭ କିଲୋମିଟର ଥିଲା, ୨୦୨୨-୨୩  ମସିହାରେ ଏହା ୧,୪୫,୨୪୦  କିଲୋମିଟରକୁ ବୃଦ୍ଧି ପାଇଛି ଅର୍ଥାତ  ଏହି ସମୟ ମଧ୍ୟରେ ୫୯% ଅଧିକ ବୃଦ୍ଧି ଘଟିଛି ।”୨୦୨୨ ସୁଦ୍ଧା ଭାରତର ସଡକ ନେଟୱାର୍କ ୫.୮୯ ନିୟୁତ କିଲୋମିଟର ଅତିକ୍ରମ କରିଛି । ଏହି ସଡ଼କଗୁଡ଼ିକୁ ଜାତୀୟ ରାଜପଥ (NH), ରାଜ୍ୟ ରାଜପଥ, ଜିଲ୍ଲା ସଡକ, ଗ୍ରାମୀଣ ସଡକ, ଗ୍ରାମ ସଡକ ଏବଂ ଅନ୍ୟାନ୍ୟ ଗ୍ରାମୀଣ ସଡକ (ORR) ସହିତ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଇଛି । ଯମୁନା ଏକ୍ସପ୍ରେସୱେ, ମୁମ୍ବାଇ-ପୁଣେ ଏକ୍ସପ୍ରେସୱେ, ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସୱେ ଇତ୍ୟାଦିର ବିକାଶ ପ୍ରମୁଖ ସହରଗୁଡ଼ିକ ମଧ୍ୟରେ ଦ୍ରୁତ ଏବଂ ସୁଗମ ଯାତ୍ରାକୁ ସୁଗମ କରିବା ପାଇଁ ସଡକ ସଂଯୋଗରେ ଭାରତର ବିନିଯୋଗ ମଧ୍ୟ ବୃଦ୍ଧି ଘଟିଛି । ତଥାପି, ମେଟ୍ରୋ ସହରଗୁଡିକରେ ଟ୍ରାଫିକ୍ ପରିଚାଳନା, ସଡକ ସୁରକ୍ଷା ସମସ୍ୟା ଏବଂ ରକ୍ଷଣାବେକ୍ଷଣ ଚିନ୍ତାଧାରାକୁ ସୁନିଶ୍ଚିତ କରିବାରେ ଭାରତ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଛି । ବିଶେଷଜ୍ଞମାନେ କହିଛନ୍ତି ଯେ ଭାରତର ଗ୍ରାମାଞ୍ଚଳର ଅନେକ ଦୁର୍ଗମ ସ୍ଥାନ ଏପର୍ଯ୍ୟନ୍ତ କେତେକ କ୍ଷେତ୍ରରେ ପର୍ଯ୍ୟାପ୍ତ ଭିତ୍ତିଭୂମିର ଅଭାବ ଯୋଗୁ ଅସୁବିଧା ଭୋଗୁଛନ୍ତି ଏବଂ ଏଥିପାଇଁ ଧ୍ୟାନ ଏବଂ ବିନିଯୋଗ ଆବଶ୍ୟକ ।

The post ଆମେ ଚୀନ୍ ଠାରୁ ଆଗରେ ଅଛୁ ।  ଲମ୍ବା ରୋଡ଼ ନେଟୱାର୍କ ବିଷୟରେ ଆନନ୍ଦ ମହିନ୍ଦ୍ରା ଏମିତି କହିଲେ । first appeared on Kanak News.

from Kanak News
via <a href="https://ifttt.com/?

ଲୋକଙ୍କୁ ମିଳୁନି ବିଶୁଦ୍ଧ ପିଇବା ପାଣି । ଅଚଳ ହୋଇପଡିଛି ପ୍ରକଳ୍ପ,ଖତ ଖାଉଛି ଲକ୍ଷାଧିକ ଟଙ୍କା

କନକ ବ୍ୟୁରୋ : ଲୋକଙ୍କୁ ମିଳିବ ବିଶୁଦ୍ଧ ପିଇବାପାଣି । ଏନେଇ ଲକ୍ଷାଧିକ ଟଙ୍କା ବ୍ୟୟବରାଦ ହେଉଛି । ହେଲେ ପ୍ରକଳ୍ପ ମାରିଛି ଫେଲ୍ । ଏବେ ବି ଲୋକେ ବିଶୁଦ୍ଧ ପାଣି ମୁନ୍ଦାଏ ପାଇଁ ଚାହିଁ ବସିଛନ୍ତି । କଂଟାପଡାରେ ଅଂଚଳରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ପାଣି ଷ୍ଟୋରେଜ ପାଇଁ ଟାଙ୍କି କରାଯାଉଛି । ହେଲେ ଟାଙ୍କିକୁ ପାଣି ଉଠୁନି । କିଛି ସ୍ଥାନରେ ପାଣିଟାଙ୍କି ସମ୍ପୁର୍ଣ୍ଣ ଅଚଳ ହୋଇପଡିଛି । ଟାଙ୍କିକୁ ସଂଯୋଗ କରୁଥିବା ପାଇପ୍ ଗୁଡିକ ଭାଙ୍ଗିପଡିଥିବା ବେଳେ ଓଭର ହେଡ ଟାଙ୍କିରେ ଫାଟ ସୃଷ୍ଟି ହେଲାଣି । ଗାଁର ପ୍ରତିଟି ନଳକୂଅରୁ ମିଳୁନି ପାଣି । କିଛି ନଳକୂଅ ଅଚଳ ହାଇପଡିିଛି । ଆଉ ଯେଉଁ କିଛି ନଳକୂଅରୁ ପାଣି ବହାରୁଛି ତାହା ସମୁଦ୍ରକୁ ଶଙ୍ଖେ ଭଳି ସ୍ଥିତି ଉପୁଜିଛି । ଏହି ସବୁ ସମସ୍ୟା ନେଇ ବହୁବାର ଅଭିଯୋଗ ହୋଇଚାଲିଛି । ହେଲେ ନା କାର୍ଯ୍ୟାନୁଷ୍ଠାନ ନିଆଯାଉଛି ନା ସମାଧାନ ହେଉଛି । ଯାହାକୁ ନେଇ ଅସନ୍ତୋଷ ବଢିଚାଲିଛି ।

ସମସ୍ୟା ନେଇ ବହୁବାର ଅଭିଯୋଗ ହୋଇଛି । ହେଲେ ଲୋକଙ୍କ ପାଇଁ ଏବେ ବି ପାଣିର ସୁବିଧା କରାଯାଇନି । ସେପଟେ ସମସ୍ତ ଘଟଣାକୁ ସମ୍ପ୍ରୁ୍ଣ୍ଣ ଖଣ୍ଡନ କରିଛନ୍ତି କଂଟାପଡା ବ୍ଲକର ବିଭାଗୀୟ ଅଧିକାରୀ । ଗାଁର କିଛି ଲୋକେ ବିଦ୍ୟୁତ ସଂଯୋଗ କ।ଟିଦେଇଥିବାରୁ ଏହି ସମସ୍ୟା ଉପଜିଥିବା କୁହ।ଯାଇଛି ।

ସମସ୍ୟା ପ୍ରତି ଗୁରୁତ୍ୱ ଦିଆଯାଇ ଖୁବ ଶିଘ୍ର ସମାଧାନ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

The post ଲୋକଙ୍କୁ ମିଳୁନି ବିଶୁଦ୍ଧ ପିଇବା ପାଣି । ଅଚଳ ହୋଇପଡିଛି ପ୍ରକଳ୍ପ,ଖତ ଖାଉଛି ଲକ୍ଷାଧିକ ଟଙ୍କା first appeared on Kanak News.

from Kanak News
via <a href="https://ifttt.com/?

ଯୁଆଡ଼େ ଚାହିଁବ ମାଳ ମାଳ ପୋଷ୍ଟର । ପ୍ରଶାସନର କଟକଣା ପରେ ବି ନିୟମକୁ ବେଖାତିର, ପରିବେଶ ପ୍ରଦୂଷଣ ସାଙ୍ଗକୁ ସବୁଠି ଭିନ୍ନ ପ୍ରତିକ୍ରିୟା

କନକ ବ୍ୟୁରୋ : ଯୁଆଡ଼େ ଚାହିଁବ ମାଳ ମାଳ ପୋଷ୍ଟର । ଗାଁରୁ ନେଇ ସହର । ଗଳିକନ୍ଦିରୁ ନେଇ କାଂଥବାଡ ପର୍ଯ୍ୟନ୍ତ ସବୁଠି ମାଳ ମାଳ ପୋଷ୍ଟର ଲାଗିଛି । ବିଭିନ୍ନ ସ୍ଥାନରେ ପୋଷ୍ଟର ମାରିବାକୁ ନେଇ ଭିନ୍ନ ଭିନ୍ନ କଟକଣା ବି କରାଯାଇଥିଲା । ହେଲେ ସବୁ କଟକଣାକୁ ଫୁ’ କରିଦେଇ ବେଧଡକ ଭାବେ ମାଳ ମାଳ ପୋଷ୍ଟର ସବୁଠି ଲଗାଯାଉଛି । ଜୟପୁରର ବିଭିନ୍ନ ଗଳିକନ୍ଦିରେ ଚାଲିଛି ଏହି ପୋଷ୍ଟର ୱାର । କେତେବେଳେ ନୂଆ ବର୍ଷ ଯୋଗୁ ମାଳ ମାଳ ପୋଷ୍ଟର ଲଗାଯାଉଛି ତ ଆଉ କେତେବେଳେ ନେତା ମନ୍ତ୍ରୀଙ୍କ ଫଟୋରେ ଭର୍ତି ହୋଇଯାଉଛି କାଂଥ ବାଡ । ନିର୍ବାଚନୀ ସମୟରେ ଦଳ ଦଳ ମଧ୍ୟରେ ଟକ୍କର ଭିତରେ ଗଳିକନ୍ଦିରେ କାଂଥ ବାଡରେ ମାଳ ମାଳ ପୋଷ୍ଟର । ଯୁଆଡେ ଚାହିଁବ ରଙ୍ଗବରଙ୍ଗର ହୋର୍ଡିଂ ଓ ବ୍ୟାନର ପୋଷ୍ଟର । ଦେଖି ଲେ ଯେମିତି ପୋଷ୍ଟର ନେଇ ପ୍ରତିଦ୍ୱନ୍ଦିତା ଲାଗିିଥିବା ଅନୁମାନ କରିହୁଏ । ତେବେ ଏହି ପୋଷ୍ଟର ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ବି ଦେଖିବକୁ ମିଳେ ।

ପୋଷ୍ଟର ପାଇଁ ପ୍ରଶାସନର ବିଭିନ୍ନ କଟକଣା ରହିଛି । ତାପରେ ବି ସହର ଗଳିକନ୍ଦି ସବୁଠି ରଙ୍ଗୀନ୍ ପୋଷ୍ଟର ମାଳ ମାଳ । କିଏ ଏହାକୁ ଖୁସି କହୁଥିବା ବେଳେ କି ନାପସନ୍ଦ କରୁଛି । ହେଲେ ବିଭିନ୍ନ କଟକଣା ପରେ ବି ମାଳ ମାଳ ପୋଷ୍ଟର କାଂଥ ବାଡରେ ଲାଗୁଛି ।

କଟକଣାକୁ ନମାନି ପ୍ରତିଦିନ ଲାଗୁଛି ମାଳ ମାଳ ପୋଷ୍ଟର । ଯାହାକି ପ୍ରଦୂଷଣର ଏକ ମାଧ୍ୟମ କହିଲେ ଅତ୍ୟୁକ୍ତି ହେବନି ।

The post ଯୁଆଡ଼େ ଚାହିଁବ ମାଳ ମାଳ ପୋଷ୍ଟର । ପ୍ରଶାସନର କଟକଣା ପରେ ବି ନିୟମକୁ ବେଖାତିର, ପରିବେଶ ପ୍ରଦୂଷଣ ସାଙ୍ଗକୁ ସବୁଠି ଭିନ୍ନ ପ୍ରତିକ୍ରିୟା first appeared on Kanak News.

from Kanak News
via <a href="https://ifttt.com/?

ମଝି ଦରିଆରେ ମାଲବାହୀ ଜାହାଜ ଅପହରଣ: ସୋମାଲିଆ ଉପକୂଳରେ ମାଲବାହୀ ଜାହାଜ ଏମଭି ଲୀଲାକୁ ଅପହରଣ କରି ନେଇଛନ୍ତି ୬ ଶସସ୍ତ୍ର ବ୍ୟକ୍ତି

କନକ ବ୍ୟୁରୋ: ମଝି ସମୁଦ୍ରରେ ମାଲବାହୀ ଜାହାଜ ଅପହରଣ । ଆରବ ସାଗରରେ ମାଲବାହୀ ଜାହାଜ ଅପହରଣ ହୋଇ ଯାଇଛି । ସୋମାଲିଆ ଉପକୂଳ ଦେଇ ଏକ ମାଲବାହୀ ଜାହାଜ ଯାଉଥିବା ସମୟରେ ଏହାକୁ ଅପହରଣ କରାଯାଇଥିବା ଜଣାପଡିଛି । ଅପହରଣ ହୋଇଥିବା ଜାହାଜାର ନାଁ ଏମଭି ଲୀଲା ନୋରଫୋକ ଗତକାଲି ରାତିରେ ଜାହାଜକୁ ଅପହରଣ କରାଯାଇଥିବା ସୂଚନା ମିଳିଛି । ଅସ୍ତ୍ରଶସ୍ତ୍ର ଧରି ୫ରୁ ୬ଜଣ ଅଜଣା ବ୍ୟକ୍ତି ଜାହାଜରେ ପଶି କ୍ରିୟୁ ମେମ୍ବରଙ୍କୁ ପଣବନ୍ଦି କରିବା ସହ ଜାହାଜର ଗତିପଥକୁ ବଦଳାଇ ଦେଇଛନ୍ତି । ଜାହାଜରେ ଥିବା କ୍ରିୟୁ ମେମ୍ବରଙ୍କ ମଧ୍ୟରେ ୧୫ଜଣ ଭାରତୀୟ ରହିଥିବା ଜଣାପଡିଛି । ମାଲବାହୀ ଜାହାଜ ହାଇଜାକ୍ ହୋଇଯାଇଥିବା ଖବର ମିଳିବା ପରେ ଉଦ୍ଧାର ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ଭାରତୀୟ ନୌସେନା । ଜାହାଜକୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଅପହରଣ ସ୍ଥାନ ମୁହାଁ ହୋଇଛି ଯୁଦ୍ଧ ଜାହାଜ ଆଇଏନଏସ ଚେନ୍ନାଇ । ସଂପୃକ୍ତ ଅଂଚଳରେ ଥିବା ମେରିଟାଇମ ସିକ୍ୟୁରିଟି ଟାସ୍କ ଫୋର୍ସର ବିଭିନ୍ନ ଏଜେନ୍ସିମାନଙ୍କ ସହିତ ଯୋଗାଯୋଗରେ ରହିଛି ଭାରତୀୟ ସେନା ।

The post ମଝି ଦରିଆରେ ମାଲବାହୀ ଜାହାଜ ଅପହରଣ: ସୋମାଲିଆ ଉପକୂଳରେ ମାଲବାହୀ ଜାହାଜ ଏମଭି ଲୀଲାକୁ ଅପହରଣ କରି ନେଇଛନ୍ତି ୬ ଶସସ୍ତ୍ର ବ୍ୟକ୍ତି first appeared on Kanak News.

from Kanak News
via <a href="https://ifttt.com/?

୨୦୨୪ରେ ଭୋଟ୍ ଦେବେ ୧୨ ଲକ୍ଷ ୯୭ ହଜାର ୯୫୪ ନୂଆ ଭୋଟର: ରାଜ୍ୟରେ ମୋଟ ଭୋଟରଙ୍କ ସଂଖ୍ୟା ୩ କୋଟି ୩୨ ଲକ୍ଷ

କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହୋଇଛି ଭୋଟର ତାଲିକା । ୨୦୨୪ରେ ଭୋଟ୍ ଦେବା ପାଇଁ ଭୋଟର ତାଲିକାରେ ଯୋଡି ହୋଇଛନ୍ତି ୧୨ ଲକ୍ଷ ୯୭ ହଜାର ୯୫୪ଜଣ ନୂଆ ଭୋଟର । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ ଭୋଟର ଆସନ୍ତା ନିର୍ବାଚନରେ ନିଜ ପସନ୍ଦ ନେତା ବାଛିବେ । ରାଜ୍ୟ ନିର୍ବାଚନ କମିଶନ ନିକୁଂଜ ବିହାରୀ ଧଳ କହିଛନ୍ତି ୧୮ରୁ ୧୯ ବର୍ଷର ଭୋଟରଙ୍କ ସଂଖ୍ୟା ୭ଲକ୍ଷ ୫୪ ହଜାର ୯୪୬ ଜଣ । ମୋଟ ଭୋଟରଙ୍କ ମଧ୍ୟରୁ ୧ କୋଟି ୬୮ ଲକ୍ଷ ୫୧ହଜାର ପୁରୁଷ ଭୋଟର ଥିବା ବେଳେ ୧ କୋଟି ୬୩ ଲକ୍ଷ ୮୨ ହଜାର ମହିଳା ଭୋଟର ରହିଛନ୍ତି ।

The post ୨୦୨୪ରେ ଭୋଟ୍ ଦେବେ ୧୨ ଲକ୍ଷ ୯୭ ହଜାର ୯୫୪ ନୂଆ ଭୋଟର: ରାଜ୍ୟରେ ମୋଟ ଭୋଟରଙ୍କ ସଂଖ୍ୟା ୩ କୋଟି ୩୨ ଲକ୍ଷ first appeared on Kanak News.

from Kanak News
via <a href="https://ifttt.com/?

ଆସନ୍ତା ନିର୍ବାଚନରେ ପ୍ରଥମ ଥର ପାଇଁ ଭୋଟ୍ ଦେବେ ୭ଲକ୍ଷ ୫୫ ହଜାର ଭୋଟର: ଯୁବ ବର୍ଗଙ୍କୁ ଆକର୍ଷିତ କରିବେ କେଉଁ ଦଳ ଓ ନେତା

କନକ ବ୍ୟୁରୋ: ଯୁବ ଭୋଟ କାହା ପାଖକୁ ଯିବ । ମୋଦୀ, ନବୀନ ନା କଂଗ୍ରେସ । ଯାହାକୁ ନେଇ ଅନେକ କାର୍ଯ୍ୟକ୍ରମ କରୁଛନ୍ତି ରାଜନୈତିକ ଦଳ । ଶାସକ ଦଳ ପକ୍ଷରୁ କଲେଜ କ୍ୟାମ୍ପସରେ ମାରାଥନ ‘ନୂଆ ଓ’ କାର୍ଯ୍ୟକ୍ରମ କରାଯାଉଛି । ସେପଟେ କେନ୍ଦ୍ର ସରକାର ଯୁବା ଭାରତ ସ୍କିମ୍ ଆଣିଲେଣି । କାରଣ ଦେଶରେ ହେଉଛନ୍ତୀ ୪୦ କୋଟି ଯୁବ ଭୋଟର । ଏସବୁ ଭିତରେ ମୁଖ୍ୟ ନିର୍ବାଚନ କମିଶନ, ଓଡ଼ିଶା ପକ୍ଷରୁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିଛନ୍ତି । ଯେଉଁଥିରେ ୩ କୋଟି ୩୨ ଲକ୍ଷ ୩୬ହଜାର ହେଉଛନ୍ତି ଭୋଟର । ସେଥିରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧ କୋଟି ୬୮ ଲକ୍ଷ ଏବଂ ମହିଳା ଭୋଟରଙ୍କ ସଂଖ୍ୟା ୧ କୋଟି ୬୩ ଲକ୍ଷ । ସେହିପରି ୭ଲକ୍ଷ ୫୪ହଜାର ୯୪୬ ଜଣ ହେଉଛନ୍ତି ଯୁବ ଭୋଟର ଅର୍ଥାତ୍ ୧୮ରୁ ୧୯ ବର୍ଷ ବୟସ ବର୍ଗର । ଆଉ ଏହି ବୟସ ବର୍ଗର ଯୁବ ଭୋଟର ପ୍ରଥମଥର ଭୋଟ୍ ଦେବେ । ସେହିପରି ଚୂଡ଼ାନ୍ତ ଭୋଟର ତାଲିକାରେ ୧୨ଲକ୍ଷ ୯୭ହଜାର ୯୫୪ ଜଣ ନୂଆ ଭୋଟର ଯୋଡ଼ି ହୋଇଛନ୍ତି । ବିଜେଡି କହିଛି, ନବୀନ ପଟ୍ଟନାୟକଙ୍କ ସହ ଯୁବ ଭୋଟର ସବୁବେଳେ ରହିଛନ୍ତି । ସେପଟେ ବିଜେପି କହିଛି, ମୋଦୀଙ୍କ ସହ ରହିଛନ୍ତି ଯୁବ ଭୋଟର ।

The post ଆସନ୍ତା ନିର୍ବାଚନରେ ପ୍ରଥମ ଥର ପାଇଁ ଭୋଟ୍ ଦେବେ ୭ଲକ୍ଷ ୫୫ ହଜାର ଭୋଟର: ଯୁବ ବର୍ଗଙ୍କୁ ଆକର୍ଷିତ କରିବେ କେଉଁ ଦଳ ଓ ନେତା first appeared on Kanak News.

from Kanak News
via <a href="https://ifttt.com/?

ଦିଲ୍ଲୀରେ ବୈଠକ ସାରି ଓଡ଼ିଶା ଫେରିଲେ ପିସିସି ସଭାପତି: କହିଲେ, ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରାର ପଡ଼ିବ ସକରାତ୍ମକ ପ୍ରଭାବ

କନକ ବ୍ୟୁରୋ: ରାହୁଲଙ୍କ ଭାରତ ଯୋଡ ନ୍ୟାୟଯାତ୍ରାର ପ୍ରଭାବ ଓଡିଶା ଉପରେ ପଡିବ । ଦିଲ୍ଲୀରେ ବୈଠକ ସାରି ଓଡ଼ିଶା ଫେରିବା ପରେ ଏହା କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଆସନ୍ତା ନିର୍ବାଚନରେ ରାହୁଲ ଗାନ୍ଧୀଙ୍କ ଭାରତଯୋଡ ନ୍ୟାୟ ଯାତ୍ରାର ସକରାତ୍ମକ ପ୍ରଭାବ । ମିଥ୍ୟା ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଭୁଅାଁ ବୁଲାଉଛନ୍ତି ବିଜେଡି ଓ ବିଜେପି । ଓଡିଆଙ୍କ ଆରାଧ୍ୟ ଦେବତା ଜଗନ୍ନାଥଙ୍କୁ ନେଇ ରାଜନୀତି କରୁଛନ୍ତି । ତେଣୁ ରାଜ୍ୟରେ ବିଜେପି ଓ ବିଜେଡ଼ିର ବିକଳ୍ପ କେବଳ କଂଗ୍ରେସ ବୋଲି କହିଛନ୍ତି ପିସିସି ସଭାପତି ।

The post ଦିଲ୍ଲୀରେ ବୈଠକ ସାରି ଓଡ଼ିଶା ଫେରିଲେ ପିସିସି ସଭାପତି: କହିଲେ, ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରାର ପଡ଼ିବ ସକରାତ୍ମକ ପ୍ରଭାବ first appeared on Kanak News.

from Kanak News
via <a href="https://ifttt.com/?

ଆଠଗଡ଼ରେ ମୋଦୀ ଗ୍ୟାରେଣ୍ଟି ରଥ ଭାଙ୍ଗିଲେ ଦୁର୍ବୃତ୍ତ: ଏଲଇଡି ଭାଙ୍ଗି, ଫ୍ଲେକ୍ସ ଚିରି କର୍ମଚାରୀଙ୍କୁ ଆକ୍ରମଣ ଅଭିଯୋଗ

କନକ ବ୍ୟୁରୋ: ଆଠଗଡ଼ରେ ମୋଦୀ ଗ୍ୟାରେଂଟି ରଥ ଭାଙ୍ଗିଲେ ଦୁର୍ବୃତ୍ତା ଏଲଇଡି ଭାଙ୍ଗି, ଫ୍ଲେକ୍ସ ଚିରି କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆଠଗଡ଼ ବ୍ଲକ ସଠିଲୋ ପଂଚାୟତରେ ଏଭଳି ଘଟଣା ଘଟିଛି । ପଂଚାୟତର ପିଇଓଙ୍କ ଉପସ୍ଥିତିରେ ଗ୍ୟାରେଂଟି ରଥର କର୍ମଚାରୀଙ୍କ ଉପରେ ହୋଇଥିଲା ଆକ୍ରମଣ । ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋଇଛି ।

The post ଆଠଗଡ଼ରେ ମୋଦୀ ଗ୍ୟାରେଣ୍ଟି ରଥ ଭାଙ୍ଗିଲେ ଦୁର୍ବୃତ୍ତ: ଏଲଇଡି ଭାଙ୍ଗି, ଫ୍ଲେକ୍ସ ଚିରି କର୍ମଚାରୀଙ୍କୁ ଆକ୍ରମଣ ଅଭିଯୋଗ first appeared on Kanak News.

from Kanak News
via <a href="https://ifttt.com/?

ହାଇଟେକ୍ ଏସି ବିସ୍ଫୋରଣ ଘଟଣାରେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କଲା ଏସି ଟେକ୍ନିସିଆନ ସଂଘ: ଏସି ସଜାଡ଼ିବା ସମୟରେ ନାଇଟ୍ରୋଜେନ ବଦଳରେ ଅକ୍ସିଜେନ ଦେଇଥିବା ଅଭିଯୋଗ

କନକ ବ୍ୟୁରୋ: ହାଇଟେକ୍ ଏସି ବିସ୍ଫୋରଣ ଘଟଣାରେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛି ଏସି ଟେକ୍ନିସିଆନ ସଂଘ । ଏସି ସଜାଡ଼ିବା ସମୟରେ ହାଇଟେକ୍ ମେଡ଼ିକାଲ କତୃପକ୍ଷ ନାଇଟ୍ରୋଜେନ ବଦଳରେ ଅକ୍ସିଜେନ ଦେଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସଂଘର କର୍ମକର୍ତା ।

ସେପଟେ ହାଇଟେକ୍ ହସ୍ପିଟାଲ ଆଗରେ ଏକାଠି ହୋଇଛନ୍ତି ଜ୍ୟୋତିରଞ୍ଜନଙ୍କ ପରିବାର । ଯାହାଙ୍କ ପାଇଁ ସେମାନେ ୮ ଦିନ ହେଲା ହସ୍ପିଟାଲରେ ପଡି ରହିଥିଲେ, କେବେ ଭେଂଟିଲେଟରରୁ ବାହାରିବେ, ସୁସ୍ଥ ହୋଇ ବାହାରକୁ ଆସିବେ ଚାହିଁ ରହିଥିଲେ । ସେହି ଜ୍ୟୋତିରଞ୍ଜନ ଯେତେବେଳେ ମୃତ ବୋଲି ଶୁଣୁଛନ୍ତି, ସେମାନଙ୍କ ପାଦ ତଳୁ ମାଟି ଖସିଯାଇଛି । ଦୁଃଖ ଓ କ୍ଷୋଭର ସହ ଦାବି କରୁଛନ୍ତି, ଆମକୁ ଜ୍ୟୋତି ଫେରାଇ ଦିଅନ୍ତୁ ନହେଲେ ତାଙ୍କ ମର ଶରୀର ଅନ୍ତିମ ସଂସ୍କାର ପାଇଁ ଦିଆଯାଉ । ହେଲେ ଏପଟେ ଦିଲ୍ଲୀପ ବୋଲି ଯାହାଙ୍କ ମୃତଦେହର ଅନ୍ତିମ ସଂସ୍କାର ସରିଛି, ସେ ଜ୍ୟୋତି ବୋଲି ଧୀରେ ଧୀରେ ସ୍ପଷ୍ଟ ହେଉଛି । ତେଣୁ ଜ୍ୟୋତିଙ୍କ ମର ଶରୀର ଆଉ ତାଙ୍କ ପରିବାରକୁ ହସ୍ତାନ୍ତର କରିବା ସମ୍ଭବ ନୁହେଁ । ହେଲେ ପରିବାର କିନ୍ତୁ ମୃତଦେହ ପାଇଁ ଅଡି ବସିଛି ।

The post ହାଇଟେକ୍ ଏସି ବିସ୍ଫୋରଣ ଘଟଣାରେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କଲା ଏସି ଟେକ୍ନିସିଆନ ସଂଘ: ଏସି ସଜାଡ଼ିବା ସମୟରେ ନାଇଟ୍ରୋଜେନ ବଦଳରେ ଅକ୍ସିଜେନ ଦେଇଥିବା ଅଭିଯୋଗ first appeared on Kanak News.

from Kanak News
via <a href="https://ifttt.com/?

ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଘଟଣା: ଭୁଲରେ ଦିଲ୍ଲୀପଙ୍କ ମୃତ୍ୟୁ ଘୋଷଣା ହୋଇଥିବା ନେଇ ସ୍ପଷ୍ଟ ହେଉଛି ଚିତ୍ର

କନକ ବ୍ୟୁରୋ: ହାଇଟେକ୍ ହସ୍ପିଟାଲ ଆଗରେ ଏକାଠି ହୋଇଛନ୍ତି ଜ୍ୟୋତିରଞ୍ଜନଙ୍କ ପରିବାର । ଯାହାଙ୍କ ପାଇଁ ସେମାନେ ୮ ଦିନ ହେଲା ହସ୍ପିଟାଲରେ ପଡି ରହିଥିଲେ, କେବେ ଭେଂଟିଲେଟରରୁ ବାହାରିବେ, ସୁସ୍ଥ ହୋଇ ବାହାରକୁ ଆସିବେ ଚାହିଁ ରହିଥିଲେ । ସେହି ଜ୍ୟୋତିରଞ୍ଜନ ଯେତେବେଳେ ମୃତ ବୋଲି ଶୁଣୁଛନ୍ତି, ସେମାନଙ୍କ ପାଦ ତଳୁ ମାଟି ଖସିଯାଇଛି । ଦୁଃଖ ଓ କ୍ଷୋଭର ସହ ଦାବି କରୁଛନ୍ତି, ଆମକୁ ଜ୍ୟୋତି ଫେରାଇ ଦିଅନ୍ତୁ ନହେଲେ ତାଙ୍କ ମର ଶରୀର ଅନ୍ତିମ ସଂସ୍କାର ପାଇଁ ଦିଆଯାଉ । ହେଲେ ଏପଟେ ଦିଲ୍ଲୀପ ବୋଲି ଯାହାଙ୍କ ମୃତଦେହର ଅନ୍ତିମ ସଂସ୍କାର ସରିଛି, ସେ ଜ୍ୟୋତି ବୋଲି ଧୀରେ ଧୀରେ ସ୍ପଷ୍ଟ ହେଉଛି । ତେଣୁ ଜ୍ୟୋତିଙ୍କ ମର ଶରୀର ଆଉ ତାଙ୍କ ପରିବାରକୁ ହସ୍ତାନ୍ତର କରିବା ସମ୍ଭବ ନୁହେଁ । ହେଲେ ପରିବାର କିନ୍ତୁ ମୃତଦେହ ପାଇଁ ଅଡି ବସିଛି ।

The post ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଘଟଣା: ଭୁଲରେ ଦିଲ୍ଲୀପଙ୍କ ମୃତ୍ୟୁ ଘୋଷଣା ହୋଇଥିବା ନେଇ ସ୍ପଷ୍ଟ ହେଉଛି ଚିତ୍ର first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started