ଆଜି ଗିରଫ ହୋଇପାରନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଟ୍ୱିଟ୍ କରି ଆଶଙ୍କା ପ୍ରକାଶ କଲେ ଆପ୍ ନେତା ।

କନକ ବ୍ୟୁରୋ: ଆଜି ଗିରଫ ହୋଇପାରନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏନେଇ ଟ୍ୱିଟ୍ କରି ଆଶଙ୍କା ପ୍ରକାଶ କରିଛନ୍ତି ଆପ୍ ନେତା ଓ ମନ୍ତ୍ରୀ । ମନ୍ତ୍ରୀ ଅତିଶୀ ଓ ଆପ୍ ନେତା ସୌରଭ ଭରଦ୍ୱାଜ ସୋସିଆଲ ମିଡିଆରେ ଏନେଇ ପୋଷ୍ଟ କରିଛନ୍ତି । ଲେଖିଛନ୍ତି ଆଜି ସକାଳେ କେଜ୍ରିୱାଲଙ୍କ ଘରକୁ ଯାଇପାରେ ଇଡି । ଏହା ସହ ତାଙ୍କୁ ଗିରଫ କରିବା ନେଇ ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଦିଲ୍ଲୀ ମତ ନୀତି ସ୍କାମ ମାମଲାରେ ତାଙ୍କୁ ତିନି ଥର ସମନ କରାଯାଇଛି । ହେହେ ଏହା ପରେ ବି ହାଜର ହୋଇନାହାନ୍ତି କେଜ୍ରିୱାଲ ।

The post ଆଜି ଗିରଫ ହୋଇପାରନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଟ୍ୱିଟ୍ କରି ଆଶଙ୍କା ପ୍ରକାଶ କଲେ ଆପ୍ ନେତା । first appeared on Kanak News.

from Kanak News
via <a href="https://ifttt.com/?

ଦୁର୍ଘଟଣାରେ ନାବାଳକ ମୃତ୍ୟୁକୁ ନେଇ ସମ୍ବଲପୁରରେ ଉତ୍ତେଜନା । ଉତ୍ୟକ୍ତ ଲୋକଙ୍କୁ ଘଉଡାଇବା ପାଇଁ ପୁଲିସର ଲାଠିଚାର୍ଜ । ଟୁରିଷ୍ଟ ବସ୍ ଧକ୍କାରେ ଗଲା ନାବାଳକର ଜୀବନ ।

କନକ ବ୍ୟୁରୋ: ସମ୍ବଲପୁରରେ ଟୁରିଷ୍ଟ ବସ ଦୁର୍ଘଟଣାରେ ନାବାଳକ ମୃତ୍ୟୁକୁ ନେଇ ଲଙ୍କାକାଣ୍ଡ । ଉତ୍ୟକ୍ତ ଲୋକଙ୍କୁ ଘଉଡାଇବା ପାଇଁ ପୁଲିସକୁ ଲାଠିଚାର୍ଜ କରିବାକୁ ପଡିଛି । ଲୋକେ ପୁଲିସ ଉପରକୁ ବି ଢେଲାମାଡ କରିଛନ୍ତି । ଗତକାଲି ସନ୍ଧ୍ୟାରେ ସମ୍ବଲପୁର ଫେଜର କ୍ଲବ ସାମ୍ନାରେ ଦୁର୍ଘଟଣା ଘଟିଥିଲା ।

ବସ ଧକ୍କାରେ ସ୍କୁଟି ଚାଳକ ନାବାଳକ ଦିଶାନ ନାୟକଙ୍କ ମୃତ୍ୟୁ ହୋଇଥିଲା । ବସଟି ମୟୁରଭଂଜରୁ ହୀରାକୁଦ ଆସିଥିଲା । ଆଉ ଫେରିବା ସମୟରେ ସ୍କୁଟିରେ ଯାଉଥିବା ଦିଶାନଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ଦିଶାନଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ସେଠାରେ ଉତେଜନା ଦେଖାଦେଇଥିଲା । ମୃତ ନାବାଳକ ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ଦିଶାନ ନାୟକ ବୋଲି ଜଣାପଡିଛି । ଉତ୍ୟକ୍ତ ଲୋକେ ଲକ୍ଷ୍ମୀ ଟକିଜ ଛକରେ ରାସ୍ତା ଅବରୋଧ କରିବା ସହ ଗାଡି ଉପରକୁ ପଥରମାଡ କରିଥିଲେ । ପୁଲିସ ଉତ୍ୟକ୍ତ ଲୋକଙ୍କୁ ଶାନ୍ତ କରିବାକୁ ଉଦ୍ୟମ କରିଥିଲା । କିନ୍ତୁ ପରିସ୍ଥିତି ଅଣାୟତ ହେବାରୁ ପୁଲିସକୁ ଲାଠିଚାର୍ଜ କରିବାକୁ ପଡିଛି ।

ସମ୍ବଲପୁରରେ ସଡ଼କ ଦୁର୍ଘଟଣାରେ ନାବାଳକର ମୃତ୍ୟୁକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ । ଶୋକସନ୍ତପ୍ତ ପରିବାରକୁ ମା’ ସମଲେଶ୍ୱରୀ ଧର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି କହିଛନ୍ତି । ଘଟଣାସ୍ଥଳରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ଜିଲ୍ଲା ପ୍ରଶାସନ ସମ୍ବେଦନଶୀଳ ହୋଇ ପ୍ରୟାସ କରନ୍ତୁ । ସମ୍ବଲପୁର ଜନସାଧାରଣଙ୍କୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସେ ଅପିଲ କରିଛନ୍ତି ।

The post ଦୁର୍ଘଟଣାରେ ନାବାଳକ ମୃତ୍ୟୁକୁ ନେଇ ସମ୍ବଲପୁରରେ ଉତ୍ତେଜନା । ଉତ୍ୟକ୍ତ ଲୋକଙ୍କୁ ଘଉଡାଇବା ପାଇଁ ପୁଲିସର ଲାଠିଚାର୍ଜ । ଟୁରିଷ୍ଟ ବସ୍ ଧକ୍କାରେ ଗଲା ନାବାଳକର ଜୀବନ । first appeared on Kanak News.

from Kanak News
via <a href="https://ifttt.com/?

ପାକିସ୍ତାନର ନିଦ ହଜାଇଛି ବଲୁଚିସ୍ତାନରେ ବିଦ୍ରୋହ । ସାମ୍ବାଦିକ ସମ୍ମଳନୀରେ ଭାବବିହ୍ୱଳ ହେଲେ ପାକ୍ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଲାଗୁଛି ଡର । ମୁହଁରେ ବାରମ୍ବାର ନେଉଛନ୍ତି ଭାରତ ନାଁ । ଭାରତର ଗୁଇନ୍ଦା ବିଭାଗ ନାଁ ନେଉଛନ୍ତି । ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଏଭଳି ଡ୍ରାମା କରିଛନ୍ତି ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଅନୱର ଉଲ-ହକ୍ –କାକଡ । ବଲୁଚିସ୍ତାନ ବିଦ୍ରୋହ, ଦେଶରେ ଏବେ ଯେଉଁଭଳି ଗୃହଯୁଦ୍ଧର ରୂପ ନେଲାଣି ଏହାକୁ ନେଇ ଭୟଭୀତ ହୋଇ ପଡିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ । ବଲୁଚିସ୍ତାନ ବିଦ୍ରୋହ ଏବେ ପାକ୍ ସରକାରଙ୍କ ରାତିର ନିଦ ହଜାଇ ଦେଇଛି । ମଙ୍ଗଳବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପାକ୍ ପ୍ରଧାନମନ୍ତ୍ରୀ ବଲୁଚିସ୍ତାନ ପ୍ରସଙ୍ଗରେ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି । ପାକିସ୍ତାନରେ ଅସ୍ଥିରତାକୁ ନେଇ କାନ୍ଦ କାନ୍ଦ ହୋଇ ପଡିଛନ୍ତି ପ୍ରଧାନମନ୍ତ୍ରୀ ଅନୱର । ଆଉ ବାରମ୍ବାର ଭାରତର ନାଁ ନେଉଥିବା ଦେଖିବାକୁ ମିଳିଛି ।

ପାକିସ୍ତାନରେ ଲଗାତାର ଭାବେ ଆତଙ୍କବାଦୀ ଆକ୍ରମଣ ବଢି ବଢି ଚାଲିଛି । ସେପଟେ ବଲୁଚିସ୍ତାନବାସୀ ସ୍ୱତନ୍ତ୍ର ହେବାର ଦାବି କରି ରାଜରାସ୍ତାକୁ ଓହ୍ଲାଇଛନ୍ତି । ଏସବୁ ଭିତରେ ମହଙ୍ଗା ମାଡ ପାକିସ୍ତାନ ସରକାରଙ୍କୁ ସମସ୍ୟାରେ ପକାଇ ଦେଇଛି । ନିଜ ଦେଶର ସ୍ଥିତି ନିଜେ ସମ୍ଭାଳି ପାରୁ ନଥିବାବେଳେ ଭାରତ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ । ବଲୁଚିସ୍ତାନ ବିଦ୍ରୋହ ପାଇଁ ଭାରତ ଫଣ୍ଡିଂ କରୁଥିବା ମିଥ୍ୟା ଅଭିଯୋଗ ଆଣି, ବିଶ୍ୱ ନେତାଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛନ୍ତି । କେବଳ ସେତିକି ନୁହେଁ ସାମ୍ବାଦିକ ସମ୍ମିଳନୀରେ କାନ୍ଦ କାନ୍ଦ ହୋଇ କହିଛନ୍ତି ବଲୁଚିସ୍ତାନକୁ ଦ୍ୱିତୀୟ ବାଙ୍ଗଲାଦେଶ ହେବାକୁ ଦେବୁ ନାହିଁ ।

ଭାରତ ସରକାର ଏବେ ଆତଙ୍କବାଦ ବିରୋଧରେ ଶକ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି । ଜମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହୋଇଛି । ଜମ୍ମୁ-କାଶ୍ମୀରରେ ଆତଙ୍କୀ ଗତିବିଧି ମଧ୍ୟ ହ୍ରାସ ପାଇବାରେ ଲାଗିଛି । ଏସବୁ ଦେଖି ସହି ପାରୁ ନାହାଁନ୍ତି ପାକିସ୍ତାନ ସରକାର । ଯାହାକୁ ନେଇ ଭାରତ ବିରୋଧରେ ମିଛ ଅଭିଯୋଗ ଆଣିବାରେ ଲାଗିଛନ୍ତି । ବଲୁଚିସ୍ତାନ ଆନ୍ଦୋଳନ ଏବେ ଦେଶରେ ଉଗ୍ର ରୂପ ନେବାରେ ଲାଗିଛି । ବଲୁଚିସ୍ତାନକୁ ପାକିସ୍ତାନ ଠାରୁ ସ୍ୱତନ୍ତ୍ର କରିବାକୁ ଦାବି ଜୋର ଧରିଛି । ହେଲେ ପାକ୍ ପ୍ରଧାନମନ୍ତ୍ରୀ ସବୁ ଦୋଷ ପରୋକ୍ଷ ଭାବେ ଭାରତ ଉପରେ ଲଦି ଦେଇଛନ୍ତି ।

ବଲୁଚିସ୍ତାନରେ ପାକ୍ ସରକାର୍ଙ୍କ ଅନ୍ୟାୟ ଦିନକୁ ଦିନ ବଢି ବଢି ଚାଲିଥିବାବେଳେ ଏହାକୁ ବିରୋଧ କରି ପ୍୍ରତିବାଦକୁ ଓହ୍ଲାଇଛନ୍ତି ସେଠାକାର ବାସିନ୍ଦା । ସାଧାରଣ ଲୋକଙ୍କୁ ହତ୍ୟା କରିବା, ସରକାରୀ ସୁବିଧା ସୁଯୋଗରୁ ବଲୁଚିସ୍ତାନବାସୀଙ୍କୁ ବଂଚିତ ରଖିବା ଏଭଳି ଅନେକ ଅଭିଯୋଗ ରହିଛି ପାକ୍ ସରକାରଙ୍କ ବିରୋଧରେ । ଯାହାକୁ ନେଇ ଗତ ଏକ ମାସରୁ ଅଧିକ ସମୟ ହେବ ବିଦ୍ରୋହ ଲାଗି ରହିଛି । ଆଉ ଏହି ବିଦ୍ରୋହ ଏବେ ଦେଶରେ ଗୃହଯୁଦ୍ଧର ରୂପ ନେଲାଣି ।

The post ପାକିସ୍ତାନର ନିଦ ହଜାଇଛି ବଲୁଚିସ୍ତାନରେ ବିଦ୍ରୋହ । ସାମ୍ବାଦିକ ସମ୍ମଳନୀରେ ଭାବବିହ୍ୱଳ ହେଲେ ପାକ୍ ପ୍ରଧାନମନ୍ତ୍ରୀ first appeared on Kanak News.

from Kanak News
via <a href="https://ifttt.com/?

ଭାରତୀୟ କୁସ୍ତି ମହାସଂଘ ବିବାଦରେ ନୂଆ ମୋଡ । ରାଜରାସ୍ତାକୁ ଓହ୍ଲାଇଲେ ଶହଶହ କୁସ୍ତିଯୋଦ୍ଧା

କନକ ବ୍ୟୁରୋ : ରେସଲର ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ ଏବଂ ବିନେଶ ଫୋଗଟଙ୍କୁ ବିରୋଧ । ନୂଆଦିଲ୍ଲୀ ଜନ୍ତର ମନ୍ତରରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ହଜାର ହଜାର ସଂଖ୍ୟାରେ କନିଷ୍ଠ କୁସ୍ତିଯୋଦ୍ଧା । ଦେଶର ବିଭିନ୍ନ ସହର କୁସ୍ତିଯୋଦ୍ଧା ଜନ୍ତରମନ୍ତରରେ ପହଁଚି ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଛନ୍ତି । ୩ଜଣ ବରିଷ୍ଠ କୁସ୍ତିଯୋଦ୍ଧାଙ୍କ ପାଇଁ ଆଜି ହଜାର ହଜାର କୁସ୍ତିଯୋଦ୍ଧାଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଇଥିବା ଅଭିଯୋଗ କରାଯାଇଛି । ଭାରତୀୟ କୁସ୍ତି ମହାସଂଘକୁ କେନ୍ଦ୍ର ସରକାର ସସପେଣ୍ଡ କରିବା ପରେ ଏବେ ସମସ୍ତ ପ୍ରତିଯୋଗିତା ଏବଂ ତାଲିମ କେନ୍ଦ୍ର ବନ୍ଦ ରହିଥିବା କାରଣରୁ ଅଭ୍ୟାସ ବାଧାପ୍ରାପ୍ତ ହୋଇଛି । ସରକାର କେବଳ ୩ଜଣଙ୍କ ପାଇଁ ହଜାର ହଜାର କୁସ୍ତିଯୋଦ୍ଧାଙ୍କ ଭବିଷ୍ୟତକୁ ଅଣଦେଖା ନକରନ୍ତୁ ବୋଲି ଦାବି କରାଯାଇଛି । ସେପଟେ ଭାରତୀୟ କୁସ୍ତିସଂଘର ପୂର୍ବତନ ଅଧକ୍ଷ୍ୟ ବ୍ରିଜଭୂଷଣ ଶରଣ ସିଂଙ୍କ ନାଁରେ ପୁଣିଥରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ରେସଲର ସାକ୍ଷୀ ମଲ୍ଲିକ । ବ୍ରିଜଭୂଷଣଙ୍କ ସହଯୋଗୀ ମାନେ ପରିବାର ଲୋକଙ୍କୁ ଫୋନ କରି ଧମକ ଦେଉଥିବା ବେଳେ ସରକାରଙ୍କ ଠାରୁ ସୁରକ୍ଷା ଲୋଡିଛନ୍ତି ସାକ୍ଷୀ ମଲ୍ଲିକ ।

The post ଭାରତୀୟ କୁସ୍ତି ମହାସଂଘ ବିବାଦରେ ନୂଆ ମୋଡ । ରାଜରାସ୍ତାକୁ ଓହ୍ଲାଇଲେ ଶହଶହ କୁସ୍ତିଯୋଦ୍ଧା first appeared on Kanak News.

from Kanak News
via <a href="https://ifttt.com/?

ପରିବାର ସଦସ୍ୟ ରାଜି ନହେଲେ ରୋଗୀଙ୍କୁ ଆଇସିୟୁରେ ଭର୍ତି କରିପାରିବେନି ହସ୍ପିଟାଲ । ୨୪ ଡାକ୍ତରଙ୍କ ପ୍ୟାନେଲର ସୁପାରିଶ ଆଧାରରେ ନିଷ୍ପତି

କନକ ବ୍ୟୁରୋ : ଗୁରୁତର ରୋଗରେ ପୀଡିତ ରୋଗୀଙ୍କୁ ସେମାନଙ୍କ ପରିଜନଙ୍କ ସହମତି ବିନା ଆଇସିୟୁରେ ଭର୍ତି କରାଯାଇପାରିବ ନାହିଁ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନୂଆଗାଇଡଲାଇନରେ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି । ୨୪ ଡାକ୍ତରଙ୍କ ଦ୍ୱାରା ଗଠିତ ହୋଇଥିବା ପ୍ୟାନେଲର ସୁପାରିଶ ଅନୁସାରେ ଏଭଳି ନିର୍ଦ୍ଦେଶ ଜାରି କରାଯାଇଛି । ଆଇସିୟୁରେ ରୋଗୀଙ୍କୁ ଭର୍ତି କରିବା ପାଇଁ ଏହି ଗାଇଡଲାଇନ ଜାରି କରାଯାଇଛି । ଗାଇଡଲାଇନରେ ଏକଥା ମଧ୍ୟ କୁହାଯାଇଛି ଯେ ଆଇସିୟୁ ଭିତରେ କି କି ସୁବିଧା ରହିବା ଜରୁରୀ ।
ଆଇସିୟୁ ପାଇଁ କେନ୍ଦ୍ରର ଗାଇଡଲାଇନ

-ସର୍ଜରୀ ପରେ ସ୍ଥିତି ଜଟିଳ ହେଲେ କିମ୍ବା ସମ୍ଭାବନା ଦେଖାଦେଲେ ସଂପୃକ୍ତ ରୋଗୀଙ୍କୁ ଆଇସିୟୁରେ ଭର୍ତି କରାଯାଇପାରିବ
-ଯେଉଁ ରେଗୀଙ୍କୁ ଆଇସିୟୁ ଚିକିତ୍ସା ଆବଶ୍ୟକ ସେମାନଙ୍କୁ ପ୍ରାଥମିକତା ଭିତିରେ ଆଇସିୟୁରେ ଭର୍ତି କରାଯାଇପାରିବ
-ରୋଗୀ ଯଦି ଗୁରୁତର ହେବା ଆଶଙ୍କା ଉପୁଜେ ତାଙ୍କୁ ତୁରନ୍ତି ଆଇସିୟୁରେ ଭର୍ତ୍ତି କରାଯିବ
-ସ୍ୱାସ୍ଥ୍ୟ ଠିକ ହେବା ପରେ ଡାକ୍ତରଙ୍କ ପରାର୍ମଶରେ ଆଇସିୟୁରୁ ଡିସଚାର୍ଜ କରାଯାଇପାରେ
-ସ୍ୱାସ୍ଥ୍ୟବସ୍ଥାର ଯଦି କିଛି ଉନ୍ନତି ପରିଲିକ୍ଷିତ ହୁଏନି ବା ମହଜୁଦ ଉପକରଣରେ ଚିକିତ୍ସା ସମ୍ଭବ ନୁହେଁ , ସେଭଳି ସ୍ଥିତିରେ ଆଇସିୟୁରେ ରୋଗୀଙ୍କୁ ଆଇସିୟୁରେ ରଖିବା କୌଣସି ଆବଶ୍ୟକତା ନାହିଁ
-ମହାମାରୀ ଓ ବିପର୍ଯ୍ୟୟ ସମୟରେ ଗୁରୁତର ରୋଗୀଙ୍କୁ ପ୍ରାଥମିକତା ଦିଆଯିବ
-ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ସମସ୍ତ ଉପକରଣ ଓ ସୁବିଧା ଆଇସିୟୁରେ ମହଜୁଦ ରଖାଯିବ

ସୂଚନା ଅନୁସାରେ ଦେଶରେ ପ୍ରାୟ ଏକ ଲକ୍ଷରୁ ଅଧିକ ଆଇସିୟୁବେଡ ରହିଛି । ଯେଉଁଥିରେ ଅଧିକାଂଶ ବେଡ ଘରୋଇ ହସିପଟାଲରେ ରହିଛି । ତେବେ ଗରିବ ଶ୍ରେଣୀର ଲୋକମାନେ ସେବା ପାଇବାରେ ବଂଚିତ ହୋଇଥାନ୍ତି । ରୋଗୀ ସ୍ୱାସ୍ଥ୍ୟବସ୍ଥା ଦେଖି ଆଇସିୟୁୁ ସୁବିଧା ଦେବାକୁ ବିଚାର କରି ଡାକ୍ତର କମିଟି କେନ୍ଦ୍ରକୁ ସୁପାରିଶ କରିଥିଲେ

ଗୁରୁତର ରୋଗୀଙ୍କ ପାଇଁ ଡାକ୍ତର ଆଇସିୟୁରେ ଭର୍ତି କରିବା ପାଇଁ ସୁପାରିଶ କରୁଥିଲେ । ତେବେ ଅଧିକାଂଶ ହସପିଟାଲରେ ସୀମିତ ସଂଖ୍ୟକ ଆଇସିୟୁ ଥିବାରୁ ଅଧିକାଂଶ ସମୟରେ ଜରୁରୀ ଥିବା ରୋଗୀଙ୍କୁ ସୁବିଧା ମିଳିପାରୁନାହିଁ । ଏହାକୁ ଦୃଷ୍ଟିରେ ରଖି ଏହି ଗାଇଡଲାଇନ ଜାରି କରାଯାଇଛି ।
କମିଟିର ସଦସ୍ୟ ଡାକ୍ତର ଆରକେ ମଣି କହିଛନ୍ତି ଆଇସିୟୁ ଏକ ସୀମିତ ଉତ୍ସ ସବୁଠୁ ଅଧିକ ରୋଗୀଙ୍କୁ ପ୍ରଥମେ ଚିକିତ୍ସା ଯୋଗାଇଦେବା ଏହି ଗାଇଡଲାଇନ ମୂଳ ଉଦ୍ଦେଶ୍ୟ ।

The post ପରିବାର ସଦସ୍ୟ ରାଜି ନହେଲେ ରୋଗୀଙ୍କୁ ଆଇସିୟୁରେ ଭର୍ତି କରିପାରିବେନି ହସ୍ପିଟାଲ । ୨୪ ଡାକ୍ତରଙ୍କ ପ୍ୟାନେଲର ସୁପାରିଶ ଆଧାରରେ ନିଷ୍ପତି first appeared on Kanak News.

from Kanak News
via <a href="https://ifttt.com/?

ଭଜନ ଗାୟିକା ସ୍ୱାତି ମିଶ୍ରଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା । ରାମ ଆୟେଙ୍ଗେ ଭଜନରେ ମନ୍ତ୍ରମୁଗ୍ଧ ହେଲେ ମୋଦୀ

କନକ ବ୍ୟୁରୋ : ଭଜନ ଗାୟିକାଙ୍କୁ ପ୍ରଧାନମନ୍ତ୍ରୀ ପ୍ରଂଶସା । ଗାୟିକା ସ୍ୱାତି ମିଶ୍ରଙ୍କୁ ପ୍ରଂଶସା କରିବା ସହ ସେ ଗାଇଥିବା ଗୀତ ରାମ ଆୟେଙ୍ଗର ୟୁଟ୍ୟୁବ ଲିଙ୍କକୁ ନିଜ ସୋସିଆଲ ମିଡିଆ ଆକାଉଁଟରେ ଏକ୍ସରେ ପୋଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ । ନିକଟରେ ରିଲିଜ ହୋଇଥିବା ଭଜନ ଗୀତ ରାମ ଆୟେଙ୍ଗେ ବେଶ ଚର୍ଚ୍ଚା ସାଉଁଟୁଛି । କ୍ରମଶ ଏହା ଲୋକପ୍ରିୟ ହେବା ସହ ମୋଦୀଙ୍କକୁ ମଧ୍ୟ ମନ୍ତ୍ର ମୁଗ୍ଧ କରିଛି । ସୋସିଆଲ ମିଡିଆରେ ଗୀତର ଲିଙ୍କକୁ ସେୟାର କରି ବେଶ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଚର୍ଚ୍ଚା ହେଉଛି ଅଯୋଧ୍ୟା ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଦିନ ଏହି ଗୀତ ପରିବେଶଷଣ କରାଯାଇପାରେ । ବିହାରର ବାସିନ୍ଦା ସ୍ୱାତି ମିଶ୍ର ଜଣେ ଭଜନ ଗାୟିକା । ଅନେକ ଭଜନ ଗାଇ ରାତାରାତି ସେ ଲୋକପ୍ରିୟ ହୋଇପାରିଛି । ତେବେ ରାମ ଆୟେଙ୍ଗେ ଭଜନ ବର୍ତମାନ ଯେତିକି ଲୋକପ୍ରିୟ ହୋଇପାରିଛି ସେତିକି ଚର୍ଚ୍ଚା ମଧ୍ୟ ସାଉଁଟିଛି । ମୋଦୀ ଗୀତର ଲିଙ୍କକୁ ସେୟାର କରିବା ପରେ ଏହା ଅଧିକ ଲୋକପ୍ରିୟ ହେବାରେ ଲାଗିିଛି ।

The post ଭଜନ ଗାୟିକା ସ୍ୱାତି ମିଶ୍ରଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା । ରାମ ଆୟେଙ୍ଗେ ଭଜନରେ ମନ୍ତ୍ରମୁଗ୍ଧ ହେଲେ ମୋଦୀ first appeared on Kanak News.

from Kanak News
via <a href="https://ifttt.com/?

ରାଜସ୍ୱ ଆଦାୟ ପାଇଁ ବିଏମସିର ବଡ଼ ବଡ଼ ଲକ୍ଷ୍ୟ । ହେଲେ ଲକ୍ଷ୍ୟଠାରୁ ବହୁ ଦୂରରେ ବିଏମସି । କେଉଁଠି ରହୁଛି ଭୁଲ୍?

କନକ ବ୍ୟୁରୋ: ବିଏମସିକୁ ଘାରିଛି ରାଜସ୍ୱ ଆଦାୟ ଚିନ୍ତା । ଯେଉଁମାନେ ବାସଗୃହ ନାଁରେ ଘର ତିଆରି କରି ବ୍ୟବସାୟ କରୁଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମସି କମିଶନର କହିଛନ୍ତି । ଅନେକ ହୋଲଡିଂ ଟ୍ୟାକ୍ସ ଦେଉନାହାନ୍ତି ବୋଲି ଅଭିଯୋଗ ରହିଛି । ଅନ୍ୟପଟେ ଲୋକେ କହୁଛନ୍ତି ଟିକସ କିଭଳି ଦିଆଯିବ ତାର ତରିକା ଜଣାନାହିଁ । ସଚେତନ ଓ ଯୋଗାଯୋଗ କରୁନାହିଁ ପ୍ରଶାସନ ।

  • ରାଜସ୍ୱ ଆଦାୟ ପାଇଁ ବିଏମସିର ବଡ଼ ବଡ଼ ଲକ୍ଷ୍ୟ
  • ହେଲେ ଲକ୍ଷ୍ୟଠାରୁ ବହୁ ଦୂରରେ ବିଏମସି
  • କେଉଁଠି ରହୁଛି ଭୁଲ୍?
  • କାହିଁକି ବକେୟା ପଡୁଛି ଟିକସ?

ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଲୋକ ଘର କରୁଛନ୍ତି । ବାସଗୃହ ପାଇଁ ପଞ୍ଜିକୃତ ବି କରିଛନ୍ତି । ହେଲେ ସେଠି ରହିବା ବଦଳରେ ତାକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି । ଯାହାକୁ ନେଇ କୋଠର ହୋଇଛି ବିଏମସି । ଯେଉଁମାନେ ଟିକସ ଫାଙ୍କିବା ପାଇଁ ଏଭଳି କରୁଛନ୍ତି ତାଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ବୋଲି କହିଛନ୍ତି ବିଏମସି କମିଶନର । କିନ୍ତୁ ଟିକସ ଆଦାୟ ନେଇ ଯେଉଁ ଲକ୍ଷ୍ୟ ରଖିଛି ବିଏମସି । ସେଇ ଲକ୍ଷ୍ୟଠାରୁ ବହୁ ଦୂରରେ ରହିଛି । ବିଏମସିରେ ରାଜସ୍ୱ ୧୧୫ କୋଟି ଟଙ୍କା ଆଦାୟ ପାଇଁ ଲକ୍ଷ୍ୟ ରଖି ଥିବା ବେଳେ ଆଦାୟ ହୋଇଛି କେବଳ ଏହାର ମାତ୍ର ୨୬% । ଅର୍ଥାତ୍ ୧୧୫ କୋଟିରୁ କେବଳ ୨୯ କୋଟି । ରାଜସ୍ୱ ଆଦାୟ ପାଇଁ ବିଏମସି ପକ୍ଷରୁ କିଛି ପଦକ୍ଷେପ ନିଆଯାଇଛି । ଯେମିତି କି…..

  • ରାଜସ୍ୱ ବକେୟା ଥିବା ଅନୁଷ୍ଠାନ ଓ ଗୃହକୁ ୧୫ ତାରିଖ ସୁଦ୍ଧା ନୋଟିସ ପଠାଇବ ବିଏମସି
  • ବାସଗୃହ ପଞ୍ଜିକରଣ କରାଇ ବ୍ୟବସାୟ ପ୍ରତିଷ୍ଠାନ ଚଲାଉଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ହୋଲ୍ଡିଂ ଟ୍ୟାକ୍ସ ଦେବା ପାଇଁ ବୁଲିବ ସଚେତନ ରଥ
  • ଅନଲାଇନ ଓ ଅଫଲାଇନ ଉଭୟ ମାଧ୍ୟମରେ ପୈଠ କରିପାରିବେ ଟିକସ

ତେବେ ପ୍ରଶ୍ନ ହେଉଛି, ଏତେ ମୋଟା ଅଙ୍କର ଟିକସ ବକେୟା ରହୁଛି କେମିତି? ଏତେ ଦିନ ଧରି କାହିଁକି ନିଆଯାଇ ପାରିଲା ନାହିଁ କାର୍ଯ୍ୟାନୁଷ୍ଠାନ? ବଡ଼ କଥା ହେଉଛି ଗୋଟେ ପଟେ ଟିକସ ଆଦାୟ ପାଇଁ ବିଏମସି ତତ୍ପର ହେଉଥିବା ବେଳେ ଆଉ ଗୋଟିଏ ପଟେ ବ୍ୟବସାୟୀ କହୁଛନ୍ତି, ଟିକସ ଆଦାୟ ସମ୍ପର୍କରେ କୌଣସି ଯୋଗାଯୋଗ କରାଯାଉନାହିଁ ।

ତେବେ ଟିକସ ଆଦାୟକୁ ନେଇ ବିଏମସିର ନିୟମକୁ ଲୋକ ସ୍ୱାଗତ କରୁଥିଲେ ମଧ୍ୟ ଏଥିରେ କୋହଳ ଆଭିମୁଖ୍ୟ ଗ୍ରହଣ ପାଇଁ କିଛି ବ୍ୟବସାୟୀ ଦାବି କରିଛନ୍ତି । ବ୍ୟବସାୟୀଙ୍କ ହାତରେ ଏବେ ପ୍ରାୟ ଦୁଇ ସପ୍ତାହ ସମୟ । ଠିକ୍ ସମୟରେ ଟିକସ ପୈଠ ଦିଗରେ ଆଗକୁ ନବଢ଼ିଲେ, ବିଏମସି କାର୍ଯ୍ୟାନୁଷ୍ଠାର ସାମ୍ନା କରିବାକୁ ପଡ଼ିପାରେ ।

The post ରାଜସ୍ୱ ଆଦାୟ ପାଇଁ ବିଏମସିର ବଡ଼ ବଡ଼ ଲକ୍ଷ୍ୟ । ହେଲେ ଲକ୍ଷ୍ୟଠାରୁ ବହୁ ଦୂରରେ ବିଏମସି । କେଉଁଠି ରହୁଛି ଭୁଲ୍? first appeared on Kanak News.

from Kanak News
via <a href="https://ifttt.com/?

ଟିଏମସି ନେତ୍ରୀ ମହୁଆ ମୋଇତ୍ରାଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ । ବଜେଟ ଅଧିବେଶନରେ ଭାଗ ନେବାକୁ କରିଥିଲେ ଆବେଦନ

କନକ ବ୍ୟୁରୋ : ଟିଏମସି ନେତ୍ରୀ ମହୁଆ ମୋଇତ୍ରାଙ୍କୁ ପୁଣି ଝଟକା । ମହୁଆଙ୍କ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ସଂସଦ କାର୍ଯ୍ୟରେ ଭାଗ ନେବାକୁ ଆବେଦନ କରିଥିଲେ ମହୁଆ, ଯାହାକୁ ଖାରଜ କରିଛନ୍ତି କୋର୍ଟ । ଜଷ୍ଟିସ ସଂଜୀବ ଖନ୍ନାଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଆବେଦନ ଉପରେ ଶୁଣାଣୀ କରିଥିଲେ । କ୍ୱ୍ୟାସ ଫର କ୍ୱେରି ମାମଲାରେ ମହୁଆଙ୍କୁ ଏଥିକ୍ସ କମିଟି ରିପୋର୍ଟ ଆଧାରରେ ସଂସଦରୁ ବହିଷ୍କାର କରାଯାଇଛି । ଶୁଣାଣୀ କରି ସୁପ୍ରିମକୋର୍ଟ ଲୋକସଭାର ମୁଖ୍ୟ ଶାସନ ସଚିବଙ୍କୁ ତଲବ କରିଛନ୍ତି । ଦୁଇ ସପ୍ତାହ ମଧ୍ୟରେ କୋର୍ଟରେ ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାର୍ଚ୍ଚ ୧୧ରେ ହେବ ପରବର୍ତୀ ଶୁଣାଣୀ । ବହିଷ୍କାରକୁ ବିରୋଧ କରି ପୂର୍ବରୁ ମଧ୍ୟ ମହୁଆ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆବେଦନରେ ମହୁଆ କହିଥିଲେ ଏଥିକ୍ସ କମିଟିଙ୍କ ରିପୋର୍ଟ ନୀତିଗତଭାବେ ପ୍ରସ୍ତୁତ ହୋଇନି । ଏକତରଫା ନିଷ୍ପତିକ୍ରମେ ତାଙ୍କୁ ସଂସଦରୁ ବହିଷ୍କାର କରାଯାଇଛି । ତାଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଉପରେ ପୁର୍ନବିଚାର କରାଯାଉ ।

ସେପଟେ ନୂଆ ବିବାଦରେ ପଡିଛନ୍ତି ମହୁଆ ମୋଇତ୍ର । କୋଲକାତା ପୋଲିସ ସହାୟତାରେ ଗୁଇନ୍ଦାଗିରି କରୁଥିବା ନେଇ ମହୁଆଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ପୂର୍ବତନ ବନ୍ଧୁ ଅନନ୍ତ ଦେହାଦ୍ରାଇ । ଏପରିକି ପରିବାର ଲୋକଙ୍କ ସହାୟତାରେ ମହୁଆ ତାଙ୍କ ଫୋନକୁ ଟ୍ରାପ କରୁଥିବା କହିଛନ୍ତି ଅନନ୍ତ । ଏନେଇ ଅନନ୍ତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ସିବିଆଇ ନିର୍ଦ୍ଦେଶକଙ୍କୁ ମଧ୍ୟ ଚିଠି ଲେଖିଛନ୍ତି । ପୂର୍ବରୁ ଅନନ୍ତଙ୍କ ଅଭିଯୋଗ କ୍ରମେ ହିଁ ମହୁଆଙ୍କୁ ସାଂସଦ ପଦ ହରାଇବାକୁ ପଡିଛି । ଲାଂଚ ନେଇ ମହୁଆ ସଂସଦରେ ପ୍ରଶ୍ନ ପଚାରିଥିବା ନେଇ ପ୍ରଥମେ ଅଭିଯୋଗ ଆଣିଥିଲେ ଅନନ୍ତ ।

The post ଟିଏମସି ନେତ୍ରୀ ମହୁଆ ମୋଇତ୍ରାଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ । ବଜେଟ ଅଧିବେଶନରେ ଭାଗ ନେବାକୁ କରିଥିଲେ ଆବେଦନ first appeared on Kanak News.

from Kanak News
via <a href="https://ifttt.com/?

ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଦିନ ଉପବାସ ରହି ବ୍ରତ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ସରୟୁ ନଦୀରେ ପକାଇବେ ପବିତ୍ର ବୁଡ଼

କନକ ବ୍ୟୁରୋ : ଅପେକ୍ଷା ଜାନୁଆରୀ ୨୨କୁ । ଶୁଭ ମୁହୁର୍ତରେ ଅଯୋଧ୍ୟା ଶ୍ରୀରାମନ୍ଦିରର ଗର୍ଭଗୃହରେ ହେବ ରାମଲାଲା ବା ପ୍ରଭୁ ଶ୍ରୀରାମଙ୍କ ବାଳକ ରୂପ ବିଗ୍ରହର ପ୍ରାଣପ୍ରତିଷ୍ଠା । ଏନେଇ ଚାଲିଛି ଜୋରଦାର ପ୍ରସ୍ତୁତି । ସୁରୁଖୁରରେ ପ୍ରାଣପ୍ରତିଷ୍ଠା କାମ ସାରିବାକୁ ଉତରପ୍ରଦେଶ ସରକାରଙ୍କ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଛି । ମିଳିଥିବା ସୂଚନା ଅନୁସାରେ ପ୍ରାଣପ୍ରତିଷ୍ଠା ଦିନ ଉପବାସ କରି ବ୍ରତ ରଖିବେ ପ୍ରଧାନମନ୍ତ୍ରୀ ମୋଦୀ । ଏଥିସହ ସରୟୁ ନଦୀରେ ବୁଡ ପକାଇବା କାର୍ଯ୍ୟକ୍ରମ ମଧ୍ୟ ରହିଛି । ମଠ ମହନ୍ତଙ୍କ ଅନୁସାରେ ଯିଏ ପ୍ରାଣପ୍ରତିଷ୍ଠା ସମୟରେ ଗର୍ଭଗୃହରେ ରହିବେ ବା ଯଜମାନ ଦାୟିତ୍ୱ ତୁଳାଇବେ ସେମାନେ ପବିତ୍ର ନଦୀରେ ବୁଡ ପକାଇବା ନିୟମ ରହିଛି ।

ଗର୍ଭଗୃହରେ ଯେଉଁ ସମୟରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବା ସେହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତରରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦିବେନ ପଟେଲ, ଆରଏସଏସ ମୁଖ୍ୟ ମୋହନ ଭାଗବତ ଓ ମୁଖ୍ୟ ପୁରୋହିତ ମୋଟ ୫ଜଣ ଗର୍ଭଗୃହରେ ଉପସ୍ଥିତ ରହିବେ ବୋଲି ଜଣାପଡିଛି । ପ୍ରାଣପ୍ରତିଷ୍ଠା ପାଇଁ ୩ଟି ପୂଜକ ଦଳଙ୍କୁ ଦାୟିତ୍ୱ ଦିଆଯାଇଛି । ଦେଶର ବିଭିନ୍ନ ମନ୍ଦିର, ମଠରୁ ୪ହଜାର ସାଧୁ,ସନ୍ଥ ପୂଜକଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରଣ ଦିଆଯାଇଛି ଅଯୋଧ୍ୟାରେ ରୀତିନିତି ବିଧିବିଧାନ ସହ କାର୍ଯ୍ୟ ପ୍ରାଣପ୍ରତିଷ୍ଠା ପୂର୍ବର ସମସ୍ତ କାର୍ଯ୍ୟକ୍ରମ ଜାନୁଆରୀ ୧୫ରୁ ଆରମ୍ଭ ହେବ ।

ସୂଚନା ଅନୁସାରେ ରାମଲାଲା ବିଗ୍ରହର ପ୍ରାଣ ପ୍ରତିଷ୍ଠା ପାଇଁ କେବଳ ୮୪ ସେକେଣ୍ଡ ସମୟ ଧାର୍ଯ୍ୟ କରାଯାଇଛି । ସେହି ସମୟ ଜାନୁଆରୀ ୨୨ ତାରିଖ ମଧ୍ୟାହ୍ନ ୧୨ଟା ୨୯ମିନିଟରୁ ୮ସେକେଣ୍ଡରୁ ୧୨ଟା ୩୦ ମିନିଟ ୩୨ ସେକେଣ୍ଡ ବୋଲି ଜଣାପଡିଛି । ପୂର୍ବରୁ ୨୦୨୧ରେ କାଶୀ ବିଶ୍ୱନାଥ କରିଡର ଲୋକାର୍ପଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଗଙ୍ଗା ନଦୀରେ ସ୍ନାନ କରିବାପରେ କରିଡର ଲୋକାର୍ପଣ କରିଥିଲେ ।

The post ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଦିନ ଉପବାସ ରହି ବ୍ରତ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ସରୟୁ ନଦୀରେ ପକାଇବେ ପବିତ୍ର ବୁଡ଼ first appeared on Kanak News.

from Kanak News
via <a href="https://ifttt.com/?

ଇଡିକୁ ନାକେଦମ୍ କଲେଣି ୨ ମୁଖ୍ୟମନ୍ତ୍ରୀ । ସମନ୍ ସତ୍ୱେ ହାଜର ହେଉ ନାହାଁନ୍ତି ସୋରେନ୍, କେଜ୍ରିୱାଲ, ଇଡିକୁ ଚିଠି ଲେଖି ଜବାବ ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ଦୁର୍ନୀତି ମାମଲାରେ ଫସିଥିବା ଦୁଇ ଜଣ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏବେ ଚିନ୍ତାରେ ପ୍ରବର୍ତନ ନିର୍ଦ୍ଦେଶାଳୟ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ବିରୋଧରେ ଦୁର୍ନୀତି ଓ ଘୋଟାଲାର ଅଭିଯୋଗ ହୋଇଛି । ଏହାକୁ ନେଇ ବାରମ୍ବାର ବାରମ୍ବର ସମନ୍ କରିବା ସତ୍ୱେ ଇଡିରେ ହାଜର ହେଉ ନାହାଁନ୍ତି ଦୁଇ ମୁଖ୍ୟମନ୍ତ୍ରୀ । କେଜ୍ରିୱାଲଙ୍କୁ ୩ଥର ସମନ୍ ହୋଇଥିବାବେଳେ ହେମନ୍ତ ସୋରେନଙ୍କୁ ୫ଥର ସମନ୍ କରି ସାରିଲାଣି ପ୍ରବର୍ତନ ନିର୍ଦ୍ଦେଶାଳୟ । ହେଲେ ବାରମ୍ବାରର ଇଡିକୁ ଭୂଆଁ ବୁଲାଇ ଚାଲିଛନ୍ତି ଉଭୟ ଦିଲ୍ଲୀ ଓ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ । ଏହାପରେ ଦୁଇ ଜଣଙ୍କ ଗିରଫଦାରିର ଆଶଙ୍କା ବଢିବାରେ ଲାଗିଛି ।

ଇଡିକୁ ଭୂଆଁ ବୁଲାଉଛନ୍ତି ଦିଲ୍ଲୀ ଓ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ । ଦୁଇ ଜଣଙ୍କ ବିରୋଧରେ ରହିଛି ଦୁର୍ନୀତିର ଅଭିଯୋଗ । ଜମି ଦୁର୍ନୀତି ମାମଲାରେ ୧୪ ଅଗଷ୍ଟ,୨୦୨୩ରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମେ ସମନ୍ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପଚରାଉଚରା ପାଇଁ ଇଡିରେ ହାଜର ହେବାକୁ ହେମନ୍ତ ସୋରେନଙ୍କୁ କୁହାଯାଇଥିଲା । ମାତ୍ର ଇଡିରେ ହାଜର ହେବାକୁ ରୋକ୍ଠୋକ ମନା କରି ଦେଇଥିଲେ ହେମନ୍ତ ସୋରେନ୍ । ଏହାପରେ ଅଗଷ୍ଟ ୨୪, ସେପ୍ଟେମ୍ବର ୯, ସେପ୍ଟେମ୍ବର ୨୩, ଏବଂ ଅକ୍ଟୋବର ୪ରେ ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ହାଜର ହେବାକୁ ହୋଇଥିଲା ସମନ୍ । ହେଲେ ସେ ହାଜର ହୋଇ ନାହାଁନ୍ତି । ସେହପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ଅରବିନ୍ଦ କେଜ୍ରିୱାଲ ମଧ୍ୟ ଇଡି ସମନକୁ ଖାତିର କରୁ ନାହାଁନ୍ତି । ତାଙ୍କୁ ଇଡି ତିନି ତିନି ଥର ସମନ୍ ପଠାଇଥିବାବେଳେ, ହାଜର ହେବାକୁ ସେ ମନା କରି ଦେଉଛନ୍ତି ।

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଯେଉଁଭଳି ଭାବେ ଇଡି ସମନ୍କୁ ବେଖାତିର କରି ଚାଲିଛନ୍ତି, ଏହାକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇ ଗଲାଣି । କୌଣସି ବି ସମୟରେ ଏମାନଙ୍କୁ ଗିରଫ କରାଯାଇପାରେ ବୋଲି ଆଲୋଚନା କରାଯାଉଛି । ସେପଟେ ଲୋକସଭା ନିର୍ବାଚନ ପୂର୍ବରୁ ଏହା କେନ୍ଦ୍ର ସରକାରରଙ୍କ ସଡଯନ୍ତ୍ର ବୋଲି ବିରୋଧୀ ପ୍ରଶ୍ନ ଉଠାଉଛନ୍ତି । ଏହାରି ଭିତରେ ଝାଡଖଣ୍ଡ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଆଗକୁ କଣ ହେବ ତାହା ସମୟ କହିବ ।

The post ଇଡିକୁ ନାକେଦମ୍ କଲେଣି ୨ ମୁଖ୍ୟମନ୍ତ୍ରୀ । ସମନ୍ ସତ୍ୱେ ହାଜର ହେଉ ନାହାଁନ୍ତି ସୋରେନ୍, କେଜ୍ରିୱାଲ, ଇଡିକୁ ଚିଠି ଲେଖି ଜବାବ ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started