ମାଆ ଓ ଝିଅର ସଂପର୍କ କଳଙ୍କିତ କଲା ନିଆଳିର ଖବର । ଅଶୀ ବର୍ଷରୁ ବୃଦ୍ଧା ମାଆଙ୍କୁ ଚୁଟି ଟାଣି ତଳେ ଗଡେଇ, ବାଡିରେ ନିସ୍ତୁକ ପିଟିଲା ଝିଅ

କନକ ବ୍ୟୁରୋ : ମରିଗଲା କି ମାନବିକତା । ଝିଅର ମାଡରେ ୮୦ ବର୍ଷିଆ ବୃଦ୍ଧା ମାଆ ଆହତ । ସାମାନ୍ୟ କଥାକୁ ନେଇ ନିଜ ଜନ୍ମ କଲା ମାଆକୁ ବାଡିରେ ମାଡ ମାରିଛି ଝିଅ । କ୍ୟାମେରାରେ କଏଦ ହୋଇଥିବା ପୁରା ଦୃଶ୍ୟ ମାଆ ଓ ଝିଅର ସଂପର୍କକୁ କଳଙ୍କିତ କରିଛି ।

ପରିଣତ ବୟସରେ ମାଆର ସେବା ସୁଶ୍ରୁଷା କରିବା ବଦଳରେ ଝିଅର ଏପରି ନିଷ୍ଠୁର ଆଚରଣ ସମସ୍ତଙ୍କୁ ଚକିତ କରିଛି । କଟକ ଜିଲ୍ଲା ନିଆଳି ଥାନା ବାହରଣା ପଞ୍ଚାୟତ ବଗଲଗଡ ଗାଁରେ ଦେଖିବାକୁ ମିଳିଛି ଏହି ଅଭିଭାବନୀୟ ଦୃଶ୍ୟ । ଯେଉଁ ମାଆ ଦଶ ମାସ ଗର୍ଭ ଧାରଣ କରି ଝିଅକୁ ଜନ୍ମ ଦେଇଥିଲା । ସେହି ମାଆକୁ ପରିଣତ ବୟସରେ ଝିଅ ଏପରି ମାଡ ମାରିବା ଦୃଶ୍ୟ ସମସ୍ତଙ୍କୁ ଆଘାତ କରିଛି ।

ସୂଚନା ଅନୁସାରେ ବଗଲଗଡ ମୁଦୁଲି ସାହିର ଧରଣୀଧର ମୁଦୁଲି ନିଜ ୮୦ ବର୍ଷିୟ ଶାଶୁଙ୍କୁ ପାଖରେ ଆଣି ରଖିଛନ୍ତି । ହେଲେ କୌଣସି କଥାକୁ ନେଇ ବୃଦ୍ଧା ମାଆ ନଳକୂପରେ ଗାଧୋଇବା ପରେ ଝିଅ ସେଠାରେ ପହଞ୍ଚି ମାଆର ଚୁଟି ଭିଡି ତଳେ ଗଡେଇ ଦେଉଛି । ଏହାପରେ ଏକ ବାଡିରେ ମାଆକୁ ପାହାର ଉପରେ ପାହାର ଦେଉଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ସେହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

The post ମାଆ ଓ ଝିଅର ସଂପର୍କ କଳଙ୍କିତ କଲା ନିଆଳିର ଖବର । ଅଶୀ ବର୍ଷରୁ ବୃଦ୍ଧା ମାଆଙ୍କୁ ଚୁଟି ଟାଣି ତଳେ ଗଡେଇ, ବାଡିରେ ନିସ୍ତୁକ ପିଟିଲା ଝିଅ first appeared on Kanak News.

from Kanak News
via <a href="https://ifttt.com/?

ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାକୁ ଆଉ ୧୩ ଦିନ ବାକି । ଚଳଚଞ୍ଚଳ ବରଗଡ ସହର, ଚାଲିଛି କଳାକାରଙ୍କ ପ୍ରସ୍ତୁତି

କନକ ବ୍ୟୁରୋ : ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ବରଗଡର ଧନୁ ଯାତ୍ରାର ସମୟ । ଆସନ୍ତା ୧୫ ତାରିଖରେ ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ଶୁଭିବ ମହାରାଜ କଂସଙ୍କ ଅଟ୍ଟହାସ୍ୟ । ବରଗଡ ଅମ୍ବାଭୋନା ପାଲଟିବ ମଥୁରା ଓ ଗୋପନଗରୀ । ସେଥିପାଇଁ ଏବେଠୁ କଳାକାର ଅଭ୍ୟାସ ଆରମ୍ଭ କରିଦେଲେଣି । ଚଳିତ ବର୍ଷ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ କଳାକାର ନିଜକୁ ପ୍ରସ୍ତୁତି କରିବାରେ ଲାଗିପଡିଛନ୍ତି । ଏଥର କଳାକାରଙ୍କ ଉନ୍ନତ ଅଭିନୟକୁ କମିଟି ଗୁରୁତ୍ୱ ଦେଉଛି । ତେଣୁ ଏଥର ଅଭିନୟ ଉଚ୍ଚକୋଟୀର ହେବ ବୋଲି ଆଶା କରାଯାଉଛି ।

ନାଟ୍ୟ ନିର୍ଦ୍ଦେଶକ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚାଲିଛି କଳାକାରାଙ୍କ ଜୋରଦାର ଅଭ୍ୟାସ । ଦେବକୀ ବିବାହଠୁ ଆରମ୍ଭ କରି କୃଷ୍ଣ ଳୀଲା ଓ କଂସ ବଧ ପର୍ଯ୍ୟନ୍ତ ପ୍ରତିଟି ଦୃଶ୍ୟକୁ ମଂଚରେ ନିଖୁଣ ଭାବେ ଅଭିନୟ କରିବାକୁ କଳାକାର ଚେଷ୍ଟା କରୁଛନ୍ତି । ଚଳିତ ବର୍ଷ ପୁରୁଣା ଓ ନୂତନ କଳାକାର ଚୟନ କରାଯାଇଛି । ତେଣୁ ମହାରାଜ କଂସ ଠାରୁ ଆରମ୍ଭ କରି ଉଗ୍ରସେନ, ଦେବକୀ, ବସୁଦେବ ନାରଦ ଭୂମିକାରେ ଅଭିନୟ କରୁଥିବା ନୂଆ, ପୁରୁଣା କଳାକାରଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

The post ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାକୁ ଆଉ ୧୩ ଦିନ ବାକି । ଚଳଚଞ୍ଚଳ ବରଗଡ ସହର, ଚାଲିଛି କଳାକାରଙ୍କ ପ୍ରସ୍ତୁତି first appeared on Kanak News.

from Kanak News
via <a href="https://ifttt.com/?

ରାଜନୀତି କରିବେ ଅର୍ଚ୍ଚନା ନାଗ ! ବ୍ଲାକମେଲିଂ ମାମଲାରେ ଜାମିନରେ ଆସିଥିବା ଅର୍ଚ୍ଚନାଙ୍କ ବଡ ବୟାନ

କନକ ବ୍ୟୁରୋ : ରାଜନୀତି କରିବେ ଅର୍ଚ୍ଚନା ନାଗ । ସୁଯୋଗ ମିଳିଲେ ରାଜନୀତି ମୈଦାନକୁ ଓହ୍ଲାଇବେ ବୋଲି କହିଛନ୍ତି ଅର୍ଚ୍ଚନା । ବ୍ଲାକମେଲିଂ ଅଭିଯୋଗରେ ଗିରଫ ହୋଇ ବେଲରେ ଥିବା ଅର୍ଚ୍ଚନା ଏଭଳି କିଛି ଚାଞ୍ଚଲ୍ୟକର ବୟାନ ରଖିଛନ୍ତି ।

ସେହିପରି ତାଙ୍କ ବିରୋଧରେ ଅଭିଯୋଗ ଆଣୁଥିବା କଥାକଥିତ ବଡ଼ ବଡ଼ିଆ କୁଆଡ଼େ ଗଲେ ବୋଲି ପ୍ରଶ୍ନ କରିଛନ୍ତି । ନୂଆବର୍ଷ ଅବସରରେ ରାମ ମନ୍ଦିର ଆସିଥିବା ବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଯଦି ଜନସାଧାରଣ ଚାହାନ୍ତି ଏବଂ ଯଦି ଜନସାଧାରଣଙ୍କୁ ଲାଗୁଛି କି ମୁଁ ରାଜନୀତିକୁ ଆସିଲେ ତାଙ୍କ ପାଇଁ କିଛି କରିପାରିବେ ତାହେଲେ ନିଶ୍ଚୟ ମୁଁ ନିର୍ବାଚନ ଲଢିବି ।

The post ରାଜନୀତି କରିବେ ଅର୍ଚ୍ଚନା ନାଗ ! ବ୍ଲାକମେଲିଂ ମାମଲାରେ ଜାମିନରେ ଆସିଥିବା ଅର୍ଚ୍ଚନାଙ୍କ ବଡ ବୟାନ first appeared on Kanak News.

from Kanak News
via <a href="https://ifttt.com/?

କମିବ ଶୀତର ପ୍ରଭାବ ! ପୂର୍ବାନୁମାନ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର

କନକ ବ୍ୟୁରୋ : ଜାନୁଆରିରେ ଶୀତର ପ୍ରଭାବ କମିପାରେ । ସ୍ୱାଭାବିକ ଠାରୁ ରାତିର ତାପମାତ୍ରା ଅଧିକ ରହିବା ଯୋଗୁଁ ରାତିରେ ଥଣ୍ଡା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ କୁହୁଡି ପାଇଁ ଏକାଧିକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜି ସକାଳ ପାଇଁ କଳାହାଣ୍ଡି, କନ୍ଧମାଳ, ରାୟଗଡା, ସୋନପୁର, କୋରାପୁଟ, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳ, ଦେବଗଡ, ସୁନ୍ଦରଗଡ, କଟକ ଓ ଜଗତସିଂହପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡି ହୋଇପାରେ । ତେଣୁ ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ଆସନ୍ତାକାଲି ସକାଳେ ନୟାଗଡ, କଟକ ଓ ଖୋର୍ଦ୍ଧା ଜିଲ୍ଲାର କିଛି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି । ଅନ୍ୟପଟେ ଜାନୁଆରି ୪ ଓ ୫ ତାରିଖରେ କେତେକ ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ତେବେ ୬ ଓ ୭ ତାରିଖ ଠାରୁ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ଆସନ୍ତା ୪ ତାରିଖରେ ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଅଳ୍ପ ପରିମାଣର ବର୍ଷା ହୋଇପାରେ । ସେହିପରି ୫ ତାରିଖରେ ବରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ, କେନ୍ଦୁଝର ଓ ମୟୂରଭଞ୍ଜର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବା ନେଇ ପୂର୍ବନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

The post କମିବ ଶୀତର ପ୍ରଭାବ ! ପୂର୍ବାନୁମାନ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର first appeared on Kanak News.

from Kanak News
via <a href="https://ifttt.com/?

ଆଜି ଦୁଇ ଦିନିଆ ଦକ୍ଷିଣଭାରତ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ । ତାମିଲନାଡୁକୁ ଭେଟିଦେବେ ୧୯ହଜାର ୮୫୦ କୋଟି ଟଙ୍କାର ପ୍ରକଳ୍ପ

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠୁ ଦୁଇ ଦୁନିଆ ଦକ୍ଷିଣ ଭାରତ ଗସ୍ତରେ ଯିବେ । ଦୁଇ ଦିନିଆ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କେରଳ, ତାମିଲନାଡୁ ଓ ଲାକ୍ଷା ଦ୍ୱୀପ ଗସ୍ତ କରି ବହୁ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି । ପ୍ରଥମେ ଦିଲ୍ଲୀରୁ ତାମିଲନାଡୁ ପହଞ୍ଚିବେ ପ୍ରଧାମନ୍ତ୍ରୀ । ସେଠାରେ ଭାରତୀଦର୍ଶନ ୟୁନିର୍ଭସିଟିର କାର୍ଯ୍ୟକ୍ରମରେ ସାମିଲ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିବା ସହ ସମ୍ବୋଧିତ କରିବେ । ଏହାପରେ ତିରୁଚିରାପଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ୧୧ଶହ କୋଟି ଟଙ୍କା ବ୍ୟୟରେ ନର୍ମିତ ଟର୍ମିନାଲକୁ ଲୋକାର୍ପଣ କରିବା କାର୍ଯ୍ୟକ୍ରମ ରହିଛି ।

ଏହାଛଡା ଏକାଧିକ ରେଳ ପ୍ରକଳ୍ପର ଓ ସଡକ ପ୍ରକଳ୍ପର ଶୁଭାରମ୍ଭ କରିବେ । କାମରାଜରା ବନ୍ଦରର ଜେନେରାଲ କାର୍ଗୋ ବର୍ଥର ଶିଳାନ୍ୟାସ କରିବେ । ତାମିଲନାଡୁରୁ ଲାକ୍ଷାଦୀପ ଯିବେ, ସେଠାରେ ୧୧୫୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ବୋଲି ଟୁଇଟ୍ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି କୋଚି-ଲାକ୍ଷାଦ୍ୱୀପ ଇସଲାଣ୍ଡ ସବମେରାଇନ ଅପଟିକାଲ ଫାଇବର ପ୍ରକଳ୍ପର ଶୁଭାରମ କରିବେ ନରେନ୍ଦ୍ର ମୋଦୀ । କାଦମତ ଠାରେ ଲୋ ଟେମ୍ପରେଚର ଥର୍ମାଲ ଡେଷ୍ଟିଲେସନ ପ୍ରକଳ୍ପ ଉଦଘାଟନ କରିବେ । ଯାହା ପ୍ରତିଦିନ ଦେଢ ଲକ୍ଷ ଲିଟର ପାନୀୟ ଜଳ ଯୋଗାଇବ । ଏହାପରେ ଜାନୁୟାରୀ ୩ ତାରିଖରେ କେରଳ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

The post ଆଜି ଦୁଇ ଦିନିଆ ଦକ୍ଷିଣଭାରତ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ । ତାମିଲନାଡୁକୁ ଭେଟିଦେବେ ୧୯ହଜାର ୮୫୦ କୋଟି ଟଙ୍କାର ପ୍ରକଳ୍ପ first appeared on Kanak News.

from Kanak News
via <a href="https://ifttt.com/?

ବର୍ଷର ପ୍ରଥମ ଦିନରୁ ମଣିପୁରକୁ ଫେରିଲା କର୍ଫ୍ୟୁ । ଅଜ୍ଞାତ ଦୁର୍ବୃତଙ୍କ ଗୁଳିମାଡରେ ୪ ଜଣଙ୍କ ମୃତ୍ୟୁ, ୫ ଆହତ

କନକ ବ୍ୟୁରୋ : ପୁଣି ଅଶାନ୍ତ ହୋଇଛି ମଣିପୁର । ସୋମବାର ସନ୍ଧ୍ୟାରେ ହିଂସାକାଣ୍ଡ ହେବାରୁ ଥୋବାଲ ସମେତ ଇମ୍ଫାଲ ଭ୍ୟାଲିର ୫ଟି ଜିଲ୍ଲାରେ କର୍ଫ୍ୟୁ କଟକଣା ଜାରି କରାଯାଇଛି । ସୂଚନା ଅନୁସାରେ ସୋମବାର ସନ୍ଧ୍ୟାରେ ଥୋବାଲ ଜିଲ୍ଲା ଲୋଲାଙ୍ଗ ଅଞ୍ଚଳରେ କିଛି ଅଜ୍ଞାତ ବ୍ୟକ୍ତି ସ୍ଥାନୀୟ ଲୋକଙ୍କ ଉପରକୁ ଆଖିବୁଜା ଗୁଳି ମାଡ କରିଥିଲେ । ଅଜ୍ଞାତ ଦୁର୍ବୃତଙ୍କ ଗୁଳିମାଡରେ ୪ ଜଣଙ୍କ ମୃତ୍ୟୁ ଓ ୫ ଜଣ ଆହତ ହୋଇଥିବା ମଣିପୁର ପୋଲିସ ସ୍ପଷ୍ଟ କରିଛି । ଏହାକୁ ନେଇ ଲୋଲାଙ୍ଗ ଅଞ୍ଚଳର ଲୋକ ତାତି ଉଠିଥିଲେ ।

ରାସ୍ତା ଉପରେ ଥିବା ଗାଡି ପୋଡାଜଳା କରିଥିଲେ । ଉତେଜନା ବଢି ହିଂସାକାଣ୍ଡର ରୂପ ନେବା ପରେ ରାଜ୍ୟ ସରକାର ଥୋବାଲ, ଇମ୍ଫାଲ ପୂର୍ବ, ଇମ୍ଫାଲ ପଶ୍ଚିମ, କାକଚିଙ୍ଗ ଓ ବିଷ୍ଣୁପୁର ଜିଲ୍ଲାରେ କର୍ଫ୍ୟୁ କଟକଣା ବଳବତର କରାଯାଇଛି । ଫଳରେ ଏବେ ପୁଣି ଇମ୍ଫାଲ ଘାଟିକୁ କର୍ଫ୍ୟୁ କଟକଣା ଫେରିଛି । ସେପଟେ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଭିଡିଓ ଜାରି କରି ଥୋବାଲ ବାସିନ୍ଦାଙ୍କୁ ହିଂସାକାଣ୍ଡ ନକରି ଶାନ୍ତି ବଜାୟ ରଖିବାକୁ ଅପିଲ କରିଛନ୍ତି । ଏଥିସହ ଅଭିଯୁକ୍ତମାନେ ଯେଉଁଠି ଥିଲେ ମଧ୍ୟ ଖୋଜି ଆଣି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେବା ଆଗରୁ ଆତ୍ମସମର୍ପଣ କରିବାକୁ ଅଭିଯୁକ୍ତମାନଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି ।

The post ବର୍ଷର ପ୍ରଥମ ଦିନରୁ ମଣିପୁରକୁ ଫେରିଲା କର୍ଫ୍ୟୁ । ଅଜ୍ଞାତ ଦୁର୍ବୃତଙ୍କ ଗୁଳିମାଡରେ ୪ ଜଣଙ୍କ ମୃତ୍ୟୁ, ୫ ଆହତ first appeared on Kanak News.

from Kanak News
via <a href="https://ifttt.com/?

ପୋଲିସ ଓ ମାଓବାଦୀଙ୍କ ଭିତରେ ଗୁଳିବିନିମୟ । କ୍ରସ୍ ଫାୟାରିଂରେ ଶିଶୁ ମୃତ, ମାଆ ଗୁରୁତର

କନକ ବ୍ୟୁରୋ: ଛତିଶଗଡ ବିଜାପୁର ଜିଲ୍ଲାରେ ପୋଲିସ ଓ ମାଓବାଦୀଙ୍କ ଭିତରେ ହେଇଛି ଗୁଳିବିନିମୟ । ଏହି ଗୁଳି ବିନିମୟରେ ଜଣେ ଶିଶୁ ମୃତ୍ୟୁ ବରଣ କରିଥିବାବେଳେ, ମାଆ ଜଣକ ଗୁରୁତର ହେଇଛନ୍ତି । ତେବେ ମିଳିଥିବା ସୂଚନା ମୁତାବକ, ଗୁରୁତର ହେଇଥିବା ମାଆଙ୍କ ହାତରେ ବାଜିଛି ଗୁଳି । ଗୁଳି ବାଜିବା ପରେ ମହିଳା ଜଣଙ୍କୁ ପୋଲିସ ଉଦ୍ଧାର କରିବା ସହିତ ହସ୍ପିଟାଲ ନେଇଛି । ଗଙ୍ଗାଲୁର ଥାନା ମୃତଓଣ୍ଡି ଜଙ୍ଗଲରେ ଏହି ଘଟଣା ଘଟିଥିବା ନେଇ ସୂଚନା ମିଳିଛି । ଅନ୍ୟପଟେ ଏହି ଗୁଳି ବିନିମୟରେ ଗୋଟିଏ ୬ ବର୍ଷର ଶିଶୁ ମୃତ୍ୟୁବରଣ କରିଛି ବୋଲି ବିଜାପୁର ଅତିରିକ୍ତ ଏସପି ସୂଚନା ଦେଇଛନ୍ତି ।

https://platform.twitter.com/widgets.js

The post ପୋଲିସ ଓ ମାଓବାଦୀଙ୍କ ଭିତରେ ଗୁଳିବିନିମୟ । କ୍ରସ୍ ଫାୟାରିଂରେ ଶିଶୁ ମୃତ, ମାଆ ଗୁରୁତର first appeared on Kanak News.

from Kanak News
via <a href="https://ifttt.com/?

ପିକନିକ୍ ପାଇଁ ଯାଉଛନ୍ତି କି? ପଢିରଖନ୍ତୁ, ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ୍…

କନକ ବ୍ୟୁରୋ: ଆପଣ ପିକନିକ୍ ଯାଉଛନ୍ତି କି? ନିକଟରେ ଅନେକ ପିକନିକ୍ ବସ ଦୁର୍ଘଟଣାର ଶିକାର ହୋଇଛି । ଆଉ ଅନେକ ସ୍କୁଲ ପିଲା ଦୁର୍ଘଟଣାରେ ଆହତ ହୋଇଛନ୍ତି । କୁହୁଡି ସାଙ୍ଗକୁ ଅନ୍ୟାନ୍ୟ କାରଣ ପାଇଁ ଦୁର୍ଘଟଣା ଘଟୁଥିବା ଜଣାପଡିଛି । ସରକାରଙ୍କ ରିପୋର୍ଟ ଅନୁସାରେ, ୨୦୧୯ରୁ ୨୦୨୨ ମଧ୍ୟରେ ଡିସେମ୍ବର ଏବଂ ଜାନୁଆରୀରେ ସର୍ବାଧିକ ଦୁର୍ଘଟଣା ଘଟିଛି । ଏହାପରେ ବଢୁଥିବା ଦୁର୍ଘଟଣାକୁ ରୋକିବାକୁ ଯାଇ ସରକାର ନୂଆ ନିୟମ ଆଣିଛନ୍ତି । ଏବେ ନଜର ପକାନ୍ତୁ ନୂଆ ନିୟମ ଉପରେ…

  • ପିକନିକ ଯିବା ପାଇଁ ଯାନବାହାନ ବ୍ୟବହାର କରୁଥିଲେ ସ୍ଥାନୀୟ ଆରଟିଓ ଅଧିକାରୀଙ୍କଠୁ ଅନୁମତି ନେବା ଆବଶ୍ୟକ
  • ପିକନିକ ଯିବା ପାଇଁ ହେଲେ ଦରକାର ଗାଡିର ଫିଟନେସ ପ୍ରମାଣପତ୍ର
  • ଦୁର୍ଘଟଣା ସ୍ଥଳ ଗୁଡିକରେ ପୋଷ୍ଟର ଲାଗିବ
  • ପିକନିକ ପାଇଁ ଆବଶ୍ୟକ ପାର୍କିଂ ସ୍ଥଳ ରହିବା ଆବଶ୍ୟକ
  • ପୋଲିସ ଟିମ୍ ପିକନିକ ସ୍ଥଳରେ ପହଁଚି ଗାଡି ଗୁଡିକର ଅନୁଧ୍ୟାନ କରିବେ
  • ପିକନିକ ସ୍ପଟ ଗୁଡିକରେ ପୋଲିସ ମୁତୟନ ହୋଇପାରିବ
  • ଆରଟିଓ ଏବଂ ପୋଲିସ ମିଳିତ ଭାବେ ଚେକିଂ କରିପାରିବେ
  • ପିକନିକ ଗାଡି ଓଭରଲୋଡିଂ ଯାଉଛି କି ନାହିଁ ଚେକିଂ କରିପାରିବେ
  • ଆରଟିଓ ପିକନିକ ପାଇଁ ଅନୁମତି ଦେବା ବେଳେ ଧାର୍ଯ୍ୟ ଯାତ୍ରୀଙ୍କ ବାବଦରେ ସୂଚନା ଦିଆଯିବ
  • ଡ୍ରାଇଭର ନିଶା ସେବନ କରିଛନ୍ତି କି ନାହିଁ ତାହା ଯାଞ୍ଚ କରାଯିବ
  • ପିକନିକ ପାଇଁ ଅଟୋ ରିକ୍ସାକୁ ଅନୁମତି ଦିଆଯାଇପାରିବ ନାହିଁ
  • ଡ୍ରାଇଭରଙ୍କ ଲାଇସେନ୍ସ ଚେକିଂ ହେବ
  • ଲାଇସେନ୍ସ ନଥିଲେ ଗାଡି ଅଟକ ରହିବ
  • ଅନ୍ୟ ଡ୍ରାଇଭର ଜରିଆରେ ଗାଡି ମାଲିକ ଯାତ୍ରୀମାନଙ୍କୁ ନେବେ
  • ଗାଡି ମାଲିକ ସଂପୃକ୍ତ ଯାନରେ ନିଜର ନମ୍ବର ମାରିବା ଆବଶ୍ୟକ
  • ଜରୁରୀକାଳୀନ ଯୋଗାଯୋଗ ପାଇଁ ନମ୍ବର ମାରିବା ଅନିର୍ବାଯ୍ୟ
  • ପ୍ଲାଷ୍ଟିକ ଫ୍ରି ପିକନିକ୍ ଉପରେ ଗୁରୁତ୍ୱ ଦେବ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ
  • ସ୍ଥାନୀୟ ଏନଜିଓଙ୍କ ମାଧ୍ୟମରେ ପ୍ଲାଷ୍ଟିକ ଫ୍ରି ପିକନିକ୍ ଉପରେ ସଚେତନ କରାଇବେ

The post ପିକନିକ୍ ପାଇଁ ଯାଉଛନ୍ତି କି? ପଢିରଖନ୍ତୁ, ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ୍… first appeared on Kanak News.

from Kanak News
via <a href="https://ifttt.com/?

ମା’ଙ୍କ ସୋନିଆଙ୍କ ସହ ଏକାଠି ମିଶି ସୁଆଦିଆ ବ୍ୟଞ୍ଜନ ପ୍ରସ୍ତୁତ କଲେ କଂଗ୍ରେସ ସାଂସଦ । ଫଳବଗିଚାରୁ ତାଜା ଫଳ ତୋଳି ଜାମ ତିଆରି କଲେ ରାହୁଲ ଗାନ୍ଧୀ

କନକ ବ୍ୟୁରୋ : ରାହୁଲ ଗାନ୍ଧୀ । କଂଗ୍ରେସ ସାଂସଦଙ୍କ ଭଳିକି ଭଳି ଅବତାର ଅନେକବାର ଦେଖିବାକୁ ମିଳିଛି । ଏବେ ପୁଣି ଥରେ ତାଙ୍କର ଏକ ନୂଆ ଅବତାର ସାମ୍ନାକୁ ଆସିଛି । ୨୦୨୩ ଡିସେମ୍ବର ୩୧ ତାରିଖରେ ରାହୁଲ ନିଜର ୟୁଟ୍ୟୁବ ଚ୍ୟାନେଲ ଏକ ଭିଡିଓ ପୋଷ୍ଟ କରିଛନ୍ତି । ୫ମିନିଟରେ ଭିଡିଓରେ ଉଭୟ ରାହୁଲ ଓ ସୋନିଆଙ୍କୁ ଏକାଠି ଦେଖିବାକୁ ମିଳିଛି । ବଗିଚାରୁ ଫଳ ତୋଳିବାଠୁ ନେଇ ସୁଆଦିଆ ଜାମ ପ୍ରସ୍ତୁତିକୁ ଭିଡିଓରେ ଦେଖିବାକୁ ମିଳିଛି । ବଗିଚାରୁ ପାଚିଲା ଫଳ ତୋଳିବା ପରେ କିଭଳି ମନପସନ୍ଦର ଜାମ ପ୍ରସ୍ତୁତ କରିଛନ୍ତି ସେକଥା ଏହି ଭିଡିଓରେ ଦେଖିବାକୁ ମିଳିଛି । ମଝିରେ ମଝିରେ ମା ପୁଅ ଥଟାମଜା ମଧ୍ୟ କରିଥିଲେ । ଯେତେବେଳେ ସୋନିଆଙ୍କୁ ପଚରାଯାଇଥିଲା ରାହୁଲଙ୍କ କେଉଁ ଗୁଣ ଭଲ ଓ କେଉଁଠା ଖରାପ । ଶୁଣନ୍ତୁ ସେ କ’ଣ କହିଥିଲେ । ଦେଶରେ ଖାଦ୍ୟକୁ ନେଇ ହୋଇଥିବା ରାଜନୀତି କଥା ମଧ୍ୟ ଉଠାଇଥିଲେ ରାହୁଲ । ଶେଷରେ ଜାମ୍ ପ୍ରସ୍ତୁତ ହୋଇଥିଲା ଓ ନିଜ ସର୍ମ୍ପକୀୟ ଓ ବନ୍ଧୁଙ୍କ ନିକଟକୁ ପଠାଇବା ପାଇଁ ଉଭୟ ରାହୁଲ ଓ ସୋନିଆ ଏକାଠି ମିଶି ପ୍ୟାକିଂ କରିଥିଲେ । ଦେଶବାସୀଙ୍କୁ ନୂଆବର୍ଷ ଶୁଭେଚ୍ଛା ଜଣାଇଛନ୍ତି ସୋନିଆ ରାହୁଲ ।

The post ମା’ଙ୍କ ସୋନିଆଙ୍କ ସହ ଏକାଠି ମିଶି ସୁଆଦିଆ ବ୍ୟଞ୍ଜନ ପ୍ରସ୍ତୁତ କଲେ କଂଗ୍ରେସ ସାଂସଦ । ଫଳବଗିଚାରୁ ତାଜା ଫଳ ତୋଳି ଜାମ ତିଆରି କଲେ ରାହୁଲ ଗାନ୍ଧୀ first appeared on Kanak News.

from Kanak News
via <a href="https://ifttt.com/?

୨ ମାସ ପରେ ଆଇଆଇଟି-ବିଏଚ୍ୟୁ ଛାତ୍ରୀଙ୍କ ଦୁଷ୍କର୍ମକାରୀଙ୍କୁ ବାନ୍ଧିଲା ପୋଲିସ । ବିଜେପି ଆଇଟି ସେଲର ସକ୍ରିୟ ଅଭିଯୁକ୍ତ

କନକ ବ୍ୟୁରୋ : ଧରାପଡିଛନ୍ତି ଆଇଆଇଟି –ବିଏଚ୍ୟୁ ଛାତ୍ରୀଙ୍କ ତିନି ଦୁଷ୍କର୍ମକାରୀ । ୨ ମାସ ତଳେ ଆଇଆଇଟି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାରାଣାସୀ ପୋଲିସ । ଗିରଫ ଯୁବକମାନେ ହେଲେ କୁନାଲ ପାଣ୍ଡେ, ଅଭିଷେକ ଚୌହ୍ୱାନ ଏବଂ ସମକ୍ଷ ପଟେଲ । ତିନି ଅଭିଯୁକ୍ତ ବିଜେପି ଯୁବ ମୋର୍ଚ୍ଚାର ସକ୍ରିୟ ସଦସ୍ୟ ରହିଥିବାବେଳେ ଆଇଟି ସେଲ୍ରେ କାମ କରନ୍ତି । ଫଳରେ ଏହି ଘଟଣାକୁ ନେଇ ଜୋରଦାର ବିରୋଧ କରାଯାଉଛି । ଘଟଣାର ୬୦ ଦିନ ପରେ ଅଭିଯୁକ୍ତଙ୍କୁ ଗିରଫ କରାଯିବା ନେଇ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ୍ କରିଛି ବିରୋଧୀ ଦଳ । ଜାଣିଶୁଣି ଗିରଫଦାରୀ ବିଳମ୍ବ କରାଯାଇଛି । ସେହିପରି ଏହି ତିନି ଜଣ ବିଜେପି କର୍ମୀ ବଡ ବଡ ବିଜେପି ନେତାଙ୍କ ସହ ସମ୍ପର୍କ ଥିବା ନେଇ ଅଭିଯୋଗ କରିଛି କଂଗ୍ରେସ । ନାରୀ ସୁରକ୍ଷାକୁ ନେଇ ବଡ ବଡ କଥା କହୁଥିବା ବିଜେପି ନିଜେ ନାରୀଙ୍କୁ ନିର୍ଯାତନା ଦେଉଥିବା କଂଗ୍ରେସ କହିଛି ।

The post ୨ ମାସ ପରେ ଆଇଆଇଟି-ବିଏଚ୍ୟୁ ଛାତ୍ରୀଙ୍କ ଦୁଷ୍କର୍ମକାରୀଙ୍କୁ ବାନ୍ଧିଲା ପୋଲିସ । ବିଜେପି ଆଇଟି ସେଲର ସକ୍ରିୟ ଅଭିଯୁକ୍ତ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started