୩୧ ବର୍ଷରେ ପାଦ ଦେଇଛି ଝାରସୁଗୁଡା ଜିଲ୍ଲା । ଉନ୍ନତି ଭିିତରେ ବି ବାକି ରହିଛି ଅନେକ ବିକାଶ, ଜିଲ୍ଲାରେ ନାହିଁ ସରକାରୀ କଲେଜ

କନକ ବ୍ୟୁରୋ : ଝାରସୁଗୁଡା ଜିଲ୍ଲାକୁ ୩୦ ପୁରି ୩୧ ଚାଲିଲା । ହେଲେ ଜିଲ୍ଲାରେ ପ୍ରତିଷ୍ଠା ହୋଇପାରିଲାନି ସରକାରୀ କଲେଜ । ବହୁବାର ପ୍ରତିବାଦ କରାଯାଇଛି । ହେଲେ ପ୍ରତିଥର ପ୍ରତିଶ୍ରୁତିର ସରିଯାଉଛି କାମ । ୧୯୯୪ ମସିହା ଜାନୁଆରି ପହିଲାରେ ଜିଲ୍ଲା ମାନ୍ୟତା ପାଇଥିଲା ଝାରସୁଗୁଡ଼ା ଜିଳ୍ଲା । ଜିଳ୍ଲାକୁ ୩୦ ବର୍ଷ ପୁରିଛି । ବେଶ ଧୁମଧାମରେ ପ୍ରତିଷ୍ଠା ଦିବସ ପାଳିତ ବି ହୋଇଛି । ହେଲେ ସେତେବେଳର ଜିଲ୍ଲା ଦେଖିଥିବା ସେହି ବିକାଶର ସ୍ୱପ୍ନ କିନ୍ତୁ ଅଧାରେ ରହିଯାଇଛି । ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରୟାସରେ ସମ୍ବଲପୁରରୁ ଅଲଗା ହୋଇ ଝାରସୁଗୁଡ଼ା ନୂତନ ଜିଲ୍ଲାର ମାନ୍ୟତା ପାଇଛି । ହେଲେ ଏବେ ବି ବିଭିନ୍ନ ମୌିଳିକ ସୁବିଧାରୁ ବଂଚିତ ରହିଛି ଝାରସୁଗୁଡା । ଶିଳ୍ପାୟନ ସାଙ୍ଗକୁ ବିମାନ ବନ୍ଦର ହୋଇପାରିଛି । ତାପରେ ବି ଜିଲ୍ଲାରେ ସରକାରୀ କଲେଜଟିଏ ବି ନାହିଁ । ଯାହାଫଳରେ ଛାତ୍ରଛାତ୍ରୀମାନେ ବାହାର ଜିଲ୍ଲା ଉପରେ ନିର୍ଭର କରିବାକୁ ପଡୁଛି ।

ଶିଳ୍ପସମୃଦ୍ଧ ଜିଲ୍ଲା ଝାରସୁଗୁଡ଼ା । ଶହଶହ କଳକାରଖାନା ଓ ଖଣିରୁ ସରକାର ବାର୍ଷିକ ରାଜସ୍ୱ ଆୟ କରୁଛନ୍ତି । ଜିଲ୍ଲା ଗଠନର ୩୦ ବର୍ଷ ବିତିଯାଇଛି ସତ ଝାରସୁଗୁଡ଼ାକୁ ଗୋଟିଏ ହେଲେ ସରକାରୀ କଲେଜ ମିଳିପାରିନି । ସବୁଠୁ ପୁରୁଣା ଏଲ୍ଏନ୍ କଲେଜକୁ ସରକାରୀ ମାନ୍ୟତା ଦାବିନେଇ ଅନେକ ଥର ଆନ୍ଦୋଳନ ହୋଇଛି । ହେଲେ କୌଣସି ସମାଧାନ ହୋଇନି ।

ନିର୍ବାଚନ ସମୟରେ ଝାରସୁଗୁଡା ଜିଲ୍ଲାରେ ସରକାରୀ କଲେଜ ସ୍ଥାପନ କରାଯିବ ବୋଲି ପତିଶ୍ରୁତି ମିଳେ । ଆଉ ନିର୍ବାଚନ ସରିଗଲା ପରେ ପ୍ରତିଶ୍ରୁତି ପାଲଟିଛି ପାଣିର ଗାର ।

The post ୩୧ ବର୍ଷରେ ପାଦ ଦେଇଛି ଝାରସୁଗୁଡା ଜିଲ୍ଲା । ଉନ୍ନତି ଭିିତରେ ବି ବାକି ରହିଛି ଅନେକ ବିକାଶ, ଜିଲ୍ଲାରେ ନାହିଁ ସରକାରୀ କଲେଜ first appeared on Kanak News.

from Kanak News
via <a href="https://ifttt.com/?

ଚାଷୀଙ୍କ ସୁବିଧା ହାତେଇ ନେଉଛନ୍ତି ବ୍ୟବସାୟୀ । ଭଡ଼ାରେ ଲାଗିଛି କଳାହାଣ୍ଡି ଜୁନାଗଡ଼ରେ ଥିବା ଚାଷୀଙ୍କ ଗୋଦାମ ଘର

କନକ ବ୍ୟୁରୋ : ଚାଷୀଙ୍କ ସୁବିଧା ହାତେଇ ନେଉଛନ୍ତି ବ୍ୟବସାୟୀ । ଭଡ଼ାରେ ଲାଗିଛି ଚାଷୀଙ୍କ ପାଇଁ ନିର୍ମାଣ ହୋଇଥିବା ଗୋଦାମ । ଚାଷୀଙ୍କ କୃଷିଜାତ ଜିନିଷ ଗଚ୍ଛିତ ରଖିବାକୁ ଗୋଦାମ କରାଯାଇଛି । ହେଲେ ନିୟନ୍ତ୍ରିତ ବଜାର କମିଟି ଦେଇଛି ବ୍ୟବସାୟୀ ମାନଙ୍କୁ । ଏହି ଅଭିଯୋଗ ଆସିଛି କଳାହାଣ୍ଡି ଜୁନାଗଡରୁ । ପ୍ରତିଥର ଚାଷୀ କ୍ଷତିରେ ପଡୁଥିବା ବେଳେ ପ୍ରତିଥର ଚାଷ ନଷ୍ଟ ହେଉଥିବା ବେଳେ କିଭଳି ସେମାନଙ୍କ ଫସଲ ସୁରକ୍ଷିତ ହୋଇ ରହିବ । ଏହାସହ କିଭଳି ସଠିକ୍ ସମୟରେ ଚାଷୀ ଉଚିତ୍ ଦରରେ ବିକ୍ରି କରିପାରିବେ ସେ ନେଇ ଗୋଦମା ବ୍ୟବସ୍ଥା କରାଯାଇଛି । ଜୁନାଗଡ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ୫ଟି ଗୋଦାମ ହୋଇଛି । ଯେଉଁଠି ଚାଷୀର କଷ୍ଟ ଉପାର୍ଜିତ ଫସଲ ରହିବ । ହେଲେ ବଜାର କମିଟି ପକ୍ଷରୁ ବ୍ୟବସାୟୀଙ୍କୁ ଭଡାରେ ଦିଆଯାଇଛି । ଯାହାକୁ ବିରୋଧ କରିବା ସହ ଚାଷୀଙ୍କ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି ।

୧ହଜାର ମେଟ୍ରିକ ଟନ୍ ବିଶିଷ୍ଟ ମୋଟ ୮ଟି ଗୋଦାମକୁ ବ୍ୟବସାୟୀ ମାନେ ନିୟନ୍ତ୍ରିତ ବଜାର ସହିତ ଏଗ୍ରିମେଂଟ କରିଛନ୍ତି । ଯେଉଁଠିି କେବଳ କୃଷିଜାତ ସାମଗ୍ରୀ ରହିବ । ହେଲେ ଏଗ୍ରିମେଂଟ କରିଥିବା ବ୍ୟବସାୟୀ ଚଢା ଦରରେ ଅନ୍ୟ ବ୍ୟବସାୟୀ ମାନଙ୍କୁ ଭଡାରେ ଦେଉଛନ୍ତି । ଯାହାକୁ ବିରୋଧ କରାଯାଇଥିବା ବେଳେ ନିଜ ପ୍ରତିକ୍ରିୟା ରଖିଛନ୍ତି ଭଡାରେ ନେଇଥିବା ବ୍ୟବସାୟୀ ମାନେ ।

ବର୍ଷ ସାରା ପରିଶ୍ରମ କରି ଆହାର ଯୋଗାଉଥିବା ଚାଷୀ ମାନଙ୍କ କଷ୍ଟ ଅର୍ଜିତ ଫସଲ ସଂରକ୍ଷିତ ରଖିବାକୁ ଏହି ଗୋଦାମ ରଖାଯିବା ଜରୁରୀ ହୋଇଛି ।

The post ଚାଷୀଙ୍କ ସୁବିଧା ହାତେଇ ନେଉଛନ୍ତି ବ୍ୟବସାୟୀ । ଭଡ଼ାରେ ଲାଗିଛି କଳାହାଣ୍ଡି ଜୁନାଗଡ଼ରେ ଥିବା ଚାଷୀଙ୍କ ଗୋଦାମ ଘର first appeared on Kanak News.

from Kanak News
via <a href="https://ifttt.com/?

ଦିବ୍ୟାଙ୍ଗ ପୁଅକୁ ବୃଦ୍ଧା ମାଆ ଭରସା । ଯନ୍ତ୍ରଣାରେ ଛଟପଟ ମୋହନାର ବାସୁଦେବ, ମୂଲ ଲାଗି ପରିବାର ଚଳାଉଛି ମାଆ

କନକ ବ୍ୟୁରୋ : ୨୪ ବର୍ଷର ଯୁବକ ଏବେ ଶଯ୍ୟାଶାୟୀ । ଜନ୍ମ ହେବା ପରଠାରୁ ଧୀରେ ଧୀରେ ତାର ମୁଣ୍ଡ ବଢିବାରେ ଲାଗିଛି । ଗୋଟିଏ ବୋଲି ପୁଅ । ବୃଦ୍ଧା ମାଆର ଆଶ୍ରା ଭରସା ପାଲଟିଥିବା ବେଳେ ଯୁବାବସ୍ଥାରେ ଶଯ୍ୟାଶାୟୀ ହୋଇପଡିଛି । ଗଜପତି ମୋହନାର ବାସୁଦେବ ବେହେରଦଳେଇ । ଦିବ୍ୟାଙ୍ଗ ହୋଇ ବିଛଣାରେ ପଡିରହିଛନ୍ତି । ଅଭାବ ଭିତରେ ରହୁଥିବା ପରିବାର କିଭଳି ପୁଅକୁ ଭଲ କରିବେ ସେ ନେଇ ବଢୁଛି ଚିନ୍ତା । ବୃଦ୍ଧା ମାଆ ଆଖିରୁ ଶୁଖୁନି ଲୁହ , କିଭଳି ପୁଅକୁ ଭଲ କରିବ । ଭଙ୍ଗାରୁଜା ଘରେ ଅନଟନ ଭିତରେ ବଂଚୁଥିବା ବେଳେ ମୂଲ ମଜୁରି ଲାଗି ପୁଅର ସେବା କରୁଛି ମାଆ । ସେପଟେ ଆଧାରକାର୍ଡ ନଥିବାବେଳେ ଖାଉଟିକାର୍ଡରେ ପଂଜିକରଣ ହୋଇପାରୁନି । ଯାହାପାଇଁ ସମସ୍ୟ।। ବଢିବାରେ ଲାଗିଛି ।

ଅଭାବ ଅନଟନ ଭିତରେ ରହୁଥିବା ବାସୁଦେବ ଆଉ ଜାନକୀଙ୍କ ଚଳିବା କଷ୍ଟକର ହୋଇପଡୁଛି । ମାଆର ମଜୁରୀ ପଇସାରେ ପରିବାର ଚଳିବା କଷ୍ଟକର ହୋଇପଡୁଥିବା ବେଳେ ଚିକିତ୍ସା ଯେମିତି ସ୍ୱପ୍ନ ପାଲଟିଛି । ଏହି ପରିବାରକୁ ସରକାରଙ୍କ ପକ୍ଷରୁ କିଛି ସାହାଯ୍ୟ ସହଯୋଗ କରାଯିବା ସହ ଚିକିତ୍ସା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଅନୁରୋଧ କରିଛନ୍ତି ।

ଅଭାବ ଭିତର ଚିକତ୍ସା କଷ୍ଟସାଧ୍ୟ ହୋଇପଡୁଛି । ବାସୁଦେବଙ୍କ ପରିବାରକୁ କିଛି ସାହାଯ୍ୟ କରିଲେ ତାଙ୍କର ଚିକତ୍ସା ହୋଇପାରିବ । ଆଉ ପରବାରକୁ ଏକ ନୂଆ ଜୀବନ ମିଳିପାରିବ ।

The post ଦିବ୍ୟାଙ୍ଗ ପୁଅକୁ ବୃଦ୍ଧା ମାଆ ଭରସା । ଯନ୍ତ୍ରଣାରେ ଛଟପଟ ମୋହନାର ବାସୁଦେବ, ମୂଲ ଲାଗି ପରିବାର ଚଳାଉଛି ମାଆ first appeared on Kanak News.

from Kanak News
via <a href="https://ifttt.com/?

ଇସ୍ରାଏଲର ବନ୍ଧକମାନଙ୍କୁ ଗାଜାର ହସ୍ପିଟାଲରେ ଲୁଚାଇ ରଖାଯାଇଥିଲା ।  ଆମେରିକା କହିଲା – ହମାସର ଯୋଜନା ଏମିତି ଥିଲା …..

ଆମେରିକା କହିଛି ଯେ ଆତଙ୍କବାଦୀ ସଂଗଠନ ହମାସ ଇସ୍ରାଏଲର ବନ୍ଧକମାନଙ୍କୁ ଗାଜାରେ ଥିବା ହସ୍ପିଟାଲର ଟନେଲରେ ଲୁଚାଇ ରଖିଥିଲା । ଏହି ଡାକ୍ତରଖାନା ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ବ୍ୟବହୃତ ହେଉଥିଲା । ଏହା ପରେ ଇସ୍ରାଏଲ ହସ୍ପିଟାଲଗୁଡିକୁ ଖାଲି କରି ସମ୍ବେଦନଶୀଳ ଦଲିଲଗୁଡ଼ିକୁ ନଷ୍ଟ କରିଦେଇଥିଲା ।

ତେଲ ଅଭିଭ :  ଆମେରିକା କହିଛି ଯେ ଏହା ନିଶ୍ଚିତ ଯେ ଆତଙ୍କବାଦୀ ସଂଗଠନ ହମାସ ଏବଂ ପାଲେଷ୍ଟାଇନ ଇସଲାମ ଜିହାଦ ଇସ୍ରାଏଲର ବନ୍ଧକମାନଙ୍କୁ ଲୁଚାଇବା ପାଇଁ ଗାଜାର ସବୁଠାରୁ ବଡ ଡାକ୍ତରଖାନା ବ୍ୟବହାର କରିଛନ୍ତି । ଏହି ଡାକ୍ତରଖାନାର ଟନେଲ ଏବଂ ବେସମେଣ୍ଟରେ ବନ୍ଧକମାନଙ୍କୁ ରଖିଥିବାର ପ୍ରମାଣ ମିଳିଛି । ଏହି ସ୍ଥାନରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା, ବିଭିନ୍ନ ପ୍ରକାରର ଡକ୍ୟୁମେଣ୍ଟ, ଲାପଟପ୍, ଆଧୁନିକ ପ୍ରଯୁକ୍ତିବିଦ୍ୟା ସାମଗ୍ରୀ ଜବତ କରାଯାଇଛି ।

ଅକ୍ଟୋବର ୭ ରେ, ହମାସ ଆତଙ୍କବାଦୀ ସଂଗଠନ ଇସ୍ରାଏଲ ଉପରେ ଏକ ଅପ୍ରତ୍ୟାଶିତ ଆକ୍ରମଣ କରିଥିଲା ​​ଏବଂ ୧୨୦୦ ରୁ ଅଧିକ ଲୋକଙ୍କୁ ହତ୍ୟା କରିଥିଲା ଏବଂ ୨୦୦ରୁ ଉର୍ଦ୍ଧ ଲୋକଙ୍କୁ ଅପହରଣ କରିନେଇ ବନ୍ଧକ ଭାବେ ରଖିଥିଲା ।  ଏହି ବନ୍ଧକମାନଙ୍କୁ ଲୁଚାଇବା ପାଇଁ ବିଦ୍ୟାଳୟ ଏବଂ ଡାକ୍ତରଖାନା ବ୍ୟବହାର କରାଯାଉଥିଲା । ଇସ୍ରାଏଲ୍ ମଧ୍ୟ ଏକ ଦୃଢ ପ୍ରତିକ୍ରିୟା ଦେଇ ହମାସ ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିଲା ​​ଏବଂ ସେ ଯୁଦ୍ଧ ଜାରି ରହିଛି । ଏହି ଆକ୍ରମଣରେ  ଗାଜା ଅଞ୍ଚଳରେ ଏପର୍ଯ୍ୟନ୍ତ ୨୨,୦୦୦ ଲୋକଙ୍କ ମୃତ୍ୟୁ ଘଟିଛି।

ଆମେରିକାର ଗୁପ୍ତଚର ବିଭାଗ କ’ଣ କହିଲା ?

ଆମେରିକାର ଗୁପ୍ତଚର ବିଭାଗ ସୂତ୍ରରୁ ପ୍ରକାଶ ଯେ ଅଲ ଶିଫା ହସପିଟାଲ କମ୍ପ୍ଲେକ୍ସ ବିଷୟରେ ଇସ୍ରାଏଲର ଦାବିକୁ ଆମେରିକା  ସମର୍ଥନ କରେ । ଯେଉଁଥିରେ ସେମାନେ ବିଶ୍ୱାସ କରନ୍ତି ଯେ ଆତଙ୍କବାଦୀ ଗୋଷ୍ଠୀ “ବନ୍ଧକମାନଙ୍କୁ ଲୁଚାଇବା ପାଇଁ ଅଲ ଶିଫା ହସ୍ପିଟାଲ ଏବଂ ଏହାର ତଳେ ଥିବା ସୁଡଙ୍ଗ ଗୁଡିକ ବ୍ୟବହାର କରିଥିଲେ । ଏହି ସ୍ଥାନରୁ ଆତଙ୍କବାଦୀ କମାଣ୍ଡ ଏବଂ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରାଯାଉଥିଲା। ଏଠାରେ ଏକ ଅସ୍ତ୍ରଶସ୍ତ୍ର ଭଣ୍ଡାର ମଧ୍ୟ ଥିଲା । ଆମେରିକା କହିଛି ଯେ ହମାସ ଡାକ୍ତରଖାନା ଛାଡି ଏହାର ସମ୍ବେଦନଶୀଳ ଦଲିଲ ସବୁ ପୋଡି ଦେଇଛି।

ନଭେମ୍ବରରେ ଇସ୍ରାଏଲ୍ ସେନା ଅଲ ଶିଫା ଡାକ୍ତରଖାନା ଉପରେ ଆକ୍ରମଣ କରିଥିଲା । ଏହି ପଦକ୍ଷେପକୁ ବିଶ୍ୱ ମାନବିକ ସଂଗଠନଗୁଡ଼ିକ ତୀବ୍ର ସମାଲୋଚନା କରିଥିଲେ। ତେବେ ଏହି ଆକ୍ରମଣ ପୂର୍ବରୁ ଇସ୍ରାଏଲ୍ ସେନା ଡାକ୍ତରଖାନା ତଳେ ଅବସ୍ଥିତ ହମାସ୍ କମାଣ୍ଡ ଏବଂ କଣ୍ଟ୍ରୋଲ୍ ସେଣ୍ଟରର ଏକ ଭିଡିଓ ଜାରି କରିଥିଲା । ଆନ୍ତର୍ଜାତୀୟ ନିୟମ ଅନୁଯାୟୀ ଡାକ୍ତରଖାନାଗୁଡ଼ିକ ଉପରେ ସାଧାରଣତଃ ଆକ୍ରମଣ ହୋଇନଥାଏ, କିନ୍ତୁ ଯଦି ଏହା ସାମରିକ ଉଦ୍ଦେଶ୍ୟରେ ବ୍ୟବହୃତ ହୁଏ ତେବେ ଏହା ପ୍ରଯୁଜ୍ୟ ନୁହେଁ ।

The post ଇସ୍ରାଏଲର ବନ୍ଧକମାନଙ୍କୁ ଗାଜାର ହସ୍ପିଟାଲରେ ଲୁଚାଇ ରଖାଯାଇଥିଲା ।  ଆମେରିକା କହିଲା – ହମାସର ଯୋଜନା ଏମିତି ଥିଲା ….. first appeared on Kanak News.

from Kanak News
via <a href="https://ifttt.com/?

ଘନ କୁହୁଡିକୁ ନେଇ ଉପ ମୁଖ୍ୟ ଶାସନ ସଚିବଙ୍କ ସତର୍କ ସୂଚନା । ଆସନ୍ତା କାଲି ଏହିସବୁ ଜିଲ୍ଲାରେ ଦେଖାଦେବ ଘନ କୁହୁଡି

କନକ ବ୍ୟୁରୋ : ଘନ କୁହୁଡିକୁ ନେଇ ଚାରିଆଡେ ଦୁର୍ଘଟଣା ଘଟୁଥିବା ବେଳେ ଏହାକୁ ନେଇ ରାଜ୍ୟ ସରକାର ସତର୍କ ସୂଚନା ଜାରି କରିଛନ୍ତି । ସୂଚନା ମୁତାବକ ଆସନ୍ତା କାଲି ସକାଳ ୮.୩୦ ପର୍ଯ୍ୟନ୍ତ ମାଲକାନାଗିରି, କୋରାପୁଟ, କନ୍ଧମାଳ, ନବରଙ୍ଗପୁର, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ପୁରୀ, ଢେଙ୍କାନାଳ, ସୋନପୁର ଓ ସମ୍ବଲପୁର ଜିଲ୍ଲାରେ କୁହୁଡି ରହିବ ।

ସେହିଭଳି ଆସନ୍ତାକାଲି ଓ ୫ ତାରିଖ ସକାଳ ୮.୩୦ ପର୍ଯ୍ୟନ୍ତ ଅନୁଗୁଳ, ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କଟକ, ନୟାଗଡ, ଖୋର୍ଦ୍ଧା, କନ୍ଧମାନ, କଳାହାଣ୍ଡି, ରାୟଗଡା, କୋରାପୁଟ, ମାଲକାନାଗିରି, ଗଜପତି, ଗଞ୍ଜାମ ଓ ନୟାଗଡ ଜିଲ୍ଲାରେ କୁହୁଡି ରହିବ ।

୫ ତାରିଖ ଓ ୬ ତାରିଖ ଦୁଇଦିନ ଧରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ମୟୁରଭଞ୍ଜ, ଖୋର୍ଦ୍ଧା , ପୁରୀ, ଅନୁଗୁଳ, କନ୍ଧମାଳ, ରାୟଗଡା, କୋରାପୁଟ, ମାଲକାନାଗିରି, ଗଜପତି, ଗଞ୍ଜାମ ଓ ନୟାଗଡ ଜିଲ୍ଲାରେ ମଧ୍ୟ କୁୁହୁଡି ଦେଖାଦେବ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

The post ଘନ କୁହୁଡିକୁ ନେଇ ଉପ ମୁଖ୍ୟ ଶାସନ ସଚିବଙ୍କ ସତର୍କ ସୂଚନା । ଆସନ୍ତା କାଲି ଏହିସବୁ ଜିଲ୍ଲାରେ ଦେଖାଦେବ ଘନ କୁହୁଡି first appeared on Kanak News.

from Kanak News
via <a href="https://ifttt.com/?

ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ । ଜଳିଗଲା ହାଇୱାର ପଛଭାଗ । କେହି ମୃତାହତ ହେଇନଥିବା ସୂଚନା ।

କନକ ବ୍ୟୁରୋ: କେନ୍ଦୁଝର କେ.ଜେ.ଏସ୍ ଆଲୱାଲିଆ ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ । ପ୍ଲାଣ୍ଟ ଇଣ୍ଡକ୍ସନ୍ ଫର୍ଣ୍ଣେସରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣ ଯୋଗୁଁ ଇଣ୍ଡକ୍ସନ୍ ଫର୍ଣ୍ଣେସରୁ ତରଳ ଧାତୁ ଛିଟିକି ପାଖରେ ଥିବା ହାଇୱା ଉପରେ ପଡ଼ିଥିଲା । ଫଳରେ ହାଇୱାର ପଛଭାଗ ଜଳିଯାଇଥିଲା । ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ପୋଲିସ କହିଛି ।

The post ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ । ଜଳିଗଲା ହାଇୱାର ପଛଭାଗ । କେହି ମୃତାହତ ହେଇନଥିବା ସୂଚନା । first appeared on Kanak News.

from Kanak News
via <a href="https://ifttt.com/?

ମୋଦୀଙ୍କ ପ୍ରରୋଚନାରେ ଶ୍ରୀଲଙ୍କା ଲଗାଇଲା ବ୍ୟାନ ଚୀନ ଗୁପ୍ତଚର ଜାହାଜ ଉପରେ

ଚାଇନାର ଗୁପ୍ତଚର ଜାହାଜ ଆଉ ଆସନ୍ତା ଏକ ବର୍ଷ ପାଇଁ ଶ୍ରୀଲଙ୍କାରେ ଅଟକି ରହିପାରିବ ନାହିଁ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ୱିକ୍ରେମସିଂହଙ୍କୁ କଡା ପରାମର୍ଶ ଦେବା ପରେ କଲମ୍ବୋ ଏହି ନିଷ୍ପତ୍ତି ନେଇଛି। ଏହାପୂର୍ବରୁ ୨୦୨୩ ମସିହାରେ ଶ୍ରୀଲଙ୍କା ସରକାର ଚୀନ୍ ଗୁପ୍ତଚର ଜାହାଜଗୁଡ଼ିକୁ ଏହାର ବନ୍ଦରରେ ଅନେକ ଥର ଅଟକି ରହିବାକୁ ଅନୁମତି ଦେଇଥିଲା ।

ଚୀନ୍ ଗୁପ୍ତଚର ଜାହାଜଗୁଡିକ ଦେଶର ବନ୍ଦରରେ ଅଟକି ରହିବା ଉପରେ ଶ୍ରୀଲଙ୍କା ସରକାର ଏକ ବର୍ଷର ପ୍ରତିବନ୍ଧକ ଲଗାଇଛନ୍ତି । ଶ୍ରୀଲଙ୍କାର ଏହି ପ୍ରତିବନ୍ଧକ ଜାନୁଆରୀ ୨ ରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି କାରଣରୁ, ଭାରତ ମହାସାଗରରେ ଗୁପ୍ତଚର କରୁଥିବା ଚୀନ୍ ଜାହାଜଗୁଡ଼ିକ ଆଉ ଶ୍ରୀଲଙ୍କା ବନ୍ଦରରେ ଅଟକି ପାରିବେ ନାହିଁ । ଶ୍ରୀଲଙ୍କାର ଏହି ପଦକ୍ଷେପ ଭାରତ ପାଇଁ ଏକ ବଡ଼ ବିଜୟ ବୋଲି ବିବେଚନା କରାଯାଉଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଭାରତ ସରକାର ଅନେକ ମାଧ୍ୟମ ମାଧ୍ୟମରେ ଶ୍ରୀଲଙ୍କାକୁ ସ୍ପଷ୍ଟ ଭାବରେ କହିଛନ୍ତି ଯେ ବୈଜ୍ଞାନିକ ଅନୁସନ୍ଧାନ ନାମରେ ଚୀନ୍ ଜାହାଜ ବିସ୍ତୃତ ଭାରତ ମହାସାଗରରେ ଗୁପ୍ତଚର କରୁଛି । ଭାରତର ଏହି ଚେତାବନୀ ପରେ ଶ୍ରୀଲଙ୍କା ସରକାର ଏହି ପ୍ରତିବନ୍ଧକ ଲଗାଇଛନ୍ତି । ଶ୍ରୀଲଙ୍କା ବର୍ତ୍ତମାନ ଚୀନର ଋଣ ଭାରରେ ବୁଡ଼ି ରହିଛି  ଏବଂ ଡ୍ରାଗନ୍ ଏହାର ଗୁପ୍ତଚର ଜାହାଜ ପଠାଇ ଏହାର ଫାଇଦା ଉଠାଉଥିଲା ।

ଶ୍ରୀଲଙ୍କାର ଏହି ନିଷ୍ପତ୍ତିକୁ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଭୌଗଳିକ ରାଜନୈତିକ ଅଭିଳାଷ ପାଇଁ ଏକ ବଡ଼ ଝଟକା  ବୋଲି ବିବେଚନା କରାଯାଉଛି ଯିଏ ପଡୋଶୀ ଦେଶ ମାଧ୍ୟମରେ ଭାରତକୁ ଘେରିବାକୁ ଚେଷ୍ଟା କରୁଛି । ବିଶ୍ୱାସ କରାଯାଏ ଯେ ଚୀନ୍ ଏହାର ଘାତକ ବୁଡ଼ାଜାହାଜକୁ ଭାରତ ମହାସାଗର ଏବଂ ମାଲାକା ଷ୍ଟ୍ରାଇଟ୍ ର ଗଭୀର ଜଳ ଦେଇ ଯିବା ପାଇଁ ଏକ ରାସ୍ତା ଖୋଜୁଛି । ଏହା ମାଧ୍ୟମରେ ଚାଇନା ଭାରତକୁ ଚ୍ୟାଲେଞ୍ଜ କରିବାକୁ ଚେଷ୍ଟା କରୁଛି। ଋଣ ଜାଲରେ ଫସି ରହି ଶ୍ରୀଲଙ୍କାର ହାମନ୍ତୋଟା ବନ୍ଦରକୁ ଚୀନ୍ ନିୟନ୍ତ୍ରଣ କରିଥିଲା । ଜାନୁଆରୀ ୨୦୨୪  ଚୀନ୍ କଲମ୍ବୋକୁ ଆଉ ଏକ ଗୁପ୍ତଚର ଜାହାଜ ପଠାଇବାକୁ ଯୋଜନା କରୁଥିବାବେଳେ ଶ୍ରୀଲଙ୍କା ଏହି ପ୍ରତିବନ୍ଧକ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି। ଏହି ଚାଇନାର ଜାହାଜର ନାମ ହେଉଛି ଜିଆଙ୍ଗ ୟାଙ୍ଗ ହଙ୍ଗ 3 ।

The post ମୋଦୀଙ୍କ ପ୍ରରୋଚନାରେ ଶ୍ରୀଲଙ୍କା ଲଗାଇଲା ବ୍ୟାନ ଚୀନ ଗୁପ୍ତଚର ଜାହାଜ ଉପରେ first appeared on Kanak News.

from Kanak News
via <a href="https://ifttt.com/?

୪ଟି ବିଷୟରେ ମାଷ୍ଟର ଡିଗ୍ରୀ କରି ପାଇଥିଲେ ପ୍ରଫେସର ଚାକିରି । ହେଲେ ଏବେ ରାସ୍ତାରେ ବୁଲି ବୁଲି ବିକୁଛନ୍ତି ପରିବା

କନକ ବ୍ୟୁରୋ : ଆପଣମାନେ ଏହି ବ୍ୟକ୍ତିଙ୍କ ଜିବନୀକଥା ବିଶ୍ୱାସ କରିବା ଟିକିଏ କଷ୍ଟ । ଚାରୋଟି ବିଷୟ ଉପରେ ମାଷ୍ଟର ଡିଗ୍ରୀ ଏବଂ ଗୋଟିଏ ବିଷୟ ଉପରେ ପିଏଚଡି କରିଥିବା ଏହି ବ୍ୟକ୍ତି ନିଜର ରୋଜଗାର ପାଇଁ ପଞ୍ଜାବରେ ରାସ୍ତାରେ ବୁଲି ବୁଲି ପନିପରିବା ବିକ୍ରି କରୁଛନ୍ତି । ଡକ୍ଟର ସନ୍ଦୀପ ସିଂ ପଟିଆଲାର ପଞ୍ଜାବ ବିଶ୍ୱବିଦ୍ୟାଳୟର ପ୍ରଫେସର ଥିଲେ । ତାଙ୍କର ଦୁର୍ଭାଗ୍ୟଜନକ ପରିସ୍ଥିତି ତାଙ୍କୁ ଚାକିରୀ ଛାଡିବା ପାଇଁ ବାଧ୍ୟ କରିଥିଲା । ବର୍ତ୍ତମାନ ସେ ପଞ୍ଜାବର ରାସ୍ତାରେ ବୁଲି ବୁଲି ପରିବା ବିକ୍ରି କରୁଛନ୍ତି । ଏବଂ ସେ ଏହା ମଧ୍ୟ କହୁଛନ୍ତି ଯେ ସେ ବର୍ତ୍ତମାନ ପନିପରିବା ବିକ୍ରି କରି ଯେତିକି ରୋଜଗାର କାରୁଛନ୍ତି ତାହା ପ୍ରଫେସର ଚାକିରୀ ଦରମା ଠାରୁ ବହୁ ଅଧୀକ ।

୩୯ ବର୍ଷର ସନ୍ଦୀପ ସିଂ ପ୍ରାୟ ୧୧ ବର୍ଷ ପଞ୍ଜାବୀ ବିଶ୍ୱବିଦ୍ୟାଳୟର ଆଇନ ବିଭାଗରେ ଚୁକ୍ତିଭିତ୍ତିକ ପ୍ରଫେସର ଭାବରେ କାର୍ଯ୍ୟ କରିଥିଲେ । ଆଇନରେ ପିଏଚଡି ସହିତ ପଞ୍ଜାବୀ, ସାମ୍ବାଦିକ ଏବଂ ରାଜନୀତିକ ବିଜ୍ଞାନ ସହିତ ଚାରୋଟି ବିଷୟ ଉପରେ ସେ ମାଷ୍ଟର ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି । ଆଶ୍ଚର୍ଯ୍ୟର କଥା ହେଲା ଯେ ପ୍ରଫେସର ସନ୍ଦୀପ ସିଂ ବର୍ତ୍ତମାନ ପଟିଆଲା ରାସ୍ତାରେ ପନିପରିବା ବିକ୍ରି କରୁଥିବାର ଦେଖିବାକୁ ମିଳିଛି ।

ଦରମା କାଟିବା ଏବଂ ଅନିୟମିତତା ଭଳି ସମସ୍ୟା ହେବାରୁ ସନ୍ଦୀପ ସିଂ ପ୍ରଫେସର ଚାକିରୀରୁ ଇସ୍ତଫା ଦେଇଥିଲେ । ସେ ଏହା ମଧ୍ୟ କହିଛନ୍ତି ଯେ, ସେ ପଟିଆଲା ବିଶ୍ୱବିଦ୍ୟାଳୟର ପଟିଆଲାରେ ୧୧ ବର୍ଷ ଧରି ପ୍ରଫେସର ଭାବରେ କାର୍ଯ୍ୟ କରିଥିଲେ, କିନ୍ତୁ ଏତେ ବର୍ଷର କଠିନ ପରିଶ୍ରମ ପରେ ମଧ୍ୟ ସରକାର ତାଙ୍କୁ ନିୟମିତ କରି ନ ଥିଲେ ।

ସନ୍ଦୀପ ସିଂ ଏହା ମଧ୍ୟ କହିଛନ୍ତି କି । ସେ ଏବେବି ପ୍ରଫେସର ଭାବରେ କାମ କରିବା ପାଇଁ ଚାହୁଁଛନ୍ତି । ହେଲେ ତାଙ୍କ ପରିସ୍ଥିତି ଏହାକୁ ଅନୁମତି ଦେଉନାହିଁ । ସେ ବର୍ତ୍ତମାନ ବି.ଲିବ ଅଧ୍ୟୟନ କରୁଛନ୍ତି ଏବଂ କହିଛନ୍ତି ଯେ ସେ ତାଙ୍କ ଜୀବନସାରା ଅଧ୍ୟୟନ ଜାରି ରଖିବେ ।

ସନ୍ଦୀପ ସିଂ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ, ସେ ବର୍ତ୍ତମାନ ପ୍ରଫେସର ଭାବରେ କାମ କରିବା ଅପେକ୍ଷା ପନିପରିବା ବିକ୍ରି କରି ଅଧୀକ ଟଙ୍କା ରୋଜଗାର କରୁଛନ୍ତି । ସେ ଦିନସାରା କାମ କରିବା ପରେ ଘରକୁ ଫେରି ସେ ଆଗାମୀ ପରିକ୍ଷା ପାଇଁ ପ୍ରସ୍ତୁତ ହୁଅନ୍ତି । ସେ ପ୍ରତିଦିନ ନିଜର ଠେଲା ଗାଡି ଲୋକମାନଙ୍କ ଘର ସାମ୍ନାକୁ ନେଇ ପନିପରିବା ବିକ୍ରି କରନ୍ତି ଏବଂ ତାଙ୍କର ସେହି ଛୋଟ ଠେଲା ଗାଡିରେ ପିଏଚଡି ବାଲାର ଏକ ପୋଷ୍ଟର ମଧ୍ୟ ଲାଗିଛି ।

ସନ୍ଦୀପ ସିଂ ପ୍ରଫେସର ଚାକିରୀ ଛାଡିଦେଇଥିଲେ ମଧ୍ୟ ସେ ଶିକ୍ଷାଦାନ ପ୍ରତି ନିଜର ଆଗ୍ରହକୁ ଛାଡି ନାହାନ୍ତି । ସେ ଚାକିରୀ ଛାଡିବା ପରେ ପନିପରିବା ବିକ୍ରି କରିବା ଆରମ୍ଭ କଲେ, ଯାହାଫଳରେ ସେ ଟଙ୍କା ସଂଚୟ କରିପାରିବେ ଏବଂ ଦିନେ ନିଜର ଶିକ୍ଷାଦାନ କେନ୍ଦ୍ର ଖୋଲିବେ ବୋଲି ଆଶା ରଖିଛନ୍ତି ।

The post ୪ଟି ବିଷୟରେ ମାଷ୍ଟର ଡିଗ୍ରୀ କରି ପାଇଥିଲେ ପ୍ରଫେସର ଚାକିରି । ହେଲେ ଏବେ ରାସ୍ତାରେ ବୁଲି ବୁଲି ବିକୁଛନ୍ତି ପରିବା first appeared on Kanak News.

from Kanak News
via <a href="https://ifttt.com/?

ରାସ୍ତାରେ ବସିଲେ ଛାତ୍ରଛାତ୍ରୀ । ଶିକ୍ଷକ ବଦଳିକୁ ବିରୋଧ କରି ଛାତ୍ରଛାତ୍ରୀଙ୍କ ପ୍ରତିବାଦ ।

କନକ ବ୍ୟୁରୋ: ଶିକ୍ଷକ ବଦଳିକୁ ବିରୋଧ କରି ରାସ୍ତାରେ ବସିଲେ ଛାତ୍ରଛାତ୍ରୀ । ଭୋଗରାଇ ପଥରେଶ୍ୱର ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବହି ବସ୍ତାନୀ ଧରି ପ୍ରତିବାଦ କରିଛନ୍ତି । ଏହି ସ୍କୁଲରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ୬୬ଜଣ ପିଲା ପାଠ ପଢୁଛନ୍ତି । ୩ଜଣ ଶିକ୍ଷକ ପିଲାଙ୍କୁ ପାଠ ପଢାଉଥିବା ବେଳେ ଆଜି ହଠାତ୍ ଜଣେ ଶିକ୍ଷକଙ୍କୁ ବଦଳି କରାଯାଇଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ସ୍କୁଲ ଆଗରେ ବହି ବସ୍ତାନୀ ଧରି ରାସ୍ତା ଉପରେ ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ ।

The post ରାସ୍ତାରେ ବସିଲେ ଛାତ୍ରଛାତ୍ରୀ । ଶିକ୍ଷକ ବଦଳିକୁ ବିରୋଧ କରି ଛାତ୍ରଛାତ୍ରୀଙ୍କ ପ୍ରତିବାଦ । first appeared on Kanak News.

from Kanak News
via <a href="https://ifttt.com/?

ଦୁଃଖ ଦେଇଗଲା ଦୁର୍ଘଟଣା… ମନୋରମା ବସ୍, ମୃତ୍ୟୁର ଠିକଣା…! କାହାର ବେପରୁଆପଣ ପାଇଁ ଖାଲି ହୋଇଗଲା ଆଉ କାହାର କୋଳ ।

କନକ ବ୍ୟୁରୋ: ଦୁର୍ଘଟଣା ସବୁକିଛି ଛଡେଇନିଏ । ଜୀବନ ନେଇଯାଏ, ସ୍ୱପ୍ନ ଭାଙ୍ଗିଦିଏ, କୋଳ ଖାଲି କରିଦିଏ… କାହାର ଭୁଲ, କାହାର ଅସାବଧାନତା ଏବଂ ଆଉ କାହାର ବେପରୁଆ ଗାଡି ଚାଳନା ପାଇଁ ସବୁବେଳେ ଅନ୍ୟଜଣେ ହିଁ ଶାସ୍ତି ପାଉଥାଏ । ଆଉ ସେ ଶାସ୍ତିର ଗୋଟେ ଗୋଟେ ଚିତ୍ର ଏମିତି ଶୋକାକୂଳ ପରିବେଶ ସୃଷ୍ଟି କରେ । ନିଶ୍ଚିନ୍ତକୋଇଲି ବସ ଦୁର୍ଘଟଣା କାହା ପାଖରୁ ପୁଅକୁ ଛଡାଇ ନେଇଛି ତ ପୁଣି କାହା ପାଖରୁ ଝିଅକୁ । ଦୁଇ ପରିବାରରୁ ଦୁଇ ଜଣଙ୍କୁ ନେଇଯାଇ ଦେଇଯାଇଛି ଯନ୍ତ୍ରଣାର ଦାଗ ।

ମଙ୍ଗଳବାର ସକାଳେ ସକାଳେ ବସରେ ବସି ଭୁବନେଶ୍ୱର ବାହାରିଥିଲେ ରାଜକନିକା ଓଡିଗିରିଆ ଗାଁର ଲମ୍ବୋଦର ଗାହାଣଙ୍କ ଏକମାତ୍ର ପୁଅ ନଳିନୀକାନ୍ତ । ଡିପ୍ଲୋମା ଇଞ୍ଜିନିୟରିଂ ପରୀକ୍ଷା ଦେବା ପାଇଁ ସେ ଚନ୍ଦନ ପୋଖରୀ ଛକରୁ ଭୋର ୫ଟାରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ହେଲେ ଏହି ଯାତ୍ରା ଯେ ତାଙ୍କର ଶେଷଯାତ୍ରା ହେବ ତାହା ସେ ଭାବିନଥିଲେ । ବସ କିଛି ଦୂର ଯାଇଛି କି ନାହିଁ ଦୁର୍ଘଟଣା ହେଲା ଆଉ ସେଥିରେ ତାଙ୍କ ପ୍ରାଣବାୟୁ ଉଡିଗଲା । ତାସହ ତାଙ୍କ ସ୍ୱପ୍ନ ବି ଦୁର୍ଘଟଣାରେ ସବୁଦିନ ପାଇଁ ସମାଧି ନେଇଗଲା…

ଏପଟେ ପୁଅର ମୃତ୍ୟୁ ଖବରକୁ ସହଜେ ଗ୍ରହଣ କରି ପାରି ନାହାନ୍ତି ପରିବାର ଲୋକେ । ବାପା କିଛି କହି ପାରୁ ନାହାନ୍ତି, ଭଉଣୀ ପାଗେଳିପ୍ରାୟ କାନ୍ଦୁଛନ୍ତି । ଘରର ଗୋଟିଏ ପୁଅ, ଆଗକୁ ନାହିଁ କି ପଛକୁ । ହେଲେ ନିଷ୍ଠୁର ସମୟ ସେତକ ବି ଛଡେଇ ନେଇ ବାପାମାଆଙ୍କ କୋଳ ଖାଲି କରିଦେଲା ।

ସେପଟେ ମନୋରମା ବସରେ ବସି ମେଡିକାଲ ଆସୁଥିବା ଦୁଇ ଭଉଣୀଙ୍କ ଭିତରୁ ଜଣଙ୍କୁ ଛଡାଇ ନେଇଛି ମୃତ୍ୟୁ । ଆଳି ବାଳକାଟିରୁ ବସରେ କଟକ ଅଭିମୁଖେ ବାହାରିଥିଲେ ବଡଆଙ୍କୋ ଗାଁର ଅର୍ଜୁନ ବାରିକଙ୍କ ଦୁଇ ଝିଅ ଅର୍ଚ୍ଚନା ଏବଂ ଅନସୂୟା । ହେଲେ ଦୁର୍ଘଟଣାରେ ପାଖରେ ବସି ସାଙ୍ଗରେ ଯାତ୍ରା କରୁଥିବା ସାନ ଭଉଣୀର ମୃତ୍ୟୁ ହେବା ପରେ ନିଜକୁ ସମ୍ଭାଳି ପାରୁନି ବଡ ଭଉଣୀ । ଅନସୂୟାଙ୍କ ଦେହ ଖରାପ ଥିବାରୁ ତାଙ୍କୁ କଟକ ବଡ ମେଡିକାଲ ନେଉଥିଲେ ଅର୍ଚ୍ଚନା । କିନ୍ତୁ କିଏ ଜାଣିଥିଲା ମେଡିକାଲ ପହଞ୍ଚିବା ଆଗରୁ ତାଙ୍କୁ ଆଗୁଆ ଡାକିନେବ ମୃତ୍ୟୁ… ସାନ ଝିଅକୁ ହରାଇ ସ୍ଥାଣୁ ପାଲଟି ଯାଇଛନ୍ତି ବାପା, ମାଆ ଓ ଭଉଣୀ ଘରେ ମୁଣ୍ଡ ପିଟି କାନ୍ଦୁଛନ୍ତି । ଘରର ଜଣଙ୍କ ହରାଇ ପୂରା ଭାଙ୍ଗିପଡିଛି ପରିବାର ।

ସତରେ ପ୍ରତି ଦୁର୍ଘଟଣା କିଛି ନା କିଛି କ୍ଷତି କରେ । ଦିନ ସିନା ଲିଭିଯାଏ ହେଲେ ଦାଗ ଓ ଦରଜ କେବେ ଲିଭେନା । ଦୁର୍ଘଟଣା ପରେ ଦୋଷ ଠେଲା ହୁଏ । କିନ୍ତୁ ସେସବୁ ଛାଡି ଆତ୍ମସମୀକ୍ଷା କରିବା ଦରକାର । ଏତେ ଲୋକଙ୍କ ଜୀବନ ନେଇ ଯାତ୍ରା କରୁଥିବା ବସ ଡ୍ରାଇଭର ସଚେତନ ଓ ସତର୍କ ରହିବା ଆବଶ୍ୟକ…

The post ଦୁଃଖ ଦେଇଗଲା ଦୁର୍ଘଟଣା… ମନୋରମା ବସ୍, ମୃତ୍ୟୁର ଠିକଣା…! କାହାର ବେପରୁଆପଣ ପାଇଁ ଖାଲି ହୋଇଗଲା ଆଉ କାହାର କୋଳ । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started