କେପଟାଉନରେ ଇତିହାସ ରଚିଲା ଟିମ୍ ଇଣ୍ଡିଆ । ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ମାତ୍ ଦେଲା ରୋହିତ ବାହିନୀ ।

କନକ ବ୍ୟୁରୋ : କେପଟାଉନରେ କମାଲ କଲା ରୋହିତ ବାହିନୀ । ଦ୍ୱିତୀୟ ଟେଷ୍ଟରେ ସହଜ ବିଜୟ ହାସଲ ସହ ସିରିଜ ବରାବର କରିଛି ଟିମ୍ ଇଣ୍ଡିଆ । ଦ୍ୱିତୀୟ ଇନିଂସରେ ମାତ୍ର ୭୯ ରନର ବିଜୟଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ରୋହିତ ବାହିନୀ ୩ ୱିକେଟ ହରାଇ ବିଜୟଲକ୍ଷ୍ୟ ହାସଲ କରିଛି । ଏହାସହ କେପଟାଉନରେ ଇତିହାସ ରଚିଛି ଟିମ୍ ଇଣ୍ଡିଆ । କେପଟାଉନରେ ଏହା ଭାରତର ପ୍ରଥମ ବିଜୟ । ଏହାସହ ଏସିଆ ଦଳ ଭାବେ ମଧ୍ୟ କେପଟାଉନରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଜିତିଛି ଭାରତ । ରୋଚକ ମୋଡରେ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ।

ପ୍ରଥମ ଇନିଂସ ଭଳି ଦ୍ୱିତୀୟ ଇନିଂସରେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଦକ୍ଷିଣ ଆଫ୍ରିକା । ଏଡେନ ମାରକ୍ରମଙ୍କ ଲଢୁଆ ଶତକ ସତ୍ତେ୍ୱ ମଧ୍ୟ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସରେ ୧୭୬ ରନ କରିବାକୁ ସକ୍ଷମ ହୋଇଥିଲା । ଏହାସହ ଭାରତକୁ ୭୯ ରନର ସହଜ ବିଜୟଲକ୍ଷ୍ୟ ମିଳିଥିଲା ।

ଦ୍ୱିତୀୟ ଦିନ ଖେଳ ଆରମ୍ଭରୁ ହିଁ ଦକ୍ଷିଣ ଆଫ୍ରିକା ଲାଗିଥିଲା ଝଟକା । ବୁମରା ପ୍ରଥମ ଓଭରରେ ହିଁ ୱିକେଟ ନେଇ ଦକ୍ଷିଣ ଆଫ୍ରିକାକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ । ଲଗାତାର ଗୋଟିଏ ପରେ ଗୋଟିଏ ୱିକେଟ ଖସୁଥିଲେ ମଧ୍ୟ ଅନ୍ୟପଟେ ମାରକ୍ରମ ନିଜର ବ୍ୟାଟିଂ ଷ୍ଟାଇଲକୁ ବଦଳାଇଥିଲେ । ପ୍ରତି ବଲରେ ବଡ ସଟ୍ ଖେଳି ନିଜର ଶତକ ପୂରା କରିଥିଲେ ମାରକ୍ରମ । ତେବେ ମହମ୍ମଦ ସିରାଜ ମାରକ୍ରମଙ୍କ ୱିକେଟ ହାସଲ କରିବା ସହ ଦକ୍ଷିଣ ଆଫ୍ରିକାକୁ ବଡ ଝଟକା ଦେଇଥିଲେ । ଦ୍ୱିତୀୟ ଇନିଂସରେ ବୁମରା ସର୍ବାଧିକ ୬ଟି ୱିକେଟ ହାତେଇଥିବା ବେଳେ ମୁକେଶ କୁମାର ୨ଟି ଏବଂ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣା ଗୋଟିଏ ଲେଖାଏଁ ୱିକେଟ ହାତେଇଥିଲେ । ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ମାତ୍ର ୫୫ ରନରେ ଅଲଆଉଟ ହୋଇଥିବା ଭାରତ ପ୍ରଥମ ଇନିଂସରେ ୧୫୩ ରନ୍ କରି ୯୮ ରନର ଅଗ୍ରଣୀ ନେଇଥିଲା ।

The post କେପଟାଉନରେ ଇତିହାସ ରଚିଲା ଟିମ୍ ଇଣ୍ଡିଆ । ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ମାତ୍ ଦେଲା ରୋହିତ ବାହିନୀ । first appeared on Kanak News.

from Kanak News
via <a href="https://ifttt.com/?

ହୁତି ବିଦ୍ରୋହୀଙ୍କୁ ରୋକିବା ପାଇଁ କାହିଁକି ଆମେରିକାର ସାଥ ଦେଉନାହାନ୍ତି ମିତ୍ର ଦେଶମାନେ ?

ହୁତି ବିଦ୍ରୋହୀଙ୍କୁ ରୋକିବା ପାଇଁ କାହିଁକି ଆମେରିକାର ସାଥ ଦେଉନାହାନ୍ତି ମିତ୍ର ଦେଶମାନେ ?  ହୁତି ବିଦ୍ରୋହୀମାନଙ୍କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବାରେ ଆମେରିକା ଧୀରେ ଧୀରେ ଏକୁଟିଆ ହୋଇଯାଉଛି କି ?

ଲୋହିତ ସାଗରରେ ହୁତି ବିଦ୍ରୋହୀଙ୍କ ଆକ୍ରମଣକୁ ରୋକିବା ପାଇଁ ଆମେରିକା ଏକ ବହୁରାଷ୍ଟ୍ରୀୟ ମଞ୍ଚ ଗଠନ କରିବାକୁ ଘୋଷଣା କରିଥିଲା । ଏହାର ଉଦ୍ଦେଶ୍ୟ ଥିଲା ଲୋହିତ ସାଗର ଦେଇ ଯାଉଥିବା ଜାହାଜଗୁଡ଼ିକୁ ହୁତି ବିଦ୍ରୋହୀମାନଙ୍କଠାରୁ ରକ୍ଷା କରିବା ଏବଂ ଭବିଷ୍ୟତରେ ସେମାନଙ୍କ ସୁରକ୍ଷା ପାଇଁ ରାସ୍ତା ତିଆରି କରିବା ।

ହୁତି ବିଦ୍ରୋହୀମାନଙ୍କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବାରେ ଆମେରିକା ଧୀରେ ଧୀରେ ଏକୁଟିଆ ହୋଇଯାଉଛି । ଲୋହିତ ସାଗରରେ ହୁତି ବିଦ୍ରୋହୀଙ୍କ ଆକ୍ରମଣକୁ ରୋକିବା ପାଇଁ ଆମେରିକା ଏକ ବହୁରାଷ୍ଟ୍ରୀୟ ଶକ୍ତି ଗଠନ କରିବାକୁ ଘୋଷଣା କରିଥିଲା। ଏହାର ନାମ ଅପରେସନ୍ ‘ପ୍ରସ୍ପରୀଟି ଗାର୍ଡିଆନ’ ରଖାଯାଇଥିଲା । ଏହି ଅଭିଯାନ ମାଧ୍ୟମରେ ଆମେରିକା ବିଶ୍ୱର ଦେଶଗୁଡ଼ିକୁ ହୁତି ବିଦ୍ରୋହୀମାନଙ୍କ ବିରୁଦ୍ଧରେ ଗୋଟିଏ ପ୍ଲାଟଫର୍ମରେ ଆଣିବାକୁ ଚେଷ୍ଟା କରିଥିଲା ।  ଏହି ଅପରେସନରେ ଅଂଶଗ୍ରହଣ କରୁଥିବା ଅନେକ ଦେଶର ନାମ ଆମେରିକା ନେଇଥିଲା, କିନ୍ତୁ ସେମାନଙ୍କ ସ୍ଥିତି ଆମେରିକାର ପରି ସିଧାସଳଖ ଦୃଶ୍ୟମାନ ହେଉ ନଥିଲା ।

ଆମେରିକାର ପ୍ରତିରକ୍ଷା ସଚିବ ଓଲିଉଡ ଅଷ୍ଟିନ ଡିସେମ୍ବର ୧୯  ରେ ଅପରେସନ୍ ‘ପ୍ରସ୍ପରୀଟି ଗାର୍ଡିଆନ’ ଘୋଷଣା କରିଥିଲେ। ଏହି ଅପରେସନର ଉଦ୍ଦେଶ୍ୟ ଥିଲା ଲାଲ ସାଗର ଦେଇ ଯାଉଥିବା ଜାହାଜଗୁଡ଼ିକୁ ହୁତି ବିଦ୍ରୋହୀମାନଙ୍କଠାରୁ ରକ୍ଷା କରିବା ଏବଂ ଭବିଷ୍ୟତରେ ସେମାନଙ୍କ ସୁରକ୍ଷା ପାଇଁ ରାସ୍ତା ତିଆରି କରିବା।

ଅପରେସନ୍ ର ସ୍ଥିତି କ’ଣ ?

ରଏଟର୍ସ ରିପୋର୍ଟରେ କୁହାଯାଇଛି ଯେ ଆମେରିକା ଏହାର କାର୍ଯ୍ୟ ପାଇଁ ଟାସ୍କଫୋର୍ସରେ ଯୋଗଦେବାକୁ ୨୦ ଟି ଦେଶକୁ କହିଛି, କିନ୍ତୁ ଏହା କେବଳ କିଛି ଦେଶର ସମର୍ଥନ ପାଇଛି । ମିଡିଆ ରିପୋର୍ଟରେ ଦର୍ଶାଯାଇଛି ଯେ ବ୍ରିଟେନ, ବହାରେନ, କାନାଡା, ଫ୍ରାନ୍ସ, ଇଟାଲୀ, ନେଦରଲ୍ୟାଣ୍ଡ, ନରୱେ ଏବଂ ସ୍ପେନ୍ ଏହି ଆମେରିକୀୟ ଅପରେସନରେ ଯୋଗ ଦେଇଛନ୍ତି । ତଥାପି ଏହାର ଅନେକ ବନ୍ଧୁତ୍ୱପୂର୍ଣ୍ଣ ଦେଶ ଅଷ୍ଟ୍ରେଲିଆ, ଜାପାନ ଏବଂ ସାଉଦି ଆରବ ସମେତ ଅନେକ ଗଲ୍ଫ ଦେଶ ଯୋଗଦେଇ ନାହାନ୍ତି । ଦୁନିଆର ଦେଶମାନେ ଏହି ପ୍ରସଙ୍ଗରେ ଖୋଲାଖୋଲି ଭାବେ ଆମେରିକାକୁ ସମର୍ଥନ କରୁନଥିବାର ଅନେକ କାରଣ ଅଛି ।

ଆମେରିକା କାହିଁକି ଏକୁଟିଆ ପଡ଼ିଯାଉଛି ?

ବାସ୍ତବରେ, ଏପରି ଅନେକ ଦେଶ ଅଛନ୍ତି ଯେଉଁମାନେ ଆମେରିକାର ଅଭିଯାନକୁ ସମର୍ଥନ କରୁଛନ୍ତି, କିନ୍ତୁ ଏହା ଉପରେ ଖୋଲାଖୋଲି କିଛି କହିବାକୁ ଚାହାଁନ୍ତି ନାହିଁ । ଏହାର କାରଣ ହେଉଛି ପାଲେଷ୍ଟାଇନରେ ଚାଲିଥିବା ଯୁଦ୍ଧ । ଇସ୍ରାଏଲ୍ ଗଠନ ପରଠାରୁ ଆରବ ଦେଶ ସବୁବେଳେ ପାଲେଷ୍ଟାଇନକୁ ସମର୍ଥନ କରିଆସୁଛନ୍ତି । ଇସ୍ରାଏଲ୍ ଗାଜା ଉପରେ ଯେଉଁଭଳି ଆକ୍ରମଣ କରିଛି ତାହା ମାନବିକ ଅଧିକାର ଦୃଷ୍ଟିକୋଣରୁ ସମାଲୋଚିତ ହୋଇସାରିଛି ।

ଏହି ଫୋର୍ସରେ ଯୋଗଦେଇ ୟୁଏଇ, ସାଉଦି ଆରବ, ଓମାନ, କାତାର, ଜୋର୍ଡାନ, ବହାରେନ, କୁଏତ, ଇଜିପ୍ଟ ଏବଂ ମୋରୋକୋ ଭଳି ଦେଶ ସମାଲୋଚନାର ଶିକାର ହୋଇଛନ୍ତି । ବର୍ତ୍ତମାନ ଯଦି ଏହି ଦେଶଗୁଡିକ ହୁତି ବିଦ୍ରୋହୀଙ୍କ ବିରୁଦ୍ଧରେ ଗଠିତ ଟାସ୍କଫୋର୍ସ ଉପରେ କିଛି କୁହନ୍ତି, ତେବେ ସେମାନଙ୍କୁ ଆହୁରି ସମାଲୋଚନାର ସମ୍ମୁଖୀନ ହେବାକୁ ପଡିବ । ସେମାନେ ନିଜ ଦେଶରେ ବିରୋଧର ସମ୍ମୁଖୀନ ହୋଇପାରନ୍ତି । ଏହାର ଗୋଟିଏ କାରଣ ହେଉଛି ଆମେରିକା ବ୍ୟତୀତ ଅନ୍ୟ ଦେଶର ଜାହାଜଗୁଡ଼ିକର କ୍ଷତି ନକରିବାକୁ ହୁତିମାନେ କହିଛନ୍ତି । ତେଣୁ, ସେମାନେ ହୁତି ମାନଙ୍କ ବିରୁଦ୍ଧରେ ଯାଇ ନୂତନ ଅସୁବିଧା ସୃଷ୍ଟି କରିବାକୁ ଚାହାଁନ୍ତି ନାହିଁ । ସାଉଦି ଆରବ ହେଉଛି ଆମେରିକାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ, କିନ୍ତୁ ଏହା ସର୍ବଦା ହୁତି ବିଦ୍ରୋହୀଙ୍କୁ ସମର୍ଥନ କରିଆସୁଛି, କିନ୍ତୁ ଏହି ଗୋଷ୍ଠୀ ୟେମେନର ଏକ ବଡ଼ ଅଂଶ ଦଖଲ କରିଛି । ସାଉଦି ଆରବ ସମେତ ଅନେକ ଦେଶ ବର୍ତ୍ତମାନ କୌଣସି ବିରୋଧ କରିବାକୁ ଚାହୁଁନାହାଁନ୍ତି ।

ତେବେ ଅନ୍ୟ ଦେଶଗୁଡିକ କିପରି ସାହାଯ୍ୟ କରୁଛନ୍ତି ?

ଏବେ ଆସନ୍ତୁ ବୁଝିବା ଆମେରିକାର ଏହି ମିଶନରେ ଜଡିତ ଦେଶମାନେ କିପରି ସାହାଯ୍ୟ କରୁଛନ୍ତି ।  ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ ସ୍ପେନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଆମେ ଏକପାଖିଆ ଭାବରେ ଲୋହିତ ସାଗର ସହ ଜଡିତ କାର୍ଯ୍ୟରେ ଭାଗ ନେବୁ ନାହିଁ । ଇଟାଲୀ ନାଭି ଫ୍ରିଗେଟ୍ ଭର୍ଜିନିଆ ଫାସାନ୍ଙ୍କୁ ଲୋହିତ ସାଗରକୁ ପଠାଉଛି । ଦୁଇ କର୍ମଚାରୀଙ୍କୁ ପଠାଇବାକୁ ନେଦରଲ୍ୟାଣ୍ଡ କହିଛି ଏବଂ ବାହାରେନ ୧୦ ଜଣ ନୌସେନା ଅଧିକାରୀ ପଠାଇବାକୁ କହିଛି । ଏଥି ସହିତ ଡେନମାର୍କ କେବଳ ଜଣେ ଅଧିକାରୀ ପଠାଇବ । ବିଭିନ୍ନ ଦେଶର ମନୋଭାବରୁ ଏହା ସ୍ପଷ୍ଟ ହୋଇଛି ଯେ ଏହି ଦେଶଗୁଡିକ କିପରି ଆମେରିକାର ମିଶନ ପାଇଁ ଔପଚାରିକତା ପୂରଣ କରୁଛନ୍ତି । ଅଷ୍ଟ୍ରେଲିଆ ଏହା ସ୍ପଷ୍ଟ କରିସାରିଛି ଯେ ସେମାନେ କୌଣସି ବିମାନ କିମ୍ବା ଜାହାଜ ପଠାଇବ ନାହିଁ ।

The post ହୁତି ବିଦ୍ରୋହୀଙ୍କୁ ରୋକିବା ପାଇଁ କାହିଁକି ଆମେରିକାର ସାଥ ଦେଉନାହାନ୍ତି ମିତ୍ର ଦେଶମାନେ ? first appeared on Kanak News.

from Kanak News
via <a href="https://ifttt.com/?

ବିଜେପିର ଦକ୍ଷିଣ ଅଭିଯାନ ଉପରେ ପଡିବ କି ପ୍ରଭାବ । ଶର୍ମିଲାଙ୍କ କଂଗ୍ରେସରେ ଯୋଗଦାନ ପରେ କଂଗ୍ରେସକୁ ମିଳିବ କି ଫାଇଦା

କନକ ବ୍ୟୁରୋ : ନୂଆ ବର୍ଷର ଆରମ୍ଭରୁ ଏବେ କଂଗ୍ରସେ ପାଇଁ ଦକ୍ଷିଣରୁ ଭଲ ସଂକେତ ମିଳିଛି । ଆନ୍ଧ୍ରପ୍ରଦେଶର ପୂର୍ବତନ ମୂଖ୍ୟମନ୍ତ୍ରୀ ରାଜ ଶେଖର ରେଡିଙ୍କ ଝିଅ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଭଉଣୀ ଶର୍ମିଲା ରେଡ୍ଡୀ କଂଗ୍ରେସରେ ଯୋଗ ଦେଇଛନ୍ତି ।

କିଛିଦିନ ତଳେ ୫ ରାଜ୍ୟରେ ହୋଇଥିବା ନିର୍ବାଚନ ଫଳାଫଳ ଦେଖି ରାଜନୈତିକ ବିଶ୍ଲେଷକମାନେ ମତ ଦେଇଥିଲେ କି ଦକ୍ଷିଣ ଭାରତରେ କଂଗ୍ରେସ ଶେଷ ହେବାକୁ ଯାଉଛି । ହେଲେ ହିମାଚଳରେ କଂଗ୍ରେସ ବିଜୟ ଲାଭ କରିବା ପରେ ଅଚାନକ ସମସ୍ତଙ୍କ ଚମକାଇ ତେଲେଙ୍ଗାନାରେ ମଧ୍ୟ କଂଗ୍ରେସ ସରକାର ଗଠନ କରିଥିଲା । କଂଗ୍ରେସର ତେଲେଙ୍ଗାନା ବିଜୟ ପରେ ବିଜେପିର ଦକ୍ଷିଣ ଯାତ୍ରା ସ୍ୱପ୍ନ ଧୂଳିସାତ ହୋଇଛି । ଯଦି ଆପଣ ଭାରତର ନକ୍ସା ଦେଖିବେ ତେବେ ବିଜେପି ପଶ୍ଚିମ ଓ ମଧ୍ୟ କ୍ଷେତ୍ରରେ ସହିତ ପୂର୍ବ-ଉତ୍ତର ରାଜ୍ୟଗୁଡିକରେ ଛାଇ ହୋଇଯାଇଛି । ସେପଟେ ପଞ୍ଜାବ, ହିମାଚଳ, ପଶ୍ଚିମବଙ୍ଗ, ଓଡିଶାରୁ ନେଇ କେରଳ ପର୍ଯ୍ୟନ୍ତ ବିରୋଧୀଦଳଗୁଡିକର ସରକାର ରହିଛି । କର୍ଣ୍ଣାଟକରେ ମଧ୍ୟ କଂଗ୍ରେସର ସରକାର ରହିଛି ।

ଏବେ ଲୋକସଭା ନିର୍ବାଚନର କିଛି ମାସ ପୂର୍ବରୁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସଆର ଶର୍ମିଲାଙ୍କ ମାଧ୍ୟମରେ ବିଜେପିର ଦକ୍ଷିଣ ଯାତ୍ରାକୁ ରୋକିବାକୁ ଚେଷ୍ଟା କରିଛି କଂଗ୍ରେସ । ଶର୍ମିଲା କଂଗ୍ରେସରେ ଯୋଗଦେବା ପରେ ଏହା ବିଜେପି ଉପରେ କିଭଳି ପ୍ରଭାବ ପକାଇବ ତାହା ଉପରେ ନଜର ପକାନ୍ତୁ । ଶର୍ମିଲାଙ୍କ ମାଧ୍ୟମରେ କଂଗ୍ରେସ କେବଳ ତେଲେଙ୍ଗାନା ନୁହେଁ ବରଂ ଆନ୍ଧ୍ରପ୍ରଦେଶ ରାଜନୀତିରେ ପ୍ରଭାବ ବିସ୍ତାର କରିବାକୁ ଯାଉଛି । ଶର୍ମିଲା ଅବିଭକ୍ତ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିବଙ୍ଗତ ୱାଇଏସଆର ରାଜଶେଖର ରେଡ୍ଡୀଙ୍କ କନ୍ୟା । ସେ ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଭଉଣୀ ମଧ୍ୟ । କଂଗ୍ରେସରେ ଯୋଗଦେବା ପରେ ଶର୍ମିଲାଙ୍କୁ ତୁରନ୍ତ ଦଳର ରାଷ୍ଟ୍ରୀୟ ସ୍ତରରେ କୌଣସି ପଦ ମିଳିପାରେ । ସଦ୍ୟ ସମାପ୍ତ ହୋଇଥିବା ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ଶର୍ମିଲାଙ୍କ ପାର୍ଟି କଂଗ୍ରେସକୁ ସମର୍ଥନ ଦେଇଥିଲା ।

ଶର୍ମିଲାଙ୍କ ପିତା ରାଜଶେଖର ରେଡ୍ଡୀ ଦକ୍ଷିଣ ଭାରତରେ କଂଗ୍ରେସର ଜଣେ ବରିଷ୍ଠ ନେତା ଥିଲେ । ସେ ଯେତେଥର ନିର୍ବାଚନ ଲଢିଥିଲେ ସେତେଥର ବିଜୟଲାଭ କରିଥିଲେ । ୨୦୦୩ ମସିହାରେ ସେ ତିନିମାସ ଧରି ୧୫ଶହ କିଲୋମିଟର ପଦଯାତ୍ରା କରିଥିଲେ । ଏହାର ପ୍ରଭାବରେ ୨୦୦୪ ଓ ୨୦୦୯ ବିଧାନସଭା ନିର୍ବାଚନରେ କଂଗ୍ରେସ ଆନ୍ଧ୍ରପ୍ରଦେଶରେ ସରକାର ଗଠନ କରିବାରେ ସମର୍ଥ ହୋଇଥିଲା । ୨୦୦୯ ସେପ୍ଟେମ୍ବର ମାସରେ ଏକ ବିମାନ ଦୁର୍ଘଟଣାରେ ରାଜଶେଖର ରେଡ୍ଡୀଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ତାଙ୍କପୁଅ ଜଗନମୋହନ କଂଗ୍ରେସ ଛାଡି ଏକ ନୂଆଦଳ ଗଠନ କରିଥିଲେ । ଏବଂ ୨୦୧୯ ମସିହାରେ ଜଗନମୋହନଙ୍କ ୱାଇଏସଆର କଂଗ୍ରେସ ପ୍ରଚଣ୍ଡ ବିଜୟଲାଭ କରିଥିଲା ।

ଏବେ କଂଗ୍ରେସ ଆଗାମୀ ଲୋକସଭା ନିର୍ବାଚନରେ ରାଜଶେଖର ରେଡ୍ଡୀଙ୍କ ଲୋକପ୍ରିୟତା ଆଧାରରେ ଶର୍ମିଲାଙ୍କ ହାତରେ ଆନ୍ଧ୍ରପ୍ରଦେଶ କ୍ୟାମ୍ପନିଂର ଦାୟିତ୍ୱ ଦେଇପାରେ । ଶର୍ମିଲା ୨୦୧୯ ମସିହାରେ ଭାଇ ଜଗନମୋହନଙ୍କ ୱାଇଏସଆର କଂଗ୍ରେସ ପାର୍ଟି ପାଇଁ ପ୍ରଚାର କରିଥିଲେ । ହେଲେ କିଛି ମତଭେଦ କାରଣରୁ ସେ ଭାଇଙ୍କ ଠାରୁ ଅଲଗା ହୋଇ ୱାଇଏସଆରଟିପି ନାମରେ ଏକ ନୂଆ ରାଜନୈତିକ ଦଳ ଗଠନ କରିଥିଲେ । ସେ ତେଲେଙ୍ଗାନାରେ ପଦଯାତ୍ରା ମଧ୍ୟ କରିଛନ୍ତି । ଶର୍ମିଲାଙ୍କ ସ୍ୱାମୀ ଅନିଲ କୁମାର ଆଜି କହିଛନ୍ତି କି, ଶର୍ମିଲା କଂଗ୍ରେସରେ ଯୋଗଦେବା ପରେ ଏହା ଆନ୍ଧ୍ର ରାଜନୀତିରେ ବଡ ପ୍ର

The post ବିଜେପିର ଦକ୍ଷିଣ ଅଭିଯାନ ଉପରେ ପଡିବ କି ପ୍ରଭାବ । ଶର୍ମିଲାଙ୍କ କଂଗ୍ରେସରେ ଯୋଗଦାନ ପରେ କଂଗ୍ରେସକୁ ମିଳିବ କି ଫାଇଦା first appeared on Kanak News.

from Kanak News
via <a href="https://ifttt.com/?

ଖୋର୍ଦ୍ଧାରେ ସମଲିଙ୍ଗୀ ସମ୍ପର୍କରୁ ହତ୍ୟା: ଜଙ୍କିଆ ଥାନା ଭୀମପଡ଼ା ଗାଁର ଯୁବକ ହତ୍ୟା ଘଟଣାର ପର୍ଦ୍ଦାଫାସ

କନକ ବ୍ୟୁରୋ: ଜୀବନ ନେଲା କିନ୍ନର ବନ୍ଧୁ ସହ ସମ୍ପର୍କ । ଖୋର୍ଦ୍ଧା ଜଙ୍କିଆ ଥାନା ଭୀମପଡ଼ା ଗାଁରେ ଯୁବକଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ । ଗତ ୨ ତାରିଖ ଦିନ ରଶ୍ମୀ ରଂଜନ ବଳିଆର ସିଂଙ୍କୁ ତାଙ୍କ ବନ୍ଧୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା । ଏସଡିପିଓଙ୍କ ନେତୃତ୍ୱରେ ଏକ ଟିମ ଗଠନ ହୋଇ ଆଗକୁ ବଢ଼ିଥିଲା ତଦନ୍ତ । ଅଭିଯୁକ୍ତ ହତ୍ୟାକାଣ୍ଡ ଘଟାଇବା ପରେ ରାମେଶ୍ୱର ଛକରେ ଛାଡ଼ି ଦେଇଥିଲା ବାଇକ୍ । ଏହି ବାଇକକୁ ଜବତ କରି ଅଭିଯୁକ୍ତକୁ ଯାଜପୁରରୁ ଗିରଫ କରିଥିଲା ଖୋର୍ଦ୍ଧା ପୋଲିସ । ଅଭିଯୁକ୍ତ ସୋମନାଥ ଲାଠ ଜଣେ କିନ୍ନର । ସୋମନାଥ ଓ ରଶ୍ମୀ ଉଭୟ କଳାକାର ଥିଲେ । ଉଭୟ ନାଟକରେ ମିଶି ଅଭିନୟ କରୁଥିଲେ । ୨୦୧୭ରୁ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପକ ଥିଲା । କିନ୍ତୁ କିଛି ଦିନ ତଳେ ଏମାନଙ୍କ ଭିତରେ ପଶି ଆସିଥିଲେ ଜଣେ ଯୁବତୀ କଳାକାର । ଯାହାକୁ ସହି ପାରିନଥିଲେ କିନ୍ନର ବନ୍ଧୁ ସୋମନାଥ ଲାଠ । ମୃତ ରଶ୍ମୀଙ୍କ ସହ ଯୁବତୀଙ୍କ ସମ୍ପର୍କକୁ ନେଇ ଉଭୟ ରଶ୍ମୀ ଓ ସୋମନାଥଙ୍କ ମଧ୍ୟରେ ଲାଗି ରହିଥିଲା ବିବାଦ । ଯାହାକୁ ନେଇ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିବା ପୋଲିସ ଆଗରେ ସ୍ୱିକାର କରିଛି ଅଭିଯୁକ୍ତ ।

The post ଖୋର୍ଦ୍ଧାରେ ସମଲିଙ୍ଗୀ ସମ୍ପର୍କରୁ ହତ୍ୟା: ଜଙ୍କିଆ ଥାନା ଭୀମପଡ଼ା ଗାଁର ଯୁବକ ହତ୍ୟା ଘଟଣାର ପର୍ଦ୍ଦାଫାସ first appeared on Kanak News.

from Kanak News
via <a href="https://ifttt.com/?

ଓଡ଼ିଶାରୁ ଯାଉଛି ପଡ଼ୋଶୀ ରାଜ୍ୟରେ ଧରାପଡ଼ୁଛି: ଗଂଜେଇ ଚୋରାଚାଲାଣ ନେଇ ଆନ୍ଧ୍ର ପୋଲିସର ସାମ୍ବାଦିକ ସମ୍ମିଳନୀ

କନକ ବ୍ୟୁରୋ: ପଡିଶାରେ ଧରା ପଡୁଛି ଓଡିଶା ଗଂଜେଇ । ଓଡିଶା ସୀମାନବର୍ତୀ ଆନ୍ଧ୍ରପ୍ରଦେଶରେ ଧରପଗଡ ଓ ଅପରେଶନ ପରିବର୍ତନ ଯୋଗୁଁ ଛାନିଆ ଗଂଜେଇ ମାଫିଆ । ଆନ୍ଧ୍ରରେ ଧରା ପଡୁଛି ଓଡିଶା ଗଂଜେଇ । ତେବେ ଦେଶରେ ଗଂଜେଇ ଉତ୍ପାଦନରେ ଆଗରେ ରହିଛି ଓଡିଶା । ମାଲକାନଗିରି ଜିଲ୍ଲରେ ସର୍ବାଧିକ ଗଂଜେଇ ଚାଷ ହେଉଥିବା ବେଳେ ଧରପଗଡ ଓ ଗିରଫଦାରୀ ମଧ୍ୟ ଏଠାରେ ଅଧିକ । ସ୍ୱାଭିମାନ ଅଂଚଳର ଦୁର୍ଗମ ଅଂଚଳରେ ଗଂଜେଇକୁ ଏକ ଅର୍ଥକାରୀ ଫସଲ ଭାବେ ଗ୍ରହଣ କରି ନେଇଛନ୍ତି ସ୍ଥାନୀୟ ବାସିନ୍ଦା । ସେହିପରି ସୀମା ଆରପଟେ ଆନ୍ଧ୍ରପ୍ରଦେଶ ଆଲୁରି ଜିଲ୍ଲାର ଦାରାକୋଣ୍ଡା ଏବଂ ସିଲେରୁ ଅଂଚଳରେ ମଧ୍ୟ ଗଂଜେଇ ଚାଷ ହେଉଥିଲା । ହେଲେ ସମୟ କ୍ରମେ ତାହା କମିବାରେ ଲାଗିଛି । କାରଣ ଆନ୍ଧ୍ରରେ ସଫଳ ହୋଇଛି ଅପରେସନ ପରିବର୍ତନ । ଏହି ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ ଆଲୁରି ଜିଲ୍ଲାର ୯ଟି ମଣ୍ଡଳର ୧୦ ହଜାର ୨୯୦ ହେକ୍ଟର କାଜୁ, ରାଜମା, ସପୋଟା, ନଡିଆ, ହଳଦି ଆଦି ଚାଷ କରିବା ଲାଗି ବିହନ ଓ ଚାରା ଯୋଗା ଦିଆଯାଇଛି । ଆଉ ଧରପଗଡ ବେଳେ ଗତ ୨ ବର୍ଷରେ ଯେତିକି ପରିମାଣ ଗଂଜେଇ ଜବତ ହୋଇଛି, ତାହାର ୮୧ ପ୍ରତିଶତ ଓଡିଶାର ବୋଲି ସୂଚନା ଦେଇଛନ୍ତି ଆଲୁରି ଏସପି । ୨୫୯ଟି ମାମଲା ମଧ୍ୟରୁ ୨୦୯ଟି ମାମଲା ଓଡିଶା ଗଂଜେଇକୁ ନେଇ ହୋଇଛି । ଗଂଜେଇ କାରବାରରେ ନେଇ ଗିରଫ ହୋଇଥିବା ମୋଟ ୮୫୯ ଅଭିଯୁକ୍ତ ମଧ୍ୟରୁ ୯୫ ଜଣ ଓଡିଶାର ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆଲୁରି ଏସ୍ପି ତୁହିନ ସିହ୍ନା । ତେବେ ମାଲକାନଗିରି ଜିଲ୍ଲାରେ ୨୦୨୨ରେ ୩୫ ହଜାର ୬୦୦ କିଲୋ ଗଂଜେଇ ଜବତ ହୋଇଛି । ସେହିପରି ୨୦୨୩ ଡିସେମ୍ବର ସୁଧା ୩୫ ହଜାର ୫୩୩ କିଲୋ ଗଂଜେଇ ଜବତ ହୋଇଥିବା ବେଳେ ଶହ ଶହ ମାମଲ ରୁଜୁ କରି ଶତାଧିକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେପଟେ ଆନ୍ଧ୍ରର ଆଲୁରି ଜିଲ୍ଲାରେ ଗତ ବର୍ଷ ୨୧ ହଜାର ୭୮୫ କିଲୋ ଗଂଜେଇ ଜବତ ହୋଇଥିବା ବେଳେ ସେଥିରୁ ଓଡିଶାର ୨୦ ହଜାର ୫୧୦ କିଲୋ ଗଂଜେଇ ବୋଲି ଜଣାପଡିଛି । ଆନ୍ଧ୍ର ପୁଲିସ ଅଧିକାରୀଙ୍କ ସୂଚନା ପରେ ଜଣାପଡୁଛି, ଓଡିଶାର ତମାମ କାର୍ଯ୍ୟାନୁଷ୍ଠାନ ସତ୍ୱେ ପୁଲିସ ଓ ଅବକାରୀ ଅଖିରେ ଧୁଳି ଦେଇ ସୀମା ପାର କରିବାରେ ସଫଳ ହୋଉଛନ୍ତି ମାଫିଆ ।

The post ଓଡ଼ିଶାରୁ ଯାଉଛି ପଡ଼ୋଶୀ ରାଜ୍ୟରେ ଧରାପଡ଼ୁଛି: ଗଂଜେଇ ଚୋରାଚାଲାଣ ନେଇ ଆନ୍ଧ୍ର ପୋଲିସର ସାମ୍ବାଦିକ ସମ୍ମିଳନୀ first appeared on Kanak News.

from Kanak News
via <a href="https://ifttt.com/?

ଶୀତର ଖଟିରେ ଗରମ ଚା’ର ଆସର । କେବେ ଥରିଲା ଓଠକୁ ଆରାମ ଦିଏ, ପୁଣି କେବେ ଚକ୍ରବ୍ୟୁହରେ ଫସାଇ ଶୀତକୁ ନିରସ୍ତ୍ର କରେ ତତଲା ଚା’…

କନକ ବ୍ୟୁରୋ: ଚା’- ଓଠର ଶୋଷ ନା ମନର ଉଷୁମ ଅବସୋସ । । ଚା’ରେ ଚହଲି ଯାଏ ଶୀତ, ଚା’ ପିଇ ବର୍ଷା ବି ଗାଏ ଗୀତ । କପେ ଚା’ରେ ଫୁର୍ତ୍ତି ହୋଇଯାଏ ମନ, ଉଭେଇ ଯାଏ ଅବସାଦ । ଗରମ ଚା’ ଗ୍ଲାସରେ କେବେ ବୁଡିମରେ ଗୁମସୁମପଣ, ବତୁରିଯାଏ ଥକ୍କାପଣ । ଚା’ କପର ଆଖି ଠାରରେ ପୁଣି ଅଟକିଯାଏ ଜୀବନ, ବ୍ରେକ୍ ମାରେ ବ୍ୟସ୍ତତା । ତତଲା ତସଲାରେ କ୍ଷୀର ଓ ଚିନିର ଚୋରା ପୀରତି ଖେଳ ଯେବେ ଟକମକ ଫୁଟେ ଆଉ କାଚ ଗ୍ଲାସ ହେଉ କି କାଗଜ ଗ୍ଲାସରେ ଢାଳି ହୋଇଯାଏ ସେବେ ପ୍ରତି କପରେ ଲେଖା ହୁଏ ନିଜକୁ ସିଝେଇ ଅନ୍ୟକୁ ସୁଖ ଦେବାର କବିତା । ନିଜକୁ ପୋଡି ଅନ୍ୟକୁ ପ୍ରୀତି ବାଣ୍ଟିବାର ଗପ ।

ଓଠକୁ ଛୁଇଁଯିବା ଚା’ର ଧର୍ମ ନା ଚା’କୁ ଓଠ ଖୋଜିି ହେବା ଗୋଟେ ନିୟମ । ଚା’ର ଉଷୁମ ପ୍ରେମ ପାଇବାକୁ ଏହାକୁ ଆପଣ ଏକ ବଦଭ୍ୟାସ କହିପାରନ୍ତି କିମ୍ବା ଚା ଗ୍ଲାସର ଗରମ ଛୁଆଁ ପାଇବାକୁ ଏକ ନିତିଦିନିଆ ନିଶା ? ଚା’ କିନ୍ତୁ ଓଠର ଆବଶ୍ୟକତା, ଟେନସନ ଫ୍ରିର ଫର୍ମୁଲା, ଦିନ ଆରମ୍ଭର ଉର୍ଜା, ହାଲିଆ ଦେହର ବୁଷ୍ଟର ଡୋଜ୍ । ଯାହା କେବଳ ଖାଲି ଶୀତ ନୁହେଁ ସବୁ ଋତୁରେ ଖୋଜାପଡେ । କିନ୍ତୁ ହଁ ଶୀତ ଦିନେ ହାଡଭଙ୍ଗା ଶୀତକୁ ଚେତାବନୀ ଦେବାକୁ ଚା ସମସ୍ତଙ୍କ ହାତରେ ଥାଏ, ଦେହ ଥରିଗଲେ- ଥରିଲା ଓଠ ଚା ପାଖକୁ ଧାଇଁଯାଏ…

ଶୀତର ସ୍ୱେଟର ଘୋଡିଥିବା ସହର ଆଉ ଚାଦରରେ ଢାଙ୍କି ହୋଇଥିବା ଗାଁ ବି ଏହି ଶୀତକୁ ଭୋଗିବାକୁ ଚା’ର ଉତ୍ସବ ପାଳେ । ସକାଳେ ସକାଳେ ସହରରେ କମ୍ବଳ ତଳୁ ବାହାରି ଆସି ଛକର ଚା ଦୋକାନରେ ଭିଡ ଜମାନ୍ତି ସହରିଆ । ରକମ ରକମର ଚା ପିଇ ଶୀତକୁ ନିଜନିଜ ଅନ୍ଦାଜରେ ଭୋଗନ୍ତି ସହରର ଲୋକେ । ରାଜଧାନୀ ଭୁବନେଶ୍ୱରରେ ସକାଳ ହେଉ କି ସଞ୍ଜ ଓଠ ଯେବେ ଉଷୁମ ଚା ଖୋଜେ ସେବେ ଏମାନଙ୍କ ଫୁଟନ୍ତା ଚା’ କେଟିଲ ପାଖରେ ଜମେ ଲୋକଙ୍କ ଭିଡ…

ଖାଲି ଭୁବନେଶ୍ୱର ନୁହେଁ ବାଲେଶ୍ୱରରେ ବି ଶୀତକୁ ଚା କପର ଚେଙ୍କ ଦେଇ ସହରରୁ ଭଗେଇ ଦିଅନ୍ତି ସହରିଆ । କପରୁ ଚା ଓଠ ଯେତେ ଯେତେ ପିଇଥାଏ, କବିର କବିତା ସେତେ ସେତେ ଚା’ ଚିତ୍ର ଓ ଚରିତ୍ର ବଖାଣୁଥାଏ… ମାଲକାନଗିରିରେ ସଞ୍ଜ ନଇଁବା କ୍ଷଣି ଲୋକେ ଶୀତ ବସ୍ତ୍ର ପିନ୍ଧି ଶୀତକୁ ଧମକ ଦେବାଭଳି ଚା ତିଆରି କରିବାକୁ ଦୋକାନୀକୁ ବରାଦୀ ଦିଅନ୍ତି । ପିଲାଠୁ ବୁଢା ସମସ୍ତେ ଏଠି ଚା ପିଇବାକୁ ଗହଳି କରନ୍ତି ।

କୋରାପୁଟ ହେଉ କି ସୁନ୍ଦରଗଡ, ଫୁଲବାଣୀ ହେଉ କି ବାଲିଗୁଡା… ଶୀତକୁ ଭଗେଇବାକୁ ଯେତେ ନିଆଁ ଜାଳି ଭୟ ଦେଖାନ୍ତୁନା କାହିଁକି ଶୀତ କେଉଁ ଡରିବାର ଋତୁ ଯେ, ନିଆଁକୁ ବି ବେଖାତିର କରି ମଣିଷର ଦେହକୁ ଦିଏ ଥରାଇ । କିନ୍ତୁ ଶୀତକୁ କପେ ଗରମାଗରମ ଚା ପିଆଇ ଦେଲେ ଶୀତ ଛାଏଁ ଛାଡିଯାଏ ଆଉ ଗରମ ଚାର ଚକ୍ରବ୍ୟୁହରେ ପଡି ଅଭିମନ୍ୟୁ ପରି ଆହତ ହୁଏ… ବାହାରିବାର ବାଟ ନପାଇ ଶେଷରେ ସେହି ମୁହୂର୍ତ୍ତ ପାଇଁ ଶେଷ ନିଶ୍ୱାସ ତ୍ୟାଗ କରେ ଶୀତ…

The post ଶୀତର ଖଟିରେ ଗରମ ଚା’ର ଆସର । କେବେ ଥରିଲା ଓଠକୁ ଆରାମ ଦିଏ, ପୁଣି କେବେ ଚକ୍ରବ୍ୟୁହରେ ଫସାଇ ଶୀତକୁ ନିରସ୍ତ୍ର କରେ ତତଲା ଚା’… first appeared on Kanak News.

from Kanak News
via <a href="https://ifttt.com/?

ପୁରୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ଆସନ୍ତା ୧୨ରୁ ଆରମ୍ଭ ହେବ ଯଜ୍ଞ: ଶ୍ରୀନଅରରେ ଗଜପତିଙ୍କ ଦ୍ୱାରା ଗୁଆ ଟେକା ଯିବା ପରେ ଯଜ୍ଞ ପ୍ରକ୍ରିୟା ଆରମ୍ଭ

କନକ ବ୍ୟୁରୋ: ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ । ପରିକ୍ରମା ପ୍ରକଳ୍ପ ପାଇଁ ୧୨ ତାରଖରୁ ଯଜ୍ଞ ପ୍ରକ୍ରିୟା ଆରମ୍ଭ ହେବ । ଶ୍ରୀନଅରରେ ଗଜପତିଙ୍କ ଦ୍ୱାରା ଗୁଆଟେକା ହେବ । ଗଜପତିଙ୍କ ଗୁଆଟେକା ପରେ ଯଜ୍ଞ ପ୍ରକ୍ରିୟା ଆରମ୍ଭ ହେବ । ଗଜପତିଙ୍କ ରାଶି-ନକ୍ଷକ୍ରକୁ ନେଇ ଯଜ୍ଞ ଆରମ୍ଭ ହେବ । ୩ଦିନ ଧରି ଭବ୍ୟ ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କରାଯିବ । ୧୭ରେ ଦେଶରେ ୬୦ଟି ମନ୍ଦିରର କର୍ମକର୍ତ୍ତା ଯୋଗଦେବେ । ।ସନ୍ତା ଜାନୁଆରୀ ୧୫ ତାରିଖ ସକାଳ ୭ଟାରେ ଶ୍ରୀମନ୍ଦିର ଐସାନ୍ୟ କୋଣରେ ଅଙ୍କୁରାରୋପଣ କରାଯିବ । ୧୭ ତାରିଖରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେବେ ।

The post ପୁରୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ଆସନ୍ତା ୧୨ରୁ ଆରମ୍ଭ ହେବ ଯଜ୍ଞ: ଶ୍ରୀନଅରରେ ଗଜପତିଙ୍କ ଦ୍ୱାରା ଗୁଆ ଟେକା ଯିବା ପରେ ଯଜ୍ଞ ପ୍ରକ୍ରିୟା ଆରମ୍ଭ first appeared on Kanak News.

from Kanak News
via <a href="https://ifttt.com/?

ବଦଳିଲା ଭାରତ ନ୍ୟାୟ ଯାତ୍ରାର ନାମ । ଦଳର ନିଷ୍ପତ୍ତି ପରେ ଏହା ଭାରତ ଯୋଡ ନ୍ୟାୟଯାତ୍ରା ନାମରେ କରାଗଲା ନାମିତ

କନକ ବ୍ୟୁରୋ : କଂଗ୍ରେସ ତରଫରୁ ଜାନୁଆରୀ ୧୪ ତାରିଖରୁ ଆରମ୍ଭ ହେବାକୁ ଥିବା ଭାରତ ନ୍ୟାୟ ଯାତ୍ରାର ନାମ ପରିବର୍ତ୍ତନ କରିଛି । ଏବେ ଏହି ଯାତ୍ରାକୁ ଭାରତ ଯୋଡ ନ୍ୟାୟ ଯାତ୍ରା ନାମରେ ଦଳ ନାମିତ କରିଛି । ଗୁରୁବାର ଦିନ ଦିଲ୍ଲୀସ୍ଥିତ ଦଳର ମୁଖ୍ୟାଳୟରେ ଚାଲିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଏହି ବୈଠକରେ ଅଧ୍ୟକ୍ଷତା ମଲ୍ଲିକାର୍ଜୁନ ଖଡଗେ କରିଥିଲେ । ଏଥିରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଦଳର ସମସ୍ତ ମସଚିବମାନେ ଯୋଗ ଦେଇଥିଲେ । ବୈଠକରେ ଭାରତ ନ୍ୟାୟ ଯାତ୍ରାର ନାମ ପରିବର୍ତ୍ତନ କରାଯାଇ ଭାରତ ଯୋଡ ନ୍ୟାୟ ଯାତ୍ରା ନାମରେ ନାମିତ କରାଯାଇଛି । ଏହି ବୈଠକରେ ନ୍ୟାୟ ଯାତ୍ରା ପ୍ରସ୍ତୁତି ଠାରୁ ଆରମ୍ଭ କରି ଆଗାମୀ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ସମସ୍ତ ବିଷୟରେ ଆଲୋଚନା ହୋଇଥିଲା ।

ବୈଠକ ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି କି, ୨୦୨୪ ଲୋକସଭା ନିର୍ବାଚନରେ ବହୁମତ ହାସଲ କରିବା ଓ ଭାରତ ନ୍ୟାୟ ଯାତ୍ରାର ପ୍ରସ୍ତୁତି ସହିତ ଜଡିତ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଛି । କେବଳ ସେତିକି ନୁହେଁ ବୈଠକରେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବର୍ଷିଥିଲେ ଖଡଗେ । ପ୍ରଧାନମନ୍ତ୍ରୀ ଆଜି ପର୍ଯ୍ୟନ୍ତ ମଣିପୁର ଗଲେନାହିଁ,ଏହା ସୂଚାଇ ଦେଉଛି କି, ରାଷ୍ଟ୍ରୀୟ ପ୍ରଶ୍ନ ଉପରେ ପ୍ରଧାନମନ୍ତ୍ରୀ କେତେ ଦାୟିତ୍ୱହିନତାର ସହ କାର୍ଯ୍ୟ କରୁଛନ୍ତି ।

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଜାନୁଆରୀ ୧୪ ତାରିଖରୁ ଭାରତ ଯୋଡ ନ୍ୟାୟ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ଏହି ଯାତ୍ରା ମଣିପୁରରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ତାରିଖରେ ମୁମ୍ବାଇରେ ସମାପ୍ତ ହେବ । ଏହି ଯାତ୍ରା କ୍ରମରେ ୧୪ ରାଜ୍ୟ ଓ ୮୫ଟି ଜିଲ୍ଲା କଭର କରିବ । ଯେଉଁଥିରେ ରାହୁଲ ଗାନ୍ଧୀ ଚାଲି ଚାଲି ଓ ବସରେ ୬ ହଜାର ୨୦୦ କିଲୋମିଟର ଯାତ୍ରା କରିବେ ।

The post ବଦଳିଲା ଭାରତ ନ୍ୟାୟ ଯାତ୍ରାର ନାମ । ଦଳର ନିଷ୍ପତ୍ତି ପରେ ଏହା ଭାରତ ଯୋଡ ନ୍ୟାୟଯାତ୍ରା ନାମରେ କରାଗଲା ନାମିତ first appeared on Kanak News.

from Kanak News
via <a href="https://ifttt.com/?

କେଉଁଠି ବିକ୍ରି ହେଇଥିଲା ଦୁନିଆର ସବୁଠୁ ଦାମୀ ଜମି ?  ମୋଗଲ ଏହାକୁ ବିକ୍ରି କରିଥିଲେ, ହିନ୍ଦୁ ସେଠ କିଣିଥିଲେ

ବିଶ୍ବରେ ଯେଉଁ ହାରରେ ଜନସଂଖ୍ୟା ବୃଦ୍ଧି ପାଉଛି ସେହି ହାରରେ ଜମି ମୂଲ୍ୟ ମଧ୍ୟ ବୃଦ୍ଧି ପାଉଛି । ବିଶ୍ବ ଇତିହାସରେ ବିକ୍ରି ହୋଇଥିବା ସବୁଠାରୁ ଦାମୀ ଜମିର ମୂଲ୍ୟ କ’ଣ ଥିଲା ?

ଦୁନିଆରେ ଯେଉଁଭଳି ପରିସ୍ଥିତି ସୃଷ୍ଟି ହେଲାଣି ସେ ଦିନ ଏତେ ଆଉ ବେଶି ଦୂର ନୁହେଁ ଯେତେବେଳେ ମଣିଷମାନେ ଖଣ୍ଡେ ଜମି ପାଇଁ ବହୁତ ହଇରାଣ ହେବେ । କିଛି ଦେଶ ଏମିତି ଅଛି ଯେଉଁଠାରେ ଜନସଂଖ୍ୟା ତୁଳନାରେ ଭୂମିର ଅନୁପାତ ବହୁତ କମ ଅଟେ । ଏହା ସତ୍ତ୍ୱେ ଦୁନିଆର ସବୁଠୁ ଦାମୀ ଜମିର ରେକର୍ଡ ଇତିହାସରେ ରହିଯାଇଛି ।

ଏକ ଛୋଟ ଖଣ୍ଡ ପାଇଁ ଦିଆଯାଇଥିବା ମୂଲ୍ୟ ଆଜି ମଧ୍ୟ ଏକ ଉଦାହରଣ ହୋଇ ରହିଛି । ସମୟ ଗଡିବା ସହିତ ଜମି ମୂଲ୍ୟ ମଧ୍ୟ ବୃଦ୍ଧି ପାଉଛି । ଦୁନିଆର ଇତିହାସରେ ବିକ୍ରି ହୋଇଥିବା ସବୁଠାରୁ ଦାମୀ ଜମିର ମୂଲ୍ୟ କ’ଣ ଥିଲା ଜାଣି ଆପଣ ଆଶ୍ଚର୍ଯ୍ୟ ହେଇଯିବେ । ଯଦି ଆପଣ ଭାବୁଛନ୍ତି ଯେ ଏହା ଆମେରିକା, ବ୍ରିଟେନ କିମ୍ବା ଇଟାଲୀ ପରି ୟୁରୋପୀୟ ଦେଶମାନଙ୍କରେ କୌଣସି ସ୍ଥାନରେ ହେଇଥିବ ତେବେ ତାହା ଭୁଲ ଅଟେ । ସର୍ବାଧିକ ମୂଲ୍ୟରେ ବିକ୍ରି ହେଇଥିବା ଜମି ମୂଲ୍ୟର ରେକର୍ଡ ଆମ ଦେଶର ଅଟେ ଏବଂ ଏହା ପଛରେ ଥିବା କାହାଣୀ ନିଶ୍ଚିତ ଭାବରେ ଆପଣଙ୍କ ଆଖିରେ ଲୁହ ଆଣିଦେବ ।

 ମାତ୍ର ୪ ବର୍ଗ ମିଟର ଜମିର ମୂଲ୍ୟ କୋଟି କୋଟି ଟଙ୍କାରେ

ଯେତେବେଳେ ଜଣେ ଉପଭୋକ୍ତା ଅନଲାଇନ୍ ପ୍ଲାଟଫର୍ମ ‘କୋରା’ରେ ଏହି ପ୍ରଶ୍ନ ପଚାରିଥିଲେ, ଦୁନିଆର ସବୁଠାରୁ ଦାମୀ ଜମି କେଉଁଠାରେ ବିକ୍ରି ହୋଇଥିଲା । ସେତେବେଳେ  ଲୋକମାନେ ନିଜ ନିଜର ଉତ୍ତର ରଖିଥିଲେ । ଇଣ୍ଟରନେଟର ଅଧିକାଂଶ ସ୍ଥାନରେ ସବୁଠାରୁ ଦାମୀ ଜମି ଭାବରେ ଉଲ୍ଲେଖ କରାଯାଇଥିବା ଜମିକୁ ୧୭୦୫ ମସିହାରେ ବିକ୍ରି କରାଯାଇଥିଲା ।  ଏହା ଏକ ଜମି ଥିଲା ଯାହା ତତ୍କାଳୀନ ଧନୀ ବ୍ୟବସାୟୀ ସେଠ ଟୋଡର ମଲ୍ ସିରହିଣ୍ଡ ଅଞ୍ଚଳର ମୋଗଲ ଗଭର୍ଣ୍ଣର ୱାଜିର ଖାନଙ୍କଠାରୁ କିଣିଥିଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କେବଳ ୪ ବର୍ଗ ମିଟରର ଏହି ଜମି ଖଣ୍ଡକ ପାଇଁ ସେହି ସମୟରେ ୭୮ ହଜାର ସୁନା ମୁଦ୍ରା ଦେଇ କ୍ରୟ କରାଯାଇଥିଲା ।

 ଏହି ଜମି କାହିଁକି ଏତେ ମହଙ୍ଗା ହେଲା ?

ଶିଖମାନଙ୍କ ଦଶମ ଗୁରୁ ଗୁରୁ ଗୋବିନ୍ଦ ସିଂଙ୍କ ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ । ତାଙ୍କର ଦୁଇ ଛୋଟ ପିଲା ବାବା ଫତେହ ସିଂ ଏବଂ ବାବା ଜୋରୱାର ସିଂଙ୍କୁ ସିରହିନ୍ଦ ଦୁର୍ଗରେ ୱାଜିର ଖାନ ନାମକ ଜଣେ ନିଷ୍ଠୁର ମୋଗଲ ହତ୍ୟା କରିଥିଲା । ଯେତେବେଳେ ଗୁରୁ ଗୋବିନ୍ଦ ସିଂଙ୍କ ଅନୁଗାମୀ ଥିଲେ ସେହି ସମୟର ଜଣେ ଧନୀ ବ୍ୟବସାୟୀ ଦିୱାନ ସେଠ ଟୋଡର ମଲ୍, ୱାଜିର ଖାନଙ୍କଠାରୁ ସେହି ସମାନ ଜମି ମାଗିଥିଲେ ଯେଉଁଠାରେ ଉଭୟ ସାହିବଜାଦଙ୍କୁ ହତ୍ୟା କରାଯାଇଥିଲା । ସେତେବେଳେ ସେ ଏକ ଅଜବ ଅବସ୍ଥା ସୃଷ୍ଟି ହୋଇଥିଲା ଗୁରୁ ଗୋବିନ୍ଦ ସିଂହଙ୍କ ସନ୍ତାନ ମାନଙ୍କ ଶେଷ ରୀତିନୀତି ପାଇଁ ଏହି ୪ ବର୍ଗ ମିଟର ଜମି ପାଇଁ ୱାଜିର ଖାନ ସେତିକି ସୁନା ମୁଦ୍ରା ମାଗିଥିଲେ ଯେତିକିରେ ସେହି ଜମିକୁ ଆଚ୍ଛାଦନ କରିହେବ । କେବଳ ଏତିକି ନୁହେଁ, ଏଥିପାଇଁ ସେ ସୁନା ମୁଦ୍ରା ଗୁଡିକୁ ଠିଆ ଅବସ୍ତାରେ ରଖିବାକୁ କହିଥିଲେ  ଯାହାଫଳରେ ସେ ବହୁତ ସୁନାମୁଦ୍ରା ହାସଲ କରିପାରିବେ । ସାହିବଜାଦାସର ଶେଷ ରୀତିନୀତି ପାଇଁ ସେଠ ଟୋଡର ମଲ୍ ଜମି ପରିମାଣ ସୁନା ମୁଦ୍ରା ଦେଇଥିଲେ ତାହାର ପରିମାଣ  ୭୮ ହଜାର ମୁଦ୍ରା ହେଇଥିଲା । ଏତିକି ମୁଦ୍ରା ବିନିମୟରେ ସେ ସେହି ଛୋଟ ଜମି ଖଣ୍ଡକ କିଣିଥିଲେ ।

The post କେଉଁଠି ବିକ୍ରି ହେଇଥିଲା ଦୁନିଆର ସବୁଠୁ ଦାମୀ ଜମି ?  ମୋଗଲ ଏହାକୁ ବିକ୍ରି କରିଥିଲେ, ହିନ୍ଦୁ ସେଠ କିଣିଥିଲେ first appeared on Kanak News.

from Kanak News
via <a href="https://ifttt.com/?

ଦ୍ୱିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ବିପର୍ଯ୍ୟୟ, ଭାରତକୁ ଜିତିବାକୁ ଆବଶ୍ୟକ ମାତ୍ର ୭୯ ରନ୍ ।

କନକ ବ୍ୟୁରୋ : ରୋଚକ ମୋଡରେ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ । ଟିମ୍ ଇଣ୍ଡିଆକୁ ଇତିହାସ ରଚିବାକୁ ମାତ୍ର ୭୯ ରନ୍ ଆବଶ୍ୟକ । ଅଥାର୍ତ ମାତ୍ର ୭୯ ରନ୍ କଲେ ଦକ୍ଷିଣ ଆଫ୍ରିକା ମାଟିରେ ବିଜୟୀ ହେବ ଟିମ୍ ଇଣ୍ଡିଆ । ପ୍ରଥମ ଇନିଂସ ଭଳି ଦ୍ୱିତୀୟ ଇନିଂସରେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଦକ୍ଷିଣ ଆଫ୍ରିକା । ଏଡେନ ମାରକ୍ରମଙ୍କ ଲଢୁଆ ଶତକ ସତ୍ତେ୍ୱ ମଧ୍ୟ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସରେ ୧୭୬ ରନ କରିବାକୁ ସକ୍ଷମ ହୋଇଛି । ଏହାସହ ଭାରତକୁ ୭୯ ରନର ସହଜ ବିଜୟଲକ୍ଷ୍ୟ ମିଳିଛି ।

ଦ୍ୱିତୀୟ ଦିନ ଖେଳ ଆରମ୍ଭରୁ ହିଁ ଦକ୍ଷିଣ ଆଫ୍ରିକା ଲାଗିଥିଲା ଝଟକା । ବୁମରା ପ୍ରଥମ ଓଭରରେ ହିଁ ୱିକେଟ ନେଇ ଦକ୍ଷିଣ ଆଫ୍ରିକାକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ । ଲଗାତାର ଗୋଟିଏ ପରେ ଗୋଟିଏ ୱିକେଟ ଖସୁଥିଲେ ମଧ୍ୟ ଅନ୍ୟପଟେ ମାରକ୍ରମ ନିଜର ବ୍ୟାଟିଂ ଷ୍ଟାଇଲକୁ ବଦଳାଇଥିଲେ । ପ୍ରତି ବଲରେ ବଡ ସଟ୍ ଖେଳି ନିଜର ଶତକ ପୂରା କରିଥିଲେ ମାରକ୍ରମ । ତେବେ ମହମ୍ମଦ ସିରାଜ ମାରକ୍ରମଙ୍କ ୱିକେଟ ହାସଲ କରିବା ସହ ଦକ୍ଷିଣ ଆଫ୍ରିକାକୁ ବଡ ଝଟକା ଦେଇଥିଲେ । ଦ୍ୱିତୀୟ ଇନିଂସରେ ବୁମରା ସର୍ବାଧିକ ୬ଟି ୱିକେଟ ହାତେଇଥିବା ବେଳେ ମୁକେଶ କୁମାର ୨ଟି ଏବଂ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣା ଗୋଟିଏ ଲେଖାଏଁ ୱିକେଟ ହାତେଇଥିଲେ ।  ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ମାତ୍ର ୫୫ ରନରେ ଅଲଆଉଟ ହୋଇଥିବା ଭାରତ ପ୍ରଥମ ଇନିଂସରେ ୧୫୩ ରନ୍ କରି ୯୮ ରନର ଅଗ୍ରଣୀ ନେଇଥିଲା ।

The post ଦ୍ୱିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ବିପର୍ଯ୍ୟୟ, ଭାରତକୁ ଜିତିବାକୁ ଆବଶ୍ୟକ ମାତ୍ର ୭୯ ରନ୍ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started