ପ୍ରତିଯୋଗୀତାମୂଳକ ପରୀକ୍ଷାରେ ଦକ୍ଷତା ବୃଦ୍ଧି ପାଇଁ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ବ୍ୟବସ୍ଥା । ଯୁକ୍ତ ଦୁଇ ବିଜ୍ଞାନ ପିଲାଙ୍କ ପାଇଁ ମାଗଣା ନିଟ୍ ଓ ଜେଇଇ କୋଚିଂ

କନକ ବ୍ୟୁରୋ : ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ମାଗଣାରେ ନିଟ୍ ଓ ଜେଇଇ କୋଚିଂ । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଅନଲାଇନ ମାଧ୍ୟମରେ ଏପରି କୋଚିଂ ବ୍ୟବସ୍ଥା କରାଯାଇଛି । ପ୍ରତିଯୋଗିତାମୂଳକ କ୍ଷେତ୍ରରେ ଆଶାୟୀ ମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ସରକାରୀ ଉଚ୍ଚ ମାଧ୍ୟମିକ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକରେ ଆରମ୍ଭ ହେବ ଏହି କୋଚିଂ । ମାଗଣା କୋଚିଂ ସହ ମାଗଣା ପାଠ୍ୟ ଉପକରଣ ମଧ୍ୟ ଯୋଗାଇ ଦିଆଯିବ । ପରୀକ୍ଷା ମୂଳକ ଭାବେ ଆଜିଠାରୁ ତିନି ଦିନ ସକାଳ ସାଢ଼େ ୮ଟାରୁ ୧୦ଟା ପର୍ଯ୍ୟନ୍ତ ଉଭୟ ନିଟ୍ ଓ ଜେଇଇ ଆଶାୟୀ ମାନଙ୍କୁ କୋଚିଂ ଦିଆଯିବ । ଏହାପରେ ୮ତାରିଖରୁ ବିଧିବଦ୍ଧ ଭାବେ ଆରମ୍ଭ ହେବ କୋଚିଂ । ପ୍ରିନ୍ସିପାଲ ଓ ନୋଡାଲ ଅଫିସରମାନେ କଲେଜରେ ବିଜ୍ଞାନ ଛାତ୍ରଛାତ୍ରୀମାନଙ୍କ ପାଇଁ କ୍ଲାସ ନେଇ କାର୍ଯ୍ୟସୂଚୀ ଜାରି କରିବେ । ଯେଉଁମାନେ କ୍ଲାସରେ ଯୋଗଦେବାକୁ ଚାହିଁବେ ସେମାନଙ୍କୁ ନିଟ୍ ଓ ଜେଇଇ କୋଚିଂ ପାଇଁ ଅନୁମତି ଦିଆଯିବ । କୋଚିଂ ସମୟରେ ନୋଡାଲ ଅଧିକାରୀମାନେ ଛାତ୍ରଛାତ୍ରୀଙ୍କ ଉପସ୍ଥାନର ରିପୋର୍ଟ ପ୍ରଦାନ କରିବେ । ୪୦ରୁ ୫୦ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ପରାମର୍ଶଦାତା ଶିକ୍ଷକ ଗାଇଡ କରିବେ । ଏନେଇ ନିର୍ଦ୍ଦେଶ ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ।

The post ପ୍ରତିଯୋଗୀତାମୂଳକ ପରୀକ୍ଷାରେ ଦକ୍ଷତା ବୃଦ୍ଧି ପାଇଁ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ବ୍ୟବସ୍ଥା । ଯୁକ୍ତ ଦୁଇ ବିଜ୍ଞାନ ପିଲାଙ୍କ ପାଇଁ ମାଗଣା ନିଟ୍ ଓ ଜେଇଇ କୋଚିଂ first appeared on Kanak News.

from Kanak News
via <a href="https://ifttt.com/?

ଗିରଫ ଆଶଙ୍କା ଭିତରେ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ କେଜ୍ରିୱାଲ । କହିଲେ, ହୋଇନି ଦୁର୍ନୀତି, ନିର୍ବାଚନ ପ୍ରଚାରରୁ ଦୂରେଇ ରଖିବାକୁ କେନ୍ଦ୍ରର ଷଡଯନ୍ତ୍ର

କନକ ବ୍ୟୁରୋ : ଆଜି ଗିରଫ ହୋଇପାରନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏନେଇ ଟ୍ୱିଟ୍ କରି ଆଶଙ୍କା ପ୍ରକାଶ କରିଛନ୍ତି ଆପ୍ ନେତା ଓ ମନ୍ତ୍ରୀ । ମନ୍ତ୍ରୀ ଅତିଶୀ ଓ ଆପ୍ ନେତା ସୌରଭ ଭରଦ୍ୱାଜ ସୋସିଆଲ ମିଡିଆରେ ଏନେଇ ପୋଷ୍ଟ କରିଛନ୍ତି । ଲେଖିଛନ୍ତି ଆଜି ସକାଳେ କେଜ୍ରିୱାଲଙ୍କ ଘରକୁ ଯାଇପାରେ ଇଡି । ଏହା ସହ ତାଙ୍କୁ ଗିରଫ କରିବା ନେଇ ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଆଜି ସକାଳୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଆପ୍ କାର୍ଯ୍ୟାଳୟ ଆଗରେ ସୁରକ୍ଷା ବଢ଼ାଇ ଦିଆଯାଇଛି । ଦିଲ୍ଲୀ ମଦ ନୀତି ସ୍କାମ ମାମଲାରେ କେଜ୍ରିୱାଲଙ୍କୁ ତିନି ଥର ସମନ କରାଯାଇଛି । ହେଲେ ଏହା ପରେ ବି ହାଜର ହୋଇନାହାନ୍ତି କେଜ୍ରିୱାଲ । ହାଜର ନହୋଇ ଗତକାଲି ଇଡିକୁ ଚିଠି ଲେଖିଥିଲେ କେଜ୍ରିୱାଲ । କହିଥିଲେ ଜାନୁଆରୀ ୧୯ରେ ରାଜ୍ୟସଭା ନିର୍ବାଚନ ଅଛି ଏବଂ ଗଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ମଧ୍ୟ କରିବାର ଅଛି । ତେଣୁ ଯାହା କିଛି ପଚାରିବାକୁ ଚାହୁଁଛନ୍ତି ଚିଠିରେ ଲେଖି ଦିଅନ୍ତୁ ବୋଲି ଲେଖିଥିଲେ କେଜ୍ରିୱାଲ । ସେପଟେ ଆଜିଠାରୁ ଦିଲ୍ଲୀରେ ‘ମେଁ ଭି କେଜ୍ରିୱାଲ’ କ୍ୟାମ୍ପେନ ଆରମ୍ଭ ହେବାକୁ ଯାଉଛି ।

The post ଗିରଫ ଆଶଙ୍କା ଭିତରେ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ କେଜ୍ରିୱାଲ । କହିଲେ, ହୋଇନି ଦୁର୍ନୀତି, ନିର୍ବାଚନ ପ୍ରଚାରରୁ ଦୂରେଇ ରଖିବାକୁ କେନ୍ଦ୍ରର ଷଡଯନ୍ତ୍ର first appeared on Kanak News.

from Kanak News
via <a href="https://ifttt.com/?

ଯୁଦ୍ଧ ମଧ୍ୟରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ହେଲା ଏହି ଚୁକ୍ତି ।  ୟୁଏଇର ଭୂମିକାକୁ ପ୍ରଶଂସା କରାଯାଉଛି ।

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଗତ ଲଗାତାର ୨୩  ମାସ ଧରି ଯୁଦ୍ଧ ଚାଲିଛି । ଏଥିରେ ଉଭୟ ଦେଶର ହଜାର ହଜାର ସୈନିକ ପ୍ରାଣ ହରାଇଛନ୍ତି । ଏହି ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ପ୍ରାୟ ବହୁତ ଦେଶ ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରିଛନ୍ତି କିନ୍ତୁ କେହି ସଫଳ ହେଇପାରିନଥିଲେ ।   ଯୁଦ୍ଧ ଜାରିହେତୁ ଉଭୟ ଦେଶର ଅବସ୍ଥା ଖରାପ ହେବାରେ ଲାଗିଛି ।  ଏହି ସମୟ ମଧ୍ୟରେ ୟୁଏଇ ଦୁଇ ଦେଶ ମଧ୍ୟରେ ଏକ ବଡ଼ ଚୁକ୍ତି କରିଛି । ଉକ୍ତ ଚୁକ୍ତି ଅନୁଯାୟୀ  ଉଭୟ ଦେଶର ଶହ ଶହ ସୈନିକ ଦୀର୍ଘ ସମୟ ପରେ ଘରକୁ ଫେରିଛନ୍ତି ।

ଦୀର୍ଘ ୨୩ ମାସ ଧରି ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି । ଏଥିରେ ଉଭୟ ଦେଶର ହଜାର ହଜାର ସୈନିକ ପ୍ରାଣ ହରାଇଛନ୍ତି । ସାଧାରଣ ନାଗରିକମାନେ ମଧ୍ୟ ଏହି ଯୁଦ୍ଧରେ ଶିଶୁ ଏବଂ ମହିଳାଙ୍କ ସମେତ ଅନେକ ପ୍ରିୟଜନଙ୍କୁ ହରାଇଛନ୍ତି । ଏହା ସତ୍ତ୍ୱେ ଏହି ଯୁଦ୍ଧ ବନ୍ଦ ହୋଇନାହିଁ ।  ଅନେକ ଦେଶ ଚେଷ୍ଟା କରିଥିଲେ ମଧ୍ୟ ରୁଷ-ୟୁକ୍ରେନ ଯୁଦ୍ଧକୁ କେହି ଅଟକାଇ ପାରିଲେ ନାହିଁ। ଏହି ସମୟ ମଧ୍ୟରେ ୟୁଏଇ ଏପରି ଏକ କାମ କରିଛି ଯାହା ଆଉ କେହି କରିପାରିନଥିଲେ । ୟୁଏଇ ଏହି ଦୁଇ ଦେଶ ମଧ୍ୟରେ ଏକ ସନ୍ଧି ସ୍ଥାପନ କରିଛି । ଏହି ଚୁକ୍ତିନାମା ଅନୁସାରେ ବହୁଦିନ ଧରି ଯୁଦ୍ଧକ୍ଷେତ୍ରରେ ବନ୍ଦୀ ଥିବା ସୈନିକ ମାନେ ଏଣିକି ତାଙ୍କର ପ୍ରିୟଜନଙ୍କ ମୁହଁ ଦେଖିପାରିବେ ଅର୍ଥ ଏବେ ସେମାନେ ଘରକୁ  ଯାଇପାରିବେ ।

କେମିତି ହେଲା ଏହି ଚୁକ୍ତି ?

ସଂଯୁକ୍ତ ଆରବ ଏମିରେଟ୍ସ ଦ୍ୱାରା ମଧ୍ୟସ୍ଥତାରେ ବୁଧବାର ରୁଷ ଏବଂ ୟୁକ୍ରେନ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି । ଏହି ଚୁକ୍ତିନାମା ଅନୁଯାୟୀ ଶହ ଶହ ଯୁଦ୍ଧ ବନ୍ଦୀ ବିନିମୟ ହୋଇଥିଲା । ୟୁକ୍ରେନ ଅଧିକାରୀମାନେ ସ୍ୱୀକାର କରିଛନ୍ତି ଯେ ୟୁଏଇ ଦ୍ୱାରା ମଧ୍ୟସ୍ଥତା ହୋଇଥିବା ଏକ ପ୍ରମୁଖ ଚୁକ୍ତି ପରେ ୨୩୦ ୟୁକ୍ରେନ ଯୁଦ୍ଧ ବନ୍ଦୀ ରୁଷରୁ ଘରକୁ ଫେରିଛନ୍ତି ।  ଏଥି ସହିତ ରୁଷର ପ୍ରାୟ ୨୪୮ ସୈନିକ ମଧ୍ୟ ୟୁକ୍ରେନରେ ବନ୍ଦୀତ୍ୱରୁ ମୁକ୍ତି ପାଇ ଘରକୁ ଆସିଛନ୍ତି । ବହୁତ ଦିନ ପରେ ଘରକୁ ଫେରୁଥିବା ସୈନିକମାନେ ୟୁଏଇକୁ ଧନ୍ୟବାଦ ଦେଇଥିଲେ। ଏତେ ଦିନ ପରେ ସେମାନେ ନିଜ ଘର ଲୋକଙ୍କୁ ଦେଖି ଉଭୟ ଦେଶର ଯୁଦ୍ଧବନ୍ଦୀମାନଙ୍କ ମୁହଁ ଖୁସିରେ ଫାଟି ପଡିଥିଲା ।

ୟୁକ୍ରେନ-ରୁଷିଆ ବିବାଦ

ଗତ ଦୁଇ ବର୍ଷ ପାଖାପାଖି ଧରି ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି । ଫେବୃଆରୀ ୨୦୨୨ ରେ, ରୁଷ ସେନା ୟୁକ୍ରେନରେ ସ୍ୱତନ୍ତ୍ର ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଘୋଷଣା କରିଥିଲା । ତାଙ୍କ ଘୋଷଣା ପରେ ୟୁକ୍ରେନର ରାଜଧାନୀ କଳିଭ ସମେତ ଦେଶର ଅନ୍ୟାନ୍ୟ ସ୍ଥାନରେ ବିସ୍ଫୋରଣ ଆରମ୍ଭ ହୋଇଥିଲା । ମିନସ୍କ ଶାନ୍ତି ଚୁକ୍ତିନାମା ସମାପ୍ତ ହେବା ଏବଂ ୟୁକ୍ରେନର ଦୁଇଟି ବିଚ୍ଛିନ୍ନତାବାଦୀ ଅଞ୍ଚଳକୁ ସୈନ୍ୟ ପଠାଇବା ଘୋଷଣା ପରେ ପୁଟିନଙ୍କ ଏହି କାର୍ଯ୍ୟାନୁଷ୍ଠାନ ହୋଇଥିଲା । ଏହି ଅଞ୍ଚଳକୁସୈନ୍ୟ ପଠାଇବା ପାଇଁ ରୁଷ ଦେଇଥିବା କାରଣ ହେଉଛି ଅଞ୍ଚଳରେ ଶାନ୍ତି ବଜାୟ ରଖିବା।

The post ଯୁଦ୍ଧ ମଧ୍ୟରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ହେଲା ଏହି ଚୁକ୍ତି ।  ୟୁଏଇର ଭୂମିକାକୁ ପ୍ରଶଂସା କରାଯାଉଛି । first appeared on Kanak News.

from Kanak News
via <a href="https://ifttt.com/?

ଦକ୍ଷିଣ ଆଫ୍ରିକାରେ ଶୁଭିଲା ଶ୍ରୀରାମଙ୍କ ଭଜନ, ବିରାଟଙ୍କ ରାମ ଭକ୍ତି ଦେଖିଲା ବିଶ୍ୱ ।

କନକ ବ୍ୟୁରୋ : ଆସନ୍ତା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କର ଭବ୍ୟ ମନ୍ଦିରର ଲୋକାର୍ପିତ ହେବ । ଏଥିପାଇଁ ପୂରା ଦେଶ ଏବେ ରାମ ଭକ୍ତିରେ ଲୀନ ହୋଇଛି । କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଏହାର ଝଲକ ଦେଖିବାକୁ ମିଳିଛି । ଆଉ ତାହା ବି ପୁଣି କ୍ରିକେଟ ପଡିଆରେ । ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କର ରାମ ଭକ୍ତି ଦେଖିବାକୁ ମିଳିଛି । ପ୍ରଭୁ ଶ୍ରୀରାମଙ୍କ ଭଳି ବିରାଟ ପଡିଆରେ ଧନୁ ତୀର ଚଳାଇବାର ଆକ୍ସନ କରିଥିଲେ । ଆଉ ତାହା ବି ଥରେ ନୁହେଁ ଦୁଇ ଦୁଇ ଥର । ଶେଷରେ ହାତଯୋଡି ନମସ୍କାର ମଧ୍ୟ କରିଥିଲେ । ଯାହାକୁ ଭାରତୀୟ କ୍ରିକେଟପ୍ରେମୀ ବେଶ ପସନ୍ଦ କରିଛନ୍ତି । ସୋସିଆଲ ମିଡ଼ିଆରେ କୋହଲିଙ୍କୁ ପ୍ରଂଶସାରେ ପୋତି ପକାଇଛନ୍ତି । ପଡିଆ ଭିତରେ କୋହଲିଙ୍କର ଏଭଳି ରାମଭକ୍ତି ପଛର ବଡ କାରଣ ମଧ୍ୟ ରହିଛି ।

ଦକ୍ଷିଣ ଆଫ୍ରିକାର ୬ ୱିକେଟର ପତନ ପରେ ବ୍ୟାଟିଂ କରିବାକୁ ଆସିଥିଲେ ଭାରତୀୟ ବଂଶୋଦ୍ଭବ କେଶବ ମହାରାଜ । ପଡିଆକୁ କେଶବ ଆସିବା କ୍ଷଣି ପ୍ରଭୁ ଶ୍ରୀରାମଙ୍କର ଭଜନ ବାଜିଥିଲା । ଆଉ ଶ୍ରୀରାମଙ୍କ ଭଜନ ଶୁଣି ବିରାଟ ମଧ୍ୟ ରାମଭକ୍ତିରେ ଲୀନ ହୋଇଯାଇଥିଲେ । ପଡିଆ ମଝିରେ ପ୍ରଭୁ ଶ୍ରୀରାମଙ୍କ ଭଳି ଧନୁ ତୀର ଚଳାଇବାର ଅଭିନୟ କରିଥିଲେ । ଗତ କିଛି ମ୍ୟାଚରେ କେଶବ ବ୍ୟାଟିଂ କରିବାକୁ ଆସିଲେ ପ୍ରଭୁ ଶ୍ରୀରାମଙ୍କ ଭଜନ ଶୁଣିବାକୁ ମିଳୁଛି । କେଶବ ହିନ୍ଦୁ ଧର୍ମର ହୋଇଥିବାରୁ ଖେଳରେ ତାଙ୍କ ମନୋବଳ ବୃଦ୍ଧି କରିବାକୁ ବ୍ୟାଟିଂ କରିବା ପୂର୍ବରୁ ପ୍ରଭୁ ଶ୍ରୀରାମଙ୍କ ଭଜନ ଲଗାଯାଉଛି । ଏହାଛଡା କେଶବ ନିଜେ ମଧ୍ୟ ହନୁମାନଙ୍କର ପରମଭକ୍ତ । ଭାରତକୁ ମ୍ୟାଚ୍ ଖେଳିବାକୁ ଆସିଲେ କେଶବ ବିଭିନ୍ନ ମନ୍ଦିର ଯାଇ ପୂଜାପାଠ କରିଥାନ୍ତି । ହିନ୍ଦୁ ଧର୍ମ ପ୍ରତି କେଶବଙ୍କର ଗଭୀର ଆସ୍ଥା ରହିଛି । କେବଳ ଏତିକି ନୁହେଁ କେଶବ ଓଁ ଚିତ୍ରିତ ଥିବା ବ୍ୟାଟରେ ଖେଳୁଥିବାର ଅନେକ ସମୟରେ ଦେଖିବାକୁ ମିଳିଛି । ଏହାପୂର୍ବରୁ ମଧ୍ୟ ଦିନିକିଆ ମ୍ୟାଚରେ କେଶବ ବ୍ୟାଟିଂ କରିବାକୁ ଆସିବା ବେଳେ ରାମ ସିୟା ରାମ ଗୀତ ବାଜିଥିଲା । ସେତେବେଳେ ଭାରତୀୟ ୱିକେଟ କିପର କେଏଲ ରାହୁଲ ମଜାଳିଆ ଅନ୍ଦାଜରେ କହିଥିଲେ, ତୁମେ ଯେବେ ବି ବ୍ୟାଟିଂ କରିବାକୁ ଆସୁଛ ଡିଜେ ବଜାଉଥିବା ବ୍ୟକ୍ତି ଶ୍ରୀରାମଙ୍କ ଭଜନ ଲଗାଉଛନ୍ତି । ଏହାର ଉତ୍ତରରେ ସ୍ମିତହାସ୍ୟ ଦେଇ ସମ୍ମତି ପ୍ରକାଶ କରିଥିଲେ କେଶବ ।

https://platform.twitter.com/widgets.jsଆସନ୍ତା ୨୨ରେ ରାମମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଯିବ । ଏହି ଉତ୍ସବରେ ସାମିଲ ହେବାକୁ ଭାରତୀୟ କ୍ରିକେଟର କୋହଲିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ ବୋଲି ବିଭିନ୍ନ ରିପୋର୍ଟରେ ପ୍ରକାଶ ପାଇଛି । ତେବେ ଏହି ଉତ୍ସବରେ ସାମିଲ ହେବା ପୂର୍ବରୁ କୋହଲିଙ୍କର ରାମଭକ୍ତି ପଡିଆ ମଧ୍ୟରେ ଦେଖିବାକୁ ମିଳିଛି ।

The post ଦକ୍ଷିଣ ଆଫ୍ରିକାରେ ଶୁଭିଲା ଶ୍ରୀରାମଙ୍କ ଭଜନ, ବିରାଟଙ୍କ ରାମ ଭକ୍ତି ଦେଖିଲା ବିଶ୍ୱ । first appeared on Kanak News.

from Kanak News
via <a href="https://ifttt.com/?

ଫଳ ବିକାଳିଙ୍କ ଝିଅ, ଗ୍ୟାଙ୍ଗଷ୍ଟରର ପ୍ରେମିକା, BCom ଡ୍ରପଆଉଟ୍ । କିଏ ଏହି ମଡେଲ ଦିବ୍ୟା, ଯାହା ହତ୍ୟାକୁ ନେଇ ଏବେ ଚର୍ଚ୍ଚା…

କନକ ବ୍ୟୁରୋ: ଗୁରୁଗ୍ରାମର ବଳଦେବ ନଗରରେ ରହୁଥିବା ଦିବ୍ୟା ପାହୁଜାଙ୍କ ଗ୍ୟାଙ୍ଗଷ୍ଟର ସନ୍ଦୀପ ଗାଡୋଲିଙ୍କ ସହ ବନ୍ଧୁତା ଥିଲା। ଦିବ୍ୟା ବ୍ୟାଚେଲର ଅଫ୍ କମର୍ସରେ ନାମ ଲେଖାଇଥିଲେ ଏବଂ ଏହି ସମୟରେ ମଡେଲିଂ ଆରମ୍ଭ କରିଥିଲେ । ଦିବ୍ୟାଙ୍କ ପିତା ଦିବ୍ୟାଙ୍ଗ ଏବଂ ସେ ଜଣେ ପରିବା ଓ ଫଳ ବିକ୍ରେତା । ଏବେ ତାଙ୍କ ହତ୍ୟାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଦିବ୍ୟା ପାହୁଜା କିଏ?

ଗୁରୁଗ୍ରାମର ବଳଦେବ ନଗରରେ ରହୁଥିବା ଦିବ୍ୟା ପାହୁଜାଙ୍କ ଗ୍ୟାଙ୍ଗଷ୍ଟର ସନ୍ଦୀପ ଗାଡୋଲିଙ୍କ ସହ ବନ୍ଧୁତା ଥିଲା। ଦିବ୍ୟା ବିକମ୍ ପଢ଼ିବା ପାଇଁ ନାମ ଲେଖାଇଥିଲେ ଏବଂ ଏହି ସମୟରେ ସେ ମଡେଲିଂ ଆରମ୍ଭ କରିଥିଲେ। ଦିବ୍ୟାଙ୍କ ବାପା ଦିବ୍ୟାଙ୍ଗ ଏବଂ ପନିପରିବା ଓ ଫଳ ବିକ୍ରି କରିବା ବ୍ୟତୀତ ସେ ଅଣ୍ଡା ବି ବିକ୍ରି କରୁଥିଲେ। ତାଙ୍କର ଜଣେ ସାନ ଭଉଣୀ ଓ ପିତାମାତା ଅଛନ୍ତି। ୨୦୧୬ରେ ଦିବ୍ୟାଙ୍କୁ ୧୮ ବର୍ଷ ହୋଇଥିବା ବେଳେ ଗିରଫ କରାଯାଇଥିଲା। ଏବେ ୭ ବର୍ଷ ପରେ ୨୦୨୩ରେ ସେ ଜେଲରୁ ବାହାରିଥିଲେ। ଗ୍ୟାଙ୍ଗଷ୍ଟର ହତ୍ୟା ମାମଲାରେ ଦିବ୍ୟାଙ୍କ ମା’ଙ୍କୁ ମଧ୍ୟ ଗିରଫ କରାଯାଇଥିଲା।

ଦିବ୍ୟାଙ୍କୁ କାହିଁକି କରାଗଲା ହତ୍ୟା?
ଦିବ୍ୟା ପହୁଜା ଅଭିଯୁକ୍ତ ହୋଟେଲ ମାଲିକ ଅଭିଜିତ ସିଂହଙ୍କ ବନ୍ଧୁ ଥିଲେ। ଜାନୁଆରୀ ୨ ତାରିଖରେ ଅଭିଯୁକ୍ତ ଅଭିଜିତ ସିଂହ ଦିବ୍ୟା ପହୁଜାଙ୍କ ସହ ହୋଟେଲ ସିଟି ପଏଣ୍ଟକୁ ଆସିଥିଲେ। ସେ ଦିବ୍ୟାଙ୍କ ଫୋନରୁ ନିଜର ଅଶ୍ଳୀଳ ଫଟୋ ଡିଲିଟ କରିବାକୁ ଚାହୁଁଥିଲେ, କିନ୍ତୁ ଦିବ୍ୟା ଫୋନର ପାସୱାର୍ଡ ଦେଇନଥିଲେ । ରାଗରେ ଅଭିଯୁକ୍ତ ଅଭିଜିତ୍ ଦିବ୍ୟା ପହୁଜାଙ୍କୁ ଗୁଳି କରି ହତ୍ୟା କରିଥିଲା। ପରେ ହୋଟେଲରେ ସଫେଇ ଓ ରିସେପ୍ସନ କାମରେ କାମ କରୁଥିବା ହେମରାଜ ଓ ଓମ୍ ପ୍ରକାଶଙ୍କ ସହ ମିଶି ମୃତଦେହକୁ ଏକ ବିଏମ୍ଡବ୍ଲ୍ୟୁ କାରରେ ରଖିଥିଲେ। ଏହାପରେ ଅଭିଯୁକ୍ତ ଅଭିଜିତ୍ ତାଙ୍କ ଅନ୍ୟ ଦୁଇ ସହଯୋଗୀଙ୍କୁ ଡାକି ମୃତଦେହକୁ ପୋତିବା ପାଇଁ ତାଙ୍କ କାର୍ ଦେଇଥିଲେ। କିନ୍ତୁ ମୃତଦେହ ଠିକଣା ଲଗାଇବାକୁ ଯାଉଥିବାବେଳେ ପୋଲିସ ହାବୁଡରେ ପଡିଯାଇଥିଲେ ।

The post ଫଳ ବିକାଳିଙ୍କ ଝିଅ, ଗ୍ୟାଙ୍ଗଷ୍ଟରର ପ୍ରେମିକା, BCom ଡ୍ରପଆଉଟ୍ । କିଏ ଏହି ମଡେଲ ଦିବ୍ୟା, ଯାହା ହତ୍ୟାକୁ ନେଇ ଏବେ ଚର୍ଚ୍ଚା… first appeared on Kanak News.

from Kanak News
via <a href="https://ifttt.com/?

ସାଧାରଣ ନିର୍ବାଚନ ପୂର୍ବରୁ ବଳ ଗୋଟାଉଛି କଂଗ୍ରେସ । ଦିଲ୍ଲୀରେ ନ୍ୟାୟ ଯାତ୍ରା ପାଇଁ ବୈଠକ, ଏପଟେ କଂଗ୍ରେସରେ ମିଶିଲା ୱାଇଏସ୍ଆର ତେଲେଙ୍ଗାନା ପାର୍ଟି ।

କନକ ବ୍ୟୁରୋ: କଂଗ୍ରେସରେ ମିଶିଲା ୱାଇଏସଆର ତେଲେଙ୍ଗାନା ପାର୍ଟି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ ଭଉଣୀ ୱାଇ ଏସ୍ ଶର୍ମିଳା ଆଜି ବିଧିବଦ୍ଧ ଭାବେ, ୱାଇଏସ୍ଆର ତେଲେଙ୍ଗାନା ପାର୍ଟିକୁ କଂଗ୍ରେସ ସହ ଯୋଗଦାନ କରିଛନ୍ତି । ଦିଲ୍ଲୀ ଏଆଇସିସି ମୁଖ୍ୟ କାର୍ଯ୍ୟାଳୟରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ କଂଗ୍ରେସରେ ମିଶିଯାଇଛି ଏହି ରାଜନୈତିକ ଦଳ । ସଭାପିତି ମଲ୍ଲିକାର୍ଜୁନ ଖଡଗେ ଓ ସାଂସଦ ରାହୁଲ ଗାନ୍ଧୀ ଶର୍ମିଳାଙ୍କୁ ଉତରୀୟ ଦେଇ କଂଗ୍ରେସକୁ ସ୍ୱାଗତ କରିଛନ୍ତି ।

ଏହି ଅବସରରେ ୱାଇ ଏସ୍ ଶର୍ମିଳା କହିଛନ୍ତି, ଦେଶର ସର୍ବବୃହତ ଧର୍ମନିରପେକ୍ଷ ରାଜନୈତିକ ଦଳ ହେଉଛି କଂଗ୍ରେସ । ଯାହା ସବୁବେଳେ ଦେଶବାସୀଙ୍କ ହିତ ପାଇଁ କାମ କରେ । ୨୦୨୧ରେ ୱାଏସଆର ତେଲେଙ୍ଗାନା ପାର୍ଟିକୁ ପ୍ରତିଷ୍ଠା କରିଥିଲେ ଶର୍ମିଳା । ଶର୍ମିଳାଙ୍କ ବାପା ୱାଇଏସ୍ ରାଜଶେଖର ରେଡ୍ଡି କଂଗ୍ରେସ ଦଳରୁ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ ।

The post ସାଧାରଣ ନିର୍ବାଚନ ପୂର୍ବରୁ ବଳ ଗୋଟାଉଛି କଂଗ୍ରେସ । ଦିଲ୍ଲୀରେ ନ୍ୟାୟ ଯାତ୍ରା ପାଇଁ ବୈଠକ, ଏପଟେ କଂଗ୍ରେସରେ ମିଶିଲା ୱାଇଏସ୍ଆର ତେଲେଙ୍ଗାନା ପାର୍ଟି । first appeared on Kanak News.

from Kanak News
via <a href="https://ifttt.com/?

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ସାମିଲ ଅଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ପରିଚାଳନା କମିଟି ସଦସ୍ୟ ।

କନକ ବ୍ୟୁରୋ: ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପ୍ରସ୍ତୁତି ନେଇ ପୁରୀ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ବୈଠକ । ଶ୍ରୀନଅରରେ ଜିଲ୍ଲାପାଳ, ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ, ପରିଚାଳନା କମିଟି ସଦସ୍ୟ ଓ ପ୍ରଶାସନିକ ଅଧିକାରୀ ବୈଠକରେ ଯୋଗ ଦେଇଛନ୍ତି । ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହେବାକୁ ଯାଉଥିବାବେଳେ, କିଭଲି ଏହା ସଫଳତାର ସହ ସମ୍ପନ୍ନ ହେବ ସେନେଇ ବୈଠକରେ ଆଲୋଚନା କରାଯାଉଛି ।

The post ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ସାମିଲ ଅଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ପରିଚାଳନା କମିଟି ସଦସ୍ୟ । first appeared on Kanak News.

from Kanak News
via <a href="https://ifttt.com/?

ଶ୍ରୀରାମଙ୍କୁ ମାଂସାହାରୀ କହିଲେ ମହାରାଷ୍ଟ୍ରର ବିଧାୟକ । ଏନସିପି ଉପରେ ବର୍ଷିଲେ ବିଜେପି ନେତା ।

କନକ ବ୍ୟୁରୋ: ଭଗବାନ ଶ୍ରୀରାମଙ୍କୁ ନେଇ ବିବାଦୀୟ ବୟାନ ରଖିଲେ ଏନସିପି ନେତା । ମହାରାଷ୍ଟ୍ରର ନେତା ଜିତେନ୍ଦ୍ର ଆହ୍ୱାଡ୍ ଭଗବାନ ଶ୍ରୀରାମଙ୍କୁ ମାଂସାହାରୀ କହିଛନ୍ତି । ଯାହାକୁ ନେଇ ମହାରାଷ୍ଟ୍ରରେ ସୃଷ୍ଟି ହୋଇଛି ରାଜନୀତି । ଏହି ଘଟଣାକୁ ନେଇ ଏନସିପି ଉପରେ ବର୍ଷିଛନ୍ତି ବିଜେପି ନେତା ।

ଏନସିପି ନେତା ଜିତେନ୍ଦ୍ର ଆହ୍ୱାଡଙ୍କ ଏପରି ବିବାଦୀୟ ବୟାନ ପରେ ବିଜେପି ନେତା ରାମ କଦମ କହିଛନ୍ତି ଯେ, ଆଜି ଯଦି ବାଲାସାହେବ ଠାକରେ ଥାଆନ୍ତେ, ତେବେ ସାମନା ଖବରକାଗଜରେ ଭଗବାନ ରାମଙ୍କୁ ମାଂସାହାରୀ କହୁଥିବା ଲୋକକୁ ଜବାବ୍ ଦେଇଥାନ୍ତେ । ଆଜି ଶ୍ରୀରାମଙ୍କ ଉପରେ କେହି କିଛି ବି କହୁ ପଛେ, ତାଙ୍କୁ କିଛି ବି ଫରକ୍ ପଡୁନି ବୋଲି କହି, ଉଦ୍ଧବଙ୍କୁ ଟାର୍ଗେଟ କରିଛନ୍ତି ରାମ କଦମ ।

ଉଦ୍ଧବଙ୍କୁ ଟାର୍ଗେଟ କରି ରାମ କଦମ କହିଛନ୍ତି ଯେ, ଅସଲରେ ହିନ୍ଦୁ ଓ ମରାଠୀଙ୍କ ପାଖରେ ତାଙ୍କର କୌଣସି ବି ଉଦ୍ଦେଶ୍ୟ ନାହିଁ । ସେ କେବଳ ଭୋଟ ରାଜନୀତି କରିଥାନ୍ତି । ସୂଚନାଯୋଗ୍ୟ ଯେ, ଏନସିପି (ଶରଦ ପାୱାର ଗୋଷ୍ଠୀ)ର ବିଧାୟକ ଜିତେନ୍ଦ୍ର ଆହ୍ୱାଡ୍ ବୁଧବାର ମହାରାଷ୍ଟ୍ରର ଶିରଡୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠାରେ ସେ ଭଗବାନ ଶ୍ରୀରାମଙ୍କୁ ମାଂସାହାରୀ ବୋଲି କହିଥିଲେ । ସେ କହିଥିଲେ ଯେ, କେମିତି ଜଣେ ବ୍ୟକ୍ତି ୧୪ ବର୍ଷ ଜଙ୍ଗଲରେ ବିନା ଶିକାର କହି ରହିପାରିଲା? ଭଗବାନ ଶ୍ରୀରାମ ଜଙ୍ଗଲରେ ଶିକାର କରୁଥିଲେ ବୋଲି ସେ କହିଥିଲେ । ତାଙ୍କର ଏହି ବୟାନକୁ ନେଇ ଏବେ ମହାରାଷ୍ଟ୍ର ରାଜନୀତି ସରଗରମ ହେଇଛି ।

The post ଶ୍ରୀରାମଙ୍କୁ ମାଂସାହାରୀ କହିଲେ ମହାରାଷ୍ଟ୍ରର ବିଧାୟକ । ଏନସିପି ଉପରେ ବର୍ଷିଲେ ବିଜେପି ନେତା । first appeared on Kanak News.

from Kanak News
via <a href="https://ifttt.com/?

୨୦୦୯ ରୁ କ୍ଷମତାରେ ଶେଖ ହସିନା । ଶାସନକାଳରେ କେତେ ବଦଳିଛି ବାଂଲାଦେଶ ?

୧୯୭୧ ରେ ବାଂଲାଦେଶ ସ୍ବାଧୀନ ହୋଇ ଏକ ଦେଶ ଭାବେ ବିଶ୍ୱ ମାନଚିତ୍ରରେ ସ୍ଥାନ ପାଇଥିଲା । ୨୦୦୯ ମସିହାରୁ ଏଠାରେ ପ୍ରଧାନମନ୍ତ୍ରୀ ଶେଖ ହସିନା କ୍ଷମତାରେ ଅଛନ୍ତି । ଏହାର ଅର୍ଥ ସେ ଦୀର୍ଘ ୧୪ ବର୍ଷ ଧରି ଶାସନ କ୍ଷମତାରେ ଅଛନ୍ତି । ଆସନ୍ତା ୭ ଜାନୁଆରୀରେ ବାଂଲାଦେଶରେ ସାଧାରଣ ନିର୍ବାଚନ ହେବାକୁ ଅଛି । ତେବେ ମୁଖ୍ୟ ବିରୋଧୀ ଦଳ ବିଏନପି ଏହି ନିର୍ବାଚନକୁ ବର୍ଜନ କରୁଥିବାର ଜଣାପଡିଛି । ଆଜିର ଷ୍ଟୋରିରେ ଆମେ ଜାଣିବା ଶେଖ ହସିନାଙ୍କ ଶାସନ କାଳରେ ବାଂଲାଦେଶ କେତେ ଅଗ୍ରଗତି କରିଛି  ।

୧୯୭୧ ମସିହାରୁ ବିଶ୍ବ ମାନଚିତ୍ରରେ ସ୍ଥାନ ପାଇଥିବା  ବାଂଲାଦେଶରେ ୭ ଜାନୁଆରୀରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ସଂସଦର ୩୫୦ ସଦସ୍ୟଙ୍କ ମଧ୍ୟରୁ ୩୦୦ ଜଣ ଗଣତାନ୍ତ୍ରିକ ପଦ୍ଧତିରେ ଭୋଟ୍ ଦ୍ୱର ନିର୍ବାଚିତ ହୋଇଥାନ୍ତି । ଅବଶିଷ୍ଟ ୫୦ ଟି ସିଟ୍ ମହିଳାମାନଙ୍କ ପାଇଁ ସଂରକ୍ଷିତ ।  ଯେଉଁମାନେ ଶାସକ ଦଳ କିମ୍ବା ମିଳିତ ମଞ୍ଚ ଦ୍ୱାରା ମନୋନୀତ ହୋଇଥାନ୍ତି । ଭାରତ ଏବଂ ଅନ୍ୟାନ୍ୟ ଦେଶ ପରି ବାଂଲାଦେଶରେ ମଧ୍ୟ ପ୍ରଧାନମନ୍ତ୍ରୀ ସରକାରର ମୁଖ୍ୟ ହୋଇଥିବାବେଳେ ରାଷ୍ଟ୍ରପତି ଦେଶର ମୁଖ୍ୟ ଅଟନ୍ତି । ବର୍ତ୍ତମାନ ବାଂଲାଦେଶ ସରକାରଙ୍କ ମୁଖ୍ୟ ହେଉଛନ୍ତି ଶେଖ ହସିନା । ଆୱାମୀ ଲିଗର ଏହି ବରିଷ୍ଠ ନେତ୍ରୀ ୨୦୦୯ ଠାରୁ ଶାସନ କ୍ଷମତାରେ ଅଛନ୍ତି ।

ଯେତେବେଳେ ଶେଖ ହସିନା ପ୍ରଧାନମନ୍ତ୍ରୀଙ୍କ ଆସନରେ  ବସିଥିଲେ ସେତେବେଳକୁ ବାଂଲାଦେଶକୁ ମାତ୍ର ୩୮ ବର୍ଷ ହୋଇଥିଲା ଏବଂ ବର୍ତ୍ତମାନ ବାଂଲାଦେଶକୁ ୫୦ ବର୍ଷରୁ ଅଧିକ ହେଲାଣି । ଶେଖ ହସିନା ଗତ ୧୪ ବର୍ଷ ଧରି କ୍ଷମତାରେ ଅଛନ୍ତି । ଏହି କିଛି ବର୍ଷ ମଧ୍ୟରେ ବାଂଲାଦେଶର ପରିଚୟ ନିଶ୍ଚିତ ଭାବରେ ଆନ୍ତର୍ଜାତୀୟ ପ୍ଲାଟଫର୍ମରେ ବୃଦ୍ଧି ପାଇ ଆସୁଛି ।

ହାସିନାଙ୍କ ନେତୃତ୍ୱରେ ବାଂଲାଦେଶ ଆଜି କେଉଁଠାରେ ପହଞ୍ଚିଛି ?

ଆର୍ଥିକ ଅଗ୍ରଗତି ଘଟିଛି ବାଂଲାଦେଶ ଏକ ମୁସଲମାନ ସଂଖ୍ୟାଲଘୁ ରାଷ୍ଟ୍ର । ଏହା ଏକଦା ଦୁନିଆର ସବୁଠାରୁ ଗରିବ ଦେଶ ଥିଲା ।  ଶେଖ ହସିନାଙ୍କ ନେତୃତ୍ୱରେ ବାଂଲାଦେଶ ଆଖିଦୁର୍ଶିଆଆ ଆର୍ଥିକ ସଫଳତା ହାସଲ କରିଛି । ଏହା ବର୍ତ୍ତମାନ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରୁ ଗୋଟିଏ ବୋଲି ଗଣାଯାଉଛି । ଏହାର ମୁଣ୍ଡପିଛା ଆୟ ତିନି ଗୁଣ ବୃଦ୍ଧି ପାଇଛି । ବିଶ୍ୱ ବ୍ୟାଙ୍କ ଆକଳନ କରିଛି ଯେ ଗତ ୨୦ ବର୍ଷ ମଧ୍ୟରେ ବାଂଲାଦେଶରେ ୨.୫ କୋଟିରୁ ଅଧିକ ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖା ତଳୁ ଉପରକୁ ଉଠିବାରେ ସକ୍ଷମ ହେଇ ପାରିଛନ୍ତି ।  ଦେଶର ପାଣ୍ଠି ଏବଂ ଋଣ ବ୍ୟବହାର କରି ଶେଖ ହସିନାଙ୍କ ସରକାର ଗଙ୍ଗା ଉପରେ ୨.୯  ବିଲିୟନ ଡଲାରର ପଦ୍ମ ବ୍ରିଜ ସମେତ ବୃହତ ପ୍ରକଳ୍ପ ଆରମ୍ଭ କରିଥିଲେ। କେବଳ ଏହି ସେତୁ ମୋଟ ଘରୋଇ ଉତ୍ପାଦ (ଜିଡିପି)କୁ ୧.୨୩% ବୃଦ୍ଧି କରିବ ବୋଲି ଆଶା କରାଯାଉଛି । ନଭେମ୍ବରରେ ଏଠାରେ ମୁଦ୍ରାସ୍ଫୀତି ପ୍ରାୟ ୯.୫% ଥିଲା । ଅନ୍ୟ ଦେଶମାନଙ୍କ ପରି କରୋନା ମହାମାରୀ ମଧ୍ୟ ବାଂଲାଦେଶର ଅର୍ଥନୀତିକୁ ପ୍ରଭାବିତ କରିଥିଲା ।

ଏକ ରିପୋର୍ଟ ଅନୁଯାୟୀ, ଅଗଷ୍ଟ ୨୦୨୧ ରେ ଏହାର ବୈଦେଶିକ ମୁଦ୍ରା ଭଣ୍ଡାର ରେକର୍ଡ ୪୮ ବିଲିୟନ ଡ଼ଲାରରୁ ବର୍ତ୍ତମାନ ପ୍ରାୟ ୨୦ ବିଲିୟନ ଡ଼ଲାରକୁ ଖସି ଆସିଛି । ୨୦୧୬  ଠାରୁ ଏହାର ବୈଦେଶିକ ଋଣ ମଧ୍ୟ ଦ୍ୱିଗୁଣିତ ହୋଇଛି । ଚୀନ୍ ପରେ ବାଂଲାଦେଶ ବିଶ୍ୱର ଦ୍ୱିତୀୟ ବୃହତ୍ତମ ବୟନ ରପ୍ତାନକାରୀ ଦେଶ ଅଟେ । ଗତ ବର୍ଷ ଏହା ୪୫ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ପୋଷାକ ରପ୍ତାନି କରିଥିଲା ।

କରୋନା ବାଂଲାଦେଶର ଅର୍ଥନୈତିକ ପ୍ରଗତି ଉପରେ ଏକ ବ୍ରେକ୍ ଲଗେଇଛି ଏବଂ ଏହା ପରିସଂଖ୍ୟାନରେ ସ୍ପଷ୍ଟ ଦେଖାଯାଉଛି । ଢାକା ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ରୁ ୪.୭ ବିଲିୟନ ଡଲାର ଋଣ ପାଇଁ ଆବେଦନ କରିଛି । ତେଣୁ ନିର୍ବାଚନ ପରେ ଯିଏ ସରକାର ଗଠନ କରେ ଅର୍ଥନୀତିକୁ ବୃଦ୍ଧି କରିବା ପାଇଁ ତାଙ୍କୁ କିଛି କଠୋର ପଦକ୍ଷେପ ନେବାକୁ ପଡ଼ିବ ।

ଶେଖ ହସିନାଙ୍କ ଉପରେ ଏହି ସବୁ ଆରୋପ ଲାଗିଛି

ସାଧାରଣ ନିର୍ବାଚନକୁ ବାଂଲାଦେଶର ମୁଖ୍ୟ ବିରୋଧୀ ଦଳ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ବର୍ଜନ କରୁଛି ବୋଲି ଜଣାପଡିଛି । ଦଳ କହିଛି ଯେ ପ୍ରଧାନମନ୍ତ୍ରୀ ଶେଖ ହସିନା ନ୍ୟାୟପୂର୍ଣ୍ଣ ନିର୍ବାଚନ କରିବେ ବୋଲି ଏଥିରେ ତାଙ୍କର କୌଣସି ବିଶ୍ୱାସ ନାହିଁ । ବିରୋଧୀ ଦଳର ନେତାମାନେ ତାଙ୍କୁ ଇସ୍ତଫା ଦେବା ଏବଂ ମଧ୍ୟବର୍ତ୍ତୀକାଳୀନ ସରକାର ଅଧୀନରେ ନିର୍ବାଚନ କରିବାକୁ ଦାବି କରିଥିଲେ, ଯାହାକୁ ସେ (ଶେଖ ହସିନା) ପ୍ରତ୍ୟାଖ୍ୟାନ କରିଥିଲେ। ବରିଷ୍ଠ NNPP ନେତା ଅବଦୁଲ ମୋଇନ୍ ଖାନ କହିଛନ୍ତି ଯେ ଜାନୁଆରୀରେ ଆମେ ଯାହା ଦେଖିବାକୁ ଯାଉଛୁ ତାହା ଏକ ନକଲି ନିର୍ବାଚନ। ବାଂଲାଦେଶରେ ଗଣତନ୍ତ୍ର ମରିଯାଇଛି । ବହୁପକ୍ଷୀୟ ବ୍ୟବସ୍ଥା ପାଇଁ ଲଢୁଥିବା ନେତାଙ୍କ ପାଇଁ ଏହା ଏକ ଆଶ୍ଚର୍ଯ୍ୟଜନକ ପରିସ୍ଥିତି ଏବଂ ଆଜି ତାଙ୍କୁ ଗଣତନ୍ତ୍ର ନଷ୍ଟ କରୁଥିବା ଅଭିଯୋଗ ହୋଇଛି ।

୧୯୮୦ ମସିହାରେ ଜେନେରାଲ ହୁସେନ୍ ମହମ୍ମଦ ଏରଶାଦଙ୍କ ଶାସନ କାଳରେ ଶେଖ ହସିନା ରାସ୍ତାରେ ଯାଇଥିଲେ । ସେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ବେଗମ୍ ଖାଲେଦା ଜିଆଙ୍କ ସମେତ ଅନ୍ୟ ବିରୋଧୀ ଦଳର ନେତାଙ୍କ ସହ ହାତ ମିଳାଇଥିଲେ । ଶେଖ ମୁଜିବୁର ରହମାନଙ୍କ ବଡ ଝିଅ ଶେଖ ହସିନା ପ୍ରଥମେ ୧୯୯୬ ରେ କ୍ଷମତାକୁ ଆସିଥିଲେ । ଏହା ପରେ ଖାଲିଦା ଜିଆଙ୍କ ନେତୃତ୍ୱାଧୀନ NNPP ୨୦୦୧  ନିର୍ବାଚନରେ ​​ ହାରିଥିଲା । ୨୦୦୭ ରେ ଯେତେବେଳେ ତାଙ୍କ ଘରେ ଚଢାଉ କରାଯାଇଥିଲା ସେତେବେଳେ ଶେଖ ହସିନା ବାଂଲାଦେଶର ବିରୋଧୀଦଳର ନେତା ଥିଲେ । ତାଙ୍କୁ ଢାକା କୋର୍ଟରେ ହାଜର କରାଯାଇଥିଲା ।  ଯେଉଁଠାରେ ତାଙ୍କୁ ଜବରଦସ୍ତ ହପ୍ତା ଅସୁଲି ଅଭିଯୋଗରେ ଗିରଫ କରାଯାଇଥିଲା । ଶେଖ ହସିନା ଏହି ଅଭିଯୋଗକୁ ଆଗାମୀ ନିର୍ବାଚନରେ ​​ଅଂଶଗ୍ରହଣ ନକରିବାକୁ ଏକ ଷଡ଼ଯନ୍ତ୍ର ବୋଲି କହିଥିଲେ । ସେ ସେତେବେଳେ କହିଥିଲେ ଯେ ସେ ନିଜ ଲୋକଙ୍କ ଅଧିକାର ପାଇଁ ଲଢୁଛନ୍ତି ।

The post ୨୦୦୯ ରୁ କ୍ଷମତାରେ ଶେଖ ହସିନା । ଶାସନକାଳରେ କେତେ ବଦଳିଛି ବାଂଲାଦେଶ ? first appeared on Kanak News.

from Kanak News
via <a href="https://ifttt.com/?

ରୋହିତ ଆଉ କୋହଲିଙ୍କଠୁ ମିଳିଲା ଗ୍ରୀନ୍ ସିଗନାଲ୍ ! ଟି-୨୦ ବିଶ୍ୱକପ୍ ଖେଳିବେ ହିଟମ୍ୟାନ୍ ଆଉ କିଙ୍ଗ୍ କୋହଲି । ୩୦ ଖେଳାଳିଙ୍କ ଉପରେ ବିସିସିଆଇର ସ୍ପେଶାଲ ଫୋକସ୍

କନକ ବ୍ୟୁରୋ: ଟିମ୍ ଇଣ୍ଡିଆ ଆଉ ରୋହିତ ଶର୍ମା ଫ୍ୟାନ୍ସଙ୍କ ପାଇଁ ଆସିଛି ଖୁସି ଖବର । ଦୀର୍ଘ ଦିନ ହେଲା ଟି-୨୦ ବିଶ୍ୱକପରେ ରୋହିତ ଶର୍ମା ଖେଳିବେ କି ନାହିଁ? ଦଳର ମଙ୍ଗ ଧରିବେ କି ନାହିଁ ବୋଲି ଚର୍ଚ୍ଚା ହେଇ ଆସୁଥିବାବେଳେ, ଏବେ ଏହା ଉପରୁ ପରଦା ହଟିଛି । ଜୁନ୍ ମାସରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ଖେଳିବାକୁ ହଁ ଭରିଛନ୍ତି ବିରାଟ କୋହଲି ଆଉ କ୍ୟାପଟେନ୍ ରୋହିତ ଶର୍ମା ।

ଟିମ୍ ଇଣ୍ଡିଆର ଚିଫ୍ ସିଲେକ୍ଟର ଅଜିତ ଅଗରକରଙ୍କ ପାଇଁ ଏବେ ସବୁଠୁ ବଡ ଚ୍ୟାଲେଞ୍ଜ ହେଇଛି ଆଗାମୀ ଟି-୨୦ ବିଶ୍ୱକପ୍ ପାଇଁ ଦଳ ବାଛିବା । ଖାସ୍ କରି ଆଇପିଏଲ୍ ପରେ ପରେ ବିଶ୍ୱକପ୍ ଆରମ୍ଭ ହେଉଥିବାରୁ, ଦଳ ବାଛିବା ପାଇଁ ଅଗରକର ଖେଳାଳିଙ୍କ ଆଇପିଏଲ୍ ଫର୍ମ ଉପରେ ନିଶ୍ଚୟ ନଜର ରଖିବେ । ତେଣୁ ଏଭଳି ସ୍ଥିତିରେ ରୋହିତ ଶର୍ମା ଆଉ ବିରାଟ କୋହଲି ଉପସ୍ଥିତି ଦଳକୁ ଆହୁରି ମଜଭୁତ୍ କରିପାରେ ।

ଟିମ୍ ଇଣ୍ଡିଆ ପାଇଁ ରୋହିତ ଆଉ କୋହଲି ୨୦୨୨ ନଭେମ୍ବର ମାସରୁ କୌଣସି ବି ଗୋଟିଏ ଟି-୨୦ ମ୍ୟାଚ୍ ଖେଳିନାହାଁନ୍ତି । ଦିନିକିଆ ବିଶ୍ୱକପ୍ ପରେ ଏହି ଦୁଇ ଖେଳାଳିଙ୍କୁ କୌଣସି ବି ସର୍ଟ ଫର୍ମାଟରେ ଦେଖିବାକୁ ମିଳିନି । ତେଣୁ ଏହି ଦୁଇ ଖେଳାଳି ଆଇପିଏଲରେ କେମିତି ପ୍ରଦର୍ଶନ କରୁଛନ୍ତି, କେମିତି ଦୁଇ ଖେଳାଳିଙ୍କ ଫର୍ମ ରହୁଛି ତାହା ଉପରେ ମଧ୍ୟ ସମସ୍ତଙ୍କର ନଜର ରହିବ ।

ଗୋଟିଏ ପଟେ ରୋହିତ-କୋହଲିଙ୍କ ଉପରେ ସିଲେକ୍ଟରଙ୍କ ଫୋକସ ରହିଥିବାବେଳେ, ଅନ୍ୟପଟେ ବିସିସିଆଇ ବିଶ୍ୱକପ୍ ପାଇଁ ୩୦ ଖେଳାଳିଙ୍କ ଉପରେ ସ୍ପେଶାଲ ଫୋକସ୍ ରଖିଛି । ଏହି ୩୦ ଖେଳାଳିଙ୍କ ଭିତରୁ ହିଁ ଆଗାମୀ ଟି-୨୦ ବିଶ୍ୱକପ୍ ପାଇଁ ଦଳ ଚୟନ କରାଯିବ । ତେବେ ଏହି ୩୦ ଜଣ ଖେଳାଳି କିଏ କିଏ? ତାହା ଏବେ ବି ସ୍ପଷ୍ଟ ହେଇନି । କୁହାଯାଇଛି ପ୍ରତିଟି ପୋଜିସନ୍ ପାଇଁ ବିସିସିଆଇ ନିଜ ପସନ୍ଦର ଦୁଇ ଜଣ ଖେଳାଳିଙ୍କୁ ରଖିଛି । ସେମାନଙ୍କ ଭିତରୁ ଭଲ ଫର୍ମ ଯାହାର ବି ଥିବ, ସେ ବିଶ୍ୱକପ୍ ଦଳରେ ସ୍ଥାନ ପାଇବ ।

ବର୍ତମାନ ସମୟରେ ସୂର୍ଯ୍ୟକୁମାର ଯାଦବ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଫିଟ୍ ନାହାଁନ୍ତି । ତେଣୁ ଏହି ଦୁଇ ଖେଳାଳି ମଧ୍ୟ ବିଶ୍ୱକପ୍ ଖେଳିବେ ବୋଲି ଏକପ୍ରକାର ପକ୍କା ନୁହେଁ । ତେବେ ଆଇପିଏଲରେ ଏହି ଦୁଇ ଖେଳାଳି କେମିତି ମ୍ୟାଚ୍ ଖେଳୁଛନ୍ତି, ତାହା ଉପରେ ସମସ୍ତଙ୍କର ନଜର ରହିବ । ତେବେ ଯଦି ପାଣ୍ଡ୍ୟା ବିଶ୍ୱକପ୍ ନଖେଳନ୍ତି, ତେବେ ତାଙ୍କ ଜାଗାରେ ଶିଭମ ଦୁବେ, କିମ୍ବା ଭେଙ୍କଟେଶ ଆୟରଙ୍କୁ ବିଶ୍ୱକପ୍ ଦଳରେ ଦେଖିବାକୁ ମିଳିପାରେ ।

The post ରୋହିତ ଆଉ କୋହଲିଙ୍କଠୁ ମିଳିଲା ଗ୍ରୀନ୍ ସିଗନାଲ୍ ! ଟି-୨୦ ବିଶ୍ୱକପ୍ ଖେଳିବେ ହିଟମ୍ୟାନ୍ ଆଉ କିଙ୍ଗ୍ କୋହଲି । ୩୦ ଖେଳାଳିଙ୍କ ଉପରେ ବିସିସିଆଇର ସ୍ପେଶାଲ ଫୋକସ୍ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started