କଂଗ୍ରେସକୁ ଫେରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗଙ୍କ ସ୍ତ୍ରୀ । ପରେ ଦଳକୁ ଫେରିପାରନ୍ତି ପୁଅ ଶିଶିର ଗମାଙ୍ଗ ।

କନକ ବ୍ୟୁରୋ: କଂଗ୍ରେସକୁ ଫେରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗଙ୍କ ସ୍ତ୍ରୀ । ଆସନ୍ତା ୭ ତାରିଖରେ ହେମା ଗମାଙ୍ଗଙ୍କ ଘର ବାହୁଡା । କଂଗ୍ରେସ ଛାଡି ବିଜେଡିରେ ମିଶିଥିବା ପୂର୍ବତନ ସାଂସଦ ପୁଣି କଂଗ୍ରେସକୁ ଫେରିବେ । ଏଥିପାଇଁ ସେ ରାସ୍ତା ପ୍ରସ୍ତୁତ କରିସାରିଛନ୍ତି । ଦିଲ୍ଲୀରୁ ଏଆଇସିସିରୁ ସବୁଜ ସଂକେତ ମିଳି ସାରିଛି, ହେମା ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ମଧ୍ୟ ଆଲୋଚନା କରି ସାରିଛନ୍ତି । ଆସନ୍ତା ୭ ତାରିଖରେ କଂଗ୍ରେସ ଭବନରେ ନୂଆ ପ୍ରଭାବୀ ଅଜୟ କୁମାରଙ୍କ ଉପସ୍ଥିତିରେ ହାତ ଧରିବେ । ହେଲା ୨୦୧୪ରେ ବିଜେଡିରେ ମିଶିଥିଲେ, ଯାହା ତାଙ୍କର ବଡ ଭୁଲ ବୋଲି ସେ କହିଛନ୍ତି ।

ପୂର୍ବରୁ କଂଗ୍ରେସ ଟିକେଟରୁ ୨୦୦୦ରୁ ୨୦୦୪ ଯାଏଁ କୋରାପୁଟ ସାଂସଦ, ୨୦୦୪ରୁ ୨୦୦୯ ଗୁଣୁପୁର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପ୍ରଥମେ ମା’, ପରେ କଂଗ୍ରେସ ଶିବିରକୁ ଫେରିବେ ପୁଅ । ୭ ତାରିଖରେ ହେମା ଗମାଙ୍ଗ କଂଗ୍ରସରେ ମିିଶିବା ପରେ ପୁଅ ଶିଶିର ଗମାଙ୍ଗ ମଧ୍ୟ କଂଗ୍ରେସକୁ ଫେରିବେ । ଏଥିପାଇଁ ସେ ଦିଲ୍ଲୀ ଯାଇ ନେତାଙ୍କୁ ଭେଟିଛନ୍ତି । ଶିଶିର ଗମାଙ୍ଗ କହିଛନ୍ତି, ରାଜ୍ୟରେ ବିଜେଡି ଓ ବିଜେପି ପାରିବାରିକ ପ୍ରତିଯୋଗୀତା କରୁଥିବା ବେଳେ ଆଗକୁ ରାଜ୍ୟରେ କଂଗ୍ରେସ ହିଁ ଏକମାତ୍ର ବିରୋଧୀ ଦଳର ବିକଳ୍ପ ବୋଲି ଶିଶିର କହିଛନ୍ତି ।

The post କଂଗ୍ରେସକୁ ଫେରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗଙ୍କ ସ୍ତ୍ରୀ । ପରେ ଦଳକୁ ଫେରିପାରନ୍ତି ପୁଅ ଶିଶିର ଗମାଙ୍ଗ । first appeared on Kanak News.

from Kanak News
via <a href="https://ifttt.com/?

ଆଗକୁ ନିର୍ବାଚନ । ଡିପଫେକ୍ ଭିଡିଓ ଅପରାଧ ରୋକିବାକୁ ତତ୍ପର କମିଶନରେଟ୍ ପୋଲିସ । ଅଫିସରଙ୍କୁ ଦିଆଯାଉଛି ଫ୍ୟାକ୍ଟ ଚେକିଂ ଟ୍ରେନିଂ ।

କନକ ବ୍ୟୁରୋ: ଆଗକୁ ସାଧାରଣ ନିର୍ବାଚନ । ଡିପଫେକ୍ ଫଟୋ ଓ ଭିଡ଼ିଓକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ଏବେଠୁ ସଜାଗ ରହିବା ପାଇଁ ପୋଲିସକୁ ଦିଆଯାଇଛି ତାଲିମ । କମିଶନରେଟ୍ ପୋଲିସର ବଛା ବଛା ଅଫିସରଙ୍କୁ ଫ୍ୟାକ୍ଟ ଚେକ୍ କରିବା ପାଇଁ ତାଲିମ ଦିଆଯାଇଛି । ବାହାର ରାଜ୍ୟର ଏକ୍ସପର୍ଟ ମାନେ ଏହି ତାଲିମ ଦେଇଛନ୍ତି । ତାଲିମପ୍ରାପ୍ତ ଅଫିସର ମାନେ ଡ଼ିପଫେକ୍ ଫଟୋ ଓ ଭିଡ଼ିଓ ଚେକ୍ କରିବେ । ଅଫିସରଙ୍କୁ ସହାୟତା କରିବେ ୨୦ ଜଣ ସାଇବର ଏକ୍ସପର୍ଟ ।

The post ଆଗକୁ ନିର୍ବାଚନ । ଡିପଫେକ୍ ଭିଡିଓ ଅପରାଧ ରୋକିବାକୁ ତତ୍ପର କମିଶନରେଟ୍ ପୋଲିସ । ଅଫିସରଙ୍କୁ ଦିଆଯାଉଛି ଫ୍ୟାକ୍ଟ ଚେକିଂ ଟ୍ରେନିଂ । first appeared on Kanak News.

from Kanak News
via <a href="https://ifttt.com/?

ଖବର ବାଜିବା ପରେ ବିଏମସିର ଚେତା ପସିଲା । ନୋ ହୋର୍ଡିଂ ଜୋନରୁ ସମସ୍ତ ରାଜନୈତିକ ପୋଷ୍ଟର ହଟାଇଛି ବିଏମସି ।

କନକ ବ୍ୟୁରୋ: ଖବର ବାଜିବା ପରେ ବିଏମସିର ଚେତା ପସିଲା । ନୋ ହୋର୍ଡିଂ ଜୋନ୍ରୁ ହୋର୍ଡିଂ ହଟାଇଲା ବିଏମ୍ସି । ଆଜି ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । ବିଡିଏର ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ରାଜଧାନୀର ନୋ ହୋର୍ଡିଂ ଜୋନ୍ରେ ଲାଗିଥିବା ସବୁ ହୋର୍ଡିଂକୁ ହଟାଉଥିବା ଦେଖିବାକୁ ମିଳିଛି ।

ରାଜଧାନୀର ସୌନ୍ଦର୍ଯ୍ୟ ନଷ୍ଟ ହେଉଥିବା କହି ହୋର୍ଡିଂ ହଟାଇବା ପାଇଁ ବିଏମସି ନିୟମ ବାହାର କରିଥିଲା । ଏଥିପାଇଁ ଏକ ପାନ ଦୋକାନୀଙ୍କୁ ୫ ଲକ୍ଷ ଟଙ୍କାର ଫାଇନ୍ ଲଗାଇଥିଲା ବିଏମସି । ଯାହାକୁ ନେଇ ଥାନାରେ ଅଭିଯୋଗ ବି ହୋଇଥିଲା । ଅନେକ ସ୍ଥାନରେ ରାଜନେତାଙ୍କ ବଡ ବଡ ପୋଷ୍ଟର ଓ ହୋର୍ଡିଂ ରହିଥିବାବେଳେ ସାଧାରଣ ଲୋକଙ୍କଠାରୁ ବିଏମ୍ସି ଫାଇନ୍ ନେଉଥିବା ନେଇ ପ୍ରଶ୍ନ ଉଠିଲା । ଏହି ଖବର ପ୍ରସାରଣ ହେବା ପରେ ଏବେ ନୋ ହୋର୍ଡିଂ ଜୋନ୍ରୁ ସମସ୍ତ ରାଜନୈତିକ ପୋଷ୍ଟର ହଟାଇଛି ବିଏମସି ।

The post ଖବର ବାଜିବା ପରେ ବିଏମସିର ଚେତା ପସିଲା । ନୋ ହୋର୍ଡିଂ ଜୋନରୁ ସମସ୍ତ ରାଜନୈତିକ ପୋଷ୍ଟର ହଟାଇଛି ବିଏମସି । first appeared on Kanak News.

from Kanak News
via <a href="https://ifttt.com/?

ମୀରା ମାଞ୍ଝୀଙ୍କ ଘରକୁ ଉପହାର ପଠାଇଲେ ପ୍ରଧାନମନ୍ତ୍ରୀ ମୋଦୀ । ହେଲେ ମୀରା ମାଗିଲେ …

କନକ ବ୍ୟୁରୋ : ଅଯୋଧ୍ୟାର ମୀରା ମାଞ୍ଝୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିଜ ସ୍ୱାମୀଙ୍କ ପାଇଁ ଚାକିରୀ ମାଗିଛନ୍ତି । ଏ ସେହି ମୀରା ମାଞ୍ଝୀ ଯାହାଙ୍କ ଘରେ ପ୍ରଧାନମନ୍ତ୍ରୀ ମୋଦୀ ଡିସେମ୍ବର ୩୦ ତାରିଖରେ ଚା’ ପିଇବାକୁ ପହଂଚିଯାଇଥିଲେ । ଏହି ଭେଟ ପରେ ପ୍ରଧାନମନ୍ତ୍ରୀ ମୋଦୀ ଚିଠି ଲେଖି ମୀରା ଓ ତା’ର ପରିବାର ସଦସ୍ୟଙ୍କୁ ନୂଆବର୍ଷର ଅଭିନନ୍ଦନ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଚିଠି ସହ ଉପହାର ମଧ୍ୟ ପଠାଇଥିଲେ । ଏହି ଉପହାର ପାଇବା ପରେ ଏବେ ମୀରା ମାଞ୍ଝୀ ତାଙ୍କ ସ୍ୱାମୀଙ୍କୁ ଚାକିରି ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଗୁହାରି କରିଛନ୍ତି ।

ମୀରା କହିଛନ୍ତି କି, ସେ ଚାହୁଁଛନ୍ତି ସେମାନଙ୍କ ପିଲାଙ୍କ ଭବିଷ୍ୟତ ପାଇଁ ସ୍ୱାମୀଙ୍କୁ ଚାକିରୀଟିଏ ମିଳିବା ଦରକାର । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଯେଉଁ ଉପହାର ପ୍ୟାକେଟ୍ ପଠାଇଥିଲେ ସେଥିରେ ପିଲାଙ୍କ ପାଇଁ ବ୍ୟାଗ୍, ପେନସିଲ, ଟିଫିନ ଆଦିଥିଲା । ଏନେଇ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହାସହ ସେ ମୋଦୀଙ୍କୁ ଅନୁରୋଧ କରିଛନ୍ତି କି, ମୋ ସ୍ୱାମୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଏକ ଚାକିରୀର ବ୍ୟବସ୍ଥା କରନ୍ତୁ । ଫଳରେ ସେମାନଙ୍କ ପିଲାଙ୍କ ଭବିଷ୍ୟତ ଉଜ୍ୱଳ ହେବ ।

ଡିସେମ୍ବର ୩୦ ତାରିଖରେ ପ୍ରଧାନମନ୍ତ୍ରୀ ଅଯୋଧ୍ୟା ଗସ୍ତରେ ଥିଲେ । ଏହି ସମୟରେ ସେ ମୀରା ମାଞ୍ଝୀଙ୍କ ଘରକୁ ଚା’ ପିଇବାକୁ ଯାଇଥିଲେ । କେନ୍ଦ୍ର ସରକାରଙ୍କ ଉଜ୍ୱଳା ଯୋଜନାରେ ମୀରା ମାଞ୍ଝୀ ହେଉଛନ୍ତି ୧୦ କୋଟି ସଂଖ୍ୟାର ହିତାଧିକାରୀ । ତାଙ୍କ ନାମ ୧୦ କୋଟି ତମ ଉଜ୍ୱଳା ଯୋଜନାର ହିତାଧିକାରୀ ।

The post ମୀରା ମାଞ୍ଝୀଙ୍କ ଘରକୁ ଉପହାର ପଠାଇଲେ ପ୍ରଧାନମନ୍ତ୍ରୀ ମୋଦୀ । ହେଲେ ମୀରା ମାଗିଲେ … first appeared on Kanak News.

from Kanak News
via <a href="https://ifttt.com/?

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି । ଆଉ ବ୍ଲଡବ୍ୟାଙ୍କରେ ବିକ୍ରି ହେଇପାରିବନି ରକ୍ତି । କେବଳ ଦେବାକୁ ପଡିବ ପ୍ରୋସେସିଂ ଫିସ୍ ।

କନକ ବ୍ୟୁରୋ: ଆଉ ବିକ୍ରି ହେବନି ବ୍ଲଡ୍ । ଅର୍ଥାତ ଦେଶରେ ଆଉ ରକ୍ତର ବିକ୍ରି କରାଯାଇପାରିବ ନାହିଁ । ତେବେ ଜରୁରୀ ପରିସ୍ଥିତିରେ ବ୍ଲଡ୍ ପାଇଁ ହସ୍ପିଟାଲ ଓ ଘରୋଇ ବ୍ଲଡ୍ ବ୍ୟାଙ୍କ ଯେଉଁ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିଲେ, ତା ଉପରେ ରୋକ୍ ଲଗାଇଛନ୍ତି କେନ୍ଦ୍ର ସରକାର । ଏଣିକି ଏହି ଅନୁଷ୍ଠାନମାନେ ରକ୍ତର ବିକ୍ରି କରିପାରିବେ ନାହିଁ ।

ପୂର୍ବରୁ ଘରୋଇ ହସ୍ପିଟାଲ ଓ ବ୍ଲଡ୍ ବ୍ୟାଙ୍କରେ ଗୋଟିଏ ବ୍ଲଡ୍ ପ୍ୟାକେଟ୍ ପାଇଁ ୨ରୁ ୬ ହଜାର ଟଙ୍କା ଦାବି କରାଯାଉଥିଲା । ଏମିତି କି ବିରଳ ବ୍ଲଡ୍ ଗ୍ରୁପର ରକ୍ତ ପାଇବା ପାଇଁ କିଛି କିଛି ଜାଗାରେ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ବି ଦାବି କରାଯାଉଥିବା ଦେଖିବାକୁ ମିଳିଛି । ଏ ସବୁକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏବେ କେବଳ ପ୍ରୋସେସିଂ ଫିସ୍ ଦେଇ ଜଣେ ବ୍ୟକ୍ତି ବ୍ଲଡ୍ ବ୍ୟାଙ୍କରୁ ରକ୍ତ ନେଇପାରିବ । ତେବେ ଏହି ପ୍ରୋସେସିଂ ଫିସ୍ ଦାମ ୨୫୦ ଟଙ୍କାରୁ ୧୫୫୦ ଟଙ୍କା ଭିତରେ ରହିବ ବୋଲି ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ବ୍ଲଡକୁ ନେଇ ସରକାରଙ୍କ ଏହି ନିଷ୍ପତ୍ତି ପରେ, ଅନେକ ରୋଗୀ ଲାଭବାନ ହେଇପାରିବେ । ଖାସକରି ଥାଲାସେମିଆ ରୋଗରେ ପୀଡିତ ରୋଗୀଙ୍କ ପାଇଁ ଏହା ସଞ୍ଜିବନୀ ହେବ । ଏହି ରୋଗରେ ପୀଡିତ ଲୋକଙ୍କୁ ବର୍ଷରେ ଏକାଧିକ ଥର ରକ୍ତ ବଦଳାଇବାକୁ ପଡିଥାଏ । ତେଣୁ ସରକାରଙ୍କ ଏପରି ନିଷ୍ପତ୍ତିକୁ ଅନେକ ଲୋକ ସ୍ୱାଗତ କରିଛନ୍ତି ।

The post କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି । ଆଉ ବ୍ଲଡବ୍ୟାଙ୍କରେ ବିକ୍ରି ହେଇପାରିବନି ରକ୍ତି । କେବଳ ଦେବାକୁ ପଡିବ ପ୍ରୋସେସିଂ ଫିସ୍ । first appeared on Kanak News.

from Kanak News
via <a href="https://ifttt.com/?

ବିଷ ବଳୟରେ ଓଡ଼ିଶା । ବାୟୁ ପ୍ରଦୂଷଣରେ ଦିଲ୍ଲୀକୁ ଟପିଲା ଅନୁଗୁଳ । କଟକ, ଭୁବନେଶ୍ୱରରେ ମଧ୍ୟ ସ୍ଥିତି ସଙ୍ଗୀନ ।

କନକ ବ୍ୟୁରୋ: ବିଷ ବଳୟରେ ଓଡ଼ିଶା । ବାୟୁ ପ୍ରଦୂଷଣରେ ଦିଲ୍ଲୀକୁ ଟପିଯାଇଛି ଅନୁଗୁଳ । କଟକ, ଭୁବନେଶ୍ୱର ଓ ବାଲେଶ୍ୱରରେ ବି ସ୍ଥିତି ସଙ୍ଗୀନ । ଗତକାଲିର ବାୟୁ ପ୍ରଦୂଷଣ ମାନ ସୂଚକାଙ୍କରେ ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଛି ।

ଦିଲ୍ଲୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ବା ବାୟୁ ପ୍ରଦୂଷଣ ମାନ ସୂଚକାଙ୍କ ୩୪୧ଥିବା ବେଳେ ଅନୁଗୁଳରେ ୩୫୪ଅର୍ଥାତ ‘ଭେରି ପୁଅର’ ବର୍ଗରେ ଥିବା ରେକର୍ଡ କରାଯାଇଛି । ସେହିପରି ବାଲେଶ୍ୱରରେ ଏକ୍ୟୁଆଇ ୩୧୨, କଟକରେ ୩୦୩ ରହିଥିବା ବେଳେ ଭୁବନେଶ୍ୱରରେ ଏହା ୨୮୮ ରହିଛି । ଗତ ଦୀପାବଳି ସମୟରେ ଭୁବନେଶ୍ୱରରେ ବାୟୁ ପ୍ରଦୂଷଣ ସାଂଘାତିକ ସ୍ଥିତିରେ ପହଂଚିଥିଲା । ଏବେ ଶୀତ ଦିନରେ ଏତେ ମାତ୍ରାରେ ପ୍ରଦୂଷଣ ବଢ଼ିବା ଚିନ୍ତା ବଢ଼ାଇଛି ।

The post ବିଷ ବଳୟରେ ଓଡ଼ିଶା । ବାୟୁ ପ୍ରଦୂଷଣରେ ଦିଲ୍ଲୀକୁ ଟପିଲା ଅନୁଗୁଳ । କଟକ, ଭୁବନେଶ୍ୱରରେ ମଧ୍ୟ ସ୍ଥିତି ସଙ୍ଗୀନ । first appeared on Kanak News.

from Kanak News
via <a href="https://ifttt.com/?

କଂଗ୍ରେସର ନିଲମ୍ବିତ ନେତାଙ୍କ ଉପରୁ ଖୁବ୍ ଶୀଘ୍ର ହଟିବ ନିଲମ୍ବନ । ଶୃଙ୍ଖଳା କମିଟି ଅଧ୍ୟକ୍ଷଙ୍କ ସୂଚନା । ୨୦୨୪ ପାଇଁ ଏକାଠି ହୋଇ ଲଢ଼ିବ ଦଳ ।

କନକ ବ୍ୟୁରୋ: କଂଗ୍ରେସର ନିଲମ୍ବିତ ନେତାଙ୍କ ଉପରୁ ଖୁବ୍ ଶୀଘ୍ର ହଟିବ ନିଲମ୍ବନ । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା । ମହମ୍ମଦ ମୋକିମ, ଚିରଞ୍ଜୀବ ବିଶ୍ୱାଳ ଓ ଶ୍ରୀକାନ୍ତ ଜେନାଙ୍କ ଉପରୁ ଅତିଶୀଘ୍ର ହଟିବ ନିଲମ୍ବନ । ନୂଆ ପ୍ରଭାରୀଙ୍କ ସ୍ୱାଗତ ପାଇଁ କଂଗ୍ରେସ ସଜବାଜ ହେଉଥିବା ବେଳେ ଆଗକୁ ନିର୍ବାଚନ ଥିବାରୁ ଏକଜୁଟ ହୋଇ ଲଢ଼ିବୁ ବୋଲି କହିଛନ୍ତି ସନ୍ତୋଷ ସିଂ ସାଲୁଜା ।

ନୂଆ ପ୍ରଭାରୀ ଆସିଲା ପରେ ପର୍ଯ୍ୟାୟକ୍ରମେ ବୈଠକ ବସିବ ଏବଂ ୨୦୨୪ପାଇଁ ଏକାଠି ହୋଇ ରଣନୀତି ପ୍ରସ୍ତୁତି କରାଯିବ ବୋଲି କହିଛନ୍ତି ଶୃଙ୍ଖଳା କମିଟି ଅଧ୍ୟକ୍ଷ । ନୂଆ ପ୍ରଭାରୀ ଅଜୟ କୁମାର ୬ଓ ୭ ଦୁଇ ଦିନ ପାଇଁ ଓଡ଼ିଶା ଗସ୍ତରେ ଆସିବେ ।

The post କଂଗ୍ରେସର ନିଲମ୍ବିତ ନେତାଙ୍କ ଉପରୁ ଖୁବ୍ ଶୀଘ୍ର ହଟିବ ନିଲମ୍ବନ । ଶୃଙ୍ଖଳା କମିଟି ଅଧ୍ୟକ୍ଷଙ୍କ ସୂଚନା । ୨୦୨୪ ପାଇଁ ଏକାଠି ହୋଇ ଲଢ଼ିବ ଦଳ । first appeared on Kanak News.

from Kanak News
via <a href="https://ifttt.com/?

ଟୁରିଷ୍ଟ ବସ ଦୁର୍ଘଟଣାରେ ନାବାଳକ ମୃତ୍ୟୁ ଘଟଣା । ସମ୍ବଲପୁର ମୁଦିପଡ଼ା ଗୁରୁଦ୍ୱାରା ଆଗରେ ମୃତଦେହ ରଖି ସ୍ଥାନୀୟ ଲୋକଙ୍କ ଅବରୋଧ ।

କନକ ବ୍ୟୁରୋ: ସମ୍ବଲପୁର ଫେଜର କ୍ଲବ ସାମ୍ନାରେ ଟୁରିଷ୍ଟ ବସ୍ ଦୁର୍ଘଟଣାରେ ନାବାଳକ ମୃତ୍ୟୁ ଘଟଣା । ମୃତଦେହ ରଖି ରାସ୍ତା ଅବରୋଧ କଲେ ପରିବାର ଓ ସ୍ଥାନୀୟ ଲୋକେ । ସଂଧ୍ୟା ସମୟରେ ବଡ଼ ଗାଡ଼ି ସେହି ରାସ୍ତା ଦେଇ ନଯିବାକୁ କଲେ ଦାବି । ଏହା ସହ ଗତକାଲି ପୋଲିସ ଯେଉଁ ୭ ଜଣଙ୍କୁ ନେଇ ଅଟକ ରଖିଛି ତାଙ୍କୁ ଛାଡ଼ିବାକୁ ଦାବି ରଖିଛନ୍ତି । କିଛି ସମୟ ପାଇଁ ଘଟଣା ସ୍ଥଳରେ ଏବେ ଉତ୍ତେଜନା ଲାଗି ରହିଥିଲେ ବି ଏବେ ପରିସ୍ଥିତିରେ ଶାନ୍ତ ପଡ଼ିଛି ।

ପୋଲିସ ଉଭୟ ପରିବାର ଏବଂ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରୁଥିବା ସୂଚନା ରହିଛି । ଗତକାଲି ସଂଧ୍ୟାରେ ଟୁରିଷ୍ଟ ବସ୍ ଧକ୍କାରେ ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା । ମୃତ ନାବାଳକ ହେଲେ ଦିଶାନ ନାୟକ । ସେ ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟରେ ପଢ଼ୁଥିଲେ ।

The post ଟୁରିଷ୍ଟ ବସ ଦୁର୍ଘଟଣାରେ ନାବାଳକ ମୃତ୍ୟୁ ଘଟଣା । ସମ୍ବଲପୁର ମୁଦିପଡ଼ା ଗୁରୁଦ୍ୱାରା ଆଗରେ ମୃତଦେହ ରଖି ସ୍ଥାନୀୟ ଲୋକଙ୍କ ଅବରୋଧ । first appeared on Kanak News.

from Kanak News
via <a href="https://ifttt.com/?

ହେମନ୍ତ ସୋରେନ, ଅରବିନ୍ଦ କେଜ୍ରିୱାଲଙ୍କ ପରେ ଇଡି ନୋଟିସକୁ ତେଜସ୍ୱୀଙ୍କ ଅଗ୍ରାହ୍ୟ । ଜମି ବଦଳରେ ଚାକିରି ମାମଲାରେ ଇଡିରେ ହେବେ ନାହିଁ ହାଜର

କନକ ବ୍ୟୁରୋ : ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପରେ ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଇଡି ନୋଟିସକୁ ଅଗ୍ରାହ୍ୟ କରିଦେଇଛନ୍ତି । ଜମି ବଦଳରେ ଚାକିରି ମାମଲାରେ ଚଳିତମାସ ୫ ତାରିଖରେ ଇଡିରେ ହାଜର ହେବାକୁ ନୋଟିସ କରାଯାଇଥିଲା । ହେଲେ ସେ ଆସନ୍ତାକାଲି ଇଡିରେ ହାଜର ହେବେନାହିଁ ବୋଲି ଆରଜେଡି ପକ୍ଷରୁ ସୂଚନା ରହିଛି ।

ଏହା ପୂର୍ବରୁ ମଧ୍ୟ ତେଜସ୍ୱୀ ଯାଦବକ ଓ ଲାଲୁ ଯାଦବଙ୍କୁ ଡିସେମ୍ବର ୨୨ ଓ ୨୭ ତାରିଖରେ ହାଜର ହେବାକୁ ଇଡି ନୋଟିସ କରିଥିଲା । ହେଲେ ଉଭୟ ସମାନ ସମୟରେ ଇଡିରେ ହାଜର ହୋଇନଥିଲେ । ଏହାପରେ ଇଡି ତରଫରୁ ପୁଣିଥରେ ତେଜସ୍ୱୀଙ୍କୁ ଜାନୁଆରୀ ୫ ତାରିଖରେ ଇଡିରେ ହାଜର ହେବାକୁ ନୋଟିସ ଜାରି କରାଯାଇଛି । ହେଲେ ଏଥର ମଧ୍ୟ ସେ ଇଡି କାର୍ଯ୍ୟାଳୟରେ ହାଜର ହେବେନାହିଁ ବୋଲି ସୂତ୍ର ସୂଚନା ରହିଛି ।

ଜମି ବଦଳରେ ଚାକରି ମାମଲାରେ ଇଡି ଉଭୟ ଲାଲୁ ଯାଦବ ଓ ତେଜସ୍ୱୀ ଯାଦବଙ୍କୁ ପଚରା ଉଚରା କରିବାକୁ ଚାହୁଁଛି । ଏହା ପୂର୍ବରୁ ମଧ୍ୟ ଇଡି ସମାନ ମାମଲାରେ ଲାଲୁ ଯାଦବ, ତେଜସ୍ୱୀ ତାଙ୍କ ପରିବାର ଲୋକଙ୍କୁ ସମାନ ମାମଲାରେ ଜେରା କରିସାରିଛି । ହେଲେ ଏହି ଜେରାର କିଛିଦିନ ପରେ ଏଭଳି କିଛି ଅନ୍ୟ ଅଭିଯୁକ୍ତଙ୍କୁ ଜେରା କରାଯାଇଥିଲା କି ସେମାନଙ୍କ ବୟାନ ଆଧାରରେ ଲାଲୁ ଯାଦବ ଓ ତେଜସ୍ୱୀ ଯାଦବଙ୍କୁ ଇଡିର ଟିମ୍ ବିସ୍ତାର ଭାବେ ଜେରା କରିବାକୁ ନୋଟିସ କରିଛି ।

The post ହେମନ୍ତ ସୋରେନ, ଅରବିନ୍ଦ କେଜ୍ରିୱାଲଙ୍କ ପରେ ଇଡି ନୋଟିସକୁ ତେଜସ୍ୱୀଙ୍କ ଅଗ୍ରାହ୍ୟ । ଜମି ବଦଳରେ ଚାକିରି ମାମଲାରେ ଇଡିରେ ହେବେ ନାହିଁ ହାଜର first appeared on Kanak News.

from Kanak News
via <a href="https://ifttt.com/?

୩ ପାହାଡି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡକୁ ଧରିବା ପାଇଁ କମିଶନରେଟ୍ ପୁଲିସର ବ୍ଲୁ ପ୍ରିଂଟ୍ । ରାଜ୍ୟ ବାହାରେ ଡକାୟତ ସର୍ଦ୍ଦାର ଲୁଚିଥିବା ନେଇ ଗୁଇନ୍ଦା ସୂଚନା

କନକ ବ୍ୟୁରୋ : ତିନ ପାହାଡି ଗ୍ୟାଙ୍ଗ୍କୁ ଧରିବା ପାଇଁ ରାଜ୍ୟ ବାହାରେ ରେଡ୍ କରିବ କମିଶନରେଟ୍ ପୋଲିସ । ଗ୍ୟାଙ୍ଗ୍ର ମାଷ୍ଟର ମାଇଣ୍ଡ ଏବେ ବି ଫେରାର ରହିଛି । ଏହାସହ ଗ୍ୟାଙ୍ଗରେ କାମ କରୁଥିବା ସାଇବର ଏକ୍ସପର୍ଟ ମଧ୍ୟ ଏବେବି ବାହାରେ ବୁଲୁଛନ୍ତି । ସେମାନଙ୍କୁ ଧରିବା ପାଇଁ ବ୍ଲୁ-ପ୍ରିଂଟ୍ ପ୍ରସ୍ତୁତ କରିଛି କମିଶନରେଟ୍ ପୋଲିସ । ଗୁଇନ୍ଦା ତଥ୍ୟ ପାଇବା କ୍ଷଣି ରାଜ୍ୟ ବାହାରକୁ ଯାଇ ଗ୍ୟାଙ୍ଗ ସଦସ୍ୟଙ୍କୁ ଉଠାଇବ ପୋଲିସ । ସେପଟେ ଗିରଫ ୮ ଅଭିଯୁକ୍ତଙ୍କୁ ଏକରୁ ଦୁଇ ଦିନ ଭିତରେ ରିମାଣ୍ଡରେ ଆଣି ଅଧିକ ତଥ୍ୟ ବାହାର କରିବାକୁ ଲକ୍ଷ୍ୟ ରଖାଯାଇଛି ।

The post ୩ ପାହାଡି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡକୁ ଧରିବା ପାଇଁ କମିଶନରେଟ୍ ପୁଲିସର ବ୍ଲୁ ପ୍ରିଂଟ୍ । ରାଜ୍ୟ ବାହାରେ ଡକାୟତ ସର୍ଦ୍ଦାର ଲୁଚିଥିବା ନେଇ ଗୁଇନ୍ଦା ସୂଚନା first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started