ଡ୍ରାଇଭରକୁ ଗାଳି ଦେବାରୁ ପଦ ହରାଇଲେ ଜିଲ୍ଲାପାଳ । ମୁଖ୍ୟମନ୍ତ୍ରୀ ନେଲେ କଡା ପଦକ୍ଷେପ । କହିଲେ, ମୁଁ ବି ଜଣେ ଶ୍ରମିକର ପୁଅ ।

କନକ ବ୍ୟୁରୋ: ମଧ୍ୟପ୍ରଦେଶ ସାଜାପୁର ଟ୍ରକ୍ ଡ୍ରାଇଭରଙ୍କ ସହ ଜଡିତ ଏକ ଘଟଣାକୁ ନେଇ ମଧ୍ୟ ପ୍ରଦେଶ ସରକାରଙ୍କ କଠୋର ପଦକ୍ଷେପ । ମିଟିଙ୍ଗରେ ଜଣେ ଡ୍ରାଇଭରଙ୍କୁ ତାଙ୍କ ଔକାତ୍ ପଚାରିଲେ ବୋଲି ଜିଲ୍ଲାପାଳ ପଦରୁ ହଟିଲେ କିଶୋର କନ୍ୟାଲ ।

ସାଜାପୁର ଜିଲ୍ଲାପାଳଙ୍କ ଏଭଳି ବ୍ୟବହାରରେ ଅତିଷ୍ଠ ହୋଇଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ୍ ଯାଦବ । ତାଙ୍କ ସରକାର ଗରୀବଙ୍କ ସରକାର । ତେଣୁ ତାଙ୍କ ରାଜ୍ୟରେ ସମସ୍ତଙ୍କୁ ସମାନ ସମ୍ମାନ ମିଳିବା ଦରକାର । ଜିଲ୍ଲାପାଳଙ୍କ ଅଶାଳୀନ ବାକ୍ୟ ବ୍ୟବହାର ସେ କେବେବି ବରଦାସ୍ତ କରିବେ ନାହିଁ । କାରଣ ସେ ନିଜେ ଜଣେ ଶ୍ରମିକଙ୍କ ପୁଅ । ତେଣୁ ଅଧିକାରୀ ସାଧାରଣ ଜନତାଙ୍କ ସମସ୍ୟା ବାଝିବା ବେଳେ ନିଜ କଥା ଉପରେ ନିୟନ୍ତ୍ରଣ ରଖିବା ଉଚିତ ବୋଲି ଜିଲ୍ଲାପାଳ କିଶୋର କନ୍ୟାଲଙ୍କୁ ଚେତାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଯାଦବ ।

ସୂଚନା ମୁତାବକ, ଟ୍ରକ୍ ଡ୍ରାଇଭରଙ୍କ ଆନ୍ଦାଳନ ପ୍ରତ୍ୟାହାର କରିବାକୁ ଜିଲ୍ଲାପାଳଙ୍କ ସହ ଡ୍ରାଇଭର ସଂଘର ଏକ ବୈଠକ ଚାଲିଥିଲା । ଏହି ସମୟରେ ଜଣେ ଡ୍ରାଇଭର ନିଜର ସମସ୍ୟା କହୁଥିବାବେଳେ ରାଜିଯାଇଥିଲେ ଜିଲ୍ଲାପାଳ ଏବଂ ତାଙ୍କର ଔକାତ୍ କ’ଣ ବୋଲି ପଚାରିଥିଲେ ।

The post ଡ୍ରାଇଭରକୁ ଗାଳି ଦେବାରୁ ପଦ ହରାଇଲେ ଜିଲ୍ଲାପାଳ । ମୁଖ୍ୟମନ୍ତ୍ରୀ ନେଲେ କଡା ପଦକ୍ଷେପ । କହିଲେ, ମୁଁ ବି ଜଣେ ଶ୍ରମିକର ପୁଅ । first appeared on Kanak News.

from Kanak News
via <a href="https://ifttt.com/?

ଭାରତରେ କମୁଛି ଉତ୍ପାଦନ । ଗତ ୧୮ ମାସ ମଧ୍ୟରେ ସର୍ବାଧିକ କମ୍ ଉତ୍ପାଦନ ନେଇ ତଥ୍ୟ ଦେଲା ପିଏମଆଇ

କନକ ବ୍ୟୁରୋ : ଦେଶରେ ଡିସେମ୍ବର ମାସରେ ପୁଣି ଉତ୍ପାଦନ କ୍ଷେତ୍ରରେ ଧିମା ଅବସ୍ଥା ଦେଖିବାକୁ ମିଳିଛି । ଏନେଇ ପିଏମଆଇ ବା ପରଚେଙ୍ଗ୍ ମ୍ୟାନେଜର ଇଣ୍ଡେକ୍ସ ରିପୋର୍ଟ ପ୍ରଦାନ କରିଛି । ଗତ ୧୮ ମାସ ମଧ୍ୟରେ ଦେଶର ଉତ୍ପାଦନ ସର୍ବନିମ୍ନ ସ୍ତରକୁ ଆସିଥିବା ଏହି ରିପୋର୍ଟରେ କୁହାଯାଇଛି ।

ଏଚଏସବିସି ଇଣ୍ଡିଆର ସର୍ଭେ ରିପୋର୍ଟ ବା ପିଏମଆଇର ତଥ୍ୟ ମୁତାବକ ଡିସେମ୍ବର ୨୦୨୩ରେ ଉତ୍ପାଦନ କମି ୫୪.୯ ରେ ପହଂଚିଛି । ହେଲେ ନଭେମ୍ବର ୨୦୨୩ ରେ ଏହା ୫୬ ପଏଣ୍ଟରେ ଥିଲା । ପିଏମଆଇ ଭାଷାରେ ସୂଚକାଙ୍କ ୫୦ ରୁ ଅଧିକ ହେବା ଅର୍ଥ ସଂପ୍ରସାରଣ ହୋଇଥିବା ବେଳେ ୫୦ ରଚ କମ୍ ଅଙ୍କ ସଙ୍କୋଚନକୁ ସୂଚାଇଥାଏ । ଏହା କ୍ରମାଗତ ୩୦ତମ ମାସ ଯେତେବେଳେ ଉତ୍ପାଦନ ପିଏମଆଇ ସଂଖ୍ୟା ୫୦ ଉପରେ ରହିଛି । ଡିସେମ୍ବର ପିଏମଆଇ ତଥ୍ୟ କ୍ରମାଗତ ୩୦ ତମ ମାସ ପାଇଁ ମୋଟ ଅପରେଟିଂ ସ୍ଥିତିରେ ଉନ୍ନତି ସୂଚାଉଛି । ଅର୍ଥାତ କ୍ରମାଗତ ୨.୬ ବର୍ଷ ଧରି ଦେଶର ଉତ୍ପାଦନ ଗତି ସନ୍ତୁଳିତ ହୋଇ ରହିଛି ।

ଯଦି ଆମେ ଗତ କିଛି ମାସର ଉତ୍ପାଦନ ପିଏମଆଇ ତଥ୍ୟ ଦେଖିବା ତେବେଳ ମେ’ ମାସରେ ୫୭.୮, ଜୁନ ମାସରେ ୫୭.୮, ଜୁଲାଇ ମାସରେ ୫୭.୭, ଅଗଷ୍ଟ ମାସରେ ୫୮.୬, ସେପ୍ଟେମ୍ବର ମାସରେ ୫୭.୫, ଅକ୍ଟୋବର ମାସରେ ୫୫.୫, ନଭେମ୍ବର ମାସରେ ୫୬.୦ ଓ ଡିସେମ୍ବର ମାସରେ ୫୪.୯ ପଏଣ୍ଟ ରହିଛି ।

The post ଭାରତରେ କମୁଛି ଉତ୍ପାଦନ । ଗତ ୧୮ ମାସ ମଧ୍ୟରେ ସର୍ବାଧିକ କମ୍ ଉତ୍ପାଦନ ନେଇ ତଥ୍ୟ ଦେଲା ପିଏମଆଇ first appeared on Kanak News.

from Kanak News
via <a href="https://ifttt.com/?

ନୀଳଗିରିରେ ଭାଲୁ ଆତଙ୍କ । ଲୋକଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରୁଛି ଭାଲୁ ।

କନକ ବ୍ୟୁରୋ: ଘର ପାଖରେ ବୁଲୁଛି ଭାଲୁ । ଲୋକଙ୍କୁ ଦେଖି ଗୋଡେଇ କରୁଛି ଆକ୍ରମଣ । ବାଲେଶ୍ୱର ନିଳଗିରିରେ ଭାଲୁ ଆତାଙ୍କ ଖେଳାଇଛି । ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତିହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି ।

ନୀଳଗିରି ଉପଖଣ୍ଡ ବାଉଁଶବଣିଆ ପଞ୍ଚାୟତ ଟଣକା ଗାଁର ଲକ୍ଷ୍ମୀଧର ନାୟକଙ୍କୁ ଆକ୍ରମଣ କରିଥିଲା । ବାଡିକୁ ଦାନ୍ତକାଠି ଆଣିବାକୁ ଯାଇଥିବା ବେଳେ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା । ତେବେ ପାଳ ଗଦା ଉପରକୁ ଚଢି ଯାଇ ଲୁଚି ଯିବାରୁ ଲକ୍ଷ୍ମୀଧରଙ୍କ ଜୀବନ ବଂଚିଯାଇଛି । ଲକ୍ଷ୍ମୀଧରଙ୍କୁ ଆକ୍ରମଣ କରିବା ପରେ ଗାଁର ଅନ୍ୟ କେତେକ ଲୋକଙ୍କୁ ମଧ୍ୟ ଭାଲୁ ଗୋଡେଇ ଗୋଡେଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

The post ନୀଳଗିରିରେ ଭାଲୁ ଆତଙ୍କ । ଲୋକଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରୁଛି ଭାଲୁ । first appeared on Kanak News.

from Kanak News
via <a href="https://ifttt.com/?

ହିଣ୍ଡେନବର୍ଗ ଆଦାନୀ ସମୂହ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଆଦାନି ଗ୍ରୁପକୁ ମିଳିଲା କ୍ଲିନଚିଟ୍ । ଆଦାନୀ ଗ୍ରୁପକୁ ସୁପ୍ରିମକୋର୍ଟଙ୍କ କ୍ଲିନଚିଟ୍

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ହିଣ୍ଡେନବର୍ଗ-ଆଦାନୀ ସମୂହ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ ଆସିଛି । ଏହି ମାମଲାରେ ଆଦାନି ଗ୍ରୁପକୁ ସୁପ୍ରିମକୋର୍ଟଙ୍କ କ୍ଲିନଚିଟ ମିଳିଛି । ସେବିର ତଦନ୍ତରେ କୌଣସି ତ୍ରୁଟି ନଥିବା କହିଛନ୍ତି ସୁପ୍ରିମକୋର୍ଟ । ଏହାସହ ୩ମାସ ମଧ୍ୟରେ ତଦନ୍ତ ଶେଷ କରିବାକୁ ସେବିକୁ କହିଛନ୍ତି ସୁପ୍ରିମକୋର୍ଟ ।

ହିଣ୍ଡେନବର୍ଗର ଅଭିଯୋଗ ଉପରେ ସେବିର ଯାଂଚ ନେଇ କୌଣସି ପ୍ରକାର ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ୩ବିଚାରପତିଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ମାମଲାର ରାୟ ଶୁଣାଇଛନ୍ତି । ସେହିପରି ଏହି ମାମଲାରେ ଏସ୍ଆଇଟି ତଦନ୍ତକୁ ମନା କରିଦେଇଛନ୍ତି କୋର୍ଟ । ତଦନ୍ତକୁ ସିକ୍ୟୁରିଟିଜ ଆଣ୍ଡ ଏକ୍ସଚେଂଜ ବୋର୍ଡ ଅଫ୍ ଇଣ୍ଡିଆ ବା ସେବିଠାରୁ ସ୍ପେଶାଲ ଇନଭେଷ୍ଟିଗେସନ ଟିମକୁ ନେବାର କୌଣସି କାରଣ ନାହିଁ । ନିୟମ ଅନୁଯାୟୀ ସେବି ତଦନ୍ତ କରୁଛି । ଏହି ଘଟଣାର ଅନୁସନ୍ଧାନ କରିବା ପାଇଁ ଏହା ଏକ ଦକ୍ଷ ଏଜେନ୍ସି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ସତ୍ୟମେବ ଜୟତେ ବୋଲି ନିଜ ପ୍ରତିକ୍ର୍ରିୟାର କହିଛନ୍ତି ଗୌତମ ଆଦାନି । ୨୦୨୩ ଜାନୁଆରିରେ ଆମେରିକାର ସର୍ଟ ସେଲିଂ ଫାର୍ମ ହିଣ୍ଡେନବର୍ଗ ଏକ ରିପୋର୍ଟ ଜାରି କରି ଶିଳ୍ପପତି ଗୌତମ ଆଦାନିଙ୍କ ସବୁ କଂପାନୀ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ । ତେବେ ଆଦାନି ଗ୍ରୁପ ହିଣ୍ଡେନବର୍ଗ ରିପୋର୍ଟ ମିଛ ବୋଲି କହିବା ସତ୍ୱେ ଆଦାନି ଗ୍ରୁପର ସେୟାର ତଳକୁ ଖସିଥିଲା । ଏବଂ ଆଦାନି ଗ୍ରୁପକୁ ବହୁ କୋଟି ଟଙ୍କାର କ୍ଷତି ସହିବାକୁ ପଡିଥିଲା । ଏହି ମାମଲାରେ କୋର୍ଟଙ୍କ ତତ୍ୱାବଧାନରେ ଏସଆଇଟି କମିଟି ତଦନ୍ତ କରିବା ପାଇଁ ବହୁ ଆବେଦନ ସୁପ୍ରିମକୋର୍ଟରେ ହୋଇଥିଲା । ଏହାପରେ ସୁପ୍ରିମକୋର୍ଟ ମାମଲାର ତଦନ୍ତ କରିବାକୁ ସେବିକୁ ନିର୍ଦ୍ଦେଶ ଦେଇଥିଲେ । ସେବି ତଦନ୍ତ କରି ଷ୍ଟାଟସ ରିପୋର୍ଟ ଦାଖଲ କରିବା ପରେ ରାୟକୁ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ । ଆଜି ଏହି ମାମଲାର ରାୟ ଶୁଣାଣି ହୋଇଛି ।

The post ହିଣ୍ଡେନବର୍ଗ ଆଦାନୀ ସମୂହ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଆଦାନି ଗ୍ରୁପକୁ ମିଳିଲା କ୍ଲିନଚିଟ୍ । ଆଦାନୀ ଗ୍ରୁପକୁ ସୁପ୍ରିମକୋର୍ଟଙ୍କ କ୍ଲିନଚିଟ୍ first appeared on Kanak News.

from Kanak News
via <a href="https://ifttt.com/?

ତାଲିମ ବେଳେ ଚାଲିଗଲା ହୋମଗାର୍ଡଙ୍କ ଜୀବନ । ରିଫ୍ରେସର କୋର୍ସ ଟ୍ରେନିଂ ଚାଲିଥିବାବେଳେ ଅଘଟଣ ।

କନକ ବ୍ୟୁରୋ: ଭୁବନେଶ୍ୱର ରିଜର୍ଭ ଅଫିସରେ ଅଘଟଣ । ତାଲିମ ବେଳେ ଚାଲିଗଲା ହୋମଗାର୍ଡଙ୍କ ଜୀବନ । ମୃତ ହୋମଗାର୍ଡ ଜଣକ ହେଲେ ବାସୁଦେବ ମାନସିଂ । ରିଫ୍ରେସର କୋର୍ସ ପାଇଁ ଟ୍ରେନିଂ ନେବାବେଳେ ଏହି ଅଘଟଣ ଘଟିଛି । ଏୟାରଫିଲ୍ଡ ଥାନାରେ ଡ୍ୟୁଟି କରୁଥିଲେ ବାସୁଦେବ । ତାଙ୍କ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲରେ ରଖାଯାଇଛି । ସହିଦ ନଗର ଥାନା ପୁଲିସ ଘଟଣାର ତଦନ୍ତ କରୁଛି ।

The post ତାଲିମ ବେଳେ ଚାଲିଗଲା ହୋମଗାର୍ଡଙ୍କ ଜୀବନ । ରିଫ୍ରେସର କୋର୍ସ ଟ୍ରେନିଂ ଚାଲିଥିବାବେଳେ ଅଘଟଣ । first appeared on Kanak News.

from Kanak News
via <a href="https://ifttt.com/?

ହିଜବୁଲ୍ଲା ଗଡ଼ ଭିତରେ ପଶି ହମାସ ନେତାକୁ ହତ୍ୟା । ହମାସର ସେକେଣ୍ଡ ଇନ କମାଣ୍ଡ ଅରୁରିର ମୃତ୍ଯୁ

ଇସ୍ରାଏଲର ସେନାର ହିଟ୍ ଲିଷ୍ଟରେ ଥିବା ହମାସର ସାମରିକ ୱିଙ୍ଗର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ସାମସ ଅଲ-ଅରୁରିକୁ ହତ୍ୟା କରାଯାଇଛି । ସାଲେହ ଅଲ ଅରୁରି  ୱେଷ୍ଟବ୍ଯାଙ୍କରେ ହମାସର ନେତୃତ୍ୱ ମଧ୍ୟ ନେଉଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟା କରାଯାଇଥିବା ହମାସ ନେତାଙ୍କ ମଧ୍ୟରେ ସାଲେହ ଅଲ ସବୁଠାରୁ ବଡ ନେତା । ସେ ଇସ୍ରାଏଲ ଜେଲରେ ୧୫ ବର୍ଷ ଧରି ବନ୍ଦୀ ମଧ୍ୟ ଥିଲା ।

ଇସ୍ରାଏଲ ଏବଂ ହମାସ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ସମୟରେ ହମାସ ଏବେ ଏକ ବଡ଼ ଧରଣର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ତାର ଏକ ବିରାଟ କ୍ଷତି ଘଟିଛି ।  ଇସ୍ରାଏଲି ସେନା ଲେବାନୋନରେ ହମାସର ଜଣେ ବରିଷ୍ଠ କମାଣ୍ଡର ସାଲେହ ଅଲ-ଅରୁରିକୁ ହତ୍ୟା କରିଛି ।  ଦକ୍ଷିଣ ବେରୁଟରେ ଥିବା ଆତଙ୍କବାଦୀଙ୍କ କାର୍ଯ୍ୟାଳୟକୁ ଇସ୍ରାଏଲ୍ ସେନା ଟାର୍ଗେଟ କରିଥିଲା, ଏହି ସମୟରେ ଡ୍ରୋନ୍ ଆକ୍ରମଣ ମଧ୍ୟ କରାଯାଇଥିଲା। ଏହି ଆକ୍ରମଣରେ ସାଲେହ ଅଲ ଆରୋରିର ମୃତ୍ୟୁ ହୋଇଥିଲା ।

ସାଲେହ ଅଲ-ହାମାସର ସାମରିକ ୱିଙ୍ଗର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ଥିଲେ । ସେ ଇସ୍ରାଏଲ୍ ସେନାର ହିଟ୍ ଲିଷ୍ଟରେ ବହୁପୂର୍ବରୁ ଥିଲେ । ସାଲେହ ଅଲ ୱେଷ୍ଟ ବ୍ଯାଙ୍କରେ ମଧ୍ୟ ହମାସର ନେତୃତ୍ୱ ନେଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟା କରାଯାଇଥିବା ହମାସ ନେତାଙ୍କ ମଧ୍ୟରେ ସାଲେହ ଅଲ ସବୁଠାରୁ ବଡ ନେତା । ତେବେ ଡ୍ରୋନ୍ ଆକ୍ରମଣ ହେତୁ ଏହି ଟପ୍ କମାଣ୍ଡରଙ୍କ ମୃତ୍ୟୁ ହୋଇଛି ନା ବିସ୍ଫୋରଣରେ ତାଙ୍କୁ ହତ୍ୟା କରାଯାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

୧୯୬୬ରେ ୱେଷ୍ଟବ୍ଯାଙ୍କର ରାମଲାରେ ଜନ୍ମ ହେଇଥିଲା 

ୱେଷ୍ଟବ୍ଯାଙ୍କର ରାମଲାରେ ୧୯୬୬ ମସିହାରେ ଜନ୍ମ ହୋଇଥିବା ସାଲେହ ଅଲ-ଅରୁରି ହମାସର ରାଜନୈତିକ ବ୍ୟୁରୋର ଡେପୁଟି ହେଡ ତଥା ପାଲେଷ୍ଟାଇନ ଗୋଷ୍ଠୀର ସଶସ୍ତ୍ର ୱିଙ୍ଗ କାସାମ ବ୍ରିଗେଡର ଅନ୍ୟତମ ପ୍ରତିଷ୍ଠାତା ଥିଲେ। ସାଲେହ ଅଲ ଇସ୍ରାଏଲରେ ୧୫ ବର୍ଷ କାରାଗାରରେ ରହିଥିଲେ। ବର୍ତ୍ତମାନ ସେ ଦୀର୍ଘ ଦିନ ଧରି ଲେବାନନରେ ନିର୍ବାସନ ଜୀବନ ବିତାଉଥିଲେ । ଯୁଦ୍ଧ ସମୟରେ ଇସ୍ରାଏଲ୍ ସେନା ରାମଲା ନିକଟରେ ତାଙ୍କ ଘରକୁ ଟାର୍ଗେଟ କରି ଧ୍ୱଂସ କରିଦେଇଥିଲେ।

ଆମେରିକା ୫ ନିୟୁତ ଡଲାର ପୁରସ୍କାର ରଖିଥିଲା

୨୦୧୫ ମସିହାରେ ଆମେରିକା ସରକାର ସାଲେହ ଅଲ ଅରୁରିଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷିତ କରିଥିଲେ ଏବଂ ସାଲେହ ଅଲ ବିଷୟରେ କୌଣସି ସୂଚନା ପ୍ରଦାନ କରୁଥିବା ବ୍ୟକ୍ତିଙ୍କ ପାଇଁ ୫ ମିଲିୟନ ଡଲାର ପୁରସ୍କାର ମଧ୍ୟ ଘୋଷଣା କରାଯାଇଥିଲା । ସେ ହମାସ ପାଇଁ ଜଣେ ଫାଇନାନ୍ସର  ଥିଲେ ଏବଂ ୧୯୮୭ ପରଠାରୁ ହମାସକୁ ଅସ୍ତ୍ରଶସ୍ତ୍ର ଯୋଗାଇବାରେ ସୁବିଧା କରୁଥିଲା । ଯେଉଁଥିପାଇଁ ସେ ଆମେରିକାର ଟାର୍ଗେଟରେ ଥିଲେ।ଅରୋରି ହମାସ୍ ଆତଙ୍କବାଦୀଙ୍କ ଫାଇନାନ୍ସର ଥିଲେ ଅଲ-ଅରୁରି ୨୦୧୦  ମସିହାରୁ ହମାସର ପଲିଟବୁରୋର ସଦସ୍ୟ ଥିଲେ, ଯାହା ୨୦୧୪ ମସିହା ବେଳକୁ ଏହା ଖୁବ ସକ୍ରିୟ ହୋଇ ଉଠିଥିଲା । ଇସ୍ରାଏଲ ଏବଂ ଆମେରିକା ବିଶ୍ୱାସ କରନ୍ତି ଯେ ସାଲେହ ଅଲ-ହମାସ ଆତଙ୍କବାଦୀଙ୍କର ଫାଇନାନ୍ସର ଥିଲେ ଏବଂ ସେମାନଙ୍କୁ ତାଲିମ ମଧ୍ୟ ଦେଇଥିଲେ । ସୂଚନାଯୋଗ୍ୟ ଯେ ଇସ୍ରାଏଲ୍ କ୍ରମାଗତ ଭାବରେ ହମାସର ଆଡ୍ଡା ଉପରେ ଆକ୍ରମଣ କରୁଛି । ଏହା ସହିତ ଏୟାର ଷ୍ଟ୍ରାଇକ୍ କରି ଗାଜା ଷ୍ଟ୍ରିପ୍ ର ଅଧିକାଂଶ ଅଂଶ ନଷ୍ଟ କରିଦେଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଇସ୍ରାଏଲର ଏହି ପ୍ରତି ଆକ୍ରମଣରେ ପ୍ରାୟ ୨୨ ହଜାର ପାଲେଷ୍ଟାଇନ ନାଗରିକ ପ୍ରାଣ ହରାଇଛନ୍ତି ।

The post ହିଜବୁଲ୍ଲା ଗଡ଼ ଭିତରେ ପଶି ହମାସ ନେତାକୁ ହତ୍ୟା । ହମାସର ସେକେଣ୍ଡ ଇନ କମାଣ୍ଡ ଅରୁରିର ମୃତ୍ଯୁ first appeared on Kanak News.

from Kanak News
via <a href="https://ifttt.com/?

ଯୁବକଙ୍କୁ ପିଟି ପିଟି ହତ୍ୟା । ସାମାନ୍ୟ କଳିରୁ ରକ୍ତପାତ ।

କନକ ବ୍ୟୁରୋ: ଯୁବକଙ୍କୁ ଗାଁ ମଝିରେ ପିଟି ପଟି ହତ୍ୟା । ଝାରସୁଗୁଡା ଲଇକେରା ଥାନା ସାରଙ୍ଗଲୋଇ ପଞ୍ଚାୟତ ପତ୍ରପାଲି ଗାଁରେ ବିଳମ୍ବିତ ରାତିରେ ଗୋଡ଼ାଇ ଗୋଡ଼ଇ ହତ୍ୟା କଲେ ଦୁର୍ବୃତ । ମୃତକଙ୍କ ନାମ ବିପିନ ଭୋଇ । ସେହି ଗାଁର ଗୋଟିଏ ପରିବାର କିଛି ସଦସ୍ୟ ମିଶି ବାଡ଼ିରେ ପିଟି ପିଟି ହତ୍ୟା କରିଥିବା ସୂଚନା ମିଳିଛି । ପରିବାରର ୩ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ପରସ୍ପର ଗଣ୍ଡଗୋଳରୁ ହତ୍ୟା କରାଯାଇଥିବା ପୋଲିସ ଅନୁମାନ କରୁଛି । ଘଟଣା ସ୍ଥଳରେ ଲଇକେରା ପୋଲିସ, ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରୁଛନ୍ତି ।

The post ଯୁବକଙ୍କୁ ପିଟି ପିଟି ହତ୍ୟା । ସାମାନ୍ୟ କଳିରୁ ରକ୍ତପାତ । first appeared on Kanak News.

from Kanak News
via <a href="https://ifttt.com/?

ବଲାଙ୍ଗୀରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋୟର ସୁକତେଲ ପ୍ରକଳ୍ପର କରିବେ ଲୋକାର୍ପଣ

କନକ ବ୍ୟୁରୋ: ବଲାଙ୍ଗୀରରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ କଡା ସୁରକ୍ଷା ଭିତରେ ବିଶାଳ ଜନସମାବେଶରେ ଯୋଗ ଦେଇଛନ୍ତି । ଆଜି ଲୋୟର ସୁକତେଲ ଜଳ  ପ୍ରକଳ୍ପ ଉଦଘାଟନ କରିବା ସହ  ୧୧୨ ଟି ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିବେ ।

ବଲାଙ୍ଗୀର ଜିଲ୍ଲାର ଜୀବନ ରେଖା କୁହାଯାଉଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଉଦଘାଟନ ହେବ, ଯାହା ଚାଷ ଜମିକୁ ଜଳ ଓ ସ୍ଥାନୀୟ ଲୋକଙ୍କୁ ଜୀବିକା ଯୋଗାଇ ଦେବ । ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଜରିଆରେ ୫ ହଜାର ୨୮୪ କିଲୋମିଟର ପର୍ଯ୍ୟନ୍ତ ଜଳସେଚନ ସୁବିଧା ମିଳିବ । ଫଳରେ ବଲାଙ୍ଗିର ଓ ସୁବର୍ଣ୍ଣପୁରର ୮୦ ହଜାରରୁ ଅଧିକ ଚାଷୀ ନିଜ ଜମିରେ ଜଳସେଚନ କରିପାରିବେ । ଏହାଛଡା ବଲାଙ୍ଗିର ଜିଲ୍ଲାର ୨ଟି ସହରାଞ୍ଚଳ ୭୦ ହଜାର ଜନସଂଖ୍ୟା ପାଇଁ ପାନୀୟ ଜଳ ବ୍ୟବସ୍ଥା ହେବ ।

The post ବଲାଙ୍ଗୀରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋୟର ସୁକତେଲ ପ୍ରକଳ୍ପର କରିବେ ଲୋକାର୍ପଣ first appeared on Kanak News.

from Kanak News
via <a href="https://ifttt.com/?

ଚିଲିକା ମଝିରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା । ମଟର ଖରାପ ହୋଇଯିବାରୁ ଅଟକିଗଲା ଡଙ୍ଗା ।

କନକ ବ୍ୟୁରୋ: ଚିଲିକା ମଝିରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା । ମୋଟର ଖରାପ ହେବା ଯୋଗୁଁ ଡଙ୍ଗାଟି ଅଟକି ରହିଥିବା ସୂଚନା ମିଳିଛି । ଡଙ୍ଗାରେ ୨୫ଜଣ ଯାତ୍ରୀ ଥିବା ବେଳେ ୧୦ଟି ବାଇକ ରହିଛି । ସାଢ଼େ ୧୦ଟା ବେଳେ ସାତପଡ଼ାରୁ ଯାତ୍ରୀଙ୍କୁ ନେଇ ଚିଲିକା ଦେଇ ଜହ୍ନିକୁଦା ଘାଟକୁ ଯାଉଥିବା ଯାତ୍ରୀବାହୀ ଡଙ୍ଗା । ମଏଁସା ଗାଁ ନିକଟ ଚିଲିକା ମଝିରେ ଅଟକି ରହିଛି ଡଙ୍ଗା । ଉଦ୍ଧାର କରିବାକୁ ଯାତ୍ରୀ ନିବେଦନ କରିଛନ୍ତି ।

The post ଚିଲିକା ମଝିରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା । ମଟର ଖରାପ ହୋଇଯିବାରୁ ଅଟକିଗଲା ଡଙ୍ଗା । first appeared on Kanak News.

from Kanak News
via <a href="https://ifttt.com/?

ହାର୍ଡୱେର ଗୋଦାମରୁ ମିଳିଲା ଶ୍ରମିକଙ୍କ ମୃତଦେହ । ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ କଲେ ପରିବାର ।

କନକ ବ୍ୟୁରୋ: ଶ୍ରମିକଙ୍କ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । ପୁଅକୁ ମାରି ଫୋପାଡ଼ି ଦେଇଥିବା ଥାନାରେ ଅଭିଯୋଗ କଲେ ମୃତ ଶ୍ରମିକଙ୍କ ବାପା । ମାଲକାନଗିରି ସଦର ମହକୁମା ସ୍ଥିତ ଏକ ହାର୍ଡୱେର ଗୋଦାମରୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଶ୍ରମିକ ଜଣକ ହେଲେ ଏମଭି ୯ ଗାଁର ଦୟାଲ ବିଶ୍ୱାଳ ।

ଦୟାଲ ଗତ ୪ବର୍ଷ ଧରି ଏହି ହାର୍ଡୱେର ଦୋକାନରେ କାମ କରୁଥିଲେ । ତେବେ ଅପରାହ୍ନରେ ଦୟାଲଙ୍କ ମୃତ୍ୟୁ ଖବର ପାଇଁ ପରିବାର ଓ ସ୍ଥାନୀୟ ଲୋକ ଘଟଣା ସ୍ଥଳକୁ ଯାଇଥିଲେ । ପୁଅକୁ ହତ୍ୟା କରାଯାଇଥିବା କହିଛନ୍ତି ପରିବାର ଲୋକ । ହାର୍ଡୱେର ଦୋକାନୀ ଓ କର୍ମଚାରୀ ମିଶି ଦୟାଲକୁ ହତ୍ୟା କରିଥିବା ନେଇ ମାଲକାନଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୃତ ଶ୍ରମିକଙ୍କ ବାପା ।

The post ହାର୍ଡୱେର ଗୋଦାମରୁ ମିଳିଲା ଶ୍ରମିକଙ୍କ ମୃତଦେହ । ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ କଲେ ପରିବାର । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started