ଓଡିଶାରେ ଯୋଗ ଦେଲେ ନୂଆ ବିଏସଏଫ୍ ଆଇଜି କୈଳାଶ ଚନ୍ଦ୍ର ଜାଟ୍ । କହିଲେ ନକ୍ସଲ ଦମନକୁ ଦେବେ ଗୁରୁତ୍ୱ ।

କନକ ବ୍ୟୁରୋ: ଓଡିଶାରେ ଯୋଗ ଦେଲେ ନୂତନ ବିଏସଏଫ୍ ଆଇଜି । ଆଇଜି ଡି ଜେ ଶର୍ମାଙ୍କ ସ୍ଥାନରେ ଏବେ ଯୋଗ ଦେଇଛନ୍ତି କୈଳାଶ ଚନ୍ଦ୍ର ଜାଟ୍ । ଜମ୍ମୁ-କାଶ୍ମୀରରେ ମିଲିଟାରୀ ତାଲିମ୍ ଓ ଅପରେସନରେ କୈଳାଶ ଚନ୍ଦ୍ରଙ୍କ ରହିଛି ଅଭିଜ୍ଞତା । ତେବେ କୈଳାଶ ଚନ୍ଦ୍ର ଜାଟ୍ ଦାୟିତ୍ୱ ନେବା ପରେ ଖୁବ ଶୀଘ୍ର ନକ୍ସଲ ଦମନ ନେଇ ବଡଧରଣର ପ୍ଲାନ୍ ହୋଇପାରେ ବୋଲି ଆକଳନ କରାଯାଉଛି । ରାଜସ୍ଥାନ ପୋଲିସ୍ ଏକାଡେମିରେ ଡିଆଇଜି ପଦବୀରେ ଦୀର୍ଘ ଦିନ ଧରି ଦାୟିତ୍ୱ ତୁଲାଇବା ପରେ ପୁଣିଥରେ ବିଏସଏଫକୁ ଫେରିଛନ୍ତି କେସି ଜାଟ୍ ।

The post ଓଡିଶାରେ ଯୋଗ ଦେଲେ ନୂଆ ବିଏସଏଫ୍ ଆଇଜି କୈଳାଶ ଚନ୍ଦ୍ର ଜାଟ୍ । କହିଲେ ନକ୍ସଲ ଦମନକୁ ଦେବେ ଗୁରୁତ୍ୱ । first appeared on Kanak News.

from Kanak News
via <a href="https://ifttt.com/?

ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ୨୧ଟି ଟିମ୍ ନିୟୋଜିତ । ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀରେ ହେବ ପକ୍ଷୀ ଗଣନା ।

କନକ ବ୍ୟୁରୋ: ଚିଲିକାରେ ଆରମ୍ଭ ହେଲା ପକ୍ଷୀ ଗଣନା । ଏଥିପାଇଁ ସମଗ୍ର ଚିଲିକାରେ ୨୧ଟି ଟିମ୍ ନିୟୋଜିତ ହୋଇଛନ୍ତି । ବାଲୁଗାଁରେ ୬ଟି, ଟାଙ୍ଗିରେ ୮ଟି, ସାତପଡ଼ାରେ ୪ଟି, ରମ୍ଭାରେ ୨ଟି ଓ ଚିଲିକା ନୂଆପଡ଼ାରେ ଗୋଟିଏ ଟିମ୍ ଗଣନାରେ ସାମିଲ ହୋଇଛନ୍ତି । ଗଣନା ପାଇଁ ୧୧୮ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଏମାନେ ଚିଲିକାର ବିଭିନ୍ନ ସ୍ଥାନକୁ ଯାଇ ପକ୍ଷୀ ଗଣନା କରୁଛନ୍ତି । ସକାଳ ୬ଟାରୁ ଗଣନା ପ୍ରକ୍ରିୟା ଆରମ୍ଭ ହୋଇ ଦିନ ୧୨ଟା ଯାଏଁ ଚାଲିବ ।

The post ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ୨୧ଟି ଟିମ୍ ନିୟୋଜିତ । ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀରେ ହେବ ପକ୍ଷୀ ଗଣନା । first appeared on Kanak News.

from Kanak News
via <a href="https://ifttt.com/?

ବନ୍ଦ ରହିବ ଭିତରକନିକା । କୁମ୍ଭୀର ଗଣନା ପାଇଁ ୫ ରୁ ୧୩ ତାରିଖ ଯାଏଁ ବନ୍ଦ ରହିବ ଅଭୟାରଣ୍ୟ ।

କନକ ବ୍ୟୁରୋ: କୁମ୍ଭୀର ଗଣନା ପାଇଁ ଭିତରକନିକା ବନ୍ଦ । ଆସନ୍ତାକାଲିଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଭିତରକନିକା ବନ୍ଦ ରହିବ । କୁମ୍ଭୀର ଗଣନା ପାଇଁ ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀଙ୍କୁ ନିୟୋଜିତ କରାଯିବ । ଏମାନେ ବିଭିନ୍ନ ଗ୍ରୁପ୍ରେ କୁମ୍ଭୀର ଗଣନା କରିବେ । ଏଥିପାଇଁ ବୋଟ୍ ଚଳାଚଳ ଉପରେ କଟକଣା ଲଗାଯାଇଛି ।

The post ବନ୍ଦ ରହିବ ଭିତରକନିକା । କୁମ୍ଭୀର ଗଣନା ପାଇଁ ୫ ରୁ ୧୩ ତାରିଖ ଯାଏଁ ବନ୍ଦ ରହିବ ଅଭୟାରଣ୍ୟ । first appeared on Kanak News.

from Kanak News
via <a href="https://ifttt.com/?

ବାଜ୍ୟାପ୍ତି ହେବ ଅର୍ଥତତ୍ତ୍ୱ ବା ଏଟି ଗ୍ରୁପର ସମ୍ପତ୍ତି । କଟକ ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟ ଏଥିପାଇଁ ଅନୁମତି ଦେଇଛନ୍ତି ।

କନକ ବ୍ୟୁରୋ: ବାଜ୍ୟାପ୍ତି ହେବ ଅର୍ଥତତ୍ତ୍ୱ ବା ଏଟି ଗ୍ରୁପର ସମ୍ପତ୍ତିି । କଟକ ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟ ଏଥିପାଇଁ ଅନୁମତି ଦେଇଛନ୍ତି । ଏଟି ଗ୍ରୁପ ମାଲିକାନାରେ ଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସଂପତ୍ତିିର ହେବ ନିଲାମ । ଯେଉଁଥିରେ କମ୍ପାନୀ ମାଲିକାନାରେ ଥିବା ବଡ ବଡ ଜମି, କାର ଓ କୋଠା ରହିଛି ।

ଭୁବନେଶ୍ୱର, ବେଗୁନିଆ, ଟାଙ୍ଗୀ, ଭଦ୍ରକ, ବାଲେଶ୍ୱର, ଗଞ୍ଜାମ, ପୁରୀ, ଅନୁଗୁଳରେ ରହିଛି ଭୂସମ୍ପତ୍ତି । ଏଟି ଗ୍ରୁପର ବ୍ୟାଙ୍କ ଆକାଉଣ୍ଟରେ ୨ କୋଟି ୧୭ ଲକ୍ଷ ରହିଛି । ଯାହା ବାଜ୍ୟାପ୍ତି କରିଛନ୍ତି କୋର୍ଟ । ସେହିପରି ୧୧୦ ଏକର ସଂପତି, ୧୧ଟି ଦାମୀ ଗାଡି ମଧ୍ୟ ବାଜ୍ୟାପ୍ତି ହେବ । ରାଜ୍ୟରେ ହୋଇଥିବା ଏହି ବହୁଚର୍ଚ୍ଚିତ ଚିଟଫଣ୍ଡ ଠକେଇରେ ଏଟି ଗ୍ରୁପ ୬୦୦ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ରହିଛି । ଏହି ମାମଲାରେ ଅର୍ଥତତ୍ୱ କଂପାନୀର ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ସେଠୀ ଗିରଫ ହୋଇ ଜେଲରେ ଥିଲେ । ଏବେ ଭୂସମ୍ପତ୍ତିକୁ ନିଲାମ କରି ଠକେଇର ଶିକାର ହୋଇଥିବା ଜମାକାରୀଙ୍କୁ ଫେରସ୍ତ କରାଯିବ ବୋଲି ଜଣାପଡିଛି ।

The post ବାଜ୍ୟାପ୍ତି ହେବ ଅର୍ଥତତ୍ତ୍ୱ ବା ଏଟି ଗ୍ରୁପର ସମ୍ପତ୍ତି । କଟକ ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟ ଏଥିପାଇଁ ଅନୁମତି ଦେଇଛନ୍ତି । first appeared on Kanak News.

from Kanak News
via <a href="https://ifttt.com/?

ଇରାନରେ ଏକାଧିକ ଶକ୍ତିଶାଳୀ ବିସ୍ଫୋରଣ । ଶହଶହ ଲୋକେ ହରାଇଲେ ଜୀବନ ।

କନକ ବ୍ୟୁରୋ: ଇରାନର କେରମନ ସହରର ଦୁଇ ଦୁଇଟି ଶକ୍ତିଶାଳୀ ଧମାକା ହୋଇଛି । ଏଥିରେ ଶହେରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଶତାଧିକ ଆହତ ହୋଇଛନ୍ତି । ଦେଶର ପୂର୍ବତନ ଜେନେରାଲ କାସିମ ସୁଲେମାନିଙ୍କ କବର ନିକଟରେ ଏଭଳି ବିସ୍ଫୋରଣ ହୋଇଛି ।

ଇରାନର ସରକାରୀ ମିଡିଆ ଅନୁସାରେ, ସୁଲେମାନିଙ୍କ ହତ୍ୟାର ଚତୁର୍ଥ ବାର୍ଷିକୀ ବେଳେ ଏଭଳି ଶକ୍ତିଶାଳୀ ବୋମା ବିସ୍ଫୋରଣ ହୋଇଛି । ଏହି ସମୟରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଇରାନର ଡେପୁଟି ଗଭର୍ଣ୍ଣର ଏହାକୁ ଆତଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି । ୨୦୨୦ରେ ତତକାଳୀନ ଜେନେରାଲ କାସିମ ସୁଲେମାନି ଆମେରିକାର ଡ୍ରୋନ ଆକ୍ରମଣରେ ପ୍ରାଣ ହରାଇଥିଲେ । ଆମେରିକା ସେ ସମୟରେ ସଲେମାନିଙ୍କ ବିଶ୍ୱର ଏକ ନମ୍ବର ଆତଙ୍କବାଦୀ କହିଥିଲା । ତକ୍ରାଳୀନ ଆମେରିକା ରାଷ୍ଟପତି ଟ୍ରମ୍ପ ଏହାକୁ ବଡ ବିଜୟ ବୋଲି କହିଥିଲେ । ରଇରାନର ସୁପ୍ରିମ ନେତା ଆୟାତୁଲ୍ଲା ଅଲ୍ଲୀଙ୍କ ପରେ ସୁଲେମାନିଙ୍କୁ ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତି ବୋଲି କୁହାଯାଉଥିଲା ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ବିସ୍ଫୋରଣ ପରେ ଅନେକ ମୃତଦେହ ରାସ୍ତାରେ ପଡିଥିବା ଦେଖାଯାଇଛି । ତେଣୁ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ବିଭିନ୍ନ ଅନ୍ତର୍ଜାତୀୟ ରିପୋର୍ଟ ଅନୁସାରେ, ଅନେକ ଆହତଙ୍କ ଅବସ୍ଥା ଗୁରୁତର ରହିଛି ।

The post ଇରାନରେ ଏକାଧିକ ଶକ୍ତିଶାଳୀ ବିସ୍ଫୋରଣ । ଶହଶହ ଲୋକେ ହରାଇଲେ ଜୀବନ । first appeared on Kanak News.

from Kanak News
via <a href="https://ifttt.com/?

କେପଟାଉନ ଟେଷ୍ଟରେ ବଡ ବିପର୍ଯ୍ୟୟ । ଘାତକ ବୋଲିଂର ଶିକାର ହେଲେ ଉଭୟ ଆୟୋଜକ ଏବଂ ଭ୍ରମଣକାରୀ ଦଳ । ଏବେ ବି ୩୬ ରନରେ ଆଗୁଆ ଭାରତ ।

କନକ ବ୍ୟୁରୋ: କେପଟାଉନ ଟେଷ୍ଟରେ ବୋଲରଙ୍କ ରାଜୁତି । ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ଦଳ ୨୪ତମ ଓଭରରେ ଅଲଆଉଟ୍ ହୋଇଥିଲା । ଜବାବରେ ଭାରତୀୟ ଦଳ ମଧ୍ୟ ୩୫ତମ ଓଭରରେ ସୀମିତ ରହିଲା । ଆୟୋଜକ ଦକ୍ଷିଣ ଆଫ୍ରିକା ମାତ୍ର ୫୫ ରନ୍ କରିଥିଲା । ଜବାବରେ ଭାରତୀୟ ଦଳ ୧୫୩ ରନ୍ ହିଁ କରିପାରିଥିଲା । ଭାରତ ପକ୍ଷରୁ ବିରାଟ କୋହଲି ସର୍ବାଧିକ ୪୬ ରନ୍ କରିଥିଲେ । କିନ୍ତୁ ଖାସ୍ କଥା ହେଉଛି ପ୍ରାୟ ୫୯ ଓଭର ଖେଳରେ ୨୦ଟି ୱିକେଟ୍ ପଡ଼ିଥିଲା । ଭାରତ ବିନା ରନରେ ଶେଷ ୬ ୱିକେଟ୍ ହରାଇଥିଲା । ଟେଷ୍ଟ କ୍ରିକେଟ ଇତିହାସରେ ଏହା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ।

ଭାରତୀୟ ଦଳର ସ୍କୋର ୩୩ ଓଭର ସୁଦ୍ଧା ୧୫୩ ରନରେ ୪ ୱିକେଟ୍ ଯାଇଥିଲା । କ୍ରିଜ୍ରେ ବିରାଟ କୋହଲି ଓ କେଏଲ୍ ରାହୁଲ ଥିଲେ । ଭାରତୀୟ ଦଳ ଅତି କମରେ ୨୫୦ ରନ୍ କରିବ ବୋଲି ଆଶା କରାଯାଉଥିଲା । କିନ୍ତୁ ଏଠାରୁ ଯାହା ଘଟିଲା ତାହା ବୋଧହୁଏ କେହି ବିଶ୍ୱାସ କରିବେ ନାହିଁ । ଏହାପରେ ଶେଷ ୬ ଟି ୱିକେଟ୍ ବିନା ରନରେ ପଡ଼ିଥିଲା । ଯଶସ୍ୱୀ ଜୟସ୍ୱାଲ, ଶ୍ରେୟସ ଆୟର, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମ୍ରା, ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣା ଖାତା ଖୋଲି ପାରିନଥିଲେ । ଭାରତ ଏଭଳି ଭାବେ ୯୮ ରନ୍ର ଅଗ୍ରଣୀ ହାସଲ କରିଛି । ଶେଷ ଥର ପାଇଁ ୨୦୧୪ରେ ଇଂଲଣ୍ଡ ବିପକ୍ଷରେ ଭାରତର ୬ ଜଣ ଖେଳାଳି ଡକ୍ରେ ଆଉଟ୍ ହୋଇଥିଲେ ।

The post କେପଟାଉନ ଟେଷ୍ଟରେ ବଡ ବିପର୍ଯ୍ୟୟ । ଘାତକ ବୋଲିଂର ଶିକାର ହେଲେ ଉଭୟ ଆୟୋଜକ ଏବଂ ଭ୍ରମଣକାରୀ ଦଳ । ଏବେ ବି ୩୬ ରନରେ ଆଗୁଆ ଭାରତ । first appeared on Kanak News.

from Kanak News
via <a href="https://ifttt.com/?

ମନ ମୋହୁଛି ଖାଣ୍ଡିଆ ଜଳପ୍ରପାତ । ପିକନିକ୍ ଋତୁରେ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ, ଜମୁଛି ବଣଭୋଜି । ମନ ମୋହୁଛି ଖାଣ୍ଡିଆ ଜଳପ୍ରପାତ

କନକ ବ୍ୟୁରୋ: ଆସିଛି ପିକନିକ୍ ଋତୁ । ଜମୁଛି ବଣଭୋଜିର ମଜା । ପରିବାର ଓ ସାଙ୍ଗ ସାଥୀ ମେଳରେ ପ୍ରାକ୍ୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି ପର୍ଯ୍ୟଟକ । ମୟୂରଭଞ ଜିଲ୍ଲା ରାଇରଙ୍ଗପୁର ସହରରୁ ୫୦ କି.ମି ଓ ସଦର ମହକୁମା ବାରିପଦାଠାରୁ ୬୦ କି.ମି ଦୂରରେ ଅବସ୍ଥିତ ଖାଣ୍ଡିଆ ଜଳପ୍ରପାତ । ରାତି ପାହିଲେ ଝରଣା ପାର୍ଶ୍ୟବର୍ତୀ ଖାଲି ସ୍ଥାନରେ ଜମୁଛି ପର୍ଯ୍ୟଟକଙ୍କ ଭିଡ । ସମସ୍ତେ ପରିବାର ଓ ସାଙ୍ଗସାଥୀଙ୍କ ସହ ଉପଭୋଗ କରୁଛନ୍ତି ପ୍ରାକୃତିକ ସୌନ୍ଦର୍ଯ୍ୟର ମନୋରମ ଦୃଶ୍ୟ । ,

ପିକନିକ୍ ଋତୁ ଆସିଲେ ବଣଭୋଜି ଲାଗି ମୟୂରଭଞ ଜିଲ୍ଲାକୁ ଟାଣି ହୋଇ ଆସିଥାନ୍ତି ଅନେକ ପର୍ଯ୍ୟଟକ । ବିଶେଷକରି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା , ଖାଣ୍ଡିଆ ଜଳପ୍ରପାତ ଆମୋଦପ୍ରମୋଦର ଅନ୍ୟତମ ସ୍ଥାନ । ଜଳପ୍ରପାତର ଚାରିପଟେ ସବୁଜିମା ଓ ସୁଉଚ୍ଚ ପ୍ରର୍ବତ ମାଳାର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ  କରିଥାଏ । ସତେ ଯେପରି ସୁନ୍ଦର ପ୍ରାକୃତିକ ପରିବେଶକୁ କ୍ଷଣିକ ଉପଭୋଗ କରିବା ପାଇଁ ବାଧ୍ୟ କରୁଛି ପର୍ଯ୍ୟଟକଙ୍କୁ । ସହରବାସୀ,ଜିଲ୍ଲା ବାସୀଙ୍କ ସହ ପଡୋଶୀ ଝାଡଖଣ୍ଡ,ପଶ୍ଚିମବଙ୍ଗର ପର୍ଯ୍ୟଟକଙ୍କ ଭିଡ ଏଠାରେ ଦେଖିବାକୁ ମିଳେ । ବର୍ଷ ତମାମ ଲୋକଙ୍କ ଭିଡ ଲାଗି ରହିଥିବା ବେଳେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବହୁ ସଂଖ୍ୟାରେ ଆସିଥାନ୍ତି । ଛୋଟ ପିଲାଙ୍କଠାରୁ ବୟସ୍କ ସମସ୍ତେ ଥରେ ଏହି ଜଳପ୍ରପାତକୁ ଆସିଲେ ଫେରିବାକୁ ଇଚ୍ଛା କରିନଥାନ୍ତି । ଝରଣାର କୁଳୁକୁଳୁ ଶବ୍ଦ ସତେ ଯେମିତି ପର୍ଯ୍ୟଟକଙ୍କୁ ନିମନ୍ତ୍ରଣ କରିବା ଭଳି ମନେ ହୁଏ ।

ଏହି ଜଳପ୍ରପାତ ନିକଟରେ ପୂଜା ପାଆନ୍ତି ଖାଣ୍ଡିଆ ଠାକୁର । ପୂଜା ପାଇଁ ମଧ୍ୟ ବର୍ଷ ତମାମ୍ ଦେଖିବାକୁ ମିଳେ ଭକ୍ତଙ୍କ ଭିଡ । ଖାଣ୍ଡିଆ ଠାକୁରଙ୍କୁ ପୂଜା କଲେ ପରିବାରର ସୁଖଶାନ୍ତି ଓ ମନସ୍କାମନା ମଧ୍ୟ ପୂର୍ଣ ହୁଏ ବୋଲି ବିଶ୍ୱାସ ରହିଛି । ଏଥିସହ ପର୍ଯ୍ୟଟକଙ୍କ ଆମୋଦପ୍ରମୋଦ ପାଇଁ ଜଳପ୍ରପାତର ସ୍ଥଳ ଭାଗରେ ରହିଛି ଖାଣ୍ଡିଆ ପାର୍କ । ପାର୍କରେ ଭଳିକି ଭଳି ଫୁଲ ବଗିଚାରେ ବୁଲିବା ସାଙ୍ଗକୁ ସେଲ୍ଫି ଉଠାଇବାର ମଜା ନେଉଛନ୍ତି ପର୍ଯ୍ୟଟକ । ପରିବେଶକୁ ସ୍ୱଛ ରଖିବା ପାଇଁ ପ୍ରଶାସସନ ପକ୍ଷରୁ ଡଷ୍ଟବିନ୍ ଏବଂ ଶୋଚାଳୟ ମଧ୍ୟ ବ୍ୟବସ୍ଥା କରାଯାଇଛି । କିନ୍ତୁ ଜଳପ୍ରପାତକୁ ଯିବା ପାଇଁ ରାସ୍ତାର ଉନ୍ନତି କରଣ କରାଯାଇନଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।

ପରିଚାଳନା କମିଟି ପକ୍ଷରୁ ପାର୍କ ଓ ଜଳପ୍ରପାତର ରକ୍ଷଣାବେକ୍ଷଣ କରାଯାଉଛି । ହେଲେ ସରକାରଙ୍କ ପକ୍ଷରୁ ପର୍ଯ୍ୟଟନସ୍ଥଳିର ବିକାଶ ଉପରେ ଧ୍ୟାନ ଦିଆଗଲେ, ଅଞ୍ଚଳର ବିକାଶ ହୋଇପାରନ୍ତା ବୋଲି ସ୍ଥାନୀୟ ଲୋକ କହିଛନ୍ତି ।

The post ମନ ମୋହୁଛି ଖାଣ୍ଡିଆ ଜଳପ୍ରପାତ । ପିକନିକ୍ ଋତୁରେ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ, ଜମୁଛି ବଣଭୋଜି । ମନ ମୋହୁଛି ଖାଣ୍ଡିଆ ଜଳପ୍ରପାତ first appeared on Kanak News.

from Kanak News
via <a href="https://ifttt.com/?

ଫାଇଭ୍-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ସୁନ୍ଦରଗଡ଼ ଗସ୍ତର ଆଜି ଦ୍ୱିତୀୟ ଦିନ । ସମଲେଶ୍ୱରୀଙ୍କ ଦର୍ଶନ ସାରି ଯିବେ ରାଜଗାଙ୍ଗପୁର । 

କନକ ବ୍ୟୁରୋ: ସୁନ୍ଦରଗଡ଼ ଗସ୍ତରେ ଅଛନ୍ତି ଫାଇଭ୍-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ । ଆଜି ସକାଳେ ସେ ସୁନ୍ଦରଗଡ଼ ସମଲେଶ୍ୱରୀଙ୍କ ଦର୍ଶନ ସାରି ରାଜଗାଙ୍ଗପୁର, ନୂଆଗାଁ, ବଣାଇ ଯିବାର କାର୍ଯ୍ୟକ୍ରମ ରହିଛି ।

ଗତକାଲି ସେ କିରେଇ ଓ ବାଲିଶଙ୍କରାରେ ବିଶାଳ ସମାବେଶ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବାବେଳେ ଯେମିତି ଅଭିଯୋଗ ପତ୍ର ଗ୍ରହଣ କରିଥିଲେ, ସେମିତି ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି । ଏଥିସହ ଜନସଭାକୁ ସମ୍ବୋଧନ କରି, ସେ ପୂର୍ବ ଗସ୍ତ ସମୟରେ ଗ୍ରହଣ କରିଥିବା ଅଭିଯୋଗ ମଧ୍ୟରୁ କେତୋଟି ସମସ୍ୟାର ସମାଧାନ କରିଛନ୍ତି ତାର ହିସାବ ଦେଇଥିଲେ । କହିଥିଲେ, ତାଙ୍କୁ ୧୬୦ଟି ଦରଖାସ୍ତ ମିଳିଥିଲା । ୧୬୦ ଦରଖାସ୍ତରୁ ୧୪୦ଟିର ସମାଧାନ ହୋଇଛି । କେବଳ ଏତିକି ନୁହେଁ ସୁନ୍ଦରଗଡକୁ ମୁଖ୍ୟମନ୍ତ୍ରୀ ସୁ୍ନ୍ଦରଗଡକୁ କେତେ ଗୁରୁତ୍ୱ ଦେଉଛନ୍ତି ଗୋଟି ଗୋଟି କରି ସେସବୁ ଗଣାଇଛନ୍ତି ପାଣ୍ଡିଆନ । ଖୁବ୍ ଶୀଘ୍ର ପ୍ରତି ପଞ୍ଚାୟତରେ ବ୍ୟାଙ୍କ ସୁବିଧା ମିଳିବ ଓ ଲକ୍ଷ୍ମୀ ଯୋଜନା ଆରମ୍ଭ ହେବ ବୋଲି ସେ କହିଛନ୍ତି ।

The post ଫାଇଭ୍-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ସୁନ୍ଦରଗଡ଼ ଗସ୍ତର ଆଜି ଦ୍ୱିତୀୟ ଦିନ । ସମଲେଶ୍ୱରୀଙ୍କ ଦର୍ଶନ ସାରି ଯିବେ ରାଜଗାଙ୍ଗପୁର ।  first appeared on Kanak News.

from Kanak News
via <a href="https://ifttt.com/?

ଆହୁରି କଲବଲ କରିବ କୁହୁଡି । ତିନି ଦିନ ଯାଏଁ ଅଧିକାଂଶ ଜିଲ୍ଲାରେ ରହିବ ପ୍ରଭାବ । ୨ରୁ ୩ ଡିଗ୍ରୀ ବଢିପାରେ ତାପମାତ୍ରା ।

କନକ ବ୍ୟୁରୋ: ଆହୁରି କୁହୁଠି କରିବ କଲବଲ । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ରହିବ କୁହୁଡିର ପ୍ରଭାବ । ଉପକୂଳ ଓ ଉତର ଓଡ଼ିଶାର ଅଧିକାଂଶ ସ୍ଥାନରେ କୁହୁଡି ଅନୁଭୂତ ହେବ । ଏଥିପାଇଁ ସତର୍କତା ଅବଲମ୍ବନ କରିବାକୁ ଗାଡି ଚାଳକଙ୍କୁ ପରାମର୍ଶ ଦିଆଯାଇଛି । ଏହା ସହ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।

ଆସନ୍ତାକାଲି ଓ ୬ ତାରିଖରେ ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କେନ୍ଦୁଝର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ସେହିପରି ୫ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତନ ହେବ ନାହିଁ । ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବା ସମ୍ଭାବନା ରହିଛି ।

The post ଆହୁରି କଲବଲ କରିବ କୁହୁଡି । ତିନି ଦିନ ଯାଏଁ ଅଧିକାଂଶ ଜିଲ୍ଲାରେ ରହିବ ପ୍ରଭାବ । ୨ରୁ ୩ ଡିଗ୍ରୀ ବଢିପାରେ ତାପମାତ୍ରା । first appeared on Kanak News.

from Kanak News
via <a href="https://ifttt.com/?

ଆଜିଠୁ ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ । ହିଟ୍ ଆଣ୍ଡ୍ ରନ୍ ଆଇନକୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ ।

କନକ ବ୍ୟୁରୋ: ଆଜିଠୁ ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ । ଦିଲ୍ଲୀ ଜନ୍ତରମନ୍ତରରେ ଆଲୋଚନା ପରେ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନିଆଯାଇଥିବା ଡ୍ରାଇଭର ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଷ୍ଟିଅରିଂ ଛାଡି ଘରେ ରହିବା ପାଇଁ ଡ୍ରାଇଭରଙ୍କୁ ସଂଘ ପକ୍ଷରୁ ନିବେଦନ କରାଯାଇଛି । ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବାକୁ କୁହାଯାଇଛି ।

ହିଟ୍ ଆଣ୍ଡ୍ ରନ୍ ଆଇନକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ଚାଲିଛି ଆନ୍ଦୋଳନ । ଟ୍ରକ, ବସ ଓ ଡମ୍ପର ଡ୍ରାଇଭରଙ୍କ ଆନ୍ଦୋଳନ ଜାରି ରହିଛି । ଫଳରେ ଅତ୍ୟାବଶକୀୟ ସାମଗ୍ରୀ ପହଞ୍ଚିି ପାରୁନଥିବାରୁ ଅସୁବିଧାରେ ପଡିଛନ୍ତି ଗ୍ରାହକ, ବ୍ୟବସାୟୀ । ଏବେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ଓଡ଼ିଶାର ଡ୍ରାଇଭର ।

The post ଆଜିଠୁ ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ । ହିଟ୍ ଆଣ୍ଡ୍ ରନ୍ ଆଇନକୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started