୨୦୩୦ ସୁଦ୍ଧା ପୂର୍ଣ୍ଣାଙ୍ଗ ରୂପ ପାଇବ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ । ଭିଜନ୍-୨୦୩୦ରେ ଆଗେଇ ଚାଲିବ ପ୍ରକଳ୍ପ କାମ ।

କନକ ବ୍ୟୁରୋ: ୨୦୩୦ ସୁଦ୍ଧା ପୂର୍ଣ୍ଣାଙ୍ଗ ରୂପ ପାଇବ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ । ଭିଜନ୍-୨୦୩୦ ନକ୍ସା ଆଙ୍କି ସେହି କ୍ରମରେ ଚାଲିବ ପ୍ରକଳ୍ପ କାମ । ଓଡ଼ିଶା ସରକାରଙ୍କ ଇଡକୋ ପରିଚାଳନାରେ ଏହି କାମ ହେବ । ଗତକାଲି ବିଶ୍ୱବିଦ୍ୟାଳୟ ରଜତ ଜୟନ୍ତୀ ଓ ୨୫ ତମ ପ୍ରତିଷ୍ଠା ଦିବସ ସମାରୋହରେ ଏହି ଉପରେ ଆଲୋଚନା ହୋଇଛି ।

ପ୍ରତିଷ୍ଠା ଦିବସ ସମାରୋହରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ସୂଜାତା କାର୍ତିକେୟନ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଆସନ୍ତାବର୍ଷ କ୍ୟାମ୍ପସର ନୂଆ ଅଡିଟୋରିୟମ୍ ପ୍ରତିଷ୍ଠା ହେବ ବୋଲି ସେ ଘୋଷଣା କରିଛନ୍ତି ।

The post ୨୦୩୦ ସୁଦ୍ଧା ପୂର୍ଣ୍ଣାଙ୍ଗ ରୂପ ପାଇବ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ । ଭିଜନ୍-୨୦୩୦ରେ ଆଗେଇ ଚାଲିବ ପ୍ରକଳ୍ପ କାମ । first appeared on Kanak News.

from Kanak News
via <a href="https://ifttt.com/?

ପଡିଶାରେ ଧରା ପଡିଲା ଓଡିଶା ଗଞ୍ଜେଇ । ଆନ୍ଧ୍ରରେ ଧରାପଡୁଥିବା ୮୦ ଭାଗ ଗଞ୍ଜେଇ ଓଡ଼ିଶାର ।

କନକ ବ୍ୟୁରୋ: ପଡିଶା ଆନ୍ଧ୍ରରେ ଧରା ପଡୁଛି ଓଡିଶା ଗଞ୍ଜେଇ । ଓଡିଶା ସୀମାନ୍ତବର୍ତ୍ତୀ ଆନ୍ଧ୍ରରେ କଡା କଡି ଧରପଗଡ ଓ ଅପରେସନ ପରିବର୍ତ୍ତନ ଯୋଗୁଁ ଦୁର୍ଗମ ଅଞ୍ଚଳରେ ଗଞ୍ଜେଇ ଚାଷ ଏକ ପ୍ରକାର କମି ଆସୁଥିବା ନେଇ ଆନ୍ଧ୍ର ପୁଲିସ ପକ୍ଷରୁ ସୁଚନା ଦିଆଯାଇଛି ।

ଓଡିଶାର ଗଞ୍ଜେଇ ମାଫିଆ ମାନେ ଆନ୍ଧ୍ରରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ସହ ଆନ୍ଧ୍ରରେ ଧରା ପଡୁଥିବା ୮୦ ଭାଗ ଗଞ୍ଜେଇ ଓଡିଶାର ବୋଲି ସମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛି ଆନ୍ଧ୍ରପ୍ରଦେଶର ଆଲୁରି ଜିଲ୍ଲା ପୁଲିସ । ତେବେ ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ବର୍ଷ ତମାମ ଧରପଗଡ ଓ ଗିରଫଦାରୀ ସତ୍ୱେ କାହିଁକି ସୀମା ଡେଇଁ ଆନ୍ଧ୍ର ଖସି ପଳାଇବାରେ ସଫଳ ହୋଉଛନ୍ତି ଗଞ୍ଜେଇ ମାଫିଆ, ତାହା କୁ ନେଇ ପ୍ରଶ୍ନ ଉଠିଛି ।

The post ପଡିଶାରେ ଧରା ପଡିଲା ଓଡିଶା ଗଞ୍ଜେଇ । ଆନ୍ଧ୍ରରେ ଧରାପଡୁଥିବା ୮୦ ଭାଗ ଗଞ୍ଜେଇ ଓଡ଼ିଶାର । first appeared on Kanak News.

from Kanak News
via <a href="https://ifttt.com/?

ଦୁର୍ଦ୍ଦାନ୍ତ ଅପରାଧୀ ଈଶ୍ୱର ମହାଳିକଙ୍କୁ ବାନ୍ଧିଲା ପୋଲିସ । ବିଡିଓ ପରିଚୟ ଦେଇ କରୁଥିଲା ଲୁଟ୍ ।

କନକ ବ୍ୟୁରୋ: ବାଲେଶ୍ୱରର ଦୁର୍ଦ୍ଦାନ୍ତ ଅପରାଧୀ ଇଶ୍ୱର ମହାଳିକ ଗିରଫ । ତାର ସହଯୋଗୀକୁ ବି ବାନ୍ଧିଛି ବାଲେଶ୍ୱର ପୋଲିସ । ସେମାନଙ୍କ ନିକଟରୁ ବିଭିନ୍ନ ସ୍ଥାନରୁ ଚୋରୀ ହୋଇଥିବା ସାମଗ୍ରୀ, ଲୁଟ୍ ଟଙ୍କା, ଚୋରି କାମରେ ବ୍ୟବହାର ହେଉଥିବା ବାଇକ୍ ସହ ଖେଳନା ବନ୍ଧୁକ ଜବତ କରାଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି ସାଗରିକା ନାଥ ।
ଈଶ୍ୱର ବିଭିନ୍ନ ଅପରାଧରେ ଦୀର୍ଘ ଦିନ ଧରି ଜେଲରେ ଥିଲା ।

ଗତ ୨୦ ତାରିଖରେ ଜାମିନରେ ଆସି ପୁଣି ଅପରାଧିକ ସାମ୍ରାଜ୍ୟ ଚଳାଇଥିଲା । ଜିଲ୍ଲାର ବିଭିନ୍ନ ଅଂଚଳରୁ ଅଭିନବ ଉପାୟରେ ଚୋରି, ଲୁଟ୍ ଭଳି ଅପରାଧିକ କାର୍ଯ୍ୟ ଚଳାଇଥିଲା । ତେବେ ଠକାମୀର ଶିକାର ହୋଇଥିବା ପଣପଣା ଅଞ୍ଚଳର ଜଣେ ମହିଳା ଖନ୍ତାପଡା ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଈଶ୍ୱର ନିଜକୁ ବିଡିଓ ପରିଚୟ ଦେଇ ମହିଳାଙ୍କଠାରୁ ଟଙ୍କା ମାଗିଥିଲା । ୨ ଲକ୍ଷ ଟଙ୍କାର ଇନ୍ଦିରା ଆବାସ କରିଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା । ମହିଳାଙ୍କ ପୁଅ ତାଙ୍କ ଫୋନ୍ ପେ’କୁ ୨୦ ହଜାର ଟଙ୍କା ପଠାଇଥିଲେ । ପରେ ଫଟୋ ଉଠାଇବାକୁ କହିବାରୁ ମହିଳା ଜଣଙ୍କ ରାଜି ହୋଇନଥିଲେ ଓ ତାଙ୍କୁ ସେ ମାଡ ମାରିଥିବା ଅଭିଯୋଗ ହୋଇଛି ।

The post ଦୁର୍ଦ୍ଦାନ୍ତ ଅପରାଧୀ ଈଶ୍ୱର ମହାଳିକଙ୍କୁ ବାନ୍ଧିଲା ପୋଲିସ । ବିଡିଓ ପରିଚୟ ଦେଇ କରୁଥିଲା ଲୁଟ୍ । first appeared on Kanak News.

from Kanak News
via <a href="https://ifttt.com/?

ପଦ୍ମଶ୍ରୀ କମଳା ପୂଜାରୀ ଏସସିବି ସ୍ଥାନାନ୍ତର । କିଡନୀ ଜନିତ ସମସ୍ୟାରେ ପୀଡ଼ିତ ଥିବାରୁ ଚାଲିଛି ଚିକିତ୍ସା ।

କନକ ବ୍ୟୁରୋ: ଅସୁସ୍ଥ ପଦ୍ମଶ୍ରୀ କମଳା ପୂଜାରୀ କଟକ ବଡ଼ ମେଡିକାଲ ସ୍ଥାନାନ୍ତର । ତାଙ୍କର ଜ୍ୱର ଏବଂ କାଶ କମିଯାଇଛି । ଡିଏଚ୍ଏଚ୍ରେ ଚିକିତ୍ସା ପରେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ତେବେ ଛାତିରେ ସାମାନ୍ୟ ସଂକ୍ରମଣ ଥିବା ରିପୋର୍ଟରୁ ଜଣାପଡ଼ିଛି । ପୂର୍ବରୁ ସେ କିଡନୀ ଜନିତ ସମସ୍ୟାରେ ପୀଡ଼ିତ ଥିବାରୁ ଅଧିକ ଚିକିତ୍ସା ପାଇଁ ଏସ୍ସିବି ପଠାଯାଇଛି । ସେଠାରେ ନେଫ୍ରୋଲୋଜି ବିଭାଗର ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ତାଙ୍କ ଚିକିତ୍ସା କରାଯିବ ।

କିଛି ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିଲା । ଜ୍ୱର ସହ କାଶ ହୋଇଥିଲା । ସମସ୍ୟା ବଢିବାରୁ ୨ ତାରିଖ ସଂଧ୍ୟାରେ ଡିଏଚଏଚର ଏକ ଟିମ୍ କମଳାଙ୍କ ଗାଁକୁ ଯାଇ ଆମ୍ବୁଲାନ୍ସ ସାହାଯ୍ୟରେ ଆଣି ମେଡିସିନ୍ ୱାର୍ଡରେ ଭର୍ତ୍ତି କରିଥିଲେ । ଦୁଇ ଦିନର ଚିକିତ୍ସା ପରେ ତାଙ୍କ ଜ୍ୱର ଓ କାଶ କମିଛି ।

The post ପଦ୍ମଶ୍ରୀ କମଳା ପୂଜାରୀ ଏସସିବି ସ୍ଥାନାନ୍ତର । କିଡନୀ ଜନିତ ସମସ୍ୟାରେ ପୀଡ଼ିତ ଥିବାରୁ ଚାଲିଛି ଚିକିତ୍ସା । first appeared on Kanak News.

from Kanak News
via <a href="https://ifttt.com/?

କାମାକ୍ଷାନଗର ଆଳତୁମା ଗାଁ ଶ୍ମଶାନରେ ତନ୍ତ୍ର ସାଧନା ଅଭିଯୋଗ । ୬ ମାସ ତଳର ବୃଦ୍ଧାଙ୍କ ଶବ କାଢି ଖପୁରୀରେ ପୂଜାପାଠ ଅଭିଯୋଗ ।

କନକ ବ୍ୟୁରୋ: ୬ ମାସ ତଳେ ମୃତ୍ୟୁ ହୋଇଥିବା ବୃଦ୍ଧା ମହିଳାଙ୍କ ଗାତରେ ପୋତା ଯାଇଥିବା ମୁଣ୍ଡ ବାହାର କରାଯାଇ କେହି କରିଛି ପୂଜାର୍ଚ୍ଚନା । ଭୟଭୀତ ଅବସ୍ଥାରେ ଗ୍ରାମବାସୀ ଓ ପରିବାର ଲୋକେ । ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଆଳତୁମା ଗାଁରେ ।

ଗତ ଜୁନ ମାସ ୧୫ ତାରିଖରେ ଦ୍ରୌପଦୀ ନାଥଙ୍କ ମୃତ୍ୟୁ ହୋଇଥିଲା । ପରିବାର ଲୋକେ ତାଙ୍କୁ ରାମିଆଳ ନଦୀକୂଳରେ ଥିବା ତାଙ୍କ ଜମିରେ ଯଥା ରୀତିନୀତିରେ ଗାତଖୋଳି ପୋତାଯାଇଥିଲା । ହେଲେ ଗାତ ଖୋଳି ବୃଦ୍ଧାଙ୍କ ମୁଣ୍ଡଟି ବାହାର କରି ଧୂପ , ସିନ୍ଦୁର, ନୂଆ ଗାମୁଛା ଓ ଅରୁଆ ଚାଉଳ ଦେଇ ପୂଜାର୍ଚ୍ଚନା କରାଯାଇଥିବା ଦେଖିବାକୁ ପାଇଥିଲେ । କିଏ ଏବଂ କାହିଁକି ୬ ମାସ ତଳୁ ମୃତ ବୃଦ୍ଧାଙ୍କ ମୁଣ୍ଡ ବାହାର କରି ପୂଜାର୍ଚନା କରିଛି ତାହା ଜଣାପଡିନାହିଁ । କିନ୍ତୁ କେହି ତନ୍ତ୍ର ସାଧନା ଯୋଗୁ ଏପରି କରାଯାଇଥିବା ଅନୁମାନ କରାଯାଉଛି । ଏହା ଉପରେ ପୋଲିସ ତୁରନ୍ତ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ପରିବାର ଓ ଗ୍ରାମବାସୀ ।

The post କାମାକ୍ଷାନଗର ଆଳତୁମା ଗାଁ ଶ୍ମଶାନରେ ତନ୍ତ୍ର ସାଧନା ଅଭିଯୋଗ । ୬ ମାସ ତଳର ବୃଦ୍ଧାଙ୍କ ଶବ କାଢି ଖପୁରୀରେ ପୂଜାପାଠ ଅଭିଯୋଗ । first appeared on Kanak News.

from Kanak News
via <a href="https://ifttt.com/?

ସହଜ ହେବ ଚକଜମି ବିକ୍ରି । ସ୍ୱଚ୍ଛ ଓ ପ୍ରତିବନ୍ଧକ ମୁକ୍ତ ହେବ ଚକ ଜମିର ବିକ୍ରୟ, ହସ୍ତାନ୍ତର ଓ ବଣ୍ଟନ ପ୍ରକ୍ରିୟା ।

କନକ ବ୍ୟୁରୋ: ଏଣିକି ଚକ ଜମିର ବିକ୍ରୟ, ହସ୍ତାନ୍ତର, ବଣ୍ଟନ ପ୍ରକ୍ରିୟା ସ୍ୱଚ୍ଛ ଓ ପ୍ରତିବନ୍ଧକ ମୁକ୍ତ ହେବ । ରାଜ୍ୟ ସରକାର ଏହି ବଡ ନିଷ୍ପତି ନେଇଛନ୍ତି । ଓଡିଶାର ପ୍ରାୟ ୮ ହଜାର ଗାଁର ଲକ୍ଷାଧିକ ଲୋକ ଉପକୃତ ହେବେ । ପୂର୍ବରୁ ଚକବନ୍ଦୀ ନିୟମ ଉଲ୍ଲଙ୍ଘନ କରି ବିକ୍ରୟ, ହସ୍ତାନ୍ତର ଓ ବଣ୍ଟନ କରାଯାଇଥିବା ଜମି ଏବେ ବୈଧ ଭାବେ ଗଣନା ହେବ ।

ପୂର୍ବରୁ ଓଡିଶା ଚକବନ୍ଦୀ ଓ ଭୂମିର ବିଭକ୍ତିକରଣ ନିବାରଣ ଅଧିନିୟମ, ୧୯୭୨ ଚକଜମିର ଖଣ୍ଡବିଖଣ୍ଡନକୁ ରୋକୁଥିଲା ଓ ଏହି ଆଇନ ଉଲ୍ଲଙ୍ଘନ କରି କରାଯାଇଥିବା ଯେକୌଣସି ଜମିର ହସ୍ତାନ୍ତରୀକରଣ କିମ୍ବା ବଂଟନ ବେଆଇନ ଥିଲା । ଏହା ଲୋକଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଉଥିଲା ଓ ସେମାନେ ଆବଶ୍ୟକତା ସମୟରେ ନିଜ ଜମିର ବିକ୍ରିୟ, ହସ୍ତାନ୍ତର ଓ ବଂଟନ କରିବାରୁ ବଂଚିତ ହେଉଥିଲେ । ସମସ୍ୟା ନେଇ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ ରାଜସ୍ୱ ଟାସ୍କଫୋର୍ସରେ ଆଲୋଚନା କରାଯାଇଥିଲା ଓ ଅଧିନିୟମକୁ ସଂଶୋଧନ କରିବା ନିମନ୍ତେ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ଏହା ବିଧାନସଭାରେ ପାରିତ ହୋଇ ଆଇନ ବିଭାଗ ଦ୍ୱାରା ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।

The post ସହଜ ହେବ ଚକଜମି ବିକ୍ରି । ସ୍ୱଚ୍ଛ ଓ ପ୍ରତିବନ୍ଧକ ମୁକ୍ତ ହେବ ଚକ ଜମିର ବିକ୍ରୟ, ହସ୍ତାନ୍ତର ଓ ବଣ୍ଟନ ପ୍ରକ୍ରିୟା । first appeared on Kanak News.

from Kanak News
via <a href="https://ifttt.com/?

ସାରା ରାଜ୍ୟରୁ ଷ୍ଟିଅରିଂ ଛାଡିବେ ପାଖାପାଖି ୨ ଲକ୍ଷ ଡ୍ରାଇଭର । ସମସ୍ୟା ସମାଧାନ ନହେଲେ ସ୍ଥିତି ଭୟାବହ ହେବ ବୋଲି ଚେତାବନୀ ।

କନକ ବ୍ୟୁରୋ: ପ୍ରାୟ ୯ ମାସ ପରେ ପୁଣି ଥର ଆନ୍ଦୋଳନକୁ ଓହ୍ଲାଇଛି ଡ୍ରାଇଭର ମହାସଂଘ । ଗତବର୍ଷର ଦାବି ସହ ନୂଆ ଦଣ୍ଡ ବିଧାନ ବ୍ୟବସ୍ଥାକୁ ବିରୋଧ କରି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟିଅରିଙ୍ଗ ଛାଡ଼ ଆନ୍ଦୋଳନ ଡାକରା ଦିଆଯାଇଛି । ଗତକାଲି ପ୍ରଥମ ଦିନରେ ଏହାର ଏତେଟା ପ୍ରଭାବ ପଡ଼ିନାହିଁ । କିନ୍ତୁ ଆଜି ରାଜ୍ୟର ବିଭିନ୍ନ ସ୍ଥାନର ଡ୍ରାଇଭର ଆନ୍ଦୋଳନରେ ସାମିଲ ହୋଇପାରନ୍ତି । ଏଥିରେ ଓଡ଼ିଶାର ସବୁ ଡ୍ରାଇଭର ସାମିଲ ହେବେ ।

ଓଡ଼ିଶା ଡ୍ରାଇଭର ମହାସଂଘର ସଭାପତି କହିଛନ୍ତି, ଅନେକ ସହରରେ ଡ୍ରାଇଭରମାନେ ଟ୍ରକ୍, ବସ୍ ଚଳାଇବା ଛାଡି ସାରିଲେଣି । ଆଗକୁ ସାରା ରାଜ୍ୟରୁ ପାଖାପାଖି ୨ ଲକ୍ଷ ଡ୍ରାଇଭର ଷ୍ଟିଅରିଂ ଛାଡିବେ । ଡ୍ରାଇଭରମାନେ ଗାଡିକୁ ଘରେ କତମ୍ବା ନିଜ ମାଲିକଙ୍କ ଜିମା ଦେବେ । ହିଟ୍ ଆଣ୍ଡ ରନ୍ ଆଇନ୍ ପ୍ରତ୍ୟାହାର ଦାବିରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଆନ୍ଦୋଳନରେ ବସିବେ । ଏହା ଦ୍ୱାରା ଆଗକୁ ସ୍ଥିତି ସଂଗୀନ ହେବା ଆଶଙ୍କା ରହିଛି । ବିବାଦର ସମାଧାନ ନହେଲେ ପରିବାଠାରୁ ଆରମ୍ଭ କରି ପେଟ୍ରୋଲ ପର୍ଯ୍ୟନ୍ତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷଗୁଡ଼ିକର ଦରଦାମ ଉପରେ ଏହାର ପ୍ରଭାବ ପଡିବ ବୋଲି ସତର୍କ କରିଛନ୍ତି ବଜାର ବିଶେଷଜ୍ଞ ।

The post ସାରା ରାଜ୍ୟରୁ ଷ୍ଟିଅରିଂ ଛାଡିବେ ପାଖାପାଖି ୨ ଲକ୍ଷ ଡ୍ରାଇଭର । ସମସ୍ୟା ସମାଧାନ ନହେଲେ ସ୍ଥିତି ଭୟାବହ ହେବ ବୋଲି ଚେତାବନୀ । first appeared on Kanak News.

from Kanak News
via <a href="https://ifttt.com/?

ଓଡିଶା କ୍ରିକେଟରେ ପୁଣି ବୟସ ଜାଲିଆତି: ଓଡିଶା ରଣଜୀ ଟିମରୁ ବିଦା ହେଲେ ସୁମିତ ଶର୍ମା

କନକ ବ୍ୟୁରୋ: ଓଡ଼ିଶା କ୍ରିକେଟରେ ପୁଣି ବୟସ ଜାଲିଆତି ମାମଲା । ବୟସରେ ଜାଲିଆତି କରିଥିବା ମାମଲାରେ ଓଡ଼ିଶା ରଣଜୀ କ୍ରିକେଟ୍ ସୁମିତ୍ ଶର୍ମା ବିଦା ହୋଇଛନ୍ତି । ବିଭିନ୍ନ ବୟସ ବର୍ଗ ପାଇଁ ଭିନ୍ନ ଭିନ୍ନ ସାର୍ଟିଫିକେଟ୍ ଦେବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି ଭାରତୀୟ କ୍ରିକେଟ୍ ବୋର୍ଡ । କାର୍ଯ୍ୟାନୁଷ୍ଠାନ ଅନ୍ତର୍ଗତ ସୁମିତ୍ ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ବିସିସିଆଇର କୌଣସି ଘରୋଇ ଟୁର୍ଣ୍ଣାମେଂଟ ଖେଳିପାରିବେ ନାହିଁ । ୨୦୧୫-୧୬ରେ ଜୁନିୟର ସ୍ତରର କ୍ରିକେଟ୍ ଖେଳୁଥିବା ବେଳେ ସୁମିତ, ବିସିସିଆଇକୁ ଯେଉଁ ବୟସ ବର୍ଗର ସାର୍ଟିଫିକେଟ୍ ପ୍ରଦାନ କରିଥିଲେ, ତାହା ବର୍ତମାନର ବୟସ ସହ ମେଳ ଖାଉନାହିଁ । ଯେଉଁଥିପାଇଁ ତାଙ୍କୁ ୨ ବର୍ଷ ସସପେଣ୍ଡ କରାଯାଇଛି । ତାଙ୍କ ସ୍ଥାନରେ ଓଡ଼ିଶା ରଣଜୀ ଦଳରେ ତରଣୀ ସ’ଙ୍କୁ ସାମିଲ କରାଯାଇଛି । ୫ ତାରିଖରୁ ବରୋଦା ବିପକ୍ଷ ମ୍ୟାଚ୍ ଖେଳି ରଣଜୀ ଟ୍ରଫି ଅଭିଯାନ ଆରମ୍ଭ କରିବ । ଏହା ପୂର୍ବରୁ ମଧ୍ୟ ଅନେକ ସମୟରେ ବୟସ ଜାଲିଆତି ନେଇ ବାରମ୍ବାର ଅଭିଯୋଗ ଆସିଥିଲା । ଯାହାକୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ବିସିସିଆଇ ।

The post ଓଡିଶା କ୍ରିକେଟରେ ପୁଣି ବୟସ ଜାଲିଆତି: ଓଡିଶା ରଣଜୀ ଟିମରୁ ବିଦା ହେଲେ ସୁମିତ ଶର୍ମା first appeared on Kanak News.

from Kanak News
via <a href="https://ifttt.com/?

ଦୁଇ ଦିନରେ ସରିଲା ଭାରତ-ଦକ୍ଷିଣ ଆଫ୍ରକା ଦ୍ୱିତୀୟ ଟେଷ୍ଟ । ଘରୋଇ ଦଳକୁ ୭ ୱିକେଟରେ ହରାଇଲା ଟିମ ଇଣ୍ଡିଆ, ମହମ୍ମଦ ସିରାଜ, ଯଶପ୍ରିତ ବୁମରାଙ୍କ ଘାତକ ବୋଲିଂ

କନକ ବ୍ୟୁରୋ : ଦୁଇ ଦିନରେ ସରିଲା ଭାରତ-ଦକ୍ଷିଣ ଆଫ୍ରକା ଦ୍ୱିତୀୟ ଟେଷ୍ଟ । ଘରୋଇ ଦଳକୁ ୭ ୱିକେଟରେ ହରାଇଲା ଟିମ ଇଣ୍ଡିଆ । ମହମ୍ମଦ ସିରାଜ, ଯଶପ୍ରିତ ବୁମ୍ରାଙ୍କ ଘାତକ ବୋଲିଂ ଯୋଗୁ ମାଚ ଜିତିଛି ଭାରତ । ଦ୍ୱିତୀୟ ଇନିସରେ ଦକ୍ଷିଣ ଆଫ୍ରିକା ୧୭୬ ରନ କରିବାରେ ସକ୍ଷମ ହୋଇଥିଲା । ଭାରତକୁ ଜିତିବାକୁ ୭୯ ରନର ଆବଶ୍ୟକ ଥିଲା । ତିନିଟି ୱିକେଟ ହରାଇ ଭାରତ ମ୍ୟାଚ ଜିତି ନେଇଛି । ଯଶସ୍ୱୀ ଜୟଶ୍ୱାଲ ୨୮, ଶୁଭମନ ଗିଲ ୧୦, ବିରାଟ କୋହଲି ୧୨ ରନ କରି ଆଉଟ ହୋଇଥିଲେ । ରୋହିତ ୧୭ ରନରେ ନଟଆଉଟ ରହି ମ୍ୟାଚ ଜିତାଇଛନ୍ତି । ବୁମରା ୬୧ ରନ ଦେଇ ୬ ୱିକେଟ ନେଇଛନ୍ତି । ପ୍ରଥମ ଟେଷ୍ଟ ଦକ୍ଷିଣ ଆଫ୍ରିକା ଜିତିଥିବାରୁ ସିରିଜ ୧-୧ ରେ ବରାବର ହୋଇଯାଇଛି । ପ୍ରଥମ ଦିନରେ ଉଭୟ ଦଳର ୨୩ ଟି ୱିକେଟ ପଡିଥିଲା । ମହମ୍ମଦ ସିରାଜ ୬ ୱିକେଟ ନେଇଥିଲେ । ଆଉ ଦକ୍ଷିଣ ଆଫ୍ରିକା ୫୫ ରନରେ ଅଲଆଉଟ ହୋଇଯାଇଥିଲା । ଭାରତ ପ୍ରଥମ ଇନିସରେ ୧୫୩ ରନ କରିବାରେ ସକ୍ଷମ ହୋଇଥିଲା ।

The post ଦୁଇ ଦିନରେ ସରିଲା ଭାରତ-ଦକ୍ଷିଣ ଆଫ୍ରକା ଦ୍ୱିତୀୟ ଟେଷ୍ଟ । ଘରୋଇ ଦଳକୁ ୭ ୱିକେଟରେ ହରାଇଲା ଟିମ ଇଣ୍ଡିଆ, ମହମ୍ମଦ ସିରାଜ, ଯଶପ୍ରିତ ବୁମରାଙ୍କ ଘାତକ ବୋଲିଂ first appeared on Kanak News.

from Kanak News
via <a href="https://ifttt.com/?

ଲାକ୍ଷାଦ୍ୱୀପରେ ପ୍ରଧାନମନ୍ତ୍ରୀଙ୍କ ଦୁଃସାହସିକ କାର୍ଯ୍ୟ । ସମୁଦ୍ରରେ ସ୍କୁବା ଡ୍ରାଇଭିଂ କଲେ ନରେନ୍ଦ୍ର ମୋଦୀ

କନକ ବ୍ୟୁରୋ : ଲାକ୍ଷାଦ୍ୱୀପରେ ପ୍ରଧାନମନ୍ତ୍ରୀଙ୍କ ଦୁଃସାହସିକ କାର୍ଯ୍ୟ । ସମୁଦ୍ରରେ ସ୍କୁବା ଡ୍ରାଇଭିଂ କଲେ ନରେନ୍ଦ୍ର ମୋଦି । ସୋଶିଆଲ ମିଡିଆରେ ପ୍ରିଷ୍ଟିନ ବିଚରେ ଉଠାଇଥିବା ଫଟୋ ତାଙ୍କ ସୋଶିଆଲ ମିଡିଆରେ ସେୟାର କରିଛନ୍ତି । ଲାକ୍ଷାଦ୍ୱୀପ ଗସ୍ତ ସମୟରେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ସମୁଦ୍ରରେ ସ୍କୁବା ଡାଇଭିଂ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପିଏମ ମୋଦି ଏସବୁ ମୂହୁର୍ତର ଫଟୋ ଓ ଭିଡ଼ିଓକୁ ନିଜ ସୋସିଆଲ ମିଡିଆ ଆକାଉଁଟ ଏକ୍ସରେ ସେୟାର କରିଥିବା ଦେଖିବାକୁ ମିଳିଛି । ଲାକ୍ଷାଦ୍ୱୀପର ଶାନ୍ତି ତାଙ୍କୁ ମନ୍ତ୍ରମୁଗ୍ଧ କରିଛି । ୧୪୦ କୋଟି ଭାରତୀୟଙ୍କର କଲ୍ୟାଣ କରିବା ପାଇଁ ଆହୁରି ଅଧିକ ପରିଶ୍ରମ କେମିତି କରାଯାଇପାରିବ ସେନେଇ ପ୍ରେରଣା ପାଇଥିବା ପ୍ରଧାନମନ୍ତ୍ରୀ ନିଜ କ୍ୟାପସନରେ ଉଲ୍ଲେଖ କରିଛନ୍ତି । ଲକ୍ଷଦ୍ୱୀପରେ ପ୍ରଧାନମନ୍ତ୍ରୀଙ୍କ ଦୁଃସାହସିକ କାର୍ଯ୍ୟ । ଏଥିସହ ୧୧ ଶହ ୪୦ କୋଟିର ବିକାଶମୂଳକ କାର୍ଯ୍ୟର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ।

The post ଲାକ୍ଷାଦ୍ୱୀପରେ ପ୍ରଧାନମନ୍ତ୍ରୀଙ୍କ ଦୁଃସାହସିକ କାର୍ଯ୍ୟ । ସମୁଦ୍ରରେ ସ୍କୁବା ଡ୍ରାଇଭିଂ କଲେ ନରେନ୍ଦ୍ର ମୋଦୀ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started