ଖୋଲାରେ ଅଳିଆ ପକାଇଲେ ମୋଟା ଅଙ୍କର ଫାଇନ କାଟିବ ବିଏମସି । ଚେତାବନୀ ଦେଲେ ବିଏମସି କମିଶନର

କନକ ବ୍ୟୁରୋ: ଖୋଲାରେ ଅଳିଆ ପକାଇଲେ ମୋଟା ଅଙ୍କର ଫାଇନ କାଟିବ ବିଏମସି । ଏମିତି ଚେତାବନୀ ଦେଇଛନ୍ତି ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ । ରାଜଧାନୀକୁ ସଫା ରଖିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବିଭିନ୍ନ ସଂଘ ସହ ବୈଠକ କରାଯାଇଛି । ବିଏମସି କମିଶନର କହିଛନ୍ତି, ଯଦି କେହି ରାସ୍ତା ଉପରେ କିମ୍ବା ଦୋକାନ ଆଗରେ ଅଳିଆ ଜମା କରନ୍ତି ବିଏମସି ଗାଇଡ ଲାଇନର ଉଲ୍ଲଂଘନ କରନ୍ତି କଠୋର କାର୍ଯ୍ୟାନୁଷ୍ଠାନ ନେବ ବିଏମସି । ସମ୍ପୃକ୍ତ ବ୍ୟକ୍ତି କିମ୍ବା ଦୋକାନୀଙ୍କୁ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିପାରେ ।

The post ଖୋଲାରେ ଅଳିଆ ପକାଇଲେ ମୋଟା ଅଙ୍କର ଫାଇନ କାଟିବ ବିଏମସି । ଚେତାବନୀ ଦେଲେ ବିଏମସି କମିଶନର first appeared on Kanak News.

from Kanak News
via <a href="https://ifttt.com/?

ମୁହଁ ଖୋଲିଲେ ରେଙ୍ଗାଲି ବୋରୱେଲରୁ ଉଦ୍ଧାର ଶିଶୁ କନ୍ୟା ବିଜୟୀନିଙ୍କ ମାଆ । କହିଲେ, ପିଲା ଜନ୍ମ ବେଳେ ଠିକ୍ ନଥିଲା ମାନସିକ ସ୍ଥିିତି

କନକ ବ୍ୟୁରୋ: ସାମ୍ନାକୁ ଆସିଲେ ରେଙ୍ଗାଲି ବୋରୱେଲରୁ ଉଦ୍ଧାର ଶିଶୁ କନ୍ୟା ବିଜୟୀନିଙ୍କ ମାଆ । କଟକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ମହିଳା କହିଛନ୍ତି ଯେ, କେଉଁ ପରସ୍ଥିତିରେ ସେ ନିଜ ଜନ୍ମକଲା ଶିଶୁକୁ ବୋର୍ୱେଲ ଭିତରକୁ ଫିଙ୍ଗି ଦେଇଥିଲେ । ପିଲାଟି ଜନ୍ମ ହେବା ପରେ ତାଙ୍କର ମାନସିକ ସ୍ଥିତି ଠିକ୍ ନଥିଲା, ପିଲାଟି ୭ ମାସରେ ଜନ୍ମ ହୋଇଥିଲା । ଜନ୍ମ ବେଳେ ସେ କାନ୍ଦୁ ନଥିଲା, ତେଣୁ ତାକୁ ଫିଙ୍ଗି ଦେଇଥିଲେ ବୋଲି ମହିଳା ଜଣକ କହିଛନ୍ତି ।

ସେପଟେ ବିଜୟିନୀର ମାଆଙ୍କୁ ଚିକିତ୍ସା କରୁଥିବା ମାନସିକ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଅଜୟ ମିଶ୍ର କହିଛନ୍ତି, ମହିଳାଙ୍କର ମାନସିକ ସ୍ଥିତି ଠିକ୍ ରହିଛି । ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି । ଖୁବଶୀଘ୍ର ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯିବ । ସବୁ ପରେ ସାଧାରଣ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି, ଜଣେ ଜନ୍ମଦାତ୍ରୀ କେବେ ଏମିତି କରିପାରେ । ନିଜ ମମତାକୁ ନିଜ ପାଖରୁ ଦୂରେଇ ଦେଇପାରେ । ମୃତ୍ୟୁ ମୁହଁକୁ ଫିଙ୍ଗି ଦେଇପାରେ । ଜଣେ ମାଆ ନିଜ ଛୁଆକୁ ଦୂରେଇ ଦେଇଥିବା ବେଳେ ଭିମସାରରେ ତାର ଚିକିତ୍ସା ଚାଲିଛି । ନିକଟରେ ଭିମ୍ସାର ପକ୍ଷରୁ କୁନି ଝିଅ ବିଜୟୀନିର ଏକୋଇଶିଆ ହୋଇଥିବା ବେଳେ ଡାକ୍ତର ଶଙ୍କରରାମ ଚନ୍ଦାନୀ ପିଲାଟିର ପଢା ଖର୍ଚ୍ଚ କରିବେ ବୋଲି ଘୋଷଣା କରିଛନ୍ତି ।

The post ମୁହଁ ଖୋଲିଲେ ରେଙ୍ଗାଲି ବୋରୱେଲରୁ ଉଦ୍ଧାର ଶିଶୁ କନ୍ୟା ବିଜୟୀନିଙ୍କ ମାଆ । କହିଲେ, ପିଲା ଜନ୍ମ ବେଳେ ଠିକ୍ ନଥିଲା ମାନସିକ ସ୍ଥିିତି first appeared on Kanak News.

from Kanak News
via <a href="https://ifttt.com/?

କମିଶନରେଟ୍ ପୋଲିସ ହାତରେ ଝାଡ଼ଖଣ୍ଡ ଲୁଟେରା ଗ୍ୟାଙ୍ଗ । ୮ ଜଣଙ୍କୁ ବାନ୍ଧିଲା ପୋଲିସ । ୨୨ଟି ଫୋନ୍ ସହ ୧ ଲକ୍ଷ ୩୦ହଜାର ଟଙ୍କା ଜବତ

କନକ ବ୍ୟୁରୋ: କମିଶନରେଟ ପୁଲିସ ହାତରେ ତିନ୍ ପାହାଡ ଗ୍ୟାଙ୍ଗ । ଏହି ଲୁଟେରା ଗ୍ୟାଙ୍ଗର ୮ଜଣଙ୍କୁ ବାନ୍ଧିଛି କମିଶନରେଟ ପୁଲିସ । ସବୁ ଡକାୟତ ଝାଡଖଣ୍ଡର ବୋଲି ସୂଚନା ମିଳିଛି । ମୋ ବସରେ ହେଉଥିବା ଚୋରୀ ପଛରେ ଏହି ଗ୍ୟାଙ୍ଗର ହାତ ଥିବା ଜଣାପଡ଼ିଛି । ସେହିପରି ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଦୀର୍ଘ ଦିନ ଧରି ମଧ୍ୟ ଏହି ଡକାୟତ ଗ୍ୟାଙ୍ଗ ଲୁଟ କରୁଥିଲେ । ଭିନ୍ନ ଭିନ୍ନ କୌଶଳ ଆପଣାଇ ଟଙ୍କା ଓ ମୋବାଇଲ ଫୋନ୍ ଲୁଟ୍ କରୁଥିଲେ । ୨୨ଟି ଫୋନ୍ ସହ ୧ଲକ୍ଷ ୩୦ହଜାର ଟଙ୍କା ଜବତ କରିଛି ପୁଲିସ । ଲୋକଙ୍କୁ ଲୁଟିବା ପାଇଁ ଝାଡ଼ଖଣ୍ଡରୁ ଭୁବନେଶ୍ୱର ଆସିଥିଲେ ଏହି ଗ୍ୟାଙ୍ଗର ସଦସ୍ୟ । ଏମାନଙ୍କ ନାଁରେ ରାଜ୍ୟ ଓ ରାଜ୍ୟ ବାହାରେ ପୁଳା ପୁଳା ମାମଲା ରହିଛି ।

The post କମିଶନରେଟ୍ ପୋଲିସ ହାତରେ ଝାଡ଼ଖଣ୍ଡ ଲୁଟେରା ଗ୍ୟାଙ୍ଗ । ୮ ଜଣଙ୍କୁ ବାନ୍ଧିଲା ପୋଲିସ । ୨୨ଟି ଫୋନ୍ ସହ ୧ ଲକ୍ଷ ୩୦ହଜାର ଟଙ୍କା ଜବତ first appeared on Kanak News.

from Kanak News
via <a href="https://ifttt.com/?

କେପଟାଉନରେ ଚମକିଲେ ସିରାଜ । ୧୫ ରନ ଦେଇ ହାତେଇଲେ ୬ ୱିକେଟ, ୫୫ ରନରେ ଅଲ୍ ଆଉଟ୍ ଦକ୍ଷିଣ ଆଫ୍ରିକା

କନକ ବ୍ୟୁରୋ : ଭାରତ ଦକ୍ଷିଣ ଅଫ୍ରିକା ବିରୋଧରେ ଦ୍ୱିତୀୟ ଟେଷ୍ଟରେ ଭଲ ପ୍ରଦର୍ଶନ ସହ ଆରମ୍ଭ କରିଛି । ଭାରତୀୟ ବୋଲର ଖେଳର ପ୍ରଥମ ୧ ଘଣ୍ଟା ମଧ୍ୟରେ ୪ ୱିକେଟ ନେଇ ଦକ୍ଷିଣ ଅଫ୍ରିାକ ଟିମକୁ ଦୁର୍ବଳ କରିଦେଇଥିଲେ । ଡ୍ରିଙ୍କସ ବ୍ରେକ ପରେ ପୁଣି ଦୁଇ ୱିକେଟ ହରାଇଥିଲା ଦକ୍ଷିଣ ଆଫ୍ରିକା । ଏହି ସମୟରେ ଦଳର ସ୍କୋର ମାତ୍ର ୩୪ ରନ ଥିଲା । ଏହାପରେ ଦଳୀୟ ସ୍କୋର ୫୫ ଥିବା ବେଳେ ଦକ୍ଷିଣ ଆଫ୍ରିକାର ସମସ୍ତ ବ୍ୟାଟ୍ସ ମ୍ୟାନ ଆଉଟ୍ ହୋଇଯାଇଥିଲେ । ଏହି ଇନିଂସରେ ଭାରତୀୟ ବୋଲର ମହମ୍ମଦ ସିରାଜ ସବୁଠାରୁ ଭଲ ପ୍ରଦର୍ଶନ କରିଛନ୍ତି । ସେ ଏହି ଇନିଂସରେ ମୋଟ ୬ ଟି ୱିକେଟ ହାସଲ କରିଛନ୍ତି । ସେହିଭଳି ଜସପ୍ରିତ ବୁମରା ମଧ୍ୟ ୨ଟି ୱିକେଟ ହାସଲ କରିଛନ୍ତି । ସେହିଭଳି ମୁକେଶ କୁମାର ମଧ୍ୟ ୨ଟି ୱିକେଟ ହାସଲ କରିବାରେ ସଫଳ ହୋଇଛନ୍ତି ।

The post କେପଟାଉନରେ ଚମକିଲେ ସିରାଜ । ୧୫ ରନ ଦେଇ ହାତେଇଲେ ୬ ୱିକେଟ, ୫୫ ରନରେ ଅଲ୍ ଆଉଟ୍ ଦକ୍ଷିଣ ଆଫ୍ରିକା first appeared on Kanak News.

from Kanak News
via <a href="https://ifttt.com/?

ପାକିସ୍ତାନର ଭୟ ସ୍ପଷ୍ଟ ବାରି ହେଉଛି । ବିରୋଧ ପ୍ରଦର୍ଶନ  ଯୋଗୁ ୪୪ ଜଣ ସରକାରୀ କର୍ମଚାରୀଙ୍କୁ ଛଟେଇ

ବାଲୁଚିସ୍ତାନରେ, ତୁର୍ବତ ଏବଂ କୋହଲୁରେ ବାଲାକ୍ ବକ୍ସଙ୍କ  ହତ୍ୟା ବିରୋଧରେ ବିରୋଧ ପ୍ରଦର୍ଶନ ତଥା ପ୍ରୋତ୍ସାହନ ପାଇଁ ସରକାର ୪୪ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି।  ନିଲମ୍ବିତ ହେବାକୁ ଥିବା ଅଧିକାରୀଙ୍କ ମଧ୍ୟରେ ଗ୍ରେଡ ୧ ରୁ ଗ୍ରେଡ ୧୫  ପର୍ଯ୍ୟନ୍ତ ତୁର୍ବାଟର ୩୦ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି ଏବଂ କେତେକ ଗ୍ରେଡ୍ ୧୬ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ବାଲୁଚ ବିପ୍ଳବର ନିଆଁ ପାକିସ୍ତାନର ଇସଲାମାବାଦରେ ପହଞ୍ଚିଗଲାଣି ।  ଏହି ସମୟରେ, ବାଲୁଚିସ୍ତାନରେ ତୁର୍ବତ ଏବଂ କୋହଲୁରେ ବାଲାଖ ବକ୍ସଙ୍କ ହତ୍ୟା ବିରୋଧରେ ବିରୋଧ ପ୍ରଦର୍ଶନ ତଥା ପ୍ରୋତ୍ସାହନ ପାଇଁ ସରକାର ୪୪ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ।

ମାକ୍ରାନ୍ ଡିଭିଜନର କମିଶନର ଏକ ସରକାରୀ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି ଯେ ତୁର୍ବାଟରେ ବିଭିନ୍ନ ବିଭାଗର ୩୦ ରୁ ଅଧିକ ସରକାରୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅଧିକାରୀଙ୍କ କହିବାନୁସାରେ, ଜିଲ୍ଲା ବୁଦ୍ଧିଜୀବୀ ବିଭାଗର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ଅଧିକାରୀମାନେ ସରକାରୀ ବିରୋଧୀ ବିରୋଧ ତଥା ସମାବେଶରେ ଜଡିତ ଥିବା କଥା ବୈଠକରେ ସ୍ଵୀକାର କରିଥିଲେ ।

ସ୍କୁଲ ଶିକ୍ଷକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ଏହା ବ୍ୟତୀତ କୋହଲୁରେ ୧୪ ଜଣ ସରକାରୀ କର୍ମଚାରୀ ଏହି ଧର୍ମଘଟରେ ଭାଗ ନେଇଥିବାରୁ ଏବଂ ଦୀର୍ଘ ଦିନ ଧରି ଏହାକୁ ସମର୍ଥନ କରିଥିବାରୁ ସେମାନଙ୍କୁ ନିଲମ୍ବିତ କରାଯାଇଛି । ଯେଉଁ କର୍ମଚାରୀଙ୍କ ବିରୁଦ୍ଧରେ ଏହି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେମାନଙ୍କ ମଧ୍ୟରୁ ଅଧିକାଂଶ ଶିକ୍ଷା ବିଭାଗର, ଯେଉଁମାନେ ସେଠାରେ ଅନେକ ବିଦ୍ୟାଳୟରେ ଶିକ୍ଷକ ଭାବରେ କାର୍ଯ୍ୟ କରନ୍ତି । କର୍ମଚାରୀଙ୍କ ଦକ୍ଷତା ଏବଂ ଅନୁଶାସନ ଅଧିନିୟମ ଯଥା BEED 2011 ଅନୁଯାୟୀ ଏହି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ବିରୋଧ ପ୍ରଦର୍ଶନ କେମିତି ଆରମ୍ଭ ହେଇଥିଲା ? 

କାଉଣ୍ଟର ଆତଙ୍କବାଦ ବିଭାଗ (ସିଟିଡି) ର ନ୍ୟାୟିକ ହେପାଜତରେ ଏକ ନକଲି ଏନକାଉଣ୍ଟରରେ ବାଲାଚ ବାଲୋଚ ଏବଂ ଅନ୍ୟ ତିନିଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତୁର୍ବାଟରେ ଏହି ବିରୋଧ ଆରମ୍ଭ ହୋଇଥିଲା । ଯେତେବେଳେ ଏହି ତିନିଜଣଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଥିଲା, ସେମାନେ ଏହାକୁ ହତ୍ୟା ବୋଲି ଅଭିଯୋଗ କରିଥିଲେ । ଶହିଦ ଫିଡା ଚକ୍ରେ ଶବ ରଖି ବିରୋଧ ପ୍ରଦର୍ଶନ ଆରମ୍ଭ କରିଥିଲେ। ବାଲାଚଙ୍କ ପରିବାର ସଦସ୍ୟ କହିଛନ୍ତି ଯେ ପୋଲିସ ସେମାନଙ୍କ କଥା ଶୁଣୁନାହିଁ କିମ୍ବା ଏହା ସେମାନଙ୍କ ଏଫଆଇଆର ଗ୍ରହଣ କରୁନାହିଁ। ଏହା ପରେ ବିରୋଧର ନିଆଁ ସାରା ଜିଲ୍ଲାରେ ବ୍ୟାପିଗଲା । ଧୀରେ ଧୀରେ ଏହି ପ୍ରତିବାଦ ପାକିସ୍ତାନୀ ସେନା ଦ୍ୱାରା ବାଲୁଚି ଲୋକଙ୍କ ଉପରେ ହୋଇଥିବା ଅତ୍ୟାଚାର ବିରୁଦ୍ଧରେ ଏକ ଅଭିଯାନରେ ପରିଣତ ହୋଇଥିଲା ।

The post ପାକିସ୍ତାନର ଭୟ ସ୍ପଷ୍ଟ ବାରି ହେଉଛି । ବିରୋଧ ପ୍ରଦର୍ଶନ  ଯୋଗୁ ୪୪ ଜଣ ସରକାରୀ କର୍ମଚାରୀଙ୍କୁ ଛଟେଇ first appeared on Kanak News.

from Kanak News
via <a href="https://ifttt.com/?

ସାଧାରଣ ନିର୍ବାଚନ ପୂର୍ବରୁ ଲାଗୁ ହେବ CAA! କ’ଣ ଏହି ଆଇନ୍? କିଏ ହେବେ ଉପକୃତ?

କନକ ବ୍ୟୁରୋ: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ବଡ଼ ଖବର । ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଏହାକୁ କାର୍ଯ୍ୟକାରୀ କରିବେ ବୋଲି ସୂଚନା ମିଳିଛି। ଗୃହ ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଖୁବ୍ ଶୀଘ୍ର ଏହି ଆଇନର ନିୟମାବଳୀ କାର୍ୟ୍ୟକାରୀ ହେବ। ଜାନୁଆରୀ କିମ୍ବା ଫେବୃଆରୀରେ ସିଏଏ ନିୟମ ଲାଗୁ ହେବାର ସମ୍ଭାବନା ରହିଛି ।
ଏଥିପାଇଁ ଏକ ପୋର୍ଟାଲ ମଧ୍ୟ ପ୍ରସ୍ତୁତ କରାଯାଇଛି। ପଡୋଶୀ ଦେଶରୁ ଆସୁଥିବା ପ୍ରବାସୀଙ୍କୁ କେବଳ ପୋର୍ଟାଲରେ ଅନଲାଇନ ଆବେଦନ କରିବାକୁ ପଡିବ ଏବଂ ଗୃହ ମନ୍ତ୍ରଣାଳୟ ଏହାକୁ ଯାଞ୍ଚ କରିବ ଏବଂ ନାଗରିକତା ପ୍ରଦାନ କରିବ । ସୂଚନାଯୋଗ୍ୟ, ନାଗରିକତା ଦେବାର ଅଧିକାର ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କ ପାଖରେ ରହିଛି।

କ’ଣ ଏହି ସିଏଏ?
ସିଏଏ ଆଇନ୍ ଅନୁସାରେ, ୨୦୧୪ ଡିସେମ୍ବର ୩୧ ପୂର୍ବରୁ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଦେଶକୁ ଆସିଥିବା ୬ ଜଣ ସଂଖ୍ୟାଲଘୁ (ହିନ୍ଦୁ, ଖ୍ରୀଷ୍ଟିଆନ, ଶିଖ, ଜୈନ, ବୌଦ୍ଧ ଓ ପାର୍ସୀ)ଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯିବ। ଏଥିପାଇଁ ଏହି ୩ ଦେଶର ବିସ୍ଥାପିତ ଲୋକଙ୍କୁ କୌଣସି ଦସ୍ତାବିଜ୍ ଦେବାକୁ ପଡ଼ିବ ନାହିଁ।

ଡିସେମ୍ବର ୨୦୧୯ରେ ସଂସଦରେ ଏହି ବିଲକୁ ଅନୁମୋଦନ ମିଳିଥିଲା ଏବଂ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଦେଶର କେତେକ ସ୍ଥାନରେ ବ୍ୟାପକ ବିରୋଧ ହୋଇଥିଲା। ସିଏଏକୁ ନେଇ ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଅନେକ ରାଜନୈତିକ ଦଳ ମଧ୍ୟ ଏହାକୁ ବିରୋଧ କରିଥିଲେ। ସେତେବେଳେ କେନ୍ଦ୍ର ସରକାର ଏହାକୁ କାର୍ୟ୍ୟକାରୀ କରିବାକୁ ମନ ସ୍ଥିର କରିଥିଲେ ମଧ୍ୟ କରୋନା କାରଣରୁ ଏହା ବିଳମ୍ବିତ ହୋଇଥିଲା।

The post ସାଧାରଣ ନିର୍ବାଚନ ପୂର୍ବରୁ ଲାଗୁ ହେବ CAA! କ’ଣ ଏହି ଆଇନ୍? କିଏ ହେବେ ଉପକୃତ? first appeared on Kanak News.

from Kanak News
via <a href="https://ifttt.com/?

ବ୍ୟାଙ୍କ ଖାତା ଧାରକଙ୍କୁ ରିଜର୍ଭ ବ୍ୟାଙ୍କର ବଡ ଆଶ୍ୱସ୍ତି । ନିଷ୍କ୍ରିୟ ଖାତା ଉପରେ ଲାଗିବ ନାହିଁ ଏହି ଚାର୍ଜ

କନକ ବ୍ୟୁରୋ : ବ୍ୟାଙ୍କରେ ଆକାଉଣ୍ଟ ଥିବା ଲୋକଙ୍କ ପାଇଁ ବଡ ଖବର । ଯଦି ଆପଣଙ୍କର କୌଣସି ବ୍ୟାଙ୍କରେ ଆକାଉଣ୍ଟ ରହିଛି ତାହା ନିଷ୍କ୍ରିୟ ଅବସ୍ଥାରେ ରହିଛି ସେମାନଙ୍କୁ ରିଜର୍ଭ ବ୍ୟାଙ୍କ ତରଫରୁ ବଡ ଆଶ୍ୱସ୍ଥି ପ୍ରଦାନ କରାଯାଇଛି । ରିଜର୍ଭ ବ୍ୟାଙ୍କ କହିଛି କି ନିଷ୍କ୍ରିୟ ପଡିଥିବା ବ୍ୟାଙ୍କ ଆକାଉଣ୍ଟରେ ସର୍ବନିମ୍ନ ଜମା ନଥିଲେ ବି ବ୍ୟାଙ୍କ ଆଉ ଜରିମାନା ଆଦାୟ କରିପାରିବ ନାହିଁ ।

ରିଜର୍ଭ ବ୍ୟାଙ୍କ କହିଛି କି, ଯଦି ଆପଣ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଦୁଇବର୍ଷ ଧରି କୌଣସି କାରବାର କରୁନାହାଁନ୍ତି ଓ ଆପଣଙ୍କ ଆକାଉଣ୍ଟ ନିଷ୍କ୍ରିୟ ହୋଇଯାଇଛି ତେବେ ବି ଆପଣଙ୍କ ବ୍ୟାଙ୍କ ମିନିମମ୍ ବା ସର୍ବନିନ୍ନ ଜମା ନାମରେ ଆପଣଙ୍କ ଠାରୁ ଜରିମାନା ଆଦାୟ କରିପାରିବ ନାହିଁ । କେବଳ ସେତିକି ନୁହେଁ ସ୍କଲାରସିପ୍ ରାଶି କିମ୍ବା ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର ପାଇଁ ଖୋଲା ଯାଇଥିବା ବ୍ୟାଙ୍କ ଆକାଉଣ୍ଟରେ ସର୍ବନିମ୍ନ ଜମା ନଥିଲେ ବ୍ୟାଙ୍କ ଜରିମାନା ଲଗାଇ ପାରିବ ନାହିଁ । ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ସମସ୍ତ ବ୍ୟାଙ୍କକୁ ଏକ ନୋଟିସ୍ ଜାରି କରିଛି ।

ସେପଟେ ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଯଦି ଆପଣଙ୍କ ଖାତାରେ କିଛି ଟଙ୍କା ରହିଛି ତେବେ ବ୍ୟାଙ୍କ ଉକ୍ତ ଜମାରାଶି ଉପରେ ଲଗାତର ସୁଧ ପ୍ରଦାନ କରିବ । ଆକାଉଣ୍ଟ ନିଷ୍କ୍ରିୟ ହୋଇଥିଲେ ବି ଗ୍ରାହକ ଜମାରାଶି ଉପରେ ସୁଧ ପାଇପାରିବ ।

ରିଜର୍ଭ ବ୍ୟାଙ୍କ ତରଫରୁ ବ୍ୟାଙ୍କରେ ପଡିରହିଥିବା ଅଣ ଅଧିକାରୀ ଖାତା ଓ ଦାବି କରୁଥିବା ଖାତାରେ ଥିବା ରାଶି କମ୍ କରିବାକୁ ଏଭଳି ପଦକ୍ଷେପ ନେଇଛନ୍ତି । ଆରବିଆଇ ତା’ର ସକ୍ୟୁଲାରରେ କହିଛି କି, ଏହି ନିର୍ଦ୍ଦେଶ ପରେ ବ୍ୟାଙ୍କରେ ପଡିଥିବା ଅଣ ଅଧିକାରୀ ରାଶି ନିଶ୍ଚିତ ଭାବେ କମ୍ ହେବ ।

ଅନ୍ୟପଟେ ଯେତେବେଳେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ନିଷ୍କ୍ରିୟ ହୋଇଯିବ ସେତେବେଳେ ବ୍ୟାଙ୍କ ତରଫରୁ ଆପଣଙ୍କୁ ମେସେଜ, ଚିଠି କିମ୍ବା ଇ-ମେଲ ମାଧ୍ୟମରେ ସୂଚିତ କରିବା ବାଧ୍ୟତାମୂଳକ ।

The post ବ୍ୟାଙ୍କ ଖାତା ଧାରକଙ୍କୁ ରିଜର୍ଭ ବ୍ୟାଙ୍କର ବଡ ଆଶ୍ୱସ୍ତି । ନିଷ୍କ୍ରିୟ ଖାତା ଉପରେ ଲାଗିବ ନାହିଁ ଏହି ଚାର୍ଜ first appeared on Kanak News.

from Kanak News
via <a href="https://ifttt.com/?

ରାହୁଲ ଗାନ୍ଧୀଙ୍କ ‘ନ୍ୟାୟ ଯାତ୍ରା’ରେ ସାମିଲ ହେବେ ଓଡିଶାର ୧୦ ଜିଲ୍ଲା । ପ୍ରସ୍ତାବ ଦେଲେ ପିସିସି ସଭାପତି ଶରତ ପଟ୍ଟନାୟକ ।

କନକ ବ୍ୟୁରୋ: ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା ନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଝାଡ଼ଖଣ୍ଡ ପଟୁ ରାହୁଲ ଗାନ୍ଧୀ ଓଡ଼ିଶାରେ ପ୍ରବେଶ କରିବେ । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କଟକ, ଭୁବନେଶ୍ୱର, ଗଞ୍ଜାମ, କୋରାପୁଟ, କଳାହାଣ୍ଡି, ନୂଆପଡ଼ା ଓ ବଲାଙ୍ଗୀର ଦେଇ ଛତିଶଗଡ଼ ଯିବେ । ନ୍ୟାୟ ଯାତ୍ରା ଉପରେ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା ପାଇଁ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ତେବେ ଯେଉଁ ରାଜ୍ୟ ଦେଇ ନ୍ୟାୟ ଯାତ୍ରା ଯିବ ସେଇ ସବୁ ରାଜ୍ୟର ପିସିସି ସଭାପତିଙ୍କୁ ଦିଲ୍ଲୀ ଡାକରା ହୋଇଛି । ୯୦ ମିଶନ ସଫଳ ପାଇଁ ଅଙ୍କ କଷୁଛି କଂଗ୍ରେସ । ୨୦୧୯ ନିର୍ବାଚନରେ ୬୯ଟି ସିଟରେ ଅଳ୍ପ ମାର୍ଜିନରେ ହାରିଥିବା ଓ ସଙ୍ଗଠନକୁ ହାତରେ ରଖିଥିବା ନେତାଙ୍କୁ ଦଳ ୨୦୨୪ରେ ପୁଣି ପୁନରାବୃତ୍ତି କରିବ ।

The post ରାହୁଲ ଗାନ୍ଧୀଙ୍କ ‘ନ୍ୟାୟ ଯାତ୍ରା’ରେ ସାମିଲ ହେବେ ଓଡିଶାର ୧୦ ଜିଲ୍ଲା । ପ୍ରସ୍ତାବ ଦେଲେ ପିସିସି ସଭାପତି ଶରତ ପଟ୍ଟନାୟକ । first appeared on Kanak News.

from Kanak News
via <a href="https://ifttt.com/?

ମହୁଆଙ୍କ ଆବେଦନ ସୁପ୍ରିମକୋର୍ଟରେ ଖାରଜ । ଜାଣନ୍ତୁ କଣ କରିଥିଲେ ଆବେଦନ

କନକ ବ୍ୟୁରୋ : ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ସଂସଦରୁ ନିଲମ୍ବିତ ହୋଇଥିବା ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ ସୁପ୍ରିମକୋର୍ଟ ଝଟକା ଦେଇଥିଲେ । ବୁଧବାର ଦିନ ହୋଇଥିବା ଶୁଣାଣିରେ ମହୁଆଙ୍କୁ ଆଶ୍ୱସ୍ଥି ମଳିନାହିଁ । ନିଲମ୍ବିତ ଆଦେଶ ଉପରେ ରୋକ୍ ଲଗାଇବାକୁ ମହୁଆଙ୍କ ତରଫରୁ କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଏହି ମାମଲାର ଶୁଣାଣି କରୁଥିବା ବିଚାରପତି ଜଷ୍ଟିସ ଖାନ୍ନା ଖାରଜ କରିଦେଇଛନ୍ତି । ଏହାସହ ମହୁଆଙ୍କ ଓକିଲ ଅଭିଶେକମନୁ ସଂଘଭୀଙ୍କ ଅନ୍ୟ ଏକ ଆବେଦନ ମଧ୍ୟ କୋର୍ଟରେ କାଟ୍ ଖାଇଛି । ଦ୍ୱିତୀୟ ଆବେଦନରେ ଏହି ମାମଲାର ଶୁଣାଣି ଫେବୃଆରୀ ମାସରେ କରାଯାଉ ବୋଲି ସଂଘଭୀ ମହୁଆଙ୍କ ତରଫରୁ ଆବେଦନ କରିଥିଲେ ।

ଏହା ପୂର୍ବରୁ ମହୁଆଙ୍କ ଓକିଲ ସଂଘଭୀ କହିଥିଲେ କି ମହୁଆ କେବଳ ତାଙ୍କ ଲଗଇନ୍ ଆଇଡି ଅନ୍ୟକୁ ଦେଇଥିବାରୁ ତାଙ୍କୁ ସଂସଦରୁ ନିଲମ୍ବନ କରାଯାଇଛି । ହେଲେ ଲାଂଚ ନେଇଥିବା ଅଭିଯୋଗ ଉପରେ ବିଚାର କରିବାର ଆବଶ୍ୟକତା ରହିଛି । ଆଇଡି ଲଗଇନକୁ ନେଇ ସଂଘଭୀ କହିଛନ୍ତି କି, ମୁଁ ୧୮ ବର୍ଷ ଧରି ସାଂସଦ ଭାବେ ରହିଛି । କେହି କେବଳ ଲଗଇନ୍ ଆଇଡି ଦେଇଦେଲେ ଅନ୍ୟମାନେ ତାହା ଲଗଇନ୍ କରିପାରିବେ ନାହିଁ । କାରଣ ଲଗଇନ୍ କରିବାକୁ ହେଲେ ଓଟିପିର ଆବଶ୍ୟକତା ରହିଛି । ଯାହାକି ସଂପୃକ୍ତ ସାଂସଦଙ୍କ ମୋବାଇଲକୁ ଆସିଥାଏ । ହେଲେ ସଂସଦରେ ନିୟମ ରହିଛି କି ଯଦି ସଂସଦର ଆଇଡି କି ପାସୱାଡ ହ୍ୟାକ୍ ହୁଏ ତେବେ ସାଂସଦ ନିଲମ୍ବିତ ହୋଇପାରିବେ । ହେଲେ କେହି କାହାକୁ ଆଇଡି ଲଗଇନ୍ ଦେଇଦେଲେ ତାଙ୍କୁ ନିଲମ୍ବନ କରାଯିବାର କୌଣସି ପ୍ରାବଧାନ ନାହିଁ ।
ସୂଚନା ଥାଉ କି, ମହୁଆ ମୋଇତ୍ରାଙ୍କୁ ଡିସେମ୍ବର ୮ ତାରିଖରେ କେସ ଫର କ୍ୱାରୀ ମାମଲାରେ ସଂସଦରୁ ନିଲମ୍ବନ କରାଯାଇଥିଲା ।

The post ମହୁଆଙ୍କ ଆବେଦନ ସୁପ୍ରିମକୋର୍ଟରେ ଖାରଜ । ଜାଣନ୍ତୁ କଣ କରିଥିଲେ ଆବେଦନ first appeared on Kanak News.

from Kanak News
via <a href="https://ifttt.com/?

ଆମେରିକାର ଏକ ବିଳାସପୂର୍ଣ୍ଣ ଘରୁ ମିଳିଥିବା ଭାରତୀୟ ପରିବାରର ମୃତ୍ୟୁର ରହସ୍ୟ ଜଣାପଡ଼ିଲା ।

ତିନି ଦିନ ପରେ କମଲ ପରିବାରର ରାକେଶ, ଟିନା ଏବଂ ଆରିନାଙ୍କ ମୃତ୍ୟୁ ରହସ୍ୟ ସମାଧାନ ହୋଇଛି । ଗୁରୁବାର ବିଳମ୍ବିତ ରାତିରେ କମଲ ପରିବାରର ମୃତଦେହ ସେମାନଙ୍କ ବିଳାସପୂର୍ଣ୍ଣ ଘରେ ମିଳିଥିଲା । ଜଣେ ସମ୍ପର୍କୀୟ ସେମାନଙ୍କ ଶବ ଦେଖିଥିଲେ। ଅନୁସନ୍ଧାନକାରୀମାନେ ସନ୍ଦେହ କରୁଛନ୍ତି ଯେ ଏହା ଘରୋଇ ହିଂସା ସହ ଜଡିତ ହୋଇପାରେ । ନର୍ଫାଲ୍କ ଜିଲ୍ଲା ଆଟର୍ନି କହିଛନ୍ତି ଯେ ରାକେଶ ପ୍ରଥମେ ତାଙ୍କ ପତ୍ନୀ ଏବଂ ଝିଅକୁ ଗୁଳି କରି ହତ୍ୟା କରିଥିଲେ ଏବଂ ପରେ ନିଜେ ଆତ୍ମହତ୍ୟା କରିଥିଲେ ।

ଆମେରିକାରେ ହରିୟାଣାର ବରିଷ୍ଟ ଓକିଲ ତାଜେନ୍ଦ୍ର ପାଲ ବେଦୀଙ୍କ ଝିଅ ଟିନା ଏବଂ ନାତୁଣୀ ଆରିନା ଓ ଜ୍ୱାଇଁ ରାକେଶ କମଲଙ୍କର ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ହୋଇଥିଲା। ଏହି ତିନିଜଣଙ୍କ ମୃତଦେହ ସେମାନଙ୍କ ବିଳାସପୂର୍ଣ୍ଣ ଘରେ ମିଳିଥିଲା ​​। ଯାହା ସମଗ୍ର ଆମେରିକାକୁ ଚକିତ କରି ଦେଇଥିଲା। ତିନି ଦିନ ପରେ ଶେଷରେ ପରିବାରର ମୃତ୍ୟୁ ରହସ୍ୟର ସମାଧାନ ହୋଇଛି ।

ତିନି ଦିନ ପରେ କମଲ ପରିବାରର ରାକେଶ, ଟିନା ଏବଂ ଆରିନାଙ୍କ ମୃତ୍ୟୁ ରହସ୍ୟ ସମାଧାନ ହୋଇଛି । ଗୁରୁବାର ବିଳମ୍ବିତ ରାତିରେ କମଲ ପରିବାରର ମୃତଦେହ ସେମାନଙ୍କ ବିଳାସପୂର୍ଣ୍ଣ ଘରେ ମିଳିଥିଲା । ଜଣେ ସମ୍ପର୍କୀୟ ସେମାନଙ୍କ ଶବ ଦେଖିଥିଲେ। ବର୍ତ୍ତମାନ ନର୍ଫାଲ୍କ ଜିଲ୍ଲାର ଆଟର୍ନି କହିଛନ୍ତି  ଯେ ରାକେଶ ପ୍ରଥମେ ତାଙ୍କ ପତ୍ନୀ ଏବଂ ଝିଅକୁ ଗୁଳି କରି ହତ୍ୟା କରିଥିଲେ ଏବଂ ପରେ ନିଜେ ଆତ୍ମହତ୍ୟା କରିଥିଲେ । ରାକେଶ ନିଜେ ହିଁ ସ୍ତ୍ରୀ ଏବଂ ଝିଅକୁ ଗୁଳି ମାରିଥିଲେ ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ପରିବାର ସଦସ୍ୟଙ୍କ ଉପରେ କରାଯାଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟର ପ୍ରାଥମିକ ଫଳାଫଳ ପରେ ଉଭୟ ହତ୍ୟା ଓ ଆତ୍ମହତ୍ୟା ମାମଲାରେ ଅନୁସନ୍ଧାନ କରାଯାଇଥିଲା । ଅନ୍ତିମ ଶବ ବ୍ୟବଚ୍ଛେଦ ରିପୋର୍ଟରେ ବହୁତ ସମୟ ଲାଗିବ । ସେ କହିଛନ୍ତି, ‘କୌଣସି ପ୍ରକାର ଭଙ୍ଗାରୁଜା ଚିହ୍ନ ନଥିଲା, ଆମେ ବିଶ୍ୱାସ କରୁ ଏହା ବୋଧହୁଏ ଏକ ଘରୋଇ ହିଂସାର ପରିଣାମ ଅଟେ ‘ ।  ରାକେଶଙ୍କ ପାଖରୁ ମିଳିଥିବା ବନ୍ଧୁକର ଲାଇସେନ୍ସ ନଥିଲା । ଅନୁସନ୍ଧାନକାରୀମାନେ ହତ୍ୟା ଅସ୍ତ୍ର ଯାଞ୍ଚ କରୁଛନ୍ତି । ଏହି ବନ୍ଧୁକ ହେଉଛି 40 କ୍ୟାଲିବର୍ ଗ୍ଲକ୍ 22 ।

କିପରି ଏବଂ କେଉଁଠାରୁ ରାକେଶ ବନ୍ଧୁକ ହାସଲ କରିଛନ୍ତି ତାହାର ଅନୁସନ୍ଧାନ ଚାଲିଛି । ତେବେ ରାକେଶ କାହିଁକି ତାଙ୍କ ପତ୍ନୀ ଏବଂ ଝିଅକୁ ହତ୍ୟା କରିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଅନୁସନ୍ଧାନକାରୀମାନେ ସନ୍ଦେହ କରୁଛନ୍ତି ଯେ ଏହା ଘରୋଇ ହିଂସା ସହ ଜଡିତ ହୋଇପାରେ ।

୨୯ ଡିସେମ୍ବରରେ ମିଳିଥିଲା ପରିବାର ସଦସ୍ୟଙ୍କ ଶବ

ଡିସେମ୍ବର ୨୯ , ୨୦୨୩ ରେ, ଏହି ଭାରତୀୟ ପରିବାରର  ମାସାଚୁସେଟ୍ସର ଡୋଭର ସ୍ଥିତ ବିଳାସପୂର୍ଣ୍ଣ ମହଲରେ ମୃତଦେହ ମିଳିଥିଲା । ସ୍ଥାନୀୟ ରିପୋର୍ଟରେ ଏହା ଘରୋଇ ହିଂସା ମାମଲା ବୋଲି କୁହାଯାଇଛି । ସନ୍ଧ୍ୟା ୭.୨୪ ରେ ସୂଚନା ପାଇବା ପରେ ଡୋଭର ପୋଲିସ ବାସଭବନରେ ପହଞ୍ଚିଥିଲା । ୯୧୧ ନାମବ୍ରାକୁ ପରିବାରର ଜଣେ ବନ୍ଧୁଙ୍କ ପାଖରୁ କଲ ଆସିଥିଲା ​​ଯିଏ କମଲଙ୍କ ଘରକୁ ତାଙ୍କର ଭଲମନ୍ଦ ବୁଝିବାକୁ ଯାଇଥିଲେ । ପରିବାରର ଶବକୁ ସେ ପ୍ରଥମେ ଦେଖିଥିଲେ। ରାକେଶ କମଲଙ୍କ ୧୮ ବର୍ଷର ଝିଅ ଆରିନା ମିଡିଲ୍ବେରୀ କଲେଜରେ ଅଧ୍ୟୟନ କରୁଥିଲା ।  ମଦର ଟିନା ୨୦୧୬ ରେ ନିଜର ଏକ କମ୍ପାନୀ ଖୋଲିଥିଲେ, ଯାହା ୨୦୨୧ ରେ ବନ୍ଦ ହୋଇଯାଇଥିଲା | ଏହି କମ୍ପାନୀ ଛାତ୍ରମାନଙ୍କୁ ସେମାନଙ୍କର ଗ୍ରେଡ୍ ଉନ୍ନତି କରିବାରେ ସାହାଯ୍ୟ କରୁଥିଲା ।

The post ଆମେରିକାର ଏକ ବିଳାସପୂର୍ଣ୍ଣ ଘରୁ ମିଳିଥିବା ଭାରତୀୟ ପରିବାରର ମୃତ୍ୟୁର ରହସ୍ୟ ଜଣାପଡ଼ିଲା । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started