ଆଇଆଇଟି ବମ୍ବେର ୮୫ ଛାତ୍ରଙ୍କୁ ମିଳିଲା ୧ କୋଟି ଲେଖାଏଁ ପ୍ୟାକେଜର ଚାକିରୀ । ଆପଲ, ଗୁଗୁଲ ଭଳି କମ୍ପାନୀ ଦେଲେ ଅଫର

କନକ ବ୍ୟୁରୋ : ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି ବମ୍ବେର ୮୫ ଜଣ ଛାତ୍ରଛାତ୍ରୀଙ୍କୁ ଏକ କୋଟି ଲେଖାଏଁ ପ୍ୟାକେଜରେ ଚାକିରୀ ମିଳିଛି । ଆଇଆଇଟି ବମ୍ବେର କ୍ୟାମ୍ପସ୍ ପ୍ଲେସମେଣ୍ଟରେ ୮୫ ଜଣ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୧ କୋଟି ଟଙ୍କା ଦରମାରେ ଚାକିରୀ ମିଳିଛି । କ୍ୟାମ୍ପସ ପ୍ଲେସମେଣ୍ଟର ପ୍ରଥମ ପର୍ଯ୍ୟାୟରେ ୧୧୮୮ ଜଣ ଛାତ୍ରଛାତ୍ରୀଙ୍କୁ ସ୍ଥାନ ମିଳିଛି ।

ଏଥର କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କୁ ଅଫର ଦେଇଥିବା ପ୍ରମୁଖ କମ୍ପାନୀଗୁଡିକ ମଧ୍ୟରେ ରହିଛି ଅକ୍ସେଞ୍ଜର, ଏୟାରବେସ୍, ଏୟାର ଇଣ୍ଡିଆ, ଆପଲ, ଆର୍ଥର.ଡି. ଲିଟିଲ, ବଜାଜ, ବାର୍କଲେଜ, କୋହେସିଟି, ଡା ଭିଞ୍ଚି, ଡିଏଚଏଲ୍, ଫୁଲଟର୍ନ, ଫ୍ୟୁଚର ଫାଷ୍ଟ, ଜିଇ-ଆଇଟିସି, ଗ୍ଲୋବାଲ ଏନର୍ଜି ଆଣ୍ଡ ଇନବାୟରନ୍ ଓ ଗୁଗଲ । ପ୍ରଥମ ପର୍ଯ୍ୟାୟ ପ୍ଲେସମେଣ୍ଟରେ ୩୮୮ ଟି କମ୍ପାନୀ ୧୩୪୦ ଜଣ ଛାତ୍ରଛାତ୍ରୀଙ୍କୁ ଅଫର ପ୍ରଦାନ କରିଛନ୍ତି । ପ୍ରଥମ ପର୍ଯ୍ୟାୟ ପ୍ଲେସମେଣ୍ଟ ପାଇଁ ୬୦ ପ୍ରତିଶତ ଛାତ୍ରଛାତ୍ରୀ ନାମ ପଞ୍ଜିକରଣ କରିଛନ୍ତି ।

ଆଇଆଇଟି ବମ୍ବେର ଛାତ୍ରଛାତ୍ରୀଙ୍କୁ କେବଳ ଦେଶ ନୁହେଁ ବିଦେଶରୁ ମଧ୍ୟ ଅଫର ଆସିଛି । ଜାପାନ, ତାଇୱାନ, ଦକ୍ଷିଣ କୋରିଆ, ନେଦରଲାଣ୍ଡ, ସିଙ୍ଗାପୁର ଓ ହଂକଂ ଭଳି ଦେଶରୁ ମୋଟ ୬୩ ପ୍ରତିଶତ ଅଫର ମିଳିଛି ।

The post ଆଇଆଇଟି ବମ୍ବେର ୮୫ ଛାତ୍ରଙ୍କୁ ମିଳିଲା ୧ କୋଟି ଲେଖାଏଁ ପ୍ୟାକେଜର ଚାକିରୀ । ଆପଲ, ଗୁଗୁଲ ଭଳି କମ୍ପାନୀ ଦେଲେ ଅଫର first appeared on Kanak News.

from Kanak News
via <a href="https://ifttt.com/?

ଦୁନିଆର ସବୁଠୁ କୁଲ୍ ଶାସକ ।  ସିଂହାସନ ଆରୋହଣ କରିବା ମାତ୍ରେ ୭୫,୦୦୦ ହତ୍ୟାକାରୀଙ୍କୁ ଜେଲରେ ଭର୍ତ୍ତି କରିଦେଲେ । ଲୋକମାନେ ବି ଖୁସ୍

ଏଲ ସାଲଭାଡୋରର ରାଷ୍ଟ୍ରପତି ନୟିବ ବୁକେଲେଙ୍କୁ ବିଶ୍ୱର ସବୁଠାରୁ ଶାନ୍ତ ଶାସକ ବୋଲି ବର୍ଣ୍ଣନା କରାଯାଇଛି । ତାଙ୍କ ନିଷ୍ପତି ସବୁ ସେ ଥଣ୍ଡା ମିଜାଜରେ ନିଅନ୍ତି ବୋଲି ତାଙ୍କୁ କୁଲ୍ ଶାସକ ବୋଲି ମଧ୍ୟ ଲୋକମାନେ କହିଥାନ୍ତି ।  ୨୦୧୯ ରେ ସିଂହାସନ ଗ୍ରହଣ କରିବା ପରେ ସେ ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ଦେଶର ୭୫,୦୦୦ ଅପରାଧୀଙ୍କୁ ଜେଲରେ ଭର୍ତ୍ତି କରିଥିଲେ । ବୁକେଲଙ୍କ ଏହି କଠୋର ନିଷ୍ପତ୍ତି ୨୦୨୩ କୁ ଏଲ ସାଲଭାଡୋର ଇତିହାସରେ ସବୁଠାରୁ ସୁରକ୍ଷିତ ବର୍ଷ ବୋଲି ମନେ କରାଯାଏ ।

ମାର୍ଚ୍ଚ ୨୦୨୨ ରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବା ପରଠାରୁ ଏଲ ସାଲଭାଡୋରର ରାଷ୍ଟ୍ରପତିଙ୍କୁ ଦୁନିଆର ସବୁଠାରୁ ଶକ୍ତିଶାଳୀ ଶାସକ ଭାବରେ ବର୍ଣ୍ଣନା କରାଯାଉଛି ।  ସେ ଅପରାଧକୁ ଦମନ କରିବା ପାଇଁ ୭୫,୦୦୦ ଅପରାଧୀଙ୍କୁ ଜେଲରେ ଭର୍ତ୍ତି କରି ରଖିଛନ୍ତି ।

ବୁକେଲେଙ୍କ କାରଣରୁ ଗତ ବର୍ଷ ତାଙ୍କ ଦେଶରେ ହତ୍ୟା ହାରରେ ୯୪ ପ୍ରତିଶତ ହ୍ରାସ ଘଟିଛି । ଗତ ବର୍ଷ ଏହା କେବଳ ୧୫୪ ରେକର୍ଡ କରାଯାଇଥିଲା, ଯାହା ୨୦୧୭ ରେ ପ୍ରାୟ ୪୦୦୦ ଥିଲା ।

ହତ୍ୟାର ହାର ଜାହା ନଅ ବର୍ଷ ପୂର୍ବେ ପ୍ରତି ୧୦୦,୦୦୦ ରେ ୧୦୬ ଥିଲା ତାହା ଗତ ବର୍ଷ ୨.୪ କୁ ଖସି ଆସିଛି । ଏହା ପାଇଁ ୨୦୨୩ କୁ ଏଲ ସାଲଭାଡୋର ଇତିହାସର ସବୁଠାରୁ ସୁରକ୍ଷିତ ବର୍ଷ ବୋଲି କୁହାଯାଉଛି ।

ଏହି ଚାର୍ଟରୁ ଆପଣ ୨୦୧୭ ଠାରୁ ଏଲ ସାଲଭାଡୋରରେ ଅପରାଧ ହାରର ହ୍ରାସ ଦେଖି ଜାଣିପାରିବେ ।  ୨୦୨୩ ରେ ଏହା ମାତ୍ର ୧୫୪ ଅଟେ । ଯେ କୌଣସି ଦେଶ ପାଇଁ ଏହି ଚାର୍ଟ ଏକ ବଡ଼ ସଫଳତା ବୋଲି ଗଣାଯିବ ।

ଏହି ବନ୍ଦୀମାନଙ୍କୁ ଖାଲି ପାଦରେ ରହିବାକୁ ପଡିଥାଏ । ଏହାଛଡା ଏମାନଙ୍କୁ ଲୁହା ଖଟରେ ବିନା ଗଦିରେ ଶୋଇବାକୁ ମଧ୍ୟ ପଡିଥାଏ ।

 

 

 

The post ଦୁନିଆର ସବୁଠୁ କୁଲ୍ ଶାସକ ।  ସିଂହାସନ ଆରୋହଣ କରିବା ମାତ୍ରେ ୭୫,୦୦୦ ହତ୍ୟାକାରୀଙ୍କୁ ଜେଲରେ ଭର୍ତ୍ତି କରିଦେଲେ । ଲୋକମାନେ ବି ଖୁସ୍ first appeared on Kanak News.

from Kanak News
via <a href="https://ifttt.com/?

ଧୋନୀଙ୍କୁ ଠକିଦେଲେ ଘନିଷ୍ଠ ବନ୍ଧୁ, ୧୫ କୋଟିର କ୍ଷତି ପାଇଁ କଲେ କେସ୍ ।

କନକ ବ୍ୟୁରୋ : ଠକାମୀର ଶିକାର ହେଲେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ । ନିଜର ଅତି ଘନିଷ୍ଠ ବନ୍ଧୁ ଧୋନୀଙ୍କୁ ଠକିଛନ୍ତି । ଯେଉଁଥିପାଇଁ ଆରକା ସ୍ପୋର୍ଟ୍ସ ଆଣ୍ଡ ମ୍ୟାନେଜମେଣ୍ଟ ଲିମିଟେଡର ମିହିର ଦିବାକର ଓ ସୌମ୍ୟା ବିଶ୍ୱାସଙ୍କ ନାଁରେ ରାଞ୍ଚି କୋର୍ଟରେ ଅପରାଧିକ ମାମଲା ରୁଜୁ କରିଛନ୍ତି ଧୋନୀ । ଧୋନୀଙ୍କର ଅତି ଘନିଷ୍ଠ ବନ୍ଧୁ ଭାବେ ମିହିର ଦିବାକର ଜଣାଶୁଣା । ଏପରିକି ମିହିରି ହେଉଛନ୍ତି ଧୋନୀଙ୍କର ବ୍ୟବସାୟିକ ବନ୍ଧୁ । ମିହିରଙ୍କ ସହ ଧୋନୀଙ୍କର ଅନେକ ଫଟୋ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳେ ।

ମିହିର ଦିବାକର ବିଶ୍ୱର ବିଭିନ୍ନ ସ୍ଥାନରେ କ୍ରିକେଟ ଏକାଡେମୀ ଖୋଲିବାକୁ ୨୦୧୭ ମସିହାରେ ଧୋନୀଙ୍କ ସହ ଚୁକ୍ତି କରିଥିଲେ । କିନ୍ତୁ ଚୁକ୍ତିରେ ଥିବା ସର୍ତ୍ତକୁ ପରବର୍ତ୍ତୀ ସମୟରେ ପାଳନ କରିନଥିଲେ ମିହିର । ପରେ ୨୦୨୧ରେ ଧୋନୀ ନିଜର ଅଥରିଟି ଲେଟର ଆରକା ସ୍ପୋର୍ଟ୍ସ ଠାରୁ ଫେରସ୍ତ ନେଇଥିଲେ । ଏହାପରେ ଚୁକ୍ତି ଖିଲାପ ପାିଁ ମିହିରଙ୍କୁ ଅନେକ ନୋଟିସ ପଠାଇଥିଲେ ମଧ୍ୟ ଏହାର ଉତ୍ତର ଦେଇନଥିଲେ ମିହିର । ପରେ ଧୋନୀଙ୍କ ଓକିଲ ଦୟାନନ୍ଦ ସିଂ କହିଥିଲେ, ଆରକା ସ୍ପୋର୍ଟ୍ସ ଧୋନୀଙ୍କ ସହ ଠକାମୀ କରିଛି । ଯେଉଁଥିପାଇଁ ଧୋନୀଙ୍କର ୧୫ କୋଟି ଟଙ୍କାର କ୍ଷତି ହୋଇଛି । ଯାହାକୁ ନେଇ ମିହିରଙ୍କ ବିରୋଧରେ କୋର୍ଟରେ ପହଞ୍ଚିଛନ୍ତି ଧୋନୀ ।

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଥିବା ଧୋନୀଙ୍କୁ ଆସନ୍ତା ଆଇପିଏଲରେ ଖେଳୁଥିବାର ଦେଖିବାକୁ ମିଳିବ । ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଥିବା ଧୋନୀ ପୁଣିଥରେ ଦଳକୁ ଟାଇଟଲ ବିଜୟୀ କରାଇବାକୁ ମୈଦାନକୁ ଓହ୍ଲାଇବେ ।

The post ଧୋନୀଙ୍କୁ ଠକିଦେଲେ ଘନିଷ୍ଠ ବନ୍ଧୁ, ୧୫ କୋଟିର କ୍ଷତି ପାଇଁ କଲେ କେସ୍ । first appeared on Kanak News.

from Kanak News
via <a href="https://ifttt.com/?

ଆଇୱା ସ୍କୁଲ ଗୁଳିକାଣ୍ଡ : ୧୭ ବର୍ଷର ବାଳକ ଷଷ୍ଠ ଶ୍ରେଣୀର ଛାତ୍ରକୁ କଲା ହତ୍ୟା । ଆହୁରି ୫ ଆହତ ।  ଆମେରିକାରେ ସ୍କୁଲ ପିଲାଙ୍କ ଅପରାଧ ପ୍ରବଣତା

ଶୀତ ଅବକାଶ ପରେ ଗୁରୁବାର କ୍ଳାସର ପ୍ରଥମ ଦିନ ଥିଲା ।  ଯେତେବେଳେ ଜଣେ ୧୭ ବର୍ଷର ଛାତ୍ର ଆଇଓଆର ଏକ ବିଦ୍ୟାଳୟ ଭିତରେ ପଶି ଆଖିବୁଜା  ଗୁଳି ଚଳାଇଥିଲା । ଅଭିଯୁକ୍ତ ଜଣକ ପେରି ହାଇସ୍କୁଲର ଛାତ୍ର ଡିଲିନ୍ ବଟଲର ବୋଲି ଜଣାପଡିଛି । ଏହି ଘଟଣା ପରେ ସେ ନିଜେ ନିଜ ଉପରେ ଗୁଳି ଚଳାଇ ଆତ୍ମହତ୍ୟା କରିଛି  ବୋଲି ସୂତ୍ରରୁ ପ୍ରକାଶ ।

ଚିକାଗୋ: ଆମେରିକାର ଆଇଓଆରେ ଶୀତ ଛୁଟି ପରେ ଗୁରୁବାର ଦିନ ସ୍କୁଲ ଖୋଲିବାର ପ୍ରଥମ ଦିନରେ ଜଣେ ୧୭  ବର୍ଷୀୟ ଛାତ୍ର ଗୁଳି ଚଳାଇବାରୁ ଜଣେ  ଷଷ୍ଠ ଶ୍ରେଣୀର ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ପାଞ୍ଚ ଜଣ ଆହତ ହୋଇଥିଲେ। ଆକ୍ରମଣକାରୀ ଛାତ୍ର ନିଜକୁ ନିଜେ ଗୁଳି ଚଳାଇ ମୃତ୍ୟୁ ବରଣ କରିଛି । ଆମେରିକାର ଆଇନ ଶୃଙ୍ଖଳା ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି ।

ଆଇଓଆର କ୍ରାଇମବ୍ରାଞ୍ଚର ଅନୁସନ୍ଧାନକାରୀ କହିଛନ୍ତି ଯେ ଅନୁସନ୍ଧାନକାରୀମାନେ କହିବା  ଅନୁସାରେ  ସନ୍ଦିଗ୍ଧ ଛାତ୍ର ପେରିର ଏକ ବିଦ୍ୟାଳୟରେ ମଧ୍ୟ ଗୁଳି ଚଳାଇଥିଲେ । ଜଣକ ଦେହରେ ଗୁଳି ବାଜିଥିଲା । ଅଧିକାରୀ କହିଛନ୍ତି ଯେ ଆହତମାନଙ୍କ ମଧ୍ୟରୁ ଜଣେ ପ୍ରଶାସକ ଏବଂ ପେରି ହାଇସ୍କୁଲର ପ୍ରିନ୍ସପାଲ ଡାନ ମାରବର୍ଗ ବୋଲି ଜଣାପଡିଛି । ଅଧିକାରୀମାନେ ସୁଟରକୁ ୧୭ ବର୍ଷୀୟ ଡାଇଲାନ୍ ବଟଲର୍ ବୋଲି ଚିହ୍ନଟ କରିଛନ୍ତି ଏବଂ ଏପର୍ଯ୍ୟନ୍ତ ତାର କଣ ଉଦ୍ଦେଶ୍ୟ ଥିଲା ତାଜା ପ୍ରକାଶ କରିନାହାଁନ୍ତି । ତାଙ୍କର ଦୁଇ ବନ୍ଧୁ ଏବଂ ମା କହିଛନ୍ତି ଯେ ବଟଲର ଜଣେ ଶାନ୍ତ ବାଳକ ଯିଏ ଦୀର୍ଘ ବର୍ଷ ଧରି ହଇରାଣ ହେଉଥିଲା ।

ସକାଳ ୭.୩୦ ପରେ ଏହି ଆକ୍ରମଣ ହୋଇଥିଲାଅଧିକାଂଶ ଛାତ୍ର ଓ ଶିକ୍ଷକ ବିଲ୍ଡିଂରେ ପ୍ରବେଶ କରିବା ପୂର୍ବରୁ ସକାଳ ୭.୩୦  ପରେ ଏହି ଆକ୍ରମଣ ହୋଇଥିଲା । ବଟଲର ଏକ ସଟ୍ ଗନ ଏବଂ ହ୍ୟାଙ୍ଗ ଗନ ନେଇ ଆସିଥିଲା । ରାଜ୍ୟ ଅପରାଧିକ ଅନୁସନ୍ଧାନ ବିଭାଗର ସହକାରୀ ନିର୍ଦ୍ଦେଶକ ମିଚ୍ ମୋର୍ଟୱାଇଟ୍ ଗଣମାଧ୍ୟମକୁ କହିଛନ୍ତି ଯେ ଗୁଳି ବିନିମୟରେ ବଟଲର ଅନେକ ସୋସିଆଲ ମିଡିଆ ପୋଷ୍ଟ କରିଥିଲେ । ହାଇସ୍କୁଲର ସନ୍ଧାନ ବେଳେ ପୋଲିସ ଏକ ଅପ୍ରାକୃତିକ ବିସ୍ଫୋରକ ଉପକରଣ ମଧ୍ୟ ପାଇଥିଲା । ଆହତମାନଙ୍କ ମଧ୍ୟରେ ଜଣେ ସ୍କୁଲ ପ୍ରଶାସକ ମଧ୍ୟ ଥିଲେ।ଘଟଣାର ତଦନ୍ତ କରାଯାଉଛି ବୋଲି ମୋର୍ଟୱାଇଟ୍ କହିଛନ୍ତି। ସେ କହିଛନ୍ତି ଯେ ଆହତଙ୍କ ମଧ୍ୟରୁ ଚାରିଜଣ ଛାତ୍ର ଏବଂ ପଞ୍ଚମ ଜଣ ସ୍କୁଲ ପ୍ରଶାସକ। ଯାହାଙ୍କ ନାମ ପ୍ରକାଶ କରିବାକୁ ମନା କରିଦେଇଥିଲେ । ତେବେ ଅନ୍ୟ ଏକ ସ୍କୁଲ ଜିଲ୍ଲା ଇଷ୍ଟନ୍ ଭ୍ୟାଲି ଏକ ବିବୃତ୍ତି ଜାରି କରି କହିଛି ଯେ ଏହି ଆକ୍ରମଣରେ ଆହତ ହୋଇଥିବା ପ୍ରଶାସକ ହାଇସ୍କୁଲର ପ୍ରିନ୍ସପାଲ୍ ଡାନ୍ ମାରବର୍ଗର୍ । ପେରି ୭୯୦୦ ବାସିନ୍ଦାଙ୍କ ଏକ ସହର, ରାଜ୍ୟ ରାଜଧାନୀ ଡେସ୍ ମୋଇନ୍ସର ଉତ୍ତର-ପଶ୍ଚିମଠାରୁ ପ୍ରାୟ ୬୫ କିଲୋମିଟର ଦୂରରେ ଅବସ୍ଥିତ ସ୍ଥାନରେ ରହୁଥିଲା । ।

 

The post ଆଇୱା ସ୍କୁଲ ଗୁଳିକାଣ୍ଡ : ୧୭ ବର୍ଷର ବାଳକ ଷଷ୍ଠ ଶ୍ରେଣୀର ଛାତ୍ରକୁ କଲା ହତ୍ୟା । ଆହୁରି ୫ ଆହତ ।  ଆମେରିକାରେ ସ୍କୁଲ ପିଲାଙ୍କ ଅପରାଧ ପ୍ରବଣତା first appeared on Kanak News.

from Kanak News
via <a href="https://ifttt.com/?

ବିନା ନୋଟିସରେ ଉଚ୍ଛେଦ । ସତ ପଚାରିବାରୁ ଗଣମାଧ୍ୟମ ଆଗରେ ମୁହଁ ଖୋଲୁନାହାଁନ୍ତି ବିଡିଏ ଅଧିକାରୀ ।

କନକ ବ୍ୟୁରୋ: ବିନା ନୋଟିସରେ ଉଚ୍ଛେଦ । ଉଚ୍ଛେଦ ସମୟରେ ଉତ୍ତେଜନା । ଉଚ୍ଛେଦ ବେଳର ଦୃଶ୍ୟକୁ ଦୋକାନୀ ମୋବାଇଲରେ ରେକର୍ଡ କରିବାରୁ ବାରଣ କରିଛନ୍ତି ପୁଲିସ ଓ ବିଡିଏ ଅଧିକାରୀ । ମୋବାଇଲ୍ ଛଡେଇ ନେଇ ଭିଡିଓ ଡିଲିଟ୍ କରିବାକୁ ବାଧ୍ୟ କଲେ । ଦୋକାନୀ ନଶୁଣିବାରୁ ସାଇବର ଆକ୍ଟରେ ଫସେଇ ଦେବେ ବୋଲି ଧମକ ଦେଉଥିବା ଅଭିଯୋଗ ହୋଇଛି ।

ଭୁବନେଶ୍ୱର ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ନିକଟରେ ଥିବା ଦୋକାନକୁ ଆଜି ବିିଡିଏ ପକ୍ଷରୁ ଉଚ୍ଛେଦ କରାଯାଉଛି । ଦୋକାନୀଙ୍କ ଅଭିଯୋଗ ଅନୁସାରେ, ଦୋକାନ ଭାଙ୍ଗିବା ଆଗରୁ ଥଇଥାନ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ହେଲେ ବିଡିଏ ପକ୍ଷରୁ କୌଣସି ନୋଟିନ୍ ନଦେଇ ଉଚ୍ଛେଦ କରାଯାଉଛି । ଅନ୍ୟପଟେ ଏ ବାବଦରେ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲୁ ନାହାନ୍ତି ବିଡିଏ ଅଧିକାରୀ ।

The post ବିନା ନୋଟିସରେ ଉଚ୍ଛେଦ । ସତ ପଚାରିବାରୁ ଗଣମାଧ୍ୟମ ଆଗରେ ମୁହଁ ଖୋଲୁନାହାଁନ୍ତି ବିଡିଏ ଅଧିକାରୀ । first appeared on Kanak News.

from Kanak News
via <a href="https://ifttt.com/?

କଟକରେ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ । କହିଲେ, କଟକରେ ଚାଲିବ ଲକ୍ଷ୍ମୀ ବସ୍, ୫ ଟଙ୍କାରେ ଯାତ୍ରା କରିବେ ମହିଳା ଛାତ୍ରଛାତ୍ରୀ ।

କନକ ବ୍ୟୁରୋ: କଟକ ଗସ୍ତରେ ଫାଇଭ୍ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ । ବାଲିଯାତ୍ରା ପଡିଆରେ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି । ଏହି ଅବସରରେ ସେ ଜନସାଧାରଣଙ୍କୁ ଗମନାଗମନ ଓ ସ୍ୱାସ୍ଥ୍ୟ ସେବା ସୁବିଧା ପାଇଁ ନିଶ୍ଚିତ କରିଛନ୍ତି । ପାଣ୍ଡିଆନ୍ କହିଛନ୍ତି ଯେ, କଟକରେ ଚାଲିବ ଲକ୍ଷ୍ମୀ ବସ୍ । ଏଥିରେ ମହିଳା ଓ ଛାତ୍ରଛାତ୍ରୀ ଓ ମହିଳା ମାତ୍ର ୫ ଟଙ୍କାରେ ଯାତ୍ରା କରିପାରିବେ । ଏହାସହ ଜିଲ୍ଲାର ପ୍ରତି ପଞ୍ଚାୟତରେ ପହଞ୍ଚିବ ବ୍ୟାଙ୍କ ସେବା ।

ଏହାସହ ବିଏସକେୱାଇ ଯୋଜନା ଉପରେ ମଧ୍ୟ ଗୁରତ୍ୱ ଦେଇଛନ୍ତି ଭି କେ ପାଣ୍ଡିଆନ୍ । କହିଛନ୍ତି, ମିଶନ ଶକ୍ତିରେ ଥିବା ମହିଳା ହୁଅନ୍ତୁ ବା ଭତ୍ତା ପାଉଥିବା ମହିଳା ସମସ୍ତେ ଏହି କାର୍ଡ ପାଇଁ ଆବେଦନ କରିବେ । ଏହାସହ ଅନ୍ୟ ସମସ୍ତେ ନବୀନ୍ ବିଏସକେୱାଇ କାର୍ଡ ପାଇଁ ଆବେଦନ କରିପାରିବେ । ଏଥିପାଇଁ ୬ ତାରିଖରୁ ରେଜିଷ୍ଟ୍ରେସନ୍ ଆରମ୍ଭ ହେଉଛି । ଏହାକୁ ଦୁଇଟି ପର୍ଯ୍ୟାୟରେ କରାଯିବ । ପ୍ରଥମେ ପର୍ଯ୍ୟାୟରେ ଗ୍ରାମାଞ୍ଚଳ ଜନସାଧାରଣ ଏଥିପାଇଁ ନାମ ପଞ୍ଚଞ୍ଜିକରଣ କରାଇବେ ଏବଂ ସହରାଞ୍ଚଳ ଲୋକେ ଦ୍ୱିତୀୟ ପର୍ଯ୍ୟାୟରେ ଆବେଦନ କରିବେ । ଏହାଦ୍ୱାରା ସ୍ୱାସ୍ଥ୍ୟ ସୁବିଧା ସୁଲଭରେ ଉପଲବ୍ଧ ହୋଇପାରିବ । ଗୋଟିଏ ବି ପରିବାର ଯେପରି ନବୀନ ବିଏସକେୱାଇ କାର୍ଡ ପାଇବାରୁ ବଞ୍ଚିତ ନହୁଅନ୍ତି ତାହା ସରକାର ନିଶ୍ଚିତ କରିବେ ।

The post କଟକରେ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ । କହିଲେ, କଟକରେ ଚାଲିବ ଲକ୍ଷ୍ମୀ ବସ୍, ୫ ଟଙ୍କାରେ ଯାତ୍ରା କରିବେ ମହିଳା ଛାତ୍ରଛାତ୍ରୀ । first appeared on Kanak News.

from Kanak News
via <a href="https://ifttt.com/?

୨୦୦୭ ଟି-୨୦ ବିଶ୍ୱକପରେ ଭାରତର ବିଜୟ ପଛରେ ହିରୋ ସାଜିଥିବା ଯୋଗିନ୍ଦର ଶର୍ମାଙ୍କ ବିରୋଧରେ ସଂଗୀନ ଅଭିଯୋଗ । ଆତ୍ମହତ୍ୟା ପାଇଁ ଉସକାଉଥିବା ନେଇ ଥାନାରେ ମାମଲା

କନକ ବ୍ୟୁରୋ : ୨୦୦୭ ଟି-୨୦ ବିଶ୍ୱକପର ଐତିହାସିକ ଓଭର ପକାଇ ଭାରତକୁ ବିଜୟୀ କରାଇଥିବା ଯୋଗୀନ୍ଦର ଶର୍ମାଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆସିଛି । ଆତ୍ମହତ୍ୟା ପାଇଁ ଉସକାଉଥିବା ନେଇ ହରିଆଣାର ହିସାର ଥାନାରେ ମାମଲା ରୁଜୁ ହୋଇଛି । ଯୋଗୀନ୍ଦର ପାକିସ୍ତାନ ବିରୋଧ ୨୦୦୭ ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚରେ ଶେଷ ଓଭର ବୋଲିଂ କରି ଭାରତକୁ ବିଜୟୀ କରାଇଥିଲେ । ଏବେ ସେ ହରିଆଣାର ଡିଏସପି ପଦରେ ଅଛନ୍ତି ।

ଯୋଗୀନ୍ଦରଙ୍କ ସମେତ ୬ ଜଣଙ୍କ ବିରୋଧରେ ହିସାର ଆଜାଦନଗର ଥାନାରେ ମାମଲା ରୁଜୁ ହୋଇଛି । ହିସାରର ଡାବଡା ଗାଁର ପବନ ନାମକ ଜଣେ ବ୍ୟକ୍ତିଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରୁଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ଯୋଗୀନ୍ଦର କହିଛନ୍ତି କି ଏ ବାବଦରେ ତାଙ୍କୁ କିଛି ଜଣାନାହିଁ ।

ଏଏସପି ରାଜେଶ କୁମାର ମୋହନ କହିଛନ୍ତି କି, ଅଭିଯୁକ୍ତଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଉ ଥିବା ଓ ଏସସି ଏସଟି ଧାରା ଯୋଡି ତାଙ୍କ ନାମରେ ମାମଲା ରୁଜୁ ହୋଇଛି । ଯାଂଚ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ପାବଡା ଗାଁର ସୁନିତା ଜାନୁଆରୀ ୨ ତାରିଖରେ ଥାନାରେ ଅଭିଯୋଗ କରିଥିଲେ କି ତାଙ୍କ ଘରକୁ ନେଇ ଅଜୟବୀର, ଇଶ୍ୱର ପ୍ରେମ, ରାଜେନ୍ଦ୍ର ସିହାଗ ଓ ଅନ୍ୟମାନଙ୍କ ନାମରେ ମାମଲା ଚାଲିଛି । ଏହି କାରଣରୁ ତାଙ୍କ ପୁଅ ପବନ ମାନସିକ ଭାବେ ଚାପରେ ରହିଥିଲେ । ଏବଂ ଏହି କାରଣ ପାଇଁ ସେ ଜାନୁଆରୀ ପହିଲାରେ ଆତ୍ମହତ୍ୟା କରିଥିଲେ । ଏହା ପଛରେ ପୂର୍ବ କ୍ରିକେଟର ଯୋଗୀନ୍ଦର ଶର୍ମା, ଅଜୟ ବୀର ଓ ଇଶ୍ୱର ପ୍ରେମ ପବନଙ୍କୁ ଅତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇ ଥିବା ତାଙ୍କ ମା’ସୁନିତା ଥାନାରେ ଅଭିଯୋଗ କରିଛନ୍ତି ।

The post ୨୦୦୭ ଟି-୨୦ ବିଶ୍ୱକପରେ ଭାରତର ବିଜୟ ପଛରେ ହିରୋ ସାଜିଥିବା ଯୋଗିନ୍ଦର ଶର୍ମାଙ୍କ ବିରୋଧରେ ସଂଗୀନ ଅଭିଯୋଗ । ଆତ୍ମହତ୍ୟା ପାଇଁ ଉସକାଉଥିବା ନେଇ ଥାନାରେ ମାମଲା first appeared on Kanak News.

from Kanak News
via <a href="https://ifttt.com/?

ଦିବ୍ୟାଙ୍ଗ ଛୁଆ ପାଇଁ ଗର୍ଭବତୀ ସ୍ତ୍ରୀ, ପିଲାକୁ ଷ୍ଟେସନରେ ଛାଡ଼ି ଦେଇଗଲା ସ୍ୱାମୀ । ନ୍ୟାୟ ପାଇଁ ଶାଶୁ ଘର ବାହାରେ ଧାରଣାରେ ସ୍ତ୍ରୀ ।

କନକ ବ୍ୟୁରୋ: ଏତେ ନିଷ୍ଠୁର ହୋଇପାରେ ସ୍ୱାମୀ । ଭୁଲ ନଥାଇ ବି ଶାସ୍ତି ପାଉଛି ସ୍ତ୍ରୀ । ଦିବ୍ୟାଙ୍ଗ ପୁଅ ପାଇଁ ସ୍ତ୍ରୀ ଓ ପିଲାକୁ ପର କରିଦେଲା ସ୍ୱାମୀ । ରେଳ ଷ୍ଟେସନରେ ସ୍ତ୍ରୀକୁ ଛାଡ଼ି ଫେରାର ହୋଇଗଲା ସ୍ୱାମୀ । ବହୁ କଷ୍ଟରେ ଦିବ୍ୟାଙ୍ଗ ପୁଅକୁ ଧରି ଶାଶୁଘରେ ପହଂଚିବା ପରେ ଶାଶୁ, ଶଶୁର ଓ ବିବାହିତ ନଣନ୍ଦ ତାଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ଆଣିଛନ୍ତି ସ୍ତ୍ରୀ । ତେଣୁ ନ୍ୟାୟ ପାଇଁ ଶାଶୁ ଘର ଆଗରେ ଧାରଣା ଦେଇଛନ୍ତି ପତ୍ନୀ । ବାଲେଶ୍ୱର ବସ୍ତା ଥାନା ବିଦ୍ୟାଧରପୁର ଗାଁରୁ ଆସିଛି ଏଭଳି ଖବର ।

ଗାଁର ମିର ଅମର ଅଲ୍ଲି ୨୦୧୭ ମସିହାରେ ଭୋଗରାଇ ଥାନା ରଶଲପୁର ଗାଁର ନିଜ ମାମୁଁଙ୍କ ଝିଅ ସଜନା ବିବିକୁ ପ୍ରେମ ବିବାହ କରିଥିଲେ । ବିବାହର ବର୍ଷକ ପରେ ସେମାନଙ୍କର ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ମାତ୍ର ପୁଅକୁ ଦୁଇବର୍ଷ ହେବାପରେ ସେ ଦିବ୍ୟାଙ୍ଗ ବୋଲି ଜଣା ପଡିଥିଲା । ଏଥିପାଇଁ ସ୍ତ୍ରୀ ସଜନାଙ୍କୁ ଅନେକ ନିର୍ଯାତନା ସହିବାକୁ ପଡ଼ିଥିବା ସେ ଅଭିଯୋଗ କରିଛନ୍ତି । ସଜନା ପୁଣି ୨ ମାସର ଗର୍ଭବତୀ ହେବା ପରେ ସ୍ୱାମୀ ମିର ଅଲ୍ଲି ବାହାନା କରି ଗାଁକୁ ଆସିବା କହି ଷ୍ଟେସନରେ ସଜନା ଏବଂ ଦିବ୍ୟାଙ୍ଗ ପିଲାକୁ ଛାଡି ମିର ଅଲ୍ଲି କେଉଁ ଆଡେ ପଳାଇଥିଲେ । ବାଲେଶ୍ୱର ପୋଲିସ ସହାୟତାରେ ବସ୍ତା ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ ସଜନା । ମାତ୍ର ସ୍ୱାମୀଙ୍କ କୌଣସି ସନ୍ଧାନ ନମିଳିବାରୁ ବାପଘର ଲୋକେ ସଜନାକୁ ଘରକୁ ନେଇଥିଲେ । ବାପଘରେ ରହୁଥିବା ବେଳେ ଗତ ଅଗଷ୍ଟ ମାସରେ ସଜନା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ ।

ଏହାରି ଭିତରେ ମିର ଅମର ଅଲ୍ଲି ଭଦ୍ରକର ଅନ୍ୟ ଜଣେ ଝିଅକୁ ପ୍ରେମ ବିବାହ କରି ହାଇଦ୍ରାବାଦରେ ରହୁଥିବା ଜାଣିବା ପରେ ସଜନା ନ୍ୟାୟ ପାଇଁ ୫ ବର୍ଷର ଦିବ୍ୟାଙ୍ଗ ପୁଅ ଏବଂ ୫ ମାସର ଝିଅକୁ ଧରି ଶାଶୁଘର ବିଦ୍ୟାଧରପୁରରେ ପହଞ୍ଚିଥିଲେ । ମାତ୍ର ଶାଶୁଘର ଲୋକେ ତାକୁ ଘରେ ପୁରାଇ ଦେଇନଥିଲେ । ତେଣୁ ନ୍ୟାୟ ପାଇଁ ଶୀତ କାକରରେ ଭୋକ ଉପାସରେ ଶାଶୁଘର ଆଗରେ ଧାରଣାରେ ବସିଛନ୍ତ ସଜନା ।

The post ଦିବ୍ୟାଙ୍ଗ ଛୁଆ ପାଇଁ ଗର୍ଭବତୀ ସ୍ତ୍ରୀ, ପିଲାକୁ ଷ୍ଟେସନରେ ଛାଡ଼ି ଦେଇଗଲା ସ୍ୱାମୀ । ନ୍ୟାୟ ପାଇଁ ଶାଶୁ ଘର ବାହାରେ ଧାରଣାରେ ସ୍ତ୍ରୀ । first appeared on Kanak News.

from Kanak News
via <a href="https://ifttt.com/?

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ପ୍ରସ୍ତୁତି । ଶ୍ରୀଦାଣ୍ଡ, ଶ୍ରୀସେତୁ ନିକଟ ବିଶ୍ୱସ୍ତରୀୟ ଭେଣ୍ଡିଂ ଜୋନର ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବଙ୍କ ବୈଠକ

କନକ ବ୍ୟୁରୋ : ପୁରୀରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ଶ୍ରୀଦାଣ୍ଡ, ଶ୍ରୀ ସେତୁ ନିକଟରେ ବିଶ୍ୱସ୍ତରୀୟ ଭେଣ୍ଡିଂ ଜୋନ ସମୀକ୍ଷା କରିଛନ୍ତି । ପୂର୍ତ୍ତ ସଚିବଙ୍କ ସହ ଜିଲ୍ଲାପାଳ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ । ଏହା ସହ ସମଙ୍ଗରେ ହୋଇଥିବା ପାର୍କିଂ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି । ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସୁଥିବା ସମସ୍ତ ଗାଡ଼ି ସେଠାରେ ପାର୍କିଂ ହେବ । ସେଠାରେ ହୋଇଥିବା ଯାତ୍ରୀ ବିଶ୍ରାମଗାର, ଶୌଚାଳୟର ବି ସମୀକ୍ଷା କରିଥିଲେ । ସମୀକ୍ଷା ପରେ ଆରମ୍ଭ ହୋଇଥିଲା ବୈଠକ । ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ପୁରୀରେ ହେବ ସୁରକ୍ଷା ବ୍ୟବସ୍ଥା । ପୁରୀକୁ ବ୍ଲାକେଟ୍ ସିକ୍ୟୁରିଟିରେ ରଖାଯିବ । ଭିଭିଆଇପି ଓ ସାଧାରଣ ଭକ୍ତଙ୍କ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା । ସିସିଟିଭି ବଳୟରେ ରହିବ ପୁରୀ ସହର  । ଟ୍ରାଫିକ ପରିଚାଳନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଅନ୍ୟପଟେ ୧୨ରୁ ଶ୍ରୀସେତୁ ସ୍ୱାଗତ ତୋରଣ ସାଧାରଣ ଲୋକଙ୍କ ପାଇଁ ଖୋଲାଯିବ । ୧୧ ତାରିଖ ସୁଦ୍ଧା ଶ୍ରୀମନ୍ଦିର ପ୍ରଶାସନକୁ କାମ ହସ୍ତାନ୍ତର କରାଯିବ । ନିମନ୍ତ୍ରିତ ଅତିଥି କିଭଳି ରହିବେ ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟ ବୋଲି କହିଛନ୍ତି ମୁଖ୍ୟ ଶ।।ସନ ସଚିବ ।

The post ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ପ୍ରସ୍ତୁତି । ଶ୍ରୀଦାଣ୍ଡ, ଶ୍ରୀସେତୁ ନିକଟ ବିଶ୍ୱସ୍ତରୀୟ ଭେଣ୍ଡିଂ ଜୋନର ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବଙ୍କ ବୈଠକ first appeared on Kanak News.

from Kanak News
via <a href="https://ifttt.com/?

ଦକ୍ଷିଣ କୋରିଆ ଉପରେ ଉତ୍ତର କୋରିଆର ଜବରଦସ୍ତ  ବୋମା ବର୍ଷଣ :  ଆଉ ଏକ ଯୁଦ୍ଧର ବିଗୁଲ ବାଜିଲା କି ?

କିଛି ଘଣ୍ଟା ପୂର୍ବରୁ ହ୍ଵାଇଟ ହାଉସ ଉତ୍ତର କୋରିଆ ଉପରେ ଅଭିଯୋଗ କରିଥିଲା ​​ଯେ ୟୁକ୍ରେନ ଆକ୍ରମଣରେ ରୁଷ, ଉତ୍ତର କୋରିଆରୁ ପଠାଯାଇଥିବା କ୍ଷେପଣାସ୍ତ୍ର  ବ୍ୟବହାର କରିଛି । ଏହି ବିବୃତ୍ତି ପରେ ତୁରନ୍ତ ଉତ୍ତର କୋରିଆ ଦକ୍ଷିଣ କୋରିଆ ଉପରେ ୨୦୦ ରୁ ଅଧିକ ଗୋଳା ନିକ୍ଷେପ କରିଛି । ଦକ୍ଷିଣ କୋରିଆ କହିଛି ଯେ ଉତ୍ତର କୋରିଆ ୨୦୧୮ ସାମରିକ ଚୁକ୍ତିନାମାକୁ ଉଲ୍ଲଂଘନ କରି ସେମାନଙ୍କ ବିବାଦୀୟ ପଶ୍ଚିମ ସାମୁଦ୍ରିକ ସୀମାର ଉତ୍ତରରେ ୨୦୦ ରୁ ଅଧିକ ଗୋଳା ନିକ୍ଷେପ କରିଛି ।

ଉତ୍ତର ଏବଂ ଦକ୍ଷିଣ କୋରିଆ ମଧ୍ୟରେ ବିବାଦ କିଛି ନୂଆ କଥା ନୁହେଁ ।  ଅନେକ ଶାନ୍ତି ଚୁକ୍ତି ସତ୍ତ୍ୱେ ଦୁଇ ଦେଶ ମଧ୍ୟରେ ତିକ୍ତତା ଲାଗିରହିଛି ।  ଏବେ ପୁଣି ଥରେ ଦୁଇ ଦେଶ ମଧ୍ୟରେ ବିବାଦ ଦେଖାଦେଇଛି ।  ଯେଉଁଠାରେ ଉତ୍ତର କୋରିଆ ଦକ୍ଷିଣ କୋରିଆ ସୀମା ନିକଟରେ ୨୦୦ ରୁ ଅଧିକ ଗୋଳା ନିକ୍ଷେପ କରିଛି । ସାରା ବିଶ୍ବ ଏବେ ଦୁଇଟି ଯୁଦ୍ଧର ପରିଣାମ ଭୋଗୁଛି । ରୁଷ-ୟୁକ୍ରେନ ଏବଂ ଇସ୍ରାଏଲ-ହାମାସ ମଧ୍ୟରେ ଯୁଦ୍ଧ ଚାଲିଥିବାବେଳେ ଏହା ଶେଷ ହେବାର କୌଣସି ଲକ୍ଷଣ ଦେଖାଯାଉନାହିଁ । ଏଭଳି ସମୟରେ ବର୍ତ୍ତମାନ ପର୍ଯ୍ୟନ୍ତ ନୀରବ ରହିଥିବା ଉତ୍ତର କୋରିଆ ମଧ୍ୟ ନିଜର ବୃହତ୍ତମ ଶତ୍ରୁ ଦକ୍ଷିଣ କୋରିଆକୁ ଆଖି ଦେଖେଇବା ଆରମ୍ଭ କରିଦେଇଛି ।

ଦକ୍ଷିଣ କୋରିଆ ଶୁକ୍ରବାର ଦିନ ଉତ୍ତର କୋରିଆ ସୀମା ନିକଟ ୟୋନପିଓଙ୍ଗ ଦ୍ୱୀପର ବାସିନ୍ଦାଙ୍କୁ ଏକ ଥଇଥାନ ବିଜ୍ଞପ୍ତି ଜାରି କରି କହିଛି ଯେ ଦକ୍ଷିଣ କୋରିଆ ସୈନ୍ୟମାନେ ଏହି ଅଞ୍ଚଳରେ ଯୁଦ୍ଧ ଅଭ୍ୟାସ କରିବେ। ଏହି ସମୟରେ କିଛି ଘଣ୍ଟା ପୂର୍ବରୁ ହ୍ଵାଇଟ ହାଉସ ଉତ୍ତର କୋରିଆ ଉପରେ ଅଭିଯୋଗ କରିଥିଲା ​​ଯେ ୟୁକ୍ରେନ ଆକ୍ରମଣରେ ରୁଷ ଉତ୍ତର କୋରିଆରୁ ପଠାଯାଇଥିବା କ୍ଷେପଣାସ୍ତ୍ରକୁ ମଧ୍ୟ ବ୍ୟବହାର କରିଛି । ହ୍ଵାଇଟ  ହାଉସର ମୁଖପାତ୍ର ଜନ୍ କିର୍ବିଙ୍କ ଏହି ବିବୃତ୍ତି ପରେ ଉତ୍ତର କୋରିଆ ଦକ୍ଷିଣ କୋରିଆ ଉପରେ ୨୦୦ ରୁ ଅଧିକ ଗୁଳି ଚଳାଇଥିଲା । ତେବେ ଦକ୍ଷିଣ କୋରିଆର କୌଣସି କ୍ଷୟକ୍ଷତି ହୋଇ ନାହିଁ ଏବଂ ଗୋଳାଗୁଡିକ ଉତ୍ତର ସୀମା ରେଖା (NLL) ର ଉତ୍ତରରେ ପଡିଛି, ଯାହା ଦୁଇ ଦେଶ ମଧ୍ୟରେ ସାମୁଦ୍ରିକ ସୀମା ଅଟେ ।

ଆଉ ଏକ ଯୁଦ୍ଧର ସମ୍ଭାବନା କି  ?

ଦକ୍ଷିଣ କୋରିଆର ଜଏଣ୍ଟ ଚିଫ ଅଫ ଷ୍ଟାଫ କହିଛନ୍ତି ଯେ ଉତ୍ତର କୋରିଆ ସେମାନଙ୍କ ବିବାଦୀୟ ପଶ୍ଚିମ ସାମୁଦ୍ରିକ ସୀମାର ଉତ୍ତରରେ ୨୦୦ ରାଉଣ୍ଡ ଗୁଳି ଚଳାଇ ୨୦୧୮ ସାମରିକ ଚୁକ୍ତିନାମାକୁ ଉଲ୍ଲଂଘନ କରିଛି । ୟୋନପିଓଙ୍ଗ ଦ୍ୱୀପ ନିକଟରେ ଏହି ଗୋଳାଗୁଡ଼ିକ ଚଳାଇଥିଲା । ଦକ୍ଷିଣ କୋରିଆ ଉତ୍ତର କୋରିଆର ଏହି ଯୁଦ୍ଧବ୍ୟାୟାମକୁ ଏକ ଉତ୍ତେଜନାମୂଳକ କାର୍ଯ୍ୟ ବୋଲି ବର୍ଣ୍ଣନା କରିଛି । ତେବେ ଏହି ବ୍ୟାୟାମରେ କେହି ଆହତ ହୋଇନାହାଁନ୍ତି । ନିକଟସ୍ଥ ଲୋକଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ଯିବାକୁ କୁହାଯାଇଛି ।

ଦୁଇ ଦେଶ ମଧ୍ୟରେ ଶତ୍ରୁତା କାହାଠାରୁ ଲୁଚି ନାହିଁ । ଏହି ଘଟଣା ପରେ ଲୋକଙ୍କ ମଧ୍ୟରେ ଏକ ଭିନ୍ନ ଭୟ ସୃଷ୍ଟି ହୋଇଛି ଯେ ଆଉ ଏକ ଯୁଦ୍ଧ କ୍ଷେତ୍ର ସୃଷ୍ଟି ହୋଇପାରେ । ଏହି ବିବାଦର କାରଣ କ’ଣ? ଗତ ୭୭ ବର୍ଷ ମଧ୍ୟରେ ଉତ୍ତର ଏବଂ ଦକ୍ଷିଣ କୋରିଆ ମଧ୍ୟରେ ଶତ୍ରୁତା ସର୍ବଦା ଚାଲିଆସୁଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଯେତେବେଳେ କୋରିଆ ଜାପାନ ନିୟନ୍ତ୍ରଣରୁ ମୁକ୍ତ ହେଲା, ସେତେବେଳେ ଏହା ଆମେରିକାର ରାଜନୈତିକ କୋଶଳ ଏବଂ ସୋଭିଏତ୍ ୟୁନିଅନ୍ ମଧ୍ୟରେ ଫସିଗଲା । ଏହି କାରଣରୁ ଏହା ୧୯୪୮ ରେ ଏମାନେ ଦୁଇଟି ଦେଶରେ ବିଭକ୍ତ ହୋଇଥିଲେ । ୧୯୫୦ ମସିହାରେ ଏହି ଦୁଇଦେଶ ମଧ୍ୟରେ ଏକ ତୀବ୍ର ଯୁଦ୍ଧ ହୋଇଥିଲା, କିନ୍ତୁ ଏହା ପରେ ମଧ୍ୟ ବିବାଦ  ସମାପ୍ତ ହେବାର କୌଣସି ଲକ୍ଷଣ ଦେଖାଯାଉ ନାହିଁ ।

The post ଦକ୍ଷିଣ କୋରିଆ ଉପରେ ଉତ୍ତର କୋରିଆର ଜବରଦସ୍ତ  ବୋମା ବର୍ଷଣ :  ଆଉ ଏକ ଯୁଦ୍ଧର ବିଗୁଲ ବାଜିଲା କି ? first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started