ବିଜେପିରେ ଏଣିକି ସହଜରେ ମିଳିବନି ଏଣ୍ଟ୍ରି: ଭଲ ଖରାପ ନେତା ବାଛିବ ବିଜେପିର ନୂଆ ସ୍କ୍ରିନିଂ କମିଟି

କନକ ବ୍ୟୁରୋ: ବିଜେପି ଗଠନ କଲା ନୂଆ କମିଟି । ଏହି କମିଟିର ମୁଖ୍ୟ କାମ ରହିବ ଭଲ ଓ ଖରାପ ନେତା ବାଛିବା । ମିଳିଥିବା ସୂଚନା ଅନୁସାରେ ପୂର୍ବ ଦଳ ଛାଡି ଯେଉଁ ଚେହେରା ବିଜେପିରେ ସାମିଲ ହେବାକୁ ଚାହିଁବେ ସେମାନଙ୍କ ବିଷୟରେ ସବିଶେଷ ତଥ୍ୟ ଯୋଗାଡ ସହ ସେମାନଙ୍କୁ ଏଟ୍ରିଂ ଟିକେଟ ମିଳିବ ନା ନାହିଁ ସେକଥା କମିଟି ସ୍ଥିର କରିବ । କହିବାକୁ ଗଲେ ଅନ୍ୟ ଦଳର ନେତାଙ୍କ ଗୁଣ ଚିହ୍ନିବା ରହିବ ସମିତିର ପ୍ରମୁଖ କାମ ରହିବ । ଗଠନ ହୋଇଥିବା କମିଟିର ପ୍ରଥମ ବୈଠକ ଜାନୁଆରୀ ୬ରେ ବସିବ । କୁହାଯାଉଛି ନିର୍ବାଚନ ପରେ କିମ୍ବା ସଙ୍କଟ ସମୟରେ ଅନ୍ୟଦଳରୁ ବିଜେପିକୁ ଆସିଥିବା ନେତା ଯେମିତି କୌଣସି ସମସ୍ୟା ନକରନ୍ତି ଏହା ଉପରେ ଅଧିକ ଫୋକସ କରାଯିବ । ଏଥିସହ ଯିଏ ବିନା ସର୍ତରେ ଓ ବିଜେପି ଆଦର୍ଶ ମାନିବାକୁ ପ୍ରସ୍ୁତ ହେବେ ସେମାନଙ୍କୁ ପ୍ରାଧାନ୍ୟ ଦିଆଯିବ । ଆଗକୁ ସାଧାରଣ ନିର୍ବାଚନ । ପ୍ରତିଥର ପରି ଏଥରକ ମଧ୍ୟ ନେତାମାନଙ୍କ ଦଳ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହେବ । ଏହାକୁ ଦୃଷ୍ଟିରେ ରଖି ବିଜେପି କମିଟି ଗଠନ କରିଛି । ମଙ୍ଗଳବାର ଦିଲ୍ଲୀରେ ବସିଥିବା ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏଥିସହ ବୈଠକରେ ଏକଥା ମଧ୍ୟ ଆଲୋଚନା କରାଯାଇଛି ଯେ ନିର୍ବାଚନ ପ୍ରଚାର ବେଳେ କେଉଁଠି କେତେ ରାଲି ହେବ । କେଉଁ ନେତା କେଉଁ ରାଜ୍ୟକୁ ଯିବେ? କେଉଁ ନିର୍ବାଚନୀ ମଣ୍ଡଳୀ ଉପରେ ଅଧିକ ଫୋକସ କରାଯିବ ।

The post ବିଜେପିରେ ଏଣିକି ସହଜରେ ମିଳିବନି ଏଣ୍ଟ୍ରି: ଭଲ ଖରାପ ନେତା ବାଛିବ ବିଜେପିର ନୂଆ ସ୍କ୍ରିନିଂ କମିଟି first appeared on Kanak News.

from Kanak News
via <a href="https://ifttt.com/?

ପୁଣି ଅଶାନ୍ତ ହେଲା ମଣିପୁର । ଆତଙ୍କୀଙ୍କ ଗୁଳିରେ ୪ ପୋଲିସ୍ କର୍ମଚାରୀ, ଜଣେ ବିଏସଏଫ୍ ଯବାନ ଆହତ ।

କନକ ବ୍ୟୁରୋ: ପୁଣି ଅଶାନ୍ତ ହୋଇଛି ମଣିପୁର, ଆତଙ୍କବାଦୀଙ୍କ ଗୁଳିରେ ୪ଜଣ ପୋଲିସ କର୍ମଚାରୀଙ୍କ ସହ ଜଣେ ବିଏସଏଫ ଯବାନ ଆହତ ହୋଇଛନ୍ତି । ସୋମବାର ଅଜଣା ଶସ୍ତ୍ରଧାରୀ ଏବଂ ସ୍ଥାନୀୟ ଲୋକଙ୍କ ସଂଘର୍ଷ ଯୋଗୁ ୪ଜଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା । ପରେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହେବାରୁ ସରକାର ଇମ୍ଫାଲ ଘାଟିରେ କର୍ଫ୍ୟୁ ଜାରି କରିଥିବା ବେଳେ ଏଭଳି ଅଘଟଣ ଘଟିଛି । ଉପଦ୍ରବୀ ମାନେ ପୋଲିସ ଗାଡି ଉପରକୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୪ଜଣ ପୋଲିସ ଅଧିକାରୀ ଏବଂ ଜଣେ ବିଏସଏଫ ଯବାନ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ସ୍ଥାନୀୟ ଆସାମ ରାଇଫଲ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ କିଛି ଦିନର ବ୍ୟବଧାନ ପରେ ମଣିପୁରରେ ହିଂସାତ୍ମକ ସ୍ଥିତି ଫେରିଥିବା ବେଳେ ଶାନ୍ତି ବଜାୟ ରଖିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ।

The post ପୁଣି ଅଶାନ୍ତ ହେଲା ମଣିପୁର । ଆତଙ୍କୀଙ୍କ ଗୁଳିରେ ୪ ପୋଲିସ୍ କର୍ମଚାରୀ, ଜଣେ ବିଏସଏଫ୍ ଯବାନ ଆହତ । first appeared on Kanak News.

from Kanak News
via <a href="https://ifttt.com/?

ଜାପାନରେ ଭୂମିକମ୍ପ ଜନିତ ମୃତ୍ୟୁସଂଖ୍ୟା ୫୦କୁ ବୃଦ୍ଧି । ଏବେ ବି ଫସିରହିଛନ୍ତି ଏକାଧିକ ଲୋକ ।

କନକ ବ୍ୟୁରୋ: ଜାପାନରେ ଭୂମିକମ୍ପ ଜନିତ ମୃତ୍ୟୁ ସଂଖ୍ୟା ୫୦କୁ ବୃଦ୍ଧି । ବିଭିନ୍ନ ସ୍ଥାନରେ ବଡ଼ ବଡ଼ କୋଠା ଭୁଶୁଡି ପଡିଥିବା ବେଳେ ଏବେ ବି ଅନେକ ଲୋକ ଫସି ରହିଥିବା ଆଶଙ୍କା । ରେସ୍କ୍ୟୁ ଟିମ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ସାମ୍ନାକୁ ଆସୁଛି ଦୃଦୟ ବିଦାରକ ଦୃଶ୍ୟ । ତେବେ ନୂଆବର୍ଷ ଅବସରରେ ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି ଜାପାନରେ ଆସିଥିବା ଭୂମିକମ୍ପ । ହଜାର ହଜାର ଘର ଭୁଶୁଡି ପଡିଥିବା ବେଳେ ଭୂମିକମ୍ପ ପରେ ଆସିଥିବା ସୁନାମୀରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି । ୱାଜିମା, କାନା-ୱାଜା ଓ ଟୋ-ୟୋମା ଆଦି ସ୍ଥାନରେ ସମୁଦ୍ର ସ୍ଥଳଭାଗକୁ ମାଡ଼ି ଆସିବା ସହିତ ଘରଦ୍ୱାର ଭସାଇ ନେଇଥିବା ଦେଖିବାକୁ ମିଳିଛି । ଲୋକେ ଏବେ ଭୟଭୀତ ଅବସ୍ଥାରେ ଜୀବନ ବିତାଉଛନ୍ତି । ଭୂମିକମ୍ପ ଯୋଗୁଁ ଉତ୍ତର କୋରିଆ, ଦକ୍ଷିଣ କୋରିଆ ଏବଂ ଋଷିଆର ପୂର୍ବାଞ୍ଚଳରେ ଥିବା ବ୍ଲାଡି-ଭୋଷ୍ଟକ ଏବଂ ନା-ଖୋଡକା ସହରରେ ମଧ୍ୟ ସୁନାମୀ ସତର୍କତା ଜାରି କରାଯାଇଛି ।

The post ଜାପାନରେ ଭୂମିକମ୍ପ ଜନିତ ମୃତ୍ୟୁସଂଖ୍ୟା ୫୦କୁ ବୃଦ୍ଧି । ଏବେ ବି ଫସିରହିଛନ୍ତି ଏକାଧିକ ଲୋକ । first appeared on Kanak News.

from Kanak News
via <a href="https://ifttt.com/?

ଇସ୍ତଫା ଦେଇପାରନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ: ହେମନ୍ତଙ୍କ ପତ୍ନୀ କଳ୍ପନା ସୋରେନ ହୋଇପାରନ୍ତି ନୂଆ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ: ଝାଡ଼ଖଣ୍ଡ ରାଜନୀତିରେ ହାଇଭୋଲଟେଜ୍ ଡ୍ରାମା । ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପଦ ଏବେ ସଙ୍କଟରେ । ୭ଥର ସମନ ସତ୍ୱେ ଇଡି ନିକଟରେ ହାଜର ନହେବା ପରେ ସୋରେନଙ୍କୁ ଘାରିଛି ଗିରଫ ଭୟ । ଏହା ଭିତରେ ସେଫ ଜୋନରେ ଖେଳି ସମୟ ଥାଉ ଥାଉ ଶାସନର ରିମୋଟ କଂଟ୍ରୋଲ ପତ୍ନୀ କଳ୍ପନାଙ୍କୁ ଦେବାକୁ କୁଆଡେ ବିଚାର କରୁଛନ୍ତି ହେମନ୍ତ । ଚର୍ଚ୍ଚାକୁ ଜୋର କରିଛି ବିଧାୟକ ସର୍ଫରାଜ ମହମଦଙ୍କ ଇସ୍ତଫା । ସେପଟେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ସୋସିଆଲ ମିଡିଆ ପୋଷ୍ଟ ଖବରକୁ ଅଧିକ ଜୋରଦାର କରିଛି । ଏହା ଭିତରେ ବଡ ସୂଚନା । ଜାନୁଆୀ ୩ ତାରିଖରେ ବିଧାୟକ ଦଳ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ସୋରେନ ।

କିଛି ଘଂଟା ମଧ୍ୟରେ ଝାଡ଼ଖଣ୍ଡ ରାଜନୀତିରେ ବଡ ଧରଣର ପରିବର୍ତନ ହୋଇପାରେ । ମୁଖ୍ୟମନ୍ତ୍ରୀ ପଦ ଛାଡିପାରନ୍ତି ହେମନ୍ତ ସୋରେନ । ଏହି ଚର୍ଚ୍ଚା ଆରମ୍ଭ ହୋଇଛି ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟରୁ । ପୋଷ୍ଟରେ ସେ ଉଲ୍ଲେଖ କରିଛନ୍ତି ଯେ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ବିଧାୟକ ସର୍ଫରାଜ ଅହମଦ ଇସ୍ତଫା ଦେବା ପରେ ବ୍ୟକ୍ତିଗତ କାରଣ ଦର୍ଶାଇ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦ ଛାଡିପାରନ୍ତି ଏବଂ ଆଗକୁ ପତ୍ନୀ କଳ୍ପନା ସୋରେନ୍ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ନିଶିକାନ୍ତ ଦୁବେଙ୍କ ଏହି ସୋସିଆଲ ମିଡିଆ ପୋଷ୍ଟକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇ ଯାଇଛି । ହେମନ୍ତ ସୋରେନ୍ ନିଜେ ପଦ ଛାଡି ପତ୍ନୀଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇ ପାରନ୍ତି ବୋଲି ପୁଣିଥରେ ଚର୍ଚ୍ଚା ଜୋର ଧରିଛି ।

ଯେବେଠୁ ହେମନ୍ତ ସୋରେନ ଇଡି ଜାଲରେ ଫସିଛନ୍ତି ସେବେଠୁ ପତ୍ନୀ କଳ୍ପନା ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ତେବେ ବିଧାୟକ ସର୍ଫରାଜ ଅହମଦ ଇସ୍ତଫା ଦେବା ପରେ ପୁଣିଥରେ ଏହି ପ୍ରସଙ୍ଗ ମୁଣ୍ଡ ଟେକିଛି ।

ଓଡ଼ିଶା ମୟୂରଭଞ୍ଜର ଝିଅ କଳ୍ପନା ସୋରେନ୍ ୨୦୦୬ ମସିହାରେ ହେମନ୍ତ ସୋରେନଙ୍କୁ ବିବାହ କରିଥିଲେ । ପେସାରେ କଳ୍ପନା ଜଣେ ବ୍ୟବସାୟୀ, ରାଜନୀତିରେ ଦୁରେଇ ରହିଥିଲେ ମଧ୍ୟ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସକ୍ରିୟ ଅଛନ୍ତି । ହେମନ୍ତ ସୋରେନଙ୍କୁ ବିବାହ କରିବା ପରେ ରାଜନୀତିକୁ ଅତି ନିକଟରୁ ଦେଖିଛନ୍ତି ଓ ବୁଝିଛନ୍ତି । ଆଉ ସ୍ୱାମୀ ଇଡି ଜାଲରେ ଫସିବା ପରେ ସ୍ୱାମୀଙ୍କ ସ୍ଥାନରେ କଳ୍ପନା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି କୁହାଯାଉଛି ।

ବିହାରରେ ଲାଲୁ ଯାଦାବ ବିବାଦରେ ଛନ୍ଦି ହେବା ପରେ, ରାବଡି ଦେବୀଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇଥିଲେ । ଆଉ ଝାରଖଣ୍ଡରେ ଏହାର ପୁନରାବୃତି କରପାରନ୍ତି ହେମନ୍ତ ସୋରେନ । ପତ୍ନୀ କଳ୍ପନାଙ୍କୁ ମୁଖ୍ୟମନ୍ତ୍ରୀ କରି ଶାସନର ରିମୋଟ କଂଟ୍ରୋଲ ନିଜ ପାଖରେ ରଖିପାରନ୍ତି ।

ଇଡି ମାମଲାରେ ଛନ୍ଦି ହୋଇଥିବା ହେମନ୍ତଙ୍କୁ ଗିରଫ ଭୟ ଘାରିଛି । ରାଂଚି ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କୁ ବାରମ୍ବାଇ ଇଡି ସମନ ମିଳିବା ସତ୍ୱେ ସେ ହାଜର ହେଉନାହାଁନ୍ତି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ତାଙ୍କୁ ଟାର୍ଗେଟ କରାଯିବା ଆଶଙ୍କା ଭିତରେ ସଙ୍କଟ ମଧ୍ୟ ବଢ଼ୁଛି । ତେଣୁ ହାତରେ ସମୟ ଥାଉ ଥାଉ ସୋରେନ ସେଫ ଜୋନରେ ଗେମ୍ ଖେଳି ପଦରୁ ଇସ୍ତଫା ଦେବେ ଓ ତାଙ୍କ ସ୍ଥାନରେ କଳ୍ପନା ଦାୟିତ୍ୱ ନେବା ସମ୍ଭାବନା ଅଧିକ ହୋଇଛି । କଳ୍ପନାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ହେମନ୍ତ କ୍ଷମତାର ଚାବିକୁ ପାଖରେ ରଖିବାକୁ ପସନ୍ଦ କରିବେ ବୋଲି କୁହାଯାଉଛି । ଯଦି କଳ୍ପନା ମୁଖ୍ୟମନ୍ତ୍ରୀ ହୁଅନ୍ତି, ତେବେ ମୟୁରଭଂଜର ଝିଅ ପାଲଟିବେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ।

The post ଇସ୍ତଫା ଦେଇପାରନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ: ହେମନ୍ତଙ୍କ ପତ୍ନୀ କଳ୍ପନା ସୋରେନ ହୋଇପାରନ୍ତି ନୂଆ ମୁଖ୍ୟମନ୍ତ୍ରୀ first appeared on Kanak News.

from Kanak News
via <a href="https://ifttt.com/?

ଚୂଡ଼ାନ୍ତ ହେଲା ରାମଲଲ୍ଲାଙ୍କ ବିଗ୍ରହ । ଗର୍ଭଗୃହରେ ସ୍ଥାପନ ହେବ ଅରୁଣ ଯୋଗୀଙ୍କ ହାତ ତିଆରି ମୂର୍ତ୍ତି ।

କନକ ବ୍ୟୁରୋ: ଚୂଡ଼ାନ୍ତ ହେଲା ରାମଲଲ୍ଲାଙ୍କ ବିଗ୍ରହ । ଅଯୋଧ୍ୟାର ଗର୍ଭଗୃହରେ ସ୍ଥାପନ ହେବ କର୍ଣ୍ଣାଟକ ମୂର୍ତ୍ତି କାରିଗର ଅରୁଣ ଯୋଗୀଙ୍କ ହାତ ତିଆରି ମୂର୍ତ୍ତି । ମତଦାନ ସହ ଅରୁଣ ଗଢ଼ିଥିବା ୫୧ ଇଞ୍ଚର ରାମଲଲ୍ଲାଙ୍କ ମୂୂର୍ତ୍ତିରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ମୋହର ମାରିଛି ।

  • ଚୂଡ଼ାନ୍ତ ହେଲା ରାମଲଲାଙ୍କ ଦିବ୍ୟ ବିଗ୍ରହ
  • କର୍ଣ୍ଣାଟକ ସ୍ଥପତିଙ୍କ ମୂର୍ତ୍ତି ଉପରେ ମୋହର

ଜାନୁଆରୀ ୨୨ରେ ଅଯୋଧ୍ୟାର ଭବ୍ୟ ଶ୍ରୀରାମ ମନ୍ଦିରରେ ହେବ ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ବାଳକ ରୂପ ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା । ଏନେଇ ଶୁଭମୁହୁର୍ତ୍ତ ବି ଧାର୍ଯ୍ୟ ହୋଇସାରିଛି । ତେବେ ଯେଉଁ ସମୟକୁ ଅପେକ୍ଷା କରାଯାଇଥିଲା ସେହି ସମୟ ମଧ୍ୟ ଆସିଛି । ଚୂଡାନ୍ତ ହୋଇଛି ରାମଲଲ୍ଲାଙ୍କ ଦିବ୍ୟ ବିଗ୍ରହ । କର୍ଣ୍ଣାଟକ ମହୀଶୂରର ପ୍ରସିଦ୍ଧ ସ୍ଥପତି ଅରୁଣ ଯୋଗୀରାଜଙ୍କ ହାତ ତିଆର ମୂର୍ତ୍ତି ଗର୍ଭଗୃହରେ ପ୍ରତିଷ୍ଠା କରାଯିବ । ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୋସିଆଲ ମିଡିଆ ସାଇଟ ଏକ୍ସରେ ସୂଚନା ଦେଇଛନ୍ତି ।

୫ବର୍ଷୀୟ ରାମଲଲ୍ଲାଙ୍କ ୩ଟି ବିଗ୍ରହ ନିର୍ମିତ ହୋଇଥିବେଳେ ଅରୁଣ ଯୋଗୀରାଜଙ୍କ ମୂର୍ତ୍ତିକୁ ବଛାଯାଇଛି । ତାଙ୍କ ହାତ ତିଆରି ମୂର୍ତ୍ତି ଗର୍ଭଗୃହରେ ସ୍ଥାପନ କରାଯିବ । ଜାନୁଆରୀ ୫ ତାରିଖରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଔପଚାରିକ ଘୋଷଣା କରାଯିବ । ତେବେ ଆସନ୍ତୁ ଜାଣିବା କିଏ ସେ ଭାଗ୍ୟଶାଳୀ ଅରୁଣ ଯୋଗୀରାଜ ଯାହାଙ୍କ ହାତ ତିଆରି ମୂର୍ତ୍ତି ରାମଲଲ୍ଲାଙ୍କ ବିଗ୍ରହ ଭାବେ ଅଯୋଧ୍ୟା ଗର୍ଭଗୃହରେ ପୂଜା ପାଇବ ।

  • ଅରୁଣ ଯୋଗୀରାଜ କର୍ଣ୍ଣାଟକର ପ୍ରସିଦ୍ଧ ମୂର୍ତ୍ତିକାର ଅଟନ୍ତି
  • ପ୍ରସିଦ୍ଧ ମୂର୍ତ୍ତିକାର ଯୋଗୀରାଜଙ୍କ ପୁଅ ଅରୁଣ ଯୋଗୀରାଜ
  • ଅରୁଣଙ୍କ ଜେଜେ ବାପା ମହୀଶୂର ରାଜବଂଶ ପାଇଁ ମୂର୍ତ୍ତି ନିର୍ମାଣ କରୁଥିଲେ
  • ୫ ପିଢ଼ିଧରି ମୂର୍ତ୍ତି ନିର୍ମାଣ କରି ଆସୁଛି ପରିବାର
  • ମହୀଶୂର ବିଶ୍ୱବିଦ୍ୟାଳୟରୁ ଏମବିଏ ଡିଗ୍ରୀ ହାସଲ କରିଛନ୍ତି ଅରୁଣ
  • ସୁଭାଷ ଚନ୍ଦ୍ର ବୋଷଙ୍କ ୩୦ ଫୁଟ୍ ଉଚ୍ଚ ମୂର୍ତ୍ତି ନିର୍ମାଣ କରିଛନ୍ତି
  • ନେତାଜୀଙ୍କ ଏହି ପ୍ରତିମା ଅମର ଯବାନ ଜ୍ୟୋତିରେ ସ୍ଥାପିତ
  • କେଦାରନାଥରେ ସ୍ଥାପିତ ୧୨ ଫୁଟ ଉଚ୍ଚର ଆଦି ଶଙ୍କରାଚାର୍ଯ୍ୟ ମୂର୍ତ୍ତି ନିର୍ମାଣ କରିଛନ୍ତି
  • ମହୀଶୂରରେ ପ୍ରସିଦ୍ଧ ୧୨ଫୁଟ ଉଚ୍ଚର ହନୁମାନ ମୂର୍ତ୍ତି ନିର୍ମାଣ କରି ଚର୍ଚ୍ଚାକୁ ଆସିଥିଲେ

ଅରୁଣଙ୍କ ମୂର୍ତ୍ତିର୍ ଉପରେ ମୋହର ବାଜିବା ପରେ ପରିବାର, ସର୍ମ୍ପକୀୟ ତଥା ପୂରା କର୍ଣ୍ଣାଟକରେ ଖୁସିର ଲହରି ଖେଳିଯାଇଛି । ଅଯୋଧ୍ୟାରେ ଜାନୁଆରୀ ୧୬ରୁ କାର୍ଯ୍ୟକ୍ରମ ଆରମ୍ଭ ହେବ । ୭ଦିନ ଧରି ଚାଲିବାକୁ ଥିବା କାର୍ଯ୍ୟକ୍ରମର ଶେଷ ଦିନ ଅର୍ଥାତ ୨୨ ତାରିଖରେ ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା କରାଯିବ । ଏଥିପାଇଁ ଦେଶର ବିଭିନ୍ନ ସ୍ଥାନରୁ ବିଶେଷ ଅତିଥିଙ୍କୁ ନିମନ୍ତ୍ରଣ ଦିଆଯାଇଛି । ପ୍ରାୟ ୬ହଜାର ଭିଆଇପି ଅତିଥି ପହଞ୍ଚିବେ । ତେଣୁ ଅଯୋଧ୍ୟାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

The post ଚୂଡ଼ାନ୍ତ ହେଲା ରାମଲଲ୍ଲାଙ୍କ ବିଗ୍ରହ । ଗର୍ଭଗୃହରେ ସ୍ଥାପନ ହେବ ଅରୁଣ ଯୋଗୀଙ୍କ ହାତ ତିଆରି ମୂର୍ତ୍ତି । first appeared on Kanak News.

from Kanak News
via <a href="https://ifttt.com/?

ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରସଙ୍ଗ । ପୂର୍ଣ୍ଣଛେଦ ଟାଣିଲେ କେନ୍ଦ୍ରମନ୍ତ୍ରୀ । ଏପରି କହିଲେ ଅର୍ଜୁନ ରାମ ମେଘୱାଲ

କନକ ବ୍ୟୁରୋ: ୨୦୨୨ ଶେଷ ବେଳକୁ ତୀବ୍ର ହୋଇଥିଲା ବିଭିନ୍ନ ଓକିଲ ସଂଘର ଆନ୍ଦୋଳନ । କହିବାକୁ ଗଲେ ଓଡି଼ଶାରେ ହାଇକୋର୍ଟଙ୍କ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ପାଇଁ ଚାଲିଆସିଥିବା ପ୍ରାୟ ୫୦ ବର୍ଷର ଆନ୍ଦୋଳନରେ ପୂର୍ଣ୍ଣାହୁତି ପଡିଥିଲା । କାରଣର ଓକିଲଙ୍କ ଆନ୍ଦୋଳନରେ କ୍ଷୁବ୍ଧ ହୋଇଥିଲେ ସୁପ୍ରିମକୋର୍ଟ । ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠାର ପ୍ରଶ୍ନ ଉଠୁନାହିଁ ବୋଲି ରୋକଠୋକ ଶୁଣାଇ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ସେତେବେଳେ କୋର୍ଟ ଯାହା କହିଥିଲେ ଠିକ ସେହି କଥାକୁ ଦୋହରାଇଛନ୍ତି କେନ୍ଦ୍ର ଆଇନ ରାଷ୍ଟ୍ରମନ୍ତ୍ରୀ । ଓଡିଶା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି…

  • ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠାର ଆବଶ୍ୟକତା ନାହିଁ
  • ଯେହେତୁ ରାଜ୍ୟରେ ଇ-କୋର୍ଟ ବ୍ୟବସ୍ଥାର ଆରମ୍ଭ ହେଲାଣି
  • ଭର୍ଚ୍ଚୁଆଲରେ ସମସ୍ତ ସୁବିଧା ମିଳୁଥିବାରୁ ଏହା ହାଇକୋର୍ଟ ବେଞ୍ଚ୍ ସହ ସମାନ
  • ଇ-କୋର୍ଟ ବ୍ୟବସ୍ଥାରେ ଓଡି଼ଶା ଅନ୍ୟ ରାଜ୍ୟ ତୁଳନାରେ ଆଗରେ ରହିଛି

ଓଡ଼ିଶା ହାଇକୋର୍ଟ ବେଞ୍ଚ୍ ସ୍ଥାପନ ଉପରେ ସୁପ୍ରିମକୋର୍ଟଙ୍କ ନାଲିଗାର ପରେ, ସମସ୍ତଙ୍କର ନଜର ଥିଲା, ଏହି ଦାବି କେଉଁ ରୂପରେ ସାମ୍ନାକୁ ଆସିବ । ଆଇନଜୀବି-ହାଇକୋର୍ଟ-ସୁପ୍ରିମକୋର୍ଟ ଏହି ୩ଟି ବିନ୍ଦୁରେ ପ୍ରାୟ ୫୦ ବର୍ଷ ଧରି ଘୁରି ବୁଲୁଥିବା ଏହି ଆନ୍ଦୋଳନରେ ଧସେଇ ପଶିଥିଲା ରାଜନୀତି । ସେତେବେଳେ ସୁରେଶ ପୂଜାରୀଙ୍କ ନେତୃତ୍ୱରେ ବିଜେପି ସାଂସଦମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ ।

ହାଇକୋର୍ଟ ବେଞ୍ଚ୍ ସ୍ଥାପନ ନେଇ କେନ୍ଦ୍ର ଆଇନମନ୍ତ୍ରୀ ସମସ୍ତ ସହଯୋଗ କରିବାକୁ ରାଜି ଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଅନାଗ୍ରହ ଯୋଗୁଁ ସମସ୍ୟାର ସମାଧାନ ହୋଇପାରୁନାହିଁ । ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ସମ୍ବଲପୁରରେ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଲା ବୋଲି ବିଜେପି ସାଂସଦ ଅଭିଯୋଗ କରିଥିଲେ । ଏବେ କେନ୍ଦ୍ରମନ୍ତ୍ରୀଙ୍କ ବୟାନ ପରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ….

  • ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ନେଇ ଦାବି ସବୁବେଳେ ରହିଆସିଛି
  • ଆଶା କରୁଛୁ ଲକ୍ଷ ଲକ୍ଷ ପଶ୍ଚିମ ଓଡିଶାବାସୀଙ୍କ ଆକାଂକ୍ଷା ପୂରଣ କରିବ କେନ୍ଦ୍ର

ଅନ୍ୟପଟେ କେନ୍ଦ୍ରମନ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ତେବେ ସୁପ୍ରିମକୋର୍ଟଙ୍କ ଚରମବାଣୀ ପରେ ହାଇକୋର୍ଟ ବେଞ୍ଚ୍ ସ୍ଥାପନର କାହାଣୀ ଶେଷ ହୋଇଗଲା ପରି ମନେ ହେଉଥିଲା, କିନ୍ତୁ ନେତାଙ୍କ ବୟାନବାଜି ଭିତରେ ପୁଣିଥରେ ଚର୍ଚ୍ଚାର ପରିସରକୁ ଫେରିଛି ।

The post ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରସଙ୍ଗ । ପୂର୍ଣ୍ଣଛେଦ ଟାଣିଲେ କେନ୍ଦ୍ରମନ୍ତ୍ରୀ । ଏପରି କହିଲେ ଅର୍ଜୁନ ରାମ ମେଘୱାଲ first appeared on Kanak News.

from Kanak News
via <a href="https://ifttt.com/?

ଭଗବାନ ଭରସାରେ ୟୁନିଭରସିଟି ଲ’ କଲେଜ! ୬୦୦ ଛାତ୍ରଛାତ୍ରୀଙ୍କୁ ଜଣେ ଅଧ୍ୟକ୍ଷ, ଜଣେ ଅଧ୍ୟାପକ

କନକ ବ୍ୟୁରୋ: ଉତ୍କଳ ବିଶ୍ୱବିଦ୍ୟାଳୟ ଲ’ କଲେଜର ବିବାଦ ପିଛା ଛାଡିବାର ନାଁ ଧରୁନାହିଁ । ଗୋଟିଏ ପରେ ଗୋଟିଏ ବିବାଦରେ ଛନ୍ଦି ହୋଇଯାଉଛି ଏହି ପ୍ରତିଷ୍ଠିତ ଆଇନ ମହାବିଦ୍ୟାଳୟ । କିଛି ଦିନ ତଳେ ବାର କାଉନସିଲ ଅଫ ଇଣ୍ଡିଆର ଅନୁମୋଦନ ନଥିବାରୁ ଚର୍ଚ୍ଚାରେ ଥିଲା କଲେଜ । ଯେଉଁଥିପାଇଁ ଜଣେ ବିହାର ଛାତ୍ର ଆଇନ ଡିଗ୍ରୀ ପାଇ ମଧ୍ୟ ବିହାର ବାର କାଉନ୍ସିଲରେ ଓକିଲାତି ଲାଇସେନ୍ସ ମିଳୁନଥିବା ଅଭିଯୋଗ କରିଥିଲେ । ଆଉ ଏବେ ଅଧ୍ୟାପକ ଅଭାବ ନେଇ ପୁଣି ଥରେ ଚର୍ଚ୍ଚାରେ ଉକ୍ରଳ ବିଶ୍ୱବିଦ୍ୟାଳୟ ଲ’ କଲେଜ । ଦୁଇଟି ସେଲ୍ଫ ଫାଇନାନ୍ସ କୋର୍ସ ଏବଂ ୩ ବର୍ଷିଆ ଏଲଏଲବି କୋର୍ସ ଲାଗି କଲେଜରେ ମୋଟ ୬୦୦ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ହେଲେ ଜଣେ ମାତ୍ର ଅଧ୍ୟାପକ ଅଛନ୍ତି ଏବଂ ଅତିଥି ଅଧ୍ୟାପକଙ୍କୁ ନେଇ କଲେଜ ଚାଲିଥିବା ସ୍ୱୀକାର କରିଛନ୍ତି କଲେଜର ଅଧ୍ୟକ୍ଷ ।

ମଧୁସୂଦନ ଲ’ ବିଶ୍ୱବିଦ୍ୟାଳୟରେ ଉତ୍କଳ ଅଧ୍ୟାପକ
ଅଧ୍ୟାପକଙ୍କୁ ଛାଡିବାକୁ ନାରାଜ୍ ଏମଏସ କର୍ତୃପକ୍ଷ
ୟୁଜିସି ନିୟମ ଅନୁଯାୟୀ,
– ୟୁନିଭରସିଟି ଲ’ କଲେଜରେ ୧୦ରୁ ୧୨ ଜଣ ଅଧ୍ୟାପକ ନିଯୁକ୍ତ ହେବାକଥା
– ରାଜ୍ୟ ସରକାର ୫ ଅଧ୍ୟାପକ ଓ ଜଣେ ଅଧ୍ୟକ୍ଷଙ୍କୁ ମିଶାଇ ୬ଜଣଙ୍କୁ ଅନୁମୋଦନ କରିଛନ୍ତି
– ତେବେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ନିଯୁକ୍ତ ହୋଇ ଦରମା ନେଉଥିବା ୩ ଅଧ୍ୟାପକ ଏବେ ମଧୁସୂଦନ ଲ’ ବିଶ୍ୱବିଦ୍ୟାଳୟରେ ପାଠ ପଢାଉଛନ୍ତି
– ଏନେଇ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ବାରମ୍ବାର ନୋଟିସ କରାଯାଇଥିଲେ ମଧ୍ୟ ଅଧ୍ୟାପକଙ୍କୁ ଫେରାଇବାକୁ ଅମଙ୍ଗ ଏମଏସ ବିଶ୍ୱବିଦ୍ୟାଳୟ

ଉଚ୍ଚଶିକ୍ଷା ବିଭାଗ ୩ ଅଧ୍ୟାପକଙ୍କୁ ପୋଷ୍ଟିଂ କରିଛନ୍ତି । ମଧୁସୂଦନ ଆଇନ ବିଦ୍ୟାଳୟ, ବିଶ୍ୱବଦ୍ୟାଳୟ ହେବାପରେ ଛାତ୍ରଛାତ୍ରୀଙ୍କ ତୁଳନାରେ ଅଧ୍ୟାପକ ରହିଛନ୍ତି । ଯଦି ୩ ଅଧ୍ୟାପକଙ୍କୁ ଛଡାଯାଏ ବିଶ୍ୱବିଦ୍ୟାଳୟର ପାଠପଢାରେ ବ୍ୟାଘାତ ସୃଷ୍ଟି ହେବ ବୋଲି କହିଛନ୍ତି କୂଳସଚିବ ।

ରାଜ୍ୟର ଅନ୍ୟତମ ପୁରାତନ ଆଇନ ବିଦ୍ୟାଳୟ ହେଉଛି ୟୁନିଭରସିଟି ଲ କଲେଜ । ଆଶଙ୍କା କରାଯାଉଛି ଉଚ୍ଚଶିକ୍ଷା ବିଭାଗ ତୁରନ୍ତ ହସ୍ତକ୍ଷେପ ନକଲେ ଛାତ୍ରଛାତ୍ରୀ ଓ ଅଭିଭାବକ ଭିତରେ ଅସ୍ଥା ହରେଇବ ୟୁନିଭରସିଟି ଲ’ କଲେଜ ।

The post ଭଗବାନ ଭରସାରେ ୟୁନିଭରସିଟି ଲ’ କଲେଜ! ୬୦୦ ଛାତ୍ରଛାତ୍ରୀଙ୍କୁ ଜଣେ ଅଧ୍ୟକ୍ଷ, ଜଣେ ଅଧ୍ୟାପକ first appeared on Kanak News.

from Kanak News
via <a href="https://ifttt.com/?

ନୂଆ ବର୍ଷରୁ BSKY-ନବୀନ କାର୍ଡର ଶୁଭାରମ୍ଭ । ଜାଣନ୍ତୁ, କେମିତି କରିବେ ଆବେଦନ?

କନକ ବ୍ୟୁରୋ: ସମସ୍ତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ବିଏସକେୱାଇ୍-ନବୀନ କାର୍ଡର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଆସନ୍ତା ୬ ତାରିଖରୁ ଏହି କାର୍ଡର ପଞ୍ଜିକରଣ ଆରମ୍ଭ ହେବ । ପଞ୍ଚାୟତସ୍ତରରେ ଆସନ୍ତା ୧୬ ତାରିଖ ଯାଏଁ ଅନଲାଇନ୍ ମାଧ୍ୟମରେ ପଞ୍ଜିକରଣ କରିପାରିବେ । ତେବେ ଆସନ୍ତୁ ଜାଣିବା କିଭଳି ଏହାର ଆବଦେନ କରିବେ ଓ ଏହାର ପ୍ରକ୍ରିୟା କଣ ?

କିଏ ପାଇବେ ଯୋଜନାର ଲାଭ?

  • ସରକାରୀ କର୍ମଚାରୀ, ପେନସନଭୋଗୀ, ଅବସରପ୍ରାପ୍ତ କର୍ମଚାରୀ ଓ ଆୟକରଦାତାଙ୍କୁ ଏହି ଯୋଜନାରୁ ବାଦ ଦେଇ ଅନ୍ୟ ସମସ୍ତଙ୍କୁ ସାମିଲ କରାଯିବ
  • ଆସନ୍ତା ୬ ତାରିଖରୁ ଏହି କାର୍ଡର ପଞ୍ଜିକରଣ ଆରମ୍ଭ ହେବ
  • ପଞ୍ଚାୟତ ସ୍ତରରେ ଆସନ୍ତା ୧୬ ତାରିଖ ଯାଏଁ ଅନଲାଇନ୍ ପଞ୍ଜିକରଣ କରିପାରିବେ
  • ମେ’ ମାସ ୧ ତାରିଖରୁ ଏହି ଯୋଜନା ଉପଲବ୍ଧ ହେବ

କେମିତି କରିବେ ଆବେଦନ?

  • https://ift.tt/oMEZ8ms ଜରିଆରେ କରିବେ ଆବେଦନ
  • ପାଖରେ ରାସନକାର୍ଡ ନଥିଲେ ମଧ୍ୟ କାର୍ଡ ପାଇଁ ଆବେଦନ କରିପାରିବେ
  • ମୋ ସେବା କେନ୍ଦ୍ରରେ ବିନା ଦେୟରେ କରିପାରିବେ ଆବେଦନ
  • ଅଫଲାଇନ୍ ଦରଖାସ୍ତ ଗ୍ରହଣ କରାଯିବାର ବ୍ୟବସ୍ଥା ନାହିଁ
  • ସରକାରୀ ଚାକିରିଆ, ପେନସନଭୋଗୀ  ଓ ଆୟକରଦାତା ସୁବିଧା ପାଇପାରିବେ ନାହିଁ

ପଞ୍ଜିିକରଣ ପାଇଁ ଆବଶ୍ୟକ କାଗଜପତ୍ର

  • ପରିବାର ମୁଖ୍ୟଙ୍କ ନାଁରେ ପଞ୍ଜିିକରଣ ହେବା ଆବଶ୍ୟକ
  • ଦରଖାସ୍ତକାରୀଙ୍କ ପାଇଁ ଆଧାର ଭିତ୍ତିିକ ଇ-କେୱାଇସି ବାଧ୍ୟତାମୂଳକ
  • ୧୮ ବର୍ଷରୁ ଉର୍ଦ୍ଧ୍ୱ ସଦସ୍ୟମାନଙ୍କର ଭୋଟ୍ ପରିଚୟପତ୍ର ଥିବା ଆବଶ୍ୟକ
  • ଦରଖାସ୍ତକାରୀଙ୍କ ମୋବାଇଲ ନମ୍ବର ଆଧାର କାର୍ଡ ସହ ସଂଯୋଗ ହୋଇଥିବ
  • ୫ ବର୍ଷରୁ କମ ପିଲାଙ୍କ ଆଧାର କାର୍ଡ ନଥିଲେ ୩୦ ଜୁନ୍ ସୁ୍ଦ୍ଧା ଆଧାର ନମ୍ବର ଦାଖଲ ପାଇଁ ଅଣ୍ଡରଟେକିଂ ଦେବାକୁ ପଡ଼ିବ

The post ନୂଆ ବର୍ଷରୁ BSKY-ନବୀନ କାର୍ଡର ଶୁଭାରମ୍ଭ । ଜାଣନ୍ତୁ, କେମିତି କରିବେ ଆବେଦନ? first appeared on Kanak News.

from Kanak News
via <a href="https://ifttt.com/?

ବାଲିଆପାଳ ରାଜନିତିରେ ଘଡିକେ ଘୋଡା ଛୁଟୁଛି: ୫ ଦିନରେ ୩ ଥର ଦଳବଦଳ କଲେଣି ଦେବ କୁମାର ଦେ

କନକ ବ୍ୟୁରୋ: ଚର୍ଚ୍ଚାରେ ସରପଂଚଙ୍କ ଆୟାରାମ-ଗୟାରାମ ନୀତି । ୩-୩ ଥର ଦଳ ଡିଆଁ କରି ଚର୍ଚ୍ଚାକୁ ଆସିଛନ୍ତି ବାଲେଶ୍ୱର ବାଲିଆପାଳର ସରପଂଚ ଦେବ କୁମାର ଦେ । ୫ ଦିନ ଭିତରେ ସେ ବିଜେଡିରୁ କଂଗ୍ରେସ ଓ କଂଗ୍ରେସରୁ ବିଜେଡିକୁ ଡେଇଁଛନ୍ତି ।

ଯଦିଓ ଜଣେ ସରପଂଚ ଦଳୀୟ ଭିତିରେ ନିର୍ବାଚନ ଲଢ଼ନ୍ତି ନାହିଁ, ତଥାପି ଦଳୀୟ ସମର୍ଥନରେ ନିର୍ବାଚନ ଲଢ଼ୁଥିବାରୁ ଏବଂ ଜିତୁଥିବାରୁ, ତାଙ୍କୁ ସମର୍ଥନ ଦେଇଥିବା ଦଳର ସରପଂଚ ବୋଲି ଧରି ନିଆଯାଏ । ନାଁ ଦେବ କୁମାର ଦେ । ମୁଳତଃ କଂଗ୍ରେସରୁ ରାଜନୀତି ଆରମ୍ଭ କରିଥିବା ଦେ’ବାବୁଙ୍କ ଆୟାରାମ-ଗୟାରାମ୍ ଫର୍ମୁଲା ବୋଧେ ସବୁ ରେକର୍ଡ ଭାଙ୍ଗି ଦେଇଛନ୍ତି ।

କଂଗ୍ରେସ ଦଳର ବରିଷ୍ଠ ନେତା ଦେବ କୁମାର ଦେ ଏବଂ ତାଙ୍କର ୫୦ରୁ ଅଧିକ ସମର୍ଥକ ଗତ ୨୮ ତାରିଖ ଦିନ ଭୁବନେଶ୍ୱର ଶଙ୍ଖ ଭବନରେ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ, ବାଲେଶ୍ୱରର ପୁର୍ବତନ ସାଂସଦ ରବିନ୍ଦ୍ର ଜେନା, ରାଜ୍ୟ ବିଜେଡି ମହିଳା କାର୍ଯ୍ୟକାରୀ ସଭାପତି ସୁବାସିନୀ ଜେନାଙ୍କ ସହିତ ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଥିଲେ । ସେଠାରୁ ଫେରି ଗତ ୩୧ ତାରିଖରେ କଂଗ୍ରେସ ନେତାଙ୍କ ସହ ମିଶି ବାଲିଆପାଳରେ ବାଇକ ରାଲି କଲେ ଏବଂ ଡାକବଙ୍ଗଳାରେ ଆୟୋଜିତ ସଭାରେ କଂଗ୍ରେସରେ ଥିଲି ରହିବି ବୋଲି କହିଥିଲେ । ପରେ ଗତକାଲି ଅର୍ଥାତ ଜାନୁଆରୀ ୧ରେ ନୂଆବର୍ଷରେ ପୁଣି ପୂର୍ବତନ ସାଂସଦ ରବିନ୍ଦ୍ର ଜେନା ଏବଂ ସୁବାସିନି ଜେନାଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହେଲେ ।

ବାଲେଶ୍ୱର ବାଲିଆପାଳ ରାଜନୀତିରେ ଯେଉଁ ଘଡିକେ ଘୋଡା ଛୁଟୁଛି, ତାହା କେବଳ ନେତାଙ୍କ ପ୍ରତି ଜନତାଙ୍କ ଆସ୍ଥା ଦୁର୍ବଳ କରୁନି, ବରଂ ନେତା ଦଳ ପରିବର୍ତନ କରିବା ସମୟରେ ବି ଲୋକ ଆଶଙ୍କା ଚକ୍ଷୁରେ ଦେଖୁଛନ୍ତି ।

The post ବାଲିଆପାଳ ରାଜନିତିରେ ଘଡିକେ ଘୋଡା ଛୁଟୁଛି: ୫ ଦିନରେ ୩ ଥର ଦଳବଦଳ କଲେଣି ଦେବ କୁମାର ଦେ first appeared on Kanak News.

from Kanak News
via <a href="https://ifttt.com/?

ପରିକ୍ରମା ପ୍ରକଳ୍ପ ପରେ ମା’ ସମଲେଶ୍ୱରୀ ପ୍ରକଳ୍ପର ଉଦଘାଟନ । ପଶ୍ଚିମ ଓଡିଶାର ଲୋକଙ୍କ ସାମିଲ ପାଇଁ ଉଦ୍ୟମ । ବିରୋଧୀ କହିଲେ ଭଗବାନ ଭରସାରେ ବିଜେଡି

କନକ ବ୍ୟୁରୋ: ପରିକ୍ରମା ପକଳ୍ପ ପରେ ସମଲେଇ ପ୍ରକଳ୍ପ । ଠିକ ଏକା ଢଙ୍ଗରେ ହେବ ଲୋକାର୍ପଣ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ରାଜ୍ୟ ସରକାର । ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ସମଲେଇ ପ୍ରକଳ୍ପର ଲୋକାର୍ପଣ କରିବେ । ଏଥିପାଇଁ ପଶ୍ଚିମ ଓଡିଶାର ସବୁ ମନ୍ଦିରକୁ ନିମନ୍ତ୍ରଣ ଯିବ । ୪ ତାରିଖରେ ସମ୍ବଲପୁରରେ ଏନେଇ ଏକ ବୈଠକ ବସୁଛି । ଏଥିରେ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରୁ ବିଜେଡିର ତୁଙ୍ଗ ନେତା ସାମିଲ ହେବେ ।

  • ୧୭ରେ ପରିକ୍ରମା ପ୍ରକଳ୍ପ
  • ୨୭ରେ ସମଲେଇ ପ୍ରକଳ୍ପ !
  • ଏକା ଢ଼ଙ୍ଗରେ ହେବ ଲୋକାର୍ପଣ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଯେଉଁ ଭଳି ଦିବ୍ୟ ଓ ଭବ୍ୟ ଢଙ୍ଗରେ ଲୋକାର୍ପଣ କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୃତି କରୁଛନ୍ତି, ଠିକ୍ ସମାନ ଢ଼ଙ୍ଗରେ ମା’ ସମଲେଶ୍ୱରୀଙ୍କ ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ପ୍ରସ୍ତୁତି ଚାଲିଛି । ଶ୍ରୀଜଗନ୍ନାଥଙ୍କ ନାଁରେ ଯେଉଁଭଳି ସାରା ଓଡ଼ିଶାରେ ଭାବପ୍ରବଣତାର ସୂଅ ଛୁଟୁଛି, ସେହିଭଳି ସମଲେଶ୍ୱରୀଙ୍କ ନାଁରେ ପଶ୍ଚିମ ଓଡ଼ିଶାରେ ଭାବପ୍ରବଣତାର ସ୍ରୋତ ବୁହାଇବାକୁ ଉଦ୍ୟମ ଚାଲିଛି ।

  • ପରିକ୍ରମା ପ୍ରକଳ୍ପ ଭଳି ସମଲେଇ ପ୍ରକଳ୍ପର ଆୟୋଜନ ହେବ
  • ଗାଁ ଗାଁରେ ସମଲେଶ୍ୱରୀଙ୍କ ମହିମା ପ୍ରଚାର କରାଯିବ
  • ପ୍ରୋଜେକ୍ଟର ଲଗାଇ ପ୍ରକଳ୍ପର ଲୋକାର୍ପଣ ଦେଖାଯିବ
  • ୬ ତାରିଖରୁ ଦେବ ନିମନ୍ତ୍ରଣ କରାଯିବ
  • ପଶ୍ଚିମ ଓଡ଼ିଶାର ସବୁ ମନ୍ଦିରକୁ ନିମନ୍ତ୍ରଣ ଯିବ
  • ଅନେକ ସାଧୁ-ସନ୍ଥଙ୍କୁ ନିମନ୍ତ୍ରଣ କରାଯିବ
  • ସ୍ୱତନ୍ତ୍ର ମହାନଦୀ ଆଳତୀ କରାଯିବ
  • ସମଲେଶ୍ୱରୀ ମନ୍ଦିର ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ
  • ହୋମ-ଆଳତୀ, ଆଧ୍ୟାତ୍ମିକ ଆୟୋଜନ କରାଯିବ

ଆସନ୍ତା ୪ ତାରିଖରେ ସମ୍ବଲପୁରରେ ଏନେଇ ଏକ ବୈଠକ ବସୁଛି । ଯେଉଁଥିରେ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରୁ ବିଜେଡିର ତୁଙ୍ଗ ନେତା ସାମିଲ ହେବେ । ପ୍ରକଳ୍ପ ଲୋକାର୍ପଣ ପାଇଁ ୨୨ ତାରିଖରୁ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବା ବେଳେ ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ସମଲେଇ ପ୍ରକଳ୍ପର ଲୋକାର୍ପଣ କରିବେ । ଏପଟେ ଭୋଟ୍ ରାଜନୀତିକୁ ନେଇ ବିଜେଡି ଭାବପ୍ରବଣତାର କାର୍ଡ ଖେଳୁଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ତେବେ ବିରୋଧୀଙ୍କୁ ଜବାବ୍ ଦେଇ ବିଜେଡି କହିଛି, ସରକାର ସବୁବେଳେ ମନ୍ଦିର ବିକାଶ ସହ ସଂସ୍କୃତିର ପ୍ରଚାର-ପ୍ରସାର କରୁଛନ୍ତି ।

ତେବେ ରାଜନୀତିର ଏହି ବୟାନବାଜି ଭିତରେ ବଡ଼ କଥା ହେଉଛି, ପୁରୀର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ସମ୍ବଲପୁରର ସମଲେଇ ପ୍ରକଳ୍ପର ଠିକ୍ ମଧ୍ୟରେ ପଡୁଛି ଅଯୋଧ୍ୟର ଶ୍ରୀରାମ ମନ୍ଦିରର ପ୍ରାଣପ୍ରତିଷ୍ଠା ଉତ୍ସବ ।

The post ପରିକ୍ରମା ପ୍ରକଳ୍ପ ପରେ ମା’ ସମଲେଶ୍ୱରୀ ପ୍ରକଳ୍ପର ଉଦଘାଟନ । ପଶ୍ଚିମ ଓଡିଶାର ଲୋକଙ୍କ ସାମିଲ ପାଇଁ ଉଦ୍ୟମ । ବିରୋଧୀ କହିଲେ ଭଗବାନ ଭରସାରେ ବିଜେଡି first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started