
କନକ ବ୍ୟୁରୋ: ନିଶାମୁକ୍ତ ହେବ କଲେଜ କ୍ୟାମ୍ପସ । ଶିକ୍ଷାନୁଷ୍ଠାନରେ ନାମ ଲେଖା ବେଳେ ଅଣ୍ଡରଟେକିଂ ଦେବେ ଛାତ୍ରଛାତ୍ରୀ । ଉଚ୍ଚ ଶିକ୍ଷା କରୁଥିବା ଯାଏଁ ନିଶାସେବନ କରିବେ ନାହିଁ ଛାତ୍ରଛାତ୍ରୀ । ଏନେଇ ନାମଲେଖା ବେଳେ କଲେଜକୁ ଲିଖିତ ଭାବେ ଜଣାଇବେ । ନିଶାମୁକ୍ତ ଓ ଅପରାଧ ମୁକ୍ତ କ୍ୟାମ୍ପସ କରିବା ପାଇଁ ଏଭଳି ନିର୍ଦ୍ଦେଶାନାମା ଜାରି କରିଛି ଉଚ୍ଚଶିକ୍ଷା ବିଭାଗ ।
ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟରେ ନାମ ଲେଖା ବେଳେ ଛାତ୍ରଛାତ୍ରୀମାନେ ଏକେ ଘୋଷଣାନାମାରେ ଦସ୍ତଖତ କରିବେ । କ୍ୟାମ୍ପସରେ ନିଶା ସେବନ କରିବେ ନାହିଁ, ଯଦି କ୍ୟାମ୍ପସ ଭିତରେ ନିଶା ସେବନ ଦେଖନ୍ତି, ତେବେ ତୁରନ୍ତ କର୍ତୃପକ୍ଷଙ୍କୁ ଜଣାଇବା ସହ କ୍ୟାମ୍ପସକୁ ନିଶାମୁକ୍ତ କରିବା ଦିଗରେ ସହଯୋଗ କରିବେ । ଘୋଷଣାନାମାରେ ଛାତ୍ରଛାତ୍ରୀଙ୍କ ନାମ, ବାପାଙ୍କ ନାମ ଏବଂ କେଉଁ ପାଠ୍ୟକ୍ରମରେ କେତେ ବର୍ଷ ଯାଏଁ ପଢିବେ ତାହା ଉଲ୍ଲେଖ ରହିବ ।
ତେବେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ପୂର୍ବରୁ ମଧ୍ୟ ଏଭଳି ନିର୍ଦ୍ଦେଶ ଜାରି କରାଯାଇଛି । କିନ୍ତୁ କିଛି ସୁଫଳ ମିଳିପାରିନାହିଁ । ତେଣୁ ଏବେ ଛାତ୍ରଛାତ୍ରୀଙ୍କ ଉପରେ ଚାପ ପକାଯାଉଛି
The post ନିଶାମୁକ୍ତ ହେବ କଲେଜ କ୍ୟାମ୍ପସ । ନାମଲେଖା ପୂର୍ବରୁ ଅଣ୍ଡରଟେକିଂ ଦେବେ ଛାତ୍ରଛାତ୍ରୀ । ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଜାରି ହେଲା ନୋଟିସ୍ । first appeared on Kanak News.
from Kanak News
via <a href="https://ifttt.com/?








