ଜାପାନରେ ଭୂମିକମ୍ପ ନେଲାଣି ୨୦ ଜୀବନ । ୪୮ ଘଣ୍ଟାରେ ୧୫୫ କମ୍ପନ । ସାମ୍ନାକୁ ଆସିଲା ଭୟଙ୍କର ଚିତ୍ର

କନକ ବ୍ୟୁରୋ : ଜାପାନରେ ଭୂମିକମ୍ପ ନେଲାଣି ୨୦ ଜୀବନ । ଭୁମିକମ୍ପ ଯୋଗୁ ୪୮ ଘଣ୍ଟାରେ ୧୫୫ କମ୍ପନ ସୃଷ୍ଟି ହୋଇଥିବା ସୂଚନା ମିଳିଛି । ନୂଆ ବର୍ଷରେ ୭ ଦଶମିକ ୬ ତୀବ୍ରତାରେ ହୋଇଥିଲା ଭୁମିକମ୍ପ । ତୁହାକୁ ତୁହା ଗୋଟିଏ ପରେ ଗୋଟିଏ ଭୂମିକମ୍ପ ସାରା ଜାପାନକୁ ସ୍ୱବ୍ଧ କରି ଦେଇଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ଜାପାନରେ ୪୮ ଘଣ୍ଟା ଭିତରେ ୧୫୫ ଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଇସିକା-ୱାର ୱାଜିମା, କାନା-ୱାଜା ଓ ଟୋ-ୟୋମା ଆଦି ସ୍ଥାନରେ ସୁନାମୀର ପ୍ରଥମ ଲହର ଛୁଇଁ ସାରିଛି । ସୋମବାର ୧ ମିଟର ଉଚରେ ଆସୁଥିବା ଜାପାନ ଉପୂଳରେ ମାଡ ହୋଇଥିବା ସୂଚନା ମିଳିିଛି ।

ଏମିତିକି ୫ ମିଟର ପର୍ଯ୍ୟନ୍ତ ପାଣିର ଜୁଆର ଉଠିବା ନେଇ ସତର୍କତା ଜାରି କରାଯାଇଛି । ଭୁମିକମ୍ପରୁ ଭୟଙ୍କର ଚିତ୍ର ସାମ୍ନାକୁ ଆସୁଛି । ସମୂଦ୍ରରେ ୧ ମିଟର ଢେଉ ଆସିବାରୁ ଶତାଧିକ ଘର ଭସାଇ ନେଇଛି । ଲୋକେ ଏବେ ଭୟଭୀତ ଅବସ୍ଥାରେ ଜୀବନ ବିତାଉଛନ୍ତି । ଭୂମିକମ୍ପ ଯୋଗୁଁ ଉତର କୋରିଆ, ଦକ୍ଷିଣ କୋରିଆ ଏବଂ ଋଷିଆର ପୂର୍ବାଂଚଳରେ ଥିବା ବ୍ଲାଡି-ଭୋଷ୍ଟକ ଏବଂ ନା-ଖୋଡକା ସହରରେ ସୁନାମୀ ସତର୍କତା ଜାରି କରାଯାଇଛି । ୩୨ ହଜାର ଘରର ବିଜୁଳି ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରୀ ବଢିବ ବୋଲି ଆଶଙ୍କା କରାଯାଉଛି ।

The post ଜାପାନରେ ଭୂମିକମ୍ପ ନେଲାଣି ୨୦ ଜୀବନ । ୪୮ ଘଣ୍ଟାରେ ୧୫୫ କମ୍ପନ । ସାମ୍ନାକୁ ଆସିଲା ଭୟଙ୍କର ଚିତ୍ର first appeared on Kanak News.

from Kanak News
via <a href="https://ifttt.com/?

ଇସ୍ତଫା ଦେଇପାରନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଜେଏମଏମର ବିଧାୟକ ଇସ୍ତଫା ଦେବା ପରେ ଦଳରେ କନ୍ଦଳ ବଢୁଥିବା ଚର୍ଚ୍ଚା

କନକ ବ୍ୟୁରୋ : ଇସ୍ତଫା ଦେଇପାରନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ସୋରନଙ୍କ ପତ୍ନି କଳ୍ପନା ସୋରେନ ହୋଇପାରନ୍ତି ନୂଆ ମୁଖ୍ୟମନ୍ତ୍ରୀ । ଜେଏମଏମର ତିନି ଥରର ବିଧାୟକ ଇସ୍ତଫା ଦେବା ପରେ ଦଳରେ କନ୍ଦଳ ବଢୁଥିବା ନେଇ ଚର୍ଚ୍ଚା ହେଉଛି । ରାଞ୍ଚି ଜମି ଦୁର୍ନୁୀତି ମାମଲାରେ ହଜାର ହେବାକୁ ହେମନ୍ତ ସୋରେନଙ୍କୁ ଇଡି ସାତ ସମନ ଜାରି କରିଲାଣି । କିନ୍ତୁ ହେମନ୍ତ ସୋରେନ ହଜାର ହେଉନଥିବାରୁ ଦଳର ବିଧାୟକ ସର୍ଫରାଜ ଅହମଦ ଇସ୍ତଫା ଦେଇଥିବା କୁହାଯାଉଛି ।

କିନ୍ତୁ ସର୍ଫରାଜ ଇସ୍ତଫା ଦେଇ କୌଣସି କାରଣ ଦର୍ଶାଇନାହାଁନ୍ତି । ଏହାରି ଭିତରେ ଝାଡଖଣ୍ଡର ବିଜେପି ସାଂସଦ ନିଶିକାନ୍ତ ଦୁବେ ସୋଶିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି କହିଛନ୍ତି, ଯେତେବେଳେ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ, ତାଙ୍କ ସ୍ତ୍ରୀ ନୂଆ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ନୂଆ ବର୍ଷ ସୋରେନ ପରିବାର ପାଇଁ ଦୁଃଖଦାୟକ ହେବ ।

The post ଇସ୍ତଫା ଦେଇପାରନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଜେଏମଏମର ବିଧାୟକ ଇସ୍ତଫା ଦେବା ପରେ ଦଳରେ କନ୍ଦଳ ବଢୁଥିବା ଚର୍ଚ୍ଚା first appeared on Kanak News.

from Kanak News
via <a href="https://ifttt.com/?

ଦୁଃଖଦ ଖବର : ବସ୍-ଟ୍ରକ ମଧ୍ୟରେ ଭୟଙ୍କର ଦୁର୍ଘଟଣା । ୩ ଯାତ୍ରୀଙ୍କ ମୃତ୍ୟୁ, ୨୦ ଜଣ ଗୁରୁତର ଆହତ ।

କନକ ବ୍ୟୁରୋ : ବର୍ଷ ଆରମ୍ଭରୁ ବଡ ଅଘଟଣ । କଟକ-ଚାନ୍ଦବାଲି ରାସ୍ତାରେ ଭୟଙ୍କର ଦୁର୍ଘଟଣା । ନିଶ୍ଚିତକୋଇଲିର କଟରପଡା କଳା ପୋଲ ନିକଟରେ ଦଶ ଚକିଆ ଟ୍ରକ ଓ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ଘନ କୁହୁଡି ଯୋଗୁଁ ଦୁର୍ଘଟଣା ହୋଇଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ । ଚାନ୍ଦବାଲିରୁ ଆସୁଥିବା ମନୋରମା ବସ୍ ଓ କଟକ ଆଡୁ ଯାଉଥିବା ଦଶ ଚକିଆ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି । ଯେଉଁମାନଙ୍କ ମଧ୍ୟରେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତିର୍ କରାଯାଇଛି । କିଛି ଜଣଙ୍କ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଦୁର୍ଘଟଣାଗ୍ରସ୍ତ ହୋଇଥିବା ମନୋରମା ବସରେ ମୋଟ ୬୦ ଜଣ ଯାତ୍ରୀ ଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି । ବସ୍ ଭିତରେ ୪ ଜଣ ଫଶି ରହିଥିବା ବେଳେ ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ଗ୍ୟାସ୍ କଟର ଜରିଆରେ ବସକୁ କାଟି ଗୁରୁତରଙ୍କୁ ଉଦ୍ଧାର କରାଯାଇଛି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ସ୍ଥାନୀୟ ଲୋକ ଦେବଦୂତ ସାଜି ସହଯୋଗ କରିଥିଲେ ଏବଂ ଆହତ ମାନଙ୍କୁ ଉଦ୍ଧାର କରିଥିଲେ । ଦୁର୍ଘଟଣା ପରେ କଟକ-ଚାନ୍ଦବାଲି ରାସ୍ତାରେ ହଜାର ହଜାର ସଂଖ୍ୟାରେ ଗାଡି ଅଟକିଥିବା ବେଳେ ଅଗ୍ନିଶମ ଓ ଓଡ୍ରାଫ ଟିମ୍ ସହାୟତାରେ ରାସ୍ତାକୁ ଫାଙ୍କା କରାଯାଇଛି । ଯାହାଫଳରେ ଗାଡି ମୋଟର ଚଳାଚଳ ପୁଣିଥରେ ସ୍ୱାଭାବିକ ହୋଇଛି ।

The post ଦୁଃଖଦ ଖବର : ବସ୍-ଟ୍ରକ ମଧ୍ୟରେ ଭୟଙ୍କର ଦୁର୍ଘଟଣା । ୩ ଯାତ୍ରୀଙ୍କ ମୃତ୍ୟୁ, ୨୦ ଜଣ ଗୁରୁତର ଆହତ । first appeared on Kanak News.

from Kanak News
via <a href="https://ifttt.com/?

ନିଶ୍ଚିତକୋଇଲିରେ ବସ୍-ଟ୍ରକ ମଧ୍ୟରେ ଭୟଙ୍କର ଦୁର୍ଘଟଣା । ୨ ଯାତ୍ରୀଙ୍କ ମୃତ୍ୟୁ, ୪୦ ଯାତ୍ରୀ ଆହତ ।

କନକ ବ୍ୟୁରୋ : କଟକ-ଚାନ୍ଦବାଲି ରାସ୍ତାରେ ଭୟଙ୍କର ଦୁର୍ଘଟଣା । ନିଶ୍ଚିତକୋଇଲିର କଟରପଡା କଳା ପୋଲ ନିକଟରେ ଦଶ ଚକିଆ ଟ୍ରକ ଓ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ଘନ କୁହୁଡି ଯୋଗୁଁ ଦୁର୍ଘଟଣା ହୋଇଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ । ଚାନ୍ଦବାଲିରୁ ଆସୁଥିବା ମନୋରମା ବସ୍ ଓ କଟକ ଆଡୁ ଯାଉଥିବା ଦଶ ଚକିଆ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି ।
ବସରେ ମୋଟ ୬୦ ଜଣ ଯାତ୍ରୀ ଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି ।ଯେଉଁମାନଙ୍କ ମଧ୍ୟରେ ୨୦ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ବସ୍ ଭିତରେ ୪ ଜଣ ଫଶି ରହିଥିବା ବେଳେ ୩ ଜଣଙ୍କୁ ଉଦ୍ଧାର କରାଯାଇଛି । ଏବେ ବି ଜଣଙ୍କୁ ଉଦ୍ଧାର କରିବାକୁ ଅଗ୍ନିଶମ ବିଭାଗ ଉଦ୍ୟମ ଜାରି ରଖିଛି । ଗ୍ୟାସ୍ କଟର ଜରିଆରେ ବସକୁ କାଟି ଗୁରୁତରଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଚାଲିଛି ।ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

The post ନିଶ୍ଚିତକୋଇଲିରେ ବସ୍-ଟ୍ରକ ମଧ୍ୟରେ ଭୟଙ୍କର ଦୁର୍ଘଟଣା । ୨ ଯାତ୍ରୀଙ୍କ ମୃତ୍ୟୁ, ୪୦ ଯାତ୍ରୀ ଆହତ । first appeared on Kanak News.

from Kanak News
via <a href="https://ifttt.com/?

ନୂଆ ବର୍ଷରେ ମହାପ୍ରଭୁଙ୍କ ଦର୍ଶନ କଲେ ୫ଲକ୍ଷ ଭକ୍ତ । ରାତି ୧ଟାରୁ ଆରମ୍ଭ ହୋଇଥିଲା ଦର୍ଶନ

କନକ ବ୍ୟୁରୋ : ନୂଆ ବର୍ଷରେ ପୁରୀରେ ରେକର୍ଡ ଶ୍ରଦ୍ଧାଳୁ । ମହାପ୍ରଭୁଙ୍କ ଦର୍ଶନ କଲେ ୫ ଲକ୍ଷ ଭକ୍ତ । ଉଦଘାଟନ ହେବାକୁ ଥିବା ପରିକ୍ରମା ପ୍ରକଳ୍ପ ଦେଖିବାକୁ ଭିଡ । ନୂଆ ବର୍ଷକୁ ଦୃଷ୍ଟିରେ ରଖି ଶୀମନ୍ଦିରରେ ରବିବାର ରାତି ୧ଟାରୁ ଦର୍ଶନ ଆରମ୍ଭ ହୋଇଥିଲା । ତଥାପି ସକାଳୁ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ।

ତେବେ ଆସନ୍ତା ଜାନୁଆରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ହେବାର ଅଛି । ପରିକ୍ରମା ପ୍ରକଳ୍ପ ଦେଖିବାକୁ ଲୋକଙ୍କ ମଧ୍ୟରେ ଉତ୍ସାହ ରହିଥିଲା । ଗତକାଲି ବଡ଼ ଦାଣ୍ଡ ପୁରା ଜନସମୁଦ୍ର ହୋଇଯାଇଥିଲା । ବଡଦାଣ୍ଡଠୁ ସମୂଦ୍ରକୂଳ ଯାଏ ସବୁ ରାସ୍ତା ଓ ଗଳିରେ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । ତେବେ ବାଧାମୁକ୍ତ ଓ ଶୃଙ୍ଖଳିତ ଦର୍ଶନ ପାଇଁ ଏସି ସେଡର ବ୍ୟବସ୍ଥା କରାଯାଇଛି । ଆଜି ବି ମଧ୍ୟ ପୁରୀରେ ଭିଡ ଦେଖିବାକୁ ମିଳିଛି । ଭିଡ ନିୟନ୍ତ୍ରଣ ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ବିଦ୍ୟାଙ୍ଗ, ବରିଷ୍ଠ ନାଗରିକ, ଓ ଶିଶୁଙ୍କ ସାଥିରେ ନେଇ ଆସିଥିବା ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଧାଡି କରାଯାଇଥିଲା । ନିଜେ କେନ୍ଦ୍ରାଂଚଳ ଆଇଜି, ଆଶିଷ ସିଂ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ପୁରୀ ଏସପି କେ. ବିଶାଳ ସିଂ ଓ ମନ୍ଦିର ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ରହି ତଦାରଖି କରିଥିଲେ ।

The post ନୂଆ ବର୍ଷରେ ମହାପ୍ରଭୁଙ୍କ ଦର୍ଶନ କଲେ ୫ଲକ୍ଷ ଭକ୍ତ । ରାତି ୧ଟାରୁ ଆରମ୍ଭ ହୋଇଥିଲା ଦର୍ଶନ first appeared on Kanak News.

from Kanak News
via <a href="https://ifttt.com/?

ଅଯୋଧ୍ୟା ରାମ ମନ୍ଦିର ଗର୍ଭଗୃହ ପାଇଁ ଚୂଡାନ୍ତ ହେଲା ରାମଲଲ୍ଲାଙ୍କ ବିଗ୍ରହ । କର୍ଣ୍ଣାଟକର ପ୍ରସିଦ୍ଧ ସ୍ଥପତି ଯୋଗୀରାଜ ଅରୁଣଙ୍କ ଦ୍ୱାରା ନିର୍ମିତ ମୂର୍ତିକୁ କରାଯିବ ସ୍ଥାପିତ

କନକ ବ୍ୟୁରୋ : ଚୂଡାନ୍ତ ହେଲା ରାମଲଲ୍ଲାଙ୍କ ଦିବ୍ୟ ବିଗ୍ରହ । କର୍ଣ୍ଣାଟକ ମହିସୁରର ପ୍ରସିଦ୍ଧ ସ୍ଥପତି ଯୋଗୀରାଜ ଅରୁଣଙ୍କ ଦ୍ୱାରା ନିର୍ମତ ମୂର୍ତିକୁ ଚୂଡାନ୍ତ କରାଯାଇଛି । ରାମଲଲ୍ଲାଙ୍କ ତିନିଟି ମୂର୍ତି ମଧ୍ୟରୁ ଗୋଟିଏ ମୂର୍ତିକୁ ବଛାଯାଇଛି । ଆସନ୍ତା ୨୨ ତାରିଖରେ ଯୋଗୀରାଜ ଅରୁଣଙ୍କ ଦ୍ୱାରା ନିର୍ମିତ ମୂର୍ତିକୁ ସ୍ଥାପିତ କରାଯିବ । ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ।

କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି, ଯେଉଁଠି ରାମ ଅଛନ୍ତି, ସେଠାରେ ହନୁମାନ ଅଛନ୍ତି । ଆଉ କର୍ଣ୍ଣାଟକ ହେଉଛି ହନୁମାନଙ୍କ ଭୂମି । ସେଠାରୁ ରାମଲଲ୍ଲାଙ୍କ ପାଇଁ ଏକ ମହତ୍ୱପୂର୍ଣ୍ଣ ସେବା । ଅଯୋଧ୍ୟା ରାମ ମନ୍ଦିର ଗର୍ଭଗୃହ ପାଇଁ ରାମଲଲ୍ଲାଙ୍କ ୩ଟି ପ୍ରତିମୂର୍ତି ନିର୍ମାଣ କରାଯାଇଥିଲା । ତିନିଟି ପ୍ରତିମୂର୍ତିରେ ରାମଲଲ୍ଲାଙ୍କ ୫ ବର୍ଷର ସ୍ୱରୂପ ଦର୍ଶାଯାଇଛି । ଏହା ମଧ୍ୟରୁ ଗୋଟିଏ ମକରାନା ପଥର ଓ ଅନ୍ୟ ଦୁଇଟିକୁ କର୍ଣ୍ଣାଟକର ପଥରରେ ତିଆରି କରାଯାଇଛି ।

ସୂଚନା ଅନୁସାରେ ଯୋଗୀରାଜ ଅରୁଣ ନୀଳରଙ୍ଗର ରାମଲାଲ୍ଲାଙ୍କ ପ୍ରତିମୂର୍ତି ନିର୍ମାଣ କରିଛନ୍ତି । ଏଥିରେ ରାମଲଲ୍ଲା ଧନୁ-ତୀର ଧରି ଛିଡା ହୋଇଛନ୍ତି । ରାମଲଲ୍ଲାଙ୍କ ମୂର୍ତି ତିଆରି କରିଥିବା ୩୭ ବର୍ଷିୟ ଅରୁଣ ଯୋଗୀଙ୍କୁ ପୂର୍ବରୁ ପ୍ରଶଂସା କରିସାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨୦୨୨ରେ ଇଣ୍ଡିଆ ଗେଟରେ ସ୍ଥାପିତ ହୋଇଥିବା ନେତାଜୀ ସୁବାସ ବୋଷଙ୍କ ପ୍ରତିମୂର୍ତିକୁ ନିର୍ମାଣ କରିଥିଲେ ଅରୁଣ ଯୋଗୀ ।

The post ଅଯୋଧ୍ୟା ରାମ ମନ୍ଦିର ଗର୍ଭଗୃହ ପାଇଁ ଚୂଡାନ୍ତ ହେଲା ରାମଲଲ୍ଲାଙ୍କ ବିଗ୍ରହ । କର୍ଣ୍ଣାଟକର ପ୍ରସିଦ୍ଧ ସ୍ଥପତି ଯୋଗୀରାଜ ଅରୁଣଙ୍କ ଦ୍ୱାରା ନିର୍ମିତ ମୂର୍ତିକୁ କରାଯିବ ସ୍ଥାପିତ first appeared on Kanak News.

from Kanak News
via <a href="https://ifttt.com/?

ସୋରରେ ନିଖୋଜ ହୋଇଥିବା ଅଢେଇ ବର୍ଷର ଶିଶୁର ମିଳୁନି ପତା । ଗତକାଲି ଘର ନିକଟରୁ ନିଖୋଜ ହୋଇଗଲା କୁନି ପୁଅ ଶୁଭମ

କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ସୋରରେ ନିଖୋଜ ହୋଇଥିବା ଅଢେଇ ବର୍ଷର ଶିଶୁର ମିଳୁନି ପତା । ଗତକାଲି ଘର ନିକଟରୁ ନିଖୋଜ ହୋଇଗଲା କୁନି ପୁଅ ଶୁଭମ । ଖୋଜିଖୋଜି କରି ନିରାଶ ହେବା ପରେ ଥାନାରେ ଏତଲା ଦେଇଥିଲେ ପରିବାର ଲୋକେ ।

ସୋର ପୌରପାଳିକା ୪ ନମ୍ବର ୱାର୍ଡରୁ ସାଦମାପୁର ରାଇପୁର ଗାଁର ମୋହନ ସାହୁଙ୍କ କୁନିପୁଅ ଶୁଭମ ଘର ନିକଟରୁ ନିଖୋଜ ହୋଇ ଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ପରିବାର ଲୋକ ଗାଁର ଆଖପାଖ ଅଞ୍ଚଳରେ ଖୋଜାଖୋଜି କରି ନିରାଶ ହେବା ପରେ ପୁଲିସ ନିକଟରେ ଅଭିଯୋଗ କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ଶିଶୁର ପତା ମିଳିନି । ଗତକାଲି ସକାଳ ୧୦ଟାରୁ ନିଖୋଜ ରହିଛି ଶୁଭମ । ସ୍ଥାନୀୟ ଲୋକେ ଗଡ଼ିଆ ପୋଖରୀ ଠାରୁ ଆରମ୍ଭ କରି ରେଳ ଷ୍ଟେସନ ଓ ବସଷ୍ଟାଣ୍ଡ ଅଞ୍ଚଳରେ ଖୋଜିଥିଲେ । ଶିଶୁର କୌଣସି ଖବର ନମିଳିବାରୁ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ଶିଶୁ ସଂପର୍କରେ ସୂଚନା ପାଇଲେ ପରିବାର ଲୋକଙ୍କୁ ଜଣାଇବା ପାଇଁ ଅନୁରୋଧ କରିଛନ୍ତି ।

The post ସୋରରେ ନିଖୋଜ ହୋଇଥିବା ଅଢେଇ ବର୍ଷର ଶିଶୁର ମିଳୁନି ପତା । ଗତକାଲି ଘର ନିକଟରୁ ନିଖୋଜ ହୋଇଗଲା କୁନି ପୁଅ ଶୁଭମ first appeared on Kanak News.

from Kanak News
via <a href="https://ifttt.com/?

କୁହୁଡି ସାଙ୍ଗକୁ ଶୀତରେ ଥରୁଛି ସାରା ଓଡ଼ିଶା । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଅନୁଭୂତ । ଆସନ୍ତାକାଲି ବି କୁହୁଡି ପାଇଁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ

କନକ ବ୍ୟୁରୋ : କୁହୁଡି ସାଙ୍ଗକୁ ଶୀତରେ ଥରୁଛି ସାରା ଓଡ଼ିଶା । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ କୁହୁଡି ଦେଖିବାକୁ ମିଳିଛି । କଟକ ଭୁବନେଶ୍ୱର ସମେତ କଳାହାଣ୍ଡି, କନ୍ଧମାଳ, ରାୟଗଡା, ସୋନପୁର, କୋରାପୁଟ, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳ, ଦେବଗଡ, ସୁନ୍ଦରଗଡ ଓ ଜଗତସିଂହପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡି ହୋଇଛି ।

ଆସନ୍ତାକାଲି ସକାଳେ ନୟାଗଡ, କଟକ ଓ ଖୋର୍ଦ୍ଧା ଜିଲ୍ଲାର କିଛି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି । ଏଥିପାଇଁ ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଜାନୁଆରିରେ ଶୀତର ପ୍ରଭାବ କମିପାରେ । ସ୍ୱାଭାବିକ ଠାରୁ ରାତିର ତାପମାତ୍ରା ଅଧିକ ରହିବା ଯୋଗୁଁ ରାତିରେ ଥଣ୍ଡା କମିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ।ଏହା ସହ ଆସନ୍ତା ୪ ଓ ୫ ତାରିଖରେ କେତେକ ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ତେବେ ୬ ଓ ୭ ତାରିଖ ଠାରୁ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ଆସନ୍ତା ୪ ତାରିଖରେ ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଅଳ୍ପ ପରିମାଣର ବର୍ଷା ହୋଇପାରେ । ସେହିପରି ୫ ତାରିଖରେ ବରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ, କେନ୍ଦୁଝର ଓ ମୟୂରଭଞ୍ଜର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବା ନେଇ ପୂର୍ବନୁମାନ କରିଛି ପାଣିପାଗ କେନ୍ଦ୍ର ।

The post କୁହୁଡି ସାଙ୍ଗକୁ ଶୀତରେ ଥରୁଛି ସାରା ଓଡ଼ିଶା । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଅନୁଭୂତ । ଆସନ୍ତାକାଲି ବି କୁହୁଡି ପାଇଁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ first appeared on Kanak News.

from Kanak News
via <a href="https://ifttt.com/?

ମର୍ମନ୍ତୁଦ ଦୁର୍ଘଟଣା : ଯାତ୍ରୀବାହୀ ବସ-ଟ୍ରକ ମୁହାଁମୁହିଁ ଧକ୍କା । ୨୦ରୁ ଅଧିର ଯାତ୍ରୀ ଆହତ

କନକ ବ୍ୟୁରୋ : ସକାଳୁ ସକାଳୁ ମର୍ମନ୍ତୁଦ ସଡକ ଦୁର୍ଘଟଣା । କଟକ-ଚାନ୍ଦବାଲି ରାସ୍ତାରେ ଯାତ୍ରୀବାହୀ ବସ-ଟ୍ରକ ମୁହାଁମୁହିଁ ଧକ୍କା । ନିଶ୍ଚିନ୍ତକୋଇଲି ନିକଟ କଟରପଡା କଳା ପୋଲ ଠାରେ ଏହି ଦୁର୍ଘଟଣା ଘଟିଛି । ଏଥିରେ କିଛି ଯାତ୍ରୀ ଆହତ ହୋଇଛନ୍ତି । ବସ୍ ଡ୍ରାଇଭରଙ୍କ ପାଖରେ ବସିଥବା ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ପଠାଯାଇଛି ।
ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୁଲିସ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗ୍ୟାସ୍ କଟର ଯୋଗେ ବସ୍ ଓ ଟ୍ରକକୁ କାଟି ଉଦ୍ଧାର କରାଯାଉଛି । ଚାନ୍ଦବାଲିରୁ କଟକ ଆସୁଥିବା ମନୋରମା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ସକାଳ ସାଢେ ୭ଟାରେ ବସ୍ଟି ଚାନ୍ଦବାଲିରୁ ବାହାରିଥିଲା । ବସ୍ରେ ଥିବା ଯାତ୍ରୀଙ୍କ କହିବା ଅନୁସାରେ, କୁହୁଡି ଯୋଗୁଁ ରାସ୍ତା ଭଲଭାବରେ ଦେଖା ଯାଉନଥିଲା । କୁହୁଡିକୁ କାଟି ବସ୍ଟି ଆଗକୁ ବଢୁଥିବା ବେଳେ ସାମ୍ନା ପଟୁ ଆସୁଥିବା ଏକ ୧୦ ଚକିଆ ଟ୍ରକ ସହ ଧକ୍କା ହୋଇଥିବା ଅନୁମାନ କରାଯାଉଛି । ଟ୍ରକରେ ଥିବା ଡ୍ରାଇଭର ଓ ହେଲପରଙ୍କ ବାବଦରେ କୌଣସି ତଥ୍ୟ ମିଳିପାରିନାହିଁ ।

The post ମର୍ମନ୍ତୁଦ ଦୁର୍ଘଟଣା : ଯାତ୍ରୀବାହୀ ବସ-ଟ୍ରକ ମୁହାଁମୁହିଁ ଧକ୍କା । ୨୦ରୁ ଅଧିର ଯାତ୍ରୀ ଆହତ first appeared on Kanak News.

from Kanak News
via <a href="https://ifttt.com/?

ଅଂଶୁପା ସରଣ୍ଡାର ନିଷିଦ୍ଧାଂଚଳରେ ବଣଭୋଜି କଲେ ସରକାରୀ ବାବୁ । ବନବିଭାଗର କଟକଣାକୁ ମାନିଲେନି ବନକର୍ମଚାରୀ

କନକ ବ୍ୟୁରୋ : ଆଇନକୁ ଅବମାନନା କରି ନିଷିଦ୍ଧାଞ୍ଚଳରେ ଭୋଜିଭାତ କଲେ ସରକାରୀ ବାବୁ । ବାଙ୍କୀ ଅଂଶୁପାର ସରଣ୍ଡା ପାହାଡ଼ରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ପାହାଡ଼ ଉପରେ ଥିବା ପାର୍କରେ ସାଧାରଣ ଜନତାଙ୍କୁ ଭୋଜିଭାତ ନକରିବା ପାଇଁ ଆଠଗଡ଼ ବନବିଭାଗ କଡାକଡି ନିର୍ଦେଶ ଜାରି କରିଛି । କିନ୍ତୁ ଖୋଦ ବନ ବିଭାଗର କର୍ମଚାରୀ ସେହି ସ୍ଥାନରେ ଭୋଜିଭାତ କରି ମଉଜ ମସ୍ତି କରିଛନ୍ତି ।
ଢେଙ୍କାନାଳରୁ ଆସିଥିବା ୫୦ରୁ ଅଧିକ ଯୁବକ ଯୁବତୀଙ୍କ ସହ ଆଠଗଡ଼ର କିଛି ବନ କର୍ମଚାରୀ ଭୋଜି କରିଛନ୍ତି । ସମସ୍ତଙ୍କ ପାଇଁ ବାରଣ କରାଯାଇଥିବା ଅଞ୍ଚଳରେ ଭୋଜି କରିବାକୁ କିଏ ଅନୁମତି ଦେଲା, ନିଜେ ନିୟମ କରି ବନବିଭାଗ କେମିତି ନିୟମ ଭାଙ୍ଗିଲା ତାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ହେଉଛି ।

The post ଅଂଶୁପା ସରଣ୍ଡାର ନିଷିଦ୍ଧାଂଚଳରେ ବଣଭୋଜି କଲେ ସରକାରୀ ବାବୁ । ବନବିଭାଗର କଟକଣାକୁ ମାନିଲେନି ବନକର୍ମଚାରୀ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started