ନୂଆ ବର୍ଷରୁ ବିଏସକେୱାଇ୍-ନବୀନ କାର୍ଡର ଶୁଭାରମ୍ଭ : ଆସନ୍ତା ୬ ତାରିଖରୁ ହେବ ନୂଆ ପଞ୍ଜିକରଣ

କନକ ବ୍ୟୁରୋ : ଟଙ୍କା ପାଇଁ ରାଜ୍ୟରେ କାହାରି ଚିକିତ୍ସାରେ ଅବହେଳା ହେବ ନାହିଁ । ସମସ୍ତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଆଉ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ନୂଆ ବର୍ଷରୁ ବିଏସକେୱାଇ୍-ନବୀନ କାର୍ଡର ଶୁଭାରମ୍ଭ ହୋଇଛି । ଆସନ୍ତା ୬ ତାରିଖରୁ ଏହି କାର୍ଡର ପଞ୍ଜିକରଣ ଆରମ୍ଭ ହେବ । ପଞ୍ଚାୟତ ସ୍ତରରେ ଆସନ୍ତା ୧୬ ତାରିଖ ଯାଏଁ ଅନଲାଇନ୍ ମାଧ୍ୟମରେ ପଞ୍ଜିକରଣ କରିପାରିବେ । ଡବ୍ଲୁଡବ୍ଲୁଡବ୍ଲୁ.ବିଏସକେୱାଇନବୀନ.ଓଡିଶା.ଜିଓଭି.ଇନ୍ ଜରିଆରେ ଜଣେ ବ୍ୟକ୍ତି ନିଜ କାର୍ଡ ପାଇଁ ଆବେଦନ କରିପାରିବେ ।

ମୋ ସେବା କେନ୍ଦ୍ରରେ ବିନା ଦେୟରେ ମଧ୍ୟ ପଞ୍ଜିକରଣ କରିପାରିବେ । ଅଫଲାଇନ୍ ବ୍ୟବସ୍ଥାରେ ଦରଖାସ୍ତ ଗ୍ରହଣ କରାଯିବ ନାହିଁ । ଏଥିପାଇଁ ଜିଲ୍ଲା ସ୍ତରରେ ସଚେତନତା କାର୍ଯ୍ୟକ୍ରମ କରାଯିବ । କେଉଁମାନେ ଏଥିରେ ସାମିଲ ହୋଇ ପାରିବେ, କି ପ୍ରକାର ସୁବିଧା ପାଇବେ, ଏବଂ କେମିତି ପଞ୍ଜିକରଣ କରିବେ, ସେ ସଂପର୍କରେ ସଚେତନ କରାଯିବ । ଯେଉଁ ମାନଙ୍କ ପାଖରେ ବିଏସକେୱାଇ କାର୍ଡ ଓ ରାସନ୍ କାର୍ଡ ଅଛି, ସେମାନଙ୍କୁ ବିଏସକେୱାଇ୍-ନବୀନ କାର୍ଡ ପାଇଁ ଆବେଦନ କରିବାର ଆବଶ୍ୟକତା ନାହିଁ । ଯେଉଁମାନେ ସରକାରୀ ଚାକିରି କରିନାହାନ୍ତି, କି ଇନକମ୍ ଟ୍ୟାକ୍ସ ଦେଉନାହାନ୍ତି, କିନ୍ତୁ ସେମାନଙ୍କ ପାଖରେ ରାସନକାର୍ଡ ନାହିଁ, ସେମାନେ ବିଏସକେୱାଇ୍-ନବୀନ କାର୍ଡ ପାଇଁ ଅନଲାଇନ୍ ଆବେଦନ କରିପାରିବେ । ବିଏସକେୱାଇ୍-ନବୀନ କାର୍ଡରେ ପ୍ରତି ପରିବାର ପାଇଁ ବାର୍ଷିକ ୫ ଲକ୍ଷ ଓ ମହିଳାଙ୍କ କ୍ଷେତ୍ରରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ । ଚଳିତ ବର୍ଷ ମେ’ ମାସରୁ ଏହି ସୁବିଧା ଉପଲବ୍ଧ ହେବ ।

ବିଏସକେୱାଇ୍-ନବୀନ କାର୍ଡ
– ଆସନ୍ତା ୬ରୁ ବିଏସକେୱାଇ୍-ନବୀନ କାର୍ଡର ପଞ୍ଜିକରଣ ଆରମ୍ଭ
-ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ବିଏସକେୱାଇନବୀନ ଡଟ୍ ଓଡିଶା ଡଟ୍ ଜିଓଭି ଡଟ୍ ଇନ୍ ଜରିଆରେ କରିବେ ଆବେଦନ
– ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ଅନଲାଇନ୍ ପଞ୍ଜିକରଣ
– ପାଖରେ ରାସନକାର୍ଡ ନଥିଲେ ବି ବିଏସକେୱାଇ୍-ନବୀନ କାର୍ଡ ପାଇଁ କରିପାରିବେ ଆବେଦନ
– ମୋ ସେବା କେନ୍ଦ୍ରରେ ବିନା ଦେୟରେ କରିପାରିବେ ଆବେଦନ
– ଅଫଲାଇନ୍ ଦରଖାସ୍ତ ଗ୍ରହଣ କରାଯିବାର ବ୍ୟବସ୍ଥା ନାହିଁ
– ସରକାରୀ ଚାକିରିଆ, ପେନସନଭୋଗୀ ଓ ଆୟକରଦାତା ଏ ସୁବିଧା ପାଇପାରିବେ ନାହିଁ

The post ନୂଆ ବର୍ଷରୁ ବିଏସକେୱାଇ୍-ନବୀନ କାର୍ଡର ଶୁଭାରମ୍ଭ : ଆସନ୍ତା ୬ ତାରିଖରୁ ହେବ ନୂଆ ପଞ୍ଜିକରଣ first appeared on Kanak News.

from Kanak News
via <a href="https://ifttt.com/?

ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଆହୁରି ୫ ନୂଆ ଆକ୍ରାନ୍ତ ଚିହ୍ନଟ

କନକ ବ୍ୟୁରୋ : ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଆହୁରି ୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ଜଣେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ୨୩ ଜଣ ହୋମ୍ ଆଇସୋଲେସନରେ ଅଛନ୍ତି ।

ସେପଟେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ବର୍ତମାନ ରାଜ୍ୟରେ ଚିନ୍ତାଜନକ ସ୍ଥିତି ନାହିଁ । ଦେଶରେ ଚିହ୍ନଟ ସଂକ୍ରମିତ ରୋଗୀଙ୍କ ମଧ୍ୟରେ ଅଧିକାଂଶ ଦକ୍ଷିଣ ଭାରତରୁ ଚିହ୍ନଟ ହୋଇଛନ୍ତି କେରଳରୁ କେବଳ ୪୦ ପ୍ରତିଶତ ସଂକ୍ରମିତ ଚିହ୍ନଟ । ଯଦି ଥଣ୍ଡା କାଶ ଭଳି ଲକ୍ଷଣ ଦେଖାଯାଉଛି ତେବେ ନିଜକୁ ଆଇସୋଲେଟ କରି ରଖନ୍ତୁ । ବାହାରକୁ ଆସିଲେ ମାସ୍କ ପିନ୍ଧି ଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

The post ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଆହୁରି ୫ ନୂଆ ଆକ୍ରାନ୍ତ ଚିହ୍ନଟ first appeared on Kanak News.

from Kanak News
via <a href="https://ifttt.com/?

ବର୍ଷର ପ୍ରଥମ ଦିନରେ ରାଜଧାନୀରେ ଅପରାଧୀଙ୍କ ଆତଙ୍କରାଜ । ଶୈଳଶ୍ରୀବିହାରର କଳିଙ୍ଗ ୟୁଥ୍ କ୍ଲବରେ ବୁଲିଲା ଖଣ୍ଡା । ଝାରପଡାରେ ବୋମାମାଡରେ ଭାଙ୍ଗିଲା ଘରର କାନ୍ଥ

କନକ ବ୍ୟୁରୋ : ନୂଆବର୍ଷ ବିଳମ୍ବିତ ରାତିରେ ବୋମାମାଡ଼ । ଅଧ ରାତିରେ ରାଜଧାନୀରେ ଘର ଉପରକୁ ବୋମା ମାଡ ହୋଇଛି । ଗତକାଲି ପ୍ରାୟ ରାତି ୧୨ଟା ବେଳେ ଝାରପଡାର କବିରାଜ ସ୍ୱାଇଁଙ୍କ ଘରକୁ ବୋମା ମାଡ ହୋଇଥିଲା । ସେଥିରେ କବିରାଜ ସାମାନ୍ୟ ଆହାତ ହୋଇଥିବା ବେଳେ ତାଙ୍କ ଘରର କାନ୍ଥ ଭାଙ୍ଗି ଯାଇଛି । ତେବେ କିଏ କାହିଁକି ବୋମାମାଡ କରିଛନ୍ତି ତାହା ଏଯାଏଁ ଜଣାପଡିନାହିଁ । ଝରପଡା ପୁଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି ।

ବର୍ଷର ପ୍ରଥମ ଦିନରେ ରାଜଧାନୀରେ ଅପରାଧୀଙ୍କ ଆତଙ୍କରାଜ । ସମସ୍ତେ ନୂଆ ବର୍ଷ ପାଳୁଥିବା ବେଳେ ବିଭିନ୍ନ ସ୍ଥାନରେ ହଣାକଟା ଓ ଗୁଳିମାଡ଼ ହୋଇଛି । ଭୁବନେଶ୍ୱର ଶୈଳଶ୍ରୀବିହାରରେ ବୁଲିଲା ଖଣ୍ଡା, ରକ୍ତ ରଂଜିତ ହେଲା କ୍ଲବ । ଦୁର୍ବୃତଙ୍କ ଆକ୍ରମଣରେ ତ୍ରାହି ତ୍ରାହି ଡାକିଲେ କଲୋନୀବାସୀ । ଅଭିଯୋଗ ଅନୁସାରେ, ଗତକାଲି ରାତି ପ୍ରାୟ ସାଢେ ୧୨ଟା ବେଳେ ଶୈଳଶ୍ରୀବିହାରର କଳିଙ୍ଗ ୟୁଥ୍ କ୍ଲବ ଭିତରକୁ ପ୍ରବେଶ କରିଥିଲେ କିଛି ମୁଖା ପିନ୍ଧା ଯୁବକ । ହାତ ଧରିଥିଲେ ଖଣ୍ଡା । କ୍ଲବରେ ଖାଉଥିବା ସଂଗ୍ରାମ ସିଂ କିଛି ବୁଝିବା ଆଗରୁ ତାଙ୍କୁ ଆକ୍ରମଣ କରିଥିଲେ । ଚୋଟ ପରେ ଚୋଟ ପକାଇଥିଲେ । ଦୁର୍ବୃତଙ୍କ ଆକ୍ରମଣରେ ସଂଗ୍ରାମ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତି କରାଯାଇଛି ।

The post ବର୍ଷର ପ୍ରଥମ ଦିନରେ ରାଜଧାନୀରେ ଅପରାଧୀଙ୍କ ଆତଙ୍କରାଜ । ଶୈଳଶ୍ରୀବିହାରର କଳିଙ୍ଗ ୟୁଥ୍ କ୍ଲବରେ ବୁଲିଲା ଖଣ୍ଡା । ଝାରପଡାରେ ବୋମାମାଡରେ ଭାଙ୍ଗିଲା ଘରର କାନ୍ଥ first appeared on Kanak News.

from Kanak News
via <a href="https://ifttt.com/?

ଗାଜାରୁ ନିଜ ସୈନିକ ମାନଙ୍କୁ ଫେରାଇ ଆଣୁଛି ଇସ୍ରାଏଲ । ବର୍ଷ ସାରା ଯୁଦ୍ଧ କେମିତି ଲଢିବ ?

ଗାଜା ଯୁଦ୍ଧ ମଧ୍ୟରେ ଇସ୍ରାଏଲ ଏକ ବଡ଼ ବିବୃତ୍ତି ଦେଇଛି । ଇସ୍ରାଏଲ୍ ସେନା କହିଛି ଯେ ସେମାନେ ବର୍ଷସାରା ଯୁଦ୍ଧ କରିବେ ।  ଗାଜାରେ ଏକ ନୂତନ ଯୁଦ୍ଧ ପାଇଁ ଇସ୍ରାଏଲ୍ ସେନା ଯୋଜନା ପ୍ରସ୍ତୁତ କରିଛି ।  ୮୮ ଦିନିଆ ଯୁଦ୍ଧ ସମୟରେ ଗାଜାରେ ୨୨ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ୫୦ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି । ଗତ ବର୍ଷ ଅକ୍ଟୋବର ୭ ରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଦୀର୍ଘ ସମୟ ଧରି ଚାଲିବ ବୋଲି ଆଶା କରାଯାଉଛି ।

ବର୍ତ୍ତମାନଠାରୁ ଆଉ କିଛି ଦିନ ମଧ୍ୟରେ ଗାଜା ଯୁଦ୍ଧକୁ  ତିନିମାସ ପୁରାଣ ହେବ । ଅକ୍ଟୋବର ୭ , ୨୦୨୩ ରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧ କେତେ ଦିନ ପର୍ଯ୍ୟନ୍ତ ଚାଲିବ ତାହା କହିବା କଷ୍ଟକର । ଇସ୍ରାଏଲ ନିରନ୍ତର ଯୁଦ୍ଧ ଚଳାଇଛି ।  ଗାଜାରେ କ୍ରମାଗତ ଭାବେ ବୋମାବର୍ଷଣ କରି ସହରକୁ ଧ୍ବଂସ ସ୍ତୂପରେ ପରିଣତ  କରିଦେଲାଣି । ଏଥି ସହିତ ବର୍ତ୍ତମାନ ନୂତନ ବର୍ଷ ୨୦୨୪ରେ  ଇସ୍ରାଏଲ୍ ଏକ ନୂତନ ଯୁଦ୍ଧ ପାଇଁ ଯୋଜନା ପ୍ରସ୍ତୁତ କରିଛି । ଏହା ଅଧୀନରେ ଇସ୍ରାଏଲ ଗାଜାରୁ ହଜାର ହଜାର ସୈନିକଙ୍କୁ ପ୍ରତ୍ୟାହାର କରିନେଉଛି । ଇସ୍ରାଏଲ କହିଛି ଯେ ବର୍ଷସାରା ଗାଜାରେ ଯୁଦ୍ଧ ହେବ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠିଛି ଯେ ନିଜ ସୈନିକମାନଙ୍କୁ ପ୍ରତ୍ୟାହାର କରିବା ପରେ ସେ ଇସ୍ରାଏଲ କିପରି ବର୍ଷସାରା ଯୁଦ୍ଧ କରିବ ?

ଯଦି ଆମେ ଆରମ୍ଭରୁ ଆରମ୍ଭ କରିବା, ଯେତେବେଳେ ଅକ୍ଟୋବର ୭ ରେ ହାମାସ ଇସ୍ରାଏଲ ଉପରେ ଆକ୍ରମଣ କଲା, କେହି ଜାଣି ନଥିଲେ ଯେ ଏହି ଯୁଦ୍ଧ ଏତେ ଦିନ ପର୍ଯ୍ୟନ୍ତ ଧରି ଚାଲିବ ବୋଲି । ପ୍ରଥମେ ଇସ୍ରାଏଲ ଉପରେ ହାମାସ ୫୦୦୦ ରୁ ଅଧିକ ରକେଟ ଆକ୍ରମଣ କରିଥିଲା।  ହାମାସ ଆକ୍ରମଣର ଜବାବରେ ଇସ୍ରାଏଲ ମଧ୍ୟ ହାମାସ ଉପରେ ଦ୍ରୁତ ଗତିରେ ପ୍ରତିଆକ୍ରମଣ କରିଥିଲା । ଗାଜାରେ ପ୍ରବଳ ବୋମା ବିସ୍ଫୋରଣ କରି ହାମାସର ଭିତ୍ତିଭୂମିକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିଲା । ଯୁଦ୍ଧ ଆରମ୍ଭରୁ ଇସ୍ରାଏଲ ଗାଜାରେ ୮୦୦୦ ରୁ ଅଧିକ ହମାସ ଆତଙ୍କବାଦୀଙ୍କୁ ହତ୍ୟା କରିଛି । ହମାସ ଉପରେ ପ୍ରତିଶୋଧ ନେବାକୁ ଇସ୍ରାଏଲ ପ୍ରଥମେ ଏୟାର ଷ୍ଟ୍ରାଇକ୍ କରିଥିଲା ​​ଏବଂ ପରେ ଗାଜାରେ ଗ୍ରାଉଣ୍ଡ ଅପରେସନ୍ କରିଥିଲା । ଏହି ସମୟରେ, ଇସ୍ରାଏଲ୍ ସୈନିକମାନେ ହମାସର ଆଡ୍ଡା ସବୁକୁ ଧ୍ୱଂସ କରିଥିଲେ ।

୨୦୨୪ ରେ ମଧ୍ୟ ଯୁଦ୍ଧ ଜାରି ରହିବ

ଇସ୍ରାଏଲ୍ ସେନା କହିଛି ଯେ ଗାଜାରେ ଯୁଦ୍ଧ ୨୦୨୪ ରେ ମଧ୍ୟ ଜାରି ରହିବ । ଏଭଳି ପରିସ୍ଥିତିରେ ବିଭିନ୍ନ ବିଭାଗର ସୈନିକମାନଙ୍କୁ ବିଭିନ୍ନ ଜୋନରେ ଫ୍ରଣ୍ଟ ପରିଚାଳନା କରିବାକୁ କୁହାଯାଇଛି ।  ବର୍ତ୍ତମାନ ପର୍ଯ୍ୟନ୍ତ ଇସ୍ରାଏଲର ଆକ୍ରମଣ ଯୋଗୁଁ ଗାଜାରେ ୨୨,୦୦୦ ଲୋକ ପ୍ରାଣ ହରାଇଛନ୍ତି । ଇସ୍ରାଏଲର ସେନା ମୁଖପାତ୍ର ଡାନିଏଲ ହାଗରୀ ରବିବାର କହିଛନ୍ତି ଯେ ସେନା ଚଳିତ ବର୍ଷ ମଧ୍ୟ ଯୁଦ୍ଧ ଜାରି ରଖିବ। ଏକ ଦୀର୍ଘ ଯୁଦ୍ଧ ପାଇଁ ଆମେ ଆମର ସୈନ୍ୟମାନଙ୍କୁ ପ୍ରସ୍ତୁତ କରୁଛୁ ।  ଆମର ମିଶନ ପୂରଣ କରିବାକୁ ଆମେ ଭିନ୍ନ ଯୋଜନା କରୁଛୁ । ଯୁଦ୍ଧରେ ବଞ୍ଚିବା ପାଇଁ ଆମେ କ୍ରମାଗତ ଭାବରେ ଆମର କମାଣ୍ଡୋ ଏବଂ ସୈନିକମାନଙ୍କୁ ତାଲିମ ଦେଉଛୁ । ଗାଜାରୁ ହଜାର ହଜାର ସୈନିକ ଫେରି ଆସିଲେଣି ହାଗରୀ ଆହୁରି ମଧ୍ୟ କହିଛନ୍ତି ଯେ ଇସ୍ରାଏଲ ତାହାର ପଞ୍ଚମ ବ୍ରିଗେଡର ହଜାର ହଜାର ସୈନିକଙ୍କୁ ଗାଜାରୁ ପ୍ରତ୍ୟାହାର କରିନେଉଛି । ଯୁଦ୍ଧରେ ତାଙ୍କର ଅଭିଜ୍ଞତା ପରେ ସେମାନେ ପୁନର୍ବାର ତାଲିମକୁ ଫେରୁଛନ୍ତି ଏବଂ ଏହା ସରିବା ପରେ ସେ ପୁନର୍ବାର ସେନାର କମାଣ୍ଡ ଲାଇନରେ ଯୋଗଦେବେ । ଏଥି ସହିତ, କିଛି ସୈନିକ ଏହି ସପ୍ତାହରେ ନିଜ ପରିବାର ନିକଟକୁ ଫେରିବେ । ହାଗରୀ କହିଛନ୍ତି ଯେ ଆମର ସୈନିକମାନେ ହମାସର ନୁଖବା ଫୋର୍ସର କିଛି ସଦସ୍ୟଙ୍କୁ ହତ୍ୟା କରିଥିଲେ । ରବିବାର ଖାନ ୟୁନିସରେ କିଛି ଲୋକ ଆତ୍ମସମର୍ପଣ କରିଥିଲେ । ସେମାନଙ୍କ ମଧ୍ୟରୁ କେତେକ ଅକ୍ଟୋବର ୭ ଆକ୍ରମଣରେ ସମ୍ପୃକ୍ତ ଥିଲେ । ଅକ୍ଟୋବର ୭ ର ଆକ୍ରମଣରେ ଇସ୍ରାଏଲରେ ପ୍ରାୟ ୧୨୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା । ଏହା ବ୍ୟତୀତ ହମାସ ଆତଙ୍କବାଦୀମାନେ ୨୪୦ ଇସ୍ରାଏଲୀୟଙ୍କୁ ବନ୍ଧକ କରି ନେଇଯାଇଥିଲେ । ସେବେଠାରୁ ଏହି  ଯୁଦ୍ଧ ନିରନ୍ତର ଜାରି ରହିଛି । ମଝିରେ ମାତ୍ର କିଛିଦିନ ପାଇଁ ବନ୍ଧକ ବିନିମୟ ଯୋଗୁବ ଯୁଦ୍ଧବିରତି ହୋଇଥିଲା ।

The post ଗାଜାରୁ ନିଜ ସୈନିକ ମାନଙ୍କୁ ଫେରାଇ ଆଣୁଛି ଇସ୍ରାଏଲ । ବର୍ଷ ସାରା ଯୁଦ୍ଧ କେମିତି ଲଢିବ ? first appeared on Kanak News.

from Kanak News
via <a href="https://ifttt.com/?

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ମୃତ । ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୃତକଙ୍କ ପରିବାର ପାଇଁ ୩ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଘୋଷଣା ।

କନକ ବ୍ୟୁରୋ : ନିଶ୍ଚିତକୋଇଲି ବସ୍-ଟ୍ରକ ମଧ୍ୟରେ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଥିଲେ । ଯେଉଁମାନଙ୍କ ମଧ୍ୟରେ ୨୦ ଜଣ ଗୁରୁତର ଆହତ ରହିଛନ୍ତି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୩ ଜଣ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ତିନି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଆହତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଉକ୍ତ ଦୁର୍ଘଟଣାରେ ୩ ଜଣ ପ୍ରାଣ ହରାଇଛନ୍ତି । ଯେଉଁମାନଙ୍କ ମଧ୍ୟରେ ବସ୍ ଡ୍ରାଇଭର, ଟ୍ରକ୍ ଡ୍ରାଇଭର ଓ ଜଣେ ଯାତ୍ରୀ ରହିଛନ୍ତି ।

The post ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ମୃତ । ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୃତକଙ୍କ ପରିବାର ପାଇଁ ୩ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଘୋଷଣା । first appeared on Kanak News.

from Kanak News
via <a href="https://ifttt.com/?

ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ପାଇଁ ଶ୍ରୀଜିଉଙ୍କୁ ଆସିଲା ନିମନ୍ତ୍ରଣ । ଅଯୋଧ୍ୟାରୁ ଆସିଥିବା ସ୍ୱତନ୍ତ୍ର ପ୍ରତିନିଧି ଦଳ ଶ୍ରୀମନ୍ଦିରରେ ଦେଲେ ନିମନ୍ତ୍ରଣ ପତ୍ର

କନକ ବ୍ୟୁରୋ : ଶ୍ରୀରାମଙ୍କ ପ୍ରତିଷ୍ଠା ପାଇଁ ଜଗାକୁ ଆସିଲା ନିମନ୍ତ୍ରଣ । ଅଯୋଧ୍ୟାରୁ ଆସିଥିବା ସ୍ୱତନ୍ତ୍ର ନିମନ୍ତ୍ରଣକାରୀ ଶ୍ରୀମନ୍ଦିରରେ ପହଞ୍ଚି ଶ୍ରୀରାମଙ୍କ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ ମହାପ୍ରଭୁଙ୍କୁ ନିମନ୍ତ୍ରଣ ଦେଇଛନ୍ତି । ନିମନ୍ତ୍ରଣ ପତ୍ର ସହ ନଡ଼ିଆ , ପାନ, ଗୁଆ ଦେଇ ମହାପ୍ରଭୁଙ୍କୁ କରିଛନ୍ତି ନିମନ୍ତ୍ରଣ ।

ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଏହି ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ ପ୍ରତ୍ୟେକ କୋଣ ଅନୁକୋଣକୁ ବାର୍ତା ଯାଉଛି । ଏହିକ୍ରମରେ ଆଜି ମହାପ୍ରଭୁଙ୍କୁ ନିମନ୍ତ୍ରଣ କରାଯାଇଛି ।

The post ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ପାଇଁ ଶ୍ରୀଜିଉଙ୍କୁ ଆସିଲା ନିମନ୍ତ୍ରଣ । ଅଯୋଧ୍ୟାରୁ ଆସିଥିବା ସ୍ୱତନ୍ତ୍ର ପ୍ରତିନିଧି ଦଳ ଶ୍ରୀମନ୍ଦିରରେ ଦେଲେ ନିମନ୍ତ୍ରଣ ପତ୍ର first appeared on Kanak News.

from Kanak News
via <a href="https://ifttt.com/?

ଅସୁସ୍ଥ ବଡଭଉଣୀଙ୍କୁ ହସ୍ପିଟାଲ ନେଉଥିଲା ସାନଭଉଣୀ, ବସ୍ ଦୁର୍ଘଟଣାରେ ଚାଲିଗଲା ଜୀବନ । ସାନ ଭଉଣୀର ମୃତ୍ୟୁ ଖବର ଶୁଣି ବଡ ଭଉଣୀ ପୂରା ସ୍ତବ୍ଧ ।

କନକ ବ୍ୟୁରୋ : ନିଶ୍ଚିତକୋଇଲିରେ ମର୍ମନ୍ତୁଦ ବସ୍-ଟ୍ରକ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ଯୁବତୀ ରହିଛନ୍ତି । ଯିଏ ନିଜ ସାନ ଭଉଣୀଙ୍କୁ ନେଇ ହସ୍ପିଟାଲକୁ ଯାଉଥିଲେ । କିନ୍ତୁ ଏହି ଯାତ୍ରା ଯେ, ସାନ ଭଉଣୀର ଶେଷ ଯାତ୍ରା ହେବ ତାହା କେବେ ଭାବିନଥିଲେ ବଡଭଉଣୀ । ଅସୁସ୍ଥ ବଡ ଭଉଣୀଙ୍କୁ କଟକ ବଡ ମେଡିକାଲକୁ ନେଇ ଯାଉଥିଲେ ସାନ ଭଉଣୀ । ହେଲେ ବିଧିର ବିଧାନ କେଡେ ବିଚିତ୍ର । ଡାକ୍ତରଖାନାରେ ପହଞ୍ଚିବା ଆଗରୁ ଘଟିଲା ବଡ ଦୁର୍ଘଟଣା । ବଡ ଭଉଣୀ ଉଦ୍ଧାର ହୋଇଥିବା ବେଳେ ସାନ ଭଉଣୀଙ୍କ ଜୀବନ ଦୀପ ଲିଭି ଯାଇଛି ।

ଦୁଇ ଭଉଣୀ ଥିବା ବସଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ବଡ ଭଉଣୀ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ବସରେ ଫଶିଥିବା ସମୟରେ କଥା ହେଉଥିଲେ ସାନ ଭଉଣୀ । କିନ୍ତୁ ଦୁର୍ଘଟଣାଗ୍ରସ୍ତ ବସ୍ ମଧ୍ୟରୁ ସାନ ଭଉଣୀଙ୍କୁ ଏତେ ଶୀଘ୍ର ଉଦ୍ଧାର କରିବା ସହଜ ନଥିଲା । ତଥାପି ଗ୍ୟାସ କଟର ସାହଯ୍ୟରେ ବସକୁ କାଟି ସାନ ଭଉଣୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ପଠା ଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସାନଭଉଣୀର ମୃତ୍ୟୁ ଖବର ଶୁଣିବା ପରେ ବଡଭଉଣୀ ଏକପ୍ରକାର ସ୍ତବ୍ଧ ହୋଇଯାଇଛନ୍ତି ।

The post ଅସୁସ୍ଥ ବଡଭଉଣୀଙ୍କୁ ହସ୍ପିଟାଲ ନେଉଥିଲା ସାନଭଉଣୀ, ବସ୍ ଦୁର୍ଘଟଣାରେ ଚାଲିଗଲା ଜୀବନ । ସାନ ଭଉଣୀର ମୃତ୍ୟୁ ଖବର ଶୁଣି ବଡ ଭଉଣୀ ପୂରା ସ୍ତବ୍ଧ । first appeared on Kanak News.

from Kanak News
via <a href="https://ifttt.com/?

ଦକ୍ଷିଣ କୋରିଆ ବିରୋଧୀ ଦଳର ନେତାଙ୍କୁ ହତ୍ୟା ଉଦ୍ୟମ । ସାମ୍ବାଦିକ ସମ୍ମିଳନୀରେ ବେକ କାଟିଦେଲେ ।

ଲି ଜେ-ମ୍ୟୁଙ୍ଗ ଦକ୍ଷିଣ କୋରିଆର ବିରୋଧୀ ଦଳ ଡେମୋକ୍ରାଟିକ୍ ପାର୍ଟିର ମୁଖ୍ୟ । ବୁସାନର ଗାଡୋକ ଦ୍ୱୀପରେ ଏକ ନୂତନ ବିମାନବନ୍ଦରର ନିର୍ମାଣ ସ୍ଥଳରେ ସେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରୁଥିବାବେଳେ ଜଣେ ଆତତାୟୀ ତାଙ୍କ ବେକକୁ ଛୁରୀ ଦ୍ଵାରା କାଟି ହତ୍ୟା କରିବାକୁ ଚେଷ୍ଟା କରିଥିଲା । ଏହି ଘଟଣା ପରେ ଆକ୍ରମଣକାରୀଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଥିଲା ।

ଏକ ସାଧାରଣ ସଭାରେ ଦକ୍ଷିଣ କୋରିଆର ବିରୋଧୀଦଳ ନେତା ଲି ଜେ-ମାୟୁଙ୍ଗଙ୍କୁ ସାଂଘାତିକ ଆକ୍ରମଣ କରାଯାଇଛି। ଦେଶର ଦକ୍ଷିଣ ପୂର୍ବ ବନ୍ଦର ସହର ବୁସାନ ଗସ୍ତ ସମୟରେ ମାୟଙ୍ଗ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରୁଥିବାବେଳେ ଜଣେ ବ୍ୟକ୍ତି ତାଙ୍କ ବେକରେ ଛୁରୀ ମାରି ଦେଇଥିଲା । ଦକ୍ଷିଣ କୋରିଆର ବିରୋଧୀ ଦଳ ଡେମୋକ୍ରାଟିକ୍ ପାର୍ଟିର ମୁଖ୍ୟ ଲି ଜେ-ମ୍ୟୁଙ୍ଗ । ବୁସାନର ଗାଡୋକ ଦ୍ୱୀପରେ ଏକ ନୂତନ ବିମାନବନ୍ଦରର ନିର୍ମାଣ ସ୍ଥଳରେ ସେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରୁଥିବାବେଳେ ଜଣେ ଆତତାୟୀ ତାଙ୍କ ବେକକୁ ଛୁରୀ ଦ୍ଵାରା ଆକ୍ରମଣ କରିଥିଲା ।  ଏହି ଘଟଣା ପରେ ଆକ୍ରମଣକାରୀଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଥିଲା ।

କୋରିଆର ନ୍ୟୁଜ୍ ଆଉଟଲେଟ୍ ଏବଂ ପ୍ରସାରଣକାରୀଙ୍କ ଅନୁଯାୟୀ ଲି’ ସାମ୍ବାଦିକମାନଙ୍କ ସହ କଥା ହେଉଥିବା ବେଳେ ଜଣେ ବ୍ଯକ୍ତି ହଠାତ ତାଙ୍କ ଉପରକୁ କୁଦି ପଡିଥିଲା । ଏବଂ ଏକ ଧାରୁଆ ଅସ୍ତ୍ର ଶାଃଜୟରେ ତାଙ୍କ ବଏକ କାଟି ଦେବକୁ ଉଦ୍ୟମ କରିଥିଲା ।  ଏହା ଦେଖି ଲୋକମାନେ ମାୟୁଙ୍ଗକୁ ସାହାଯ୍ୟ କରିବାକୁ ଦୌଡି ଆସିଥିଲେ ।  ସେତେବେଳକୁ ସେ ତଳେ ପଡ଼ିଯାଇଥିଲେ । ନ୍ୟୁଜ୍ ଏଜେନ୍ସି ରିପୋର୍ଟ ଅନୁସାରେ ଡାକ୍ତରଖାନା ନିଆଯିବା ସମୟରେ ସେ ହୋସରେ ଥିଲେ ।

ପିଲାବେଳେ କାରଖାନାରେ କାମ କରିବାକୁ ପଡୁଥିଲା

ଡେମୋକ୍ରାଟିକ୍ ପାର୍ଟିର ମୁଖ୍ୟ ମାୟୁଙ୍ଗ ଗତ ବର୍ଷ ରକ୍ଷଣଶୀଳ ତଥା ବର୍ତ୍ତମାନର ରାଷ୍ଟ୍ରପତି ୟୋନ୍ ସୁକ୍ ୟୋଲଙ୍କୁ ଏକ କଠୋର ରାଷ୍ଟ୍ରପତି ଦୌଡ଼ରେ ହରାଇଥିଲେ। ଲିଙ୍କୁ ପିଲାଦିନରୁ ଅଧ୍ୟୟନ ଛାଡି ଏକ କାରଖାନାରେ କାମ କରିବାକୁ ପଡିଥିଲା । ସେ ନିଜର ରାଜନୈତିକ ଅଭିଯାନରେ ଦାରିଦ୍ର୍ୟରୁ ଉପରକୁ ଉଠିଥିବା କାହାଣୀକୁ ସର୍ବଦା କହିଥାନ୍ତି । ତେବେ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀକୁ ଆଗେଇ ନେବାକୁ ତାଙ୍କର ଇଚ୍ଛା ପୂରଣ ହୋଇପାରିନଥିଲା । ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଉପରେ ହୋଇଥିବା ଏହି ମାରାତ୍ମକ ଆକ୍ରମଣକୁ ନେଇ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୋନ୍ ସୁକ୍ ୟୋଲ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି।

The post ଦକ୍ଷିଣ କୋରିଆ ବିରୋଧୀ ଦଳର ନେତାଙ୍କୁ ହତ୍ୟା ଉଦ୍ୟମ । ସାମ୍ବାଦିକ ସମ୍ମିଳନୀରେ ବେକ କାଟିଦେଲେ । first appeared on Kanak News.

from Kanak News
via <a href="https://ifttt.com/?

ନୂଆ ବର୍ଷ ରାତିରେ ରାଜଧାନୀରେ ଲୁଟେରାଙ୍କ ଆତଙ୍କ । ତଣ୍ଟି କାଟି ଲୁଟିନେଲେ ଦୁର୍ବୃତ୍ତ

କନକ ବ୍ୟୁରୋ : ରାଜଧାନୀରେ ତଣ୍ଟି କାଟି ଲୁଟ୍ । ଚନ୍ଦ୍ରଶେଖରପୁର ଡମଣା ଗାଁରେ ଦୁର୍ବୁତଙ୍କ ଆତଙ୍କରାଜ । ଲୁଟେରାମାନେ ଗତକାଲି ବିଳମ୍ବିତ ରାତିରେ ଏଭଳି କାଣ୍ଡ ଘଟଣାଛନ୍ତି । ଶିବାନନ୍ଦ ବାରିକ ନାମକ ଜଣେ ବ୍ୟକ୍ତିଙ୍କ ତଣ୍ଟି କାଟି ୬ ହଜାର ଟଙ୍କା ଲୁଟି ନେଇଛନ୍ତି ।

ଗତକାଲି ରାତି ପ୍ରାୟ ୩ଟା ବେଳେ ଶିବାନନ୍ଦ ତାଙ୍କ ଦୋକାନକୁ ଯାଉଥିଲେ । ଘରୁ ବାହାରିବା ପରେ ଗେଟ୍ ପାଖରେ ଲୁଟେରାଙ୍କ ହାବୁଡରେ ପଡିଯାଇଥିଲେ । ଶିବାନନ୍ଦଙ୍କ ହାତରେ ଥିବା ବ୍ୟାଗକୁ ଟାଣି ନେଇଥିଲେ । ସେ ଲୁଟେରାଙ୍କୁ ବିରୋଧ କରିବାରୁ ତାଙ୍କୁ ଆକ୍ରମଣ କରିଛନ୍ତି ଦୁର୍ବୃତ । ଶିବାନନ୍ଦଙ୍କ ବେକ କାଟି ୬ ହଜାର ଟଙ୍କା ଲୁଟି ନେଇଛନ୍ତି ଲୁଟେରା

The post ନୂଆ ବର୍ଷ ରାତିରେ ରାଜଧାନୀରେ ଲୁଟେରାଙ୍କ ଆତଙ୍କ । ତଣ୍ଟି କାଟି ଲୁଟିନେଲେ ଦୁର୍ବୃତ୍ତ first appeared on Kanak News.

from Kanak News
via <a href="https://ifttt.com/?

କେନ୍ଦ୍ରମନ୍ତ୍ରୀଙ୍କ ବୟାନ, ପଶ୍ଚିମ ଓଡ଼ିଶାରେ ଆବଶ୍ୟକ ନାହିଁ ହାଇକୋର୍ଟ ସ୍ଥାୟୀ ବେଞ୍ଚ । ବିଜେଡି କହିଲା, ପଶ୍ଚିମ ଓଡ଼ିଶାବାସୀଙ୍କ ବହୁ ଦିନର ଦାବିକୁ ପୂରା କରୁ କେନ୍ଦ୍ର ।

କନକ ବ୍ୟୁରୋ : ପଶ୍ଚିମ ଓଡ଼ିଶାରେ ଆବଶ୍ୟକତା ନାହିଁ ହାଇକୋର୍ଟ ସ୍ଥାୟୀ ବେଞ୍ଚ । ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଏହି ବୟାନ ଦେଇଛନ୍ତି କେନ୍ଦ୍ର ଆଇନ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ । କହିଛନ୍ତି, ଯେହେତୁ ଇ-କୋର୍ଟ ବ୍ୟବସ୍ଥା ଆରମ୍ଭ ହେଲାଣି, ଭର୍ଚୁଆଲରେ ସବୁ ସୁବିଧା ମିଳୁଛି । ଇ-କୋର୍ଟ ବ୍ୟବସ୍ଥା ହାଇକୋର୍ଟ ବେଂଚ ସହ ସମାନ । ଇ-କୋର୍ଟ ବ୍ୟବସ୍ଥାରେ ଓଡ଼ିଶା ଆଗରେ ଅଛି । ପ୍ରତି ଜିଲ୍ଲାରେ ମିଳୁଛି ଇ-କୋର୍ଟ ବ୍ୟବସ୍ଥା । ତେଣୁ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଂଚର ଆବଶ୍ୟକତା ନାହିଁ ବୋଲି କହିଛନ୍ତି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ।

ଅନ୍ୟପଟେ କେନ୍ଦ୍ର ଆଇନ ରାଷ୍ଟ୍ରମନ୍ତ୍ରୀଙ୍କ ବୟାନକୁ ନେଇ ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ପଶ୍ଚିମ ଓଡ଼ିଶାର ସବୁବେଳେ ଏହି ଦାବି ରହିଆସିଛି । ଆଶା କରୁଛୁ କେନ୍ଦ୍ର ସରକାର ଲକ୍ଷ ଲକ୍ଷ ପଶ୍ଚିମ ଓଡ଼ିଶାବାସୀଙ୍କର ଆଶାକୁ ପୂରଣ କରିବେ । ଦୀର୍ଘ ଦିନ ହେଲାଣି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ପଶ୍ଚିମ ଓଡ଼ିଶାବାସୀ ଦାବି କରିଆସୁଛନ୍ତି । ଏହାକୁ ନେଇ ବିଭିନ୍ନ ସମୟରେ ଆନ୍ଦୋଳନ ହୋଇଛି । ତେଣୁ କେନ୍ଦ୍ର ପଶ୍ଚିମ ଓଡ଼ିଶାବାସୀଙ୍କ ଦାବି ଉପରେ ଗୁରୁତ୍ୱ ଦେବା ଉଚିତ୍ ।

The post କେନ୍ଦ୍ରମନ୍ତ୍ରୀଙ୍କ ବୟାନ, ପଶ୍ଚିମ ଓଡ଼ିଶାରେ ଆବଶ୍ୟକ ନାହିଁ ହାଇକୋର୍ଟ ସ୍ଥାୟୀ ବେଞ୍ଚ । ବିଜେଡି କହିଲା, ପଶ୍ଚିମ ଓଡ଼ିଶାବାସୀଙ୍କ ବହୁ ଦିନର ଦାବିକୁ ପୂରା କରୁ କେନ୍ଦ୍ର । first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started