ରାଜ୍ୟରେ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ । ଜେଏନ୍ .୧ ରେ ଆକ୍ରାନ୍ତ ୨ ଜଣ ଚିହ୍ନଟ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ।

କନକ ବ୍ୟୁରୋ: ରାଜ୍ୟରେ କରୋନାର ନୂଆ ଭାରିଆଣ୍ଟ ଜେଏନ୍ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ୨ ଜଣ ବ୍ୟକ୍ତି ଏହି ଭାରିଆଣ୍ଟରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ୨ ଜଣଙ୍କ ମଧ୍ୟରୁ ଜଣେ ସୁସ୍ଥ ଥିବା ଜଣାପଡିଛି ।

ତେବେ ଚଳିତ ବର୍ଷ ରାଜ୍ୟରେ କରୋନା ଜନିତ ମୃତ୍ୟୁ ନେଇ କୌଣସି ଘଟଣା ଏଯାଏଁ ଘଟିନାହିଁ । ଯଦି ଏଭଳି ଅଭିଯୋଗ ଆସେ , ଅଡିଟ୍ ପରେ ତଥ୍ୟ ଦିଆଯିବ । ଏବେ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି । ତେବେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

The post ରାଜ୍ୟରେ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ । ଜେଏନ୍ .୧ ରେ ଆକ୍ରାନ୍ତ ୨ ଜଣ ଚିହ୍ନଟ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା । first appeared on Kanak News.

from Kanak News
via <a href="https://ifttt.com/?

‘ପ୍ରଧାନମନ୍ତ୍ରୀ ପ୍ରାଣ ପ୍ରତିଷ୍ଠା କରିବେ, ମୁଁ କ’ଣ ସେଠି ତାଳି ମାରିବି?…ଅଯୋଧ୍ୟା ନଯିବାକୁ ଘୋଷଣା କଲେ ପୁରୀ ଶଙ୍କରାଚାର୍ଯ୍ୟ ।

କନକ ବ୍ୟୁରୋ: ଜାନୁଆରୀ ୨୨ରେ ଅଯୋଧ୍ୟା ଶୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ । ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଏହି ସମାରୋହକୁ ଐତିହାସିକ ବନାଇବାକୁ ଉତ୍ତରପ୍ରଦେଶ ସରକାର ଓ ଅଯୋଧ୍ୟା ପ୍ରଶାସନ ପୁରା ଦମରେ ଲାଗିଛନ୍ତି । ଶ୍ରୀରାମ ମନ୍ଦିରର ପ୍ରଥମ ମହଲା ସମ୍ପୂର୍ଣ୍ଣ ହୋଇଥିବାବେଳେ ଏବେ ଏହାକୁ ସଜ୍ଜିତ କରାଯାଉଛି । ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁଖ୍ୟ ଯଜମାନ ଭାବେ ଚୟନ କରାଯାଇ ତାଙ୍କୁ ନିମନ୍ତ୍ରଣ କରାଯାଇଛି । ଏପରିକି ରାମଲାଲାଙ୍କ ଭବ୍ୟ ମୂର୍ତ୍ତିକୁ ମଧ୍ୟ ଗର୍ଭ ଗୃହ ସିଂହାସନରେ ଅଧିଷ୍ଠିତ କରାଇବା ଦାୟିତ୍ୱ ମଧ୍ୟ ମୋଦୀଙ୍କୁ ଦିଆଯାଇଥିବା ସୂଚନା ରହିଛି ।

କିନ୍ତୁ ଏହାକୁ ନେଇ ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ବିରୋଧ କରିଛନ୍ତି ଏବଂ ଘୋର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବୁଧବାର ରତଲାମରେ ଆୟୋଜିତ ଏକ ଧାର୍ମିକ ସମ୍ମିଳନୀରେ ଯୋଗ ଦେବା ଅବସରରେ ତାଙ୍କୁ ଏନେଇ ପଚରାଯାଇଥିଲା । ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଶଙ୍କରାଚାର୍ଯ୍ୟ କହିଥିଲେ ଯେ, ‘ ଅଯୋଧ୍ୟା ଶ୍ରୀରାମମନ୍ଦିରକୁ ମୋଦୀଜୀ ଲୋକାର୍ପଣ କରିବେ । ମୂର୍ତ୍ତିକୁ ସ୍ପର୍ଶ କରି ପ୍ରତିଷ୍ଠା କରିବେ । ମୁଁ କ’ଣ ସେଠି ଛିଡା ହୋଇ ତାଳି ମାରି ଜୟ ଜୟକାର କରିବି? ମୋ ପଦର ମଧ୍ୟ ମର୍ଯ୍ୟାଦା ରହିଛି । ରାମ ମନ୍ଦିରର ପ୍ରତିଷ୍ଠା ଶାସ୍ତ୍ର ଅନୁସାରେ ହେବା ଉଚିତ । କିନ୍ତୁ ଏଭଳି ଅୟୋଜନକୁ ମୁଁ ଯିବି ନାହିଁ’ ।

ଶଙ୍କରାଚାର୍ଯ୍ୟ ଆହୁରି ମଧ୍ୟ କହିଛନ୍ତି, ‘ମୋତେ ଯେଉଁ ନିମନ୍ତ୍ରଣ ପତ୍ର ଦିଆଯାଇଛି ସେଥିରେ ମୁଁ ଏବଂ ଅନ୍ୟ ଜଣଙ୍କୁ ଯିବାକୁ ଅନୁମତି ରହିଛି । ଏହା ବ୍ୟତୀତ ଆଉ କିଛି ବି ଯୋଗାଯୋଗ କରାଯାଇନାହିଁ । ଏହି କାରଣରୁ ମୁଁ ସେ ଆୟୋଜନକୁ ଯିବିନାହିଁ । ଶ୍ରୀରାମ ମନ୍ଦିରକୁ ନେଇ ଯେଭଳି ଭାବେ ରାଜନୀତି ହେଉଛି ତାହା ଗ୍ରହଣୀୟ ନୁହେଁ’ । ଏହାସହ ଧର୍ମସ୍ଥଳ ଗୁଡିକୁ ଯେଭଳି ନବୀନକରଣ କରାଯାଇ କରିଡର ବନାଯାଉଛି ତାକୁ ନେଇ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ।

The post ‘ପ୍ରଧାନମନ୍ତ୍ରୀ ପ୍ରାଣ ପ୍ରତିଷ୍ଠା କରିବେ, ମୁଁ କ’ଣ ସେଠି ତାଳି ମାରିବି?…ଅଯୋଧ୍ୟା ନଯିବାକୁ ଘୋଷଣା କଲେ ପୁରୀ ଶଙ୍କରାଚାର୍ଯ୍ୟ । first appeared on Kanak News.

from Kanak News
via <a href="https://ifttt.com/?

୩୯୨ ଖୁମ୍ଭ, ୪୪ଟି ଦ୍ୱାର । ସିଂହଦ୍ୱାରରୁ ଶ୍ରୀରାମ ମନ୍ଦିରରେ ପ୍ରବେଶ କରିବେ ଭକ୍ତ । ଦେଖନ୍ତୁ, ୨୦ଟି ପଏଣ୍ଟରେ ରାମ ମନ୍ଦିରର ସମ୍ପୂର୍ଣ୍ଣ ତଥ୍ୟ…

କନକ ବ୍ୟୁରୋ: ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଏବେ ସମସ୍ତଙ୍କର ଅପେକ୍ଷା । ଆସନ୍ତା ଜାନୁଆରୀ ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଏହି ଭବ୍ୟ ସମାରୋହ । ତେବେ ଏହାପୂର୍ବରୁ ଗୁରୁବାର ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ତରଫରୁ ମନ୍ଦିର ସମ୍ପର୍କରେ କିଛି ଜରୁରୀ ସୂଚନା ଦିଆଯାଇଛି । ଟ୍ରଷ୍ଟ ତରଫରୁ ୨୦ଟି ପଏଣ୍ଟରେ ମନ୍ଦିର ସମ୍ପର୍କରେ ସମସ୍ତ ତଥ୍ୟ ଦିଆଯାଇଛି ।

ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଦେଇଥିବା ସୂଚନା ମୁତାବକ, ମନ୍ଦିରରେ ମୋଟ ୩୯୨ଟି ଖୁମ୍ଭ ରହିଛି, ୪୪ଟି ଦ୍ୱାର ରହିଛି । ତା ସହିତ ଆଗାମୀ ଦିନରେ ଭକ୍ତମାନେ ସିଂହଦ୍ୱାର ପଟୁ ମନ୍ଦିରରେ ପ୍ରବେଶ କରିବା ସହିତ ୩୨ଟି ପାହାଚ ଅତିକ୍ରମ କରି ଭଗବାନଙ୍କ ଦର୍ଶନ କରିବେ ।

https://platform.twitter.com/widgets.js

ନଜର ପକାନ୍ତୁ ଶ୍ରୀରାମ ମନ୍ଦିରର ୨୦ଟି ଗୁରୁତ୍ୱପୂର୍ଣ୍ଣ ତଥ୍ୟ…

୧ – ମନ୍ଦିର ପରମ୍ପରାଗତ ନାଗର ଶୈଳୀରେ ନିର୍ମାଣ କରାଯାଇଛି
୨ – ମନ୍ଦିରର ଲମ୍ବ(ପୂର୍ବରୁ ପଶ୍ଚିମକୁ)୩୮୦ ଫୁଟ, ଚଉଡା ୨୫୦ ଫୁଟ, ଉଚ୍ଚତା ୧୬୧ ଫୁଟ୍
୩ – ମନ୍ଦିରଟି ତିନି ମହଲା ବିଶିଷ୍ଟ । ପ୍ରତ୍ୟେକ ମହଲାର ଉଚ୍ଚତା ୨୦ ଫୁଟ ଅଟେ । ମନ୍ଦିରରେ ମୋଟ ୩୯୨ଟି ଖୁମ୍ଭ ଏବଂ ୪୪ଟି ଦ୍ୱାର ରହିଛି ।
୪- ମୁଖ୍ୟ ଗର୍ଭଗୃହରେ ପ୍ରଭୁ ଶ୍ରୀରାମଙ୍କ ବାଲ୍ୟସ୍ୱରୂପ ବିରାଜମାନ କରିବେ ।
୫ – ମନ୍ଦିରରେ ୫ଟି ମଣ୍ଡପ ରହିବ – ନୃତ୍ୟ ମଣ୍ଡପ, ରଙ୍ଗ ମଣ୍ଡପ, ସଭା ମଣ୍ଡପ, ପ୍ରାର୍ଥନା ମଣ୍ଡପ ଏବଂ କୀର୍ତ୍ତନ ମଣ୍ଡପ
୬ – ଖୁମ୍ଭ ଏବଂ କାନ୍ଥରେ ଦେବୀ ଦେବତାଙ୍କ ମୂର୍ତ୍ତି ରହିବ
୭ – ମନ୍ଦିରକୁ ଭକ୍ତମାନେ ପୂର୍ବଦ୍ୱାର ଦେଇ ପ୍ରବେଶ କରିବେ । ସେଠାରେ ୩୨ଟି ସିିଡି ରହିଛି
୮ – ଦିବ୍ୟାଙ୍ଗ ଏବଂ ବୃଦ୍ଧଙ୍କ ପାଇଁ ମନ୍ଦିରରେ ରାମ୍ପ ଏବଂ ଲିଫ୍ଟର ବ୍ୟବସ୍ଥା ରହିଛି
୯ – ମନ୍ଦିରର ଚାରିପଟେ ଆୟତାକାର ପରକୋଟା ରହିଛି । ଚାରିଦିଗରେ ଏହାର ମୋଟ ଲମ୍ବା ହେଉଛି ୭୩୨ ମିଟର ଏବଂ ଚଉଡା ହେଉଛି ୧୪ ଫୁଟ
୧୦ – ପରକୋଟାର ଚାରିକୋଣରେ ସୂର୍ଯ୍ୟଦେବ, ମା ଭଗବତୀ, ଗଣପତି ଏବଂ ଭଗବାନ ଶିବଙ୍କୁ ସମର୍ପିତ ହେଇଥିବା ୪ଟି ମନ୍ଦିର ନିର୍ମାଣ ହେବ । ମାଆ ଅନ୍ନପୂର୍ଣ୍ଣା ଏବଂ ହନୁମାନଙ୍କର ମଧ୍ୟ ମନ୍ଦିର ନିର୍ମାଣ ହେବ
୧୧ – ମନ୍ଦିର ପାଖରେ ପୌରାଣିକ କାଳର ସୀତାକୁଣ୍ଡ ରହିବ
୧୨ – ମନ୍ଦିର ପରିସରରେ ପ୍ରସ୍ତାବିତ ଅନ୍ୟ ମନ୍ଦିର ଯଥା – ମହର୍ଷି ବାଲ୍ମୀକି, ମହର୍ଷି ବଶିଷ୍ଠ, ମହର୍ଷି ବିଶ୍ୱାମିତ୍ର, ମହର୍ଷି ଅଗସ୍ତ୍ୟ, ନିଷାଦରାଜ, ମାତା ଶବରୀ ଏବଂ ଋଷିପତ୍ନୀ ଦେବୀ ଅହଲ୍ୟାଙ୍କ ମନ୍ଦିର ରହିବ ।
୧୩ – ଦକ୍ଷିଣ ପଶ୍ଚିମ ଭାଗରେ ଭଗବାନ ଶିବଙ୍କ ଏକ ପ୍ରାଚୀନ ମନ୍ଦିର ରହିଛି । ଏହା ପାଖରେ ଜଟାୟୁଙ୍କ ସ୍ଥାପନ କରାଯାଇଛି
୧୪ – ମନ୍ଦିରରେ କୌଣସି ଲୁହାର ବ୍ୟବହାର କରାଯାଇନି
୧୫ – ମନ୍ଦିରର ତଳେ ୧୪ ମିଟର ମୋଟା ରୋଲର କମ୍ପାକ୍ଟଟେଡ୍ କଂକ୍ରିଟ୍ ବିଛାଯାଇଛି । ଯାହାକୁ କି କୃତ୍ରିମ ଚଟ୍ଟାଣର ରୂପ ଦିଆଯାଇଛି
୧୬ – ମନ୍ଦିରକୁ ପୃଥିବୀର ଆର୍ଦ୍ରତାରୁ ସୁରକ୍ଷା ଦେବା ମଧ୍ୟ ବ୍ୟବସ୍ଥା କରାଯାଇଛି
୧୭ – ମନ୍ଦିର ପରିସରରେ ସ୍ୱତନ୍ତ୍ର ଭାବେ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ, ନିଆଁ ଲିଭାଇବା ପାଇଁ ଜଳର ବ୍ୟବସ୍ଥା ଏବଂ ସ୍ୱତନ୍ତ୍ର ପାୱାର ଷ୍ଟେସନର ନିର୍ମାଣ କରାଯାଇଛି ।
୧୮ – ୨୫ ହଜାର କ୍ଷମତା ବିଶିଷ୍ଟ ଏକ ଦର୍ଶନାର୍ଥୀ ସୁବିଧା କେନ୍ଦ୍ରର ନିର୍ମାଣ କରାଯାଇଛି । ଯେଉଁଠି ଦର୍ଶନାର୍ଥୀମାନେ ନିଜର ଜିନିଷ ପତ୍ର ରଖିବା ସହିତ ସେଠାରେ ଚିକିତ୍ସା ସୁବିଧା ବି ପାଇପାରିବେ
୧୯ – ମନ୍ଦିର ପରିସରରେ ସ୍ନାନାଗାର, ଶୌଚାଳୟ, ୱାସ୍ ବେସିନ୍ ଆଦିର ସୁବିଧା ରହିଛି
୨୦ – ମନ୍ଦିରର ନିର୍ମାଣ ପୂରାତନ ଭାରତୀୟ ପରମ୍ପରା ଏବଂ ସ୍ୱଦେଶୀ ଜ୍ଞାନକୌଶଳରେ କରାଯାଇଛି । ପରିବେଶ ଓ ଜଳ ସଂରକ୍ଷଣକୁ ମଧ୍ୟ ବିଶେଷ ଭାବେ ଧ୍ୟାନ ଦିଆଯାଇଛି ।

The post ୩୯୨ ଖୁମ୍ଭ, ୪୪ଟି ଦ୍ୱାର । ସିଂହଦ୍ୱାରରୁ ଶ୍ରୀରାମ ମନ୍ଦିରରେ ପ୍ରବେଶ କରିବେ ଭକ୍ତ । ଦେଖନ୍ତୁ, ୨୦ଟି ପଏଣ୍ଟରେ ରାମ ମନ୍ଦିରର ସମ୍ପୂର୍ଣ୍ଣ ତଥ୍ୟ… first appeared on Kanak News.

from Kanak News
via <a href="https://ifttt.com/?

ଆଉ ଏକ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ । ଟ୍ରକ ଚାଳକଙ୍କ ସମେତ ୪ ଗୁରୁତର । ହୀରାକୁଦରୁ ପିକନିକ୍ ସାରି ଫେରିବାବେଳେ ଦୁର୍ଘଟଣା ।

କନକ ବ୍ୟୁରୋ: ଢେଙ୍କାନାଳ ମହାବିରୋଡ଼ ଥାନା ଭେଜିଆ ମନ୍ଦିର ଛକ ନିକଟରେ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ସମ୍ବଲପୁରରୁ ଚଣ୍ଡିଖୋଲ ଯାଉଥିବା ବେଳେ ତାଳଚେର ଆଡ଼ୁ ଖମାର ଆଡ଼କୁ ଯାଉଥିବା ଟ୍ରକ୍ ମଧ୍ୟ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ବସରେ ଥିବା ୩ଜଣ ଆହତ ହୋଇଛନ୍ତି । ଟ୍ରକ୍ ଚାଳକ ମଧ୍ୟ ଗୁରୁତର ଅଛନ୍ତି । ବସରେ ଥିଲେ ୫୧ ଜଣ ଯାତ୍ରୀ । ଚଣ୍ଡୀଖୋଲରୁ ସମ୍ବଲପୁର ହୀରାକୁଦ ଯାଇଥିଲା ଏହି ବସ୍ । ପିକନିକ୍ ଯାଇଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ମହାବିରୋଡ଼ ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

The post ଆଉ ଏକ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ । ଟ୍ରକ ଚାଳକଙ୍କ ସମେତ ୪ ଗୁରୁତର । ହୀରାକୁଦରୁ ପିକନିକ୍ ସାରି ଫେରିବାବେଳେ ଦୁର୍ଘଟଣା । first appeared on Kanak News.

from Kanak News
via <a href="https://ifttt.com/?

ବୋଲଗଡ ତହସିଲଦାରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ଲୋକଙ୍କୁ ଦୁର୍ବ୍ୟବହାର ସହ ଶୋଷଣ କରୁଥିବା ଅଭିଯୋଗ ଆଣିଲେ ଆଇନଜୀବୀ ।

କନକ ବ୍ୟୁରୋ: ବୋଲଗଡ ତହସିଲଦାରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ସ୍ଥାନୀୟ ଆଇନଜୀବୀ । କହିଲେ, ଲୋକଙ୍କୁ ଶୋଷଣ ସହ ଓକିଲଙ୍କୁ ଦୁର୍ବ୍ୟବହାର, କରୁଛନ୍ତି ବୋଲଗଡ ତହସିଲଦାର । ବୁଧବାର ତହସିଲ ଅଫିସରେ ଏକ ସତ୍ୟପାଠ ଦାଖଲ ସମୟରେ ତହସିଲଦାର ଓ ଓକିଲ ପୁରୁଷୋତମ ସୁବୁଦ୍ଧିଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ପୁରୁଷୋତମଙ୍କ ନାଁରେ ଦୁର୍ବବ୍ୟବହାର ଅଭିଯୋଗ କରି ବୋଲଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ ତହସିଲଦାର ନିବେଦିତା ପରିଡା । ଯାହାକୁ ନେଇ ପୁରୁଷୋତ୍ତମଙ୍କୁ ଅଟକ ରଖିଥିଲା ବୋଲଗଡ ପୋଲିସ । ମାତ୍ର ଏହାପରେ ବୋଲଗଡ ଓକିଲ ସଂଘ ପକ୍ଷରୁ ତହସିଲଦାରଙ୍କ ବିରୋଧରେ ପାଲଟା ଅଭିଯୋଗ ହୋଇଛି ।

ତହସିଲଦାର ଓକିଲମାନଙ୍କୁ ଦୁର୍ବ୍ୟବହାର ସହ ଧମକ ଚମକ ଦେଉଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି । ଏପରିକି ତହସିଲଦାର ସାଧାରଣ ଲୋକଙ୍କୁ ଶୋଷଣ କରୁଥିବା ଓକିଲମାନେ କହିଛନ୍ତି । ଉଭୟ ପକ୍ଷର ଏତଲାକୁ ନେଇ ଏବେ ତଦନ୍ତ କରୁଛି ବୋଲଗଡ ପୋଲିସ । ଏସମ୍ପର୍କରେ ପ୍ରତିକ୍ରିୟା ପାଇଁ ତହସିଲଦାରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇନଥିଲେ ।

The post ବୋଲଗଡ ତହସିଲଦାରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ଲୋକଙ୍କୁ ଦୁର୍ବ୍ୟବହାର ସହ ଶୋଷଣ କରୁଥିବା ଅଭିଯୋଗ ଆଣିଲେ ଆଇନଜୀବୀ । first appeared on Kanak News.

from Kanak News
via <a href="https://ifttt.com/?

ବିଜେପି ପକ୍ଷରୁ ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ । ଧାନ , କପାର ଅଭାବୀ ବିକ୍ରି ଓ ଅବାଧ ମଦ କାରବାରକୁ ବିରୋଧ ।

କନକ ବ୍ୟୁରୋ: ବିଜେପି ପକ୍ଷରୁ କଳାହାଣ୍ଡି ବନ୍ଦ । ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ୧୨ଘଣ୍ଟିଆ ବନ୍ଦ ପାଳନ କରୁଛି ଦଳ । ଧର୍ମଗଡ, ଜୁନାଗଡ଼ ଓ ଗୋଳାମୁଣ୍ଡା ବ୍ଲକ ଅଞ୍ଚଳରେ ବନ୍ଦର ପ୍ରଭାବ ପଡ଼ିଛି । ଧାନର କଟନି ଛଟନି, କପାର ଅଭାବି ବିକ୍ରି ସହରାଞ୍ଚଳରେ ବିଦ୍ୟୁତ୍ ଦର ବୃଦ୍ଧି ଏବଂ ଜିଲ୍ଲାରେ ଅବାଧ ମଦ କାରବାରକୁ ବିରୋଧ କରି ଏହି ବନ୍ଦ ପାଳନ କରାଯାଉଛି । ବିଜେପି ନେତା ଓ କର୍ମୀ ରାସ୍ତା ଉପରେ ଆନ୍ଦୋଳନ କରୁଛନ୍ତି । ଫଳରେ ଗାଡ଼ିମଟର ଚଳାଚଳ ସହ ଦୋକାନ ବଜାର ଓ ସ୍କୁଲ କଲେଜ ବନ୍ଦ ରହିଛି ।

The post ବିଜେପି ପକ୍ଷରୁ ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ । ଧାନ , କପାର ଅଭାବୀ ବିକ୍ରି ଓ ଅବାଧ ମଦ କାରବାରକୁ ବିରୋଧ । first appeared on Kanak News.

from Kanak News
via <a href="https://ifttt.com/?

ଭଗବାନ ଶ୍ରୀରାମଙ୍କୁ ଭେଟି ଦିଆଯିବ ଏହି ପାଦୁକା । ଓଜନ ହେଉଛି ୧୨.୫ କେଜି । ସୁନା, ରୂପା ଓ ପିତ୍ତଳରେ ହେଇଛି ନିର୍ମାଣ ।

କନକ ବ୍ୟୁରୋ: ଆସନ୍ତା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ଉଦଘାଟିତ ହେବାକୁ ଯାଉଛି ଭଗବାନ ଶ୍ରୀରାମଙ୍କ ଭବ୍ୟ ମନ୍ଦିର । ଏହି ଦିନ ଗର୍ଭଗୃହରେ ରାମଲଲ୍ଲା ବିରାଜମାନ କରିବାକୁ ଥିବାବେଳେ, ଏଥିପାଇଁ ପ୍ରସ୍ତୁତି ବି ଜୋରସୋରରେ ଜାରି ରହିଛି । ଆଉ ଏହି ଅବସରରେ, ତେଲେଙ୍ଗାନା ହାଇଦ୍ରାବାଦର ଏକ ଅନୁଷ୍ଠାନ ଅଯୋଧ୍ୟା ଭାଗ୍ୟନଗର ସୀତରାମ ଫାଉଣ୍ଡେସନ୍ ଭଗବାନ ଶ୍ରୀରାମଙ୍କୁ ୧ କୋଟି ଟଙ୍କାର ଏକ ପାଦୁକା ଭେଟି ଦେବ ।

ସୂଚନା ମୁତାବକ, ପ୍ରଭୁ ଶ୍ରୀରାମଙ୍କ ପାଦୁକାର ଗୋଟିଏ ଯୋଡି ବର୍ତମାନ ଅଯୋଧ୍ୟାରେ ପହଞ୍ଚିସାରିଛି । ଆଉ ଦ୍ୱିତୀୟ ଯୋଡିକୁ ଭକ୍ତଙ୍କ ସାହାଯ୍ୟରେ ଅଯୋଧ୍ୟା ପଠାଯାଉଛି । ଏହି ପାଦୁକାର ଲମ୍ବ ୧୨.୫ ଇଞ୍ଚ ହେଇଥିବାବେଳେ, ଏହାର ଓସାର ହେଉଛି ୫.୫ ଇଞ୍ଚ । ସେହିବଳି ଏହା ୧ ଇଞ୍ଚ ମୋଟା ହେଇଥିବାବେଳେ, ମୋଟ ଉପରେ ଏହାର ଓଜନ ୧୨.୫ କେଜି । ସୁନ, ରୂପା, ତମ୍ବା ଏବଂ ପିତ୍ତଳରେ ଏହି ପାଦୁକାକୁ ନିର୍ମାଣ କରାଯାଇଛି ।

ଏହି ପାଦୁକାର ନିର୍ମାଣ ଅଯୋଧ୍ୟା ଭାଗ୍ୟନଗର ସୀତାରାମ ଫାଉଣ୍ଡେସନର ସଂସ୍ଥାପକ ତଥା ନିର୍ଦ୍ଦେଶକ ଶ୍ରୀନିବାସ ଶାସ୍ତ୍ରୀ କରିଛନ୍ତି । ତାଙ୍କ କହିବା ମୁତାବକ, ଏହାକୁ ନିର୍ମାଣ କରିବାକୁ ୨୫ ଦିନ ଲାଗିଛି । ଏହାକୁ ଭଗବାନ ଶ୍ରୀରାମଙ୍କ ପାଖରେ ଭେଟି ଦିଆଯିବ । ଆସନ୍ତା ଜାନୁଆରୀ ୧୦ରୁ ୧୫ ଭିତରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏହି ପାଦୁକା ପ୍ରଦାନ କରାଯିବ ।

The post ଭଗବାନ ଶ୍ରୀରାମଙ୍କୁ ଭେଟି ଦିଆଯିବ ଏହି ପାଦୁକା । ଓଜନ ହେଉଛି ୧୨.୫ କେଜି । ସୁନା, ରୂପା ଓ ପିତ୍ତଳରେ ହେଇଛି ନିର୍ମାଣ । first appeared on Kanak News.

from Kanak News
via <a href="https://ifttt.com/?

ବିଚାର ବେଳେ ଓକିଲଙ୍କ ଉପରେ ରାଗିଗଲେ ପ୍ରଧାନ ବିଚାରପତି । କହିଲେ , ଅଦାଲତକୁ ଡରାଇବାକୁ ଚେଷ୍ଟା କରନି ।

କନକ ବ୍ୟୁରୋ: ସୁପ୍ରିମକୋର୍ଟରେ ଆଜି ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଦେଶର ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ଏକ ମାମଲାର ଶୁଣାଣି ବେଳେ ଜନୈକ ଆଇନଜୀବୀଙ୍କ ଉପରେ ହଠାତ୍‌ ରାଗି ଯାଇଥିଲେ। ଆବେଦନ ତାଲିକାଭୁକ୍ତ କରିବା ମାମଲାରେ କଥା କଟାକଟି ହେବାରୁ ସିଜେଆଇ ଚନ୍ଦ୍ରଚୂଡ଼ ଉକ୍ତ ଓକିଲଙ୍କୁ ଭର୍ତ୍ସନା କରିବା ସହ ଅଦାଲତକୁ ଡରାଇବା ଓ ଧମକାଇବା ଚେଷ୍ଟା ବିରୋଧରେ କାର୍ୟ୍ୟାନୁଷ୍ଠାନ ଚେତାବନୀ ଦେଇଥିଲେ। ଓକିଲ ଜଣକ ଯୁକ୍ତି ଆରମ୍ଭ କରିବାରୁ ପ୍ରଧାନ ବିଚାରପତି ତାଙ୍କୁ ପଚାରିଥିଲେ-‘ ଆପଣ ସାଧାରଣତଃ କେଉଁଠି ପ୍ରତିନିଧିତ୍ୱ କରନ୍ତି? ଆପଣ ଜାଣନ୍ତି ଆପଣ କେଉଁଠି ଛିଡ଼ା ହୋଇଛନ୍ତି। କ’ଣ ଆପଣ ପ୍ରତ୍ୟେକ ଥର ବିଚାରପତିଙ୍କ ପ୍ରତି ଏଭଳି ଚିତ୍କାର କରିଥାନ୍ତି? ଆପଣ ପ୍ରଥମେ ଆପଣଙ୍କ ସ୍ୱର କମାନ୍ତୁ।

ଯଦି ଆପଣଙ୍କୁ ଲାଗୁଛି ଯେ ଆପଣ ବଡ଼ ପାଟିରେ ଗର୍ଜନ କରି ଆମକୁ ଡରାଇପାରିବେ, ତା’ହେଲେ ଆପଣ ଭୁଲ୍‌ କରୁଛନ୍ତି। ଏଭଳି ଘଟଣା ୨୩ ବର୍ଷ ଭିତରେ ହୋଇନାହିଁ ଏବଂ ମୋର କ୍ୟାରିୟରର ଶେଷ ବର୍ଷରେ ମଧ୍ୟ ଏଭଳି ହେବନାହିଁ।’ ସିଜେଆଇ ଏହା କହିବା ଭିତରେ ବି ଉକ୍ତ ଓକିଲ ଜଣକ ତାଙ୍କ ଯୁକ୍ତି ରଖିବାକୁ ପ୍ରୟାସ କରିବାରୁ ସିଜେଆଇ କ୍ରୋଧିତ ହୋଇ କହିଥିଲେ-‘ଚୁପ୍‌, ଏକଦମ୍‌ ଚୁପ୍ ରୁହନ୍ତୁ। ଆପଣ ଏବେ ଏହି ଅଦାଲତ ଛାଡ଼ନ୍ତୁ। ଆପଣ ଆମକୁ ଡରାଇପାରିବେ ନାହିଁ।’ ସିଜେଆଇଙ୍କ ଏଭଳି କଡ଼ା ପ୍ରତିକ୍ରିୟା ଦେଖି ଉକ୍ତ ଓକିଲ ତୁରନ୍ତ କ୍ଷମା ପ୍ରାର୍ଥନା କରିଥିଲେ ଏବଂ ଅଧିକ ବିନମ୍ର ହୋଇ ନିଜ ପକ୍ଷ ରଖିଥିଲେ।

ଏହା ପୂର୍ବରୁ ମଧ୍ୟ କୋର୍ଟ ରୁମ୍‌ରେ ଓକିଲଙ୍କ ଆଚରଣ ନେଇ ସିଜେଆଇଙ୍କ କଡ଼ା ପ୍ରତିକ୍ରିୟା ରଖିଥିବା ନଜିର ରହିଛି। ୧୬ ଅକ୍ଟୋବର ୨୦୨୩ରେ ଜଣେ ଓକିଲ ମୋବାଇଲରେ କଥା ହେଉଥିବାରୁ ସିଜେଆଇ ରାଗି ଯାଇଥିଲେ ଏବଂ ତାଙ୍କୁ କହିଥିଲେ, ଏହା କ’ଣ ବଜାର କି? ଏହା ସହିତ ତାଙ୍କ ମୋବାଇଲ ନେଇଯିବା ପାଇଁ ନିଜ କର୍ମଚାରୀଙ୍କୁ କହିଥିଲେ। ଏହାପରେ ଉକ୍ତ ଓକିଲ କ୍ଷମା ପ୍ରାର୍ଥନା କରିଥିଲେ। ମାର୍ଚ୍ଚ ୨୦୨୩ରେ ମଧ୍ୟ ପ୍ରଧାନ ବିଚାରପତି ବରିଷ୍ଠ ଆଇନଜୀବୀ ବିକାଶ ସିଂହଙ୍କୁ ଭର୍ତ୍ସନା କରି କୋର୍ଟ ରୁମ୍‌ରୁ ବାହାରିଯିବାକୁ କହିଥିଲେ। ଏକ ଜମିଜମା ମାମଲାରେ ଶୁଣାଣି ତାରିଖ ନେଇ ଓକିଲ ଉଚ୍ଚ ସ୍ୱରରେ ଯୁକ୍ତି କରିବାରୁ ସିଜେଆଇ ରାଗିଯାଇଥିଲେ।

The post ବିଚାର ବେଳେ ଓକିଲଙ୍କ ଉପରେ ରାଗିଗଲେ ପ୍ରଧାନ ବିଚାରପତି । କହିଲେ , ଅଦାଲତକୁ ଡରାଇବାକୁ ଚେଷ୍ଟା କରନି । first appeared on Kanak News.

from Kanak News
via <a href="https://ifttt.com/?

ଆଜି ଦିଲ୍ଲୀରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ । ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ୍ ଖଡଗେଙ୍କ ସମେତ ଯୋଗଦେବେ ରାଜ୍ୟ ପ୍ରଭାରୀ , ନ୍ୟାୟ ଯାତ୍ରା ପାଇଁ ହେବ ଆଲୋଚନା ।

କନକ ବ୍ୟୁରୋ: ଆଜି ଦିଲ୍ଲୀରେ ବସୁଛି କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟ ପ୍ରଭାରୀମାନଙ୍କୁ ନେଇ ଦିନ ୧୧ଟାରେ ଦିଲ୍ଲୀ ପାର୍ଟି ଅଫିସ୍ରେ ଏହି ବୈଠକ ବସୁଛି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ୍ ଖଡଗେ ଏହାର ଅଧ୍ୟକ୍ଷତା କରୁଥିବାବେଳେ ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ ବରିଷ୍ଠ କଂଗ୍ରେସ ନେତା ବି ଏଥିରେ ସାମିଲ ହେବେ । ବୈଠକରେ ଭାରତ ନ୍ୟାୟ ଯାତ୍ରାକୁ ନେଇ ରାଜ୍ୟ ପ୍ରଭାରୀଙ୍କ ସହ ଆଲୋଚନା କରିବେ ରାହୁଲ । ଏଥିସହ ଲୋକସଭା ନିର୍ବାଚନ ପ୍ରସ୍ତୁତି ନେଇ ମଧ୍ୟ ଚର୍ଚ୍ଚା ହୋଇପାରେ ।

ଆସନ୍ତା ୧୪ ଜାନୁଆରୀରୁ ଭାରତ ନ୍ୟାୟ ଯାତ୍ରା ଆରମ୍ଭ କରିବେ ରାହୁଲ ଗାନ୍ଧୀ । ଏହି ଯାତ୍ରା ମଣିପୁରରେ ଆରମ୍ଭ ହୋଇ ୨୦ ମାର୍ଚ୍ଚରେ ମୁମ୍ବାଇରେ ଶେଷ ହେବ । ଏହି ସମୟରେ ୧୪ଟି ରାଜ୍ୟର ୮୫ଟି ଜିଲ୍ଲା ଦେଇ ପାଖାପାଖି ୬ହଜାର ୨୦୦ କିଲୋମିଟର, ରାହୁଲ ନ୍ୟାୟ ଯାତ୍ରା କରିବେ । ଏହି ଯାତ୍ରା କିଭଳି ସଫଳ ହେବ ସେନେଇ ରାଜ୍ୟ ପ୍ରଭାରୀମାନଙ୍କ ସହ ଆଜିର ବୈଠକରେ ରାହୁଲ ବିସ୍ତୃତ ଆଲୋଚନା କରିବେ । ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା ମଣିପୁରରୁ ଆରମ୍ଭ ହେବ । ଏହାପରେ ନାଗାଲ୍ୟାଣ୍ଡ, ଆସାମ, ମେଘାଲୟ, ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ଓଡିଶା, ଛତିଶଗଡ, ଉତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଗୁଜରାଟ ଦେଇ ମହାରାଷ୍ଟ୍ରରେ ଶେଷ ହେବ । ଏହି ବୈଠକରେ ସାମିଲ ହେବା ପାଇଁ ଦିଲ୍ଲୀ ଗସ୍ତରେ ଅଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

The post ଆଜି ଦିଲ୍ଲୀରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ । ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ୍ ଖଡଗେଙ୍କ ସମେତ ଯୋଗଦେବେ ରାଜ୍ୟ ପ୍ରଭାରୀ , ନ୍ୟାୟ ଯାତ୍ରା ପାଇଁ ହେବ ଆଲୋଚନା । first appeared on Kanak News.

from Kanak News
via <a href="https://ifttt.com/?

ବାଙ୍ଗିରିପୋଷି ଦୁଆରଶୁଣି ଘାଟିରେ ତେଲ ବୋଝେଇ ଟ୍ୟାଙ୍କର ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ଜଳିଗଲେ ଟ୍ୟାଙ୍କର ଡ୍ରାଇଭର ।

କନକ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦୁଆରଶୁଣି ଘାଟିରେ ଦୁର୍ଘଟଣା । ତେଲ ବୋଝେଇ ଟ୍ୟାଙ୍କର ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଜିଅନ୍ତା ଜଳିଯାଇଛନ୍ତି ଟ୍ୟାଙ୍କର ଡ୍ରାଇଭର । ଅନ୍ୟ ଜଣଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ କର୍ମଚାରୀ ଉଦ୍ୟମ କରୁଛନ୍ତି । ତେଲ ବୋଝେଇ ଟ୍ୟାଙ୍କର ଘାଟିରୁ ତଳକୁ ଓହ୍ଳାଉଥିବା ବେଳେ ଘାଟି ଉପରକୁ ଉଠୁଥିବା ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଛି ।

The post ବାଙ୍ଗିରିପୋଷି ଦୁଆରଶୁଣି ଘାଟିରେ ତେଲ ବୋଝେଇ ଟ୍ୟାଙ୍କର ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ଜଳିଗଲେ ଟ୍ୟାଙ୍କର ଡ୍ରାଇଭର । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started