୧୦୬ ସ୍କୁଲକୁ ମିଳିଲା ପଟ୍ଟା । ବିଏମସି ଅଧୀନରେ ଥିବା ସ୍କୁଲକୁ କରାଗଲା ପଟ୍ଟା ବଣ୍ଟନ ।

କନକ ବ୍ୟୁରୋ: ୧୦୬ ସ୍କୁଲକୁ ମିଳିଲା ପଟ୍ଟା । ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା ୧୦୬ଟି ସରକାରୀ ସ୍କୁଲକୁ ପ୍ରାଥମିକ ପର୍ଯ୍ୟାୟରେ ପଟ୍ଟା ବଣ୍ଟନ କରାଯାଇଛି । ଦୀଘ ବର୍ଷ ହେବ ଅନେକ ସ୍କୁଲର ନିଜସ୍ୱ ପଟ୍ଟା ନଥିବା ହେତୁ ସେମାନେ ଅଧିକାଂଶ ଅନୁଦାନରୁ ବଞ୍ଚିତ ହେଉଥିଲେ ବୋଲି କହିଛନ୍ତି ଶିକ୍ଷୟିତ୍ରୀ । ଏବେ ପଟ୍ଟା ମିଳିବା ସ୍କୁଲକୁ ତାର ନିଜସ୍ୱ ପରିଚୟ ମିଳିଗଲା ବୋଲି କହିଛନ୍ତି । ଏହି ଅବସରରେ ଭୁବନେଶ୍ୱରର ୩ ବିଧାୟକଙ୍କ ସମେତ ଭୁବନେଶ୍ୱର ମେୟର ସୁଲୋଚନା ଦାସ ସାମିଲ ହେଇ ସମସ୍ତ ସ୍କୁଲକୁ ତାଙ୍କ ନିଜର ପଟ୍ଟା ହସ୍ତାନ୍ତର କରିଥିଲେ ।

The post ୧୦୬ ସ୍କୁଲକୁ ମିଳିଲା ପଟ୍ଟା । ବିଏମସି ଅଧୀନରେ ଥିବା ସ୍କୁଲକୁ କରାଗଲା ପଟ୍ଟା ବଣ୍ଟନ । first appeared on Kanak News.

from Kanak News
via <a href="https://ifttt.com/?

ଜାପାନ ହାନେଡ଼ା ବିମାନବନ୍ଦରରେ ଜଳିଗଲା ବିମାନ । ଅବତରଣ ପୂର୍ବରୁ କୋଷ୍ଟଗାର୍ଡ ବିମାନକୁ ଦେଲା ଧକ୍କା । ବିମାନରେ ଥିବା ୩୭୯ ଯାତ୍ରୀ ସୁରକ୍ଷିତ

କନକ ବ୍ୟୁରୋ: ରନୱେରେ ଅବତରଣ ସମୟରେ ବିମାନରେ ଲାଗିଲା ନିଆଁ । ଜାପାନ ଟୋକିଓ ହନୋଦା ଏୟାରପୋର୍ଟରେ ନିଆଁଲାଗି ଏକ ବିମାନ ଜଳିଯାଇଥିବା ଦେଖିବାକୁ ମିଳିଛି । ତେବେ ବିମାନରେ ଥିବା ୩୦୦ଜଣ ଯାତ୍ରୀ ବିମାନରୁ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ବିମାନଟି ହୋକ୍କାଇଦୋରୁ ଟୋକିଓ ଅଭିମୁଖେ ଆସୁଥିଲା । ତେବେ ହନୋଦା ଏୟାରପୋର୍ଟରେ ଅବତରଣ ସମୟରେ କୋଷ୍ଟଗାର୍ଡ ଏୟାରକ୍ରାପ୍ଟ ସହ ଧକ୍କା ହୋଇଥିଲା ଏହି ବିମାନଟି । ଧକ୍କା ହେବା ପରେ ବିମାନଟିରେ ନିଆଁ ଲାଗିବା ପରେ ରନୱେ ଧୂଆଁମୟ ହୋଇଯାଇଥିଲା । ବିମାନ ମଧ୍ୟରେ ୩୦୦ରୁ ଅଧିକ ଯାତ୍ରୀ ରହିଥିଲେ, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଜରୁରୀକାଳୀନ ଦ୍ୱାର ବାଟେ ବାହାରକୁ ଆସିଥିବା ବେଳେ କୌଣସି ମୃତାହତ ଘଟିନଥିବା ଜାପାନ ଏୟାର ଲାଇନ୍ସ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

The post ଜାପାନ ହାନେଡ଼ା ବିମାନବନ୍ଦରରେ ଜଳିଗଲା ବିମାନ । ଅବତରଣ ପୂର୍ବରୁ କୋଷ୍ଟଗାର୍ଡ ବିମାନକୁ ଦେଲା ଧକ୍କା । ବିମାନରେ ଥିବା ୩୭୯ ଯାତ୍ରୀ ସୁରକ୍ଷିତ first appeared on Kanak News.

from Kanak News
via <a href="https://ifttt.com/?

ମୋହାଲି ନୁହେଁ, ଏଥର ନୂଆ ହୋମଗ୍ରାଉଣ୍ଡରେ ମ୍ୟାଚ୍ ଖେଳିବ ପଞ୍ଜାବ କିଙ୍ଗସ୍ । ପ୍ରସ୍ତୁତ ହେଇ ରହିଛି ନୂଆ ଷ୍ଟାଡିୟମ । ଜାଣନ୍ତୁ, କଣ ରହିଛି ସୁବିଧାସୁଯୋଗ….

କନକ ବ୍ୟୁରୋ: ଆଇପିଏଲ୍ ୨୦୨୪ରେ ନୂଆ ହୋମଗ୍ରାଉଣ୍ଡରେ ଖେଳିବ ପଞ୍ଜାବ କିଙ୍ଗସ୍ । ଏଣିକି ମୋହାଲି ନୁହେଁ ବରଂ ପଞ୍ଜାବରେ ପ୍ରସ୍ତୁତ ହେଇଥିବା ନୂଆ କ୍ରିକେଟ୍ ଗ୍ରାଉଣ୍ଡକୁ ନିଜର ହୋମ୍ ଗ୍ରାଉଣ୍ଡ ବାଛିଛି ପଞ୍ଜାବ କିଙ୍ଗସ୍ ।

ଆଇପିଏଲ୍ ସମସ୍ତ ଟିମ୍ ନିଜ ହୋମ୍ ଗ୍ରାଉଣ୍ଡରେ ଅଧିକାଂଶ ମ୍ୟାଚ୍ ଖେଳିଥାନ୍ତି । ଯେଉଁଠି ଟିମକୁ ଫ୍ୟାନ୍ସମାନଙ୍କର ଭରପୂର ସମର୍ଥନ ମିଳିଥାଏ । ଯେମିତି ଚେନ୍ନାଇ ସୁପର କିଙ୍ଗସ୍ ପାଇଁ ଏମ୍ ଏ ଚିଦାମ୍ବରମ ଷ୍ଟାଡିୟମ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ୱାଙ୍ଖଡେ ଷ୍ଟାଡିୟମକୁ ନିଜର ହୋମ୍ ଗ୍ରାଉଣ୍ଡ ବାଛିଛନ୍ତି, ସେହିପରି ପଞ୍ଜାବ କିଙ୍ଗସ୍ ମଧ୍ୟ ମୋହାଲି କ୍ରିକେଟ୍ ଗ୍ରାଉଣ୍ଡକୁ ନିଜର ହୋମ୍ ଗ୍ରାଉଣ୍ଡ ଭାବେ ବାଛିଥିଲା । ହେଲେ ଚଳିତବର୍ଷଠୁ କିନ୍ତୁ ମୋହାଲି କ୍ରିକେଟ୍ ଗ୍ରାଉଣ୍ଡ ଆଉ ପଞ୍ଜାବ କିଙ୍ଗସର ହୋମ୍ ଗ୍ରାଉଣ୍ଡ ରହିବ ନାହିଁ ।

https://platform.twitter.com/widgets.js

ପଞ୍ଜାବ କିଙ୍ଗସ୍ ଟିମ୍ ମୁଲ୍ଲାମ୍ପୁର କ୍ରିକେଟ୍ ଗ୍ରାଉଣ୍ଡରେ ୨୦୨୪ ଆଇପିଏଲର ମ୍ୟାଚ୍ ଖେଳିବ । ଏଥିପାଇଁ ଷ୍ଟାଡିୟମକୁ ପ୍ରସ୍ତୁତ କରାଯାଇଛି । ତେବେ ମିଳିଥିବା ରିପୋର୍ଟ ମୁତାବକ, ଆଇପିଏଲ୍ ଫ୍ରାଞ୍ଚାଇଜଙ୍କ ଅଧିକାରୀଙ୍କ ଦ୍ୱାରା ଏହି ଷ୍ଟାଡିୟମକୁ ନିରୀକ୍ଷଣ କରାଯାଇଛି । ।ହାପରେ ଏହି ଷ୍ଟାଡିୟମରେ ମ୍ୟାଚ୍ ହେଇପାରିବ ବୋଲି ଗ୍ରୀନ୍ ସିଗନାଲ ମିଳିସାରିଛି । ତେବେ କୌଣସି କାରଣରୁ ଏଥର ପିସିଏ ଷ୍ଟାଡିୟମରେ ଆଇପିଏଲ୍ ମ୍ୟାଚ୍ ସମ୍ଭବ ହେବ ନାହିଁ । ତେଣୁ ନୂଆ ଷ୍ଟାଡିୟମରେ ଏଥର ମ୍ୟାଚ୍ ଦେଖିବାକୁ ପହଞ୍ଚିବେ ପଞ୍ଜାବ କିଙ୍ଗସ୍ ଦଳର ଫ୍ୟାନ୍ସ ।

ଜାଣିରଖିବା ଉଚିତ୍ ଯେ, ମୁଲ୍ଲାମ୍ପୁର କ୍ରିକେଟ୍ ଗ୍ରାଉଣ୍ଡର ଦର୍ଶକ ଧାରଣ କ୍ଷମତା ୩୦ ହଜାର । ତା ସହିତ ଏଠାରେ ପାର୍କିଂର ମଧ୍ୟ ଭଲ ସୁବିଧା ରହିଛି । ଏକା ସାଙ୍ଗରେ ୧୮୦୦ କାର ଏଠାରେ ପାର୍କିଂ କରିହେବ । ତା ସହିତ ପ୍ରାକ୍ଟିସ୍ ପାଇଁ ଏଠାରେ ୧୨ଟି ପିଚକୁ ପ୍ରସ୍ତୁତ କରାଯାଇଛି । ଅନ୍ୟପଟେ ଖେଳାଳିମାନଙ୍କ ପାଇଁ ଏହି ଷ୍ଟାଡିୟମରେ ରହିଛି ଉକ୍ରୃଷ୍ଟ ଧରଣର ଡ୍ରେସିଂ ରୁମ୍ ।

The post ମୋହାଲି ନୁହେଁ, ଏଥର ନୂଆ ହୋମଗ୍ରାଉଣ୍ଡରେ ମ୍ୟାଚ୍ ଖେଳିବ ପଞ୍ଜାବ କିଙ୍ଗସ୍ । ପ୍ରସ୍ତୁତ ହେଇ ରହିଛି ନୂଆ ଷ୍ଟାଡିୟମ । ଜାଣନ୍ତୁ, କଣ ରହିଛି ସୁବିଧାସୁଯୋଗ…. first appeared on Kanak News.

from Kanak News
via <a href="https://ifttt.com/?

ଏଚସିଜି ପଣ୍ଡା କ୍ୟାନସର ହସ୍ପିଟାଲରେ ଇଂରାଜୀ ନବବର୍ଷ ୨୦୨୪ ପାଳିତ । କର୍କଟ ରୋଗ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହେଲା ଆଲୋଚନା ।

କନକ ବ୍ୟୁରୋ : କଟକ ତେଲେଙ୍ଗାପେଣ୍ଠସ୍ଥିତ ଏଚସିଜି ପଣ୍ଡା କ୍ୟାନସର ହସ୍ପିଟାଲ ପରିସରରେ ଇଂରାଜୀ ନବବର୍ଷ ୨୦୨୪ ଦିବସ ପାଳିତ ହୋଇଯାଇଛି । ଏଥିରେ ହସ୍ପିଟାଲର ନିର୍ଦ୍ଦେଶକ ପ୍ରଫେସର ଡାକ୍ତର କୃପାସିନ୍ଧୁ ପଣ୍ଡା କର୍କଟ ରୋଗ ଏବଂ ଏହାର ଲକ୍ଷ୍ୟ ବିଷୟରେ ଆଲୋଚନା କରିଥିଲେ । ସେହିପରି ହସ୍ପିଟାଲ ପକ୍ଷରୁ ଡାକ୍ତର ରଣଜିତ କର, ଡ. ପ୍ରଶାନ୍ତ କୁମାର ପରିଡା, ଏଚସିଜି ପଣ୍ଡା କ୍ୟାନସର ହସ୍ପିଟାଲର ସିଓଓ ଶାନ୍ତନୁ ଦାସ, ମେଡିକାଲ ସୁପରିଟେଣ୍ଡେଣ୍ଟ ଡ. ସୁବ୍ରାହମ୍ ପାନି, ଡ. ସିଦ୍ଧାର୍ଥ ପଟ୍ଟନାୟକ, ଡ. ଗୋପାଳ ମହାନ୍ତି, ଡ. ସୁଶାନ୍ତ ପାଇକରାୟ, ଡ. ଜ୍ୟୋତି ପ୍ରକାଶ ସାମଲଙ୍କ ସମେତ ଅନ୍ୟାନ୍ୟ ଡାକ୍ତର, ହସ୍ପିଟାଲ ଷ୍ଟାଫ୍ ଏହି କାର୍ଯ୍ୟକ୍ରମରେ ସେମାନଙ୍କର ମୂଲ୍ୟବାନ ମନ୍ତବ୍ୟ ଦେଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ହସ୍ପିଟାଲରେ ପ୍ରତ୍ୟେକ ବର୍ଷ ଏହି କାର୍ଯ୍ୟକ୍ରମ ପାଳନ କରାଯାଇ କର୍କଟ ରୋଗଜନିତ ଚେତାବନୀ ସହିତ ନିରାକରଣ ଇତ୍ୟାଦି ବିଷୟରେ ସଚେତନତା କରାଯାଇଥାଏ ।

ଯେଉଁମାନେ ମାରାତ୍ମକ ରୋଗ ବିରୁଦ୍ଧରେ ପ୍ରତି ମୁହୂର୍ତ୍ତରେ ମାନସିକ ଏବଂ ଶାରୀରିକ ସଂଘର୍ଷ ଦେଇ ଗତି କରନ୍ତି । ଏହି ଦିନ ଏହି ରୋଗ ବିରୋଧରେ ସଂଗ୍ରାମ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ରୋଗୀଙ୍କୁ ସକରାତ୍ମକ ରହିବାକୁ ଉତ୍ସାହିତ କରିଥାଏ । କର୍କଟ ରୋଗୀଙ୍କୁ ଶୀଘ୍ର ସୁଦ୍ଧ ହେବାର ଆଶା ଦେବା ପାଇଁ ଏହା ଏକ ସୁଯୋଗ ।

The post ଏଚସିଜି ପଣ୍ଡା କ୍ୟାନସର ହସ୍ପିଟାଲରେ ଇଂରାଜୀ ନବବର୍ଷ ୨୦୨୪ ପାଳିତ । କର୍କଟ ରୋଗ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହେଲା ଆଲୋଚନା । first appeared on Kanak News.

from Kanak News
via <a href="https://ifttt.com/?

ବାଲିଆପାଳ ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ୫ ଦିନରେ ୩ ଥର ଦଳବଦଳ କଲେଣି ଦେବ କୁମାର ଦେ ।

କନକ ବ୍ୟୁରୋ: ବାଲିଆପାଳ ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ଆଜି ଏ ଦଳ ହେଉଛନ୍ତି ତ କାଲି ସେ ଦଳ ହେଉଛନ୍ତି ନେତା । ୫ ଦିନ ଭିତରେ ତିନି ଥର ଦଳ ପରିବର୍ତ୍ତନ କଲେଣି କଂଗ୍ରେସର ବରିଷ୍ଠ ନେତା ତଥା ବାଲିଆପାଳ କଂଗ୍ରେସ ସରପଞ୍ଚ ସଂଘର ସଭାପତି ଦେବ କୁମାର ଦେ । କଂଗ୍ରେସ ଦଳର ବରିଷ୍ଠ ନେତା ଦେବ କୁମାର ଦେ ଏବଂ ତାଙ୍କର ୫୦ରୁ ଅଧିକ ସମର୍ଥକ ଗତ ୨୮ ତାରିଖ ଦିନ ଭୁବନେଶ୍ୱର ଶଙ୍ଖ ଭବନରେ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ, ବାଲେଶ୍ୱରର ପୂର୍ବତନ ସାଂସଦ ରବିନ୍ଦ୍ର ଜେନା, ରାଜ୍ୟ ବିଜେଡି ମହିଳା କାର୍ଯ୍ୟକାରୀ ସଭାପତି ସୁବାସିନୀ ଜେନାଙ୍କ ସହିତ ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଥିଲେ ।

ହେଲେ ସେଠାରୁ ଫେରି ଗତ ୩୧ ତାରିଖରେ କଂଗ୍ରେସ ନେତାଙ୍କ ସହ ମିଶି ବାଲିଆପାଳରେ ବାଇକ ରାଲି କଲେ ଏବଂ ଡାକବଙ୍ଗଳାରେ ଆୟୋଜିତ ସଭାରେ କଂଗ୍ରେସରେ ଥିଲି ରହିବି ବୋଲି କହିଥିଲେ । ପରେ ଗତକାଲି ଅର୍ଥାତ ଜାନୁଆରୀ ୧ରେ ନୂଆବର୍ଷରେ ପୁଣି ପୂର୍ବତନ ସାଂସଦ ରବିନ୍ଦ୍ର ଜେନା ଏବଂ ସୁବାସିନି ଜେନାଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହେଲେ କିନ୍ତୁ ଏଥର ଆଉ ସମର୍ଥକ ଆସିଲେ ନାହିଁ । ତେବେ ଦେବ କୁମାରଙ୍କ ବାରମ୍ବାର ଏପରି ଦଳ ପରିବର୍ତ୍ତନ କରିବା ଉଭୟ ଦଳର କର୍ମୀଙ୍କୁ ଦ୍ୱନ୍ଦରେ ପକାଉଛି ।

The post ବାଲିଆପାଳ ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ୫ ଦିନରେ ୩ ଥର ଦଳବଦଳ କଲେଣି ଦେବ କୁମାର ଦେ । first appeared on Kanak News.

from Kanak News
via <a href="https://ifttt.com/?

ସାମ୍ବାଦିକଙ୍କ ପ୍ରଶ୍ନରେ ଚିଡିଗଲେ କଟକ ସାଂସଦ । ଭର୍ତ୍ତୃହରି କହିଲେ, କାର୍ଯ୍ୟକ୍ରମ ସରକାରଙ୍କର, କଣ ପାଇଁ ନଥିଲେ ସେ କଥା ରାଜ୍ୟ ସରକାରଙ୍କୁ ପଚାରନ୍ତୁ

କନକ ବ୍ୟୁରୋ: ଟ୍ୱିନସିଟି ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସରେ କାହିଁକି ଯୋଗ ଦେଲେ ନାହିଁ ପ୍ରଶ୍ନରେ ଚିଡ଼ିଗଲେ କଟକ ସାଂସଦ । ସାମ୍ବାଦିକଙ୍କୁ ପାଲଟା ପ୍ରଶ୍ନ କଲେ ଭର୍ତ୍ତର୍ୁହରି ମହତାବ । ପଚାରିଲେ, କାର୍ଯ୍ୟକ୍ରମ କାହାର ଥିଲା? କାର୍ଯ୍ୟକ୍ରମ ସରକାରଙ୍କ ଥିଲା । ଆଉ ମୁଁ କାହିଁକି ଗଲି ନାହିଁ, ତାହା ସରକାରଙ୍କୁ ପଚାରନ୍ତୁ ବୋଲି କହିଛନ୍ତି ସାଂସଦ । ମୋତେ କାର୍ଯ୍ୟକ୍ରମକୁ ଡାକିଥିଲେ କି ନାହିଁ, ସେ କଥା ସରକାରଙ୍କୁ ପଚାରନ୍ତୁ ବୋଲି କହିଛନ୍ତି ଭର୍ତ୍ତୁହରି ମହତାବ ।

The post ସାମ୍ବାଦିକଙ୍କ ପ୍ରଶ୍ନରେ ଚିଡିଗଲେ କଟକ ସାଂସଦ । ଭର୍ତ୍ତୃହରି କହିଲେ, କାର୍ଯ୍ୟକ୍ରମ ସରକାରଙ୍କର, କଣ ପାଇଁ ନଥିଲେ ସେ କଥା ରାଜ୍ୟ ସରକାରଙ୍କୁ ପଚାରନ୍ତୁ first appeared on Kanak News.

from Kanak News
via <a href="https://ifttt.com/?

ବ୍ରିଟେନ ଛାତ୍ର ଭିସା ନିୟମରେ ବଡ଼ ପରିବର୍ତ୍ତନ । ବର୍ତ୍ତମାନ ଭାରତୀୟ ଛାତ୍ରମାନେ କଣ କରିବେ ?

ବ୍ରିଟେନର ନୂତନ ଛାତ୍ର ଭିସା ନିୟମ: ଦେଶରେ ବଢୁଥିବା ପ୍ରବାସୀ ସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ବ୍ରିଟେନ କଡା ଭିସା ନିୟମ ଲାଗୁ କରିଛି । ଯାହା ପରେ ବ୍ରିଟେନକୁ ଯାଉଥିବା ଛାତ୍ର ସଂଖ୍ୟା ହ୍ରାସ ପାଇବ । ପରିସଂଖ୍ୟାନ ବିଷୟରେ କହିବାକୁ ଗଲେ, ୨୦୧୯ ମସିହାରୁ ବ୍ରିଟେନକୁ ଯାଉଥିବା ଲୋକଙ୍କ ସଂଖ୍ୟାରେ ୯୩୦ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି ।

ବ୍ରିଟେନରେ ପଢୁଥିବା ଛାତ୍ରମାନଙ୍କ ପାଇଁ ଅସୁବିଧା ବଢିବାକୁ  ଯାଉଛି । ସୁନକ ସରକାରଙ୍କ ନୂତନ ନିଷ୍ପତ୍ତି ସହିତ ଛାତ୍ର ଭିସା ବ୍ୟବହାର ବନ୍ଦ ହୋଇଯିବ। ବାସ୍ତବରେ, ଦେଶରେ ବଢୁଥିବା ପ୍ରବାସୀ ସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ବ୍ରିଟେନ କଡା ଭିସା ନିୟମ ଲାଗୁ କରିଛି । ମିଡିଆ ରିପୋର୍ଟ ଅନୁଯାୟୀ, କଡା ଭିସା ନିୟମ ଯୋଗୁଁ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହେବେ ଏବଂ ବ୍ରିଟେନ ପରିଦର୍ଶନ କରୁଥିବା ଲୋକଙ୍କ ସଂଖ୍ୟା ପ୍ରତିବର୍ଷ ୧ ଲକ୍ଷ ୪୦ ହଜାରରୁ ଅଧିକ ହ୍ରାସ ପାଇବ ।

ବ୍ରିଟିଶ ଗୃହ ମନ୍ତ୍ରଣାଳୟ ଦ୍ଵାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଭିସା ନିୟମକୁ କଡାକଡି କରିବାର ମୂଳ ଉଦ୍ଦେଶ୍ୟ ହେଉଛି ବ୍ରିଟେନରେ ପ୍ରବେଶ କରିବା ପାଇଁ ଛାତ୍ର ଭିସାରେ ହେଉଥିବା ଦୁର୍ନୀତିକୁ ରୋକିବା । ବ୍ରିଟେନରେ ଏହି ଭିସା ନିୟମକୁ ତତ୍କାଳୀନ ଗୃହ ସଚିବ ସୁଏଲା ବ୍ରାଭରମ୍ୟାନ୍ ଗତ ବର୍ଷ ମେ ମାସରେ ପ୍ରବର୍ତ୍ତନ କରିଥିଲେ। ସରକାରୀ ଆକଳନ ବିଷୟରେ କହିବାକୁ ଗଲେ, ୨୦୧୯ ପରଠାରୁ ବ୍ରିଟେନକୁ ଯାଉଥିବା ଲୋକଙ୍କ ସଂଖ୍ୟାରେ ୯୩୦ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି ।

ଭାରତୀୟ ଛାତ୍ରମାନେ ଏହି ସୁବିଧା ପାଇପାରିବେ ନାହିଁ

ବ୍ରିଟେନରେ ନୂତନ ଭିସା ନିୟମ ଲାଗୁ ହେତୁ ବର୍ତ୍ତମାନ ଭାରତୀୟ ଛାତ୍ରମାନେ ସେମାନଙ୍କ ଉପରେ ନିର୍ଭରଶୀଳ କୌଣସି ପରିବାର ଲୋକଙ୍କୁ ସାଙ୍ଗରେ ନେଇ ପାରିବେ ନାହିଁ । ନୂତନ ଭିସା ନିୟମ ଅନୁଯାୟୀ ଏହାକୁ ବେନିୟମ ଘୋଷଣା କରାଯାଇଛି । ଏଭଳି ପରିସ୍ଥିତିରେ ଚଳିତ ବର୍ଷ ବ୍ରିଟିଶ ବିଶ୍ୱବିଦ୍ୟାଳୟରେ ଆଡମିଶନ ନେଉଥିବା ଛାତ୍ରମାନେ ସେମାନଙ୍କ ପରିବାର ସଦସ୍ୟଙ୍କୁ ସାଙ୍ଗରେ ନେଇ ପାରିବେ ନାହିଁ ।

ଏହି ଛାତ୍ରମାନେ ଛାଡ ପାଇବେ ବିଶେଷ କଥା ହେଉଛି ଏହି ଭିସା ନିୟମ ସମସ୍ତ ଭାରତୀୟ ଛାତ୍ରଙ୍କ ପାଇଁ ପ୍ରଯୁଜ୍ୟ ହେବ ନାହିଁ, ଯେଉଁମାନେ ସ୍ନାତକୋତ୍ତର ଅଧ୍ୟୟନ ପାଇଁ ଯାଉଛନ୍ତି କିମ୍ବା ରିସର୍ଚ୍ଚ ପାଠ୍ୟକ୍ରମ ପାଇଁ କିମ୍ବା ସରକାରୀ ଅନୁଦାନ ପ୍ରାପ୍ତ ଛାତ୍ରବୃତ୍ତି ଅଧୀନରେ ଯାଉଛନ୍ତି ସେହି ଭାରତୀୟ ଛାତ୍ରମାନେ ସେମାନଙ୍କ ପରିବାର ସଦସ୍ୟଙ୍କୁ ସାଙ୍ଗରେ ଆଣିପାରିବେ ।

୧୪ ଲକ୍ଷ ଭାରତୀୟ ୬ ପ୍ରତିଶତ ଯୋଗଦାନ ଦେଇଛନ୍ତି

ବ୍ରିଟେନରେ ରହୁଥିବା ଭାରତୀୟ ଲୋକଙ୍କ ସଂଖ୍ୟା ୧୪ ଲକ୍ଷରୁ ଅଧିକ ।  ଏହା ସେଠାରେ ଥିବା ଜନସଂଖ୍ୟାର ୨.୫ ପ୍ରତିଶତ ସହିତ ସମାନ ।  ବ୍ରିଟିଶ ଅର୍ଥନୀତିରେ ଏହି ଭାରତୀୟ ଲୋକଙ୍କ ଅବଦାନ ପ୍ରାୟ ୬ ପ୍ରତିଶତ ଅଟେ । ଏଭଳି ପରିସ୍ଥିତିରେ, ପ୍ରବାସୀ ସଂଖ୍ୟା ହ୍ରାସ କରିବା, ବିଦେଶୀ ଛାତ୍ରମାନଙ୍କ ସହିତ ଆସୁଥିବା ନିର୍ଭରଶୀଳମାନଙ୍କୁ ନିଷେଧ କରିବା ଏବଂ କେବଳ ଛାତ୍ରମାନଙ୍କୁ ଅନୁମତି ଦେବା ଅର୍ଥନୀତିକୁ ବଜାୟ ରଖିବାରେ ବ୍ରିଟେନ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି ହେଇଛି ।

The post ବ୍ରିଟେନ ଛାତ୍ର ଭିସା ନିୟମରେ ବଡ଼ ପରିବର୍ତ୍ତନ । ବର୍ତ୍ତମାନ ଭାରତୀୟ ଛାତ୍ରମାନେ କଣ କରିବେ ? first appeared on Kanak News.

from Kanak News
via <a href="https://ifttt.com/?

କୁହୁଡି ଯୋଗୁଁ ହୋଇଛି ନିଶ୍ଚିତକୋଇଲି ବସ-ଟ୍ରକ ମୁହାଁମୁହିଁ ଧକ୍କା: ପ୍ରାଥମିକ ତଦନ୍ତ ପରେ ପରିବହନ କମିଶନରଙ୍କ ସୂଚନା

କନକ ବ୍ୟୁରୋ: ବର୍ଷର ଦ୍ୱିତୀୟ ଦିନରେ ବଡ ଦୁର୍ଘଟଣା । ଚାନ୍ଦବାଲିରୁ କଟକ ଆସୁଥିବା ଘରୋଇ ବସ୍କୁ ନିଶ୍ଚିନ୍ତକୋଇଲି କଳାପୋଲ ନିକଟରେ ସାମ୍ନାରୁ ଧକ୍କା ଦେଇଛି ଟ୍ରକ । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଟ୍ରକ୍ ଡ୍ରାଇଭର ଓ ଦୁଇ ଜଣ ଯାତ୍ରୀଙ୍କ ଜୀବନ ଯାଇଛି । ମୃତକ ହେଉଛନ୍ତି ଆଳିର ଅନୁସୟା ବାରିକ, ରାଜକନିକାର ନଳିନୀକାନ୍ତ ଗାହାଣ ଓ ରାଜସ୍ଥାନର ଟ୍ରକ୍ ଡ୍ରାଇଭର ମୋହନ ଲାଲ । କୁହୁଡି ଯୋଗୁ ଦୁର୍ଘଟଣା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ପରିବହନ କମିଶନର ସୂଚନା ଦେଇଛନ୍ତି । ଦୁର୍ଘଟଣାରେ ୨୦ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ତିନି ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । କିଛି ଯାତ୍ରୀ ଫଶିରହିଥିବା ବେଳେ ଗ୍ୟାସ କଟରରେ ବସକୁ କାଟି ସେମାନଙ୍କୁ ଉଦ୍ଧାର କରାଯାଇଛି । ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୁଲିସ ଦ୍ୱାରା ଉଦ୍ଧାର କରିଛନ୍ତି । ବସରେ ଫଶିରହିଥିବା ଯାତ୍ରୀଙ୍କୁ ଅକ୍ସିଜେନ ଯୋଗାଇ ଦିଆଯାଇଥିଲା । ବସଟି ଆଜି ସକାଳ ସାଢେ ୭ଟାରୁ ଚାନ୍ଦବାଲିରୁ କଟକ ଅଭିମୂଖେ ଆସୁଥିବା ବେଳେ କଟରପଡା ନିକଟରେ ଦୁର୍ଘଟଣାର ଶୀକାର ହୋଇଥିଲା । କୁହୁଡି ଯୋଗୁଁ ରାସ୍ତା ଭଲଭାବରେ ଦେଖା ଯାଉନଥିଲା । କୁହୁଡିକୁ କାଟି ବସ୍ଟି ଆଗକୁ ବଢୁଥିବା ବେଳେ ସାମ୍ନା ପଟୁ ଆସୁଥିବା ଏକ ୧୦ ଚକିଆ ଟ୍ରକ ସହ ଧକ୍କା ହୋଇଥିବା ଅନୁମାନ କରାଯାଉଛି । ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ଲୋକଙ୍କ ପାଇଁ ୩ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ।

The post କୁହୁଡି ଯୋଗୁଁ ହୋଇଛି ନିଶ୍ଚିତକୋଇଲି ବସ-ଟ୍ରକ ମୁହାଁମୁହିଁ ଧକ୍କା: ପ୍ରାଥମିକ ତଦନ୍ତ ପରେ ପରିବହନ କମିଶନରଙ୍କ ସୂଚନା first appeared on Kanak News.

from Kanak News
via <a href="https://ifttt.com/?

ବିଜେପିରୁ ଲଢ଼ିବେ କି ସୁରଙ୍କ ସାନ ପୁଅ? ଭୁବନେଶ୍ୱରରେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘାୱାଲଙ୍କ ସହ ସାକ୍ଷାତ କରାଇଲେ ସୁର

କନକ ବ୍ୟୁରୋ: ବିଜେପିରୁ ଲଢିବେ କି ସୁରଙ୍କ ପୁଅ । ମନ୍ମଥ ରାଉତରାୟଙ୍କ ବୟାନକୁ ନେଇ ବଢିଲା ଚର୍ଚ୍ଚା । କହିଲେ ଖୁବଶୀଘ୍ର ରାଜନୀତିରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବେ । ଉଭୟ ବିଜେଡି ଏବଂ ବିଜେପି ନେତାଙ୍କ ସହ ଯୋଗାଯୋଗରେ ଅଛନ୍ତି । ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ । ନିଜେ ସୁର ତାଙ୍କ ପୁଅ ମନ୍ମଥଙ୍କୁ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମେଘାୱାଲଙ୍କ ସହ ସାକ୍ଷାତ କରାଇଥିଲେ । କରିଛନ୍ତି । ତେବେ କେଉଁ ଦଳକୁ ଯିବେ ସେନେଇ ଖୁବଶିଘ୍ର ସେ ଘୋଷଣା କରିବେ ବୋଲି କହିଛନ୍ତି । କିନ୍ତୁ କଥାରେ କଥାରେ ବିଜେପିକୁ ପ୍ରସଂଶା କରିଛନ୍ତି ମନ୍ମଥ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି ସେ ବିଜେପି ଟିକେଟ୍ ଆସନ୍ତା ନିର୍ବାଚନ ଲଢିବେ ।

The post ବିଜେପିରୁ ଲଢ଼ିବେ କି ସୁରଙ୍କ ସାନ ପୁଅ? ଭୁବନେଶ୍ୱରରେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘାୱାଲଙ୍କ ସହ ସାକ୍ଷାତ କରାଇଲେ ସୁର first appeared on Kanak News.

from Kanak News
via <a href="https://ifttt.com/?

ମିଳିଲା ବିଜୟୀନିଙ୍କ ବାପା, ମାଆଙ୍କ ପରିଚୟ । ରେଙ୍ଗାଲି ଅଞ୍ଚଳରେ ହୋଇଥିବା ସମ୍ବଲପୁର ଏସପିଙ୍କ ସୂଚନା

କନକ ବ୍ୟୁରୋ : ସମ୍ବଲପୁର ରେଙ୍ଗାଲି ବୋରୱେଲରୁ ଉଦ୍ଧାର ଶିଶୁକନ୍ୟା ବିଜୟିନୀଙ୍କ ବାପା,ମା’ଙ୍କ ମିଳିଲା ପରିଚୟ । ରେଙ୍ଗାଲି ଅଞ୍ଚଳର ବାପା, ମା’ ହୋଇଥିବା ସୂଚନା ଦେଇଛନ୍ତି ସମ୍ବଲପୁର ଏସପି । ବିଜୟନୀ ବାପା, ମା’ଙ୍କର ଦ୍ୱିତୀୟ ସନ୍ତାନ । ତେବେ ମା’ ମାନସିକ ଅସୁସ୍ଥ ଥିବାରୁ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କହିଛନ୍ତି ଏସପି । କିନ୍ତୁ ଶିଶୁକନ୍ୟାକୁ କାହିଁକି ଫୋପାଡି ଦେଇଥିଲେ ସେନେଇ ସ୍ପଷ୍ଟ କରିନାହାଁନ୍ତି ।

ଗତମାସ ରେଙ୍ଗାଲିର ଏକ ବୋରୱେଲ ଭିତରୁ ଶିଶୁକନ୍ୟା କାନ୍ଧୁଥିବାର ଜଣେ ଲୋକ ଦେଖିଥିଲେ । ଅଗ୍ନିଶମବାହିନୀ ଓ ଓଡ୍ରାଫ ଟିମ୍ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଶିଶୁକନ୍ୟାକୁ ବୋରୱେଲରୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । କିନ୍ତୁ ଦେହରେ ଆଘାତ ଲାଗିଥିବାରୁ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତି କରାଯାଇଥିଲା । ଧୀରେ ଧୀରେ ଶିଶୁକନ୍ୟା ସୁସ୍ଥ ହୋଇଥିଲା । ଗତକାଲି ଶିଶୁକନ୍ୟାର ଏକୋଇସିଆ ପାଳନ କରାଯାଇଥିଲା । ଏଥିସହ ଶିଶୁକନ୍ୟାର ନାମ ବିଜୟୀନ ରଖାଯାଇଥିଲା ।

The post ମିଳିଲା ବିଜୟୀନିଙ୍କ ବାପା, ମାଆଙ୍କ ପରିଚୟ । ରେଙ୍ଗାଲି ଅଞ୍ଚଳରେ ହୋଇଥିବା ସମ୍ବଲପୁର ଏସପିଙ୍କ ସୂଚନା first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started