ମୃତ୍ୟୁକୁ ଜୟ କରିଥିବାରୁ, କୁନି ଝିଅ ନା ପାଇଲା ‘ବିଜୟିନୀ’ । ଭୀମସାରରେ ହେଲା ଏକୋଇଶିଆ । କେକ୍ କାଟିବା ସହ ହେଲା ସତ୍ୟ ନାରାୟଣ ପୂଜା ।

କନକ ବ୍ୟୁରୋ: ସମ୍ବଲପୁର ରେଙ୍ଗାଲିର ଏକ ବୋରୱେଲରୁ ଉଦ୍ଧାର ହୋଇଥିବା କୁନି ଶିଶୁକୁ ଆଜି ୨୧ ଦିନ ପୂରିଛି । ଭୀମସାରରେ ଶିଶୁଟିର ଚିକିତ୍ସା କରାଯାଇଥିବା ବେଳେ ଆଜି ତା’ର ଏକୋଇଶିଆ ପାଳନ କରାଯାଇଛି । ଆଉ ଏହି ଅବସରରେ ତା’ର ନାଁ ବିଜୟିନୀ ରଖାଯାଇଛି । ଏକୋଇଶିଆରେ ପୂରା ରୀତିନୀତି ସହ ସତ୍ୟନାରାୟଣ ପୂଜା ଓ କେକ୍୍ କଟା ଯାଇଛି ।
ତେବେ ଯାହା ଭାଗ୍ୟରେ ସୁଖ ଥିବ, ହସ ଥିବ, ତାକୁ କିଏ ବା’ କନ୍ଦେଇ ପାରିବ । ଯେଉଁ କୁନି ଝିଅର ଆୟୁଷ ଛଡ଼ାଇ ନେବାକୁ ଉଦ୍ୟମ ହୋଇଥିଲା, ସେଇ କୁନି ଝିଅକୁ ୨୧ଦିନ ଛୁଇଁଛି । ଆଉ ଏକୋଇଶିଆରେ ତାକୁ ନାଁ ମିଳିଛି, ବିଜୟିନୀ । ତେବେ ଯିଏ ମୃତ୍ୟୁକୁ ଜୟ କରି ଫେରିଛନ୍ତି, ସିଏ ବିଜୟିନୀ ନୁହେଁ ତ’ ଆଉ କ’ଣ?

ବିଜୟିନୀର ଏକୋଇଶିଆ ପାଇଁ ଭିମସାରରେ ହୋଇଥିଲା ବ୍ୟାପକ ଆୟୋଜନ । ସତ୍ୟନାରାୟଣ ପୂଜା ସହ କେକ୍ କଟା ଯାଇଛି । କୁନି ଝିଅର ଏକୋଇଶିଆରେ ମିଠା ବାଣ୍ଟି ଖୁସି ମନା ଯାଇଛି । ରେଙ୍ଗଲି ଥାନା ଲାରିପାଲି ଗାଁ ନିକଟରେ ଥିବା ପରିତ୍ୟକ୍ତ ବୋରୱେଲରୁ ଉଦ୍ଧାର ହୋଇଥିଲା କୁନି ଝିଅ । ଦୀର୍ଘ ସମୟ ଧରି ବୋରୱେଲ ଭିତରେ ପଡ଼ି ରହିଥିବା ଝିଅଟି ଉଦ୍ଧାର ହୋଇପାରିବ ନା’ ନାହିଁ । ଯଦି ଉଦ୍ଧାର ହେବ ବଞ୍ଚିବ ନା’ ନାହିଁ । କେତେ କଥା ଶୁଣିବାକୁ ମିଳୁଥିଲା । ହେଲେ ଭଗବାନଙ୍କ କରିସ୍ମା ଦେଖନ୍ତୁୁ, ଆଜି ଖୁସିରେ ଖେଳୁଛି ବିଜୟିନୀ ।

ଯେଉଁ ଝିଅ ଦିନେ ଅଲୋଡ଼ା ଥିଲା । ଅଲୋଡ଼ା ହୋଇ ମୃତ୍ୟୁର ଦ୍ୱାର ଯାଏଁ ପହଞ୍ଚିଯାଇଥିଲା । ସେଇ ଝିଅ ଆଜି ଅଲିଅଳି । ବିଜୟିନୀଙ୍କୁ ଝିଅ ଭାବେ କୋଳେଇ ନେବା ପାଇଁ ବାପା-ମା’ଙ୍କ ଲାଇନ୍ ଲାଗୁଛି । ଏଇ ପରିଚୟ ଟିକକ ଲୁଚାଇବା ପାଇଁ ସେଦିନ ଅମଣିଷମାନେ ବିଜୟିନୀକୁ ବୋରୱେଲକୁ ପିଙ୍ଗି ଦେଇଥିଲେ । ହେଲେ, ଝିଅଟି କେତେ ଭାଗ୍ୟବାନ ଦେଖନ୍ତୁ, ବିଜୟିନୀ ସହ ପରିଚୟ ଯୋଡ଼ିବା ପାଇଁ ତାଲିକା ଲମ୍ବୁଛି ।

The post ମୃତ୍ୟୁକୁ ଜୟ କରିଥିବାରୁ, କୁନି ଝିଅ ନା ପାଇଲା ‘ବିଜୟିନୀ’ । ଭୀମସାରରେ ହେଲା ଏକୋଇଶିଆ । କେକ୍ କାଟିବା ସହ ହେଲା ସତ୍ୟ ନାରାୟଣ ପୂଜା । first appeared on Kanak News.

from Kanak News
via <a href="https://ifttt.com/?

ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାଡ ବିରୋଧରେ ଭାରତ ସରକାରଙ୍କ ବଡ ନିଷ୍ପତି । ଦେଶ ବିରୋଧୀ କାର୍ଯ୍ୟକଳାପ ନେଇ ଗୋଲ୍ଡିକୁ ଆତଙ୍କବାଦୀ ଘୋଷଣା କଲା ଭାରତ

କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ଗୋଲଡୀ ବ୍ରାର୍କୁ ଆତଙ୍କବାଦୀ ଘୋଷଣା କଲା ଭାରତ । କାନାଡ଼ାରେ ରହି ଭାରତ ବିରୋଧୀ ଗତିବିଧି କରୁଥିବା ଗୋଲଡୀକୁ ସୋମବାର ଆତଙ୍କୀଭାବେ ଭାରତ ସରକାର ଘୋଷଣା କରିଛନ୍ତି । ଗତବର୍ଷ ଅର୍ନ୍ତଜାତୀୟ ଆତଙ୍କୀ ସଂଗଠନ ବବର ଖାଲସା ସହିତ ସମ୍ପର୍କ ଅଭିଯୋଗ ଆଣି ଭାରତ ସରକାର ଗୋଲଡିକୁ ଆତଙ୍କୀଭାବେ ଘୋଷଣା କରିଛନ୍ତି । ଲୋକପ୍ରିୟ ପଂଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ପଛରେ ମଧ୍ୟ ଗୋଲଡୀ ଓ ତା ସହଯୋଗୀଙ୍କ ହାତ ରହିଥିଲା । ଗୋଲଡୀର ଇସାରାରେ ବିଷ୍ନୋଇ ଗ୍ୟାଙ୍ଗ ସିଦ୍ଦୁଙ୍କୁ ହତ୍ୟା କରିଥିଲେ । ଗୋଲଡିର ପ୍ରକୃତ ନା ସତିନ୍ଦର ସିଂ । ୨୦୨୧ରେ ଭାରତ ଛାଡି କାନାଡା ଯିବା ପରେ ଆତଙ୍କୀ ଗତିବିଧି ଏବଂ ଭାରତ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ଅଭିଯୋଗ ରହିଛି । ଭାରତ ସରକାର ୨୫ଜଣ ଗ୍ୟାଙ୍ଗଷ୍ଟରଙ୍କୁ ଏନେଇ ଏକ ତାଲିକା ଜାରି କରିଛନ୍ତି । ଆଗାମୀ ଦିନରେ ଏମାନଙ୍କ ଉପରେ ପ୍ରତିବନ୍ଧକ ଲଗାଇବାକୁ ଯୋଜନା କରୁଛନ୍ତି ଭାରତ ସରକାର । ପଂଜାବ, ହରିଆଣା, ରାଜସ୍ଥାନ ସମେତ ବିଭିନ୍ନ ରାଜ୍ୟର ଗ୍ୟାଙ୍ଗଷ୍ଟରଙ୍କ ନାଁ ଏହି ତାଲିକାରେ ରହିଛି ।

The post ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାଡ ବିରୋଧରେ ଭାରତ ସରକାରଙ୍କ ବଡ ନିଷ୍ପତି । ଦେଶ ବିରୋଧୀ କାର୍ଯ୍ୟକଳାପ ନେଇ ଗୋଲ୍ଡିକୁ ଆତଙ୍କବାଦୀ ଘୋଷଣା କଲା ଭାରତ first appeared on Kanak News.

from Kanak News
via <a href="https://ifttt.com/?

କରୋନାର ନୂଆଷ୍ଟ୍ରେନ୍ ଆଣିପାରେ ହୃଦଘାତ୍ । ଜାପାନୀ ବିଶେଷଜ୍ଞଙ୍କ ଗବେଷଣା ବଢ଼ାଇଲା ଚିନ୍ତା । ହୃତପିଣ୍ଡକୁ ପ୍ରଭାବିତ କରୁଛି ନୂଆଷ୍ଟ୍ରେନ୍!

କନକ ବ୍ୟୁରୋ: ଚିନ୍ତା ବଢ଼ାଇଲା କରୋନାର ନୂଆ ଷ୍ଟ୍ରେନ୍ । ନୂଆ ଷ୍ଟ୍ରେନ୍ ଆଣିପାରେ ଦୃଦଘାତ । ଜାପାନର ଶୀର୍ଷ ଗବେଷଣା ପ୍ରତିଷ୍ଠାନ ରିକେନର ବୈଜ୍ଞାନିକମାନେ ଏହି ଦାବି କରିଛନ୍ତି । ଗବେଷଣା ଅନୁସାରେ, କରୋନାର ନୂଆ ଭାରିଆଣ୍ଟ ଜେଏନ୍ ଡଟ୍ ୱାନ ହୃତପିଣ୍ଡର ଏସିଇ ଟୁ ସହ ଲାଖି ରୁହେ । ଯାହା ମଣିଷର ହୃତପିଣ୍ଡରେ ଭୂତାଣୁକୁ ରଖିବାରେ ସହାୟକ ହୁଏ । ଏହାଦ୍ୱାରା ହୃତପିଣ୍ଡ ସଠିକ ଭାବେ କାମ କରେ ନାହିଁ । ତେଣୁ ଏହା ଦ୍ୱାରା ଭବିଷ୍ୟତରେ ହୃଦଘାତ ହେବାର ଆଶଙ୍କା ବଢିପାରେ । ତେବେ ଯଦିଓ କୌଣସି କ୍ଲିନିକାଲ୍ ପ୍ରମାଣ ଏହାକୁ ନେଇ ସାମ୍ନାକୁ ଆସିନାହିଁ, କିନ୍ତୁ ଲୋକଙ୍କ ମନରେ ଏକପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି ।

  • କରୋନାର ନୂଆଷ୍ଟ୍ରେନ୍ ଆଣିପାରେ ହୃଦଘାତ
  • ଜାପାନୀ ବିଶେଷଜ୍ଞଙ୍କ ଗବେଷଣା ବଢ଼ାଇଲା ଚିନ୍ତା

ପୁଣିଥରେ କରୋନା ଭାଇରାସ ବ୍ୟାପିବାରେ ଲାଗିଛି । ନିକଟ ବର୍ଷରେ ଏହି ଭାଇରସ୍ ସାରା ଦୁନିଆରେ ଆତଙ୍କ ଖେଳାଇଥିଲା । ଯଦିଓ ଟିକା ନେବା ପରେ ମୃତ୍ୟୁ ସଂଖ୍ୟା କମିଛି । କିନ୍ତୁ ଏହାରି ଭିତରେ କରୋନାକୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଅନ୍ତର୍ଜାତୀୟ ଖବରକାଗଜ ଡେଲିମେଲରେ ପ୍ରକାଶିତ ରିପୋର୍ଟ କହିଛି, ଜାପାନୀ ବିଶେଷଜ୍ଞ ଦ୍ୱାରା ଗବେଷଣାରୁ ଜଣାପଡିଛି ଯେ, କରୋନାର ନୂଆ ଷ୍ଟ୍ରେନ୍ ହୃଦଘାତ ଆଶଙ୍କା ବଢାଇ ଦେଇଛି । ଜାପାନାର ଶୀର୍ଷ ଗବେଷଣା ପ୍ରତିଷ୍ଠାନ ରିକେନର ବୈଜ୍ଞାନିକମାନେ ଏହି ଦାବି କରିଛନ୍ତି ।

  • ହୃତପିଣ୍ଡକୁ ପ୍ରଭାବିତ କରୁଛି ନୂଆଷ୍ଟ୍ରେନ୍!
  • ଆଗକୁ ବଢ଼ିବ କି ହୃଦରୋଗୀଙ୍କ ସଂଖ୍ୟା?

ଜାପାନର ସର୍ବୋଚ୍ଚ ଗବେଷଣା ପ୍ରତିଷ୍ଠାନ ‘ରିକେନ୍’ର ବୈଜ୍ଞାନିକଙ୍କ ଗବେଷଣାରୁ ଏହା ସାମ୍ନାକୁ ଆସିଛି । ଏହି ଗବେଷଣାରେ ଦାବି କରାଯାଇଛି ଯେ କରୋନା ଭୂତାଣୁର ନୂଆ ଭୂତାଣୁ ଜେଏନ. ୱାନ ହୃତପିଣ୍ଡର ଏସିଇ ୨ ସହ ଲାଖି ରୁହେ । ଯାହା ମଣିଷର ହୃତପିଣ୍ଡରେ ଭୂତାଣୁକୁ ରଖିବାରେ ସହାୟକ ହୁଏ । ଏହାଦ୍ୱାରା ହୃତପିଣ୍ଡ ସଠିକ ଭାବେ କାମ କରେ ନାହିଁ । ତେଣୁ ଏହା ଦ୍ୱାରା ଭବିଷ୍ୟତରେ ହୃଦଘାତ ହେବାର ଆଶଙ୍କା ବଢିପାରେ । ବୈଜ୍ଞାନିକମାନେ କହିଛନ୍ତି ଯେ ସାର୍ସ-କୋଭ୍-୨ ରେ କ୍ରମାଗତ ସଂକ୍ରମଣ ଭବିଷ୍ୟତରେ ହୃଦଘାତର ଆଶଙ୍କା ବଢ଼ାଇବାର ସମ୍ଭାବନା ରହିଛି । ଯଦିଓ କୌଣସି କ୍ଲିନିକାଲ୍ ପ୍ରମାଣ ଏହାକୁ ନେଇ ସାମ୍ନାକୁ ଆସିନାହିଁ ।

ଗତ କିଛି ସପ୍ତାହ ମଧ୍ୟରେ ବ୍ରିଟେନ ଏବଂ ବିଶ୍ୱର ଅନ୍ୟ କେତେକ ଦେଶରେ ଜେଏନ.୧.ଷ୍ଟ୍ରେନ୍ ଯୋଗୁଁ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇଛି । ବିଶେଷଜ୍ଞମାନେ ଦାବି କରିଛନ୍ତି ଯେ, ଏହାଦ୍ୱାରା ସେହି ଲୋକମାନଙ୍କଠାରେ ହୃଦରୋଗ ହେବାର ସମ୍ଭାବନା ବୃଦ୍ଧି ପାଇପାରେ । ତେଣୁ ଏହାକୁ ନେଇ ସରକାର ସତର୍କ ହେବା ଜରୁରୀ ।

The post କରୋନାର ନୂଆଷ୍ଟ୍ରେନ୍ ଆଣିପାରେ ହୃଦଘାତ୍ । ଜାପାନୀ ବିଶେଷଜ୍ଞଙ୍କ ଗବେଷଣା ବଢ଼ାଇଲା ଚିନ୍ତା । ହୃତପିଣ୍ଡକୁ ପ୍ରଭାବିତ କରୁଛି ନୂଆଷ୍ଟ୍ରେନ୍! first appeared on Kanak News.

from Kanak News
via <a href="https://ifttt.com/?

ଭୟଙ୍କର ଭୂମିକମ୍ପରେ ଥରିଲା ଜାପାନ । ୯୦ ମିନିଟରେ ୨୧ ଥର ଲାଗିଲା ଝଟକା, ରିକ୍ଟରସ୍କେଲରେ ୭.୪ ତୀବ୍ରତା ରେକର୍ଡ

କନକ ବ୍ୟୁରୋ : ପ୍ରଥମେ ଭୂମିକମ୍ପ ପରେ ସୁନାମି । ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ଥରି ଉଠିଲା ଜାପାନ । ଭୟଙ୍କର ଭୂମିକମ୍ପ ପରେ ସମୁଦ୍ରରେ ମାଡି ଆସିଲା ସୁନାମୀ । ସୋମବାର ଜାପାନ୍ରେ ୯୦ ମିନିଟ୍ରେ ୨୧ ଥର ଭୂକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍ରେ ସର୍ବାଧିକ ତୀବ୍ରତା ୭.୪୬ ରେକର୍ଡ ହୋଇଛି । ଏହାପରେ ସମୁଦ୍ରରେ ଉଚ୍ଚ ଉଚ୍ଚ ଲହରି ମାଡି ଆସୁଥିବା ଦେଖିବାକୁ ମିଳିଛି    । ଆଗକୁ ଉତର-ମଧ୍ୟ ଜାପାନର ଇଶିକ୍ୱାର ପଶ୍ଚିମାଂଚଳରେ ବଡ ଧରଣର ସୁନାମୀ ଆସିପାରେ । ଲୋକଙ୍କୁ ସତର୍କ କରାଇ ଦେଇଛି, ଜାପାନ ପାଣିପାଗ ବିଭାଗ । ଲୋକଙ୍କୁ ପାଖରେ ଥିବା ନିକଟସ୍ଥ ଉଚ୍ଚ ସ୍ଥାନ ଅବା ବିଲଡିଂକୁ ପଳାଇଯିବାକୁ ନର୍ଦ୍ଦେଶ ଦିଆଯାଇଛି ।

ସମୁଦ୍ରରେ ଭୂମିକମ୍ପର ପ୍ରଭାବ ୧୦ କିଲୋମିଟର ଗଭିର ଯାଏ ପଡିଥିଲା । ସେହିପରି ସ୍ଥଳରେ ୪୨ କିଲୋମିଟର ପର୍ଯ୍ୟନ୍ତ ଭୀୂମମ୍ପର ପ୍ରଭାବ ଦେଖିବାକୁ ମିଳିଛି । ଜାପାନ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଉତର-ମଧ୍ୟ ଜାପାନର ଇଶିକ୍ୱା ଅଂଚଳରେ ଏହି ଭୂମିକମ୍ପ ହୋଇଛି । ଏହାପରେ ପାଖାପାଖି ୩୪ହଜାର ଘରର ବିଜୁଳି କଟି ଯାଇଛି । ମଧ୍ୟ ଜାପାନ୍ର ପ୍ରମୁଖ ରାଜରାସ୍ତାରେ ବଡ ବଡ ଫାଟ ସୃଷ୍ଟି ହୋଇଛି । ଅନେକ ଘର ଭୂକମ୍ପରେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି । ଭୂମିକମ୍ପ ପାଇଁ ରେଳ ଯାତ୍ରାକୁ ସ୍ଥଗିତ ରଖାଯାଇଛି । ତେବେ ମୃତାହତଙ୍କ ସଠିକ୍ ସୂଚନା ବର୍ତମାନ ସୁଦ୍ଧା ମିଳିପାରି ନାହିଁ ।

ଜାପାନରେ ଭୂକମ୍ପ ପରେ ସତର୍କ ହୋଇ ପଡିଛି ଭାରତୀୟ ଦୂତାବାସ । ଜାପାନ ସ୍ଥିତ ଭାରତୀୟ ଦୂତାବାସ ସେଠାରେ ଥିବା ଭାରତୀୟଙ୍କ ପାଇଁ ଜରୁରୀକାଳିନ ନମ୍ବର ଜାରି କରିଛି । ଏଥିସହ ଏମରଜେନ୍ସି କଂଟ୍ରୋଲ ରୁମ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି । କୌଣସି ଅସୁବିଧା ହେଲେ ଏହି ଜରୁରୀକାଳିନ ନମ୍ବରରେ ସମ୍ପର୍କ କରିବାକୁ ଭାରତୀୟଙ୍କୁ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚାଇ ଦିଆଯାଇଛି । ତେବେ ଜାପାନ୍ରେ ଭୂକମ୍ପ ପରେ ସୁନାମି କିଛି ନୂଆ କଥା ନୁହେଁ । ମାର୍ଚ୍ଚ୧୧, ୨୦୧୧ରେ ଉତର-ପୂର୍ବ ଜାପାନରେ ଭୟଙ୍କର ଭୂକମ୍ପ ପରେ ସୁନାମି ଆସିଥିଲା । ସେହି ପ୍ରଳୟରେ ୨୦ହଜାରରୁ ଅଧିକ ଲୋକେ ପ୍ରାଣ ହରାଇଥିଲେ ।

The post ଭୟଙ୍କର ଭୂମିକମ୍ପରେ ଥରିଲା ଜାପାନ । ୯୦ ମିନିଟରେ ୨୧ ଥର ଲାଗିଲା ଝଟକା, ରିକ୍ଟରସ୍କେଲରେ ୭.୪ ତୀବ୍ରତା ରେକର୍ଡ first appeared on Kanak News.

from Kanak News
via <a href="https://ifttt.com/?

କରୋନାର ନୂଆ ସବ୍ ଭାରିଆଂଟ୍ ଜେଏନ୍ ଡଟ୍ ୱାନକୁ ନେଇ ଆସିଲା ଚିନ୍ତାଜନକ ରିପୋର୍ଟ । ଆକ୍ରାନ୍ତଙ୍କ ପାଖରେ ହୃଦ୍ଘାତ ଭୟ ଥିବା କହିଲେ ଜାପାନ ବିଶେଷଜ୍ଞ

କନକ ବ୍ୟୁରୋ : ଜାପାନ ବିଶେଷଜ୍ଞଙ୍କ ଏଭଳି ଏକ ରିପୋର୍ଟ ଏବେ ସାମ୍ନାକୁ ଆସିଛି । କରୋନା ମହାମାରୀ ପରେ ସାରା ଦେଶରେ ସ୍ୱାସ୍ଥ୍ୟଗତ ସମସ୍ୟା ବଢାଇ ଦେଇଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି । ବିଶେଷ କରି କରୋନା ଆକ୍ରାନ୍ତଙ୍କ ନିକଟରେ ହୃଦଘାତ ଭଳି ସମସ୍ୟା ଅଧିକ ଦେଖିବାକୁ ମିଳୁଛି ବୋଲି ଜାପାନ ବିଶେଷଜ୍ଞମାନେ କହିଛନ୍ତି । ଏହାରିଭିତରେ କୋଭିଡ୍ ସବ୍ ଭାରିଆଂଟ୍ ଜେଏନ୍ ଡଟ୍ ୱାନକୁ ନେଇ ଏକ ଚିନ୍ତାଜନକ ତଥ୍ୟ ଏହି ରିପୋର୍ଟରେ ରହିଛି । ‘ଜେଲନ.୧’ ଆକ୍ରାନ୍ତଙ୍କ ଠାରେ ହୃଦୟ ଜନିତ ସମସ୍ୟା ଅଧିକ ଦେଖା ଦେଇପାରେ ବୋଲି ରିପୋର୍ଟରେ ଦର୍ଶାଯାଇଛି । ଆମେରିକା, ବ୍ରିଟେନ୍, ଚାଇନା ଏବଂ ଭାରତରେ ନିକଟରେ ‘ଜେଏନ.୧’ରେ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢି ବଢି ଚାଲିଛି । ଆଉ ଏହି ଆକ୍ରାନ୍ତଙ୍କ ପାଖରେ ହୃଦୟ ଜନିତ ସମସ୍ୟା ଦେଖା ଦେଉଛି ।

ସେପଟେ ଭାରତୀୟ ବିଶେଷଜ୍ଞଙ୍କ କହିବା କଥା, ଶୀତଋତୁରେ ବଢ଼ୁଛି ହୃଦଘାତ ସମସ୍ୟା । ଅନ୍ୟ ଋତୁ ଅପେକ୍ଷା ଶୀତଦିନରେ ହୃଦଘାତ ଆଶଙ୍କା ପ୍ରାୟ ୩୦ପ୍ରତିଶ ଅଧିକ ରହୁଛି । ହାଡଭଙ୍ଗା ଶୀତରେ ରକ୍ତ ସଂଚାଳନ ଉପରେ ପ୍ରଭାବ ପକାଇଥାଏ ଯାହା ଦ୍ୱାରା ହୃଦଘାତର ଆଶଙ୍କା ଅଧିକ ରହୁଥିବା କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ଯେଉଁମାନେ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ସେମାନଙ୍କୁ ଅଧିକ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏଥିସହ ଖାଦ୍ୟପେୟ ଅନିୟମତା ମଧ୍ୟ ଅନ୍ୟ ଏକ ପ୍ରମୁଖ କାରଣ ଅଟେ ।

ଅନେକ ଦିନର ବ୍ୟବଧାନ ପରେ ଦେଶରେ ଆଜି ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟାରେ ୬୩୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ୩ଜଣ ମାରାତ୍ମକ କରୋନାରେ ପ୍ରାଣ ହରାଇଛନ୍ତି । ଏହାରି ସହିଚତ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୯୪ରେ ପହଁଚିଛି । ବିଶେଷ କରି ‘ଜେଲନ.୧’ ରେ ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି ।

The post କରୋନାର ନୂଆ ସବ୍ ଭାରିଆଂଟ୍ ଜେଏନ୍ ଡଟ୍ ୱାନକୁ ନେଇ ଆସିଲା ଚିନ୍ତାଜନକ ରିପୋର୍ଟ । ଆକ୍ରାନ୍ତଙ୍କ ପାଖରେ ହୃଦ୍ଘାତ ଭୟ ଥିବା କହିଲେ ଜାପାନ ବିଶେଷଜ୍ଞ first appeared on Kanak News.

from Kanak News
via <a href="https://ifttt.com/?

ପଦାରେ ପଡିଲାଣି ଇଣ୍ଡିଆ ମେଂଟ କନ୍ଦଳ । ମତ ଭିନ୍ନ ପରେ ମେଣ୍ଟର ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନ

କନକ ବ୍ୟୁରୋ : ମତ ଓ ବିଚାରଧାରା ଭିନ୍ନ ଥିଲେ ମଧ୍ୟ ବିଜେପି ଭଳି ଶାସକ ଦଳକୁ ଚେକ ଦେବା ପାଇଁ ଏକାଠି ହୋଇଥିଲେ କଂଗ୍ରେସ ସମେତ ଦେଶର ଅନେକ ଆଂଚଳିକ ଦଳ । ଉଦ୍ଦେଶ୍ୟ ଥିଲା ଦେଶରେ ବଢୁଥିବା ବିଜେପିକୁ ଚେକ୍ ଦେବେ । ହେଲେ ଏବେ ଯେଉଁ ସ୍ଥିତି ଉପୁଜିଛି ତାହା ମେଣ୍ଟର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ ଉଠିଛି । ସାଧାରଣ ନିର୍ବାଚନକୁ ୬ ମାସରୁ କମ୍ ସମୟ ଥିବାବେଳେ ଆସନ ବୁଝାମଣାକୁ ମେଇ ବିରୋଧୀ ମେଂଟ ଇଣ୍ଡିଆରେ ଭିନ୍ନ ମତ ସାମ୍ନାକୁ ଆସିଛି । ନିକଟରେ ହୋଇଥିବା ବୈଠକରେ ନିଷ୍ପତି ନିଆଯାଇଥିଲା ଯେ, ୨୦୨୪ ଲୋକସଭା ନିର୍ବାଚନ ପାଇଁ ଯଥାଶୀଘ୍ର ଆସନ ଆବଂଟନ ହେବ । ଆପୋସ ବୁଝାମଣା କରାଯାଇ ଆସନ ବଂଟା ଯିବ । ଏଥିପାଇଁ କଂଗ୍ରେସକୁ ଦାୟିତ୍ୱ ଦିଆଯାଇଥିଲା । କିନ୍ତୁ ଏହା ପୂର୍ବରୁ ଟିଏମ୍ସି ଓ ଆମ ଆଦମୀ ପାର୍ଟି ଏକାକୀ ଲୋକସଭା ନିର୍ବାଚନ ଲଢିବେ ବୋଲି ଘୋଷଣା କରି ସାରିଛନ୍ତି । ଯାହାକୁ ନେଇ ମେଂଟ ଆଗକୁ ବଡଧରଣର ଆଭ୍ୟନ୍ତରୀଣ କନ୍ଦଳକୁ ସାମ୍ନା କରିବାକୁ ଯାଉଥିବା ରାଜନୀତି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।

ହିନ୍ଦୀ ହାର୍ଟଲ୍ୟାଣ୍ଡରେ ଖାସ କରି ଛତିଶଗଡ-ମଧ୍ୟପ୍ରଦେଶ ଫଳାଫଳ ବିରୋଧୀ ଶିବିରକୁ ଚିନ୍ତାରେ ପକାଇଛି । ଯଦିଓ ଲୋକସଭା ନିର୍ବାଚନରେ ଏକଜୁଟ୍ ହୋଇ ନିର୍ବାଚନ ବଢିବାକୁ କଂଗ୍ରେସ ଓ ଅନ୍ୟ ବିଜେପି ବିରୋଧୀ ଦଳ ଲକ୍ଷ୍ୟ ରଖିଥିଲେ । କିନ୍ତୁ କଂଗ୍ରେସ ପ୍ରତି ଲୋକଙ୍କ ସମର୍ଥନ କମୁଥିବା ଦେଖୁ କୁଆଡେ ବିରୋଧୀ ଆଉ କଂଗ୍ରେସ ସହ ଯୋଡି ହୋଇ ଭୋଟ୍ ବ୍ୟାଙ୍କ ହରାଇବାକୁ ଚାହୁଁନଥିବା କୁହାଯାଉଛି । କାରଣ ତୃଣମୂଳ କଂଗ୍ରେସ, ଆମ ଆଦମୀ ପାର୍ଟି, ଭଳି ଅନେକ ବିରୋଧୀ ଦଳ ବିଭିନ୍ନ ରାଜ୍ୟରେ କ୍ଷମତାରେ ଅଛନ୍ତି । ଯେଉଁଠି କଂଗ୍ରେସର ଉପସ୍ଥିତି ମଧ୍ୟ ରହିଛି । ଏପରି ସ୍ଥିତିରେ ମମତା ଓ କେଜ୍ରିୱାଲ ଏକାକୀ ନିର୍ବାଚନ ଲଢିବାକୁ ନିଷ୍ପତି ନେଇଛନ୍ତି । ସେହିପରି ନିକଟରେ ଦଳୀୟ କନ୍ଦଳର ସାମ୍ନା କରୁଥିବା ନୀତୀଶ କୁମାରଆଙ୍କ ଜେଡିୟୁର ଆଭିମୁଖ୍ୟ ଆର୍ଜେଡି ଓ କଂଗ୍ରେସର ଚିନ୍ତା ବଢାଇ ଦେଇଛି ।

କଂଗ୍ରେସକୁ ଲାଗିପାରେ ଝଟକା !
– ପଂଜାବରେ ଆମ ଆଦ୍ମୀ ପାର୍ଟି, ପଶ୍ଚିମବଙ୍ଗରେ ଟିଏମସି ଏକାକୀ ନିର୍ବାଚନ ଲଢିବାକୁ ନିଷ୍ପତ୍ତି
– ୨୦୧୯ରେ ପଂଶ୍ଚିମବଙ୍ଗରେ କଂଗ୍ରେସ ଓ ଟିଏମ୍ସି ଏକା ଏକା ଲୋକସଭା ନିର୍ବାଚନ ଲଢ଼ିଥିଲେ
– ୪୨ଟି ଆସନରୁ କଂଗ୍ରେସ ୨ଟି ଓ ଟିଏମସି ୨୨ଟି ଆସନ ହାତେଇଥିଲା
– ୨୦୨୪ ପାଇଁ ମହାରାଷ୍ଟ୍ରରେ ଶିବସେନା ଉଦ୍ଧବ ଗୋଷ୍ଠୀ ୨୩ଟି ଆସନ ଦାବି କରିଛି
– କଂଗ୍ରେସ ଶିବସେନା ଉଦ୍ଧବ ଗୋଷ୍ଠୀର ଦାବିକୁ ପ୍ରତ୍ୟାଖାନ କରିଛି
– ୨୦୧୯ରେ ମହାରାଷ୍ଟ୍ରରେ କଂଗ୍ରେସ ଓ ଏନସିପି ଏକାଠି ଲୋକସଭା ନିର୍ବାଚନ ଲଢ଼ିଥିଲେ
– ୪୮ଟି ଆସନରୁ କଂଗ୍ରେସ ୧ଟି ଓ ଏନସିପି ୪ଟି ଜିତିଥିଲା
– ଶିବସେନା ଓ ବିଜେପି ଏକାଠି ଲଢ଼ିଥିଲେ
– ଶିବସେନା ୧୮ ଓ ବିଜେପି ୨୩ଟି ଆସନ ହାତେଇଥିଲା

ଦଳୀୟ ଭିତିଭୂମୀକୁ ସୁଦୃଢ କରିବା ପାଇଁ କଳ ବଳ କୌଶଳ ସବୁ ଲଗାଇ ଦେଲାଣି କଂଗ୍ରେସ । ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ କରିବା ପାଇଁ ଏକାଧିକ ରଣନୀତି ମଧ୍ୟ ପ୍ରସ୍ତୁତ କରୁଛି । ଦଳର ଆଗାମୀ ଭାରତ ନ୍ୟାୟ ଯାତ୍ରା ମଣିପୁରରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ମୁମ୍ବାଇରେ ଶେଷ ହେବାକୁ ଯାଉଛି । ହେଲେ ଏସବୁ ଭିତରେ ବିରୋଧୀଙ୍କୁ ଏକଜୁଟ କରିବା ସବୁଠୁ ବଡ ଚ୍ୟାଲେଞ୍ଜ ।

The post ପଦାରେ ପଡିଲାଣି ଇଣ୍ଡିଆ ମେଂଟ କନ୍ଦଳ । ମତ ଭିନ୍ନ ପରେ ମେଣ୍ଟର ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନ first appeared on Kanak News.

from Kanak News
via <a href="https://ifttt.com/?

କାଳିଆ ଦର୍ଶନରୁ ବର୍ଷ ଆରମ୍ଭ । ୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ । ଆଜିଠାରୁ କଡ଼ାକଡ଼ି ହେଲା ଡ୍ରେସକୋଡ୍ । ପାନ, ଗୁଟଖା ଖାଇଥିଲେ ଶ୍ରୀମନ୍ଦିର ମନା

କନକ ବ୍ୟୁରୋ: କାଳିଆ ଦର୍ଶନରୁ ଆରମ୍ଭ ହୋଇଛି ନୂଆବର୍ଷ । ନୂଆବର୍ଷ ପାଇଁ ଆଜି ଚଳଚଞ୍ଚଳ ହୋଇପଡ଼ିଥିଲା ବଡ଼ଦାଣ୍ଡ । ଲକ୍ଷ ଲକ୍ଷ ଭକ୍ତଙ୍କ ସମାବେଶରେ କମ୍ପିଉଠିଥିଲା ପୂରା ପରିବେଶ । ପ୍ରତି ଶ୍ରଦ୍ଧାଳୁଙ୍କ ମୁହଁରେ ଶୁଭୁଥିଲା ଜୟ ଜଗନ୍ନାଥ ଧ୍ୱନି । ବେଳାଭୂମିରୁ ଆରମ୍ଭ କରି ଶ୍ରୀମନ୍ଦିର ସବୁଠି ଦେଖିବାକୁ ମିଳିଥିଲା ଶ୍ରଦ୍ଧାଳୁଙ୍କ ଜନଗହଳି ।

ତେବେ ସକାଳର ସୂର୍ଯ୍ୟ ଶ୍ରୀମନ୍ଦିର ଉପରେ ପଡ଼ିବା ଆଗରୁ ଲୋକାରଣ୍ୟ ହୋଇସାରିଥିଲା ବଡ଼ ଦାଣ୍ଡ । ଦିଅଁ ଦର୍ଶନରୁ ବର୍ଷର ଆରମ୍ଭ ଲକ୍ଷ୍ୟରେ ଶ୍ରୀକ୍ଷେତ୍ରକୁ ଛୁଟି ଆସିଥିଲେ, ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ଭକ୍ତଙ୍କ ଆଗମନକୁ ଲକ୍ଷ୍ୟରେ ରଖି ପ୍ରଶାସନ ବି ପ୍ରସ୍ତୁତ ଥିଲା । ମଧ୍ୟରାତ୍ରରୁ ଫିଟିଥିଲା ପହୁଡ଼ । ଠାକୁର ଦର୍ଶନ ପାଇଁ କୋଣ ଅନୁକୋଣରୁ ଛୁଟି ଆସିଥିଲେ ଶ୍ରଦ୍ଧାଳୁ । କାହାରି ମୁହଁରେ କ୍ଲାନ୍ତି ନଥିଲା । କେବଳ ଶୁଭୁଥିଲା ଜୟ ଜଗନ୍ନାଥ ଧ୍ୱନି ।

ରବିବାର ରାତି ୯ଟା ୩୫ରେ ପଡ଼ିଥିଲା ମହାପ୍ରଭୁଙ୍କୁ ପହଡ଼ । ୧୨ଟା ୪୨ରେ ପହୁଡ଼ ଫିଟିବା ପରେ ରାତି ୧୨ଟା ୫୫ରେ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ ଶ୍ରଦ୍ଧାଳୁ । ନୀତିକାନ୍ତି ପରେ ରାତି ୧ଟା ୪୦ରୁ ଆରମ୍ଭ ହୋଇଥିଲା ଦର୍ଶନ । ପ୍ରତି ଘଣ୍ଟାରେ ୧୮ରୁ ୨୦ହଜାର ଭକ୍ତ ଦର୍ଶନ କରିଥିଲେ । ସିଂହଦ୍ୱାର ଫିଟିବା ପରେ ମୁଖ୍ୟ ଶାସନ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, କେନ୍ଦ୍ରାଞ୍ଚଳ ଆଇଜି, ଡିଆଇଜିଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ରହି ସମସ୍ତ ବ୍ୟବସ୍ଥା ତଦାରଖ କରିଥିଲେ । ମହାମହିମ ରାଜ୍ୟପାଳ ମଧ୍ୟ ନୂଆବର୍ଷର ଆରମ୍ଭ ମହାପ୍ରଭୁଙ୍କ ଦର୍ଶନରୁ କରିଛନ୍ତି ।

ଏସବୁ ଭିତରେ ଭକ୍ତଙ୍କ ସୁବିଧା ପାଇଁ ନୂଆ ଏସି ସେଡ୍ ଦେଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ସେହିପରି ନୂଆ ବର୍ଷରୁ ଶ୍ରୀମନ୍ଦିରରେ ନୂଆ ନିୟମ ମଧ୍ୟ ଲାଗୁ ହୋଇଛି । ଶାଳିନତା ପୋଷାକ ପରିଧାନ, ପାନ ଗୁଟଖା ଉପରେ କଟକଣା ସହ ଶ୍ରୀମନ୍ଦିର ଭିତରକୁ ପ୍ଲାଷ୍ଟିକ ପଲିଥିନ ବ୍ୟାନ୍ କରାଯାଇଛି ।

ଭକ୍ତିର ଏହି ଭାବମୟ ପରିବେଶ ଭିତରେ ମନ ଜିଣି ନେଇଥିଲେ ଜଣେ କୁନିଭକ୍ତ । ଭକ୍ତଙ୍କ ସେବା ଓ ଶୃଙ୍ଖଳାରେ ନିୟୋଜିତ ଥିବା ସୁରକ୍ଷାକର୍ମୀଙ୍କୁ ନିଜ ହାତରେ ବୁଲିବୁଲି ମହାପ୍ରଭୁଙ୍କ ମହାପ୍ରସାଦକୁ ବାଣ୍ଟିଥିଲେ । ସ୍କୁଲରେ ପଢୁଥିବା ଝିଅଟି ସମସ୍ତଙ୍କ ଭଳି ଠାକୁର ଦର୍ଶନରୁ ବର୍ଷର ଆରମ୍ଭ କରିବାକୁ ନିଷ୍ପତି ନେଇଥିଲେ । ସୂଚନାଯୋଗ୍ୟ ଯେ, ନୂଆବର୍ଷରେ ପ୍ରାୟ ୫ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଶାନ୍ତିଶୃଙ୍ଖଳା ସହ ଶ୍ରୀଜିଉଙ୍କ ଦର୍ଶନ କରି ଫେରିଛନ୍ତି ।

The post କାଳିଆ ଦର୍ଶନରୁ ବର୍ଷ ଆରମ୍ଭ । ୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ । ଆଜିଠାରୁ କଡ଼ାକଡ଼ି ହେଲା ଡ୍ରେସକୋଡ୍ । ପାନ, ଗୁଟଖା ଖାଇଥିଲେ ଶ୍ରୀମନ୍ଦିର ମନା first appeared on Kanak News.

from Kanak News
via <a href="https://ifttt.com/?

ନୂଆ ବର୍ଷରେ ଇସ୍ରୋର ନୂଆ ଅଭିଯାନ । ଶ୍ରୀହରିକୋଟାରୁ ଉତକ୍ଷେପଣ ହେଲା ଇସ୍ରୋର ପ୍ରଥମ ସାଇଂଟିଫିକ୍ ସାଟେଲାଇଟ୍ ଏକ୍ସପୋସାଟ

କନକ ବ୍ୟୁରୋ : ୨୦୨୪ର ପ୍ରଥମ ଦିନରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଆରମ୍ଭ କରିଛି ନୂଆ ଅଭିଯାନ । ସୋମବାର ସକାଳ ୯ଟା ୧୦ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ସ୍ପେଶ୍ ସେଂଟରରୁ ଦେଶର ପ୍ରଥମ ସାଇଂଟିଫିକ ସାଟେଲାଇଟ୍ – ଏକ୍ସପୋସାଟର ସଫଳ ଉତକ୍ଷେପଣ ହୋଇଛି । ଏକ୍ସପୋସାଟ୍ ବା ଏକ୍ସରେ ପୋଲାରିମିଟର ସାଟେଲାଇଟ୍ । ଭାରତୀୟ ବୈଜ୍ଞାନିକମାନେ ପ୍ରଥମ କରି ଏହି ଅଭିଯାନ ଆରମ୍ଭ କରିଛନ୍ତି । ପିଏସ୍ଏଲଭି-ସି ୫୮ ରକେଟ୍ ଜରିଆରେ ଏକ୍ସପୋସାଟ୍ର ଉତକ୍ଷେପଣ ହୋଇଥିବାବେଳେ ଏହା ପୃଥିବୀର ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ ହୋଇଛି । ଯଦି ଭାରତର ଏହି ମିଶନ ସଫଳ ହୁଏ, ତାହେଲେ ବିଶ୍ୱର ଦ୍ୱିତୀୟ ଦେଶ ଭାବେ ଭାରତ ନକ୍ଷତ୍ରଙ୍କ ସମ୍ପର୍କରେ ଅତ୍ୟାଧୁନିକ ପର୍ଯ୍ୟବେକ୍ଷଣ ସ୍ଥାପନର କରିବାରେ ସଫଳ ହେବ ।

 ଇସ୍ରୋ ଏହି ମିଶନ୍ ପାଇଁ ୨୦୧୭ ମସିହାରୁ ପ୍ରସ୍ତୁତି ଆରମ୍ଭ କରିଥିଲା । ଦୀର୍ଘ ବର୍ଷର ପରିଶ୍ରମ ପରେ ଆଜି ସଫଳତାର ସହ ଏକ୍ସପୋସାଟ୍କୁ ଉତକ୍ଷେପଣ କରିଛି ଇସ୍ରୋ । ଏହି ସାଟେଲାଇଟ୍ ମହାକାଶରେ ୫ ବର୍ଷ ଧରି ମହାକାଶର ଅନେକ ରହସ୍ୟ ଉନ୍ମୋଚନ କରିବ । ଭାରତ ପୂର୍ବରୁ ଏକମାତ୍ର ଦେଶ ଭାବେ ଆମେରିକା ଏକ୍ସ-ରେ ପୋଲାରିମେଟ୍ରି ଏକ୍ସପ୍ଲୋରର ମହାକାଶକୁ ପଠାଇବାରେ ସଫଳ ହୋଇଛି ।

ବ୍ରହ୍ମାଣ୍ଡର ରହସ୍ୟ ଖୋଲିବ ‘ଏକ୍ସପୋସାଟ’?
– ୫ ବର୍ଷ ପାଇଁ ମହାକାଶରେ କାମ କରିବା ‘ଏକ୍ସପୋସାଟ’
– ପୃଥିବୀ ଚାରିପଟେ ବୁଲି ବିଶ୍ୱ ବ୍ରହ୍ମାଣ୍ଡର ରହସ୍ୟ ଭେଦିବ!
– କୋଟି କୋଟି ଆଲୋକବର୍ଷ ଦୂରରେ ଥିବା ‘ବ୍ଲାକ୍ ହୋଲ୍’ ବିଷୟରେ ତଥ୍ୟ ଦେବ
– ନ୍ୟୁଟ୍ରନ୍ ଷ୍ଟାର, ପଲ୍ସର ୱିଣ୍ଡ ନେବୁଲା ସମେତ ବ୍ରହ୍ମାଣ୍ଡର ୫୦ଟି ଉଜ୍ଜ୍ୱଳ ଉତ୍ସର ଅଧ୍ୟୟନ କରିବ
– ଉଜ୍ଜ୍ୱଳ ଉତ୍ସରୁ ନିର୍ଗତ ଏକ୍ସ-ରେ ସଂଗ୍ରହ କରି ସେସବୁର ଅନୁଧ୍ୟାନରେ ବୈଜ୍ଞାନିକଙ୍କୁ ସାହାଯ୍ୟ କରିବ

୨୦୨୩ ଇସ୍ରୋ ପାଇଁ ବେଶ ସଫଳ ରହିଛି । ଗତବର୍ଷ ଐତିହାସିକ ଚନ୍ଦ୍ରଯାନ ମିଶନ୍ ଇସ୍ରୋର ସଫଳ ହୋଇଛି । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା । ଆଉ ୨୦୨୪ର ପ୍ରଥମ ଦିନରୁ ଆଉ ଏକ ଐତିହାସିକ ଅଭିଯାନ ବି ଆରମ୍ଭ କରିଛି ।

The post ନୂଆ ବର୍ଷରେ ଇସ୍ରୋର ନୂଆ ଅଭିଯାନ । ଶ୍ରୀହରିକୋଟାରୁ ଉତକ୍ଷେପଣ ହେଲା ଇସ୍ରୋର ପ୍ରଥମ ସାଇଂଟିଫିକ୍ ସାଟେଲାଇଟ୍ ଏକ୍ସପୋସାଟ first appeared on Kanak News.

from Kanak News
via <a href="https://ifttt.com/?

ନୂଆବର୍ଷରେ ପୁଣି ମାତିଲେ ଲୁଟେରା । ଘର ଝରକା ତାଡ଼ି ଲୁଟିନେଲେ ଦୁର୍ବୃତ୍ତ । ଲକ୍ଷାଧିକ ଟଙ୍କାର ରୂପା, ଟଙ୍କା ଓ ସୁନା ଗହଣା ଲୁଟ୍ ।

କନକ ବ୍ୟୁରୋ: ବର୍ଷ ଆରମ୍ଭରୁ ଲୁଟେରାଙ୍କ ଉତ୍ପାତ । ରାଜଧାନୀରେ ମାତିଛନ୍ତି ଝରକା ତଡା ଗ୍ୟାଙ୍ଗ । ଘଟଣା ଘଟିଛି ଲକ୍ଷ୍ମୀସାଗର ଥାନା ଅଧୀନ ଜଗନ୍ନାଥ ନଗରର ୮ ନମ୍ବର ରୋଡରେ । ଏକ ଭଡା ଘର ନେଇ ଭୁବନେଶ୍ୱରରେ ନିଜ ପରିବାର ସହ ପ୍ରାୟ ୮ ବର୍ଷ ହେବ ରହି ଆସୁଛନ୍ତି ସାବିତ୍ରୀ ପଣ୍ଡା । ସାବିତ୍ରୀ ଜଣେ ଗୃହିଣୀ ହୋଇଥିବା ବେଳେ ସ୍ୱାମୀ ବଢ଼େଇ ଭାବେ କାମ କରି ନିଜ ଗୁଜୁରାଣ ମେଣ୍ଟାନ୍ତି । ସଂପର୍କୀୟଙ୍କ ଘରକୁ ବୁଲିବାକୁ ଯାଇ ଫେରିବା ବେଳକୁ ସବୁକିଛି ଓଲଟ ପାଲଟ ହୋଇସାରିଥିଲା । କଷ୍ଟ ଉପାର୍ଜିତ ଟଙ୍କାରେ ଯାହା କିଛି ସଞ୍ଚୟ କରିଥିଲେ ସେ ସବୁ କେହି ଲୁଟି ନେଇଥିଲା । ଘରର ଆଲମାରୀ ତାଡି ଟଙ୍କା, ରୁପା ଓ ସୃୁନା ଗହଣା ନେଇ ଲୁଟେରା ଛୁ ମାରିଥିଲେ ।

  • ପୁଣି ମାତିଲେ ଝରକା ତଡ଼ା ଗ୍ୟାଙ୍ଗ
  • ଘର ଭିତରେ ପଶି ବୁଲାଇଲେ କଳାକନା

ସେପଟେ ଅଭାବ ଅନଟନ ଭିତରେ ଛୋଟ ଛୁଆଙ୍କୁ ପାଠ ପଢାଇବା ଆଉ ତା ଭିତରୁ ଗୋଟି ଗୋଟି କରି ଟଙ୍କା ସବୁ ସଞ୍ଚୟ କରି ରଖିଥିଲେ, ଆଉ ସୁନା ଗହଣା ଓ ରୂପା ଘର ଭିତରେ ରଖିଥିଲେ । ଦୁର୍ବୁତ ମାନେ ଘରର ଆଲମାରୀରୁ ସେସବୁ କଳାକନା ବୁଲାଇ ଦେଇଥିଲେ । ସୂଚନାଯୋଗ୍ୟ ଯେ, ରାଜଧାନୀର ପିଛା ଛାଡୁନି ଲୁଟେରା ଗ୍ୟାଙ୍ଗ । ଗୋଟିଏ ଗ୍ୟାଙ୍ଗ ବନ୍ଧା ହେଲା ପରେ ଆଉ ଗୋଟିଏ ଗ୍ୟାଙ୍ଗ ସକ୍ରିୟ ହୋଇ ଉଠୁଛି । କେତେବେଳେ ଘର ଭିତରେ ପଶି ଲୁଟୁଛନ୍ତି ତ ପୁଣି କେତେବେଳେ କେହି ଘର ନଥିବା ବେଳେ ଝରକା ତାଡି ସବୁକିଛି ସଫା କରି ଦେଉଛନ୍ତି ।

The post ନୂଆବର୍ଷରେ ପୁଣି ମାତିଲେ ଲୁଟେରା । ଘର ଝରକା ତାଡ଼ି ଲୁଟିନେଲେ ଦୁର୍ବୃତ୍ତ । ଲକ୍ଷାଧିକ ଟଙ୍କାର ରୂପା, ଟଙ୍କା ଓ ସୁନା ଗହଣା ଲୁଟ୍ । first appeared on Kanak News.

from Kanak News
via <a href="https://ifttt.com/?

ପିକନିକ୍ ପାଇଁ ରାଜ୍ୟ ପରିବହନ ବିଭାଗ ଆଣିଲା ନୂଆ ଗାଇଡଲାଇନ୍ । ଦୁର୍ଘଟଣା କମାଇବାକୁ ସଚେତନତା ଉପରେ ଗରୁତ୍ୱ

କନକ ବ୍ୟୁରୋ : ନୂଆବର୍ଷ ଆରମ୍ଭ ହୋଇଛି । ସମସ୍ତ ପର୍ଯ୍ୟଟନସ୍ଥଳୀରେ ପ୍ରବଳ ଭିଡ । ଏହାରି ଭିତରେ ରାଜ୍ୟ ପରିବହନ ବିଭାଗ ପିକନିକ୍ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ଏଥିରେ ମୁଖ୍ୟତ ଦୁର୍ଘଟଣା କମାଇବାକୁ ସଚେତନତା ଉପରେ ଗୁରୁତ୍ୱ ଦିଆଯାଇଛି ।

ପିକନିକରେ ଅମାନିଆଙ୍କ ଉପରେ ଏବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିବହନ ବିଭାଗ ତାର ନୂଆ ଗାଇଡଲାଇନରେ ଉଲ୍ଲେଖ କରିଛି । ପିକନିକ୍ ନେଇ ଯାଉଥିବା ଗାଡିର ଡ୍ରାଇଭର ଯଦି ମଦ୍ୟପାନ କରିଥାନ୍ତି ତେବେ ତାଙ୍କୁ ତୁରନ୍ତ ଗିରଫ କରାଯିବ । ଏହାସହ ମଦ୍ୟପ ଡ୍ରାଇଭରଙ୍କ ଲାଇସେନ୍ସ ମଧ୍ୟ ରଦ୍ଦ କରାଯିବ ।

ପିକନିକ ପାଇଁ ଭଡାରେ ଗାଡି ଦେଉଥିବା ଯାନବାହନ ମାଲିକଙ୍କୁ ଅନୁମତି ନେବାକୁ ପଡିବ । ସଂପୃକ୍ତ ଆରଟିଓରୁ ଅନୁମତି ଆଣିବେ ବାହନ ମାଲିକ । ଏହାସହ ପ୍ରତି ପିକନିକ୍ ସ୍ପଟରେ ପରିବହନ କର୍ମଚାରୀ ରହିବେ ବୋଲି ଗାଇଡଲାଇନରେ କୁହାଯାଇଛି ।

The post ପିକନିକ୍ ପାଇଁ ରାଜ୍ୟ ପରିବହନ ବିଭାଗ ଆଣିଲା ନୂଆ ଗାଇଡଲାଇନ୍ । ଦୁର୍ଘଟଣା କମାଇବାକୁ ସଚେତନତା ଉପରେ ଗରୁତ୍ୱ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started