ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ଘଟଣା: ନିଜକୁ ଦିଲ୍ଲୀପ ବୋଲି ପରିଚୟ ଦେଉଥିବା ବ୍ୟକ୍ତିଙ୍କର ହେବ ଡିଏନଏ ଟେଷ୍ଟ । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସୂଚନା ।

କନକ ବ୍ୟୁରୋ: ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଘଟଣାରେ ମୃତ ଘୋଷିତ ଦିଲ୍ଲୀପ ବଞ୍ଚିଥିବା ଚର୍ଚ୍ଚା ବଢ଼ୁଥିବା ବେଳେ ଦ୍ୱନ୍ଦ୍ୱ ଦୂର ପାଇଁ ଡିଏନଏ ଟେଷ୍ଟ କରାଯାଇପାରେ । ଆଜି ହସ୍ପିଟାଲ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି । ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଦିଲ୍ଲୀପ ବୋଲି କହୁଥିବା ବ୍ୟକ୍ତି ୯୦-୯୫ ପ୍ରତିଶତ ଦିଲ୍ଲୀପ ସାମନ୍ତରାୟ ହିଁ ବୋଲି ସେ ସ୍ୱଷ୍ଟ ହେଉଛନ୍ତି । କାରଣ ଦିଲ୍ଲୀପଙ୍କ ସମ୍ପର୍କରେ ପଚରା ଯାଉଥିବା ପ୍ରତିଟି କଥା ସେ ଅତି ସ୍ପଷ୍ଟ ଓ ସଠିକ୍ ଭାବେ କହିପାରୁଛନ୍ତି ।

ଦୁର୍ଘଟଣାରେ ଗତ ୩୦ ତାରିଖରେ ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ହୋଇଥିବା ନେଇ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଥିଲା । ଦିଲ୍ଲୀପଙ୍କ ପରିବାର ଲୋକ ମୃତଦେହ ନେଇ ଅନ୍ତିମ ସଂସ୍କାର କରି ସାରିଛନ୍ତି । ଦିଲ୍ଲୀପଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଥିବା ତାଙ୍କ ପତ୍ନୀ ସୌମ୍ୟାଶ୍ରୀ ଆତ୍ମହତ୍ୟା ବି କରିଦେଇଛନ୍ତି । ଏପଟେ ବିସ୍ଫୋରଣରେ ଗୁରୁତର ହୋଇଥିବା ଦୁଇ ଜଣ ସୀମାଞ୍ଚଳ ବିଶ୍ୱାଳ ଓ ଜ୍ୟୋତିରଞ୍ଜନ ମଲ୍ଲିକଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା । ଗତକାଲି ସେମାନଙ୍କୁ ଭେଣ୍ଟିିଲେଟରରୁ ବାହାର କରାଯାଇଛି । ହେଲେ ଜ୍ୟୋତିରଞ୍ଜନ ନାଁରେ ଯିଏ ଚିକିତ୍ସିତ ହେଉଥିଲେ ସେ ନିଜକୁ ଦିଲ୍ଲୀପ ସାମନ୍ତରାୟ ବୋଲି କହୁଛନ୍ତି । ସେ ମାନସିକ ଭାରସାମ୍ୟ ହରାଇ ନିଜକୁ ଦିଲ୍ଲୀପ କହୁଥିବା ଭାବି ମନସ୍ତତ୍ୱବିତ୍ଙ୍କୁ ଡକାଯାଇ ବିଭିନ୍ନ ପ୍ରଶ୍ନ ପଚରାଯାଇଥିଲା । ଏହା ପରେ ହସ୍ପିଟାଲ ପକ୍ଷରୁ ପରିବାର ସଦସ୍ୟଙ୍କୁ ଡକାଯାଇଥିଲା । ପରିବାର ସଦସ୍ୟଙ୍କ ଉପସ୍ଥିତିରେ ରୋଗୀ ନିଜକୁ ଦିଲ୍ଲୀପ ସାମନ୍ତରାୟ ବୋଲି ପରିଚୟ ଦେବା ସହ ଦିଲ୍ଲୀପଙ୍କ ସମ୍ପର୍କରେ ପଚରା ଯାଇଥିବା ସବୁ ପ୍ରଶ୍ନର ଉତର ଦେଉଛନ୍ତି । ଏହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେବା ସହ ପରିବାର ଲୋକଙ୍କ ପାଇଁ ମଧ୍ୟ ମୁଣ୍ଡବ୍ୟଥାର କାରଣ ହୋଇଛି । ଏପଟେ ନିଜକୁ ଦିଲ୍ଲୀପ ବୋଲି ଏବେ ପରିଚୟ ଦେଉଥିବା ବ୍ୟକ୍ତି ଜ୍ୟୋତିରଂଜନ ବୋଲି ତାଙ୍କ ପରିବାର ଲୋକ କହୁଛନ୍ତି । ଯାହା ଅଧିକ ଦ୍ୱନ୍ଦ୍ୱ ସୃଷ୍ଟି କରିଛି ।

ଏଠି ପ୍ରଶ୍ନ ଉଠୁଛି ଏପରି ଏକ ଦୁଃଖଦ, ସ୍ପର୍ଶକାତର ଘଟଣା ପାଇଁ ଦାୟୀ କିଏ? ଯଦି ପ୍ରକୃତରେ ନିଜକୁ ଦିଲ୍ଲୀପ ସାମନ୍ତରାୟ ବୋଲି କହୁଥିବା ବ୍ୟକ୍ତିଙ୍କ କଥା ସତ ହୁଏ ତେବେ ମୃତଦେହ ଚିହ୍ନଟରେ ଏପରି ଗୁରୁତର ତ୍ରୁଟି ହେଲା କିପରି? କେଉଁ ଭଳି ପରିସ୍ଥିତିରେ ଏପରି ଦ୍ୱନ୍ଦ୍ୱ ଉପୁଜିଲା? ଘଟଣା ପଛରେ କାହାରା ଅବହେଳା ରହିଲା? ହସ୍ପିଟାଲ କର୍ତ୍ତୃପକ୍ଷ, ରେଫ୍ରିଜେସନ୍ ଏଜେନ୍ସି ନା ପରିବାର ଲୋକ? ଦିଲ୍ଲୀପଙ୍କ ପତ୍ନୀଙ୍କ ମୃତ୍ୟୁ ପାଇଁ ଦାୟୀ କିଏ? କାହା ଭୁଲ ପାଇଁ ଚାଲିଗଲା ଜୀବନ? ଏବେ ଏପରି ଅନେକ ପ୍ରଶ୍ନ ଛିଡା ହୋଇଛି । ଏବେ ଘଟଣାର ତଦନ୍ତ କରିବ ପୋଲିସ । ପୋଲିସର ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ।

The post ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ଘଟଣା: ନିଜକୁ ଦିଲ୍ଲୀପ ବୋଲି ପରିଚୟ ଦେଉଥିବା ବ୍ୟକ୍ତିଙ୍କର ହେବ ଡିଏନଏ ଟେଷ୍ଟ । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସୂଚନା । first appeared on Kanak News.

from Kanak News
via <a href="https://ifttt.com/?

ପୁଣି ରାଜଧାନୀ କାନ୍ଥରେ ପୋଷ୍ଟର ଲଗାଇବା ପଡ଼ିଲା ମହଙ୍ଗା । ଜିଓ ଫାଇବର ଉପରେ ୫୦ ହଜାର ଫାଇନ୍ ।

କନକ ବ୍ୟୁରୋ: ରାଜଧାନୀରେ ବେଆଇନ ଭାବେ ପୋଷ୍ଟର ମାରିଥିବା କମ୍ପାନୀ ଉପରେ ଜରିମାନା । ନୟାପଲ୍ଲୀର କିଛି କାନ୍ଥରେ ଜିଓ ଫାଇବର ପକ୍ଷରୁ ମରାଯାଇଥିବା ପୋଷ୍ଟର ପାଇଁ ୫୦ହଜାର ଟଙ୍କା ଜରିମାନା କରିଛି ବିଏମସି । ଏହାସହ ଜିଓ ଫାଇବର ନାଁରେ ମାମଲା ମଧ୍ୟ କରାଯାଇଛି ।

ଗତ କିଛି ଦିନ ହେଲା ରାଜଧାନୀର ବିଭିନ୍ନ ସ୍ଥାନରେ ଲଗା ଯାଇଥିବା ବେଆଇନ ପୋଷ୍ଟର ବ୍ୟାନରକୁ ନେଇ କାର୍ଯ୍ୟାନୁଷ୍ଠାନ ନେଉଛି ବିଏମସି । ହୋର୍ଡିଂ ମାରିଲେ ଭୁବନେଶ୍ୱରର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି ବୋଲି ଦର୍ଶାଇ କିଛି ଦିନ ତଳେ ଏକ ଘରୋଇ ପାନ ମସଲା କମ୍ପାନୀକୁ ୫ ଲକ୍ଷ ଟଙ୍କା ଜୋରିମାନା କରାଯାଇଥିଲା । ଥାନାରେ ମାମଲା ବି ଦାୟର ହୋଇଥିଲା । ଏହାଛଡା କୋଚିଂ ସେଂଟର, ଜିମ୍ ଓ ଯାତ୍ରା ପାର୍ଟିଠାରୁ ବି ଫାଇନ ଆଦାୟ କରିଛି ବିଏମସି । ନୂଆ ବର୍ଷ ପାଇଁ ଲାଗିଥିବା ରାଜନେତାଙ୍କ ପୋଷ୍ଟର ଗୁଡ଼ିକୁ ବିଡିଏ ସ୍କ୍ୱାଡ ଆସି ହଟାଇ ନେଇଥିଲେ । ରାଜଧାନୀର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଏବେ ବିଏମସି ପକ୍ଷରୁ ପୋଷ୍ଟର ଯୁଦ୍ଧକାଳୀନ ଭିତିରେ ହଟାଇ ଫାଇନ ପକାଯାଉଛି । କିନ୍ତୁ ରାଜନୈତିକ ଦଳ ଓ ନେତାଙ୍କ ବେଳକୁ ନିୟମ କିଛିଟା ବଦଳି ଯାଉଛି ।

The post ପୁଣି ରାଜଧାନୀ କାନ୍ଥରେ ପୋଷ୍ଟର ଲଗାଇବା ପଡ଼ିଲା ମହଙ୍ଗା । ଜିଓ ଫାଇବର ଉପରେ ୫୦ ହଜାର ଫାଇନ୍ । first appeared on Kanak News.

from Kanak News
via <a href="https://ifttt.com/?

ଚଢଉ ବେଳେ ଇଡି ଟିମ୍ ଉପରେ ଅତର୍କୀତ ଆକ୍ରମଣ । ଟିଏମସି ନେତାଙ୍କ ଘର ରେଡ୍ କରିବାକୁ ଯାଇଥିଲେ ଅଧିକାରୀ ।

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ଚଢ଼ାଉ ବେଳେ ଇଡି ଟିମ୍ ଉପରେ ଆକ୍ରମଣ ହୋଇଛି। ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ଚଢ଼ାଉ ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ଟିମ୍ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ରାସନ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବନଗାଓଁର ପୂର୍ବତନ ପୌରପାଳିକା ଅଧ୍ୟକ୍ଷ ଶଙ୍କର ଆଧ୍ୟାଙ୍କ ବନଗାଓଁସ୍ଥିତ ବାସଭବନରେ ଚଢ଼ାଉ କରିବାକୁ ଯାଇଥିବାବେଳେ ଇଡି ଅଧିକାରୀଙ୍କୁ ଏକକାଳୀନ ୩୦୦ ଲୋକ ଆକ୍ରମଣ କରିଥିବା ଜଣାପଡିଛି ।

ଇଡି ଟିମ୍ ଟିଏମସି ନେତା ଶାହାଜାହାନ ଶେଖଙ୍କ ଘରେ ପହଞ୍ଚିଥିଲା। ଏହି ଟିମ୍ ସେଠାରେ ପହଞ୍ଚି ଶାହାଜାହାନଙ୍କ ଘରର ତାଲା ଭାଙ୍ଗିଥିଲା। ଏହାପରେ ଗ୍ରାମବାସୀ ଏକାଠି ହୋଇ ଇଡି ଟିମ୍ ଉପରେ ଆକ୍ରମଣ କରିଥିଲେ। ସେମାନେ ସେହି ଅଞ୍ଚଳରୁ ଇଡି ଏବଂ ଗଣମାଧ୍ୟମକୁ ହଟାଇବାକୁ ଚେଷ୍ଟା କରିଥିଲେ। ଏହି ଆକ୍ରମଣରେ ଜି ମିଡିଆର ରିପୋର୍ଟର ଅୟାନ ଘୋଷାଲ, କ୍ୟାମେରାମ୍ୟାନ ଓ ଡ୍ରାଇଭର ଆହତ ହୋଇଛନ୍ତି। ଗ୍ରାମବାସୀ ଇଡିକୁ ଘଉଡାଇ ଦେଇଥିଲେ।

The post ଚଢଉ ବେଳେ ଇଡି ଟିମ୍ ଉପରେ ଅତର୍କୀତ ଆକ୍ରମଣ । ଟିଏମସି ନେତାଙ୍କ ଘର ରେଡ୍ କରିବାକୁ ଯାଇଥିଲେ ଅଧିକାରୀ । first appeared on Kanak News.

from Kanak News
via <a href="https://ifttt.com/?

ହରିୟାଣାର ‘ଧନକୁବେର’ ପୂର୍ବ ବିଧାୟକଙ୍କ ଘରେ ଇଡି ଚଢଉ । ୫ କୋଟି ଟଙ୍କା ସହ ବିପୁଳ ବିଦେଶୀ ମାରଣାସ୍ତ୍ର ଜବତ ।

କନକ ବ୍ୟୁରୋ: ହରିୟାଣାରେ ଅକ୍ସନ ମୋଡରେ ଇଡି । ଗୁରୁବାର ବେଆଇନ୍ ଖଣି ଖନନ ମାମଲାରେ ହରିୟାଣା କଂଗ୍ରେସ ବିଧାୟକ ସୁରେନ୍ଦ୍ର ପୱାର, ଇଣ୍ଡିଆନ୍ ନ୍ୟାସନାଲ ଲୋକଦଳର ପୂର୍ବ ବିଧାୟକ ଦିଲବାଗ୍ ସିଂହଙ୍କ ଘରେ ଇଡି ଚଢଉ କରିଛି ।

ଦିଲବାଗଙ୍କ ଘରୁ ୫ କୋଟି ନଗଦ ଟଙ୍କା ସହ ବିଦେଶୀ ମାରଣାସ୍ତ୍ର ଓ ଗୁଳି ମିଳିଛି । ଏହସହ ସୁନା ବିସ୍କୁଟ ମଧ୍ୟ ଜବତ ହୋଇଛି । ଏହାସହ ବିଦେଶରେ ଥିବା ତାଙ୍କର ଏକାଧିକ ସମ୍ପତ୍ତିର ଦସ୍ତାବିଜ୍ ମଧ୍ୟ ଜବତ କରିଛି ଇଡି ।

ସୁରେନ୍ଦ୍ର ପୱାର ସୋନିପଥ୍ ବିଧାନସଭା ସଦସ୍ୟ ଥିବାବେଳେ ଦିଲବାଗ୍ ସିଂହ ଯମୁନାନଗର ଆସନରୁ ଇଣ୍ଡିଆନ୍ ନ୍ୟାସନାଲ ଲୋକଦଳର ପୂର୍ବ ବିଧାୟକ ଥିଲେ । ସୋନିପଥରୁ କଂଗ୍ରେସ ବିଧାୟକ ସୁରେନ୍ଦ୍ର ପୱାରଙ୍କ ଘରେ ଗତ ୨୪ ଘଣ୍ଟା ଧରି ଚଢଉ ଜାରି ରହିଥିବା ଜଣାପଡିଛି ।

The post ହରିୟାଣାର ‘ଧନକୁବେର’ ପୂର୍ବ ବିଧାୟକଙ୍କ ଘରେ ଇଡି ଚଢଉ । ୫ କୋଟି ଟଙ୍କା ସହ ବିପୁଳ ବିଦେଶୀ ମାରଣାସ୍ତ୍ର ଜବତ । first appeared on Kanak News.

from Kanak News
via <a href="https://ifttt.com/?

ୱାର୍ଡେନ ଲକ୍ଷ୍ମୀ ମାଝୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ଘଟଣା । ସିବିଆଇ ତଦନ୍ତ ଦାବିରେ ୧୨ ଘଣ୍ଟିଆ ରାୟଗଡ଼ା ବନ୍ଦ ।

କନକ ବ୍ୟୁରୋ: ରାୟଗଡାରେ ୧୨ ଘଣ୍ଟିଆ ବନ୍ଦ । ଜିଲ୍ଲା ଆଦିବାସୀ ମହାସଂଘ ଡାକରାରେ ବନ୍ଦ ପାଳନ କରାଯାଉଛି । ମା’ ଗୃହ ୱାର୍ଡନ ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି କରି ଜିଲ୍ଲା ଆଦିବାସୀ ମହାସଂଘ ବନ୍ଦ ପାଳନ କରୁଛି ।

କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ଦାବି କରୁଛି ମହାସଂଘ । ପ୍ରଥମେ ବିଜେଡି ନେତା ଭାଗିରଥି ମାଣ୍ଡାଙ୍ଗି, ପରେ ପୁରୁଷୋତମ ଗମାଙ୍ଗ ଓ ଏବେ ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁକୁ ନେଇ ଉଚିତ ତଦନ୍ତ ଦାବି କରି ୧୨ଘଣ୍ଟିଆ ବନ୍ଦ ପାଳନ କରୁଛି ଆଦିବାସୀ ମହାସଂଘ । ଗତ ୨୧ ତାରିଖରେ ଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ମା’ ଗୃହ ଭିତରେ ଯୁବତୀଙ୍କ ଦରପୋଡ଼ା ମରଶରୀର ଉଦ୍ଧାର ହୋଇଥିଲା । ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଲକ୍ଷ୍ମୀଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ମଧ୍ୟ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ । ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ।

The post ୱାର୍ଡେନ ଲକ୍ଷ୍ମୀ ମାଝୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ଘଟଣା । ସିବିଆଇ ତଦନ୍ତ ଦାବିରେ ୧୨ ଘଣ୍ଟିଆ ରାୟଗଡ଼ା ବନ୍ଦ । first appeared on Kanak News.

from Kanak News
via <a href="https://ifttt.com/?

ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ଘଟଣାରେ ବଡ଼ ଟ୍ୱିଷ୍ଟ୍ । ଦୁର୍ଘଟଣାରେ ମୃତକଙ୍କ ପରିଚୟକୁ ନେଇ ଦ୍ୱନ୍ଦ୍ୱ ।

କନକ ବ୍ୟୁରୋ: ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଘଟଣାକୁ ନେଇ ବଡ଼ ଟ୍ୱିଷ୍ଟ । ଦୁର୍ଘଟଣାରେ ମୃତକଙ୍କ ପରିଚୟକୁ ନେଇ ଉପୁଜିଛି ବିବାଦ । ମୃତ ଘୋଷିତ ହୋଇଥିବା ଦିଲ୍ଲୀପ ସାମନ୍ତରାୟ ଜୀବିତ କି ମୃତ ତାକୁ ନେଇ ନ୍ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଗତ ୩୦ ତାରିଖରେ ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦିଆଯାଇଥିଲା । ଦିଲ୍ଲୀପଙ୍କ ପରିବାର ଲୋକ ମୃତଦେହ ନେଇ ଅନ୍ତିମ ସଂସ୍କାର ମଧ୍ୟ କରିସାରିଛନ୍ତି । ଏହି ଘଟଣାରେ ଦୁଇ ଜଣ ସୀମାଞ୍ଚଳ ବିଶ୍ୱାଳ ଓ ଜ୍ୟୋତିରଞ୍ଜନ ମଲ୍ଲିକଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା । ଦୁଇ ଜଣଙ୍କ ଭେଂଟିଲେଟରେ ଚିକିତ୍ସା ଚାଲିଥିବା ବେଳେ ଗତକାଲି ସେମାନଙ୍କୁ ଭେଣ୍ଟିଲେଟରରୁ ବାହାର କରାଯାଇଥିଲା । ହେଲେ ଜ୍ୟୋତିରଞ୍ଜନ ନାଁରେ ଯିଏ ଚିକିତ୍ସିତ ହେଉଥିଲେ ସେ ନିଜକୁ ଦିଲ୍ଲୀପ ସାମନ୍ତରାୟ ବୋଲି କହିଛନ୍ତି ।
ସେ ମାନସିକ ଭାରସାମ୍ୟ ହରାଇଥିବା ଭାବି ମନସ୍ତତ୍ୱବିତଙ୍କୁ ଡକାଯାଇ ବିଭିନ୍ନ ପ୍ରଶ୍ନ ପଚରାଯାଇଥିଲା । ଏହା ପରେ ହସ୍ପିଟାଲ ପକ୍ଷରୁ ପରିବାର ସଦସ୍ୟଙ୍କୁ ଡକାଯାଇଥିଲା । ପରିବାର ସଦସ୍ୟଙ୍କ ଉପସ୍ଥିତିରେ ରୋଗୀ ନିଜକୁ ଦିଲ୍ଲୀପ ସାମନ୍ତରାୟ ବୋଲି ପରିଚୟ ଦେବାରୁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ପରିବାର ଲୋକଙ୍କ ପାଇଁ ମଧ୍ୟ ମୁଣ୍ଡବ୍ୟଥାର କାରଣ ହୋଇଛି । ଏନେଇ ମେଡିକାଲ କର୍ତ୍ତୃପକ୍ଷ ଆଇନଗତ ପଦକ୍ଷେପ ନେବା ପାଇଁ ମଞ୍ଚେଶ୍ୱର ଥାନାକୁ ଲିଖିତ ଭାବେ ଜଣାଇଛନ୍ତି ।

ଗତ ୨୮ ତାରିଖ ସଂଧ୍ୟାରେ ହସ୍ପିଟାଲର ତୃତୀୟ ମହଲା ଖୋଲା ଛାତ ଉପରେ ଏକ ଆକସ୍ମିକ ଦୁର୍ଘଟଣା ଘଟିଥିଲା । କମ୍ପ୍ରେସର ବିସ୍ଫୋରଣ ଘଟି ନିଆଁ ଲାଗି ଯାଇଥିଲା । ଏଥିରେ ଶ୍ରୀଜଗନ୍ନାଥ ରେଫ୍ରିଜେସନ୍ ଏଜେନ୍ସି ପକ୍ଷରୁ କାମ କରୁଥିବା ୪ ଜଣ ଗୁରୁତର ହୋଇଥିଲେ । ଦିଲ୍ଲୀପ ସାମନ୍ତରାୟ, ସୀମାଞ୍ଚଳ ବିଶ୍ୱାଳ, ଶ୍ରୀତମ ସାହୁ ଓ ଜ୍ୟୋତିରଞ୍ଜନ ମଲ୍ଲିକ ଗୁରୁତର ଆହତ ହୋଇଥିଲେ । ଗତ ୩୦ ତାରିଖରେ ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟ ହୋଇଥିବା କୁହାଯାଇଥିବା ବେଳେ ଗତ ୩ ତାରିଖରେ ଶ୍ରୀତମ ସାହୁଙ୍କ ମୃତ୍ୟୁ ହୋଇଥିଲା । ରେଫ୍ରିଜେସନ୍ ଏଜେନ୍ସିର ବରିଷ୍ଠ କର୍ମଚାରୀ ସଞ୍ଜୟ ସାହୁ ମୃତଦେହ ଚିହ୍ନଟ କରି ଶବ ବ୍ୟବଚ୍ଛେଦ କରାଇବା ସହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି । ଏହାରି ଭିତରେ ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ହୋଇଥିବା ଭାବି ତାଙ୍କ ପତ୍ନୀ ଆତ୍ମହତ୍ୟା କରିଛନ୍ତି ।

The post ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ଘଟଣାରେ ବଡ଼ ଟ୍ୱିଷ୍ଟ୍ । ଦୁର୍ଘଟଣାରେ ମୃତକଙ୍କ ପରିଚୟକୁ ନେଇ ଦ୍ୱନ୍ଦ୍ୱ । first appeared on Kanak News.

from Kanak News
via <a href="https://ifttt.com/?

ଗଣତନ୍ତ୍ର ଦିବସ ପରେଡରେ ଏଥର ଝଲସିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼ । କର୍ତ୍ତବ୍ୟପଥରେ ଓଡ଼ିଶାର କଳାକୃତି ଦେଖିବ ସାରା ଦେଶ ।

କନକ ବ୍ୟୁରୋ: ନୂଆଦିଲ୍ଲୀ ଗଣତନ୍ତ୍ର ଦିବସ ପରେଡ୍ରେ ଏଥର ଝଲସିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼ । କର୍ତ୍ତବ୍ୟପଥରେ ଓଡ଼ିଶାର କଳାକୃତି ଦେଖିବ ସାରା ଦେଶ । ଦୀର୍ଘ ୩ ବର୍ଷର ବ୍ୟବଧାନ ପରେ ଏଥର ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ସୁଯୋଗ ମିଳିଛି । ଓଡ଼ିଶାର ମେଢ଼ ମନୋନୀତ ହୋଇଥିବା ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଚିଠି ଜରିଆରେ ସୂଚିତ କରାଯାଇଛି ।

ଏଥର ପ୍ରଜ୍ଞାପନ ମେଢ଼ରେ ରଘୁରାଜପୁରର ଶିଳ୍ପୀଗ୍ରାମର ଝଲକ ଦେଖିବାକୁ ମିଳିବ । ପଟ୍ଟଚିତ୍ର ଖଚିତ କାନ୍ଥ, କୋଣାର୍କ ଘୋଡ଼ା, ପରମ୍ପରିକ ଚିତା, ହାତୀ, ଚିତ୍ରଶିଳ୍ପରେ ମଗ୍ନ ଥିବା ମହିଳା, ଇ-ନେଟୱାର୍କିଂକୁ ସୂଚାଉଥିବା ଚିହ୍ନ ଆଦିକୁ ମେଢ଼ରେ ସ୍ଥାନ ଦିଆଯାଇଛି । ଦିଲ୍ଲୀ କର୍ତବ୍ୟପଥରେ ଆୟୋଜିତ ହେବାକୁ ଥିବା ଗଣତନ୍ତ୍ର ଦିବସ ସମାରୋହରେ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଛତିଶଗଡ଼, ଗୁଜରାଟ, ହରିୟାଣା, ଝାଡ଼ଖଣ୍ଡ, ଲଦାଖ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ଓଡ଼ିଶା, ରାଜସ୍ଥାନ, ତାମିଲନାଡ଼ୁ, ତେଲେ୍ଙ୍ଗାନା ଓ ଉତରପ୍ରଦେଶରୁ ପ୍ରଜ୍ଞାପନ ମେଢ଼ ପାଇଁ ମନୋନୀତ ହୋଇଛି । ଯେଉଁ ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ରାଜ୍ୟରୁ ପ୍ରଜ୍ଞାପନ ମେଢ଼ଗୁଡ଼ିକ ଆସିବ, ସେଠିକାର ସରକାରଙ୍କ ପକ୍ଷରୁ ଏହାକୁ ୨୦୨୪ ଜାନୁୟାରୀ ୧୯ ତାରିଖ ମଧ୍ୟରେ ସଂପୂର୍ଣ୍ଣ ରୁପେ ପ୍ରସ୍ତୁତ କରାଯିବାର ଆବଶ୍ୟକତା ରହିଛି । ବିଶିଷ୍ଟ ଶିଳ୍ପୀ ଗଜେନ୍ଦ୍ର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରଜ୍ଞାପନ ମେଢ ପ୍ରସ୍ତୁତ କରିବେ ଶିଳ୍ପୀ କୀର୍ତ୍ତିିକିଶୋର ମହାରଣା ।

The post ଗଣତନ୍ତ୍ର ଦିବସ ପରେଡରେ ଏଥର ଝଲସିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼ । କର୍ତ୍ତବ୍ୟପଥରେ ଓଡ଼ିଶାର କଳାକୃତି ଦେଖିବ ସାରା ଦେଶ । first appeared on Kanak News.

from Kanak News
via <a href="https://ifttt.com/?

ଚନ୍ଦକା ରାସ୍ତାରୁ ବନ୍ଧୁକ ଦେଖାଇ ଯୁବକଙ୍କୁ ଅପହରଣ । ୨ ଘଣ୍ଟା ପରେ ପାତ୍ରପଡ଼ାରୁ ଉଦ୍ଧାର । ପ୍ରେମ ବ୍ୟାପାରକୁ ନେଇ ଅପହରଣ ସନ୍ଦେହ ।

କନକ ବ୍ୟୁରୋ: ବନ୍ଧୁକ ଦେଖାଇ ଯୁବକଙ୍କୁ ଅପହରଣ । ଭୁବନେଶ୍ୱର ଚନ୍ଦକା ରାସ୍ତାରୁ ଉଠାଇ ନେଲେ । ଅପହରଣ ପଛରେ ସାଙ୍ଗମାନଙ୍କର ସମ୍ପୃକ୍ତି ଥିବା ଜଣାପଡିଛି ।

ଦାରୁଠେଙ୍ଗର ଆଶିଷ କୁମାର ବେହେରାଙ୍କୁ ବୁଲିବା ବାହାନାରେ ତାଙ୍କ ସାଙ୍ଗମାନେ ଡାକି କାରରେ ବସାଇ ଥିଲେ । ଏହାପରେ ଅଧାବାଟରେ ବନ୍ଧୁକ ଦେଖାଇ ଅପହରଣ କରିଥିଲେ । ଏହା ଦେଖି ଅନ୍ୟଜଣେ ସାଙ୍ଗ ଚଳନ୍ତା କାରରୁ ଡେଇଁ ବର୍ତି ଯାଇଥିଲେ । ଗୁରୁବାର ରାତିରେ ଦାରୁଠେଙ୍ଗ-ଚନ୍ଦକା ରାସ୍ତାରେ ଏଭଳି ଭାବେ ଯୁବକଙ୍କୁ ଅପହରଣ କରିଥିଲେ । ବର୍ତି ଯାଇଥିବା ସାଙ୍ଗ ପୁଲିସ ନିକଟରେ ଅଭିଯୋଗ କରିବା ପରେ ଆଶିଷଙ୍କ ଫୋନ୍ ନମ୍ବରକୁ ପୁଲିସ ଟ୍ରାକରେ ପକାଇଥିଲା । ହେଲେ ଫୋନ୍ ସ୍ୱିଚ୍ ଅଫ ଥିବାରୁ ଟ୍ରାକ କରିବା ସମ୍ଭବ ହୋଇନଥିଲା । ପରେ ଆଉ ଜଣେ ଅପହରଣକାରୀଙ୍କ ନମ୍ବର ଟ୍ରାକ କରି ପୁଲିସ ଲୋକେସନ ପାଇବା ପରେ ଚନ୍ଦକା ଥାନାର ଏକ ଟିମ୍ ଘଟଣାସ୍ଥଳ ଅଭିମୁଖେ ବାହାରିଥିଲା ଏବଂ ପାତ୍ରପଡ଼ାର ଏକ ଘରୁ ଅପହୃତ ଯୁବକଙ୍କୁ ଉଦ୍ଧାର କରିଥିଲା । ଅପହରଣକାରୀଙ୍କୁ ଚନ୍ଦକା ଥାନା ପୁଲିସ ଅଟକ ରଖି ତନାଘନା କରୁଛି । ଘଟଣା ପଛରେ ପ୍ରେମ ବ୍ୟାପାର ଥିବା ସୁରାକ ମିଳିଛି ।

The post ଚନ୍ଦକା ରାସ୍ତାରୁ ବନ୍ଧୁକ ଦେଖାଇ ଯୁବକଙ୍କୁ ଅପହରଣ । ୨ ଘଣ୍ଟା ପରେ ପାତ୍ରପଡ଼ାରୁ ଉଦ୍ଧାର । ପ୍ରେମ ବ୍ୟାପାରକୁ ନେଇ ଅପହରଣ ସନ୍ଦେହ । first appeared on Kanak News.

from Kanak News
via <a href="https://ifttt.com/?

ଫିଲ୍ମ ପ୍ରଯୋଜକଙ୍କୁ ଗିରଫ କଲା ନୟାପଲ୍ଲୀ ପୋଲିସ । ଜମିଜମା ଠକେଇ ଅଭିଯୋଗରେ ଗିରଫ ।

କନକ ବ୍ୟୁରୋ: ଫିଲ୍ମ ପ୍ରଯୋଜକ ଗିରଫ । ଓଡ଼ିଶା ଫିଲ୍ମ ପ୍ରଯୋଜକ ସଚ୍ଚିକାନ୍ତ ଜେନାଙ୍କୁ ଗିରଫ କରିଛି ନୟାପଲ୍ଲୀ ପୁଲିସ । ଜମିଜମା ଠକେଇ ଅଭିଯୋଗ ମାମଲାରେ ସଚ୍ଚିକାନ୍ତ ଗିରଫ ହୋଇଛନ୍ତି । ଏମ୍ସ ନିକଟରେ ଜମି ଦେବାକୁ କହି ୨ ଲକ୍ଷ ଟଙ୍କା ଠକେଇ ଘଟଣାରେ ତାଙ୍କୁ ଗିରଫ କରାଯାଇଛି । ସଚ୍ଚିକାନ୍ତ ହେଉଛନ୍ତି ଏହି ମାମଲାର ଚତୁର୍ଥ ଅଭିଯୁକ୍ତ । ପୂର୍ବରୁ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରିଥିଲା ନୟାପଲ୍ଲୀ ଥାନା ପୁଲିସ ।

The post ଫିଲ୍ମ ପ୍ରଯୋଜକଙ୍କୁ ଗିରଫ କଲା ନୟାପଲ୍ଲୀ ପୋଲିସ । ଜମିଜମା ଠକେଇ ଅଭିଯୋଗରେ ଗିରଫ । first appeared on Kanak News.

from Kanak News
via <a href="https://ifttt.com/?

ଓଡ଼ିଶା କ୍ରିକେଟରେ ପୁଣି ବୟସ ଜାଲିଆତି ମାମଲା । ସମ୍ପୃକ୍ତ ରଣଜୀ କ୍ରିକେଟର୍ ସୁମିତ୍ ଶର୍ମା ବହିଷ୍କୃତ ।

କନକ ବ୍ୟୁରୋ: ଓଡ଼ିଶା କ୍ରିକେଟରେ ପୁଣି ବୟସ ଜାଲିଆତି ମାମଲା । ବୟସରେ ଜାଲିଆତି କରିଥିବା ମାମଲାରେ ଓଡ଼ିଶା ରଣଜୀ କ୍ରିକେଟର୍ ସୁମିତ୍ ଶର୍ମା ବିଦା ହୋଇଛନ୍ତି । ବିଭିନ୍ନ ବୟସ ବର୍ଗ ପାଇଁ ଭିନ୍ନ ଭିନ୍ନ ସାର୍ଟିଫିକେଟ୍ ଦେବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି ଭାରତୀୟ କ୍ରିକେଟ୍ ବୋର୍ଡ ।

କାର୍ଯ୍ୟାନୁଷ୍ଠାନ ଅନ୍ତର୍ଗତ ସୁମିତ୍ ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ବିସିସିଆଇର କୌଣସି ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳିପାରିବେ ନାହିଁ । ୨୦୧୫-୧୬ରେ ଜୁନିୟର ସ୍ତରର କ୍ରିକେଟ୍ ଖେଳୁଥିବା ବେଳେ ସୁମିତ, ବିସିସିଆଇକୁ ଯେଉଁ ବୟସ ବର୍ଗର ସାର୍ଟିଫିକେଟ୍ ପ୍ରଦାନ କରିଥିଲେ, ତାହା ବର୍ତମାନର ବୟସ ସହ ମେଳ ଖାଉନାହିଁ । ଯେଉଁଥିପାଇଁ ତାଙ୍କୁ ୨ ବର୍ଷ ସସପେଣ୍ଡ କରାଯାଇଛି । ତାଙ୍କ ସ୍ଥାନରେ ଓଡ଼ିଶା ରଣଜୀ ଦଳରେ ତରଣୀ ସ’ଙ୍କୁ ସାମିଲ କରାଯାଇଛି । ୫ ତାରିଖରୁ ବରୋଦା ବିପକ୍ଷ ମ୍ୟାଚ୍ ଖେଳି ରଣଜୀ ଟ୍ରଫି ଅଭିଯାନ ଆରମ୍ଭ କରିବ । ଏହା ପୂର୍ବରୁ ମଧ୍ୟ ଅନେକ ସମୟରେ ବୟସ ଜାଲିଆତି ନେଇ ବାରମ୍ବାର ଅଭିଯୋଗ ଆସିଥିଲା । ଯାହାକୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ବିସିସିଆଇ ।

The post ଓଡ଼ିଶା କ୍ରିକେଟରେ ପୁଣି ବୟସ ଜାଲିଆତି ମାମଲା । ସମ୍ପୃକ୍ତ ରଣଜୀ କ୍ରିକେଟର୍ ସୁମିତ୍ ଶର୍ମା ବହିଷ୍କୃତ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started