ଭଉଣୀକୁ ନେଇ ହସ୍ପିଟାଲ ଯିବା ବାଟରେ ଛକିଥିଲା ଯମ । ଚାଲିଗଲା ଅନୁସୂୟାଙ୍କ ଜୀବନ । ଏପଟେ ପରୀକ୍ଷା ଦେବାକୁ ଯିବାବେଳେ ପ୍ରାଣ ହରାଇଲେ ନଳିନୀକାନ୍ତ ।

କନକ ବ୍ୟୁରୋ: ଅନୁସୂୟା ବାରିକ, ବୟସ-୧୯ ଆଉ ନଳିନୀକାନ୍ତ ଗାହାଣ, ବୟସ-୨୦ । ବଢ଼ିଲା ବୟସର ଦୁଇ ପିଲା । ଆଗକୁ ଏମାନେ ପରିବାରର ସାହାର ବନିଥାନ୍ତେ । ବାପା-ମାଙ୍କ ସ୍ୱପ୍ନକୁ ପୂରଣ କରିଥାନ୍ତେ । କିନ୍ତୁ ବିଧିର ବିଧାନ ବିଚିତ୍ର । ନିଶ୍ଚିନ୍ତ କୋଇଲି ନିକଟରେ ଘଟିଥିବା ଦୁର୍ଘଟଣାରେ ଉଭୟଙ୍କ ଜୀବନ ଚାଲିଯାଇଛି । ଏହି ଖବର ଉଭୟଙ୍କ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି ।

ଅନୁସୂୟା ବାରିକ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବାଳକାଟି ପଞ୍ଚାୟତର ବଡଆଙ୍କେ ଗାଁର ଅର୍ଜ୍ଜୁନ ବାରିକଙ୍କ ଝିଅ । ସକାଳୁ ବଡ ଭଉଣୀ ଅର୍ଚ୍ଚନା ବାରିକଙ୍କ ସହ ଘରୁ ବାହାରିଥିଲେ । ବାଳକଟି ଛକରୁ ଦୁଇ ଭଉଣୀ ମନୋରମା ବସରେ କଟକକୁ ଚିକିତ୍ସିତ ହେବାକୁ ଯାଉଥିଲେ । କିନ୍ତୁ ନିଶ୍ଚିନ୍ତକୋଇଲି ନିକଟରେ ଘଟିଥିବା ଦୁର୍ଘଟଣାରେ ଅନୁସୂୟାଙ୍କର ମୃତ୍ୟୁ ହୋଇଯାଇଛି । ହେଲେ, ବଞ୍ଚିଯାଇଛନ୍ତି ବଡ ଭଉଣୀ ଅର୍ଚ୍ଚନା ।

ସେହିପରି ଦୁର୍ଘଟଣାରେ ଚାଲି ଯାଇଛି ରାଜକନିକା ବ୍ଲକର କୋରନ୍ଦ ପଞ୍ଚାୟତର ଓଡିଗିରିଆ ଗାଁ ଲମ୍ବୋଦର ଗାହାଣ ଓ ଏକ ମାତ୍ର ପୁଅ ନଳିନୀ କାନ୍ତ ଗାହାଣଙ୍କ ଜୀବନ । ନଳିନୀ ଡିପ୍ଲୋମା ଇଞ୍ଜିନିୟରିଂ ପରୀକ୍ଷା ଦେବା ଲାଗି ମନୋରମା ବସରେ ଭୋର ୫ଟା ସମୟରେ ଚନ୍ଦନ ପୋଖରୀ ଛକରୁ ବସରେ ଉଠିଥିଲେ । ନଳିନୀଙ୍କ ମୃତ୍ୟୁ ଖବର ଶୁଣିବା ପରେ ବାପା-ମାଙ୍କ ଚେତା ରହୁ ନାହିଁ । ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ତେବେ ନୂଆ ବର୍ଷର ଦ୍ୱିତୀୟ ଦିନ ଯେ ଏତେ ଯନ୍ତ୍ରଣା ଦାୟକ ହେବ, ଏହା ହୁଏତ କେହି ଭାବି ନଥିଲେ । କିନ୍ତୁ ଘଟିଥିବା ଦୁର୍ଘଟଣା ସମସ୍ତଙ୍କୁ ନିର୍ବାକ କରି ଦେଇଛି ।

The post ଭଉଣୀକୁ ନେଇ ହସ୍ପିଟାଲ ଯିବା ବାଟରେ ଛକିଥିଲା ଯମ । ଚାଲିଗଲା ଅନୁସୂୟାଙ୍କ ଜୀବନ । ଏପଟେ ପରୀକ୍ଷା ଦେବାକୁ ଯିବାବେଳେ ପ୍ରାଣ ହରାଇଲେ ନଳିନୀକାନ୍ତ । first appeared on Kanak News.

from Kanak News
via <a href="https://ifttt.com/?

ଦୁଃଖ ଦେଇଗଲା ନୂଆବର୍ଷର ଦ୍ୱିତୀୟ ଦିନ । ନିଶ୍ଚିନ୍ତକୋଇଲି ନିକଟରେ ବସ୍-ଟ୍ରକ ମୁହାଁମୁହିଁ ଧକ୍କା । ଚାଲିଗଲା ୩ ଜୀବନ, ୪୦ ଆହତ

କନକ ବ୍ୟୁରୋ: ବର୍ଷର ଦ୍ୱିତୀୟ ଦିନରେ ଛାତି ଥରାଇବା ଭଳି ବଡ ଦୁର୍ଘଟଣା ଘଟିଛି । ଏକ ଘରୋଇ ବସକୁ ନିଶ୍ଚିନ୍ତକୋଇଲି କଳାପୋଲ ନିକଟରେ ସାମ୍ନାରୁ ଧକ୍କା ଦେଇଛି ୧୦ ଚକିଆ ଟ୍ରକ । ଦୁର୍ଘଟଣାରେ ଟ୍ରକ ଡ୍ରାଇଭରଙ୍କ ସହ ୩ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଦୁର୍ଘଟଣାର କାରଣ କୁହୁଡି ବୋଲି କୁହାଯାଉଛି । ଦୁର୍ଘଟଣାରେ ୨୦ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ବସଟି ଆଜି ସକାଳ ସାଢେ ୭ଟାରୁ ଚାନ୍ଦବାଲିରୁ କଟକ ଅଭିମୁଖେ ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା । ଆଉ କିଛି ସମୟ ପାଇଁ ଯାତ୍ରୀଙ୍କ ଚିକ୍ରାରରେ ଫାଟି ପଡିଥିଲା ପରିବେଶ ।

ଏହି ଦୁର୍ଘଟଣାରେ ମୃତକମାନେ ହେଉଛନ୍ତି, ଆଳିର ଅନୁସୟା ବାରିକ, ରାଜକନିକାର ନଳିନୀକାନ୍ତ ଗାହାଣ, ଓ ରାଜସ୍ଥାନର ଟ୍ରକ୍ ଡ୍ରାଇଭର ମୋହନ ଲାଲ । ଅନୁସୟା ବାରିକ ଭଉଣୀ ସହ କଟକ ଯାଉଥିବାବେଳେ, ନଳିନୀକାନ୍ତ ପରୀକ୍ଷା ଦେବାକୁ ଯାଉଥିଲେ । ଦୁର୍ଘଟଣାରେ ୨୦ଜଣ ଗୁରୁତର ହୋଇଥିବାବେଳେ ୧୦ ଜଣ କଟକ ବଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି ।

  • ସମୟ – ସକାଳ ପ୍ରାୟ ୮ଟା
  • ସ୍ଥାନ- କଟରପଡା, କଟକ

ମନୋରମା ନାମକ ଯାତ୍ରୀବାହୀ ବସ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା । ଚାନ୍ଦବାଲିରୁ କଟକ ଯାଉଥିବା ବସ୍ ସହ କଟକ ଆଡୁ ଆସୁଥିବା ଟ୍ରକ ମଧ୍ୟରେ ଧକ୍କା ହୋଇଥିଲା । ଦୁଇ ଗାଡି ପରସ୍ପରକୁ ଅତିିକ୍ରମ କରିବାବେଳେ ଦୁର୍ଘଟଣା ଘଟିଥିଲା । ସାମନା ପଟୁ ଦୁର୍ଘଟଣା ହୋଇଥିବାରୁ ଉଭୟ ଗାଡିର ଡ୍ରାଇଭର ଚାପି ହୋଇ ଯାଇଥିଲେ । ବସର ଆଗ ସିଟରେ ବସିଥିବା କିଛି ଯାତ୍ରୀ ଚାପି ହୋଇଯାଇଥିଲେ । ଫସିଥିବା ଯାତ୍ରୀମାନେ ଚିକ୍ରାର କରିବାରେ ଲାଗିଥିଲେ । ତା ପରେ ଆରମ୍ଭ ହୋଇଥିଲା ଉଦ୍ଧାରକାର୍ଯ୍ୟ । ସ୍ଥାନୀୟ ଲୋକ, ଅଗ୍ନିଶମ ବାହିନୀ ଫସିଥିବା ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ ।
ତେବେ ୨୦୨୪ ନୂଆବର୍ଷର ଦ୍ୱିତୀୟ ଦିନରେ ଘଟିଥିବା ଏହି ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ତେବେ କୁହୁଡି ଯୋଗୁ ଦୁର୍ଘଟଣା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ପରିବହନ କମିଶନର ସୂଚନା ଦେଇଛନ୍ତି । ଅନ୍ୟପଟେ ସଡ଼କ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

The post ଦୁଃଖ ଦେଇଗଲା ନୂଆବର୍ଷର ଦ୍ୱିତୀୟ ଦିନ । ନିଶ୍ଚିନ୍ତକୋଇଲି ନିକଟରେ ବସ୍-ଟ୍ରକ ମୁହାଁମୁହିଁ ଧକ୍କା । ଚାଲିଗଲା ୩ ଜୀବନ, ୪୦ ଆହତ first appeared on Kanak News.

from Kanak News
via <a href="https://ifttt.com/?

ସାମାନ୍ୟ ବଚସାରୁ ବନ୍ଧୁକୁ ମାରିଲା ବନ୍ଧୁ: ଘରେ କେହି ନଥିବା ବେଳେ ରଶ୍ମିରଞ୍ଜନଙ୍କୁ ପିଟିପିଟି ହତ୍ୟା, ଅଭିଯୁକ୍ତ ଫେରାର

କନକ ବ୍ୟୁରୋ: ସାମାନ୍ୟ ବଚସାରୁ ବନ୍ଧୁକୁ ମାରିଲା ବନ୍ଧୁ । ଖୋର୍ଦ୍ଧା ଜିଲ୍ଲାରୁ ଜଙ୍କିଆରେ ଅଭାବନୀୟ ଘଟଣା । ଗତକାଲି ଚମ୍ପତିପୁରରେ ରାମ ନାଟକରେ ଦୁଇ ବନ୍ଧୁ ଲବକୁଶ ଅଭିନୟ କରିଥିଲେ । ପରେ ନାଚକୁ ନେଇ ଦୁଇ ବନ୍ଧୁଙ୍କ ମଧ୍ୟରେ ବଚସା ହୋଇଥିଲା । ଯାହା ପରେ ଉତକ୍ଷୀପ୍ତ ହୋଇ ରଶ୍ମିରଞ୍ଜନ ବଳିୟାରସିଂକୁ ହତ୍ୟା କରିଥିଲା ତାଙ୍କ ବନ୍ଧୁ । ଘରେ କେହି ନଥିବା ବେଳେ ଏଭଳି ହତ୍ୟାକାଣ୍ଡ ଘଟାଇଥିବା କୁହାଯାଉଛି । ହତ୍ୟା କରିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଛି ।

The post ସାମାନ୍ୟ ବଚସାରୁ ବନ୍ଧୁକୁ ମାରିଲା ବନ୍ଧୁ: ଘରେ କେହି ନଥିବା ବେଳେ ରଶ୍ମିରଞ୍ଜନଙ୍କୁ ପିଟିପିଟି ହତ୍ୟା, ଅଭିଯୁକ୍ତ ଫେରାର first appeared on Kanak News.

from Kanak News
via <a href="https://ifttt.com/?

୩୦ ବର୍ଷରେ ପାଦ ଥାପିଛି ବୌଦ୍ଧ ଜିଲ୍ଲା: ଆଜିର ଦିନରେ ମିଳିଥିଲା ଜିଲ୍ଲା ମାନ୍ୟତା

କନକ ବ୍ୟୁରୋ: ୩୦ ବର୍ଷରେ ପାଦ ଥାପିଛି ବୌଦ୍ଧ ଜିଲ୍ଲା । ଆଜିର ଦିନରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରୟାସରେ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ମିଳିଥିଲା । ଅନେକ ଉତ୍ଥାନ ପତନ ସହ ଅନେକ ସମସ୍ୟା ଲାଗି ରହିଛି । ହେଲେ ତାରି ଭିତରେ ମଧ୍ୟ ଅନେକ ଉନ୍ନତିମୂଳକ କାର୍ଯ୍ୟ ହୋଇଛି । ଏସବୁ ଭିତରେ ବି ରହିଛି ବିକାଶର ଅନେକ ସ୍ୱପ୍ନ ।

୩୦ ବର୍ଷରେ ପାଦ ଥାପିଛି ବୌଦ୍ଧ ଜିଲ୍ଲା । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉଦ୍ୟମରେ ଆଜିର ଦିନରେ ସ୍ୱତନ୍ତ୍ର ହୋଇ ଏକ ଜିଲ୍ଲ୍ଲାର ମାନ୍ୟତା ପାଇଥିଲା ବୌଦ୍ଧ । ଆଉ ଆଜିର ଦିନରେ ରାଜ୍ୟରେ ତାର ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ହେଲେ ଏବେ ବି ଜିଲ୍ଲାରେ ରହିଛି ଅନେକ ବିକାଶର ସ୍ୱପ୍ନ । ଏବେ ବି ଲୋକମାନେ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି । ୨୯ ବର୍ଷ ମଧ୍ୟରେ ଏବେ ବି ଗାଁକୁ ଗମନା ଗମନ କ୍ଷେତ୍ରରେ ସମସ୍ୟା ଲାଗି ରହିଛି । କେବଳ ଯିବାଅସିବା ନୁହେଁ ଶିକ୍ଷା ସ୍ୱାସ୍ଥ୍ୟରୁ ନେଇ ପିଇବାପାଣି ପର୍ଯ୍ୟନ୍ତ ସମସ୍ୟା ଦେଖିବାକୁ ମିଳିଛି । କିଛି ହାତ ଗଣିତ ଉନ୍ନୟନ କାର୍ଯ୍ୟକୁ ଛାଡି ଦେଲେ ଅନେକ ସମସ୍ୟା ଏବେ ବି ରହିଛି ।

୨୦୨୧ରୁ ୨୦୨୨ ବୌଦ୍ଧ ଜିଲ୍ଲାପାଇଁ ବିକାଶର ବର୍ଷ କହିପାରିବା । ବୌଦ୍ଧର ବହୁ ପୁରାତନ କୋର୍ଟ କୋଠାକୁ ପଶ୍ଚିମ ଓଡ଼ିଶାର ପ୍ରଥମ ସଂଗ୍ରହାଳୟ ଭାବେ ଲୋକାର୍ପିତ କରାଯାଇଥିଲା । ତାସହିତ ଜିଲ୍ଲାର ବୀର ନରସିଂହପୁରଠାରେ ଥିବା ନନ୍ଦନବନ ସଫାରୀ ପ୍ରକଳ୍ପକୁ ସରକାର ଅନୁମୋଦନ କରିଥିବା ବେଳେ ତାହା ପର୍ଯ୍ୟଟନ କ୍ଷେତ୍ରରେ ଅନନ୍ୟ ବିକାଶର ଧ୍ୱନୀ । ତା ସହିତ ଜିଲ୍ଲାର ସର୍ବବୃହତ ଜଗନ୍ନାଥ ମନ୍ଦିର ସୌନ୍ଦର୍ଯ୍ୟକରଣ କାମ ସମ୍ପୁର୍ଣ୍ଣ ସଂସ୍କୃତି କଳାକୁ ଆଗେଇ ନେଇଛି ।

ବୌଦ୍ଧ ଜିଲ୍ଲା ୩୦ ବର୍ଷରେ ପାଦ ଦେଇଥିବା ବେଳେ ବିଗତ ୨୯ ବର୍ଷରେ ବହୁଉତଥାନ ପତନ େଦେଇ ଗତି କରିଛି । ଯେତିକି ସମସ୍ୟା ରହିଛି ଅନେକ ଉନ୍ନତି କରଣ କାମ ବି ହୋଇଛି । ହେଲେ ଏବେ ବି ବିକାଣ ଅନେକ ସ୍ୱପ୍ନ ବାକି ରହିଛି ।

The post ୩୦ ବର୍ଷରେ ପାଦ ଥାପିଛି ବୌଦ୍ଧ ଜିଲ୍ଲା: ଆଜିର ଦିନରେ ମିଳିଥିଲା ଜିଲ୍ଲା ମାନ୍ୟତା first appeared on Kanak News.

from Kanak News
via <a href="https://ifttt.com/?

ଗରିବଙ୍କ ଯୋଜନା ହଡପ ଅଭିଯୋଗ: ଜଳେଶ୍ୱର ଖୁୁଲୁଡା ଗାଁରେ ଆବାସ ଯୋଜନାରେ ଚଞ୍ଚକତା

କନକ ବ୍ୟୁରୋ: ଗରିବଙ୍କ ପାଇଁ ଥିବା ଯୋଜନା ହଡପ ଅଭିଯୋଗ । ଜଳେଶ୍ୱର ଖୁୁଲୁଡା ଗାଁରେ ଆବାସ ଯୋଜନାରେ ହୋଇଛି ବ୍ୟାପକ ଅନିୟମିତତା । ଆଉ ଏଇ ଘଟଣାରେ ଅଭିଯୋଗକାରୀକୁ ଆକ୍ରମଣ ହୋଇଥିବା ନେଇ ଥାନରେ ଏତଲା ଦିଆଯାଇଛି । ଖୁବଶିଘ୍ର ଘଟଣାର ସମାଧାନ ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛିନ୍ତି ଲୋକେ ।

ଗରିବଙ୍କ ଯୋଜନା ହଡପ ଅଭିଯୋଗ । ବିରୋଧ କରିବାକୁ ମରଣାନ୍ତକ ଆକ୍ରମଣ । ଏହି ଅଭିଯୋଗ ଆସିଛି କିଛି ଅସାଧୁ କର୍ମଚାରୀଙ୍କ ନାଁରେ । ଜଳେଶ୍ୱର ଖୁୁଲୁଡା ଗାଁରେ ଆବାସ ଯୋଜନାରେ ଆସିଥିବା ଗୃହ ହଡପ କରିବାକୁ ନାଏବ ସରପଂଚଙ୍କ ସ୍ୱାମୀଙ୍କ ଉଦ୍ୟମ । ଯାହାକୁ ବିରୋଧ କରିବାରୁ ମରଣାନ୍ତକ ଆକ୍ରମଣ ଘଟଣା ସମାନାକୁ ଆସିଛି । ଗାଁର ମୃତ୍ୟୁଞ୍ଜୟ ସାମଲ ବଡଭାଇ କମଳାକାନ୍ତଙ୍କ ଛାତ ଘର ଉପରେ ଆବାସ ଗୃହ ନିର୍ମାଣ କରୁଛନ୍ତି । କମଳାକାନ୍ତ ସରକାରୀ ଚାକିରିଆ ଓ ତାଙ୍କ ସ୍ତ୍ରୀ ଜ୍ୟୋତ୍ସ୍ନାରାଣୀ ନାଏବ ସରପଂଚ ହୋଇଥିବାରୁ ଚଂଚକତା କରୁଥିବା ଅଭିଯୋଗ ହୋଇଛି । ସରକାରୀ କର୍ମଚାରୀଙ୍କୁ ହାତ କରି ଏହି କାମ ଚାଲିଥିବା ଅଭଯୋଗ ହୋଇଥିବା ବେଳେ ପାଲଟା ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି ।

କମଳାକାନ୍ତ ସରକାରୀ ଅର୍ଥ ହଡପ ଉଦ୍ଦେଶ୍ୟରେ ମଝିଆ ଭାଇ ମୃତ୍ୟୁଞ୍ଜୟଙ୍କ ସରକାରୀ ଗୃହକୁ ତାଙ୍କ ଛାତ ଉପରେ ନିର୍ମାଣ କରୁଛନ୍ତି । ସରକାରଙ୍କୁ ତଥ୍ୟ ଦେବା ପାଇଁ ଜିଆରଏସଙ୍କୁ ହାତ କରି ସାନଭାଇ ଜନ୍ମେଜୟଙ୍କ ଘରକୁ ଜିଓ ଟ୍ୟାଗ କରିଥିଲେ,ଉଭୟଙ୍କ ଘର ଗୋଟିଏ ପ୍ଲଟରେ ହୋଇଥିବାରୁ ସମାନ ଫଟୋ ଆସିବାର ସୁଯୋଗ ନେଇଥିବା ଅଭିଯୋଗ ହୋଇଛି । ସେପଟେ ଘଟଣାକୁ ସମ୍ପୁର୍ଣ୍ଣ ଖଣ୍ଡନ କରିଛନ୍ତି କମଳାକାନ୍ତ ।

ଆବାସ ଯୋଜନାର ଅର୍ଥ ହଡପ କରୁଥିବା ଅଭିଯୋଗରେ ସରକାରୀ କର୍ମଚାରୀ, ନାଏବ ସରପଂଚ ଓ ସହଯୋଗ କରୁଥିବା ଜିଆରଏସଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।

The post ଗରିବଙ୍କ ଯୋଜନା ହଡପ ଅଭିଯୋଗ: ଜଳେଶ୍ୱର ଖୁୁଲୁଡା ଗାଁରେ ଆବାସ ଯୋଜନାରେ ଚଞ୍ଚକତା first appeared on Kanak News.

from Kanak News
via <a href="https://ifttt.com/?

ବନ୍ଦ କୋଠରୀରେ ବିତୁଛି ଜୀବନ: ପରିବାର ଲୋକଙ୍କ ସ୍ମୃତିରେ ପରିତ୍ୟକ୍ତ ଘରେ ପଡି ରହିଛନ୍ତି ନିମାପଡା ଗାୟଳ ଗାଁର କୁନ୍ତଳା ମହାପାତ୍ର

କନକ ବ୍ୟୁରୋ: ବନ୍ଦ କୋଠରୀରେ ବିତୁଛି ଜୀବନ । ଘର ଚାରିପଟେ ଅନାବନା ଗଛର ଜଙ୍ଗଲ । ପରିବାରର ସ୍ମୃତିରେ ପରିତ୍ୟକ୍ତ କୋଠରୀ ଭିତରେ ବନ୍ଦ ହୋଇ ରହିଛନ୍ତ,ି ପୁରୀ ନିମାପଡା ଗାୟଳ ଗାଁର କୁନ୍ତଳା ମହାପାତ୍ର । ପଡୋଶୀ ମାନେ କେବେ କିଛି ସାହାଯ୍ୟ ସହଯୋଗ କରୁଥିଲେ ବି ତାହା ସମୁଦ୍ରକୁ ଶଙ୍ଖେ । ଆଉ ଏବେ ସେହି ପରିତ୍ୟକ୍ତ ଘରୁ ଉଦ୍ଧାର ପାଇଁ ଅନୁରାଧ କରିଛନ୍ତି ଲୋକେ ।

ବନ୍ଦ କୋଠରୀରେ ବିତୁଛି ଜୀବନ । ବନ୍ଦୀ ଜୀବନ ଜୀଉଁଛନ୍ତି ପୁରୀ ନିମାପଡା ଗାୟଳ ଗାଁର କୁନ୍ତଳା ମହାପାତ୍ର । ଭାଙ୍ଗି ରୁଜି ପଡିଛି ଘର । ଆଉ ଘର ଚାରିପେଟେ ଅନାବନା ଗଛ ଭର୍ତି ହୋଇ ଜଙ୍ଗଲ ପାଲଟିଗଲାଣି । ଆଉ ତାରି ଭିତରେ ବନ୍ଦୀ ଭାବେ ରହୁଛନ୍ତି କୁନ୍ତଳା । ୫୪ ବର୍ଷୀୟ ଏହି ମହିଳାଙ୍କ ପରିତ୍ୟକ୍ତ ଘରେ ଚାଲିଛି ସଂଘର୍ଷ । ୧୨ ବର୍ଷ ପୂର୍ବରୁ ସ୍ୱାମୀଙ୍କ ଦେହାନ୍ତ ହୋଇଯାଇଥିବା ବେଳେ ଆଖି ଅଗରେ ଚାଲିଗଲା ଏକମାତ୍ର ପୁଅ । ତାପରଠାରୁ ଭାଙ୍ଗିପଡିଛନ୍ତି ଶକୁନ୍ତଳା । ସେହି ଭଙ୍ଗାରୁଜା ପରିତ୍ୟକ୍ତ କୋଠରୀ ଭିତରେ ଯନ୍ତ୍ରଣାରେ ବିତୁଛି ଜୀବନ । ପରିବାରର ସ୍ମୃତି ସାଉଁଟି ଘର ଭିତରେ ରହୁଥିବା ବେଳେ କୁନ୍ତଳାଙ୍କୁ ବାହାରକୁ ବାହାରିବାର କେହି ଦେଖିନାହାନ୍ତି ।

ଘର ଭିତରେ ବନ୍ଦୀ ଭାବେ ରହୁଥିବା କୁନ୍ତଳାଙ୍କୁ ଉଦ୍ଧାର ପାଇଁ ସ୍ଥାନୀୟ ପଡୋଶୀ ଅନୁରୋଧ କରିଛନ୍ତି । ପ୍ରତିଦିନ କୁନ୍ତଳାଙ୍କୁ ଗାଁର ଲୋକେ କିଛି ନା କିଛି ଖାଦ୍ୟ କବାଟ ପାଖରେ ଦେଇ ଆସୁଛନ୍ତି । କେବେ ଖାଦ୍ୟ ତାଙ୍କ ପାଖରେ ପହଂଚିଥାଏ । ତ ଆଉ କେତେବେଳେ ସେହି ଖାଦ୍ୟ କୁକୁର ବିଲେଇ ଖାଇଯାନ୍ତି । କୁନ୍ତଳାଙ୍କ ବନ୍ଦୀ ଜୀବନ ସହ ଯନ୍ତ୍ରଣା ଦେଖି ତାଙ୍କୁ ଉଦ୍ଧାର କରିବାକୁ ଗାଁର ଲୋକେ ଅନୁରୋଧ କରିଛନ୍ତି । ପରିତ୍ୟକ୍ତ ଘରେ ବନ୍ଦୀ ଭାବେ ବର୍ଷ ବର୍ଷ ଧରି ପଡି ରହିଥିବା କୁନ୍ତଳାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଇପାରିଲେ ସୁସ୍ଥ ଭାବେ ଆଉ କିଛି ଦିନ ବଂଚିପାରିବେ ।

The post ବନ୍ଦ କୋଠରୀରେ ବିତୁଛି ଜୀବନ: ପରିବାର ଲୋକଙ୍କ ସ୍ମୃତିରେ ପରିତ୍ୟକ୍ତ ଘରେ ପଡି ରହିଛନ୍ତି ନିମାପଡା ଗାୟଳ ଗାଁର କୁନ୍ତଳା ମହାପାତ୍ର first appeared on Kanak News.

from Kanak News
via <a href="https://ifttt.com/?

ବାଲି ମାଫିଆଙ୍କ କବଜାରେ ନଦୀ ପଠା: କେନ୍ଦ୍ରପଡା ନୀଳକଣ୍ଠପୁର ବ୍ରାହ୍ମଣ ନଦୀ କୂଳରୁ ଚାଲାଣ ହେଉଛି ଟ୍ରିପ୍ ଟ୍ରିପ୍ ବାଲି

କନକ ବ୍ୟୁରୋ: ନଦୀ ପଠା ଏବେ ବାଲି ମାଫିଆଙ୍କ କବଜାରେ । ତହସିଲ ଅଫିସଠାରୁ ମାତ୍ର ୫ କିଲୋମିଟର ଦୂରରେ ଚାଲିଛି ଲୁଟତରାଜ୍ । ପ୍ରଶାସନ ଯାଉଛି, ଚଢ଼ାଉ ହେଉଛି । କିନ୍ତୁ ଧରାପଡୁ ନାହାନ୍ତି ବାଲି ମାଫିଆ କି ଜବତ ହେଉନି ବାଲି ଖାଦାନରେ ନିୟୋଜିତ ଗାଡି କି ଅନ୍ୟାନ୍ୟ ସାମଗ୍ରୀ । ଯାହାଫଳରେ ସରକାର କୋଟି କୋଟି ଟଙ୍କା ରାଜସ୍ୱ ହରାଇବା ସହ ନଦୀ କୂଳରେ ଥିବା ଗାଁ ପ୍ରତି ବିପଦ ସୃଷ୍ଟି ହୋଇଛି ।

ନଦୀ ପଠା ଏବେ ବାଲି ମାଫିଆଙ୍କ କବଜାରେ । ତହସିଲ ଅଫିସଠାରୁ ମାତ୍ର ୫ କିଲୋମିଟର ଦୂରରେ ଚାଲିଛି ଲୁଟତରାଜ୍ । ପ୍ରଶାସନ ଯାଉଛି, ଚଢ଼ାଉ ହେଉଛି । କିନ୍ତୁ ଧରାପଡୁ ନାହାନ୍ତି ବାଲି ମାଫିଆ କି ଜବତ ହେଉନି ବାଲି ଖାଦାନରେ ନିୟୋଜିତ ଗାଡି କି ଅନ୍ୟାନ୍ୟ ସାମଗ୍ରୀ । ଯାହାଫଳରେ ସରକାର କୋଟି କୋଟି ଟଙ୍କା ରାଜସ୍ୱ ହରାଇବା ସହ ନଦୀ କୂଳରେ ଥିବା ଗାଁ ପ୍ରତି ବିପଦ ସୃଷ୍ଟି ହୋଇଛି ।

ନଦୀ ପଠାକୁ ତାଡି ନେଇ ଗଲେଣି ବାଲି ମାଫିଆ । ବାଲି ନେବା ପାଇଁ ବଡ ବଡ ବଡ ଗଛକୁ ବି କାଟି ଦେଉଛନ୍ତି । ଆଉ ବଡ ବଡ ଗାଡି ଲଗାଇ, ଜେସିବି ମେସିନ ସହାୟତାରେ ବୋହି ନେଉଛନ୍ତି ଟ୍ରିପ୍ ଟ୍ରିପ୍ ବାଲି । କେନ୍ଦ୍ରପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଓ କେନ୍ଦ୍ରାପଡା ତହସିଲ ଅଂଚଳରର ବ୍ରାହ୍ମଣ ନଦୀ କୁଳ ନୀଳକଣ୍ଠପୁର ଗାଁରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ପ୍ରାୟ ୫କିଲୋମିଟର ପର୍ଯ୍ୟନ୍ତ ସମାନ ସ୍ଥିତି । ଯାହାଫଳରେ ନଦୀ କୂଳରେ ବସବାସ କରୁଥିବା ସ୍ଥାନୀୟ ଲୋକ ଚିନ୍ତାରେ ପଡିଛନ୍ତି ।

ପଟ୍ଟାମୁଣ୍ଡାଇ ତହସିଲ ଅଂଚଳରେ ସରକାରୀ ସ୍ୱୀକୃତି ପ୍ରାପ୍ତ ୪ଟି ବାଲି ଖାଦାନ ରହିଛି । କିନ୍ତୁ ନୀଳକଣ୍ଠପୁର ସେ ତାଲିକାରେ ନାହିଁ । ସରକାରୀ ସ୍ୱୀକୃତି ପ୍ରାପ୍ତ ହୋଇନଥିବାରୁ ଏହି ବାଲିଖାଦାନ ଉପରେ ତହସିଲ ପକ୍ଷରୁ ଚଢ଼ାଉ ବି ହେଉଛି । କିନ୍ତୁ ବିଡମ୍ବନାର ବିଷୟ ଚଢ଼ାଉ ପୂର୍ବରୁ ମାଫିଆଙ୍କ ପାଖରେ ଖବର ପହଁଚି ଯାଉଥିବା ଅଭିଯୋଗ ହୋଇଛି । ସବୁଠାରୁ ଆଶ୍ଚର୍ଯ୍ୟର କରିଛି, ଚଢ଼ାଉ କରିବାକୁ ଆସିଥିବା ତହସିଲଦାରଙ୍କ କଥା । ବେଆଇନ ଭାବେ ବାଲି ଉଠାଯାଉଥିବା ଜାଣି ମଧ୍ୟ ତହସିଲଦାର କହିଛନ୍ତି, ସେ ଓଭରଲୋଡିଂ ଗାଡି ଧରିବାକୁ ଆସିଛନ୍ତି । ବେଆଇନ ବାଲି ଖବନକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏବଂ ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି ।

The post ବାଲି ମାଫିଆଙ୍କ କବଜାରେ ନଦୀ ପଠା: କେନ୍ଦ୍ରପଡା ନୀଳକଣ୍ଠପୁର ବ୍ରାହ୍ମଣ ନଦୀ କୂଳରୁ ଚାଲାଣ ହେଉଛି ଟ୍ରିପ୍ ଟ୍ରିପ୍ ବାଲି first appeared on Kanak News.

from Kanak News
via <a href="https://ifttt.com/?

କଲେଜ ଛାତ୍ର ମୃତ୍ୟୁକୁ ନେଇ ଉତ୍ତେଜନା । କ୍ଷତିପୁରଣ ଦାବିରେ ରାସ୍ତାରୋକ କଲେ ଶତାଧିକ ଛାତ୍ରଛାତ୍ରୀ ।

କନକ ବ୍ୟୁରୋ: ନବରଙ୍ଗପୁର ଡବୁଗାଁ ଭୈରବ କଲେଜ ଛାତ୍ର ମୃତ୍ୟୁକୁ ନେଇ ଉତ୍ତେଜନା । କ୍ଷତିପୁରଣ ଦାବିରେ ରାସ୍ତାରୋକ କଲେ ଶତାଧିକ ଛାତ୍ରଛାତ୍ରୀ । ଗତ ରବିବାର ଦିନ ଅଜଣା ଗାଡ଼ି ଧକ୍କାରେ ଯୁକ୍ତ ୩ ଦ୍ୱିତୀୟ ବର୍ଷରେ ପଢ଼ୁଥିବା ଛାତ୍ର ଦୀପକ ଗଣ୍ଡ ଗୁରୁତର ଭାବେ ଆହତ ହୋଇଥିଲେ । ଆଜି ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଏହାକୁ ନେଇ ଡାବୁଗାଁ ଭୈରବ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ପ୍ରତିବାଦ କରିଛନ୍ତି । ଉମରକୋଟ ରାଜ୍ୟ ରାଜପଥ ଅବରୋଧ ହୋଇଥିବା ବେଳେ ଉଭୟ ପାଶ୍ୱର୍ରେ ଅନେକ ଗାଡ଼ି ଅଟକି ରହିଛି । ମୃତ ଛାତ୍ର ଜଣଙ୍କ ରାଇଘର ବ୍ଲକ ମାରିଗାଁର ବୋଲି ଜଣାପଡିଛି ।

The post କଲେଜ ଛାତ୍ର ମୃତ୍ୟୁକୁ ନେଇ ଉତ୍ତେଜନା । କ୍ଷତିପୁରଣ ଦାବିରେ ରାସ୍ତାରୋକ କଲେ ଶତାଧିକ ଛାତ୍ରଛାତ୍ରୀ । first appeared on Kanak News.

from Kanak News
via <a href="https://ifttt.com/?

ଡେନମାର୍କର ରାଣୀ ହେବାକୁ ଯାଉଥିବା ମହିଳାଙ୍କ କାହାଣୀ ଯିଏ ବାରରେ ପ୍ରିନ୍ସଙ୍କୁ ଭେଟିଥିଲେ ।

ନୂଆ ବର୍ଷ ୨୦୨୪ ହେଉଛି ଡେନମାର୍କ ରାଜ ପରିବାର ପାଇଁ କ୍ଷମତା ହସ୍ତାନ୍ତରର ବର୍ଷ । ପ୍ରାୟ ପାଞ୍ଚ ଦଶନ୍ଧି ଧରି ଦେଶର ରାଣୀ ଥିବା ମାର୍ଗ୍ରେଥ୍ ଦ୍ୱିତୀୟ ନିଷ୍ପତ୍ତି ନେଇଛନ୍ତି ଯେ ସେ ଆଉ ସିଂହାସନରେ ବସିବେ ନାହିଁ।

ତାଙ୍କ ବୟସ ଏବଂ ସ୍ବାସ୍ଥ୍ୟକୁ ଧ୍ୟାନରେ ରଖି ସେ ବର୍ତ୍ତମାନ ରାଜମୁକୁଟ ତାଙ୍କ ପୁତ୍ର  ରାଜକୁମାର ପ୍ରିନ୍ସ ଫ୍ରେଡେରିକଙ୍କୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି । ନିକଟରେ, ଡେନମାର୍କର ବର୍ତ୍ତମାନର ରାଣୀ ମାର୍ଗ୍ରେଥ୍ ଦ୍ବିତୀୟ  ତାଙ୍କ ବୟସ ଏବଂ ସ୍ୱାସ୍ଥ୍ୟଗତ କାରଣରୁ ସିଂହାସନ ଛାଡିବାକୁ ନିଷ୍ପତ୍ତି ଘୋଷଣା କରିଛନ୍ତି । ମାର୍ଗ୍ରେଥ୍ ଦ୍ୱିତୀୟ ୫୨ ବର୍ଷ ପରେ ସିଂହାସନ ଛାଡିବାକୁ ଯାଉଛନ୍ତି । ଏଭଳି ପରିସ୍ଥିତିରେ ତାଙ୍କ ପୁଅ ଏବଂ କ୍ରାଉନ୍ ପ୍ରିନ୍ସ ଫ୍ରେଡେରିକ୍ ବର୍ତ୍ତମାନ ଦେଶର ପରବର୍ତ୍ତୀ ରାଜା ହେବେ । ଫ୍ରେଡେରିକ୍ ରାଜା ହେବା ସହିତ ଆଉ ଏକ ଘଟଣା ଘଟିବାକୁ ଯାଉଛି ।

 ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ ଜନ୍ମିତ ଜଣେ ମହିଳା ଡେନମାର୍କର ରାଣୀ ହେବେ ।

ଡେନମାର୍କର ଭାବୀ ରାଣୀଙ୍କର ନାମ ହେଉଛି  ମେରି । ସେ ପ୍ରିନ୍ସ ଫ୍ରେଡେରିକଙ୍କ ପତ୍ନୀ । ସେ ଚଳିତ ମାସ ୧୪ ତାରିଖରେ ଦେଶର ରାଣୀ ହେବାକୁ ଯାଉଛନ୍ତି।  ମରିୟମଙ୍କ ପ୍ରେମ କାହାଣୀ ବହୁତ ଆକର୍ଷଣୀୟ ଅଟେ । ସେ ୫ ଫେବୃଆରୀ ୧୯୭୨ ରେ ଅଷ୍ଟ୍ରେଲିଆର ହୋବର୍ଟରେ ଜନ୍ମଗ୍ରହଣ କରିଥିଲେ। ସେ ଅଷ୍ଟ୍ରେଲିଆରେ ଏକ ବିଜ୍ଞାପନ ଏଜେନ୍ସିରେ କାମ କରୁଥିଲେ। କିନ୍ତୁ ତା’ପରେ ତାଙ୍କ ଭାଗ୍ୟ ଏକ ଭିନ୍ନ ମୋଡ଼ ନେଇଗଲା ।

ତୁମେ କିପରି ରାଜକୁମାରଙ୍କୁ ଭେଟିଲ ?

ଏପରି ଏକ ପ୍ରଶ୍ନର ଉତ୍ତରରେ ମେରୀ କହିଲେ ଆମେ ପ୍ରଥମେ ୨୦୦୦  ମସିହାରେ ଭେଟ ହେଇଥିଲୁ । ସେତେବେଳେ ଅଷ୍ଟ୍ରେଲିଆର ସିଡନୀ ସହରରେ ଗ୍ରୀଷ୍ମ ଅଲିମ୍ପିକ୍ସ ଆୟୋଜନ କରାଯାଉଥିଲା । ମୁଁ ମୋର କିଛି ସାଙ୍ଗମାନଙ୍କ ସହିତ ସିଡନୀରେ ଏକ ବାରକୁ ଯାଇଥିଲି । ଏବଂ ସେହିଠାରେ ହିଁ ମୁଁ ରାଜକୁମାରଙ୍କୁ ଭେଟିଥିଲି । ସେ ମୋତେ ହାତ ହଲାଇ ଅଭିବାଦନ କରିଥିଲେ । ସେତେବେଳେ ସେ ଡେନମାର୍କର ରାଜକୁମାର ବୋଲି ମୁଁ ଜାଣିନଥିଲି । ଏହିପରି ଭାବେ ସେ ରାଜକୁମାରଙ୍କୁ ଭେଟିଥିଲେ ଏବଂ ତାଙ୍କର ପ୍ରେମ କାହାଣୀ ଆରମ୍ଭ ହେଇଥିଲା ।

ମରିୟମଙ୍କୁ ଭେଟିଥିବା ବ୍ୟକ୍ତି ଜଣେ ସାଧାରଣ ବ୍ୟକ୍ତି ନଥିଲେ । ସେ ପ୍ରକୃତରେ ଡେନମାର୍କର ପ୍ରିନ୍ସ ଥିଲେ ଯିଏ ତାଙ୍କ ସାଙ୍ଗମାନଙ୍କ ସହିତ ସେହି ବାରରେ ଉପସ୍ଥିତ ଥିଲେ ।  ଡେନମାର୍କର ପ୍ରିନ୍ସଙ୍କ ବ୍ୟତୀତ ସେଠାରେ ୟୁରୋପୀୟ ରାଜ ପରିବାରର ଅନେକ ଲୋକ ଉପସ୍ଥିତ ଥିଲେ । ଯେଉଁଥିରେ ତାଙ୍କ ସାନ ଭାଇ ପ୍ରିନ୍ସ ଜୋଚିମ୍ ଏବଂ ସମ୍ପର୍କୀୟମାନେ ସାମିଲ ହୋଇଥିଲେ । ପରେ ଯେତେବେଳେ କିଛି ଲୋକ ମରିୟମଙ୍କୁ ପଚାରିଲେ ତୁମେ ତାଙ୍କୁ ଜାଣିଛ ଯିଏ ତୁମକୁ ହାତ ହଲାଇଲେ ?  ମରିୟମ କହିଲା ନା । ସେମାନେ କହିଲେ ସେ ହେଉଛନ୍ତି ଡେନମାର୍କର ଭାବୀ ରାଜା ଫ୍ରେଡେରିକ । ତାପରେ ମରିୟମ ଡେନମାର୍କର ପ୍ରିନ୍ସଙ୍କ ସହ କଥାବାର୍ତ୍ତା କରିଥିଲେ ଏବଂ ମିଶିବାକୁ ଲାଗିଥିଲେ । ଏବଂ ତା’ପରେ ୨୦୦୩ ବର୍ଷ ଆସିଥିଲା, ଅକ୍ଟୋବର ମାସରେ ଏହି ଦମ୍ପତି ଆନୁଷ୍ଠାନିକ ଭାବରେ ନିର୍ବନ୍ଧ ହୋଇଥିଲା ।  ପରବର୍ତ୍ତୀ ବର୍ଷ ମେ ୧୪ ରେ ଦୁହେଁ ବିବାହ କରିଥିଲେ । ଉଭୟେ କୋପେନହେଗନ କ୍ୟାଥେଡ୍ରାଲରେ ବିବାହ କରିଥିଲେ । ଡେନମାର୍କର ପ୍ରିନ୍ସ ଫ୍ରେଡେରିକ୍ ଏବଂ ମେରିଙ୍କର ବର୍ତ୍ତମାନ ଚାରି ସନ୍ତାନ ଅଛନ୍ତି । ୧୮ ବର୍ଷ ବୟସ୍କା ପ୍ରିନ୍ସ ଖ୍ରୀଷ୍ଟିଆନ ଜ୍ୟେଷ୍ଠ ଏବଂ ଭବିଷ୍ୟତରେ ଡେନମାର୍କର ରାଜା ହେବେ । ଇସାବେଲା ନାମକ ଏହି ଦମ୍ପତିଙ୍କର ୧୬ ବର୍ଷର ଜଣେ ଝିଅ ଅଛି । ଏହି ଦୁଇ ସନ୍ତାନ ବ୍ୟତୀତ ଆଉ ଦୁଇଜଣ ପିଲା ଅଛନ୍ତି ଯେଉଁମାନେ ଯାଆଁଳା ଜନ୍ମ ହୋଇଥିଲେ ।

The post ଡେନମାର୍କର ରାଣୀ ହେବାକୁ ଯାଉଥିବା ମହିଳାଙ୍କ କାହାଣୀ ଯିଏ ବାରରେ ପ୍ରିନ୍ସଙ୍କୁ ଭେଟିଥିଲେ । first appeared on Kanak News.

from Kanak News
via <a href="https://ifttt.com/?

୩୩ ବର୍ଷ ପୂର୍ବରୁ କରିଥିଲେ ରାମ ମନ୍ଦିର ନିର୍ମାଣ ଭବିଷ୍ୟବାଣୀ । ଏବେ ଦେବରହା ବାବାଙ୍କ ଆଶ୍ରମରେ ପହଞ୍ଚିଲା ପ୍ରାଣ ପ୍ରତିଷ୍ଠାର ନିମନ୍ତ୍ରଣ ପତ୍ର ।

କନକ ବ୍ୟୁରୋ: ଅଯୋଧ୍ୟାରେ ପ୍ରାଣପ୍ରତିଷ୍ଠା ଉତ୍ସବ ଏବେ ଜୋରସୋରରେ ଜାରି ରହିଛି । ରାମ ମନ୍ଦିର ଟ୍ରଷ୍ଟ ତରଫରୁ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବା ପାଇଁ ଏବେ ନିମନ୍ତ୍ରଣ ପତ୍ର ବଣ୍ଟାଚାଲିଛି । ତେବେ ଏହି କ୍ରମରେ ୟୁପିର ଦେବରିୟା ଜିଲ୍ଲାରେ ସ୍ଥିତ ବ୍ରହ୍ମଋଷି ଦେବରହା ବାବା ଆଶ୍ରମର ମହନ୍ତଙ୍କୁ ମଧ୍ୟ ପଠାଯାଇଛି ନିମନ୍ତ୍ରଣ ପତ୍ର ।

ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବର ନିମନ୍ତ୍ରଣ ପାଇବା ପରେ ମହନ୍ତ ଶ୍ୟାମ ସୁନ୍ଦର ଦାସ ମହାରାଜ ଉତ୍ସାହିତ ଅଛନ୍ତି । ସେ କହିଛନ୍ତି ଯେ, ଯେଉଁ ମହାପୁରୁଷଙ୍କ ପାଇଁ ମନ୍ଦିର ନିର୍ମାଣ ହେଲା, ଏବେ ସେଠାରେ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି । ତେବେ ନିମନ୍ତ୍ରଣ ପତ୍ର ପାଇବା ସୌଭାଗ୍ୟର ବିଷୟ ଏବଂ ସେ ନିଶ୍ଚୟ ଅଯୋଧ୍ୟା ଯିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି ।

ମହନ୍ତ ଶ୍ୟାମ ସୁନ୍ଦର ଦାସ ସୂଚନା ଦେଇ କହିଛନ୍ତି ଯେ, ମନ୍ଦିର ନିର୍ମାଣ ସମ୍ପର୍କରେ ପାଖାପାଖି ୩୩ ବର୍ଷ ପୂର୍ବରୁ ଦେବରହା ବାବା ଭବିଷ୍ୟବାଣୀ କରିଥିଲେ । ଆରଏସଏସ ଏବଂ ବିଶ୍ୱ ହିନ୍ଦୁ ପରିଷଦର ନେତାଙ୍କ ସମ୍ମୁଖରେ ଏହି ଭବିଷ୍ୟବାଣୀ କରିଥିଲେ ଦେବରହା ବାବା । ସେତବେଳେ ଆଲ୍ଲାବାଦରେ ରାମ ଜନ୍ମଭୂମିକୁ ନେଇ ସଭା ଅନୁଷ୍ଠିତ ହେଇଥିଲା, ଏହି ସଭାରେ ଶଙ୍କରାଚାଯ୍ୟ ମଧ୍ୟ ଉପସ୍ଥିତ ଥିଲେ । ଆଉ ସମସ୍ତଙ୍କର ଉପସ୍ଥିତିରେ ବାବା ଦେବରହା ମନ୍ଦିର ନିର୍ମାଣର ମନୋକାମନା ଅବଶ୍ୟ ପୂର୍ଣ୍ଣ ହେବ ବୋଲି କହିବା ସହିତ ହିନ୍ଦୁ-ମୁସଲିମ୍ ସବୁ ଲୋକ ମିଶି ଏହି କାମ ପୂର୍ଣ୍ଣ କରିବେ ବୋଲି ଭବିଷ୍ୟବାଣୀ କରିଥିଲେ ।

ଦେବରହା ଆଶ୍ରମର ବର୍ତ୍ତମାନର ମହନ୍ତଙ୍କ କହିବା କଥା, ସରକାର ଏ ଦିଗରେ ଭଲ କାମ କରୁଛନ୍ତି । ଭାରତୀୟ ସଂସ୍କୃତି ଏବେ ଶିଖର ଛୁଉଁଛି । ତେବେ ରାମ ମନ୍ଦିର ଆନ୍ଦୋଳନ ସମୟରେ ବାବା ଦେବରହା ଦେହତ୍ୟାଗ କରିଥିଲେ । ହେଲେ ସେ କରିଥିବା ଭବିଷ୍ୟବାଣୀ ଆଜି ସତ ହେବାକୁ ଯାଉଛି ବୋଲି କହିଛନ୍ତି ମଠର ମହନ୍ତ ଶ୍ୟାମ ସୁନ୍ଦର ଦାସ ।

The post ୩୩ ବର୍ଷ ପୂର୍ବରୁ କରିଥିଲେ ରାମ ମନ୍ଦିର ନିର୍ମାଣ ଭବିଷ୍ୟବାଣୀ । ଏବେ ଦେବରହା ବାବାଙ୍କ ଆଶ୍ରମରେ ପହଞ୍ଚିଲା ପ୍ରାଣ ପ୍ରତିଷ୍ଠାର ନିମନ୍ତ୍ରଣ ପତ୍ର । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started