ନୂଆ ବର୍ଷରେ ନୀଳଗିରି ବାବନ୍ଧ ଗାଁ ବୁଗାଳୀ ନଦୀରେ ଅଘଟଣ । କୁମ୍ଭକ୍ଷେତ୍ର ବୁଲିବାକୁ ଯାଉଥିବା ବେଳେ ବୁଡିଲା ଭେଳା

କନକ ବ୍ୟୁରୋ : ନୂଆ ବର୍ଷରେ ଅଘଟଣରୁ ଅଳ୍ପକେ ବର୍ତିଲେ ଲୋକେ । କୁମ୍ଭକ୍ଷେତ୍ର ବୁଲିବାକୁ ଯାଉଥିବା ବେଳେ ନୀଳଗିରି ବ୍ଲକ ସିଆଡିମାଳ ପଂଚାୟତ ବାବନ୍ଧ ଗାଁରେ ଏହି ଅଘଟଣ ଘଟିଛି । ଲୋକେ ବୁଗାଳି ନଦୀରେ ଭେଳାରେ କୁମ୍ଭକ୍ଷେତ୍ର ବୁଲିବାକୁ ଯାଉଥିବା ବେଳେ ଭେଳାଟି ଭାଙ୍ଗିଯାଇଥିଲା । ତେବେ ସମସ୍ତେ ଅଳ୍ପକେ ବଂଚିଯାଇଛନ୍ତି । ସ୍ଥାନୀୟ ଲୋକେ ପାଣିରୁ ଯାତ୍ରୀ ମାନଙ୍କୁ ଉଦ୍ଧାର କରିଛନ୍ତି । ଯାତ୍ରୀ ମାନେ ଭେଳାରେ ଯାଉଥିବା ବେଳେ କୌଣସି ଗାଇଡ ନଥିଲା କି ଲାଇଫ ଜ୍ୟାକେଟ ବି ନଥିଲା । ଅସୁରକ୍ଷିତ ଭାବେ ଯାତ୍ରା କରୁଥିବା ବେଳେ ଏହି ଘଟଣା ଘଟିଥିଲା ।

The post ନୂଆ ବର୍ଷରେ ନୀଳଗିରି ବାବନ୍ଧ ଗାଁ ବୁଗାଳୀ ନଦୀରେ ଅଘଟଣ । କୁମ୍ଭକ୍ଷେତ୍ର ବୁଲିବାକୁ ଯାଉଥିବା ବେଳେ ବୁଡିଲା ଭେଳା first appeared on Kanak News.

from Kanak News
via <a href="https://ifttt.com/?

ଆତଙ୍କବାଦୀଙ୍କ ତୁଳନାରେ ବେଶି ମରିଛନ୍ତି ପାକିସ୍ତାନୀ ସେନା : ଆତଙ୍କବାଦୀଙ୍କ ୨୦୨୩ ରିପୋର୍ଟ କାର୍ଡ

ଆତଙ୍କବାଦୀମାନେ ୨୦୨୩ ମସିହାରେ ପାକିସ୍ତାନ ସେନା ଉପରେ ଭାରୀ ପଡ଼ିଗଲେ । ଆତଙ୍କବାଦୀମାନେ ପ୍ରତି ମାସରେ ସୁରକ୍ଷା ବାହିନୀ ଉପରେ ହାରାହାରି ୭୩ ଥର ଆକ୍ରମଣ କରିଥିଲେ ଏବଂ ପ୍ରତିଦିନ ତିନିଜଣ ପାକିସ୍ତାନୀ ସୈନିକ ନିହତ ହୋଇଥିଲେ । ପରିସଂଖ୍ୟାନ ଅନୁଯାୟୀ ଗତ ବର୍ଷରେ ପ୍ରାୟ ୧୦୦୦ ସୈନିକଙ୍କର ମୃତ୍ୟୁ ହୋଇଥିବାବେଳେ ଆତଙ୍କବାଦୀଙ୍କ ସଂଖ୍ୟା ୫୬୬ ଥିଲା ।

ଆତଙ୍କବାଦର ଜନ୍ମସ୍ଥଳୀ ପାକିସ୍ତାନରେ ଗତ ବର୍ଷ ମଧ୍ୟରେ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନୀ ସେନାର  ପ୍ରତିଦିନ ତିନିଜଣ ସୈନିକ ନିହାତ ହୋଇଛନ୍ତି । ମୃତ ଓ ଆହତଙ୍କ ସଂଖ୍ୟା ମିଶାଇ ପ୍ରାୟ ୨୨୦୦  ହେବ । ପାକିସ୍ତାନ ସେନା ମଧ୍ୟ ଦାବି କରିଛି ଯେ ଏହି ସମୟ ମଧ୍ୟରେ ଏହା ୫୬୬ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲା । ଆତଙ୍କବାଦୀ ସଂଗଠନ ତେହେରିକ-ଇ-ତାଲିବାନ ପାକିସ୍ତାନ ପାକିସ୍ତାନୀ ସୁରକ୍ଷା ବାହିନୀ ଉପରେ ହୋଇଥିବା ଆକ୍ରମଣର ବିବରଣୀ ପ୍ରକାଶ କରିଛି ଏବଂ ବର୍ଷସାରା ସୁରକ୍ଷା କର୍ମୀଙ୍କୁ ହତ୍ୟା କରିଛି ବୋଲି ରିପୋର୍ଟରେ କୁହାଯାଇଛି ।

ଏହି ରିପୋର୍ଟ ପ୍ରକାଶ ପାଇଲା ପରେ  ପାକିସ୍ତାନର ସାମରିକ ପ୍ରଶାସନରେ ଚାଞ୍ଚଲ୍ୟ ଖେଳି ଯାଇଥିଲା । ​​ଏବଂ ଆତଙ୍କବାଦୀଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟର ସବିଶେଷ ତଥ୍ୟ ଶୀଘ୍ର ପାକିସ୍ତାନୀ ସୁରକ୍ଷା ପ୍ରଶାସନ ଦ୍ୱାରା ପ୍ରକାଶ ପାଇଥିଲା । ପାକିସ୍ତାନ ସେନା ତରବରିଆ ଭାବେ ଏକ ଭିଡିଓ ଜାରି କରି ଦେଖାଇବାକୁ ଚେଷ୍ଟା କରିଥିଲା ​​ଯେ ସେମାନେ ଆତଙ୍କବାଦୀ ସଂଗଠନକୁ ପରାସ୍ତ କରିଛନ୍ତି କିନ୍ତୁ ନିଜର ୧୦୦୦ ସୈନିକଙ୍କ ହତ୍ୟା ଉପରେ ସେମାନେ ନିରବ ରହିଛନ୍ତି । ଏହି ପରିପ୍ରେକ୍ଷୀରେ ଆତଙ୍କବାଦୀ ସଂଗଠନ ଦାବି କରିଥିବା ତଥ୍ୟ ଅନୁଯାୟୀ ସେମାନେ  ୨୦୨୩  ମସିହାରେ ପାକିସ୍ତାନୀ ସୁରକ୍ଷା ବାହିନୀ ଉପରେ ୮୮୧ ଟି ଆକ୍ରମଣ କରିଛନ୍ତି ,  ଅର୍ଥାତ୍ ମାସକୁ ପ୍ରାୟ ୭୩ ଟି ଆକ୍ରମଣ ଏବଂ ଦିନକୁ ଦୁଇରୁ ଅଧିକ ଆକ୍ରମଣ ।

ଆତଙ୍କବାଦୀ ସଂଗଠନ ଦାବି କରିଛି ଯେ ୨୧୯୩  ଆହତ ସୁରକ୍ଷା କର୍ମୀଙ୍କ ମଧ୍ୟରୁ ୯୭୭  ଜଣଙ୍କର ମୃତ୍ୟୁ ଘଟିଛି

ଆତଙ୍କବାଦୀ ସଂଗଠନ ଏହା ମଧ୍ୟ ଦାବି କରିଛି ଯେ ସେମାନଙ୍କ ଆକ୍ରମଣରେ ମୋଟ ୨୧୯୩  ସୁରକ୍ଷା କର୍ମୀ ଆହତ ହୋଇଥିଲେ । ସେଥିମଧ୍ୟରୁ ୯୭୭ ଜଣଙ୍କର ମୃତ୍ୟୁ ଘଟିଛି । ସେଥିମଧ୍ୟରୁ ଆର୍ମି ସ୍ପେଶାଲ ସର୍ଭିସ ଏବଂ ରେଞ୍ଜର୍ସଙ୍କ ସଂଖ୍ୟା ୧୦୬୪  ହୋଇଥିବାବେଳେ ପୋଲିସ ଏବଂ କାଉଣ୍ଟର ଆତଙ୍କବାଦ ବିଭାଗର ୫୯୮ ଜଣ, ଗୁପ୍ତଚର ଅଧିକାରୀଙ୍କ ସଂଖ୍ୟା ୫୯ ଏବଂ ଅନ୍ୟାନ୍ୟ ସୁରକ୍ଷା ସଂଖ୍ୟା ୪୭୨ ବୋଲି ଦର୍ଶାଯାଇଛି। ଆତଙ୍କବାଦୀ ସଂଗଠନର ଦାବି ଅନୁଯାୟୀ, ଏହି ସମୟ ମଧ୍ୟରେ ସେମାନେ ପାକିସ୍ତାନୀ ପ୍ରଶାସନର ୯୦ ଟି ସିସିଟିଭି କ୍ୟାମେରା, ୬୬ ଟି ସାମରିକ ଯାନ, ୨୬ ଟି ପୋଲିସ କାର, ୧୪ ଟି ବିଲ୍ଡିଂ ଏବଂ କାଉଣ୍ଟର ଟୁରିଜିମ୍ ବିଭାଗ ଏବଂ ୧୩ ଟି ସାମରିକ ପୋଷ୍ଟ ଉପରେ ଆକ୍ରମଣ କରି ବିସ୍ଫୋରଣ ଘଟାଇଥିଲେ । ଏହା ବ୍ୟତୀତ ସେମାନେ ବହୁ ପରିମାଣରେ ସୁରକ୍ଷା ବାହିନୀର ଗୁଳିଗୋଳା ମଧ୍ୟ ଲୁଟି ନେଇଥିଲେ।

୫୦୦୦ ରୁ ଅଧିକ ଆତଙ୍କବାଦୀ ଗିରଫ ହୋଇଥିଲେ

ପାକିସ୍ତାନୀ ପ୍ରଶାସନର ସରକାରୀ ଦାବି ଅନୁଯାୟୀ, ୨୦୨୩ ମସିହାରେ ସେମାନେ ୫୦୦୦ ରୁ ଅଧିକ ଆତଙ୍କବାଦୀଙ୍କୁ ଗିରଫ କରିଥିବାବେଳେ ମୋଟ ୫୬୬ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ। ପାକିସ୍ତାନୀ ପ୍ରଶାସନ ଏହା ମଧ୍ୟ ଦାବି କରିଛି ଯେ ସେଠାରେ ଘଟିଥିବା ଆତଙ୍କବାଦୀ ଘଟଣାର ଅନୁସନ୍ଧାନ ବେଳେ ଆଫଗାନିସ୍ତାନରେ ଆତଙ୍କବାଦୀଙ୍କ ଲୁଚି ରହିଥିବାର ଜଣା ପଡିଛି ।  ଏହା ବ୍ୟତୀତ ଆତଙ୍କବାଦୀଙ୍କ ନିକଟରୁ ଉଦ୍ଧାର ହୋଇଥିବା ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଇତ୍ୟାଦି ମଧ୍ୟ ଆଫଗାନିସ୍ତାନରୁ ଆସିଛି । ଏହାର ଅର୍ଥ ହେଉଛି ୨୦୨୩ ବର୍ଷ ପାକିସ୍ତାନୀ ସୁରକ୍ଷା ବାହିନୀ ଉପରେ ଆତଙ୍କବାଦୀମାନେ ଭାରୀ ପଡି ଯାଇଥିଲେ ।  ଆତଙ୍କବାଦୀମାନେ ଆକ୍ରମଣ କରି ବର୍ଷସାରା ସେମାନଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରି ରହିଥିଲେ ।

The post ଆତଙ୍କବାଦୀଙ୍କ ତୁଳନାରେ ବେଶି ମରିଛନ୍ତି ପାକିସ୍ତାନୀ ସେନା : ଆତଙ୍କବାଦୀଙ୍କ ୨୦୨୩ ରିପୋର୍ଟ କାର୍ଡ first appeared on Kanak News.

from Kanak News
via <a href="https://ifttt.com/?

ଚାପରେ କଂଗ୍ରେସ । ଇଣ୍ଡିଆ ମେଣ୍ଟର ସଂଯୋଜକ ହୋଇପାରନ୍ତି ନୀତିଶ କୁମାର

କନକ ବ୍ୟୁରୋ : ଇଣ୍ଡିଆ ମେଣ୍ଟକୁ ନେଇ ଏବେ ବଡ ଖବର ସାମ୍ନାକୁ ଆସିଛି । ସୂତ୍ର ସୂଚନା ମୁତାବକ ବିହାରର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତିଶ କୁମାର ଇଣ୍ଡିଆ ମେଣ୍ଟର ସଂଯୋଜକ ହୋଇପାରନ୍ତି । ନୀତିଶକୁମାରଙ୍କ କାର୍ଯ୍ୟଶୈଳୀ ଦେଖି କଂଗ୍ରେସ ଭୟଭିତ ହୋଇପଡିଥିବା ଭଳି ଲାଗୁଛି । ଦିଲ୍ଲୀରେ ଜେଡିୟୁ ବୈଠକରେ ନୀତିଶକୁମାର କଂଗ୍ରେସ ଉପରେ ଯେଭଳି ଆକ୍ରମଣାତ୍ମକ ବୟାନ ଦେଇଥିଲେ ତା ପରେ କଂଗ୍ରେସ ଭୟଭିତ ହୋଇପଡିଥିବା ଭଳି ଲାଗୁଛି ।

ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଜେଡିୟୁ ବୈଠକରେ ନୀତିଶ କୁମାର କହିଥିଲେ କି, କଂଗ୍ରେସ ଜେଡିୟୁ ଦ୍ୱାରା କରାଯାଇଥିବା କାର୍ଯ୍ୟର ଚର୍ଚ୍ଚା କରୁନାହିଁ, ହେଲେ ବିଜେପି ଜେଡିୟୁ କାର୍ଯ୍ୟକୁ ନିଜ କାର୍ଯ୍ୟ ସହ ଯୋଡି ଦେଉଛି । ଏହା ପୂର୍ବରୁ ବି ବିଧାନସଭା ନିର୍ବାଚନ କ୍ରମରେ ନୀତିଶ କୁମାର କହିଥିଲେ କି କଂଗ୍ରେସ ଇଣ୍ଡିଆ ମେଣ୍ଟ ଅପେକ୍ଷା ବିଧାନସଭା ର୍ନିର୍ବାଚନ ଉପରେ ଅଧିକ ଫୋକସ କରୁଛି ।

ନୀତିଶ କୁମାରଙ୍କୁ ମେଣ୍ଟର ସଂଯୋଜକ କରିବା ପଛରେ ମଧ୍ୟ ଅନେକ କାରଣ ରହିଛି । ପ୍ରଥମେ ସେ ବିରୋଧୀଦଳମାନଙ୍କ ଏକଜୁଟ୍ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଗତବର୍ଷ ସେ ଭିନ୍ନ ଭିନ୍ନ ରାଜ୍ୟ ଗସ୍ତ କରି ବିରୋଧୀଦଳର ନେତାମାନଙ୍କୁ ଏକାଠି କରିଥିଲେ । ଏଣୁ ନୀତିଶ କୁମାରଙ୍କୁ ଇଣ୍ଡିଆ ମେଣ୍ଟର ସୂତ୍ରଧର ବୋଲି ମଧ୍ୟ କୁହାଯାଇପାରିବ । ୨୦୨୩ ଜୁନ ମାସରେ ସେ ୧୫ଟି ଅଣ ବିଜେପି ଦଳଙ୍କୁ ଗୋଟିଏ ମଞ୍ଚରେ ବସାଇବାରେ ସକ୍ଷମ ହୋଇଥିଲେ ।

ଦିଲ୍ଲୀରେ ହୋଇଥିବା ଇଣ୍ଡଆ ମେଣ୍ଟ ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ଚେହେରା ଭାବେ ମଲ୍ଲିକାର୍ଜୁନ ଖଡଗେଙ୍କ ନାମ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସମର୍ଥନ କରିଥିଲେ । ଏହାପରେ ନୀତିଶକୁମାର ନାରାଜ ହୋଇଥିବାର ଦେଖିବାକୁ ମିଳିଥିଲା ।

The post ଚାପରେ କଂଗ୍ରେସ । ଇଣ୍ଡିଆ ମେଣ୍ଟର ସଂଯୋଜକ ହୋଇପାରନ୍ତି ନୀତିଶ କୁମାର first appeared on Kanak News.

from Kanak News
via <a href="https://ifttt.com/?

ନୂଆ ବର୍ଷରେ ପୁଣି ମାତିଲେ ଲୁଟେରା: ଭୁବନେଶ୍ୱର ଜଗନ୍ନାଥନଗର ଅଞ୍ଚଳରେ ଘର ଝରକା ତାଡ଼ି ଲୁଟିନେଲେ ଦୁର୍ବୃତ୍ତ

କନକ ବ୍ୟୁରୋ: ନୂଆ ବର୍ଷ ଆରମ୍ଭରୁ ମାତିଲେ ଲୁଟେରା । ରାଜଧାନୀ ଭୁବନେଶ୍ୱରରେ ପୁଣି ଲୁଟେରାଙ୍କ ଦୌରାତ୍ମ୍ୟ । ଝରକା ତାଡ଼ି ଘର ଭିତରୁ ଲୁଟିନେଲେ । ଭୁବନେଶ୍ୱର ଜଗନ୍ନାଥ ନଗର ଅଂଚଳରେ ହୋଇଛି ଏପରି ଲୁଟ୍ । ଦୁର୍ବୃତମାନେ ଜଗନ୍ନାଥନଗରର ଏକ ଘର ଭିତର ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କାର ରୁପା ଓ ଟଙ୍କା ଏବଂ ସୁନା ଗହଣା ଲୁଟି ନେଇଛନ୍ତି । ଘରେ କେହି ନଥିବା ବେଳେ ଏହାର ଫାଇଦା ଉଠାଇ ଦୁର୍ବୃତମାନେ ଲୁଟ୍ କରିଛନ୍ତି । ବାରମ୍ବାର ଲୁଟ୍ ଘଟଣା କମିଶନରେଟ୍ ପୁଲିସର ନିଦ ହଜାଇଥିବା ବେଳେ ଏବେ ଆଉଏକ ଲୁଟ୍ ରାଜଧାନୀବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି ।

The post ନୂଆ ବର୍ଷରେ ପୁଣି ମାତିଲେ ଲୁଟେରା: ଭୁବନେଶ୍ୱର ଜଗନ୍ନାଥନଗର ଅଞ୍ଚଳରେ ଘର ଝରକା ତାଡ଼ି ଲୁଟିନେଲେ ଦୁର୍ବୃତ୍ତ first appeared on Kanak News.

from Kanak News
via <a href="https://ifttt.com/?

ନୂଆ ବର୍ଷରେ ରାଜନୈତିକ ଦଳ ପାଇଁ କ’ଣ ରହିବ ଚ୍ୟାଲେଞ୍ଜ: ବିଜେପି କହିଲା, ୨୪ ପାଇଁ ସରକାରୀ ଦଳ ହେବ ଚ୍ୟାଲେଞ୍ଜ

କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଅଂଟା ଭିଡ଼ିଛନ୍ତି ଦୁଇ ସବୁ ରାଜନୈତିକ ଦଳ । ତେବେ କେଉଁ ଦଳ ପାଇଁ କ’ଣ ଚ୍ୟାଲେଞ୍ଜ ଓ କ’ଣ ରଣନୀତି ରହିବ, ସେ ନେଇ ପ୍ରତିକ୍ରିୟା ରଖିଛି ବିଜେପି । ବିଜେପି କହିଛି, ୨୦୨୪ରେ ଦଳ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେବ ସରକାରୀ କଳ । ବୁଥ ସ୍ତରରେ ସଂଗଠନ ଏବଂ ୧ କୋଟି ଘର ସହ ପ୍ରତ୍ୟକ୍ଷ ସମ୍ପର୍କ ମାଧ୍ୟମରେ ସମସ୍ତ ଚ୍ୟାଲେଞ୍ଜକଚୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ହେଉଛି ଦଳ । ଏହି କ୍ରମରେ ଜାନୁଆରୀ ୫ରୁ ବିଜେପି ଆନ୍ଦୋଳନ ଆରମ୍ଭ କରିବ । ବିଜେଡି କହିଲା, ଦଳ ବିକାଶମୂଳକ କାମକୁ ଲୋକଙ୍କ ପାଖରେ ପହଂଚାଇବ ।

The post ନୂଆ ବର୍ଷରେ ରାଜନୈତିକ ଦଳ ପାଇଁ କ’ଣ ରହିବ ଚ୍ୟାଲେଞ୍ଜ: ବିଜେପି କହିଲା, ୨୪ ପାଇଁ ସରକାରୀ ଦଳ ହେବ ଚ୍ୟାଲେଞ୍ଜ first appeared on Kanak News.

from Kanak News
via <a href="https://ifttt.com/?

ଜାପାନରେ ଭୂମିକମ୍ପ ପରେ ସୁନାମୀ: ଜାପାନ ସମୁଦ୍ରର ପଶ୍ଚିମାଞ୍ଚଳରେ ୧ ମିଟର ଉଚ୍ଚରେ ମାଡି ଆସିଲା ପାଣି

କନକ ବ୍ୟୁରୋ: ନୂଆବର୍ଷରେ ଜାପାନରେ ଅଘଟଣ ପରେ ଅଘଟଣ । ଭୟଙ୍କର ଭୂମିକମ୍ପ ପରେ ସମୁଦ୍ରରେ ମାଡି ଆସିଲା ସୁନାମୀ । ସମୁଦ୍ରରେ ୧ ମିଟର ଉଚ୍ଚତାର ଉଠିଲା ଜୁଆର । ଆଗକୁ ଉତର-ମଧ୍ୟ ଜାପାନର ଇଶିକ୍ୱାର ପଶ୍ଚିମାଂଚଳରେ ବଡ ଧରଣର ସୁନାମୀ ଆସିପାରେ । ଲୋକଙ୍କୁ ସତର୍କ କରାଇ ଦେଇଛି, ଜାପାନ ପାଣିପାଗ ବିଭାଗ । ଲୋକଙ୍କୁ ପାଖରେ ଥିବା ନିକଟସ୍ଥ ଉଚ୍ଚ ସ୍ଥାନ ଅବା ବିଲ୍ଡିଂକୁ ପଳାଇଯିବାକୁ ନର୍ଦ୍ଦେଶ ଦିଆଯାଇଛି । ଆଜି ସକାଳୁ ସକାଳୁ ରିକ୍ଟର ସ୍କେଲ ୭ ଦଶମିକ୍ ୬ ତ୍ରୀବତ୍ରରେ ଭୂମିକମ୍ପ ହୋଇଥିଲା । ଭୁମିକମ୍ପର ପ୍ରଭାବ ୧୦ କିଲୋମିଟର ଗଭୀର ଯାଏ ପଡିଥିଲା । ସେହିପରି ସ୍ଥଳରେ ୪୨ କିଲୋମିଟର ପର୍ଯ୍ୟନ୍ତ ଭୂମିକମ୍ପର ପ୍ରଭାବ ଦେଖିବାକୁ ମିଳିଛି । ଜାପାନ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଉତର-ମଧ୍ୟ ଜାପାନର ଇଶିକ୍ୱା ଅଂଚଳରେ ଏହି ଭୂମିକମ୍ପ ହୋଇଛି ।

The post ଜାପାନରେ ଭୂମିକମ୍ପ ପରେ ସୁନାମୀ: ଜାପାନ ସମୁଦ୍ରର ପଶ୍ଚିମାଞ୍ଚଳରେ ୧ ମିଟର ଉଚ୍ଚରେ ମାଡି ଆସିଲା ପାଣି first appeared on Kanak News.

from Kanak News
via <a href="https://ifttt.com/?

ନୂଆ ବର୍ଷରେ ଯୋଧପୁର ପୋଲିସର ନିଆରା ପଦକ୍ଷେପ । ଚାଲାଣ କାଟିବା ବଦଳରେ ଲୋକଙ୍କୁ ବାଣ୍ଟିଲା କ୍ଷୀର

ରାଜସ୍ଥାନ ଯୋଧପୁର ପୋଲିସ୍ ନୂତନ ବର୍ଷ ଉତ୍ସବ ପାଳନ : ପୋଲିସ୍ କମିଶନର୍ ନୂତନ ବର୍ଷ ୨୦୨୪ କୁ  ଏକ ନିଆରା ଢଙ୍ଗରେ ଆରମ୍ଭ କରିଥିଲେ। ସ୍ବାସ୍ଥ୍ୟକୁ ଗୁରୁତ୍ୱ ଦେଇ ଲୋକଙ୍କୁ ମଦ୍ୟପାନ ଏବଂ ହୋ ହଲ୍ଲା  ରକ୍ଷା କରିବା ପାଇଁ ‘ଯୋଧପୁର ଡାଏରୀ ଏବଂ ଶ୍ରୀରାମ ହସ୍ପିଟାଲ’ର ମିଳିତ ସହଯୋଗରେ  ଟ୍ରାଫିକ ପୋଲିସ ସହରର ପ୍ରମୁଖ ଛକଠାରେ ସହରବାସୀଙ୍କୁ କ୍ଷୀର ପିଇବାକୁ ଦେଇଥିଲା ।

ସହରର ଅନେକ ସ୍ଥାନରେ କ୍ଷୀର ପିଇବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା । ଗତକାଲି ରାତିରେ ପୋଲିସ ଏହି ଲକ୍ଷ୍ୟରେ ଏକ ଅଭିଯାନ ଚଳାଇ ଲୋକମାନଙ୍କୁ କ୍ଷୀର ପିଇବାକୁ ଦେଇ ଏକ ନିଆରା ବାର୍ତ୍ତା ଦେଇଥିଲା । ପୋଲିସ ଏହି କାର୍ଯ୍ୟକ୍ରମ ପାଇଁ କିଛି ଦିନ ପୂର୍ବରୁ ପ୍ରସ୍ତୁତି କରିସାରିଥିଲା ​​ଏବଂ ଯୋଧପୁରର ବିଭିନ୍ନ ସ୍ଥାନରେ ବଡ ବଡ ହୋର୍ଡିଂ ଲଗାଇ ସାଧାରଣ ଲୋକଙ୍କୁ ବାର୍ତ୍ତା ଦେବା ଆରମ୍ଭ କରି ଦେଇଥିଲା ।

ଭାମାଶାହଙ୍କ ସହାୟତାରେ ପୋଲିସ ସହରର ମୁଖ୍ୟ ଛକ ଏବଂ ରାସ୍ତାରେ ସାଧାରଣ ଲୋକଙ୍କୁ କ୍ଷୀର ଖାଇବାକୁ ଦେଇ ନୂତନ ବର୍ଷକୁ ସ୍ୱାଗତ କରିଥିଲା ​​ଏବଂ ମଦ୍ୟପାନ ନକରିବାକୁ ନିବେଦନ କରିଥିଲା । ଏହାର ନୂତନ ଥିମ୍ ମଧ୍ୟ ରଖାଯାଇଥିଲା, ଯାହାକୁ ପୋଲିସ ଦ୍ୱାରା ‘ନୂଆ ବର୍ଷକୁ କ୍ଷୀର ସହିତ ସ୍ୱାଗତ କର ଏବଂ ମଦ୍ୟପାନ ସହିତ ନୁହେଁ’ ନାମରେ ନାମିତ କରାଯାଇଥିଲା । ଏଥିପାଇଁ ପୋଲିସ ମଧ୍ୟ ସାଧାରଣ ଜନତାଙ୍କଠାରୁ ପ୍ରଶଂସନୀୟ ସହଯୋଗ ପାଇଛି । ପୋଲିସ କର୍ମଚାରୀମାନେ ନିଜେ ଏହି ବ୍ୟବସ୍ଥାକୁ ସବୁଆଡେ ପରିଚାଳନା କରିଥିଲେ ।

ପୋଲିସର ନିଆରା ବାର୍ତ୍ତା

ଅତିରିକ୍ତ ଡେପୁଟି କମିଶନର ଭୋପାଳ ସିଂ ଲାଖୱାଟ କହିଛନ୍ତି ଯେ ମଦ ବଦଳରେ ଦୁଗ୍ଧ ସହିତ ନୂଆ ବର୍ଷ ପାଳନ କରିବା ପାଇଁ ଭାମାଶାହଙ୍କ ସହାୟତାରେ ଏକ ଅଭିଯାନ ଆରମ୍ଭ ହୋଇଛି । ଜାଲରୀ ଗେଟ୍, ରେଳ ଷ୍ଟେସନ୍, ପାଭାଟା ସର୍କଲ୍, ଖେଟ୍ ସିଂ ତିରାହା ଇତ୍ୟାଦି ସହରର ମୁଖ୍ୟ ଛକଗୁଡ଼ିକରେ ନୂତନ ବର୍ଷକୁ ଦୁଗ୍ଧ ସହିତ ସ୍ୱାଗତ କରାଯାଇଥିଲା ଏବଂ କେବଳ ଏତିକି ନୁହେଁ, ଯେଉଁଠାରେ ଦୁଗ୍ଧ ଷ୍ଟଲ୍ ପ୍ରତିଷ୍ଠା କରାଯାଇଥିଲା, ଲୋକମାନେ କ୍ଷୀର ପିଇବାକୁ ଆମନ୍ତ୍ରିତ ହୋଇଥିଲେ। କିଛି ଲୋକ କେବଳ କ୍ଷୀର ପିଇ ନଥିଲେ ବରଂ ବାଲ୍ଟି ଏବଂ କେଟଲ୍ ସାହାଯ୍ୟରେ ସେଠାରେ ପହଞ୍ଚିଥିଲେ ଯାହା ଦ୍ଵାରା ସେମାନେ କ୍ଷୀରକୁ ନିଜ ଘରକୁ ନେଇ ପାରିବେ ।

ପ୍ରଥମ ଥର ପାଇଁ ଏହି ପ୍ରକାର କାର୍ଯ୍ୟକ୍ରମ ଆୟୋଜିତ ହେଇଛି

ଏହି ସମୟରେ ଭୋପାଳ ସିଂ ଲାଖୱାଟ, ଏସିପି ନରେନ୍ଦ୍ର ଡେମା, ସର୍ଦ୍ଦାରପୁର ପୋଲିସ ଷ୍ଟେସନ ପ୍ରଦୀପ ଦାଗା ଏବଂ ଡଃ. ସୁନୀଲ ଚାନ୍ଦ ଉପସ୍ଥିତ ଥିଲେ। ଏହା ବ୍ୟତୀତ ରିକ୍ଟିଆ ଭୈରଜୀ ଛକରେ କ୍ଷୀର ଷ୍ଟଲର ଆୟୋଜନ କରାଯାଇଥିଲା ଯେଉଁଠାରେ କେବଳ ପୋଲିସ କର୍ମଚାରୀମାନେ ଲୋକଙ୍କୁ କ୍ଷୀର ଦେଉଥିବାର ଦେଖିବାକୁ ମିଳିଥିଲା।  ଯୋଧପୁର ଡାଏରୀ ବଂ ପୋଲିସ କମିଶନରଙ୍କ ସହଯୋଗରେ ଏହି ପୂରା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।  ରାଜସ୍ଥାନ  ପୋଲିସ ପ୍ରଥମ ଥର ପାଇଁ ଏପରି ପଦକ୍ଷେପ ନେଇଥିଲା ।

The post ନୂଆ ବର୍ଷରେ ଯୋଧପୁର ପୋଲିସର ନିଆରା ପଦକ୍ଷେପ । ଚାଲାଣ କାଟିବା ବଦଳରେ ଲୋକଙ୍କୁ ବାଣ୍ଟିଲା କ୍ଷୀର first appeared on Kanak News.

from Kanak News
via <a href="https://ifttt.com/?

ପଦ ଛାଡିବାକୁ ଘୋଷଣା କଲେ ଡେନମାର୍କର ରାଣି ମାଗ୍ରରେଥ-୧୧ । ୫୨ ବର୍ଷ ଧରି କରୁଥିଲେ ଶାସନ

କନକ ବ୍ୟୁରୋ : ଡେନମାର୍କର ମହାରାଣୀ ମାଗ୍ରରେଥ-୧୧ ରବିବାର ରାତିରେ ପଦ ଛାଡିବାକୁ ଘୋଷଣା କରିଛନ୍ତି । ନୂଆବର୍ଷ ଉପଲକ୍ଷେ ସେ ତାଙ୍କ ସମ୍ବୋଧନରେ କହିଛନ୍ତି କି, ସେ ଜାନୁଆରୀ ୧୪ ତାରିଖରେ ନିଜ ପଦ ଛାଡିଦେବେ । ନିଜ ପୁଅ କ୍ରାଉନ ପ୍ରିନ୍ସ ଫ୍ରେଡରିକ ଆନ୍ଦେ ହେନରିକଙ୍କୁ ରାଜଗାଦୀ ସମର୍ପି ଦେବେ ।

ରାଣୀ ମାଗ୍ରରେଥ-୧୧ ୧୯୭୨ ଜାନୁଆରୀ ୧୪ ତାରିଖରେ ପିତା କିଙ୍ଗ ଫ୍ରେଡରିକ୧୧ଙ୍କ ପରେ ରାଜଗାଦୀ ସମ୍ଭାଳିଥିଲେ । ୫୨ ବର୍ଷ ଶାସନ କରିବା ପରେ ଏବେ ସେ ପଦ ଛାଡିବାକୁ ଯାଉଛନ୍ତି   । ବ୍ରିଟେନ ମହାରାଣୀ ଏଲିଜାବେଥ-୧୧ଙ୍କ ପରେ ରାଣୀ ମାଗ୍ରରେଥ-୧୧ ୟୁରୋପରେ ସବୁଠାରୁ ଅଧିକ ଦିନ ଶାସନ କରିଥିବା ଶାସକ ଭାବେ ଜଣାଶୁଣା ।

୮୩ ବର୍ଷୀୟା ଏହି ରାଣୀଙ୍କର ୨୦୨୩ ଫେବୃଆରୀ ମାସରେ ପିଠିରେ ଅପରେଶନ ହୋଇଥିଲା । ଏହାପରେ ସେ ପଦ ଛାଡିବାକୁ ନିଷ୍ପତ୍ତି ନେଇଥିଲେ । ସେ ଲୋକଙ୍କୁ ସମ୍ବୋଧିତ କରିବା ଅବସରରେ କହିଥିଲେ କି, ପିଠିରେ ଅପରେଶନ ପରେ ସେ ପଦ ଛାଡିବା ନେଇ ନିଷ୍ପତ୍ତି ନେଇଥିଲେ । ଏହାସହ ଏବେ ସେ ନିଜ ପୁଅଙ୍କୁ ଏହି ସିଂହାସନରେ ବସାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ।

ଡେନମାର୍କର ରାଜକୁମାର ଫ୍ରେଡରିକ ଆନ୍ଦେ ହେନରିକ ଓ ରାଣୀ ମେରୀ ଏଲିଜାବେଥ ଫେବୃଆରୀ ୨୦୨୩ରେ ଆଗ୍ରା ଆସିଥିଲେ । ଦୁଇଜଣ ତାଜମହଲ ଓ ଆଗ୍ରା ଦୁର୍ଗ ଦେଖି ଭିଜିଟର ଡାଏରୀରେ କମେଣ୍ଟ ଲେଖିବା ସହ ଫଟୋସୁଟ୍ ମଧ୍ୟ କରିଥିଲେ ।

The post ପଦ ଛାଡିବାକୁ ଘୋଷଣା କଲେ ଡେନମାର୍କର ରାଣି ମାଗ୍ରରେଥ-୧୧ । ୫୨ ବର୍ଷ ଧରି କରୁଥିଲେ ଶାସନ first appeared on Kanak News.

from Kanak News
via <a href="https://ifttt.com/?

ହାଇଟେକ ହସ୍ପିଟାଲ ଏସି ବିସ୍ଫୋରଣରେ ପ୍ରାଣ ହରାଇଥିଲେ ସ୍ୱାମୀ: ସ୍ୱାମୀଙ୍କ ମୃତ୍ୟୁର ଦିନକ ପରେ ଆତ୍ମହତ୍ୟା କଲେ ସ୍ତ୍ରୀ

କନକ ବ୍ୟୁରୋ: ସ୍ୱାମୀଙ୍କ ମୃତ୍ୟୁକୁ ସହ୍ୟ କରିପାରିଲେନି ସ୍ତ୍ରୀ । ସ୍ୱାମୀଙ୍କ ମୃତ୍ୟୁର ଦିନକ ପରେ ଆତ୍ମହତ୍ୟା କରି ଦେଇଛନ୍ତି ପତ୍ନୀ । ଏମିିତି ଏକ ଦୁଃଖଦ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ହରିରାଜପୁର ଅଂଚଳରେ । ଶୁକ୍ରବାର ଅପରାହ୍ନରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲର ଏସିରେ ଗ୍ୟାସ ଫିଲିଙ୍ଗ କରାଯାଉଥିବାବେଳେ ବିସ୍ଫୋରଣ ହୋଇଥିଲା । କମ୍ପ୍ରେସରରେ ସମସ୍ୟା ଯୋଗୁଁ ତାହା ଫାଟି ଯାଇଥିଲା । ବିସ୍ପୋରଣରେ ୪ଜଣ କର୍ମଚାରୀ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଜଟଣୀ ଅଂଚଳର ଦିଲ୍ଲୀପ ସାମନ୍ତରାୟଙ୍କର ଚିକିିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିଲା । ଏ ନେଇ ମଂଚେଶ୍ୱର ଥାନାରେ ଏକ ମାମଲା ରୁଜୁ କରାଯିବା ସହ ଶବ ବ୍ୟବଛେଦ ପରେ ଦିଲ୍ଲୀପଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । କିନ୍ତୁ ଏହାକୁ ସହି ପାରିନଥିଲେ ଦିଲ୍ଲୀପଙ୍କ ପତ୍ନୀ । ତାପରେ ବେକରେ ରଶି ଲଗାଇ ଝୁଲିପଡି ଆତ୍ମହତ୍ୟା କରି ଦେଇଛନ୍ତି । ସୂଚନା ଅନୁସାରେ ମାତ୍ର ଦୁଇ ବର୍ଷ ତଳେ ଦିଲ୍ଲୀପଙ୍କର ବିବାହ ହୋଇଥିଲା । ତେବେ ସ୍ୱାମୀଙ୍କ ପଛେ ପଛେ ସ୍ତ୍ରୀ ଆତ୍ମହତ୍ୟା କରିବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

The post ହାଇଟେକ ହସ୍ପିଟାଲ ଏସି ବିସ୍ଫୋରଣରେ ପ୍ରାଣ ହରାଇଥିଲେ ସ୍ୱାମୀ: ସ୍ୱାମୀଙ୍କ ମୃତ୍ୟୁର ଦିନକ ପରେ ଆତ୍ମହତ୍ୟା କଲେ ସ୍ତ୍ରୀ first appeared on Kanak News.

from Kanak News
via <a href="https://ifttt.com/?

ପିଲା ପିଉଥିବା କ୍ଷୀରକୁ ଚିନ୍ତା ବଢାଇଲା ଜାତୀୟ ସ୍ତରର ରିପୋର୍ଟ: ପ୍ରତି ୧୦ ଲିଟରରେ ଗୋଟିଏ ଲିଟର ବିଷାକ୍ତ

କନକ ବ୍ୟୁରୋ: ଆପଣଙ୍କ ପିଲା ପିଉଥିବା କ୍ଷୀର ସୁରକ୍ଷିତ ତ? ଆବଶ୍ୟକ ପୋଷଣ ପାଇଁ ପ୍ରତ୍ୟେକ ଦିନ ଅନେକ କ୍ଷୀର ପିଇଥାନ୍ତି । ଗାଈ କ୍ଷୀର ହେଉ ଅବା ପକେଟ୍ କ୍ଷୀର ପିଇଥାନ୍ତି ପିଲା । ହେଲେ ପିଉଥିବା ଏହି କ୍ଷୀର ବିଶୁଦ୍ଧ ନା ବିଷାକ୍ତ? ଜାତୀୟ ସ୍ତରରେ ହୋଇଥିବା ସର୍ବେକ୍ଷଣ ଅନୁସାରେ ଦେଶରେ ଉପଲବ୍ଧ ଥିବା ପ୍ରତି ୧୦ ଲିଟର କ୍ଷୀରରୁ ଗୋଟିଏ ଲିଟର କ୍ଷୀର ପିଇବା ଅନୁପଯୋଗୀ । କାରଣ ଏଥିରେ ରହୁଛି ଆଫ୍ଲା ଟକ୍ସିନ୍ । ତେଣୁ ଛୋଟ ପିଲା ବିଷାକ୍ତ କ୍ଷୀର ପିଇବା କାରଣରୁ ସେମାନଙ୍କ ପେଟ ରୋଗ ଦେଖିବାକୁ ମିଳିଛି । ପାଳ ବା କୁଟାରେ ଆଫ୍ଲା ଟକ୍ସିନ୍ ନାମକ ଫଙ୍ଗସ୍ ସୃଷ୍ଟି ହୋଇଥାଏ । ବିଶେଷ କରି ପଚି ଯାଇଥିବା ନାଡାରେ ଏହା ଦେଖିବାକୁ ମିଳିଥାଏ । ଖର୍ଚ୍ଚ ବଂଚାଇବା ପାଇଁ ଗୋପାଳକମାନେ ଉକ୍ରୃଷ୍ଟ ଚାରା ବଦଳରେ ନିମ୍ନମାନର ଚାରା ଦେଇଥାନ୍ତି । ଆଫ୍ଲା ଟକ୍ସିନ୍ ସଂପର୍କରେ ସେମାନେ ଜାଣିନଥିବାରୁ ପଚି ସଢି ଯାଇଥିବା ନଡାକୁ ଦେଇଥାନ୍ତି । ଯାହାକୁ ଗାଈ ଖାଇବା ପରେ କ୍ଷୀରରେ ମିଶିଥାଏ । ସେହି କ୍ଷୀର ଆପଣ ପିଇଲେ ଶରୀର ଉପରେ ପ୍ରଭାବ ପକାଇଥାଏ ।

The post ପିଲା ପିଉଥିବା କ୍ଷୀରକୁ ଚିନ୍ତା ବଢାଇଲା ଜାତୀୟ ସ୍ତରର ରିପୋର୍ଟ: ପ୍ରତି ୧୦ ଲିଟରରେ ଗୋଟିଏ ଲିଟର ବିଷାକ୍ତ first appeared on Kanak News.

from Kanak News
via <a href="https://ifttt.com/?

Design a site like this with WordPress.com
Get started