ବହୁତଳ କୋଠାରେ ଲାଗିଲା ନିଆଁ । ନିଆଁ ଲିଭାଇବାକୁ ଦମକଳ ବାହିନୀ ନାକେଦମ୍ । ଦିଲ୍ଲୀର ବୱନା ଶିଳ୍ପାଞ୍ଚଳରେ ଅଗ୍ନିକାଣ୍ଡ ।

କନକ ବ୍ୟୁରୋ: ଦିଲ୍ଲୀର ବୱନା ଶିଳ୍ପାଞ୍ଚଳରେ ଅଗ୍ନିକାଣ୍ଡ । ଏକ ବହୁତଳ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଜଳୁଥିବା କୋଠାଟି ଏକ କାରଖାନା ହୋଇଥିବା ବେଳେ ସେଥିରେ ଅଧିକ ମାତ୍ରାର ପ୍ଲାଷ୍ଟିକ୍ ସାମଗ୍ରୀ ରହିଥିଲା । ତେଣୁ ନିଆଁ ଖୁବ୍ କମ୍ ସମୟରେ ବ୍ୟାପକ ମାତ୍ରାରେ ମାଡି ଚଲିଥିଲା । ଚାହୁଁ ଚାହୁଁ ସବୁ କିଛି ଜଳି ଯାଇଛି । ଗତକାଲି ବିଳମ୍ବିତ ରାତି ପ୍ରାୟ ସାଢେ ଗୋଟାଏ ବେଳେ ଏହି ଅଗ୍ନିକାଣ୍ଡ ଘଟିଛି ।

The post ବହୁତଳ କୋଠାରେ ଲାଗିଲା ନିଆଁ । ନିଆଁ ଲିଭାଇବାକୁ ଦମକଳ ବାହିନୀ ନାକେଦମ୍ । ଦିଲ୍ଲୀର ବୱନା ଶିଳ୍ପାଞ୍ଚଳରେ ଅଗ୍ନିକାଣ୍ଡ । first appeared on Kanak News.

from Kanak News
via <a href="https://ifttt.com/?

ନୂଆ ବର୍ଷରୁ ବିଏସକେୱାଇ ନବୀନ କାର୍ଡର ଶୁଭାରମ୍ଭ । ଆସନ୍ତା ୬ ତାରିଖରୁ ହେବ ନୂଆ ପଞ୍ଜିକରଣ ।କେମିତି କରିବେ ରେଜିଷ୍ଟ୍ରେସନ୍?

କନକ ବ୍ୟୁରୋ: ସମସ୍ତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ବିଏସକେୱାଇ୍-ନବୀନ କାର୍ଡର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଗତ ୧ ତାରିଖରେ ସ୍ୱାସ୍ଥ୍ୟ ସଚିବ ସାଲିନ ପଣ୍ଡିତ ସମସ୍ତ ଜିଲ୍ଲାପାଳ ଚିଠି ଲେଖି ଯୋଜନା ବାବଦରେ ଅବଗତ କରାଇଛନ୍ତି । ବିଶେଷକରି ସରକାରୀ କର୍ମଚାରୀ, ପେନସନଭୋଗୀ, ଅବସରପ୍ରାପ୍ତ କର୍ମଚାରୀ ଓ ଆୟକର ଦାତା ଏହି ଯୋଜନାରୁ ବାଦ ଦେଇ ଅନ୍ୟ ସମସ୍ତଙ୍କୁ ସାମିଲ କରାଯିବ । ଅର୍ଥାତ ଏମାନଙ୍କ ବ୍ୟତିତ ଅନ୍ୟମାନେ ଏହି ଯୋଜନାର ଲାଭ ନେଇପାରିବେ ।ଆସନ୍ତା ୬ ତାରିଖରୁ ଏହି କାର୍ଡର ପଞ୍ଜିକରଣ ଆରମ୍ଭ ହେବ । ପଞ୍ଚାୟତ ସ୍ତରରେ ଆସନ୍ତା ୧୬ ତାରିଖ ଯାଏଁ ଅନଲାଇନ୍ ମାଧ୍ୟମରେ ପଞ୍ଜିକରଣ କରିପାରିବେ । ମେ ମାସ ୧ ତାରିଖରୁ ଏହି ଯୋଜନନା ଉପଲବ୍ଧ ହେବ ।

କେମିତି କରିବେ ନବୀନ କାର୍ଡ ପାଇଁ ଆବେଦନ?

– ଆସନ୍ତା ୬ରୁ ବିଏସ୍କେୱାଇ୍-ନବୀନ କାର୍ଡର ପଞ୍ଜିକରଣ ଆରମ୍ଭ
– ଙ୍ଗଙ୍ଗଙ୍ଗ.ଭଗ୍ଦଳଚ୍ଚଦ୍ଭବଭସଦ୍ଭ.କ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭ ଜରିଆରେ କରିବେ ଆବେଦନ
– ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ଅନଲାଇନ୍ ପଞ୍ଜିକରଣ
– ପାଖରେ ରାସନକାର୍ଡ ନଥିଲେ ବି ବିଏସ୍କେୱାଇ୍-ନବୀନ କାର୍ଡ ପାଇଁ କରିପାରିବେ ଆବେଦନ
– ମୋ ସେବା କେନ୍ଦ୍ରରେ ବିନା ଦେୟରେ କରିପାରିବେ ଆବେଦନ
– ଅଫଲାଇନ୍ ଦରଖାସ୍ତ ଗ୍ରହଣ କରାଯିବାର ବ୍ୟବସ୍ଥା ନାହିଁ
– ସରକାରୀ ଚାକିରିଆ, ପେନସନ୍ଭୋଗୀ ଓ ଆୟକରଦାତା ଏ ସୁବିଧା ପାଇପାରିବେ ନାହିଁ
– ରାସନକାର୍ଡ ନାହିଁ, ସେମାନେ ବିଏସକେୱାଇ୍-ନବୀନ କାର୍ଡ ପାଇଁ ଅନଲାଇନ୍ ଆବେଦନ କରିପାରିବେ

ପଞ୍ଜିକରଣ ପାଇଁ ଆବଶ୍ୟକୀୟ କାଗଜପତ୍ର:

-ପରିବାର ମୁଖ୍ୟଙ୍କ ନାଁରେ ପଂଜିକରଣ ହେବା ଆବଶ୍ୟକ
-ଦରଖାସ୍ତକାରୀଙ୍କ ପାଇଁ ଆଧାର ଭିତିକ ଇ-କେ.ଓାଇ.ସି ବାଧ୍ୟତାମୂଳକ
– ୧୮ ବର୍ଷରୁ ଊଦ୍ଧ୍ୱର୍ ସଦସ୍ୟମାନଙ୍କର ଭୋଟ ପରିଚୟ ପତ୍ର ଥିବା ଆବଶ୍ୟକ
-ଦରଖାସ୍ତକାରୀଙ୍କର ସକ୍ରିୟ ମୋବାଇଲ ନମ୍ବର ଆଧାର କାର୍ଡ ସହ ସଂଯୋଗ ହୋଇଥିବ
– ଯଦି ୫ ବର୍ଷରୁ କମ ପିଲାଙ୍କ ଆଧାର କାର୍ଡ ନଥିବ, ତେବେ ୩୦ ଜୁନ ସୁ୍ଦ୍ଧା ପିଲାଙ୍କ ଆଧାର ନମ୍ବର ଦାଖଲ ନିମନ୍ତେ ଅଣ୍ଡରଟେକିଂ ଦେବା ବାଧ୍ୟତାମୂଳକ

 

The post ନୂଆ ବର୍ଷରୁ ବିଏସକେୱାଇ ନବୀନ କାର୍ଡର ଶୁଭାରମ୍ଭ । ଆସନ୍ତା ୬ ତାରିଖରୁ ହେବ ନୂଆ ପଞ୍ଜିକରଣ ।କେମିତି କରିବେ ରେଜିଷ୍ଟ୍ରେସନ୍? first appeared on Kanak News.

from Kanak News
via <a href="https://ifttt.com/?

ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ନେଇ ମତ ରଖିଲା ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ । ବିଭାଗ କହିଲା, ଭର୍ଚୁଆଲ ବେଞ୍ଚ ଉପଲବ୍ଧ ଥିବାରୁ ସ୍ଥାୟୀ ଖଣ୍ଡପୀଠର ନାହିଁ ଆବଶ୍ୟକତା ।

କନକ ବ୍ୟୁରୋ: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ କେନ୍ଦ୍ରମନ୍ତ୍ରୀଙ୍କ ବୟାନ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛି କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରାଳୟ । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଭାରତ ସରକାର ଓ ସୁପ୍ରିମକୋର୍ଟଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଇ-କୋର୍ଟ ପ୍ରକଳ୍ପ ଅଧିନରେ ଭର୍ଚୁଆଲ ବେଞ୍ଚ ଓଡିଶାର ବିଭିନ୍ନ ସ୍ଥାନରେ ଉପଲବ୍ଧ ଥିବାରୁ ଓଡିଶା ହାଇକୋର୍ଟର ପୃଥକ ସ୍ଥାୟୀ ଖଣ୍ଡପୀଠର ଆବଶ୍ୟକତା ପଡିନାହିଁ । କାରଣ ଏଭଳି ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଲାଗି ଯଶବନ୍ତ ସିଂହ କମିଶନଙ୍କ ସୁପାରିଶ ଅନୁଯାୟୀ ଭାରତ ସରକାର ଏଯାଏଁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସହମତିକ୍ରମେ ରାଜ୍ୟ ସରକାରଙ୍କଠାରୁ ସମ୍ପୂର୍ଣ୍ଣ ପ୍ରସ୍ତାବ ପାଇନାହାନ୍ତି । ତେଣୁ ରାଜ୍ୟ ସରକାର ଓ ହାଇକୋର୍ଟ ଏହି ମାମଲାକୁ ସବୁ ଦିଗରୁ ବିଚାର କରି ସହମତିରେ ପହଞ୍ଚିବା ଜରୁରୀ ।

ସ୍ପଷ୍ଟୀକରଣରେ କୁହାଯାଇଛି, ଏହି ପରିପ୍ରେକ୍ଷକ୍ଷୀରେ ହାଇକୋର୍ଟର ଖଣ୍ଡପୀଠ ଗଠନ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କଠାରୁ ସଂପୂର୍ଣ୍ଣ ପ୍ରସ୍ତାବ ମିଳିବା ପରେ ହିଁ ଭାରତ ସରକାର ବିଚାର କରିପାରିବେ । ଏଥିରେ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ରାଜ୍ୟପାଳଙ୍କ ସହମତି ଆବଶ୍ୟକ । ଏପରିକି ହାଇକୋର୍ଟ ବେଂଚ ପ୍ରତିଷ୍ଠା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି କେନ୍ଦ୍ର ଆଇନ୍ ଓ ନ୍ୟାୟ ମନ୍ତ୍ରାଳୟ । ଓଡ଼ିଶା ସରକାର ପଛଘୁଂଚା ଦେଉଛନ୍ତି । ସିଆର୍ ପାଲ୍ କମିଶନଙ୍କ ରିପୋର୍ଟ, କାହିଁକି ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇନାହିଁ ବୋଲି ମନ୍ତ୍ଣାଳୟ ପ୍ରଶ୍ନ କରିଛି । ପଶ୍ଚିମ ଓଡିଶାରେ ଓଡିଶା ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ପାଇଁ ଓଡିଶା ସରକାରଙ୍କ ଆଗ୍ରହ ନାହିଁ ବୋଲି ସ୍ପଷ୍ଟୀକରଣରେ କୁହାଯାଇଛି । ଓଡିଶା ସରକାର ସଂପୂର୍ଣ୍ଣ ପ୍ରସ୍ତାବ ପଠାଇବା ପରେ ପଶ୍ଚିମ ଓଡିଶାରେ ଓଡିଶା ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ପ୍ରସ୍ତାବ ଉପରେ ଭାରତ ସରକାର ନିଶ୍ଚିତ ଭାବେ ବିଚାର କରିବେ ବୋଲି ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ସ୍ପଷ୍ଟୀକରଣରେ କୁହାଯାଇଛି ।

The post ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ନେଇ ମତ ରଖିଲା ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ । ବିଭାଗ କହିଲା, ଭର୍ଚୁଆଲ ବେଞ୍ଚ ଉପଲବ୍ଧ ଥିବାରୁ ସ୍ଥାୟୀ ଖଣ୍ଡପୀଠର ନାହିଁ ଆବଶ୍ୟକତା । first appeared on Kanak News.

from Kanak News
via <a href="https://ifttt.com/?

ଆଜି ଆଦାନି-ହିଣ୍ଡେନବର୍ଗ ମାମଲାର ସୁପ୍ରିମ ରାୟ । ସେୟାର ମାର୍କେଟ ଉପରେ ପଡିବ କି ପ୍ରଭାବ?

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ହିଣ୍ଡେନବର୍ଗ-ଆଦାନୀ ସମୂହ ମାମଲାର ଶୁଣାଣି ଆଜି ଆସିବ ସୁପ୍ରିମ ରାୟ । ଗତ ନଭେମ୍ବର ୨୪ ତାରିଖରେ ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ରାୟକୁ ସଂରକ୍ଷିତ ରଖିଥିଲେ । ଏବେ ସେହି ରାୟ ପ୍ରକାଶ କରିବା ପାଇଁ ଆଜି ଦିନ ୧୦ଟା ୩୦ ସମୟ ଧାର୍ଯ୍ୟ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଅର୍ଥାତ୍ ଆଜିର ଦିନ ଆଦାନି ଗ୍ରୁପ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ।
୨୦୨୩ ଜାନୁଆରିରେ ଆମେରିକାର ସର୍ଟ ସେଲିଂ ଫାର୍ମ ହିଣ୍ଡେନବର୍ଗ ଏକ ରିପୋର୍ଟ ଜାରି କରି ଶିଳ୍ପପତି ଗୌତମ ଆଦାନିଙ୍କ ସବୁ କଂପାନୀ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ । ତେବେ ଆଦାନି ଗ୍ରୁପ ହିଣ୍ଡେନବର୍ଗ ରିପୋର୍ଟ ମିଛ ବୋଲି କହିବା ସତ୍ୱେ ଆଦାନି ଗ୍ରୁପର ସେୟାର ତଳକୁ ଖସିଥିଲା । ଏବଂ ଆଦାନି ଗ୍ରୁପକୁ ବହୁ କୋଟି ଟଙ୍କାର କ୍ଷତି ସହିବାକୁ ପଡିଥିଲା । ଏହି ମାମଲାରେ କୋର୍ଟଙ୍କ ତତ୍ୱାବଧାନରେ ଏସଆଇଟି କମିଟି ତଦନ୍ତ କରିବା ପାଇଁ ବହୁ ଆବେଦନ ସୁପ୍ରିମକୋର୍ଟରେ ହୋଇଥିଲା । ଏହାପରେ ସୁପ୍ରିମକୋର୍ଟ ମାମଲାର ତଦନ୍ତ କରିବାକୁ ସେବିକୁ ନିର୍ଦ୍ଦେଶ ଦେଇଥିଲେ । ସେବି ତଦନ୍ତ କରି ଷ୍ଟାଟସ ରିପୋର୍ଟ ଦାଖଲ କରିବା ପରେ ରାୟକୁ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ । ଏଥିସହ ସିଜେଆଇ ଜଷ୍ଟିସ ଚନ୍ଦ୍ରଚୂଡ ସେବିର ତଦନ୍ତ ଓ ଏକ୍ସପର୍ଟ କମିଟିର ସଦସ୍ୟଙ୍କ ବିଶ୍ୱସନୀୟତା ଓ ନିରପେକ୍ଷତାକୁ ନେଇ ଆବେଦନକାରୀ ଉଠାଇଥିବା ପ୍ରଶ୍ନକୁ ଖାରଜ କରିଥିଲେ ।

The post ଆଜି ଆଦାନି-ହିଣ୍ଡେନବର୍ଗ ମାମଲାର ସୁପ୍ରିମ ରାୟ । ସେୟାର ମାର୍କେଟ ଉପରେ ପଡିବ କି ପ୍ରଭାବ? first appeared on Kanak News.

from Kanak News
via <a href="https://ifttt.com/?

ଦିଲ୍ଲୀ ଅବକାରୀ ନୀତି ମାମଲାରେ ବଢିଲା କେଜ୍ରିୱାଲଙ୍କ ଅଡୁଆ । ତୃତୀୟ ଥର ପାଇଁ ସମନ ଜାରି କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

କନକ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତୃତୀୟ ଥର ପାଇଁ ଇଡିର ସମନ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ପଚରାଉଚରା ପାଇଁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଜି ଦିଲ୍ଲୀ ସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ସମନରେ ଉଲ୍ଲେଖ ରହିଛି । ପୂର୍ବରୁ ଦୁଇ ଦୁଇ ଥର ଇଡିର ସମନ ସତ୍ତେ୍ୱ୍ୱ ହାଜର ହୋଇନଥିଲେ ଅରବିନ୍ଦ କେଜ୍ରିଓକ୍ୱାଲ । ତେଣୁ ଆଜି ଇଡି ଅଫିସରେ ହାଜର ହେବ କି ନାହିଁ ତାଉପରେ ସମସ୍ତଙ୍କ ନଜର ରହିଛି ।

ଅନ୍ୟପଟେ ଆମ ଆଦମି ପାର୍ଟି ପକ୍ଷରୁ କୁହାଯାଇଛି, ଇଡି ସମନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଲିଗାଲ ଟିମ ବିଚାର ବିମର୍ଷ କରୁଛନ୍ତି । ଚର୍ଚ୍ଚା ପରେ ଆଇନ ଅନୁସାରେ ପଦକ୍ଷେପ ନିଆଯିବ । ମଙ୍ଗଳବାର ସୁଦ୍ଧା ଆପ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନଥିବା ବେଳେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଆନୁଷ୍ଠାନିକ ବୟାନ ଜାରି କରାଯାଇପାରେ । ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଠାଇଥିବା ୨ଟି ସମନକୁ ନେଇ ପ୍ରଶ୍ନ ଉଠାଇଥିଲେ କେଜ୍ରିୱାଲ । ଚିଠି ଲେଖି ଇଡିର ସମନ ବେଆଇନ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଅଭିଯୋଗ କରିଥିଲେ । ପ୍ରଥମେ ନଭେମ୍ବର ୨ ତାରିଖ ପରେ ଡିସେମ୍ବର ୨୧ରେ ହାଜର ହେବାକୁ ସମନ ଜାରି କରିଥିଲା ପ୍ରବର୍ତ୍ତର୍ନ ନିର୍ଦ୍ଦେଶାଳୟ ।

The post ଦିଲ୍ଲୀ ଅବକାରୀ ନୀତି ମାମଲାରେ ବଢିଲା କେଜ୍ରିୱାଲଙ୍କ ଅଡୁଆ । ତୃତୀୟ ଥର ପାଇଁ ସମନ ଜାରି କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । first appeared on Kanak News.

from Kanak News
via <a href="https://ifttt.com/?

ଘନ କୁହୁଡି ସାଙ୍ଗକୁ ପ୍ରବଳ ଥଣ୍ଡାରେ ଥରୁଛି ଓଡିଶା । ଆହୁରି ୨ ଦିନ ଅନୁଭୂତ ହେବ କୁହୁଡି । ଗାଡି ଚାଳକକଙ୍କୁ ସତର୍କ କରାଇଲା ପାଣିପାଗ କେନ୍ଦ୍ର ।

କନକ ବ୍ୟୁରୋ: ଦୁଇ ଦିନ ହେଲା କୁହୁଡି ସାଙ୍ଗକୁ ସାରା ଓଡିଶାରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ସହ ପ୍ରବଳ ଥଣ୍ଡାରେ ଥରୁଛି ଓଡିଶା । ସେପଟେ ପାଣିପାଗ ବିଭାଗର ଆକଳନ କରିଛି ଯେ, ଆସନ୍ତା ୨ ଦିନ ଯାଏଁ ଅଧାରୁ ଅଧିକ ଜିଲ୍ଲାରେ କୁହୁଡିର ପ୍ରଭାବ ରହିବ । ତେଣୁ ସତର୍କ ରହିବାକୁ ଗାଡି ଚାଳକମାନଙ୍କୁ ପରାମର୍ଶ ଦିଆଯାଇଛି ।

ଆସନ୍ତା ୫ ଓ ୬ ତାରିଖରେ ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ । ଅନ୍ୟ ସବୁଠି ପାଗ ଶୁଖିଲା ରହିବ । ଆଗାମୀ ୪ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତନ ହେବ ନାହିଁ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

The post ଘନ କୁହୁଡି ସାଙ୍ଗକୁ ପ୍ରବଳ ଥଣ୍ଡାରେ ଥରୁଛି ଓଡିଶା । ଆହୁରି ୨ ଦିନ ଅନୁଭୂତ ହେବ କୁହୁଡି । ଗାଡି ଚାଳକକଙ୍କୁ ସତର୍କ କରାଇଲା ପାଣିପାଗ କେନ୍ଦ୍ର । first appeared on Kanak News.

from Kanak News
via <a href="https://ifttt.com/?

ଶ୍ରୀମନ୍ଦିରରେ ଆଜି ବନକଲାଗି ନୀତି । ଦ୍ୱିତୀୟ ଭୋଗମଣ୍ଡପ ପରେ ଶ୍ରୀବିଗ୍ରହଙ୍କର ଶୃଙ୍ଗାର କାର୍ଯ୍ୟ । ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ ।

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ପୌଷ କୃଷ୍ଣ ସପ୍ତମୀ ତିଥୀରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର ହେବ । ଶ୍ରୀମନ୍ଦିରରେ ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ଅପରାହ୍ନ ୪ଟାରୁ ନୀତି ଅନୁଷ୍ଠିତ ହେବ । ରାତି ୮ଟାରେ ବନକଲାଗି ନୀତି ଶେଷ ହେବ । ଏଣୁ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପ କ୍ଷରୁ ସୂଚନା ଦିଆଯାଇଛି ।

The post ଶ୍ରୀମନ୍ଦିରରେ ଆଜି ବନକଲାଗି ନୀତି । ଦ୍ୱିତୀୟ ଭୋଗମଣ୍ଡପ ପରେ ଶ୍ରୀବିଗ୍ରହଙ୍କର ଶୃଙ୍ଗାର କାର୍ଯ୍ୟ । ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ । first appeared on Kanak News.

from Kanak News
via <a href="https://ifttt.com/?

ଆଜି ବଲାଙ୍ଗିର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବହୁ ପ୍ରତୀକ୍ଷିତ ଲୋୟର ସୁକତେଲ ଜଳ ସେଚନ ପ୍ରକଳ୍ପର କରିବେ ଲୋକାର୍ପଣ ।

କନକ ବ୍ୟୁରୋ: ଆଜି ବଲାଙ୍ଗିର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଲାଙ୍ଗୀର ଜିଲ୍ଲାର ଜୀବନ ରେଖା ବୋଲାଉଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଉଦଘାଟନ କରିବେ । ଯାହା ଚାଷ ଜମିକୁ ଜଳ ଓ ସ୍ଥାନୀୟ ଲୋକଙ୍କୁ ଜୀବିକା ଯୋଗାଇ ଦେବ । ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଜରିଆରେ ୫ ହଜାର ୨୮୪ କିଲୋମିଟର ପର୍ଯ୍ୟନ୍ତ ଜଳସେଚନ ସୁବିଧା ମିଳିବ । ଫଳରେ ବଲାଙ୍ଗିର ଓ ସୁବର୍ଣ୍ଣପୁରର ୮୦ ହଜାରରୁ ଅଧିକ ଚାଷୀ ନିଜ ଜମିରେ ଜଳସେଚନ କରିପାରିବେ । ଏହାଛଡା ବଲାଙ୍ଗିର ଜିଲ୍ଲାର ୨ଟି ସହରାଞ୍ଚଳ ୭୦ ହଜାର ଜନସଂଖ୍ୟା ପାଇଁ ପାନୀୟ ଜଳ ବ୍ୟବସ୍ଥା ହେବ ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବଲାଙ୍ଗୀରରେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତ କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ବଲାଙ୍ଗିର ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଲୋୟର ସୁକତେଲ ପ୍ରକଳ୍ପର ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି । ୩୦୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ୬୯ଟି ଭିତିଭୂମି ଉନ୍ନୟନ ପ୍ରକଳ୍ପର ଉଦଘାଟନ କରିବେ । ଏଥିସହ ୨ହଜା ୨୨୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ୧୧୨ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ମୁଖ୍ୟମନ୍ତ୍ରୀ ବଲାଙ୍ଗିର ଜିଲ୍ଲା ପାଇଁ ଅନେକ ମହତ୍ୱପୂର୍ଣ୍ଣ ଘୋଷଣା କରିବା ସମ୍ଭାବନା ରହିଛି ।

The post ଆଜି ବଲାଙ୍ଗିର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବହୁ ପ୍ରତୀକ୍ଷିତ ଲୋୟର ସୁକତେଲ ଜଳ ସେଚନ ପ୍ରକଳ୍ପର କରିବେ ଲୋକାର୍ପଣ । first appeared on Kanak News.

from Kanak News
via <a href="https://ifttt.com/?

ହିଟ ଆଣ୍ଡ ରନ ଆଇନକୁ ଜୋରଦାର ବିରୋଧ: ୨ୟ ଦିନରେ ଟ୍ରକ, ବସ ଓ ଡମ୍ପର ଡ୍ରାଇଭରଙ୍କ ଆନ୍ଦୋଳନ ଜାରି

କନକ ବ୍ୟୁରୋ: ହିଟ ଆଣ୍ଡ ରନ ଆଇନକୁ ଜୋରଦାର ବିରୋଧ । ୨ୟ ଦିନରେ ଟ୍ରକ, ବସ ଓ ଡମ୍ପର ଡ୍ରାଇଭରଙ୍କ ଆନ୍ଦୋଳନ ଜାରି ରହିଛି । ରାସ୍ତା ଉପରେ ଗାଡି ଛିଡା କରି କରୁଛନ୍ତି ବିକ୍ଷୋଭ । ସେପଟେ ଅତ୍ୟାବଶକୀୟ ସାମଗ୍ରୀ ପହଁଚି ପାରୁନଥିବାରୁ ଅସୁବିଧାରେ ଗ୍ରାହକ, ବ୍ୟବସାୟ ।

ସୋମବାର ପରେ ମଙ୍ଗଳବାର ଦେଶର ବିଭିନ୍ନ ସହରରେ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । ସ୍ଥାନେ ସ୍ଥାନେ ଛିଡା ହୋଇଛନ୍ତି ଟ୍ରକ, ଡମ୍ପର । ଏହି ଆନ୍ଦୋଳନ ସରକାର ଆଣିଥିବା ନୂଆ ଆଇନ ବିରୋଧରେ । ଯାହା ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶହ ଶହ ବସ, ଡମ୍ପର ଓ ଟ୍ରକ ଡ୍ରାଇଭର । କେନ୍ଦ୍ର ସରକାର ହିଟ ଆଣ୍ଡ ରନ ଆଇନ ଆଣିଛନ୍ତି । ଯାହାକୁ ବିରୋଧ କରି ସାରା ଦେଶରେ ବସ, ଟ୍ରକ ଓ ଡମ୍ପର ଚାଳକ ଚକା ଜାମ କରିଛନ୍ତି । ଏହି ଆଇନ ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି । ଟ୍ରକ ଡ୍ରାଇଭରମାନେ ମଝି ରାସ୍ତାରେ ଗାଡିକୁ ଅଟକ ରଖି ବିକ୍ଷୋଭ କରିଛନ୍ତି ।

କେନ୍ଦ୍ର ସରକାରଙ୍କ ନିଷ୍ପତିକୁ ବିରୋଧ କରି ଡ୍ରାଇଭରମାନେ ବିରୋଧ କରିବା ସହ ଆକ୍ରୋଶ ପ୍ରକାଶ କରିଛନ୍ତି । ତେବେ ଏହି ଆନ୍ଦୋଳନ ପାଇଁ ପ୍ରବଳ ଟ୍ରାଫିକ ଜାମ ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ଆନ୍ଦୋଳନ ପାଇଁ ବ୍ୟବସାୟୀଙ୍କ ଉପରେ ମଧ୍ୟ ପ୍ରଭାବ ପଡିଛି । ଫଳ, ପନିପରିବା, କଂଚମାଲା ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ଠିକ ସମୟରେ ପହଁନଥିବାରୁ ବ୍ୟବସାୟୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।ସେପଟେ ଅଏଲ ଟ୍ୟାଙ୍କର ଚାଳକମାନେ ଆନ୍ଦୋଳନରେ ସାମିଲ ହେବା ପରେ ପେଟ୍ରୋଲ ପମ୍ପରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଅଭାବ ଦେଖାଦେଇଛି । ସେପଟେ ପେଟ୍ରୋଲ ପମ୍ପରେ ଗ୍ରାହକଙ୍କ ଲମ୍ବା ଲାଇନ ଲାଗିଛି ।

ନୂଆ ଆଇନରେ ହିଟ ଆଣ୍ଡ ରନ ମାମଲାର ଦୋଷୀଙ୍କ ବିରୋଧରେ କାଡ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ରହିଛି । ଯଦି କୌଣସି ଟ୍ରକ,ବସ ଓ ଡମ୍ପର ଡ୍ରାଇଭର ହିଟ ଆଣ୍ଡ ରନ ମାମଲାରେ ଦୋଷୀ ସାବ୍ୟସ୍ତ ହେବ ତାଙ୍କ ପାଇଁ ୧୦ବର୍ଷର ଜେଲ ଦଣ୍ଡାଦେଶ ରହିବ । ୭ଲକ୍ଷ ଟଙ୍କା ଜରିମାନ ମଧ୍ୟ ଦେବାକୁ ପଡିବ । ପୂର୍ବରୁ ଦଣ୍ଡାଦେଶରେ କୋହଳ ରହିଥିଲା । କେବଳ ଦୁଇବର୍ଷର ଜେଲ ଦଣ୍ଡାଦେଶ ସହ ଅଳ୍ପଦିନରେ ଦୋଷୀ ଜାମିନରେ ମୁକୁଳିଯାଉଥିଲେ । ନିକଟରେ ସରକାର ନୂଆ ଆଇନ ଆଣିଛନ୍ତି । ତେବେ ଆଇନ ପ୍ରତ୍ୟାହାର ନହେଲେ ଆନ୍ଦୋଳନ ଜାରି ରହିବ ବୋଲି ବିକ୍ଷୋଭକାରୀ ଚେତାବନୀ ଦେଇଛନ୍ତି ।

The post ହିଟ ଆଣ୍ଡ ରନ ଆଇନକୁ ଜୋରଦାର ବିରୋଧ: ୨ୟ ଦିନରେ ଟ୍ରକ, ବସ ଓ ଡମ୍ପର ଡ୍ରାଇଭରଙ୍କ ଆନ୍ଦୋଳନ ଜାରି first appeared on Kanak News.

from Kanak News
via <a href="https://ifttt.com/?

ଏଆଇଏମଆଇଏମ ମୁଖ୍ୟଙ୍କ ନାଁରେ ମାମଲା ରୁଜୁ: ରାମମନ୍ଦିର ନିର୍ମାଣକୁ ବିରୋଧ କରି ଅସଦଉଦ୍ଦିନ ଓୱେସୀ ଉସକାଇବା ଭଳି ଭାଷଣ ଦେଇଥିବା ଅଭିଯୋଗ

କନକ ବ୍ୟୁରୋ: ହିନ୍ଦୁ ବିରୋଧୀ ବୟାନ ଦେଇ ପୁଣି ବିବାଦରେ ଏଆଇଏମଆଇଏମ ମୁଖ୍ୟ ଅସଦଉଦ୍ଦିନ ଓୱେସୀ । ଓୱେସୀଙ୍କ ବିରୋଧରେ ମାମଲା ରୁଜୁ କରିଛି ହିନ୍ଦୁ ସେନା । ନିକଟରେ ଏକ ଜନସଭାକୁ ସମ୍ବୋଧିତ କରି ଅଯୋଧ୍ୟା ରାମମନ୍ଦିର ବିରୋଧରେ ବିବାଦୀୟ ବୟାନ ଦେବା ସହ ଉସକାଇବା ଭଳି ଭାଷଣ ଦେଇଥିବା ଅଭିଯୋଗ ହୋଇଛି । ଏଆଇଏମଆଇଏମ ମୁଖ୍ୟ କହିଥିଲେ ବାବ୍ରି ମସଜିଦଙ୍କୁ ଜାଣିଶୁଣି ବିଜେପି ସରକାର ମାଟିରେ ମିଶାଇଛନ୍ତି । ଆଗକୁ ଏଭଳି ଅନେକ ମସଜିଦ ଧ୍ୱଂସ କରାଯିବ । ତେଣୁ ବିଜେପି ନେତୃତର କେନ୍ଦ୍ର ସରକାରଙ୍କୁ ସଜାଗ ରହିବାକୁ ମୁସଲିମ ଯୁବକଙ୍କୁ ଅପିଲ କରିଥିଲେ ଓୱେସୀ । ଏଥିସହ ଉସକାଇବା ଭଲି ଭାଷଣରେ ଓୱେସୀ କହିଥିଲେ ଧୀରେ ଧିରେ ସବୁ ମସଜିଦ ହାତରୁ ଯିବ ଓ ଯେଉଁଠି କୋରାନା ପଢ଼ାଯାଉଛି ସେଠି ମନ୍ଦିର ଗଢ଼ି ଉଠିବ । ଦିଲ୍ଲୀରୁ ସୁବର୍ଣ୍ଣ ମସଜିଦ ସହ କିଛି ମସଜିଦ ଭାଙ୍ଗିବା ପାଇଁ ଷଡଯନ୍ତ୍ର ଚାଲିଛି । ଓୱେସୀଙ୍କ ଏଭଳି ବୟାନ ଦେଶରେ ଦଙ୍ଗା ପରିସ୍ଥିତି ସୃଷ୍ଟି କରିବ ବୋଲି ଅଭିଯୋଗ କରି ମାମଲା ରୁଜୁୁ କରିଛି ହିନ୍ଦୁ ସେନା ।

The post ଏଆଇଏମଆଇଏମ ମୁଖ୍ୟଙ୍କ ନାଁରେ ମାମଲା ରୁଜୁ: ରାମମନ୍ଦିର ନିର୍ମାଣକୁ ବିରୋଧ କରି ଅସଦଉଦ୍ଦିନ ଓୱେସୀ ଉସକାଇବା ଭଳି ଭାଷଣ ଦେଇଥିବା ଅଭିଯୋଗ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started