ଢେଙ୍କାନାଳ ମଗଜିକୁ ଜିଆଇ ଟ୍ୟାଗ୍: ବହୁଦିନର ଦାବି ହେଲା ପୂରଣ

କନକ ବ୍ୟୁରୋ: ରାଜ୍ୟର ବହୁ ପୁରୁଣା ଉତ୍ପାଦ ଓ ହସ୍ତକଳାକୁ ମିଳିଛି ମାନ୍ୟତା । ଓଡିଶାର ୮ଟି ସାମଗ୍ରୀକୁ ଜିଆଇ ଟ୍ୟାଗ ମିଳିଛି । ୬୦୦ ବର୍ଷର ପୁରୁଣା ଢେଙ୍କାନାଳ ମଗଜି ଲଡୁ, ମୟୁରଭଂଜର କାଇଚଟଣି, ରାୟଗଡା ଲାଞ୍ଜିଆ ସଉରାଙ୍କ ଚିତ୍ରକଳା ଓ ଡଙ୍ଗରିଆ କନ୍ଧଙ୍କ ହାତବୁଣା କାପଡାଗୁନ୍ଦା ସାଲ ସହ ଖଜୁରୀ ଗୁଡ, କେନ୍ଦ୍ରପଡା ରସାବଳି, କୋରାପୁଟ କଳାଜିରା ଧାନକୁ କେନ୍ଦ୍ର ସରକାର ମାନ୍ୟତା ପ୍ରଦାନ କରିଛନ୍ତି । ଏହାସହ ରାଜ୍ୟର ଜିଆଇ ମାନ୍ୟତାପ୍ରାପ୍ତ ଉତ୍ପାଦ ସଂଖ୍ୟା ୨୫ରେ ପହଂଚିଛି ।

ରାଜ୍ୟର ବିଭିନ୍ନ ଉତ୍ପାଦକୁ ଜିଆଇ ଟ୍ୟାଗ ମିଳିଛି । ଜିଆଇ ମାନ୍ୟତା ପାଇଥିବା ତାଲିକାରେ ରହିଛି ଓଡିଶା ଖଜୁରୀ ଗୁଡ, ଢେଙ୍କାନାଳ ମଗଜି, ମୟୁରଭଂଜର କାଇଚଟଣି, ନୟାଗଡ କଂଟେଇମୁଣ୍ଡି ବାଇଗଣ, ଡଙ୍ଗରିଆ କନ୍ଧଙ୍କ ଏମ୍ବ୍ରୋଡରି ସାଲ, କେନ୍ଦ୍ରପଡା ରସାବଳି, କୋରାପୁଟ କଳାଜିରା ଧାନ ଓ ଲାଞ୍ଜିଆ ସଉରାଙ୍କ ଚିତ୍ରକଳା ।

ଢେଙ୍କାନାଳର ମଗଜି ଲଡୁ ମଇଁଷି କ୍ଷୀରରୁ ପ୍ରସ୍ତୁତ ଖାଦ୍ୟ । ଏଥିରେ ପାଣି ବ୍ୟବହାର କରାଯାଉନଥିବାରୁ ପ୍ରସ୍ତୁତ ପରେ ଏହି ମଗଜି ୧୫ରୁ ୨୦ଦିନ ଯାଏଁ ରହିପାରେ । ଢେଙ୍କାନାଳ ମଗଜିଲଡୁ ୬୦୦ ବର୍ଷରୁ ପୁରୁଣା ବୋଲି ଜଣାପଡିଛି । ଢେଙ୍କାନାଳ ଗଁଦିଆ ବ୍ଲକର ଷଡଙ୍ଗୀ ଅଂଚଳରେ ବହୁଳ ପରିମାଣରେ ଏହି ମଗଜି ପ୍ରସ୍ତୁତ ହୋଇଥାଏ । ୨୦୨୦ ମଗଜିକୁ ଜିଆଇ ଟ୍ୟାଗ ପାଇଁ ଆବେଦନ କରାଯାଇଥିଲା ।

ରାୟଗଡା ଜିଲ୍ଲା ଗୁଣପୁର ଲାଂଜିଆ ସୌରାଙ୍କ ଚିତ୍ରକଳା ଇଡିତାଲ ଓ ନିୟମଗିରିରେ ରହୁଥିବା ଆଦିମ ଜନଜାତିଙ୍କ ହାତବୁଣା ସାଲକୁ ମିଳିଛି ଜିଆଇ ଟ୍ୟାଗ ମାନ୍ୟତା । ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଅନ୍ତର୍ଗତ ପୁଟାସିଙ୍ଗ ପଂଚାୟତରେ ରହୁଛନ୍ତି ିଲାଞ୍ଜିଆସୌରାସମ୍ପ୍ରଦାୟର ଜନ ଜାତି ।ସୌର । ଭାଷାରେ ଈଡିର ଅର୍ଥ ହେଉଛି ଚିତ୍ର ଆଉ ତାଲର ଅର୍ଥହେଉଛି କାନ୍ଥ ।କାନ୍ଥ ଉପରେଏହିଚିତ୍ର ଅଙ୍କା ଯାଉଥିବାରୁଏହାକୁ ଇଡ଼ିତାଲବୋଲି କୁହାଯାଏ । ଆକର୍ଷଣୀୟ ଡିଜାଇନ୍ ସାଙ୍ଗକୁ ଡଙ୍ଗରିଆଙ୍କ କଳା, ସଂସ୍କୃତି ଓ ଐତିହ୍ୟର କଥା କହୁଥିବାରୁ ଏହି ହାତବୁଣା ସାଲର ଚାହିଦା ଓଡ଼ିଶା ସମେତ ଦେଶ, ବିଦେଶରେ ଅଧିକ ।

ଓଡିଶାର ବିଭିନ୍ନ ସାମଗ୍ରାକୁ ଜିଆଇ ମାନ୍ୟତା ମିଳିବା ପରେ ରାଜ୍ୟର ଜିଆଇ ମାନ୍ୟତାପ୍ରାପ୍ତ ଉତ୍ପାଦ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି । ଓଡିଶାର ସାମଗ୍ରୀକୁ ଜିଆଇ ଟ୍ୟାଗ ମିଳିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖୁସି ପ୍ରକାଶ କରିଛନ୍ତି । ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ଧନ୍ୟବାଦ ଜଣାଇଛନ୍ତିା ସେ କହିଛନ୍ତି, ଏହାଦ୍ୱାରା ଓଡିଶାର ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀର ବହୁଳ ପ୍ରଚାର ପ୍ରସାର ହେବ ।

The post ଢେଙ୍କାନାଳ ମଗଜିକୁ ଜିଆଇ ଟ୍ୟାଗ୍: ବହୁଦିନର ଦାବି ହେଲା ପୂରଣ first appeared on Kanak News.

from Kanak News
via <a href="https://ifttt.com/?

ଗୁୁରୁଗ୍ରାମରେ ଗ୍ୟାଙ୍ଗଷ୍ଟର ସନ୍ଦୀପ ଗୋଡଲିଙ୍କ ମହିଳା ବନ୍ଧୁ ଦିବ୍ୟା ପାହୁଜାଙ୍କୁ ଗୁଳି । ସାମ୍ନାକୁ ଆସିଲା ସିସିଟିଭି ଭିଡିଓ, ହତ୍ୟା ପରେ ବିଏମଡବ୍ଲ୍ୟୁ କାରରେ ନେଇଗଲେ ମୃତଦେହ

କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ସନ୍ଦୀପ ଗୋଡଲିଙ୍କ ମହିଳା ବନ୍ଧୁ ଦିବ୍ୟା ପାହୁଜା । ଜଣେ ମଡେଲ ଭାବେ ପରିଚତ ଦିବ୍ୟା । ଫେବୃଆରୀ, ୨୦୧୬ରେ ମୁମ୍ବାଇର ଏକ ହୋଟେଲରେ ଗୋଡଲିଙ୍କୁ ଗୁରୁଗ୍ରାମ ପୁଲିସ ଏନକାଉଂଟର କରି ହତ୍ୟା କରିଥିଲା । ସେହି ସମୟରେ ଗ୍ୟାଙ୍ଗଷ୍ଟର ସନ୍ଦୀପଙ୍କ ସହ ଥିଲେ ତାଙ୍କ ଗାର୍ଲଫେଣ୍ଡ ଦିବ୍ୟା ପାହୁଜା । ପରେ ମୁମ୍ବାଇ ପୁଲିସକୁ ଦିବ୍ୟାର ଜିମା ଦିଆଯାଇଥିଲା । ୭ ବର୍ଷ ଜେଲରେ ରହିବା ପରେ ୬ ମାସ ତଳେ ଦିବ୍ୟା ଜାମିନରେ ଜେଲରୁ ମୁକୁଳିଥିଲେ । କିନ୍ତୁ ମଙ୍ଗଳବାର ରାତିରେ ହରିଆଣାର ଗୁରୁଗ୍ରାମରେ ଏକ ହୋଟେଲରେ ଦିବ୍ୟାକୁ ଗୁଳି କରି ହତ୍ୟା କରାଯାଇଛି ।

ଗ୍ୟାଙ୍ଗଷ୍ଟର ସନ୍ଦୀପ ଗୋଡଲିଙ୍କ ଏନକାଉଂଟର ୮ ବର୍ଷ ପରେ ଗାର୍ଲଫ୍ରେଣ୍ଡକୁ ଦୁବୁର୍ତ ଗୁଳି କରି ହତ୍ୟା କରିଛନ୍ତି । ହତ୍ୟା ପଛରେ ଗୋଡଲିଙ୍କ ପରିବାର ଲୋକଙ୍କ ସମ୍ପୃକ୍ତି ଥିବା ତାଙ୍କ ଭଉଣୀ ଅଭିଯୋଗ ଆଣିଛନ୍ତି । କିନ୍ତୁ ବ୍ଲାକମେଲ ଯୋଗୁ ଗୁଳି ମାଡ କରାଯାଇଥିବା କହିଛି ପୁଲିସ ।

ମଙ୍ଗଳବାର ଭୋର ୪ଟା ୧୫ ମିନିଟ୍ ସମୟରେ ଗୁରୁଗାମରେ ଏକ ହୋଟେଲରେ ଥିଲେ ଦିବ୍ୟା । ଦିବ୍ୟା ଏବଂ ତାଙ୍କର ସହଯୋଗୀମାନେ ସେଠାରେ ଥିବା ହୋଟେଲ କର୍ମଚାରୀଙ୍କ ସହ କଥା ହେବା ପରେ ନିଜ ରୁମକୁ ଚାଲିଯାଇଥିଲେ । କିନ୍ତୁ ଏହାର କିଛି ସମୟ ପରେ ୧୧୧ ନମ୍ବର ରୁମରେ ଦିବ୍ୟାଙ୍କୁ ଗୁଳି କରି ହତ୍ୟା କରିଥିଲେ ଦୁର୍ବୁତ । ପରେ ତାଙ୍କ ମୃତଦେହକୁ ବେଡସିଟ୍ରେ ଘୋଡାଇ ଏକ ବିଏମଡବ୍ଲ୍ୟୂ କାରରେ ନେଉଯାଉଥିବାର ଭିଡିଓ ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି । ଏହି ମାମଲାରେ ପୁଲିସ ତିନି ଜଣଙ୍କୁ ଗିରଫ କରିବା ସହ ମୃତ ଶରୀର ଏବଂ ବିଏମଡବ୍ଲ୍ୟ କାରକୁ ଠାବ କରିବାକୁ ଚେଷ୍ଟା ଚଳାଇଛି । କାରଟି ପଞ୍ଜାବ ଆଡକୁ ଯାଇଥିବା ସନ୍ଦେହ କରାଯାଉଛି ।

ପ୍ରାଥମିକ ତଦନ୍ତରୁ ଜଣାପଡିଛି କିଛି ଫଟୋକୁ ନେଇ ଅଭିଜିତ ନାମକ ଜଣେ ବ୍ୟକ୍ତିଙ୍କୁ ଦିବ୍ୟା ବ୍ଲାକମେଲ କରୁଥିଲେ । ସୋଶିଆଲ ମିଡିଆରେ ସେହି ଫଟୋକୁ ଅପଲୋଡ କରିବାର ଧମକ ଦେଇ ବହୁବାର ଅଭିଜିତଙ୍କ ଠାରୁ ଟଙ୍କା ନେଇଥିଲେ । କିନ୍ତୁ ଏବେ କିଛି ଅଧିକ ପରିମାଣର ଟଙ୍କା ଦିବ୍ୟା ମାଗିବାରୁ ଏହି ହତ୍ୟାକାଣ୍ଡ ହୋଇଥିବା କୁହାଯାଉଛି ।

The post ଗୁୁରୁଗ୍ରାମରେ ଗ୍ୟାଙ୍ଗଷ୍ଟର ସନ୍ଦୀପ ଗୋଡଲିଙ୍କ ମହିଳା ବନ୍ଧୁ ଦିବ୍ୟା ପାହୁଜାଙ୍କୁ ଗୁଳି । ସାମ୍ନାକୁ ଆସିଲା ସିସିଟିଭି ଭିଡିଓ, ହତ୍ୟା ପରେ ବିଏମଡବ୍ଲ୍ୟୁ କାରରେ ନେଇଗଲେ ମୃତଦେହ first appeared on Kanak News.

from Kanak News
via <a href="https://ifttt.com/?

ସଂସଦୀୟ କ୍ଷେତ୍ର ପାଇଁ ସମରସଜ୍ଜା: ୧୦ଟି ଲୋକସଭା ହେବ ନିର୍ଣ୍ଣାୟକ

କନକ ବ୍ୟୁରୋ: ୧୦ଟି ଲୋକସଭା ଆସନ ପାଇଁ ସ୍ୱତନ୍ତ୍ର ରଣନୀତି କରିଛି ବିଜେଡି । ଯେଉଁ ଆସନରେ ଜୟ-ପରାଜୟର ବ୍ୟବଧାନ ୩୦ ହଜାରରୁ କମ୍ ଭୋଟ ରହିଥିଲା । ସେହି ସବୁ ଆସନରେ ଦଳ କେମିତି ପ୍ରତିପକ୍ଷଙ୍କୁ ମାତ ଦେବ ସେଥିପାଇଁ ଫୋକସ୍ କରିଛି ।

ମାଡିଆସୁଛି ସାଧାରଣ ନିର୍ବାଚନ । ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ମୁକାବିଲା କରିବା ପାଇଁ ଆରମ୍ଭ ହୋଇଗଲାଣି ସମରସଜା । ସଂସଦୀୟ କ୍ଷେତ୍ରର ଯିଏ ଯେତେ ଆସନ ଜିତିବ, ସେମାନେ ଦିଲ୍ଲୀ ଦରବାରରେ ନିଜର ପ୍ରଭାବ ଓ ପତିଆରା ସେତେ ଜାହିର କରିପାରିବେ । କିନ୍ତୁ ଏଭଳି କିଛି ଏମପି ସିଟ ଅଛି ଯାହା ବାଜିକୁ ପଲଟେଇ ଦେଇପାରେ । କାରଣ ୨୦୧୯ରେ ଏହି ଆସନଗୁଡିକରେ ହୋଇଥିଲା ବିଗ ଫାଇଟ । ବିଜୟ ଓ ପରାଜୟର ବ୍ୟବଧାନ ଥିଲା ୩୦ ହଜାରରୁ କମ ଭୋଟ ।

କୋରାପୁଟ
ଦକ୍ଷିଣ ଓଡିଶାର କଂଗ୍ରେସର ଗଡ଼ । କିନ୍ତୁ ଏହି ଆସନରେ ୨୦୧୯ରେ ରୋଚକ ହୋଇଥିଲା ଲଢେଇ । ବିଜେଡି ପ୍ରାର୍ଥୀଙ୍କୁ ମାତ ଦେଇ ସପ୍ତଗିରି ଉଲ୍ଲାକା ମାତ୍ର ୩ ହଜାର ୬୧୩ ଭୋଟରେ ବିଜୟୀ ହୋଇଥିଲେ । କିଛି ଭୋଟ ଏପଟ ସେପଟ ହୋଇଥିଲେ , ବାଜି ପୁରା ପଲଟି ଯାଇଥାନ୍ତା ।

ପୁରୀ
ଏବେ ସାରା ଦେଶର ନଜର ଶ୍ରୀକ୍ଷେତ୍ର ଉପରେ । କାରଣ ନିକଟରେ ପରିକ୍ରମା ପ୍ରକଳ୍ପର ଉଦଘାଟନ ହେବାକୁ ଯାଉଛି । ଏଠି ପ୍ରତି ରାଜନୈତିକ ଦଳ ନିଜର ଉପସ୍ଥିତ ଜାହିର କରିବା ପାଇଁ ଚେଷ୍ଟା କରୁଛନ୍ତି ।

କିନ୍ତୁ ୨୦୧୯ ନିର୍ବାଚନରେ ସମ୍ବିତ ପାତ୍ର ଓ ପିନାକୀ ମିଶ୍ରଙ୍କ ଭିତରେ ହୋଇଥିଲା ବିଗ ଫାଇଟ । ଶେଷ ମୁହୂର୍ତରେ ମାତ୍ର ୧୧ ହଜାର ୭୧୪ ଭୋଟରେ ଜିତିଥିଲେ ପିନାକୀ । ତେଣୁ ୨୦୨୪ରେ ବି ନିର୍ଣ୍ଣାୟକ ଲଢେଇ ହୋଇପାରେ ବୋଲି ଏବେଠୁଁ ଆକଳନ କରାଗଲାଣି ।

ସମ୍ବଲପୁର
ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଲଢିବା ପାଇଁ ଆଗ୍ରହୀ ଥିବା ନେଇ ସିଗନାଲ ଦେଇ ସାରିଲେଣି । ଧର୍ମେନ୍ଦ୍ରଙ୍କୁ କାଉଂଟର ପାଇଁ ବିଜେଡି ମଧ୍ୟ ସାଂଗଠନିକ ସ୍ତରରେ ତୟାର ହେଲାଣି । ୨୦୧୯ରେ ୯ ହଜାର ୧୬୨ ଭୋଟରେ ସମ୍ବଲପୁର ଆସନରୁ ଜିତିଥିଲା ବିଜେପି । ତେଣୁ ଏହି ଆସନରେ ହାଇପ୍ରୋଫାଇଲ ଲଢେଇ ହେବାକୁ ଯାଉଛି ।

ବାଲେଶ୍ୱର- ପ୍ରତାପ ଷଡଙ୍ଗୀ ଓ ରବି ଜେନାଙ୍କ ମଧ୍ୟରେ ହୋଇଥିଲା କଡା ଟକ୍କର । ସାପ-ଶିଡିର ଖେଳ ଭିତରେ ମାତ୍ର ୧୨ ହଜାର ୯୫୬ ଖଣ୍ଡ ଭୋଟରେ ଜିତିଥିଲେ ପ୍ରତାପ ଷଡ଼ଙ୍ଗୀ । ତେଣୁ ଏହି ଆସନକୁ ଅକ୍ତିଆର କରିବା ପାଇଁ ଏବେଠୁଁ ଆରମ୍ଭ ହେଲାଣି କସରତ

ମୟୂରଭଂଜ
ଦୌପଦୀ ମୁର୍ମୁ ରାଷ୍ଟପତି ହେବା ପରେ ମୟୁରଭଂଜ ଆସନର ଗୁରୁତ୍ୱ ବଢିଯାଇଛି । ତେଣୁ ଏହି ଆସନ ଉଭୟ ବିଜେଡି- ବିଜେପି ପାଇଁ ସମ୍ମାନର ପ୍ରଶ୍ନ । କିନ୍ତୁ ଏଠି ବି ୨୦୧୯ରେ ହୋଇଥିଲା ନେକ ଟୁ ନେକ ଫାଇଟ । ମୟୂରଭଂଜର ବିଜୟ ବ୍ୟବଧାନ ମାତ୍ର ଥିଲା ୨୫ ହଜାର ୨୫୬ ଭୋଟ । ହେଲେ ପଂଚାୟତ ଫଳାଫଳ ବିଜେଡି ସପକ୍ଷରେ ଯାଇଛି । ୨୦୨୪ ପାଇଁ ଏଠି ସମରସଜା ଆରମ୍ଭ କରିଦେଇଛି ବିଜେଡି ।

କଡା ଟକ୍କର ଭିତରେ ଭୁବନେଶ୍ୱରରେ ୨୩ ହଜାର ୮୩୯ ଭୋଟରେ ଜିତିଥିଲେ ଅପରାଜିତା ଷଡ଼ଙ୍ଗୀ । କିନ୍ତ ଅପରାଜିତାଙ୍କୁ ଚେକ୍ ଦେବା ପାଇଁ ଏବେଠାରୁ ଶ୍ରୀମୟୀ ମିଶ୍ରଙ୍କୁ ସାମ୍ନାକୁ ଆଣିଛି ବିଜେଡି ।

The post ସଂସଦୀୟ କ୍ଷେତ୍ର ପାଇଁ ସମରସଜ୍ଜା: ୧୦ଟି ଲୋକସଭା ହେବ ନିର୍ଣ୍ଣାୟକ first appeared on Kanak News.

from Kanak News
via <a href="https://ifttt.com/?

୨୦୨୪ ଲୋକସଭା ରଣନୀତି ନେଇ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ । ଇଣ୍ଡିଆ ମେଂଟ ସହ ଆସନ ଭାଗବଂଟା ନେଇ ପିସିସି ସଭାପତି ଓ ସାଧାରଣ ସମ୍ପଦକଙ୍କ ସହ ଆଲୋଚନା

କନକ ବ୍ୟୁରୋ : ୨୦୨୪ ଲୋକସଭା ରଣନୀତି ନେଇ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ । ଇଣ୍ଡିଆ ମେଂଟ ସହ ଆସନ ଭାଗବଂଟା ନେଇ ପିସିସି ସଭାପତି ଓ ସାଧାରଣ ସମ୍ପାଦକଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରୀୟ ନେତୃତ୍ୱ । ଆଗାମୀ ଭାରତ ନ୍ୟାୟ ଯାତ୍ରାରେ ଶକ୍ତି ପଦର୍ଶନ କରିବାକୁ ଯୋଜନା କରିଛି ଦଳ । ଦିଲ୍ଲୀ ମୁଖ୍ୟାଳୟରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିିତ ହୋଇଥିଲା । ସଭାପତି ମଲ୍ଲିକାର୍ଜୁନ୍ ଖଡଗେଙ୍କ ଅଧ୍ୟକ୍ଷତାରେ ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ ବରିଷ୍ଠ କଂଗ୍ରେସ ନେତା ମାନେ ଏହି ବୈଠକରେ ସାମିଲ ହୋଇଥିଲେ । ୨୦୨୪ ସାଧାରଣ ନିର୍ବାଚନରେ ଆସନ ଭାଗବଂଟା ନେଇ ଆଲୋଚନା କରାଯିବା ସହିତ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ନେଇ ମଧ୍ୟ ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି । ରାହୁଲ ଗାନ୍ଧୀ ଏହି ଯାତ୍ରାରେ ଯେଉଁ ୧୪ଟି ରାଜ୍ୟରେ ପଦଯାତ୍ରା କରିବେ ଏସମସ୍ତ ରାଜ୍ୟର ପ୍ରଭାରୀ ମାନଙ୍କ ସହ ଆଜି ଆଲୋଚନା କରାଯାଇଛି । ଆସନ୍ତା ୧୪ ଜାନୁଆରୀରୁ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଆରମ୍ଭ କରିବେ ରାହୁଲ ଗାନ୍ଧୀ । ଏହି ଯାତ୍ରା ମଣିପୁରରେ ଆରମ୍ଭ ହୋଇ ୨୦ ମାର୍ଚ୍ଚରେ ମୁମ୍ବାଇରେ ଶେଷ ହେବ । ଏହି ସମୟରେ ୧୪ଟି ରାଜ୍ୟର ୮୫ଟି ଜିଲ୍ଲା ଦେଇ ପାଖାପାଖି ୬ହଜାର ୨୦୦ କିଲୋମିଟର, ରାହୁଲ ନ୍ୟାୟ ଯାତ୍ରା କରିବେ ।

The post ୨୦୨୪ ଲୋକସଭା ରଣନୀତି ନେଇ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ । ଇଣ୍ଡିଆ ମେଂଟ ସହ ଆସନ ଭାଗବଂଟା ନେଇ ପିସିସି ସଭାପତି ଓ ସାଧାରଣ ସମ୍ପଦକଙ୍କ ସହ ଆଲୋଚନା first appeared on Kanak News.

from Kanak News
via <a href="https://ifttt.com/?

ଲୋକସଭା ନିର୍ବାଚନରେ ଆସନ ଭାଗବଂଟାକୁ ନେଇ ବଢୁଛି କଂଗ୍ରେସ-ଟିଏମସି ବିବାଦ । ମମତା ବାନାର୍ଜୀଙ୍କୁ କଂଗ୍ରେସ ସାଂସଦ ଅଧୀର ରଞ୍ଜନଙ୍କ ଟାର୍ଗେଟ

କନକ ବ୍ୟୁରୋ : ଲୋକସଭା ନିର୍ବାଚନରେ ଆସନ ଭାଗବଂଟାକୁ ନେଇ ଇଣ୍ଡିଆ ମେଂଟରେ ଫାଟ ଦେଖାଦେଇଛି । ଯାହାକୁ ନେଇ କଂଗ୍ରେସ-ଟିଏମସି ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସକୁ ୪୨ ଟି ଆସନରୁ ମାତ୍ର ଦୁଇଟ ଆସନ ଦେବାକୁ କହିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଯାହାକୁ ନେଇ ମମତାଙ୍କୁ କଂଗ୍ରେସ ସାଂସଦ ତଥା ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ଅଧୀର ରଞ୍ଜନ ଚୌଧୁରୀ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ପଶ୍ଚିମବଙ୍ଗରେ ଅଧିକ ଆସନ ଜିତିବାକୁ ଟିଏମସିର ସମର୍ଥନ ଦରକାର ନାହିଁ । ମମତା ବାର୍ନାଜୀଙ୍କ ବାସ୍ତବ ଉଦେଶ୍ୟ ସାମ୍ନାକୁ ଆସିଛି । ପଶ୍ଚିମବଙ୍ଗରେ କଂଗ୍ରେସ ନିଜ ବଳରେ ଦୁଇଟି ଆସନ ଜିତିଛି । ବିଜେପି ଏବଂ ମମତାଙ୍କୁ ହରାଇ କଂଗ୍ରେସ ଏହି ଦୁଇ ଆସନ ଜିତିଛି । ତେଣୁ ସେମାନେ କ’ଣ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଅଧୀର । ପଶ୍ଚିମବଙ୍ଗରେ ଉଭୟ ବିଧାନସଭା ଏବଂ ଲୋକସଭା ଆସନ ପାଇଁ ଇଣ୍ଡିଆ ମେଂଟର ଦଳଗୁଡିକ ମଧ୍ୟରେ ଆସନ ବୁଝାବଣା କରାଯାଉଛି   । କିନ୍ତୁ ଏବେ ସୁଦ୍ଧା ଇଣ୍ଡିଆ ମେଂଟର ଆସନ ବୁଝାବଣା ନେଇ କୌଣସି ନିଷ୍ପତି ହୋଇପାରିନାହିଁ । ମମତା ବାନାର୍ଜୀ, ଅରବିନ୍ଦ କେଜ୍ରିୱାଲ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଇଣ୍ଡିଆ ମେଂଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ପ୍ରସ୍ତାବ ଦେଇଛନ୍ତି । କିନ୍ତୁ ନୀତିଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ କହିଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ।

The post ଲୋକସଭା ନିର୍ବାଚନରେ ଆସନ ଭାଗବଂଟାକୁ ନେଇ ବଢୁଛି କଂଗ୍ରେସ-ଟିଏମସି ବିବାଦ । ମମତା ବାନାର୍ଜୀଙ୍କୁ କଂଗ୍ରେସ ସାଂସଦ ଅଧୀର ରଞ୍ଜନଙ୍କ ଟାର୍ଗେଟ first appeared on Kanak News.

from Kanak News
via <a href="https://ifttt.com/?

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ । ୧୨ରେ ଯଜ୍ଞ ପାଇଁ ଗୁଆ ଟେକା: ୧୫ରେ ଅଙ୍କୁରାରୋପଣ, ୧୭ରେ ପୂର୍ଣ୍ଣାହୁତି

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ବାକି ଥିବା ନିର୍ମାଣ କାର୍ଯ୍ୟ ବି ଜୋରସୋରରେ ଚାଲିଛି । ଏଥିସହ ଲୋକାର୍ପଣ ଉତ୍ସବରେ ହେବାକୁ ଥିବା ଯଜ୍ଞ ପାଇଁ ନୀତି ନିର୍ଘଂଟ ଶେଷ ହୋଇଛି । ଏବେ ଅପେକ୍ଷା ସେହି ଶୁଭ ଦିନକୁ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ନିମନ୍ତ୍ରଣ ପ୍ରତ୍ର ବଂଟା ଚାଲିଛି, ବାକି ଥିବା ନିର୍ମାଣ କାର୍ଯ୍ୟ ଜୋର ସୋରରେ ଆଗେଇ ଚାଲିଛି । ଏହାରି ଭିତରେ ଲୋକାର୍ପଣ ଉତ୍ସବ ପାଇଁ ବଡଦାଣ୍ଡରେ ହେବାକୁ ଥିବା ଯଜ୍ଞ ପାଇଁ ନୀତି ଚୂଡାନ୍ତ ହୋଇଛି । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ହୋଇଥିବା ପରିଚାଳନା ବୈଠକରେ ଏଥିପାଇଁ ଦିନ ଓ ସମୟ ଧାର୍ଯ୍ୟ କରାଯାଇଛି ।

ନିଷ୍ପତି ଅନୁସାରେ, ଆସନ୍ତା ୧୨ ତାରିଖ ସଂଧ୍ୟାରେ ଶ୍ରୀନଅରରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଦ୍ୱାରା ଗୁଆ ଟେକା ଯାଇ ଯଜ୍ଞ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହେବ । ଶ୍ରୀମନ୍ଦିର ରାଜପୁରୋହିତଙ୍କ ପରାମର୍ଶ କ୍ରମେ ଗଜପତି ଦିବ୍ୟସିଂହ ଦେବଙ୍କ ରାଶି ଓ ନକ୍ଷତ୍ରକୁ ନେଇ ଯଜ୍ଞ ଆରମ୍ଭ ହେବ । ଆସନ୍ତା ଜାନୁଆରୀ ୧୫ ତାରିଖ ସକାଳ ୭ଟାରେ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ଅଙ୍କୁରାରୋପଣ କରାଯିବ । ୧୭ ତାରିଖରେ ପୂର୍ଣ୍ଣାହୁତି ହେବ । ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ ।

ଏହି ଉତ୍ସବରେ ଲକ୍ଷ ଲକ୍ଷ ଲୋକ ସାମିଲ ହେବାକୁ ଥିବାରୁ ଏହାକୁ ସଫଳତାର ସହ ସମ୍ପନ୍ନ କରିବାକୁ ଗୁରୁତ୍ୱ ଦେଉଛି ପ୍ରଶାସନ । ବିଶେଷ କରି, ଏହି ସମୟରେ ଭିଡ ନିୟନ୍ତ୍ରଣ ସହ ଶ୍ରଦ୍ଧାଳୁମାନେ ସୁରୁଖୁରରେ କିପରି ମହାପ୍ରଭୁଙ୍କ ଦର୍ଶନ କରିପାରିବେ, ପରିକ୍ରମା ପ୍ରକଳ୍ପ ଅଧିନରେ ହୋଇଥିବା ରୂପାନ୍ତରଣକୁ ଦେଖି ପାରିବେ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ପ୍ରଶାସନ ।ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ରାଜ୍ୟର ପ୍ରତ୍ୟକ ପରିବାରକୁ ଯୋଡିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।

The post ପରିକ୍ରମା ପ୍ରକଳ୍ପ ଲୋକାର୍ପଣ । ୧୨ରେ ଯଜ୍ଞ ପାଇଁ ଗୁଆ ଟେକା: ୧୫ରେ ଅଙ୍କୁରାରୋପଣ, ୧୭ରେ ପୂର୍ଣ୍ଣାହୁତି first appeared on Kanak News.

from Kanak News
via <a href="https://ifttt.com/?

ନୂଆ ଆଇନ ଭାରତୀୟ ନ୍ୟାୟ ସଂହିତାକୁ ନେଇ ବିବାଦ । ହିଟ-ଆଣ୍ଡ-ରନ ମାମଲାଲେ କଠୋର ଦଣ୍ଡବିଧାନକୁ ବିରୋଧ

କନକ ବ୍ୟୁରୋ : ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ ଦୁଇ ଦିନ ହେବ ସାରା ଦେଶ ଠପ୍ ହୋଇଯାଇଥିଲା । ଗୃହ ସଚିବ ଅଜୟ ଭଲ୍ଲାଙ୍କ ଆଶ୍ୱସନା ପରେ ଏବେ ଆନ୍ଦୋଳନ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ସଂସଦରେ ପାସ ହୋଇଥିବା ନୂଆ ବିଲ ଭାରତୀୟ ନ୍ୟାୟ ସଂହିତା(ବିଏନଏସ୍)ରେ ହିଣ୍ଡ-ଆଣ୍ଡ-ରନ ମାମଲାର ଦଣ୍ଡବିଧାନକୁ ବିରୋଧ କରି ଟ୍ରକ ଓ ବସ ଚାଳକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଯାହାକୁ ନେଇ ଏବେ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି । ଇଣ୍ଡିଆନ ପେନାଲ କୋର୍ଡ(ଆଇପିସି) ବଦଳରେ ଭାରତୀୟ ନ୍ୟାୟ ସଂହିତା(ବିଏନଏସ୍) ଲାଗୁ କରାଯାଇଛି । ନୂଆ ଆଇନ ଅନୁସାରେ,
ଆଇପିସିରେ ହିଟ୍-ଆଣ୍ଡ-ରନ ମାମଲାରେ ୨ ବର୍ଷର ଦଣ୍ଡବିଧାନ ରହିଛି
ବିଏନଏସରେ ହିଟ୍-ଆଣ୍ଡ-ରନ ମାମଲାରେ ୧୦ ବର୍ଷର ଦଣ୍ଡବିଧାନ ରହିଛି
ଆଇପିସିରେ ହିଟ୍-ଆଣ୍ଡ-ରନ ମାମଲାରେ କମ ଜୋରିମାନା ରହିଛି
ବିଏନଏସରେ ହିଟ୍-ଆଣ୍ଡ-ରନ ମାମଲାରେ ୭ ଲକ୍ଷ ଟଙ୍କାର ଜୋରିମାନା ରହିଛି

ହିଟ୍-ଆଣ୍ଡ-ରନ ଯୋଗୁ ପ୍ରତିବର୍ଷ ଭାରତରେ ପ୍ରାୟ ୫୦ ହଜାର ଲୋକଙ୍କ ମୃତ୍ୟୁ ହେଉଛି । ତେଣୁ ଦୁର୍ଘଟଣା ରୋକିବାକୁ କେନ୍ଦ୍ର ସରକାର ନୂଆ ଭାରତୀୟ ନ୍ୟାୟ ସଂହିତାରେ ନିୟମ କଡାକଡି କରିଛନ୍ତି । ଦୁର୍ଘଟଣା ଘଟଣାବା ପରେ ଚାଳକ ପୁଲିସକୁ ନଜଣାଇ ପଳାଇଗଲେ ୧୦ ବର୍ଷ ଜେଲ ଦଣ୍ଡ ସହ ୭ ଲକ୍ଷ ଟଙ୍କାର ଜୋରିମାନା ଦେବାକୁ ନିର୍ଦ୍ଦେଶ ରହିଛି ।

ଆଇପିସିର ଧାରା ୩୦୪(ଏ) ଅନୁସାରେ ଚାଳକଙ୍କ ଭୁଲ ଯୋଗୁ ଦୁର୍ଘଟଣାରେ କାହାର ମୃତ୍ୟୁ ହେଲେ ୨ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି । କିନ୍ତୁ ଲାଗୁ ହେବାକୁ ଥିବା ଭାରତୀୟ ନ୍ୟାୟ ସଂହିତା ବିଏନଏସର ଧାରା ୧୦୪ ଅନୁସାରେ ଚାଳକଙ୍କ ଭୁଲ ଯୋଗୁ କାହାର ମୃତ୍ୟୁ ହେଲେ ଏହା ଦଣ୍ଡନୀୟ ଅପରାଧ ଭାବେ ଗଣାଯିବ ।

ବିଏନଏସର ଧାରା ୧୦୪(୧) କାହାର ମୃତ୍ୟୁ ହେଲେ ଚାଳକଙ୍କ ପାଇଁ ୫ ବର୍ଷ ଜେଲ ଦଣ୍ଡ ।

ବିଏନଏସର ଧାରା ୧୦୪(୨) ଦୁର୍ଘଟଣାରେ ମୃତ୍ୟୁ ପରେ ପୁଲିସକୁ ନଜଣାଇ ଚାଳକ ଫେରାର ହୋଇଗଲେ, ୧୦ ବର୍ଷ ଜେଲ ଦଣ୍ଡ ସହ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ବ୍ୟବସ୍ଥା ରହିଛି ।
ଯାହାକୁ ଚାଳକମାନେ ବିରୋଧ କରିବା ସହ ଏତେ ଟଙ୍କାର ଜୋରିମାନା ରାଶି କେଉଁଠୁ ଆଣିବେ ବୋଲି ପ୍ରଶ୍ନ କରିଛନ୍ତି ।

ଆସନ୍ତା ଦୁଇ ମାସ ମଧ୍ୟରେ ପ୍ରଥମେ ପାଇଲଟ ପ୍ରୋଜେକ୍ଟ ଭାବେ ଅହମଦାବାଦରେ ଏହି ଭାରତୀୟ ନ୍ୟାୟ ସଂହିତା ସହ ତିନିଟି କ୍ରିମିନାଲ ଆଇନ ଲାଗୁ ହେବ । ଏବଂ ଆଗାମୀ ବର୍ଷଟେ ମଧ୍ୟରେ ସାରା ଦେଶରେ ୯୦ ଭାଂଗ ଅଂଚଳରେ ଏହି ତିନି ଆଇନ ଲାଗୁ କରିବାକୁ ଯୋଜନା କରିଛନ୍ତି ସରକାର । କିନ୍ତୁ ଡ୍ରାଇଭରଙ୍କ ଆନ୍ଦୋଳନ ଏବେ ସରକାରଙ୍କୁ ଚିନ୍ତାରେ ପକାଇ ଦେଇଛି ।

The post ନୂଆ ଆଇନ ଭାରତୀୟ ନ୍ୟାୟ ସଂହିତାକୁ ନେଇ ବିବାଦ । ହିଟ-ଆଣ୍ଡ-ରନ ମାମଲାଲେ କଠୋର ଦଣ୍ଡବିଧାନକୁ ବିରୋଧ first appeared on Kanak News.

from Kanak News
via <a href="https://ifttt.com/?

ନେତାଙ୍କ ଚିନ୍ତା ବଢ଼ାଉଛି ଡିପ୍ ଫେକ୍ ଭିଡିଓ: ଯାଂଚ୍ କରିବ କମିଶନରେଟ ପୋଲିସ

କନକ ବ୍ୟୁରୋ: ନିର୍ବାଚନ ଆଗରୁ ଚିନ୍ତା ବଢାଇଛି ଡିପ ଫେକ୍ ଫଟୋ ଓ ଭିଡ଼ିଓ । ନେତାଙ୍କ ଫୋଟୋକୁ ଏଡିଟ କରି ଫେକ ଫୋଟୋ ଓ ଭିଡିଓ ବନାଇ ବଦନାମ କରିବାର ଆଶଙ୍କା ରହିଛି । ନେତାମାନେ ଚିନ୍ତାରେ ପଡିଥିବା ବେଳେ ଏବେଠୁ ସଜାଗ ହୋଇଛି ପୋଲିସ । କମିଶନରେଟ୍ ପୋଲିସର ବଛା ବଛା ଅଫିସରଙ୍କୁ ଫ୍ୟାକ୍ଟ ଚେକ୍ କରିବା ପାଇଁ ଦିଆଯାଇଛି ତାଲିମ ।

ଡିପ ଫେକ ଭିଡିଓ ଓ ଫୋଟୋ ଏବେ ନେତାଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଲାଣି । ରହିଥିବ ଶରିର, ବଦଳି ଯିବ ମୁହଁ, ଏବଂ ପରବର୍ତୀ ସମୟରେ ଆପଣଙ୍କ ନାଁରେ ପ୍ରଚାର ହେବ ମିଛ ଓ ବିଭ୍ରାନ୍ତିକର ତଥ୍ୟ । ନିକଟରେ ଅଭିନେତ୍ରୀ ରଶ୍ମିକା ମନ୍ଦାନା ,କ୍ୟାଟ୍ରିନା କ୍ୟାଫ,ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦ୍ୁଲକର,କ୍ରିକେଟର ଶୁଭମନ ଗିଲଙ୍କ ଭଳି ସେଲିବ୍ରିଟିଙ୍କ ଡିପ୍ ଫେକ ଫୋଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଆଗକୁ ନିର୍ବାଚନ ଆସୁଥିବାରୁ ନେତାଙ୍କ ଫୋଟୋ କୁ ଏଡିଟ କରି ଫେକ ଫୋଟୋ ଓ ଭିଡିଓ ବନାଇ ବଦନାମ କରିବାର ଆଶଙ୍କା ରହିଛି । ଏହା ଉପରେ ରୋକ ଲଗାଇବାକୁ ଭୁବନେଶ୍ୱର କମିଶନରେଟ ପୋଲିସ ପକ୍ଷରୁ ନିଆଯାଉଛି ସ୍ୱତନ୍ତ୍ର ପଦକ୍ଷେପ ।

ଏଥିପାଇଁ ସ୍ୱତନ୍ତ୍ର ପୋଲିସ ଅଧିକାରିଙ୍କୁ ଦିଆଯାଉଛି ସ୍ୱତନ୍ତ୍ର ତାଲିମ
କମିଶନରେଟ ପୋଲିସରେ ଗଠନ ହେଉଛି ସ୍ୱତନ୍ତ୍ର ଟିମ
ଏହି ଟିମରେ ରହିବେ କମିଶନରେଟ ପୋଲିସର ବଛା ବଛା ଅଧିକାରୀ
ଏହି ଅଧିକାରୀଙ୍କୁ ତାଲିମ ଦେଉଛନ୍ତି ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ସାଇବର ବିଶେଷଜ୍ଞ
କେମିତି ଜାଣିବେ କେଉଁଟା ସତ ଓ କେଉଁଟା ମିଛ ସେନେଇ ହେଉଛି ସ୍ୱତନ୍ତ୍ର ୱାର୍କସପ
ଜାତୀୟ ସମସ୍ୟା ପାଲଟିଛି ଫେକ୍ ନ୍ୟୁଜ
ସତ ଖୋଜି ବାହାର କରିବ ପୋଲିସ ଟିମ

ପ୍ରଭାବଶାଳୀ ଲୋକଙ୍କ ଫୋଟୋ ଓ ଭିଡିଓ ବ୍ୟବହାର କରି ଆର୍ଟିଫିସିଆଲ ଇଣ୍ଟେଲିଜନ୍ସେ ମାଧ୍ୟମରେ ନକଲି ଭିଡିଓ ପ୍ରସ୍ତୁତ କରି ବଦନାମ କରନ୍ତି ସାଇବର ଠକ । ଏହା ଉପରେ ରୋକ ଲଗାଇବା ପାଇଁ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରୁଛି କମିଶନରେଟ ପୋଲିସ । ଡିପ ଫେକ ଭିଡିଓ ନେଇ ରାଜନୌତିକ ଦଳର ନେତାମାନେ ଚିନ୍ତା ପ୍ରକାଶ କରିଥିବା ବେଳେ କମିଶନରେଟ ପୋଲିସର ପଦେକ୍ଷପକୁ ସ୍ୱାଗତ କରିଛନ୍ତି ।

ଭାଇରାଲ ହେଉଥିବା ଭିଡିଓକୁ ଚେକ୍ ନକଲେ ଯେକୌଣସି ବ୍ୟକ୍ତିଙ୍କୁ ସହଜରେ ବଦନାମ କରିବାର ଆଶଙ୍କା ରହିଛି । ନିର୍ବାଚନରେ ପ୍ରତିପକ୍ଷଙ୍କ ସମ୍ମାନ ହାନୀ ପାଇଁ ଏହା ଏକ ଅସ୍ତ୍ର ହୋଇପାରେ । ତେଣୁ ପୋଲିସ ପ୍ରଶାସନ ଏନେଇ ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।

The post ନେତାଙ୍କ ଚିନ୍ତା ବଢ଼ାଉଛି ଡିପ୍ ଫେକ୍ ଭିଡିଓ: ଯାଂଚ୍ କରିବ କମିଶନରେଟ ପୋଲିସ first appeared on Kanak News.

from Kanak News
via <a href="https://ifttt.com/?

ଉଠିବ ବରିଷ୍ଠ ନେତାଙ୍କ ଉପରୁ ନିଲମ୍ବନ: ଘର ବାହୁଡ଼ିବେ ପୁରୁଣା ନେତା

କନକ ବ୍ୟୁରୋ: ଗୋଟିଏ ପଟେ ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ଓଡ଼ିଶା ଆସିବେ ରାହୁଲ । ସେଥିପାଇଁ ଜୋରଦାର ପ୍ରସ୍ତୁତିରେ ଲାଗିପଡିଛି ରାଜ୍ୟ କଂଗ୍ରେସ । ଅନ୍ୟପଟେ ନୂଆ ପ୍ରଭାରୀ ଆସୁଥିବାରୁ ତାଙ୍କର ସ୍ୱାଗତ ପାଇଁ କଂଗ୍ରେସ ଭବନକୁ ସଜା ଯାଉଛି । ଏହି ଅବସରରେ ଦଳକୁ ଏକଜୁଟ କରିବାକୁ ଅଭିଯାନ ଆରମ୍ଭ ହୋଇଛି । ବରିଷ୍ଠ ନେତା ମହମ୍ମଦ ମୋକିମ୍, ଚିରଂଜୀବ ବିଶ୍ୱାଳ ଓ ଶ୍ରୀକାନ୍ତ ଜେନାଙ୍କ ଉପରୁ ନିଲମ୍ବନ ଉଠାଇ ଦିଆଯିବ ବୋଲି ନିଷ୍ପତି ନିଆଯାଇଛି । ଅନ୍ୟପଟେ କୋରାପୁଟରେ ପ୍ରଭାବ ଥିବା ଗମାଙ୍ଗ ପରିବାର ଘରବାହୁଡ଼ା କରିବେ ବୋଲି ଜଣାପଡିଛି ।

୬ ତାରିଖରେ ଓଡ଼ିଶା ଆସୁଛନ୍ତି କଂଗ୍ରେସର ନୂଆ ପ୍ରଭାରୀ ଅଜୟ କୁମାର । ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ବଡ଼ ଆୟୋଜନ କରୁଛି ଦଳ । ସଜେଇ ହେଉଛି କଂଗ୍ରେସ ଭବନ । ରାଜ୍ୟରେ ଦଳ କିପରି ଏକଜୁଟ ହୋଇ ୨୦୨୪ ନିର୍ବାଚନ ମଇଦାନକୁ ଓହ୍ଲାଇବ, ଏଥିପାଇଁ ଆରମ୍ଭ ହୋଇଯାଇଛି ଅଭିଯାନ । କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍, ପୂର୍ବତନ ଜଗତସିଂହପୁର ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଓ ବରିଷ୍ଠ ନେତା ଶ୍ରାକାନ୍ତ ଜେନାଙ୍କ ଉପରୁ ଶୀଘ୍ର ନିଲମ୍ବନ ଉଠିବ ବୋଲି କହିଛନ୍ତି ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା । ନୂଆ ପ୍ରଭାରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁରୁଣା ନେତାଙ୍କ ଘରବାହୁଡ଼ା ଓ ନିଲମ୍ବିତ ନେତାଙ୍କୁ ପୁଣି ଦଳରେ ସକ୍ରୀୟ କରିବା ପାଇଁ କସରତ ଆରମ୍ଭ ହୋଇଛି ।

୭ ତାରିଖରେ ହାତ ଧରିବେ ହେମା ଗମାଙ୍ଗ
ଦଳକୁ ଫେରିବେ ଗମାଙ୍ଗ ପରିବାର
ଘରବାହୁଡ଼ା ପାଇଁ ପ୍ରସ୍ତୁତ ହେଉଛନ୍ତି କୋରାପୁଟରେ ରାଜନୀତିରେ ପ୍ରଭାବ ରହିଥିବା ଗମାଙ୍ଗଙ୍କ ପୂରା ପରିବାର । ପୂର୍ବତନ କୋରାପୁଟ ସାଂସଦ ତଥା ଗୁଣୁପୁର ବିଧାୟକା ରହିଥିବା ହେମା ଗମାଙ୍ଗ ଆସନ୍ତା ୭ ତାରିଖରେ ପ୍ରଭାରୀ ଅଜୟ କୁମାରଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେବେ । ଏଥିପାଇଁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ଆଲୋଚନା ହୋଇସାରିଛି ବୋଲି କହିଛନ୍ତି ହେମା । ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଦଳରେ ମିଶିବା ପାଇଁ ଅପେକ୍ଷା କରିଛନ୍ତି ।

ସେହିପରି କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ପୂର୍ବତନ ସାଂସଦ ସଂଜୟ ଭୋଇ ଓ ପୂର୍ବତନ କୋରାପୁଟ ବିଧାୟକ କୃଷ୍ଣ ସଗରିଆ ମଧ୍ୟ ଖୁବଶୀଘ୍ର କଂଗ୍ରେସକୁ ଫେରିବେ ବୋଲି ଚର୍ଚ୍ଚା ହେଉଛି ।

ଦଳକୁ ଏକାଠି କରିବା ଅଭିଯାନ ଭିତରେ ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରାକୁ ନେଇ ବେଶ ଉତ୍ସାହିତ ରହିଛି ରାଜ୍ୟ କଂଗେସ । ରାହୁଲ ଗାନ୍ଧୀ କେଉଁ କେଉଁ ଜିଲ୍ଲା ଗସ୍ତ କରିବେ ଏ ନେଇ ଦିଲ୍ଲୀରେ ହାଇକମାଣ୍ଡଙ୍କ ସହ ସବୁ ରାଜ୍ୟର ପିସିସି ସଭାପତିମାନଙ୍କ ବୈଠକ ହୋଇଛି । ଓଡ଼ିଶା ପିସିସି ସଭାପତି ଶରତ ପଟ୍ଟନାୟକ ଏହି ବୈଠକରେ ଯୋଗ ଦେଇଛନ୍ତି । ବୈଠକ ପରେ ପିସିସି ସଭାପତିମାନଙ୍କୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି
ହାତରେ ମାତ୍ର ୩ ମାସ ରହିଛି
ଦଳର ବିଜୟ ପାଇଁ ପ୍ରାଣମୂର୍ଚ୍ଛା କାର୍ଯ୍ୟ କରିବାକୁ ଆହ୍ୱାନ
ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ।

The post ଉଠିବ ବରିଷ୍ଠ ନେତାଙ୍କ ଉପରୁ ନିଲମ୍ବନ: ଘର ବାହୁଡ଼ିବେ ପୁରୁଣା ନେତା first appeared on Kanak News.

from Kanak News
via <a href="https://ifttt.com/?

ରାସ୍ତାରୁ ଉଠିଲା ମୃତଦେହ: ଦ୍ୱିତୀୟ ଦିନରେ ବି ଉତ୍ତେଜନା, ରାସ୍ତାରୋକ୍ । ଶେଷରେ ସରିଲା ଦିଶାନ୍ତଙ୍କ ଅନ୍ତିମ ସଂସ୍କାର

କନକ ବ୍ୟୁରୋ: ଶେଷରେ ଶାନ୍ତ ପଡିଛି ସମ୍ବଲପୁର ଆଉ ଜଳିଛି ଦିଶାନ୍ତଙ୍କ ଜୁଇ । ଦୁଇ ଦିନର ଅସ୍ଥିରତା ଓ ଅଚଳାବସ୍ଥା ଭିତରେ ବସ୍ ଧକ୍କାରେ ମୃତ୍ୟୁବରଣ କରିଥିବା ନବମ ଶ୍ରେଣୀ ଛାତ୍ରଙ୍କ ଅନ୍ତିମ ସଂସ୍କାର କରାଯାଇଛି । ମୃତ ଛାତ୍ରଙ୍କ ଶବ ବ୍ୟବଚ୍ଛେଦ ପରେ ମୃତଦେହ ଘରକୁ ଅଣାଯାଇଥିଲା । ଏହାପରେ ସମ୍ବଲପୁର ମୋଦିପଡା ନିକଟରେ ଗତକାଲି ଭଳି ଆଜି ବି ସ୍ଥାନୀୟ ବାସିନ୍ଦାମାନେ ରାସ୍ତାରୋକ କରିଥିଲେ । ମୃତକଙ୍କ ପରିବାରକୁ କ୍ଷତି ପୂରଣ ଏବଂ ଅଟକ ବ୍ୟକ୍ତିଙ୍କୁ ଛାଡିବା ଦାବିରେ ପ୍ରାୟ ୫ ଘଂଟା ଧରି ରାସ୍ତା ଅବରୋଧ କରିଥିଲେ । ଶେଷରେ ପ୍ରଶାସନର ପ୍ରତିଶ୍ରୁତି ପରେ ରାସ୍ତାରୁ ଉଠିଥିଲା ମୃତଦେହ ।

ବସ୍ ଧକ୍କାରେ ନାବାଳକ ମୃତ୍ୟୁ ଘଟଣାକୁ ନେଇ ସମ୍ବଲପୁରରେ ସୃଷ୍ଟି ହୋଇଥିବା ଉତେଜନାର ପ୍ରଭାବ ଦ୍ୱିତୀୟ ଦିନରେ ବି ଦେଖିବାକୁ ମିଳିଥିଲା । ମୃତ ନବମ ଶ୍ରେଣୀ ଛାତ୍ରଙ୍କ ମୃତଦେହକୁ ବୁର୍ଲା ମେଡ଼ିକାଲରୁ ବ୍ୟବଚ୍ଛେଦ କରି ଆଣିବା ପରେ ଘରକୁ ନିଆଯାଇଥିଲା । ଏହା ପରେ ମୃତଦେହ ରାସ୍ତାରେ ରଖି ମୋଦିପଡ଼ାଠାରେ ରାସ୍ତାରୋକ୍ କରିଥିଲେ ସ୍ଥାନୀୟ ବାସିନ୍ଦା । ମୃତକଙ୍କ ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ, ଅଟକ ୧୨ ଜଣଙ୍କୁ ଛାଡ଼ିବା ଏବଂ ସନ୍ଧ୍ୟା ୬ଟା ପରେ ଭାରି ଯାନ ଚଳାଚଳ ଉପରେ କଟକଣା ଦାବି ନେଇ ରାସ୍ତାରୋକ୍ କରିଥିିଲେ । ତେବେ ଅଟକ ବ୍ୟକ୍ତିଙ୍କୁ ପୁଲିସ ଛାଡ଼ିବା ପ୍ରତିଶ୍ରୁତି ଦେବା ପରେ ରାସ୍ତାରୁ ଉଠିଥିଲା ଦିଶାନ୍ତ ନାୟକଙ୍କ ମୃତଦେହ ।

ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ବସ୍ର ଯାତ୍ରୀମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଆରପିଏଫ୍ କ୍ୟାମ୍ପ ପରିସରରେ ରଖାଯାଇଥିଲା । ପରେ ସମସ୍ତ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଏକ ସ୍ୱତନ୍ତ୍ର ବସ୍ ଯୋଗେ ୪୦ରୁ ଅଧିକ ଯାତ୍ରୀଙ୍କୁ ସେମାନଙ୍କ ଘରକୁ ପଠାଇ ଦିଆଯାଇଥିଲା ।

ସମ୍ବଲପୁର ଗୁରୁଦ୍ୱାରା ଛକର ଅରୁଣ ନାୟକଙ୍କ ପୁଅ ଦିଶାନ୍ତ ନାୟକ, ବୁଧବାର ସନ୍ଧ୍ୟାରେ ସ୍କୁଟିରେ ମୁଦିପଡ଼ାରୁ କୁଂଜେଲପଡ଼ା ଆଡକୁ ଯାଉଥିଲେ । ଆଉ ଠିକ ଏହି ସମୟରେ ମୁଦିପଡ଼ା ନିକଟରେ ନୀଳମାଧବ ନାମକ ଏକ ଟୁରିଷ୍ଟ ବସ୍ ତାଙ୍କୁ ପଛ ପଟୁ ଧକ୍କା ଦେଇ ଘୋଷାଡ଼ି ନେଇଥିଲା । ଏହି ଦୁର୍ଘଟଣା ଯୋଗୁଁ ଘଟଣାସ୍ଥଳରେ ଦିଶାନ୍ତଙ୍କ ମୃତ୍ୟୁ ହୋଇଯାଇଥିଲା । ଯାହାକୁ ନେଇ ଘଟଣାସ୍ଥଳରେ ଉତେଜନା ହେବା ସହ ପୁଲିସକୁ ଲାଠିମାଡ଼ କରିବାକୁ ପଡ଼ିଥିଲା । ଶେଷରେ ଦୁଇ ଦିନର ଅସ୍ଥିରତା ଭିତରେ ଶୋକାକୂଳ ପରିବେଶରେ ପରିବାର ଲୋକ ମୃତ ନବମ ଶ୍ରେଣୀ ଛାତ୍ରର ଅନ୍ତିମ ସଂସ୍କାର କରିଛନ୍ତି ।

The post ରାସ୍ତାରୁ ଉଠିଲା ମୃତଦେହ: ଦ୍ୱିତୀୟ ଦିନରେ ବି ଉତ୍ତେଜନା, ରାସ୍ତାରୋକ୍ । ଶେଷରେ ସରିଲା ଦିଶାନ୍ତଙ୍କ ଅନ୍ତିମ ସଂସ୍କାର first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started