ମୁହଁ ଖୋଲିଲେ ରେଙ୍ଗାଲି ବୋରୱେଲରୁ ଉଦ୍ଧାର ଶିଶୁ କନ୍ୟା ବିଜୟିନୀଙ୍କ ମାଆ । କହିଲେ, ପ୍ରସବ ବେଳେ ଠିକ୍ ନଥିଲା ମାନସିକ ସ୍ଥିିତି ।

କନକ ବ୍ୟୁରୋ: ରେଙ୍ଗାଲି ଲାରିପାଲିର ପରିତ୍ୟକ୍ତ ବୋରୱେଲରୁ ଉଦ୍ଧାର ହୋଇଥିବା କୁନି ଝିଅର ମାର ପରିଚୟ ମିଳିଛି । ଏବେ ସେ କହିଥିବା କଥାକୁ ନେଇ ଚର୍ଚ୍ଚା ବଢିଛି । ଯଦିଓ ସେ ନିଜେ ସ୍ୱୀକାର କରିଛନ୍ତି ମାନସିକ ଭାରସାମ୍ୟ ହରାଇ ଝିଅକୁ ବୋରୱେଲକୁ ଫିଙ୍ଗିଦେଇଥିଲେ । କିନ୍ତୁ ଡାକ୍ତର ଏହାକୁ ଅସ୍ୱୀକାର କରିଛନ୍ତି । ବିଜୟନୀଙ୍କ ମାଙ୍କ ମାନସିକ ଅବସ୍ଥା ଠିକ୍ ଅଛି ବୋଲି କହୁଛନ୍ତି ।

ତେବେ ଥରେ ଚିନ୍ତା କରନ୍ତୁ, ସିଏ କେମିତିକା’ ମା’, ଯିଏ ଜନ୍ମ କଲା ଛୁଆକୁ ଚିହ୍ନି ପାରୁନାହିଁ । ସେଇ ମା’ର କଥାକୁ ଏ ଦୁନିଆ କେତେ ବିଶ୍ୱାସ କରିବ, ତାହା ବି ସନ୍ଦେହଜନକ । କାରଣ, ବୁଦ୍ଧି-ବିଚାର ନଥିବା ପଶୁଟିଏ ନିଜ ଜନ୍ମକଲା ଛୁଆ ପାଖକୁ କାହାରିକୁ ଛାଡୁନଥିବା ବେଳେ, ମାନସିକ ସ୍ଥିତିର ଆଳ କରି ଜଣେ ମା’ ନବଜାତ ଶିଶୁକୁ ବୋର୍ୱେଲ ଭିତରକୁ ଫିଙ୍ଗି ଦେଇପାରିଲେ କେମିିତି?
ବିଜୟିନୀର ମା’ ସଫେଇ ଦେଇ କହୁଛନ୍ତି, ତାଙ୍କର ମାନସିକ ସ୍ଥିତି ଠିକ୍ ନଥିଲା । ଏପଟେ ତାଙ୍କୁ ଚିକିତ୍ସା କରୁଥିବା ମାନସିକ ବିଭାଗ ମୁଖ୍ୟ କହିଛନ୍ତି, ମହିଳାଙ୍କର ମାନସିକ ସ୍ଥିତି ଠିକ୍ ରହିଛି । ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ।

ତେବେ ଯେଉଁ ଝିଅ ଦିନେ ଅଲୋଡ଼ା ଥିଲା । ଅଲୋଡ଼ା ହୋଇ ମୃତ୍ୟୁର ଦ୍ୱାର ଯାଏଁ ପହଂଚିଯାଇଥିଲା । ସେଇ ଝିଅ ଆଜି ଅଲିଅଳି । ବିଜୟିନୀଙ୍କୁ ଝିଅ ଭାବେ କୋଳେଇ ନେବା ପାଇଁ ବାପା-ମା’ଙ୍କ ଲାଇନ୍ ଲାଗୁଛି । ଓଡ଼ିଶାର ଲୋକପ୍ରିୟ ଡାକ୍ତର ଶଙ୍କର ରାମଚନ୍ଦାନୀ ବିଜୟିନୀକୁ ଝିଅ ବୋଲି ସମ୍ବୋଧନ କରିବା ସହ ତାର ପାଠପଢ଼ା ଖର୍ଚ୍ଚ ସବୁଦିନ ପାଇଁ ବହନ କରିବେ ବୋଲି ଘୋଷଣା କରିଛନ୍ତି ।

ବିଜୟିନୀଙ୍କୁ ପରିଚୟ ଦେବା ପାଇଁ କେତେ ବାପା-ମା’ ଆଗ୍ରହୀ । ହେଲେ ବିଡ଼ମ୍ବନା ଦେଖନ୍ତୁ-ଏଇ ପରିଚୟ ଟିକକ ଲୁଚାଇବା ପାଇଁ ସେଦିନ ବିଜୟିନୀକୁ ବୋରୱେଲକୁ ପିଙ୍ଗି ଦେଇଥିଲେ ତାର ଜନ୍ମକଲା ମା’ ।

The post ମୁହଁ ଖୋଲିଲେ ରେଙ୍ଗାଲି ବୋରୱେଲରୁ ଉଦ୍ଧାର ଶିଶୁ କନ୍ୟା ବିଜୟିନୀଙ୍କ ମାଆ । କହିଲେ, ପ୍ରସବ ବେଳେ ଠିକ୍ ନଥିଲା ମାନସିକ ସ୍ଥିିତି । first appeared on Kanak News.

from Kanak News
via <a href="https://ifttt.com/?

ହିଣ୍ଡେନବର୍ଗ-ଆଦାନୀ ସମୂହ ମାମଲା : ସେବି ତଦନ୍ତକୁ ସମର୍ଥନ କଲେ ସୁପ୍ରିମକୋର୍ଟ । ଏସଆଇଟି ତଦନ୍ତ ନେଇ ହୋଇଥିବା ଅପିଲକୁ କଲେ ଖାରଜ

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ହିଣ୍ଡେନବର୍ଗ-ଆଦାନୀ ସମୂହ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ ଆସିଛି । ଏହି ମାମଲାରେ ଆଦାନି ଗ୍ରୁପକୁ ସୁପ୍ରିମକୋର୍ଟଙ୍କ କ୍ଲିନଚିଟ ମିଳିଛି । ସେବିର ତଦନ୍ତରେ କୌଣସି ତ୍ରୁଟି ନଥିବା କହିଛନ୍ତି ସୁପ୍ରିମକୋର୍ଟ । ଏହାସହ ୩ମାସ ମଧ୍ୟରେ ତଦନ୍ତ ଶେଷ କରିବାକୁ ସେବିକୁ କହିଛନ୍ତି ସୁପ୍ରିମକୋର୍ଟ ।

ଆଦାନୀଙ୍କୁ ଆଶ୍ୱସ୍ତି
-ହିଣ୍ଡେନବର୍ଗର ଅଭିଯୋଗ ଉପରେ ସେବିର ଯାଂଚ ନେଇ କୌଣସି ପ୍ରକାର ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ ।
-୩ ବିଚାରପତିଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ମାମଲାର ରାୟ ଶୁଣାଇଛନ୍ତି ।
-ଏହି ମାମଲାରେ ଏସ୍ଆଇଟି ତଦନ୍ତକୁ ମନା କରିଦେଇଛନ୍ତି କୋର୍ଟ
-କୋର୍ଟ କହିଛନ୍ତି ତଦନ୍ତକୁ ସିକ୍ୟୁରିଟିଜ ଆଣ୍ଡ ଏକ୍ସଚେଂଜ ବୋର୍ଡ ଅଫ୍ ଇଣ୍ଡିଆ ବା ସେବିଠାରୁ ସ୍ପେଶାଲ ଇନଭେଷ୍ଟିଗେସନ ଟିମକୁ ନେବାର କୌଣସି କାରଣ ନାହିଁ
-ମାମଲାରଅନୁସନ୍ଧାନ କରିବା ପାଇଁ ଏହା ଏକ ଦକ୍ଷ ଏଜେନ୍ସି ବୋଲି ସୁପ୍ରିମକୋର୍ଟ କହିଛନ୍ତି

ହିଣ୍ଡେନବର୍ଗ ମାମଲା, ‘ଏସଆଇଟି’ ତଦନ୍ତକୁ ନା’
-୨୦୨୩ ଜାନୁଆରିରେ ଆମେରିକାର ସର୍ଟ ସେଲିଂ ଫାର୍ମ ହିଣ୍ଡେନବର୍ଗ ଏକ ରିପୋର୍ଟ ଜାରି କରିଥିଲା
-ଶିଳ୍ପପତି ଗୌତମ ଆଦାନିଙ୍କ ସବୁ କଂପାନୀ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲା ହିଣ୍ଡନବର୍ଗ
-ଆଦାନୀ ଗ୍ରୁପ ନାଁରେ ଷ୍ଟକ ପ୍ରାଇସ ଜାଲିଆତି ଅଭିଯୋଗ କରିଥିଲା ।
-ମାମଲାରେ କୋର୍ଟଙ୍କ ତତ୍ୱାବଧାନରେ ଏସଆଇଟି କମିଟି ତଦନ୍ତ କରିବା ପାଇଁ ବହୁ ଆବେଦନ ସୁପ୍ରିମକୋର୍ଟରେ ହୋଇଥିଲା
-ସୁପ୍ରିମକୋର୍ଟ ମାମଲାର ତଦନ୍ତ କରିବାକୁ ସେବିକୁ ନିର୍ଦ୍ଦେଶ ଦେଇଥିଲେ
-ସେବି ତଦନ୍ତ କରି ଷ୍ଟାଟସ ରିପୋର୍ଟ ଦାଖଲ କରିବା ପରେ ରାୟକୁ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ
-ଆଦାନୀଗ୍ରୁପ ବିରୋଧରେ ମୋଟ ୨୪ଟି ମାମଲା ରହିଛି
-୨୨ଟି ଶୁଣାଣୀ ସରିଥିବା ଆଉ ୨ଟି ବାକି ରହିଛି

ସୁପ୍ରିମକୋର୍ଟଙ୍କ ରାୟ ଉପରେ ଅସନ୍ତୋଷ ଜାରି କରି ବିରୋଧୀ ଦଳ ନେତା ନିଜର ପ୍ରତିକ୍ରିୟା ରଖିଛନ୍ତି ।

ଆଦାନି ଗ୍ରୁପ ହିଣ୍ଡେନବର୍ଗ ରିପୋର୍ଟ ମିଛ ବୋଲି କହିବା ସତ୍ୱେ ଆଦାନି ଗ୍ରୁପର ସେୟାର ତଳକୁ ଖସିଥିଲା ଏବଂ ଆଦାନି ଗ୍ରୁପକୁ ବହୁ କୋଟି ଟଙ୍କାର କ୍ଷତି ସହିବାକୁ ପଡିଥିଲା । ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ସତ୍ୟମେବ ଜୟତେ ବୋଲି ନିଜ ପ୍ରତିକ୍ର୍ରିୟାର କହିଛନ୍ତି ଗୌତମ ଆଦାନି ।

The post ହିଣ୍ଡେନବର୍ଗ-ଆଦାନୀ ସମୂହ ମାମଲା : ସେବି ତଦନ୍ତକୁ ସମର୍ଥନ କଲେ ସୁପ୍ରିମକୋର୍ଟ । ଏସଆଇଟି ତଦନ୍ତ ନେଇ ହୋଇଥିବା ଅପିଲକୁ କଲେ ଖାରଜ first appeared on Kanak News.

from Kanak News
via <a href="https://ifttt.com/?

୨ ଦିନିଆ ସୁନ୍ଦରଗଡ଼ ଗସ୍ତରେ ଭି କେ ପାଣ୍ଡିଆନ୍ । ପ୍ରଥମ ଦିନରେ ସଭାମଞ୍ଚରୁ ସମସ୍ୟା ସମାଧାନର ଦେଲେ ହିସାବ

କନକ ବ୍ୟୁରୋ: ସୁନ୍ଦରଗଡରେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ସମାବେଶ କରି ଲୋକଙ୍କୁ ଦେଇଛନ୍ତି କାମର ହିସାବ । ୧୬୦ଟି ଅଭିଯୋଗ ଆସିଥିବା ବେଳେ ୧୪୦ଟିର ସମାଧାନ ହୋଇଛି ବୋଲି ସେ ସମାବେଶରେ କହିଛନ୍ତି ।

  • ସୁ୍ନ୍ଦରଗଡରେ ଭି.କେ.ପାଣ୍ଡିଆନ
  • ସମସ୍ୟା ସମାଧାନର ଦେଲେ ହିସାବ

ଦୁଇ ଦିନିଆ ସୁନ୍ଦରଗଡ ଗସ୍ତରେ ଥିବା ୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ପ୍ରଥମ ଦିନରେ କିରେଇ ଓ ବାଲିଶଙ୍କରାରେ ଜନସମାବେଶରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବାବେଳେ ଯେମିତି ଅଭିଯୋଗ ପତ୍ର ଗ୍ରହଣ କରୁଥିଲେ, ସେମିତି ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି । ଏଥିସହ ଜନସଭାକୁ ସମ୍ବୋଧିତ କରି, ସେ ପୂର୍ବ ଗସ୍ତ ସମୟରେ ଗ୍ରହଣ କରିଥିବା ଅଭିଯୋଗ ମଧ୍ୟରୁ କେତୋଟି ସମସ୍ୟାର ସମାଧାନ କରିଛନ୍ତି ତାର ହିସାବ ଦେଇଛନ୍ତି । କହିଛନ୍ତି, ୧୬୦ଟି ଦରଖାସ୍ତ ମିଳିଥିଲା । ୧୬୦ ଦରଖାସ୍ତରୁ ୧୪୦ଟିର ସମାଧାନ ହୋଇଛି ।

କେବଳ ଏତିକି ନୁହେଁ ସୁନ୍ଦରଗଡକୁ ମୁଖ୍ୟମନ୍ତ୍ରୀ ସୁ୍ନ୍ଦରଗଡକୁ କେତେ ଗୁରୁତ୍ୱ ଦେଉଛନ୍ତି ଗୋଟି ଗୋଟି କରି ସେସବୁ ଗଣାଇଛନ୍ତି ପାଣ୍ଡିଆନ ଏବଂ ଖୁବଶୀଘ୍ର ପ୍ରତି ପଞ୍ଚାୟତରେ ବ୍ୟାଙ୍କ ସୁବିଧା ମିଳିବ ଓ ଲକ୍ଷ୍ମୀ ଯୋଜନା ଆରମ୍ଭ ହେବ ବୋଲି ସେ କହିଛନ୍ତି । ଏପଟେ ପାଣ୍ଡିଆନଙ୍କ ଗସ୍ତକୁ ନେଇ କଡା ପ୍ରତିକ୍ରିୟା ଦେଇଛନ୍ତି ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ । ସରକାରୀ ଟଙ୍କାରେ ଦଳୀୟ ପ୍ରଚାର କରୁଥିବା ସେ ଅଭିଯୋଗ କରିଛନ୍ତି ।

ପ୍ରଥମ ଦିନରେ ସୁନ୍ଦରଗଡର କିରେଇ, ବାଲିଶଙ୍କରାରେ ବିଶାଳ ସମାବେଶର କାର୍ଯ୍ୟକ୍ରମ ରହିଥିବାବେଳେ, ଦ୍ୱିତୀୟ ଦିନରେ ରାଜଗାଙ୍ଗପୁର, ନୂଆଗାଁ ଓ ବଣେଇରେ ସମାବେଶ କରିବେ ।

The post ୨ ଦିନିଆ ସୁନ୍ଦରଗଡ଼ ଗସ୍ତରେ ଭି କେ ପାଣ୍ଡିଆନ୍ । ପ୍ରଥମ ଦିନରେ ସଭାମଞ୍ଚରୁ ସମସ୍ୟା ସମାଧାନର ଦେଲେ ହିସାବ first appeared on Kanak News.

from Kanak News
via <a href="https://ifttt.com/?

‘ମୋ ବସ୍’ରୁ ଲୁଟ ପଛରେ ତିନ୍ ପାହାଡ଼ି ଗ୍ୟାଙ୍ଗ୍ । ମୋବାଇଲ୍ ନୁହେଁ ସିମ୍ କାର୍ଡକୁ କରୁଥିଲେ ଟାର୍ଗେଟ୍

କନକ ବ୍ୟୁରୋ: ୟୁପିଆଇ ଆକାଉଣ୍ଟକୁ ହ୍ୟାକ୍ କରିବାକୁ ନୂଆ ତରିକା । କମିଶନରେଟ ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ । ଏହି ଲୁଟେରାଙ୍କ କାହାଣୀକୁ ନେଇ ବେଶ ଚର୍ଚ୍ଚା । ଏମାନେ ଅନ୍ତଃରାଜ୍ୟ ଲୁଟେରା । ବିଭିନ୍ନ ରାଜ୍ୟରେ ଲୁଟ୍ କରୁଥିବାର ଅଭିଯୋଗ ରହିଛି ।

  • ରାଜ୍ୟରେ ସକ୍ରିୟ ତିନ୍ ପାହାଡ଼ି ଗ୍ୟାଙ୍ଗ
  • କ୍ଷଣିକରେ ସଫା କରୁଥିଲେ ବ୍ୟାଙ୍କ ଆକାଉଣ୍ଟ

ଭୁବନଶ୍ୱେର କ୍ୟାପିଟାଲ ଥାନା ପୋଲିସ ଗିିରଫ କରିଛି ଆଠଜଣ ଲୁଟେରାଙ୍କୁ । ଏମାନେ କୌଣସି ସାଧାରଣ ଲୁଟେରା ନୁହନ୍ତି । ଏମାନେ ହେଉଛନ୍ତି ସାରା ଭାରତର ବିଭିନ୍ନ ରାଜ୍ୟରେ ଲୁଟ କରି ଚହଳ ପକାଇଥିବା ତିନ୍ ପାହାଡି ଗ୍ୟାଙ୍ଗର ସଦସ୍ୟ । ଏହି ଆନ୍ତ ରାଜ୍ୟ ଲୁଟେରା ଗ୍ୟାଙ୍ଗର ଲୁଟର କାହାଣିିୀ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ମୋ ବସ, ଜନଗହଳିପୂର୍ଣ୍ଣ ସ୍ଥାନ, ବଡ ବଡ ଉତ୍ସବ ସ୍ଥଳରେ ଲୁଟ କରିବା ପାଇଁ ପ୍ରଥମେ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରନ୍ତି ଏହି ଲୁଟେରା । ଟାର୍ଗେଟ ଫିକ୍ସ କରିବା ପରେ ସୁଯୋଗ ଦେଖି ଆଖି ପିଛୁଳାକେ ମୋବାଇଲ ଓ ଟଙ୍କା ନେଇ ଫେରାର ହୋଇଯାଆନ୍ତି । ଏହି ଗ୍ୟାଙ୍ଗର ଆଠ ଜଣ ସଦସ୍ୟଙ୍କୁ ଗିରଫ କରିବା ପରେ ଲୁଟର ସମ୍ପୁର୍ଣ କାହାଣୀ ସାମନାକୁ ଆସିଛି । ଏକ ଅଭିନଭ ଢଙ୍ଗରେ ଏହି ଗ୍ୟାଙ୍ଗ ଦିର୍ଘଦିନ ଧରି ଲୋକଙ୍କୁ ଲୁଟିଚାଲିଥିଲେ । ଗୁରୁତ୍ୱପୁର୍ଣ କଥା ହେଉଛି ମୋବାଇଲ ଲୁଟିନେବା ଏହି ଗ୍ୟାଙ୍ଗର ମୂଳ ଉଦୈଶ୍ୟ ନଥାଏ ।

  • ଟାର୍ଗେଟରେ ରହିଥାଏ ମୋବାଇଲର ସିମ୍ କାର୍ଡ
  • ସିମକାର୍ଡ ଜରିଆରେ ୟୁପିଆଇ ଆକାଉଣ୍ଟକୁ ହ୍ୟାକ୍ କରିଥାନ୍ତି
  • ଓଟିପି ମାଧ୍ୟମରେ ଫୋନ-ପେ’, ଗୁଗୁଲ ପେ’ ପାସୱାର୍ଡ ବଦଳାଇଥାନ୍ତି
  • ଏହାପରେ ବ୍ୟାଙ୍କ ଆକାଉଣ୍ଟ ଖାଲି କରିଦିଅନ୍ତି ଲୁଟେରା

ଗ୍ୟାଙ୍ଗ ଦୁଇ ଭାଗରେ ବିଭକ୍ତ ହୋଇ କାମ କରେ । ପ୍ରଥମ ଗ୍ୟାଙ୍ଗ ଚୋରିର ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିଥାଏ । କେତେବେଳେ ମୋ ବସ ଭିଡ ଭିତରେ ଲୋକଙ୍କ ପକେଟରୁ ମୋବାଇଲ ଚୋରାନ୍ତି ତ ଆଉ କେତେବେଳେ ଜନଗହଳିପୁର୍ଣ ସ୍ଥାନରେ ଜାଣିଶୁଣି କୃତ୍ରିମ ଭିଡ ସୃଷ୍ଟି କରିଥାନ୍ତି । ବ୍ୟାଗକୁ ଆଢ଼ୁଆଳ କରି ସତର୍କତାର ସହ ପକେଟରୁ ମୋବାଇଲ ଲୁଟି ନେଇଥାନ୍ତି । ସେପଟେ ଦ୍ୱିତୀୟ ଗ୍ୟାଙ୍ଗରେ ପ୍ରସ୍ତୁତ ଥାଆନ୍ତି ସାଇବର ଏକ୍ସପର୍ଟ । ଏମାନେ ଫୋନରୁ ସିମକାର୍ଡ ବାହାର କରି ନିଜ ଫୋନରେ ପକାଇଥାନ୍ତି । ୟୁପିଆଇ ଆକାଉଣ୍ଟକୁ ହ୍ୟାକ କରି ଆକାଉଣ୍ଟରେ ଥିବା ଟଙ୍କାକୁ ଚଳୁ କରିଥାନ୍ତି ।
ସୂଚନା ମୁତାବକ ଝାଡଖଣ୍ଡରେ ରହିଛି ଏହି ତିନ୍ ପାହାଡି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ । ଦରମା ଦେଇ ଅନେକ ଲୁଟେରାଙ୍କୁ ଏହି ଗ୍ୟାଙ୍ଗରେ ସେ ସାମିଲ କରିଛି । ପଶ୍ଚିମବଙ୍ଗ, ଝାଡଖଣ୍ଡ, ଓଡିଶା, ଛତିଶଗଡ ସମେତ ଦେଶର ବିଭିନ୍ନ ରାଜ୍ୟରେ କରିଥାନ୍ତି ଲୁଟ । ବିଭିନ୍ନ ଥାନାରେ ଏହି ଗ୍ୟାଙ୍ଗ ନାରେ ପୁଳାପୁଳା ମାମଲା ରହିଛି । ଏହି ଗ୍ୟାଙ୍ଗର ଆଠଜଣ ସଦସ୍ୟଙ୍କୁ ଗିରଫ କରିବା ପରେ ସେମାନଙ୍କ ନିକଟରୁ ୨୨ଟି ମୋବାଇଲ, ୨୮ଟି ସିମକାର୍ଡ, ୧ ଲକ୍ଷ ୩୦ ହଜାର ଟଙ୍କା ଜବତ କରିଛି କ୍ୟାପିଟାଲ ଥାନା ପୋଲିସ । ଆଠ ଜଣଙ୍କୁ ଗିରଫ କରିବା ସମୟରେ ଏମାନଙ୍କର ଆଉକିଛି ସହଯୋଗୀ ଫେରାର ହୋଇଯାଇଛନ୍ତି । ସେମାନଙ୍କୁ ଧରିବା ପାଇଁ ତନାଘନା ଆରମ୍ଭ କରିଛି କମିସନରେଟ୍ ପୁଲିସ ।

The post ‘ମୋ ବସ୍’ରୁ ଲୁଟ ପଛରେ ତିନ୍ ପାହାଡ଼ି ଗ୍ୟାଙ୍ଗ୍ । ମୋବାଇଲ୍ ନୁହେଁ ସିମ୍ କାର୍ଡକୁ କରୁଥିଲେ ଟାର୍ଗେଟ୍ first appeared on Kanak News.

from Kanak News
via <a href="https://ifttt.com/?

ରାଜଧାନୀ ମୁହାଁ ହେଉଛନ୍ତି ବିଜେଡି ନେତା । ନବୀନ ନିବାସରେ ଜମୁଛି ଭିଡ଼ । ନୂଆବର୍ଷ ଶୁଭେଚ୍ଛା ଆଳରେ ଟିକେଟ ଲବି ଚାଲିଥିବା ଚର୍ଚ୍ଚା

କନକ ବ୍ୟୁରୋ: ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆଉ ବିଜେଡି ନେତାଙ୍କୁ ଘାରିଛି ଟିକେଟ୍ ଚିନ୍ତା । ଏହାପୂର୍ବରୁ ନୂଆବର୍ଷ ଆଳରେ ଶୁଭେଚ୍ଛା ଜଣାଇବାକୁ ଆସି ନବୀନ ନିବାସରେ ଜମୁଛି ବିଜେଡି ନେତାଙ୍କ ଭିଡ । ଦଳର ସୁପ୍ରିମୋ ମଧ୍ୟ ନେତାଙ୍କୁ ମାପୁଥିବା ଜଣାପଡିଛି ।

  • ରାଜଧାନୀ ମୁହାଁ ହେଉଛନ୍ତି ନେତା
  • ନବୀନ ନିବାସରେ ଜମୁଛି ଭିଡ଼
  • ନୂଆବର୍ଷ ଶୁଭେଚ୍ଛା ଆଳରେ ଟିକେଟ ଲବି!

ନୂଆବର୍ଷରେ ନବୀନ ନିବାସରେ ନେତାଙ୍କ ଭିଡ଼ । ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛନ୍ତି ମନ୍ତ୍ରୀ ଓ ବିଧାୟକ । ପୂର୍ବ ବର୍ଷ ଅପେକ୍ଷା ଏଥର ନେତାଙ୍କ ଗହଳି ବଢିଯାଇଛି । କାରଣ ମାଡ଼ିଆସୁଛି ନିର୍ବାଚନ । ତେଣୁ କ୍ଷମତା କେନ୍ଦ୍ରର ନିକଟତର ହେବା ପାଇଁ ନେତାଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗିତା । କିଏ ଫୁଲ ତୋଡ଼ା ଦେଇ ନବୀନଙ୍କ ଆଶୀର୍ବାଦ ନେଉଛନ୍ତି ତ ଆଉ କିଏ ୫-ଟି ଅଧ୍ୟକ୍ଷଙ୍କୁ ଶୁଭେଚ୍ଛା ଜଣାଇ ଫଟୋ ପୋଜ୍ ଦେଉଛନ୍ତି । କିନ୍ତୁ ଚର୍ଚ୍ଚା ହେଉଛି, ନୂଆବର୍ଷର ଏହି ଶୁଭେଚ୍ଛା ଭିତରେ ରହିଛି ନେତାଙ୍କ ୨୪ ନିର୍ବାଚନ ଚିନ୍ତା । ଏହି ଅବସରକୁ ହାତଛଡ଼ା କରିବାକୁ କେହି ଚାହୁଁନାହାନ୍ତି । କିଛି ନେତା ନିଜ ସମର୍ଥକଙ୍କ ସହ ନବୀନ ନିବାସ ପହଁଚୁଛନ୍ତି ।

ଦଳର ପ୍ରତିଷ୍ଠା ଦିବସରେ ନବୀନଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ଶପଥ ନେଇଛନ୍ତି ନେତା । ଏଥିପାଇଁ ଦଳୀୟ ସ୍ତରରେ ଜୋରଦାର କସରତ ମଧ୍ୟ ଆରମ୍ଭ ହୋଇ ସାରିଲାଣି । ଏପଟେ ଚର୍ଚ୍ଚା ହେଉଛି ଆସନ୍ତା ନିର୍ବାଚନ ପାଇଁ ମହିଳା ଓ ଯୁବ ନେତାଙ୍କୁ ଗୁରୁତ୍ୱ ଦେଇପାରେ ବିଜେଡି । ତେଣୁ ଟିକେଟକୁ ପକ୍କା କରିବା ପାଇଁ କ୍ଷମତା କେନ୍ଦ୍ରରେ ଲବି ଆରମ୍ଭ କରିଦେଇଛନ୍ତି ନେତା ।

  • ଭିଡ଼ ଭିତରେ ଅଙ୍କକଷା
  • ବଢୁଛି ଆଶାୟୀଙ୍କ ସଂଖ୍ୟା
  • ସ୍ଥିତି ପରଖୁଛନ୍ତି ସୁପ୍ରିମୋ

୧୪୭ ନିର୍ବାଚନମଣ୍ଡଳୀ ମଧ୍ୟରେ କେଉଁ ନେତାଙ୍କ ଲୋକପ୍ରିୟତା ବଢ଼ିଛି, କେଉଁ ନେତାଙ୍କ ଗ୍ରହଣନୀୟତା କମିଛି ଏବଂ କିଏ ବିଭିନ୍ନ ବିବାଦ ଭିତରେ ଫସିଛନ୍ତି, ତାର ଏକ ସର୍ଭେ ମଧ୍ୟ ଦଳ ପକ୍ଷରୁ କରାଯାଉଛି । ସବୁ ଦିଗକୁ ବିଚାର ବିମର୍ଶ କରି ବିଜୟ ସମ୍ଭାବନା ଅଧିକ ଥିବା ନେତାଙ୍କୁ ଏଥର ବିଜେଡି ପ୍ରାର୍ଥୀ କରିବ ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ଯେଉଁମାନେ ଦଳ ପାଇଁ ଉତ୍ସର୍ଗୀକୃତ ଭାବେ କାମ କରି ଆସୁଛନ୍ତି ଏବଂ ହାଇକମାଣ୍ଡଙ୍କ ଗୁଡବୁକ୍ରେ ଅଛନ୍ତି, ସେମାନଙ୍କୁ ପରୋକ୍ଷରେ ଗ୍ରୀନ ସିଗନାଲ୍ ଦିଆଯାଇଥିବା କୁହାଯାଉଛି ।

The post ରାଜଧାନୀ ମୁହାଁ ହେଉଛନ୍ତି ବିଜେଡି ନେତା । ନବୀନ ନିବାସରେ ଜମୁଛି ଭିଡ଼ । ନୂଆବର୍ଷ ଶୁଭେଚ୍ଛା ଆଳରେ ଟିକେଟ ଲବି ଚାଲିଥିବା ଚର୍ଚ୍ଚା first appeared on Kanak News.

from Kanak News
via <a href="https://ifttt.com/?

ଝାଡ଼ଖଣ୍ଡ ପଟୁ ଓଡ଼ିଶା ଦେଇ ଛତିଶଗଡ଼ ଯିବ ରାହୁଲଙ୍କ ନ୍ୟାୟ ଯାତ୍ରା । କେଉଁ ଜିଲ୍ଲା ଦେଇ ଯିବେ ରାହୁଲ, ପିସିସି ପକ୍ଷରୁ ଦିଆଗଲା ପ୍ରସ୍ତାବ

କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ରାହୁଲଙ୍କ ନ୍ୟାୟ ଯାତ୍ରାକୁ ନେଇ ଉତ୍ସାହିତ ହୋଇପଡିଛି ରାଜ୍ୟ କଂଗ୍ରେସ ଶିବିର । ଓଡ଼ିଶାର କେଉଁ କେଉଁ ଜିଲ୍ଲା ଦେଇ ରାହୁଲ ଯାତ୍ରା କରିବେ, ଏ ନେଇ କେନ୍ଦ୍ର ନେତୃତ୍ୱକୁ ପ୍ରସ୍ତାବ ଦେଇଛି ପିସିସି । ଝାଡ଼ଖଣ୍ଡରୁ ଏହି ଯାତ୍ରା ଓଡ଼ିଶା ଦେଇ ଛତିଶଗଡ଼ ଯିବା କାର୍ଯ୍ୟକ୍ରମ ଥିବାରୁ ୨ଟି ରୁଟ୍ ନେଇ ପ୍ରସ୍ତାବ ଦିଆଯାଇଛି ।

ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ଗଂଜାମ, ରାୟଗଡ଼ା, କୋରାପୁଟ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା ବାଟେ ଗଲେ ଓଡ଼ିଶାର ପ୍ରାୟ ୧୩ଟି ଜିଲ୍ଲା ଦେଇ ଯାଇପାରିବ ରାହୁଲଙ୍କ ନ୍ୟାୟ ଯାତ୍ରା । ସେହିପରି ଝାଡ଼ଖଣ୍ଡ ପଟୁ ବାହାରି ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା ଦେଇ ଛତିଶଗଡ଼ ଯିବେ ରାହୁଲ ।

ଯେଉଁ ରାଜ୍ୟ ଦେଇ ନ୍ୟାୟ ଯାତ୍ରା ଯିବ ସେସବୁ ରାଜ୍ୟର ପିସିସି ସଭାପତିଙ୍କୁ ଦିଲ୍ଲୀ ଡାକରା ହୋଇଛି । ଗୁରୁବାର ଦିନ ଲୋକସଭା ନିର୍ବାଚନ ଓ ନ୍ୟାୟ ଯାତ୍ରା ନେଇ ଦିଲ୍ଲୀରେ ବୈଠକ ବସିବ । ଚୂଡ଼ାନ୍ତ ରୁଟମ୍ୟାପ୍ ସଂପର୍କରେ ଆଲୋଚନା ପାଇଁ ଦିଲ୍ଲୀ ଯାଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

  • ୯ରୁ ୯୦ ମିସନ୍ ପାଇଁ କଂଗ୍ରେସର ଦୃଢ଼ୋକ୍ତି
  • ୬୯ ଆସନରେ ପ୍ରାର୍ଥୀ ରିପିଟ୍ କରିପାରେ ଦଳ

ଦଳର ସଂଗଠନକୁ ମଜବୁତ କରିଥିବା ନେତା ଓ ୨୦୧୯ ନିର୍ବାଚନରେ ୬୯ଟି ସିଟରେ ଅଳ୍ପ ମାର୍ଜିନରେ ହାରିଥିବା ନେତାଙ୍କୁ ପୁଣି ଥରେ ଟିକେଟ୍ ଦେବ ବୋଲି ନିଷ୍ପତି ନେଇଛି ଦଳ । ୨୦୨୪ ନିର୍ବାଚନରେ ୯୦ ଆସନରେ ସଫଳତା ପାଇବା ପାଇଁ ରଣନୀତି ପ୍ରସ୍ତୁତ କରୁଛି ରାଜ୍ୟ କଂଗ୍ରେସ ।

ଆସନ୍ତା ୬ ତାରିଖରେ ଓଡ଼ିଶା ଆସୁଛନ୍ତି କଂଗ୍ରେସର ନୂଆ ପ୍ରଭାରୀ । ଦିଲ୍ଲୀରେ ଅଜୟ କୁମାରଙ୍କୁ ଭେଟି ସ୍ୱାଗତ କରିଛନ୍ତି ରାଜ୍ୟ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ । କଂଗ୍ରେସ ଶିବିର ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ରାହୁଲଙ୍କ ନ୍ୟାୟ ଯାତ୍ରା ଉପରେ ଦଳ ଅଧିକ ଫୋକସ କରିଛି । ପଦଯାତ୍ରା କରିବା ସହ କିଛି ବାଟ ସ୍ୱତନ୍ତ୍ର ଗାଡ଼ିରେ ବୁଲିବେ ରାହୁଲ । ସେଥିପାଇଁ ୪୫ କଣ୍ଟେନର ଓ କିଛି ବସର ବ୍ୟବସ୍ଥା ହୋଇଛି ।

ରାହୁଲଙ୍କ ନ୍ୟାୟ ଯାତ୍ରା

  • ୧୪ ରାଜ୍ୟରେ ରାହୁଲ କରିବେ ନ୍ୟାୟ ଯାତ୍ରା
  • ୧୫୦ ଦିନ ଧରି ଚାଲିବ କାର୍ଯ୍ୟକ୍ରମ
  • ୩୫୫ ନିର୍ବାଚନମଣ୍ଡଳୀ ବୁଲିବେ ରାହୁଲ
  • ଦିନକୁ ପ୍ରାୟ ୮୦ କିଲୋମିଟର ଯାତ୍ରା, ୨ଟି ସଭା
  • ଗୁଜରାଟ ଓ ୟୁପିରେ ରହିବ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ
  • ଓଡ଼ିଶାରେ ୪-୫ ଦିନ ଚାଲିପାରେ ନ୍ୟାୟ ଯାତ୍ରା

The post ଝାଡ଼ଖଣ୍ଡ ପଟୁ ଓଡ଼ିଶା ଦେଇ ଛତିଶଗଡ଼ ଯିବ ରାହୁଲଙ୍କ ନ୍ୟାୟ ଯାତ୍ରା । କେଉଁ ଜିଲ୍ଲା ଦେଇ ଯିବେ ରାହୁଲ, ପିସିସି ପକ୍ଷରୁ ଦିଆଗଲା ପ୍ରସ୍ତାବ first appeared on Kanak News.

from Kanak News
via <a href="https://ifttt.com/?

ଇରାନର କରମାନ କବରସ୍ଥାନ ନିକଟରେ ଭୟଙ୍କର ବିସ୍ଫୋରଣ । ୭୩ ମୃତ, ୧୨୦ ଆହାତ

କନକ ବ୍ୟୁରୋ : ଇରାନର କରମାନ ସହର ନିକଟ ଏକ କବରସ୍ଥାନରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ସର୍ବନିମ୍ନ ୭୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ୧୨୦ ରୁ ଅଧିକ ଲୋକ ଆହାତ ହୋଇଛନ୍ତି । ଇରାନର ସରକାରୀ ଟିଭି ଚ୍ୟାନେଲ ଅଲ ଅରବିୟା ରିପୋର୍ଟ ମୁତାବକ ଏହି କବରସ୍ଥାନରେ କମାଣ୍ଡର କାସିମ ସୁଲେମାନୀଙ୍କୁ କବର ଦିଆଯାଇଥିଲା    । ରିପୋର୍ଟ ମୁତାବକ ଏହି କବରସ୍ଥାନ ନିକଟରେ ୨ଟି ବିସ୍ଫୋରଣ ଘଟିଛି । ବୁଧବାର ଦିନ ଇରାନବାସୀ କମାଣ୍ଡର ସୁଲେମାନୀଙ୍କ ମୃତ୍ୟୁବାର୍ଷିକ ସେହି କବରସ୍ଥାନ ନିକଟରେ ପାଳନ କରୁଥିଲେ ।

ଇରାନର ସରକାରୀ ସମାଚାର ଏଜେନ୍ସି ଆଇଆରଏନଏ ପ୍ରଥମେ ସୂଚନା ଦେଇଥିଲା କି, ଏହି ବିସ୍ଫୋରଣରେ ୧୨୦ ରୁ ଅଧିକ ଲୋକ ଆହାତ ହୋଇଛନ୍ତି । ସୂଚନା ମୁତାବକ କମାଣ୍ଡର କାସିମ ସୁଲେମାନୀଙ୍କ ମୃତ୍ୟୁ ବାର୍ଷିକ ପାଳନ କରିବାକୁ ଏହି କବରସ୍ଥାନ ନିକଟରେ ହଜାରତ ହଜାର ଲୋକ ରୁଣ୍ଡ ହୋଇଥିଲେ । ବାସ୍ ଏହି ସମୟରେ ଅଚାନକ ଦୁଇଟି ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ କିଛି ଲୋକଙ୍କ ଜୀବନ ଯାଇଥିବା ବେଳେ ଧାଁଦଉଡ ବେଳେ କିଛି ଲୋକଙ୍କ ଜୀବନ ଯାଇଛି ।

କମାଣ୍ଡର କାସିମ ସୁଲେମାନୀ ହେଉଛନ୍ତି ଦୁଇ ଦଶନ୍ଧିର ଅଧିକ ସମୟ ଧରି ଇସଲାମିକ ରିଭୋଲେସନାରୀ ଗାର୍ଡ ଫୋର୍ସର ବିଦେଶୀ ଶାଖା କୁଦସ୍ ଫୋର୍ସର ନେତୃତ୍ୱ ନେଉଥିଲେ । ୨୦୨୦ ମସିହାରେ ଆମେରିକା ଯୁଦ୍ଧବିମାନ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିଲା ।

The post ଇରାନର କରମାନ କବରସ୍ଥାନ ନିକଟରେ ଭୟଙ୍କର ବିସ୍ଫୋରଣ । ୭୩ ମୃତ, ୧୨୦ ଆହାତ first appeared on Kanak News.

from Kanak News
via <a href="https://ifttt.com/?

ବାଜ୍ୟାପ୍ତ ହେବ ଅର୍ଥତତ୍ତ୍ୱ ଚିଟଫଣ୍ଡ କମ୍ପାନୀ ସମ୍ପତ୍ତି । ସମ୍ପତି ନିଲାମ କରି ଜମାକାରୀଙ୍କ ମଧ୍ୟରେ ବାଣ୍ଟି ଦେବାକୁ ନିର୍ଦ୍ଦେଶ ।

କନକ ବ୍ୟୁରୋ: ବାଜ୍ୟାପ୍ତି ହେବ ଅର୍ଥତତ୍ତ୍ୱ ବା ଏଟି ଗ୍ୁପର ସମ୍ପତି । କଟକ ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟ ଏଥିପାଇଁ ଅନୁମତି ଦେଇଛନ୍ତି । ଏଟି ଗ୍ରୁପ ମାଲିକାନାରେ ଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସଂପତିର ହେବ ନିଲାମ । ଯେଉଁଥିରେ କଂପାନୀ ମାଲିକାନାରେ ଥିବା ବଡ ବଡ ଜମି, କାର ଓ କୋଠା ରହିଛି । ଭୁବନେଶ୍ୱର, ବେଗୁନିଆ, ଟାଙ୍ଗୀ, ଭଦ୍ରକ, ବାଲେଶ୍ୱର, ଗଂଜାମ, ପୁରୀ, ଅନୁଗୁଳରେ ରହିଛି ଭୂସଂପତି । ଏଟି ଗ୍ରୁପର ବ୍ୟାଙ୍କ ଆକାଉଂଟରେ ୨ କୋଟି ୧୭ ଲକ୍ଷ ରହିଛି । ଯାହା ବାଜ୍ୟାପ୍ତି କରିଛନ୍ତି କୋର୍ଟ । ସେହିପରି ୧୧୦ ଏକର ସଂପତି, ୧୧ଟି ଦାମୀ ଗାଡି ମଧ୍ୟ ବାଜ୍ୟାପ୍ତି ହେବ । ରାଜ୍ୟରେ ହୋଇଥିବା ଏହି ବହୁଚର୍ଚ୍ଚିତ ଚିଟଫଣ୍ଡ ଠକେଇରେ ଏଟି ଗ୍ରୁପ ୬୦୦ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ରହିଛି । ଏହି ମାମଲାରେ ଅର୍ଥତତ୍ୱ କଂପାନୀର ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ସେଠୀ ଗିରଫ ହୋଇ ଜେଲରେ ଥିଲେ । ଏବେ ଭୂସଂପତିକୁ ନିଲାମ କରି ଠକେଇର ଶିକାର ହୋଇଥିବା ଜମାକାରୀଙ୍କୁ ଫେରସ୍ତ କରାଯିବ ବୋଲି ଜଣାପଡିଛି ।

The post ବାଜ୍ୟାପ୍ତ ହେବ ଅର୍ଥତତ୍ତ୍ୱ ଚିଟଫଣ୍ଡ କମ୍ପାନୀ ସମ୍ପତ୍ତି । ସମ୍ପତି ନିଲାମ କରି ଜମାକାରୀଙ୍କ ମଧ୍ୟରେ ବାଣ୍ଟି ଦେବାକୁ ନିର୍ଦ୍ଦେଶ । first appeared on Kanak News.

from Kanak News
via <a href="https://ifttt.com/?

କଳାହାଣ୍ଡି ଗୁର୍ଜିମୁଣ୍ଡାରେ ଥିବା ଯୋଗମାୟାଙ୍କ ପୀଠରେ ଲାଗୁଛି ଗହଳି । ମାଆଙ୍କ ଦର୍ଶନ ସହ ସେଲ୍ଫି ପଏଂଟ ପାଲଟିଛି ମୁଖ୍ୟ ଆକର୍ଷଣ

କନକ ବ୍ୟୁରୋ : ପର୍ଯ୍ୟଟନ ଋତୁରେ ଜମୁଛି ଭିଡ । ଦୂରଦୂରାନ୍ତରୁ ଛୁଟି ଆସୁଛନ୍ତି ପର୍ଯ୍ୟଟକ ମାନେ । ବଣଭୋଜି କରିବା ସହିତ ମାଆ ଯୋଗମାୟାଙ୍କୁ ଦର୍ଶନ କରିବାକୁ ଗହଳି ଜମୁଛି । କଳାହାଣ୍ଡି କେସିଙ୍ଗା ଗୁର୍ଜିମୁଣ୍ଡାରେ ଥିବା ଯୋଗମାୟାଙ୍କ ପୀଠ । ମାଆଙ୍କ ନିକଟର ଭକ୍ତଙ୍କ ରହିଛି ଅଗାଧ ବିଶ୍ୱାସ । ଯାହା ମାନସିକ କରିଲେ ସବୁକିଛି ପୂରଣ ହୋଇଥାଏ । ଆଉ ଏହି ବିଶ୍ୱାସ ଆଧାରରେ ପ୍ରତିଦିନ ଦୂରଦୂରାନ୍ତରୁ ଲାଗୁଛି ଲୋକଙ୍କ ଭିଡ । ନୂଆବର୍ଷରେ ମଧ୍ୟ ଲାଗିଥିଲା ପ୍ରବଳ ଭକ୍ତଙ୍କ ଭିଡ । ମନୋରମ ପରିବଶେ ଭିତରେ ଏହା ରହିଥିବାରୁ ଏହାକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ବି ମିଳିଛି । ଏଠାରେ ଥିବା ଶିଶୁ ଉଦ୍ୟାନରୁ ନେଇ ଜୀବଜନ୍ତୁଙ୍କ ମୂର୍ତି, ତାସହିତ ଓøଷଧୀୟ ବୃକ୍ଷ ଲୋକଙ୍କୁ ବେଶୀ ଆକୃଷ୍ଟ କରୁଛି । ତା ସହିତ ସେଲ୍ଫି ପଏଂଟ ପାଲଟିଛି ମୁଖ୍ୟ ଆକର୍ଷଣ । ତା ସହିତ ପାତାେ,ଶ୍ୱର ମନ୍ଦିରଠୁ ଆରମ୍ଭ କରି ଦେବ ଗୁମ୍ଫା ଓ ଗଣେଶ ମନ୍ଦିର ମଧ୍ୟ ରହିଛି । ଯାହା ଦେଖିବକୁ ପ୍ରତିଦିନ ଦୂରଦୂରାନ୍ତରୁ ଶହଶହ ପର୍ଯ୍ୟଯକଙ୍କ ଭିଡ ଜମିବାରେ ଲାଗିଛି ।

The post କଳାହାଣ୍ଡି ଗୁର୍ଜିମୁଣ୍ଡାରେ ଥିବା ଯୋଗମାୟାଙ୍କ ପୀଠରେ ଲାଗୁଛି ଗହଳି । ମାଆଙ୍କ ଦର୍ଶନ ସହ ସେଲ୍ଫି ପଏଂଟ ପାଲଟିଛି ମୁଖ୍ୟ ଆକର୍ଷଣ first appeared on Kanak News.

from Kanak News
via <a href="https://ifttt.com/?

କୌଳିକ ବୃତ୍ତି ବଂଚାଇବାକୁ ପଥର ଶିଳ୍ପୀଙ୍କ ସଂଘର୍ଷ । ନାହିଁ ବଜାର ବ୍ୟବସ୍ଥା, କ୍ଷତିରେ ଶିଳ୍ପୀ

କନକ ବ୍ୟୁରୋ : ଜୀବନ ଜୀବୀକା ପାଇଁ ଜାରି ରହିଛି ସଂଘର୍ଷ । କୌଳିକ ବୃତ୍ତି ବଂଚାଇବାକୁ ଦିନ ରାତି ଏକାଠି କରିଦେଇଛନ୍ତି । ହେଲେ ଆବଶ୍ୟକ ଅନୁସାରେ ମିଳୁନି ପାଉଣା । ପେଟ ପାଟଣା ବଂଚାଇବାକୁ ଅହ ରହ ସଂଘର୍ଷ କରିଚାଲିଛନ୍ତି ମାହାଙ୍ଗା ଲଳିତଗିରିରର ପଥର କାରିଗର ମାନେ । ନିହଣ ମୁନରେ ପଥରରେ ଦିଅନ୍ତି ଜୀବନ୍ତ ରୂପ । ହାତୁଡିରେ ପଥର ଭାଙ୍ଗି ବିଭିନ୍ନ ପ୍ରକାର ପଥରର ମୂର୍ତିମାନ ଗଢିଚାଲିଛନ୍ତି । ଗାଁର ୨୬୦ରୁ ଅଧିକ ପରିବାର ରହୁଛନ୍ତି । ଏଥିରୁ ପ୍ରାୟ ଏହି ପଥର କାମ କରି ପରିବାର ଚଳାଉଛନ୍ତି । ରାତି ପାଇଲେ ପରିବାରର ଛୋଟରୁ ବଡ ସମସ୍ତେ ଲାଗିପଡୁଛନ୍ତି ବିଭିନ୍ନ ମୂର୍ତି ଗଢିବାରେ । ସେପଟେ ପାହାଡ ଖୋଳିିବା ନେଇ କଟକଣା କରାଯାଇଥିବା ବେଳେ ଏହିକ କଟକଣା ଆଣିଦେଇଛି ଦୁଃଖ । ବାହାରୁ ପଥର ମଗାଇ ମୂର୍ତି ଗଢିବାକୁ ପଡୁଛି ଏହି ପଥର ଶିଳ୍ପୀ ମାନଙ୍କୁ । ତା ପରେ ବି ଦୁଇ ପଇସା ଲାଭ ସେମାନଙ୍କ ପାଇଁ ସ୍ୱପ୍ନ୍ ପାଲଟିଛି ।

୪ ପ୍ରକାର ପଥର ଶିଳ୍ପୀ କାମରେ ଲାଗିଛନ୍ତି । ପ୍ରଥମ ପଥର ଖୋଦେଇ କରନ୍ତି ତାପରେ ପଥର ଖୋଳି ବିଭିନ୍ନ କାରୁକାର୍ଯ୍ୟ କରିଥାନ୍ତି । ପଥରରେ ଶେଷ ସ୍ପର୍ଶ ଦେଇଥାନ୍ତି କାରିଗର । ଗୋଟିଏ ପଥର ମୂର୍ତିରେ ରୂପ ଦେବାକୁ ଲାଗିଥାନ୍ତି ୪ରୁ ୫ ଜଣ କାରିଗର । ୩ଫୁଟ ମୂର୍ତିରେ ଲାଗିଯାଏ ପ୍ରାୟ ୭ଦିନ ଭଳି ସମୟ । ପଥର ଶିଳ୍ପର ଚାହିଦା ବଢୁଥିବା ବେଳେ ବଜାର ସୁବିଧା ନାହିଁ । ଏନେଇ କାରିଗର କ୍ଷତିରେ ପଡୁଥିବା ବେଳେ ଧୀରେ ଧୀରେ ଏହି କାମରୁ ମୁହଁ ଫେରାଇଲେଣି ପଥର କାରିଗର ମାନେ ।

ଶିଳ୍ପୀ ମାନଙ୍କୁ ସାହାଯ୍ୟ ସହଯୋଗ ସହ ଗାଁକୁ ଶିଳ୍ପୀ ଗାଁ ଭାବେ ଘୋଷଣା କରିବାକୁ ଦାବି ହୋଇ ଆସୁଛି । ହେଲେ ଏଥି ପ୍ରତି କିନ୍ତୁ ପ୍ରଶାସନର ନଜର ନାହିଁ ।

The post କୌଳିକ ବୃତ୍ତି ବଂଚାଇବାକୁ ପଥର ଶିଳ୍ପୀଙ୍କ ସଂଘର୍ଷ । ନାହିଁ ବଜାର ବ୍ୟବସ୍ଥା, କ୍ଷତିରେ ଶିଳ୍ପୀ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started